08.06.22 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବିକର୍ମରୁ ମୁକ୍ତ ରହିବା ପାଇଁ ବାରମ୍ବାର ଅଶରୀରୀ ହେବାର ଅଭ୍ୟାସ କର, ଏହି ଅଭ୍ୟାସ ହିଁ ତୁମକୁ
ମାୟାଜିତ୍ କରିଦେବ, ସ୍ଥାୟୀ ଭାବରେ ଯୋଗ ଲାଗି ରହିବ ।”
ପ୍ରଶ୍ନ:-
କେଉଁ ନିଶ୍ଚୟ
ଯଦି ପକ୍କା ହୋଇଯିବ ତେବେ ଯୋଗ ଖଣ୍ଡିତ ହୋଇପାରିବ ନାହିଁ?
ଉତ୍ତର:-
ସତ୍ୟ-ତ୍ରେତା ଯୁଗରେ ଆମେ ପବିତ୍ର ଥିଲୁ, ଦ୍ୱାପର କଳିଯୁଗରେ ପତିତ ହେଲୁ, ଏବେ ପୁଣି ଆମକୁ
ପବିତ୍ର ହେବାକୁ ପଡିବ, ଯଦି ଏହି ନିଶ୍ଚୟ ପକ୍କା ହୋଇଯିବ ତେବେ ଯୋଗ ଖଣ୍ଡିତ ହୋଇପାରିବ ନାହିଁ ।
ମାୟା ତୁମକୁ ହରାଇ ପାରିବ ନାହିଁ ।”
ଗୀତ:
ଯୋ ପିୟା କେ
ସାଥ ହୈ....
ଓମ୍ ଶାନ୍ତି ।
ମିଠା-ମିଠା
ପିଲାମାନେ, ଏହି ଗୀତର ଅର୍ଥକୁ ବୁଝିଗଲ । ଏଥିରେ ଲୌକିକ ସମ୍ପତ୍ତିର କୌଣସି କଥା ହିଁ ନାହିଁ ।
ସ୍ଥୂଳରେ ଯେଉଁ ସାଗର ଅଥବା ନଦୀଗୁଡିକ ଅଛି ସେମାନଙ୍କର କଥା ନୁହେଁ । ସିଏ ହେଲେ ଜ୍ଞାନର ସାଗର,
ଯିଏକି ଏଠାକୁ ଆସି ଜ୍ଞାନର ବର୍ସା କରୁଛନ୍ତି । ଯାହା ଦ୍ୱାରା ଅଜ୍ଞାନ ଅନ୍ଧକାର ଦୂର ହୋଇଯାଉଛି
। ଏହି କଥାକୁ କେଉଁମାନେ ବୁଝୁଛନ୍ତି? ଯେଉଁମାନେ ନିଜକୁ ପ୍ରଜାପିତା ବ୍ରହ୍ମାକୁମାର-କୁମାରୀ ବୋଲି
ଭାବୁଛନ୍ତି । ପିଲାମାନେ ଜାଣିଛନ୍ତି ଯେ ଶିବବାବା ଆମର ପିତା ଏବଂ ଆମ ବି.କେ.ମାନଙ୍କର ଦାଦା
ମଧ୍ୟ, ଯିଏକି ନିରାକାର ଅଟନ୍ତି । ଯଦି ତୁମର ନିଶ୍ଚୟ ହେଉଛି ଯେ, ଆମେ ପ୍ରଜାପିତା
ବ୍ରହ୍ମାକୁମାର କୁମାରୀ ଅଟୁ ତେବେ ଏହା ଭୁଲିବାର କଥା ହିଁ ନୁହେଁ । ଏବେ ସବୁ ପିଲାମାନେ
ପ୍ରିୟତମଙ୍କ ସାଥିରେ ଅଛନ୍ତି । ଏମିତି ନୁହେଁ ଯେ, କେବଳ ତୁମେମାନେ ହିଁ ଅଛ, ମୁରଲୀ ତ ସମସ୍ତେ
ଣୁଣିବେ । ପିଲାମାନଙ୍କ ପାଇଁ ହିଁ ଏହି ଜ୍ଞାନ ବର୍ଷା ହେଉଛି, ଯେଉଁ ଜ୍ଞାନ ଦ୍ୱାରା ଅଜ୍ଞାନତା
ରୂପି ଘୋର ଅନ୍ଧକାରର ବିନାଶ ହେଉଛି । ତୁମେମାନେ ଜାଣିଛ - ଆମେ ସମସ୍ତେ ଘୋର ଅନ୍ଧକାରରେ ଥିଲେ,
ଏବେ ଜ୍ଞାନର ଆଲୋକ ମିଳିଛି ତେଣୁ ଧୀରେ ଧୀରେ ସମସ୍ତେ ଜାଣିଗଲେଣି । ପରମପିତା ପରମତ୍ମାଙ୍କର
ଜୀବନ କାହାଣୀକୁ ମଧ୍ୟ ତୁମେମାନେ ଜାଣିଛ । ଯେଉଁମାନେ ଶିବବାବାଙ୍କର ଜୀବନ କାହାଣୀକୁ
ଜାଣିନାହାଁନ୍ତି ସେମାନେ ହାତ ଉଠାଅ । ସମସ୍ତେ ପରମାତ୍ମାଙ୍କର ଜୀବନ କାହାଣୀକୁ ଜାଣିଛନ୍ତି ।
ତାହା ପୁଣି ଗୋଟିଏ ଜନ୍ମର ନୁହେଁ । ଶିବବାବାଙ୍କର କେତେ ଜନ୍ମର ଜୀବନ କାହାଣୀ ରହିଛି? ତୁମକୁ ଜଣା
ଅଛି? ତୁମେମାନେ ଜାଣିଛ ଯେ, ଶିବବାବାଙ୍କର ଏହି ଡ୍ରାମାରେ କ’ଣ ଅଭିନୟ ରହିଛି । ତୁମେ ଆରମ୍ଭରୁ
ଶେଷ ପର୍ଯ୍ୟନ୍ତ ତାଙ୍କୁ ଏବଂ ତାଙ୍କର ଜୀବନ କାହାଣୀକୁ ଜାଣିଛ । ବାସ୍ତବରେ ଭକ୍ତିମାର୍ଗରେ ଯିଏ
ଯେଉଁ ଭାବନାରେ ଭକ୍ତି କରିଥା’ନ୍ତି ତା’ର ଫଳ ମୋତେ ଦେବାକୁ ହୁଏ । ସେମାନେ ତ ଚୈତନ୍ୟ ନୁହଁନ୍ତି,
ତେଣୁ ସାକ୍ଷାତ୍କାର ମୁଁ ହିଁ କରାଇଥାଏ । ତୁମେ ଜାଣିଛ ଯେ, ଅଧାକଳ୍ପ ଭକ୍ତିମାର୍ଗ ଚାଲୁଛି ।
ଭକ୍ତିର ସବୁ ମନୋକାମନା ପୂରା ହେଲା । ଏବେ ତୁମେମାନେ ମୋର ସନ୍ତାନ ହୋଇଛ ତେଣୁ ବର୍ସା ନିଶ୍ଚିତ
ମିଳିବ । ଦୁନିଆରେ ମଧ୍ୟ ନିୟମ ରହିଛି ଯେ, ବାପା ପିଲାମାନଙ୍କୁ ସମ୍ପତ୍ତି ଦେଇଥାନ୍ତି । ତୁମର
ମୁଖ ଏବେ ସଦ୍ଗତି ଆଡକୁ ରହିଛି । ତୁମେମାନେ ବ୍ରହ୍ମଲୋକ, ସୂକ୍ଷ୍ମଲୋକ, ସ୍ଥୂଳଲୋକକୁ ଜାଣିଛ ।
କିଏ ଏହି ଅବିନାଶୀ ନାଟକର ନିର୍ଦ୍ଦେଶକ, ରଚୟିତା ଏବଂ ମୁଖ୍ୟ ଅଭିନେତା ଅଟନ୍ତି ।
ନିର୍ଦ୍ଦେଶକର୍ତ୍ତା ସହିତ କର୍ମକର୍ତ୍ତା ମଧ୍ୟ ଅଟନ୍ତି କାରଣ ନିର୍ଦ୍ଦେଶ ଦେବାର କର୍ମ କରୁଛନ୍ତି
ନା । ପାଠ ମଧ୍ୟ ପଢାଉଛନ୍ତି । କହୁଛନ୍ତି ଯେ, ମୁଁ ତୁମକୁ ରାଜଯୋଗ ଶିଖାଇବାକୁ ଆସିଛି । ଏହା
ମଧ୍ୟ କର୍ମ କରିବା ହେଲା ନା । ଅଧାକଳ୍ପ ତୁମେମାନେ ମାୟାର ବଶବର୍ତ୍ତୀ ହୋଇ ଅସତ୍ୟ କର୍ତ୍ତବ୍ୟ
କରିଆସିଛ । ଏହା ହାରିବା ଏବଂ ଜିତିବାର ଖେଳ । ମାୟା ତୁମ ଦ୍ୱାରା ଅସତ୍ୟ କର୍ତ୍ତବ୍ୟ କରାଇ ଆସିଛି
। ଯିଏ ଅସତ୍ୟ କର୍ତ୍ତବ୍ୟ କରାଉଛି ତାକୁ ଭଗବାନ କିପରି କୁହାଯିବ? ଭଗବାନ କହୁଛନ୍ତି ମୁଁ ତ ଜଣେ,
ଯିଏକି ସମସ୍ତଙ୍କୁ ସତକର୍ମ କରିବା ଶିଖାଉଛି । ବର୍ତ୍ତମାନ ସମସ୍ତଙ୍କର ବିନାଶର ସମୟ । ତେଣୁ
ସମସ୍ତଙ୍କୁ କବରରୁ ଜାଗ୍ରତ କରିବାକୁ ହେବ । ସମସ୍ତେ କବରରେ ଅଛନ୍ତି । ବାବା ଆସି ଜାଗ୍ରତ
କରୁଛନ୍ତି । ମୃତ୍ୟୁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥିତ । ଶିବବାବା ବ୍ରହ୍ମାଙ୍କ ଶରୀର ମାଧ୍ୟମରେ
ଆମ ସମସ୍ତଙ୍କୁ ବୁଝାଉଛନ୍ତି । ତୁମେମାନେ ସମସ୍ତଙ୍କର ଜୀବନ କାହାଣୀକୁ ଜାଣିଛ । ଶିବବାବାଙ୍କର
ଜୀବନ କାହାଣୀକୁ ମଧ୍ୟ ଜାଣିଯାଇଛ । ତେବେ ତୁମେମାନେ କେତେ ଉଚ୍ଚ ହୋଇଗଲ ନା । ଯେଉଁମାନେ
ଶାସ୍ତ୍ର ବହୁତ ଅଧ୍ୟୟନ କରନ୍ତି ସେମାନଙ୍କ ଆଗରେ ନ ଜାଣିଥିବା ଲୋକମାନେ ତାଙ୍କ ଆଗରେ ମୁଣ୍ଡ
ନୁଆଁଇଥା’ନ୍ତି । ତୁମମାନଙ୍କୁ କାହା ଆଗରେ ମୁଣ୍ଡ ନୁଆଁଇବାର ଆବଶ୍ୟକତା ନାହିଁ । ଏହା ବିଲ୍କୁଲ୍
ସହଜ କଥା । ପିଲାମାନେ ଜାଣିଛନ୍ତି ଯେ ଆମେମାନେ ବ୍ରହ୍ମଲୋକ, ଶାନ୍ତିଧାମର ନିବାସୀ ହେବୁ ଏବଂ
ପୁଣି ସୁଖଧାମକୁ ଆସିବୁ । ଏବେ ଆମେ ପ୍ରଜାପିତା ବ୍ରହ୍ମାକୁମାର କୁମାରୀ ହୋଇଛୁ ତେଣୁ ସେହି
ସମ୍ବନ୍ଧରେ ଆମେ ଶିବବାବାଙ୍କର ନାତି ନାତୁଣୀ । ଶିବବାବାଙ୍କୁ ମନେ ପକାଇଲେ ଆମକୁ ସମ୍ପତ୍ତି
ମିଳିବ । ତୁମମାନଙ୍କର ନିଶ୍ଚୟ ଅଛି ଯେ, ଆମେ ପବିତ୍ର ଥିଲୁ ପୁଣି ପତିତ ହେଲୁ ଏବେ ପୁଣି ଆମକୁ
ପବିତ୍ର ହେବାକୁ ପଡିବ । ଯଦି ନିଶ୍ଚୟ ନ ହେବ ତେବେ ଯୋଗ ମଧ୍ୟ ଲାଗିବ ନାହିଁ ଏବଂ ପଦ ମଧ୍ୟ
ପାଇପାରିବ ନାହିଁ । ପବିତ୍ର ଜୀବନ ତ ବହୁତ ଭଲ ନା । କୁମାରୀମାନଙ୍କର ବହୁତ ସମ୍ମାନ ରହିଛି
କାହିଁକି ନା ବର୍ତ୍ତମାନ ସମୟରେ ତୁମେମାନେ ବହୁତ ସେବା କରୁଛ ନା । ଏବେ ତୁମେମାନେ ପବିତ୍ର ରହୁଛ
ଏବଂ ବର୍ତ୍ତମାନର ପବିତ୍ରତା ହିଁ ଭକ୍ତିମାର୍ଗରେ ପୂଜା କରାଯାଇଥାଏ । ଏହି ଦୁନିଆ ତ ବହୁତ ବିକାରୀ
ହୋଇଯାଇଛି, କୀଚକର କାହାଣୀ ମଧ୍ୟ ରହିଛି ନା । ଲୋକମାନେ ବହୁତ ଖରାପ ଭାବନା ନେଇ ଆସୁଛନ୍ତି,
ସେମାନଙ୍କୁ କୀଚକ ବୋଲି କୁହାଯାଇଥାଏ । ସେଥିପାଇଁ ବାବା କହୁଛନ୍ତି, ବହୁତ ସତର୍କ ରହିବାକୁ ହେବ
। ଏହା ବହୁତ ବିକାରୀ କଣ୍ଟାର ଦୁନିଆ । ତୁମେମାନେ ତ ବହୁତ ଖୁସି ହେବା ଦରକାର । ଆମେ
ଶାନ୍ତିଧାମକୁ ଯାଇ ପୁଣି ସୁଖଧାମକୁ ଆସିବୁ । ଆମେ ହିଁ ସୁଖଧାମର ମାଲିକ ଥିଲୁ ପୁଣି ଚକ୍ର ଲଗାଇ
ଏଠାରେ ଆସି ପହଞ୍ଚିଛୁ । ଏହି ନିଶ୍ଚୟ ତ ହେବା ଦରକାର ନା । ଅଶରୀରୀ ହେବାର ଅଭ୍ୟାସ କରିବାକୁ
ହେବ, ନଚେତ୍ ମାୟା ଖାଇ ଚାଲିବ, ଯୋଗ ଲାଗିପାରିବ ନାହିଁ । ବିକର୍ମ ବିନାଶ ହେବ ନାହିଁ ।
ଯୋଗଯୁକ୍ତ ହୋଇ ରହିବା ପାଇଁ କେତେ ପରିଶ୍ରମ କରିବା ଦରକାର । ଯୋଗଯୁକ୍ତ ହୋଇ ରହିବା ଦ୍ୱାରା ହିଁ
ସର୍ବଦା ସୁସ୍ଥ ହୋଇଯିବ । ତେଣୁ ଯେତେ ଦୂର ସମ୍ଭବ ଅଶରୀରୀ ହୋଇ ବାବାଙ୍କୁ ମନେ ପକାଇବାକୁ ହେବ ।
ଆମ ଆତ୍ମାମାନଙ୍କୁ ବାବା ପରମପିତା ପରମାତ୍ମା ପାଠପଢାଉଛନ୍ତି । କଳ୍ପ କଳ୍ପ ଏହିପରି ପାଠପଢାଇ,
ରାଜ୍ୟ-ଭାଗ୍ୟ ଦେଉଛନ୍ତି । ତୁମେ ଯୋଗବଳ ଦ୍ୱାରା ନିଜର ରାଜଧାନୀ ସ୍ଥାପନ କରୁଛ । ରାଜା ରାଜ୍ୟ
କରିଥାନ୍ତି, ସେନା ରାଜ୍ୟ ପାଇଁ ଲଢିଥା’ନ୍ତି । ଏଠାରେ ତୁମେମାନେ ନିଜ ପାଇଁ ହିଁ ପରିଶ୍ରମ କରୁଛ,
ବାବାଙ୍କ ପାଇଁ ନୁହେଁ । ବାବା କହୁଛନ୍ତି ମୁଁ ତ ରାଜ୍ୟ ହିଁ କରୁନାହିଁ । ମୁଁ ତୁମକୁ ରାଜ୍ୟ
ଦେବା ପାଇଁ ଉପାୟ ବତାଉଛି । ତୁମେମାନେ ସମସ୍ତେ ବାନପ୍ରସ୍ଥୀ ତେଣୁ ଏବେ ସମସ୍ତଙ୍କର ମୃତ୍ୟୁ ହେବ
। ଛୋଟ-ବଡର କୌଣସି ହିସାବ ନାହିଁ । ଏହିପରି ଭାବ ନାହିଁ ଯେ, ଛୋଟ ପିଲାମାନେ ପିତାଙ୍କ
ସମ୍ପତ୍ତିର ଉତ୍ତରାଧିକାରୀ ହେବେ । ଏହି ଦୁନିଆ ହିଁ ରହିବ ନାହିଁ । ସମ୍ପତ୍ତି କିପରି ପାଇବେ ।
ମନୁଷ୍ୟମାନେ ତ ଘୋର ଅନ୍ଧକାରରେ ଅଛନ୍ତି । ଖୁବ୍ ପଇସା ରୋଜଗାର କରିବାର ଇଚ୍ଛା ରଖୁଛନ୍ତି ।
ଭାବୁଛନ୍ତି - ଆମର ନାତି-ନାତୁଣୀ ଖାଇବେ । କିନ୍ତୁ ଏହି କାମନା କାହାର ପୂର୍ଣ୍ଣ ହେବ ନାହିଁ ।
ଏସବୁ ମାଟିରେ ମିଶିଯିବ । ଏହି ଦୁନିଆ ହିଁ ସମାପ୍ତ ହୋଇଯିବ । ଯଦି ଗୋଟିଏ ମଧ୍ୟ ବୋମା ପଡିଲା
ତେବେ ସବୁ ଶେଷ ହୋଇଯିବେ । ସେଥିରୁ କେହି ବି ବଞ୍ଚାଇ ପାରିବେ ନାହିଁ । ଏବେ ତ ସୁନା ଆଦିର ଖଣି
ସବୁ ବିଲ୍କୁଲ୍ ଖାଲି ହୋଇଯାଇଛି । ନୂଆ ଦୁନିଆରେ ସେସବୁ ଭର୍ତ୍ତି ହୋଇଯିବ । ସେଠାରେ ଅର୍ଥାତ୍
ନୂଆ ଦୁନିଆରେ ସବୁ କିଛି ନୂଆ ମିଳିଯିବ । ଏବେ ଡ୍ରାମାର ଚକ୍ର ଶେଷ ହେବାକୁ ଯାଉଛି, ପୁଣି ଆରମ୍ଭ
ହେବ । ଏବେ ଆମକୁ ଜ୍ଞାନର ଆଲୋକ ମିଳିଯାଇଛି । ଗାୟନ କରୁଛନ୍ତି - ଜ୍ଞାନ ସୂର୍ଯ୍ୟ ପ୍ରକଟ ହେଲେ,
ଅଜ୍ଞାନ ଅନ୍ଧକାରର ବିନାଶ ହେବ । ଏହା କୌଣସି ହଦର ସୂର୍ଯ୍ୟଙ୍କ କଥା ନୁହେଁ, ଲୋକମାନେ
ସୂର୍ଯ୍ୟଙ୍କୁ ପାଣି ଦେଇଥା’ନ୍ତି । ବାସ୍ତବରେ ସୂର୍ଯ୍ୟ ସାରା ଦୁନିଆକୁ ପାଣି ପହଞ୍ଚାଉଛି ।
ତାଙ୍କୁ ପୁଣି ପାଣି ଦେଉଛନ୍ତି, ଏହି ଭକ୍ତି କେତେ ଆଶ୍ଚର୍ଯ୍ୟଜନକ ପୁଣି କହୁଛନ୍ତି ସୂର୍ଯ୍ୟ
ଦେବତାୟ ନମଃ । ସିଏ ଦେବତା କିପରି ହେବେ? ଏଠାରେ ତ ମନୁଷ୍ୟ ଅସୁରରୁ ଦେବତା ହେଉଛନ୍ତି । ତେଣୁ
ତାଙ୍କୁ ଦେବତା ବୋଲି କୁହାଯିବ ନାହିଁ । ସିଏ ତ ସୂର୍ଯ୍ୟ, ଚନ୍ଦ୍ର, ତାରା ଅଟନ୍ତି ।
ସୂର୍ଯ୍ୟଙ୍କର ପତାକା ମଧ୍ୟ ଲଗାଇଥା’ନ୍ତି । ଜାପାନୀମାନେ ନିଜକୁ ସୂର୍ଯ୍ୟବଂଶୀ ବୋଲି କହିଥା’ନ୍ତି
। ବାସ୍ତବରେ ଜ୍ଞାନ ସୂର୍ଯ୍ୟବଂଶୀ ତ ସମସ୍ତେ ଅଟନ୍ତି । କିନ୍ତୁ ଜ୍ଞାନ ନାହିଁ, ତେବେ କେଉଁଠି
ସେହି ହଦର ସୂର୍ଯ୍ୟ ଏବଂ କେଉଁଠି ଜ୍ଞାନର ସୂର୍ଯ୍ୟ । ଏଠାରେ ମଧ୍ୟ ବିଜ୍ଞାନ ଦ୍ୱାରା ବହୁତ
ଜିନିଷ ଆବିଷ୍କାର ହେଉଛି, କିନ୍ତୁ ଫଳାଫଳ କ’ଣ ହେଉଛି । କିଛି ବି ନୁହେଁ । ଏବେ ତ ବିନାଶ ହେବ
ହିଁ ହେବ । ଯେଉଁମାନେ ଜ୍ଞାନୀ ସେମାନେ ଜାଣୁଛନ୍ତି ଯେ, ଆମେ ବିଜ୍ଞାନ ଦ୍ୱାରା ନିଜର ହିଁ ବିନାଶ
କରୁଛୁ । ସେମାନଙ୍କ ପାଖରେ ସାଇନ୍ସ, ଅଛି ତୁମ ପାଖରେ ରହିଛି ସାଇଲେନ୍ସ । ଏମାନେ ବିଜ୍ଞାନ
ଦ୍ୱାରା ବିନାଶ କରୁଛନ୍ତି, ତୁମେ ନିରବତା ଦ୍ୱାରା ସ୍ୱର୍ଗର ସ୍ଥାପନା କରିଛ । ଏବେ ତ ନର୍କରେ
ସମସ୍ତଙ୍କର ନୌକା ବୁଡି ରହିଛି । ସେପଟେ ହଦର ସେନାମାନେ, ଏପଟେ ତୁମେ ଯୋଗବଳର ସେନା ରହିଛ ।
ତୁମେମାନେ ସମସ୍ତଙ୍କୁ ଉଦ୍ଧାର କରୁଛ । ତୁମ ଉପରେ କେତେ ଦାୟିତ୍ୱ ରହିଛି, ତେଣୁ ସଂପୂର୍ଣ୍ଣ ରୂପେ
ସହଯୋଗୀ ହେବା ଦରକାର । ଏହି ପୁରୁଣା ଦୁନିଆ ଶେଷ ହୋଇଯିବ । ଏବେ ତୁମେ ଡ୍ରାମାକୁ ବୁଝିଗଲଣି ।
ବର୍ତ୍ତମାନ ସଂଗମର ସମୟ । ବାବା ଆମର ନୌକାକୁ ପାରି କରିବା ପାଇଁ ଆସିଛନ୍ତି । ତୁମେମାନେ ଜାଣୁଛ
ଯେ, ପୂରା ରାଜଧାନୀ ସ୍ଥାପନ ହୋଇଯିବ ପୁଣି ବିନାଶ ହେବ । ମଝିରେ-ମଝିରେ ରିହର୍ସଲ ହୋଇ ଚାଲିବ ।
ଲଢେଇ ତ ଢେର ଲାଗିବ । ଏହା ବିକାରୀ ଦୁନିଆ । ତୁମେ ଜାଣିଛ ଯେ, ବାବା ଆମକୁ ଫୁଲର ଦୁନିଆକୁ
ନେଇଯାଉଛନ୍ତି । ତେଣୁ ଏହି ପୁରୁଣା ଶରୀରକୁ ଛାଡିବାକୁ ହେବ । ପୁଣି ନୂଆ ଶରୀର ନେବାକୁ ପଡିବ ।
ଏକଥା ତ ବାବା ଗ୍ୟାରେଣ୍ଟି ଦେଉଛନ୍ତି ଯେ ମୁଁ କଳ୍ପ-କଳ୍ପ ସମସ୍ତଙ୍କୁ ସାଥୀରେ ନେଇଯାଉଛି ।
ସେଥିପାଇଁ ମୋର ନାମ କାଳର କାଳ ମହାକାଳ ରଖିଛନ୍ତି । ପତିତ-ପାବନ, ଦୟାର ସାଗର ମଧ୍ୟ କହୁଛନ୍ତି ।
ତୁମେମାନେ ଜାଣିଛ ଯେ,
ଆମେମାନେ ଶ୍ରୀମତ ଆଧାରରେ ସ୍ୱର୍ଗକୁ ଯିବା ପାଇଁ ପୁରୁଷାର୍ଥ କରୁଛୁ । ବାବା କହୁଛନ୍ତି ମୋତେ ମନେ
ପକାଅ ତେବେ ମୁଁ ତୁମକୁ ସ୍ୱର୍ଗକୁ ପଠାଇ ଦେବି, ତାହା ସହିତ ଶରୀର ନିର୍ବାହ ମଧ୍ୟ କରିବାକୁ ହେବ
। କର୍ମ ବିନା ତ କେହି ରହିପାରିବେ ନାହିଁ । ବାସ୍ତବରେ କର୍ମ ସନ୍ନ୍ୟାସ ତ ହୋଇ ପାରିବ ନାହିଁ ।
ସ୍ନାନ ଆଦି କରିବା ଏହା ମଧ୍ୟ କର୍ମ ଅଟେ ନା । ଶେଷ ସମୟରେ ସମସ୍ତେ ପୁରା ବୁଝିବେ । ବୁଝିଯିବେ
ଯେ, ଏମାନେ କହୁଛନ୍ତି ଯେ, ଶିବବାବା ଆମକୁ ପାଠ ପଢାଉଛନ୍ତି, ଏହା ଠିକ୍ ଅଟେ । ନିରାକାର
ଭଗବାନୁବାଚ - ସିଏ ତ ଜଣେ ହିଁ ଅଟନ୍ତି । ସେଥିପାଇଁ ବାବା ଏକଥା କହି ଚାଲିଛନ୍ତି ଯେ, ସମସ୍ତଙ୍କୁ
ପଚାର ନିରାକାର ଶିବଙ୍କ ସହିତ ତୁମର ସମ୍ବନ୍ଧ କ’ଣ? ଯଦି ସମସ୍ତେ ଭାଇ-ଭାଇ ଅଟନ୍ତି, ତେବେ
ତାଙ୍କର ବାପା ମଧ୍ୟ ଥିବେ ନା । ନଚେତ୍ କେଉଁଠାରୁ ଆସିଲେ । ଗାୟନ ମଧ୍ୟ କରୁଛନ୍ତି, ତୁମେ
ମାତା-ପିତା..... । ଏହା ହେଉଛି ବାବାଙ୍କର ମହିମା । ବାବା କହୁଛନ୍ତି ମୁଁ ହିଁ ତୁମକୁ ରାଜଯୋଗର
ଶିକ୍ଷା ଦେଉଛି । ଯାହା ଦ୍ୱାରା ତୁମେମାନେ ବିଶ୍ୱର ମାଲିକ ହେଉଛ । ଏଠାରେ ବସି ମଧ୍ୟ
ଶିବବାବାଙ୍କୁ ମନେ ପକାଇବାକୁ ହେବ । ଏହି ଆଖି ଦ୍ୱାରା ଶରୀରକୁ ଦେଖୁଛ ଏବଂ ବୁଦ୍ଧି ଦ୍ୱାରା
ଜାଣୁଛ ଯେ ଆମକୁ ଶିବବାବା ପାଠ ପଢାଉଛନ୍ତି । ଯେଉଁମାନେ ବାବାଙ୍କ ସାଥିରେ ଅଛନ୍ତି ସେମାନଙ୍କ
ପାଇଁ ହିଁ ଏହି ରାଜଯୋଗ ଏବଂ ଜ୍ଞାନର ବର୍ସା ହେଉଛି । ପତିତମାନଙ୍କୁ ପବିତ୍ର କରିବା - ଏହା
ବାବାଙ୍କର କାମ । ଇଏ ସେହି ଜ୍ଞାନର ସାଗର ଅଟନ୍ତି, ତୁମେମାନେ ଜାଣିଛ ଯେ, ଆମେ ଶିବବାବାଙ୍କର
ନାତି, ବ୍ରହ୍ମାଙ୍କର ସନ୍ତାନ ଅଟୁ । ବ୍ରହ୍ମାଙ୍କର ପିତା ମଧ୍ୟ ଶିବବାବା ହିଁ ଅଟନ୍ତି ଏବଂ ବର୍ସା
ମଧ୍ୟ ଶିବବାବାଙ୍କଠାରୁ ମିଳୁଅଛି । ତେଣୁ ସ୍ମରଣ ମଧ୍ୟ ତାଙ୍କୁ ହିଁ କରିବାକୁ ହେବ । ଏବେ ଆମକୁ
ବିଷ୍ଣୁପୁରୀକୁ ଯିବାକୁ ହେବ । ଏଠାରୁ ତୁମର ଲଙ୍ଗର ଉଠିଯାଇଛି । ଶୂଦ୍ରମାନଙ୍କର ଡଙ୍ଗା ଛିଡା
ହୋଇଛି । ତୁମର ଡଙ୍ଗା ଚାଲିବାରେ ଲାଗିଛି । ଏବେ ତୁମେମାନେ ସିଧା ଘରକୁ ଚାଲିଯିବ । ତେବେ ପୁରୁଣା
ବସ୍ତ୍ର ସବୁ ଏହିଠାରେ ହିଁ ଛାଡି ଯିବାକୁ ହେବ । ଏବେ ଏହି ନାଟକ ଶେଷ ହେବାକୁ ଯାଉଛି, ଏବେ ଏହି
ଶରୀର ରୂପୀ ବସ୍ତ୍ରକୁ ଓହ୍ଲାଇ ଘରକୁ ଯିବାକୁ ହେବ । ଆଚ୍ଛା!
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କୌଣସି ବି
ଅସତ୍ କର୍ମ କରିବା ଉଚିତ୍ ନୁହେଁ । ମୃତ୍ୟୁ ସମ୍ମୁଖରେ ଉପସ୍ଥିତ ଅଛି, ଏହା ବିନାଶର ସମୟ
ସେଥିପାଇଁ ସମସ୍ତଙ୍କୁ କବର ମଧ୍ୟରୁ ଅର୍ଥାତ୍ ଅଜ୍ଞାନ ନିଦ୍ରାରୁ ଜାଗ୍ରତ କରିବାକୁ ପଡିବ । ନିଜେ
ପବିତ୍ର ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ପବିତ୍ର କରିବାର ସେବା କରିବାକୁ ହେବ ।
(୨) ଏହି ଛି-ଛି ବିକାରୀ
ଦୁନିଆରେ କୌଣସି ପ୍ରକାରର କାମନା ରଖିବାର ନାହିଁ । ସମସ୍ତଙ୍କର ବୁଡିଯାଇଥିବା ଡଙ୍ଗାକୁ ଉଦ୍ଧାର
କରିବା ପାଇଁ ବାବାଙ୍କର ପୂରା ପୂରା ସହଯୋଗୀ ହେବାର ଅଛି ।
ବରଦାନ:-
ଯୋଗର ପ୍ରୟୋଗ
ଦ୍ୱାରା ସର୍ବ ସମ୍ପତ୍ତିକୁ ବୃଦ୍ଧି କରୁଥିବା ସଫଳ ତପସ୍ୱୀ ହୁଅ ।
ବାବାଙ୍କ ଦ୍ୱାରା
ପ୍ରାପ୍ତ ହେଉଥିବା ସବୁ ପ୍ରକାରର ସମ୍ପତ୍ତି ଉପରେ ଯୋଗର ପ୍ରୟୋଗ କର । ସମ୍ପତ୍ତିର ଖର୍ଚ୍ଚ କମ
ହେଉଥିବ ଏବଂ ପ୍ରାପ୍ତି ଅଧିକ ହେଉଥିବ - ଏହା ହିଁ ହେଉଛି ଯୋଗର ପ୍ରୟୋଗ । ଯେପରି ସମୟ ଏବଂ
ସଂକଳ୍ପ, ଦୁଇଟିଯାକ ଶ୍ରେଷ୍ଠ ସମ୍ପତ୍ତି ଅଟନ୍ତି । ତେଣୁ ସଂକଳ୍ପର ଖର୍ଚ୍ଚ କମ୍ ହେଉ କିନ୍ତୁ
ପ୍ରାପ୍ତି ଅଧିକ ହେଉ । ସାଧାରଣ ବ୍ୟକ୍ତି ଯେଉଁ କଥାରେ ଦୁଇ ଚାରି ମିନିଟ୍ ସଂକଳ୍ପ କରିବା ପରେ
ସଫଳତା ପ୍ରାପ୍ତ କରୁଛନ୍ତି । ତାହାକୁ ତୁମେମାନେ ଗୋଟିଏ-ଦୁଇଟି ସେକେଣ୍ଡରେ କରିନିଅ । କମ ସମୟ,
କମ୍ ସଂକଳ୍ପରେ ଫଳ ବହୁତ ଅଧିକ ହେବା ଦରକାର, ତେବେ କୁହାଯିବ ଯୋଗର ପ୍ରୟୋଗ କରୁଥିବା ସଫଳ ତପସ୍ୱୀ
।
ସ୍ଲୋଗାନ:-
ନିଜର ଅନାଦି ଆଦି
ସଂସ୍କାରକୁ ସ୍ମୃତିରେ ରଖି ସର୍ବଦା ଅଚଳ ରୁହ ।
ମାତେଶ୍ୱରୀଙ୍କର ଅମୂଲ୍ୟ
ମହାବାକ୍ୟ
ଆମକୁ କଣ୍ଟାର ଦୁନିଆରୁ
ଫୁଲ ବଗୀଚାର ଛତ୍ରଛାୟାକୁ ନେଇଚାଲ - ତେବେ ଏହିଭଳି କହି କେବଳ ପରମାତ୍ମାଙ୍କୁ ହିଁ ଡାକୁଛନ୍ତି ।
ଯେତେବେଳେ ମନୁଷ୍ୟ ଅତି ଦୁଃଖୀ ହୋଇଯାଏ ସେତେବେଳେ ପରମାତ୍ମାଙ୍କୁ ମନେ ପକାଇଥାଏ । ହେ ପରମାତ୍ମା
ମୋତେ ଏହି କଣ୍ଟାର ଦୁନିଆରୁ ଫୁଲର ବଗିଚାକୁ ନେଇଚାଲ । ଏହାଦ୍ୱାରା ପ୍ରମାଣିତ ହେଉଛି ଯେ
ନିଶ୍ଚିତ ଭାବରେ ସେଭଳି କୌଣସି ଦୁନିଆ ନିଶ୍ଚିତ ଅଛି । ତେବେ ଏକଥା ମଧ୍ୟ ସମସ୍ତେ ଜାଣିଛନ୍ତି ଯେ
ବର୍ତ୍ତମାନର ସଂସାର କଣ୍ଟାରେ ପରିପୂର୍ଣ୍ଣ ଯେଉଁ କାରଣରୁ ମନୁଷ୍ୟମାନେ ଦୁଃଖ-ଅଶାନ୍ତି ପ୍ରାପ୍ତ
କରୁଛନ୍ତି ଏବଂ ଫୁଲର ଦୁନିଆକୁ ମନେ ପକାଉଛନ୍ତି । ତେବେ ନିଶ୍ଚିତ ଭାବରେ ସେଭଳି କୌଣସି ଦୁନିଆ
ଥିବ ଯେଉଁ ଦୁନିଆର ସଂସ୍କାର ଆତ୍ମାରେ ଭରି ହୋଇ ରହିଛି । ଏକଥା ମଧ୍ୟ ଆମେମାନେ ଜାଣିଛେ ଯେ ଦୁଃଖ
ଅଶାନ୍ତି ଆଦି ସବୁ କିଛି କର୍ମବନ୍ଧନର ହିସାବ-କିତାବ ରାଜାଠାରୁ ଆରମ୍ଭ କରି ରଙ୍କ ପର୍ଯ୍ୟନ୍ତ
ପ୍ରତ୍ୟେକ ମନୁଷ୍ୟ ମାତ୍ରକେ ଏହିଭଳି ହିସାବ-କିତାବର ବନ୍ଧନରେ ବାନ୍ଧି ହୋଇଛନ୍ତି ସେଥିପାଇଁ
ପରମାତ୍ମା ନିଜେ କହୁଛନ୍ତି ଯେ ବର୍ତ୍ତମାନର ସଂସାର କଳିଯୁଗୀ ଅଟେ ଯେଉଁଠି ସବୁ କିଛି କର୍ମ
ବନ୍ଧନ ଅନୁସାରେ ପରିଚାଳିତ ହେଉଛି ଏବଂ ପୂର୍ବ ସମୟର ସଂସାର ସତ୍ୟଯୁଗୀ ଥିଲା ଯାହାକୁ ଫୁଲର
ଦୁନିଆ କୁହାଯାଉଛି । ତେବେ ସେହି ଦୁନିଆ ହେଉଛି କର୍ମବନ୍ଧନ ରହିତ, ଜୀବନମୁକ୍ତ ଦେବୀ-ଦେବତା
ମାନଙ୍କର ରାଜ୍ୟ ଯାହାକି ବର୍ତ୍ତମାନ ନାହିଁ । ତେଣୁ ଏଠାରେ ଆମେ ଯେଉଁ ଜୀବନମୁକ୍ତ ଶବ୍ଦ କହୁଛେ
ତା’ର ଅର୍ଥ ଏହା ନୁହେଁ ଯେ ସେଠାରେ ଆମେ ଦେହଠାରୁ ମୁକ୍ତ ଥିଲେ ବା ଆମ ଭିତରେ କୌଣସି ଦୈହିକ
ସ୍ମୃତି ନଥିଲା । କିନ୍ତୁ ଆମେମାନେ ଦେହ ଭିତରେ ରହି ମଧ୍ୟ ଦୁଃଖର ଅନୁଭୂତି କରୁନଥିଲେ, ଅର୍ଥାତ୍
ସେଠାରେ କୌଣସି ପ୍ରକାରର କର୍ମ ବନ୍ଧନରର କଥା ନଥିଲା । ଆମେମାନେ ଜୀବନ ମଧ୍ୟ ଧାରଣ କରୁଥିଲେ,
ଜୀବନ ତ୍ୟାଗ ମଧ୍ୟ କରୁଥିଲେ କିନ୍ତୁ ଆଦି-ମଧ୍ୟ-ଅନ୍ତ ସୁଖ ଭୋଗ କରୁଥିଲେ । ତେଣୁ ଜୀବନମୁକ୍ତର
ଅର୍ଥ ହେଲା ଜୀବନରେ ଥାଇ କର୍ମାତୀତ । ଏବେ ତ ସାରା ଦୁନିଆ ହିଁ ପାଞ୍ଚ ବିକାର କବଳରେ ପୂର୍ଣ୍ଣ
ରୂପରେ ଆବଦ୍ଧ ଅଟେ । କହିବାକୁ ଗଲେ ଏଠାରେ ପାଞ୍ଚ ବିକାର ହିଁ ସମ୍ପୂର୍ଣ୍ଣ ରୂପରେ ନିବାସ କରୁଛି
। କିନ୍ତୁ ମନୁଷ୍ୟ ଭିତରେ ସେତିକି ଶକ୍ତି ନାହିଁ ଯାହାକି ଏହି ପାଞ୍ଚଟି ଭୂତଙ୍କ ଉପରେ ବିଜୟ
ପ୍ରାପ୍ତ କରିପାରିବ । ସେଥିପାଇଁ ହିଁ ପରମାତ୍ମା ପିତା ନିଜେ ଆସି ଆମକୁ ଏହି ପାଞ୍ଚଟି ଭୂତଙ୍କ
କବଳରୁ ମୁକ୍ତ କରୁଛନ୍ତି ଏବଂ ଭବିଷ୍ୟତର ପ୍ରାରବ୍ଧ ରୂପରେ ଦେବୀ-ଦେବତା ପଦ ପ୍ରାପ୍ତ କରାଉଛନ୍ତି
।