08.01.23 Avyakt Bapdada Odia Murli 23.04.93 Om Shanti Madhuban
“ନିଶ୍ଚୟବୁଦ୍ଧି ହୁଅ,
ଅମର ହୁଅ’’
ଆଜି ବାପଦାଦା ସମସ୍ତ ଅତି
ସ୍ନେହୀ, ଆରମ୍ଭ ସମୟରୁ ଯଜ୍ଞର ସ୍ଥାପନା କାର୍ଯ୍ୟରେ ସହଯୋଗୀ, ଅନେକ ପ୍ରକାରରେ ଆସିଥିବା ଭିନ୍ନ
ଭିନ୍ନ ସମସ୍ୟା ରୂପୀ ପରୀକ୍ଷାରେ ନିଶ୍ଚୟବୁଦ୍ଧି ବିଜୟୀ ହୋଇ ଅତିକ୍ରମ କରୁଥିବା ଆଦି ସ୍ନେହୀ,
ସହଯୋଗୀ, ଅଟଳ, ଅଚଳ ଆତ୍ମାମାନଙ୍କ ସହିତ ମିଳନ କରିବା ପାଇଁ ଆସିଛନ୍ତି । ନିଶ୍ଚୟର ସବ୍ଜେକ୍ଟ୍ରେ
ଅର୍ଥାତ୍ ବିଷୟରେ ଉତୀର୍ଣ୍ଣ ହୋଇ ଆଗକୁ ବଢ଼ୁଥିବା ପିଲାମାନଙ୍କ ପାଖକୁ ଆସିଛନ୍ତି । ଏହି ନିଶ୍ଚୟ
ତ ବର୍ତ୍ତମାନର ପୁରୁଣା ଜୀବନରେ ଏବଂ ଭବିଷ୍ୟତ ଜୀବନରେ ମଧ୍ୟ ସର୍ବଦା ବିଜୟର ଅନୁଭବ କରାଇ ଚାଲିବ
। ତେଣୁ “ନିଶ୍ଚୟ”ର ଏବଂ “ଅମର ଭବ”ର ବରଦାନ ସର୍ବଦା ସାଥୀରେ ରହିଥାଉ । ଆଜି ବିଶେଷ କରି
ଯେଉଁମାନେ ବହୁତ କାଳର ଅନୁଭବୀ ବୟସ୍କ ଆତ୍ମାମାନେ ଅଛନ୍ତି, ସେମାନଙ୍କର ମନେ ପକାଇବାର ବନ୍ଧନ ଏବଂ
ସ୍ନେହର ବନ୍ଧନରେ ବାନ୍ଧି ହୋଇ ବାବା ଆସିଛନ୍ତି । ତେଣୁ ନିଶ୍ଚୟ ରଖିଥିବାରୁ ଅଭିନନ୍ଦନ! ଗୋଟିଏ
ପଟେ ଯଜ୍ଞର ଅର୍ଥାତ୍ ପାଣ୍ଡବମାନଙ୍କର କିଲା ବା ଦୁର୍ଗର ଯେଉଁମାନେ ସବୁ ମୂଳଦୁଆ ସଦୃଶ ଆତ୍ମାମାନେ
ଅଛନ୍ତି ସେମାନେ ମଧ୍ୟ ସମସ୍ତେ ସମ୍ମୁଖରେ ଅଛନ୍ତି ଏବଂ ଅନ୍ୟ ପଟେ ତୁମେ ଅନୁଭବୀ ଆଦି ଆତ୍ମାମାନେ
ଯିଏକି ଏହି ଦୁର୍ଗର କାନ୍ଥର ପ୍ରଥମ ଇଟା ଅଟ । ମୂଳଦୁଆ ମଧ୍ୟ ସମ୍ମୁଖରେ ଅଛି ଏବଂ ଆଦି ଇଟାମାନେ,
ଯେଉଁମାନଙ୍କ ଆଧାର ଉପରେ ଏହି ଦୁର୍ଗ ମଜବୁତ୍ ଭାବରେ ଛିଡ଼ା ହୋଇ ବିଶ୍ୱର ଛତ୍ରଛାୟା ହୋଇପାରିଛି,
ସେମାନେ ମଧ୍ୟ ସମ୍ମୁଖରେ ଅଛନ୍ତି । ତେଣୁ ଯେପରି ବାବା ପିଲାମାନଙ୍କ ସ୍ନେହରେ “ଜୀ ହଜୁର” କହି
“ହାଜର” ହୋଇ ଦେଖାଇଛନ୍ତି, ସେହିଭଳି ସର୍ବଦା ବାପଦାଦା ଏବଂ ନିମିତ ଆତ୍ମାମାନଙ୍କର ଶ୍ରୀମତ ବା
ନିର୍ଦ୍ଦେଶକୁ ସର୍ବଦା ଜୀ ହାଜିର କରିଚାଲିଥାଅ ସେଥିରେ କେବେହେଲେ ନିଜର ବ୍ୟର୍ଥ ମନମତ ବା ପରମତ
ମିଶାଅ ନାହିଁ । ହାଜିର ହଜୂରଙ୍କୁ ଜାଣି ଶ୍ରୀମତ ଅନୁସାରେ ଉଡ଼ିଚାଲ । ବୁଝିପାରିଲ? ଆଚ୍ଛା ।
ମଧୁବନ-ନିବାସୀ ମାନଙ୍କୁ
ସେବାର ଅଭିନନ୍ଦନ ଦେଇ ବାପଦାଦା କହିଲେ : - ଆଚ୍ଛା, ବିଶେଷ କରି ମଧୁବନ-ନିବାସୀ ମାନଙ୍କୁ ବହୁତ
ବହୁତ ଅଭିନନ୍ଦନ । ସିଜିନ୍ ସାରା ନିଜର ମଧୁରତାର ଗୁଣ ଏବଂ ଅକ୍ଲାନ୍ତ ସେବା ଦ୍ୱାରା ସମସ୍ତଙ୍କର
ସେବାର ନିମିତ୍ତ ହୋଇଛ । ତେଣୁ ସର୍ବ ପ୍ରଥମେ ସାରା ସିଜିନ୍ର ନିମିତ୍ତ ସେବାଧାରୀ ବିଶେଷ
ମଧୁବନ-ନିବାସୀ ମାନଙ୍କୁ ବହୁତ ବହୁତ ଅଭିନନ୍ଦନ । ମଧୁବନ ତ ହେଉଛି ମଧୁ ଅର୍ଥାତ୍ ମଧୁରତାର
ସ୍ଥାନ । ତେଣୁ ମଧୁରତା ସମସ୍ତଙ୍କୁ ବାବାଙ୍କର ସ୍ନେହୀ କରିଥାଏ ସେଥିପାଇଁ ଚାହେଁ ହଲ୍ରେ ବସିଥାଅ,
ଚାହେଁ ଚାଲିଯାଇଥାଅ କିନ୍ତୁ ସମସ୍ତଙ୍କୁ ବିଶେଷ ଭାବରେ ଗୋଟିଏ ଗୋଟିଏ ଡିପାର୍ଟମେଣ୍ଟ୍କୁ ବାପଦାଦା
ସେବାର ବିଶେଷ ଅଭିନନ୍ଦନ ଦେଉଛନ୍ତି ଏବଂ ସର୍ବଦା “ଅଥକ ଅର୍ଥାତ୍ ଅକ୍ଲାନ୍ତ ସେବାଧାରୀ ହୁଅ”,
“ମଧୁର ସ୍ୱଭାବଯୁକ୍ତ ହୁଅ” ର ବରଦାନ ଦ୍ୱାରା ବଢ଼ିଚାଲ ଏବଂ ଉଡ଼ିଚାଲ ।
ଅବ୍ୟକ୍ତ ବାପଦାଦାଙ୍କର
ବ୍ୟକ୍ତିଗତ ସାକ୍ଷାତ
୧. ଅବହେଳା ପଣିଆ ଦ୍ୱାରା
ଦୁର୍ବଳତା ଆସିଥାଏ, ସେଥିପାଇଁ ସର୍ବଦା ଆଲର୍ଟ ଅର୍ଥାତ୍ ସଜାଗ ରୁହ - ସମସ୍ତେ ସଙ୍ଗମଯୁଗୀ
ଶ୍ରେଷ୍ଠ ଆତ୍ମା ଅଟ ନା! ସଙ୍ଗମଯୁଗର ବିଶେଷତା କ’ଣ ଯାହାକି କୌଣସି ବି ଯୁଗରେ ନାହିଁ?
ସଙ୍ଗମଯୁଗର ବିଶେଷତା ହେଲା ପ୍ରଥମେ ତ ପ୍ରତ୍ୟକ୍ଷ ଫଳ ମିଳିଥାଏ ଏବଂ ଗୋଟିଏର ପଦ୍ମଗୁଣା
ପ୍ରାପ୍ତିର ଅନୁଭବ ଏହି ଜନ୍ମରେ ହିଁ ହୋଇଥାଏ । ତେବେ ତୁମମାନଙ୍କୁ ପ୍ରତ୍ୟକ୍ଷ ଫଳ ମିଳୁଛି ନା ।
ଯଦି ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ସାହସ ରଖୁଛ ତେବେ କେତେ ସମୟ ପର୍ଯ୍ୟନ୍ତ ସାହାଯ୍ୟ ମିଳିଯାଉଛି!
ଯଦି ଜଣଙ୍କର ବି ସେବା କରୁଛ ତେବେ ଖୁସି କେତେ ମିଳୁଛି! ତେଣୁ ଏକ୍ର ପଦ୍ମଗୁଣା ପ୍ରାପ୍ତି
ଅର୍ଥାତ୍ ପ୍ରତ୍ୟକ୍ଷ ଫଳ ଏହି ସଙ୍ଗମଯୁଗରେ ହିଁ ମିଳୁଛି । ତେବେ ତାଜା ଫଳ ଖାଇବାକୁ ଭଲ ଲାଗୁଛି
ନା । ତୁମେ ସମସ୍ତେ ତାଜା ଫଳ ଖାଉଛ ସେଥିପାଇଁ ଶକ୍ତିଶାଳୀ ଅଟ । ଦୁର୍ବଳ ତ ନୁହେଁ ନା । ସମସ୍ତେ
ଶକ୍ତିଶାଳୀ ଅଟ । ଦୁର୍ବଳତାକୁ କେବେବି ଆସିବାକୁ ଦିଅ ନାହିଁ । ଯେତେବେଳେ କେହି ସୁସ୍ଥ
ହୋଇଯାଆନ୍ତି ସେତେବେଳେ ଦୁର୍ବଳତା ଆପେ ଆପେ ସମାପ୍ତ ହୋଇଯାଏ । ସର୍ବଶକ୍ତିମାନ ବାବାଙ୍କ ଦ୍ୱାରା
ସଦା ସର୍ବଦା ଶକ୍ତି ମିଳି ଚାଲିଛି, ତେଣୁ ଦୁର୍ବଳ କିପରି ହେବ । ଦୁର୍ବଳତା ଆସି ପାରିବ ନାହିଁ ।
କେବେ କେବେ ଭୁଲ୍ରେ ଆସିଯାଉଛି କି? ଯେତେବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ଅବହେଳା ବଶତଃ ଶୋଇ ପଡ଼ୁଛ
ସେତେବେଳେ ଆସି ଯାଇପାରେ, ନଚେତ୍ ଆସିପାରିବ ନାହିଁ । ତୁମେମାନେ ତ ସଜାଗ ରହିଛ ନା । କ’ଣ
ବେପରୁଆ ଅଛ କି? ସମସ୍ତେ ସଜାଗ ଅଛ ତ? ସର୍ବଦା ସଜାଗ ରହୁଛ ତ? ସଙ୍ଗମଯୁଗରେ ବାବା ମିଳି ଯାଇଛନ୍ତି
ଅର୍ଥାତ୍ ସବୁକିଛି ମିଳି ଯାଇଛି । ତେଣୁ ସଜାଗ ଅବସ୍ଥାରେ ହିଁ ରହିବ ନା । ଯେଉଁ ମାନଙ୍କୁ ବହୁତ
ଗୁଡ଼ିଏ ପ୍ରାପ୍ତି ହୋଇ ଚାଲିଥିବ ସେମାନେ କେତେ ସଜାଗ ରହୁଥିବେ! ଦୁନିଆର ବ୍ୟବସାୟୀମାନଙ୍କୁ
ଯେହେତୁ ବ୍ୟବସାୟରୁ ପ୍ରାପ୍ତି ହେଉଛି ତେଣୁ ସେମାନେ ସଜାଗ ରହୁଥିବେ, ନା ଅବହେଳା ପଣିଆରେ
ରହୁଥିବେ? ତେବେ ତୁମମାନଙ୍କୁ ଗୋଟିଏ ସେକେଣ୍ଡରେ କେତେ ପ୍ରାପ୍ତି ମିଳୁଛି! ତେଣୁ ବେପରୁଆ କିପରି
ହୋଇପାରିବ? ବାବା ତ ତୁମମାନଙ୍କୁ ସର୍ବଶକ୍ତିଗୁଡ଼ିକୁ ଦେଇ ଦେଇଛନ୍ତି । ଯଦି ସର୍ବଶକ୍ତି ସାଥୀରେ
ଥିବ ତେବେ ଅବହେଳା ପଣିଆ ଆସିପାରିବ ନାହିଁ । ତେଣୁ ସଦା ହୁସିଆର ଏବଂ ସଦା ଖବରଦାର ରୁହ ।
ୟୁ.କେ. ଅର୍ଥାତ୍
ଇଂଲଣ୍ଡକୁ ତ ବାପଦାଦା ସର୍ବଦା ଓ.କେ. କହୁଛନ୍ତି । ତେଣୁ ଯିଏ ଓ.କେ. ଅର୍ଥାତ୍ ବିଲ୍କୁଲ୍ ଠିକ୍
ରହୁଥିବ ତେବେ ସେ ସଜାଗ ଅବସ୍ଥାରେ ତ ନିଶ୍ଚିତ ରହୁଥିବ ନା, ତେବେ ତ ଓ.କେ. ରହିପାରିବ । ଯେହେତୁ
ମୂଳଦୁଆ ଶକ୍ତିଶାଳୀ ସେଥିପାଇଁ ଯିଏବି ଶାଖା ପ୍ରଶାଖା ସବୁ ବାହାରିଛନ୍ତି ସେମାନେ ମଧ୍ୟ
ଶକ୍ତିଶାଳୀ ଅଟନ୍ତି । ବିଶେଷ କରି ବାପଦାଦା ଅଥବା ବ୍ରହ୍ମାବାବା ଅତି ସ୍ନେହର ସହିତ ଇଂଲଣ୍ଡର
ରାଜଧାନୀ ଲଣ୍ଡନର ପ୍ରଥମ ମୂଳଦୁଆ ପକାଇଛନ୍ତି । ତେଣୁ ଏହି ସ୍ଥାନ ବ୍ରହ୍ମାବାବାଙ୍କର ବିଶେଷ
ଗେହ୍ଲା ଅଟେ । ତେଣୁ ତୁମେମାନେ ସର୍ବଦା ପ୍ରତ୍ୟକ୍ଷ ଫଳର ଅଧିକାରୀ ଆତ୍ମା ଅଟ । କର୍ମ କରିବା
ପୂର୍ବରୁ ହିଁ ଫଳ ପ୍ରସ୍ତୁତ ହୋଇ ରହିଛି । ଏହିଭଳି ଲାଗୁଛି ନା । ନା ମେହନତ ଲାଗୁଛି? ନାଚି-ନାଚି,
ଗାଇ-ଗାଇ, ଫଳ ଖାଇବାରେ ଲାଗିଛ । ଏମିତି ବି ଡବଲ ବିଦେଶୀମାନେ ଫଳ ଖାଇବାକୁ ଭଲ ପାଆନ୍ତି ନା ।
ବାପଦାଦା ମଧ୍ୟ ୟୁ.କେ. ଅର୍ଥାତ୍ ସର୍ବଦା ଓ.କେ. ଅବସ୍ଥାରେ ରହୁଥିବା ପିଲାମାନଙ୍କୁ ଦେଖି
ହର୍ଷିତ ହେଉଛନ୍ତି । ତେଣୁ ନିଜର ଏହି ଉପାଧିକୁ ସର୍ବଦା ମନେ ରଖିଥିବ ଓ.କେ. । ଏହା କେତେ ବଢ଼ିଆ
ଉପାଧି! ତୁମେ ସମସ୍ତେ ସବୁବେଳେ ନିଜେ ମଧ୍ୟ ଓ.କେ. ସ୍ଥିତିରେ ରହିବ ଏବଂ ଅନ୍ୟମାନଙ୍କୁ ମଧ୍ୟ
ନିଜର ଚେହେରା ଦ୍ୱାରା, ବାଣୀ ଦ୍ୱାରା, ବୃତ୍ତି ଦ୍ୱାରା ଓ.କେ. ସ୍ଥିତିରେ ରଖିବ । ଏହି ସେବା
କରିବାକୁ ହେବ ନା! ଆଚ୍ଛା । ସେବାର ସୌକ ମଧ୍ୟ ଭଲ ରଖିଛ । ଯେଉଁମାନେ ବି ଏବଂ ଯେଉଁଠାରୁ ବି
ଆସିଛ କିନ୍ତୁ ସମସ୍ତେ ତୀବ୍ର, ପୁରୁଷାର୍ଥୀ ଅଟ ଏବଂ ଉଡ଼ିବା ବାଲା ଅଟ । ସବୁଠାରୁ ଅଧିକ ଖୁସିରେ
କିଏ ରହୁଛି? ନିଶାର ସହିତ କୁହ ମୁଁ! ଖୁସି ବ୍ୟତୀତ ଆଉ ଅଛି କ’ଣ? ଖୁସି ହେଉଛି ବ୍ରାହ୍ମଣ ଜୀବନର
ଭୋଜନ । ଭୋଜନ ବିନା କିପରି ଚାଲିବ । ଯେହେତୁ ଚାଲୁଛ ତେଣୁ ଭୋଜନ ନିଶ୍ଚିତ ମିଳୁଛି ତେବେ ତ
ଚାଲୁଛ ନା । ତୁମର ସ୍ଥାନ ମଧ୍ୟ ବଢ଼ି ବଢ଼ି ଚାଲିଛି । ଦେଖ, ପ୍ରଥମେ ପ୍ରଥମେ ତିନି ପାଦ ପୃଥିବୀ
ମିଳିବା ବଡ଼ କଥା ଲାଗୁଥିଲା କିନ୍ତୁ ଏବେ କ’ଣ ଲାଗୁଛି? ସହଜ ଲାଗୁଛି ନା! ତେଣୁ ଲଣ୍ଡନ କମାଲ
କରିଛି ନା । (ଏବେ ତ ୫୦ ଏକର ଜମି ମିଳି ଯାଇଛି) ତେବେ ସାହସ ଦେବାବାଲା ଏବଂ ସାହସ ରଖିବାବାଲା
ଉଭୟ ବହୁତ ଭଲ । ଦେଖ, ଯଦି ତୁମ ସମସ୍ତଙ୍କର ଆଙ୍ଗୁଳି ଲାଗି ନଥା’ନ୍ତା ତେବେ କିପରି ହୋଇଥା’ନ୍ତା
। ତେଣୁ ୟୁ.କେ.ର ସବୁ ପିଲାମାନେ ଭାଗ୍ୟବାନ ଅଟନ୍ତି ଏବଂ ସହଯୋଗର ଆଙ୍ଗୁଳି ଲଗାଇବାରେ ବାହାଦୂର
ମଧ୍ୟ ଅଟନ୍ତି ।
୨. ନିଜର ସମସ୍ତ ଦାୟିତ୍ୱ
ବାବାଙ୍କୁ ଦେଇ ଚିନ୍ତାମୁକ୍ତ ସମ୍ରାଟ ହୁଅ ।
ସର୍ବଦା ନିଜକୁ
ଚିନ୍ତାମୁକ୍ତ ସମ୍ରାଟ ଅନୁଭବ କରୁଛ? ନା କିଛି କିଛି ଚିନ୍ତା ରହୁଛି? କାହିଁକିନା ବାବା ଯେତେବେଳେ
ତୁମର ସବୁ ଦାୟିତ୍ୱ ନେଇ ଯାଇଛନ୍ତି ତେଣୁ ଦାୟିତ୍ୱର ଚିନ୍ତା ତୁମେ କାହିଁକି କରୁଛ? ଏବେ କେବଳ
ତୁମର ଗୋଟିଏ ହିଁ ଦାୟିତ୍ୱ, ତାହା ହେଲା ବାବାଙ୍କ ସାଥୀରେ ଚାଲିବା । ତାହା ମଧ୍ୟ ବାବାଙ୍କ
ସାଥୀରେ ଚାଲିବ, ଏକୁଟିଆ ନୁହେଁ ତେଣୁ ତୁମର ଚିନ୍ତା କ’ଣ? କାଲିକୁ କ’ଣ ହେବ - ଏକଥା ଚିନ୍ତା ଅଛି
କି? ଚାକିରୀର ଚିନ୍ତା ଅଛି କି? ଦୁନିଆରେ କ’ଣ ହେବ - ତା’ର ଚିନ୍ତା ଅଛି କି? କାହିଁକିନା ଜାଣିଛ
ଯେ ଯାହାବି ହେବ ଆମ ପାଇଁ ସବୁ କିଛି ଭଲ ହିଁ ହେବ । ଏହି ନିଶ୍ଚୟ ଅଛି ନା । ନିଶ୍ଚୟ ପକ୍କା ଅଛି,
ନା କେବେ କେବେ ହଲ୍ଚଲ୍ ହେଉଛି? ଯେଉଁଠାରେ ନିଶ୍ଚୟ ପକ୍କା ରହିଛି ସେଠାରେ ନିଶ୍ଚୟ ସାଥୀରେ ବିଜୟ
ମଧ୍ୟ ସୁନିଶ୍ଚିତ ଅଟେ । ଏହି ନିଶ୍ଚୟ ମଧ୍ୟ ଅଛି ନା - ବିଜୟ ହୋଇକରି ରହିଛି । ନା, କେବେ କେବେ
ଭାବୁଛ କିଏ ଜାଣେ ହେବ କି ନାହିଁ? କାହିଁକିନା ତୁମେ କଳ୍ପ-କଳ୍ପର ବିଜୟୀ ଅଟ ଏବଂ ସର୍ବଦା
ରହିଥିବ, ତୁମର ଏହି ସ୍ମାରକୀଗୁଡ଼ିକୁ ଏବେ ପୁନର୍ବାର ଦେଖୁଛ ନା । ତେଣୁ ଏତିକି ନିଶ୍ଚୟ ଅଛି ଯେ
ଆମେ କଳ୍ପ-କଳ୍ପର ବିଜୟୀ ଆତ୍ମା । ଏତିକି ନିଶ୍ଚୟ ଅଛି ତ? କଳ୍ପ ପୂର୍ବରୁ ମଧ୍ୟ ତୁମେମାନେ ହିଁ
ଥିଲ, ନା ଆଉ କେହି ଥିଲେ? ତେଣୁ ସର୍ବଦା ଏହିକଥା ମନେରଖ ଯେ ଆମେ ନିଶ୍ଚୟବୁଦ୍ଧି ବିଜୟୀ ରତ୍ନ ଅଟୁ
। ଏଭଳି ରତ୍ନ ଯାହାଙ୍କୁ ବାପଦାଦା ମଧ୍ୟ ମନେ ପକାଉଛନ୍ତି । ଏହା ଅତି ଖୁସିର କଥା ନା? ବହୁତ
ମଜାରେ ରହୁଛ ନା । ଏହି ଅଲୌକିକ ଦିବ୍ୟ ଶ୍ରେଷ୍ଠ ଜନ୍ମର ଏବଂ ନିଜର ମଧୁବନ ଘରେ ପହଞ୍ଚିବାର
ଅଭିନନ୍ଦନ ।
୩. ବାବାଙ୍କ ସହିତ
ତୁମେମାନେ ଏଭଳି ଯୁଗଳ ରୂପରେ ରୁହ ଯାହାକି କେହି ଅଲଗା କରିପାରିବେ ନାହିଁ ।
ସମସ୍ତେ ସବୁ ସମୟରେ
ବାବାଙ୍କ ସହିତ ନିଜକୁ ଯୁଗଳ ରୂପରେ ଅନୁଭବ କରୁଛ ତ? ଯିଏ ସର୍ବଦା ଯୁଗଳ ରୂପରେ ରହିଥାଏ ତାକୁ
କେହିବି, କେବେବି ଅଲଗା କରିପାରିବ ନାହିଁ । ତୁମେମାନେ ତ ଅନେକଥର ଯୁଗଳ ଅବସ୍ଥାରେ ରହିଛ, ଏବେ
ମଧ୍ୟ ରହୁଛ ଏବଂ ଆଗକୁ ମଧ୍ୟ ସର୍ବଦା ରହିବ । ଏହିକଥା ପକ୍କା ଅଟେ ନା? ତେଣୁ ଏତିକି ମଜବୁତ ଭାବରେ
ଯୋଡ଼ି ହୋଇ ରୁହ । ତେଣୁ ସର୍ବଦା ସ୍ମୃତିରେ ରଖ ଯେ ଆମେ ପୂର୍ବରୁ ମଧ୍ୟ ଯୁଗଳ ସ୍ୱରୂପରେ ରହିଥିଲୁ,
ଏବେ ମଧ୍ୟ ରହୁଛୁ ଏବଂ ଆଗକୁ ମଧ୍ୟ ଯୁଗଳ ସ୍ୱରୂପରେ ରହିବୁ । କାହାର ବି ଶକ୍ତି ନାହିଁ ଯାହାକି
ଅନେକ ଥର ରହି ଆସିଥିବା ଯୁଗଳ ସ୍ୱରୂପକୁ ଅଲଗା କରିପାରିବ । ତେବେ ସ୍ନେହର ଚିହ୍ନ କ’ଣ ହେଲା? (ଯୁଗଳ
ସ୍ୱରୂପରେ ରହିବା) କାହିଁକିନା, ଶାରୀରିକ ହିସାବରେ ତ ବାଧ୍ୟ ହୋଇ ମଧ୍ୟ କେଉଁଠି କେଉଁଠି ଅଲଗା
ରହିବାକୁ ହିଁ ପଡ଼ୁଛି । ସ୍ନେହ ଥିଲେ ମଧ୍ୟ ବାଧ୍ୟତାମୂଳକ ଭାବରେ କେଉଁଠି ଅଲଗା ହୋଇ ରହିବାକୁ
ମଧ୍ୟ ପଡ଼ୁଛି । କିନ୍ତୁ ଏଠାରେ ତ ଶରୀରର କୌଣସି କଥା ହିଁ ନାହିଁ । ଗୋଟିଏ ସେକେଣ୍ଡରେ କେଉଁଠାରୁ
ଯାଇ କେଉଁଠି ପହଞ୍ଚି ପାରିବ! ଏହା ଆତ୍ମା ଏବଂ ପରମାତ୍ମାଙ୍କର ଯୋଡ଼ି । ପରମାତ୍ମା ତ କେଉଁଠି ଥିଲେ
ବି ସଙ୍ଗର ଅନୁଭବ କରାଇପାରିବେ ଏବଂ ସମସ୍ତଙ୍କ ସହିତ ଯୁଗଳ ରୂପରେ ରହି ପ୍ରୀତିର ରୀତି ରକ୍ଷା
କରିପାରିବେ । ସମସ୍ତେ କ’ଣ କହୁଛନ୍ତି, “ମେରା ବାବା” । ନା କହୁଛନ୍ତି “ତେରା ବାବା”? ସମସ୍ତେ
କହିବେ ମେରା ବାବା! ତେବେ ମୋର ବୋଲି କାହିଁକି କହୁଛ? ଅଧିକାର ଅଛି ବୋଲି ତ କହୁଛନା । ସ୍ନେହ
ମଧ୍ୟ ଅଛି ଏବଂ ଅଧିକାର ମଧ୍ୟ ଅଛି । ଯେଉଁଠାରେ ସ୍ନେହ ଥାଏ ସେଠାରେ ଅଧିକାର ମଧ୍ୟ ଥାଏ ।
ଅଧିକାରର ନିଶା ଅଛି ନା । କେତେ ବଡ଼ ଅଧିକାର ମିଳିଛି! ଏତେ ବଡ଼ ଅଧିକାର ସତ୍ୟ ଯୁଗରେ ମଧ୍ୟ ମିଳିବ
ନାହିଁ । କୌଣସି ବି ଜନ୍ମରେ ଏଭଳି ପରମାତ୍ମ ଅଧିକାର ମିଳି ନଥାଏ । ଏଭଳି ପ୍ରାପ୍ତି କେବଳ
ଏହିଠାରେ ହିଁ ମିଳୁଛି । ପ୍ରାରବ୍ଧ ତ ସତ୍ୟଯୁଗରେ ମଧ୍ୟ ମିଳିବ କିନ୍ତୁ ପ୍ରାପ୍ତିର ସମୟ ଏବେ
ହିଁ ଅଟେ । ତେଣୁ ଯେଉଁ ସମୟରେ ପ୍ରାପ୍ତି ହୋଇଥାଏ ସେହି ସମୟରେ କେତେ ଖୁସି ଲାଗିଥାଏ! ତେବେ
ସମ୍ପୂର୍ଣ୍ଣ ପ୍ରାପ୍ତି ହୋଇଯିବା ପରେ ତାହା ପୁଣି ସାଧାରଣ କଥା ହୋଇଯାଏ । କିନ୍ତୁ ଯେତେବେଳେ
ପ୍ରାପ୍ତି ହୋଇଚାଲିଥାଏ ସେହି ସମୟର ନିଶା ଏବଂ ଖୁସି ଅଲୌକିକ ହୋଇଥାଏ! ତେବେ ତୁମମାନଙ୍କ ଭିତରେ
କେତେ ଖୁସି ଏବଂ କେତେ ନିଶା ରହୁଛି! କାହିଁକିନା ଦାତା ମଧ୍ୟ ବେହଦ୍ର ଅଟନ୍ତି ଏବଂ ପ୍ରାପ୍ତି
ମଧ୍ୟ ବେହଦ୍ର କରାଉଛନ୍ତି । ତେଣୁ ତୁମେମାନେ କାହାର ମାଲିକ ହେଉଛ ହଦ୍ ଅର୍ଥାତ୍ ସୀମିତର ନା
ଅସୀମିତର? ତିନିଲୋକକୁ ନିଜର କରି ଦେଇଛ ନା । ମୂଳ ବତନ ଏବଂ ସୂକ୍ଷ୍ମ ବତନ ତ ଆମର ଘର ଏବଂ
ସ୍ଥୂଳବତନ ଅର୍ଥାତ୍ ଏହି ସାକାର ଦୁନିଆରେ ତ ଆମର ରାଜ୍ୟ ଆସିବାକୁ ଯାଉଛି । ତେବେ ତିନିଟିଯାକ
ଦୁନିଆର ଅଧିକାରୀ ହୋଇଯାଇଛ! ତେଣୁ ଏବେ କ’ଣ କହିବ - ଆମେ ସବୁ ଅଧିକାରୀ ଆତ୍ମା । ଏବେ ବି କୌଣସି
ଅପ୍ରାପ୍ତି ଅଛି କି? ତେଣୁ ଏବେ କେଉଁ ଗୀତ ଗାଉଛ? (ଯାହା ପାଇବାର ଥିଲା ତାହା ପାଇଗଲୁ) ଏବେ ଆଉ
କିଛି ପାଇବା ପାଇଁ ବାକି ନାହିଁ । ଏହି ଗୀତ ଗାଉଛ ନା? ନା କିଛି କିଛି ଅପ୍ରାପ୍ତି ମଧ୍ୟ ଅଛି,
ଟଙ୍କା ପଇସା ଦରକାର, ଘର ଦରକାର....! ନେତା ହେବାର ଆସନ ଦରକାର? କିଛି ବି ଦରକାର ନାହିଁ
କାହିଁକିନା ଯଦି ବି ନେତା ହେବାର ଆସନ ମିଳିଯାଏ ତେବେ ବି ଗୋଟିଏ ଜନ୍ମ ପାଇଁ ମଧ୍ୟ ଭରଷା ନାହିଁ
। କିନ୍ତୁ ତୁମମାନଙ୍କୁ କେତେ ଜନ୍ମର ଗ୍ୟାରେଣି୍ଟ ମିଳିଛି? ୨୧ ଜନ୍ମର ଗ୍ୟାରେଣି୍ଟ ମିଳି ଯାଇଛି
। ଗ୍ୟାରେଣି୍ଟ-କାର୍ଡ ମାୟା ଚୋରି କରିନେଇ ନାହିଁ ତ? ଯେପରି ଏଠାରେ କେହି କେହି ନିଜର ପାସ୍
ପୋର୍ଟ ଅର୍ଥାତ୍ ବିଦେଶକୁ ଯିବା ପାଇଁ ଅନୁମତି ପତ୍ର ହଜାଇ ଦେଉଛନ୍ତି ତେଣୁ କେତେ ଅସୁବିଧା ହେଉଛି!
ତେବେ ତୁମର ଗ୍ୟାରେଣି୍ଟ କାର୍ଡ ମାୟା ନେଇ ଯାଇନାହିଁ ତ? କେବେ କେବେ ଲୁଚେଇ ଦେଉଛି । ପୁଣି ତୁମେ
କ’ଣ କରୁଛ? କିନ୍ତୁ ଏବେ ଏଭଳି ଶକ୍ତିଶାଳୀ ହୁଅ ଯାହାକି ମାୟା ସାହସ କରିପାରିବ ନାହିଁ ।
୪- ଏବେ ପ୍ରତ୍ୟେକ କର୍ମ
ତ୍ରିକାଳଦର୍ଶୀ ହୋଇ କର -
ସମସ୍ତେ ନିଜକୁ ସିଂହାସନ
ଅଧିକାରୀ ଆତ୍ମା ଅନୁଭବ କରୁଛ? ଏବେ ସିଂହାସନ ମିଳିଛି, ନା ଭବିଷ୍ୟତରେ ମିଳିବ, କ’ଣ କହୁଛ?
ସମସ୍ତେ ସିଂହାସନ ଉପରେ ବସିବ? (ବାବାଙ୍କର ହୃଦୟ ସିଂହାସନ ବହୁତ ବଡ଼) ହୃଦୟ ସିଂହାସନ ତ ବଡ଼
ସ୍ଥାନ କିନ୍ତୁ ସତ୍ୟଯୁଗୀ ସିଂହାସନ ଉପରେ ଏକା ସମୟରେ କେତେ ଜଣ ବସିବେ? ସିଂହାସନ ଉପରେ ଯଦିଓ
କେହିବି ବସିଥାଉ କିନ୍ତୁ ସିଂହାସନ ଅଧିକାରୀ ହୋଇଥିବା ରାଜ ପରିବାର ଭିତରେ ତ ଆସିବ ନା ।
ସିଂହାସନ ଉପରେ ଏକାଠି ତ ବସିପାରିବ ନାହିଁ! କିନ୍ତୁ ଏହି ସମୟରେ ସମସ୍ତେ ସିଂହାସନ ଅଧିକାରୀ ଅଟ
ସେଥିପାଇଁ ଏହି ଜନ୍ମର ମହତ୍ତ୍ୱ ରହିଛି । ଯିଏ ବି ଚାହିଁବ, ଯେତେ ଜଣ ଚାହିଁବ ହୃଦୟ ସିଂହାସନର
ଅଧିକାରୀ ହୋଇପାରିବ । ବର୍ତ୍ତମାନ ସମୟରେ ଆଉ କୌଣସି ସିଂହାସନ ଅଛି କି? ତାହା କ’ଣ? (ଅକାଳ
ସିଂହାସନ) ତୁମେ ଅବିନାଶୀ ଆତ୍ମାମାନଙ୍କର ସିଂହାସନ ହେଲା - ଏହି ଭୃକୁଟୀ । ତେଣୁ ଭୃକୁଟୀ
ସିଂହାସନ ଅଧିକାରୀ ମଧ୍ୟ ଅଟ ଏବଂ ହୃଦୟ ସିଂହାସନର ଅଧିକାରୀ ମଧ୍ୟ ଅଟ । ଡବଲ ସିଂହାସନ ଅଛି ନା!
ଏହି ନିଶା ରହୁଛି ଯେ ମୁଁ ଆତ୍ମା ଏହି ଭୃକୁଟୀ ରୂପୀ ଅକାଳ ସିଂହାସନର ଅଧିକାରୀ ଅଟେ । ସିଂହାସନ
ଅଧିକାରୀ ଆତ୍ମାର ସ୍ୱ ଉପରେ ରାଜ୍ୟ ଚାଲିଛି ସେଥିପାଇଁ ତୁମେମାନେ ସ୍ୱରାଜ୍ୟ ଅଧିକାରୀ ଅଟ । ମୁଁ
ସ୍ୱରାଜ୍ୟ ଅଧିକାରୀ ଆତ୍ମା - ଏହି ସ୍ମୃତି ସହଜରେ ବାବାଙ୍କ ଦ୍ୱାରା ସର୍ବପ୍ରାପ୍ତିର ଅନୁଭବ
କରାଇଦେବ । ତେବେ ତୁମମାନଙ୍କ ଭିତରେ ତିନୋଟିଯାକ ସିଂହାସନର ଜ୍ଞାନ ରହିଛି । ଜ୍ଞାନବାନ ଆତ୍ମା ତ
ଅଟ ନା! ଶକ୍ତିଶାଳୀ ମଧ୍ୟ ଅଟ, ନା କେବଳ ଜ୍ଞାନବାନ ଅଟ? ଯେତିକି ଜ୍ଞାନବାନ ସେତିକି ଶକ୍ତିଶାଳୀ
ମଧ୍ୟ ଅଟ, ନା ଜ୍ଞାନୀ ଅଧିକ, ଶକ୍ତିଶାଳୀ କମ୍? ଜ୍ଞାନର ବିଷୟରେ ଅଧିକ ବୁଦ୍ଧିମାନ ଅଟ ।
ଜ୍ଞାନବାନ ହେବା ସହିତ ଶକ୍ତିଶାଳୀ ମଧ୍ୟ ଏକା ସାଥୀରେ ଅଟ । ତେଣୁ ତିନୋଟି ଯାକ ସିଂହାସନର ସ୍ମୃତି
ସର୍ବଦା ରହିଥାଉ ।
ଏହି ଜ୍ଞାନ ମାର୍ଗରେ
ତିନିର ମହତ୍ତ୍ୱ ରହିଛି । ତ୍ରିକାଳଦର୍ଶୀ ମଧ୍ୟ ହେଉଛ ଅର୍ଥାତ୍ ତିନୋଟି ଯାକ କାଳକୁ ଜାଣିଛ । ନା
କେବଳ ବର୍ତ୍ତମାନକୁ ଜାଣିଛ? ଯେତେବେଳେ ବି କୌଣସି କର୍ମ କରୁଛ, ତ୍ରିକାଳଦର୍ଶୀ ହୋଇ କର୍ମ କରୁଛ,
ନା ଏକ କାଳଦର୍ଶୀ ହୋଇ କରୁଛ? ତୁମେମାନେ କ’ଣ ଅଟ - ଏକ କାଳଦର୍ଶୀ, ନା ତ୍ରିକାଳଦର୍ଶୀ? ତେବେ
କାଲି କ’ଣ ହେବାକୁ ଯାଉଛି ତାହା ଜାଣିଛ? କୁହ, ଆମେ ଜାଣିଛୁ ଯେ କାଲି ଯାହାବି ହେବ ବହୁତ ଭଲ ହେବ
। ଏତିକି ତ ଜାଣିଛ ନା! ତେବେ ତ୍ରିକାଳଦର୍ଶୀ ହେଲ ନା! ଯାହା ହୋଇ ଯାଇଛି, ତାହା ବି ଭଲ, ଯାହା
ଏବେ ହେଉଛି ତାହା ଆହୁରି ଭଲ ଏବଂ ଯାହା ହେବାକୁ ଯାଉଛି ତାହା ବହୁତ ଭଲ! ଏହି ନିଶ୍ଚୟ ତ ଅଛି ନା,
ବହୁତ ଭଲ ହେବାର ଅଛି, ଖରାପ ହୋଇପାରିବ ନାହିଁ । କାହିଁକି ହୋଇପାରିବ ନାହିଁ? କାରଣ ଭଲରୁ ଭଲ
ବାବା ମିଳି ଯାଇଛନ୍ତି ଏବଂ ତୁମେମାନେ ମଧ୍ୟ ଭଲରୁ ଭଲ ହେଉଛ, କର୍ମ ମଧ୍ୟ ଭଲରୁ ଭଲ କରୁଛ । ତେଣୁ
ସବୁକିଛି ଭଲ ଅଟେ ନା । ନା ଟିକିଏ ଭଲ, ଟିକିଏ ଖରାପ? ଯେବେକି ଜାଣିପାରିଲ ଯେ ମୁଁ ଏକ ଶ୍ରେଷ୍ଠ
ଆତ୍ମା, ତେଣୁ ଶ୍ରେଷ୍ଠ ଆତ୍ମାର ସଂକଳ୍ପ, ବାଣୀ, କର୍ମ ସବୁକିଛି ଭଲ ହେବ ନା! ତେଣୁ ଏହିକଥା
ସର୍ବଦା ସ୍ମୃତିରେ ରଖ ଯେ କଲ୍ୟାଣକାରୀ ବାବା ମିଳି ଯାଇଛନ୍ତି ତେଣୁ ସର୍ବଦା କଲ୍ୟାଣ ହିଁ
କଲ୍ୟାଣ । ବାବାଙ୍କୁ କୁହାଯାଉଛି ନା ବିଶ୍ୱ କଲ୍ୟାଣକାରୀ ଏବଂ ତୁମେମାନେ ହେଲ ମାଷ୍ଟର
ବିଶ୍ୱ-କଲ୍ୟାଣକାରୀ । ତେଣୁ ଯିଏ ବିଶ୍ୱର କଲ୍ୟାଣ କରୁଛି ତା’ର ଅକଲ୍ୟାଣ ଆଦୌ ହୋଇପାରିବ ନାହିଁ
। ସେଥିପାଇଁ ଏହି ନିଶ୍ଚୟ ରଖ ଯେ ସବୁ ସମୟ, ସବୁ କାର୍ଯ୍ୟ ଏବଂ ସବୁ ସଂକଳ୍ପ କଲ୍ୟାଣକାରୀ ଅଟେ ।
ସଙ୍ଗମଯୁଗକୁ ମଧ୍ୟ ନାମ ଦିଆଯାଇଛି ‘କଲ୍ୟାଣକାରୀ ଯୁଗ’ ତେଣୁ ଅକଲ୍ୟାଣ ହୋଇପାରିବ ନାହିଁ । ତେଣୁ
ଏବେ କେଉଁ କଥା ମନେ ରଖିବ? ଯାହା ସବୁ ହେଉଛି ତାହା ଭଲ ହେଉଛି ଏବଂ ଆଗକୁ ଯାହା ହେବ ତାହା ଭଲରୁ
ଭଲ ହେବ, ତେବେ ଏହି ସ୍ମୃତି ସର୍ବଦା ଆଗକୁ ବଢ଼ାଇ ଚାଲିବ । ଆଚ୍ଛା, ସମସ୍ତେ କୋଣ ଅନୁକୋଣରେ
ବାବାଙ୍କର ପତାକା ଉଡ଼ାଉଛ । ସମସ୍ତେ ବହୁତ ସାହସର ସହିତ ଏବଂ ତୀବ୍ର ପୁରୁଷାର୍ଥ ଦ୍ୱାରା ଆଗକୁ ବଢ଼ି
ଚାଲିଛ ଏବଂ ବଢ଼ି ଚାଲିବ ମଧ୍ୟ । ଭବିଷ୍ୟତ ତ ଦେଖାଯାଉଛି ନା । ଯଦି କେହି ପଚାରିବ ତୁମମାନଙ୍କର
ଭବିଷ୍ୟତ କ’ଣ? ତେବେ କୁହ ଆମକୁ ଜଣାଅଛି, ବହୁତ ଭଲ । ଆଚ୍ଛା ।
ବରଦାନ:-
ନିଜର ମସ୍ତକରେ
ଶ୍ରେଷ୍ଠ ଭାଗ୍ୟର ରେଖାକୁ ଦେଖିବା ସହିତ ସର୍ବ ଚିନ୍ତାରୁ ମୁକ୍ତ ହେଉଥିବା ଚିନ୍ତାମୁକ୍ତ ସମ୍ରାଟ
ହୁଅ ।
ଚିନ୍ତାଠାରୁ ମୁକ୍ତ
ରହିବାର ରାଜତ୍ୱ ସବୁ ରାଜତ୍ୱଠାରୁ ଶ୍ରେଷ୍ଠ ଅଟେ । ଯଦି କେହି ମୁକୁଟ ପିନ୍ଧି ସିଂହାସନ ଉପରେ
ବସିଥିବ କିନ୍ତୁ ଚିନ୍ତାରେ ବୁଡ଼ି ରହିଥିବ ତେବେ ତାହା ସିଂହାସନ ହେଲା, ନା ଚିନ୍ତାର ଆସନ ହେଲା?
ଭାଗ୍ୟ-ବିଧାତା ପିତା ତ ତୁମମାନଙ୍କ ମସ୍ତକରେ ଶ୍ରେଷ୍ଠ ଭାଗ୍ୟର ରେଖା ଟାଣି ଦେଇଛନ୍ତି, ତେଣୁ
ତୁମେମାନେ ଚିନ୍ତାମୁକ୍ତ ସମ୍ରାଟ ହୋଇଯାଇଛ । ତେଣୁ ସର୍ବଦା ନିଜ ମସ୍ତକରେ ଶ୍ରେଷ୍ଠ ଭାଗ୍ୟର
ରେଖାକୁ ଦେଖୁଥାଅ - ବାଃ ମୋର ଶ୍ରେଷ୍ଠ ଈଶ୍ୱରୀୟ ଭାଗ୍ୟ, ଯଦି ଏହି ନିଶାରେ ରହିବ ତେବେ ସବୁ
ଚିନ୍ତା ସମାପ୍ତ ହୋଇଯିବ ।
ସ୍ଲୋଗାନ:-
ଏକାଗ୍ରତାର
ଶକ୍ତିଦ୍ୱାରା ଆତ୍ମାମାନଙ୍କୁ ଆବାହନ କରି ସେମାନଙ୍କର ଆତ୍ମିକ ସେବା କରିବା ହିଁ ପ୍ରକୃତ ସେବା ।