07.11.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ସମସ୍ତଙ୍କୁ ଏହି ଖୁସି ଖବର ଶୁଣାଅ ଯେ ଏବେ ଦୈବୀ ରାଜବଂଶର ସ୍ଥାପନା ହେଉଛି, ଯେତେବେଳେ ଦୁନିଆ ନିର୍ବିକାରୀ ହୋଇଯିବ ସେତେବେଳେ ବାକି ସମସ୍ତେ ବିନାଶ ହୋଇଯିବେ

ପ୍ରଶ୍ନ:-
ରାବଣର ଅଭିଶାପ କେତେବେଳେ ମିଳୁଛି, ଶ୍ରାପିତ ହେବାର ଲକ୍ଷଣ କଣ ?

ଉତ୍ତର:-
ଯେତେବେଳେ ତୁମେମାନେ ଦେହ-ଅଭିମାନୀ ହୋଇଯାଉଛ ସେତେବେଳେ ରାବଣର ଅଭିଶାପ ମିଳିଯାଉଛି । ଶ୍ରାପିତ ଆତ୍ମାମାନେ ବିକାରୀ କାଙ୍ଗାଳ ହୋଇ, ତଳକୁ ତଳକୁ ଖସି ଚାଲିଥାନ୍ତି । ଏବେ ବାବାଙ୍କଠାରୁ ସମ୍ପତ୍ତି ନେବା ପାଇଁ ଦେହୀ-ଅଭିମାନୀ ହେବାକୁ ପଡିବ । ନିଜର ଦୃଷ୍ଟି-ବୃତ୍ତିକୁ ପବିତ୍ର କରିବାକୁ ପଡିବ ।

ଓମ୍ ଶାନ୍ତି ।
ଆତ୍ମିକ ପିତା ଆତ୍ମିକ ସନ୍ତାନ ମାନଙ୍କୁ ୮୪ ଜନ୍ମର କାହାଣୀ ଶୁଣାଉଛନ୍ତି । ଏକଥା ତ ବୁଝୁଛ ଯେ ସମସ୍ତେ ୮୪ ଜନ୍ମ ନେବେ ନାହିଁ । ତୁମେ ହିଁ ପ୍ରଥମେ ସତ୍ୟଯୁଗ ଆଦିରେ ପୂଜ୍ୟ ଦେବୀ-ଦେବତା ଥିଲ । ଭାରତରେ ପୂର୍ବରୁ ପୂଜ୍ୟ ଦେବୀ-ଦେବତା ଧର୍ମର ରାଜ୍ୟ ଥିଲା । ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟ ଥିଲା ତେଣୁ ନିଶ୍ଚୟ ରାଜବଂଶ ରହିଥିବ । ରାଜ ପରିବାରର ମିତ୍ର-ସମ୍ବନ୍ଧୀ ମଧ୍ୟ ଥିବେ । ପ୍ରଜା ମଧ୍ୟ ରହିଥିବେ । ଏହା ଯେପରି ଏକ କାହାଣୀ ଅଟେ । ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଏହାଙ୍କର ରାଜ୍ୟ ଥିଲା ଏହାକୁ ସ୍ମୃତିରେ ଆଣିବାକୁ ପଡୁଛି । ଭାରତରେ ଆଦି ସନାତନ ଦେବୀଦେବତା ଧର୍ମର ରାଜ୍ୟ ଥିଲା । ଏହାକୁ ଅବିନାଶୀ ପିତା ବସି ବୁଝାଉଛନ୍ତି, ଯାହାଙ୍କୁ ହିଁ ଜ୍ଞାନର ସାଗର ବୋଲି କୁହାଯାଉଛି, ତାଙ୍କ ନିକଟରେ କେଉଁ ବିଷୟର ଜ୍ଞାନ ରହିଛି ? ମନୁଷ୍ୟ ଭାବୁଛନ୍ତି ଭଗବାନ ସମସ୍ତଙ୍କର ଅନ୍ତରକୁ, କର୍ମ ବିକର୍ମକୁ ଜାଣିଛନ୍ତି । କିନ୍ତୁ ଏବେ ବାବା ବୁଝାଉଛନ୍ତି ପ୍ରତ୍ୟେକ ଆତ୍ମାଙ୍କୁ ନିଜ-ନିଜର ଅଭିନୟ ମିଳିଛି । ସବୁ ଆତ୍ମାମାନେ ପରମଧାମରେ ରହନ୍ତି ତାଙ୍କ ମଧ୍ୟରେ ସମସ୍ତ ଅଭିନୟ ଭରି ରହିଛି । ସମସ୍ତେ ପ୍ରସ୍ତୁତ ହୋଇ ବସିଛନ୍ତି ଯେ କର୍ମକ୍ଷେତ୍ରକୁ ଯାଇ ନିଜର ଅଭିନୟ କରିବେ । ଏକଥା ମଧ୍ୟ ତୁମେ ଜାଣୁଛ ମୁଁ ଆତ୍ମା ସବୁ କିଛି କରୁଛି । ଆତ୍ମା ହିଁ କହୁଛି ଏହା ଖଟା, ଏହା ଲୁଣିଆ ଅଟେ । ଆତ୍ମା ହିଁ ବୁଝୁଛି ମୁଁ ଏବେ ବିକାରୀ ପାପ ଆତ୍ମା ହୋଇଛି ମୋର ସ୍ୱଭାବ ଆସୁରୀ ହୋଇଯାଇଛି । ଆତ୍ମା ହିଁ ଏହି କର୍ମକ୍ଷେତ୍ରରେ ଶରୀର ନେଇ ସମସ୍ତ ଅଭିନୟ କରୁଛି । ତେଣୁ ସର୍ବଦା ଆତ୍ମା ନିଶ୍ଚୟ ହୋଇ ରହିବା ଉଚିତ୍ । ମୁଁ ଆତ୍ମା ହିଁ ସବୁ କିଛି କରୁଛି । ଏବେ ବାବାଙ୍କ ସହିତ ମିଶିଛୁ ପୁଣି ୫ ହଜାର ବର୍ଷ ପରେ ମିଶିବୁ । ଏକଥା ମଧ୍ୟ ବୁଝୁଛ ପୂଜ୍ୟ ଏବଂ ପୂଜାରୀ, ପବିତ୍ର ଏବଂ ପତିତ ହୋଇ ଆସିଛୁ । ପୂଜ୍ୟ ଥିବା ସମୟରେ କେହି ମଧ୍ୟ ପତିତ ହୋଇପାରିବେ ନାହିଁ । ପୂଜାରୀ ଥିବା ସମୟରେ କେହି ମଧ୍ୟ ପବିତ୍ର ଆତ୍ମା ରହିବେ ନାହିଁ । ସତ୍ୟଯୁଗରେ ପବିତ୍ର ପୂଜ୍ୟ ହେବେ । ଦ୍ୱାପରରୁ ରାବଣ ରାଜ୍ୟ ଆରମ୍ଭ ହେଉଥିବାରୁ ସମସ୍ତେ ପତିତ ପୂଜାରୀ ହୋଇଛନ୍ତି । ଶିବବାବା କହୁଛନ୍ତି ଦେଖ ଶଙ୍କରାଚାର୍ଯ୍ୟ ମଧ୍ୟ ମୋର ପୂଜାରୀ ଅଟେ । ମୋତେ ହିଁ ପୂଜା କରୁଛନ୍ତି ନା । ଶିବଙ୍କର ଚିତ୍ର କାହା ପାଖରେ ହୀରା, ସୁନା ଅଥବା ଚାନ୍ଦିର ରହିଥାଏ । ଯିଏ ଭକ୍ତି ପୂଜା କରୁଛନ୍ତି ସେହି ପୂଜାରୀଙ୍କୁ ପୂଜ୍ୟ ତ କୁହାଯିବ ନାହିଁ । ସାରା ଦୁନିଆରେ ବର୍ତ୍ତମାନ ଜଣେ ହେଲେ ମଧ୍ୟ ପୂଜ୍ୟ ଆତ୍ମା ନାହାଁନ୍ତି । ପୂଜ୍ୟ ପବିତ୍ର ହୋଇ ପୁଣି ଅପବିତ୍ର ହେଉଛନ୍ତି । ନୂଆ ଦୁନିଆରେ ପବିତ୍ର ଥାଆନ୍ତି । ପବିତ୍ର ହିଁ ପୂଜା ହୋଇଥାନ୍ତି । କୁମାରୀ ପବିତ୍ର ଥିବା ସମୟରେ ପୂଜା ଯୋଗ୍ୟ ହୋଇଥାଏ । ଅପବିତ୍ର ହେଲେ ପୁଣି ସମସ୍ତଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ପଡିଥାଏ । ପୂଜାର କେତେ ସାମଗ୍ରୀ ରହିଛି । କେଉଁଠି ପ୍ରଦର୍ଶନୀ, ମିୟ୍ୟୁଜିୟମ୍ ଆଦି ଖୋଲିଲେ ଉପରେ ତ୍ରିମୂର୍ତ୍ତି ଶିବଙ୍କ ଚିତ୍ର ନିଶ୍ଚୟ ରହିବା ଦରକାର । ତଳେ ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ରହିଛି । ଆମେ ଏହି ପୂଜ୍ୟ ଦେବୀ-ଦେବତା ଧର୍ମ ସ୍ଥାପନା କରୁଛୁ । ସେଠାରେ ଅନ୍ୟ କୌଣସି ଧର୍ମ ରହିବ ନାହିଁ । ତୁମେ ବୁଝାଇପାରିବ, ପ୍ରଦର୍ଶନୀରେ ଭାଷଣ ଆଦି କରିପାରିବ ନାହିଁ । ବୁଝାଇବା ନିମନ୍ତେ ଅଲଗା ପ୍ରବନ୍ଧ ହେବା ଦରକାର । ଏହା ହେଉଛି ମୁଖ୍ୟ କଥା ଆମେ ଭାରତବାସୀଙ୍କୁ ଖୁସି ଖବର ଶୁଣାଉଛୁ । ଆମେ ଏହି ରାଜ୍ୟ ସ୍ଥାପନ କରୁଛୁ । ଏହି ଦୈବୀ ରାଜବଂଶ ଥିଲା, ଏବେ ନାହିଁ ପୁନର୍ବାର ଏହାର ସ୍ଥାପନା ହେଉଛି ଆଉ ସବୁ ବିନାଶ ହୋଇଯିବ । ସତ୍ୟଯୁଗରେ ଏହି ଏକ ଧର୍ମ ଥିବା ସମୟରେ ଅନେକ ଧର୍ମ ନଥିଲା । ଏବେ ଅନେକ ଧର୍ମ ମିଶି ଏକ ଧର୍ମ ତ ହୋଇପାରିବ ନାହିଁ । ଗୋଟିଏ ପରେ ଗୋଟିଏ ଧର୍ମର ସ୍ଥାପନା ଓ ବୃଦ୍ଧି ହୋଇ ଚାଲିଛି । ପ୍ରଥମରୁ ଥିବା ଆଦି ସନାତନ ଦେବୀ-ଦେବତା ଧର୍ମ ପ୍ରାୟ ଲୋପ ହୋଇଯାଇଛି । ଏପରି କେହି ନାହାଁନ୍ତି ଯିଏ ନିଜକୁ ଦେବୀ ଦେବତା ଧର୍ମର କହୁଥିବେ । ଏହାକୁ ବିକାରୀ ଦୁନିଆ କୁହାଯାଉଛି । ତୁମେ କହିପାରିବ ଆମେ ଆପଣଙ୍କୁ ଖୁସି ଖବର ଶୁଣାଉଛୁ ଶିବବାବା ନିର୍ବିକାରୀ ଦୁନିଆ ସ୍ଥାପନ କରୁଛନ୍ତି । ଆମେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ବ୍ରହ୍ମାକୁମାର-କୁମାରୀ ଅଟୁ ନା । ପ୍ରଥମେ ଆତ୍ମା ରୂପେ ଆମେ ଭାଇ-ଭାଇ ଅଟୁ ପୁଣି ରଚନା ହେଉଥିବାରୁ ନିଶ୍ଚୟ ଭାଇ-ଭଉଣୀ ହେବୁ । ସମସ୍ତେ କହୁଛନ୍ତି ବାବା ଆମେ ଆପଣଙ୍କର ସନ୍ତାନ, ତେବେ ଭାଇ-ଭଉଣୀଙ୍କର ବିକାରୀ ଦୃଷ୍ଟି ହୋଇପାରିବ ନାହିଁ । ଏହି ଅନ୍ତିମ ଜନ୍ମ ପବିତ୍ର ହେଲେ, ତେବେ ଯାଇ ପବିତ୍ର ବିଶ୍ୱର ମାଲିକ ହୋଇପାରିବ । ତୁମେ ଜାଣିଛ ଗତି-ସଦ୍‌ଗତି ଦାତା ହେଉଛନ୍ତି ଏକମାତ୍ର ବାବା । ପୁରୁଣା ଦୁନିଆ ବଦଳି ନିଶ୍ଚୟ ନୂଆ ଦୁନିଆ ସ୍ଥାପନ ହେବ । ଏହା ତ ଭଗବାନ ହିଁ କରିବେ । ଏବେ ସେ ନୂଆ ଦୁନିଆ କିପରି ସୃଷ୍ଟି କରୁଛନ୍ତି, ଏକଥା ତୁମେ ହିଁ ଜାଣିଛ । ଏବେ ପୁରୁଣା ଦୁନିଆ ମଧ୍ୟ ଅଛି, ବିନାଶ ହୋଇନାହିଁ । ଚିତ୍ରରେ ମଧ୍ୟ ଅଛି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା । ଏହା ତାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମ ଅଟେ । ବ୍ରହ୍ମାଙ୍କର ଯୋଡି ନୁହେଁ, ବ୍ରହ୍ମାଙ୍କର ତ ପୋଷ୍ୟ ସନ୍ତାନ ଅଟନ୍ତି । ବୁଝାଇବା ନିମନ୍ତେ ବହୁତ ତର୍କସଙ୍ଗତ ତଥ୍ୟ ଦରକାର । ଶିବବାବା ବ୍ରହ୍ମାଙ୍କ ମଧ୍ୟରେ ପ୍ରବେଶ କରି ଆମକୁ ନିଜର କରୁଛନ୍ତି । ଶରୀରରେ ପ୍ରବେଶ କଲେ ତ କହିବେ ହେ ଆତ୍ମା, ତୁମେ ମୋର ସନ୍ତାନ ଅଟ । ଆତ୍ମାମାନେ ତ ଅଛନ୍ତି ପୁଣି ବ୍ରହ୍ମା ଦ୍ୱାରା ସୃଷ୍ଟି ରଚନା କରାଗଲେ ନିଶ୍ଚୟ ବ୍ରହ୍ମାକୁମାର-କୁମାରୀ ହେବେ, ତେବେ ଭାଇ-ଭଉଣୀ ହୋଇଗଲେ । ଅନ୍ୟ ସବୁ ଦୃଷ୍ଟି ପରିବର୍ତ୍ତନ ହୋଇଯିବ । ଆମେ ଶିବବାବାଙ୍କଠାରୁ ପବିତ୍ର ହେବାର ସମ୍ପତ୍ତି ନେଉଛୁ । ରାବଣଠାରୁ ଆମକୁ ଅଭିଶାପ ମିଳୁଛି । ଏବେ ଆମେ ଦେହୀ ଅଭିମାନୀ ହେଉଛୁ ତେଣୁ ବାବାଙ୍କଠାରୁ ସମ୍ପତ୍ତି ମିଳୁଛି । ଦେହ ଅଭିମାନ ଦ୍ୱାରା ରାବଣଠାରୁ ଅଭିଶାପ ମିଳୁଛି । ଅଭିଶାପ ମିଳିବା ଦ୍ୱାରା ଅଧୋଗତି ହୋଇଛି । ଏବେ ଭାରତ ଶ୍ରାପିତ ହୋଇଯାଇଛି । ଭାରତକୁ ଏତେ କାଙ୍ଗାଳ ବିକାରୀ କିଏ କରାଇଲା ? ଏହା କାହାର ତ ଅଭିଶାପ ଅଟେ ନା । ଏହା ହେଉଛି ରାବଣ ରୂପୀ ମାୟାର ଅଭିଶାପ । ପ୍ରତ୍ୟେକ ବର୍ଷ ରାବଣକୁ ଜଳାଉଥିବାରୁ ନିଶ୍ଚିତ ସେ ଶତ୍ରୁ ଅଟେ ନା । ଧର୍ମରେ ହିଁ ଶକ୍ତି ରହିଥାଏ । ଏବେ ଆମେ ଦେବତା ଧର୍ମର ହେଉଛୁ । ବାବା ନୂଆ ଧର୍ମ ସ୍ଥାପନା କରିବାରେ ନିମିତ୍ତ ଅଟନ୍ତି । କେତେ ଶକ୍ତିଶାଳୀ ଧର୍ମ ସ୍ଥାପନ କରୁଛନ୍ତି ଆମେ ବାବାଙ୍କଠାରୁ ଶକ୍ତି ନେଇ, ସାରା ବିଶ୍ୱ ଉପରେ ବିଜୟ ପ୍ରାପ୍ତ କରୁଛୁ । ବାବାଙ୍କ ସ୍ମୃତି ଦ୍ୱାରା ହିଁ ଶକ୍ତି ମିଳୁଛି ଏବଂ ବିକର୍ମ ବିନାଶ ହେଉଛି । ତେଣୁ ଏହିଭଳି ଏକ ପ୍ରସଙ୍ଗ ଲେଖିଦେବା ଉଚିତ୍ । ଆମେ ଖୁସି ଖବର ଶୁଣାଉଛୁ । ବର୍ତ୍ତମାନ ଏହି ଧର୍ମର ସ୍ଥାପନା ହେଉଛି ଯାହାକୁ ହେଭେନ୍‌, ସ୍ୱର୍ଗ କୁହାଯାଉଛି । ଏହିପରି ବଡ-ବଡ ଅକ୍ଷରରେ ଲେଖିଦିଅ । ବାବା ରାୟ ଦେଉଛନ୍ତି ଏହା ହେଉଛି ସବୁଠାରୁ ମୁଖ୍ୟ କଥା । ଏବେ ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା ହେଉଛି । ପ୍ରଜାପିତା ବ୍ରହ୍ମା ମଧ୍ୟ ବସିଛନ୍ତି । ଆମେ ପ୍ରଜାପିତା ବ୍ରହ୍ମାକୁମାର-କୁମାରୀ ଶ୍ରୀମତ ମାଧ୍ୟମରେ ଏହି କାର୍ଯ୍ୟ କରୁଛୁ । ବ୍ରହ୍ମାଙ୍କର ମତ ନୁହେଁ, ଶ୍ରୀମତ ହେଉଛି ପରମପିତା ପରମାତ୍ମା ଶିବଙ୍କର, ଯିଏ ସମସ୍ତଙ୍କର ପିତା ଅଟନ୍ତି । ବାବା ହିଁ ଏକ ଧର୍ମର ସ୍ଥାପନା, ଅନେକ ଧର୍ମର ବିନାଶ କରାଉଛନ୍ତି । ରାଜଯୋଗ ଶିଖି ଏହିପରି ଶ୍ରେଷ୍ଠ ହେଉଛନ୍ତି । ଆମେ ମଧ୍ୟ ଏହିପରି ହେବୁ । ଆମେ ବେହଦର ସନ୍ନ୍ୟାସ କରିଛୁ କାହିଁକି ନା ଜାଣିଛୁ ଏହି ପୁରୁଣା ଦୁନିଆ ଭସ୍ମ ହୋଇଯିବ । ଯେପରି ଲୌକିକ ପିତା ନୂଆ ଘର କଲେ ପୁରୁଣାରୁ ମମତ୍ତ୍ୱ ତୁଟିଯାଏ । ବାବା କହୁଛନ୍ତି ଏହି ପୁରୁଣା ଦୁନିଆ ବିନାଶ ହୋଇଯିବ । ଏବେ ତୁମ ପାଇଁ ନୂଆ ଦୁନିଆ ସ୍ଥାପନ କରୁଛନ୍ତି । ତୁମେ ନୂଆ ଦୁନିଆ ପାଇଁ ପଢୁଛ । ଅନେକ ଧର୍ମର ବିନାଶ, ଏକ ଧର୍ମର ସ୍ଥାପନା ସଂଗମରେ ହେଉଛି । ଲଢେଇ ଲାଗିବ । ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଆସିବ । ସତ୍ୟଯୁଗରେ ଏହାଙ୍କ ରାଜ୍ୟ ଥିବା ସମୟରେ ଅନ୍ୟ କୌଣସି ଧର୍ମ ନଥିଲା । ବାକି ସବୁ ଆତ୍ମା କେଉଁଠି ଥିଲେ ? ଏହି ଜ୍ଞାନ ବୁଦ୍ଧିରେ ରଖିବାକୁ ହେବ । ବ୍ରହ୍ମାବାବା କହୁଛନ୍ତି ଏପରି ନୁହେଁ ଏହି ଜ୍ଞାନ ବୁଦ୍ଧିରେ ରଖି ମୁଁ ଅନ୍ୟ କାମ କରୁନାହିଁ, କେତେ ଖିଆଲ ରଖୁଛନ୍ତି । ଚିଠି ଲେଖିବା, ପଢିବା, ଘରର ଖିଆଲ ରଖିବାକୁ ପଡୁଛି । ତଥାପି ମଧ୍ୟ ବାବାଙ୍କୁ ମନେ ପକାଉଛି । ବାବାଙ୍କୁ ମନେ ନପକାଇଲେ ବିକର୍ମ କିପରି ବିନାଶ ହେବ ।

ଏବେ ତୁମକୁ ଜ୍ଞାନ ମିଳୁଛି, ତୁମେ ଅଧାକଳ୍ପ ପାଇଁ ପୂଜ୍ୟ ହେଉଛ । ଅଧାକଳ୍ପ ପୂଜାରୀ ତମୋପ୍ରଧାନ ପୁଣି ଅଧାକଳ୍ପ ପୂଜ୍ୟ ସତ୍ତ୍ୱପ୍ରଧାନ ହେଉଛ । ଆତ୍ମା ପରମପିତା ପରମାତ୍ମାଙ୍କ ସହିତ ଯୋଗ ଲଗାଇବା ଦ୍ୱାରା ହିଁ ପାରସ ହେଉଛି । ବାବାଙ୍କୁ ମନେ ପକାଇ ଲୌହଯୁଗରୁ ସୁବର୍ଣ୍ଣଯୁଗକୁ ଚାଲିଯିବ । ପତିତ-ପାବନ ଜଣଙ୍କୁ ହିଁ କୁହାଯାଇଥାଏ । ଆଗକୁ ଗଲେ ତୁମର ପ୍ରଭାବ ବିସ୍ତାର ହେବ । ଏହା ତ ସବୁ ଧର୍ମ ନିମନ୍ତେ ଉଦ୍ଦିଷ୍ଟ । ତୁମେ କହୁଛ ମଧ୍ୟ ବାବା କହୁଛନ୍ତି ଯେ ମୁଁ ପତିତ-ପାବନ ଅଟେ । ମୋତେ ମନେ ପକାଇଲେ ତୁମେ ପବିତ୍ର ହୋଇଯିବ । ବାକି ସମସ୍ତେ ହିସାବ-କିତାବ ଚୁକ୍ତ କରି ଯିବେ । କେଉଁଠି ଦ୍ୱନ୍ଦରେ ପଡିଲେ ପଚାରିପାରିବ । ସତ୍ୟଯୁଗରେ କମ୍ ଆତ୍ମା ରହିବେ । ଏବେ ତ ଅନେକ ଧର୍ମ ରହିଛି । ନିଶ୍ଚୟ ହିସାବ-କିତାବ ଚୁକ୍ତ କରି ପୁଣି ଏପରି ହେବେ, ଯେପରି ଥିଲେ । ବିସ୍ତାରକୁ କାହିଁକି ଯିବୁ । ଜାଣିଛ ପ୍ରତ୍ୟେକ ନିଜ-ନିଜର ଅଭିନୟ କରିବେ । ଏବେ ସମସ୍ତଙ୍କୁ ଘରକୁ ଯିବାକୁ ହେବ କାହିଁକି ନା ଏମାନେ ସବୁ ସତ୍ୟଯୁଗରେ ନଥିଲେ । ବାବା ଆସୁଛନ୍ତି ଏକ ଧର୍ମର ସ୍ଥାପନା ଅନେକ ଧର୍ମର ବିନାଶ କରିବା ପାଇଁ । ଏବେ ନୂଆ ଦୁନିଆର ସ୍ଥାପନା ହେଉଛି । ପୁଣି ସତ୍ୟଯୁଗ ନିଶ୍ଚିତ ଆସିବ, ଚକ୍ର ନିଶ୍ଚୟ ଘୂରିବ । ଅଧିକ ଖିଆଲରେ ଯାଅ ନାହିଁ, ମୂଳ କଥା ଆମେ ସତ୍ତ୍ୱପ୍ରଧାନ ହେଲେ ଉଚ୍ଚ ପଦ ପାଇବୁ । କୁମାରୀମାନେ ଏହି ସେବାରେ ଲାଗିଯିବା ଉଚିତ୍‌, କୁମାରୀଙ୍କର ରୋଜଗାର ମା-ବାପା ଖାଇ ନଥାନ୍ତି । କିନ୍ତୁ ଆଜିକାଲି ପରିସ୍ଥିତିକୁ ନେଇ କୁମାରୀମାନଙ୍କୁ ମଧ୍ୟ ରୋଜଗାର କରିବାକୁ ପଡୁଛି । ତୁମେ ଜାଣୁଛ ଏବେ ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହେବାକୁ ପଡିବ । ଆମେ ରାଜଯୋଗୀ ଅଟୁ, ବାବାଙ୍କଠାରୁ ନିଶ୍ଚୟ ସମ୍ପତ୍ତି ନେବୁ ।

ଏବେ ତୁମେ ପାଣ୍ଡବ ସେନାରେ ଅଛ । ନିଜର ସେବା କରି ମଧ୍ୟ ଏହି ଖିଆଲ ରଖିବାକୁ ହେବ, ଆମେ ଯାଇ କିପରି ସମସ୍ତଙ୍କୁ ରାସ୍ତା ବତାଇବୁ । ଯେତେ କରିବ, ସେତେ ଉଚ୍ଚ ପଦ ପାଇବ । ବାବାଙ୍କୁ ପଚାରିପାର ଏହି ଅବସ୍ଥାରେ ମରିଗଲେ ଆମେ କଣ ପଦ ପାଇବୁ ? ବାବା ତୁରନ୍ତ ବତାଇଦେବେ । ସେବା କରୁନାହଁ ସେଥିପାଇଁ ସାଧାରଣ ଘରେ ଯାଇ ଜନ୍ମ ନେଇ ପୁଣି ଆସି ଜ୍ଞାନ ନେବ ଏହା ମୁସକିଲ୍ ଅଟେ କାହିଁକି ନା ଛୋଟ ପିଲା ଏତେ ଜ୍ଞାନ ଧାରଣ କରିପାରିବେ ନାହିଁ । ଧରିନିଅ ବାକି ୨-୩ ବର୍ଷ ରହୁଛନ୍ତି ତେବେ କଣ ପଢିପାରିବେ ? ବାବା କହିଦେବେ ତୁମେ କୌଣସି କ୍ଷତ୍ରିୟ କୂଳରେ ଯାଇ ଜନ୍ମ ନେବ । ପଛକୁ ଯାଇ ଦ୍ୱିମୁକୁଟଧାରୀ ହେବ । ସ୍ୱର୍ଗର ସଂପୂର୍ଣ୍ଣ ସୁଖ ପାଇପାରିବ ନାହିଁ । ଯିଏ ସଂପୂର୍ଣ୍ଣ ସେବା କରିବେ, ଭଲ ଭାବେ ପଢିବେ ସେ ସଂପୂର୍ଣ୍ଣ ସୁଖ ପାଇବେ, ପୁରୁଷାର୍ଥର କ୍ରମ ଅନୁସାରେ । ଏହି ଚିନ୍ତା ରହିବା ଉଚିତ୍‌ ଏବେ ନହେଲେ କଳ୍ପ-କଳ୍ପ ହୋଇପାରିବ ନାହିଁ । ପ୍ରତ୍ୟେକ ନିଜକୁ ଜାଣିପାରିବେ, ଆମେ କେତେ ନମ୍ବରରେ ପାସ୍ ହେବୁ । ସବୁ ଜାଣୁଛନ୍ତି ପୁଣି କୁହାଯାଉଛି ଡ୍ରାମା । ଭିତରେ ଭିତରେ ଦୁଃଖୀ ହେବେ ନା, ବସି-ବସି ଭାବିବେ ଆମର କଣ ହୋଇଗଲା! ବସି-ବସି ମନୁଷ୍ୟ ମରିଯାନ୍ତି ସେଥିପାଇଁ ବାବା କହୁଛନ୍ତି ଅଳସୁଆ ହୁଅ ନାହିଁ । ପୁରୁଷାର୍ଥ କରି ପତିତରୁ ପବିତ୍ର ହୁଅ, ଅନ୍ୟକୁ ରାସ୍ତା ବତାଇଚାଲ । କୌଣସି ମିତ୍ର-ସମ୍ବନ୍ଧୀ ଆଦି ଥିଲେ ତାଙ୍କ ପ୍ରତି ଦୟା ଆସିବା ଦରକାର । ଦେଖନ୍ତି ଇଏ ବିକାର ବିନା, ବିକାରୀ ହେବା ବିନା ରହିପାରିବେ ନାହିଁ, ତଥାପି ବୁଝାଇବା ଦରକାର, ନ ମାନିଲେ ଧରିନିଅ ଯେ ସେ ଆତ୍ମା ଆମ କୂଳର ନୁହେଁ । ଚେଷ୍ଟା କରି ବାପଘର ଏବଂ ଶାଶୁଘର ଲୋକଙ୍କର କଲ୍ୟାଣ କରିବା ଉଚିତ୍ । ଏପରି ଚଳଣି ନ ହେଉ ଯାହା ଫଳରେ କହିବେ ଯେ ଇଏ ତ ଆମ ସହିତ କଥା ହେଉ ନାହାଁନ୍ତି, ମୁହଁ ବୁଲାଇ ଦେଉଛନ୍ତି । ଏପରି କରିବା ନାହିଁ, ସମସ୍ତଙ୍କ ସହିତ ସମ୍ବନ୍ଧ ଯୋଡିବାକୁ ହେବ । ଆମେ ତାଙ୍କର ମଧ୍ୟ କଲ୍ୟାଣ କରିବୁ । ବହୁତ ଦୟାଶୀଳ ହେବା ଉଚିତ୍ । ଆମେ ସୁଖ ଆଡକୁ ଯାଉଥିବାରୁ ଅନ୍ୟମାନଙ୍କୁ ମଧ୍ୟ ସୁଖର ରାସ୍ତା ବତାଇବା ଉଚିତ୍ । ତୁମେ ଅନ୍ଧମାନଙ୍କର ଲାଠି ଅଟ ନା । ଗାନ କରନ୍ତି ତୁମେ ଅନ୍ଧମାନଙ୍କର ଲାଠି । ଆଖି ସମସ୍ତଙ୍କର ଅଛି ତଥାପି ଡାକୁଛନ୍ତି ରାସ୍ତା ଦେଖାଅ କାହିଁକି ନା ଜ୍ଞାନର ତୃତୀୟ ନେତ୍ର ନାହିଁ । ଶାନ୍ତି-ସୁଖର ମାର୍ଗଦର୍ଶକ ଏକମାତ୍ର ବାବା ଅଟନ୍ତି । ଏକଥା ବର୍ତ୍ତମାନ ତୁମ ବୁଦ୍ଧିରେ ଅଛି । ଆଗରୁ ବୁଝୁ ନଥିଲ । ଭକ୍ତିମାର୍ଗରେ କେତେ ମନ୍ତ୍ର ଜପୁଛନ୍ତି । ରାମ-ରାମ କହି ମାଛ, ପିମ୍ପୁଡି ଆଦିଙ୍କୁ ଖୁଆଇଥାନ୍ତି । ଏବେ ଜ୍ଞାନ ମାର୍ଗରେ ତ ଏସବୁ କିଛି କରିବାର ଆବଶ୍ୟକତା ନାହିଁ । ଢେରକୁ ଢେର ପକ୍ଷୀ ମରିଯାଉଛନ୍ତି । ଗୋଟିଏ ତୁଫାନ ହେଲେ କେତେ ମରିଯାଉଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ତ ଏବେ ବହୁତ ଜୋରରେ ଆସିବ । ଏହି ରିହର୍ସଲ ଚାଲିବ । ବିନାଶ ତ ନିଶ୍ଚୟ ହେବ । ମନରେ ଆସୁଛି ଏବେ ଆମେ ସ୍ୱର୍ଗକୁ ଯିବୁ । ସେଠାରେ ନିଜର ଫାଷ୍ଟକ୍ଲାସ୍ ମହଲ ତିଆରି କରିବୁ । ଯେପରି କଳ୍ପ ପୂର୍ବରୁ କରିଥିଲୁ । କଳ୍ପ ପୂର୍ବରୁ ଯେଉଁମାନେ କରିଥିଲେ ସେମାନେ କରିବେ । ସେ ସମୟରେ ସେହି ବୁଦ୍ଧି ଆସିଯିବ । ତାର ଖିଆଲ ଏବେ କାହିଁକି କରିବୁ, ଏହାଠାରୁ ତ ଭଲ ବାବାଙ୍କ ସ୍ମୃତିରେ ରହିବା । ଯୋଗର ଯାତ୍ରାକୁ ଭୁଲ ନାହିଁ । କଳ୍ପ ପୂର୍ବ ଭଳି ମହଲ ହେବ । କିନ୍ତୁ ଏବେ ଯୋଗର ଯାତ୍ରାରେ ରହି ବହୁତ ଖୁସିରେ ରହିବା ଉଚିତ୍ ଯେ ଆମକୁ ବାପ, ଶିକ୍ଷକ, ସତଗୁରୁ ମିଳିଛନ୍ତି । ଏହି ଖୁସିରେ ଲୋମ ଟାଙ୍କୁରି ଉଠିବା ଉଚିତ୍ । ତୁମେ ଜାଣିଛ ଆମେ ଆସିଛୁ ଅମରପୁରୀର ମାଲିକ ହେବା ପାଇଁ । ଏହି ଖୁସି ସ୍ଥାୟୀ ରହିବା ଉଚିତ୍ । ଏଠାରେ ରହିଲେ ପୁଣି ୨୧ ଜନ୍ମ ସେଠାରେ ସ୍ଥାୟୀ ହୋଇଯିବ । ବହୁତଙ୍କୁ ବାବାଙ୍କ ସ୍ମୃତି ଦେଲେ ନିଜର ମଧ୍ୟ ସ୍ମୃତି ରହିବ । ପୁଣି ଅଭ୍ୟାସରେ ପଡିଯବ । ଜାଣିଛ ଏହି ଅପବିତ୍ର ଦୁନିଆରେ ନିଆଁ ଲାଗିଯିବ । ବ୍ରାହ୍ମଣମାନଙ୍କର ହିଁ ଏହି ଖିଆଲ ରହିଛି ଏତେ ବଡ ଦୁନିଆ ବିନାଶ ହୋଇଯିବ । ସତ୍ୟଯୁଗରେ ଏକଥା କିଛି ଜଣାପଡିବ ନାହିଁ । ବର୍ତ୍ତମାନ ଅନ୍ତ ସମୟ, ତୁମେ ନିରନ୍ତର ସ୍ମୃତିରେ ରହିବା ପାଇଁ ପୁରୁଷାର୍ଥ କରୁଛ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ପତିତରୁ ପାବନ ହେବାର ପୁରୁଷାର୍ଥରେ ସୁସ୍ତି ବା ଆଳସ୍ୟ କରିବାର ନାହିଁ । ନିଜର ମିତ୍ର ସମ୍ବନ୍ଧୀମାନଙ୍କ ଉପରେ ଦୟା ରଖି ସେମାନଙ୍କୁ ଜ୍ଞାନ ବୁଝାଇବାକୁ ହେବ, ତାଙ୍କଠାରୁ ଦୂରେଇ ଯିବାର ନାହିଁ ।

(୨) ନିଜର ଚଳଣି ଏପରି ହେବା ଉଚିତ୍ ନୁହେଁ ଯାହାକି କେହି କହିବେ ଯେ ଇଏ ତ ମୁହଁ ବୁଲାଇ ନେଇଛନ୍ତି । ଦୟାଶୀଳ ହୋଇ ସମସ୍ତଙ୍କର କଲ୍ୟାଣ କରିବାକୁ ହେବ ଏବଂ ଅନ୍ୟ ସବୁ ବିଚାର ଛାଡି ଏକମାତ୍ର ବାବାଙ୍କର ସ୍ମୃତିରେ ରହିବାକୁ ହେବ ।

ବରଦାନ:-
ସମାହିତ କରିବାର ଶକ୍ତି ଦ୍ୱାରା ଭୁଲ୍କୁ ମଧ୍ୟ ଠିକ୍ କରୁଥିବା ବିଶ୍ୱ ପରିବର୍ତ୍ତକ ହୁଅ ।

ଅନ୍ୟର ଭୁଲ୍‌କୁ ଦେଖି ନିଜେ ଭୁଲ୍ କର ନାହିଁ । ଯଦି କେହି ଭୁଲ୍ କାର୍ଯ୍ୟ କରୁଛି ତେବେ ବି ଆମକୁ ଠିକ୍ ରାସ୍ତାରେ ରହିବାକୁ ହେବ, ତାଙ୍କର ସଂଗର ପ୍ରଭାବରେ ପ୍ରଭାବିତ ହେବାର ନାହିଁ । ଯେଉଁମାନେ ପ୍ରଭାବରେ ଆସିଯାଉଛନ୍ତି ସେମାନେ ବେପରୁଆ ହୋଇଯାଉଛନ୍ତି । ପ୍ରତ୍ୟେକ ବ୍ରାହ୍ମଣ ଆତ୍ମା କେବଳ ଏତିକି ଦୃଢ ସଂକଳ୍ପ କର ଯେ ମୁଁ ସର୍ବଦା ଠିକ୍ ରାସ୍ତାରେ ହିଁ ଚାଲିବି, ଯଦି ଅନ୍ୟ ଜଣେ ଭୁଲ୍ କାର୍ଯ୍ୟ କରୁଛି ତେବେ ସେହି ସମୟରେ ସମାହିତ କରିବାର ଶକ୍ତିକୁ ବ୍ୟବହାର କର । କୌଣସି ପ୍ରକାରର ଭୁଲ କାର୍ଯ୍ୟକୁ ନୋଟ୍ କରିବା ଅର୍ଥାତ୍ ମନରେ ରଖିବା ପରିବର୍ତ୍ତେ ତାଙ୍କୁ ନିଜର ସହଯୋଗର ନୋଟ ଦିଅ ଅର୍ଥାତ୍ ସହଯୋଗ ଦ୍ୱାରା ଭରପୁର କରିଦିଅ ତେବେ ବିଶ୍ୱ ପରିବର୍ତ୍ତନର କାର୍ଯ୍ୟ ସହଜରେ ହୋଇଯିବ ।

ସ୍ଲୋଗାନ:-
ଯଦି ନିରନ୍ତର ଯୋଗୀ ହେବାର ଅଛି ତେବେ ବିନାଶୀ ମୁଁ ଏବଂ ମୋରପଣିଆକୁ ଅବିନାଶୀରେ ପରିବର୍ତ୍ତନ କର ।