07.10.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଖରାପ କଥା ଶୁଣ ନାହିଁ, କେବଳ ବାବାଙ୍କ ଠାରୁ ହିଁ ଶୁଣିବାକୁ ହେବ, ଗୃହସ୍ଥ ବ୍ୟବହାରରେ ରହି ପଦ୍ମଫୁଲ ସଦୃଶ ରହିବାକୁ ହେବ ।

ପ୍ରଶ୍ନ:-
କେଉଁ ଖେଳକୁ ଯଥାର୍ଥ ଭାବରେ ଜାଣିଥିବା ପିଲାମାନେ କେବେ ବି ଦ୍ୱନ୍ଦରେ ପଡିବେ ନାହିଁ?

ଉତ୍ତର:-
ଦୁଃଖ ଏବଂ ସୁଖ, ଭକ୍ତି ଏବଂ ଜ୍ଞାନର ଯେଉଁ ଖେଳ ଚାଲିଛି, ଏହାକୁ ଯଥାର୍ଥ ଭାବରେ ଜାଣିଥିବା ପିଲାମାନେ କେବେ ହେଲେ ଦ୍ୱନ୍ଦରେ ପଡିନଥାନ୍ତି । ତୁମେ ଜାଣିଛ ଭଗବାନ କାହାକୁ ଦୁଃଖ ଦେଇନଥାନ୍ତି, ସେ ହେଉଛନ୍ତି ଦୁଃଖହର୍ତ୍ତା-ସୁଖକର୍ତ୍ତା । ଯେତେବେଳେ ସମସ୍ତେ ଦୁଃଖୀ ହୋଇଯାଉଛନ୍ତି, ସେତେବେଳେ ଦୁଃଖରୁ ମୁକ୍ତ କରିବା ପାଇଁ ହିଁ ସେ ଆସୁଛନ୍ତି ।

ଗୀତ:-
ୟହ କୌନ ଆଜ ଆୟା ସବେରେ-ସବେରେ.....

ଓମ୍ ଶାନ୍ତି ।
ପିଲାମାନେ କଣ ଶୁଣିଲେ? ଭକ୍ତିର ଗୀତ । ଭକ୍ତିକୁ ଇଂରାଜୀରେ ଫିଲୋସୋଫି କୁହାଯାଏ । ଉପାଧି ମିଳିଥାଏ ଡକ୍ଟର ଅଫ୍ ଫିଲୋସୋଫି । ଭକ୍ତି ତ ଛୋଟ ବଡ ମନୁଷ୍ୟ ସବୁ ଜାଣିଛନ୍ତି । କାହାକୁ ବି ପଚାର ଈଶ୍ୱର କେଉଁଠାରେ ରହୁଛନ୍ତି, ତେବେ କହିଦେବେ ସର୍ବବ୍ୟାପି ଅଟନ୍ତି । ଏହା ବି ଫିଲୋସୋଫି ହେଲା ନା । ଶାସ୍ତ୍ରର କୌଣସି ବି କଥା ବାବା ଶୁଣାଉ ନାହାଁନ୍ତି । କୌଣସି ବି ଭକ୍ତକୁ ଜ୍ଞାନ ସାଗର କୁହାଯିବ ନାହିଁ । ନା ତାଙ୍କ ପାଖରେ ଜ୍ଞାନ ଅଛି, ନା ସିଏ ଜ୍ଞାନ ସାଗରଙ୍କ ସନ୍ତାନ ଅଟନ୍ତି । ଜ୍ଞାନ ସାଗର ବାବାଙ୍କୁ କେହି ଜାଣିନାହାଁନ୍ତି । ନା ସେମାନେ ନିଜକୁ ବାବାଙ୍କର ସନ୍ତାନ ବୋଲି ଭାବିଥାନ୍ତି । ସେମାନେ ସମସ୍ତେ ଭକ୍ତି କରିଥାନ୍ତି ଭଗବାନଙ୍କ ସହିତ ମିଶିବା ପାଇଁ । କିନ୍ତୁ ସେମାନେ ଭଗବାନଙ୍କୁ ଜାଣିନାହାଁନ୍ତି ତେବେ ଭକ୍ତିରୁ କଣ ଲାଭ ହେବ । ଅନେକଙ୍କୁ ଏହି ଉପାଧି ମିଳୁଥିବ ଡକ୍ଟର ଅଫ୍ ଫିଲୋସୋଫି, କିନ୍ତୁ ସେମାନଙ୍କ ବୁଦ୍ଧିରେ ତ ଗୋଟିଏ କଥା ହିଁ ରହିଛି ଯେ ଈଶ୍ୱର ସର୍ବବ୍ୟାପୀ ଅଟନ୍ତି । ଏହାକୁ ଫିଲୋସୋଫି ଭାବୁଛନ୍ତି, ଏଥିରେ ହିଁ ତଳକୁ ଖସି ଆସିଛନ୍ତି, ଏହାକୁ କୁହାଯାଏ ଧର୍ମଗ୍ଲାନି । ଆମେ କୌଣସି ବି ମନୁଷ୍ୟମାନଙ୍କ ସହିତ ଶାସ୍ତ୍ରର ବାଦ-ବିବାଦ କରିପାରିବା ନାହିଁ । ଆମେ କୌଣସି ମନୁଷ୍ୟଠାରୁ ପାଠ ପଢିନାହୁଁ ଅନ୍ୟ ସବୁ ମନୁଷ୍ୟ, ମନୁଷ୍ୟ ଦ୍ୱାରା ପାଠ ପଢିଥାନ୍ତି । ବେଦ ଶାସ୍ତ୍ର ଆଦି ସବୁ ମନୁଷ୍ୟମାନଙ୍କଠାରୁ ହିଁ ପଢିଥାନ୍ତି । ଏହି ଶାସ୍ତ୍ର ମଧ୍ୟ ମନୁଷ୍ୟମାନେ ହିଁ ତିଆରି କରିଛନ୍ତି । ତୁମକୁ ତ ଏହି ଜ୍ଞାନ ଶୁଣାଇଲାବାଲା ହେଉଛନ୍ତି ଏକମାତ୍ର ରୁହାନୀ ବାବା । ସିଏ ଥରେ ମାତ୍ର ଆସି ବୁଝାଉଛନ୍ତି । ଏବେ ଆମକୁ କୌଣସି ମନୁଷ୍ୟଠାରୁ କିଛି ବି ଶିଖିବାର ନାହିଁ । ତୁମମାନଙ୍କୁ ଏବେ ଆଧ୍ୟାତ୍ମିକ ପିତାଙ୍କଠାରୁ ହିଁ ଶୁଣିବାକୁ ହେବ । ଶୁଣିଲାବାଲା ହେଉଛନ୍ତି ରୁହାନୀ ପିଲାମାନେ, ଯେଉଁମାନେ କି ଆତ୍ମା ଅଟନ୍ତି । ସେମାନେ ସବୁ ମନୁଷ୍ୟ ମନୁଷ୍ୟକୁ ଶୁଣାଉଛନ୍ତି । ଏହା ହେଉଛି ରୁହାନୀ ବାବାଙ୍କର ଜ୍ଞାନ । ତାହା ହେଉଛି ମନୁଷ୍ୟମାନଙ୍କର ଜ୍ଞାନ । ଏହି ସାକାର ବାବା ବି ମନୁଷ୍ୟ ଅଟନ୍ତି ନା । କୁହ, ରୁହାନୀ ବାବା ଏହାଙ୍କ ଦ୍ୱାରା ଆମକୁ ଜ୍ଞାନ ଶୁଣାଉଛନ୍ତି । ଆମେ ଆତ୍ମାମାନେ ତାଙ୍କଠାରୁ ଶୁଣୁଛୁ । ଆମେ ଆତ୍ମା ପୁଣି ଶରୀର ଦ୍ୱାରା ଅନ୍ୟମାନଙ୍କୁ ଶୁଣାଉଛୁ । ଏହା ହେଉଛି ରୁହାନୀ ଜ୍ଞାନ । ବାକି ସବୁ ହେଉଛି ଶାରୀରିକ ଜ୍ଞାନ । ଭକ୍ତିରେ ଶରୀରର ପୂଜା କରିଥାନ୍ତି । ବାବା କହୁଛନ୍ତି - ତୁମେମାନେ ନିଜକୁ ମନୁଷ୍ୟ ଅଥବା ଭକ୍ତ ବୋଲି ଭାବ ନାହିଁ । ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ । ତୁମେ ଆତ୍ମାମାନେ ଭାଇ-ଭାଇ ଅଟ, ଗାୟନ ମଧ୍ୟ ରହିଛି ଆତ୍ମା-ପରମାତ୍ମା ଅଲଗା ରହିଲେ ବହୁକାଳ.... ତେବେ ଆମକୁ କୌଣସି ବି ମନୁଷ୍ୟଠାରୁ ଜ୍ଞାନ ଶୁଣିବାର ନାହିଁ । କେହି ପ୍ରଶ୍ନ ପଚାରିଲେ ତେବେ କୁହ - ଆମ ପାଖରେ କୌଣସି ଶାସ୍ତ୍ରର ଜ୍ଞାନ ନାହିଁ । ଆମେ ତାକୁ ଫିଲୋସୋଫି କହୁଛୁ ଅର୍ଥାତ୍ ଭକ୍ତିମାର୍ଗର ଜ୍ଞାନ ଅଟେ । ସଦ୍‌ଗତି ଦେବାର ଜ୍ଞାନ କେବଳ ଏକମାତ୍ର ବାବା ହିଁ ଦେଉଛନ୍ତି । ସମସ୍ତଙ୍କର ସଦ୍‌ଗତି ଦାତା ଜଣେ ବୋଲି ହିଁ ଗାୟନ ରହିଛି । ତେଣୁ ତୁମ ପିଲାମାନଙ୍କୁ କାହା ସହିତ ଯୁକ୍ତିତର୍କ କରିବାର ନାହିଁ ।

ବାବା କହୁଛନ୍ତି ଜ୍ଞାନର ଅଥରିଟୀ, ଜ୍ଞାନର ସାଗର ମୁଁ ଅଟେ । ମୁଁ ତୁମମାନଙ୍କୁ କୌଣସି ଶାସ୍ତ୍ର ଆଦି ଶୁଣାଉ ନାହିଁ । ଆମର ଏହା ରୁହାନୀ ଜ୍ଞାନ ଅଟେ । ବାକି ସବୁ ହେଉଛି ଭୌତିକ ଜ୍ଞାନ । ସତସଙ୍ଗ ଆଦି ସବୁ ଭକ୍ତିମାର୍ଗ ପାଇଁ । ଏକଥା ରୁହାନୀ ବାବା ଆତ୍ମାମାନଙ୍କୁ ବୁଝାଉଛନ୍ତି ସେଥିପାଇଁ ଦେହୀ-ଅଭିମାନୀ ହେବା ପାଇଁ ପିଲାମାନଙ୍କୁ ପରିଶ୍ରମ କରିବାକୁ ପଡୁଛି । ଆମେ ଆତ୍ମାମାନେ ବାବାଙ୍କଠାରୁ ବର୍ସା ନେଉଛୁ । ବାବାଙ୍କର ସନ୍ତାନ ନିଶ୍ଚିତ ବାବାଙ୍କର ହିଁ ସିଂହାସନର ଉତ୍ତରାଧିକାରୀ ହେବେ ନା । ଲକ୍ଷ୍ମୀ-ନାରାୟଣ ମଧ୍ୟ ଦେହଧାରୀ ଅଟନ୍ତି । ସେମାନଙ୍କ ସନ୍ତାନମାନେ ଶାରୀରିକ ପିତାଙ୍କଠାରୁ ସମ୍ପତ୍ତି ପାଉଛନ୍ତି । ଏହି କଥା ହିଁ ଅଲଗା ଅଟେ । ସତ୍ୟଯୁଗରେ ମଧ୍ୟ ଶାରୀରିକ କଥା ହୋଇଥାଏ । ସେଠାରେ ଏହି କଥା କହିବେ ନାହିଁ ଯେ ରୁହାନୀ ବାବାଙ୍କଠାରୁ ବର୍ସା ମିଳୁଛି । ବର୍ତ୍ତମାନ ଦେହ-ଅଭିମାନକୁ ତ୍ୟାଗ କରିବାକୁ ହେବ । ଆମେ ଆତ୍ମା ଅଟୁ ଏବଂ ଆମକୁ ବାବାଙ୍କୁ ସ୍ମରଣ କରିବାକୁ ହେବ । ଏହି ଭାରତର ପ୍ରାଚୀନ ଯୋଗର ଗାୟନ ରହିଛି । ୟାଦ ହିନ୍ଦୀ ଶବ୍ଦ ଅଟେ । ତେବେ ଏହି ଜ୍ଞାନ ତୁମକୁ ଏବେ କିଏ ଦେଉଛନ୍ତି? ଏକଥା କେହି ମନୁଷ୍ୟ ଜାଣିନାହାଁନ୍ତି । ଜନ୍ମ-ଜନ୍ମାନ୍ତର ମନୁଷ୍ୟ, ମନୁଷ୍ୟ ସହିତ କଥା ହୋଇ ଆସିଛନ୍ତି । ଏବେ ରୁହାନୀ ବାବା ରୁହାନୀ ପିଲାମାନଙ୍କ ସହିତ କଥା ହେଉଛନ୍ତି । ରୁହାନୀ ବାବା ହିଁ ଏହି ଜ୍ଞାନ ଶୁଣାଉଛନ୍ତି ସେଥିପାଇଁ ଏହାକୁ ରୁହାନୀ ଆଧ୍ୟାତ୍ମିକ ଜ୍ଞାନ କୁହାଯାଏ । ଗୀତାକୁ ମଧ୍ୟ ସେମାନେ ଆଧ୍ୟାତ୍ମିକ ଜ୍ଞାନ ବୋଲି ବୁଝିଥାନ୍ତି, କିନ୍ତୁ ସେଥିରେ ଦେହଧାରୀ କୃଷ୍ଣଙ୍କର ନାମ ଲେଖି ଦେଇଛନ୍ତି । ବାବା କହୁଛନ୍ତି କୌଣସି ବି ମନୁଷ୍ୟ ପାଖରେ ଏହି ଜ୍ଞାନ ନଥିବ । ଯଦି କେବେ ବି କେହି ତୁମ ସହିତ ତର୍କ କରୁଛନ୍ତି ତେବେ ତାଙ୍କୁ କୁହ, ଏହା ହେଉଛି ତୁମର ଭକ୍ତିର ଜ୍ଞାନ । ମନୁଷ୍ୟମାନଙ୍କ ଦ୍ୱାରା ରଚନା କରାଯାଇଥିବା ଶାସ୍ତ୍ରର ଜ୍ଞାନ । ସତ୍ୟ ଜ୍ଞାନ ତ ଏକମାତ୍ର ଜ୍ଞାନର ସାଗର ବାବାଙ୍କ ପାଖରେ ହିଁ ରହିଛି, ସିଏ ନିଜେ ଏହି ଜ୍ଞାନ ଦେଉଛନ୍ତି । ତାଙ୍କୁ ପରମପିତା ବୋଲି କହୁଛନ୍ତି । ପୂଜା ମଧ୍ୟ ସେହି ନିରାକାରଙ୍କର ହିଁ ହେଉଛି । ଯଦି ଅନ୍ୟ କେଉଁ ନିରାକାରୀ ମାନଙ୍କର ପୂଜା ହେଉଛି ତେବେ ସେମାନେ ମଧ୍ୟ ତାଙ୍କର ସନ୍ତାନ ହିଁ ଅଟନ୍ତି । ମାଟିର ଶାଳଗ୍ରାମ ତିଆରି କରି ପୂଜା କରୁଛନ୍ତି । ରୁଦ୍ର ଯଜ୍ଞ ରଚନା କରୁଛନ୍ତି । ତୁମେମାନେ ଜାଣିଛ ଯେ ସେହି ପରମପିତା ପରମାତ୍ମା ନିରାକାରୀ ଦୁନିଆରେ ରହିଥାନ୍ତି । ଆମେ ଆତ୍ମାମାନେ ମଧ୍ୟ ସେଠାରେ ରହିଥାଉ । ସେହି ଜ୍ଞାନର ସାଗର ଆସି ସମସ୍ତଙ୍କୁ ଜ୍ଞାନ ଶୁଣାଇ ସଦ୍‌ଗତି କରୁଛନ୍ତି । ସିଏ ହେଉଛନ୍ତି ଉର୍ଦ୍ଧ୍ୱରୁ ଉର୍ଦ୍ଧ୍ୱରେ ରହିଲାବାଲା ପରମପିତା ପରମାତ୍ମା । ସବୁ ଆତ୍ମା ଭାଇମାନଙ୍କୁ ଅଭିନୟ ମିଳିଛି, ଯେଉଁମାନେ ପୁଣି ଶରୀର ଧାରଣ କରି ଭାଇ ଭଉଣୀ ହେଉଛନ୍ତି । ବାକି ଆତ୍ମାମାନେ ଜଣେ ପିତାଙ୍କର ସନ୍ତାନ ଅଟନ୍ତି । ଆତ୍ମା ଯେବେ ଶରୀର ଧାରଣ କରିଥାଏ ତେବେ ସ୍ୱର୍ଗରେ ସୁଖ, ନର୍କରେ ଦୁଃଖ ପାଇଥାଏ । ଏହା କାହିଁକି ହୋଇଥାଏ? ବୁଝାଯାଉଛି - ଜ୍ଞାନ ଏବଂ ଭକ୍ତି । ତାହା ହେଉଛି ଦିନ, ଏହା ହେଉଛି ରାତି । ଜ୍ଞାନ ଦ୍ୱାରା ସୁଖ, ଭକ୍ତି ଦ୍ୱାରା ଦୁଃଖ ମିଳିଥାଏ, ଏହିପରି ଖେଳ ତିଆରି ହୋଇଛି । ଏହିପରି ନୁହେଁ ଯେ ଦୁଃଖ ସୁଖ ସବୁ ଭଗବାନ ହିଁ ରଚନା କରୁଛନ୍ତି । ଭଗବାନଙ୍କୁ ସେତେବେଳେ ହିଁ ଡାକିଥାନ୍ତି ଯେବେ ଦୁଃଖୀ ହୋଇଥାନ୍ତି । ଭାବିଥାନ୍ତି ଯେ ସିଏ ସୁଖ ଦେଲାବାଲା ଅଟନ୍ତି । ଯେବେ ସୁଖର ସମୟ ଶେଷ ହୋଇଥାଏ ପୁଣି ରାବଣ ୫ ବିକାର ଯୋଗୁଁ ଦୁଃଖ ଆରମ୍ଭ ହୋଇଥାଏ । ଏହା ହିଁ ଖେଳ ଅଟେ, ଯାହାକୁ ଯଥାର୍ଥ ରୀତିରେ ବୁଝିବାକୁ ହେବ । ଏହାକୁ ହିଁ ରୁହାନୀ ଜ୍ଞାନ କୁହାଯାଉଛି । ବାକି ସବୁ ଭୌତିକ ଜ୍ଞାନ, ତାକୁ ଆମେ ଶୁଣିବାକୁ ଚାହୁଁନାହୁଁ । ଆମକୁ ହୁକୁମ୍ ମିଳିଛି - କେବଳ ନିରାକାର ବାବାଙ୍କଠାରୁ ହିଁ ଶୁଣ । ବାବା କହୁଛନ୍ତି - ଖରାପ କଥା ଶୁଣ ନାହିଁ..... ଆମେ ଏକମାତ୍ର ଭଗବାନଙ୍କଠାରୁ ଶୁଣୁଛୁ । ତୁମେ ମନୁଷ୍ୟମାନଙ୍କଠାରୁ ଶୁଣୁଛ । ଏଥିରେ ରାତି-ଦିନର ଫରକ ରହିଛି । ବଡ-ବଡ ବିଦ୍ୱାନମାନେ ଶାସ୍ତ୍ର ଆଦି ପଢିଥାନ୍ତି । ଶାସ୍ତ୍ର ତ ମୁଁ ମଧ୍ୟ ବହୁତ ପଢିଛି । ଏବେ ଭଗବାନ କହୁଛନ୍ତି ତୁମେ ଗୁରୁ ବହୁତ କରିଛ, ଏବେ ସେମାନଙ୍କୁ ଛାଡ, ମୁଁ ଯାହା ଶୁଣାଉଛି ତାହା ଶୁଣ । ଭଗବାନ ହେଉଛନ୍ତି ନିରାକାର । ତାଙ୍କର ନାମ ହେଉଛି ଶିବ । ଏବେ ଆମେ ତାଙ୍କଠାରୁ ଶୁଣୁଛୁ । ବାବା ନିଜେ ନିଜର ପରିଚୟ ଏବଂ ନିଜ ରଚନାର ଆଦି ମଧ୍ୟ ଅନ୍ତର ପରିଚୟ ଦେଉଛନ୍ତି । ପୁଣି ଆମେ ଆପଣଙ୍କଠାରୁ ଶାସ୍ତ୍ର ଆଦିର କଥା ଶୁଣିବୁ କାହିଁକି! ଆମେ ଆପଣଙ୍କୁ ରୁହାନୀ ଜ୍ଞାନ ଶୁଣାଉଛୁ । ଶୁଣିବାର ଅଛି ତ ଶୁଣ । ଏଥିରେ ଦ୍ୱନ୍ଦରେ ପଡିବାର ତ କୌଣସି କଥା ହିଁ ନାହିଁ । ସାରା ଦୁନିଆ ଗୋଟିଏ ପଟେ ରହିଛି ଏବଂ ତୁମର ସଂଖ୍ୟା କେତେ କମ୍ । ବାବା ଏବେ କହୁଛନ୍ତି ମୋତେ ମନେ ପକାଅ ତେବେ ତୁମ ଉପରେ ଯେଉଁ ପାପର ବୋଝ ରହିଛି ତାହା ଓହ୍ଲାଇଯିବ ଏବଂ ତୁମେ ପବିତ୍ର ହୋଇଯିବ । ଯେଉଁମାନେ ପବିତ୍ର ହେବେ ସେମାନେ ପବିତ୍ର ଦୁନିଆର ମାଲିକ ହେବେ । ଏବେ ପୁରୁଣା ଦୁନିଆ ବଦଳିବାର ଅଛି । କଳିଯୁଗ ପରେ ସତ୍ୟଯୁଗ ଆସିବ । ସତ୍ୟଯୁଗ ହେଲା ପବିତ୍ର ଦୁନିଆ । କଳିଯୁଗରେ ହିଁ ମୋତେ ଡାକୁଛନ୍ତି ଯେ ଆସି ପବିତ୍ର ଦୁନିଆ ତିଆରି କର । ତେଣୁ ମୁଁ ଏବେ ଆସିଛି, ମୋତେ ମନେ ପକାଅ । ଏବେ ଦୁନିଆ ବଦଳୁଛି । ଏହା ଅନ୍ତିମ ଜନ୍ମ ଅଟେ । ଏହି ପୁରୁଣା ଦୁନିଆରେ ଆସୁରୀ ରାଜ୍ୟ ସମାପ୍ତ ହୋଇ ରାମରାଜ୍ୟ ସ୍ଥାପନ ହେଉଛି ସେଥିପାଇଁ ଏବେ ଏହି ଅନ୍ତିମ ଜନ୍ମ ଗୃହସ୍ଥ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ପବିତ୍ର ହୁଅ । ଏହା ବିଷୟ ସାଗର ଅଟେ ନା । ପଦ୍ମ ଫୁଲ ପାଣି ଉପରେ ରହିଥାଏ । ତେଣୁ ଏବେ ତୁମେମାନେ ଗୃହସ୍ଥ ବ୍ୟବହାରରେ ରହି ପଦ୍ମ ଫୁଲ ସମାନ ପବିତ୍ର ହୁଅ । ତୁମେମାନେ ଜାଣିଛ ଯେ ଆମେ ରାଜତ୍ୱ ସ୍ଥାପନ କରୁଛୁ । ଏବେ ସାରା ଦୁନିଆ ବଦଳିଯିବ । ଧର୍ମସ୍ଥାପକମାନେ କେବଳ ନିଜ-ନିଜର ଧର୍ମ ସ୍ଥାପନ କରିଥାନ୍ତି । ପ୍ରଥମେ ସେମାନେ ପବିତ୍ର ହୋଇଥାନ୍ତି ପୁଣି ପତିତ ହୋଇଥାନ୍ତି । ସତଗୁରୁ ତ ଏକମାତ୍ର ହିଁ ସଦ୍‌ଗତି ଦାତା ଅଟନ୍ତି । ମନୁଷ୍ୟମାନେ ସେତେବେଳେ ଗୁରୁ କରିଥାନ୍ତି ଯେତେବେଳେ ସଦ୍‌ଗତିରେ ଯିବାକୁ ଚାହିଁଥାନ୍ତି । ଯେବେ ପାପ ବହୁତ ହୋଇଥାଏ ତେବେ ରୁହାନୀ ବାବା ଜ୍ଞାନ ଶୁଣାଇଥାନ୍ତି । ଭକ୍ତିର ଫଳ ସ୍ୱରୂପ ଜ୍ଞାନ ତୁମକୁ ଭଗବାନଙ୍କଠାରୁ ମିଳିଥାଏ । ଭଗବାନ କୌଣସି ଭକ୍ତି ଶିଖାଇ ନାହାଁନ୍ତି । ସିଏ ତ ଜ୍ଞାନ ଦେଉଛନ୍ତି । କହୁଛନ୍ତି ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହେବ ଏବଂ ପବିତ୍ର ହେବାର ଆଉ କିଛି ରାସ୍ତା ନାହିଁ । ନୂଆ ଦୁନିଆରେ ସମସ୍ତେ ସ୍ୱର୍ଗବାସୀ ଥିଲେ । ଏବେ ପୁରୁଣା ଦୁନିଆରେ ସମସ୍ତେ ନର୍କବାସୀ ହୋଇଯାଇଛନ୍ତି ସେଥିପାଇଁ ବାବା କହୁଛନ୍ତି ମୁଁ ସମସ୍ତଙ୍କର ଉଦ୍ଧାର କରିବାକୁ ଆସିଛି । ମୁଁ ହିଁ ଆସି ତୁମମାନଙ୍କୁ ରୁହାନୀ ଜ୍ଞାନ ଦେଉଛି । ବାବା ନିଜର ପରିଚୟ ଦେଉଛନ୍ତି । ମୁଁ ତୁମମାନଙ୍କର ପିତା ଅଟେ । ବର୍ତ୍ତମାନ ଏହା ହେଉଛି ନର୍କ । ନୂଆ ଦୁନିଆକୁ ସ୍ୱର୍ଗ କୁହାଯାଏ । ଏପରି କିଭଳି କହିବା ଯେ ଏହିଠାରେ ହିଁ ସ୍ୱର୍ଗ ନର୍କ ରହିଛି, ଯାହାଙ୍କ ପାଖରେ ବହୁତ ଧନ ଅଛି ସିଏ ସ୍ୱର୍ଗରେ ଅଛନ୍ତି । ସ୍ୱର୍ଗ ତ ନୂଆ ଦୁନିଆରେ ହୋଇଥାଏ । ଏଠାରେ ସ୍ୱର୍ଗ କେଉଁଠୁ ଆସିବ ସେଥିପାଇଁ ଆମେ କୌଣସି ମନୁଷ୍ୟମାନଙ୍କର କଥା ଶୁଣିନଥାଉ । ବାବା କହୁଛନ୍ତି ଯଦି ତୁମକୁ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାର ଅଛି ତେବେ ମୋତେ ମନେ ପକାଅ । ସାରା ଦିନ ତୁମମାନଙ୍କ ବୁଦ୍ଧିରେ ଏହି ଜ୍ଞାନ ରହିବା ଦରକାର । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏକମାତ୍ର ବାବାଙ୍କ ଠାରୁ ହିଁ ଆତ୍ମିକ ଜ୍ଞାନ ଶୁଣିବାର ଅଛି । କାହା ସହିତ ଅନ୍ୟ କୌଣସି କଥାର ବାଦ-ବିବାଦ ଅର୍ଥାତ୍ ଯୁକ୍ତିତର୍କ କରିବାର ନାହିଁ ।

(୨) ଦେହୀ-ଅଭିମାନୀ ହେବାର ମେହନତ କରିବାକୁ ହେବ । ସତ୍ତ୍ୱପ୍ରଧାନ ହେବା ପାଇଁ ଏକମାତ୍ର ବାବାଙ୍କ ସ୍ମୃତିରେ ହିଁ ରହିବାକୁ ହେବ ।

ବରଦାନ:-
ବାବାଙ୍କର ହାତ ଏବଂ ସଂଗର ସ୍ମୃତି ଦ୍ୱାରା ମୁଶକିଲ୍‌କୁ ସହଜ କରୁଥିବା ଚିନ୍ତାଶୂନ୍ୟ ବା ନିଶ୍ଚିନ୍ତ ହୁଅ ।

ଯେପରି କାହାର ହାତ ଯଦି କୌଣସି ବଡ ଲୋକ ଅର୍ଥାତ୍ ଶକ୍ତିଶାଳୀ ଲୋକ ହାତରେ ରହିଥିବ ତେବେ ତାର ସ୍ଥିତି ନିଶ୍ଚିନ୍ତ ରହିଥାଏ । ସେହିଭଳି ପ୍ରତ୍ୟେକ କର୍ମରେ ଏହା ହିଁ ଚିନ୍ତା କରିବା ଦରକାର ଯେ ବାପଦାଦା ମୋ ସାଥୀରେ ଅଛନ୍ତି ଏବଂ ମୋର ଏହି ଅଲୌକିକ ଜୀବନ ରୂପୀ ହାତ ତାଙ୍କ ହାତରେ ଅଛି ଅର୍ଥାତ୍ ମୋ ଜୀବନ ତାଙ୍କୁ ସମର୍ପିତ ଅଟେ, ତେବେ ସବୁ ଦାୟିତ୍ୱ ତାଙ୍କର ହିଁ ଅଟେ । ତେଣୁ ସବୁ ବୋଝ ବାବାଙ୍କ ଉପରେ ରଖି ନିଜକୁ ହାଲୁକା କରିଦିଅ । ବୋଝ ଉତାରିବାର ବା ମୁଶକିଲ୍‌କୁ ସହଜ କରିବାର ଆଧାର ହେଲା - ବାବାଙ୍କର ହାତ ଏବଂ ସଂଗ |

ସ୍ଲୋଗାନ:-
ଯଦି ପୁରୁଷାର୍ଥରେ ସତ୍ୟତା ଥିବ ତେବେ ବାପଦାଦାଙ୍କର ଏକ୍ସଟ୍ରା ଅର୍ଥାତ୍ ଅତିରିକ୍ତ ସହଯୋଗ ଅନୁଭବ କରିବ ।


ମାତେଶ୍ୱରୀଜୀଙ୍କର ଅମୂଲ୍ୟ ମହାବାକ୍ୟ
(୧) ଜୀବନର ଆଧାର ହେଉଛି ଜ୍ଞାନ, ଯୋଗ ଏବଂ ଦୈବୀଗୁଣ

ଆମର ପୂର୍ଣ୍ଣ ବିଶ୍ୱାସ ଅଛି ଯେ - ପରମପିତା ପରମାତ୍ମାଙ୍କ ଦ୍ୱାରା ଆମକୁ ଜ୍ଞାନ ପ୍ରାପ୍ତ ହେଉଛି । ଏହି ଜ୍ଞାନ ମାର୍ଗରେ ମୁଖ୍ୟତଃ ୩ଟି ବିଷୟକୁ ନେଇ ପୁରା ପୁରୁଷାର୍ଥ କରିବାର ଅଛି । ପ୍ରଥମତଃ ଯୋଗ ଅର୍ଥାତ୍ ନିରନ୍ତର ଈଶ୍ୱରୀୟ ସ୍ମୃତି ଯାହା ଦ୍ୱାରା ବିକର୍ମର ବିନାଶ ହୋଇଥାଏ । ଦ୍ୱିତୀୟତଃ ଯାହା ଦ୍ୱାରା ସମସ୍ତ ବ୍ରହ୍ମାଣ୍ଡ ଓ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ପ୍ରାପ୍ତ ହୋଇଥାଏ । ଏହି ଜ୍ଞାନ ଆଧାରରେ ଆମ ଜୀବନରେ ପ୍ରତ୍ୟକ୍ଷ ରୂପେ ପରିବର୍ତ୍ତନ ଆସିପାରିବ ଏବଂ ଆମେ ଉତ୍ତମ ଭବିଷ୍ୟ ଗଢି ପାରିବା । ତୃତୀୟ କଥା - ଯୋଗ୍ୟତା - ତେଣୁ ଆମକୁ ସର୍ବଗୁଣ ସମ୍ପନ୍ନ । ୧୬ କଳା ସଂପୂର୍ଣ୍ଣ ଅବଶ୍ୟ ହେବାକୁ ପଡିବ । ତେବେ ହିଁ ଆମେ ଦେବତା ହୋଇପାରିବା । ତେଣୁ ନିଜେ ନିଜେ ଚାଲିବା ବୁଲିବା ଖାଇବା ପିଇବା ସମୟରେ ମଧ୍ୟ ଏହି ବିଷୟରେ ଧ୍ୟାନ ରଖିବା ଜରୁରୀ । ଏହି ଗୋଟିଏ ଜନ୍ମରେ ହିଁ ଜ୍ଞାନବଳ, ଯୋଗବଳ ଏବଂ ଦୈବୀଗୁଣର ଧାରଣା କରାଯାଇଥାଏ । ତିନୋଟିଯାକ କଥା ପରସ୍ପର ପରିପୂରକ । ଜ୍ଞାନ ବିନା ଯୋଗ ଲାଗିବ ନାହିଁ ଏବଂ ଯୋଗ ବିନା ଦୈବୀଗୁଣର ଧାରଣା ହୋଇପାରିବ ନାହିଁ । ଏହି ତିନୋଟି ବିଷୟ ଉପରେ ସାରା ଜୀବନ ଆଧାରିତ ହେଲେ ହିଁ ବିକର୍ମ ବିନାଶ ହୋଇ ଶ୍ରେଷ୍ଠ କର୍ମ ହୋଇପାରିବ । ଏହାକୁ ହିଁ ଈଶ୍ୱରୀୟ ଜୀବନ କୁହାଯାଏ ।

(୨) ଭାରତର ପ୍ରାଚୀନ ଯୋଗ ପରମାତ୍ମାଙ୍କ ଦ୍ୱାରା ଶିକ୍ଷା ଦିଆଯାଇଛି

ଆମର ଏହି ଈଶ୍ୱରୀୟ ଯୋଗ ଭାରତର ପ୍ରାଚୀନ ଯୋଗ ନାମରେ ପ୍ରସିଦ୍ଧ । ଏହାକୁ ଅବିନାଶୀ ଯୋଗ କୁହାଯିବାର କାରଣ ଏହା ପରମାତ୍ମାଙ୍କ ଦ୍ୱାରା ଶିକ୍ଷା ଦିଆଯାଇଛି ମନୁଷ୍ୟମାନେ ମଧ୍ୟ ଯୋଗ ଶିକ୍ଷା ଦେଉଛନ୍ତି ତେଣୁ ଯୋଗାଶ୍ରମ ଆଦି ରହିଛି କିନ୍ତୁ ସେମାନେ ପ୍ରାଚୀନ ଯୋଗ ଶିକ୍ଷା ଦେଇପାରିବେ ନାହିଁ । ଯଦି ଶିକ୍ଷା ଦେଇପାରିଥାଆନ୍ତେ ତେବେ ସେହି ଶକ୍ତି କାହିଁ । ଭାରତ ତ ଦିନକୁ ଦିନ ନିର୍ବଳ ହୋଇଯାଉଛି । ଏଥିରୁ ସିଦ୍ଧ ହେଉଛି ଯେ ଏହି ଯୋଗ ଅବିନାଶୀ ଯୋଗ ନୁହେଁ । ତାଙ୍କ ସହ ଯୋଗଯୁକ୍ତ ହେବା ସେ ନିଜେ ହିଁ ଶିଖାଇପାରିବେ । ଅନ୍ୟ ସହ ଯୋଗଯୁକ୍ତ ହେବାର ନାହିଁ ତେଣୁ ସେ ଶିଖାଇବେ କିପରି । ଏହା ସ୍ୱୟଂ ପରମାତ୍ମାଙ୍କ କାର୍ଯ୍ୟ । ସେ ହିଁ ଏ ଭେଦ ବତାଇ ପାରିବେ । ଏହା ତ ଆମେ ଜାଣୁଛେ ଯେ ପରମାତ୍ମା ସ୍ୱୟଂ ଯୋଗ ଶିକ୍ଷା ଦେଇ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ଦୈବୀ ରାଜ୍ୟ ସ୍ଥାପନ କରୁଛନ୍ତି । ପରମାତ୍ମା ପ୍ରତି କଳ୍ପରେ ଆମକୁ ପ୍ରାଚୀନ ଯୋଗ ଶିକ୍ଷା ଦେଉଛନ୍ତି । କହୁଛନ୍ତି ହେ ଆତ୍ମା ମୋ ସହ ନିରନ୍ତର ଯୋଗଯୁକ୍ତ ହୁଅ ତେବେ ତୁମର ପାପ ନାଶ ହୋଇଯିବ ।