08.04.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏହି ସଂଗମଯୁଗ ଉତ୍ତମରୁ ଉତ୍ତମ ହେବାର ଯୁଗ, ଏହି ସମୟରେ ହିଁ ତୁମକୁ ପତିତରୁ ଅର୍ଥାତ୍ ଅପବିତ୍ରରୁ ପବିତ୍ର ହୋଇ ପବିତ୍ର ଦୁନିଆର ସ୍ଥାପନା କରିବାକୁ ହେବ ।

ପ୍ରଶ୍ନ:-
ଅନ୍ତିମ ସମୟର ଯନ୍ତ୍ରଣାଦାୟକ ଦୃଶ୍ୟକୁ ଦେଖିବା ପାଇଁ କେଉଁ ଆଧାରରେ ଶକ୍ତି ଆସିବ ?

ଉତ୍ତର:-
ଶରୀରର ଅଭିମାନକୁ ବାହାର କରିଦିଅ । ଅନ୍ତିମ ସମୟର ଦୃଶ୍ୟ ବହୁତ ଭୟଙ୍କର ଅଟେ । ତେଣୁ ବାବା ପିଲାମାନଙ୍କୁ ଶକ୍ତିଶାଳୀ କରିବା ପାଇଁ ଅନେକ ପ୍ରକାରର ଶିକ୍ଷା ଦେଉଛନ୍ତି । ଯେପରି ବାବା ଏହି ଶରୀରରୁ ଅଲଗା ହୋଇ ତୁମକୁ ଶିଖାଉଛନ୍ତି, ସେହିପରି ତୁମେମାନେ ମଧ୍ୟ ନିଜକୁ ଶରୀରଠାରୁ ଅଲଗା ମନେ କର, ଅଶରୀରୀ ହେବାର ଅଭ୍ୟାସ କର । ତୁମ ବୁଦ୍ଧିରେ ରହୁ ଯେ ଏବେ ଆମକୁ ଘରକୁ ଯିବାର ଅଛି ।

ଓମ୍ ଶାନ୍ତି ।
ବର୍ତ୍ତମାନ ତୁମେ ମିଠା ମିଠା ଆତ୍ମାମାନେ ଶରୀର ସହିତ ହିଁ ବାବାଙ୍କର ହୋଇଛ, ବାବା ମଧ୍ୟ ବର୍ତ୍ତମାନ ଶରୀର ସହିତ ଅଛନ୍ତି । ବାବା ଏହି ଘୋଡା ଅଥବା ଏହି ମନୁଷ୍ୟ ରୂପି ଗାଡି ଉପରେ ବିରାଜମାନ କରିଛନ୍ତି ଏବଂ ପିଲାମାନଙ୍କୁ କଣ ଶିଖାଉଛନ୍ତି ? ବଞ୍ଚି ଥାଉ ଥାଉ କିପରି ମରିବାକୁ ହେବ । ଏକଥା ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ କେହି ବି ଶିଖାଇପାରିବେ ନାହିଁ । ବାବାଙ୍କର ପରିଚୟ ତ ସବୁ ପିଲାମାନଙ୍କୁ ମିଳୁଛି, ବାବା ହିଁ ହେଉଛନ୍ତି ଜ୍ଞାନର ସାଗର ପତିତ-ପାବନ । ଜ୍ଞାନ ଦ୍ୱାରା ହିଁ ତୁମେ ଅପବିତ୍ରରୁ ପବିତ୍ର ହେଉଛ ଏବଂ ତୁମକୁ ପବିତ୍ର ଦୁନିଆର ସ୍ଥାପନା ମଧ୍ୟ କରିବାକୁ ହେବ । ଡ୍ରାମାର ଯୋଜନା ଅନୁସାରେ ଏହି ଅପବିତ୍ର ଦୁନିଆର ବିନାଶ ମଧ୍ୟ ହେବାର ଅଛି । ଯେଉଁମାନେ କେବଳ ବାବାଙ୍କୁ ଜାଣି ବ୍ରାହ୍ମଣ ହେଉଛନ୍ତି, ସେହିମାନେ ହିଁ ପବିତ୍ର ଦୁନିଆକୁ ଆସି ରାଜ୍ୟ କରିବେ । ତେବେ ପବିତ୍ର ହେବା ପାଇଁ ବ୍ରାହ୍ମଣ ମଧ୍ୟ ନିଶ୍ଚିତ ହେବାକୁ ପଡିବ । ଏହି ସଂଗମଯୁଗ ହେଉଛି ପୁରୁଷୋତ୍ତମ ଅର୍ଥାତ୍ ଉତ୍ତମରୁ ଉତ୍ତମ ପୁରୁଷ ହେବାର ଯୁଗ । ତେବେ କହୁଛନ୍ତି ବହୁତ ସାଧୁ, ସନ୍ଥ, ମହାତ୍ମା, ମନ୍ତ୍ରୀ, ଧନୀ, ଆଦି ମଧ୍ୟ ଉତ୍ତମ ଅଟନ୍ତି । କିନ୍ତୁ ନାଁ, ଏହା ତ ହେଉଛି କଳିଯୁଗୀ ଭ୍ରଷ୍ଟାଚାରୀ ପୁରୁଣା ଦୁନିଆ, ତେବେ ଏହି ଅପବିତ୍ର ଦୁନିଆରେ ଜଣେ କେହି ହେଲେ ପବିତ୍ର ନାହାଁନ୍ତି । ଦୁନିଆର ଲୋକମାନେ ପାଣିକୁ ହିଁ ପତିତ-ପାବନୀ ବୋଲି ଭାବୁଛନ୍ତି । କେବଳ ଗଙ୍ଗା ନୁହେଁ, ଯେତେ ବି ନଦୀ ସବୁ ଅଛି, ଯେଉଁଠାରେ ବି ପାଣି ଦେଖୁଛନ୍ତି, ଭାବୁଛନ୍ତି ଏହି ପାଣି ହିଁ ଆମକୁ ପବିତ୍ର କରିବ । ଏହି କଥା ସେମାନଙ୍କର ବୁଦ୍ଧିରେ ରହିଛି, ତେଣୁ କିଏ କେଉଁଆଡେ ଆଉ କିଏ କେଉଁଆଡେ ପାଣିରେ ସ୍ନାନ କରିବାକୁ ଯାଇଥାନ୍ତି । କିନ୍ତୁ ଏହି ପାଣି ଦ୍ୱାରା ତ କେହି ବି ପବିତ୍ର ହୋଇପାରିବେ ନାହିଁ ଯଦି ପାଣିରେ ସ୍ନାନ କରିବା ଦ୍ୱାରା ପବିତ୍ର ହୋଇଯାଉଥାନ୍ତେ ତେବେ ବର୍ତ୍ତମାନ ସାରା ସୃଷ୍ଟି ହିଁ ପବିତ୍ର ହୋଇ ଯାଇଥାନ୍ତା ଏବଂ ଏତେ ସବୁ ଆତ୍ମା ପବିତ୍ର ଦୁନିଆରେ ହିଁ ରହିଥାନ୍ତେ । ତେଣୁ ଏସବୁ ପୁରୁଣା ପ୍ରଥା ଚାଲିଆସୁଛି । ଏବେ ତ ସହରର ସବୁ ଆବର୍ଜନା ଇତ୍ୟାଦି ସାଗରରେ ହିଁ ଆସି ପଡୁଛି । ତେବେ ସେହି ପାଣି କିପରି ପବିତ୍ର କରାଇବ ? ବାସ୍ତବରେ ଆତ୍ମାକୁ ହିଁ ପବିତ୍ର ହେବାକୁ ପଡିବ ଏବଂ ସେଥିପାଇଁ ପରମପିତା ପରମାତ୍ମାଙ୍କର ହିଁ ଆବଶ୍ୟକତା ରହିଛି ଯିଏକି ଆତ୍ମାମାନଙ୍କୁ ପବିତ୍ର କରିବେ । ତେଣୁ ତୁମକୁ ବୁଝାଇବାକୁ ହେବ ଯେ--ସତ୍ୟଯୁଗରେ ପବିତ୍ର ଏବଂ କଳିଯୁଗରେ ପତିତ ହୋଇଥାନ୍ତି । ବର୍ତ୍ତମାନ ତୁମେ ସଂଗମଯୁଗରେ ଅଛ । ଅପବିତ୍ରରୁ ପବିତ୍ର ହେବା ପାଇଁ ପୁରୁଷାର୍ଥ କରୁଛ । ତୁମେ ଜାଣିଛ ଆମେ ଶୂଦ୍ର ବର୍ଣ୍ଣର ଥିଲୁ ଏବେ ବ୍ରାହ୍ମଣ ବର୍ଣ୍ଣର ହୋଇଛୁ । ଶିବବାବା ଏହି ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ହିଁ ଆମକୁ ପବିତ୍ର କରୁଛନ୍ତି । ଆମେମାନେ ହିଁ ସଚ୍ଚା-ସଚ୍ଚା ମୁଖ ବଂଶାବଳୀ ବ୍ରାହ୍ମଣ ଅଟୁ ଦୁନିଆରେ ଥିବା ବ୍ରାହ୍ମଣମାନେ କୋଳ ବଂଶାବଳୀର ଅଟନ୍ତି । ଇଏ ହେଉଛନ୍ତି ପ୍ରଜାପିତା ତେଣୁ ସମସ୍ତେ ପ୍ରଜା ହୋଇଗଲେ । ପ୍ରଜାଙ୍କର ପିତା ହେଉଛନ୍ତି ଏହି ବ୍ରହ୍ମା । ତେବେ ଇଏ ତ ଆଦିପିତା ହୋଇଗଲେ ଏବଂ ନିଶ୍ଚିତ ଭାବରେ ଇଏ ଥିଲେ ପୁଣି କେଉଁଆଡେ ଗଲେ ? ପୁନର୍ଜନ୍ମ ତ ନେଉଥିବେ ନା । ଏକଥା ତ ବାବା ତୁମମାନଙ୍କୁ କହିଛନ୍ତି ଯେ ବ୍ରହ୍ମା ମଧ୍ୟ ପୁନର୍ଜନ୍ମ ନେଉଛନ୍ତି । ଏଠାରେ ବ୍ରହ୍ମା ଏବଂ ସରସ୍ୱତୀ ଉଭୟ ଅଛନ୍ତି, ଯିଏକି ମାତା ଏବଂ ପିତା ଅଟନ୍ତି । ପୁଣି ସେହିମାନେ ହିଁ ମହାରାଜା-ମହାରାଣୀ, ଲକ୍ଷ୍ମୀ-ନାରାୟଣ ହେଉଛନ୍ତି, ଯାହାଙ୍କୁ ହିଁ ବିଷ୍ଣୁ ବୋଲି କୁହାଯାଉଛି । ଏହି ବିଷ୍ଣୁ ପୁଣି ୮୪ ଜନ୍ମ ପରେ ଆସି ବ୍ରହ୍ମା-ସରସ୍ୱତୀ ହେଉଛନ୍ତି । ଏହି ରହସ୍ୟକୁ ବାବା ସମସ୍ତଙ୍କୁ ବୁଝାଇଛନ୍ତି । ଜଗତଅମ୍ବା ବୋଲି କହୁଛନ୍ତି ତେବେ ତ ସିଏ ସାରା ଜଗତର ମାଆ ହୋଇଗଲେ, ଲୌକିକ ମାଆ ତ ସମସ୍ତଙ୍କର ନିଜ-ନିଜର ଘରେ ଅଛନ୍ତି । କିନ୍ତୁ ଜଗତଅମ୍ବାଙ୍କୁ କେହି ବି ଜାଣିନାହାଁନ୍ତି । ଏମିତି କେବଳ କଥାରେ କହିଦେଉଛନ୍ତି । କିନ୍ତୁ କାହାକୁ ହେଲେ ବି ଜାଣି ନାହାଁନ୍ତି । ଯାହାଙ୍କର ପୂଜା କରୁଛନ୍ତି ତାଙ୍କର କର୍ତ୍ତବ୍ୟକୁ ମଧ୍ୟ ଜାଣିନାହାଁନ୍ତି । ବର୍ତ୍ତମାନ ତୁମେ ପିଲାମାନେ ଜାଣୁଛ ଯେ ରଚୟିତା ବାବା ହେଉଛନ୍ତି ସବୁଠାରୁ ଉଚ୍ଚ । ଏହା ହେଉଛି ସୃଷ୍ଟିରୂପୀ ଓଲଟ ବୃକ୍ଷ । ଏହାର ବୀଜ ଉପରେ ଅଛନ୍ତି । ତେଣୁ ତୁମକୁ ପବିତ୍ର କରିବା ପାଇଁ ବାବାଙ୍କୁ ଉପରୁ ତଳକୁ ଆସିବାକୁ ପଡିବ । ତୁମେମାନେ ଜାଣିଛ ବାବା ଆସିଛନ୍ତି ଏହି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେବା ପାଇଁ ଏବଂ ଆମକୁ ନୂଆ ଦୁନିଆର ଚକ୍ରବର୍ତ୍ତୀ ରାଜା-ରାଣୀ କରିବା ପାଇଁ । ଏହି ଚକ୍ରର ରହସ୍ୟକୁ ସାରା ଦୁନିଆରେ ତୁମ ବ୍ୟତୀତ ଅନ୍ୟ କେହି ବି ଜାଣିନାହାଁନ୍ତି । ବାବା କହୁଛନ୍ତି ୫ ହଜାର ବର୍ଷ ପରେ ପୁଣି ଆସି ତୁମମାନଙ୍କୁ ବୁଝାଇବି । ଏକଥା ଡ୍ରାମାରେ ନିଧାର୍ଯ୍ୟ ଅଛି । ଡ୍ରାମାର ରଚୟିତା, ନିର୍ଦ୍ଦେଶକ, ମୁଖ୍ୟ ଅଭିନେତା ଏବଂ ଡ୍ରାମାର ଆଦି-ମଧ୍ୟ-ଅନ୍ତକୁ ଯିଏ ନ ଜାଣିବ ତାକୁ ତ ବୁଦ୍ଧିହୀନ କୁହାଯିବ ନା । ବାବା କହୁଛନ୍ତି ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ମୁଁ ତୁମକୁ ଏହି ଜ୍ଞାନ ବୁଝାଇଥିଲି, ନିଜର ପରିଚୟ ମଧ୍ୟ ଦେଇଥିଲି ଯେପରିକି ବର୍ତ୍ତମାନ ଦେଉଛି । ମୁଁ ତୁମକୁ ପବିତ୍ର ମଧ୍ୟ କରିଥିଲି ଯେପରି ଏବେ କରୁଛି । ତେଣୁ ତୁମେ ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଅ । ଏକମାତ୍ର ବାବା ହିଁ ସର୍ବଶକ୍ତିମାନ୍ ପତିତ-ପାବନ ଅଟନ୍ତି, ଗାୟନ ମଧ୍ୟ ରହିଛି ଅନ୍ତିମ ସମୟରେ ଯିଏ ଯାହାକୁ ସ୍ମରଣ କରେ... ବାରମ୍ବାର ସିଏ ସେହି ଜନ୍ମ ନେଇଥାଏ । ବର୍ତ୍ତମାନ ସମୟରେ ତୁମେ ଜନ୍ମ ତ ନେଉଛ କିନ୍ତୁ କୁକୁର, ବିଲେଇ, ଘୁଷୁରୀ ହେଉନାହଁ ।

ବର୍ତ୍ତମାନ ଅବିନାଶୀ ବାବା ଆସିଛନ୍ତି । କହୁଛନ୍ତି ମୁଁ ହେଉଛି ସବୁ ଆତ୍ମାମାନଙ୍କର ପିତା । ଏମାନେ ସମସ୍ତେ କାମ ବିକାରରେ ବଶବର୍ତ୍ତୀ ହୋଇ କଳା ହୋଇଯାଇଛନ୍ତି । ତେଣୁ ଏମାନଙ୍କୁ ପୁଣି ଜ୍ଞାନ ଚିତାରେ ବସାଇବାକୁ ହେବ । ତୁମେ ଜ୍ଞାନ ଚିତାରେ ବସିଛ, ଏହି ଜ୍ଞାନ ରୂପକ ଚିତାରେ ବସିଲା ପରେ ପୁଣି ତୁମେ ବିକାରଗ୍ରସ୍ତ ହୋଇ ଯାଇପାରିବ ନାହିଁ । ଏମାନେ ପ୍ରତିଜ୍ଞା କରୁଛନ୍ତି ଯେ ଆମେ ପବିତ୍ର ରହିବୁ ବାବା କୌଣସି ରାକ୍ଷୀ ବାନ୍ଧୁ ନାହାଁନ୍ତି, ଏହା ତ ଭକ୍ତିମାର୍ଗର ପ୍ରଥା ଯାହାକି ଚାଲିଆସୁଛି । କିନ୍ତୁ ବାସ୍ତବରେ ଏହା ବର୍ତ୍ତମାନ ସମୟର କଥା । ତୁମେ ଜାଣୁଛ ଆମେ ପବିତ୍ର ହେବା ବିନା ପବିତ୍ର ଦୁନିଆର ମାଲିକ କିପରି ହେବୁ ? ତଥାପି ପକ୍କା କରାଇବା ପାଇଁ ପିଲାମାନଙ୍କୁ ପ୍ରତିଜ୍ଞା କରାଯାଉଛି । କେହି ତ ରକ୍ତରେ ମଧ୍ୟ ପତ୍ର ଲେଖି ଦେଉଛନ୍ତି ତ ଆଉ କିଏ କିପରି ଲେଖୁଛନ୍ତି । ବାବା ଆପଣ ଆସିଛନ୍ତି, ଆମେ ଆପଣଙ୍କଠାରୁ ନିଶ୍ଚିତ ଭାବରେ ସମ୍ପତ୍ତି ନେବୁ । ବର୍ତ୍ତମାନ ନିରାକାର ସାକାରରେ ଆସିଛନ୍ତି ନା । ଯେପରି ବାବା ପରମଧାମରୁ ଓହ୍ଲାଇ ଆସୁଛନ୍ତି, ସେହିପରି ତୁମେ ଆତ୍ମାମାନେ ମଧ୍ୟ ଓହ୍ଲାଇଛ । ତୁମେ ଉପରୁ ତଳକୁ ଆସିଛ ଅଭିନୟ କରିବା ପାଇଁ ଏବଂ ଏକଥା ମଧ୍ୟ ଜାଣିଛ ଯେ ଏହା ହେଉଛି ସୁଖ ଏବଂ ଦୁଃଖର ଖେଳ । ତୁମେ ଅଧାକଳ୍ପ ସୁଖ ଏବଂ ଅଧାକଳ୍ପ ଦୁଃଖ ଭୋଗ କରୁଛ । ବାବା ବୁଝାଉଛନ୍ତି ତୁମେ ୩ ଭାଗରୁ ମଧ୍ୟ ଅଧିକ ସୁଖ ଭୋଗ କରୁଛ । ଅଧାକଳ୍ପ ପରେ ମଧ୍ୟ ତୁମେ ଧନବାନ୍ ଥିଲ । ତୁମେ କେତେ ବଡ ବଡ ମନ୍ଦିର ଇତ୍ୟାଦି ତିଆରି କରୁଛ । ଦୁଃଖ ତ ତୁମେ ପରେ ଭୋଗ କରୁଛ, ଯେତେବେଳେ କି ବିଲକୁଲ୍ ତମୋପ୍ରଧାନ ଭକ୍ତି ହୋଇଯାଉଛି । ବାବା ବୁଝାଉଛନ୍ତି ତୁମେ ପ୍ରଥମେ ପ୍ରଥମେ ଅବ୍ୟଭିଚାରୀ ଭକ୍ତ ଥିଲ, କେବଳ ଜଣଙ୍କର ହିଁ ଭକ୍ତି କରୁଥିଲେ । ଯେଉଁ ବାବା ତୁମକୁ ଦେବତା କରି ସୁଖଧାମକୁ ନେଇଯାଉଛନ୍ତି, ତୁମେ କେବଳ ତାଙ୍କର ପୂଜା ହିଁ କରୁଥିଲ ପରେ ପୁଣି ଏହି ବ୍ୟଭିଚାରୀ ଭକ୍ତି ଆରମ୍ଭ ହେଲା । ପ୍ରଥମେ କେବଳ ଜଣଙ୍କର ହିଁ ପୂଜା କରୁଥିଲେ ପରେ ପୁଣି ଦେବତାମାନଙ୍କର ପୂଜା କଲେ ବର୍ତ୍ତମାନ ତ ୫ ଭୂତରେ ତିଆରି ହୋଇଥିବା ଶରୀରର ମଧ୍ୟ ପୂଜା କରୁଛନ୍ତି । ଚୈତନ୍ୟ ସହିତ ଜଡର ମଧ୍ୟ ପୂଜା କରୁଛନ୍ତି । ତେବେ ୫ ତତ୍ୱରେ ଗଢା ହୋଇଥିବା ଶରୀରକୁ ଦେବତାମାନଙ୍କଠାରୁ ମଧ୍ୟ ଉଚ୍ଚ ବୋଲି ଭାବୁଛନ୍ତି । ମନ୍ଦିରରେ ଦେବତାମାନଙ୍କୁ ତ କେବଳ ବ୍ରାହ୍ମଣମାନେ ହିଁ ହାତ ଲଗାଇଥାନ୍ତି ଅର୍ଥାତ୍ ପୂଜା କରିଥାନ୍ତି । କିନ୍ତୁ ଏବେ ତ ଢେର ଗୁରୁ ଅଛନ୍ତି । ଏହି ସବୁ କଥା ବାବା ଆସି ବୁଝାଉଛନ୍ତି । ଏହି ବାବା (ବ୍ରହ୍ମାବାବା) ମଧ୍ୟ କହୁଛନ୍ତି ମୁଁ ମଧ୍ୟ ଭକ୍ତିମାର୍ଗରେ ସବୁ କିଛି କରିଛି । ଭିନ୍ନ ଭିନ୍ନ ହଠଯୋଗ, କାନ, ନାକ ମୋଡିବା ଇତ୍ୟାଦି ସବୁ କରିଛି । ଶେଷରେ ସବୁକିଛି ଛାଡିବାକୁ ପଡିଲା । ଭାବିଲି ମୁଁ ସେ ଧନ୍ଦା କିରବି ନା ଏହି ଧନ୍ଦା କରିବି (ଜ୍ଞାନଯୋଗ) ? ଯଦି ନିଦ ଆସୁଥିଲା ତେବେ ବହୁତ ମନ ଦୁଃଖ ହେଉଥିଲା । ପ୍ରାଣାୟାମ ଆଦି ଶିଖିବାରେ ବହୁତ ଅସୁବିଧା ହେଉଥିଲା । ଅଧାକଳ୍ପ ହେବ ଆମେ ଭକ୍ତିମାର୍ଗରେ ଥିଲୁ, ଏବେ ସବୁକିଛି ଜଣାପଡିଲା, ବାବା ବିଲକୁଲ୍ ଠିକ୍ କଥା କହୁଛନ୍ତି ସେମାନେ କହୁଛନ୍ତି ଭକ୍ତି ପରମ୍ପରାରୁ ଚାଲି ଆସୁଛି । ତେବେ ସତ୍ୟଯୁଗରେ ଭକ୍ତି କିପରି ହେବ । ଏକଥା ମନୁଷ୍ୟମାନେ ବିଲକୁଲ୍ ବୁଝୁ ନାହାଁନ୍ତି । ଆମର ମୁଢମତି ଥିଲା ନା । ସତ୍ୟଯୁଗରେ ତ ଏଭଳି କହିବେ ନାହିଁ । ବାବା କହୁଛନ୍ତି ମୁଁ ପ୍ରତ୍ୟେକ ୫ ହଜାର ବର୍ଷରେ ଥରେ ଆସୁଛି, ମୁଁ ଏହାଙ୍କର ଶରୀରର ହିଁ ଆଧାର ନେଉଛି ଯିଏକି ନିଜର ଜନ୍ମକୁ ଜାଣିନାହାଁନ୍ତି । ଏହି ବ୍ରହ୍ମା ହିଁ ପ୍ରଥମ ନମ୍ବର ପବିତ୍ର ସୁନ୍ଦର ଥିଲେ ଏବେ ଅପବିତ୍ର ଶ୍ୟାମ ହୋଇଯାଇଛନ୍ତି । ଆତ୍ମା ଭିନ୍ନ-ଭିନ୍ନ ଶରୀର ଧାରଣ କରିଥାଏ । ତେଣୁ ବାବା କହୁଛନ୍ତି ଯାହାଙ୍କର ଶରୀରରେ ମୁଁ ପ୍ରବେଶ କରୁଛି, ଏବେ ମଧ୍ୟ ତାଙ୍କ ଶରୀରରେ ହିଁ ଉପସ୍ଥିତ ଅଛି, କଣ ଶିଖାଇବା ପାଇଁ ? ବଞ୍ଚି ଥାଉ ଥାଉ ମରିଯିବା ଶିଖାଉଛି । ଏହି ଦୁନିଆରୁ ତ ମରିବାକୁ ହେବ ନା । କିନ୍ତୁ ଏବେ ତୁମକୁ ପବିତ୍ର ହୋଇ ଯିବାକୁ ହେବ । ମୋର ଅଭିନୟ ହେଲା ତୁମକୁ ପବିତ୍ର କରିବା । ତୁମେ ଭାରତବାସୀ ଡାକୁଛ ହେ ପତିତ-ପାବନ ଆସ, ଆଉ କେହି ଏଭଳି କହିବେ ନାହିଁ ଯେ ହେ ମୁକ୍ତିଦାତା, ଆମକୁ ଦୁଃଖ ଦୁନିଆରୁ ଉଦ୍ଧାର କରିବାକୁ ଆସ । ସମସ୍ତେ ମୁକ୍ତିଧାମକୁ ଯିବା ପାଇଁ ହିଁ ପୁରୁଷାର୍ଥ କରୁଛନ୍ତି । କେବଳ ତୁମେମାନେ ସୁଖଧାମକୁ ଯିବା ପାଇଁ ପୁରୁଷାର୍ଥ କରୁଛ । ଏସବୁ ହେଉଛି ପ୍ରବୃତ୍ତିମାର୍ଗ ପାଇଁ, ତୁମେ ଜାଣିଛ ଆମେ ପ୍ରବୃତ୍ତିମାର୍ଗବାଲା ପବିତ୍ର ଥିଲୁ ପୁଣି ଅପବିତ୍ର ହୋଇଯାଇଛୁ । ତେବେ ପ୍ରବୃତ୍ତିମାର୍ଗର ମନୁଷ୍ୟମାନଙ୍କର କାମ ନିବୃତ୍ତିମାର୍ଗବାଲା କରିପାରିବେ ନାହିଁ । ଯଜ୍ଞ,ତପ, ଦାନ ଆଦି ସବୁ ପ୍ରବୃତ୍ତିମାର୍ଗର ମନୁଷ୍ୟମାନେ ହିଁ କରିଥାନ୍ତି । ତୁମେ ଏବେ ଅନୁଭବ କରୁଛ ଯେ ଏବେ ଆମେ ସମସ୍ତଙ୍କୁ ଜାଣିଛୁ । ଶିବବାବା ଆମ ସମସ୍ତଙ୍କୁ ଘରେ ବସି ପାଠ ପଢାଉଛନ୍ତି । ଏହି ଅବିନାଶୀ ପିତା ଅବିନାଶୀ ସୁଖର ଦାତା ଅଟନ୍ତି । ତୁମେ ବହୁତ ସମୟ ପରେ ତାଙ୍କ ସହିତ ମିଶୁଛ ତେଣୁ ତୁମ ଆଖିରୁ ଖୁସିର ଲୁହ ଝରିଯାଉଛି । ବାବା ଶବ୍ଦ କହିବା ମାତ୍ରେ ହିଁ ଲୋମମୂଳ ରୁମ ଟାଙ୍କୁରି ଉଠୁଛି ଓହୋ! ବାବା ଆସିଛନ୍ତି ଆମମାନଙ୍କର ସେବା କରିବା ପାଇଁ । ଆମକୁ ବାବା ଏହି ରାଜଯୋଗର ପାଠ ପଢାଇ ପବିତ୍ର ଫୁଲ ସଦୃଶ କରିଦେଉଛନ୍ତି । ବାବା ଏହି ବିକାରୀ ଦୁନିଆରୁ ଆମକୁ ସାଥୀରେ ନେଇଯିବେ । ଭକ୍ତିମାର୍ଗରେ ତୁମର ଆତ୍ମା କହୁଥିଲା ଯେ ବାବା ଆପଣ ଆସିଲେ ଆମେ ଆପଣଙ୍କ ପାଖରେ ସମର୍ପଣ ହୋଇଯିବୁ । ଆମେ ଆପଣଙ୍କର ହିଁ ହୋଇ ରହିବୁ ଅନ୍ୟ କାହାର ନୁହେଁ । କିନ୍ତୁ କ୍ରମାନୁସାରେ ନିଶ୍ଚିତ ରହିବେ । ସମସ୍ତଙ୍କର ନିଜ-ନିଜର ଅଭିନୟ ରହିଛି । କେହି-କେହି ତ ବାବାଙ୍କୁ ବହୁତ ଭଲ ପାଉଛନ୍ତି । ଯିଏକି ଆମକୁ ସ୍ୱର୍ଗର ସମ୍ପତ୍ତି ଦେଉଛନ୍ତି । ସ୍ୱର୍ଗରେ କାନ୍ଦିବାର କଥା ହିଁ ନାହିଁ, ଏଠାରେ ତ କେତେ କନ୍ଦାକଟା କରୁଛନ୍ତି । କାହାର ମୃତ୍ୟୁ ହୋଇଗଲେ କହୁଛନ୍ତି ସ୍ୱର୍ଗକୁ ଗଲା ଯଦି ସ୍ୱର୍ଗକୁ ଗଲା ତେବେ କାନ୍ଦିବାର ନାମ ହିଁ ରହିବ ନାହିଁ । ଆହୁରି ବାଜା ବଜାଇବା ଉଚିତ୍ । ସେଠାରେ ତ ବାଜା ବଜାଇ ଖୁସିରେ ଶରୀର ଛାଡିଥାନ୍ତି । ଏହି ପ୍ରଥା ମଧ୍ୟ ଏହିଠାରୁ ଆରମ୍ଭ ହୋଇଛି । ଏଠାରେ ତୁମେ କହୁଛ ଆମକୁ ଘରକୁ ଯିବାକୁ ହେବ । ସେଠାରେ ଜାଣିଯିବ ଆମେ ପୁନର୍ଜନ୍ମ ନେବୁ । ଏବେ ବାବା ଆମକୁ ସବୁ କଥା ବୁଝାଇ ଦେଉଛନ୍ତି । ଭ୍ରମରୀର ଉଦାହରଣ ମଧ୍ୟ ତୁମ ପାଇଁ ଉଦ୍ଦିଷ୍ଟ, ତୁମେ ବ୍ରାହ୍ମଣୀମାନେ ବିଷ୍ଠାର କୀଟକୁ ଜ୍ଞାନ ଶୁଣାଉଛ । ତୁମକୁ ବାବା କହୁଛନ୍ତି ଏହି ଶରୀରକୁ ମଧ୍ୟ ଛାଡି, ଜୀବଦଶାରୁ ମରିବାକୁ ହେବ । ବାବା କହୁଛନ୍ତି ନିଜକୁ ଆତ୍ମା ମନେ କର, ଏବେ ଆମକୁ ଘରକୁ ଯିବାର ଅଛି, ତେଣୁ ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଇବାକୁ ହେବ, ଏହି ଦେହକୁ ମଧ୍ୟ ଭୁଲିବାକୁ ହେବ । ବାବା ତ ବହୁତ ମିଠା ଅଟନ୍ତି । ବାବା କହୁଛନ୍ତି ମୁଁ ତୁମକୁ ବିଶ୍ୱର ମାଲିକ କରିବା ପାଇଁ ଆସିଛି । ତେଣୁ ତୁମକୁ ଏବେ ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଇବାକୁ ହେବ । ବାବା ଏବଂ ସୁଖଧାମକୁ ମନେ ପକାଇବାକୁ ହେବ । ଏହା ହେଉଛି ଦୁଃଖଧାମ । ଶାନ୍ତିଧାମ ହେଉଛି ଆମ ଆତ୍ମାମାନଙ୍କର ଘର । ଏଠାକୁ ଆସି ଆମେ ଅଭିନୟ କରୁଛୁ । ଏବେ ଆମକୁ ଘରକୁ ଯିବାକୁ ହେବ, ସତ୍ୟଯୁଗରେ ଆମର ଏହି ବିକାରୀ ଶରୀର ରହିବ ନାହିଁ । ବର୍ତ୍ତମାନ ଏହା ବିଲକୁଲ୍ ଜୀର୍ଣ୍ଣଶୀର୍ଣ୍ଣ ହୋଇଗଲାଣି । ବର୍ତ୍ତମାନ ବାବା ଆମକୁ ସମ୍ମୁଖରେ ବସି ଇଙ୍ଗିତ ଆଧାରରେ ଶିଖାଉଛନ୍ତି ଯେ ପିଲାମାନେ ମୁଁ ମଧ୍ୟ ଆତ୍ମା ଏବଂ ତୁମେ ମଧ୍ୟ ଆତ୍ମା । ମୁଁ ଶରୀରରୁ ଅଲଗା ହୋଇ ମଧ୍ୟ ତୁମକୁ ଏହି କଥା ଶିଖାଉଛି । ତେଣୁ ତୁମେ ମଧ୍ୟ ନିଜକୁ ଶରୀରୁ ଅଲଗା ବୋଲି ମନେ କର, ଏବେ ଆମକୁ ଘରକୁ ଯିବାକୁ ହେବ, ବର୍ତ୍ତମାନ ତ ଏଠାରେ ରହିବାର ନାହିଁ । ଏକଥା ମଧ୍ୟ ତୁମେ ଜାଣିଛ ଯେ ବର୍ତ୍ତମାନ ବିନାଶ ହେବାର ଅଛି, ଏହି ଭାରତରେ ରକ୍ତର ନଦୀ ବୋହିବ । ପୁଣି ଏହି ଭାରତରେ ହିଁ କ୍ଷୀରର ନଦୀ ମଧ୍ୟ ବୋହିବ । ବର୍ତ୍ତମାନ ଏଠାରେ ସମସ୍ତ ଧର୍ମର ମନୁଷ୍ୟମାନେ ଏକତ୍ର ଅଛନ୍ତି ଏମାନେ ପରସ୍ପର ସହିତ ଲଢେଇ କରି ମୃତ୍ୟୁ ମୁଖରେ ପଡିବେ, ଏହା ହେଉଛି ଅନ୍ତିମ ସମୟର ମୃତ୍ୟୁ । ପାକିସ୍ଥାନରେ କଣ-କଣ ସବୁ ହେଉଥିଲା, ବହୁତ ଭୟାନକ ଦୃଶ୍ୟ ଥିଲା । ଯଦି କେହି ଦେଖିବେ ତେବେ ବେହୋସ ହୋଇଯିବେ । ବର୍ତ୍ତମାନ ବାବା ତୁମକୁ ନଷ୍ଟୋମୋହା କରି ଶକ୍ତିଶାଳୀ କରୁଛନ୍ତି । ତୁମକୁ ଶରୀରର ଅଭିମାନରୁ ମୁକ୍ତ କରିଦେଉଛନ୍ତି ।

ବାବା ଦେଖୁଛନ୍ତି, ପିଲାମାନେ ଯୋଗ କରୁ ନାହାଁନ୍ତି, ବହୁତ ଶକ୍ତିହୀନ ହୋଇଯାଉଛନ୍ତି ସେଥିପାଇଁ ସେବା ମଧ୍ୟ ଆଗକୁ ବଢିପାରୁ ନାହିଁ । ବାବାଙ୍କୁ ବାରମ୍ବାର ପତ୍ର ଲେଖୁଛନ୍ତି ବାବା, ଆମେ ଆପଣଙ୍କୁ ଭୁଲିଯାଉଛୁ, ବୁଦ୍ଧିଯୋଗ ଆପଣଙ୍କଠାରେ ଲାଗୁନାହିଁ । ବାବା କହୁଛନ୍ତି ଯୋଗ ଶବ୍ଦକୁ ଛାଡିଦିଅ, ଯିଏ ବିଶ୍ୱର ରାଜତ୍ୱ ଦେଉଛନ୍ତି ତୁମେ ଏଭଳି ବାବାଙ୍କୁ ଭୁଲିଯାଉଛ! ଆଗରୁ ଭକ୍ତିମାର୍ଗରେ ମଧ୍ୟ ବୁଦ୍ଧି ଅନ୍ୟ ଆଡକୁ ଚାଲିଗଲେ ନିଜକୁ ଚୁମୁଟି ଦେଉଥିଲେ । ବାବା କହୁଛନ୍ତି ତୁମେ ଆତ୍ମା ଅବିନାଶୀ ଅଟ । କେବଳ ତୁମେ ପବିତ୍ର ଏବଂ ଅପବିତ୍ର ହେଉଛ । ବାକି ଆତ୍ମା କୌଣସି ଛୋଟ-ବଡ ହୋଇନଥାଏ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
 

ଧାରଣା ପାଇଁ ମୁଖ୍ୟ ସାର :
(୧) ନିଜ ସହିତ ନିଜେ କଥା ହୁଅ ଓହୋ! ବାବା ଆମର ସେବା କରିବା ପାଇଁ ଆସିଛନ୍ତି । ସିଏ ଆମକୁ ଘରେ ବସି ପାଠ ପଢାଉଛନ୍ତି । ଅବିନାଶୀ ପିତା ଅବିନାଶୀ ସୁଖର ଦାତା ଅଟନ୍ତି । ତାଙ୍କ ସହିତ ଆମେ ବର୍ତ୍ତମାନ ମିଶୁଛୁ । ଏହିଭଳି ସ୍ନେହର ସହିତ ବାବା ବୋଲି କୁହ ଯାହାକି ଖୁସିରେ ଆଖିରୁ ପ୍ରେମାଶ୍ରୁ ବହିଯାଉ ଏବଂ ଲୋମ ଟାଙ୍କୁରି ଉଠୁ ।

(୨) ଏବେ ଆମକୁ ଘରକୁ ଯିବାର ଅଛି ସେଥିପାଇଁ ସମସ୍ତଙ୍କ ଠାରୁ ମମତ୍ୱ ତୁଟାଇ ବଞ୍ଚି ଥାଉ ଥାଉ ମରିବାକୁ ହେବ । ଏହି ଦେହକୁ ମଧ୍ୟ ଭୁଲିବାକୁ ହେବ । ଏହାଠାରୁ ଅଲଗା ହେବାର ଅଭ୍ୟାସ କରିବାକୁ ପଡିବ ।


ବରଦାନ:-
କର୍ମର ହିସାବ-କିତାବକୁ ଭଲ ଭାବରେ ବୁଝି ନିଜର ସ୍ଥିତିକୁ ଅଚଳ କରୁଥିବା ସହଜଯୋଗୀ ହୁଅ ।

ଚାଲୁ ଚାଲୁ ଯଦି କୌଣସି କର୍ମର ହିସାବ-କିତାବ ସମ୍ମୁଖକୁ ଆସୁଛି ତେବେ ସେଥିରେ ମନକୁ ହଲଚଲ କର ନାହିଁ, ସ୍ଥିତିକୁ ତଳ ଉପର କର ନାହିଁ । ଯଦି ଆସିଗଲା ତେବେ ତାକୁ ପରଖି ନେଇ ଦୂରରୁ ହିଁ ସମାପ୍ତ କରିଦିଅ । ଏବେ ଆଉ ଯୋଦ୍ଧା ହୁଅ ନାହିଁ । ଯଦି ସର୍ବଶକ୍ତିବାନ ବାବା ସାଥୀରେ ଥିବେ ତେବେ ମାୟା ହଲଚଲ କରିପାରିବ ନାହିଁ । କେବଳ ନିଶ୍ଚୟର ମୂଳଦୁଆକୁ କାର୍ଯ୍ୟକାରୀ କର ଏବଂ ସମୟ ଅନୁସାରେ ବ୍ୟବହାର କର ତେବେ ସହଜଯୋଗୀ ହୋଇଯିବ । ଏବେ ନିରନ୍ତର ଯୋଗୀ ହୁଅ, ଯୁଦ୍ଧ କରୁଥିବା ଯୋଦ୍ଧା ନୁହେଁ ।

ସ୍ଲୋଗାନ:-
ଯଦି ଡବଲ ଲାଇଟ୍ ସ୍ଥିତିରେ ରହିବାକୁ ଚାହୁଁଛ ତେବେ ନିଜର ସମସ୍ତ ଦାୟିତ୍ୱର ବୋଝକୁ ବାବାଙ୍କ ଜିମା କରିଦିଅ ।