07.11.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ସାବଧାନ
ହୋଇ ପାଠପଢା ଉପରେ ପୂରା ପୂରା ଧ୍ୟାନ ଦିଅ, ଏପରି ନୁହେଁ ଯେ ମୋର ତ ସିଧାସଳଖ ଶିବବାବାଙ୍କ ସହିତ
ସମ୍ପର୍କ ଅଛି, ଏହି କଥା କହିବା ମଧ୍ୟ ଦେହ-ଅଭିମାନ ।”
ପ୍ରଶ୍ନ:-
ଭାରତ ଏକ
ଅବିନାଶୀ ତୀର୍ଥ ସ୍ଥାନ - କିପରି?
ଉତ୍ତର:-
ଭାରତ ପରମପିତାଙ୍କର ଜନ୍ମସ୍ଥାନ ହୋଇଥିବା କାରଣରୁ ଅବିନାଶୀ ଭୂଖଣ୍ଡ ଅଟେ । ଏହି ଅବିନାଶୀ
ଭୂଖଣ୍ଡରେ ସତ୍ୟଯୁଗ ଏବଂ ତ୍ରେତାଯୁଗରେ ଚୈତନ୍ୟ ଦେବୀ-ଦେବତାମାନେ ରାଜତ୍ୱ କରିଥା’ନ୍ତି, ସେହି
ସମୟର ଭାରତକୁ ଶିବାଳୟ କୁହାଯାଏ । ପୁଣି ଭକ୍ତିମାର୍ଗରେ ଜଡ ପ୍ରତିମା ସବୁ ତିଆର କରି ପୂଜା କରିବା
ସହିତ ଅନେକ ଶିବାଳୟ ମଧ୍ୟ ତିଆରି କରନ୍ତି, ତେଣୁ ସେହି ସମୟରେ ମଧ୍ୟ ଭାରତ ତୀର୍ଥ ସ୍ଥାନ ଅଟେ ।
ସେଥିପାଇଁ ଭାରତକୁ ଅବିନାଶୀ ତୀର୍ଥସ୍ଥାନ କହିପାରିବା ।
ଗୀତ:-
ରାତ କେ ରାହୀ,
ଥକ ମତ ଜାନା.....
ଓମ୍ ଶାନ୍ତି ।
କିଏ ସାବଧାନ
କରାଉଛନ୍ତି ଯେ ଥକିଯାଅ ନାହିଁ - ହେ ରାତ୍ରିର ପଥିକ? ଶିବବାବା ହିଁ ସାବଧାନ କରାଉଛନ୍ତି ।
କେତେକ ଏଭଳି ସନ୍ତାନ ମଧ୍ୟ ଅଛନ୍ତି ଯେଉଁମାନେ ଭାବୁଛନ୍ତି କି ଆମର ତ ଶିବବାବା ଅଛନ୍ତି, ତାଙ୍କ
ସହିତ ହିଁ ଆମର ସମ୍ପର୍କ ରହିଛି । କିନ୍ତୁ ସିଏ ନିଶ୍ଚିତ ବ୍ରହ୍ମା ମୁଖ ଦ୍ୱାରା ହିଁ ଶୁଣାଇବେ
ନା । ଅନେକ ଭାବୁଛନ୍ତି ଶିବବାବା ଆମକୁ ପ୍ରତ୍ୟକ୍ଷରେ ପ୍ରେରଣା ଦେଉଛନ୍ତି । କିନ୍ତୁ ଏକଥା
ବୁଝିବା ଭୁଲ୍ । ଶିବବାବା ନିଶ୍ଚିତ ଭାବରେ ବ୍ରହ୍ମାଙ୍କ ଦ୍ୱାରା ହିଁ ଶିକ୍ଷା ଦେବେ ନା । ବାବା
ତୁମକୁ ବୁଝାଉଛନ୍ତି - ପିଲାମାନେ ତୁମେ ଥକିଯାଅ ନାହିଁ । ଯଦିଓ ତୁମର ଶିବବାବାଙ୍କ ସହିତ
ସମ୍ପର୍କ ରହିଛି ତେବେ ଶିବବାବା ମଧ୍ୟ କହୁଛନ୍ତି ଯେ, ତୁମେମାନେ ମୋତେ ମନେ ପକାଅ । କିନ୍ତୁ ଏହି
ବ୍ରହ୍ମା ମଧ୍ୟ କହୁଛନ୍ତି ମନମନାଭବ । ଏହି ବ୍ରହ୍ମାକୁମାର-କୁମାରୀମାନେ ମଧ୍ୟ ମନମନାଭବ ବୋଲି
କହୁଛନ୍ତି । ସାବଧାନ କରିବା ପାଇଁ ତ ମୁଖ ଦରକାର ନା । କେତେକ ସନ୍ତାନ ଭାବୁଛନ୍ତି ଯେ - ଆମର ତ
ତାଙ୍କ ସହିତ ସମ୍ପର୍କ ରହିଛି । କିନ୍ତୁ ସିଏ ନିର୍ଦ୍ଦେଶ ତ ବ୍ରହ୍ମାଙ୍କ ଦ୍ୱାରା ହିଁ ଦେବେ ନା
। ଯଦି ନିର୍ଦ୍ଦେଶ ଆଦି ସିଧାସଳଖ ମିଳୁଥା’ନ୍ତା ତେବେ ପୁଣି ତାଙ୍କର ଏଠାକୁ ଆସିବାର ଦରକାର କ’ଣ
ଥିଲା? ଏପରି ସନ୍ତାନ ମଧ୍ୟ ଅଛନ୍ତି, ଯେଉଁମାନଙ୍କର ଏହି ବିଚାର ଆସୁଛି - ଶିବବାବା ଯଦି
ବ୍ରହ୍ମାଙ୍କ ଦ୍ୱାରା କହୁଛନ୍ତି ତେବେ ଆମ ଦ୍ୱାରା ମଧ୍ୟ କହିପାରିବେ । କିନ୍ତୁ ବ୍ରହ୍ମାଙ୍କ ବିନା
ତ ତାଙ୍କ ସହିତ ସମ୍ପର୍କ ହୋଇପାରିବ ନାହିଁ । ତେବେ ଅନେକ ଏଭଳି ଅଛନ୍ତି ଯେଉଁମାନେ କି ବ୍ରହ୍ମା
ବା ବ୍ରହ୍ମାକୁମାର-କୁମାରୀଙ୍କ ଉପରେ ଋଷି ଏପରି କହିବାରେ ଲାଗିଯାଆନ୍ତି । ଯୋଗ ତ ନିଶ୍ଚିତ
ଶିବବାବାଙ୍କ ସହିତ ରଖିବାକୁ ହେବ । ପିଲାମାନଙ୍କୁ ଶିକ୍ଷା ଏବଂ ସାବଧାନ କରିବା ପାଇଁ ବାବାଙ୍କୁ
ଏକଥା କହିବାକୁ ପଡୁଛି । ବାବା ବୁଝାଉଛନ୍ତି - ତୁମେ ଠିକ୍ ସମୟରେ କ୍ଲାସକୁ ଆସୁନାହଁ, ଏକଥା କିଏ
କହୁଛନ୍ତି? ଶିବବାବା ଏବଂ ବ୍ରହ୍ମାଦାଦା ଉଭୟ କହୁଛନ୍ତି, ଉଭୟଙ୍କର ଶରୀର ଗୋଟିଏ । ତେଣୁ
କହୁଛନ୍ତି, ସାବଧାନ ହୋଇ ପାଠପଢା ଉପରେ ପୂରା ଧ୍ୟାନ ଦିଅ । ବାବା ଆମକୁ ଉଚ୍ଚରୁ ଉଚ୍ଚ ପାଠ
ପଢାଉଛନ୍ତି । ତେବେ ପ୍ରଥମେ-ପ୍ରଥମେ ଶିବବାବାଙ୍କର ହିଁ ମହିମା କରିବାକୁ ହେବ । ତାଙ୍କର ମହିମା
ବହୁତ ଉଚ୍ଚ । ତାଙ୍କର ମହିମା ତ ସୀମାହୀନ । ତାଙ୍କ ମହିମାର ବହୁତ ଭଲ-ଭଲ ଶବ୍ଦ ରହିଛି କିନ୍ତୁ
ପିଲାମାନେ କେବେ-କେବେ ଭୁଲିଯାଉଛନ୍ତି । ତେଣୁ ବିଚାର-ସାଗର ମନ୍ଥନ କରି ଶିବବାବାଙ୍କର ପୂରା
ମହିମା ଲେଖିବା ଦରକାର ।
ନୂଆ ମନୁଷ୍ୟ କାହାକୁ
କୁହାଯିବ? ଏମିତି ତ ସ୍ୱର୍ଗର ନୂଆ ମନୁଷ୍ୟ ଶ୍ରୀକୃଷ୍ଣ ହିଁ ଅଟନ୍ତି । କିନ୍ତୁ ବର୍ତ୍ତମାନ ସମୟରେ
ବ୍ରାହ୍ମଣମାନଙ୍କର ଚୁଟୀର ଗାୟନ କରାଯାଇଛି । ଯଦି ପିଲାମାନଙ୍କୁ ରଚନା କରାଯିବ ତେବେ ତାଙ୍କୁ
ଶିକ୍ଷା ମଧ୍ୟ ଦିଆଯିବ । ଯଦି ଲକ୍ଷ୍ମୀ-ନାରାୟଣଙ୍କୁ ନୂଆ ମନୁଷ୍ୟ କହିବା ତେବେ ତାଙ୍କୁ ଶିକ୍ଷା
ଦେବାର ଆବଶ୍ୟକ ନାହିଁ । ତେବେ ଏହି ନୂଆ ମନୁଷ୍ୟ କିଏ? ଏହା ବହୁତ ବୁଝିବା ଏବଂ ବୁଝାଇବାର କଥା ।
ବାବା ସର୍ବଶକ୍ତିମାନ ସାରା ବିଶ୍ୱର ଅଧିକାରୀ ଅଟନ୍ତି । ଏହି “ବିଶ୍ୱର ଅଧିକାରୀ” ଶବ୍ଦ
ବାବାଙ୍କର ମହିମାରେ ଲେଖିବାକୁ ଭୁଲିଯାଉଛନ୍ତି । ଭାରତର ମଧ୍ୟ ମହିମା କରାଯାଉଛି ଯେ ଭାରତ
ଅବିନାଶୀ ତୀର୍ଥ ଅଟେ, କିପରି? ତୀର୍ଥ ତ ଭକ୍ତିମାର୍ଗରେ ରହିଥାଏ । ତେବେ ଏହାକୁ ଅବିନାଶୀ ତୀର୍ଥ
ବୋଲି କାହିଁକି କୁହାଯିବ? ଏହା କିପରି ଅବିନାଶୀ ତୀର୍ଥ ଅଟେ? ସତ୍ୟଯୁଗରେ ଆମେ ଏହାକୁ ତୀର୍ଥ
କହିପାରିବା? ଯଦି ଆମେ ଏହାକୁ ଅବିନାଶୀ ତୀର୍ଥ ଲେଖିବା ତେବେ କିପରି? ଏହି କଥାକୁ ସ୍ପଷ୍ଟ କରି
ବୁଝାଇବା ଦରକାର ଯେ ହଁ, ସତ୍ୟ-ତ୍ରେତାଯୁଗରେ ମଧ୍ୟ ଏହା ତୀର୍ଥସ୍ଥାନ ଥିଲା, ଦ୍ୱାପର-କଳିଯୁଗରେ
ମଧ୍ୟ ତୀର୍ଥ ଅଟେ । ଯଦି ଅବିନାଶୀ କହୁଛନ୍ତି ତେବେ ଚାରିଯୁଗରେ ଏହି କଥା ପ୍ରମାଣିତ କରି କହିବାକୁ
ପଡିବ । ତୀର୍ଥ ଆଦି ତ ଦ୍ୱାପରରୁ ଆରମ୍ଭ ହେଉଛି । ତେଣୁ ଆମେ କ’ଣ ଲେଖିପାରିବା ଯେ ଭାରତ ଅବିନାଶୀ
ତୀର୍ଥ ଅଟେ? ସତ୍ୟ-ତ୍ରେତାଯୁଗରେ ମଧ୍ୟ ତୀର୍ଥ ଥିଲା, ଯେଉଁଠାରେ ଚୈତନ୍ୟ ଦେବୀ-ଦେବତାମାନେ
ରହୁଥିଲେ । ଏଠାରେ ତ ଜଡ ତୀର୍ଥ ରହିଛି, ଯେତେବେଳେ ଶିବାଳୟ ଥିଲା, ସେଠାରେ ଚୈତନ୍ୟ ସତ୍ୟ ତୀର୍ଥ
ଥିଲା । ଏହି କଥା ବାବା ହିଁ ଆସି ବୁଝାଉଛନ୍ତି । ଭାରତ ଅବିନାଶୀ ଭୂମି ଅଟେ । ବାକି ସବୁ ବିନାଶ
ହୋଇଯାଉଛି । ଏହି କଥାକୁ କୌଣସି ମନୁଷ୍ୟ ଜାଣିନାହାଁନ୍ତି । ପତିତ-ପାବନ ବାବା ଏଠାକୁ ଆସି,
ଯେଉଁମାନଙ୍କୁ ପବିତ୍ର ଦେବୀ-ଦେବତା କରୁଛନ୍ତି ସେହିମାନେ ହିଁ ପୁଣି ଏହି ଶିବାଳୟରେ ରହୁଛନ୍ତି ।
ଏଠାରେ ତ ବଦ୍ରିନାଥ, ଅମରନାଥକୁ ଯିବାକୁ ପଡୁଛି । କିନ୍ତୁ ସେଠାରେ ଏହି ଭାରତ ହିଁ ତୀର୍ଥଭୂମି
ହେବ । ଏପରି ନୁହେଁ ଯେ, ସେଠାରେ ଶିବବାବା ରହିବେ । ଶିବବାବା ତ ବର୍ତ୍ତମାନ ଅଛନ୍ତି ।
ବର୍ତ୍ତମାନ ସମୟରେ ହିଁ ସମସ୍ତ ମହିମା କରାଯାଉଛି । ଏହା ଶିବବାବାଙ୍କର ଜନ୍ମଭୂମି ଅଟେ । ତେଣୁ
ଏହା ବ୍ରହ୍ମାଙ୍କର ମଧ୍ୟ ଜନ୍ମଭୂମି ହୋଇଗଲା ନା । କିନ୍ତୁ ଏହାକୁ ଶଙ୍କରଙ୍କର ଜନ୍ମଭୂମି
କୁହାଯିବ ନାହିଁ । ତାଙ୍କର ତ ଏଠାକୁ ଆସିବାର କୌଣସି ଆବଶ୍ୟକତା ହିଁ ନାହିଁ । ସିଏ ତ ବିନାଶ ପାଇଁ
ନିମିତ୍ତ ହୋଇଛନ୍ତି । ବିଷ୍ଣୁ ଆସି ଦୁଇ ରୂପରେ ରାଜତ୍ୱ କରି ପୁଣି ପାଳନା କରୁଛନ୍ତି । ତେଣୁ
ବିଷ୍ଣୁଙ୍କର ଦୁଇ ରୂପ ଯୁଗଳ ଭାବରେ ଦେଖାଇଛନ୍ତି ନା । ତାଙ୍କର ଏହା ପ୍ରତିମା ଅଟେ । ସିଏ ତ
ସତ୍ୟଯୁଗରେ ଆସୁଛନ୍ତି । ତେବେ ଆମକୁ ଏକମାତ୍ର ବାବାଙ୍କର ମହିମା କରିବାକୁ ପଡୁଛି । ସିଏ ଆମର
ରକ୍ଷାକର୍ତ୍ତା ମଧ୍ୟ ଅଟନ୍ତି । ମନୁଷ୍ୟମାନେ ତ ଧର୍ମସ୍ଥାପକ ମାନଙ୍କୁ ମଧ୍ୟ ରକ୍ଷାକର୍ତ୍ତା ବୋଲି
କହିଦେଉଛନ୍ତି । ଯୀଶୁଖ୍ରୀଷ୍ଟ, ବୁଦ୍ଧଦେବ ଆଦିଙ୍କୁ ମଧ୍ୟ ଉଦ୍ଧାରକର୍ତ୍ତା ବୋଲି କହିଦେଉଛନ୍ତି
। ଭାବୁଛନ୍ତି ସେମାନେ ଶାନ୍ତି ସ୍ଥାପନ କରିବାକୁ ଆସିଥିଲେ । କିନ୍ତୁ ସେମାନେ କୌଣସି ଶାନ୍ତି
ସ୍ଥାପନ କରୁନାହାଁନ୍ତି, ନା କାହାକୁ ଦୁଃଖରୁ ମୁକ୍ତ କରୁଛନ୍ତି । ସେମାନେ ତ କେବଳ ଧର୍ମ ସ୍ଥାପନ
କରିଥାଆନ୍ତି । ତାଙ୍କ ପରେ ତାଙ୍କର ଧର୍ମର ଆତ୍ମାମାନେ ମଧ୍ୟ ଆସିଥାଆନ୍ତି । ରକ୍ଷାକର୍ତ୍ତା
ଶବ୍ଦ ବହୁତ ଭଲ ଅଟେ । ଏହା ମଧ୍ୟ ନିଶ୍ଚିତ ଲେଖିବା ଦରକାର । ଏହି ଚିତ୍ର ଯେତେବେଳେ ବିଦେଶରେ
ପ୍ରତ୍ୟକ୍ଷ ହେବ ସେତେବେଳେ ଏ ସବୁ ଭାଷାରେ ବାହାରିବ । ଲୋକମାନେ ପୋପ୍ଙ୍କର କେତେ ମହିମା
କରୁଛନ୍ତି । ପ୍ରେସିଡେଣ୍ଟ୍ ମରିଗଲେ ତାଙ୍କର କେତେ ମହିମା କରୁଛନ୍ତି, ଯିଏ ଯେତେ ବଡ ଲୋକ
ତାଙ୍କର ସେତେ ମହିମା ହୋଇଥାଏ । କିନ୍ତୁ ବର୍ତ୍ତମାନ ସମୟରେ ସମସ୍ତେ ଏକାଭଳି ହୋଇଗଲେଣି ।
ଭଗବାନଙ୍କୁ ସର୍ବବ୍ୟାପୀ କହିଦେଉଛନ୍ତି । ଏମିତି ତ ସବୁ ଆତ୍ମାମାନେ ନିଜର ପିତାଙ୍କୁ ଗାଳି
ଦେଉଛନ୍ତି ଯେ, ଆମେ ମଧ୍ୟ ପିତା ଅଟୁ । ଲୌକିକ ସନ୍ତାନ ମଧ୍ୟ ଏପରି କହି ନ ଥାଏ ଯେ ମୁଁ ମଧ୍ୟ
ବାପା ଅଟେ । ହଁ, ସିଏ ନିଜର ରଚନା କଲେ ତା’ର ପିତା ହୋଇଥା’ନ୍ତି । ଏପରି ମଧ୍ୟ ହୋଇପାରିବ ଯେ,
ଆମ ସବୁ ଆତ୍ମାମାନଙ୍କର ପିତା ଜଣେ ଅଟନ୍ତି । ଆମେ କେବେ ତାଙ୍କର ପିତା ହୋଇପାରିବା ନାହିଁ ।
ତାଙ୍କୁ ଆମେ ସନ୍ତାନ ବୋଲି କହିପାରିବା ନାହିଁ । ହଁ, ଏହା ତ ଜ୍ଞାନର ମନୋରଞ୍ଜନ ଅଟେ ସେଥିପାଇଁ
କହୁଛନ୍ତି ଯେ, ଆମେ ଶିବ ବାଳକକୁ ନିଜର ଉତ୍ତରାଧିକାରୀ କରୁଛୁ । ଏହି କଥାକୁ କ୍ୱଚିତ୍ କେହି କେହି
ବୁଝିପାରନ୍ତି । ଶିବ ସନ୍ତାନଙ୍କୁ ଉତ୍ତରାଧିକାରୀ କରି ତାଙ୍କ ପାଖରେ ସମର୍ପଣ ହେଉଛନ୍ତି ।
ଶିବବାବାଙ୍କ ପାଖରେ ପିଲାମାନେ ସମର୍ପିତ ହେଉଛନ୍ତି ନା । ତେବେ ଏଠାରେ ତ ଅଦଳବଦଳ ହେଉଛି ।
ସମ୍ପତ୍ତି ଦେବାର କେତେ ମହତ୍ୱ ରହିଛି । ବାବା କହୁଛନ୍ତି - ଦେହ ସହିତ ଯାହା କିଛି ବି ଅଛି, ସେ
ସବୁର ଉତ୍ତରାଧିକାରୀ ମୋତେ କରାଅ । କିନ୍ତୁ ଦେହ-ଅଭିମାନ ତୁଟିବା ବହୁତ ମୁସକିଲ୍ । ନିଜକୁ ଆତ୍ମା
ଭାବି ବାବାଙ୍କୁ ମନେ ପକାଇଲେ ଦେହ-ଅଭିମାନ ତୁଟିଯିବ । କିନ୍ତୁ ଦେହୀ-ଅଭିମାନୀ ହେବା ପାଇଁ ବହୁତ
ପରିଶ୍ରମ କରିବାକୁ ପଡିବ । ଆମେ ଆତ୍ମା ଅବିନାଶୀ ଅଟୁ । ଆମେ ନିଜକୁ ଶରୀର ବୋଲି ଭାବୁଛୁ ।
କିନ୍ତୁ ଏବେ ନିଜକୁ ଆତ୍ମା ଭାବିବା - ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡିବ । ସବୁଠାରୁ ବଡ
ରୋଗ ହେଲା ଦେହ-ଅଭିମାନ । ଯିଏ ନିଜକୁ ଆତ୍ମା ଭାବି ପରମପିତା ପରମାତ୍ମାଙ୍କୁ ମନେ ପକାଉ
ନାହାଁନ୍ତି ସେମାନଙ୍କର ବିକର୍ମ ବିନାଶ ହୋଇ ନ ଥାଏ ।
ବାବା ବୁଝାଉଛନ୍ତି -
ତୁମେ ଭଲ ଭାବରେ ପାଠ ପଢିଲେ ନବାବ ହେବ । ତେଣୁ ଶ୍ରୀମତରେ ଚାଲିବା ଦରକାର, ନଚେତ ଶ୍ରୀ
ଶ୍ରୀଙ୍କର ହୃଦୟରେ ରହିବା ଅସମ୍ଭବ ହୋଇଯିବ । ହୃଦୟରେ ରହିଲେ ହିଁ ତୁମେମାନେ ସିଂହାସନରେ
ବସିପାରିବ । ତେଣୁ ତୁମକୁ ବହୁତ ଦୟାବାନ ହେବାକୁ ପଡିବ । ମନୁଷ୍ୟମାନେ ବହୁତ ଦୁଃଖୀ ହୋଇଯାଇଛନ୍ତି
କିନ୍ତୁ ଏମାନଙ୍କୁ ଦେଖିଲେ ତ ଏମାନେ ସାହୁକାର ଭଳି ଲାଗନ୍ତି । ପୋପଙ୍କୁ ଦେଖ ତାଙ୍କୁ କେତେ
ସମ୍ମାନ ଦିଆଯାଉଛି । ବାବା କହୁଛନ୍ତି - ମୁଁ କେତେ ନିରହଂକାରୀ ଅଟେ । କିନ୍ତୁ ସେମାନେ କେବେହେଲେ
ଏହା କହିବେ ନାହିଁ ଯେ, ମୋର ସ୍ୱାଗତରେ ଏତେ ଖର୍ଚ୍ଚ କର ନାହିଁ । ବାବା କେଉଁ ଆଡେ ଗଲେ ପୂର୍ବରୁ
ହିଁ ଲେଖି ଦେଇଥା’ନ୍ତି ଯେ - କୌଣସି ପ୍ରକାରର ଆଡମ୍ବର ଆଦି କରିବ ନାହିଁ, ଷ୍ଟେସନକୁ ସମସ୍ତଙ୍କର
ଆସିବା ଦରକାର ନାହିଁ, କାହିଁକି ନା ମୁଁ ଗୁପ୍ତ । ଏପରି କରିବାର କୌଣସି ଆବଶ୍ୟକତା ନାହିଁ । କେହି
କ’ଣ ଜାଣିଛନ୍ତି ଯେ ଇଏ କିଏ! ଆଉ ସମସ୍ତଙ୍କୁ ଜାଣିଛନ୍ତି । ଶିବବାବାଙ୍କୁ ବିଲକୁଲ୍
ଜାଣିନାହାଁନ୍ତି । ତେଣୁ ଗୁପ୍ତ ରହିବା ଭଲ । ଯେତେ ନିରହଂକାରୀ ରହିବ ସେତେ ଭଲ । ତୁମର ଜ୍ଞାନ
ହେଲା ଚୁପ୍ ରହିବା । ତେଣୁ ତୁମେମାନେ କେବଳ ବାବାଙ୍କର ମହିମା କରିବା ଉଚିତ୍ । ଏଥିରୁ ହିଁ
ବୁଝିଯିବେ ଯେ, ବାବା ପତିତ-ପାବନ ସର୍ବଶକ୍ତିମାନ ଅଟନ୍ତି । ବାବାଙ୍କଠାରୁ ହିଁ ସମ୍ପତ୍ତି
ମିଳୁଅଛି । ଏ କଥା ପିଲାମାନଙ୍କ ବ୍ୟତୀତ ଆଉ କେହି କହିପାରିବେ ନାହିଁ । ତୁମେମାନେ କହୁଛ,
ଶିବବାବାଙ୍କଠାରୁ ଆମକୁ ନୂଆ ଦୁନିଆର ସମ୍ପତ୍ତି ମିଳୁଛି । ଏହାର ଚିତ୍ର ମଧ୍ୟ ରହିଛି । ଏହି
ଦେବତାମାନଙ୍କ ଭଳି ଆମେ ମଧ୍ୟ ହେଉଛୁ । ଶିବବାବା ଆମକୁ ବ୍ରହ୍ମାଙ୍କ ଦ୍ୱାରା ସମ୍ପତ୍ତି ଦେଉଛନ୍ତି,
ଏଥିପାଇଁ ଶିବବାବାଙ୍କର ମହିମା କରୁଛନ୍ତି । ଏହି ଲକ୍ଷ୍ୟ-ଉଦ୍ଦେଶ୍ୟ ତ’ କେତେ ସ୍ପଷ୍ଟ । ଦାତା ତ
ସିଏ ଅଟନ୍ତି ନା । ବାବା ଆମକୁ ବ୍ରହ୍ମାଙ୍କ ଦ୍ୱାରା ଶିଖାଉଛନ୍ତି, ତେଣୁ ଚିତ୍ର ଉପରେ ହିଁ
ବୁଝାଇବାକୁ ହେବ । ଶିବଙ୍କର ଚିତ୍ର ମଧ୍ୟ କେତେ ତିଆରି କରୁଛନ୍ତି । ବାବା ଆସି ପତିତରୁ ପବିତ୍ର
କରାଇ ସମସ୍ତଙ୍କୁ ମୁକ୍ତି-ଜୀବନମୁକ୍ତିକୁ ନେଇଯାଉଛନ୍ତି । ଚିତ୍ରରେ ମଧ୍ୟ ସ୍ପଷ୍ଟ ଭାବେ ରହିଛି,
ସେଥିପାଇଁ ବାବା ଜୋର ଦେଉଛନ୍ତି ଯେ, ଏହି ଚିତ୍ର ଆଦି ସମସ୍ତଙ୍କୁ ଦିଅ ତେବେ ଏହାକୁ ସାଙ୍ଗରେ
ନେଇ ପଢିବେ । ବିଦେଶୀମାନେ ଏଠାରୁ ଜିନିଷ ନେଇ ସେଠାରେ ସଜାଇ ରଖିଥା’ନ୍ତି । ଏହା ତ ବହୁତ ଭଲ
ଜିନିଷ ଅଟେ । କପଡାର ପର୍ଦା ତ ବହୁତ କାମର ଜିନିଷ । ଏହି ଚିତ୍ରର ମଧ୍ୟ ସଂଶୋଧନ ହୋଇ ଚାଲିଛି ।
ଉଦ୍ଧାରକର୍ତ୍ତା ଶବ୍ଦ ମଧ୍ୟ ଲେଖିବା ଜରୁରୀ ଅଟେ । ଆଉ କେହି ନା ଉଦ୍ଧାରକର୍ତ୍ତା ନା ପତିତ-ପାବନ
ଅଟନ୍ତି । ଯଦିଓ ଏଠାକୁ ପବିତ୍ର ଆତ୍ମାମାନେ ଆସୁଛନ୍ତି, କିନ୍ତୁ ସେମାନେ କ’ଣ ସମସ୍ତଙ୍କୁ
ପବିତ୍ର କରୁଛନ୍ତି! ତାଙ୍କ ଧର୍ମର ଆତ୍ମାମାନଙ୍କୁ ତ ଅଭିନୟ କରିବା ପାଇଁ ଏଠାକୁ ଆସିବାକୁ ହିଁ
ହେବ । ଏ ସବୁ ପଏଣ୍ଟସ୍ ଜ୍ଞାନୀ ସନ୍ତାନମାନେ ହିଁ ଧାରଣ କରିଥା’ନ୍ତି ।
ପୂରା ଶ୍ରୀମତରେ
ଚାଲୁନାହାଁନ୍ତି, ପାଠ ମଧ୍ୟ ଭଲ ପଢୁନାହାଁନ୍ତି, ତେଣୁ ଫେଲ ହୋଇଯାଉଛନ୍ତି । ସ୍କୁଲରେ
ସମସ୍ତଙ୍କର ଆଚରଣକୁ ମଧ୍ୟ ଦେଖାଯାଇଥାଏ ଯେ - ଏହାଙ୍କର ଚାଲି ଚଳନ କିପରି? ଦେହ-ଅଭିମାନ ଦ୍ୱାରା
ହିଁ ସବୁ ବିକାର ଆସିଯାଇଥାଏ । ତେଣୁ ଧାରଣା କିଛି ବି ହୋଇ ନ ଥାଏ । ଆଜ୍ଞାକାରୀ ପିଲାମାନଙ୍କୁ
ହିଁ ବାବା ସ୍ନେହ କରିବେ ନା । ତେବେ ବହୁତ ପୁରୁଷାର୍ଥ କରିବାକୁ ହେବ । ଯଦି କାହାକୁ ବୁଝାଇବାର
ଅଛି ତେବେ ପ୍ରଥମେ ପ୍ରଥମେ ବାବାଙ୍କର ମହିମା କରିବାକୁ ହେବ । ବାବାଙ୍କଠାରୁ ଆମକୁ କିପରି
ସମ୍ପତ୍ତି ମିଳୁଛି? ତେଣୁ ବାବାଙ୍କର ମହିମା ସଂପୂର୍ଣ୍ଣ ରୂପେ ଲେଖିବାକୁ ହେବ । ଚିତ୍ରକୁ ତ
ବଦଳାଯାଇ ପାରିବ ନାହିଁ । ବାକି ଶିକ୍ଷାକୁ ତ ପୂରାପୂରି ଲେଖିବାକୁ ପଡିବ । ବାବାଙ୍କର ମହିମା
ଅଲଗା । ବାବାଙ୍କଠାରୁ କୃଷ୍ଣଙ୍କୁ ସମ୍ପତ୍ତି ମିଳୁଛି ତେଣୁ ତାଙ୍କର ମହିମା ଅଲଗା । କିନ୍ତୁ
ବାବାଙ୍କୁ ଜାଣିନାହାଁନ୍ତି ତେଣୁ ଏକଥା ମଧ୍ୟ ଜାଣିପାରୁ ନାହାଁନ୍ତି ଯେ, ଭାରତ ସବୁଠାରୁ ବଡ
ତୀର୍ଥସ୍ଥାନ ଅଟେ । ଏହା ପ୍ରମାଣ କରି କହିବାକୁ ହେବ ଯେ, ଭାରତ ଅବିନାଶୀ ତୀର୍ଥ ଅଟେ । ଏହିପରି
ବୁଝାଇଲେ ମନୁଷ୍ୟ ଶୁଣି ଚକିତ ହୋଇଯିବେ । ଭାରତ ହୀରା ତୁଲ୍ୟ ଥିଲା ପୁଣି ଏହାକୁ କଉଡିତୁଲ୍ୟ କିଏ
କରିଲା? ଏ ସବୁକୁ ବୁଝାଇବା ପାଇଁ ବିଚାର ସାଗର ମନ୍ଥନ କରିବାର ବହୁତ ଆବଶ୍ୟକତା ରହିଛି । ବାବା ତ
ତୁରନ୍ତ କହିଦେଉଛନ୍ତି, ଏଥିରେ ଏହି ସଂଶୋଧନ ହେବା ଦରକାର । କିନ୍ତୁ ପିଲାମାନେ କହୁନାହାଁନ୍ତି ।
ବାବା ତ ସଂଶୋଧନ ଚାହୁଁଛନ୍ତି । ଜଣେ ଇଞ୍ଜିନିୟର ଥିଲେ, ସିଏ ମେସିନ୍ ଖରାପ ହେବାର କାରଣକୁ
ଜାଣିପାରିଲେ ନାହିଁ ତେଣୁ ଅନ୍ୟ ଏକ ସହଯୋଗୀ ଇଞ୍ଜିନିୟର ଆସି କହିଲେ ଯେ, ଏହାକୁ ଏପରି କଲେ ଠିକ୍
ହୋଇଯିବ ଏବଂ ସେଭଳି କରିବା ଦ୍ୱାରା ଠିକ୍ ହୋଇଗଲା ତେଣୁ ଖୁସି ହୋଇଗଲେ ଏବଂ କହିଲେ ଯେ, ଏହାଙ୍କୁ
ତ ପୁରସ୍କାର ଦେବା ଉଚିତ୍, ତେଣୁ ତାଙ୍କର ଦରମା ବଢାଇ ଦେଲେ । ସେହିପରି ବାବା ମଧ୍ୟ କହୁଛନ୍ତି
ତୁମେ ସଂଶୋଧନ କର ତେବେ ମୁଁ ବାଃ-ବାଃ କରିବି । ଯେପରି ଜଗଦୀଶ ସଞ୍ଜୟ, ନୂଆ ନୂଆ ପଏଣ୍ଟସ୍ ବାହାର
କରୁଥିବାରୁ ବାବା ଖୁସି ହେଉଛନ୍ତି । ତେଣୁ ପିଲାମାନଙ୍କର ସେବାର ସଉକ ରହିବା ଦରକାର । ଏହି
ପ୍ରଦର୍ଶନୀ ମେଳା ତ ସବୁ ହୋଇ ଚାଲିବ । ଯେଉଁଠି ଯାହାର ବି ମେଳା ହେଲେ ତୁମେ ସେଠାରେ ମଧ୍ୟ ଏହି
ମେଳା କରିପାରିବ । ଏଠାରେ ତ ବୁଦ୍ଧିର ତାଲା ଖୋଲିବା ଦରକାର । ସମସ୍ତଙ୍କୁ ସୁଖ ଦେବା ଉଚିତ୍ ।
ସ୍କୁଲରେ ତ ବିଦ୍ୟାର୍ଥୀମାନେ କ୍ରମାନୁସାରେ ରହିଥା’ନ୍ତି ନା । ନ ପଢିଲେ ଆଚରଣ ମଧ୍ୟ ଖରାପ
ହେଉଥିବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ୍ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କାହା ଉପରେ
ଋଷି ପାଠପଢାକୁ ଛାଡିବା ଉଚିତ୍ ନୁହେଁ । ଦେହ-ଅଭିମାନକୁ ଛାଡି ନିଜ ଉପରେ ଦୟା କରିବାକୁ ହେବ ।
ବାବାଙ୍କ ସମାନ ନିରହଂକାରୀ ହେବାକୁ ପଡିବ ।
(୨) ଉତ୍ତମ ଆଚରଣ
କରିବାକୁ ହେବ, ସମସ୍ତଙ୍କୁ ସୁଖ ଦେବାକୁ ହେବ । ଆଜ୍ଞାକାରୀ ହୋଇ ରହିବାକୁ ହେବ ।
ବରଦାନ:-
ଏକତ୍ରିକରଣର
ଶକ୍ତି ଦ୍ୱାରା ଗୋଟିଏ ସେକେଣ୍ଡରେ ବିନ୍ଦୁ ଲଗାଉ ଥିବା ନଷ୍ଟମୋହା ସ୍ମୃତି ସ୍ୱରୂପ ହୁଅ ।
ଗୋଟିଏ ସେକେଣ୍ଡରେ ଫୁଲ୍ଷ୍ଟପ୍
ଅର୍ଥାତ୍ ବିନ୍ଦୁ ଲଗାଇ ଦେବା - ଏହା ହିଁ ହେବ ଅନ୍ତିମ ପରୀକ୍ଷାର ପ୍ରଶ୍ନ । ଅନ୍ୟ କିଛି ବି
ସ୍ମୃତିରେ ଆସୁ ନ ଥିବ । ଏକମାତ୍ର ବାବା ଏବଂ ମୁଁ, ତୃତୀୟ କେହି ନୁହେଁ ଅର୍ଥାତ୍ ଅନ୍ୟ କୌଣସି
କଥା ନାହିଁ... ଗୋଟିଏ ସେକେଣ୍ଡରେ ମେରା ବାବା- ଦ୍ୱିତୀୟ କେହି ନୁହେଁ... ଏତିକି କଥା ଭାବିବା
ପାଇଁ ମଧ୍ୟ ସମୟ ଲାଗିବ ତେଣୁ ଭାବିବା ପରିବର୍ତ୍ତେ ବିନା କୌଣସି ହଲଚଲ୍ରେ ତୁରନ୍ତ ସ୍ୱରୂପରେ
ସ୍ଥିତ ହୋଇଯିବା ଦରକାର । କାହିଁକି, କ’ଣ, କିପରି.... ଏହିଭଳି କୌଣସି ପ୍ରଶ୍ନ ଉତ୍ପନ୍ନ ହେଉ ନ
ଥିବ, ତେବେ ଯାଇ ନଷ୍ଟମୋହା ସ୍ମୃତି ସ୍ୱରୂପ ହୋଇପାରିବ ସେଥିପାଇଁ ଅଭ୍ୟାସ କର - ଯେବେ ଇଚ୍ଛା
ବିସ୍ତାରରେ ଆସ ଏବଂ ଯେବେ ଇଚ୍ଛା ସବୁ ସଂକଳ୍ପକୁ ଗୋଟିଏ ସେକେଣ୍ଡରେ ଏକତ୍ରିତ କରିନିଅ । ଏଥିପାଇଁ
ବ୍ରେକ୍ ଶକ୍ତିଶାଳୀ ହେବା ଦରକାର ।
ସ୍ଲୋଗାନ:-
ଯାହା ଭିତରେ
ନିଜର ସ୍ୱମାନର ଅଭିମାନ ନାହିଁ ସେ ହିଁ ସଦା ନିର୍ମାନ ଅଟନ୍ତି ।