07.12.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏହି ପବିତ୍ର ହେବାର ପାଠପଢା ସବୁ ପାଠପଢା ଠାରୁ ସହଜ ଅଟେ, ଏହାକୁ ଛୋଟ ପିଲା, ଯୁବକ, ବୃଦ୍ଧ ସମସ୍ତେ ପଢିପାରିବେ, ଏଥିପାଇଁ କେବଳ ୮୪ ଜନ୍ମକୁ ଜାଣିବାକୁ ହେବ ।

ପ୍ରଶ୍ନ:-
ପ୍ରତ୍ୟେକ ଛୋଟ ହେଉ ବା ବୟସ୍କ ହେଉ ସମସ୍ତଙ୍କୁ କେଉଁ ଅଭ୍ୟାସ ନିଶ୍ଚିତ କରିବା ଦରକାର ?

ଉତ୍ତର:-
ପ୍ରତ୍ୟେକଙ୍କୁ ମୁରଲୀ ଶୁଣାଇବାର ଅଭ୍ୟାସ ନିଶ୍ଚିତ କରିବା ଦରକାର, କାରଣ ତୁମେ ମୁରଲୀଧରଙ୍କର ସନ୍ତାନ, ଯଦି ମୁରଲୀ ଶୁଣାଇବ ନାହିଁ ତେବେ ଉଚ୍ଚ ପଦ ପାଇ ପାରିବ ନାହିଁ । ତେଣୁ କାହାକୁ ନା କାହାକୁ ଶୁଣାଅ ତୁମର ମୁଖ ଖୋଲିଯିବ । ତୁମ ପ୍ରତ୍ୟେକଙ୍କୁ ବାବାଙ୍କ ଭଳି ଟିଚର ନିଶ୍ଚିତ ହେବାକୁ ପଡିବ । ଯାହାସବୁ ପଢୁଛ ତାହା ପଢାଇବାକୁ ପଡିବ । ଛୋଟ ପିଲାମାନଙ୍କର ମଧ୍ୟ ଏହି ପାଠ ପଢିବାର ଅଧିକାର ଅଛି । ସେମାନେ ମଧ୍ୟ ବେହଦ ବାବାଙ୍କର ସମ୍ପତ୍ତି ନେବାର ଅଧିକାରୀ ଅଟନ୍ତି ।

ଓମ୍ ଶାନ୍ତି ।
ଏବେ ଶିବବାବାଙ୍କର ଜୟନ୍ତୀ ଆସୁଛି । ସେହି ବିଷୟରେ କିପରି ବୁଝାଇବେ ? ସେଥିପାଇଁ ବାବା ତୁମକୁ ବୁଝାଉଛନ୍ତି । ତୁମକୁ ପୁଣି ଅନ୍ୟମାନଙ୍କୁ ସେହିପରି ବୁଝାଇବାକୁ ପଡିବ । ଏମିତି ନୁହେଁ ଯେ ବାବା ଯେପରି ତୁମକୁ ପଢାଉଛନ୍ତି ସମସ୍ତଙ୍କୁ ସେହିପରି ପଢାଇବେ । ଶିବବାବା ତୁମକୁ ପଢାଉଛନ୍ତି, ତୁମେ ମଧ୍ୟ ଜାଣିଛ ଯେ, ବାବା ଏହି ଶରୀର ଦ୍ୱାରା ଆମକୁ ପଢାଉଛନ୍ତି । ବାସ୍ତବରେ ଆମେ ଶିବବାବାଙ୍କର ଜୟନ୍ତୀ ପାଳନ କରୁଛୁ । ଆମେ ଶିବଙ୍କର ନାମ ମଧ୍ୟ ନେଉଛୁ । ସିଏ ତ ନିରାକାର, ତାଙ୍କୁ ଶିବ କୁହାଯାଏ । ସେମାନେ କହୁଛନ୍ତି ଶିବ ତ ଜନ୍ମ-ମରଣ ରହିତ । ତେବେ ତାଙ୍କର ପୁଣି ଜୟନ୍ତୀ କିପରି ପାଳନ ହେବ ? ଏହା ତ ତୁମେ ଜାଣୁଛ କିପରି କ୍ରମାନ୍ୱୟରେ ପାଳନ କରି ଆସିଛେ । ପାଳନ କରି ଚାଲିବେ ମଧ୍ୟ, ତେଣୁ ତାଙ୍କୁ ଏହି କଥା ବୁଝାଇବାକୁ ପଡିବ । ବାବା ଆସି ଏହି ଶରୀରର ଆଧାର ନେଉଛନ୍ତି । ମୁଖ ତ ନିଶ୍ଚୟ ଦରକାର । ଏଥିପାଇଁ ହିଁ ଗୋ ମୁଖର ମହିମା ରହିଛି । ଏହି ରହସ୍ୟ ଟିକେ ଜଟୀଳ । କିନ୍ତୁ ଶିବବାବାଙ୍କର କର୍ତ୍ତବ୍ୟକୁ ବୁଝିବାକୁ ପଡିବ । ଆମର ବେହଦର ବାବା ଆସିଛନ୍ତି, ତାଙ୍କଠାରୁ ହିଁ ଆମକୁ ବେହଦର ବର୍ସା ମିଳୁଛି । ବାସ୍ତବରେ ଭାରତକୁ ହିଁ ବେହଦର ବର୍ସା ମିଳିଥିଲା, ଆଉ କାହାକୁ ମିଳିନଥିଲା । ଭାରତକୁ ହିଁ ସତ୍ୟଖଣ୍ଡ କୁହାଯାଏ ଏବଂ ବାବାଙ୍କୁ ମଧ୍ୟ ସତ୍ୟ କୁହାଯାଏ । ତେଣୁ ଏହି ସବୁ କଥାକୁ ସମସ୍ତଙ୍କୁ ବୁଝାଇବାକୁ ପଡିବ । ତେବେ ଏହି କଥା କେହି କେହି ଶୀଘ୍ର ବୁଝିପାରନ୍ତି ନାହିଁ, କେହି ଶୀଘ୍ର ବୁଝିଯାଆନ୍ତି । ଏହି ଯୋଗ ଏବଂ ଜ୍ଞାନ ଦୁଇଟିଯାକ ବାରମ୍ବାର ବୁଦ୍ଧିରୁ ଭୁଲିଯିବା ଭଳି ଜିନିଷ ଅଟେ । ସେଥିରୁ ପୁଣି ଯୋଗକୁ ଖୁବ୍ ଶୀଘ୍ର ଭୁଲି ହୋଇଯାନ୍ତି । ନଲେଜ ତ ବୁଦ୍ଧିରେ ରହିଥାଏ, କିନ୍ତୁ ବାବାଙ୍କର ସ୍ମୃତି ଘଡିକୁ ଘଡି ଭୁଲି ହୋଇଯାଏ । ନଲେଜ ତ ତୁମର ବୁଦ୍ଧିରେ ଅଛି ଯେ ଆମେ କିପରି ୮୪ ଜନ୍ମ ନେଉଛୁ । ଯାହାଙ୍କଠାରେ ଏହି ଜ୍ଞାନ ଅଛି ସେ ହିଁ ବୁଝିପାରିବ ଯେ ଯିଏ ପ୍ରଥମ ନମ୍ବରରେ ଆସନ୍ତି ସିଏ ହିଁ ୮୪ ଜନ୍ମ ନେବେ । ପ୍ରଥମେ ସବୁଠାରୁ ଶ୍ରେଷ୍ଠ ଲକ୍ଷ୍ମୀ-ନାରାୟଣଙ୍କୁ ହିଁ କୁହାଯିବ । ନରରୁ ନାରାୟଣ ହେବା କାହାଣୀ ମଧ୍ୟ ପ୍ରସିଦ୍ଧ ଅଟେ । ପୂର୍ଣ୍ଣିମା ତିଥିରେ ବହୁତ ସ୍ଥାନରେ ସତ୍ୟ ନାରାୟଣଙ୍କର କଥା ଶୁଣାଇଥାନ୍ତି । ଏବେ ତୁମେ ଜାଣୁଛ ଆମେ ବାସ୍ତବରେ ବାବାଙ୍କ ଦ୍ୱାରା ନରରୁ ନାରାୟଣ ହେବାର ପାଠ ପଢୁଛେ । ଏହା ହେଉଛି ପବିତ୍ର ହେବାର ପାଠ ଏବଂ ସବୁ ପାଠଠାରୁ ବିଲକୁଲ୍ ସହଜ ମଧ୍ୟ ଅଟେ । କେବଳ ୮୪ ଜନ୍ମର ଚକ୍ରକୁ ଜାଣିବାକୁ ହେବ । ଆଉ ଏହି ପାଠ ମଧ୍ୟ ସମସ୍ତଙ୍କ ପାଇଁ ସମାନ । ଏହି ପାଠ ବୃଦ୍ଧ, ଯୁବକ, ପିଲା ସମସ୍ତଙ୍କ ପାଇଁ ଏକାପ୍ରକାର । ଛୋଟ ପିଲାଙ୍କର ମଧ୍ୟ ଏଥିରେ ଅଧିକାର ଅଛି । ଯଦି ମା-ବାପା ଏମାନଙ୍କୁ ଟିକେ ଟିକେ ଶିଖାଇବେ ତେବେ ସମୟ ତ ବହୁତ ଅଛି । ପିଲାଙ୍କୁ ମଧ୍ୟ ଏହି ଶିକ୍ଷା ଦିଆଯାଏ କି ଶିବବାବାଙ୍କୁ ମନେ ପକାଅ । ଆତ୍ମା ଓ ଶରୀର ଉଭୟଙ୍କର ପିତା ଭିନ୍ନ ଭିନ୍ନ ଅଟନ୍ତି । ଆତ୍ମା ନିରାକାର ଏବଂ ଆତ୍ମାର ପିତା ମଧ୍ୟ ନିରାକାରୀ ଅଟନ୍ତି । ଏକଥା ମଧ୍ୟ ତୁମ ବୁଦ୍ଧିରେ ରହିଛି ଯେ ସେହି ନିରାକାର ଶିବବାବା ହିଁ ଆମର ପିତା, କିନ୍ତୁ ରୂପରେ କେତେ ଛୋଟ । ଏହା ଭଲ ଭାବରେ ମନେ ରଖିବା ଦରକାର । ଭୁଲିବା ଉଚିତ୍ ନୁହେଁ । ଆମେ ଆତ୍ମା ମଧ୍ୟ ବିନ୍ଦୁ ଭଳି ସୂକ୍ଷ୍ମ ଅଟୁ । ଏମିତି ନୁହେଁ ଯେ ଉପରକୁ ଗଲେ ବଡ ଦେଖାଯିବ, ତଳେ ଛୋଟ ହୋଇଯିବ । ନା । ତାହା ତ ବିନ୍ଦୁ ଅଟେ । ଉପରକୁ ଗଲେ ତ ଯେପରି ଦେଖା ହିଁ ଯିବ ନାହିଁ, ବିନ୍ଦୁ ଅଟେ ନା । ଏତେ ସୂକ୍ଷ୍ମ ବିନ୍ଦୁ କିପରି ଦେଖାଯିବ । ଏହି କଥା ଉପରେ ପିଲାମାନଙ୍କୁ ଭଲ ଭାବରେ ବିଚାର କରିବାକୁ ପଡିବ । ଆମେ ଆତ୍ମା ଶରୀର ଦ୍ୱାରା ପାର୍ଟ କରିବା ପାଇଁ ଉପରୁ ଏଠାକୁ ଆସିଛୁ, ଆତ୍ମା ବଡ ଛୋଟ ହୁଏ ନାହିଁ । କର୍ମେନ୍ଦ୍ରିୟ ପ୍ରଥମେ ଛୋଟ ପରେ ପୁଣି ବଡ ହୋଇଥାଏ ।

ଏବେ ତୁମେ ଯେପରି ସବୁ କିଛି ବୁଝି ସାରିଛ ସେହିପରି ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ପଡିବ । ଏହା ତ ନିଶ୍ଚିତ ଯେ, ଯିଏ ଯେତିକି ପଢିଥିବେ, ସିଏ ସେତିକି ହିଁ ପଢାଇ ପାରିବେ । ସମସ୍ତଙ୍କୁ ଶିଖାଇବା ପାଇଁ ଟିଚର ମଧ୍ୟ ନିଶ୍ଚିତ ହେବାକୁ ପଡିବ । ବାବାଙ୍କଠାରେ ତ ନଲେଜ ରହିଛି ଏବଂ ସିଏ ଅତି ସୂକ୍ଷ୍ମ ପରମଆତ୍ମା ଅଟନ୍ତି, ଯିଏକି ସଦାସର୍ବଦା ପରମଧାମରେ ହିଁ ରହନ୍ତି । ଏଠାକୁ କେବଳ ଥରେ ମାତ୍ର ସଂଗମଯୁଗରେ ଆସନ୍ତି । ବାବାଙ୍କୁ ମଧ୍ୟ ସେତେବେଳେ ଡାକନ୍ତି ଯେତେବେଳେ ବହୁତ ଦୁଃଖୀ ହୋଇଯାଆନ୍ତି । କୁହନ୍ତି, ଆମକୁ ଆସି ସୁଖୀ କର । ପିଲାମାନେ ଏବେ ଜାଣୁଛନ୍ତି ଯେ ଆମେ ଡାକିଥାଉ - ବାବା, ଆପଣ ଆସି ଆମକୁ ପତିତ ଦୁନିଆରୁ ସୁଖୀ ପାବନ ଦୁନିଆକୁ ନେଇଚାଲ ଅର୍ଥାତ୍ ସେଠାକୁ ଯିବାର ରାସ୍ତା ଦେଖାଅ । ସେ ମଧ୍ୟ ଯେତେବେଳେ ଆସିବେ ସେତେବେଳେ ରାସ୍ତା ଦେଖାଇବେ । ଶିବବାବା ସେତେବେଳେ ଆସିବେ ଯେତେବେଳେ ଦୁନିଆକୁ ପରିବର୍ତ୍ତନ କରିବାକୁ ପଡିବ । ଏହା ବହୁତ ସହଜ କଥା ଏବଂ ନୋଟ୍ କରିବାର କଥା । ବାବା ଆଜି ଏପରି ବୁଝାଇଛନ୍ତି, ଆମେ ମଧ୍ୟ ଏହିପରି ବୁଝାଇବା । ଏଭଳି ଅଭ୍ୟାସ କରୁ କରୁ ମୁଖ ଖୋଲିଯିବ । ତୁମେ ମୁରଲୀଧରଙ୍କର ସନ୍ତାନ ତେଣୁ ତୁମକୁ ମୁରଲୀଧର ନିଶ୍ଚୟ ହେବାକୁ ପଡିବ । ଯେବେ ଅନ୍ୟର କଲ୍ୟାଣ କରିବ ତେବେ ଯାଇ ନୂଆ ଦୁନିଆରେ ଉଚ୍ଚ ପଦ ପାଇବ । ସେହି ପାଠ ହିଁ ହେଉଛି ଏହି ଦୁନିଆ ପାଇଁ । ଏହା ହେଉଛି ଭବିଷ୍ୟ ନୂଆ ଦୁନିଆ ପାଇଁ ପାଠପଢା । ସେଠାରେ ତ ସର୍ବଦା ସୁଖ ହିଁ ସୁଖ ରହିଥାଏ । ସେଠାରେ ଏହି ୫ ବିକାର ହଇରାଣ କରିବା ପାଇଁ ରହିବ ନାହିଁ । ଏଠାରେ ରାବଣ ରାଜ୍ୟ ଅଥବା ଅନ୍ୟର ରାଜ୍ୟରେ ଆମେ ରହିଛୁ । ତୁମେମାନେ ହିଁ ପ୍ରଥମେ ପ୍ରଥମେ ନିଜର ରାଜ୍ୟରେ ଥିଲ । ତୁମେ କହୁଛ ନୂଆ ଦୁନିଆ, ପୁଣି ଭାରତକୁ ହିଁ ପୁରୁଣା ଦୁନିଆ କୁହାଯାଏ । ଗାୟନ ମଧ୍ୟ ଅଛି ନୂଆ ଦୁନିଆରେ କେବଳ ଭାରତ ହିଁ ଥିଲା । ଏମିତି କୁହାଯାଏ ନାହିଁ ଯେ ନୂଆ ଦୁନିଆରେ ଇସ୍ଲାମୀ, ବୌଦ୍ଧୀମାନେ ଥିଲେ, ନା । ଏବେ ତୁମେ ଜାଣୁଛ ଯେ ବାବା ଆସି ଆମକୁ ଜାଗ୍ରତ କରୁଛନ୍ତି । ଡ୍ରାମାରେ ତାଙ୍କର ପାର୍ଟ ହିଁ ଏହିପରି ଅଛି । ଭାରତକୁ ହିଁ ଆସି ସ୍ୱର୍ଗ କରିବେ । ଭାରତ ହିଁ ପ୍ରଥମ ଦେଶ ଯାହାକୁ ସ୍ୱର୍ଗ କୁହାଯାଏ । ଭାରତର ଆୟୁ ମଧ୍ୟ ସୀମିତ । ଲକ୍ଷ ଲକ୍ଷ ବର୍ଷ କହିବା ଏହା ତ ସୀମାହୀନ ହୋଇଯାଉଛି । ଲକ୍ଷ ଲକ୍ଷ ବର୍ଷର କୌଣସି କଥା ତ ସ୍ମୃତିରେ ଆସିପାରିବ ନାହିଁ । ଭାରତ ନୂଆ ଥିଲା । ଏବେ ପୁରୁଣା ଭାରତ ହିଁ କୁହାଯିବ, ପୁଣି ଭାରତ ହିଁ ନୂଆ ଦୁନିଆ ହେବ । ତୁମେ ଜାଣିଛ ଆମେ ଏବେ ନୂଆ ଦୁନିଆର ମାଲିକ ହେବାକୁ ଯାଉଛୁ । ବାବା ରାୟ ଦେଇଛନ୍ତି ମୋତେ ମନେ ପକାଅ ତେବେ ଯାଇ ତୁମର ଆତ୍ମା ନୂଆ ଅର୍ଥାତ୍ ପବିତ୍ର ହୋଇଯିବ । ପୁଣି ଶରୀର ମଧ୍ୟ ନୂଆ ମିଳିବ । ବର୍ତ୍ତମାନ ଆତ୍ମା ଓ ଶରୀର ଉଭୟ ସତ୍ତ୍ୱପ୍ରଧାନ ହେଉଛି । ତୁମକୁ ସୁଖ ପାଇଁ ରାଜ୍ୟ ମିଳୁଛି । ଏହି ଡ୍ରାମା ମଧ୍ୟ ଅନାଦି ତିଆରି ହୋଇଛି । ନୂଆ ଦୁନିଆରେ ସୁଖ ଏବଂ ଶାନ୍ତି ଭରି ହୋଇ ରହିଛି । ସେଠାରେ କୌଣସି ତୋଫାନ ପ୍ରଭୃତି ହୁଏ ନାହିଁ । ବେହଦର ଶାନ୍ତିରେ ସମସ୍ତେ ଶାନ୍ତ ହୋଇଯାଆନ୍ତି । ଏଠାରେ ଅଶାନ୍ତି ଅଛି ତେଣୁ ସମସ୍ତେ ଅଶାନ୍ତ ଅଟନ୍ତି । ସତ୍ୟଯୁଗରେ ସମସ୍ତେ ଶାନ୍ତ ଥାଆନ୍ତି । କେତେ ଆଶ୍ଚର୍ଯ୍ୟଜନକ କଥା । ଏହା ଅନାଦି ପୂର୍ବ ପ୍ରସ୍ତୁତ ଖେଳ ଅଟେ । ଏହା ହେଉଛି ବେହଦର କଥା । ସେମାନେ ହଦର (ଗୋଟିଏ ଜନ୍ମ ପାଇଁ) ବାରିଷ୍ଟରୀ, ଇଞ୍ଜିନିୟରୀ ଆଦି ପଢୁଛନ୍ତି । ଏବେ ତୁମ ବୁଦ୍ଧିରେ ବେହଦର ନଲେଜ ରହିଛି । ବାବା କେବଳ ଥରେ ମାତ୍ର ଏଠାକୁ ଆସି ବେହଦ ଡ୍ରାମାର ରହସ୍ୟକୁ ବୁଝାଉଛନ୍ତି । ଆଗରୁ ତ ଏହି ନାମ ମଧ୍ୟ ଶୁଣିନଥିଲ ଯେ ବେହଦର ଡ୍ରାମା କିପରି ଚାଲୁଛି । ଏବେ ବୁଝୁଛ ସତ୍ୟ-ତ୍ରେତାଯୁଗ ନିଶ୍ଚୟ ଅତୀତ ହୋଇଯାଇଛି, ଯେଉଁଥିରେ ଏମାନଙ୍କର (ଲକ୍ଷ୍ମୀ-ନାରାୟଣଙ୍କର) ରାଜ୍ୟ ଥିଲା । ତ୍ରେତାରେ ରାମରାଜ୍ୟ ଥିଲା । ପରେ ପୁଣି ଅନ୍ୟ ଧର୍ମ ସବୁ ଆସିଲେ । ଇସ୍ଲାମୀ, ବୌଦ୍ଧୀ, ଖ୍ରୀଷ୍ଟିୟାନ୍..... ସବୁ ଧର୍ମର କଥା ଜଣା ଅଛି । ଏହି ଧର୍ମ ସବୁ ୨୫୦୦ ବର୍ଷ ଭିତରେ ହିଁ ଆସିଛନ୍ତି । ସେଥିରୁ ୧୨୫୦ ବର୍ଷ କଳିଯୁଗ । ସବୁ ହିସାବ ଅଛି ନା । ଏମିତି ନୁହେଁ ଯେ ସୃଷ୍ଟିର ଆୟୁ ୨୫୦୦ ବର୍ଷ । ନା । ଆଚ୍ଛା, ତେବେ ଆଉ କିଏ ଥିଲା, ବିଚାର କରାଯାଉଛି । ଏମାନଙ୍କ ଆଗରୁ ନିଶ୍ଚିତ ଭାବେ ଦେବୀ-ଦେବତାମାନେ ଥିଲେ । ତେବେ ସେମାନେ ମଧ୍ୟ ମନୁଷ୍ୟ ହିଁ ଥିଲେ, ପରନ୍ତୁ ଦୈବୀ ଗୁଣଧାରୀ ଥିଲେ । ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ ମାନଙ୍କର ରାଜତ୍ୱ ୨୫୦୦ ବର୍ଷ ଅଧାକଳ୍ପ ଚାଲିଲା । ବାକି ଅଧାକଳ୍ପ ପରେ ଅନ୍ୟ ଧର୍ମ ସବୁ ଆସିଲେ । ଏହାଠାରୁ ଅଧିକ କିଛି ହିସାବ-କିତାବ କରାଯାଇପାରିବ ନାହିଁ । ପୁରା, ପୌନା (ତିନିଭାଗ), ଅଧା, ଚଉଠେ । ଚାରିଭାଗ ଅଛି । ନିୟମ ଅନୁସାରେ ଅଲଗା-ଅଲଗା ହେବ ନା । ଅଧାକଳ୍ପ ପର୍ଯ୍ୟନ୍ତ ତ ଏମାନେ ଥିଲେ । କୁହାଯାଏ ସତ୍ୟଯୁଗରେ ସୂର୍ଯ୍ୟବଂଶୀ ରାଜ୍ୟ, ତ୍ରେତୟାରେ ଚନ୍ଦ୍ରବଂଶୀ ରାମରାଜ୍ୟ ଏକଥା ତୁମେ ସିଦ୍ଧ (ସାବ୍ୟସ୍ତ) କରି କହୁଛ । ତେବେ ନିଶ୍ଚିତ ଭାବରେ ସବୁଠାରୁ ଅଧିକ ଆୟୁ ଏମାନଙ୍କର ହିଁ ହୋଇଥିବ, ଯେଉଁମାନେ ସତ୍ୟଯୁଗ ପ୍ରଥମରୁ ଆସିଥାଆନ୍ତି । କଳ୍ପ ହିଁ ୫ ହଜାର ବର୍ଷର ଅଟେ । କିନ୍ତୁ ସେମାନେ ୮୪ ଲକ୍ଷ ଯୋନି କହିଦେଉଛନ୍ତି ଏବଂ କଳ୍ପର ଆୟୁ ମଧ୍ୟ ଲକ୍ଷ ଲକ୍ଷ ବର୍ଷ ବୋଲି କହୁଛନ୍ତି । ତୁମ କଥା କେହି ମାନିବେ ହିଁ ନାହିଁ । ଏତେ ବଡ ଦୁନିଆ ହୋଇପାରିବ ନାହିଁ । ତେଣୁ ବାବା ବସି ବୁଝାଉଛନ୍ତି ତାହା ସବୁ ଅଜ୍ଞାନ ଓ ଏହା ହେଉଛି ଜ୍ଞାନ । ଜ୍ଞାନ କେଉଁଠାରୁ ଆସିଲା ଏହା ମଧ୍ୟ କାହାକୁ ଜଣା ନାହିଁ । ଜ୍ଞାନର ସାଗର ତ ଏକମାତ୍ର ବାବା ଅଟନ୍ତି, ସେ ହିଁ ଏହି ମୁଖ ଦ୍ୱାରା ଜ୍ଞାନ ଦାନ କରୁଛନ୍ତି । କୁହାଯାଏ ଗୋମୁଖ, ଏହି ଗୋ ମାତା (ବ୍ରହ୍ମା) ଦ୍ୱାରା ତୁମ ସମସ୍ତଙ୍କୁ ପୋଷ୍ୟ ରୂପେ ଗ୍ରହଣ କରିଥାଆନ୍ତି । ଏହି ଅଳ୍ପ କଥା ବୁଝାଇବା ତ ବହୁତ ସହଜ । କିନ୍ତୁ ଗୋଟିଏ ଦିନ ବୁଝାଇ ଯଦି ଛାଡି ଦେବ ତେବେ ବୁଦ୍ଧି ଅନ୍ୟ ଅନ୍ୟ କଥାରେ ଲାଗିଯିବ । ସ୍କୁଲରେ ଦିନେ ପଢାଯାଏ ନା ପ୍ରତିଦିନ ପଢାଯାଏ! ଜ୍ଞାନ ଗୋଟିଏ ଦିନରେ ବୁଝାଯାଇ ପାରେ ନାହିଁ । ବେହଦର ବାବା ଆମକୁ ପଢାଉଛନ୍ତି ତେବେ ନିଶ୍ଚିତ ବେହଦର ପାଠ ହୋଇଥିବ । ବାବା ବେହଦର ରାଜ୍ୟ ଦେଉଛନ୍ତି । ଭାରତରେ ବେହଦର ରାଜ୍ୟ ଥିଲା ନା । ଏହି ଲକ୍ଷ୍ମୀ-ନାରାୟଣ ବେହଦର ରାଜ୍ୟ ଚଳାଉଥିଲେ (ଯାହାର କୌଣସି ସୀମା ନଥିଲା) । କିନ୍ତୁ ଏକଥା କାହା ସ୍ୱପ୍ନରେ ମଧ୍ୟ ଆସିବ ନାହିଁ ଯେ ପଚାରିବେ ଲକ୍ଷ୍ମୀ-ନାରାୟଣ ବିଶ୍ୱର ରାଜ୍ୟ କିପରି ପାଇଥିଲେ ? ସେମାନଙ୍କ ପାଖରେ ବହୁତ ପବିତ୍ରତା ଥିଲା, ସେମାନେ ଯୋଗୀ ଥିଲେ ନା ସେଥିପାଇଁ ଆୟୁଷ ମଧ୍ୟ ଅଧିକ ଥିଲା । ଆମେ ହିଁ ଯୋଗୀ ଥିଲେ । ପୁଣି ୮୪ ଜନ୍ମ ନେଇ ଭୋଗୀ ନିଶ୍ଚିତ ହେବା । ମନୁଷ୍ୟ ଜାଣିନାହାଁନ୍ତି ଯେ ଇଏ ମଧ୍ୟ ପୁନର୍ଜନ୍ମରେ ଆସିଥିବେ । ଏମାନଙ୍କୁ ଭଗବାନ-ଭଗବତୀ କୁହାଯାଏ ନାହିଁ । ତାଙ୍କ ପୂର୍ବରୁ ତ ଆଉ କେହି ନାହାଁନ୍ତି ଯିଏ ୮୪ ଜନ୍ମ ନେଇଥିବେ । ପ୍ରଥମେ ପ୍ରଥମେ ଯେଉଁମାନେ ସତ୍ୟଯୁଗରେ ରାଜ୍ୟ କରିବେ ସେମାନେ ୮୪ ଜନ୍ମ ନେବେ ଓ କ୍ରମାନ୍ୱୟରେ ତଳକୁ ଓହ୍ଲେଇବେ । ଆମେ ଆତ୍ମା ପୁଣି ଦେବତା ହେବା ପୁଣି କ୍ଷତ୍ରୀୟ, ଡିଗ୍ରୀ କମ୍ ହୋଇଯିବ । ଗାୟନ ମଧ୍ୟ ଅଛି ଯିଏ ପୂଜ୍ୟ ସିଏ ହିଁ ପୁଣି ପୂଜାରୀ । ସତ୍ତ୍ୱପ୍ରଧାନରୁ ତମୋପ୍ରଧାନ ହେଉଛନ୍ତି । ଏମିତି ପୁନର୍ଜନ୍ମ ନେଇ ନେଇ ତଳକୁ ତଳକୁ ଓହ୍ଲେଇ ଥାଆନ୍ତି । ଏହା କେତେ ସହଜ, ପରନ୍ତୁ ମାୟା ମଧ୍ୟ ଏମିତି ଯିଏକି ସବୁ କଥା ଭୁଲାଇ ଦିଏ । ଏହି ସବୁ ପଏଣ୍ଟକୁ ଏକାଠି କରି ପୁସ୍ତକ ଆଦି ଲେଖିବା ଦରକାର କିନ୍ତୁ ଏସବୁ ତ କିଛି ରହିବ ନାହିଁ । ଏହା ଅଳ୍ପ ସମୟ ପାଇଁ ଅଟେ । ବାବା କୌଣସି ଗୀତା ଶୁଣାଇ ନଥିଲେ । ବାବା ତ ଯେପରି ଏବେ ବୁଝାଉଛନ୍ତି ସେହିପରି ବୁଝାଇଥିଲେ । ଏହି ବେଦ ଶାସ୍ତ୍ର ଆଦି ସବୁ ପରେ ଲେଖାଯାଇଛି । ଏହିସବୁ ଜ୍ଞାନର ସମସ୍ତ ସାମଗ୍ରୀ ଆଦି ଯାହା ସବୁ ରହିଛି, ସେସବୁ ବିନାଶ ହୋଇଯିବ, ସବୁ ଜଳିଯିବ । ସତ୍ୟ-ତ୍ରେତୟାରେ କୌଣସି ପୁସ୍ତକ ନଥାଏ, ପରେ ଭକ୍ତିମାର୍ଗରେ ଏସବୁ ତଆରି ହୁଏ । କେତେ ଜିନିଷ ତିଆରି ହୋଇଛି । ରାବଣକୁ ମଧ୍ୟ ତିଆରି କରନ୍ତି କିନ୍ତୁ ଅଜ୍ଞାନତାର ବଶବର୍ତ୍ତୀ ହୋଇ । କିଛି ମଧ୍ୟ କହିପାରିବେ ନାହିଁ । ବାବା ବୁଝାଉଛନ୍ତି ପ୍ରତି ବର୍ଷ ରାବଣ ତିଆରି କରନ୍ତି ପୁଣି ଜଳାଇଥାନ୍ତି, ନିଶ୍ଚିତ ଇଏ ବଡ ଶତ୍ରୁ ଅଟେ । କିନ୍ତୁ କିପରି ଭାବରେ ଶତ୍ରୁ ଏହା କେହି ଜାଣିନାହାଁନ୍ତି । ସେମାନେ ଭାବନ୍ତି ସିଏ ସୀତାକୁ ଚୋରଇ ନେଇଥିଲା ସେଥିପାଇଁ ବୋଧ ହୁଏ ସେ ଶତ୍ରୁ ଅଟେ । ରାମଙ୍କ ସୀତାକୁ ଚୋରାଇ ନେଇଥିଲା । ତେବେ ନିଶ୍ଚିତ ବଡ ଡାକୁ ହୋଇଥିବ । କେବେ ଚୋରି କରିଥିଲା! ତ୍ରେତାରେ କହିବା ନା ତ୍ରେତା ଶେଷରେ କହିବା । ଏହି କଥା ଉପରେ ମଧ୍ୟ ବିଚାର କରାଯାଏ । କେବେ ଚୋରି ହେବା କଥା! କେଉଁ ରାମର ସୀତା ଚୋରି ହୋଇଥିଲା ? ରାମ-ସୀତାଙ୍କର ମଧ୍ୟ ରାଜଧାନୀ ଥିଲା ନା! କେବଳ ଏକା ରାମ-ସୀତା ତ ନ ଥିଲେ ? ଏହା ତ ଶାସ୍ତ୍ରରେ ଯେପରି ଏକ କାହାଣୀ ଲେଖାଯାଇଛି । ବିଚାର କରାଯାଉଛି କେଉଁ ସୀତା ? ରାମ-ସୀତା ତ ୧୨ ଯୋଡି ରାଜ୍ୟ କରନ୍ତି । ତେବେ କେଉଁ ସୀତାକୁ ରାବଣ ଚୋରାଇଥିଲା ? ନିଶ୍ଚିତ ଶେଷ ଯୋଡିର ସୀତା ହୋଇଥିବ । ଏମାନେ ଯାହା କହୁଛନ୍ତି ଯେ ରାମର ସୀତାକୁ ଚୋରାଇ ନିଆଗଲା, ତେବେ ରାମ ରାଜ୍ୟରେ ସାରା ସମୟ ଜଣଙ୍କର ତ ରାଜ୍ୟ ଚାଲିବ ନାହିଁ । ନିଶ୍ଚିତ ବଂଶାନୁକ୍ରମେ ଚାଲିଥିବ । ତେବେ କେଉଁ ନମ୍ବରର ସୀତାକୁ ଚୋରାଇ ନିଆଯାଇଥିଲା ? ଏହା ସବୁ ବହୁତ ବୁଝିବାର କଥା ଅଟେ । ତୁମେ ପିଲାମାନେ ବହୁତ ନମ୍ର ଭାବରେ କାହାକୁ ବି ଏହି ରହସ୍ୟ ବୁଝାଇ ପାରିବ । ବାବା ବୁଝାଉଛନ୍ତି ଭକ୍ତିମାର୍ଗରେ ମଣିଷ ଧକ୍କା ଖାଇ ଖାଇ କେତେ ଦୁଃଖୀ ହୋଇପଡିଛନ୍ତି । ଯେତେବେଳେ ଅତି ଦୁଃଖୀ ହୋଇଯାଆନ୍ତି, ସେତେବେଳେ ଚିତ୍କାର କରିଥାଆନ୍ତି, ବାବା ଏହି ଦୁଃଖରୁ ଉଦ୍ଧାର କର । ରାବଣ ତ କୌଣସି ସ୍ଥୂଳ ଜିନିଷ ନୁହେଁ ନା । ଯଦି ଅଛି, ତେବେ ନିଜ ରାଜାକୁ ପ୍ରତିବର୍ଷ ମାରୁଛନ୍ତି କାହିଁକି ? ରାବଣର ନିଶ୍ଚିତ ସ୍ତ୍ରୀ ମଧ୍ୟ ଥିବ । ମନ୍ଦୋଦରୀକୁ ରାବଣର ସ୍ତ୍ରୀ କହିଥାଆନ୍ତି । ମନ୍ଦୋଦରୀର ପୁତୁଳା ତିଆରି କରି ମଧ୍ୟ ଜଳେଇବା ଦରକାର, ଏମିତି ତ କେବେ ଦେଖାଯାଏ ନାହିଁ । ତେଣୁ ବାବା ବୁଝାଉଛନ୍ତି ଏହା ହେଉଛି ମିଛ ମାୟା, ମିଛ କାୟା.... ଏବେ ତୁମେ ମିଥ୍ୟାବାଦୀ ମଣିଷରୁ ସତ୍ୟବାଦୀ ଦେବତା ହେବା ପାଇଁ ଏଠାରେ ବସିଛ । ଫରକ ତ ହେଲା ନା । ସେଠାରେ ତ ସର୍ବଦା ସତ୍ୟ କହିବ । କାରଣ ତାହା ସତ୍ୟଖଣ୍ଡ ଅଟେ । ଏହା ହେଉଛି ମିଥ୍ୟାଖଣ୍ଡ । ତେଣୁ ଏଠାରେ ସମସ୍ତେ ମିଥ୍ୟା ହିଁ କହୁଛନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଜ୍ଞାନ ସାଗର ବାବା ପ୍ରତିଦିନ ଯେଉଁ ବେହଦର ପାଠ ପଢାଉଛନ୍ତି, ତାହା ଉପରେ ବିଚାର-ସାଗର ମନ୍ଥନ କରିବାକୁ ହେବ । ଯାହା ସବୁ ପଢୁଛନ୍ତି ତାକୁ ପୁଣି ଅନ୍ୟମାନଙ୍କୁ ମଧ୍ୟ ପଢାଇବାକୁ ପଡିବ ।

(୨) ଏହି ବେଦହର ଡ୍ରାମା କିପରି ଚାଲିଛି, ଏହା ଅନାଦି ପୂର୍ବ ନିର୍ଦ୍ଧାରିତ ଡ୍ରାମା ଅତି ଆଶ୍ଚର୍ଯ୍ୟଜନକ ଅଟେ, ଏହି ସବୁ ରହସ୍ୟକୁ ଭଲ ଭାବରେ ବୁଝି ଅନ୍ୟମାନଙ୍କୁ ବୁଝାଇବାକୁ ପଡିବ ।

ବରଦାନ:-
ନିଜର ସୂକ୍ଷ୍ମ ଶକ୍ତିଗୁଡିକ ଉପରେ ବିଜୟୀ ହୋଇ ରାଜଋଷି, ସ୍ୱରାଜ୍ୟ ଅଧିକାରୀ ହୁଅ ।

ନିଜର କର୍ମେନ୍ଦ୍ରିୟଗୁଡିକ ଉପରେ ବିଜୟ ପ୍ରାପ୍ତ କରିବା ତ ସହଜ କଥା କିନ୍ତୁ ମନ-ବୁଦ୍ଧି ଏବଂ ସଂସ୍କାର - ଏହି ତିନୋଟି ସୂକ୍ଷ୍ମ ଶକ୍ତି ଉପରେ ବିଜୟୀ ହେବାକୁ ହେଲେ ସୂକ୍ଷ୍ମ ଅଭ୍ୟାସ କରିବାକୁ ହେବ । ଯେଉଁ ସମୟରେ ଯେଉଁ ସଂକଳ୍ପ ବା ଯେଉଁ ସଂସ୍କାରକୁ କାର୍ଯ୍ୟକାରୀ କରିବା ପାଇଁ ଚାହିଁବ ସେହି ସଂକଳ୍ପ ବା ସେହି ସଂସ୍କାରକୁ ସହଜରେ ଆପଣାଇ ପାରିବା - ଏହାକୁ ହିଁ କୁହାଯାଇଛି ସୂକ୍ଷ୍ମ ଶକ୍ତି ଉପରେ ବିଜୟ ଅର୍ଥାତ୍ ରାଜଋଷି ସ୍ଥିତି । ଯଦି ସଂକଳ୍ପ ଶକ୍ତିକୁ ଆଦେଶ ଦେବ - ବର୍ତ୍ତମାନ ତୁରନ୍ତ ଏକାଗ୍ର ହୋଇଯାଅ, ତେବେ ଆତ୍ମା ରାଜାର ଆଦେଶକୁ ସେହି ସମୟରେ, ସେହି ପ୍ରକାରରେ ମାନିବା ହିଁ ହେଉଛି ରାଜ୍ୟ ଅଧିକାରୀର ଚିହ୍ନ । ଏହି ଅଭ୍ୟାସ ଦ୍ୱାରା ହିଁ ଅନ୍ତିମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବ ।

ସ୍ଲୋଗାନ:-
ସେବା କରିବା ଦ୍ୱାରା ଯେଉଁ ଆଶୀର୍ବାଦ ମିଳିଥାଏ ତାହା ହିଁ ହେଉଛି ସର୍ବଶ୍ରେଷ୍ଠ ପାଉଣା ।