08.02.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ମୁଁ ସର୍ବଦା ବାଣୀରୁ ଉର୍ଦ୍ଧ୍ଵରେ ନିବାସ କରେ, ମୁଁ ଆସିଛି ତୁମମାନଙ୍କୁ ଉପରାମ କରାଇବା ପାଇଁ । ଏବେ ତୁମ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା ତେଣୁ ଏବେ ତୁମକୁ ବାଣୀରୁ ଉର୍ଦ୍ଧ୍ଵକୁ ଅର୍ଥାତ୍ ଘରକୁ ଯିବାକୁ ହେବ ।

ପ୍ରଶ୍ନ:-
ଭଲ ପୁରୁଷାର୍ଥ କରୁଥିବା ବିଦ୍ୟାର୍ଥୀ କାହାକୁ କହିବା ? ତାଙ୍କର ମୁଖ୍ୟ ଲକ୍ଷଣ ଶୁଣାଅ ?

ଉତ୍ତର:-
ଭଲ ପୁରୁଷାର୍ଥ କରୁଥିବା ବିଦ୍ୟାର୍ଥୀ ସିଏ ଯିଏ ନିଜେ ନିଜ ସହିତ କଥାବାର୍ତ୍ତା କରିବା ଜାଣିଥିବ, ନିଜକୁ ସୂକ୍ଷ୍ମ ରୂପରେ ଅନୁଧ୍ୟାନ କରୁଥିବ । ପୁରୁଷାର୍ଥୀ ବିଦ୍ୟାର୍ଥୀମାନେ ସର୍ବଦା ନିଜକୁ ଯାଞ୍ଚ କରୁଥିବେ ଯେ ମୋ ଭିତରେ କୌଣସି ଆସୁରୀ ସ୍ୱଭାବ ସଂସ୍କାର ନାହିଁ ତ ? ମୁଁ ଦୈବୀଗୁଣଗୁଡିକୁ କେତେ ଧାରଣ କରିଛି ? ସେମାନେ ନିଜର ହିସାବ ରଖୁଥିବେ ଯେ ମୋର ଭାଇ-ଭାଇର ଦୃଷ୍ଟି ସର୍ବଦା ରହୁଛି ତ ? କୌଣସି ବିକାରୀ ସଂକଳ୍ପ ଚାଲୁ ନାହିଁ ତ?

ଓମ୍ ଶାନ୍ତି ।
ରୁହାନୀ ପିଲାମାନଙ୍କ ପ୍ରତି ଯେଉଁମାନେ କି ବାଣୀରୁ ଉର୍ଦ୍ଧ୍ଵକୁ ଯିବା ପାଇଁ ଅର୍ଥାତ୍ ଘରକୁ ଯିବା ପାଇଁ ପୁରୁଷାର୍ଥ କରୁଛନ୍ତି ସେମାନଙ୍କ ପ୍ରତି ବାବା କହୁଛନ୍ତି । ତାହା ହେଉଛି ସବୁ ଆତ୍ମାଙ୍କର ଘର । ତୁମେମାନେ ଜାଣିଛ ଏବେ ଆମକୁ ଶରୀର ତ୍ୟାଗ କରି ଘରକୁ ଯିବାକୁ ହେବ । ବାବା କହୁଛନ୍ତି ମୁଁ ଆସିଛି ତୁମମାନଙ୍କୁ ଘରକୁ ନେଇଯିବା ପାଇଁ, ସେଥିପାଇଁ ଏହି ଦେହ ଏବଂ ଦେହର ସମ୍ବନ୍ଧଠାରୁ ଉପରାମ ରହିବାକୁ ହେବ । ଏହା ତ ଛି-ଛି ଦୁନିଆ ଅଟେ । ଏହା ମଧ୍ୟ ଆତ୍ମା ଜାଣିଛି ଯେ ଆମକୁ ଏବେ ଘରକୁ ଯିବାର ଅଛି । ବାବା ଆସିଛନ୍ତି ପବିତ୍ର କରିବା ପାଇଁ । ପୁଣି ଥରେ ଆମକୁ ପବିତ୍ର ଦୁନିଆକୁ ଯିବାର ଅଛି । ଏହା ମନ ଭିତରେ ବିଚାର ସାଗର ମନ୍ଥନ ହେବା ଦରକାର । ତୁମମାନଙ୍କ ବ୍ୟତୀତ ଏହିଭଳି ବିଚାର ଆଉ କାହାକୁ ଆସିବ ନାହିଁ । ତୁମେ ଜାଣିଛ ଯେ ଆମେ ନିଜେ ନିଜ ଖୁସିରେ ଏହି ଶରୀର ତ୍ୟାଗ କରି ନିଜର ଘରକୁ ଯିବୁ ପୁଣି ସେଠାରୁ ପବିତ୍ର ସମ୍ବନ୍ଧର ଦୁନିଆ, ନୂଆ ଦୁନିଆକୁ ଆସିବୁ । ଏହି ସ୍ମୃତି ମଧ୍ୟ ବହୁତ କମ ପିଲାଙ୍କର ରହୁଛି । ବାବା କହୁଛନ୍ତି ଛୋଟ, ବଡ, ବୃଦ୍ଧ ସମସ୍ତଙ୍କୁ ଘରକୁ ଫେରିବାକୁ ହେବ । ପୁଣି ନୂଆ ଦୁନିଆର ପବିତ୍ର ସମ୍ବନ୍ଧରେ ଆସିବାକୁ ହେବ । ଘଡିକୁ ଘଡି ବୁଦ୍ଧିରେ ଏହା ଆସିବା ଦରକାର ଯେ ଆମେ ସମସ୍ତେ ଘରକୁ ଯିବା ପାଇଁ ପ୍ରସ୍ତୁତି କରୁଛୁ । ଯେଉଁମାନେ କରିବେ ସେମାନେ ହିଁ ବାବାଙ୍କ ସହିତ ଘରକୁ ଯିବେ । ଯେଉଁମାନେ ବର୍ତ୍ତମାନ ଈଶ୍ୱର ଅର୍ଥେ କିଛି କରୁଛନ୍ତି ସେମାନେ ହିଁ ନୂଆ ଦୁନିଆରେ ପଦମାପଦମପତି ହେଉଛନ୍ତି । ଦୁନିଆର ଲୋକମାନେ ଏହି ପୁରୁଣା ଦୁନିଆରେ ହିଁ ପରୋକ୍ଷ ଭାବରେ ଦାନ କରୁଛନ୍ତି । ଭାବୁଛନ୍ତି ଈଶ୍ୱର ଏହାର ଫଳ ଦେବେ । ଏବେ ବାବା ବୁଝାଉଛନ୍ତି ସେଭଳି କରିବା ଦ୍ୱାରା ତୁମକୁ ଅଳ୍ପକାଳ କ୍ଷଣିକ ପାଇଁ ସୁଖ ମିଳୁଛି । ଏବେ ମୁଁ ଆସିଛି, ତୁମକୁ ରାୟ ଦେଉଛି ଏବେ ତୁମେ ଯାହା ଦେବ ତୁମକୁ ୨୧ ଜନ୍ମ ପାଇଁ ପଦମଗୁଣାରେ ମିଳିବ । ତୁମେ ଯାଇ ବଡ ପରିବାରରେ ଜନ୍ମ ନେବ । ଆମେ ତ ଯାଇ ଲକ୍ଷ୍ମୀ କିମ୍ବା ନାରାୟଣ ହେବୁ । ତେଣୁ ସେଥିପାଇଁ ବହୁତ ପରିଶ୍ରମ କରିବା ଦରକାର । ଆମେ ଏହି ପୁରୁଣା ଛି-ଛି ଦୁନିଆରୁ ଯିବା ପାଇଁ ପ୍ରସ୍ତୁତି କରୁଛୁ । ଏହି ପୁରୁଣା ଦୁନିଆ, ପୁରୁଣା ଶରୀରକୁ ତ୍ୟାଗ କରିବାକୁ ହେବ ନା । ତେଣୁ ଏଭଳି ପ୍ରସ୍ତୁତ ହୋଇ ରହିବାକୁ ହେବ ଯାହାକି ଶେଷ ସମୟରେ କେହି ବି ମନେ ପଡିବେ ନାହିଁ । ଯଦି ପୁରୁଣା ଦୁନିଆ କିମ୍ବା ମିତ୍ର ସମ୍ବନ୍ଧୀମାନେ ମନେ ପଡିବେ ତେବେ ତୁମର ଗତି କଣ ହେବ ? ତୁମେ କହୁଛ ନା ଅନ୍ତିମ ସମୟରେ ଯିଏ ସ୍ତ୍ରୀକୁ ସ୍ମରଣ କରିବ.... ତେଣୁ ବାବାଙ୍କୁ ଅନୁକରଣ କରିବାକୁ ହେବ । ଏପରି ଭାବ ନାହିଁ ଯେ ବାବାଙ୍କର ତ ଏବେ ବୃଦ୍ଧାବସ୍ଥା ଅଟେ ତେଣୁ ଭାବୁଛନ୍ତି ଏହି ଶରୀର ଛାଡିବାକୁ ହେବ । ନା, ତୁମ ସମସ୍ତଙ୍କର ମଧ୍ୟ ଏବେ ବୃଦ୍ଧାବସ୍ଥା । ବର୍ତ୍ତମାନ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା ଅଟେ, ସମସ୍ତଙ୍କୁ ଘରକୁ ଫେରିବାକୁ ହେବ ସେଥିପାଇଁ ବାବା କହୁଛନ୍ତି ଏହି ପୁରୁଣା ଦୁନିଆରୁ ବୁଦ୍ଧିଯୋଗ ତୁଟାଇ ଦିଅ । ଏବେ ତ ନିଜ ଘରକୁ ଯିବାର ଅଛି । ପୁଣି ସେଠାରେ ଯେତେ ସମୟ ରହିବାର ଥିବ ସେତେ ସମୟ ରହିବେ । ଅନ୍ତିମ ସମୟରେ ଯାହାର ପାର୍ଟ ବଜାଇବାର ଥିବ ସିଏ ସେହି ସମୟରେ ଆସି ଶରୀର ଧାରଣ କରି ପାର୍ଟ ବଜାଇବ । କେହି କେହି ତ ୧୦୦ ବର୍ଷ ଏ ଦୁନିଆରେ ଓ ୪୯୦୦ ବର୍ଷ ମଧ୍ୟ ଶାନ୍ତିଧାମରେ ରହିବେ । ସେମାନେ ପୁରା ପଛରେ ଆସିବେ । ଯେମିତି କାଶୀ କଲବଟ ଅର୍ଥାତ୍ ଶିବଙ୍କ ଉପରେ ସମର୍ପିତ ହେବା ପାଇଁ ଖଣ୍ଡାଧାର ଯୁକ୍ତ କୁଅକୁ ଡେଇଁ ମୃତ୍ୟୁବରଣ କରିଥାନ୍ତି, ତାହା କରିବା ଦ୍ୱାରା ତୁରନ୍ତ ପାପରୁ ମୁକ୍ତ ହୋଇଯାଇଥାନ୍ତି । ତେବେ ଅନ୍ତିମ ସମୟରେ ଆସିଥିବା ଆତ୍ମା କି-କି ପାପ କରିଥିବେ! ସିଏ ଆସିଲେ ଏବଂ ଗଲେ । ବାକି କାହାକୁ ମୋକ୍ଷ ପ୍ରାପ୍ତ ହେଉନାହିଁ । ଆଚ୍ଛା, ସେଠାରେ ରହି ସିଏ କଣ କରିବେ! ଅଭିନୟ ତ ନିଶ୍ଚିତ କରିବାକୁ ହେବ । ତୁମର ଆରମ୍ଭରୁ ଆସିବାର ପାର୍ଟ ରହିଛି । ତେଣୁ ବାବା କହୁଛନ୍ତି ପିଲାମାନେ, ଏହି ପୁରୁଣା ଦୁନିଆକୁ ଭୁଲିଯାଅ । ୮୪ ଜନ୍ମର ପାର୍ଟ ପୂର୍ଣ୍ଣ ହେଲା । ଏବେ ତ ଘରକୁ ଫେରିବାକୁ ହେବ । ତୁମେମାନେ ସମସ୍ତେ ପତିତ ହୋଇଯାଇଛ, ତେଣୁ ଏବେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ, ଦୈବୀଗୁଣ ମଧ୍ୟ ଧାରଣ କର ।

ବାବା ବୁଝାଉଛନ୍ତି ପିଲାମାନେ ସର୍ବଦା ନିଜକୁ ଯାଞ୍ଚ କରୁଥାଅ ମୋ ଭିତରେ କୌଣସି ଆସୁରୀ ସ୍ୱଭାବ ନାହିଁ ତ ? ତୁମମାନଙ୍କର ସ୍ୱଭାବ ଦୈବୀ ହେବା ଦରକାର । ସେଥିପାଇଁ ଦୈନିକ ଚାର୍ଟ ରଖିବା ଦରକାର ଯାହା ଫଳରେ ତୁମର ସ୍ଥିତି ମଜବୁତ ହୋଇଯିବ । କିନ୍ତୁ ମାୟା ଚାର୍ଟ ରଖିବାକୁ ଦେଉ ନାହିଁ । ଦୁଇ ଚାରିଦିନ ଚାର୍ଟ ରଖିଥାନ୍ତି ପୁଣି ଛାଡି ଦେଇଥାନ୍ତି କାରଣ ତାଙ୍କ ଭାଗ୍ୟରେ ନାହିଁ । ଯଦି ଭାଗ୍ୟରେ ଥିବ ତେବେ ଭଲ ଭାବରେ ଚାର୍ଟ ରଖିବେ । ସ୍କୁଲରେ ରେଜିଷ୍ଟର ରଖିଥାନ୍ତି ନା । ଏଠାରେ ମଧ୍ୟ ସବୁ ସେବାକେନ୍ଦ୍ର ଗୁଡିକରେ ସମସ୍ତଙ୍କର ଚାର୍ଟ ଓ ରେଜିଷ୍ଟର ରଖିବାକୁ ହେବ । ପୁଣି ଯାଞ୍ଚ କରିବାକୁ ହେବ ଯେ ମୁଁ ପ୍ରତ୍ୟେକ ଦିନ ଯାଉଛି ତ ? ଦୈବୀଗୁଣ ଧାରଣ କରୁଛି ତ ? ତୁମକୁ ଭାଇ-ଭଉଣୀ ସମ୍ବନ୍ଧଠାରୁ ମଧ୍ୟ ଉର୍ଦ୍ଧ୍ଵକୁ ଯିବାକୁ ହେବ । କେବଳ ଭାଇ-ଭାଇର ରୁହାନୀ ଦୃଷ୍ଟି ରହିବା ଦରକାର । ଆମେ ସମସ୍ତେ ଆତ୍ମା ଅଟୁ । କାହାର ବିକାରୀ ଦୃଷ୍ଟି ନ ରହୁ । ଭାଇ-ଭଉଣୀର ସମ୍ବନ୍ଧ ମଧ୍ୟ ଏଥିପାଇଁ କୁହାଯାଉଛି କାହିଁକି ନା ତୁମେ ସମସ୍ତେ ବ୍ରହ୍ମାକୁମାର-କୁମାରୀ ଅଟ । ଜଣେ ପିତାଙ୍କର ସନ୍ତାନ ଅଟ । ଏହି ସଂଗମଯୁଗରେ ହିଁ ତୁମେମାନେ ଭାଇ-ଭଉଣୀ ସମ୍ବନ୍ଧରେ ରହୁଛ । ତେଣୁ ବିକାରୀ ଦୃଷ୍ଟି ପରିତ୍ୟାଗ କରିବାକୁ ହେବ । ଏକମାତ୍ର ପିତାଙ୍କୁ ମନେ ପକାଇବାକୁ ହେବ । ତୁମକୁ ବାଣୀରୁ ମଧ୍ୟ ଉର୍ଦ୍ଧ୍ଵକୁ ଯିବାକୁ ହେବ । ଏହିଭଳି ନିଜ ସହିତ କଥା ହେବାର ଅଛି ଏହାକୁ ହିଁ ସୂକ୍ଷ୍ମ ପାଠପଢା କୁହାଯାଏ, ଏଥିରେ ଶବ୍ଦ ଉଚ୍ଚାରଣ କରିବାର ଆବଶ୍ୟକତା ନାହିଁ । ପିଲାମାନଙ୍କୁ କେବଳ ବୁଝାଇବା ପାଇଁ ବାବାଙ୍କୁ ଶବ୍ଦ ଉଚ୍ଚାରଣ କରିବାକୁ ପଡୁଛି । ବାଣୀରୁ ଉର୍ଦ୍ଧ୍ଵକୁ ଯିବା ପାଇଁ ମଧ୍ୟ ପିଲାମାନଙ୍କୁ ବୁଝାଇବାକୁ ପଡୁଛ । ଏବେ ସମସ୍ତଙ୍କୁ ଘରକୁ ଫେରିବାର ଅଛି । ବାବାଙ୍କୁ ତୁମେମାନେ ଡାକିଛ ଆସ, ଆମକୁ ସାଥୀରେ ନେଇଯାଅ । ଆମେ ସମସ୍ତେ ପତିତ ଅଟୁ, ଘରକୁ ଫେରିଯାଇପାରିବୁ ନାହିଁ । ତେବେ ଏହି ପତିତ ଦୁନିଆରେ ପବିତ୍ର କିଏ କରିବେ! ସାଧୁ-ସନ୍ଥମାନେ କେହି ପବିତ୍ର କରାଇପାରିବେ ନାହିଁ । ସେମାନେ ତ ନିଜେ ପବିତ୍ର ହେବା ପାଇଁ ଗଙ୍ଗା ସ୍ନାନ କରୁଛନ୍ତି । ସେମାନେ ବାବାଙ୍କୁ ଜାଣି ହିଁ ନାହାଁନ୍ତି । ଯେଉଁମାନେ କଳ୍ପ ପୂର୍ବରୁ ବାବାଙ୍କୁ ଜାଣିଛନ୍ତି, ସେମାନେ ଏବେ ପୁରୁଷାର୍ଥ କରୁଛନ୍ତି । ଏହି ଶ୍ରେଷ୍ଠ ପୁରୁଷାର୍ଥ ମଧ୍ୟ ବାବାଙ୍କ ବ୍ୟତୀତ ଆଉ କେହି କରାଇପାରିବେ ନାହିଁ । ବାବା ହିଁ ହେଉଛନ୍ତି ସବୁଠାରୁ ଉଚ୍ଚ । ଏଭଳି ବାବାଙ୍କୁ ଗୋଡି-ମାଟି ପଥରରେ ଅଛନ୍ତି ବୋଲି କହିବା ଦ୍ୱାରା ମନୁଷ୍ୟମାନଙ୍କର କେତେ ଦୁର୍ଦ୍ଦଶା ହୋଇଗଲାଣି । ସିଢିରେ ତଳକୁ ତଳକୁ ଓହ୍ଲାଇ ଚାଲିଛନ୍ତି । କେଉଁଠି ସମ୍ପୂର୍ଣ୍ଣ ନିର୍ବିକାରୀ ଆତ୍ମାମାନେ କେଉଁଠି ସମ୍ପୂର୍ଣ୍ଣ ବିକାରୀ ଆତ୍ମାମାନେ । ଏହି କଥାକୁ ସେମାନେ ବୁଝିବେ ଯେଉଁମାନେ କଳ୍ପ ପୂର୍ବରୁ ବୁଝିଥିବେ । ତୁମର କର୍ତ୍ତବ୍ୟ ହେଉଛି ଯିଏ ବି ଆସନ୍ତୁ ତାଙ୍କୁ ବାବାଙ୍କର ନିର୍ଦ୍ଦେଶ ବୁଝାଇବାକୁ ହେବ । ସିଢୀର ଚିତ୍ର ସମ୍ବନ୍ଧରେ ବୁଝାଇବାକୁ ହେବ । ତୁମ ସମସ୍ତଙ୍କର ଏବେ ବାନପ୍ରସ୍ଥ ଅବସ୍ଥା ଅଟେ । ସମସ୍ତେ ଶାନ୍ତିଧାମ ଏବଂ ସୁଖଧାମକୁ ଯିବେ । ସୁଖଧାମକୁ ସେମାନେ ଯିବେ ଯେଉଁମାନେ ଆତ୍ମାକୁ ବୁଦ୍ଧିଯୋଗ ବଳ ଦ୍ୱାରା ସମ୍ପୂର୍ଣ୍ଣ ପବିତ୍ର କରିଥିବେ । ଭାରତର ପ୍ରାଚୀନ ଯୋଗର ଗାୟନ ମଧ୍ୟ ରହିଛି । ଆତ୍ମାକୁ ଏବେ ସ୍ମୃତି ଆସିଛି ଯେ ବାସ୍ତବରେ ଆମେ ପ୍ରଥମେ ଆସିଛୁ । ଏବେ ପୁଣି ଘରକୁ ଫେରିଯିବୁ । ତୁମକୁ ନିଜର ପାର୍ଟ ମନେ ପଡୁଛି । ଯେଉଁ ଆତ୍ମାମାନଙ୍କୁ ଏହି ବ୍ରାହ୍ମଣ କୁଳକୁ ଆସିବାର ନାହିଁ ସେମାନଙ୍କୁ ପବିତ୍ର ରହିବାର ସ୍ମୃତି ଆସିବ ନାହିଁ । ତେବେ ପବିତ୍ର ରହିବାରେ ହିଁ ପରିଶ୍ରମ କରିବାକୁ ପଡୁଛି । ବାବା କହୁଛନ୍ତି ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ ତେବେ ତୁମେ ବିକର୍ମାଜିତ୍ ହୋଇଯିବ ଏବଂ ପରସ୍ପରକୁ ଭାଇ-ଭଉଣୀ ଭାବିଲେ ତୁମର ଦୃଷ୍ଟି ଶୁଦ୍ଧ ହୋଇଯିବ । ସତ୍ୟଯୁଗରେ କାହାର ଦୃଷ୍ଟି ଖରାପ ହୁଏ ନାହିଁ । ବାବା ତ ବୁଝାଉଛନ୍ତି ପିଲାମାନେ, ନିଜକୁ ପଚାର ଯେ ମୁଁ ସତ୍ୟଯୁଗୀ ଦେବତା ନା କଳିଯୁଗୀ ମନୁଷ୍ୟ ? ତୁମମାନଙ୍କୁ ବହୁତ ଭଲ-ଭଲ ଚିତ୍ର, ସ୍ଳୋଗାନ ଆଦି ତିଆରି କରିବା ଦରକାର । ଜଣେ ପ୍ରଶ୍ନ ପଚାରିବା ଦରକାର ଯେ ତୁମେ ସତ୍ୟଯୁଗୀ ନା କଳିଯୁଗୀ ? ପୁଣି ଅନ୍ୟ ଜଣେ ଦ୍ୱିତୀୟ ପ୍ରଶ୍ନ ପଚାରିବା ଦରକାର ଏହିଭଳି ଖୁବ୍ ସେବା କରି ଧୁମ୍ ମଚାଇବା ଉଚିତ୍ ।

ବାବା ତ ପତିତକୁ ପବିତ୍ର କରିବାର ଶ୍ରୀମତ ଦେଉଛନ୍ତି । ବାକି ଧନ୍ଦା ଆଦି ବିଷୟରେ ବାବାଙ୍କର ଜାଣିବା କଣ ଦରକାର । ବାବାଙ୍କୁ ତୁମେମାନେ ମନୁଷ୍ୟରୁ ଦେବତା କରିବାର ରାସ୍ତା ବତାଇବା ପାଇଁ ଡାକିଛ, ମୁଁ ଆସି ତୁମକୁ ମନୁଷ୍ୟରୁ ଦେବତା ହେବାର ରାସ୍ତା ବତାଉଛି । ଏହା କେତେ ସହଜ କଥା । ବାବାଙ୍କର ଈଶାରା ମଧ୍ୟ ବହୁତ ସହଜ ମନମନାଭବ । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ଦୁନିଆ ମନୁଷ୍ୟ ତାର ଅର୍ଥ ନ ବୁଝିବା କାରଣରୁ ଗଙ୍ଗାକୁ ପତିତ-ପାବନୀ ବୋଲି ଭାବିନେଇଛନ୍ତି । ପତିତ-ପାବନ ତ ବାବା ଅଟନ୍ତି । ବର୍ତ୍ତମାନ ସମସ୍ତଙ୍କ ପାଇଁ ବିନାଶର ସମୟ । ବାବା ସମସ୍ତଙ୍କର ହିସାବ-କିତାବ ଚୁକ୍ତ କରି ଘରକୁ ନେଇଯାଉଛନ୍ତି । ବାବା ବୁଝାଉଛନ୍ତି, ଅନେକ ବୁଝୁଛନ୍ତି ମଧ୍ୟ କିନ୍ତୁ ତାଙ୍କର ଭାଗ୍ୟରେ ନାହିଁ ସେଥିପାଇଁ ତଳକୁ ଖସି ଯାଉଛନ୍ତି । ବାବା କହୁଛନ୍ତି ପରସ୍ପରକୁ ଭାଇ-ଭଉଣୀ ଦୃଷ୍ଟିରେ ଦେଖ, କେବେହେଲେ ଖରାପ ଦୃଷ୍ଟି ନଯାଉ । କାହାକୁ-କାହାକୁ କାମର ଭୂତ, ଲୋଭର ଭୂତ ଆସିଯାଉଛି, ସ୍ୱାଦିଷ୍ଟ ଭୋଜନ ଦେଖିଲେ ଖାଇବା ପାଇଁ ଇଚ୍ଛା ହୁଏ । ଚଣା ବିକାଳିକୁ ଦେଖିଲେ ଚଣା ଖାଇବାକୁ ଇଚ୍ଛା ହୁଏ । ପୁଣି ଖାଇ ଦିଅନ୍ତି । ଅବସ୍ଥା ଦୁର୍ବଳ ହୋଇଥିବା କାରଣରୁ ଖାଦ୍ୟର ପ୍ରଭାବ ପଡିଯାଇଥାଏ । ତାଙ୍କର ବୁଦ୍ଧି ଭ୍ରଷ୍ଟ ହୋଇଯାଏ । ତେବେ ମାତା ପିତା ଏବଂ ଅନନ୍ୟ ସନ୍ତାନମାନଙ୍କୁ ଯାହାଙ୍କୁ ବାବା ସାର୍ଟିଫିକେଟ ଦେଇଛନ୍ତି ସେମାନଙ୍କୁ ଅନୁକରଣ କରିବା ଦରକାର । ଯଜ୍ଞରୁ ଯାହା ମିଳୁଛି ତାକୁ ଅମୃତ ଭାବି ଖାଇବା ଦରକାର । ଜିହ୍ୱା ଲାଳସାର ବଶବର୍ତ୍ତୀ ହେବାର ନାହିଁ । ବାବାଙ୍କ ସ୍ମୃତିରେ ମଧ୍ୟ ରହିବା ଦରକାର । ଯଦି ଯୋଗ ରହିବ ନାହିଁ ତେବେ କହିବେ ଅମୁକ ଜିନିଷ ଖାଇବା ଦରକାର, ନଚେତ୍ ବେମାରରେ ପଡିଯିବେ । ତେଣୁ ତୁମ ବୁଦ୍ଧିରେ ସର୍ବଦା ଏହି କଥା ରହିବା ଦରକାର ଯେ ଆମେ ଦେବତା ହେବା ପାଇଁ ଆସିଛୁ । ଏବେ ଆମକୁ ଘରକୁ ଫେରିବାର ଅଛି । ପୁଣି ଛୋଟ ପିଲା ରୂପରେ ଜନ୍ମ ହୋଇ ମାତାଙ୍କ କୋଳରେ ଆସିବୁ । ମାଆର ଯାହା ଖାଦ୍ୟପେୟ ଥାଏ ତାହାର ପ୍ରଭାବ ପିଲା ଉପରେ ମଧ୍ୟ ପଡିଥାଏ । ସତ୍ୟଯୁଗରେ କିନ୍ତୁ ଏଭଳି କିଛି ହୋଇନଥାଏ । ସେଠାରେ ସବୁ କିଛି ବହୁତ ଭଲ ରହିବ । ସେଠାରେ ଆମର ମାଆ ମଧ୍ୟ ବହୁତ ଉତ୍ତମ ଖାଦ୍ୟ ଖାଇବେ, ଯାହା ଆମ ପେଟକୁ ଆସିବ । ସେଠାରେ ତ ସବୁକିଛି ଉତ୍ତମ । ଜନ୍ମ ନେବା ଠାରୁ ହିଁ ଖାନ୍ୟପାନୀୟ ସବୁ ଶୁଦ୍ଧ ହୋଇଥାଏ । ତେଣୁ ଏଭଳି ସ୍ୱର୍ଗକୁ ଯିବାର ପ୍ରସ୍ତୁତି କରିବାକୁ ହେବ । ସେଥିପାଇଁ ବାବାଙ୍କୁ ମନେ ପକାଇବାକୁ ହେବ ।

ବାବା ଆସି ସମସ୍ତଙ୍କ କାୟା କଳ୍ପ କରୁଛନ୍ତି । ଦୁନିଆର ମନୁଷ୍ୟ ତ ମାଙ୍କଡର କଲିଜା ମନୁଷ୍ୟ ଶରୀରରେ ଲଗାଇ ଦେଉଛନ୍ତି । ଭାବୁଛନ୍ତି ଆମର ଯୌବନ ଫେରି ଆସିବ । ଯେମିତି ନୂଆ ହୃତପିଣ୍ଡ ଲଗାଯାଇଥାଏ । କିନ୍ତୁ ବାବା କୌଣସି ହୃତପିଣ୍ଡ ଲଗାଉ ନାହାଁନ୍ତି । ବାବା ତ ଆସି ସମସ୍ତଙ୍କ ହୃଦୟକୁ ପରିବର୍ତ୍ତନ କରୁଛନ୍ତି । ବାକି ଏସବୁ ହେଉଛି ବିଜ୍ଞାନର କରାମତି । ବୋମା ଆଦି ତିଆରି କରୁଛନ୍ତି । ସବୁ ତ ଦୁନିଆକୁ ବିନାଶ କରିବାର ଜିନିଷ ଅଟେ । ସେମାନଙ୍କର ହେଉଛି ତମୋପ୍ରଧାନ ବୁଦ୍ଧି । ସେମାନେ ତ ଖୁସି ହେଉଛନ୍ତି ଯେ ଏହା ମଧ୍ୟ ପୂର୍ବ ପ୍ରସ୍ତୁତ ଅଟେ । ବୋମା ଆଦି ନିଶ୍ଚିତ ତିଆରି ହେବାର ଅଛି । ତେଣୁ ଶାସ୍ତ୍ର ଗୁଡିକରେ ଉଲ୍ଲେଖ ରହିଛି ଯେ ପେଟରୁ ମୁସଳ ବାହାରିଲା ଏବଂ ଏସବୁ ହେଲା । ଏବେ ବାବା ବୁଝାଉଛନ୍ତି ଏସବୁ ହେଉଛି ଭକ୍ତିମାର୍ଗର କଥା । ରାଜଯୋଗ ତ ମୁଁ ହିଁ ଶିଖାଇଥିଲି । ଶାସ୍ତ୍ରଗୁଡିକ ଯେପରି କାହାଣୀ ରୂପରେ ଶୁଣି ଶୁଣି ଦୁନିଆର ଏହି ଅବସ୍ଥା ହୋଇଗଲାଣି । ଏବେ ବାବା ସତ୍ୟ ନାରାୟଣ କଥା, ତୃତୀୟ ନେତ୍ରର କଥା, ଅମରନାଥ କଥା ଶୁଣାଉଛନ୍ତି । ଏହି ପାଠ ପଢିବା ଦ୍ୱାରା ତୁମେ ଏହିଭଳି ଉଚ୍ଚ ପଦ ପ୍ରାପ୍ତ କରୁଛ । ବାକି ଏମିତି ନୁହେଁ ଯେ ଶ୍ରୀକୃଷ୍ଣ ସ୍ୱଦର୍ଶନ ଚକ୍ର ଦ୍ୱାରା କାହାକୁ ମାରିଥିଲେ । ମୁଁ ତ କେବଳ ରାଜଯୋଗ ଶିଖାଇ ପାବନ କରୁଛି, ସ୍ୱଦର୍ଶନ ଚକ୍ରଧାରୀ କରୁଛି । ଦୁନିଆର ମନୁଷ୍ୟ କିନ୍ତୁ ଶ୍ରୀକୃଷ୍ଣଙ୍କ ହାତରେ ଚକ୍ର ଦେଖାଇଛନ୍ତି । ତେବେ ସିଏ ସ୍ୱଦର୍ଶନ ଚକ୍ର କିପରି ଘୂରାଇବେ ? ଏଥିରେ ଯାଦୁର ତ କିଛି କଥା ନାହିଁ । ତେବେ ଏସବୁ ଭଗବାନଙ୍କର ଗ୍ଲାନୀ ହେଲା ନା, ତାହା ମଧ୍ୟ ଅଧାକଳ୍ପ ଧରି କରି ଆସୁଛନ୍ତି । ଏହା କେତେ ଆଶ୍ଚର୍ଯ୍ୟଜନକ ଡ୍ରାମା ଅଟେ । ଏବେ ଛୋଟ-ବଡ ସମସ୍ତଙ୍କର ହେଉଛି ବାନପ୍ରସ୍ଥ ଅବସ୍ଥା । ଏବେ ଆମକୁ ଘରକୁ ଯିବାକୁ ହେବ ସେଥିପାଇଁ ବାବାଙ୍କୁ ମନେ ପକାଇବାକୁ ହେବ ଏବଂ ଅନ୍ୟ କିଛି ମନେ ପକାଇବାର ନାହିଁ । ଯଦି ଏହିଭଳି ଅବସ୍ଥା ହୋଇଯିବ ତେବେ ଉଚ୍ଚ ପଦ ପ୍ରାପ୍ତ କରିପାରିବ । ନିଜ ହୃଦୟକୁ ପଚାରିବା ଦରକାର-- ମୋର ରେଜିଷ୍ଟର କେତେ ମାତ୍ରାରେ ଠିକ୍ ଅଛି ? ରେଜିଷ୍ଟରରୁ ତୁମର ଚାଲିଚଳନ ଜଣାପଡିଯିବ ଯେ ତୁମେ ପ୍ରତ୍ୟହ ପଢୁଛ ନା ନାହିଁ ? କେହି କେହି ତ ମିଥ୍ୟା ମଧ୍ୟ କହିଦେଉଛନ୍ତି । ବାବା କହୁଛନ୍ତି ସର୍ବଦା ସତ୍ୟ କୁହ, ଯଦି କହିବ ନାହିଁ ତେବେ ତୁମ ସ୍ଥିତି ହିଁ ଖରାପ ହେବ । ତୁମେ ଯଦି ଭଗବାନଙ୍କ ନିକଟରେ ପବିତ୍ର ରହିବାର ପ୍ରତିଜ୍ଞା କରି ଭାଙ୍ଗିଦେଉଛ ତେବେ ତୁମର ଅବସ୍ଥା କଣ ହେବ । ବିକାରଗ୍ରସ୍ତ ହେବା ଦ୍ୱାରା ସବୁ କିଛି ସମାପ୍ତ ହୋଇଯିବ । ପ୍ରଥମ ନମ୍ବର ଶତ୍ରୁ ହେଲା ଦେହ-ଅଭିମାନ, ତାପରେ ହେଲା କାମ ଏବଂ କ୍ରୋଧ । ତେବେ ଦେହ ଅଭିମାନରେ ଆସିବା ଦ୍ୱାରା ହିଁ ବୃତ୍ତି ଖରାପ ହୋଇଥାଏ ସେଥିପାଇଁ ବାବା କହୁଛନ୍ତି ଦେହୀ-ଅଭିମାନୀ ହୁଅ । ଇଏ ବ୍ରହ୍ମା ଅର୍ଜ୍ଜୁନ ମଧ୍ୟ ଅଟନ୍ତି ନା । ଇଏ ତ କୃଷ୍ଣଙ୍କର ହିଁ ଆତ୍ମା ଅଟନ୍ତି । ଅର୍ଜ୍ଜୁନ ନାମ କଣ ରହିଥିବ କି, ଯାହାଙ୍କ ଶରୀରରେ ପ୍ରବେଶ କରୁଛନ୍ତି ତାଙ୍କ ନାମ ପରିବର୍ତ୍ତନ ହେଉଛି । ମନୁଷ୍ୟ ତ କହିଦେଉଛନ୍ତି ଯେ ଏହି କଳ୍ପ ବୃକ୍ଷ ଆଦି ହେଉଛି ତୁମର କଳ୍ପନା । ମନୁଷ୍ୟ ଯାହା କଳ୍ପନା କରିଥାଏ ତାହା ହିଁ ଦୃଶ୍ୟମାନ ହୋଇଥାଏ ।

ତୁମମାନଙ୍କୁ ବହୁତ ଖୁସି ରହିବା ଦରକାର, ଆମେ ଏବେ ଯାଇ ସ୍ୱର୍ଗରେ ଛୋଟ ପିଲା ରୂପେ ଜନ୍ମ ହେବୁ । ପୁଣି ତାସହିତ ନାମ, ରୂପ, ଦେଶ, କାଳ ସବୁକିଛି ନୂଆ ହୋଇଯିବ । ଏହା ହେଉଛି ବେହଦର ଡ୍ରାମା । ଯାହା ହେଉଛି ସବୁ ପୂର୍ବ ପ୍ରସ୍ତୁତ । ତାହା ହିଁ ହେବାର ଅଛି ତେବେ ଚିନ୍ତା କାହିଁକି କରିବା ? ଡ୍ରାମାର ରହସ୍ୟ ଏବେ ତୁମେ ପିଲାମାନଙ୍କ ବୁଦ୍ଧିରେ ଅଛି । ତୁମ ବ୍ରାହ୍ମଣଙ୍କ ବିନା ଆଉ କେହି ଜାଣି ନାହାଁନ୍ତି । ବର୍ତ୍ତମାନ ସମୟରେ ଦୁନିଆରେ ସମସ୍ତେ ପୂଜାରୀ ଅଟନ୍ତି । ତେବେ ଯେଉଁଠାରେ ପୂଜାରୀ ଅଛନ୍ତି ସେଠାରେ ଜଣେ ହେଲେ ମଧ୍ୟ ପୂଜ୍ୟ ରହିପାରିବେ ନାହିଁ । ପୂଜ୍ୟ ତ ସତ୍ୟଯୁଗ-ତ୍ରେତାଯୁଗରେ ହୋଇଥାନ୍ତି । କଳିଯୁଗରେ କେବଳ ପୂଜାରୀ ଅଛନ୍ତି, ତେବେ ତୁମେ ନିଜକୁ ପୂଜ୍ୟ କିପରି ବୋଲାଉଛ ? ପୂଜ୍ୟ ତ ଦେବୀ ଦେବତାମାନେ ଅଟନ୍ତି । ପୁଜାରୀ ହେଉଛନ୍ତି ମନୁଷ୍ୟ । ମୁଖ୍ୟ କଥା ବାବା ହିଁ ବୁଝାଉଛନ୍ତି ଯଦି ପବିତ୍ର ହେବାର ଅଛି ତେବେ କେବଳ ମୋତେ ମନେ ପକାଅ । ଡ୍ରାମାନୁସାରେ ଯିଏ ଯେତେ ପୁରୁଷାର୍ଥ କରିଥିବେ ସେତିକି ହିଁ କରିବେ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ନିଜର ପାଠପଢାର ରେଜିଷ୍ଟର ରଖିବାକୁ ହେବ, ଚାର୍ଟ ଦେଖିବାକୁ ହେବ ଯେ ମୋର ଭାଇ-ଭାଇର ଦୃଷ୍ଟି କେତେ ରହୁଛି ? ମୋର ସ୍ୱଭାବ ସଂସ୍କାର ଦୈବୀ ହେଲାଣି ?

(୨) ନିଜର ଜିଭ ଉପରେ ବହୁତ ନିୟନ୍ତ୍ରଣ ରଖିବାକୁ ହେବ । ବୁଦ୍ଧିରେ ରହୁ ଯେ ମୁଁ ଦେବତା ହେଉଛି ସେଥିପାଇଁ ଖାଦ୍ୟ ପାନୀୟ ଉପରେ ବହୁତ ଧ୍ୟାନ ଦେବାକୁ ହେବ । ଜିଭ ଲାଳାୟିତ ହେବା ଉଚିତ୍ ନୁହେଁ । ମାତା ପିତାଙ୍କୁ ଅନୁକରଣ କରିବାକୁ ହେବ ।

ବରଦାନ:-
ପ୍ରତ୍ୟେକ ମୂହୁର୍ତ୍ତକୁ ଅନ୍ତିମ ମୂହୁର୍ତ୍ତ ମନେ କରି ସର୍ବଦା ପ୍ରସ୍ତୁତ ରହୁଥିବା ତୀବ୍ର ପୁରୁଷାର୍ଥୀ ହୁଅ ।

ନିଜର ଅନ୍ତିମ ସମୟ କେତେବେଳେ ଆସିଯିବ ତାଉପରେ କିଛି ବି ଭରସା ନାହିଁ ସେଥିପାଇଁ ପ୍ରତ୍ୟେକ ମୂହୁର୍ତ୍ତକୁ ଅନ୍ତିମ ସମୟ ଭାବି ସର୍ବଦା ପ୍ରସ୍ତୁତ ରୁହ । ସଦାପ୍ରସ୍ତୁତ ଅର୍ଥାତ୍ ତୀବ୍ରପୁରୁଷାର୍ଥୀ । ଏମିତି ଭାବ ନାହିଁ ଯେ ଏବେ ତ ବିନାଶ ହେବାରେ କିଛି ସମୟ ବାକି ଅଛି, ସେହି ସମୟ ଭିତରେ ପ୍ରସ୍ତୁତ ହୋଇଯିବି । ନା । ପ୍ରତ୍ୟେକ ମୂହୁର୍ତ୍ତ ଅନ୍ତିମ ମୂହୁର୍ତ୍ତ ଅଟେ ସେଥିପାଇଁ ସର୍ବଦା ନିର୍ମୋହୀ, ନିର୍ବିକଳ୍ପ ଏବଂ ବ୍ୟର୍ଥ ସଂକଳ୍ପଠାରୁ ମୁକ୍ତ ରୁହ ଅର୍ଥାତ୍ ବ୍ୟର୍ଥ ସଂକଳ୍ପ ମଧ୍ୟ ନ ରହୁ ତେବେ ଯାଇ କୁହାଯିବ ସଦାପ୍ରସ୍ତୁତ । ଯଦି ବି କିଛି କାର୍ଯ୍ୟ ବାକି ରହିଯାଇଥାଏ ତେବେ ମଧ୍ୟ ତୁମର ସ୍ଥିତି ସର୍ବଦା ଉପରାମ ରହୁ, ଯାହା ହେବ ଭଲ ହିଁ ହେବ ।

ସ୍ଲୋଗାନ:-
ଆଇନକୁ ନିଜ ହାତକୁ ନେବା ମଧ୍ୟ କ୍ରୋଧର ଅଂଶ ଅଟେ ।