07.10.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଆତ୍ମ ଅଭିମାନୀ ହୋଇ ବସ, ଭିତରେ ଭିତରେ ଅନୁଭବ କରୁଥାଅ ମୁଁ ଏକ ଆତ୍ମା... ଦେହୀ-ଅଭିମାନୀ ହୁଅ, ଠିକ୍ ଭାବରେ ଚାର୍ଟ ରଖିବା ଦ୍ୱାରା ତୁମେ ବୁଦ୍ଧିମାନ ହୋଇଯିବ, ତୁମର ବହୁତ ଫାଇଦା ହେବ ।

ପ୍ରଶ୍ନ:-
ବେହଦର ନାଟକକୁ ବୁଝିଥିବା ସନ୍ତାନମାନେ କେଉଁ ଗୋଟିଏ ନିୟମକୁ ଭଲ ଭାବରେ ବୁଝୁଛନ୍ତି ?

ଉତ୍ତର:-
ଏହା ଏକ ଅବିନାଶୀ ନାଟକ, ଏଥିରେ ପ୍ରତ୍ୟେକ ଅଭିନେତାଙ୍କୁ ନିଜର ଅଭିନୟ କରିବା ପାଇଁ ନିଜର ନିଧାର୍ଯ୍ୟ ସମୟରେ ଆସିବାକୁ ହିଁ ପଡିବ । କେହି ଯଦି କହନ୍ତି ଯେ ଆମେ ସର୍ବଦା ଶାନ୍ତିଧାମରେ ହିଁ ବସିଯିବୁ ତେବେ ଏହା ନିୟମ ନୁହେଁ । ତାଙ୍କୁ ତ ଅଭିନେତା ହିଁ କୁହାଯିବ ନାହିଁ । ଏହିସବୁ ବେହଦର କଥା ବେହଦର ବାବା ହିଁ ତୁମମାନଙ୍କୁ ଶୁଣାଉଛନ୍ତି ।

ଓମ୍ ଶାନ୍ତି ।
ନିଜକୁ ଆତ୍ମା ଭାବି, ଦେହ-ଅଭିମାନ ତ୍ୟାଗ କରି ବସ । ବେହଦର ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି । ଯେଉଁମାନେ ଅଜ୍ଞାନୀ ସେହିମାନଙ୍କୁ ହିଁ ବୁଝାଯାଇଥାଏ । ଆତ୍ମା ଜାଣୁଛି ଯେ ବାବା ସତ୍ୟ କହୁଛନ୍ତି ମୁଁ ଆତ୍ମା ଅଜ୍ଞାନୀ ହୋଇଯାଇଛି । ମୁଁ ଆତ୍ମା ଅବିନାଶୀ, ଶରୀର ବିନାଶୀ ଅଟେ । ମୁଁ ଆତ୍ମ-ଅଭିମାନ ଛାଡି ଦେହ-ଅଭିମାନୀ ହୋଇଯାଇଛି । ତେଣୁ ଅଜ୍ଞାନୀ ହେଲ ନା । ବାବା କହୁଛନ୍ତି ସମସ୍ତ ସନ୍ତାନ ଦେହ ଅଭିମାନରେ ଆସି ଅଜ୍ଞାନୀ ହୋଇଯାଇଛନ୍ତି । ପୁଣି ତୁମେ ବାବାଙ୍କ ଦ୍ୱାରା ଦେହୀ-ଅଭିମାନୀ ହୋଇ ବୁଦ୍ଧିମାନ ହୋଇଯାଉଛ । କେହି ତ ହୋଇଯାଇଛନ୍ତି, କେହି ପୁଣି ପୁରୁଷାର୍ଥ କରୁଛନ୍ତି । ଅଜ୍ଞାନୀ ହେବାରେ ଅଧାକଳ୍ପ ଲାଗିଛି । ଏହି ଅନ୍ତିମ ଜନ୍ମରେ ପୁଣି ବୁଦ୍ଧିମାନ ହେବାକୁ ପଡିବ । ଅଧାକଳ୍ପରୁ ଅଜ୍ଞାନୀ ହୋଇ-ହୋଇ ୧୦୦ ଶତକଡା ଅଜ୍ଞାନୀ ହୋଇଯାଇଛ । ଦେହ ଅଭିମାନରେ ଆସି ଡ୍ରାମାର ପ୍ଲାନ୍ ଅନୁସାରେ ତୁମେ ତଳକୁ ଖସି ଆସିଛ । ଏବେ ତୁମକୁ ଜ୍ଞାନ ମିଳୁଛି ତଥାପି ବି ବହୁତ ପୁରୁଷାର୍ଥ କରିବାକୁ ହେବ କାହିଁକି ନା ପିଲାମାନଙ୍କ ଭିତର ଦୈବୀଗୁଣ ମଧ୍ୟ ରହିବା ଦରକାର । ପିଲାମାନେ ଜାଣିଛନ୍ତି ଆମେ ସର୍ବଗୁଣ ସମ୍ପନ୍ନ, ୧୬ କଳା ସଂପୂର୍ଣ୍ଣ... ଥିଲୁ । ପୁଣି ବର୍ତ୍ତମାନ ନିର୍ଗୁଣ ହୋଇ ଯାଇଛ । କୌଣସି ବି ଗୁଣ ନାହିଁ । ତୁମମାନଙ୍କ ମଧ୍ୟରେ ବି ପୁରୁଷାର୍ଥର କ୍ରମ ଅନୁସାରେ ଏହି ଖେଳକୁ ବୁଝୁଛନ୍ତି । ବୁଝୁ-ବୁଝୁ ମଧ୍ୟ କେତେ ବର୍ଷ ହୋଇଗଲାଣି । ତଥାପି ମଧ୍ୟ ନୂଆମାନେ ଭଲ ବୁଦ୍ଧିମାନ ହୋଇଯାଉଛନ୍ତି । ଅନ୍ୟମାନଙ୍କୁ ମଧ୍ୟ ବୁଦ୍ଧିବାନ କରିବା ପାଇଁ ପୁରୁଷାର୍ଥ କରୁଛନ୍ତି । କେହି ତ ବିଲ୍କୁଲ୍ ବୁଝି ହିଁ ନାହାଁନ୍ତି । ଅଜ୍ଞାନୀକୁ ଅଜ୍ଞାନୀ ହୋଇ ରହିଛନ୍ତି । ବାବା ବର୍ତ୍ତମାନ ବୁଦ୍ଧିବାନ କରିବାକୁ ଆସିଛନ୍ତି । ପିଲାମାନେ ଭାବୁଛନ୍ତି ଯେ ମାୟା ଯୋଗୁଁ ଆମେ ବୁଦ୍ଧିହୀନ ହୋଇଯାଇଛୁ । ଆମେ ପୂଜ୍ୟ ଥିବା ସମୟରେ ବୁଦ୍ଧିବାନ ଥିଲୁ ପୁଣି ଆମେ ହିଁ ପୂଜାରୀ ହୋଇ ବୁଦ୍ଧିହୀନ ହୋଇଯାଇଛୁ । ଆଦି ସନାତନ ଦେବୀ-ଦେବତା ଧର୍ମ ପ୍ରାୟ ଲୋପ ହୋଇଯାଇଛି । ଏହା ବିଷୟରେ ଦୁନିଆରେ କାହାକୁ ହେଲେ ଜଣା ନାହିଁ । ଏହି ଲକ୍ଷ୍ମୀ-ନାରାୟଣ କେତେ ବୁଦ୍ଧିମାନ ଥିଲେ, ରାଜ୍ୟ କରୁଥିଲେ । ବାବା କହୁଛନ୍ତି ତତ୍ତ୍ତ୍ୱମ୍ ଅର୍ଥାତ୍ ତୁମେ ହିଁ ସେହି । ତୁମେ ମଧ୍ୟ ନିଜ ପାଇଁ ଏହିପରି ଭାବ । ଏହା ବହୁତ ବୁଝିବାର କଥା ଅଟେ । ଏହାକୁ ବାବାଙ୍କ ବିନା କେହି ହେଲେ ବୁଝାଇପାରିବେ ନାହିଁ । ଏବେ ଅନୁଭବ ହେଉଛି ଯେ ବାବା ହିଁ ଉଚ୍ଚରୁ ଉଚ୍ଚ ବୁଦ୍ଧିମାନରୁ ବୁଦ୍ଧିମାନ ଅଟନ୍ତି । ପ୍ରଥମତଃ ଜ୍ଞାନର ସାଗର ଅଟନ୍ତି । ସମସ୍ତଙ୍କର ସଦ୍ଗତି ଦାତା ମଧ୍ୟ ଅଟନ୍ତି । ପତିତ-ପାବନ ମଧ୍ୟ ଅଟନ୍ତି । ଏହା ଜଣଙ୍କର ହିଁ ମହିମା ଅଟେ । ଏତେ ଶ୍ରେଷ୍ଠରୁ ଶ୍ରେଷ୍ଠ ବାବା ଆସି କିପରି ସନ୍ତାନ ବୋଲି କହି ଭଲ ଭାବରେ ବୁଝାଉଛନ୍ତି । ପିଲାମାନେ ଏବେ ତୁମକୁ ପବିତ୍ର ହେବାକୁ ପଡିବ । ସେଥିପାଇଁ ବାବା ଏକମାତ୍ର ଔଷଧ ଦେଇଛନ୍ତି, କହୁଛନ୍ତି ଯୋଗଦ୍ୱାରା ତୁମେ ଭବିଷ୍ୟତ ୨୧ ଜନ୍ମ ପାଇଁ ନିରୋଗୀ ହୋଇଯିବ । ତୁମର ସବୁ ରୋଗ, ଦୁଃଖ ସମାପ୍ତ ହୋଇଯିବ । ତୁମେ ମୁକ୍ତିଧାମକୁ ଚାଲିଯିବ । ଅବିନାଶୀ ଡାକ୍ତରଙ୍କ ପାଖରେ ଏକମାତ୍ର ଔଷଧ ରହିଛି । ବାବା ଆସି ଆତ୍ମାକୁ ଇଞ୍ଜେକ୍ସନ୍ ଲଗାଉଛନ୍ତି । ଏହିପରି ନୁହେଁ ଯେ କୌଣସି ମନୁଷ୍ୟ ବାରିଷ୍ଟରୀ ସହିତ ଇଞ୍ଜିନିୟରିଂ ମଧ୍ୟ କରିବେ । ନା । ପ୍ରତ୍ୟେକ ମନୁଷ୍ୟ ନିଜ ଧନ୍ଦାରେ ହିଁ ଲାଗିଯାନ୍ତି । ବାବାଙ୍କୁ କହୁଛନ୍ତି ଆସି ପତିତରୁ ପବିତ୍ର କରାଅ କାହିଁକି ନା ପତିତ ହେବାରେ ଦୁଃଖ ମିଳିଥାଏ । ଶାନ୍ତିଧାମକୁ ପବିତ୍ର ଦୁନିଆ ବୋଲି କୁହାଯିବ ନାହିଁ । ସ୍ୱର୍ଗକୁ ହିଁ ପବିତ୍ର ଦୁନିଆ କୁହାଯାଉଛି । ଏହିକଥା ମଧ୍ୟ ବୁଝାଯାଇଛି ଯେ ମନୁଷ୍ୟ ଶାନ୍ତି ଏବଂ ସୁଖ ଚାହୁଁଛନ୍ତି । ପ୍ରକୃତ ଶାନ୍ତି ତ ସେଇଠି ଅଛି ଯେଉଁଠି ଶରୀର ନାହିଁ, ତାକୁ ଶାନ୍ତିଧାମ କୁହାଯାଏ । ଅନେକ କହୁଛନ୍ତି ଶାନ୍ତିଧାମରେ ରହିବୁ, କିନ୍ତୁ ଏପରି ନିୟମ ନାହିଁ । ତେବେ ତ ତାଙ୍କୁ ଅଭିନେତା କୁହାଯିବ ନାହିଁ । ପିଲାମାନେ ନାଟକକୁ ମଧ୍ୟ ବୁଝିଯାଇଛନ୍ତି । ଅଭିନେତାର ଯେତେବେଳେ ଅଭିନୟ ଥିବ ସେତେବେଳେ ଷ୍ଟେଜ୍କୁ ଆସି ଅଭିନୟ କରିବେ । ଏହି ବେହଦର କଥା ବେହଦର ବାବା ହିଁ ଆସି ବୁଝାଉଛନ୍ତି । ତାଙ୍କୁ ହିଁ ଜ୍ଞାନର ସାଗର କୁହାଯାଉଛି । ସେ ସମସ୍ତଙ୍କର ସଦ୍ଗତି ଦାତା ପତିତ-ପାବନ ଅଟନ୍ତି । ତତ୍ତ୍ୱ ସମସ୍ତଙ୍କୁ ପବିତ୍ର କରିପାରିବ ନାହିଁ । ପାଣି ଆଦି ସବୁ ହେଲା ତତ୍ତ୍ୱ, ତାହା କିପରି ସଦ୍ଗତି କରିବ । ଆତ୍ମା ହିଁ ଅଭିନୟ କରୁଛି । ହଠଯୋଗର ଅଭିନୟ ମଧ୍ୟ ଆତ୍ମା କରୁଛି । ଜ୍ଞାନୀମାନେ ହିଁ ଏହି କଥାକୁ ବୁଝିପାରିବେ । ବାବା କେତେ ବୁଝାଇଛନ୍ତି ଏପରି କୌଣସି ଯୁକ୍ତି ରଚନା କର ଯେପରି ମନୁଷ୍ୟ ବୁଝିପାରିବେ କିପରି ପୂଜ୍ୟରୁ ପୁଣି ପୂଜାରୀ ହେଉଛନ୍ତି । ପୂଜ୍ୟ ନୂଆ ଦୁନିଆରେ, ପୂଜାରୀ ପୁରୁଣା ଦୁନିଆରେ ହେଉଛନ୍ତି । ପାବନକୁ ପୂଜ୍ୟ, ପତିତକୁ ପୂଜାରୀ କୁହାଯାଉଛି । ଏଠାରେ ତ ସମସ୍ତେ ପତିତ ଅଟନ୍ତି କାହିଁକି ନା ବିକାର ଦ୍ୱାରା ଜନ୍ମ ହେଉଛନ୍ତି । ସେଠାରେ ସମସ୍ତେ ଶ୍ରେଷ୍ଠ ଅଟନ୍ତି । ଗାୟନ ମଧ୍ୟ କରୁଛନ୍ତି ସଂପୂର୍ଣ୍ଣ ଶ୍ରେଷ୍ଠାଚାରୀ । ଏବେ ତୁମମାନଙ୍କୁ ଏହିଭଳି ହେବାକୁ ପଡିବ । ଏଥିରେ ପରିଶ୍ରମ କରିବାକୁ ହେବ । ମୁଖ୍ୟ କଥା ହେଉଛି ବାବାଙ୍କୁ ମନେ ପକାଇବା । ସମସ୍ତେ କହୁଛନ୍ତି ବାବାଙ୍କୁ ମନେ ପକାଇବା ବହୁତ ମୁସକିଲ୍ । ଆମେ ଯେତିକି ଚାହୁଁଛୁ, ସେତିକି ତାଙ୍କରି ସ୍ମୃତିରେ ରହିପାରୁ ନାହୁଁ । କେହି ସତ୍ୟତାର ସହିତ ଚାର୍ଟ ଲେଖିଲେ ବହୁତ ଫାଇଦା ମିଳିବ । ବାବା ସନ୍ତାନମାନଙ୍କୁ ଏହି ଜ୍ଞାନ ଦେଉଛନ୍ତି ମନମନାଭବ । ତୁମେ ଅର୍ଥ ସହିତ କହୁଛ, ତୁମକୁ ପ୍ରତ୍ୟେକ କଥା ବାବା ଯଥାର୍ଥ ରୂପରେ ଅର୍ଥ ସହିତ ବୁଝାଉଛନ୍ତି । ବାବାଙ୍କୁ ସନ୍ତାନମାନେ ଅନେକ ପ୍ରକାରର ପ୍ରଶ୍ନ ପଚାରୁଛନ୍ତି, ବାବା ମନ ନେବା ପାଇଁ କିଛି କହିଦେଉଛନ୍ତି । କିନ୍ତୁ ବାବା କହୁଛନ୍ତି ମୋର କାମ ହିଁ ହେଉଛି ପତିତରୁ ପବିତ୍ର କରିବା । ମୋତେ ତ ଏଥିପାଇଁ ହିଁ ଡାକୁଛ । ତୁମେ ଜାଣିଛ ଯେ ମୁଁ ଆତ୍ମା ଶରୀର ସହିତ ହିଁ ପବିତ୍ର ଥିଲି । ବର୍ତ୍ତମାନ ସେହି ଆତ୍ମା ଶରୀର ସହିତ ପତିତ ହୋଇଯାଇଛି । ୮୪ ଜନ୍ମର ହିସାବ ରହିଛି ନା ।

ତୁମେ ଜାଣିଛ ବର୍ତ୍ତମାନ ଏହି ଦୁନିଆ କଣ୍ଟାର ଜଙ୍ଗଲ ହୋଇଯାଇଛି । ଏହି ଲକ୍ଷ୍ମୀ-ନାରାୟଣ ତ ଫୁଲ ଅଟନ୍ତି ନା । ତାଙ୍କ ଆଗରେ କଣ୍ଟାମାନେ ଯାଇ କହୁଛନ୍ତି ଆପଣ ସର୍ବଗୁଣ ସମ୍ପନ୍ନ..... ଆମେ ପାପୀ କପଟୀ ଅଟୁ । ସବୁଠାରୁ ବଡକଣ୍ଟା ହେଲା କାମ ବିକାର । ବାବା କହୁଛନ୍ତି ଏହା ଉପରେ ବିଜୟ ପ୍ରାପ୍ତ କରି ଜଗତ୍ଜିତ୍ ହୁଅ । ମନୁଷ୍ୟମାନେ କହୁଛନ୍ତି ଭଗବାନଙ୍କୁ କୌଣସି ନା କୌଣସି ରୂପରେ ଆସିବାକୁ ହେବ, ଭାଗୀରଥଙ୍କ ଶରୀରରେ ବିରାଜମାନ ହୋଇ ଆସିବାକୁ ହେବ । ପୁରୁଣା ଦୁନିଆକୁ ନୂଆ କରିବା ପାଇଁ ଭଗବାନଙ୍କୁ ଆସିବାକୁ ପଡିବ । ନୂଆ ଦୁନିଆକୁ ସତ୍ତ୍ୱପ୍ରଧାନ, ପୁରୁଣା ଦୁନିଆକୁ ତମୋପ୍ରଧାନ କୁହାଯାଏ । ଯେହେତୁ ଏହା ପୁରୁଣା ଦୁନିଆ ତେବେ ନିଶ୍ଚୟ ବାବାଙ୍କୁ ଆସିବାକୁ ହିଁ ପଡିବ । ବାବାଙ୍କୁ ହିଁ ରଚୟିତା ବୋଲି କୁହାଯାଉଛି । ତୁମକୁ କେତେ ସହଜରେ ବୁଝାଉଛନ୍ତି ତେଣୁ କେତେ ଖୁସି ହେବା ଉଚିତ୍ । ବାକି କାହାର କର୍ମ ଭୋଗର ହିସାବ-କିତାବ ଅଛି, ତାକୁ ତ ଭୋଗ କରିବାକୁ ହେବ, ଏଥିରେ ବାବା ଆଶୀର୍ବାଦ କରୁ ନାହାଁନ୍ତି । ମୋତେ ଡାକୁଛ ଯେ ବାବା ଆସି ଆମକୁ ସମ୍ପତ୍ତି ଦିଅ । ବାବାଙ୍କଠାରୁ କି ସମ୍ପତ୍ତି ପାଇବାକୁ ଚାହୁଛଁ ? ମୁକ୍ତି-ଜୀବନମୁକ୍ତିର ବର୍ସା । ମୁକ୍ତି-ଜୀବନମୁକ୍ତିର ଦାତା ହେଉଛନ୍ତି ଏକମାତ୍ର ଜ୍ଞାନର ସାଗର ବାବା ସେଥିପାଇଁ ତାଙ୍କୁ ଜ୍ଞାନଦାତା ବୋଲି କୁହାଯାଉଛି । ଭଗବାନ ଜ୍ଞାନ ଦେଇଥିଲେ କିନ୍ତୁ କେବେ ଦେଇଥିଲେ, କିଏ ଦେଇଥିଲେ, ଏକଥା କାହାକୁ ଜଣା ନାହିଁ । ଏଥିରେ ହିଁ ବହୁତ ଦ୍ୱନ୍ଦ ରହିଛି । କାହାକୁ ଜ୍ଞାନ ଦେଇଥିଲେ, ଏକଥା ମଧ୍ୟ କାହାକୁ ହେଲେ ଜଣା ନାହିଁ । ବର୍ତ୍ତମାନ ଏହି ବ୍ରହ୍ମା ବସିଛନ୍ତି ଇଏ ମଧ୍ୟ ଏବେ ଜାଣୁଛନ୍ତି ଯେ ମୁଁ ନାରାୟଣ ଥିଲି ପୁଣି ୮୪ ଜନ୍ମ ଭୋଗ କରିଲି । ଇଏ ପ୍ରଥମ ନମ୍ବରରେ ଅଛନ୍ତି । ବାବା କହୁଛନ୍ତି ମୋର ତ ଆଖି ହିଁ ଖୋଲିଗଲା । ତୁମେ ମଧ୍ୟ କହିବ ଆମର ତ ଆଖି ହିଁ ଖୋଲିଗଲା । ତୃତୀୟ ନେତ୍ର ତ ଖୋଲୁଛି ନା । ତୁମେ କହିବ ଆମକୁ ବାବାଙ୍କର, ସୃଷ୍ଟିଚକ୍ରର ସଂପୂର୍ଣ୍ଣ ଜ୍ଞାନ ମିଳିଯାଇଛି । ମୁଁ ଯିଏ, ଯେପରି, ମୋର ଆଖି ଖୋଲିଯାଇଛି । କେତେ ଆଶ୍ଚର୍ଯ୍ୟର କଥା । ପ୍ରଥମେ ମୁଁ ହେଉଛି ଆତ୍ମା ପୁଣି ନିଜକୁ ଦେହ ବୋଲି ଭାବି ବସୁଛି । ଆତ୍ମା କହୁଛି ମୁଁ ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଉଛି । ତଥାପି ମଧ୍ୟ ଆମେ ନିଜକୁ ଆତ୍ମା ଭୁଲି ଦେହ-ଅଭିମାନୀ ହୋଇଯାଉଛୁ ସେଥିପାଇଁ ଏବେ ତୁମକୁ ପ୍ରଥମେ ପ୍ରଥମେ ଏହି କଥା ବୁଝାଉଛି ଯେ ନିଜକୁ ଆତ୍ମା ବୋଲି ଭାବି ମୋତେ ମନେ ପକାଅ । ମନ ଭିତରେ ଏହି କଥା ଘୋଷି ଚାଲ ଯେ ମୁଁ ହେଉଛି ଆତ୍ମା । ନିଜକୁ ଆତ୍ମା ନ ଭାବିବା ଦ୍ୱାରା ବାବାଙ୍କୁ ଭୁଲିଯାଉଛ । ଅନୁଭବ କରୁଛ ଯେ ବାସ୍ତବରେ ଆମେ ଘଡିକୁ ଘଡି ଦେହ-ଅଭିମାନରେ ଆସିଯାଉଛୁ । ସେଥିପାଇଁ ପରିଶ୍ରମ କରିବାକୁ ହେବ । ଏଠାରେ ବସିଲେ ମଧ୍ୟ ଆତ୍ମ-ଅଭିମାନୀ ହୋଇକରି ବସ । ବାବା କହୁଛନ୍ତି ମୁଁ ତୁମକୁ ରାଜତ୍ୱ ଦେବାକୁ ଆସିଛି । ଅଧାକଳ୍ପ ତୁମେ ମୋତେ ମନେ ପକାଇଛ । କୌଣସି ବି କଥା ସମ୍ମୁଖକୁ ଆସିଲେ କୁହନ୍ତି ହେ ରାମ, କିନ୍ତୁ ଈଶ୍ୱର ଅଥବା ରାମ କିଏ, ଏକଥା କାହାକୁ ହେଲେ ଜଣା ନାହିଁ । ତୁମକୁ ସିଦ୍ଧ କରିବାକୁ ହେବ ଜ୍ଞାନର ସାଗର, ପତିତ-ପାବନ, ସମସ୍ତଙ୍କର ସଦ୍ଗତି ଦାତା, ତ୍ରିମୂର୍ତ୍ତି ପରମପିତା ପରମାତ୍ମା ଶିବ ଅଟନ୍ତି । ବ୍ରହ୍ମା-ବିଷ୍ଣୁ-ଶଙ୍କର ତିନି ଜଣଙ୍କର ଜନ୍ମ ଏକତ୍ର ହେଉଛି । କେବଳ ଶିବ ଜୟନ୍ତୀ ନୁହେଁ କିନ୍ତୁ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ଅଟେ । ଶିବଙ୍କ ଜୟନ୍ତୀ ହେଲେ ନିଶ୍ଚୟ ବ୍ରହ୍ମାଙ୍କ ଜୟନ୍ତୀ ମଧ୍ୟ ହେବ । ଶିବଙ୍କ ଜୟନ୍ତୀ ପାଳନ କରୁଛନ୍ତି କିନ୍ତୁ ବ୍ରହ୍ମା କଣ କରିଲେ । ଲୌକିକ, ପାରଲୌକିକ ଏବଂ ଇଏ ହେଉଛନ୍ତି ଅଲୌକିକ ପିତା, ଇଏ ହେଉଛନ୍ତି ପ୍ରଜାପିତା ବ୍ରହ୍ମା । ବାବା କହୁଛନ୍ତି ନୂଆ ଦୁନିଆ ପାଇଁ ଏହି ନୂଆ ଜ୍ଞାନ ବର୍ତ୍ତମାନ ତୁମକୁ ମିଳୁଛି ପୁଣି ପ୍ରାୟ ଲୋପ ହୋଇଯିବ । ଯାହାଙ୍କ ପାଖରେ ରଚୟିତା ବାବା ଏବଂ ରଚନାର ଜ୍ଞାନ ନାହିଁ ତେବେ ଅଜ୍ଞାନୀ ହେଲେ ନା । ବର୍ତ୍ତମାନ ସମସ୍ତେ ଅଜ୍ଞାନ ନିଦ୍ରାରେ ଶୋଇ ରହିଛନ୍ତି । ଜ୍ଞାନ ଦ୍ୱାରା ଦିନ, ଭକ୍ତି ଦ୍ୱାରା ରାତ୍ରି ହେଉଛି । ଶିବରାତ୍ରିର ଅର୍ଥ ମଧ୍ୟ କେହି ଜାଣି ନାହାଁନ୍ତି ସେଥିପାଇଁ ତାଙ୍କର ଛୁଟୀ ଦିନ ମଧ୍ୟ ପାଳନ କରୁନାହାଁନ୍ତି ।

ଏବେ ତୁମେ ଜାଣୁଛ ଯେ ବାବା ଆସିଛନ୍ତି ସମସ୍ତଙ୍କର ଜ୍ୟୋତି ଜାଗ୍ରତ କରିବା ପାଇଁ । ତୁମେ ଏହି ବତୀ ଜଳାଇଲେ ଭାବିବେ ଯେ ଏମାନଙ୍କର କୌଣସି ବଡ ଦିନ ଅଟେ । ତୁମେ ଏବେ ଅର୍ଥ ସହିତ ଜାଗ୍ରତ କରୁଛ । ସେମାନେ କଣ ବୁଝିବେ କି । ତୁମର ଭାଷଣ ଦ୍ୱାରା ପୂରା ବୁଝିପାରିବେ ନାହିଁ । ବର୍ତ୍ତମାନ ସାରା ବିଶ୍ୱରେ ରାବଣର ରାଜ୍ୟ ଚାଲିଛି, ଏଠାରେ ମନୁଷ୍ୟ କେତେ ଦୁଃଖୀ ଅଛନ୍ତି । ରିଦ୍ଧି-ସିଦ୍ଧି ତନ୍ତ୍ର-ମନ୍ତ୍ର ବାଲା ମଧ୍ୟ ବହୁତ ହଇରାଣ କରୁଛନ୍ତି । ଖବରକାଗଜରେ ମଧ୍ୟ ବାହାରୁଛି, ଏହାଙ୍କ ଶରୀରରେ ଅତୃପ୍ତ ଆତ୍ମା ପ୍ରବେଶ କରିଛି । ବହୁତ ଦୁଃଖ ଦେଉଛନ୍ତି । ବାବା କହୁଛନ୍ତି ଏହି କଥାରେ ତୁମର କୌଣସି ସମ୍ପର୍କ ନାହିଁ । ବାବା ସିଧା ସଳଖ କଥା କହୁଛନ୍ତି ପିଲାମାନେ, ତୁମେ ମୋତେ ମନେ ପକାଅ ତେବେ ତୁମେ ପବିତ୍ର ହୋଇଯିବ । ତୁମର ସବୁ ଦୁଃଖ ଦୂର ହୋଇଯିବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଯଥାର୍ଥ ରୂପରେ ବାବାଙ୍କୁ ମନେ ପକାଇବାର ବା ଆତ୍ମ-ଅଭିମାନୀ ହେବାର ପରିଶ୍ରମ କରିବାକୁ ହେବ, ସତ୍ୟତାର ସହିତ ନିଜର ଚାର୍ଟ ରଖିବାକୁ ପଡିବ, ଏଥିରେ ହିଁ ବହୁତ-ବହୁତ ଫାଇଦା ରହିଛି ।

(୨) ସବୁଠାରୁ ବଡ ଦୁଃଖଦାୟୀ କଣ୍ଟା ହେଉଛି କାମ ବିକାର, ଯୋଗବଳ ଦ୍ୱାରା ଏହା ଉପରେ ବିଜୟ ପ୍ରାପ୍ତ କରି ପତିତରୁ ପବିତ୍ର ହେବାକୁ ପଡିବ । ବାକି ଅନ୍ୟ କୌଣସି କଥାରେ ତୁମର ସମ୍ପର୍କ ନାହିଁ ।

ବରଦାନ:-
ବିଘ୍ନମୁକ୍ତ ଚମକଦାର ଫରିସ୍ତା ପୋଷାକ ଧାରଣ କରି ସଦା ବିଘ୍ନବିନାଶକ ହୁଅ ।

ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ସର୍ବଦା ବିଘ୍ନ ବିନାଶକ ହେବା ପାଇଁ ପ୍ରଶ୍ନବାଚକ ଚିହ୍ନକୁ ବିଦାୟ ଦେଇ ଫୁଲଷ୍ଟପ ଅର୍ଥାତ୍ ବିନ୍ଦୁ ଲଗାଇ ସର୍ବଶକ୍ତିକୁ ଫୁଲଷ୍ଟକ ଅର୍ଥାତ୍ ସମ୍ପୂର୍ଣ୍ଣ ରୂପରେ ଜମା କରିବାକୁ ହେବ । ସର୍ବଦା ବିଘ୍ନମୁକ୍ତ ଚମକଦାର ଫରିସ୍ତା ପୋଷାକ ପିନ୍ଧି ରହିବାକୁ ହେବ, ମାଟିର ପୋଷାକ ନୁହେଁ । ତା ସହିତ ସର୍ବଗୁଣର ଗହଣାରେ ସୁସଜ୍ଜିତ ହୋଇ ରହିବାକୁ ହେବ । ସର୍ବଦା ଅଷ୍ଟଶକ୍ତିର ଶସ୍ତ୍ରଧାରୀ ସମ୍ପନ୍ନ ମୂର୍ତ୍ତି ହୋଇ ରହିବାକୁ ହେବ ଏବଂ କମଳପୁଷ୍ପର ଆସନ ଉପରେ ନିଜର ଶ୍ରେଷ୍ଠ ଜୀବନ ରୂପୀ ପାଦ ରଖିବାକୁ ହେବ ।

ସ୍ଲୋଗାନ:-
ଅଭ୍ୟାସ ଉପରେ ପୂରା ପୂରା ଧ୍ୟାନ ଦିଅ ତେବେ ପ୍ରଥମ ଶ୍ରେଣୀରେ ଆସିଯିବ ।


ମାତେଶ୍ୱରୀଙ୍କ ଅମୂଲ୍ୟ ମହାବାକ୍ୟ

ଏହି ଈଶ୍ୱରୀୟ ଜ୍ଞାନ ସର୍ବ ମନୁଷ୍ୟ ଆତ୍ମାଙ୍କ ପାଇଁ ଉଦ୍ଦିଷ୍ଟ

ପ୍ରଥମେ ଆମକୁ ଗୋଟିଏ କଥା ସ୍ମୃତିରେ ରଖିବାକୁ ହେବ ଯେ ଯଦି ପରମାତ୍ମା ମନୁଷ୍ୟ ସୃଷ୍ଟିରୂପି ବୃକ୍ଷର ବୀଜ ଅଟନ୍ତି ତେବେ ସେହି ପରମାତ୍ମାଙ୍କ ଦ୍ୱାରା ଯେଉଁ ଜ୍ଞାନ ପ୍ରାପ୍ତ ହେଉଛି ତାହା ମଧ୍ୟ ସମସ୍ତ ମନୁଷ୍ୟ ଆତ୍ମାଙ୍କ ନିମନ୍ତେ ଆବଶ୍ୟକ । ସମସ୍ତ ଧର୍ମର ଆତ୍ମାମାନଙ୍କର ଏହି ଜ୍ଞାନ ନେବାର ଅଧିକାର ଅଛି । ଯଦିଓ ପ୍ରତ୍ୟେକ ଧର୍ମର ଆତ୍ମାମାନଙ୍କର ଏହି ଜ୍ଞାନ ନେବାର ଅଧିକାର ଅଛି । ଯଦିଓ ପ୍ରତ୍ୟେକ ଧର୍ମର ଜ୍ଞାନ ନିଜସ୍ୱ ଅଟେ, ପ୍ରତ୍ୟେକଙ୍କର ଧର୍ମ ଶାସ୍ତ୍ର ଭିନ୍ନ ଭିନ୍ନ, ପ୍ରତ୍ୟେକଙ୍କର ମତ ଓ ସଂସ୍କାର ଭିନ୍ନ କିନ୍ତୁ ଏହି ଜ୍ଞାନ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ । ସେମାନେ ଏହି ଜ୍ଞାନକୁ ଧାରଣ ନ କରିଲେ ମଧ୍ୟ ଆମ ରାଜବଂଶରେ ନ ଆସିଲେ ମଧ୍ୟ ପରମାତ୍ମା ସର୍ବ ଆତ୍ମାମାନଙ୍କର ପିତା ହୋଇଥିବା କାରଣରୁ ତାଙ୍କ ସହ ଯୋଗଯୁକ୍ତ ହେଲେ ପବିତ୍ର ଅବଶ୍ୟ ହୋଇପାରିବେ । ଏହି ପବିତ୍ରତା କାରଣରୁ ନିଜର ଧର୍ମରେ ଅବଶ୍ୟ ଉଚ୍ଚପଦ ପାଇବେ କାହିଁକି ନା ଯୋଗକୁ ତ ସମସ୍ତେ ସ୍ୱୀକାର କରୁଛନ୍ତି । ଅନେକ ମନୁଷ୍ୟ କୁହନ୍ତି ଆମକୁ ମୁକ୍ତି ଦରକାର କିନ୍ତୁ ଦଣ୍ଡରୁ ମୁକ୍ତ ହେବାର ଶକ୍ତି ମଧ୍ୟ ଏହି ଯୋଗ ଦ୍ୱାରା ମିଳିଥାଏ ।

ଅଜପାଜପ ଅର୍ଥାତ୍ ନିରନ୍ତର ଈଶ୍ୱରୀୟ ସ୍ମୃତି

ଯେଉଁ ଉକ୍ତି ରହିଛି ଯେ ପ୍ରତି ଶ୍ୱାସରେ ଅଜପାଜପ କରିଚାଲ ଏହାର ଅର୍ଥ କଣ ? ଅଜପାଜପ ଅର୍ଥ ପ୍ରତି ଶ୍ୱାସରେ ବୁଦ୍ଧି ଯୋଗ ନିଜର ପରମପିତା ପରମାତ୍ମାଙ୍କ ସହ ନିରନ୍ତର ସଂଯୋଗ କରିବା, ଅର୍ଥାତ୍ ପ୍ରତି ଶ୍ୱାସରେ ଈଶ୍ୱରୀୟ ସ୍ମୃତି । ଏହି ନ୍ତିରନ୍ତର ଈଶ୍ୱରୀୟ ସ୍ମୃତିକୁ ଅଜପାଜପ କୁହାଯାଇଥାଏ । ମୁଖରେ ରାମ ନାମ ଜପ କରିବା, ଅନ୍ତର୍ମନରେ ନିରନ୍ତର ମନ୍ତ୍ର ଉଚ୍ଚାରଣ କରିବା ଏହ ତ ସମ୍ଭବ ନୁହେଁ । ସାଧାରଣତଃ ଲୋକମାନେ କହିଥାଆନ୍ତି ଆମେ ମୁଖରେ ମନ୍ତ୍ର ଉଚ୍ଚାରଣ କରୁନାହୁଁ ମନରେ ଉଚ୍ଚାରଣ କରୁଛୁ ଏହା ହିଁ ଅଜପାଜପ । କିନ୍ତୁ ଏହା ଏକ ବିଚାର ଯୋଗ୍ୟ ବିଷୟ ଯେଉଁଠି ନିଜର ଶବ୍ଦ ହିଁ ଅଜପାଜପ ଯାହା ଜପି ପାର କୌଣସି ଆବଶ୍ୟକତା ନାହିଁ । ନିରନ୍ତର ତ କୌଣସି ମୂର୍ତ୍ତିକୁ ଧ୍ୟାନ କରିବା ବା ନା କୌଣସି ବସ୍ତୁକୁ ସ୍ମରଣ କରିବା ତ ସମ୍ଭବ ନୁହେଁ । ଖାଇବା ପିଇବା ବା ନିତ୍ୟ କର୍ମରେ ତ ଏସବୁ ସମ୍ଭବ ନୁହେଁ । କିନ୍ତୁ ଈଶ୍ୱରୀୟ ସ୍ମୃତି ନିରନ୍ତର ରହିପାରିବ କାରଣ ଏହା ବହୁତ ସହଜ । ଯେପରି ସନ୍ତାନ ନିଜର ପିତାଙ୍କୁ ମନେ ପକାଇବା ପାଇଁ କୌଣସି ଫଟୋ ଚିତ୍ରର ଆବଶ୍ୟକତା ନାହିଁ । କିନ୍ତୁ ସ୍ମୃତି ଆସିବା କ୍ଷଣି କାୟ ମନୋବାକ୍ୟରେ ପିତାଙ୍କର ସମସ୍ତ ଆଚାର ବିଚାର, ବ୍ୟବହାର ଗୁଣ କର୍ତ୍ତବ୍ୟ ମନେ ପଡିଯାଇଥାଏ । ସେହି କଥା ସ୍ମୃତିରେ ଆସିବା ଦ୍ୱାରା ସନ୍ତାନ ମଧ୍ୟରେ, ସେହିଭଳି ଗୁଣ କର୍ତ୍ତବ୍ୟ ଆସିଯାଇଥାଏ । ତେଣୁ ତାଦ୍ୱାରା ପିତାଙ୍କୁ ପ୍ରତ୍ୟକ୍ଷ କରିବା । ସମ୍ଭବ ହୋଇଥାଏ । ସେହିଭଳି ଅର୍ନ୍ତମନରୁ ନିଜର କଥା ସମସ୍ତଙ୍କର ସ୍ମୃତିକୁ ଭୁଲି, ଏକ ସତ୍ୟ ପାରଲୌକିକ ପରମପିତା ପରମାତ୍ମାଙ୍କର ସ୍ମୃତିରେ ରହିବାର ଅଛି । ଖାଇବା ପିଇବା, ଶୋଇବା, ବସିବା-ଉଠିବା ସମୟରେ ନିରନ୍ତର ସ୍ମୃତିରେ ରହିବା ସମ୍ଭବ । ସେହି ସ୍ମୃତି ଦ୍ୱାରା ହିଁ କର୍ମାତୀତ ହେଉଛେ । ତେଣୁ ଏହି ସ୍ୱତଃ ପ୍ରବୃତ୍ତ ସ୍ୱାଭାବିକ ସ୍ମୃତିକୁ ହିଁ ଅଜପାଜପ କୁହାଯାଇଥାଏ । ଆଚ୍ଛା ! ଓମ୍ ଶାନ୍ତି ।