08.09.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ନିଜ ହୃଦୟରେ ହାତ ରଖି ପଚାର ଯେ ବାବା ଯାହା ଶୁଣାଉଛନ୍ତି କଣ ଆମେ ସବୁ ପୂର୍ବରୁ ଜାଣିଥିଲୁ, ଯାହା ଶୁଣିଛ ତାକୁ ଅର୍ଥ ସହିତ ବୁଝି ଖୁସୀରେ ରୁହ ।

ପ୍ରଶ୍ନ:-
ତୁମର ଏହି ବ୍ରାହ୍ମଣ ଧର୍ମରେ ସବୁଠାରୁ ଅଧିକ ଶକ୍ତି ରହିଛି କେଉଁଟି ଏବଂ କିପରି ?

ଉତ୍ତର:-
ତୁମର ଏହି ବ୍ରାହ୍ମଣ ଧର୍ମ ଏପରି ଅଟେ ଯାହାକି ଶ୍ରୀମତ ଆଧାରରେ ସାରା ବିଶ୍ୱର ସଦ୍ଗତି କରିଦେଉଛି । ବ୍ରାହ୍ମଣମାନେ ହିଁ ସାରା ବିଶ୍ୱକୁ ଶାନ୍ତ କରି ଦେଉଛନ୍ତି । ତୁମେ ବ୍ରାହ୍ମଣ କୁଳ ଭୁଷଣ ଆତ୍ମାମାନେ ଦେବତାମାନଙ୍କଠାରୁ ମଧ୍ୟ ଉଚ୍ଚ ଅଟ, ତୁମକୁ ବାବାଙ୍କ ଦ୍ୱାରା ଏହି ଶକ୍ତି ମିଳିଛି । ତୁମେ ବ୍ରାହ୍ମଣମାନେ ହିଁ ବାବାଙ୍କର ସହଯୋଗୀ ହେଉଛ, ତୁମମାନଙ୍କୁ ହିଁ ସବୁଠାରୁ ବଡ଼ ପୁରସ୍କାର ମିଳୁଛି । ତୁମେ ବ୍ରହ୍ମାଣ୍ଡ ଏବଂ ବିଶ୍ୱ ଉଭୟର ମଧ୍ୟ ମାଲିକ ହେଉଛ ।

ଓମ୍ ଶାନ୍ତି ।
ମଧୁର ଆତ୍ମିକ ସିକିଲଧେ ସନ୍ତାନମାନଙ୍କ ପ୍ରତି ଆତ୍ମିକ ପିତା ବସି ବୁଝାଉଛନ୍ତି । ଆତ୍ମିକ ସନ୍ତାନମାନେ ଜାଣିଛନ୍ତି ଯେ ଆତ୍ମିକ ପିତା ପ୍ରତ୍ୟେକ ୫ ହଜାର ବର୍ଷ ପରେ ନିଶ୍ଚୟ ଥରେ ମାତ୍ର ଆସୁଛନ୍ତି । କଳ୍ପର ନାମ ରଖି ଦେଇଥିବାରୁ କହିବାକୁ ପଡ଼ୁଛି । ଏହି ଡ଼୍ରାମା ଅଥବା ସୃଷ୍ଟିର ଆୟୁଷ ୫ ହଜାର ବର୍ଷ, ଏହି କଥା ଏକମାତ୍ର ବାବା ବସି ବୁଝାଉଛନ୍ତି । ଏକଥା କେବେ କୌଣସି ମନୁଷ୍ୟ ମୁଖରୁ ଶୁଣିନଥିବ । ଆତ୍ମିକ ସନ୍ତାନମାନେ ବସିଛନ୍ତି । ତୁମେ ଜାଣିଛ ଯେ ବାସ୍ତବରେ ଆମ ସମସ୍ତ ଆତ୍ମାମାନଙ୍କର ପିତା ସେ ଜଣେ ଅଟନ୍ତି । ବାବା ହିଁ ବସି ପିଲାମାନଙ୍କୁ ନିଜର ପରିଚୟ ଦେଉଛନ୍ତି ଯାହାକୁ କୌଣସି ମନୁଷ୍ୟ ମାତ୍ର ଜାଣିନାହାଁନ୍ତି । କାହାକୁ ହେଲେ ଜଣାନାହିଁ ଭଗବାନ ଅଥବା ଈଶ୍ୱର କିଏ ତାଙ୍କୁ ଗଡ଼ ଫାଦର ପିତା ବୋଲି କହୁଛନ୍ତି ତେଣୁ ବହୁତ ସ୍ନେହ ରହିବା ଦରକାର । ସିଏ ବେହଦର ବାବା ଅଟନ୍ତି ତେଣୁ ତାଙ୍କଠାରୁ ସମ୍ପତ୍ତି ମଧ୍ୟ ନିଶ୍ଚୟ ମିଳୁଥିବ । ଇଂରାଜୀରେ ଭଲ ଅକ୍ଷର କହୁଛନ୍ତି--ହେଭେନ୍ଲି ଗଡ୍ ଫାଦର ଅର୍ଥାତ୍ ସ୍ୱର୍ଗ ରଚନା କରୁଥିବା ଈଶ୍ୱର ପିତା । ସ୍ୱର୍ଗ ନୂଆ ଦୁନିଆକୁ କୁହାଯାଏ ଏବଂ ନର୍କ ପୁରୁଣା ଦୁନିଆକୁ କୁହାଯାଏ । କିନ୍ତୁ ସ୍ୱର୍ଗକୁ କେହି ଜାଣିନାହାଁନ୍ତି । ସନ୍ନ୍ୟାସୀ ମାନେ ତ ମାନୁନାହାଁନ୍ତି । ସେମାନେ କେବେ ଏପରି କହିବେ ନାହିଁ ଯେ ବାବା ସ୍ୱର୍ଗର ରଚୟିତା ଅଟନ୍ତି । ସ୍ୱର୍ଗର ରଚୟିତା ଈଶ୍ୱର ପିତା ଏହି ଅକ୍ଷର ବହୁତ ମଧୁର । ସ୍ୱର୍ଗ ମଧ୍ୟ ପ୍ରସିଦ୍ଧ ଅଟେ । ତୁମମାନଙ୍କ ବୁଦ୍ଧିରେ ସ୍ୱର୍ଗ ଏବଂ ନର୍କର ସମସ୍ତ ଚକ୍ର ଓ ସୃଷ୍ଟିର ଆଦି-ମଧ୍ୟ-ଅନ୍ତ ଜ୍ଞାନ ଘୂରୁଛି, ଯେଉଁମାନେ ସେବା ଯୋଗ୍ୟ ଅଟନ୍ତି, ସମସ୍ତେ ତ ଏକରସ ସେବା ଯୋଗ୍ୟ ହେଉନାହାଁନ୍ତି ।

ତୁମେ ପୁନର୍ବାର ନିଜର ରାଜଧାନୀ ସ୍ଥାପନ କରୁଛ । ତୁମେ ଆତ୍ମିକ ସନ୍ତାନମାନେ କହୁଛ ଯେ ଆମେ ବାବାଙ୍କର ଶ୍ରେଷ୍ଠରୁ ଶ୍ରେଷ୍ଠ ମତରେ ଚାଲୁଛୁ । ବାବାଙ୍କର ଶ୍ରୀମତ ସର୍ବୋଚ୍ଚ ଅଟେ । ଶ୍ରୀମତ୍ ଭଗବତ୍ ଗୀତାର ମଧ୍ୟ ଗାୟନ ରହିଛି । ଏହା ହେଲା ପ୍ରଥମ ନମ୍ବର ଶାସ୍ତ୍ର । ବାବାଙ୍କ ନାମ ଶୁଣିବା ମାତ୍ରେ ହିଁ ତୁରନ୍ତ ସ୍ୱର୍ଗର ସମ୍ପତ୍ତି ମନେ ପଡ଼ିଯାଉଛି । ଏକଥା ଦୁନିଆରେ କେହି ହେଲେ ଜାଣିନାହିଁନ୍ତି ଯେ ଈଶ୍ୱର ପିତାଙ୍କଠାରୁ କଣ ମିଳୁଛି । ପ୍ରାଚୀନ ଯୋଗ ଅକ୍ଷର କହୁଛନ୍ତି । କିନ୍ତୁ ବୁଝୁନାହାଁନ୍ତି ଯେ ପ୍ରାଚୀନ ଯୋଗ କିଏ ଶିଖାଇଥିଲେ ? ସେମାନେ ତ କୃଷ୍ଣ ହିଁ କହିବେ କାହିଁକିନା ଗୀତାରେ କୃଷ୍ଣଙ୍କ ନାମ ଲେଖିଦେଇଛନ୍ତି । ଏବେ ତୁମେ ବୁଝୁଛ ବାବା ହିଁ ରାଜଯୋଗ ଶିଖାଇଥିଲେ, ଯାହା ଦ୍ୱାରା ସମସ୍ତେ ମୁକ୍ତି-ଜୀବନମୁକ୍ତି ପ୍ରାପ୍ତ କରୁଛନ୍ତି । ଏକଥା ମଧ୍ୟ ବୁଝୁଛ ଯେ ଭାରତକୁ ହିଁ ଶିବବାବା ଆସିଥିଲେ, ତାଙ୍କର ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି କିନ୍ତୁ ଗୀତାରେ ତାଙ୍କର ନାମ ଗୁପ୍ତ କରିଦେଇଥିବାରୁ ମହିମା ମଧ୍ୟ ଗୁପ୍ତ ହୋଇଯାଇଛି । ଯାହାଙ୍କଠାରୁ ସାରା ଦୁନିଆକୁ ସୁଖ-ଶାନ୍ତି ମିଳୁଛି, ସେହି ବାବାଙ୍କୁ ଭୁଲିଯାଇଛନ୍ତି । ଏହାକୁ ମହାନ୍ ଭୁଲ୍ର ନାଟକ କୁହାଯାଉଛି । ସବୁଠାରୁ ବଡ଼ ଭୁଲ୍ ହେଉଛି ବାବାଙ୍କୁ ଜାଣିନାହାଁନ୍ତି । କେବେ କହୁଛନ୍ତି ସେ ନାମ ରୂପରୁ ଅଲଗା ପୁଣି କହୁଛନ୍ତି କଚ୍ଛ-ମଚ୍ଛ ଅବତାର ଅଟନ୍ତି । ମାଟି-ଗୋଡ଼ିରେ ଅଛନ୍ତି । ଭୁଲ ଉପରେ ଭୁଲ ହୋଇଚାଲିଛି । ସିଡ଼ି ତଳକୁ ଓହ୍ଲାଇ ଚାଲୁଛନ୍ତି । କଳା କମ୍ ହୋଇଚାଲିଛି, ତମୋପ୍ରଧାନ ହୋଇଚାଲିଛନ୍ତି । ଡ଼୍ରାମାର ପ୍ଲାନ ଅନୁସାରେ ଯେଉଁ ବାବା ସ୍ୱର୍ଗର ରଚୟିତା ଅଟନ୍ତି, ଯିଏକି ଭାରତକୁ ସ୍ୱର୍ଗର ମାଲିକ କରାଇଥିଲେ, ତାଙ୍କୁ ଗୋଡ଼ି-ମାଟି ଭିତରେ ଅଛନ୍ତି ବୋଲି କହିଦେଉଛନ୍ତି । ଏବେ ବାବା ବୁଝାଉଛନ୍ତି ତୁମେ ସିଡ଼ି କିପରି ଓହ୍ଲାଇ ଆସିଛ, କିଛି ହେଲେ କାହାକୁ ଜଣା ନାହିଁ । ଡ଼୍ରାମା କଣ, ପଚାରୁଛନ୍ତି । ଏହି ଦୁନିଆ କେବେଠାରୁ ତିଆରି ହୋଇଛି ? ନୂଆ ସୃଷ୍ଟି କେବେ ଥିଲା, କହୁଛନ୍ତି ଲକ୍ଷେ ବର୍ଷ ପୂର୍ବରୁ । ଭାବୁଛନ୍ତି ପୁରୁଣା ଦୁନିଆ ଏବେ ବହୁତ ବର୍ଷ ରହିଛି, ଏହାକୁ ଅଜ୍ଞାନ ଅନ୍ଧକାର କୁହାଯାଏ ନା । ଗାୟନ ରହିଛି ଜ୍ଞାନ ଅଞ୍ଜନ ସତ୍ଗୁରୁ ଦେଲେ, ଅଜ୍ଞାନ ଅନ୍ଧକାର ବିନାଶ । ତୁମେ ଜାଣିଛ ରଚୟିତା ବାବା ନିଶ୍ଚୟ ସ୍ୱର୍ଗ ହିଁ ରଚନା କରିବେ । ବାବା ହିଁ ଆସି ନର୍କକୁ ସ୍ୱର୍ଗ କରାଉଛନ୍ତି । ରଚୟିତା ବାବା ହିଁ ଆସି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଉଛନ୍ତି । ବାବା ଅନ୍ତିମ ସମୟରେ ହିଁ ଆସୁଛନ୍ତି । ସମୟ ତ ଲାଗୁଛି ନା । ଏକଥା ମଧ୍ୟ ପିଲାମାନଙ୍କୁ ବୁଝାଯାଉଛି ଯେ ଜ୍ଞାନରେ ଏତେ ସମୟ ଲାଗୁ ନାହିଁ, ଯେତେ ଯୋଗର ଯାତ୍ରାରେ ଲାଗୁଛି । ୮୪ ଜନ୍ମର କାହାଣୀ ତ ଯେପରି ଏକ କାହାଣୀ ସଦୃଶ ଅଟେ, ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ କାହାର ରାଜ୍ୟ ଥିଲା, ସେହି ରାଜ୍ୟ କେଉଁ ଆଡେ ଗଲା ?

ତୁମମାନଙ୍କ ପାଖରେ ଏବେ ସମସ୍ତ ଜ୍ଞାନ ରହିଛି । ତୁମେ କେତେ ସାଧାରଣ ଅଟ କିନ୍ତୁ ଅଜାମିଳ ପରି ପାପୀ, ଅହଲ୍ୟା, କୁବ୍ଜା, ଓ ଶବରୀମାନଙ୍କୁ ତୁମେ କେତେ ଶ୍ରେଷ୍ଠ କରୁଛ । ବାବା ବୁଝାଉଛନ୍ତି ତୁମେ କଣ ଥିଲ କଣ ହୋଇଯାଇଛ । ବାବା ଆସି ବୁଝାଉଛନ୍ତି ପୁରୁଣା ଦୁନିଆର ଏବେ ଅବସ୍ଥା ଦେଖ କଣ ହେଲାଣି ? ମନୁଷ୍ୟ କିଛି ହେଲେ ମଧ୍ୟ ଜାଣି ନାହାଁନ୍ତି ଯେ ସୃଷ୍ଟିର ଚକ୍ର କିପରି ଘୂରୁଛି ? ବାବା କହୁଛନ୍ତି ତୁମେ ନିଜ ହୃଦୟରେ ହାତ ରଖି ପଚାର ଆଗରୁ ଏସବୁ କିଛି ଜାଣିଥିଲ ? କିଛି ମଧ୍ୟ ଜାଣିନଥିଲ । ବର୍ତ୍ତମାନ ଜାଣୁଛ ଯେ ବାବା ପୁନର୍ବାର ଆସି ଆମକୁ ବିଶ୍ୱର ବାଦଶାହୀ ଦେଉଛନ୍ତି । କାହାରି ବୁଦ୍ଧିରେ ନଥିବ ଯେ ବିଶ୍ୱର ବାଦଶାହୀ କଣ । ବିଶ୍ୱ ଅର୍ଥ ସାରା ଦୁନିଆ । ତୁମେ ଜାଣିଛ ଯେ ବାବା ଆମକୁ ଏହିପରି ରାଜ୍ୟ ଦେଉଛନ୍ତି ଯାହାକୁ ଅଧାକଳ୍ପ ପର୍ଯ୍ୟନ୍ତ ଆମଠାରୁ କେହି ଛଡାଇ ପାରିବେ ନାହିଁ । ତେଣୁ ପିଲାମାନେ କେତେ ଖୁସି ହେବା ଦରକାର । ବାବାଙ୍କଠାରୁ ଆମେ କେତେ ଥର ରାଜ୍ୟ ନେଇଛନ୍ତି । ବାବା ସତ୍ୟ ଅଟନ୍ତି, ସତ୍ୟ ଶିକ୍ଷକ, ସତ୍ଗୁରୁ ମଧ୍ୟ ଅଟନ୍ତି । ଏକଥା ଆମେ କେବେ ହେଲେ ଶୁଣି ନାହୁଁ । ଏବେ ଅର୍ଥ ସହିତ ତୁମେ ବୁଝୁଛ । ତୁମେ ସନ୍ତାନ ଅଟ, ବାବାଙ୍କୁ ତ ମନେ ପକାଇପାରିବ । ଆଜିକାଲି ଛୋଟ ବୟସରୁ ମଧ୍ୟ ଗୁରୁ କରୁଛନ୍ତି । ଗୁରୁଙ୍କ ଚିତ୍ର କରି ମଧ୍ୟ ଗଳାରେ ପକାଉଛନ୍ତି ଅଥବା ଘରେ ରଖୁଛନ୍ତି । ଏଠାରେ ତ ଚମତ୍କାର ଅଟେ ପିତା, ଶିକ୍ଷକ, ସତଗୁରୁ ସମସ୍ତେ ଜଣେ ଅଟନ୍ତି । ବାବା କହୁଛନ୍ତି ମୁଁ ସାଥିରେ ନେଇଯିବି । ତୁମକୁ ଯଦି ପଚାରିବେ କଣ ପଢୁଛ ? କୁହ, ଆମେ ନୂଆ ଦୁନିଆରେ ରାଜତ୍ୱ ପ୍ରାପ୍ତ କରିବା ପାଇଁ ରାଜଯୋଗର ପାଠ ପଢୁଛୁ । ଏହା ହେଉଛି ରାଜଯୋଗ । ଯେପରି ବାରିଷ୍ଟର ପାଠ ପଢିଲେ ନିଶ୍ଚୟ ବୁଦ୍ଧିର ଯୋଗ ବାରିଷ୍ଟର ଆଡକୁ ଯିବ । ଶିକ୍ଷକଙ୍କୁ ନିଶ୍ଚୟ ମନେ ପକାଇବେ ନା । ତୁମେ କହୁଛ ଆମେ ସ୍ୱର୍ଗର ରାଜତ୍ୱ ପ୍ରାପ୍ତ କରିବା ପାଇଁ ପଢୁଛୁ । କିଏ ପଢାଉଛନ୍ତି ? ଶିବବାବା ଭଗବାନ ପଢାଉଛନ୍ତି । ତାଙ୍କର ଏକମାତ୍ର ନାମ ହିଁ ରହି ଆସିଛି । ରଥର ନାମ ତ ନାହିଁ । ମୋର ନାମ ହେଲା ଶିବ । ବାବା ଶିବ ଏବଂ ରଥ ବ୍ରହ୍ମା ବୋଲି କୁହାଯିବ । ବର୍ତ୍ତମାନ ତୁମେ ଜାଣୁଛ ଏହା କେତେ ଆଶ୍ଚର୍ଯ୍ୟର କଥା, ଶରୀର ତ ଜଣଙ୍କର ଅଟେ । ଏହାଙ୍କୁ କାହିଁକି ଭାଗ୍ୟଶାଳୀ ରଥ କହୁଛନ୍ତି ? କାରଣ ଶିବବାବାଙ୍କ ପ୍ରବେଶତା ହେଉଛି, ତେବେ ନିଶ୍ଚୟ ଦୁଇଟି ଆତ୍ମା ହେଲେ । ଏକଥା ମଧ୍ୟ ତୁମେ ଜାଣିଛ ଆଉ କାହାର ଖିଆଲରେ ବି ଆସିପାରିବ ନାହିଁ । ଦେଖାଉଛନ୍ତି ଭାଗୀରଥ ଗଙ୍ଗା ଆଣିଥିଲେ । କଣ ପାଣି ଆଣିଥିଲେ ? ଏବେ ତୁମେ ବାସ୍ତବରେ ଦେଖୁଛ କଣ ଆଣିଛନ୍ତି, କିଏ ଆଣିଛନ୍ତି ? କିଏ ପ୍ରବେଶ କରିଛନ୍ତି ? ବାବା କରିଛନ୍ତି ନା । ମନୁଷ୍ୟ ମଧ୍ୟରେ ତ ପାଣି ପ୍ରବେଶ କରିପାରିବ ନାହିଁ । ଜଟାରୁ ପାଣି ବାହାରି ପାରିବ ନାହିଁ । ଏକଥା ଉପରେ ମନୁଷ୍ୟ କେବେ ଖିଆଲ ମଧ୍ୟ କରୁ ନାହାଁନ୍ତି । କୁହାଯାଇଥାଏ ରିଲିଜନ୍ ଇଜ୍ ମାଇଟ୍ ଅର୍ଥାତ୍ ଧର୍ମରେ ଶକ୍ତି ରହିଛି । କୁହ, ସବୁଠାରୁ ଅଧିକ କେଉଁ ଧର୍ମରେ ଶକ୍ତି ରହିଛି ? ବ୍ରାହ୍ମଣ ଧର୍ମରେ ହିଁ ଏହା ଠିକ୍, ଶକ୍ତି ବ୍ରାହ୍ମଣ ଧର୍ମରେ ହିଁ ରହିଛି, ଆଉ କୌଣସି ଧର୍ମରେ ଏତେ ଶକ୍ତି ନାହିଁ । ତୁମେ ବର୍ତ୍ତମାନ ବ୍ରାହ୍ମଣ ଅଟ । ବ୍ରାହ୍ମଣଙ୍କୁ ବାବାଙ୍କଠାରୁ ଶକ୍ତି ମିଳୁଛି, ଯାହା ଫଳରେ ତୁମେ ବିଶ୍ୱର ମାଲିକ ହେଉଛ । ତୁମମାନଙ୍କର କେତେ ବଡ ଶକ୍ତି ରହିଛି । ତୁମେ ନିଜକୁ ବ୍ରାହ୍ମଣ ଧର୍ମର ବୋଲି କହୁଛ । ଏକଥା କାହାର ବୁଦ୍ଧିରେ ଆସିବ ନାହିଁ । ଯଦିଓ ବିରାଟ ରୂପର ଚିତ୍ର କରିଛନ୍ତି କିନ୍ତୁ ତାକୁ ଅଧା କରିଛନ୍ତି । ମୁଖ୍ୟ ରଚୟିତା ଏବଂ ତାଙ୍କର ପ୍ରଥମ ରଚନାକୁ କେହି ଜାଣି ନାହାଁନ୍ତି । ବାବା ହେଉଛନ୍ତି ରଚୟିତା, ପୁଣି ବ୍ରାହ୍ମଣ ହେଲେ ଚୁଟୀ ଅର୍ଥାତ୍ ସବୁଠାରୁ ଶ୍ରେଷ୍ଠ, ଏଥିରେ ଶକ୍ତି ରହିଛି । ବାବାଙ୍କୁ କେବଳ ମନେ ପକାଇବା ଦ୍ୱାରା ଶକ୍ତି ମିଳିଥାଏ । ପିଲାମାନେ ତ ନିଶ୍ଚୟ କ୍ରମଅନୁସାରେ ରହିବେ ନା । ତୁମେ ଏହି ଦୁନିଆରେ ସର୍ବୋତ୍ତମ ବ୍ରାହ୍ମଣ କୁଳ ଭୂଷଣ ଅଟ । ଦେବତାମାନଙ୍କଠାରୁ ମଧ୍ୟ ଉଚ୍ଚ ଅଟ । ତୁମକୁ ଏବେ ଶକ୍ତି ମିଳୁଛି । ବ୍ରାହ୍ମଣ ଧର୍ମରେ ସବୁଠାରୁ ଅଧିକ ଶକ୍ତି ରହିଛି । ବ୍ରାହ୍ମଣ କଣ କରୁଛନ୍ତି ? ସାରା ବିଶ୍ୱକୁ ଶାନ୍ତ କରିଦେଉଛନ୍ତି । ତୁମର ଧର୍ମ ଏତେ ଶ୍ରେଷ୍ଠ ଅଟେ ଯାହାକି ଶ୍ରୀମତର ଆଧାରରେ ସମସ୍ତଙ୍କର ସଦ୍ଗତି କରିଦେଉଛ । ସେଥିପାଇଁ ବାବା କହୁଛନ୍ତି ମୁଁ ତୁମକୁ ନିଜଠାରୁ ମଧ୍ୟ ଉଚ୍ଚ କରାଉଛି । ତୁମେ ବ୍ରହ୍ମାଣ୍ଡ ଏବଂ ବିଶ୍ୱ ଉଭୟର ମାଲିକ ହେଉଛ । ସାରା ବିଶ୍ୱ ଉପରେ ତୁମେମାନେ ହିଁ ରାଜତ୍ୱ କରିବ । ଏବେ ଗାୟନ କରୁଛନ୍ତି ନା ଭାରତ ଆମର ଦେଶ । କେବେ ମହିମାର ଗୀତ ଗାଉଛନ୍ତି, କେବେ ପୁଣି କହୁଛନ୍ତି ଭାରତର ଅବସ୍ଥା କଣ ହେଲାଣି... । ଜାଣିନାହାଁନ୍ତି ଯେ ଭାରତ ଏତେ ଉଚ୍ଚ କେବେ ଥିଲା ! ମନୁଷ୍ୟ ତ କହୁଛନ୍ତି ସ୍ୱର୍ଗ ନର୍କ ଉଭୟ ଏହିଠାରେ ଅଛି । ଯାହା ପାଖରେ ଧନ, ମୋଟର ଆଦି ଅଛି, ସେ ସ୍ୱର୍ଗରେ ଅଛନ୍ତି । ଏକଥା ବୁଝୁ ନାହାଁନ୍ତି ଯେ ନୂଆ ଦୁନିଆକୁ ସ୍ୱର୍ଗ କୁହାଯାଉଛି । ଏଠାରେ ସବୁ କିଛି ଶିଖିବାକୁ ହେବ । ବିଜ୍ଞାନର କୌଶଳ ପୁଣି ସେଠାରେ ବି କାମରେ ଆସିବ । ଏହି ବିଜ୍ଞାନ ମଧ୍ୟ ସେଠାରେ ସୁଖ ଦେବ । ଏଠାରେ ତ ଏସବୁଥିରେ ଅଳ୍ପକାଳର ସୁଖ ରହିଛି । ସେଠାରେ ତୁମ ପାଇଁ ସବୁ କିଛି ସ୍ଥାୟୀ ସୁଖ ରହିବ । ଏଠାରେ ସବୁ ଶିଖିବାକୁ ହେବ ଫଳରେ ସଂସ୍କାର ନେଇଯିବ । କୌଣସି ନୂଆ ଆତ୍ମା ଆସିବେ ନାହିଁ ଶିଖିବା ପାଇଁ । ଏଠାକାର ସନ୍ତାନମାନେ ବିଜ୍ଞାନର କୌଶଳ ଶିଖି ସେଠାକୁ ଯିବେ । ବହୁତ ହୁସିଆର ହୋଇଯିବେ । ସମସ୍ତ ସଂସ୍କାର ନେଇଯିବେ ପୁଣି ସେଠାରେ କାମରେ ଆସିବ । ଏବେ ଅଳ୍ପ କାଳର ସୁଖ ରହିଛି । ପୁଣି ଏହି ବମ୍ ଆଦି ସମସ୍ତଙ୍କୁ ଖଲାସ କରିଦେବ । ମୃତ୍ୟୁ ବିନା ଶାନ୍ତିର ରାଜ୍ୟ କିପରି ହେବ । ଏଠାରେ ତ ଅଶାନ୍ତିର ରାଜ୍ୟ ରହିଛି । ତୁମମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ଅଛନ୍ତି, ବୁଝୁଛନ୍ତି ଯେ, ଆମେ ପ୍ରଥମେ ନିଜ ଘରକୁ ଯିବୁ ପୁଣି ସୁଖଧାମକୁ ଆସିବୁ । ବାବା ସୁଖ ଦୁନିଆକୁ ଆସିବେ ନାହିଁ । ବାବା କହୁଛନ୍ତି ମୋତେ ମଧ୍ୟ ବାନପ୍ରସ୍ଥ ରଥ ଦରକାର ନା । ଭକ୍ତିମାର୍ଗରେ ମଧ୍ୟ ସମସ୍ତଙ୍କର ମନୋକାମନା ପୂର୍ଣ୍ଣ କରିଆସିଛି । ସନ୍ଦେଶୀମାନଙ୍କୁ ମଧ୍ୟ ଦେଖାଇଛି କିପରି ଭକ୍ତମାନେ ତପସ୍ୟା ପୂଜା ଆଦି କରୁଛନ୍ତି, ଦେବୀମାନଙ୍କୁ ସଜାଇ, ପୂଜା ଆଦି କରି ପୁଣି ସମୁଦ୍ରରେ ବୁଡାଇ ଦେଉଛନ୍ତି । କେତେ ଖର୍ଚ୍ଚ ହେଉଛି । ସେମାନଙ୍କୁ ପଚାର ଏହା କେବେଠାରୁ ଆରମ୍ଭ ହୋଇଛି ? ତେବେ କହିବେ ପରମ୍ପରାରୁ ଚାଲିଆସୁଛି । କେତେ ଭ୍ରମିତ ହେଉଛନ୍ତି । ଏହା ମଧ୍ୟ ଡ୍ରାମା ଅଟେ ।

ବାବା ବାରମ୍ବାର ସନ୍ତାନମାନଙ୍କୁ ବୁଝାଉଛନ୍ତି ମୁଁ ତୁମକୁ ବହୁତ ମଧୁର କରିବାକୁ ଆସିଛି । ଏହି ଦେବୀ-ଦେବତାମାନେ କେତେ ଦୈବୀଗୁଣଧାରୀ ମଧୁର ଅଟନ୍ତି । ଏବେ ତ ମନୁଷ୍ୟ କେତେ ନିଷ୍ଠୁର ହୋଇଯାଇଛନ୍ତି । ଯିଏ ବାବାଙ୍କର ବହୁତ ସହଯୋଗୀ ଥିଲେ, ତାଙ୍କର ହିଁ ପୂଜା କରୁଛନ୍ତି । ତୁମେ ହିଁ ପୂଜା କରୁଛ, ଉଚ୍ଚ ପଦ ମଧ୍ୟ ତୁମେମାନେ ପ୍ରାପ୍ତ କରୁଛ । ବାବା ନିଜେ କହୁଛନ୍ତି ମୁଁ ତୁମକୁ ନିଜଠାରୁ ମଧ୍ୟ ଉଚ୍ଚ କରାଉଛି । ଭଗବାନଙ୍କର ଶ୍ରୀମତ ସବୁଠାରୁ ଉଚ୍ଚ ଅଟେ । କୃଷ୍ଣଙ୍କର ତ କୁହାଯିବ ନାହିଁ । ଗୀତାରେ ମଧ୍ୟ ଶ୍ରୀମତ ପ୍ରସିଦ୍ଧ ଅଟେ । କୃଷ୍ଣ ତ ବର୍ତ୍ତମାନ ବାବାଙ୍କଠାରୁ ସମ୍ପତ୍ତି ନେଉଛନ୍ତି । କୃଷ୍ଣଙ୍କ ଆତ୍ମାର ରଥରେ ବାବା ପ୍ରବେଶ କରିଛନ୍ତି । ଏହା କେତେ ଚମତ୍କାର କଥା । ଏକଥା କେବେ କାହାରି ବୁଦ୍ଧିରେ ଆସିବ ନାହିଁ । ବୁଝାଉଥିବା ଆତ୍ମାଙ୍କୁ ମଧ୍ୟ ବୁଝାଇବାରେ ବହୁତ ପରିଶ୍ରମ କରିବାକୁ ପଡୁଛି । ବାବା କେତେ ଭଲ ଭାବରେ ପିଲାମାନଙ୍କୁ ବୁଝାଉଛନ୍ତି । ବାବା ଲେଖୁଛନ୍ତି ତୁମେ ସର୍ବୋତ୍ତମ ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ ଅଟ । ତୁମେ ଉଚ୍ଚ ସେବା କରୁଥିବାରୁ ଏହି ପୁରସ୍କାର ମିଳୁଛି । ତୁମେ ବାବାଙ୍କର ସହଯୋଗୀ ହେଉଛ ତେଣୁ ତୁମମାନଙ୍କୁ ପୁରୁଷାର୍ଥର କ୍ରମଅନୁସାରେ ପୁରସ୍କାର ମିଳୁଛି । ତୁମମାନଙ୍କର ବହୁତ ଶକ୍ତି ରହିଛି । ତୁମେ ମନୁଷ୍ୟମାନଙ୍କୁ ସ୍ୱର୍ଗର ମାଲିକ କରାଇପାରିବ । ତୁମେ ଆତ୍ମିକ ସେନା ଅଟ । ତୁମେ ବ୍ୟାଜ୍ ନ ଲଗାଇଲେ ଲୋକମାନେ କିପରି ବୁଝିବେ ଯେ ତୁମେ ମଧ୍ୟ ରୁହାନୀ ମିଲେଟ୍ରୀ ଅଟ । ମିଲେଟ୍ରୀମାନେ ସର୍ବଦା ବ୍ୟାଜ୍ ଲଗାଇଥାନ୍ତି । ଶିବବାବା ନୂଆ ଦୁନିଆର ରଚୟିତା ଅଟନ୍ତି । ସେଠାରେ ଏହି ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା, ଏବେ ନାହିଁ । ପୁଣି ବାବା ମନମନାଭବ କହୁଛନ୍ତି । ଦେହ ସହିତ ସବୁ ସମ୍ବନ୍ଧ ତୁଟାଇ ମୋତେ ମନେ ପକାଇଲେ କୃଷ୍ଣଙ୍କ ବଂଶାବଳୀକୁ ଆସିଯିବ । ଏଥିରେ ଲଜ୍ଜାର କୌଣସି କଥା ହିଁ ନାହିଁ । କେବଳ ବାବାଙ୍କ ସ୍ମୃତିରେ ରୁହ । ବାବା ବ୍ରହ୍ମାଙ୍କ ନିମନ୍ତେ ମଧ୍ୟ ବତାଉଛନ୍ତି ଯେ ଇଏ ନାରାୟଣଙ୍କ ପୂଜା କରୁଥିଲେ, ନାରାୟଣଙ୍କ ମୂର୍ତ୍ତି ସାଥିରେ ରଖୁଥିଲେ । ଚଲାବୁଲା କରିବା ସମୟରେ ତାଙ୍କୁ ଦେଖୁଥିଲେ । ଏବେ ତୁମ ପାଖରେ ଜ୍ଞାନ ଅଛି, ବ୍ୟାଜ୍ ନିଶ୍ଚୟ ଲାଗି ରହିବା ଉଚିତ୍ । ତୁମେ ଆତ୍ମାମାନଙ୍କୁ ନରରୁ ନାରାୟଣ କରୁଛ । ରାଜଯୋଗ ମଧ୍ୟ ତୁମେ ହିଁ ଶିଖାଉଛ । ନରରୁ ନାରାୟଣ କରିବାର ସେବା କରୁଛ । ତେଣୁ ନିଜକୁ ଦେଖିବା ଉଚିତ୍ ଯେ ମୋ ଭିତରେ କୌଣସି ଅବଗୁଣ ତ ନାହିଁ ?

ତୁମେମାନେ ବାପଦାଦାଙ୍କ ନିକଟକୁ ଆସିଛ, ବାବା ହେଉଛନ୍ତି ଶିବବାବା, ଦାଦା ତାଙ୍କର ରଥ । ବାବା ନିଶ୍ଚୟ ରଥ ଦ୍ୱାରା ହିଁ ମିଶିବେ ନା । ବାବାଙ୍କ ପାଖକୁ ରିଫ୍ରେସ୍ ହେବା ପାଇଁ ଆସୁଛନ୍ତି ନା । ସମ୍ମୁଖରେ ବସିବା ଦ୍ୱାରା ମନେ ପଡୁଛି । ବାବା ଘରକୁ ଫେରାଇ ନେବା ପାଇଁ ଆସିଛନ୍ତି । ବାବା ସମ୍ମୁଖରେ ବସିଛନ୍ତି ତେଣୁ ଅଧିକ ମନେ ପଡିବା ଉଚିତ୍ । ନିଜ ଘର ପରିବାରରେ ମଧ୍ୟ ତୁମେ ପ୍ରତ୍ୟହ ବଢାଇ ପାରିବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ନିଜକୁ ଦେଖିବା ଉଚିତ୍ ଯେ ମୋ ଭିତରେ କୌଣସି ଅବଗୁଣ ନାହିଁ ତ! ମୁଁ ଦେବତାମାନଙ୍କ ଭଳି ମଧୁର ହେଲିଣି ?

(୨) ବାବାଙ୍କର ଶ୍ରେଷ୍ଠରୁ ଶ୍ରେଷ୍ଠ ମତରେ ଚାଲି ନିଜ ପାଇଁ ରାଜଧାନୀ ସ୍ଥାପନ କରିବାକୁ ହେବ । ଯୋଗ୍ୟ ସେବାଧାରୀ ହେବା ପାଇଁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ, ସ୍ୱର୍ଗ ଏବଂ ନର୍କର ଜ୍ଞାନକୁ ବୁଦ୍ଧିରେ ଚିନ୍ତନ ମନ୍ଥନ କରିବାକୁ ହେବ ।

ବରଦାନ:-
ଶ୍ରେଷ୍ଠ ଭାବନା ଆଧାରରେ ସମସ୍ତଙ୍କୁ ଶାନ୍ତି ଏବଂ ଶକ୍ତିର କିରଣ ପ୍ରଦାନ କରୁଥିବା ବିଶ୍ୱ କଲ୍ୟାଣକାରୀ ହୁଅ ।

ଯେପରି ବାବାଙ୍କର ସଂକଳ୍ପରେ, ବାଣୀରେ, ନୟନରେ ସର୍ବଦା କଲ୍ୟାଣର ଭାବନା ବା କାମନା ରହିଛି ସେହିପରି ତୁମମାନଙ୍କର ସଂକଳ୍ପରେ ମଧ୍ୟ ବିଶ୍ୱ କଲ୍ୟାଣର ଭାବନା ବା କାମନା ଭରି ରହିଥାଉ । ଯେକୌଣସି କାର୍ଯ୍ୟ କରିବା ସମୟରେ ମନ ଭିତରେ ବିଶ୍ୱର ସର୍ବ ଆତ୍ମାମାନଙ୍କର ସ୍ମୃତି ରହିଥାଉ । ମାଷ୍ଟର ଜ୍ଞାନସୂର୍ଯ୍ୟ ହୋଇ ଶୁଭଭାବନା ବା ଶ୍ରେଷ୍ଠ କାମନା ଆଧାରରେ ଶାନ୍ତି ଏବଂ ଶକ୍ତିର କିରଣ ଦେଇଚାଲ, ତେବେ କୁହାଯିବ ବିଶ୍ୱକଲ୍ୟାଣକାରୀ । କିନ୍ତୁ ସେଥିପାଇଁ ସର୍ବବନ୍ଧନରୁ ମୁକ୍ତ ହୋଇ ନିଜକୁ ସ୍ୱତନ୍ତ୍ର କର ।

ସ୍ଲୋଗାନ:-
ମୁଁ ପଣିଆ ଏବଂ ମୋର ପଣିଆ ହିଁ ଦେହ-ଅଭିମାନର ପ୍ରବେଶ ଦ୍ୱାରା ବର୍ତ୍ତମାନ ଏହାକୁ ବନ୍ଦ କର ।