07.12.18          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମମାନଙ୍କୁ ଅବିନାଶୀ ଡାକ୍ତରଙ୍କ ନିକଟରେ କିଛି ବି ଲୁଚାଇବାର ନାହିଁ, ଯଦି କୌଣସି ଅବଜ୍ଞା ହୋଇଯାଇଛି ତେବେ କ୍ଷମା ମାଗି ନିଅ, ନଚେତ୍ ବୋଝ ଚଢି-ଚଢିଯିବ ଏବଂ ତୁମେ ନିନ୍ଦୁକ ହୋଇଯିବ ।

ପ୍ରଶ୍ନ:-
ସଚ୍ଚା ରୋଜଗାରର ଆଧାର କଣ ଏବଂ ଉନ୍ନତିରେ ବିଘ୍ନ କାହିଁକି ପଡିଥାଏ ?

ଉତ୍ତର:-
ସଚ୍ଚା ରୋଜଗାରର ଆଧାର ହେଉଛି ପାଠପଢା । ଯଦି ଠିକ୍ ଭାବରେ ପାଠ ନପଢିବ ତେବେ ସଚ୍ଚା ରୋଜଗାର କରିପାରିବ ନାହିଁ । ଉନ୍ନତିରେ ବିଘ୍ନ ମଧ୍ୟ ସେତେବେଳେ ପଡିଥାଏ ଯେତେବେଳେ ତୁମର ସଂଗ ଠିକ୍ ନଥିବ । କଥାରେ କୁହାଯାଏ ସୁସଙ୍ଗ ଉଦ୍ଧାର କରେ, ଖରାପ ସଂଗ ବୁଡାଇ ଦିଏ । ଯଦି ଖରାପ ସଂଗ କରିବ ତେବେ ପାଠପଢି ପାରିବ ନାହିଁ, ଫେଲ୍ ହୋଇଯିବ । ତେବେ ସଂଗ ହିଁ ଜଣେ ଅନ୍ୟ ଜଣଙ୍କୁ ରସାତଳଗାମୀ କରିଦିଏ, ସେଥିପାଇଁ ସଂଗଦୋଷଠାରୁ ତୁମମାନଙ୍କୁ ବହୁତ ସାବଧାନ ରହିବାକୁ ହେବ ।

ଗୀତ:-
ତୁ ପ୍ୟାର କା ସାଗର ହୈ....

ଓମ୍ ଶାନ୍ତି ।
ପିଲାମାନେ ବେହଦର ପିତାଙ୍କର ମହିମା କରୁଛନ୍ତି । ଏହା ହେଉଛି ଭକ୍ତିମାର୍ଗର ମହିମା । ତୁମେ ସୁପୁତ୍ର ସନ୍ତାନମାନେ ଏବେ ବାବାଙ୍କ ସମ୍ମୁଖରେ ବସି ତାଙ୍କର ମହିମା କରୁଛ । ତୁମେ ଜାଣୁଛ ଯେ ବେହଦର ପିତା ଆସି ଆମକୁ ବେହଦର ଜ୍ଞାନ ଦେଇ ସ୍ୱର୍ଗର ମାଲିକ କରୁଛନ୍ତି କାହିଁକି ନା ଜ୍ଞାନର ସାଗର ସିଏ ହିଁ ଅଟନ୍ତି । ଈଶ୍ୱରଙ୍କ ଭିତରେ ହିଁ ଜ୍ଞାନ ଅଛି । ସେହି ଜ୍ଞାନକୁ ଈଶ୍ୱରୀୟ ଜ୍ଞାନ କୁହାଯାଏ । ପରମପିତା ପରମାତ୍ମା ଆସି ଜ୍ଞାନ ଦେଉଛନ୍ତି । କାହାକୁ ? ପିଲାମାନଙ୍କୁ । ଯେମିତି ତୁମ ମମ୍ମାଙ୍କର ନାମ ଜ୍ଞାନର ଦେବୀ ରଖାଯାଇଛି, ଯେହେତୁ ଜ୍ଞାନର ଦେବୀ ଜଗଦମ୍ବାଙ୍କର ତୁମେମାନେ ସନ୍ତାନ ଅଟ ତେଣୁ ତୁମ ଭିତରେ ମଧ୍ୟ ଜ୍ଞାନ ନିଶ୍ଚିତ ଥିବ । ତେବେ ଜ୍ଞାନର ଦେବୀ ସରସ୍ୱତୀଙ୍କୁ ଈଶ୍ୱର ହିଁ ଜ୍ଞାନ ଦେଉଛନ୍ତି, କିନ୍ତୁ କାହା ମାଧ୍ୟମରେ ଦେଉଛନ୍ତି ? ଏହା ବହୁତ ବୁଝିବବାର କଥା । ଦୁନିଆର ଲୋକମାନେ ଜାଣି ନାହାଁନ୍ତି ଯେ ଜଗଦମ୍ବା କିଏ ? ଏକଥା ତ ପିଲାମାନେ ଜାଣିଛନ୍ତି ଯେ ଜଗଦମ୍ବା ନିଶ୍ଚିତ ଜଣେ ହିଁ ହୋଇଥିବେ କିନ୍ତୁ ତାଙ୍କର ବହୁତ ନାମ ଦେଇ ଦେଇଛନ୍ତି । ମନୁଷ୍ୟମାନେ ତ ଏକଥା ମଧ୍ୟ ଜାଣିନାହାଁନ୍ତି ଯେ ଏହି ପ୍ରଜାପିତା ବ୍ରହ୍ମାଙ୍କର ମୁଖବଂଶୀ କନ୍ୟା ହେଉଛନ୍ତି ସରସ୍ୱତୀ । ତାଙ୍କୁ ଜ୍ଞାନ ତ ଈଶ୍ୱର ପିତା ହିଁ ଦେଉଛନ୍ତି । ସୃଷ୍ଟିଚକ୍ର କିପରି ଘୂରୁଛି ଏହି ଜ୍ଞାନ ଈଶ୍ୱର ପିତା ହିଁ ଦେଉଛନ୍ତି । ଏଠାରେ ପିତା ହିଁ ସନ୍ତାମାନଙ୍କୁ ଜ୍ଞାନ ଦେଉଛନ୍ତି । ତେବେ ସରସ୍ୱତୀଙ୍କୁ ଜ୍ଞାନ କିପରି ମିଳିଲା ? ତେବେ ନିଶ୍ଚିତ ଭାବରେ ସିଏ ପ୍ରଜାପିତା ବ୍ରହ୍ମାଙ୍କର ମୁଖ ବଂଶାବଳୀ ଅଟନ୍ତି ଏବଂ ପରମପିତା ପରମାତ୍ମା ଯିଏକି ଜ୍ଞାନର ସାଗର ଅଟନ୍ତି, ସିଏ ଏହି ବ୍ରହ୍ମାଙ୍କ ମୁଖ ଦ୍ୱାରା ସରସ୍ୱତୀଙ୍କୁ ଜ୍ଞାନ ଦେଇଥିବେ । ସେହି ଜ୍ଞାନ ପୁଣି ଅନ୍ୟମାନଙ୍କୁ ମଧ୍ୟ ଦେଇଥିବେ । ଯଦି ଭଗବାନ ପାଠ ପଢାଉଛନ୍ତି ତେବେ ନିଶ୍ଚିତ ଭଗବାନଙ୍କର ସନ୍ତାନମାନେ ମଧ୍ୟ ମାଷ୍ଟର ଭଗବାନ ହେଲେ ନା, ସେଥିପାଇଁ ନାମ ରଖାଯାଇଛି ଜ୍ଞାନର ଦେବୀ । ପିଲାମାନେ ତ ଏକଥା ଜାଣିଛନ୍ତି ଯେ ଆମେମାନେ ଏବଂ ଆମର ମମ୍ମା ଜ୍ଞାନ ସାଗରଙ୍କଠାରୁ ଜ୍ଞାନ ନେଉଛୁ ଯାହାଙ୍କୁ ଗୀତାର ଭଗବାନ କୁହାଯାଉଛି । ଭଗବାନ ତ ଜଣେ ହିଁ ଅଟନ୍ତି । କୌଣସି ମନୁଷ୍ୟ କିମ୍ବା ଦେବତା କେବେହେଲେ ଭଗବାନ ହୋଇପାରିବେ ନାହିଁ । ତେବେ ଜଗଦମ୍ବା କେଉଁ ଜ୍ଞାନର ଦେବୀ ଅଟନ୍ତି ? ରାଜଯୋଗର । ଏହି ସହଜ ରାଜଯୋଗର ଜ୍ଞାନ ଦ୍ୱାରା ଜ୍ଞାନର ଦେବୀ ସରସ୍ୱତୀ ହିଁ ଧନର ଦେବୀ ଲକ୍ଷ୍ମୀ ହେଉଛନ୍ତି । ଯେହେତୁ ଜ୍ଞାନର ଦେବୀଙ୍କର ମହିମା ହେଉଛି ତେବେ ନିଶ୍ଚିତ ତାଙ୍କର ସନ୍ତାମାନଙ୍କର ମଧ୍ୟ ମହିମା ହେଉଥିବ । ସମସ୍ତଙ୍କୁ ପ୍ରଜାପିତାଙ୍କର ସନ୍ତାନ କୁହାଯିବ କିନ୍ତୁ ମମ୍ମାଙ୍କର ସନ୍ତାନ କୁହାଯିବ ନାହିଁ । ଏମାନେ ହେଲେ ପ୍ରଜାପିତା ବ୍ରହ୍ମାଙ୍କର ମୁଖ କମଳରୁ ଜନ୍ମ ନେଇଥିବା ସନ୍ତାନ । ତୁମେ ସବୁ ଈଶ୍ୱରୀୟ ସନ୍ତାନମାନେ ଏଥିରେ ନିଶ୍ଚୟ କରିଛ । ଈଶ୍ୱର ପିତା କହୁଛନ୍ତି ମୁଁ ପିଲାମାନଙ୍କ ସମ୍ମୁଖକୁ ହିଁ ଆସୁଛି । ସେହିମାନେ ହିଁ ମୋତେ ଜାଣିଛନ୍ତି । ଜଗଦମ୍ବା ହେଉଛନ୍ତି ଜ୍ଞାନର ଦେବୀ । ଏହା ହେଉଛି ସହଜ ରାଜଯୋଗର ଜ୍ଞାନ, ଶାସ୍ତ୍ରର ଜ୍ଞାନ ନୁହେଁ । ଈଶ୍ୱର ହିଁ ୟାଙ୍କୁ ଅର୍ଥାତ୍ ଜଗଦମ୍ବାଙ୍କୁ ଜ୍ଞାନ ଦେଲେ ଏବଂ ଇଏ ଜ୍ଞାନର ଦେବୀ ହୋଇଗଲେ । ତେବେ ଜଗଦମ୍ବା ତ ସମସ୍ତଙ୍କର ମାତା ଅଟନ୍ତି । ପୁଣି ପରବର୍ତ୍ତୀ ଜନ୍ମରେ ଇଏ ଧନର ଦେବୀ ଲକ୍ଷ୍ମୀ ହେଉଛନ୍ତି, ଯାହାଙ୍କୁ ମନୁଷ୍ୟମାନେ ଭିକ ମାଗୁଛନ୍ତି । ତେବେ ଏଥିରୁ ପ୍ରମାଣିତ ହେଲା ଯେ ବାବାଙ୍କ ଦ୍ୱାରା ଜଗଦମ୍ବାଙ୍କୁ ରାଜଯୋଗର ବର୍ସା ମିଳୁଛି । ତାଙ୍କୁ ହିଁ ଜ୍ଞାନର ଦେବୀ କୁହାଯାଉଛି । ତେବେ ଜ୍ଞାନକୁ ରୋଜଗାରର ଆଧାର କୁହାଯାଏ । ଏହା ହେଉଛି ସତ୍ୟ ରୋଜଗାର ଯାହାକି ସତ୍ୟ ବାବାଙ୍କ ଦ୍ୱାରା ମିଳୁଛି । ତୁମେ ବର୍ତ୍ତମାନ ପୁରୁଷାର୍ଥର କ୍ରମାନୁସାରେ ସଚ୍ଚା ରୋଜଗାର କରୁଛ । ଯଦି କେହି ପାଠ ପଢୁନଥିବେ ତେବେ ତାଙ୍କର ସଚ୍ଚା ରୋଜଗାର ହୋଇପାରିବ ନାହିଁ । ଯଦି ସଂଗ ଠିକ୍ ନଥିବ ତେବେ ପାଠ ପଢିପାରିବେ ନାହିଁ, ଉନ୍ନତି ହୋଇପାରିବ ନାହିଁ । ସତସଂଗ ଉଦ୍ଧାର କରେ ଖରାପ ସଂଗ ବୁଡାଇ ଦିଏ । ଯଦି ସଂଗ ଖରାପ ଥିବ, ପାଠ ପଢୁନଥିବ, ତେବେ ଫେଲ୍ ହୋଇ ପଛରେ ବସି ରହିବ । ତେବେ ଶିକ୍ଷକ ତ ଜାଣିଛନ୍ତି ଏହାର କାରଣ କଣ । କିନ୍ତୁ ପିତା ଜାଣିନଥାନ୍ତି । ହଁ, ପିତାଙ୍କୁ ତ ଏତିକି ଜଣାଥିବ ଯେ ଇଏ କମ ପାଠ ପଢିଛି, ନିଶ୍ଚିତ ଖରାପ ସଂଗ କରିଛି ଯେଉଁ କାରଣରୁ ଫେଲ ହୋଇଯାଇଛି । ଧରିନିଅ ପରସ୍ପର ପ୍ରତି ବହୁତ ସ୍ନେହ ରହିଛି, ଉଭୟ ପାଠପଢୁ ନାହାଁନ୍ତି ତେବେ ନିଶ୍ଚିତ ପରସ୍ପରକୁ ରସା ତଳକୁ ପହଞ୍ଚାଇ ଦେବେ । ବାବା ଜାଣିଛନ୍ତି ଇଏ ପଢୁନାହିଁ, ଏହାଙ୍କୁ ଅଲଗା କରିଦେବା ଦରକାର । ପାଠପଢା ବିନା ମନୁଷ୍ୟକୁ ଅଜ୍ଞାନୀ କୁହାଯାଏ । ଯଦି ପଢୁଛନ୍ତି ତେବେ ତାଙ୍କୁ ବୁଦ୍ଧିବାନ କୁହାଯିବ । ଯଦି ଭଗବାନଙ୍କର ମତରେ ଚାଲିବ ନାହିଁ ତେବେ କୁପୁତ୍ର ସନ୍ତାନ କୁହାଯିବ । କିନ୍ତୁ ସେମାନେ ଅର୍ଥକୁ ଜାଣି ନାହାଁନ୍ତି । ତୁମେମାନେ ଜାଣିଛ ଯଦି କେହି ପଢୁନାହାଁନ୍ତି ତେବେ ସିଏ ପତିତକୁ ପତିତ ହିଁ ରହିଯିବେ, ଫେଲ ହୋଇ ଛାଡି ପଳାଇଯିବେ । ବାବା କହୁଛନ୍ତି ହେ ରାବଣ, ତୁ ମୋର ପିଲାମାନଙ୍କୁ ମଧ୍ୟ ଗ୍ରାସ କରିଦେଉଛୁ । ତୁ ଏତେ ଶକ୍ତିଶାଳୀ । ପିଲାମାନେ ରାବଣର ମତରେ ଚାଲୁଛନ୍ତି । ଶ୍ରୀମତରେ ଚାଲୁ ନାହାଁନ୍ତି । ତେଣୁ ନିଜକୁ ନିଜେ ପ୍ରତିଜ୍ଞା କରିବା ଉଚିତ୍ ଯେ ମୁଁ ପ୍ରତି ପାଦରେ ବାବାଙ୍କର ମତରେ ଚାଲିବି । ଯିଏ ଶ୍ରୀମତରେ ଚାଲୁନାହାଁନ୍ତି ତାଙ୍କୁ ଆସୁରୀ ମତ ବାଲା କୁହାଯିବ । ତେଣୁ ବାବା ବୁଝି ଯାଆନ୍ତି ଯେ ଇଏ ଏତେ ଉଚ୍ଚ ପଦ ପାଇପାରିବ ନାହିଁ । କାହାକୁ ଯଦି ବୁଝାଇପାରିବ ନାହିଁ ତେବେ ତାକୁ ରାବଣର ବଶୀଭୂତ ବୋଲି କୁହାଯିବ । ତାଙ୍କର ବାବାଙ୍କ ସହିତ ସେତିକି ଯୋଗ ନାହିଁ ଯାହାକି ବୁଦ୍ଧି ଶୁଦ୍ଧ ହୋଇଯିବ । ତେଣୁ ବୁଦ୍ଧିର ଯୋଗ ମଧ୍ୟ ରହିବା ଦରକାର । ଈଶ୍ୱରୀୟ ସନ୍ତାନମାନଙ୍କର ଚାଲିଚଳନ ବହୁତ ରାଜକୀୟ ହେବା ଦରକାର । ଜନ୍ମ ନେବା ମାତ୍ରେ ତ କେହି ବୁଦ୍ଧିମାନ ରାଜା ହୋଇଯିବ ନାହିଁ । ଏହି କାରଣରୁ ବାବା କହୁଛନ୍ତି ଶ୍ରୀମତରେ ଚାଲି ୫ ବିକାର ରୂପୀ ରାବଣ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ଯେଉଁମାନେ ଶ୍ରୀମତରେ ଚାଲୁନାହାଁନ୍ତି ବାବା କହୁଛନ୍ତି ସେମାନେ ଆସୁରୀ ମତରେ ଅଛନ୍ତି । ପୁଣି ସେମାନଙ୍କ ଭିତରୁ କେହି କେହି ୫ ପ୍ରତିଶତ ଶ୍ରୀମତରେ ଚାଲୁଛନ୍ତି, ଆଉ କେହି କେହି ୧୦ ପ୍ରତିଶତ ଚାଲୁଛନ୍ତି ତାହାର ମଧ୍ୟ ହିସାବ ରହିଛି ।

ଜଗଦମ୍ବା ତ ଜଣେ ହିଁ ଅଟନ୍ତି । ଜଗଦମ୍ବା ହେଉଛନ୍ତି ବ୍ରହ୍ମାଙ୍କର ମୁଖବଂଶୀ କନ୍ୟା ସରସ୍ୱତୀ । ଏହା ହେଉଛି ତାଙ୍କର ପୂରା ନାମ । ସରସ୍ୱତୀଙ୍କୁ ହିଁ ବୀଣା ଦେଉଛନ୍ତି । ଇଏ ହେଉଛନ୍ତି ଜ୍ଞାନର ଦେବୀ, ନିଶ୍ଚିତ ୟାଙ୍କର ମଧ୍ୟ ସନ୍ତାନ ଥିବେ ଏବଂ ସେମାନଙ୍କ ହାତରେ ମଧ୍ୟ ବୀଣା ଥିବା ଦରକାର । ଦେଖ କଳ୍ପବୃକ୍ଷର ମୂଳରେ ଏହି ସରସ୍ୱତୀ ବସିଛନ୍ତି, ରାଜଯୋଗ ଶିଖୁଛନ୍ତି, ପୁଣି ଇଏ ଯାଇ ସତ୍ୟଯୁଗରେ ଧନର ଦେବୀ ଲକ୍ଷ୍ମୀ ହେଉଛନ୍ତି । ଏଥିରେ ସ୍ୱାସ୍ଥ୍ୟ, ସମ୍ପତ୍ତି, ସୁଖ ସବୁ ଆସି ଯାଉଛି । ଏସବୁ ତ ପରମପିତା ପରମାତ୍ମାଙ୍କ ବ୍ୟତୀତ ଆଉ କେହି ଦେଇପାରିବେ ନାହିଁ । ସ୍ୱର୍ଗର ରଚୟିତା ଈଶ୍ୱର ପିତା ସିଏ ହିଁ ଅଟନ୍ତି । ଏବେ ଦେଖ, ମମ୍ମା ମଧ୍ୟ ସେବା କରୁଛନ୍ତି । ଧରିନିଅ, ଯଦି କେହି ମମ୍ମାଙ୍କୁ ନିମନ୍ତ୍ରଣ ଦେଉଛନ୍ତି ତେବେ ତାଙ୍କୁ ପ୍ରଥମେ ମମ୍ମାଙ୍କର ଜୀବନ କାହାଣୀ ବିଷୟରେ ଜଣାଥିବା ଦରକାର । ପ୍ରଥମେ ଏହି ଜ୍ଞାନ ଥିବା ଦରକାର ଯେ ଇଏ କିଏ ? ଦୁନିଆ ତ ୟାଙ୍କୁ ଜାଣି ନାହିଁ । ସେମାନେ କହୁଛନ୍ତି କୃଷ୍ଣଙ୍କୁ ଗାଳି ମିଳିଥିଲା । କିନ୍ତୁ ଏହା ତ ହୋଇପାରିବ ନାହିଁ, ଅସମ୍ଭବ କଥା । ସବୁଠାରୁ ଅଧିକ ଗାଳି ଖାଉଛନ୍ତି ଶିବବାବା, ଦ୍ୱିତୀୟ ନମ୍ବରରେ ଗାଳି ଖାଉଛନ୍ତି ବ୍ରହ୍ମା । ତେବେ କୃଷ୍ଣ ଏବଂ ବ୍ରହ୍ମା ତ ଅଲଗା ଅଲଗା ଅଟନ୍ତି । କିନ୍ତୁ କୃଷ୍ଣଙ୍କୁ ତ ଗାଳି ଦେଇପାରିବେ ନାହିଁ । ମନୁଷ୍ୟମାନଙ୍କୁ ଏକଥା ଜଣା ନାହିଁ ଯେ ଜ୍ଞାନର ଦେବୀ ସରସ୍ୱତୀ ଭବିଷ୍ୟତରେ ରାଧା ହେଉଛନ୍ତି । ପୁଣି ସ୍ୱୟଂବର ପରେ ଧନର ଦେବୀ ଲକ୍ଷ୍ମୀ ହେଉଛନ୍ତି । ସେଥିରେ ସ୍ୱାସ୍ଥ୍ୟ, ସମ୍ପତ୍ତି, ସୁଖ ସବୁ ଆସିଯାଉଛି । ତୁମମାନଙ୍କ ଭିତରେ ଅନ୍ୟମାନଙ୍କୁ ବୁଝାଇବାର ବହୁତ ନିଶା ରହିବା ଉଚିତ୍ । ତେବେ ମମ୍ମା କିଏଏକଥା ବୁଝାଇବାକୁ ପଡିବ ନା । ଇଏ ହେଉଛନ୍ତି ସରସ୍ୱତୀ, ବ୍ରହ୍ମାଙ୍କର ମୁଖ ବଂଶୀ କନ୍ୟା । ଭାରତବାସୀ ତ କିଛି ବି ଜାଣି ନାହାଁନ୍ତି । ଏମାନଙ୍କ ଭିତରେ ଜ୍ଞାନ ହିଁ ନାହିଁ । କିନ୍ତୁ ଅନ୍ଧଶ୍ରଦ୍ଧା ବହୁତ କରୁଛନ୍ତି । ତେବେ ଅନ୍ଧବିଶ୍ୱାସ ଭିତରେ ଭାରତବାସୀମାନେ ବହୁତ ବୁଡି ରହିଛନ୍ତି । ପୂଜା କାହାର କରୁଛନ୍ତି ଏହା ମଧ୍ୟ ଜାଣି ନାହାଁନ୍ତି । ଖ୍ରୀଷ୍ଟିୟାନମାନେ ନିଜର ଧର୍ମସ୍ଥାପକ ଖ୍ରୀଷ୍ଟଙ୍କୁ ମାନୁଛନ୍ତି । ଶିଖମାନେ ଜାଣିଛନ୍ତି ଯେ ଗୁରୁନାନକ ହିଁ ଶିଖ୍ ଧର୍ମ ସ୍ଥାପନ କରିଥିଲେ । ସେମାନେ ନିଜର ଧର୍ମ ସ୍ଥାପକମାନଙ୍କୁ ଭଲ ଭାବରେ ଜାଣିଛନ୍ତି । କେବଳ ଭାରତବାସୀ ହିନ୍ଦୁମାନେ ହିଁ ଜାଣି ନାହାଁନ୍ତି । କେବଳ ଅନ୍ଧବିଶ୍ୱାସରେ ପୂଜା କରିଚାଲିଛନ୍ତି, କିନ୍ତୁ ତାଙ୍କର ଜୀବନ କାହାଣୀ ବିଷୟରେ କିଛି ବି ଜାଣିନାହାଁନ୍ତି । ତେବେ କଳ୍ପର ଆୟୁଷକୁ ବଡ କରିଦେବା ଦ୍ୱାରା କିଛି ବି ବୁଝିପାରୁ ନାହାଁନ୍ତି । ଇସ୍ଲାମୀ, ବୌଦ୍ଧି ପ୍ରଭୃତି ପରେ ଆସିଛନ୍ତି । ଏମାନଙ୍କ ପୂର୍ବରୁ ନିଶ୍ଚିତ ଏହି ଦେବୀ ଦେବତାମାନେ ଥିବେ । ଏମାନଙ୍କର ମଧ୍ୟ ଏତେ ସମୟ ହୋଇଥିବ । ତେବେ ଏତେ ସବୁ ଧର୍ମଗୁଡିକୁ ଯଦି ଅଧାକଳ୍ପ ଲାଗୁଛି ତେବେ ଏହି ଗୋଟିଏ ଧର୍ମକୁ ମଧ୍ୟ ଅଧାକଳ୍ପ ଦେବାକୁ ପଡିବ । ଲକ୍ଷ ଲକ୍ଷ ବର୍ଷ ତ କହିପାରିବା ନାହିଁ । ତୁମେମାନେ ଜଗଦମ୍ବାଙ୍କର ମନ୍ଦିରକୁ ଯାଇ ବୁଝାଇ ପାରିବ ଯେ ଏହି ଜ୍ଞାନର ଦେବୀଙ୍କୁ ଜ୍ଞାନ କିଏ ଦେଇଛନ୍ତି ? ଏମିତି ତ କୁହାଯାଇପାରିବ ନାହିଁ ଯେ କୃଷ୍ଣ ଜଗଦମ୍ବାଙ୍କୁ ଜ୍ଞାନ ଦେଇଛନ୍ତି । କିନ୍ତୁ ଏହି କଥା ମଧ୍ୟ ସେମାନେ ବୁଝାଇପାରିବେ ଯେଉଁମାନଙ୍କର ବୁଝାଇବାର ଅଭ୍ୟାସ ଥିବ । କାହାର-କାହାର ତ ଦେହ ଅଭିମାନ ବହୁତ ରହିଛି । କୌଣସି ନା କୌଣସି ମିତ୍ର ସମ୍ବନ୍ଧୀ ଆଦି ମନେ ପଡୁଛନ୍ତି । ବାବା କହୁଛନ୍ତି ଯଦି ଅନ୍ୟ କାହାର ସ୍ମୃତିରେ ରହିବ ତେବେ ମୋର ସ୍ମୃତି ଭୁଲି ହୋଇଯିବ । ତୁମେମାନେ ଗାୟନ ମଧ୍ୟ କରୁଛ, ଯେ ଅନ୍ୟ ସଂଗ ତୁଟାଇ ଜଣଙ୍କ ସହିତ ଯୋଡିବୁ । ସିଏ ତ ଏବେ ଏଠାରେ ବସିଛନ୍ତି । ବାବା ମୁଁ ଆପଣଙ୍କର ଅଟେ ଏବଂ ଆପଣଙ୍କ ମତରେ ହିଁ ମୁଁ ଚାଲିବି । ଏମିତି କୌଣସି କର୍ମ କରିବି ନାହିଁ, ଯାହା ଫଳରେ ଆପଣଙ୍କର ନାମ ବଦନାମ ହେବ । ତେବେ ବହୁତ ପିଲା ଏମିତି କର୍ମ କରୁଛନ୍ତି, ଯାହାଦ୍ୱାରା ବାବାଙ୍କର ନାମ ବଦନାମ ହେଉଛି । ଠିକ ଭାବରେ ନ ବୁଝିବା ପର୍ଯ୍ୟନ୍ତ ଗାଳି ଦେଇଚାଲିଛନ୍ତି । ନାମ ବିଖ୍ୟାତ ତ ହେଉଛି ନା । ଅହୋ ପ୍ରଭୁ, ତୋର ଲୀଳା ବୋଲି ଗାୟନ ହୋଇଛି ନା । କିନ୍ତୁ ଏହା କେବଳ ପିଲାମାନେ ହିଁ ବୁଝିପାରିବେ, ଅନ୍ୟ କେହି ଜାଣିପାରିବେ ନାହିଁ । ବାବା କହୁଛନ୍ତି ପିଲାମାନେ, ମୁଁ ତ ତୁମର ନିଷ୍କାମ ସେବା କରୁଛି । ଅପକାରୀମାନଙ୍କ ଉପରେ ମଧ୍ୟ ଉପକାର କରୁଛି । ଭାରତକୁ ହିଁ ସୁନାର ଚଢେଇ କରୁଛି । ମୁଁ ସମସ୍ତଙ୍କ ଉପରେ ଉପକାର କରୁଛି । କିନ୍ତୁ ମନୁଷ୍ୟମାନେ ମୋତେ ସର୍ବବ୍ୟାପୀ କହି ବହୁତ ଗାଳି ଦେଉଛନ୍ତି । ମୁଁ ତ ତୁମେ ପିଲାମାନଙ୍କୁ ଜ୍ଞାନ ଦେଉଛି । ତେବେ ଏହି ଜ୍ଞାନ ଯଜ୍ଞରେ ଆସୁରୀ ସମ୍ପ୍ରଦାୟର ବିଘ୍ନ ବହୁତ ପଡୁଛି । ବାବା ତ ବହୁତ ବୁଝାଉଛନ୍ତି କିନ୍ତୁ ଯେଉଁ ପିଲାମାନେ ଭଲ ଭାବରେ ବୁଝି ନାହାଁନ୍ତି ସେମାନଙ୍କ କାରଣରୁ ହିଁ ଯଜ୍ଞରେ ବିଘ୍ନ ପଡୁଛି । ନିନ୍ଦା କରାଉଛନ୍ତି । କେତେକ ପିଲା ତ ବହୁତ ଭଲ ସେବା କରୁଛନ୍ତି ପୁଣି ଆଉ କେତେକ ପିଲା ଅପସେବା ମଧ୍ୟ କରୁଛନ୍ତି । ଗୋଟିଏ ପଟେ କେହି ସ୍ଥାପନାର କାର୍ଯ୍ୟ କରୁଛନ୍ତି ପୁଣି ଅନ୍ୟ ପଟେ କେହି ବିନାଶର କାର୍ଯ୍ୟ କରୁଛନ୍ତି କାହିଁକି ନା ସେମାନଙ୍କ ଭିତରେ ଜ୍ଞାନ ନାହିଁ । ବର୍ତ୍ତମାନ ଏହି ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ରାଜଧାନୀ ସ୍ଥାପନ ହେଉଛି । ଯେଉଁମାନେ ଭଲ ଭାବରେ ବୁଝିନାହାଁନ୍ତି ସେମାନଙ୍କୁ ବୁଝାଇବାକୁ ହେବ । ଦୟା ତ ଲାଗୁଛି ନା । ବାବାଙ୍କର ହୋଇ ଯଦି ସମ୍ପତ୍ତି ନ ନେଲା ତେବେ ସିଏ କେଉଁ କାମର ହେଲା! ଯେହେତୁ ବାବା ମିଳିଛନ୍ତି ତେଣୁ ପୂରା ପୁରୁଷାର୍ଥ କରି ସମ୍ପତ୍ତି ନେବା ଉଚିତ୍, ଶ୍ରୀମତରେ ଚାଲିବା ଉଚିତ୍ । ଏମିତି କାର୍ଯ୍ୟ କରିବା ଉଚିତ୍ ନୁହେଁ ଯାହା ଦ୍ୱାରା ବାବାଙ୍କର ଗ୍ଲାନୀ ହେବ । ବାବା ଜାଣିଛନ୍ତି କାମ, କ୍ରୋଧ ଇତ୍ୟାଦି ମହାଶତ୍ରୁ ଅଟନ୍ତି । ଏମାନେ ତୁମକୁ ନାକ-କାନ ଧରୁଛନ୍ତି ଅର୍ଥାତ୍ ହନ୍ତସନ୍ତ କରୁଛନ୍ତି । ଏହା ତ ହେବ । ଏଥିରୁ ସ୍ୱତନ୍ତ୍ର ହେବାକୁ ପଡିବ । କେହି କେହି ତ ନାମ ରୂପରେ ଆକର୍ଷିତ ହୋଇଯାଉଛନ୍ତି । ତେବେ ସବୁ ସନ୍ତାନ ତ ଏକାପରି ହୋଇପାରିବେ ନାହିଁ । ପୁଣି ବାବା ସାବଧାନ କରୁଛନ୍ତି ପିଲାମାନେ ଖବରଦାର ରୁହ । ଏପରି ଅକର୍ତ୍ତବ୍ୟ କାର୍ଯ୍ୟ କରି ଯଦି ବାବାଙ୍କର ନିନ୍ଦା କରାଇବ ତେବେ ପଦଭ୍ରଷ୍ଟ ହୋଇଯିବ । ତେବେ ବଳବାନ ସହିତ ମାୟା ମଧ୍ୟ ବଳବାନ ହୋଇ ଲଢୁଛି । ବାବାଙ୍କୁ ମନେ ପକାଇବା ଭିତରେ ମାୟାର ତୋଫାନ କୁଆଡେ କୁଆଡେ ନେଇଯାଉଛି । କେତେକ ପିଲା ସତ୍ୟ କଥା କୁହନ୍ତି ନାହିଁ କି ବାବାଙ୍କଠାରୁ ରାୟ ମଧ୍ୟ ନିଅନ୍ତି ନାହିଁ । କିନ୍ତୁ ଅବିନାଶୀ ଡାକ୍ତରଙ୍କୁ ତ କିଛି ବି ଲୁଚାଇବା ଉଚିତ୍ ନୁହେଁ । ଯଦି ତାଙ୍କୁ କହିବ ନାହିଁ ତେବେ ଆହୁରି ପତିତ ହୋଇଯିବ । ଏମିତି ନୁହେଁ ଯେ ବାବା ତ ସବୁ ଜାଣିଛନ୍ତି, ସବୁ ବୁଝୁଛନ୍ତି । ନା, ତୁମେ ଯାହାବି ଅବଜ୍ଞା କରୁଛ ତାହା ଆସି ବାବାଙ୍କୁ କୁହ-ଶିବବାବା, ମୋ ଦ୍ୱାରା ଏହି ଭୁଲ୍ ହୋଇଛି, ମୁଁ କ୍ଷମା ଚାହୁଁଛି । ଯଦି ବାବାଙ୍କ ଠାରୁ କ୍ଷମା ମାଗିବ ନାହିଁ ତେବେ ଆହୁରି ଭୁଲ୍ ହୋଇ ଚାଲିବ ଅର୍ଥାତ୍ ନିଜ ମୁଣ୍ଡ ଉପରେ ପାପର ବୋଝ ଚଢାଇ ଚାଲିବ । ବାବା ତ ବୁଝାଉଛନ୍ତି ଯେ କଳ୍ପ କଳ୍ପାନ୍ତର ପାଇଁ ନିଜର ପଦକୁ ଭ୍ରଷ୍ଟ କର ନାହିଁ । ଯଦି ଏବେ ଉଚ୍ଚ ପଦ ପାଇଁ ପୁରୁଷାର୍ଥ ନକରିବ ତେବେ କଳ୍ପ-କଳ୍ପାନ୍ତର ଏହିପରି ଅବସ୍ଥା ହିଁ ହେବ । ଏହା ହେଉଛି ଜ୍ଞାନ । ବାବା ଜାଣିଛନ୍ତି କଳ୍ପ ପୂର୍ବ ଭଳି ରାଜଧାନୀ ସ୍ଥାପନ ହେଉଛି । ବାପଦାଦା ଏହି କଥାକୁ ଅଧିକ ବୁଝି ପାରୁଛନ୍ତି । ଏହି ବ୍ରହ୍ମା ତ ମୁରବୀ ସନ୍ତାନ ଅଟନ୍ତି । ତେବେ ମାତାମାନଙ୍କର ମହିମା ବଢାଇବାକୁ ହେବ, ମାତାମାନଙ୍କୁ ତ ସର୍ବଦା ଆଗରେ ରଖାଯାଉଛି । ଗୋପମାନଙ୍କୁ ବୁଝାଯାଉଛି ଯେ ମାତାମାନଙ୍କୁ ଆଗକୁ ରଖ । ଗୋପମାନେ ମଧ୍ୟ ବହୁତ ସେବା କରିପାରିବେ । ତୁମେମାନେ ଚିତ୍ର ନେଇ ବୁଝାଅ ଉଚ୍ଚରୁ ଉଚ୍ଚ ହେଉଛନ୍ତି ଭଗବାନ । ତାପରେ ଅଛନ୍ତି ବ୍ରହ୍ମା, ବିଷ୍ଣୁ, ଶଙ୍କର । ସେମାନଙ୍କ ଭିତରୁ ମଧ୍ୟ ଉଚ୍ଚ କିଏ, କାହାର ନାମ ରହିଛି ? ତେବେ ସମସ୍ତେ କହିବେ ପ୍ରଜାପିତା ବ୍ରହ୍ମା, ଯାହାଙ୍କ ଦ୍ୱାରା ସମ୍ପତ୍ତି ମିଳୁଛି । ଶଙ୍କର କିମ୍ବା ବିଷ୍ଣୁଙ୍କୁ ପିତା କୁହାଯିବ ନାହିଁ । କାରଣ ତାଙ୍କଠାରୁ କୌଣସି ସମ୍ପତ୍ତି ମିଳୁନାହିଁ । ପ୍ରଜାପିତା ବ୍ରହ୍ମା ତ ୟାଙ୍କୁ କୁହାଯାଉଛି । ତେବେ ୟାଙ୍କଠାରୁ କେଉଁ ସମ୍ପତ୍ତି ମିଳୁଛି ? ବ୍ରହ୍ମା ହେଉଛନ୍ତି ଶିବବାବାଙ୍କର ସନ୍ତାନ । ଶିବବାବା ହେଉଛନ୍ତି ଜ୍ଞାନର ସାଗର, ସ୍ୱର୍ଗର ରଚୟିତା । ତେବେ ନିଶ୍ଚିତ ତାଙ୍କଠାରୁ ସ୍ୱର୍ଗକୁ ଯିବା ପାଇଁ ଶିକ୍ଷା ମିଳୁଛି । ଏହା ରାଜଯୋଗ ପାଇଁ ଶ୍ରେଷ୍ଠ ମତ ଅଟେ । ବ୍ରହ୍ମାଙ୍କ ଦ୍ୱାରା ବାବା ଶ୍ରୀମତ ଦେଉଛନ୍ତି, ଏହା ହେଉଛି ଦେବତା ହେବାର ମତ । ବ୍ରହ୍ମାକୁମାରୀ ହିଁ ଶ୍ରୀଲକ୍ଷ୍ମୀ ଧନର ଦେବୀ ହେଉଛନ୍ତି । ଇଏ ହେଲେ ବ୍ରାହ୍ମଣ, ସିଏ ହେଲେ ଦେବୀ ଦେବତା । ନିରାକାରୀ ଦୁନିଆରେ ତ ଆତ୍ମାମାନେ ରହିଥାନ୍ତି । ବାବା ତ ପିଲାମାନଙ୍କୁ ବହୁତ ବୁଝାଉଛନ୍ତି କିନ୍ତୁ ବୁଝିଲାବାଲା ହିଁ ବୁଝିବେ । ମନୁଷ୍ୟମାନେ ତ ଅନ୍ଧବିଶ୍ୱାସରେ ପଡି ସନ୍ନ୍ୟାସୀ ଏବଂ ଗୁରୁମାନଙ୍କର ଅନୁଗାମୀ ହେଉଛନ୍ତି । କିନ୍ତୁ ତାଙ୍କଠାରୁ କଣ ମିଳିବ, ଏହା ମଧ୍ୟ ଜାଣି ନାହାଁନ୍ତି । ପୁଣି ବି ଶିକ୍ଷକଙ୍କୁ ଜଣାଥାଏ ଯେ ମୋର ବିଦ୍ୟାର୍ଥୀ ଏହି ପଦ ପାଇବ । ବାକି ଯାହାଙ୍କର ଅନୁଗାମୀ ହେଉଛନ୍ତି ତାଙ୍କଠାରୁ କଣ ପ୍ରାପ୍ତି ହେଉଛି, କିଛି ବି ଜାଣି ନାହାଁନ୍ତି । ଏହା ହିଁ ହେଉଛି ଅନ୍ଧଶ୍ରଦ୍ଧା । ଅନୁଗାମୀ ତ କେହି ନୁହଁନ୍ତି । ନା ସେମାନେ ଅନୁଗାମୀ କରୁଛନ୍ତି ନା ତୁମେ ତାଙ୍କ ଭଳି ସନ୍ନ୍ୟାସୀ ହେଉଛ । ସେଠାରେ ଲକ୍ଷ୍ୟ ଉଦ୍ଦେଶ୍ୟ କଣ--ସେମାନେ କିଛି ବି ଜାଣିନାହାଁନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତାପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :

(୧) ସଂଗଦୋଷରୁ ସଦା ସର୍ବଦା ସାବଧାନ ରହିବାକୁ ହେବ । ସତ୍ୟ ପାଠପଢାକୁ ପଢି ସତ୍ୟ ରୋଜଗାରର ଷ୍ଟକ ଜମା କରିବାକୁ ହେବ ।

(୨) ମୁଁ ପ୍ରତି ପାଦରେ ବାବାଙ୍କର ଶ୍ରୀମତରେ ଚାଲିବି ଏହି ପ୍ରତିଜ୍ଞା ନିଜ ସାଥୀରେ କରିବାକୁ ହେବ ।

ବରଦାନ:-
ଏକବ୍ରତାର ରହସ୍ୟକୁ ଜାଣି ବରଦାତାଙ୍କୁ ସନ୍ତୁଷ୍ଟ କରୁଥିବା ସିଦ୍ଧି ସ୍ୱରୂପ ହୁଅ ।

ବରଦାତା ବାବାଙ୍କ ନିକଟରେ ଅସରନ୍ତି ବରଦାନ ରହିଛି ଯାହାକି ଯିଏ ଯେତେ ନେବା ପାଇଁ ଚାହିଁବେ ସେଥିପାଇଁ ଖୋଲା ଭଣ୍ଡାର ରହିଛି । ଏଭଳି ଖୋଲା ଭଣ୍ଡାରରୁ କେହି କେହି ତ ସମ୍ପନ୍ନ ହେଉଛନ୍ତି ଆଉ କେହି ଯଥା ଶକ୍ତି ସମ୍ପନ୍ନ ହେଉଛନ୍ତି । ସବୁଠାରୁ ଅଧିକ ଅଣ୍ଟି ଭରି ଦେବାରେ ଭୋଳାନାଥ ବରଦାତା ରୂପ ହିଁ ରହିଛି, କେବଳ ତାଙ୍କୁ ସନ୍ତୁଷ୍ଟ କରିବାର ବିଧିକୁ ଜାଣିନିଅ ତେବେ ସର୍ବ ସିଦ୍ଧି ପ୍ରାପ୍ତ ହୋଇଯିବ । ତେବେ ବରଦାତାଙ୍କୁ ଗୋଟିଏ ଶବ୍ଦ ସବୁଠାରୁ ପ୍ରିୟ ଲାଗିଥାଏ ତାହା ହେଲା ଏକବ୍ରତା । ସଂକଳ୍ପରେ ବା ସ୍ୱପ୍ନରେ ମଧ୍ୟ ଦ୍ୱିତୀୟ ବ୍ରତା ନୁହେଁ । ବୃତ୍ତିରେ ରହୁ ଯେ ମୋର ତ ସେହି ଜଣେ ଦ୍ୱିତୀୟ କେହି ନୁହେଁ, ଯିଏ ଏହି ରହସ୍ୟକୁ ଜାଣିଯାଇଛି ତାର ବୁଦ୍ଧି ରୂପୀ ଝୁଲା ମୁଣୀ ଅନେକ ବରଦାନରେ ଭରପୁର ରହିଥାଏ ।

ସ୍ଲୋଗାନ:-
ମନୋବଳର ସେବା ସାଥୀରେ ବାଣୀର ସେବା କର ତେବେ ଡବଲ ଫଳ ପ୍ରାପ୍ତ ହେବାକୁ ଲାଗିବ ।