08.01.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ପବିତ୍ର ହେବା ପାଇଁ ଯୋଗର ଯାତ୍ରା ବହୁତ ଜରୁରୀ ଅଟେ, ଏହା ହିଁ ହେଉଛି ମୁଖ୍ୟ ବିଷୟ, ଏହି ଯୋଗବଳ ଦ୍ୱାରା ହିଁ ତୁମେ ଗୁଣବାନ୍ ହେବା ସହିତ ଯୋଗ୍ୟ ସେବାଧାରୀ ହୋଇପାରିବ ।

ପ୍ରଶ୍ନ:-
ତୁମେ ସନ୍ତାନମାନେ ଯେଉଁ ଯୋଗ ଶିକ୍ଷା କରୁଛ ତାହା ସବୁଠାରୁ ଭିନ୍ନ ଅଟେ, କିନ୍ତୁ କିପରି ?

ଉତ୍ତର:-

ଆଜି ପର୍ଯ୍ୟନ୍ତ ଯେଉଁ ସବୁ ଯୋଗ ଶିଖିଛନ୍ତି ଏବଂ ଶିଖାଇଛନ୍ତି ତାହା ହେଉଛି ମନୁଷ୍ୟମାନଙ୍କର ମନୁଷ୍ୟ ସହିତ ଯୋଗ ଲଗାଇବା । କିନ୍ତୁ ଏବେ ଆମେ ନିରାକାରଙ୍କ ସାଥୀରେ ଯୋଗ ଲଗାଉଛୁ । ତେବେ ନିରାକାର ଆତ୍ମା ତାର ନିରାକାର ପିତାଙ୍କୁ ମନେ ପକାଇବା ହିଁ ହେଉଛି ସବୁଠାରୁ ଭିନ୍ନ କଥା । ଦୁନିଆରେ ଯଦି କେହି ଭଗବାନଙ୍କୁ ମନେ ପକାଉଛନ୍ତି ତେବେ ତାଙ୍କର ପରିଚୟ ନଜାଣି ତାଙ୍କୁ ମନେ ପକାଉଛନ୍ତି । ଗୁଣ ଏବଂ କର୍ତ୍ତବ୍ୟକୁ ନ ଜାଣି ଯଦି କାହାକୁ ମନେ ପକାଉଛ ତେବେ ତାହା ହେଲା ଭକ୍ତି । ଜ୍ଞାନବାନ ସନ୍ତାନମାନେ ତ ଭଗବାନଙ୍କର ପରିଚୟ ଜାଣି ତାଙ୍କୁ ମନେ ପକାଉଛନ୍ତି ।

ଓମ୍ ଶାନ୍ତି ।
ଆତ୍ମିକ ପିତା ଆସି ପିଲାମାନଙ୍କୁ ବୁଝାଉଛନ୍ତି । ପିଲାମାନଙ୍କୁ ତ ପ୍ରଥମେ-ପ୍ରଥମେ ବାବାଙ୍କର ପରିଚୟ ମିଳିଛି । ଛୋଟ ଛୁଆ ଜନ୍ମ ହେଲେ ପ୍ରଥମେ ପ୍ରଥମେ ତାକୁ ତାର ମାତା-ପିତାଙ୍କର ପରିଚୟ ମିଳେ । ତୁମମାନଙ୍କ ଭିତରେ ମଧ୍ୟ ଅନେକ ପୁରୁଷାର୍ଥର କ୍ରମାନୁସାରେ ଅଛନ୍ତି ଯାହାଙ୍କୁ କି ରଚୟିତା ପିତାଙ୍କର ପରିଚୟ ମିଳିଛି । ଏହା ମଧ୍ୟ ପିଲାମାନେ ଜାଣିଛନ୍ତି ଯେ ସବୁଠାରୁ ଉଚ୍ଚ ହେଉଛନ୍ତି ବାବା, ତାଙ୍କର ହିଁ ମହିମା ସମସ୍ତଙ୍କୁ ଶୁଣାଇବାକୁ ହେବ । ମହିମାରେ ମଧ୍ୟ ଗାୟନ କରୁଛନ୍ତି ଶିବାୟ ନମଃ, କିନ୍ତୁ ବ୍ରହ୍ମା ନମଃ, ବିଷ୍ଣୁ ନମଃ ଏହା ଶୋଭା ପାଉ ନାହିଁ । ଶିବାୟ ନମଃ ହିଁ ଶୋଭା ପାଉଛି । ବ୍ରହ୍ମା ଦେବତାୟ ନମଃ, ବିଷ୍ଣୁ ଦେବତାୟ ନମଃ ଏହି ଶବ୍ଦ ଭଲ ଶୋଭା ପାଉଛି । ଏମାନଙ୍କୁ ତ ଦେବତା କୁହାଯିବ ନା । ଉଚ୍ଚରୁ ଉଚ୍ଚ ହେଉଛନ୍ତି ଭଗବାନ । ଯଦି କେହି ନୂଆ ଆସୁଛନ୍ତି ତାଙ୍କୁ ପ୍ରଥମେ ପ୍ରଥମେ ବାବାଙ୍କର ମହିମା ନିଶ୍ଚିତ ଶୁଣାଇବାକୁ ହେବ । ସିଏ ହେଉଛନ୍ତି ପରମପିତା । କିନ୍ତୁ ପିଲାମାନେ ଭୁଲିଯାଉଛନ୍ତି ଯେ ଆମେ ବାବାଙ୍କର ମହିମା କିପରି ଶୁଣାଇବୁ ? ପ୍ରଥମେ ତ ଏହା ବୁଝାଇବାକୁ ହେବ ଯେ ସିଏ ହେଉଛନ୍ତି ପରମପିତା, ପରମ ଶିକ୍ଷକ ଏବଂ ପରମ ସଦଗୁରୁ । ତେଣୁ ଏଠାରେ ତିନିଜଣଙ୍କୁ ମନେ ପକାଇବାକୁ ହେବ । ଏମିତି ତ ତିନୋଟିଯାକ ରୂପରେ ଶିବବାବାଙ୍କୁ ମନେ ପକାଇବାକୁ ହିଁ ହେବ । ଏହା ତ ପକ୍କା ନିଶ୍ଚୟ କରିବାକୁ ହେବ । ତୁମେ ବାବାଙ୍କର ମହିମାକୁ ଜାଣିଛ ସେଥିପାଇଁ ତ ତାଙ୍କୁ ମନେ ପକାଉଛ । ସନ୍ନ୍ୟାସୀମାନେ ତ ଉଚ୍ଚରୁ ଉଚ୍ଚ ଭଗବାନଙ୍କୁ ମଧ୍ୟ ପଥର ଗୋଡିରେ ଅଛନ୍ତି ବୋଲି କହିଦେଇଛନ୍ତି । ମନୁଷ୍ୟ ଭିତରେ ମଧ୍ୟ ଅଛନ୍ତି ବୋଲି କହିଦେଉଛନ୍ତି କିନ୍ତୁ ମନୁଷ୍ୟ ଶରୀରରେ ମଧ୍ୟ ସିଏ ସର୍ବଦା ରହିପାରିବେ ନାହିଁ । ସିଏ ତ ବ୍ରହ୍ମାଙ୍କ ଶରୀରକୁ କେବଳ ଧାର ସୂତ୍ରରେ ନେଉଛନ୍ତି । ସିଏ ନିଜେ କହୁଛନ୍ତି ମୁଁ ୟାଙ୍କର (ବ୍ରହ୍ମାଙ୍କର) ଶରୀରର ଆଧାର ନେଉଛି । ତେଣୁ ପ୍ରଥମ ଏହି କଥାକୁ ସିଦ୍ଧି କରିବାକୁ ହେବ ଯେ ବାବା ହେଉଛନ୍ତି ସତ୍ୟ । ସିଏ ହିଁ ସତ୍ୟ ନାରାୟଣ କଥା ଶୁଣାଉଛନ୍ତି । ନରରୁ ନାରାୟଣ ସତ୍ୟ ବାବା ହିଁ କରିଥାନ୍ତି । ସତ୍ୟଯୁଗରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ହିଁ ରାଜ୍ୟ ଥିଲା । ତେବେ ଏମାନେ କିପରି ରାଜା-ରାଣୀ ହେଲେ ? ଏବଂ ଏମାନଙ୍କୁ ରାଜା-ରାଣୀ କିଏ କରାଇଲେ ? ସିଏ ଏମାନଙ୍କୁ କେବେ କଥା ଶୁଣାଇଲେ ? କେବେ ରାଜଯୋଗ ଶିଖାଇଲେ ? ଏସବୁ କଥା ତୁମେମାନେ ଏବେ ବୁଝୁଛ । ଅନ୍ୟ ସବୁ ଯୋଗ ହେଉଛି ମନୁଷ୍ୟର ମନୁଷ୍ୟମାନଙ୍କ ସହିତ । ଏପରି କୌଣସି ମନୁଷ୍ୟ ନଥିବେ ଯାହାଙ୍କର ଯୋଗ ନିରାକାରଙ୍କ ସହିତ ପୂରା ପରିଚୟର ସହିତ ଲାଗୁଥିବ । ଆଜିକାଲି ଯଦିଓ ଶିବଙ୍କ ସହିତ ଯୋଗ ଲଗାଉଛନ୍ତି, ପୂଜା କରୁଛନ୍ତି କିନ୍ତୁ ତାଙ୍କୁ କେହି ଜାଣିନାହାଁନ୍ତି । ଏକଥା ମଧ୍ୟ ବୁଝୁ ନାହାଁନ୍ତି ଯେ ପ୍ରଜାପିତା ବ୍ରହ୍ମା ନିଶ୍ଚିତ ଏହି ସାକାର ଦୁନିଆରେ ଅଛନ୍ତି । ସମସ୍ତେ ଦ୍ୱନ୍ଦ୍ୱରେ ପଡିଛନ୍ତି ନା । ଭାବୁଛନ୍ତି ପ୍ରଜାପିତା ବ୍ରହ୍ମା ପ୍ରଥମେ ପ୍ରଥମେ ସତ୍ୟଯୁଗରେ ରହିବା ଦରକାର । ଯଦି ସତ୍ୟଯୁଗରେ ପ୍ରଜାପିତା ବ୍ରହ୍ମା ରହିବେ ତେବେ ପୁଣି ସୂକ୍ଷ୍ମଲୋକରେ କାହିଁକି ଦେଖାଇଛନ୍ତି ? ତେବେ ଏସବୁର ଅର୍ଥ ହିଁ ଜାଣି ନାହାଁନ୍ତି । ଏହି ସାକାରୀ ବ୍ରହ୍ମା କର୍ମବନ୍ଧନରେ ଅଛନ୍ତି କିନ୍ତୁ ସୂକ୍ଷ୍ମଲୋକ ନିବାସୀ ବ୍ରହ୍ମା ହେଉଛନ୍ତି କର୍ମାତୀତ । ଏହି ଜ୍ଞାନ କାହା ଠାରେ ମଧ୍ୟ ନାହିଁ । ଜ୍ଞାନଦାତା ଏକମାତ୍ର ବାବା ହିଁ ଅଟନ୍ତି । ସିଏ ଆସି ଯେଉଁ ଜ୍ଞାନ ଦେଉଛନ୍ତି ତାହା ତୁମେ ଅନ୍ୟମାନଙ୍କୁ ଶୁଣାଅ । କାହାକୁ ବି ବାବାଙ୍କର ପରିଚୟ ଦେବା ବହୁତ ସହଜ ଅଟେ । ସମସ୍ତଙ୍କୁ ବାବାଙ୍କ ମହିମା ଶୁଣାଇବାକୁ ହେବ । ଇଏ ହେଉଛନ୍ତି ସର୍ବ ଆତ୍ମାଙ୍କର ଅବିନାଶୀ ପିତା । କାହାକୁ ବାବାଙ୍କର ପରିଚୟ ଦେବା କୌଣସି କଷ୍ଟକର କାମ ନୁହେଁ । ଏହା ବହୁତ ସହଜ । କିନ୍ତୁ ଯଦି ନିଶ୍ଚୟ ନଥିବ, ବୁଝାଇବାର ଅଭ୍ୟାସ ନଥିବ ତେବେ କାହାକୁ ମଧ୍ୟ ବୁଝାଇ ପାରିବ ନାହିଁ । ଯଦି କାହାକୁ ଜ୍ଞାନ ଦେଉ ନାହଁ ତେବେ ଏହାର ଅର୍ଥ ହେଲା ତୁମେ ଅଜ୍ଞାନୀ । ଯଦି ଜ୍ଞାନ ନାହିଁ ତେବେ ତୁମେ ଭକ୍ତିରେ ଅଛ, ଦେହ-ଅଭିମାନରେ ଅଛ । ଦେହୀ-ଅଭିମାନୀଙ୍କ ଭିତରେ ହିଁ ଜ୍ଞାନ ରହିବ । ଆମେ ହେଲେ ଆତ୍ମା ଆମର ପିତା ହେଲେ ପରମପିତା ପରମାତ୍ମା ଏବଂ ସିଏ ହିଁ ଶିକ୍ଷକ ଏବଂ ସଦଗୁରୁ ଅଟନ୍ତି । ପ୍ରଜାପିତା ବ୍ରହ୍ମା ମଧ୍ୟ ଅଛନ୍ତି ନା । ବାବା ପ୍ରଜାପିତା ବ୍ରହ୍ମାଙ୍କର କର୍ତ୍ତବ୍ୟ ବିଷୟରେ ମଧ୍ୟ ବୁଝାଉଛନ୍ତି ଏବଂ ତା ସହିତ ନିଜର କର୍ତ୍ତବ୍ୟ କଣ ତାହା ମଧ୍ୟ ବୁଝାଇଛନ୍ତି । ମନୁଷ୍ୟମାନେ ତ ଶିବ ଏବଂ ଶଙ୍କରଙ୍କୁ ମିଶାଇ ଏକତ୍ର କରିଦେଉଛନ୍ତି । କହୁଛନ୍ତି ଶଙ୍କର ଆଖି ଖୋଲିଲେ ସବୁ ବିନାଶ ହୋଇଯିବ । ତେବେ ବିନାଶ ତ ବୋମା ଦ୍ୱାରା, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ହେଉଛି । ମନୁଷ୍ୟମାନେ ଶିବ ଶଙ୍କରଙ୍କୁ ମହାଦେବ ବୋଲି ମଧ୍ୟ କହୁଛନ୍ତି । କିନ୍ତୁ ଏହି ଚିତ୍ରର କୌଣସି ଅର୍ଥ ହିଁ ନାହିଁ । ଏସବୁ ହେଉଛି ଭକ୍ତିମାର୍ଗର ଚିତ୍ର । ସୂକ୍ଷ୍ମଲୋକରେ ତ ଏପରି କୌଣସି କଥା ନାହିଁ । ପ୍ରଜାପିତା ବ୍ରହ୍ମା ମଧ୍ୟ ଦେହଧାରୀ ଅଟନ୍ତି, ତାଙ୍କର ଅନେକ ସନ୍ତାନ ଅଛନ୍ତି । ତେବେ ଏସବୁ ଚିତ୍ର ପୂଜା ପାଇଁ ତିଆରି କରୁଛନ୍ତି । ବାବା ବୁଝାଇଛନ୍ତି ଯେ ଏହି ସାକାର ମନୁଷ୍ୟ ଶରୀରଧାରୀ ବ୍ରହ୍ମା ହେଉଛନ୍ତି ବ୍ୟକ୍ତ ବ୍ରହ୍ମା ଏବଂ ସୂକ୍ଷ୍ମଲୋକ ନିବାସୀ ବ୍ରହ୍ମା ହେଉଛନ୍ତି ଅବ୍ୟକ୍ତ ବ୍ରହ୍ମା । ଇଏ ଯେତେବେଳେ ଅବ୍ୟକ୍ତ ହୁଅନ୍ତି ସେତେବେଳେ ଫରିସ୍ତା ହୋଇଯାଆନ୍ତି । ବ୍ରହ୍ମଲୋକ, ସୂକ୍ଷ୍ମଲୋକ ଦୁଇଟି ସ୍ଥାନ ତ ନିଶ୍ଚିତ ଅଛି । ବାବା ସୂକ୍ଷ୍ମଲୋକକୁ ମଧ୍ୟ ଯାଉଛନ୍ତି ନା । ବାବା ବୁଝାଇଛନ୍ତି ଯେଉଁ ପ୍ରଜାପିତା ବ୍ରହ୍ମା ମନୁଷ୍ୟ ଅଟନ୍ତି ସିଏ ହିଁ ଫରିସ୍ତା ହେଉଛନ୍ତି । ଚିତ୍ରରେ ରାଜ୍ୟ କରିବାର ମଧ୍ୟ ଦେଖାଇଛନ୍ତି । ପୁଣି ଇଏ ରାଜ୍ୟ କରିବେ । ଯଦି ସୂକ୍ଷ୍ମଲୋକର ଚିତ୍ର ନଥିବ ତେବେ ଅନ୍ୟକୁ ବୁଝାଇବାରେ ମୁସ୍କିଲ୍ ହେବ । ବାସ୍ତବରେ ବିଷ୍ଣୁଙ୍କର ଚତୁର୍ଭୁଜ ରୂପ ମଧ୍ୟ ନାହିଁ । ଏହା ହେଉଛି ଭକ୍ତିମାର୍ଗର ଚିତ୍ର । ବାବା ବୁଝାଉଛନ୍ତି-- ଆତ୍ମାକୁ ହିଁ ପତିତରୁ ପବିତ୍ର ହେବାକୁ ପଡିବ । ପବିତ୍ର ହୋଇ ପୁଣି ନିଜ ଧାମକୁ ଚାଲିଯିବ । ଆତ୍ମାମାନେ ନିରାକାରୀ ଦୁନିଆରେ ରୁହନ୍ତି, ସାକାର ମନୁଷ୍ୟମାନେ ତ ଏହିଠାରେ ହିଁ ଥାନ୍ତି । କିନ୍ତୁ ସୂକ୍ଷ୍ମଲୋକର କୌଣସି ମୁଖ୍ୟ କାହାଣୀ ନାହିଁ । ସୂକ୍ଷ୍ମଲୋକର ରହସ୍ୟ ମଧ୍ୟ ବାବା ଏବେ ବୁଝାଉଛନ୍ତି । ବ୍ରହ୍ମଲୋକ, ସୂକ୍ଷ୍ମଲୋକ ପୁଣି ରହିଛି ସ୍ଥୂଳଲୋକ । ତେବେ ପ୍ରଥମେ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ । ଭକ୍ତିମାର୍ଗରେ ମଧ୍ୟ ବାବାଙ୍କୁ ହେ ଭଗବାନ, ହେ ପ୍ରଭୁ କହି ପୂଜା କରୁଛନ୍ତି । କିନ୍ତୁ ତାଙ୍କୁ ଜାଣି ନାହାଁନ୍ତି । ସର୍ବଦା ଶିବ ପରମାତ୍ମାୟେ ନମଃ କହିଥାନ୍ତି, ଶିବ ଦେବତାୟ ନମଃ କେବେ କହିବେ ନାହିଁ । ବ୍ରହ୍ମାଙ୍କୁ ଦେବତା କୁହାଯିବ । କିନ୍ତୁ ଶିବଙ୍କୁ ପରମପିତା ପରମାତ୍ମା କହିଥାନ୍ତି । ଶିବଙ୍କୁ ଦେବତା ବୋଲି କେବେ ବି କହିବେ ନାହିଁ, ତାଙ୍କୁ ପରମାତ୍ମା ହିଁ କୁହାଯିବ । ତାଙ୍କୁ କଣ କେବେ ସର୍ବବ୍ୟାପୀ ବୋଲି କୁହାଯାଇପାରିବ କି ? ତାଙ୍କର କର୍ତ୍ତବ୍ୟ ହେଉଛି ପତିତରୁ ପବିତ୍ର କରିବା ତେବେ କଣ ସିଏ ପଥର ଗୋଡିରେ ରହି ପବିତ୍ର କରିବେ କି ? ଏହାକୁ ହିଁ ଘୋର ଅନ୍ଧକାର କୁହାଯାଏ । ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି ।

ବାବା ଆସି ବୁଝାଉଛନ୍ତି ୟଦା ୟଦା ହି... ତେବେ କାହାର ଗ୍ଳାନୀ କରୁଛନ୍ତି ? ଦୁନିଆର ଲୋକମାନେ ତ ଶ୍ଲୋକ ଶୁଣାଇ ତାର ଅର୍ଥ ମଧ୍ୟ ବୁଝାଉଛନ୍ତି । ତେଣୁ ତୁମମାନଙ୍କୁ ସେଠାକୁ ଯାଇ ଦେଖିବା ଦରକାର, ତାଙ୍କୁ କହିବା ଦରକାର ଯେ ଆମେ ଏହାର ପ୍ରକୃତ ଅର୍ଥକୁ ଜାଣିଛୁ । ପୁଣି ତୁରନ୍ତ ତାଙ୍କୁ ଶୁଣାଇବା ଦରକାର । ସେମାନେ କଣ ଜାଣିପାରିବେ ଯେ ଏମାନେ ବ୍ରହ୍ମାକୁମାର-କୁମାରୀ ଅଟନ୍ତି । ଯଦିଓ ଏହା ଆମର ଧଳା ପୋଷାକ କିନ୍ତୁ ଏଥିରେ କଣ ମୋହର ଲାଗିଛି କି । ତୁମେ ଯେକୌଣସି ସତସଂଗକୁ ଯାଇ ମଧ୍ୟ ଶୁଣିପାରିବ ଏବଂ ତାଙ୍କୁ ପଚାରିପାରିବ ଯେ ଏହାର ଅର୍ଥ ବୁଝାଅ । ଦେଖ ସେମାନେ କଣ ଶୁଣାଉଛନ୍ତି । ବାକି ଏତେ ସବୁ ଯେଉଁ ଚିତ୍ର ରହିଛି ସେଗୁଡିକର ବିସ୍ତାର ବୁଝିବାର ଅଛି । ଅସରନ୍ତି ଜ୍ଞାନ ରହିଛି ନା । ଯଦି ସାଗରକୁ କାଳି କରିଦିଅ.... ତେବେ ମଧ୍ୟ ତାର ଅନ୍ତ ହେବ ନାହିଁ । ପୁଣି ଗୋଟିଏ ସେକେଣ୍ଡର କଥା ମଧ୍ୟ ବାବା ଶୁଣାଉଛନ୍ତି, ତେବେ ବାବାଙ୍କର ପରିଚୟ ଦେବାକୁ ହେବ । ସେହି ବେହଦର ବାବା ସ୍ୱର୍ଗର ରଚୟିତା ଅଟନ୍ତି । ଆମେ ସବୁ ତାଙ୍କର ସନ୍ତାନ ପରସ୍ପର ଭିତରେ ଭାଇ-ଭାଇ ଅଟୁ । ତେଣୁ ଆମକୁ ମଧ୍ୟ ନିଶ୍ଚିତ ସ୍ୱର୍ଗର ରାଜ୍ୟ ପଦ ମିଳିବା ଦରକାର, କିନ୍ତୁ ସମସ୍ତଙ୍କୁ ତ ମିଳିପାରିବ ନାହିଁ । ବାବା ଭାରତକୁ ହିଁ ଆସୁଛନ୍ତି ଏବଂ ଭାରତବାସୀମାନେ ହିଁ ସ୍ୱର୍ଗବାସୀ ହେଉଛନ୍ତି । ଅନ୍ୟ ଧର୍ମର ଆତ୍ମାମାନେ ତ ପଛରେ ଆସୁଛନ୍ତି । ଏହି ଜ୍ଞାନ ତ ବହୁତ ସହଜ କିନ୍ତୁ କେହି ବି ବୁଝୁ ନାହାଁନ୍ତି । ବାବାଙ୍କୁ ତ ଆଶ୍ଚର୍ଯ୍ୟ ଲାଗୁଛି । ଦିନେ ନା ଦିନେ ଗଣିକାମାନେ ମଧ୍ୟ ଆସି ଜ୍ଞାନ ଶୁଣିବେ । ଯେଉଁମାନେ ପଛରେ ଆସିବେ ସେମାନେ ବହୁତ ତୀବ୍ରବେଗରେ ଆଗକୁ ଚାଲିଯିବେ । ତେବେ ତୁମେମାନେ ସେଠାକୁ ଯାଇ ମଧ୍ୟ ସେବା କରିପାରିବ । ବହୁତଙ୍କୁ ଲଜ୍ୟା ଆସୁଛି କାରଣ ଦେହ ଅଭିମାନ ବହୁତ ରହିଛି । ବାବା କହୁଛନ୍ତି ବେଶ୍ୟାମାନଙ୍କୁ ମଧ୍ୟ ବୁଝାଇବାକୁ ହେବ । ଭାରତର ନାମକୁ ମଧ୍ୟ ଏମାନେ ହିଁ ବଦନାମ କରିଛନ୍ତି ଏଥିରେ ଯୋଗବଳ ହେଉଛି ମୁଖ୍ୟ । ଏମାନେ ବିଲକୁଲ୍ ପତିତ ହୋଇଯାଇଛନ୍ତି, ତେଣୁ ପବିତ୍ର ହେବା ପାଇଁ ଯୋଗର ଯାତ୍ରା ଆବଶ୍ୟକ । ଏବେ ସେହି ଯୋଗର ବଳ ବହୁତ କମ୍ ମାତ୍ରାରେ ଅଛି । କାହା କାହା ଭିତରେ ଜ୍ଞାନ ବହୁତ ଅଛି କିନ୍ତୁ ଯୋଗର ଶକ୍ତି କମ ଅଛି । ଏହା ହିଁ ହେଉଛି କଷ୍ଟକର ବିଷୟ, ଏଥିରେ ଯଦି ଉତ୍ତୀର୍ଣ୍ଣ ହୋଇଯିବ ତେବେ ଯାଇ ଗଣିକାମାନଙ୍କର ଉଦ୍ଧାର କରିପାରିବ । ଭଲ ଭଲ ଅନୁଭବୀ ମାତାମାନେ ଯାଇ ବୁଝାଇବା ଦରକାର । କନ୍ୟାମାନଙ୍କୁ ତ ଅନୁଭବ ନାହିଁ । ମାତାମାନେ ହିଁ ବୁଝାଇପାରିବ । ବାବା କହୁଛନ୍ତି ଯଦି ପବିତ୍ର ହେବ ତେବେ ବିଶ୍ୱର ମାଲିକ ହୋଇପାରିବ । ସାରା ଦୁନିଆ ହିଁ ଶିବାଳୟ ହୋଇଯିବ । ବାବା କହୁଛନ୍ତି ଯଦି ପବିତ୍ର ହେବ ତେବେ ବିଶ୍ୱର ମାଲିକ ହୋଇପାରିବ । ସାରା ଦୁନିଆ ହିଁ ଶିବାଳୟ ହୋଇଯିବ । ସତ୍ୟଯୁଗକୁ ଶିବାଳୟ କୁହାଯାଏ । ଏଠାରେ ଅସରନ୍ତି ସୁଖ ରହିଛି । ସେମାନଙ୍କୁ ମଧ୍ୟ ଏଭଳି ବୁଝାଅ ଯେ ଏବେ ବାବା କହୁଛନ୍ତି-- ପବିତ୍ର ରହିବାର ପ୍ରତିଜ୍ଞା କର । ଏହିଭଳି ପତିତମାନଙ୍କୁ ପବିତ୍ର କରିବା ପାଇଁ ଜ୍ଞାନର ତରବାରୀ ବହୁତ ତୀକ୍ଷ୍ମ ହୋଇଥିବା ଦରକାର । କିନ୍ତୁ ବର୍ତ୍ତମାନ ସେହିଭଳି ସମୟ ଆସିନାହିଁ । ଯଦିଓ ସେବାକେନ୍ଦ୍ରରେ ରହୁଛନ୍ତି କିନ୍ତୁ ଜ୍ଞାନ ବୁଝାଇବାରେ କ୍ରମାନୁସାରେ ଅଛନ୍ତି । ବାବା ଜାଣିଛନ୍ତି ସମସ୍ତେ ଏକାଭଳି ନୁହଁନ୍ତି । ଯେଉଁମାନେ ସେବା କରିବାକୁ ଯାଉଛନ୍ତି ସେମାନଙ୍କ ମଧ୍ୟରେ ବି ରାତି ଦିନର ଫରକ ରହିଛି । ପ୍ରଥମେ ଯଦି କାହାକୁ ବୁଝାଉଛ ତେବେ ତାଙ୍କୁ ବାବାଙ୍କର ହିଁ ପରିଚୟ ଦିଅ । ବାବାଙ୍କର ହିଁ ମହିମା ଗାନ କର । ଏତେ ସବୁ ଗୁଣର ଅଧିକାରୀ ବାବାଙ୍କ ବ୍ୟତୀତ ଆଉ କେହି ହୋଇପାରିବେ ନାହିଁ । ସିଏ ହିଁ ସମସ୍ତଙ୍କୁ ଗୁଣବାନ କରାଉଛନ୍ତି । ବାବା ହିଁ ସତ୍ୟଯୁଗର ସ୍ଥାପନା କରୁଛନ୍ତି । ବର୍ତ୍ତମାନ ହେଉଛି ସଂଗମଯୁଗ ଯେତେବେବେଳ କି ତୁମେମାନେ ପୁରୁଷୋତ୍ତମ ହେଉଛ । ତୁମେ ଆତ୍ମାମାନଙ୍କୁ ଏହି କଥା ବୁଝାଉଛ ଯେ ଆତ୍ମାର ହିଁ ଶରୀର ଅଛି, କିନ୍ତୁ ଏକଥା କିଏ କେତେ ଗ୍ରହଣ କରୁଛନ୍ତି ତାହା ତାଙ୍କ ଚେହେରାରୁ ଜଣାପଡିଥାଏ । ଯଦି କିଏ ଉଦାସରେ ଥାନ୍ତି ତାଙ୍କର ଚେହେରା ହିଁ ସମ୍ପୂର୍ଣ୍ଣ ବଦଳିଯାଇଥାଏ । ଯଦି ନିଜକୁ ଆତ୍ମା ମନେ କରି ବସିବ ତେବେ ଚେହେରା ମଧ୍ୟ ଠିକ୍ ହୋଇଯିବ । ଏହାର ମଧ୍ୟ ଅଭ୍ୟାସ କରିବାକୁ ପଡିବ । ଯେଉଁମାନେ ଘର ଗୃହସ୍ଥରେ ରହିଥାଆନ୍ତି ସେମାନେ ଏତେ ଆଗ୍ରହ ଦେଖାନ୍ତି ନାହିଁ କାହିଁକି ନା ଗୋରଖଧନ୍ଦାରେ ଲାଗି ରହିଥାଆନ୍ତି । ଯଦି ଅଭ୍ୟାସ କରିବ ତେବେ ଚାଲିବା-ବୁଲିବା ସମୟରେ, ଉଠିବା-ବସିବା ସମୟରେ ମଧ୍ୟ ନିଜକୁ ଆତ୍ମା ମନେ କରିପାରିବ । ଯୋଗର ଯାତ୍ରାରେ ରହିବା ଦ୍ୱାରା ହିଁ ତୁମେ ପବିତ୍ର ହେଉଛ । ଆତ୍ମା ଯେତେ ଯୋଗରେ ରହିବ ସେତେ ପବିତ୍ର ହୋଇଯିବ । ସତ୍ୟଯୁଗରେ ତୁମେ ସତ୍ତେ।ପ୍ରଧାନ ଥିଲ ତେଣୁ ବହୁତ ବହୁତ ଖୁସିରେ ଥିଲ ।

ବର୍ତ୍ତମାନ ସଂଗମଯୁଗରେ ତୁମେ ହସ ମଉଜରେ ରହୁଛ, କାହିଁକି ନା ତୁମକୁ ବେହଦର ବାବା ମିଳିଛନ୍ତି ବାକି ଆଉ କଣ ଦରକାର ? ଏବେ ତୁମକୁ ବାବାଙ୍କ ନିକଟରେ ସମର୍ପଣ ହେବାର ଅଛି । ମୁସ୍କିଲରେ କେହି ସାହୁକାର ଏହି ଜ୍ଞାନକୁ ଧାରଣ କରୁଛନ୍ତି । ଗରୀବମାନଙ୍କୁ ହିଁ ଜ୍ଞାନ ମିଳୁଛି, କାହିଁକି ନା ଡ୍ରାମା ହିଁ ଏହିଭଳି ରଚନା ହୋଇଛି । ଧୀରେ ଧୀରେ ବୃଦ୍ଧି ମଧ୍ୟ ହୋଇଚାଲିବ । କୋଟିକରେ କେହି କେହି ବିଜୟ ମାଳାର ଦାନା ହେଉଛନ୍ତି । ବାକି ପ୍ରଜା ତ କ୍ରମାନୁସାରେ ହେବେ । କେତେ ଢେର ସଂଖ୍ୟାରେ ପ୍ରଜା ହେବେ । ସାହୁକାର ଗରୀବ ସମସ୍ତେ ରହିବେ । ବର୍ତ୍ତମାନ ସମ୍ପୂର୍ଣ୍ଣ ରାଜଧାନୀ ସ୍ଥାପନ ହେଉଛି । ବାକି ଅନ୍ୟ ସମସ୍ତେ ନିଜ ନିଜର ବିଭାଗକୁ ଚାଲିଯିବେ । ତେଣୁ ବାବା ପିଲାମାନଙ୍କୁ ବୁଝାଉଛନ୍ତି-- ନିଜ ଭିତରେ ଦୈବୀଗୁଣ ଧାରଣ କରିବାକୁ ହେବ ସେଥିପାଇଁ ତୁମର ଖାଇବା-ପିଇବା ମଧ୍ୟ ଶୁଦ୍ଧ ହେବା ଉଚିତ୍ । ତୁମର କେବେ ବି ଏଭଳି ଆଶା ରହିବା ଉଚିତ୍ ନୁହେଁ ଯେ ମୁଁ ଅମୁକ ଜିନିଷ ଖାଇନାହିଁ । ଏହିଭଳି ଆଶା ସବୁ ଏହିଠାରେ ହିଁ ହୋଇଥାଏ । ବ୍ରହ୍ମାବାବା ବାନପ୍ରସ୍ଥିମାନଙ୍କର ବହୁତ ବଡ ବଡ ଆଶ୍ରମ ଦେଖିଛନ୍ତି । ସେଠାରେ ସେମାନେ ବହୁତ ଶାନ୍ତିରେ ଥାନ୍ତି । ଏଠାରେ ତ ବେହଦର କଥା ସବୁ ବାବା ହିଁ ବୁଝାଉଛନ୍ତି । ବାବା କହୁଛନ୍ତି ସମୟ ଆସିଲେ ଏଭଳି ବେଶ୍ୟା, ଗଣିକାମାନେ ଆସିବେ ଯେଉଁମାନେ କି ତୁମମାନଙ୍କଠାରୁ ମଧ୍ୟ ଆଗକୁ ଚାଲିଯିବେ । ବହୁତ ସୁନ୍ଦର-ସୁନ୍ଦର ଗୀତ ଗାଇବେ, ଯାହାକୁ ଶୁଣିବା ଦ୍ୱାରା ଖୁସିର ନିଶା ଚଢିଯିବ । ଯଦି ତୁମେ ଏଭଳି ପତିତମାନଙ୍କୁ ବୁଝାଇ ପବିତ୍ର ଶ୍ରେଷ୍ଠ କରିଦେବ ତେବେ ତୁମର ନାମ ମଧ୍ୟ ବହୁତ ବିଖ୍ୟାତ ହୋଇଯିବ । ସମସ୍ତେ କହିବେଏମାନେ ବେଶ୍ୟାମାନଙ୍କୁ ମଧ୍ୟ ଏତେ ଉଚ୍ଚ କରିଦେଉଛନ୍ତି । ସେମାନେ ନିଜେ ହିଁ କହିବେ ଆମେ ଶୂଦ୍ର ଥିଲୁ, ଏବେ ବ୍ରାହ୍ଣଣ ହୋଇଛୁ, ପୁଣି ଆମେ ହିଁ ଦେବତା କ୍ଷତ୍ରିୟ ହେବୁ । ବାବା ପ୍ରତ୍ୟେକଙ୍କୁ ଦେଖି ଜାଣିପାରନ୍ତି ଯେ ଇଏ କିଛି ଉନ୍ନତି କରିବେ ନା ନାହିଁ । ତେବେ ପଛରେ ଆସିଲାବାଲା ତାଙ୍କଠାରୁ ମଧ୍ୟ ଆଗକୁ ଚାଲିଯିବେ । ଆଗକୁ ତୁମେ ସବୁ କିଛି ଦେଖିବ । ଏବେ ମଧ୍ୟ ଦେଖୁଛ । ନୂଆ ନୂଆ ପିଲାମାନେ ସେବା କରିବା ପାଇଁ ବହୁତ ଆଗ୍ରହ ଦେଖାଇଥାନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।


ଧାରଣା ପାଇଁ ମୁଖ୍ୟ ସାର :
(୧) ତୁମେମାନେ ପତିତମାନଙ୍କୁ ପବିତ୍ର କରିବାର ସେବା କର, ଗଣିକା ଅର୍ଥାତ୍ ବେଶ୍ୟାମାନଙ୍କୁ ଜ୍ଞାନ ଦିଅ, ତଳକୁ ଖସିଯାଇଥିବା ଆତ୍ମାମାନଙ୍କୁ ଉପରକୁ ଉଠାଅ, ସେମାନଙ୍କର ଉଦ୍ଧାର କର ତେବେ ଯାଇ ତୁମର ନାମ ବିଖ୍ୟାତ ହେବ ।

(୨) ନିଜର ଦୃଷ୍ଟିକୁ ପବିତ୍ର କରିବା ପାଇଁ ହେଲେ ଚାଲିବା ବୁଲିବା ସମୟରେ ଏହି ଅଭ୍ୟାସ କର ଯେ ମୁଁ ଆତ୍ମା, ଆତ୍ମା ଭାଇ ସହିତ କଥାବାର୍ତ୍ତା କରୁଛି । ସଦା ସର୍ବଦା ବାବାଙ୍କର ସ୍ମୃତିରେ ରୁହ ତେବେ ପବିତ୍ର ହୋଇଯିବ ।

ବରଦାନ:-
ଗୋଟିଏ ମିନିଟର ଏକାଗ୍ର ସ୍ଥିତି ଦ୍ୱାରା ଶକ୍ତିଶାଳୀ ଅନୁଭବ ନିଜେ କରିବା ସହିତ ଅନ୍ୟକୁ କରାଉଥିବା ଏକାନ୍ତବାସୀ ଆତ୍ମା ହୁଅ ।

ଏକାନ୍ତବାସୀ ହେବା ଅର୍ଥାତ୍ କୌଣସି ଗୋଟିଏ ଶକ୍ତିଶାଳୀ ସ୍ଥିତିରେ ସ୍ଥିତ ହେବା । ଚାହେଁ ବୀଜରୂପ ସ୍ଥିତିରେ ସ୍ଥିତ ହୋଇଯାଅ, ଚାହେଁ ଲାଇଟ୍-ମାଇଟ୍ ହାଉସ ଅର୍ଥାତ୍ ଆଲୋକ ଏବଂ ଶକ୍ତିର କେନ୍ଦ୍ର ସ୍ଥିତିରେ ସ୍ଥିତ ହୋଇ ବିଶ୍ୱକୁ ଲାଇଟ୍-ମାଇଟ୍ ଦିଅ, ଚାହେଁ ଫରିସ୍ତା ସ୍ୱରୂପର ସ୍ଥିତି ଦ୍ୱାରା ଅନ୍ୟମାନଙ୍କୁ ଅବ୍ୟକ୍ତ ସ୍ଥିତିରେ ଏକାଗ୍ର ଭାବରେ ସ୍ଥିତ ହୋଇଯାଅ ତେବେ ନିଜକୁ ଏବଂ ଅନ୍ୟମାନଙ୍କୁ ବହୁତ ଲାଭ ଦେଇପାରିବ । ସେଥିପାଇଁ କେବଳ ଏହାର ଅଭ୍ୟାସ କରିବା ଆବଶ୍ୟକ ।

ସ୍ଲୋଗାନ:-
ବ୍ରହ୍ମାଚାରୀ ସେହିମାନେ ଅଟନ୍ତି ଯେଉଁମାନଙ୍କର ପ୍ରତ୍ୟେକ ସଂକଳ୍ପରେ, ପ୍ରତ୍ୟେକ ବାଣୀରେ ପବିତ୍ରତାର ପ୍ରକମ୍ପନ ସମାହିତ ହୋଇଥିବ ।

ବ୍ରହ୍ମାବାବାଙ୍କ ସମାନ ହେବା ପାଇଁ ବିଶେଷ ପୁରୁଷାର୍ଥୀ:-
ବ୍ରହ୍ମାବାବାଙ୍କ ସମାନ ଫରିସ୍ତା ସ୍ଥିତିର ଅନୁଭବ କରିବା ପାଇଁ କର୍ମ କରିବା ସମୟରେ ମଝିରେ-ମଝିରେ ନିରାକାରୀ ଏବଂ ଫରିସ୍ତା ସ୍ୱରୂପରେ ସ୍ଥିତ ହେବାର ବ୍ୟାୟାମ କର । ଯେପରି ବ୍ରହ୍ମାବାବାଙ୍କୁ ସାକାର ରୂପରେ ସଦାସର୍ବଦା ଡବଲ ଲାଇଟ୍ ରୂପରେ ରହିବାର ଦେଖିଥିଲ, ସେବାର ବୋଝ ମଧ୍ୟ ଅନୁଭବ ହେଉନଥିଲା, ସେହିପରି ନିଜର ପିତାଙ୍କୁ ଅନୁକରଣ କର ତେବେ ସହଜରେ ବାବାଙ୍କ ସମାନ ହୋଇଯିବ ।