08.03.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବିଚାର ସାଗର ମନ୍ଥନ କରି ଗୋଟିଏ ଏଭଳି ବିଷୟ ପ୍ରସ୍ତୁତ କର ଯାହାକି ସବୁ ଜାଗାରେ ଗୋଟିଏ ବିଷୟ ଉପରେ ହିଁ ଭାଷଣ ହେଉଥିବ, ଏହା ହିଁ ହେଉଛି ତୁମର ଏକତା ।

ପ୍ରଶ୍ନ:-
କେଉଁ ମେହନତ କରି କରି ତୁମେ ପିଲାମାନେ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇପାରିବ ?

ଉତ୍ତର:-
କର୍ମବନ୍ଧନରୁ ଅତୀତ ଅର୍ଥାତ୍ ମୁକ୍ତ ହୋଇଯାଅ । ଯେତେବେଳେ କାହା ସହିତ କଥା ହେଉଛ ସେତେବେଳେ ତାଙ୍କୁ ଆତ୍ମା ଭାଇ ମନେ କରି ଭାଇକୁ ଦେଖ । ବାବାଙ୍କଠାରୁ ଶୁଣିବା ସମୟରେ ମଧ୍ୟ ବାବାଙ୍କୁ ଭ୍ରୃକୁଟୀ ମଧ୍ୟରେ ଦେଖ । ତେବେ ଭାଇ-ଭାଇର ଦୃଷ୍ଟି ଦ୍ୱାରା ଆତ୍ମିକ ସ୍ନେହ ଏବଂ ସମ୍ବନ୍ଧ ସ୍ଥାୟୀ ହୋଇଯିବ । ଏହା ହିଁ ହେଉଛି ମେହନତର କାର୍ଯ୍ୟ, ଏହା ଦ୍ୱାରା ହିଁ ତୁମେ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇପାରିବ । ତେବେ ଉଚ୍ଚ ପଦ ପ୍ରାପ୍ତ କରୁଥିବା ପିଲାମାନେ ଏହି ପୁରୁଷାର୍ଥ ନିଶ୍ଚିତ କରିବେ ।

ଓମ୍ ଶାନ୍ତି ।
ମିଠା-ମିଠା ପିଲାମାନଙ୍କୁ ବୁଝାଇ ଦିଆଯାଇଛି ଯେ ଏହା ହେଉଛି ମୃତ୍ୟୁଲୋକ ଏବଂ ଏହାର ବିପରୀତରେ ଅମରଲୋକ ମଧ୍ୟ ଅଛି । ଭକ୍ତିମାର୍ଗରେ ଶଙ୍କର ପାବର୍ତୀଙ୍କୁ ଅମରକଥା ଶୁଣାଇଥିବାର ଦେଖାଇଛନ୍ତି । ଏବେ ତୁମେ ପିଲାମାନେ ସେହି ଅମରଲୋକକୁ ଯାଉଛ । ଶଙ୍କର ତ କୌଣସି କଥା ଶୁଣାଉ ନାହାଁନ୍ତି । କଥା ତ ଏକମାତ୍ର ଜ୍ଞାନ ସାଗର ବାବା ହିଁ ଶୁଣାଉଛନ୍ତି । ଶଙ୍କର କୌଣସି ଜ୍ଞାନର ସାଗର ନୁହଁନ୍ତି, ଯିଏ କଥା ଶୁଣାଇବେ । ଏହିଭଳି-ଏହିଭଳି କଥା ଉପରେ ତୁମେ ପିଲାମାନେ ଅନ୍ୟମାନଙ୍କୁ ବୁଝାଅ । କାଳ ଉପରେ କିପରି ବିଜୟ ପ୍ରାପ୍ତ ହେଉଛି, ଏହି ଜ୍ଞାନ ହିଁ ତୁମମାନଙ୍କୁ ଅମର କରାଉଛି, ଏହା ଦ୍ୱାରା ଆୟୁଷ ମଧ୍ୟ ବଢୁଛି, ସେଠାରେ (ସତ୍ୟଯୁଗ)ରେ କାଳ ନଥାଏ । ଏଠାରେ ତୁମେ ୫ ବିକାର ଉପରେ ଅର୍ଥାତ୍ ରାବଣ ଉପରେ ବିଜୟ ପ୍ରାପ୍ତ କରୁଛ ତେଣୁ ରାମରାଜ୍ୟ ଅର୍ଥାତ୍ ଅମରଲୋକର ମାଲିକ ହେଉଛ । ମୃତ୍ୟୁଲୋକରେ ହେଉଛି ରାବଣ ରାଜ୍ୟ ଏବଂ ଅମରଲୋକରେ ହେଉଛି ରାମରାଜ୍ୟ । ଦେବତାମାନଙ୍କୁ କେବେ କାଳ ଖାଏ ନାହିଁ । ସେଠାରେ କାଳର ଯମଯନ୍ତ୍ରଣା ନଥାଏ । ତେବେ ମନୁଷ୍ୟ କାଳ ଉପରେ କିପରି ବିଜୟ ପ୍ରାପ୍ତ କରିପାରିବଏହି ବିଷୟ ବହୁତ ଭଲ । ଏସବୁ ହେଉଛି ଜ୍ଞାନର କଥା । ଭାରତ ପୂର୍ବରୁ ଅମରଲୋକ ଥିଲା, କେତେ ବଡ ଆୟୁଷ ଥିଲା । ସର୍ପର ଉଦାହରଣ ମଧ୍ୟ ସତ୍ୟଯୁଗ ପାଇଁ ଦିଆଯାଏ ଯେ ଗୋଟିଏ କାତି ଛାଡି ଅନ୍ୟ ଏକ ନେଉଛି ଅର୍ଥାତ୍ ଗୋଟିଏ ଶରୀର ଛାଡି ଅନ୍ୟ ଏକ ଧାରଣ କରୁଛି, ଏହାକୁ ହିଁ ବେହଦର ବୈରାଗ୍ୟ କୁହାଯାଏ । ତୁମେ ଜାଣିଛ ଏବେ ସାରା ଦୁନିଆ ବିନାଶ ହେବାକୁ ଯାଉଛି । ଏହି ପୁରୁଣା ଶରୀର ମଧ୍ୟ ତ୍ୟାଗ କରିବାକୁ ହେବ କାରଣ ଏହା ହେଉଛି ୮୪ ଜନ୍ମର ପୁରୁଣା ଶରୀର । ଅମରଲୋକରେ ଏପରି ହୋଇନଥାଏ । ସେଠାରେ ସେମାନେ ଜାଣିପାରନ୍ତି ଯେ ଏବେ ଶରୀରର ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇଗଲାଣି, ଏହାକୁ ଛାଡି ନୂଆ ଶରୀର ନେବି । ପୁଣି ସାକ୍ଷାତ୍କାର ମଧ୍ୟ ହୋଇଥାଏ, ତେବେ ଜାଣିବାକୁ ହିଁ ସାକ୍ଷାତ୍କାର କୁହାଯାଏ । ଏବେ ଆମର ନୂଆ ଶରୀର ତିଆରି ହେଉଛି । ପୁରୁଣାକୁ ଏବେ ପରିତ୍ୟାଗ କରିବାକୁ ହେବ । ସେଠାରେ (ସତ୍ୟଯୁଗରେ) ମଧ୍ୟ ଏହିଭଳି ହୋଇଥାଏ । ତାକୁ କୁହାଯାଏ ଅମରଲୋକ, ଯେଉଁଠାରେ କାଳ ଆସିନଥାଏ । ସେଠାରେ ସମସ୍ତେ ସମୟ ଅନୁସାରେ ଶରୀର ଛାଡିଥାନ୍ତି । କଇଁଛର ଉଦାହରଣ ମଧ୍ୟ ଏଠାରେ ଦିଆଯାଇଛି କାରଣ ସିଏ ତାର କାର୍ଯ୍ୟ କରିସାରିଲା ପରେ ଅନ୍ତର୍ମୁଖୀ ହୋଇଯାଏ । ତେବେ ଏହି ସମୟର ଉଦାହରଣକୁ ଭକ୍ତିମାର୍ଗରେ କପି କରିଛନ୍ତି, କିନ୍ତୁ କେବଳ କଥାକୁ ମାତ୍ର କପି କରୁଛନ୍ତି, କିଛି ବି ବୁଝିପାରୁ ନାହାଁନ୍ତି । ଏବେ ତୁମେମାନେ ତ ବୁଝିଯାଇଛ ଯେ ଏତେ ସବୁ ଉତ୍ସବ-ରାକ୍ଷୀ ଉତ୍ସବ, ଦଶହରା, ଦୀପାବଳୀ, ହୋଲୀ ଆଦି ସବୁ ଏହି ସମୟର ଅଟେ, ଯାହାକି ଭକ୍ତିମାର୍ଗରେ ଚାଲିଆସୁଛି । କିନ୍ତୁ ଏସବୁ ସତ୍ୟଯୁଗରେ ହୁଏ ନାହିଁ । ଏବେ ଏଭଳି-ଏଭଳି ବିଷୟ ଲେଖ । ମନୁଷ୍ୟ କାଳ ଉପରେ କିପରି ବିଜୟ ପ୍ରାପ୍ତ କରିପାରିବ ? ମୃତ୍ୟୁଲୋକରୁ ଅମରଲୋକକୁ କିପରି ଯାଇପାରିବ ? ତେବେ ଏଭଳି କଥା ଉପରେ ବୁଝାଇବା ପାଇଁ ପ୍ରଥମେ ଲେଖିବାକୁ ପଡିଥାଏ । ଯେମିତି ନାଟକରେ ପ୍ରଥମେ କାହାଣୀ ଲେଖନ୍ତି ଯେ ଆଜି ଅମୁକ ନାଟକ ପରିବେଶଣ ହେବ । ସେହିଭଳି ତୁମମାନଙ୍କ ପାଖରେ ମଧ୍ୟ ପଏଣ୍ଟର ତାଲିକା ରହୁ ଯେ ଆଜି ଏହି ବିଷୟ ଉପରେ ବୁଝାଯିବ । ରାବଣ ରାଜ୍ୟରୁ ଦୈବୀ ରାଜ୍ୟକୁ କିପରି ଯାଇପାରିବ ? ଏହି ଗୋଟିଏ ବିଷୟ ଉପରେ ହିଁ ବୁଝାଇବାର ଅଛି କିନ୍ତୁ ଭିନ୍ନ ଭିନ୍ନ ବିଷୟରେ ଶୁଣିବା ଦ୍ୱାରା ଲୋକମାନଙ୍କୁ ଖୁସି ହେବ ଯେ କିପରି ବେହଦର ବାବାଙ୍କଠାରୁ ବେହଦର ସମ୍ପତ୍ତି ମିଳୁଛି । ଯେପରି ସନ୍ନ୍ୟାସୀମାନଙ୍କର ଖବରକାଗଜରେ ଆସିଥାଏ ଆଜି ୧୨୫ତମ ଯଜ୍ଞ ରଚନା କରୁଛନ୍ତି, ସେଥିରେ ସିଏ ଏହି ବିଷୟରେ ପ୍ରବଚନ ଦେବେ । ଏଠାରେ ତ ବାବା କହୁଛନ୍ତି ମୁଁ ସାରା କଳ୍ପରେ ଥରେ ମାତ୍ର ଯଜ୍ଞ ରଚନା କରୁଛି, ଯେଉଁଥିରେ ସାରା ପୁରୁଣା ଦୁନିଆ ସ୍ୱାହା ହୋଇ ଯାଉଛି । ସନ୍ନ୍ୟାସୀମାନେ ତ ବହୁତ ଯଜ୍ଞ ରଚନା କରୁଛନ୍ତି । ଶୋଭାଯାତ୍ରା ଇତ୍ୟାଦି କରୁଛନ୍ତି । ଏଠାରେ ତ ତୁମେମାନେ ଜାଣିଛଏହା ରୁଦ୍ର ଶିବବାବାଙ୍କର ଏକମାତ୍ର ଯଜ୍ଞ, ଯେଉଁଥିରେ ସାରା ପୁରୁଣା ଦୁନିଆ ସ୍ୱାହା ହୋଇଯାଉଛି, ନୂଆ ଦୁନିଆର ସ୍ଥାପନା ହୋଇଯାଉଛି ଏବଂ ଆମେମାନେ ଯାଇ ଦେବତା ହେଉଛୁ । ଏହା ମଧ୍ୟ ବାବା ତୁମମାନଙ୍କୁ ବୁଝାଉଛନ୍ତି । ରଚୟିତା ବାବା ହିଁ ଆସି ନିଜର ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ସମସ୍ତ ଜ୍ଞାନ ଦେଉଛନ୍ତି ଏବଂ ରାଜଯୋଗ ମଧ୍ୟ ଶିଖାଉଛନ୍ତି । ସତ୍ୟଯୁଗରେ ପବିତ୍ର ଦେବତାମାନେ ହିଁ ରୁହନ୍ତି । ସେମାନେ ସେଠାରେ ରାଜତ୍ୱ ମଧ୍ୟ କରନ୍ତି । ତାହାକୁ ଆଦି ସନାତନ ଦେବୀ ଦେବତା ଧର୍ମ କୁହାଯାଏ । ଏହି ବିଷୟ ମଧ୍ୟ ରଖିପାରିବ ଯେ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କିପରି ହେଉଛି, ବିଶ୍ୱରେ ଶାନ୍ତି କିପରି ସ୍ଥାପନ ହେଉଛି-- ତାହା ଆସି ବୁଝ । ତେବେ ପରମପିତା ପରମାତ୍ମାଙ୍କ ବ୍ୟତୀତ ବିଶ୍ୱରେ ଶାନ୍ତି ସ୍ଥାପନ କରିବାର ଉପାୟ ଆଉ କେହି ଦେଇ ପାରିବେ ନାହିଁ । ଦୁନିଆରେ ଉପାୟ ବତାଉଥିବା ବ୍ୟକ୍ତିଙ୍କୁ ପୁରସ୍କାର ମିଳିଥାଏ । ତେବେ ବିଶ୍ୱରେ ଶାନ୍ତି ସ୍ଥାପନ କରିବାର ପୁରସ୍କାର କିପରି ଏବଂ କିଏ ଦେଉଛନ୍ତିଏହା ମଧ୍ୟ ଗୋଟିଏ ବିଷୟ ବସ୍ତୁ ଅଟେ । ଏହିଭଳି ବିଚାର ସାଗର ମନ୍ଥନ କରି ବିଷୟ ବସ୍ତୁ ବାହାର କରିବା ଦରକାର । ଏଭଳି ପ୍ରବନ୍ଧ ହେଉ ଯାହାକି ସବୁ ଜାଗାରେ ଗୋଟିଏ ବିଷୟବସ୍ତୁ ରହିଥିବ, ସମସ୍ତଙ୍କ ଭିତରେ ଯୋଗାଯୋଗ ରହୁଥିବ । ପୂର୍ବରୁ ଏଭଳି ତାଲିକା ପ୍ରସ୍ତୁତ କରି ନିର୍ଦ୍ଦେଶ ଦେବା ଦରକାର । ପୁଣି ଏହି ସମାଚାର ଦିଲ୍ଲୀ ପର୍ଯ୍ୟନ୍ତ ଆସିବା ଦରକାର । ଯାହା ଦ୍ୱାରା ସମସ୍ତଙ୍କୁ ଜଣାପଡିଯିବ ଯେ ସବୁ ଜାଗାରେ ଏଭଳି ଭାଷଣ ହୋଇଛି, ଏହାକୁ ହିଁ ଏକତା କୁହାଯାଏ । ବର୍ତ୍ତମାନ ସାରା ଦୁନିଆରେ କୌଣସି ଏକତା ନାହିଁ । ରାମରାଜ୍ୟର ଗାୟନ ଅଛିବାଘ ଗାଈ ଏକାଠି ପାଣି ପିଉଥିଲେ । ଯଦି ତ୍ରେତାଯୁଗର ଏହିଭଳି ଗାୟନ ରହିଛି, ତେବେ ସତ୍ୟଯୁଗରେ କଣ ହୋଇନଥିବ! ବାକି ଶାସ୍ତ୍ରରେ ତ ଅନେକ କଥା ଲେଖି ଦେଇଛନ୍ତି । କିନ୍ତୁ ତୁମେମାନେ ବାବାଙ୍କ ନିକଟରୁ ଗୋଟିଏ କଥା ଶୁଣୁଛ । ଦୁନିଆରେ ତ ଅନେକ କାହାଣୀ ତିଆରି କରୁଛନ୍ତି । ଦ୍ୱାପରଯୁଗରୁ କଳିଯୁଗ ପର୍ଯ୍ୟନ୍ତ କେତେ ସବୁ ଶାସ୍ତ୍ର ବାହାରିଛି, କିନ୍ତୁ ସତ୍ୟଯୁଗରେ ତ ଏପରି କିଛି ହୁଏ ନାହିଁ । ଭକ୍ତିମାର୍ଗର ସବୁ ଇଚ୍ଛା ପୂରଣ ହୋଇଯାଉଛି । ଏଠାରେ ତୁମେ ଯାହା କିଛି ଦେଖୁଛ, ସବୁ ଖରାପ ଅଟେ । ତେଣୁ ସେଗୁଡିକୁ ଦେଖି ମଧ୍ୟ ଦେଖ ନାହିଁ, ଶୁଣୁଥିଲେ ମଧ୍ୟ ଶୁଣ ନାହିଁ । ଏବେ ବାବା ଯାହା କିଛି ବୁଝାଉଛନ୍ତି ତାକୁ ବୁଦ୍ଧିରେ ଧାରଣ କର ।

ଆମେ ସଂଗମଯୁଗୀ ବ୍ରାହ୍ମଣ କେତେ ଶ୍ରେଷ୍ଠ । ଦେବତାମାନଙ୍କଠାରୁ ମଧ୍ୟ ଶ୍ରେଷ୍ଠ । ବର୍ତ୍ତମାନ ସମୟରେ ଆମେ ଈଶ୍ୱରୀୟ ସନ୍ତାନ ହୋଇଛୁ । ପୁଣି ଧୀରେ ଧୀରେ ବୃଦ୍ଧି ପ୍ରାପ୍ତ ହେଉଛି । ଏହି ସହଜ କଥା ମଧ୍ୟ କାହାରି ବୁଦ୍ଧିରେ ଆସୁ ନାହିଁ । ଆମେ ଈଶ୍ୱରୀୟ ସନ୍ତାନ ଅଟୁ ତେବେ ନିଶ୍ଚିତ ସ୍ୱର୍ଗର ମାଲିକ ହେବା ଦରକାର କାହିଁକି ନା ସେହି ଈଶ୍ୱର ପିତା ସ୍ୱର୍ଗର ହିଁ ସ୍ଥାପନା କରୁଛନ୍ତି । ମନୁଷ୍ୟମାନେ କୋଟି-କୋଟି ବର୍ଷ କହିବା କାରଣରୁ କୌଣସି କଥା ମନେ ପଡୁ ନାହିଁ । ତେଣୁ ବାବା ଆସି ମନେ ପକାଇ ଦେଉଛନ୍ତି, କହୁଛନ୍ତି ଏହା ତ ୫ ହଜାର ବର୍ଷର କଥା । ତୁମେ ପୂର୍ବରୁ ଦେବୀ-ଦେବତା ଥିଲ । ଏବେ ପୁଣି ତୁମକୁ ସେହିଭଳି କରୁଛି । ତେବେ ବାବାଙ୍କ ସମ୍ମୁଖରେ ମିଶିବା ଦ୍ୱାରା କେତେ ଖୁସି ଏବଂ ସତେଜତାର ଅନୁଭବ ହେଉଛି । ଯେଉଁ ପିଲାମାନେ ଚତୁର ଏବଂ ବୁଦ୍ଧିବାନ ଅଟନ୍ତି ସେମାନଙ୍କ ବୁଦ୍ଧିରେ ଆସୁଛି ଯେ ଆମକୁ ବାବାଙ୍କ ନିକଟରୁ ସମ୍ପତ୍ତି ନିଶ୍ଚିତ ନେବାକୁ ହେବ । ବାବା ନୂଆ ଦୁନିଆ ରଚନା କରୁଛନ୍ତି ତେବେ ନିଶ୍ଚିତ ଆମେ ନୂଆ ଦୁନିଆରେ ରହିବା ଦରକାର । ସମସ୍ତେ ତ ଏକ ପିତାଙ୍କର ସନ୍ତାନ ଅଟନ୍ତି । କିନ୍ତୁ ସମସ୍ତଙ୍କର ଧର୍ମ, ସମସ୍ତଙ୍କର ରହିବାର ସ୍ଥାନ, ଆସିବା-ଯିବା ସବୁ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ସମସ୍ତେ କିପରି ବ୍ରହ୍ମଲୋକରେ ନିବାସ କରନ୍ତି, ଏହା ମଧ୍ୟ ତୁମ ବୁଦ୍ଧିରେ ଅଛି । ବ୍ରହ୍ମଲୋକରେ ଆତ୍ମାମାନଙ୍କରେ ବିଭାଗ ରହିଛି । ସୂକ୍ଷ୍ମଲୋକରେ କିଛି ବିଭାଗ ନଥାଏ । ସେଠାରେ ଯାହା କିଛି ଦେଖାଉଛନ୍ତି ତାହା ସବୁ ହେଉଛି ସାକ୍ଷାତ୍କାରର କଥା । ଏସବୁ ତ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ପୁଣି ସୂକ୍ଷ୍ମଲୋକକୁ ମଧ୍ୟ ଯାଉଛନ୍ତି । ସେଠାରେ ଈଶାରାରେ କଥାବାର୍ତ୍ତା ହୁଅନ୍ତି । ମଝିରେ ମୁଭି (ଈଶାରା)ର ଚଳଚିତ୍ର ଚାଲିଥିଲା ପୁଣି ପଛରେ ଶବ୍ଦ ସମ୍ବଳିତ ଚଳଚିତ୍ର ଆସିଲା । ନିରବତାର ଡ୍ରାମା ତ ତିଆରି ହୋଇପାରିବ ନାହିଁ । ପିଲାମାନେ ଜାଣିଛନ୍ତି ଆମେ କିପରି ନୀରବରେ ରହୁଛୁ । ଯେପରି ବ୍ରହ୍ମଲୋକରେ ଆତ୍ମାମାନଙ୍କର ବିଭାଗ ରହିଛି, ସେହିପରି ଏଠାରେ ମନୁଷ୍ୟ ମାନଙ୍କର ରହିଛି । ତୁମେ ଏଭଳି-ଏଭଳି କଥାକୁ ବୁଦ୍ଧିରେ ଧାରଣ କରି ଭାଷଣ ମଧ୍ୟ କରିପାରିବ । ପୁଣି ବି ପାଠପଢାରେ ତ ସମୟ ଲାଗୁଛି ନା । ଯଦିଓ ଏହି କଥାକୁ ମନୁଷ୍ୟମାନେ ବୁଝିଯିବେ କିନ୍ତୁ ସେମାନେ ଯୋଗର ଯାତ୍ରା କରୁ ନାହାଁନ୍ତି ଯାହା ଫଳରେ ସେମାନଙ୍କର ନା ଧାରଣା ହେଉଛି ନା ଖୁସି ରହୁଛି । ଏବେ ତୁମେ ଯଥାର୍ଥ ଭାବରେ ଯୋଗ ଶିଖୁଛ । ପିଲାମାନଙ୍କୁ ବୁଝାଯାଉଛିସମସ୍ତଙ୍କୁ ଭାଇ-ଭାଇର ଦୃଷ୍ଟିରେ ଦେଖ । ଆତ୍ମାର ସିଂହାସନ ହେଉଛି ଏହି ଭ୍ରୃକୁଟୀର ମଧ୍ୟସ୍ଥଳ, ସେଥିପାଇଁ ବାବାଙ୍କର ସିଂହାସନ ଭାଗୀରଥ ବହୁତ ପ୍ରସିଦ୍ଧ ଅଟେ । ଯେତେବେଳେ କାହାକୁ ବୁଝାଉଛ ତେବେ ଏଭଳି ମନେକର ଯେ ମୁଁ ଆତ୍ମା ଭାଇମାନଙ୍କୁ ବୁଝାଉଛି । ଏହି ଦୃଷ୍ଟି ସଦା ସର୍ବଦା ରହୁଏଥିରେ ହିଁ ବହୁତ ମେହନତ ରହିଛି ଏବଂ ମେହନତ କରିଲେ ହିଁ ଉଚ୍ଚ ପଦ ମିଳୁଛି । ବାବା ମଧ୍ୟ ଏହିଭଳି ଦେଖୁଛନ୍ତି, ତାଙ୍କର ଦୃଷ୍ଟି ମଧ୍ୟ ଭ୍ରୃକୁଟୀର ମଧ୍ୟସ୍ଥଳକୁ ହିଁ ଯାଇଥାଏ । ଆତ୍ମା ତ ଛୋଟ ବିନ୍ଦୁ ସ୍ୱରୂପ ଅଟେ । ସିଏ ହିଁ ସବୁ ଶୁଣୁଛି । ତୁମେ ବାବାଙ୍କୁ ମଧ୍ୟ ଭ୍ରୃକୁଟୀ ମଧ୍ୟରେ ଦେଖୁଛ । ବାବା ଏଠାରେ ଅଛନ୍ତି ଏବଂ ଭାଇ (ବ୍ରହ୍ମାଙ୍କର ଆତ୍ମା) ମଧ୍ୟ ଏଠାରେ ଅଛନ୍ତି । ଏହିଭଳି ଏହିଭଳି କଥା ବୁଦ୍ଧିରେ ରହିବା ଦ୍ୱାରା ତୁମେ ମଧ୍ୟ ଜ୍ଞାନ ସାଗରଙ୍କ ସନ୍ତାନ ମାଷ୍ଟର ଜ୍ଞାନର ସାଗର ହୋଇ ଯାଉଛ । ତୁମ ପାଇଁ ତ ଏହା ବହୁତ ସହଜ । କିନ୍ତୁ ଗୃହସ୍ଥରେ ରହୁଥିବା ଆତ୍ମାମାନଙ୍କ ପାଇଁ ଏହି ଅବସ୍ଥା ଟିକିଏ କଷ୍ଟକର । ସେମାନେ ତ ଶୁଣି ଘରକୁ ଚାଲିଯାଆନ୍ତି, ଘରର ବାତାବରଣ ଅଲଗା । କିନ୍ତୁ ଏଠାରେ ପାଳନ କରିବା ବହୁତ ସହଜ । ବାବା ଏହାର ଉପାୟ ବହୁତ ସହଜ ଭାବରେ ବୁଝାଉଛନ୍ତିନିଜକୁ ଆତ୍ମା ମନେକର ଏବଂ ବାବାଙ୍କୁ ମନେପକାଅ । ଇଏ ମଧ୍ୟ ଆତ୍ମା ଅଟନ୍ତି, ଏହି ଦୃଷ୍ଟି ରହିବା ଦ୍ୱାରା ତୁମେ କର୍ମ ବନ୍ଧନରୁ ମୁକ୍ତ ହୋଇଯିବ । ଶରୀର ମଧ୍ୟ ଭୁଲି ହୋଇଯିବ, କେବଳ ବାବା ହିଁ ମନେ ରହିବେ । ଯଦି ଏହି ମେହନତ କରିଚାଲିବ ତେବେ ଯାଇ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇପାରିବ । ତେବେ ଏହିଭଳି ଅବସ୍ଥାରେ କେହି ବିରଳ ହିଁ ରହିପାରିବେ ଏବଂ ବିଶ୍ୱର ମାଲିକ ମଧ୍ୟ ସିଏ ହିଁ ହୋଇପାରିବେ । ୮ ରତ୍ନର ମାଳା ରହିଛି ନା । ତେଣୁ ସେଥିପାଇଁ ପୁରୁଷାର୍ଥ କରିବାକୁ ହେବ । ଉଚ୍ଚପଦ ପ୍ରାପ୍ତ କରୁଥିବା ଆତ୍ମା କୌଣସି ପ୍ରକାରରେ ମଧ୍ୟ ପୁରୁଷାର୍ଥ ନିଶ୍ଚିତ କରିବେ । ଏଥିରେ ଅନ୍ୟ କିଛି କଥା ନାହିଁ । କେବଳ ଭାଇ-ଭାଇର ଦୃଷ୍ଟି, ସ୍ନେହର ସମ୍ବନ୍ଧ ରହୁଛି । ଦୃଷ୍ଟି ମଧ୍ୟ ଦୃଢ ହୋଇଯାଉଛି ତେଣୁ ବାବା କହୁଛନ୍ତି ମୁଁ ତୁମକୁ ବହୁତ ଗୁହ୍ୟ ଗୁହ୍ୟ କଥା ଶୁଣାଉଛି । ଏସବୁର ଅଭ୍ୟାସ କରିବା ସବୁଠାରୁ ଅଧିକ ମେହନତର କାମ । ଏଠାରେ ବସି ମଧ୍ୟ ନିଜକୁ ଆତ୍ମା ମନେକର । ଆତ୍ମା ହିଁ ଶୁଣୁଛି ନା । ତେଣୁ ଶୁଣୁଥିବା ଆତ୍ମାକୁ ହିଁ ତୁମେ ଦେଖୁଛ । ମନୁଷ୍ୟ ତ ଆତ୍ମା ନିର୍ଲେପ ବୋଲି କହିଦେଉଛନ୍ତି । ତେବେ କଣ ଶରୀର ଶୁଣୁଛି କି ? ଏହା ତ ଭୁଲ୍ କଥା । ବାବା ତୁମକୁ ଏବେ ଗୁହ୍ୟ ଗୁହ୍ୟ କଥା ଶୁଣାଉଛନ୍ତି । ମେହନତ ତ ପିଲାମାନଙ୍କୁ କରିବାକୁ ହେବ । ଯେଉଁମାନେ କଳ୍ପ ପୂର୍ବରୁ ହୋଇଥିଲେ ସେମାନେ ମେହନତ ନିଶ୍ଚିତ କରିବେ । ସେମାନେ ନିଜର ଅନୁଭବ ମଧ୍ୟ ଶୁଣାଇବେଏହିପରି ମୁଁ ଶୁଣୁଛି ଏବଂ ଅନ୍ୟମାନଙ୍କୁ ଶୁଣାଉଛି ତେଣୁ ତାହା ଅଭ୍ୟାସରେ ପରିଣତ ହୋଇଗଲାଣି । ବାବା ଆତ୍ମାମାନଙ୍କୁ ହିଁ କହୁଛନ୍ତିମନମନାଭବ । ପୁଣି ସିଏ ଅନ୍ୟମାନଙ୍କୁ କହିବେ ମନମନାଭବ ଅର୍ଥାତ୍ ବାବାଙ୍କୁ ମନେ ପକାଅ । ଏହା ହିଁ ହେଉଛି ଗୁପ୍ତ ମେହନତ । ଯେମିତି ସ୍ଥୂଳରେ ବୃକ୍ଷ ତଳେ ବସି ଏକାନ୍ତରେ ପଢିଥାନ୍ତି । ତେବେ ସେହିଭଳି ଏହା ମଧ୍ୟ ଅଭ୍ୟାସ କରିବାର କଥା ଅଟେ । ଦିନକୁ ଦିନ ତୁମର ଏହି ଅଭ୍ୟାସ ପୁଣି ବୃଦ୍ଧି ହୋଇଚାଲିବ । ତୁମେ ନୂଆ ନୂଆ କଥା ସବୁ ଶୁଣୁଛ ନା । ତୁମେ ଯେଉଁ କଥା ଏବେ ଶୁଣୁଛ ତାହା ପୁଣି ନୂଆମାନେ ଆସି ଶୁଣିବେ । କେହି-କେହି କହୁଛନ୍ତି ଆମେ ବହୁତ ବିଳମ୍ବରେ ଆସିଲୁ । ତେଣୁ ତାଙ୍କୁ କୁହଆରେ, ତୁମେ ତ ଆହୁରି ଗୁହ୍ୟ ଗୁହ୍ୟ କଥା ଶୁଣୁଛ ଯାହାକି ପୁରୁଷାର୍ଥ କରିବା ଦ୍ୱାରା ତୁମକୁ ଉଚ୍ଚ ପଦ ମିଳୁଛି । ଏହା ତ ବହୁତ ଭଲ । ମାୟା ତ ଅନ୍ତିମ ସମୟ ପର୍ଯ୍ୟନ୍ତ ଛାଡିବ ନାହିଁ । ଯେପର୍ଯ୍ୟନ୍ତ ତୁମେ ବିଜୟୀ ନହୋଇଛ ସେପର୍ଯ୍ୟନ୍ତ ମାୟା ଲଢେଇ କରିଚାଲିବ । ପୁଣି ଦେଖୁ ଦେଖୁ ତୁମେ ଚାଲିଯିବ । ଯିଏ ଯେତେ ବାବାଙ୍କୁ ମନେ ପକାଇବେ, ବୁଝିଯିବେ ଯେ ଏବେ ଆମେ ବାବାଙ୍କ ନିକଟକୁ ଯାଉଛୁ ଏବଂ ଶରୀର ଛାଡିଦେବେ । ବ୍ରହ୍ମାବାବା ଦେଖିଛନ୍ତି ବ୍ରହ୍ମରେ ଲୀନ ହେବାର ଲକ୍ଷ୍ୟ ଯେଉଁମାନେ ରଖିଥାନ୍ତି, ସେମାନେ ଯେତେବେଳେ ଶରୀର ଛାଡି ଦିଅନ୍ତି ସେତେବେଳେ ସବୁ ଆଡେ ଶୁନଶାନ୍ ହୋଇଯାଏ । ବାକି ନା କେହି ମୋକ୍ଷ ପ୍ରାପ୍ତ କରନ୍ତି ନା ଘରକୁ ଯାଇ ପାରନ୍ତି । ନାଟକରେ ସବୁ ଅଭିନେତା ରହିବା ଦରକାର । ଅନ୍ତିମ ସମୟରେ ତ ସବୁ ଆସିଯାଆନ୍ତି । ଯେତେବେଳେ ଉପରେ ଜଣେ ବି କେହି ରହିବେ ନାହିଁ ସେତେବେଳେ ପୁଣି ସମସ୍ତେ ଘରକୁ ଫେରିଯିବେ । ଏଠାରେ ଯେତେ ସବୁ ମନୁଷ୍ୟ ଅଛନ୍ତି, ସମସ୍ତେ ଚାଲିଯିବେ । ବାକି ଅଳ୍ପ ରହିବେ । ସେମାନେ କହିବେ ଆମେ ସମସ୍ତଙ୍କୁ ବିଦାୟ ଦେଉଛୁ । ବର୍ତ୍ତମାନ ସତ୍ୟଯୁଗର ସ୍ଥାପନା ହେଉଛି । ଏଠାରେ କେତେ କୋଟି ମନୁଷ୍ୟ ଅଛନ୍ତି, ସମସ୍ତଙ୍କୁ ବିଦାୟ ଦେଇ ପୁଣି ନିଜ ରାଜଧାନୀକୁ ଚାଲିଯିବେ । ଦୁନିଆରେ ତ ଅତି ବେଶୀରେ ୪୦-୫୦ ଜଣକୁ ବିଦାୟ ଦେଇଥାନ୍ତି । କିନ୍ତୁ ତୁମେମାନେ ଅନେକଙ୍କୁ ବିଦାୟ ଦେଉଛ । ସବୁ ଆତ୍ମା ମଶାମାଛି ସଦୃଶ ଶାନ୍ତିଧାମକୁ ଚାଲିଯିବେ । ତୁମେ ସମସ୍ତଙ୍କୁ ସାଥୀରେ ଘରକୁ ନେଇଯିବା ପାଇଁ ବାବାଙ୍କ ନିକଟକୁ ଆସିଛ । ତୁମ କଥା ବଡ ବିଚିତ୍ର ଅଟେ । ଏତେ ସବୁ କୋଟି କୋଟି ମନୁଷ୍ୟ ଯିବେ, ତୁମେ ସେମାନଙ୍କୁ ବିଦାୟ ଦେବ । ସମସ୍ତେ ବ୍ରହ୍ମଲୋକକୁ ଫେରିଯିବେ । ତୁମର ବୁଦ୍ଧି ହିଁ ଏହିଭଳି କାର୍ଯ୍ୟ କରୁଛି । ଧୀରେ ଧୀରେ ତୁମର ବଂଶବୃଦ୍ଧି ହୋଇଚାଲିବ । ପୁଣି ବିଷ୍ଣୁ ମାଳା ଏବଂ ରୁଦ୍ରମାଳା ତିଆରି ହୋଇଯିବ, ପୁଣି ରୁଦ୍ରମାଳାରୁ କିପରି ବିଷ୍ଣୁ ମାଳା ହେଉଛି ଏହି କଥା ମଧ୍ୟ ତୁମମାନଙ୍କ ବୁଦ୍ଧିରେ ଅଛି । ତୁମମାନଙ୍କ ଭିତରେ ମଧ୍ୟ ଯେଉଁମାନେ ବିଶାଳବୁଦ୍ଧି ଅଟନ୍ତି ସେହିମାନେ ହିଁ ଏହି କଥାକୁ ଭଲ ଭାବରେ ବୁଝିପାରିବେ । ବାବା ତ ଯୋଗରେ ରହିବା ପାଇଁ ଅନେକ ପ୍ରକାରର କଥା ବୁଝାଉଛନ୍ତି । ଆମେମାନେ ରୁଦ୍ରମାଳାରେ ଯାଇ ପୁଣି ବିଷ୍ଣୁଙ୍କ ମାଳାରେ ଆସିବୁ । ପୁଣି କ୍ରମାନୁସାରେ ସମସ୍ତେ ଆସିଯିବେ । କେତେ ବଡ ରୁଦ୍ରମାଳା ତିଆରି ହେଉଛି । ଏହି ଜ୍ଞାନକୁ ତ କେହି ବି ଜାଣିନାହାଁନ୍ତି । ଆରମ୍ଭରୁ ଏହି ଜ୍ଞାନକୁ କେହି ଜାଣିନାହାଁନ୍ତି । ତୁମେ ସଂଗମଯୁଗୀ ବ୍ରାହ୍ମଣ ହିଁ ଜାଣିଛ । ଏହି ସଂଗମଯୁଗକୁ ମନେ ପକାଅ ତେବେ ତୁମ ବୁଦ୍ଧିରେ ସମସ୍ତ ଜ୍ଞାନ ଆସିଯିବ ।

ତୁମେ ସମସ୍ତଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଉଥିବା ଲାଇଟ୍ ହାଉସ୍ (ବତୀଘର) ଅଟ । ତୁମେମାନେ ବତୀଘରର କାର୍ଯ୍ୟ ମଧ୍ୟ କରୁଛ । ଏମିତି କୌଣସି କଥା ନାହିଁ ଯାହା ତୁମ ପାଇଁ ପ୍ରର୍ଯୁଜ୍ୟ ନୁହେଁ । ତୁମେ ଡାକ୍ତର ମଧ୍ୟ ଅଟ, ଦଲାଲ ମଧ୍ୟ ଅଟ, ଧୋବା ମଧ୍ୟ ଅଟ । ତେବେ ସବୁ ଗୁଣ ତୁମ ଭିତରେ ଆସିଯାଉଛି । ତୁମର ମହିମା ମଧ୍ୟ ହେଉଛି କିନ୍ତୁ ପୁରୁଷାର୍ଥର କ୍ରମାନୁସାରେ । ତୁମେ ଯେଉଁଭଳି କର୍ମ କରୁଛ ସେହିଭଳି ତୁମର ଗାୟନ ହେଉଛି । ବାବା ତ ନିର୍ଦ୍ଦେଶ ଦେଉଛନ୍ତି, ତେବେ ସେହି କଥା ଉପରେ ବିଚାର କରିବା, ସମ୍ମିଳନୀ କରିବା ଏସବୁ ତୁମ ପିଲାମାନଙ୍କର କର୍ତ୍ତବ୍ୟ । ବାବା ତ କିଛି ମନା କରୁନାହାଁନ୍ତି । ଆଚ୍ଛା ବହୁତ ଶୁଣାଇବା ଦ୍ୱାରା କଣ ଫାଇଦା । ବାବା କହୁଛନ୍ତି ମନମନାଭବ । ବାବା ତୁମକୁ କେତେ ତାଜା ଖାଦ୍ୟ ଖୁଆଉଛନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସର୍ବଦା ଏହି ନିଶା ରହୁ ଯେ ଆମେ ସଙ୍ଗମଯୁଗୀ ବ୍ରାହ୍ମଣମାନେ ଦେବତାମାନଙ୍କଠାରୁ ମଧ୍ୟ ଉଚ୍ଚ କାହିଁକି ନା ଆମେ ଈଶ୍ୱରୀୟ ସନ୍ତାନ ମାଷ୍ଟର ଜ୍ଞାନର ସାଗର ଅଟୁ । ଆମ ଭିତରେ ସବୁ ପ୍ରକାରର ଗୁଣ ବର୍ତ୍ତମାନ ସମୟରେ ହିଁ ଭରି ହେଉଛି ।

(୨) ଯାହା ସବୁ ବାବା ବୁଝାଉଛନ୍ତି ତାହା ବୁଦ୍ଧିରେ ରଖିବାକୁ ହେବ, ବାକି ସବୁକିଛି ଶୁଣୁଥିଲେ ମଧ୍ୟ ଶୁଣ ନାହିଁ, ଦେଖୁଥିଲେ ମଧ୍ୟ ଦେଖ ନାହିଁ, ହିଅର ନୋ ଇଭିଲ୍, ସି ନୋ ଇଭିଲ୍... (ଖରାପ କଥା ଶୁଣନାହିଁ, ଖରାପ କଥା ଦେଖନାହିଁ) ।


ବରଦାନ:-
ମାୟାର ଛାୟାରୁ ମୁକ୍ତ ହୋଇ ଯୋଗର ଛତ୍ରଛାୟା ତଳେ ରହୁଥିବା ଚିନ୍ତାଶୂନ୍ୟ ରାଜା ହୁଅ ।

ଯେଉଁମାନେ ସଦା ସର୍ବଦା ବାବାଙ୍କର ସ୍ମୃତିର ଛତ୍ରଛାୟା ତଳେ ରହିଥାନ୍ତି ସେମାନେ ନିଜକୁ ସଦା ସର୍ବଦା ନିରାପଦ ଅନୁଭବ କରିଥାନ୍ତି । ମାୟାର ଛାୟାରୁ ରକ୍ଷା ପାଇବାର ଉପାୟ ହେଲା ବାବାଙ୍କର ଛତ୍ରଛାୟାରେ ରହିବା । ଯିଏ ବାବାଙ୍କର ଛତ୍ରଛାୟା ତଳେ ରହିବେ ସେମାନେ ଚିନ୍ତାଶୂନ୍ୟ ରାଜା ହୋଇଯିବେ । ଯଦି କୌଣସି ବି ଚିନ୍ତା ରହିବ ତେବେ ଖୁସି ସମାପ୍ତ ହୋଇଯିବ । ଖୁସି ସମାପ୍ତ ହୋଇଗଲେ, ଶକ୍ତିହୀନ ହୋଇଯିବ ଏବଂ ମାୟାର ଛାୟାର ପ୍ରଭାବ ପଡିଯିବ । କାରଣ ତୁମର ଦୁର୍ବଳତା ହିଁ ମାୟାକୁ ଆବାହନ କରିଥାଏ । ଯଦି ସ୍ୱପ୍ନରେ ମଧ୍ୟ ମାୟାର ଛାୟା ପଡିଗଲା ତେବେ ବହୁତ ଦୁଃଖୀ କରିଦେବ । ସେଥିପାଇଁ ସଦାସର୍ବଦା ବାବାଙ୍କର ଛତ୍ରଛାୟା ତଳେ ରୁହ ।

ସ୍ଲୋଗାନ:-
ବୁଦ୍ଧିର ସ୍କୃ ଡ୍ରାଇଭର ଦ୍ୱାରା ଅବହେଳାପଣିଆର ଢ଼ିଲା ସ୍କୃ କୁ ଟାଇଟ୍ କରି ସଦା ସର୍ବଦା ଆଲର୍ଟ ଅର୍ଥାତ୍ ସତର୍କ ରୁହ ।