08.01.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମର ନଶା ରହିବା ଉଚିତ୍ ଯେ ଆମେ ବ୍ରାହ୍ମଣରୁ ହିଁ ଦେବତା ହେଉଛୁ, ଆମ ବ୍ରାହ୍ମଣମାନଙ୍କୁ ହିଁ ବାବାଙ୍କର ଶ୍ରେଷ୍ଠ ମତ ମିଳୁଛି ।

ପ୍ରଶ୍ନ:-
ନ୍ୟୁ ବ୍ଳଡ୍ ଅର୍ଥାତ୍ ଯୁବା ଅବସ୍ଥାର ପିଲାମାନଙ୍କ ଭିତରେ କେଉଁ ସଉକ ଏବଂ କେଉଁ ନିଶା ରହିବା ଉଚିତ୍?

ଉତ୍ତର:-
ଏହି ଦୁନିଆ ଯାହାକି ପୁରୁଣା ଲୌହଯୁଗୀ ହୋଇଯାଇଛି, ତାକୁ ନୂଆ ସତ୍ୟଯୁଗୀ ଦୁନିଆରେ ପରିଣତ କରିବାର ଅର୍ଥାତ୍ ପୁରୁଣାକୁ ନୂଆ କରିବାର ସଉକ ରହିବା ଦରକାର । କନ୍ୟାମାନଙ୍କୁ ନ୍ୟୁ ବ୍ଳଡ୍ କୁହାଯିବ ତେଣୁ ସେମାନେ ନିଜର ସମାସ୍କନ୍ଦ ସାଥୀମାନଙ୍କୁ ଜାଗ୍ରତ କରିବା ଦରକାର । ନିଜ ଭିତରେ ଆତ୍ମିକ ନିଶାକୁ ବଜାୟ ରଖିବା ଦରକାର । ଭାଷଣ କରିବାରେ ମଧ୍ୟ ସେମାନଙ୍କ ଭିତରେ ବହୁତ ମସ୍ତି ଅର୍ଥାତ୍ ନିଶା ରହିବା ଦରକାର ।

ଗୀତ:-
ରାତ କେ ରାହି...

ଓମ୍ ଶାନ୍ତି ।
ପିଲାମାନେ ଏହି ଗୀତର ଅର୍ଥ ତ ବୁଝିଲେ । ବର୍ତ୍ତମାନ ଭକ୍ତିମାର୍ଗର ଘୋର ଅନ୍ଧକାର ରାତ୍ରି ପୂରା ହେଉଛି । ପିଲାମାନେ ଜାଣିଛନ୍ତି ଆମେ ଏବେ ମୁକୁଟର ଅଧିକାରୀ ହେବା । ଏଠାରେ ବସିଛୁ, ଆମର ଲକ୍ଷ୍ୟ ଅଛି - ମନୁଷ୍ୟରୁ ଦେବତା ହେବା । ଯେପରି ସନ୍ନ୍ୟାସୀ ବୁଝାନ୍ତି ଯେ ତୁମେ ନିଜକୁ ମଇଁଷି ଭାବିଲେ ସେହି ରୂପ ହୋଇଯିବ । ତାହା ହେଲା ଭକ୍ତିମାର୍ଗର ଦୃଷ୍ଟାନ୍ତ । ଯେପରି ଏହି ଦୃଷ୍ଟାନ୍ତ ମଧ୍ୟ ରହିଛି ଯେ ରାମ ମାଙ୍କଡମାନଙ୍କର ସେନା ନେଇଥିଲେ । ତୁମେ ଏଠାରେ ବସିଛ । ଜାଣିଛ ଯେ ଆମେ ଦେବୀ-ଦେବତା ଦ୍ୱିମୁକୁଟଧାରୀ ହେବୁ । ଯେପରି ସ୍କୁଲ୍‌ରେ ପଢିବା ସମୟରେ କହନ୍ତି ମୁଁ ଡାକ୍ତର ଅଥବା ଇଞ୍ଜିନିୟର ହେବି । ତୁମେ ଜାଣିଛ ଏହି ପାଠପଢା ଦ୍ୱାରା ଆମେ ଦେବୀ-ଦେବତା ହେବୁ । ଏହି ଶରୀର ଛାଡିଲେ ଆମ ମସ୍ତକରେ ମୁକୁଟ ରହିବ । ଏହା ବହୁତ ଖରାପ ଛି-ଛି ଦୁନିଆ ଅଟେ ନା । ନୂଆ ଦୁନିଆ ହେଉଛି ଫାଷ୍ଟକ୍ଲାସ୍ ଦୁନିଆ । ପୁରୁଣା ଦୁନିଆ ବିଲ୍‌କୁଲ୍ ଥାର୍ଡ କ୍ଲାସ୍ ଦୁନିଆ । ଏହା ତ ବିନାଶ ହେବାକୁ ଯାଉଛି । ବିଶ୍ୱର ରଚୟିତା ହିଁ ନୂଆ ବିଶ୍ୱର ମାଲିକ କରାଇବେ । ଅନ୍ୟ କେହି ଏହି ପାଠପଢାଇ ପାରିବେ ନାହିଁ । ଶିବବାବା ହିଁ ତୁମକୁ ପାଠପଢାଇ ଶିଖାଉଛନ୍ତି । ବାବା ବୁଝାଉଛନ୍ତି - ସଂପୂର୍ଣ୍ଣ ଆତ୍ମ-ଅଭିମାନୀ ହୋଇଗଲେ ବାକି ଆଉ କଣ ଦରକାର । ତୁମେ ତ ବ୍ରାହ୍ମଣ ଅଟ, ଜାଣିଛ ଯେ ଆମେ ଦେବତା ହେବାକୁ ଯାଉଛୁ । ଦେବତାମାନେ କେତେ ପବିତ୍ର ଥିଲେ । ଏଠାରେ କେତେ ପତିତ ମନୁଷ୍ୟ ଅଛନ୍ତି । ଯଦିଓ ଚେହେରା ମନୁଷ୍ୟର ହେଲେ ଚରିତ୍ର ଦେଖ କିପରି । ଯିଏ ଦେବତାମାନଙ୍କର ପୂଜାରୀ ସେମାନେ ନିଜେ ମଧ୍ୟ ତାଙ୍କ ଆଗରେ ମହିମା ଗାନ କରୁଛନ୍ତି - ଆପଣ ସର୍ବଗୁଣ ସମ୍ପନ୍ନ, ୧୬ କଳା ସଂପୂର୍ଣ୍ଣ ଅଟନ୍ତି... ଆମେ ବିକାରୀ ପାପୀ ଅଟୁ । ତାଙ୍କର ମନୁଷ୍ୟ ପରି ଚେହେରା ହୋଇଥିଲେ ମଧ୍ୟ ତାଙ୍କ ପାଖରେ ଯାଇ ମହିମା ଗାନ କରିଥାନ୍ତି, ନିଜକୁ ବିକାରୀ ପାପୀ ବୋଲି କହୁଛନ୍ତି । ଆମ ଭିତରେ କୌଣସି ଗୁଣ ନାହିଁ । ମନୁଷ୍ୟ ଅର୍ଥ ମନୁଷ୍ୟ । ଏବେ ତୁମେ ଜାଣିଛ ଯେ ଆମେ ପରିବର୍ତ୍ତନ ହୋଇ ଦେବତା ହେବୁ । କୃଷ୍ଣପୁରୀକୁ ଯିବା ପାଇଁ କୃଷ୍ଣଙ୍କର ପୂଜା କରିଥାନ୍ତି । କିନ୍ତୁ ଜଣା ନାହିଁ ଯେ କେବେ ଯିବେ । ଭକ୍ତି କରୁଛନ୍ତି ଭଗବାନ ଆସି ଭକ୍ତିର ଫଳ ଦେବେ । ପ୍ରଥମେ ତ ଏହି ନିଶ୍ଚୟ ହେବା ଦରକାର ଯେ କିଏ ଆମକୁ ପଢାଉଛନ୍ତି । ଏହା ହେଉଛି ଶ୍ରୀ ଶ୍ରୀ ଶିବବାବାଙ୍କର ମତ । ଶିବବାବା ତୁମକୁ ଶ୍ରୀମତ ଦେଉଛନ୍ତି । ଯାହାଙ୍କୁ ଏହା ଜଣା ନାହିଁ ସେ କିପରି ଶ୍ରେଷ୍ଠ ହୋଇପାରିବେ । ଏତେ ସବୁ ବ୍ରାହ୍ମଣ ଶ୍ରୀ ଶ୍ରୀ ଶିବବାବାଙ୍କ ମତରେ ଚାଲୁଛନ୍ତି । ପରମାତ୍ମାଙ୍କ ମତ ହିଁ ଶ୍ରେଷ୍ଠ କରାଉଛି, ଯାହାଙ୍କ ଭାଗ୍ୟରେ ଥିବ, ତାଙ୍କ ବୁଦ୍ଧିରେ ବସିବ । ନଚେତ୍ କିଛି ହେଲେ ବୁଝିବେ ନାହିଁ । ଯେତେବେଳେ ବୁଝିବେ ସେତେବେଳେ ଖୁସି ହୋଇ ସହଯୋଗ କରିବାରେ ଲାଗିପଡିବେ । କେତେକ ତ ଜାଣିନାହାନ୍ତି । ତାଙ୍କୁ କଣ ଜଣା, ଇଏ କିଏ! ସେଥିପାଇଁ ବାବା କାହା ସହିତ ମିଶନ୍ତି ନାହିଁ । ସେମାନେ ତ ଆହୁରି ନିଜ ମତ ବାହାର କରିବେ । ଶ୍ରୀମତକୁ ନ ଜାଣିବା କାରଣରୁ ତାଙ୍କୁ ମଧ୍ୟ ନିଜ ମତ ଦେବାରେ ଲାଗିପଡିଥାନ୍ତି । ଏବେ ବାବା ଆସିଛନ୍ତି ତୁମକୁ ଶ୍ରେଷ୍ଠ କରାଇବା ପାଇଁ । ପିଲାମାନେ ଜାଣିଛନ୍ତି ୫ ହଜାର ବର୍ଷ ପୂର୍ବ ସଦୃଶ ବାବା ଆସି ତୁମମାନଙ୍କ ସହିତ ମିଶୁଛନ୍ତି । ଯାହାଙ୍କୁ ଜଣା ନାହିଁ, ସେ ଏପରି ପ୍ରତ୍ୟୁତ୍ତର ଦେଇପାରିବେ ନାହିଁ । ପିଲାମାନଙ୍କୁ ପାଠପଢାର ବହୁତ ନିଶା ରହିବା ଉଚିତ୍ । ଏହା ବହୁତ ଶ୍ରେଷ୍ଠ ପାଠପଢା ଅଟେ କିନ୍ତୁ ମାୟା ମଧ୍ୟ ବହୁତ ବିରୋଧୀ ଅଟେ । ତୁମେ ଜାଣିଛ ଯେ ଆମେ ସେହି ପାଠ ପଢୁଛୁ ଯାହାଦ୍ୱାରା ଆମେ ଦ୍ୱିମୁକୁଟଧାରୀ ହୋଇପାରିବା

ଭବିଷ୍ୟତ ଜନ୍ମ-ଜନ୍ମାନ୍ତର ପାଇଁ ଦ୍ୱିମୁକୁଟଧାରୀ ହେବା । ତେଣୁ ଏଥିପାଇଁ ଏହିପରି ପୁରୁଷାର୍ଥ କରିବା ଦରକାର ନା । ଏହାକୁ ରାଜଯୋଗ ବୋଲି କୁହାଯାଉଛି । କେତେ ଆଶ୍ଚର୍ଯ୍ୟ ଅଟେ । ବାବା ସର୍ବଦା ବୁଝାଉଛନ୍ତି - ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିରକୁ ଯାଅ । ପୂଜାରୀମାନଙ୍କୁ ମଧ୍ୟ ତୁମେ ବୁଝାଇପାରିବ । ପୂଜାରୀମାନେ ମଧ୍ୟ କାହାକୁ ବସି ବୁଝାଇ ପାରିବେ ଯେ ଲକ୍ଷ୍ମୀ-ନାରାୟଣଙ୍କୁ ଏହି ପଦ କିପରି ମିଳିଲା, ଇଏ କିପରି ବିଶ୍ୱର ମାଲିକ ହେଲେ? ଏହିପରି ବୁଝାଇଲେ ପୂଜାରୀ ମାନଙ୍କର ସମ୍ମାନ ବଢିଯିବ । ତୁମେ କହିପାରିବ ଆମେ ତୁମକୁ ବୁଝାଉଛୁ ଲକ୍ଷ୍ମୀ-ନାରାୟଣଙ୍କୁ ଏହି ରାଜ୍ୟ କିପରି ମିଳିଲା! ଗୀତାରେ ମଧ୍ୟ ଭଗବାନୁବାଚ ରହିଛି ନା । ମୁଁ ତୁମକୁ ରାଜଯୋଗ ଶିଖାଇ ରାଜାମାନଙ୍କର ରାଜା କରାଉଛି । ତୁମେ ତ ସ୍ୱର୍ଗବାସୀ ହେଉଛ ନା । ତେଣୁ ପିଲାମାନଙ୍କର କେତେ ନିଶା ରହିବା ଉଚିତ୍ ଯେ - ଆମେ ଏହିପରି ହେଉଛୁ! ଭଲେ ଏଠାରେ ନିଜର ଏବଂ ଭବିଷ୍ୟ ରାଜତ୍ୱର ଚିତ୍ର ମଧ୍ୟ ଏକତ୍ର ତିଆରି କର । ତଳେ ତୁମର ଚିତ୍ର ଏବଂ ଉପରେ ରାଜତ୍ୱର ଚିତ୍ର । ଏଥିରେ କୌଣସି ଖର୍ଚ୍ଚ ତ ନାହିଁ ନା । ରାଜା ପୋଷାକ ତ ତୁରନ୍ତ ବ୍ୟବସ୍ଥା ହୋଇପାରିବ । ତେବେ ଘଡିକୁ ଘଡି ସ୍ମୃତିରେ ରହିବ ଯେ ଆମେ ଦେବତା ହେଉଛୁ । ଉପରେ ଶିବବାବାଙ୍କର ଚିତ୍ର ମଧ୍ୟ ରଖିପାରିବ । ଏହି ଚିତ୍ର ମଧ୍ୟ ତିଆରି କରିବାକୁ ହେବ । ତୁମେ ମନୁଷ୍ୟରୁ ଦେବତା ହେଉଛ । ଏହି ଶରୀର ଛାଡି ଯାଇ ଆମେ ଦେବତା ହେବୁ କାହିଁକି ନା ଏବେ ଆମେ ରାଜଯୋଗ ଶିଖୁଛୁ । ତେଣୁ ଏହି ଫଟୋ ମଧ୍ୟ ସାହାଯ୍ୟ କରିବ । ଉପରେ ଶିବବାବା ପୁଣି ରାଜତ୍ୱର ଚିତ୍ର, ତଳେ ତୁମର ସାଧାରଣ ଚିତ୍ର । ଶିବବାବାଙ୍କଠାରୁ ରାଜଯୋଗ ଶିଖି ଆମେ ଦ୍ୱିମୁକୁଟଧାରୀ ଦେବତା ହେବାକୁ ଯାଉଛୁ । ଯଦି ପାଖରେ ଚିତ୍ର ଥିବ ତେବେ କେହି ବି ପଚାରିଲେ ଆମେ କହିପାରିବୁ - ଆମକୁ ଶିବବାବା ହିଁ ଶିଖାଉଛନ୍ତି । ଚିତ୍ର ଦେଖିବା ଦ୍ୱାରା ପିଲାଙ୍କର ନିଶା ଚଢିଯିବ । ଭଲେ ଦୋକାନରେ ମଧ୍ୟ ଏହି ଚିତ୍ର ରଖିଦିଅ । ଭକ୍ତିମାର୍ଗରେ ବ୍ରହ୍ମାବାବା ନାରାୟଣଙ୍କର ଚିତ୍ର ରଖୁଥିଲେ । ପକେଟ୍‌ରେ ମଧ୍ୟ ରଖୁଥିଲେ । ତୁମେ ମଧ୍ୟ ନିଜର ଫଟୋ ରଖ ଯାହାଦ୍ୱାରା ସ୍ମୃତିରେ ରହିବ ଯେ - ଆମେ ଦେବୀ-ଦେବତା ହେବାକୁ ଯାଉଛୁ । ବାବାଙ୍କୁ ମନେ ପକାଇବାର ଉପାୟ ଖୋଜିବା ଦରକାର । ବାବାଙ୍କୁ ଭୁଲିବା ଦ୍ୱାରା ହିଁ ତଳକୁ ଖସି ଯାଉଛନ୍ତି । ବିକାରଗ୍ରସ୍ତ ହେଲେ ପୁଣି ଲଜ୍ଜ୍ୟା ଲାଗିବ । ଚିନ୍ତନ ଆସିବ ଯେ ଏବେ ତ ମୁଁ ଏହିଭଳି ଦେବତା ହୋଇପାରିବି ନାହିଁ । ହାର୍ଟଫେଲ୍ ହୋଇଯିବ । ତେବେ ମୁଁ ଦେବତା କିପରି ହେବି? ବାବା କହୁଛନ୍ତି ଯେଉଁମାନେ ବିକାରଗ୍ରସ୍ତ ହେଉଛନ୍ତି ତାଙ୍କର ଫଟୋ ବାହାର କରିଦିଅ । କୁହ ତୁମେ ସ୍ୱର୍ଗକୁ ଯିବା ପାଇଁ ଯୋଗ୍ୟ ନୁହେଁ, ତୁମର ପାସପୋର୍ଟ ସମାପ୍ତ ହୋଇଗଲା । ନିଜେ ମଧ୍ୟ ଅନୁଭବ କରିବେ ଯେ ମୁଁ ତଳକୁ ଖସିଗଲି । ଏବେ ମୁଁ ସ୍ୱର୍ଗକୁ କିପରି ଯିବି । ଯେପରି ନାରଦର ଉଦାହରଣ ଦେଉଛନ୍ତି । ତାଙ୍କୁ କୁହାଗଲା ତୁମେ ନିଜର ଚେହେରା ତ ଦେଖ, ଲକ୍ଷ୍ମୀଙ୍କୁ ବରଣ କରିବା ପାଇଁ ଯୋଗ୍ୟ ହୋଇଛ? ତେବେ ମାଙ୍କଡର ଚେହେରା ଦେଖାଗଲା । ତେଣୁ ମନୁଷ୍ୟମାନଙ୍କୁ ମଧ୍ୟ ଲଜ୍ଜ୍ୟା ଲାଗିବ - ଆମ ପାଖରେ ତ ଏହି ବିକାର ଅଛି, ପୁଣି ଆମେ ଶ୍ରୀ ନାରାୟଣ ଅଥବା ଲକ୍ଷ୍ମୀଙ୍କୁ କିପରି ବରଣ କରିବୁ । ବାବା ତ ସବୁ ଯୁକ୍ତି ବତାଉଛନ୍ତି । କିନ୍ତୁ କେହି ବିଶ୍ୱାସ ରଖିଲେ ନା । ମନରେ ବିକାରର ନିଶା ଆସିଲେ ନିଜେ ଭାବନ୍ତି ଯେ ଏହି ହିସାବରେ ଆମେ ରାଜାମାନଙ୍କର ରାଜା ଦ୍ୱିମୁକୁଟଧାରୀ କିପରି ହେବୁ । ପୁରୁଷାର୍ଥ ତ କରିବା ଦରକାର ନା । ବାବା ବୁଝାଉଛନ୍ତି - ଏହିପରି ଯୁକ୍ତି ରଚନା କର ଏବଂ ସମସ୍ତଙ୍କୁ ବୁଝାଅ । ଏହି ରାଜଯୋଗର ସ୍ଥାପନା ହେଉଛି । ଏବେ ବିନାଶ ସମ୍ମୁଖରେ ଦଣ୍ଡାୟମାନ । ଦିନକୁ ଦିନ ତୁଫାନ ଜୋରରେ ହେବ । ବମ୍ ଆଦି ମଧ୍ୟ ତିଆରି ହେଉଛି । ତୁମେ ଏହି ପାଠ ପଢୁଛ ଭବିଷ୍ୟତ ଉଚ୍ଚ ପଦ ପାଇବା ପାଇଁ । ତୁମେ ଥରେ ମାତ୍ର ପତିତରୁ ପାବନ ହେଉଛ । ମନୁଷ୍ୟ ବୁଝୁ ନାହାଁନ୍ତି ଯେ ଆମେ ନର୍କବାସୀ ଅଟୁ କାହିଁକି ନା ପଥରବୁଦ୍ଧି ଅଟନ୍ତି । ଏବେ ତୁମେ ପଥର ବୁଦ୍ଧିରୁ ପାରସବୁଦ୍ଧି ହେଉଛ । ଭାଗ୍ୟରେ ଥିଲେ ତୁରନ୍ତ ବୁଝିବେ । ନଚେତ୍ ତୁମେ ଯେତେ ମୁଣ୍ଡ ପିଟିଲେ ମଧ୍ୟ ବୁଦ୍ଧିରେ ପଶିବ ନାହିଁ । ବାବାଙ୍କୁ ନ ଜାଣିଥିବା ଯୋଗୁଁ ନାସ୍ତିକ ଅଟନ୍ତି ଅର୍ଥାତ୍ ଧନୀଙ୍କର ନୁହେଁ । ତେଣୁ ଧନୀଙ୍କର ହେବା ଦରକାର ନା । କାରଣ ତୁମେ ଶିବବାବାଙ୍କର ସନ୍ତାନ ଅଟ । ଏଠାରେ ଯେଉଁମାନଙ୍କ ପାଖରେ ଜ୍ଞାନ ଅଛି ସେମାନେ ନିଜର ପିଲାମାନଙ୍କୁ ବିକାରରୁ ବଞ୍ଚାଇବେ । ଅଜ୍ଞାନୀ ଲୋକେ ନିଜ ସଦୃଶ ପିଲାମାନଙ୍କୁ ମଧ୍ୟ ମାୟାରେ ଫସାଉଛନ୍ତି । ତୁମେ ଜାଣିଛ ଏଠାରେ ବିକାରରୁ ବଞ୍ଚାଯାଉଛି । କନ୍ୟାମାନଙ୍କୁ ତ ପ୍ରଥମେ ବଞ୍ଚାଇବା ଦରକାର । ମାତା-ପିତା ତ ଯେପରି ପିଲାମାନଙ୍କୁ ବିକାରୀ ଜୀବନ ପ୍ରତି ଧକ୍କା ଦେଉଛନ୍ତି । ତୁମେ ଜାଣିଛ ଏହା ଭ୍ରଷ୍ଟାଚାରୀ ଦୁନିଆ ଅଟେ । ତେଣୁ ଶ୍ରେଷ୍ଠାଚାରୀ ଦୁନିଆ ଚାହୁଁଛନ୍ତି । ଭଗବାନୁବାଚ - ମୁଁ ଯେତେବେଳେ ଶ୍ରେଷ୍ଠାଚାରୀ କରିବାକୁ ଆସୁଛି ସେତେବେଳେ ସମସ୍ତେ ଭ୍ରଷ୍ଟାଚାରୀ ହୋଇଯାଇଛନ୍ତି । ତେଣୁ ମୁଁ ସମସ୍ତଙ୍କୁ ଉଦ୍ଧାର କରୁଛି । ଗୀତାରେ ମଧ୍ୟ ଲେଖାଯାଇଛି ଭଗବାନଙ୍କୁ ହିଁ ସାଧୁ-ସନ୍ଥ ଆଦି ସମସ୍ତଙ୍କୁ ଉଦ୍ଧାର କରିବାକୁ ଆସିବା ପାଇଁ ପଡିବ । ଏକମାତ୍ର ଭଗବାନ ବାବା ଆସି ସମସ୍ତଙ୍କୁ ଉଦ୍ଧାର କରୁଛନ୍ତି । ଏବେ ତୁମେ ଆଶ୍ଚର୍ଯ୍ୟ ହେଉଛ - ମନୁଷ୍ୟ କେତେ ପଥରବୁଦ୍ଧି ହୋଇଯାଇଛନ୍ତି । ବର୍ତ୍ତମାନ ବଡ ବଡ ଲୋକମାନେ ଯଦି ଜାଣିବେ ଯେ ଗୀତାର ଭଗବାନ ଶିବ ତେବେ ଜଣା ନାହିଁ କଣ ହୋଇଯିବ । ହାହାକାର ହୋଇଯିବ । କିନ୍ତୁ ଏବେ ଡେରି ଅଛି । ନଚେତ୍ ସମସ୍ତଙ୍କର ଆଡ୍ଡାସ୍ଥଳୀ ଏକଦମ୍ ଦୋହଲିଯିବ । ବହୁତଙ୍କର ସିଂହାସନ ଦୋହଲୁଛି ନା । ଲଢେଇ ହେଲେ ଜଣାପଡେ ଏହାଙ୍କର ସିଂହାସନ ହଲୁଛି, ଏବେ ପଡିଯିବ । ବର୍ତ୍ତମାନ ଏହା ଦୋହଲିଲେ ବହୁତ ହଲଚଲ ହୋଇଯିବ । ଆଗକୁ ଗଲେ ଏସବୁ ନିଶ୍ଚିତ ହେବ । ପତିତ-ପାବନ ସମସ୍ତଙ୍କର ସଦ୍‌ଗତି ଦାତା ନିଜେ କହୁଛନ୍ତି - ବାସ୍ତବରେ ବ୍ରହ୍ମାଙ୍କ ଶରୀର ଦ୍ୱାରା ଶିବବାବା ସ୍ଥାପନା କରୁଛନ୍ତି । ସମସ୍ତଙ୍କର ସଦ୍‌ଗତି ଅର୍ଥାତ୍ ଉଦ୍ଧାର କରୁଛନ୍ତି । ଭଗବାନୁବାଚ - ଏହା ପତିତ ଦୁନିଆ ଅଟେ ଏମାନଙ୍କର ଉଦ୍ଧାର ମୋତେ ହିଁ କରିବାକୁ ପଡିବ । ବର୍ତ୍ତମାନ ସମସ୍ତେ ପତିତ ଅଟନ୍ତି । ପତିତ କାହାକୁ ପାବନ କିପରି କରାଇବେ? ପ୍ରଥମେ ତ ନିଜେ ପବିତ୍ର ହେଲେ ହିଁ ଶିଷ୍ୟମାନଙ୍କୁ କରାଇବେ । ଭାଷଣ କରିବାରେ ବହୁତ ମସ୍ତି ଅର୍ଥାତ୍ ନିଶା ରହିବା ଦରକାର । କନ୍ୟାମାନଙ୍କର ନ୍ୟୁ ବ୍ଳଡ କୁହାଯିବ । ତୁମେ ପୁରୁଣାରୁ ନୂଆ କରୁଛ । ତୁମର ଆତ୍ମା ଯାହାକି ପୁରୁଣା ଲୌହଯୁଗୀ ହୋଇଯାଇଛି ତାହା ଏବେ ନୂଆ ସ୍ୱର୍ଣ୍ଣିମଯୁଗୀ ହେଉଛି । ଖାଦ ବାହାରିଯାଉଛି । ତେଣୁ ପିଲାମାନଙ୍କର ବହୁତ ସଉକ ରହିବା ଉଚିତ୍ । ନିଶାକୁ ସ୍ଥାୟୀ ରଖିବା ଉଚିତ୍ । ନିଜର ସମାସ୍କନ୍ଦ ସାଥୀମାନଙ୍କୁ ଉଠାଇବା ଉଚିତ୍ । ଗାୟନ ରହିଛି, ଗୁରୁମାତା । ମାତା କେବେ ଗୁରୁ ହୁଏ ତାହା ଏବେ ତୁମେ ଜାଣୁଛ । ଜଗତଅମ୍ବା ହିଁ ପୁଣି ରାଜ-ରାଜେଶ୍ୱରୀ ହେଉଛନ୍ତି । ପୁଣି ସେଠାରେ କୌଣସି ଗୁରୁ ରହିବେ ନାହିଁ । ଗୁରୁଙ୍କର ପରାମ୍ପରା ଏବେ ଚାଲୁଛି । ବାବା ଆସି ମାତାମାନଙ୍କ ଉପରେ ଜ୍ଞାନର କଳସ ରଖୁଛନ୍ତି । ଆରମ୍ଭରୁ ଏପରି ହେଉଛି । ସେଣ୍ଟର ନିମନ୍ତେ କହୁଛନ୍ତି ବ୍ରହ୍ମାକୁମାରୀ ଦରକାର । ବାବା ତ କହୁଛନ୍ତି ନିଜେ ହିଁ ଚଳାଅ । ସାହସ ନାହିଁ? କହୁ ନାହାଁନ୍ତି ବାବା ଶିକ୍ଷକ ଆବଶ୍ୟକ । ଏହା ମଧ୍ୟ ଠିକ୍‌, ସ୍ୱମାନ ଦେଉଛନ୍ତି ।

ଆଜିକାଲି ଦୁନିଆରେ ପରସ୍ପରକୁ ଉପର ଦେଖାଣିଆ ସମ୍ମାନ ଦେଉଛନ୍ତି । ଆଜି ଯିଏ ପ୍ରଧାନମନ୍ତ୍ରୀ ଅଛନ୍ତି, କାଲି ତାଙ୍କୁ ଗଦ୍ଦୀରୁ ଉଡାଇ ଦେଉଛନ୍ତି । ସ୍ଥାୟୀ ସୁଖ କାହାକୁ ମିଳୁ ନାହିଁ । ବର୍ତ୍ତମାନ ତୁମ ସନ୍ତାନମାନଙ୍କୁ ସ୍ଥାୟୀ ରାଜ୍ୟ-ଭାଗ୍ୟ ମିଳୁଛି । ତୁମକୁ ବାବା କେତେ ପ୍ରକାରରେ ବୁଝାଉଛନ୍ତି । ନିଜକୁ ସର୍ବଦା ହର୍ଷିତ ରଖିବା ପାଇଁ ବହୁତ ଭଲ-ଭଲ ଯୁକ୍ତି ବତାଉଛନ୍ତି । ଶୁଭଭାବନା ରଖିବାକୁ ହେବ ନା । ଓହୋ! ଆମେ ଲକ୍ଷ୍ମୀ-ନାରାୟଣ ହେଉଛୁ ଯଦି କାହା ଭାଗ୍ୟରେ ନାହିଁ ତେବେ ପୁରୁଷାର୍ଥ କଣ କରିବେ । ବାବା ପୁରୁଷାର୍ଥ ବିଷୟରେ କହୁଛନ୍ତି ନା । ପୁରୁଷାର୍ଥ ବ୍ୟର୍ଥ ଯିବ ନାହିଁ । ଏହା ସର୍ବଦା ସଫଳ ହୋଇଥାଏ । ରାଜଧାନୀ ସ୍ଥାପନ ହୋଇଯିବ । ମହାଭାରତ ଲଢେଇ ଦ୍ୱାରା ବିନାଶ ମଧ୍ୟ ହେବ । ଆଗକୁ ତୁମେ ଶକ୍ତି ଭରିଲେ ଏମାନେ ସମସ୍ତେ ଆସିବେ । ଏବେ ବୁଝିବେ ନାହିଁ ନଚେତ୍ ତାଙ୍କର ରାଜତ୍ୱ ହିଁ ଉଡିଯିବ । କେତେ ଢେର ଗୁରୁ ଲୋକେ ରହିଛନ୍ତି, ଏପରି ମନୁଷ୍ୟ ନାହାଁନ୍ତି ଯିଏ ଗୁରୁଙ୍କର ଶିଷ୍ୟ ନ ହୋଇଥିବେ । ଏଠାରେ ତୁମକୁ ସଦ୍‌ଗତି ଦେବା ପାଇଁ ଏକମାତ୍ର ସତଗୁରୁ ମିଳିଛନ୍ତି । ସ୍ୱର୍ଗର ଚିତ୍ର ବହୁତ ଭଲ । ସ୍ୱର୍ଗ ହେଉଛି ସଦ୍‌ଗତି ଅର୍ଥାତ୍ ସୁଖଧାମ, ଆତ୍ମାର ଘର ମୁକ୍ତିଧାମ । ବୁଦ୍ଧି ମଧ୍ୟ କହୁଛି ଆମେ ସବୁ ଆତ୍ମା ନିର୍ବାଣଧାମର ବାସୀନ୍ଦା । ଯେଉଁଠୁ ପୁଣି ଆବାଜର ଦୁନିଆକୁ ଆସୁଛୁ । ଆମେ ସେଠାକାର ବାସିନ୍ଦା ଅଟୁ । ଏହି ଖେଳ ହିଁ ଭାରତକୁ ଆଧାର କରି ନିର୍ମିତ ହୋଇଛି । ଶିବଜୟନ୍ତୀ ମଧ୍ୟ ଏଠାରେ ପାଳନ କରୁଛନ୍ତି । ବାବା କହୁଛନ୍ତି ମୁଁ ଆସିଛି, କଳ୍ପ ପରେ ପୁଣି ଆସିବି । ପ୍ରତ୍ୟେକ ୫ ହଜାର ବର୍ଷ ପରେ ବାବା ଆସୁଥିବାରୁ ସ୍ୱର୍ଗ ହୋଇଯାଉଛି । କହୁଛନ୍ତି ମଧ୍ୟ ଖ୍ରୀଷ୍ଟଙ୍କର ଏତେ ବର୍ଷ ପୂର୍ବରୁ ସ୍ୱର୍ଗ ଥିଲା, ପାରାଡାଇଜ୍ ଥିଲା । ଏବେ ନାହିଁ କିନ୍ତୁ ପୁଣି ହେବ । ତେଣୁ ନିଶ୍ଚୟ ନର୍କବାସୀଙ୍କର ବିନାଶ, ସ୍ୱର୍ଗବାସୀଙ୍କର ସ୍ଥାପନା ଦରକାର । ବର୍ତ୍ତମାନ ତୁମେ ସ୍ୱର୍ଗବାସୀ ହେଉଛ । ନର୍କବାସୀ ସବୁ ବିନାଶ ହୋଇଯିବେ । ସେମାନେ ଭାବୁଛନ୍ତି ଏତେ ଲକ୍ଷ ବର୍ଷ ପଡିଛି, ପିଲା ବଡ ହେଲେ ବିବାହ କରାଇବୁ... ତୁମେ କଣ ଏହିପରି କହିବ । ଯଦି ପୁତ୍ର ରାୟ ଅନୁଯାୟୀ ନ ଚାଲିଲା ପୁଣି ଶ୍ରୀମତ ନେବାକୁ ପଡିବ ଯେ ସ୍ୱର୍ଗବାସୀ ହେଉ ନାହିଁ ତେବେ କଣ କରିବୁ । ବାବା କହିବେ ଯଦି ଆଜ୍ଞାକାରୀ ନୁହଁନ୍ତି ତେବେ ଯିବାକୁ ଦିଅ । ଏଥିରେ ପକ୍କା ନଷ୍ଟୋମୋହା ଅବସ୍ଥା ଦରକାର । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଶ୍ରୀ ଶ୍ରୀ ଶିବବାବାଙ୍କର ଶ୍ରେଷ୍ଠ ମତରେ ଚାଲି ନିଜକୁ ଶ୍ରେଷ୍ଠ କରିବାକୁ ହେବ । ଶ୍ରୀମତରେ ମନମତ ମିଶାଇବାର ନାହିଁ । ଈଶ୍ୱରୀୟ ପାଠପଢାର ନିଶାରେ ରହିବାର ଅଛି ।

(୨) ନିଜର ସମାସ୍କନ୍ଦ ମାନଙ୍କର କଲ୍ୟାଣ କରିବା ପାଇଁ ଉପାୟ କରିବାକୁ ହେବ । ସମସ୍ତଙ୍କ ପ୍ରତି ଶୁଭଭାବନା ରଖିବା ସହିତ ପରସ୍ପରକୁ ଆନ୍ତରିକ ସମ୍ମାନ ଦେବାକୁ ହେବ, ଉପର ଦେଖାଣିଆ ସମ୍ମାନ ନୁହେଁ ।

ବରଦାନ:-
ଆତ୍ମିକ ବ୍ୟାୟାମ ଏବଂ ସ୍ୱନିୟନ୍ତ୍ରଣ ଦ୍ୱାରା ସୂକ୍ଷ୍ମତାର ଅନୁଭବ କରୁଥିବା ଫରିସ୍ତା ହୁଅ ।

ବୁଦ୍ଧିର ସୂକ୍ଷ୍ମତା ବା ହାଲୁକା ପଣିଆ ବ୍ରାହ୍ମଣ ଜୀବନର ବ୍ୟକ୍ତିତ୍ୱ ଅଟେ । ସର୍ବଦା ହାଲୁକା ରହିବା ହିଁ ମହାନତା, କିନ୍ତୁ ଏଥିପାଇଁ ପ୍ରତିଦିନ ଅମୃତବେଳାରେ ଅଶରୀରୀ ହେବାର ବ୍ୟାୟାମ କର ଏବଂ ବ୍ୟର୍ଥ ସଂକଳ୍ପର ଭୋଜନଠାରୁ ଦୂରେଇ ରୁହ । ଏହିଭଳି ବ୍ୟର୍ଥ ସଂକଳ୍ପ ରୂପୀ ଭୋଜନର ବାରଣ କରିବା ପାଇଁ ପ୍ରଥମେ ନିଜ ଉପରେ ନିୟନ୍ତ୍ରଣ ରହିବା ଦରକାର । ଯେଉଁ ସମୟରେ ଯେଉଁଭଳି ସଂକଳ୍ପ ରୂପୀ ଭୋଜନ ସ୍ୱୀକାର କରିବା ଦରକାର ତାହା ହିଁ କର । ବ୍ୟର୍ଥ ସଂକଳ୍ପର ଅତ୍ୟଧିକ ଭୋଜନ କର ନାହିଁ ତେବେ ଯାଇ ସୂକ୍ଷ୍ମବୁଦ୍ଧି ସମ୍ପନ୍ନ ହୋଇ ଫରିସ୍ତା ରୂପର ଲକ୍ଷ୍ୟକୁ ପ୍ରାପ୍ତ କରିପାରିବ ।

ସ୍ଲୋଗାନ:-
ମହାନ ଆତ୍ମା ସେହିମାନଙ୍କୁ କୁହାଯିବ ଯେଉଁମାନେ ପ୍ରତି ମୂହୁର୍ତ୍ତରେ, ପ୍ରତି ପାଦରେ ସଠିକ୍ ଭାବରେ ଶ୍ରୀମତକୁ ପାଳନ କରୁଛନ୍ତି ।