08.02.21 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:—
ବର୍ତ୍ତମାନ ବିଶେଷ ଭାବରେ
ଭାରତ ଉପରେ ଏବଂ ସାଧାରଣ ଭାବରେ ସାରା ଦୁନିଆ ଉପରେ ବୃହସ୍ପତିର ଦଶା ପଡିଛି, ବାବା ତୁମମାନଙ୍କ
ଦ୍ୱାରା ଭାରତକୁ ସୁଖଧାମରେ ପରିଣତ କରୁଛନ୍ତି ” ।
ପ୍ରଶ୍ନ:-
୧୬ କଳା
ସମ୍ପୂର୍ଣ୍ଣ ହେବା ପାଇଁ ତୁମେ ପିଲାମାନେ କେଉଁ ପୁରୁଷାର୍ଥ କରୁଛ?
ଉତ୍ତର:-
ଯୋଗବଳ ଜମା କରିବାର ପୁରୁଷାର୍ଥ । ଯୋଗବଳ ଦ୍ୱାରା ତୁମେମାନେ ୧୬ କଳା ସମ୍ପୂର୍ଣ୍ଣ ହେଉଛ ।
ସେଥିପାଇଁ ବାବା କହୁଛନ୍ତି ଦେ ଦାନ ତୋ ଛୁଟେ ଗ୍ରହଣ ଅର୍ଥାତ୍ ବିକାର ଗୁଡିକୁ ଦାନ କରିଦେଲେ
ଗ୍ରହଣରୁ ମୁକ୍ତ ହୋଇଯିବ । କାମ ବିକାର ଯାହାକି ତୁମକୁ ତଳକୁ ଖସାଇ ଦେଇଛି ତାକୁ ଦାନ କରିଦିଅ
ତେବେ ୧୬ କଳା ସମ୍ପୂର୍ଣ୍ଣ ହୋଇଯିବ । (୨) ଦେହ-ଅଭିମାନକୁ ଛାଡି ଦେହୀ-ଅଭିମାନୀ ହୁଅ ଏବଂ ଶରୀରର
ଅଭିମାନକୁ ତ୍ୟାଗ କର ।
ଗୀତ:-
ତୁମ ମାତା ପିତା
.....
ଓମ୍ ଶାନ୍ତି ।
ମିଠା ମିଠା
ଆତ୍ମିକ ପିଲାମାନେ ଆତ୍ମିକ ପିତାଙ୍କର ମହିମା ଶୁଣୁଛନ୍ତି । ଭକ୍ତିମାର୍ଗରେ ଭକ୍ତମାନେ କେବଳ
ଗାୟନ କରୁଛନ୍ତି କିନ୍ତୁ ବାସ୍ତବରେ ତୁମେମାନେ ବାବାଙ୍କ ଠାରୁ ବର୍ସା ନେଉଛ । ତୁମେମାନେ ଜାଣିଛ
- ବାବା ଆମ ଦ୍ୱାରା ହିଁ ଭାରତକୁ ସୁଖଧାମରେ ପରିଣତ କରୁଛନ୍ତି ଏବଂ ଯେଉଁମାନଙ୍କ ଦ୍ୱାରା
କରୁଛନ୍ତି ନିଶ୍ଚିତ ଭାବରେ ସେହିମାନେ ହିଁ ସୁଖଧାମର ମାଲିକ ହେବେ । ତେଣୁ ତୁମମାନଙ୍କୁ ତ ବହୁତ
ଖୁସି ହେବା ଦରକାର । ବାବାଙ୍କର ମହିମା ତ ଅପରମଅପାର । ଏବେ ତାଙ୍କଠାରୁ ସମ୍ପତ୍ତି ପାଉଛୁ ।
ବର୍ତ୍ତମାନ ପିଲାମାନଙ୍କ ଉପରେ ତଥା ସାରା ଦୁନିଆ ଉପରେ ବୃହସ୍ପତିର ଅବିନାଶୀ ଦଶା ପଡିଛି । ତୁମେ
ବ୍ରାହ୍ମଣମାନେ ହିଁ ଜାଣିଛ ଯେ ବିଶେଷ ଭାବରେ ଭାରତରେ ଏବଂ ସାଧାରଣ ଭାବରେ ସମସ୍ତଙ୍କ ଉପରେ
ବୃହସ୍ପତିର ଦଶା ପଡିବାକୁ ଯାଉଛି କାରଣ ବର୍ତ୍ତମାନ ତୁମେମାନେ ୧୬ କଳା ସମ୍ପୂର୍ଣ୍ଣ ହେବାକୁ
ଯାଉଛ । ବର୍ତ୍ତମାନ ତ ତୁମମାନଙ୍କ ଭିତରେ କୌଣସି କଳା ନାହିଁ । ତେଣୁ ତୁମେ ପିଲାମାନେ ବହୁତ ଖୁସି
ହେବା ଦରକାର । ଏମିତି ନୁହେଁ କି ଏଠାରେ ଖୁସିରେ ରହିବ, ଆଉ ବାହାରକୁ ଗଲେ ଖୁସି ହଜି ଯିବ । ସାରା
ଦୁନିଆ ଯାହାଙ୍କର ମହିମା ଗାଉଛନ୍ତି ସେ ତୁମ ପାଖରେ ଅଛନ୍ତି । ବାବା ବୁଝାଉଛନ୍ତି - ୫ ହଜାର
ବର୍ଷ ପୂର୍ବରୁ ମଧ୍ୟ ତୁମମାନଙ୍କୁ ରାଜ୍ୟ ଦେଇ ଯାଇଥିଲି । ଏବେ ତୁମେମାନେ ଦେଖିବ - ଧିରେ ଧିରେ
ସମସ୍ତେ ଡାକିବେ । ତୁମମାନଙ୍କର ସ୍ଲୋଗାନ ମଧ୍ୟ ଚାରିଆଡେ ବିଖ୍ୟାତ ହୋଇଯିବ । ଯେପରି ଇନ୍ଦିରା
ଗାନ୍ଧୀ କହୁଥିଲେ ଯେ ଏକ ଧର୍ମ, ଏକ ଭାଷା, ଏକ ରାଜ୍ୟ ହେଉ, ତାଙ୍କ ଭିତରେ ତ ଆତ୍ମା କହୁଛି ନା ।
ଆତ୍ମା ଜାଣିଛି ବାସ୍ତବରେ ଭାରତରେ ଗୋଟିଏ ରାଜଧାନୀ ଥିଲା, ଯାହାକି ପୁଣି ସମ୍ମୁଖରେ ଉପସ୍ଥିତ
ହୋଇଛି । ଏବେ ବୁଝିପାରୁଛ ଯେ, କେତେବେଳେ ଏସବୁ ସମାପ୍ତ ହୋଇଯିବ, ଏହା କିଛି ନୂଆ କଥା ନୁହେଁ ।
ଭାରତକୁ ପୁଣି ୧୬ କଳା ସମ୍ପୂର୍ଣ୍ଣ ନିଶ୍ଚିତ ହେବାକୁ ପଡିବ । ତୁମେ ଜାଣିଛ ଆମେ ଏହି ଯୋଗବଳ
ଦ୍ୱାରା ୧୬ କଳା ସମ୍ପୂର୍ଣ୍ଣ ହେବାକୁ ଯାଉଛୁ । ଏଭଳି କହିଥା’ନ୍ତି ନା - ଦେ ଦାନ ତୋ ଛୁଟେ
ଗ୍ରହଣ ଅର୍ଥାତ୍ ଦାନ ଦେଲେ ଗ୍ରହଣ ଛାଡିଯିବ । ବାବା କହୁଛନ୍ତି ଏବେ ବିକାର ରୂପି, ଅବଗୁଣକୁ ଦାନ
ଦେଇ ଦିଅ । ଏହା ହେଉଛି ରାବଣ ରାଜ୍ୟ । ବାବା ଆସି ଏଥିରୁ ମୁକ୍ତ କରୁଛନ୍ତି । କାମ ବିକାର ବହୁତ
ବଡ ଅବଗୁଣ, ତୁମେମାନେ ଏବେ ଦେହ-ଅଭିମାନୀ ହୋଇଯାଇଛ । ଏବେ ତୁମମାନଙ୍କୁ ପୁଣି ଦେହୀ-ଅଭିମାନୀ
ହେବାକୁ ପଡିବ । ଶରୀରର ଅଭିମାନକୁ ଛାଡିବାକୁ ପଡିବ । ଏହି କଥାକୁ କେବଳ ପିଲାମାନେ ହିଁ
ଜାଣିଛନ୍ତି, ଦୁନିଆ ଜାଣିନାହିଁ । ଭାରତ ଯିଏକି ୧୬ କଳା ସମ୍ପୂର୍ଣ୍ଣ ଥିଲା ଦେବତାମାନଙ୍କର
ରାଜ୍ୟ ଥିଲା, ସେହି ରାଜ୍ୟକୁ ଏବେ ଗ୍ରହଣ ଲାଗିଛି । ଏଠାରେ ଲକ୍ଷ୍ମୀ-ନାରାୟଣଙ୍କର ରାଜଧାନୀ ଥିଲା,
ଭାରତ ସ୍ୱର୍ଗ ଥିଲା, ଯାହାକୁ ବର୍ତ୍ତମାନ ବିକାରର ଗ୍ରହଣ ଲାଗିଛି ତେଣୁ ବାବା କହୁଛନ୍ତି ଦେ ଦାନ
ତୋ ଛୁଟେ ଗ୍ରହଣ । ଏହି କାମ ବିକାର ସମସ୍ତଙ୍କୁ ତଳକୁ ଖସାଇ ଦିଏ ତେଣୁ ବାବା କହୁଛନ୍ତି ଏହି
ବିକାରର ଦାନ ଦେଲେ ତୁମେ ୧୬ କଳା ସଂପୂର୍ଣ୍ଣ ହୋଇଯିବ, ଯଦି ଏହାକୁ ଦାନ ନ ଦେବ ତେବେ ୧୬ କଳା
ସମ୍ପୂର୍ଣ୍ଣ ହୋଇପାରିବ ନାହିଁ । ଏହି ଡ୍ରାମାରେ ଆତ୍ମାମାନଙ୍କୁ ନିଜ-ନିଜର ପାର୍ଟ ମିଳିଛି ।
ଏକଥା ମଧ୍ୟ ତୁମମାନଙ୍କ ବୁଦ୍ଧିରେ ଅଛି ଯେ, ତୁମ ଆତ୍ମାରେ କେତେ ପାର୍ଟ ରହିଛି । ତୁମେମାନେ
ବିଶ୍ୱର ରାଜ୍ୟ-ଭାଗ୍ୟ ନେଉଛ । ଏହି ଡ୍ରାମା ଅବିନାଶୀ, ଯେଉଁ ଡ୍ରାମାରେ ବହୁତ ଅଭିନେତା ଏବଂ
ଅଭିନେତ୍ରୀ ଅଛନ୍ତି । ଏଥିରେ ଫାଷ୍ଟକ୍ଲାସ ଅଭିନେତା ହେଉଛନ୍ତି ଲକ୍ଷ୍ମୀ-ନାରାୟଣ । ଡ୍ରାମାରେ
ଏମାନଙ୍କର ନମ୍ବରୱାନ ପାର୍ଟ ରହିଛି । ବିଷ୍ଣୁ ହିଁ ବ୍ରହ୍ମା-ସରସ୍ୱତୀ ପୁଣି ବ୍ରହ୍ମା-ସରସ୍ୱତୀ
ହିଁ ବିଷ୍ଣୁ ହେଉଛନ୍ତି । ଏମାନେ ୮୪ ଜନ୍ମ କିପରି ନେଉଛନ୍ତି, ସାରା ଚକ୍ର ବୁଦ୍ଧିରେ ଆସିଯାଉଛି
। ଶାସ୍ତ୍ର ପଢିଲେ ଏସବୁ କଥା କେହି କହିପାରିବେ ? ସେମାନେ ତ କଳ୍ପର ଆୟୁଷକୁ ହିଁ ଲକ୍ଷ ଲକ୍ଷ
ବର୍ଷ ବୋଲି କହି ଦେଉଛନ୍ତି । ତାହା ହେଲେ ତ ସ୍ୱସ୍ତିକା ମଧ୍ୟ ତିଆରି ହୋଇପାରିବ ନାହିଁ ।
ବ୍ୟାପାରୀମାନେ ତ ନିଜର ହିସାବ ଖାତା ଉପରେ ସ୍ୱସ୍ତିକ ଚିହ୍ନ ତିଆରି କରିଥା’ନ୍ତି । ଗଣେଷଙ୍କର
ମଧ୍ୟ ପୂଜା କରନ୍ତି । ଏହା ହେଉଛି ବେହଦର ହିସାବ ଖାତା । ସ୍ୱସ୍ତିକାରେ ୪ ଭାଗ ହୋଇଥାଏ । ଯେପରି
ଜଗନ୍ନାଥ ପୁରୀରେ ଚାଉଳ ହଣ୍ଡା ରଖିଥା’ନ୍ତି, ତାହା ଯେତେବେଳେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଏ,
୪ ଭାଗ ହୋଇଯାଏ । ସେଠାରେ ଚାଉଳର ହିଁ ଭୋଗ ଲାଗିଥାଏ କାରଣ ସେମାନେ ଅନ୍ନ ବହୁତ ଖାଆନ୍ତି ।
ଶ୍ରୀନାଥ ଦ୍ୱାରରେ ଅନ୍ନ ହୁଏ ନାହିଁ । ସେଠାରେ ତ ଖାଣ୍ଟି ଘିଅରେ ଭୋଗ ତିଆରି ହୁଏ । ସେମାନେ
ଭୋଜନ ମଧ୍ୟ ବହୁତ ସ୍ୱଚ୍ଛତାର ସହିତ ପ୍ରସ୍ତୁତ କରନ୍ତି, ମୁହଁ ବନ୍ଦ କରି ତିଆରି କରନ୍ତି ।
ପ୍ରସାଦ ବହୁତ ଇଜ୍ଜତର ସହିତ ନେଇ, ଭୋଗ ଲଗାଇଥା’ନ୍ତି ତା’ ପରେ ପୁଣି ପଣ୍ଡାମାନଙ୍କୁ ମିଳିଥାଏ ।
ଯାହାକୁ ଦୋକାନରେ ରଖନ୍ତି । ସେଠାରେ ବହୁତ ଭିଡ ହୁଏ । ଏସବୁ ବ୍ରହ୍ମାବାବା ଦେଖିଛନ୍ତି । ଏବେ
ତୁମମାନଙ୍କୁ କିଏ ପାଠ ପଢାଉଛନ୍ତି? ଅତି ସ୍ନେହୀ ବାବା ଆସି ତୁମମାନଙ୍କର ସେବାଧାରୀ ହୋଇଛନ୍ତି ।
ତୁମମାନଙ୍କର ସେବା କରୁଛନ୍ତି, ତେବେ ତୁମମାନଙ୍କୁ ସେତିକି ନିଶା ରହୁଛି? ଆମ ଆତ୍ମାମାନଙ୍କୁ ବାବା
ପାଠ ପଢାଉଛନ୍ତି । ଆତ୍ମା ହିଁ ସବୁ କିଛି କରିଥାଏ ନା । କିନ୍ତୁ ମନୁଷ୍ୟମାନେ କହୁଛନ୍ତି ଆତ୍ମା
ନିର୍ଲେପ । ତୁମେମାନେ ଜାଣିଛ ଆତ୍ମାରେ ୮୪ ଜନ୍ମର ଅବିନାଶୀ ପାର୍ଟ ଭରି ହୋଇ ରହିଛି, ତା’କୁ
ନିର୍ଲେପ କହିବା ଅର୍ଥାତ୍ କର୍ମର ପ୍ରଭାବରୁ ମୁକ୍ତ ମୁଁ କହିବା ଯେମିତିକି ରାତି ଦିନରେ ଫରକ
ହୋଇଯାଉଛି । ଏଠାରେ କେହି ଯଦି ଭଲ ରୂପେ ମାସେ-ଦେଢ ମାସ ଆସି ବୁଝିବେ ତେବେ ଯାଇ ଏସବୁ ପଏଣ୍ଟସ୍
ବୁଦ୍ଧିରେ ରହିବ । ଦିନ-ପ୍ରତିଦିନ ପଏଣ୍ଟସ୍ ବହୁତ ବାହାରୁଛି । କସ୍ତୁରୀ ସଦୃଶ ଅଟେ । ଯେତେବେଳେ
ପିଲାମାନଙ୍କର ପୁରା ନିଶ୍ଚୟ ହୋଇଯାଉଛି ସେତେବେଳେ ବୁଝିପାରୁଛନ୍ତି ଯେ, ବାସ୍ତବରେ ପରମପିତା
ପରମାତ୍ମା ଆସି ଦୁର୍ଗତିରୁ ସଦ୍ଗତି କରୁଛନ୍ତି ।
ବାବା କହୁଛନ୍ତି ଏବେ ତୁମମାନଙ୍କ ଉପରେ ବୃହସ୍ପତିର ଦଶା ପଡିଛି । ମୁଁ ତୁମକୁ ସ୍ୱର୍ଗର ମାଲିକ
କରୁଛି ପୁଣି ରାବଣ ତୁମ ଉପରେ ରାହୁର ଦଶା ବସାଇ ଦେଇଛି । ବର୍ତ୍ତମାନ ବାବା ଆସି ସ୍ୱର୍ଗର ମାଲିକ
କରୁଛନ୍ତି । ତେଣୁ ନିଜକୁ ଘାଟାରେ ପକାଇବା ଅନୁଚିତ୍ । ବ୍ୟାପାରୀମାନେ ନିଜର ଖାତା ସର୍ବଦା ଠିକ୍
ରଖନ୍ତି । ଯେଉଁମାନେ ବ୍ୟାପାରରେ ଘାଟା କରନ୍ତି ସେମାନଙ୍କୁ ଅନାଡି ଅର୍ଥାତ୍ ବୋକା ବୋଲି
କୁହାଯାଏ । ଏହା ତ ସବୁଠାରୁ ବଡ ବ୍ୟାପାର ଅଟେ । ତେଣୁ ଏହି ବ୍ୟାପାର କୋଟିକରେ କେହି ଜଣେ ଜଣେ
ହିଁ କରନ୍ତି । ଏହା ଅବିନାଶୀ ବ୍ୟାପାର, ଆଉ ସବୁ ବ୍ୟାପାର ମାଟିରେ ମିଶିଯିବ । ଏବେ ତୁମର ସତ୍ୟ
ବ୍ୟାପାର ହେଉଛି । ବାବା ଜ୍ଞାନର ସାଗର, ସୌଦାଗର, ରତ୍ନାଗର ଅଟନ୍ତି । ପ୍ରଦର୍ଶନୀରେ ତ ବହୁତ
ଆସନ୍ତି । ସେଣ୍ଟରକୁ ବହୁତ ମୁସ୍କିଲରେ କେହି କେହି ଆସନ୍ତି । ଭାରତ ବହୁତ-ଲମ୍ବା ଚଉଡା ଅଟେ ନା
। ସବୁ ସ୍ଥାନକୁ ତୁମକୁ ଯିବାକୁ ହେବ । ପାଣିର ଗଙ୍ଗା ତ ସାରା ଭାରତରେ ରହିଛି । ଏକଥା ମଧ୍ୟ
ତୁମକୁ ବୁଝାଇବାକୁ ହେବ । ପତିତ-ପାବନ କୌଣସି ପାଣିର ଗଙ୍ଗା ନୁହେଁ । ତୁମ ଜ୍ଞାନ ଗଙ୍ଗାମାନଙ୍କୁ
ସମସ୍ତଙ୍କ ପାଖକୁ ଯିବାକୁ ହେବ । ଚତୁର୍ଦ୍ଦିଗରେ ମେଳା ପ୍ରଦର୍ଶନୀ ଲାଗୁ ଥିବ, ଦିନକୁ ଦିନ
ଚିତ୍ର ତିଆରି ହୋଇ ଚାଲିବ । ଏଭଳି ଶୋଭାବାନ ଚିତ୍ର ତିଆରି ହେବ ଯାହାକୁ ଦେଖିଲେ ମଜା ଆସିଯିବ
ସେମାନେ କହିବେ ଏମାନେ ତ ଠିକ ବୁଝାଉଛନ୍ତି । ଏବେ ଲକ୍ଷ୍ମୀ ନାରାୟଣଙ୍କର ରାଜଧାନୀ ସ୍ଥାପନ ହେଉଛି
। ସିଢିର ଚିତ୍ର ମଧ୍ୟ ଫାଷ୍ଟକ୍ଲାସ ଅଟେ । ଏବେ ବ୍ରାହ୍ମଣ ଧର୍ମର ସ୍ଥାପନା ହେଉଛି । ଯେଉଁ
ବ୍ରାହ୍ମଣମାନେ ପୁଣି ଦେବତା ହେଉଛନ୍ତି । ଏବେ ତୁମେମାନେ ପୁରୁଷାର୍ଥ କରୁଛ ତେଣୁ ନିଜକୁ ପଚାର
ଯେ, ଆମ ଭିତରେ କୌଣସି ଛୋଟ କିମ୍ବା ବଡ କଣ୍ଟା ନାହିଁ ତ ? କାମ ବିକାରର କଣ୍ଟା ନାହିଁ ତ?
କ୍ରୋଧର ଛୋଟ କଣ୍ଟା ମଧ୍ୟ ବହୁତ ଖରାପ ଅଟେ । ଦେବତାମାନେ କ୍ରୋଧୀ ନୁହଁନ୍ତି । ଶାସ୍ତ୍ରରେ
ବର୍ଣ୍ଣିତ ଅଛି - ଶଙ୍କରଙ୍କର ଆଖି ଖୋଲିଲେ ବିନାଶ ହୋଇଯିବ । ଏହା ମଧ୍ୟ ଏକ କଳଙ୍କ ଲଗାଇଛନ୍ତି ।
ବିନାଶ ତ ନିଶ୍ଚିତ ହେବ । ସୂକ୍ଷ୍ମଲୋକରେ କ’ଣ ଶଙ୍କରଙ୍କର ବେକରେ ସାପ ଆଦି ଥାଏ । ସୂକ୍ଷ୍ମଲୋକ
କିମ୍ବା ବ୍ରହ୍ମଲୋକରେ ସର୍ପ ଆଦି କିଛି ନଥାଏ । ଏହିଠାରେ ହିଁ ସବୁ କିଛି ରହିଛି । ସ୍ୱର୍ଗ ମଧ୍ୟ
ଏହିଠାରେ ହିଁ ହେବ । ବର୍ତ୍ତମାନ ସମସ୍ତ ମନୁଷ୍ୟ କଣ୍ଟା ସଦୃଶ ହୋଇଯାଇଛନ୍ତି ଅର୍ଥାତ୍ ଜଣେ ଅନ୍ୟ
ଜଣଙ୍କୁ ଦୁଃଖ ଦେଉଛନ୍ତି, ତେଣୁ ଏହାକୁ କଣ୍ଟାର ଜଙ୍ଗଲ କୁହାଯାଏ । ସତ୍ୟଯୁଗ ହେଉଛି ଫୁଲର ବଗିଚା
। ତୁମେମାନେ ଏବେ ଦେଖୁଛ ବାବା କିପରି ଫୁଲର ବଗିଚା ତିଆରି କରୁଛନ୍ତି । ବହୁତ ସୁନ୍ଦର ବଗିଚା
ତିଆରି କରୁଛନ୍ତି । ସିଏ ସମସ୍ତଙ୍କୁ ହସୀନ ଅର୍ଥାତ୍ ସୁନ୍ଦର କରୁଛନ୍ତି । ରାବଣ ସମସ୍ତଙ୍କୁ ବିଲ୍କୁଲ
କଳା କରିଦେଇଛି । ଏବେ ପିଲାମାନେ ଖୁସି ହେବା ଦରକାର ଯେ ଆମ ଉପରେ ବୃହସ୍ପତିର ଦଶା ପଡିଛି । ଅଧା
ସମୟ ସୁଖ, ଅଧା ସମୟ ଦୁଃଖ, ସେଥିରେ ଲାଭ କ’ଣ? ବାସ୍ତବରେ ଆମର ୩/୪ ଭାଗ ସୁଖ ଏବଂ ୧/୪ ଭାଗ ଦୁଃଖ
ରହିଛି । ଡ୍ରାମା ଏହିଭଳି ନିର୍ମିତ ହୋଇଛି । ବହୁତ ଲୋକ ପଚାରନ୍ତି ଡ୍ରାମା ଏପରି କାହିଁକି ତିଆରି
ହୋଇଛି? ଆରେ ଏହି ଡ୍ରାମା ତ ଅନାଦି ଅଟେ ନା । କାହିଁକି ଏଭଳି ତିଆରି ହୋଇଛି, ଏହି ପ୍ରଶ୍ନ ଆସି
ପାରିବ ନାହିଁ । ଏହା ଅନାଦି ଅବିନାଶୀ ଡ୍ରାମା ଯାହାକି ପୂର୍ବ ନିର୍ମିତ ଅଟେ । ଏଥିରୁ କାହାକୁ
ମଧ୍ୟ ମୋକ୍ଷ ମିଳିପାରିବ ନାହିଁ । ଏହି ସୃଷ୍ଟି ତ ଅନାଦି ଯାହାକି ଚାଲିଆସୁଛି ଏବଂ ଆଗକୁ ମଧ୍ୟ
ଚାଲିବ । ପ୍ରଳୟ ହେବ ନାହିଁ ।
ବାବା ନୂଆ ଦୁନିଆର ସ୍ଥାପନା କରୁଛନ୍ତି କିନ୍ତୁ ଏହା ଦ୍ୱାରା ମନୁଷ୍ୟମାନଙ୍କୁ କେତେ ପ୍ରାପ୍ତି
ହୋଇଥାଏ । ସେଥିପାଇଁ ଯେତେବେଳେ ମନୁଷ୍ୟମାନେ ପତିତ ଦୁଃଖୀ ହୋଇଯାଆନ୍ତି ସେତେବେଳେ ମୋତେ ଡାକନ୍ତି
। ମୁଁ ଆସି ସମସ୍ତଙ୍କର କାୟା କଳ୍ପତରୁ କରୁଛି ଯାହା ଦ୍ୱାରା ଅଧାକଳ୍ପ ପର୍ଯ୍ୟନ୍ତ କେବେ ବି
ଅକାଳମୃତ୍ୟୁ ହେବ ନାହିଁ । କାରଣ ତୁମେମାନେ କାଳ ଉପରେ ବିଜୟ ପ୍ରାପ୍ତ କରୁଛ । ସେଥିପାଇଁ
ସନ୍ତାନମାନଙ୍କୁ ଏବେ ବହୁତ ପୁରୁଷାର୍ଥ କରିବାକୁ ହେବ । ଯେତିକି ଉଚ୍ଚ ପଦ ପାଇବ ସେତିକି ଭଲ ।
ଦୁନିଆରେ ସମସ୍ତେ ନିଜ ନିଜର ରୋଜଗାର ପାଇଁ ପୁରୁଷାର୍ଥ କରିଥା’ନ୍ତି । କାଠ ବିକ୍ରି କରୁଥିବା
ବ୍ୟକ୍ତି କହିବ ମୁଁ ମଧ୍ୟ ବହୁତ ରୋଜଗାର କରିବି । କେହି ଠକ ଉପାୟରେ ମଧ୍ୟ ଟଙ୍କା ରୋଜଗାର
କରିଥା’ନ୍ତି । ତେବେ ଏଠାରେ ତ ପଇସା ଉପରେ ହିଁ ବିପଦ ରହିଛି । ସେଠାରେ ତ ତୁମର ପଇସା କେହି
ଲୁଟିବେ ନାହିଁ । ଦେଖ, ବର୍ତ୍ତମାନର ଦୁନିଆରେ କ’ଣ କ’ଣ ସବୁ ହେଉଛି । ସେଠାରେ ଦୁଃଖର କୌଣସି କଥା
ହିଁ ନାହିଁ । ଏବେ ତୁମେମାନେ ବାବାଙ୍କଠାରୁ ବହୁତ ସମ୍ପତ୍ତି ନେଉଛ । ତେବେ ନିଜକୁ ଚେକ୍ କରିବା
ଦରକାର - ମୁଁ ସ୍ୱର୍ଗକୁ ଯିବା ପାଇଁ ଯୋଗ୍ୟ ହୋଇଛି? (ନାରଦର ଉଦାହରଣ) ମନୁଷ୍ୟ ଅନେକ ତୀର୍ଥ ଆଦି
କରିଥା’ନ୍ତି କିନ୍ତୁ ତା’ଦ୍ୱାରା କିଛି ହେଲେ ମିଳେ ନାହିଁ । ଏହା ଉପରେ ଏକ ମଧ୍ୟ ଗୀତ ରହିଛି -
ଚାରୋ ତରଫ ଲଗାୟେ ଫେରେ ଫିର ଭି ହରଦମ ଦୂର ରହେ ଅର୍ଥାତ୍ ଚାରିଆଡେ ଚକ୍ର ଲଗାଇଲି ପୁଣି ମଧ୍ୟ
ଦୂରରେ ରହିଲି । ବାବା ତୁମକୁ ବହୁତ ଭଲ ଯାତ୍ରା ଶିଖାଉଛନ୍ତି, ଏଥିରେ କୌଣସି କଷ୍ଟ ନାହିଁ । ବାବା
କହୁଛନ୍ତି, କେବଳ ମୋତେ ସ୍ମରଣ କର ତେବେ ତୁମର ବିକର୍ମ ବିନାଶ ହେବ । ବହୁତ ଭଲ ଯୁକ୍ତି
ଶିଖାଉଛନ୍ତି । ପିଲାମାନେ ମଧ୍ୟ ଶୁଣୁଛନ୍ତି । ଏହା ମୋର ଲୋନ୍ ନେଇଥିବା ଶରୀର । ବ୍ରହ୍ମାବାବା
ବହୁତ ଖୁସି ହେଉଛନ୍ତି, ମୁଁ ବାବାଙ୍କୁ ଏହି ଶରୀର ଲୋନ୍ରେ ଦେଇଛି । ବାବା ଶରୀରର ମାଧ୍ୟମ ନେଇ
ଆମକୁ ବିଶ୍ୱର ମାଲିକ କରୁଛନ୍ତି । ତେଣୁ ତାଙ୍କର ନାମ ହେଉଛି ଭାଗୀରଥ । ବର୍ତ୍ତମାନ ପିଲାମାନେ
ରାମପୁରୀକୁ ଯିବାର ପୁରୁଷାର୍ଥ କରୁଛନ୍ତି । ତେଣୁ ଖୁବ ପୁରୁଷାର୍ଥ କରିବା ଉଚିତ୍ । କଣ୍ଟା ହେବା
ଉଚିତ୍ ନୁହେଁ ଅର୍ଥାତ୍ କାହାକୁ ଦୁଃଖ ଦେବା ଉଚିତ୍ ନୁହେଁ ।
ତୁମେ ବ୍ରାହ୍ମଣ-ବ୍ରାହ୍ମଣୀ ଅଟ । ସବୁର ଆଧାର ହେଲା ମୁରଲୀ । ମୁରଲୀ ଯଦି ତୁମକୁ ନ ମିଳିବ ତେବେ
ଶ୍ରୀମତ କେଉଁଠୁ ଆଣିବ । ଏପରି ନୁହେଁ କେବଳ ଜଣେ ବ୍ରାହ୍ମଣୀ ହିଁ ମୁରଲୀ ଶୁଣାଇବେ । କେହି ବି
ମୁରଲୀ ପଢି ଶୁଣାଇପାରିବେ । ଅନ୍ୟମାନଙ୍କୁ ମଧ୍ୟ କହିବା ଉଚିତ୍ - ଆଜି ତୁମେ ଶୁଣାଅ ।
ବର୍ତ୍ତମାନ ତ ପ୍ରଦର୍ଶନୀ ବୁଝାଇବା ପାଇଁ ବହୁତ ଭଲ ଚିତ୍ର ତିଆରି ହୋଇଛି । ମୁଖ୍ୟ ମୁଖ୍ୟ ଚିତ୍ର
ନିଜ ଦୋକାନରେ ରଖ ଅର୍ଥାତ୍ ନିଜ ସେଣ୍ଟରରେ ରଖ । ଯାହା ଦ୍ୱାରା ଅନେକଙ୍କର କଲ୍ୟାଣ ହେବ । କୁହ,
ଆସ ଆମେ ତୁମକୁ ଏହି ଚିତ୍ର ସମ୍ବନ୍ଧରେ ବୁଝାଇବୁ । ଏହି ସୃଷ୍ଟିଚକ୍ର କିପରି ଘୂରୁଛି । କାହାର
କଲ୍ୟାଣ କରିବାରେ ଯଦି କିଛି ସମୟ ଚାଲିଗଲା ତେବେ କୌଣସି ଚିନ୍ତା ନାହିଁ । ସେ ସୌଦା କରିବା ସହିତ
ତାଙ୍କୁ ଏହି ସୌଦା ମଧ୍ୟ କରାଇପାରିବ । ଏହା ବାବାଙ୍କର ଅବିନାଶୀ ଜ୍ଞାନ ରତ୍ନର ଦୋକାନ ଅଟେ ।
ଏଥିରେ ନମ୍ବରୱାନ ଚିତ୍ର ହେଲା ସିଢି ଚିତ୍ର ଏବଂ ଗୀତାର ଭଗବାନ ଶିବ । ଭାରତକୁ ଶିବ ଭଗବାନ
ଆସିଥିଲେ ତେଣୁ ତାଙ୍କର ଜୟନ୍ତୀ ପାଳନ କରୁଛନ୍ତି । ଏବେ ପୁଣି ସେହି ବାବା ଆସିଛନ୍ତି ଏବଂ ଯଜ୍ଞ
ମଧ୍ୟ ରଚନା କରିଛନ୍ତି । ପିଲାମାନଙ୍କୁ ରାଜଯୋଗର ଜ୍ଞାନ ଶୁଣାଉଛନ୍ତି । ବାବା ଆସି ଆମମାନଙ୍କୁ
ରାଜାମାନଙ୍କର ରାଜା କରୁଛନ୍ତି । ବାବା କହୁଛନ୍ତି ମୁଁ ତୁମକୁ ସୂର୍ଯ୍ୟବଂଶୀ ରାଜା-ରାଣୀ କରୁଛି,
ଯାହାଙ୍କୁ ବିକାରୀ ରାଜାମାନେ ମଧ୍ୟ ନମନ୍ କରୁଛନ୍ତି । ତେବେ ସ୍ୱର୍ଗର ମହାରାଜା-ମହାରାଣୀ ହେବାର
ପୁରା ପୁରୁଷାର୍ଥ କରିବା ଦରକାର । ବାବା କୌଣସି ଘର ତିଆରି କରିବା ପାଇଁ ମନା କରୁ ନାହାଁନ୍ତି ।
ଭଲେ କର, ପଇସା ମାଟିରେ ମିଶିଯିବ । ତେଣୁ ସେହି ପଇସାରେ କାହିଁକି ଘର ତିଆରି ନ କରିବ, ଆରାମରେ
ରୁହ । ପଇସା କାମରେ ଲାଗିଯିବା ଦରକାର । ଘର ମଧ୍ୟ ତିଆରି କର, ଖାଇବା ପାଇଁ ମଧ୍ୟ ରଖ ।
ଦାନ-ପୁଣ୍ୟ ମଧ୍ୟ କର । ଯେପରି କାଶ୍ମୀରର ରାଜାଙ୍କର ନିଜର ସମ୍ପତ୍ତିକୁ ଆର୍ଯ୍ୟ ସମାଜକୁ ଦାନରେ
ଦେଇଦେଲେ । ନିଜର ଧର୍ମ, ଜାତି ପାଇଁ ମଧ୍ୟ କିଛି କରିଥା’ନ୍ତି ନା । ଏଠାରେ ସେପରି କୌଣସି କଥା
ନାହିଁ । ସମସ୍ତେ ତ ବାବାଙ୍କର ସନ୍ତାନ । ଏଠାରେ ଜାତି ଆଦିର କୌଣସି କଥା ନାହିଁ । ସେ ସବୁ ହେଲା
ଦେହର ଜାତି । ମୁଁ ତ ତୁମ ଆତ୍ମାମାନଙ୍କୁ ପବିତ୍ର କରି ବିଶ୍ୱର ରାଜତ୍ୱ ଦେଉଛି । ଡ୍ରାମା
ଅନୁସାରେ ଭାରତବାସୀ ହିଁ ରାଜ୍ୟଭାଗ୍ୟ ନେବେ । ଏବେ ତୁମେ ପିଲାମାନେ ଜାଣୁଛ - ଆମ ଉପରେ
ବୃହସ୍ପତିର ଦଶା ପଡିଛି । ଶ୍ରୀମତ କହୁଛି ମୋତେ ମନେ ପକାଅ, ଆଉ କିଛି କଥା ନାହିଁ ।
ଭକ୍ତିମାର୍ଗରେ ବ୍ୟାପାରୀମାନେ ନିଜ ଆୟରୁ କିଛି ନା କିଛି ଧର୍ମ କାର୍ଯ୍ୟ ପାଇଁ ବାହାର କରନ୍ତି ।
ଯାହାର ଫଳ ତାଙ୍କୁ ପରବର୍ତ୍ତୀ ଜନ୍ମରେ ଅଳ୍ପକାଳ ପାଇଁ ମିଳିଯାଏ । ବତ୍ତର୍ମାନ ତ ମୁଁ ଡାଇରେକ୍ଟ
ଆସିଛି, ତେଣୁ ତୁମେମାନେ ନିଜ ଧନକୁ ଏହି କାର୍ଯ୍ୟରେ ଲଗାଅ । ମୋର କିଛି ଆବଶ୍ୟକ ନାହିଁ ।
ଶିବାବାବାବ କ’ଣ ନିଜ ପାଇଁ ଘର ତିଆରି କରିବେ । ଏହା ସବୁ ତୁମ ବ୍ରାହ୍ମଣମାନଙ୍କ ପାଇଁ । ଗରୀବ
ସାହୁକାର ଏକାଠି ରହିଥା’ନ୍ତି । କେହି-କେହି ବିଗିଡିଯାଆନ୍ତି - ଭଗବାନଙ୍କଠାରେ ମଧ୍ୟ ସମଦୃଷ୍ଟି
ନାହିଁ । କାହାକୁ ମହଲରେ, କାହାକୁ କୁଡିଆ ଘରେ ରଖୁଛନ୍ତି । ଶିବବାବାଙ୍କୁ ଭୁଲିଯାଉଛନ୍ତି । ଯଦି
ଶିବବାବାଙ୍କ ସ୍ମୃତିରେ ରହିବେ କେବେ ଏପରି କଥା କହିବେ ନାହିଁ । ସମସ୍ତଙ୍କୁ ତ ପଚାରିବାକୁ ପଡିବ
ନା । ଦେଖାଯାଏ ଏମାନେ ନିଜ ଘରେ ଏପରି ଆରାମରେ ରହୁଛନ୍ତି ତେଣୁ ସେମାନଙ୍କୁ ସେପରି ପ୍ରବନ୍ଧ
ଦେବାକୁ ପଡିଥାଏ । କୁହାଯାଏ ସମସ୍ତଙ୍କୁ ଖାତିରି କର । କୌଣସି ଜିନିଷ ନଥିଲେ ମଧ୍ୟ ମିଳିଯିବ ।
ବାବାଙ୍କର ତ ପିଲାମାନଙ୍କ ପ୍ରତି ବହୁତ ସ୍ନେହ ରହିଛି । ଏତେ ଅଗାଢ ସ୍ନେହ, ଆଉ କାହାର ନଥିବ ।
ବାବା ପିଲାମାନଙ୍କୁ କେତେ ବୁଝାଇଛନ୍ତି, କହୁଛନ୍ତି ବହୁତ ପୁରୁଷାର୍ଥ କର । ଅନ୍ୟମାନଙ୍କ ପାଇଁ
ମଧ୍ୟ ଉପାୟ ବାହାର କର । ଏଥିରେ ଦରକାର ୩ ପାଦ ଭୂମି, ଯେଉଁଠାରେ ପିଲାମାନେ ବୁଝାଇବେ । ଯଦି
କୌଣସି ଧନୀ ଲୋକର ବଡ ହଲଟିଏ ମିଳିଯିବ ତେବେ ଆମକୁ କେବଳ ଚିତ୍ର ହିଁ ଲଗାଇବାକୁ ହେବ ।
ଘଣ୍ଟାଏ-ଦୁଇ ଘଣ୍ଟା ସକାଳେ ଏବଂ ସନ୍ଧ୍ୟାରେ କ୍ଳାସ କରି ଚାଲିଯିବୁ, ଖର୍ଚ୍ଚ ସବୁ ଆମର ହେବ
କିନ୍ତୁ ନାମ ତୁମର ହେବ । ଏଠାକୁ ବହୁତ ଆସିବେ, କଉଡିରୁ ହୀରା ହେବେ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜ ଭିତରେ
ଯେଉଁ ସବୁ କଣ୍ଟା ରହିଛି ସେଗୁଡିକୁ ଚେକ୍ କରି ବାହାର କରି ଦେବାକୁ ପଡିବ । ରାମପୁରୀକୁ ଯିବା
ପାଇଁ ପୁରୁଷାର୍ଥ କରିବାକୁ ପଡିବ ।
(୨) ଅବିନାଶୀ ଜ୍ଞାନ ରତ୍ନର ସୌଦା କରି କାହାର ନା କାହାର ମଧ୍ୟ କଲ୍ୟାଣ କରିବା ପାଇଁ ସମୟ ଦେବାକୁ
ପଡିବ । ନିଜେ ପବିତ୍ର ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ କରିବାକୁ ପଡିବ ।
ବରଦାନ:-
ଫୁଲ୍ଷ୍ଟପ୍
ଅର୍ଥାତ୍ ବିନ୍ଦୁ ଲଗାଇବା ଆଧାରରେ ଶ୍ରେଷ୍ଠ ସ୍ଥିତି ରୂପୀ ମେଡାଲ ଅର୍ଥାତ୍ ପଦକ ପ୍ରାପ୍ତ
କରୁଥିବା ମହାବୀର ହୁଅ ।
ଏହି ଅନାଦି ଡ୍ରାମାରେ
ଆତ୍ମିକ ସେନା ବାହିନୀର ସୈନିକମାନଙ୍କୁ କେହି କୌଣସି ମେଡାଲ ଦିଅନ୍ତି ନାହିଁ କିନ୍ତୁ ଡ୍ରାମା
ଅନୁସାରେ ସେମାନଙ୍କୁ ଶ୍ରେଷ୍ଠ ସ୍ଥିତି ରୂପକ ମେଡାଲ ପ୍ରାପ୍ତ ହୋଇଥାଏ । ଏହି ମେଡାଲ
ସେହିମାନଙ୍କୁ ହିଁ ପ୍ରାପ୍ତ ହୋଇଥାଏ ଯେଉଁମାନେ ପ୍ରତ୍ୟେକ ଆତ୍ମାଙ୍କର ପାର୍ଟକୁ ସାକ୍ଷୀ ହୋଇ
ଦେଖିବା ସହିତ ଫୁଲ୍ଷ୍ଟପର ମାତ୍ରା ସହଜରେ ଲଗାଇ ଦିଅନ୍ତି । ଏହିଭଳି ଆତ୍ମାମାନଙ୍କ ସ୍ଥିତିର
ମୂଳଦୁଆ ଅନୁଭବ ଆଧାରରେ ହୋଇଥିବା କାରଣରୁ କୌଣସି ପ୍ରକାରର ସମସ୍ୟା ରୂପୀ ପ୍ରତିବନ୍ଧକ ସେମାନଙ୍କୁ
ଅଟକାଇ ପାରିନଥାଏ ।
ସ୍ଲୋଗାନ:-
ପ୍ରତ୍ୟେକ
ପରିସ୍ଥିତି ରୂପୀ ପାହାଡକୁ ଅତିକ୍ରମ କରି ନିଜର ଲକ୍ଷ୍ୟ ସ୍ଥଳକୁ ପ୍ରାପ୍ତ କରୁଥିବା ଉଡନ୍ତାପକ୍ଷୀ
ହୁଅ ।