07.11.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବାବା ତୁମମାନଙ୍କୁ ଏକ ଆତ୍ମିକ କୌଶଳ ଶିଖାଇବା ପାଇଁ ଆସିଛନ୍ତି, ଯେଉଁ କୌଶଳ ଦ୍ୱାରା ତୁମେ ସୂର୍ଯ୍ୟ-ଚନ୍ଦ୍ରଠାରୁ ମଧ୍ୟ ଉର୍ଦ୍ଧ୍ଵରେ ଥିବା ଶାନ୍ତିଧାମକୁ ଯାଉଛ ।
 

ପ୍ରଶ୍ନ:-
ବିଜ୍ଞାନର ଅଭିମାନ ଏବଂ ଶାନ୍ତିର ଅଭିମାନ ମଧ୍ୟରେ କେଉଁ ଅନ୍ତର ରହିଛି ?

ଉତ୍ତର:-
ବିଜ୍ଞାନର ଅହଂକାରୀମାନେ ଗ୍ରହ ନକ୍ଷତ୍ର ବା ଚନ୍ଦ୍ରପୃଷ୍ଠକୁ ଯିବା ପାଇଁ କେତେ ଖର୍ଚ୍ଚ କରୁଛନ୍ତି । ଶରୀର ପାଇଁ ବିପଦର ଆଶଙ୍କା ଥାଇ ମଧ୍ୟ ଯାଉଛନ୍ତି । ସେମାନଙ୍କର ଏହି ଭୟ ରହିଥାଏ ଯେ ରକେଟ୍ କେଉଁଠି ବନ୍ଦ ହୋଇ ନଯାଉ । ତୁମେ ଶାନ୍ତିର ଶକ୍ତିର ଶୁଦ୍ଧ ଅଭିମାନରେ ରହୁଥିବା ପିଲାମାନେ କଉଡିଟିଏ ମଧ୍ୟ ଖର୍ଚ୍ଚ ନକରି ସୂର୍ଯ୍ୟ-ଚନ୍ଦ୍ରଠାରୁ ମଧ୍ୟ ଉର୍ଦ୍ଧ୍ଵ ମୂଳବତନ ଅର୍ଥାତ୍ ପରମଧାମକୁ ଚାଲିଯାଉଛ । ତୁମକୁ କୌଣସି ଭୟ ନାହିଁ କାହିଁକିନା ତୁମେ ଶରୀରକୁ ଏହିଠାରେ ହିଁ ଛାଡିଯାଉଛ ।

ଓମ୍ ଶାନ୍ତି ।
ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ସନ୍ତାନମାନେ ତ ଶୁଣୁଛନ୍ତି ଯେ ବୈଜ୍ଞାନୀକମାନେ ଚନ୍ଦ୍ରକୁ ଯିବା ପାଇଁ ଚେଷ୍ଟା କରିଚାଲିଛନ୍ତି । କିନ୍ତୁ ସେମାନେ ତ କେବଳ ଚନ୍ଦ୍ର ପର୍ଯ୍ୟନ୍ତ ଯିବାପାଇଁ ଚେଷ୍ଟା କରୁଛନ୍ତି, ସେଥିପାଇଁ କେତେ ଖର୍ଚ୍ଚ କରୁଛନ୍ତି । ଉପରକୁ ଯିବାରେ ବହୁତ ଡର ମଧ୍ୟ ରହୁଛି । ଏବେ ତୁମେ ନିଜ କଥା ବିଚାର କର, ତୁମେ କେଉଁଠାର ବାସିନ୍ଦା ? ସେମାନେ ତ ଚନ୍ଦ୍ରମା ପର୍ଯ୍ୟନ୍ତ ଯାଉଛନ୍ତି । ତୁମେ ତ ସୂର୍ଯ୍ୟ-ଚନ୍ଦ୍ରଠାରୁ ମଧ୍ୟ ଉର୍ଦ୍ଧ୍ଵକୁ ପୂରା ମୂଳବତନକୁ ଯାଉଛ । ସେମାନେ ତ ଉପରକୁ ଯାଉଛନ୍ତି, ସେଥିପାଇଁ ତାଙ୍କୁ ବହୁତ ପଇସା ମିଳୁଛି । ଅନ୍ତରୀକ୍ଷ ପରିକ୍ରମା କରି ଆସିଲେ ତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ଉପହାର ମିଳେ । ଶରୀର ପାଇଁ ବିପଦଶଙ୍କୁଳ ଅବସ୍ଥାରେ ମଧ୍ୟ ଯାଆନ୍ତି । ସେମାନଙ୍କର ହେଉଛି ବିଜ୍ଞାନର ଅହମିକା । ତୁମର ହେଉଛି ନିରବତାର ଅହମିକା । ତୁମେ ଜାଣୁଛ, ଆମେ ଆତ୍ମାମାନେ ନିଜର ଶାନ୍ତିଧାମ ବ୍ରହ୍ମାଣ୍ଡକୁ ଯାଉଛୁ । ଆତ୍ମା ହିଁ ସବୁକିଛି କରିଥାଏ । ତାଙ୍କର ଆତ୍ମା ମଧ୍ୟ ଶରୀର ସହିତ ଉପରକୁ ଯାଏ । ତାହା ବଡ ବିପଦଜନକ ଯାତ୍ରା ଅଟେ । ଡର ମଧ୍ୟ ରହିଥାଏ ଯେ ଉପରୁ ଖସିଲେ ତ ଜୀବନ ଶେଷ ହୋଇଯିବ । ତାହା ହେଉଛି ସବୁ ଶାରୀରିକ କଳା କୌଶଳ । ତୁମକୁ ବାବା ଆତ୍ମିକ କଳା ଶିଖାଉଛନ୍ତି । ଏହି କଳା ଶିଖିବା ଦ୍ୱାରା ତୁମକୁ କେତେ ବଡ ପୁରସ୍କାର ମିଳୁଛି । ପୁରୁଷାର୍ଥର କ୍ରମାନୁସାରେ ତୁମକୁ ୨୧ ଜନ୍ମର ପୁରସ୍କାର ମିଳୁଛି । ଆଜିକାଲି ସରକାର ଲଟେରୀ ମଧ୍ୟ ବାହାର କରୁଛନ୍ତି ନା । ବାବା ତୁମକୁ ବହୁତ ଶ୍ରେଷ୍ଠ ପୁରସ୍କାର ଦେଉଛନ୍ତି । ଆଉ କଣ ଶିଖାଉଛନ୍ତି ? ତୁମକୁ ପୁରା ଉର୍ଦ୍ଧ୍ଵକୁ ନେଇଯାଉଛନ୍ତି, ଯେଉଁଠି ତୁମର ଘର ଅଛି । ଏବେ ତୁମକୁ ମନେପଡୁଛି ଯେ ଆମର ଘର କେଉଁଠି ଅଛି ଏବଂ ଯେଉଁ ରାଜଧାନୀ ହରାଇଛୁ, ତାହା କେଉଁଠି ଅଛି । ସେ ରାଜଧାନୀ ରାବଣ ହିଁ ଛଡାଇ ନେଇଛି । ଏବେ ପୁନର୍ବାର ଆମେ ନିଜର ଅସଲି ଘରକୁ ମଧ୍ୟ ଯାଉଛୁ ଏବଂ ରାଜ୍ୟପଦ ମଧ୍ୟ ପାଉଛୁ । ମୁକ୍ତିଧାମ ହେଉଛି ଆମର ଘର ଏହା କାହାକୁ ଜଣାନାହିଁ । ଦେଖ, ଏବେ ତୁମମାନଙ୍କୁ ଶିଖାଇବା ପାଇଁ ବାବା କେଉଁଠୁ ଆସୁଛନ୍ତି, କେତେ ଦୂରରୁ ଆସୁଛନ୍ତି । ଆତ୍ମା ମଧ୍ୟ ଏକ ତୀବ୍ର ରକେଟ୍ ଅଟେ । ସେମାନେ ଚେଷ୍ଟା କରୁଛନ୍ତି ଉପରକୁ ଯାଇ ଦେଖିବା, ଚନ୍ଦ୍ରମାରେ କଣ ଅଛି ? ତାରାମାନଙ୍କରେ କଣ ଅଛି ? ତୁମେମାନେ ଜାଣୁଛ, ଏମାନେ ତ ଏହି ରଙ୍ଗମଞ୍ଚର ଆଲୋକପ୍ରଦାନକାରୀ ବତୀ ଅଟନ୍ତି । ଯେପରି ରଙ୍ଗମଞ୍ଚରେ ବିଜୁଳିବତୀ ଲଗାନ୍ତି । ମ୍ୟୁଜିୟମରେ ମଧ୍ୟ ତୁମେ ମୋତି ସଦୃଶ ବତୀ ଲଗାଉଛ ନା । ଏହା ହେଉଛି ବିଶାଳ ଦୁନିଆ । ଏଥିରେ ଆଲୋକ ପ୍ରଦାନ କରିବା ପାଇଁ ଏହି ସୂର୍ଯ୍ୟ, ଚନ୍ଦ୍ର, ତାରାମାନେ ଅଛନ୍ତି । ମନୁଷ୍ୟମାନେ ଭାବୁଛନ୍ତି, ଏହି ସୂର୍ଯ୍ୟ, ଚନ୍ଦ୍ର ଦେବତା ଅଟନ୍ତି । କିନ୍ତୁ ଏମାନେ ତ ବାସ୍ତବରେ ଦେବତା ନୁହଁନ୍ତି । ଏବେ ତୁମେ ଜାଣୁଛ, ବାବା କିପରି ଆସି ଆମକୁ ମନୁଷ୍ୟରୁ ଦେବତା କରୁଛନ୍ତି । ଶିବବାବା ହେଲେ ଜ୍ଞାନ ସୂର୍ଯ୍ୟ, ବ୍ରହ୍ମାବାବା ଜ୍ଞାନ ଚନ୍ଦ୍ରମା ଓ ପିଲାମାନେ ଜ୍ଞାନର ଭାଗ୍ୟବାନ ତାରକା । ଜ୍ଞାନ ଦ୍ୱାରା ହିଁ ତୁମମାନଙ୍କର ସଦଗତି ହେଉଛି । ତୁମେ କେତେ ଉର୍ଦ୍ଧ୍ଵକୁ ଯାଉଛ । ବାବା ହିଁ ଘରକୁ ଯିବାର ରାସ୍ତା ବତାଇଛନ୍ତି । ବାବାଙ୍କ ବିନା କୌଣସି ଆତ୍ମା କେହି ବି ନିଜ ଘରକୁ ଫେରିପାରିବେ ନାହିଁ । ଯେବେ ବାବା ଆସି ଶିକ୍ଷା ଦିଅନ୍ତି, ତେବେ ତୁମେ ସବୁ କଥା ଜାଣିଯାଅ । ଏହା ମଧ୍ୟ ବୁଝୁଛନ୍ତି ଯେ ଆମେ ପବିତ୍ର ହେଲେ ହିଁ ନିଜ ଘରକୁ ଯାଇପାରିବା । ପୁଣି ଯୋଗବଳ ଦ୍ୱାରା ହେଉ ନଚେତ୍ ଦଣ୍ଡ ଦ୍ୱାରା ହେଉ ପବିତ୍ର ନିଶ୍ଚିତ ହେବାର ଅଛି । ବାବା ତ ବୁଝାଉଛନ୍ତି, ଯେ ଯେତେ ବାବାଙ୍କୁ ମନେ ପକାଇବ ସେତେ ତୁମେ ପବିତ୍ର ହେବ । ଯଦି ମନେପକାଇବ ନାହିଁ, ତେବେ ପତିତ ହିଁ ରହିଯିବ ପୁଣି ବହୁତ ଦଣ୍ଡ ଭୋଗିବାକୁ ପଡିବ ଏବଂ ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ବାବା ନିଜେ ବସି ତୁମକୁ ବୁଝାଉଛନ୍ତି । ତୁମେ ଏହିପରି ଉପାୟରେ ପବିତ୍ର ହୋଇ ଘରକୁ ଯାଇପାରିବ । ବ୍ରହ୍ମାଣ୍ଡ କଣ, ସୂକ୍ଷ୍ମବତନ କଣ, କିଛି ବି ଜଣାନାହିଁ । ଷ୍ଟୁଡେଣ୍ଟ୍ କଣ ପ୍ରଥମରୁ କିଛି ଜାଣିଥାନ୍ତି କି ଯେତେବେଳେ ପାଠପଢ଼ିବା ଆରମ୍ଭ କରନ୍ତି, ତେବେ ଜ୍ଞାନ ମିଳେ । ପାଠ ମଧ୍ୟ କେଉଁଠି କମ, କେଉଁଠି ବେଶି ମିଳିଥାଏ । ଆଈ.ସି.ଏସ୍.ର ପରୀକ୍ଷା ଦେଲେ କହିବେ ବିଜ୍ଞ ବ୍ୟକ୍ତି । ଏହାଠାରୁ ଉଚ୍ଚ ଜ୍ଞାନ ଆଉ କିଛି ନାହିଁ । ଏବେ ତୁମେ ମଧ୍ୟ କେତେ ଉଚ୍ଚ ଜ୍ଞାନ ଶିଖୁଛ । ବାବା ତୁମକୁ ପବିତ୍ର ହେବା ପାଇଁ ଉପାୟ ବତାଉଛନ୍ତି କି ସନ୍ତାନମାନେ ମୋତେ ସର୍ବଦା ମନେପକାଅ, ତେବେ ତୁମେ ପତିତରୁ ପବିତ୍ର ହେବ । ଆରମ୍ଭରୁ ତୁମେ ଆତ୍ମାମାନେ ପବିତ୍ର ଥିଲ । ଉପରେ, ନିଜ ଘରେ ରହୁଥିଲ, ଯେବେ ତୁମେ ସତ୍ୟଯୁଗରେ ଜୀବନମୁକ୍ତିରେ ରହୁଛ, ସେତେବେଳେ ଅନ୍ୟ ସମସ୍ତ ଆତ୍ମା ମୁକ୍ତିଧାମରେ ରହିଥାନ୍ତି । ମୁକ୍ତିଧାମ ଓ ଜୀବନମୁକ୍ତିଧାମ, ଉଭୟକୁ ଆମେ ଶିବାଳୟ କହିପାରିବା । ମୁକ୍ତିଧାମରେ ଶିବବାବା ମଧ୍ୟ ରହନ୍ତି, ଆମେ ଆତ୍ମାମାନେ ମଧ୍ୟ ରହୁ । ଏହା ହେଉଛି ସର୍ବୋଚ୍ଚ ଆଧ୍ୟାତ୍ମିକ ଜ୍ଞାନ । ସେମାନେ କହନ୍ତି, ଆମେ ଚନ୍ଦ୍ରରେ ଯାଇ ରହିବୁ । କେତେ ବୁଦ୍ଧି ଖେଳାଉଛନ୍ତି । ବାହାଦୂରୀ ଦେଖାଉଛନ୍ତି । କେତେ କୋଟି କୋଟି ମାଇଲ୍ ଉପରକୁ ଯାଆନ୍ତି, କିନ୍ତୁ ତାଙ୍କର ଆଶା ପୂର୍ଣ୍ଣ ହୁଏ ନାହିଁ କିନ୍ତୁ ତୁମର ଆଶା ପୂର୍ଣ୍ଣ ହୋଇଯାଉଛି । ତାଙ୍କର ହେଉଛି ମିଛ ଦେହ ଅହଂକାର । ତୁମର ଆତ୍ମିକ ଶୁଦ୍ଧ ଅହଂକାର ସେମାନେ କେତେ ମାୟାର ବାହାଦୂରୀ ଦେଖାଉଛନ୍ତି । ସେମାନଙ୍କ ପାଇଁ ମନୁଷ୍ୟ କେତେ ତାଳି ବଜାନ୍ତି, ଅଭିନନ୍ଦନ ଜଣାନ୍ତି । ତାଙ୍କୁ ବହୁତ କିଛି ଧନ ମିଳିଥାଏ । ହୁଏତ ୫-୧୦ କୋଟି ମିଳିବ । ତୁମେମାନେ ଜାଣିଛ ସେମାନଙ୍କୁ ଯେଉଁ ପଇସା ମିଳୁଛି, ସେସବୁ ନଷ୍ଟ ହୋଇଯିବ । ବାକି ଆଉ ଅଳ୍ପ କିଛି ଦିନ ଅଛି ବୋଲି ଜାଣ । ଆଜି କଣ ଅଛି, କାଲି କଣ ହେବ! ଆଜି ତୁମେ ନର୍କବାସୀ ହୋଇଛ, କାଲି ସ୍ୱର୍ଗବାସୀ ହୋଇଯିବ । ସମୟ ଅଧିକ ଲାଗେ ନାହିଁ, ତେଣୁ ତାଙ୍କର ହେଲା ଶାରୀରିକ ବଳ ଆଉ ତୁମର ହେଉଛି ଆତ୍ମକ ବଳ । ଯାହାକି କେବଳ ତୁମେ ହିଁ ଜାଣୁଛ । ସେମାନେ ଶାରୀରିକ ଶକ୍ତି ଦ୍ୱାରା କେତେ ପର୍ଯ୍ୟନ୍ତ ଯିବେ । ଚନ୍ଦ୍ର, ତାରା ପର୍ଯ୍ୟନ୍ତ ପହଞ୍ଚିବେ ତାପରେ ଲଢ଼େଇ ଆରମ୍ଭ ହୋଇଯିବ ଏବଂ ସେସବୁ ଶେଷ ହୋଇଯିବ । ତାଙ୍କର କଳା ଏହିଠାରେ ହିଁ ଶେଷ ହୋଇଯିବ । ତାଙ୍କର ହେଉଛି ଶାରୀରିକ ସର୍ବୋଚ୍ଚ କଳା, ତୁମର ହେଉଛି ଆତ୍ମିକ ସର୍ବୋଚ୍ଚ କଳା । ତୁମେ ଶାନ୍ତିଧାମକୁ ଯାଉଛ । ତାର ନାମ ହିଁ ହେଉଛି ସୁଇଟ୍ ହୋମ୍ । ସେମାନେ କେତେ ଉପରକୁ ଯାଆନ୍ତି ଆଉ ତୁମେ ନିଜର ହିସାବ କର ତୁମେ କେତେ ମାଇଲ୍ ଉପରକୁ ଯାଉଛ ? ତୁମେ କିଏ ? ଆତ୍ମା । ବାବା କହୁଛନ୍ତି, ମୁଁ କେତେ ମାଇଲ୍ ଉପରେ ରହୁଛି । ତାର ହିସାବ କରିପାରିବ! ବୈଜ୍ଞାନିକଙ୍କ ପାଖରେ ତ ହିସାବ ଅଛି, ଜଣାନ୍ତି ଯେ ଏତେ ମାଇଲ୍ ଉପରକୁ ଗଲେ, ପୁଣି ଫେରିଆସନ୍ତି । ବହୁତ ଖବରଦାର ରହନ୍ତି, କିପରି ଓହ୍ଲାଇବେ କଣ କରିବେ, ସବୁ ପ୍ରଥମରୁ ଜଣାଥାଏ । ତୁମର କଣ ଏଭଳି ପ୍ରଚାର ହୋଇପାରିବ । ତୁମେ କେଉଁଠାକୁ ଯାଉଛ, ପୁଣି କିପରି ଆସୁଛ, କିଛି ଜଣାନାହିଁ । ତୁମକୁ କଣ ପ୍ରାଇଜ୍ ମିଳୁଛି, ଏହା ମଧ୍ୟ ତୁମେ ହିଁ ଜାଣ । ଏହା ହେଉଛି ଆଶ୍ଚର୍ଯ୍ୟଜନକ କଥା । ଏସବୁ ବାବାଙ୍କର ଚମତ୍କାରୀ ଅଟେ, ଅନ୍ୟ କାହାକୁ ବି ଜଣାନାହିଁ । ତୁମେ ତ କହିବ ଯେ ଏହା କଣ ନୂଆ କଥା । ପ୍ରତି ୫ ହଜାର ବର୍ଷ ପରେ ସେମାନେ ଏହି ଅଭ୍ୟାସ କରୁଥିବେ । ତୁମେ ଏହି ସୃଷ୍ଟିରୂପୀ ଡ୍ରାମାର ଆଦି-ମଧ୍ୟ-ଅନ୍ତର ଅବଧିକୁ ଭଲ ଭାବରେ ଜାଣିଛ । ତେବେ ତୁମକୁ ଆନ୍ତରିକ ଶୁଦ୍ଧ ଅଭିମାନ ରହିବା ଉଚିତ୍ ବାବା ଆମକୁ କଣ ଶିଖାଉଛନ୍ତି । ଏବେ ବହୁତ ଉଚ୍ଚ ପୁରୁଷାର୍ଥ କରୁଛୁ ପୁଣି ୫ ହଜାର ବର୍ଷ ପରେ ମଧ୍ୟ କରିବୁ । ଏହି ସବୁ କଥା ଆଉ କେହି ଜାଣନ୍ତି ନାହିଁ । ବାବା ଗୁପ୍ତ ଅଟନ୍ତି । ପ୍ରତିଦିନ ତୁମକୁ କେତେ କଥା ବୁଝାଉଛନ୍ତି । ତୁମକୁ କେତେ ଜ୍ଞାନ ଦେଉଛନ୍ତି । ସେମାନଙ୍କର ଯାତ୍ରା ସିମୀତ ଅଟେ । ତୁମର ଯାତ୍ରା ସିମାହୀନ । ସେମାନେ ଚନ୍ଦ୍ରମା ପର୍ଯ୍ୟନ୍ତ ଯାଆନ୍ତି, ତାହା ତ ବଡ ବଡ ବତୀ ସଦୃଶ ଅଟେ, ଆଉ ତ କିଛି ନୁହେଁ । ମହାକାଶଚାରୀଙ୍କୁ ପୃଥିବୀ ବହୁତ ଛୋଟ ଦେଖାଯାଏ । ତେବେ ତାଙ୍କର ଶାରୀରିକ ଜ୍ଞାନ ଆଉ ତୁମ ଜ୍ଞାନରେ କେତେ ପ୍ରଭେଦ ଅଛି । ତୁମର ଆତ୍ମା କେତେ ଛୋଟ, କିନ୍ତୁ ବଡ ଦ୍ରୃତଗାମୀ ରକେଟ୍ ଅଟେ । ଆତ୍ମାମାନେ ଉପରେ ରହନ୍ତି ପୁଣି ଅଭିନୟ କରିବା ପାଇଁ ଏଠାକୁ ଆସନ୍ତି । ବାବା ମଧ୍ୟ ପରମଆତ୍ମା ଅଟନ୍ତି । ସେ ତ ଏତେ ସୂକ୍ଷ୍ମ ତେଣୁ ତାଙ୍କର ପୂଜା କିପରି ହେବ । ଭକ୍ତି ତ ନିଶ୍ଚୟ ହେବ ନା ।

ବାବା ବୁଝାଇଛନ୍ତି, ଅଧାକଳ୍ପ ହେଉଛି ଜ୍ଞାନ ଦିନ, ଅଧାକଳ୍ପ ଭକ୍ତି ରାତି । ଏବେ ସଙ୍ଗମଯୁଗରେ ତୁମେ ଜ୍ଞାନ ପ୍ରାପ୍ତ କରିଛ । ସତ୍ୟଯୁଗରେ ତ ଜ୍ଞାନ ନଥାଏ, ତେଣୁ ଏହାକୁ ପୁରୁଷୋତ୍ତମ ସଙ୍ଗମଯୁଗ କୁହାଯାଏ । ବାବା ସମସ୍ତଙ୍କୁ ପୁରୁଷୋତ୍ତମ କରୁଛନ୍ତି । ତୁମର ଆତ୍ମା ବହୁତ ଉର୍ଦ୍ଧ୍ଵକୁ ଯାଉଛି, ତୁମକୁ ଖୁସି ଲାଗୁଛି ନା । ସେମାନେ କଳା ପ୍ରଦର୍ଶନ କରୁଛନ୍ତି ତେଣୁ ତାଙ୍କୁ ବହୁତ ପଇସା ମିଳୁଛି । ଯେତେ ବି ମିଳୁ କିନ୍ତୁ ତୁମେ ବୁଝୁଛ ଯେ ତାହା କିଛି ବି ସାଥିରେ ଯିବାର ନାହିଁ । ଏବେ ସମସ୍ତେ ମରିବେ । ସବୁକିଛି ଶେଷ ହୋଇଯିବାର ଅଛି । ଏବେ ତୁମକୁ କେତେ ମୂଲ୍ୟବାନ ରତ୍ନ ମିଳୁଛି, ଏହାର ମୂଲ୍ୟାଙ୍କନ କରାଯାଇପାରିବ ନାହିଁ । ଏକ ଏକ ବାକ୍ୟର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା । କେତେ ସମୟ ଧରି ତୁମେ ଶୁଣି ଆସୁଛ । ଗୀତାରେ କେତେ ମୂଲ୍ୟବାନ୍ ଜ୍ଞାନ ଅଛି । ଏକମାତ୍ର ଗୀତାକୁ ହିଁ ସର୍ବଶ୍ରେଷ୍ଠ ମୂଲ୍ୟବାନ୍ କୁହାଯାଏ । ସର୍ବଶାସ୍ତ୍ରର ମାତାପିତା ଶିରୋମଣୀ ଶ୍ରୀମଦ ଭଗବତ୍ ଗୀତା ଅଟେ । ସେମାନେ ଯଦିଓ ପଢ଼ୁଛନ୍ତି କିନ୍ତୁ ଅର୍ଥ କଣ କିଛି ବୁଝିଛନ୍ତି । ଗୀତା ପଢ଼ିଲେ କଣ ହେବ ଏକଥା ମଧ୍ୟ ବୁଝି ନାହାଁନ୍ତି ଏବେ ବାବା କହୁଛନ୍ତି, ମୋତେ ମନେପକାଅ, ତେବେ ତୁମେ ପାବନ ହୋଇଯିବ । ଯଦିବି ସୋମନେ ଗୀତା ପଢ଼ନ୍ତି କିନ୍ତୁ ଜଣଙ୍କର ବି ବାବାଙ୍କ ସହିତ ଯୋଗ ନାହିଁ । ବାବାଙ୍କୁ ହିଁ ସର୍ବବ୍ୟାପୀ କହିଦେଉଛନ୍ତି । ତେଣୁ ପାବନ ମଧ୍ୟ ହୋଇପାରିବେ ନାହିଁ । ଏବେ ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ତୁମ ସମ୍ମୁଖରେ ଅଛି । ଏମାନଙ୍କୁ ଦେବତା କୁହାଯାଉଛି, କାହିଁକି ନା ତାଙ୍କଠାରେ ଦୈବୀଗୁଣ ଅଛି । ତୁମ ଆତ୍ମାମାନଙ୍କୁ ପବିତ୍ର ହୋଇ ସମସ୍ତଙ୍କୁ ନିଜର ଘରକୁ ଯିବାର ଅଛି । ନୂଆ ଦୁନିଆରେ ତ ଏତେ ମନୁଷ୍ୟ ନଥାନ୍ତି । ବାକି ସବୁ ଆତ୍ମାମାନଙ୍କୁ ନିଜ ଘରକୁ ଯିବାକୁ ହେବ । ତୁମକୁ ବାବା ମଧ୍ୟ ଆଶ୍ଚର୍ଯ୍ୟଜନକ ଜ୍ଞାନ ଦେଉଛନ୍ତି, ଯାଦ୍ୱାରା ତୁମେ ମନୁଷ୍ୟରୁ ଦେବତା, ବହୁତ ଶ୍ରେଷ୍ଠ ହେଉଛ । ତେବେ ଏପରି ପାଠପଢ଼ା ପ୍ରତି ବହୁତ ଧ୍ୟାନ ଦେବା ଦରକାର । ଏହା ମଧ୍ୟ ବୁଝୁଛ, ଯିଏ ଯେପରି କଳ୍ପ ପୂର୍ବେ ଧ୍ୟାନ ଦେଇଛନ୍ତି, ସେହିପରି ଦେବେ । ଏସବୁ ଜଣାପଡିଯାଏ । ବାବା ସେବା ସମାଚାର ଶୁଣି ଖୁସୀ ମଧ୍ୟ ହୁଅନ୍ତି । କେହି ଯଦି ବାବାଙ୍କୁ କେବେ ଚିଠି ନ ଲେଖନ୍ତି ତେବେ ବାବା ବୁଝିଯାନ୍ତି ତାର ବୁଦ୍ଧିଯୋଗ କୌଣସି ମୂଲ୍ୟହୀନ ବସ୍ତୁରେ ଲାଗିଯାଇଛି । ଦେହ ଅଭିମାନ ଆସିଯାଇଛି, ତେଣୁ ବାବାଙ୍କୁ ଭୁଲିଯାଇଛନ୍ତି । ନୁହେଁ ତ ନିଜେ ବିଚାର କର, ଯଦି ଲଭ୍ ମ୍ୟାରେଜ୍ ହୋଇଥାଏ, ତେବେ ତାଙ୍କର ପରସ୍ପର ମଧ୍ୟରେ କେତେ ସ୍ନେହ ଥାଏ । ହଁ, କେତେକଙ୍କର ବିଚାର ମଧ୍ୟ ବଦଳିଯାଏ, ତେଣୁ ସ୍ତ୍ରୀକୁ ମଧ୍ୟ ମାରିଦିଅନ୍ତି । ଏହା ହେଉଛି ତୁମର ବାବାଙ୍କ ସହିତ ଲଭ୍ ମ୍ୟାରେଜ୍ । ବାବା ଆସି ତୁମକୁ ନିଜର ପରିଚୟ ଦେଉଛନ୍ତି । ତୁମେ ନିଜେ ନିଜେ ପରିଚୟ ପାଇ ପାରିନଥାଅ ତେଣୁ ବାବାଙ୍କୁ ଆସିବାକୁ ପଡୁଛି । ବାବା ସେତେବେଳେ ଆସିବେ ଯେତେବେଳେ ଦୁନିଆ ପୁରୁଣା ହେବ । ପୁରୁଣା ଦୁନିଆକୁ ନୂଆ କରିବା ପାଇଁ ନିଶ୍ଚୟ ସଙ୍ଗମରେ ହିଁ ଆସିବେ । ନୂଆ ଦୁନିଆ ସ୍ଥାପନ କରିବା ହେଉଛି ବାବାଙ୍କର କର୍ତ୍ତବ୍ୟ । ତୁମକୁ ସ୍ୱର୍ଗର ମାଲିକ କରାଇ ଦେଉଛନ୍ତି, ତେବେ ଏପରି ବାପାଙ୍କ ସହିତ କେତେ ସ୍ନେହ ରହିବା ଉଚିତ୍ ପୁଣି କାହିଁକି କହୁଛ ଯେ ବାବା ଆମେ ଆପଣଙ୍କୁ ଭୁଲିଯାଉଛୁ । କେତେ ଉଚ୍ଚରୁ ଉଚ୍ଚ ପିତା ଅଟନ୍ତି । ଏହାଙ୍କଠାରୁ କେହି ବି ଉଚ୍ଚ ନୁହଁନ୍ତି । ମନୁଷ୍ୟ ମୁକ୍ତି ପାଇଁ କେତେ ମୁଣ୍ଡ ପିଟୁଛନ୍ତି, ଉପାୟ କରୁଛନ୍ତି । କେତେ ମିଛ ଠକାମୀ ଚାଲିଛି । ମହର୍ଷି ଆଦିଙ୍କର କେତେ ନାମ ବିଖ୍ୟାତ ହୋଇଛି । ସରକାର ସେମାନଙ୍କୁ ୧୦-୨୦ ଏକର ଜମି ମଧ୍ୟ ଦେଇଦେଉଛି । ଏପରି ନୁହେଁ ଯେ ସରକାର କୌଣସି ଧର୍ମ ବିରୋଧୀ ଅଟେ । ସରକାରରେ ଥିବା କେତେକ ମନ୍ତ୍ରୀ ଧାର୍ମିକ ଅଛନ୍ତି, କେତେକ ଅଧର୍ମୀ ଅଛନ୍ତି । କେତେକ ଧର୍ମକୁ ମାନନ୍ତି ହିଁ ନାହିଁ । କୁହାଯାଏ ଧର୍ମରେ ହିଁ ଶକ୍ତି ଅଛି । ଖ୍ରୀଷ୍ଟିୟାନମାନଙ୍କ ପାଖରେ ଶକ୍ତି ଥିଲା ନା । ସାରା ଭାରତକୁ ଗ୍ରାସ କରିଗଲେ । ଏବେ ଭାରତରେ କୌଣସି ଶକ୍ତି ନାହିଁ । କେତେ ଝଗଡା ମରାମରୀ ଲାଗିଛି । ସେହି ଭାରତ ଦିନେ କଣ ଥିଲା । ବାବା କିପରି, କେଉଁଠାକୁ ଆସନ୍ତି, ଏକଥା କାହାକୁ କିଛି ବି ଜଣାନାହିଁ । ତୁମେ ଜାଣୁଛ, ବାବା ମଗଧ ଦେଶରେ ଆସନ୍ତି, ଯେଉଁଠି ମଗର ଅର୍ଥାତ୍ କୁମ୍ଭୀର ଥାଆନ୍ତି । ବର୍ତ୍ତମାନର ମନୁଷ୍ୟ ଏପରି ଅଟନ୍ତି, ଯେମିତି ସବୁକିଛି ଖାଇଯିବେ । ଭାରତ ସବୁଠାରୁ ଅଧିକ ବୈଷ୍ଣବ ଥିଲା । ଏହା ହେଉଛି ବୈଷ୍ଣବ ରାଜ୍ୟ ନା । କେଉଁଠି ଏହି ମହାନ୍ ପବିତ୍ର ଦେବତାମାନେ ଆଉ କେଉଁଠି ଆଜିକାଲିର ମଣିଷ । ଦେଖ କଣ କଣ ଗ୍ରାସ କରିଯାଉଛନ୍ତି । ଆଦମଖୋର ଅର୍ଥାତ୍ ନରଭକ୍ଷୀ ମଧ୍ୟ ହୋଇଯାଉଛନ୍ତି । ଭାରତର କଣ ଅବସ୍ଥା ହୋଇଯାଇଛି । ବାବା ଏବେ ତୁମକୁ ସାରା ରହସ୍ୟ ବୁଝାଉଛନ୍ତି । ଉଚ୍ଚରୁ ନୀଚ୍ଚ ପର୍ଯ୍ୟନ୍ତ ସମସ୍ତ ଜ୍ଞାନ ଦେଉଛନ୍ତି । ପ୍ରଥମେ ପ୍ରଥମେ ତୁମେ ହିଁ ଏହି ପୃଥିବୀକୁ ଆସୁଛ, ପୁଣି ମନୁଷ୍ୟ ବୃଦ୍ଧି ହେଉଛନ୍ତି । ଏବେ କିଛି ସମୟ ମଧ୍ୟରେ ହାହାକାର ହୋଇଯିବ ପୁଣି ସମସ୍ତେ ହାୟ ହାୟ କରୁଥିବେ । ସ୍ୱର୍ଗରେ ଦେଖ କେତେ ସୁଖ ଅଛି । ଏହି ଲକ୍ଷ୍ୟ ଉଦ୍ଦେଶ୍ୟର ଚିହ୍ନ ବିଷ୍ଣୁଙ୍କ ଆୟୁଧ.... ସବୁ ଦେଖ । ଏହା ସବୁ ତୁମମାନଙ୍କୁ ଧାରଣ କରିବାର ଅଛି । ଏହା କେତେ ଶ୍ରେଷ୍ଠ ପାଠପଢ଼ା । ବାବା କେତେ ସ୍ପଷ୍ଟ କରି ବୁଝାଉଛନ୍ତି । ମାଳାର ରହସ୍ୟ ମଧ୍ୟ ବୁଝାଇଛନ୍ତି । ଉପରେ ଫୁଲ ଅଛି ଯାହାକି ଶିବବାବାଙ୍କ ପ୍ରତୀକ ଅଟେ, ପୁଣି ମେରୁ ଯୁଗଳଦାନା... ପ୍ରବୃତ୍ତିମାର୍ଗ ଅଟେ ନା । ନିବୃତ୍ତିମାର୍ଗୀଙ୍କୁ ତ ମାଳା ଗଡାଇବାର ହୁକୁମ୍ ନାହିଁ । ଏହା ହେଉଛି ଦେବତାମାନଙ୍କର ମାଳା, ସେମାନେ କିପରି ରାଜ୍ୟ ନେଉଛନ୍ତି, ତୁମମାନଙ୍କ ମଧ୍ୟରେ ବି କ୍ରମାନୁସାରେ ଅଛନ୍ତି । କେହି କେହି ଅଛନ୍ତି, ଯିଏକି ନିର୍ଭିକ ହୋଇ କାହାକୁ ମଧ୍ୟ ବୁଝାଇପାରିବେ ଆସନ୍ତୁ, ମୁଁ ଆପଣଙ୍କୁ ଏପରି କଥା ଜଣାଇବି, ଯାହାକି ଆଉ କେହି ଜଣାଇପାରିବେ ନାହିଁ । ଏ ଜ୍ଞାନ ଶିବବାବାଙ୍କ ବିନା ଆଉ କେହି ଜାଣନ୍ତି ନାହିଁ । ଲକ୍ଷ୍ମୀ-ନାରାୟଣଙ୍କୁ ଏହି ରାଜଯୋଗ କିଏ ଶିଖାଇଲା । ବହୁତ ବିଭୋର ହୋଇ ବୁଝାଇବା ଦରକାର । ଏମାନେ ୮୪ ଜନ୍ମ କିପରି ନିଅନ୍ତି, ଦେବତା କ୍ଷତ୍ରୀୟ, ବୈଶ୍ୟ, ଶୁଦ୍ର... । ବାବା କେତେ ସହଜ ଜ୍ଞାନ ବତାଉଛନ୍ତି ଏବଂ କହୁଛନ୍ତି ପବିତ୍ର ମଧ୍ୟ ହେବାର ଅଛି, ତେବେ ଯାଇ ଉଚ୍ଚ ପଦ ପାଇବ । ସାରା ବିଶ୍ୱରେ ଶାନ୍ତି ସ୍ଥାପନକର୍ତ୍ତା ତୁମେ ହିଁ ଅଟ । ବାବା ତୁମକୁ ରାଜ୍ୟ ଭାଗ୍ୟ ଦେଉଛନ୍ତି । ବାବା ଦାତା ଅଟନ୍ତି ନା । ସିଏ କିଛି ନିଅନ୍ତି ନାହିଁ । ଏହା ହେଉଛି, ତୁମର ପାଠପଢ଼ାର ପ୍ରାଇଜ୍ । ଏପରି ପ୍ରାଇଜ୍ ତ ଆଉ କେହି ଦେଇପାରିବେ ନାହିଁ । ତେବେ ଏପରି ବାବାଙ୍କୁ ସ୍ନେହରେ ୟାଦ କାହିଁକି କରୁନାହାନ୍ତି ? ଲୌକିକ ବାପାଙ୍କୁ ତ ସାରା ଜୀବନ ୟାଦ କରୁଛ । ପାରଲୌକିକ ବାପାଙ୍କୁ କାହିଁକି ମନେ ପକାଉନାହଁ । ବାବା ବତାଇଛନ୍ତି, ଏହା ହେଉଛି ଯୁଦ୍ଧ କ୍ଷେତ୍ର, ପବିତ୍ର ହେବାପାଇଁ ସମୟ ଲାଗିଥାଏ । ଲଢେଇ ଶେଷ ହେବା ପର୍ଯ୍ୟନ୍ତ ସମୟ ଲାଗେ । ଏପରି ନୁହେଁ କି, ଯିଏ ଆରମ୍ଭରୁ ଆସିଛନ୍ତି, ସେମାନେ ପୁରା ପବିତ୍ର ହୋଇଥିବେ । ବାବା କହୁଛନ୍ତି, ମାୟାର ଲଢ଼େଇ ବହୁତ ଜୋରରେ ଚାଲେ । ଭଲ ଭଲ ଆତ୍ମାମାନଙ୍କୁ ମଧ୍ୟ ମାୟା ଜିତିଯାଏ । ମାୟା ଏତେ ବଳବାନ୍ ଅଟେ! ଯେଉଁମାନେ ବିକାରୀ ହୋଇଯାଆନ୍ତି ସେମାନେ ପୁଣି ମୁରଲୀ କେଉଁଠାରୁ ଶୁଣିବେ । ସେଣ୍ଟରକୁ ତ ଆସନ୍ତି ହିଁ ନାହିଁ, ତେବେ ତାଙ୍କୁ କିପରି ଜଣାପଡିବ । ମାୟା ପୁରା ମୂଲ୍ୟହୀନ କରିଦିଏ । ମୁରଲୀ ଯେବେ ପଢ଼ିବେ, ତେବେ ସିନା ସଜାଗ ହେବେ । ଖରାପ କାମରେ ଲାଗିଯାଆନ୍ତି । କେହି ଜ୍ଞାନବାନ ସନ୍ତାନ ହୋଇଥିବେ, ଯିଏକି ତାଙ୍କୁ ଯାଇ ବୁଝାଇବେ ତୁମେ ମାୟାଠାରୁ କିପରି ହାରିଯାଇଛ । ବାବା ତୁମକୁ କଣ ଶୁଣାଉଛନ୍ତି, ତୁମେ ପୁଣି କେଉଁଠାକୁ ଯାଉଛ ? ଯଦି ଦେଖୁଛ ୟାଙ୍କୁ ମାୟା ଗ୍ରାସ କରିଛି, ତେବେ ବଞ୍ଚାଇବା ପାଇଁ ଚେଷ୍ଟା କରିବା ଉଚିତ୍ । ଯେପରି ମାୟା ପୁରା ଗ୍ରାସ କରିନଯାଉ । ପୁନର୍ବାର ସଜାଗ ହୋଇଯାନ୍ତୁ । ନୁହେଁ ତ ଉଚ୍ଚପଦ ପାଇବେ ନାହିଁ । ସତଗୁରୁଙ୍କ ନିନ୍ଦା କରାଉଛନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୨) ନିର୍ଭୀକ ହୋଇ ବହୁତ ମନୋରଞ୍ଜନ ବିଧିରେ ସେବା କରିବାକୁ ହେବ । ମାୟାର ଲଢ଼େଇରେ ବଳବାନ୍ ହୋଇ ବିଜୟୀ ହେବାକୁ ପଡିବ । ମୁରଲୀକୁ ଶୁଣି ନିଜେ ସଜାଗ ହେବା ସହିତ ଅନ୍ୟ ସମସ୍ତଙ୍କୁ ସଜାଗ କରିବାକୁ ହେବ ।

ବରଦାନ:-
ସ୍ୱରାଜ୍ୟର ସଂସ୍କାର ଦ୍ୱାରା ଭବିଷ୍ୟତର ରାଜ୍ୟ ଅଧିକାର ପ୍ରାପ୍ତ କରି ଭାଗ୍ୟବାନ ଆତ୍ମା ହୁଅ ।

ବହୁତ ସମୟର ସ୍ୱରାଜ୍ୟ ଅଧିକାରୀ ହେବାର ସଂସ୍କାର ହିଁ ଭବିଷ୍ୟତରେ ବହୁତ ସମୟ ପର୍ଯ୍ୟନ୍ତ ରାଜ୍ୟ ଅଧିକାରୀ ଅର୍ଥାତ୍ ରାଜା ହେବାର ଅଧିକାର ପ୍ରାପ୍ତ କରାଇବ । ଯଦି ବାରମ୍ବାର ବଶୀଭୂତ ହୋଇଯାଉଛ ଅର୍ଥାତ୍ ଅଧିକାରୀ ହେବାର ସଂସ୍କାର ନାହିଁ ତେବେ ରାଜ୍ୟ ଅଧିକାରୀଙ୍କର ରାଜ୍ୟରେ ରହିବ କିନ୍ତୁ ରାଜ୍ୟ ଭାଗ୍ୟ ପ୍ରାପ୍ତ ହେବ ନାହିଁ । ତେଣୁ ଜ୍ଞାନ ରୂପୀ ଦର୍ପଣରେ ନିଜର ଭାଗ୍ୟ ରୂପକ ଚେହେରାକୁ ଦେଖ । ବହୁତ ସମୟର ଅଭ୍ୟାସ ଦ୍ୱାରା ନିଜର ବିଶେଷ ସହଯୋଗୀ କର୍ମଚାରୀ ବା ରାଜ୍ୟ କାରବାରୀ ସାଥୀମାନଙ୍କୁ ନିଜର ଅଧିକାର ଆଧାରରେ ଚଲାଅ, ସେମାନଙ୍କ ଉପରେ ରାଜା ହୁଅ, ତେବେ କୁହାଯିବ ଭାଗ୍ୟବାନ ଆତ୍ମା ।

ସ୍ଲୋଗାନ:-
ସକାଶ ଅର୍ଥାତ୍ ଯୋଗ ଶକ୍ତିର ପ୍ରୟୋଗ କରିବାର ସେବା କରିବାକୁ ହେଲେ ବେହଦର ବୈରାଗ୍ୟ ବୃତ୍ତିକୁ ଜାଗ୍ରତ କର ।