08.09.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ନିଜଠାରୁ ବଡମାନଙ୍କୁ ସମ୍ମାନ ଦେବା ଏହା ମଧ୍ୟ ଦୈବୀଗୁଣ ଅଟେ, ଯେଉଁମାନେ ବୁଝାଇବାରେ ଅଛନ୍ତି, ସେମାନଙ୍କୁ ଅନୁକରଣ କରିବାକୁ ହେବ ।

ପ୍ରଶ୍ନ:-
ସତ୍ୟଯୁଗରେ ଭକ୍ତି ମାର୍ଗର କୌଣସି ପ୍ରଥା-ପରମ୍ପରା ନଥାଏ - କାହିଁକି?

ଉତ୍ତର:-
ଯେହେତୁ ଜ୍ଞାନର ସାଗର ବାବା ଜ୍ଞାନ ଦେଇ ଆମମାନଙ୍କୁ ସଦ୍‌ଗତିକୁ ପଠାଇ ଦେଉଛନ୍ତି । ଆମକୁ ଭକ୍ତିର ଫଳ ମିଳିଯାଉଛି । ତେଣୁ ଜ୍ଞାନ ମିଳିବା ଦ୍ୱାରା ଭକ୍ତିକୁ ଯେପରି ଛାଡପତ୍ର ମିଳିଯାଉଛି । ସତ୍ୟଯୁଗ ହେଉଛି ଜ୍ଞାନର ପ୍ରାରବ୍ଧ ଭୋଗ କରିବାର ସମୟ ତେବେ ଭକ୍ତି, ତପ, ଦାନ ପୁଣ୍ୟ କରିବାର କଣ ଆବଶ୍ୟକତା ରହିଛି! ସତ୍ୟଯୁଗରେ ଏପରି କୌଣସି ପ୍ରଥା ରହିବ ନାହିଁ ।

ଓମ୍ ଶାନ୍ତି ।
ପତିତ-ପାବନ ଶିବ ଭଗବାନୁବାଚ । ଏବେ ବାବା ବସି ପିଲାମାନଙ୍କୁ ଜ୍ଞାନ ଶୁଣାଉଛନ୍ତି । ପିଲାମାନଙ୍କୁ ବୁଝାଯାଉଛି ଯେ ଯେତେବେଳେ ମୁଁ ଏଠାକୁ ଆସୁଛି ତେବେ ପତିତ ମାନଙ୍କୁ ପାବନ କରିବାର ଜ୍ଞାନ ଶୁଣାଉଛି ଆଉ କେହି ଏହି ଜ୍ଞାନ ଶିଖାଇ ପାରିବେ ନାହିଁ । ଦୁନିଆରେ ତ ଭକ୍ତି ହିଁ ଶିଖାଇଥାନ୍ତି । ଜ୍ଞାନ କେବଳ ତୁମେ ପିଲାମାନେ ହିଁ ଶିଖୁଛ ଯାହା ଫଳରେ ତୁମେ ନିଜକୁ ବ୍ରହ୍ମାକୁମାର-କୁମାରୀ ଭାବୁଛ । ଦିଲୱାଡା ମନ୍ଦିର ତୁମ ସମ୍ମୁଖରେ ରହିଛି । ସେଠାରେ ମଧ୍ୟ ରାଜଯୋଗ ତପସ୍ୟାରେ ବସିଛନ୍ତି । ଜଗତଅମ୍ବା ମଧ୍ୟ ଅଛନ୍ତି ଏବଂ ପ୍ରଜାପିତା ମଧ୍ୟ ଅଛନ୍ତି । କୁମାରୀ କନ୍ୟା, ଅଧରକୁମାରୀ ମଧ୍ୟ ଅଛନ୍ତି । ବାବା ରାଜଯୋଗ ଶିଖାଉଛନ୍ତି । ଉପରେ ରାଜତ୍ୱର ଚିତ୍ର ମଧ୍ୟ ରହିଛି । ବାବା କୌଣସି ଭକ୍ତି ଶିଖାଉ ନାହାଁନ୍ତି । ଭକ୍ତି ସେମାନଙ୍କର କରାଯାଇଥାଏ ଯେଉଁମାନେ ଶିକ୍ଷା ଦେଇ ଯାଇଛନ୍ତି । କିନ୍ତୁ ସେମାନଙ୍କୁ ଜଣା ନାହିଁ ଯେ କିଏ ରାଜଯୋଗ ଶିଖାଇ ରାଜତ୍ୱ ସ୍ଥାପନ କରିଯାଇଛନ୍ତି । ତୁମେ ପିଲାମାନେ ଏବେ ଜାଣୁଛ ଯେ ଭକ୍ତି ଅଲଗା ଏବଂ ଜ୍ଞାନ ଅଲଗା ଜିନିଷ ଅଟେ । ଜ୍ଞାନ କେବଳ ଜଣେ ହିଁ ଶୁଣାଇ ପାରିବେ ଆଉ କେହି ଶୁଣାଇ ପାରିବେ ନାହିଁ । ଜ୍ଞାନର ସାଗର ଜଣେ ହିଁ ଅଟନ୍ତି । ସିଏ ଆସି ଏହି ଜ୍ଞାନ ଦ୍ୱାରା ପତିତମାନଙ୍କୁ ପବିତ୍ର କରାଉଛନ୍ତି । ଆଉ ଯେତେ ବି ସତସଙ୍ଗ ରହିଛି ସେମାନଙ୍କ ମଧ୍ୟରୁ କେହି ବି ଜ୍ଞାନ ଶିଖାଇ ପାରିବେ ନାହିଁ । ଯଦିଓ ନିଜକୁ ଶ୍ରୀ ଶ୍ରୀ ୧୦୮ ଜଗତଗୁରୁ, ଭଗବାନ ବୋଲି ମଧ୍ୟ କହୁଛନ୍ତି କିନ୍ତୁ ଏପରି କେହି କହୁନାହାଁନ୍ତି ଯେ ମୁଁ ସମସ୍ତଙ୍କର ପରମପିତା ଜ୍ଞାନର ସାଗର ଅଟେ, ସେମାନଙ୍କୁ ତ କେହି ପରମପିତା ବୋଲି କହୁନାହାଁନ୍ତି । ଏକଥା ତ ଜାଣିଛନ୍ତି ଯେ ପରମପିତା ପତିତ-ପାବନ ଅଟନ୍ତି । ଏହି ଜ୍ଞାନର ପଏଣ୍ଟସ୍ ଗୁଡିକୁ ବୁଦ୍ଧିରେ ଭଲ ଭାବରେ ରଖିବାକୁ ହେବ । ମନୁଷ୍ୟମାନେ କହୁଛନ୍ତି ଯେ ଏହି ବ୍ରହ୍ମାକୁମାରୀମାନେ ଭକ୍ତିକୁ ପରିତ୍ୟାଗ କରୁଛନ୍ତି । କିନ୍ତୁ ଯେତେବେଳେ ଜ୍ଞାନ ମିଳିଯାଏ ତେବେ ଭକ୍ତିକୁ ଛାଡପତ୍ର ଦେବାକୁ ହିଁ ପଡିଥାଏ । ଏପରି ନୁହେଁ ଯେ, ଯେତେବେଳେ ଭକ୍ତିକୁ ଯାଉଛନ୍ତି ସେତେବେଳେ ଜଣା ପଡୁଛି ଯେ ଆମେ ଜ୍ଞାନକୁ ଛାଡପତ୍ର ଦେଉଛୁ । ନା, ସେମାନେ ତ ଆପେ ଆପେ ରାବଣ ରାଜ୍ୟକୁ ଆସିଯାଉଛନ୍ତି । ଏବେ ତୁମକୁ ଜ୍ଞାନ ମିଳୁଛି ଯେ ବାବା ଆମକୁ ରାଜଯୋଗ ଶିଖାଉଛନ୍ତି । ଏହା ରାଜଯୋଗର ଜ୍ଞାନ ଅଟେ, ଏହାକୁ ଭକ୍ତି କୁହାଯିବ ନାହିଁ । ଭଗବାନ ଜ୍ଞାନର ସାଗର, ସେ କେବେ ଭକ୍ତି ଶିଖାଇବେ ନାହିଁ । ଭକ୍ତିର ଫଳ ହେଉଛି ଜ୍ଞାନ । ଜ୍ଞାନ ଦ୍ୱାରା ହିଁ ସଦ୍‌ଗତି ହେଉଛି । କଳିଯୁଗର ଅନ୍ତରେ ସମସ୍ତେ ଦୁଃଖୀ ହୋଇଯାଇଛନ୍ତି ସେଥିପାଇଁ ଏହି ପୁରୁଣା ଦୁନିଆକୁ ଦୁଃଖଧାମ କୁହାଯାଉଛି । ଏହି କଥାକୁ ବର୍ତ୍ତମାନ ତୁମେମାନେ ବୁଝୁଛ । ବାବା ଭକ୍ତିର ଫଳ ସଦ୍‌ଗତି ଦେବା ପାଇଁ ଆସିଛନ୍ତି । ବାବା ଆମକୁ ରାଜଯୋଗ ଶିଖାଉଛନ୍ତି । ଏହା ହେଉଛି ପୁରୁଣା ଦୁନିଆ, ଯାହାର ବିନାଶ ହେବାକୁ ଯାଉଛି । ଆମକୁ ନୂଆ ଦୁନିଆରେ ରାଜତ୍ୱ ଦରକାର । ଏହା ରାଜଯୋଗର ଜ୍ଞାନ ଅଟେ । ଜ୍ଞାନ କେବଳ ଏକମାତ୍ର ପରମପିତା ପରମାତ୍ମା ଶିବ ହିଁ ଶିଖାଉଛନ୍ତି । ତାଙ୍କୁ ହିଁ ଜ୍ଞାନର ସାଗର କୁହାଯାଉଛି, କୃଷ୍ଣଙ୍କୁ ନୁହେଁ । କୃଷ୍ଣଙ୍କର ମହିମା ହିଁ ଅଲଗା । ସିଏ ନିଶ୍ଚୟ ପୂର୍ବ ଜନ୍ମରେ ଏହିପରି କର୍ତ୍ତବ୍ୟ କରିଥିବେ ଯାହା ଫଳରେ ରାଜକୁମାର ହୋଇଛନ୍ତି ।

ଏବେ ତୁମେମାନେ ଜାଣୁଛ ଯେ ଆମେ ରାଜଯୋଗର ଜ୍ଞାନ ଶିକ୍ଷା କରି ନୂଆ ଦୁନିଆରେ ସ୍ୱର୍ଗର ରାଜକୁମାର-କୁମାରୀ ହେବୁ । ସ୍ୱର୍ଗକୁ ସଦ୍‌ଗତି, ନର୍କକୁ ଦୁର୍ଗତି କୁହାଯାଏ । ଆମେ ନିଜ ପାଇଁ ରାଜ୍ୟ ସ୍ଥାପନ କରୁଛୁ । ବାକି ଯେଉଁମାନେ ଏହି ଜ୍ଞାନ ନନେବେ, ପବିତ୍ର ନହେବେ ସେମାନେ ରାଜଧାନୀକୁ ଆସିପାରିବେ ନାହିଁ କାହିଁକି ନା ସତ୍ୟଯୁଗରେ ବହୁତ କମ୍ ଲୋକ ରହିବେ । କଳିଯୁଗର ଅନ୍ତ ସମୟରେ ଯେଉଁ ଏତେ ମନୁଷ୍ୟମାନେ ଅଛନ୍ତି, ସେମାନେ ନିଶ୍ଚୟ ମୁକ୍ତିଧାମକୁ ଯିବେ । ହଜିଯିବେ ନାହିଁ, ସମସ୍ତେ ଘରକୁ ଯିବେ । ଏବେ ତ ପିଲାମାନଙ୍କୁ ଘର ମନେ ପଡୁଛି, ଏବେ ୮୪ ଜନ୍ମର ଚକ୍ର ଶେଷ ହେଉଛି । ନାଟକ ମଧ୍ୟ ଶେଷ ହେଉଛି । ତୁମେମାନେ ଅନେକ ଥର ଚକ୍ର ଲଗାଇଛ । ଏକଥା ତୁମେ ବ୍ରାହ୍ମଣ ସନ୍ତାନମାନେ ହିଁ ଜାଣିଛ । ବ୍ରାହ୍ମଣଙ୍କ ସଂଖ୍ୟା ତ ବଢି ଚାଲିଛି । ୧୬୧୦୮ର ମାଳା ମଧ୍ୟ ରହିଛି । ସତ୍ୟଯୁଗରେ ତ ଅଧିକ ମନୁଷ୍ୟ ରହିବେ ନାହିଁ । ସତ୍ୟଯୁଗର ମଡେଲ ଅର୍ଥାତ୍ ନମୁନା ମଧ୍ୟ ଦେଖାଉଛନ୍ତି ନା । ବଡ ଜିନିଷର ମଡେଲ ଛୋଟ ହୋଇଥାଏ । ଯେପରି ସୁନାର ଦ୍ୱାରିକା ଦେଖାଉଛନ୍ତି । କୁହାଯାଏ ଦ୍ୱାରିକାରରେ କୃଷ୍ଣଙ୍କର ରାଜ୍ୟ ଥିଲା । ଏବେ ଦ୍ୱାରିକାରେ କୁହାଯିବ ନା ଦିଲ୍ଲୀରେ କୁହାଯିବ? ଯମୁନାର କୂଳ ତ ଏହି ଦିଲ୍ଲୀରେ ଅଛି । ସେଠାରେ ତ ସମୁଦ୍ର ରହିଛି । ଏକଥା ତ ପିଲାମାନେ ଜାଣିଛନ୍ତି ଯେ ଯମୁନା କୂଳରେ ରାଜଧାନୀ ଥିଲା । ଦ୍ୱାରିକା ରାଜଧାନୀ ନୁହେଁ । ଦିଲ୍ଲୀ ପ୍ରସିଦ୍ଧ ଅଟେ । ଯମୁନା ନଦୀ ମଧ୍ୟ ଦରକାର । ଯମୁନାର ମହିମା ରହିଛି । ପରିସ୍ତାନ ଦିଲ୍ଲୀକୁ ହିଁ କୁହାଯାଉଛି । ମୁଖ୍ୟ ରାଜଧାନୀ ଦିଲ୍ଲୀ ହିଁ ହେବ । ପିଲାମାନେ ଜାଣିଛନ୍ତି ଯେ ଭକ୍ତିମାର୍ଗ ଶେଷ ହୋଇ ଜ୍ଞାନମାର୍ଗ ହେବ । ଏବେ ଦୈବୀ ରାଜଧାନୀ ସ୍ଥାପନ ହେଉଛି । ବାବା କହୁଛନ୍ତି - ଆଗକୁ ଗଲେ ତୁମକୁ ସବୁ ଜଣାପଡିଯିବ । କିଏ-କିଏ କେତେ ନମ୍ବରରେ ପାସ୍ ହେଉଛନ୍ତି । ସ୍କୁଲରେ ମଧ୍ୟ ଜଣାପଡିଯାଇଥାଏ, ଅମୁକ-ଅମୁକ ଏତେ ନମ୍ବର ରଖି ପାସ୍ ହେଲେ । ଏବେ ଅନ୍ୟ ଶ୍ରେଣୀକୁ ଯିବେ । ଶେଷ ସମୟରେ ଭଲ ଭାବେ ଜଣାପଡିବ । କିଏ-କିଏ ପାସ୍ ହେଉଛନ୍ତି ଯିଏକି ଉଚ୍ଚ ଶ୍ରେଣୀକୁ ଟ୍ରାନ୍‌ସଫର ବା ଉତ୍ତୀର୍ଣ୍ଣ ହେବେ । ଏହି କ୍ଲାସ୍ ତ ବଡ ଅଟେ ନା । ଏହା ଅବିନାଶୀ କ୍ଳାସ୍ ଅଟେ । ଦିନକୁ ଦିନ ସେଣ୍ଟର ଗୁଡିକ ବଢି ଚାଲିବ । କେହି-କେହି ଆସି ସାପ୍ତାହିକ ପାଠ୍ୟକ୍ରମ ଭଲ ଭାବରେ ବୁଝିବେ । ଦିନେ-ଦୁଇଦିନର ପାଠପଢା ମଧ୍ୟ କମ୍ ନୁହେଁ । ଦେଖୁଛନ୍ତି ଯେ କଳିଯୁଗର ବିନାଶ ସମ୍ମୁଖରେ ରହିଛି ଏବେ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ବାବା କହୁଛନ୍ତି ବୁଦ୍ଧିଯୋଗ ମୋ ସହିତ ଲଗାଅ ତେବେ ତୁମେ ସତ୍ତ୍ୱପ୍ରଧାନ ହୋଇଯିବ । ତୁମେ ପୁଣି ପବିତ୍ର ଦୁନିଆକୁ ଆସିବ, ଅଭିନୟ ତ ନିଶ୍ଚୟ କରିବାକୁ ହିଁ ହେବ । ଯେପରି ଡ୍ରାମାରେ କଳ୍ପ ପୂର୍ବରୁ ଅଭିନୟ କରି ସାରିଛ । ଭାରତବାସୀ ହିଁ ରାଜ୍ୟ କରୁଥିଲେ ପୁଣି ବୃଦ୍ଧି ହୋଇଚାଲିଲା । ବୃକ୍ଷର ବୃଦ୍ଧି ହୋଇ ଚାଲିଥାଏ । ଭାରତବାସୀ ଦେବୀ-ଦେବତା ଧର୍ମାବଲମ୍ବୀ ଥିଲେ । କିନ୍ତୁ ନିଜେ ପବିତ୍ର ନଥିବା ଯୋଗୁଁ ସେହି ପବିତ୍ର ଦେବତାମାନଙ୍କୁ ପୂଜା କରୁଛନ୍ତି । ଯେପରି ଖ୍ରୀଷ୍ଟିୟାନ୍‌ମାନେ ଖ୍ରୀଷ୍ଟଙ୍କୁ ପୂଜା କରିଥାନ୍ତି । ଆଦି ସନାତନ ଦେବୀ ଦେବତା ଧର୍ମ ସତ୍ୟଯୁଗରେ ଥାଏ । ସତ୍ୟଯୁଗର ସ୍ଥାପନା ବାବା କରାଉଛନ୍ତି । ବାସ୍ତବରେ ସତ୍ୟଯୁଗରେ ଏହି ଦେବତାମାନଙ୍କର ରାଜ୍ୟ ଥିଲା । ତେବେ ନିଶ୍ଚିତ ଭାବରେ ଗୋଟିଏ ଜନ୍ମ ପୂର୍ବରୁ ଏମାନେ ପୁରୁଷାର୍ଥ କରିଥିବେ । ନିଶ୍ଚିତ ତାହା ସଂଗମଯୁଗ ହିଁ ହୋଇଥିବ । ଯେତେବେଳେ କି ପୁରୁଣା ଦୁନିଆ ପରିବର୍ତ୍ତନ ହୋଇ ନୂଆ ହେଉଛି । ଯଦି କଳିଯୁଗ ପରିବର୍ତ୍ତନ ହୋଇ ସତ୍ୟଯୁଗ ହେବ ତେବେ ନିଶ୍ଚିତ କଳିଯୁଗରେ ପତିତମାନେ ହିଁ ଥିବେ । ବାବା ବୁଝାଉଛନ୍ତି ଯଦି ଏହି ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ର ତିଆରି କରୁଛ ବା ବହି ଛପାଉଛ ତେବେ ସେଥିରେ ଲେଖି ଦେବା ଉଚିତ୍ ଯେ ଏମାନେ ଏହି ସହଜ ରାଜଯୋଗର ଜ୍ଞାନ ଦ୍ୱାରା ପୂର୍ବ ଜନ୍ମରେ ଏହିପରି ପୁରୁଷାର୍ଥ କରିଥିଲେ । ସେଠାରେ କେବଳ ରାଜା-ରାଣୀ ତ ଥିବେ । ପ୍ରଜା ବି ତ ରହିବେ ନା । ଅଜ୍ଞାନରେ ତ ମନୁଷ୍ୟମାନେ କିଛି ବି ଜାଣୁନାହାଁନ୍ତି କେବଳ ବସି ପୂଜା କରୁଛନ୍ତି । ଏବେ ତୁମେ ଜାଣୁଛ ଯେ ସେମାନେ ପୂଜା କରିବା ବେଳେ କେବଳ ଲକ୍ଷ୍ମୀ-ନାରାୟଣଙ୍କୁ ହିଁ ଦେଖୁଛନ୍ତି । ସେମାନଙ୍କର ତ ଜ୍ଞାନ କିଛି ବି ନାହିଁ । ଲୋକମାନେ ଭାବୁଛନ୍ତି ଭକ୍ତି ବିନା ଭଗବାନ ହିଁ ମିଳିବେ ନାହିଁ । ତୁମେ ଯାହାକୁ କହୁଛ ଭଗବାନ ଆସିଛନ୍ତି ତେବେ ସିଏ ତୁମ କଥାରେ ହସୁଛନ୍ତି । ଭଗବାନ ତ କଳିଯୁଗର ଅନ୍ତିମ ସମୟରେ ଆସିବେ, ଏବେ କେମିତି ଆସିବେ! କଳିଯୁଗର ଅନ୍ତରେ କାହିଁକି କହୁଛନ୍ତି, ଏକଥା ମଧ୍ୟ ବୁଝୁ ନାହାଁନ୍ତି । ସେମାନେ ତ କୃଷ୍ଣଙ୍କୁ ଦ୍ୱାପରକୁ ନେଇଯାଇଛନ୍ତି । କିଛି ନ ବୁଝି ମନୁଷ୍ୟମାନଙ୍କ ମନକୁ ଯାହା ଆସୁଛି ତାହା କହିଦେଉଛନ୍ତି । ସେଥିପାଇଁ ବାବା କହୁଛନ୍ତି ତୁମେ ସଂପୂର୍ଣ୍ଣ ବୁଦ୍ଧିହୀନ ହୋଇଯାଇଛ । କାରଣ ବାବାଙ୍କୁ ସର୍ବବ୍ୟାପୀ କହିଦେଉଛନ୍ତି । ଭକ୍ତି ବାହାରୁ ତ ବହୁତ ସୁନ୍ଦର ଦେଖାଯାଇଥାଏ । ଭକ୍ତିର କେତେ ଆକର୍ଷଣ ରହିଛି! ତୁମ ପାଖରେ ତ କିଛି ବି ନାହିଁ । ଅନ୍ୟ କୌଣସି ସତସଙ୍ଗକୁ ଗଲେ କୋଳାହାଳ ନିଶ୍ଚିତ ହେବ । ଗୀତ ଗାଇବେ । ଏଠାରେ ତ ବାବା ଗୀତ ମଧ୍ୟ ପସନ୍ଦ କରୁ ନାହାଁନ୍ତି । ଆଗକୁ ଗଲେ ବୋଧ ହୁଏ ଏହା ମଧ୍ୟ ବନ୍ଦ ହୋଇଯିବ ।

ବାବା କହୁଛନ୍ତି - ଏହି ଗୀତ ଆଦିର ସାର ତୁମକୁ ବୁଝାଉଛି । ତୁମେ ଏହାର ଅର୍ଥ ଜାଣିଛ । ଏହା ହେଉଛି ପାଠପଢା । ପିଲାମାନେ ଜାଣିଛନ୍ତି ଯେ ଆମେ ରାଜଯୋଗ ଶିଖୁଛୁ । ଯଦି କମ୍ ପାଠ ପଢିବୁ ତେବେ ପ୍ରଜା ହେବୁ ସେଥିପାଇଁ ଯେଉଁମାନେ ବହୁତ ହୁସିଆର ଅର୍ଥାତ୍ ଧାରଣାଯୁକ୍ତ ଅଟନ୍ତି ସେମାନଙ୍କୁ ଅନୁସରଣ କରିବା ଉଚିତ୍ କାହିଁକି ନା ସେମାନଙ୍କର ପାଠପଢାପ୍ରତି ଅଧିକ ଧ୍ୟାନ ରହିଛି ତେବେ ଏହା ଦ୍ୱାରା ଫାଇଦା ହେବ । ଯେଉଁମାନେ ଭଲ ବୁଝାଉଛନ୍ତି ତାଙ୍କଠାରୁ ଶିଖିବା ଦରକାର । ଯେଉଁମାନେ ଭଲ ବୁଝାଇଥାନ୍ତି ସେମାନଙ୍କୁ ସେଣ୍ଟରମାନଙ୍କରେ ସମସ୍ତେ ମନେ ପକାଇଥାନ୍ତି ନା । ସେହି ସେଣ୍ଟରର ବ୍ରହ୍ମାକୁମାରୀ ଭଉଣୀ ତ ଅଛନ୍ତି ପୁଣି ବି କହୁଛନ୍ତି ଅମୁକ ଭଉଣୀ ଆସନ୍ତୁ । ଭାବୁଛନ୍ତି ସିଏ ବହୁତ ଦକ୍ଷ ଅଟନ୍ତି । ଏହିପରି ଦକ୍ଷତା ସମ୍ପନ୍ନ ଆତ୍ମାଙ୍କୁ ପୁଣି ଆଦର ମଧ୍ୟ କରିବାକୁ ପଡିବ । ବଡମାନଙ୍କର ପୁଣି ସେହିପରି ସମ୍ମାନ ମଧ୍ୟ ରଖିବାକୁ ହେବ । ଇଏ ଜ୍ଞାନରେ ମୋଠାରୁ ତୀକ୍ଷ୍ମ, ନିଶ୍ଚତ ଏହାଙ୍କୁ ଉଚ୍ଚପଦ ମିଳିବ, ଏଥିରେ ଅହଂକାର ଆସିବା ଅନୁଚିତ୍ । ବଡମାନଙ୍କର ସମ୍ମାନ ମଧ୍ୟ ଅଧିକ ହୋଇଥାଏ । ରାଷ୍ଟ୍ରପତିଙ୍କର ନିଶ୍ଚିତ ସମ୍ମାନ ଅଧିକ ହୋଇଥାଏ । ପ୍ରତ୍ୟେକଙ୍କର କ୍ରମଅନୁସାରେ ସମ୍ମାନ ରହିଥାଏ । ଜଣେ ଅନ୍ୟଜଣଙ୍କୁ ସମ୍ମାନ ତ ଦେବେ ନା । ବାରିଷ୍ଟରମାନଙ୍କ ଭିତରେ ବି କ୍ରମାନ୍ୱୟରେ ରହିଥାନ୍ତି । ବଡ କେସ୍‌ରେ ବହୁତ ଦକ୍ଷ ଓକିଲମାନଙ୍କୁ ନେଇଥାନ୍ତି । କେହି କେହି ଲକ୍ଷେ ଟଙ୍କାର କେସ୍ ମଧ୍ୟ ନେଇଥାନ୍ତି । କ୍ରମାନ୍ୱୟରେ ନିଶ୍ଚୟ ରହିଥାନ୍ତି । ଯଦି କେହି ଆମଠାରୁ ଅଧିକ ଯୋଗ୍ୟ ତେବେ ତାଙ୍କୁ ସମ୍ମାନ ଦେବା ଦରକାର । ସେଣ୍ଟର ସମ୍ଭାଳିବାକୁ ହେବ । ସବୁ କାମ ମଧ୍ୟ କରିବାକୁ ହେବ । ବାବାଙ୍କର ସାରା ଦିନ ଖିଆଲ ବା ଚିନ୍ତା ରହୁଛି ନା । ପ୍ରଦର୍ଶନୀ କିପରି ତିଆରି କରାଯିବ, ଏଥିରେ ପୂରା ଧ୍ୟାନ ଦେବାକୁ ହେବ । ଆମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ କିପରି ହେବୁ । ବାବା ଆସିଛନ୍ତି ସତ୍ତ୍ୱପ୍ରଧାନ କରିବା ପାଇଁ । ପତିତ-ପାବନ ବାବା ହିଁ ଅଟନ୍ତି । ଏଠାରେ ପୁଣି କହୁଛନ୍ତି ପତିତ-ପାବନ ଗଙ୍ଗା, ସେଥିରେ ଜନ୍ମ-ଜନ୍ମାନ୍ତର ସ୍ନାନ କରିଆସିଛନ୍ତି । କିନ୍ତୁ ପବିତ୍ର କେହି ବି ହୋଇନାହାଁନ୍ତି । ଏସବୁ ହେଉଛି ଭକ୍ତି । କହୁଛନ୍ତି ହେ ପତିତ-ପାବନ ଆସ । ସେ ନିଶ୍ଚତ ସଂଗମରେ ଆସିବେ ଏବଂ ଥରେ ମାତ୍ର ହିଁ ଆସୁଛନ୍ତି । ପ୍ରତ୍ୟେକଙ୍କର ନିଜସ୍ୱ ପ୍ରଥା-ପରମ୍ପରା ରହିଛି । ଯେପରି ନେପାଳରେ ଅଷ୍ଟମୀରେ ବଳି ଚଢାଇଥାନ୍ତି । ଛୋଟ ପିଲାଙ୍କ ହାତରେ ବନ୍ଧୁକ ଦେଇ ଗୁଳି ଫୁଟାଇଥାନ୍ତି । ସିଏ ମଧ୍ୟ ବଳି ଚଢାଇଥାଏ । ବଡ ହେଲେ ସିଏ ଗୋଟିଏ ଚୋଟରେ ବାଛୁରିକୁ କାଟିଦେଇଥାଏ । କେହି ଧିରେ ଚୋଟ ମାରିଲା, ଯଦି ଗୋଟିଏ ଚୋଟରେ ବଳି ନ କଟିଲା ତେବେ ତାହା ବଳି ହେଲା ନାହିଁ, ତାକୁ ଆଉ ଦେବୀଙ୍କୁ ସ୍ୱୀକାର କରାଯିବ ନାହିଁ । ଏସବୁ ହେଉଛି ଭକ୍ତିମାର୍ଗ । ପ୍ରତ୍ୟେକଙ୍କର ନିଜସ୍ୱ କଳ୍ପନା ରହିଛି । କଳ୍ପନା ଅନୁସାରେ ପୁଣି ଶିଷ୍ୟ ଅନେକ ହୋଇଯାଉଛନ୍ତି । ଏଠାରେ କିନ୍ତୁ ନୂଆ କଥା ରହିଛି । ଏସବୁ କଥାକୁ ତ ପିଲାମାନେ ହିଁ ଜାଣିପାରିବେ । ଏକମାତ୍ର ବାବା ହିଁ ବସି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଉଛନ୍ତି । ତୁମେ ଖୁସି ହେଉଛ ଯେ ଆମେ ସ୍ୱଦର୍ଶନ ଚକ୍ରଧାରୀ ଅଟୁ ଆଉ କେହି ଏକଥା ବୁଝିପାରିବେ ନାହିଁ । ଯଦି ତୁମକୁ ମୁଁ ସଭାରେ କହିବି - ସର୍ବୋତ୍ତମ ବ୍ରାହ୍ମଣ କୂଳ ଭୁଷଣ, ସ୍ୱଦର୍ଶନ ଚକ୍ରଧାରୀ ତେବେ ତାହାର ଅର୍ଥ ତୁମେ ହିଁ ବୁଝିବ । ନୂଆ କେହି ହୋଇଥିଲେ ଦ୍ୱନ୍ଦରେ ପଡିଯିବ ଯେ ଇଏ କଣ କହିଲେ? ସ୍ୱଦର୍ଶନ ଚକ୍ରଧାରୀ ତ ବିଷ୍ଣୁ ଅଟନ୍ତି । ଏହା ନୂଆ କଥା ଅଟେ ନା ସେଥିପାଇଁ ତୁମକୁ କହୁଛନ୍ତି ଯେ ବାହାର ସେବାସ୍ଥଳକୁ ଆସ ତେବେ ଜଣାପଡିବ ।

ତୁମର ହେଉଛି ଜ୍ଞାନମାର୍ଗ । ତୁମେ ୫ ବିକାର ଉପରେ ବିଜୟ ପ୍ରାପ୍ତ କରୁଛ । ଏହି ଅସୁରମାନଙ୍କ ସହିତ ତୁମର ଲଢେଇ ହେଉଛି । ପୁଣି ତୁମେ ଦେବତା ହେବା ପରେ ଲଢେଇର କୌଣସି କଥା ରହିବ ନାହିଁ । ଯେଉଁଠି ଅସୁର ଥାଆନ୍ତି ସେଠାରେ ଦେବତାମାନେ ରହିପାରିବେ ନାହିଁ । ତୁମେ ହେଉଛ ବ୍ରାହ୍ମଣ, ପୁଣି ଦେବତା ହେବ । ଯିଏ କି ପୁରୁଷାର୍ଥ କରୁଛ । ରୁଦ୍ର ଜ୍ଞାନ ଯଜ୍ଞରେ ବ୍ରାହ୍ମଣ ନିଶ୍ଚିତ ଦରକାର । ବ୍ରାହ୍ମଣମାନଙ୍କ ବ୍ୟତୀତ ଯଜ୍ଞ ହୋଇନଥାଏ । ରୁଦ୍ର ହେଉଛନ୍ତି ଶିବ, ପୁଣି କୃଷ୍ଣଙ୍କର ନାମ କେଉଁଠାରୁ ଆସିଲା । ତୁମେ ଦୁନିଆଠାରୁ ବିଲ୍‌କୁଲ୍ ହିଁ ଅଲଗା ଅଟ ଏବଂ ତୁମର ସଂଖ୍ୟା କେତେ ଅଳ୍ପ । ଗାୟନ ଅଛି ଚଢେଇମାନେ ସାଗରକୁ ଶୋଷି ଦେଇଥିଲେ । ଏହିଭଳି ଶାସ୍ତ୍ରରେ କେତେ ସବୁ ମନଗଢା କଥା ସବୁ ରହିଛି । ବାବା କହୁଛନ୍ତି - ଏବେ ସେସବୁ ଭୁଲି ମୋତେ ମନେ ପକାଅ । ଆତ୍ମା ହିଁ ବାବାଙ୍କୁ ମନେ ପକାଉଛି । ବାବା ତ ଜଣେ ଅଟନ୍ତି ନା । ଯେତେବେଳେ ହେ ପରମାତ୍ମା ବା ପ୍ରଭୁ ବୋଲି କହିଥାନ୍ତି ସେ ସମୟରେ ଲିଙ୍ଗ ମଧ୍ୟ ମନେ ପଡିନଥାଏ । କେବଳ ଈଶ୍ୱର ଅଥବା ପ୍ରଭୁ କହିଦିଅନ୍ତି । ଆତ୍ମାକୁ ବାବାଙ୍କଠାରୁ ଅଧାକଳ୍ପର ସୁଖ ମିଳିଛି ତେଣୁ ପୁଣି ଭକ୍ତିମାର୍ଗରେ ମନେ ପକାଉଛନ୍ତି । ଏବେ ତୁମକୁ ଜ୍ଞାନ ମିଳୁଛି - ଆତ୍ମା କଣ ଏବଂ ପରମାତ୍ମା କଣ । ଆମେ ସବୁ ଆତ୍ମାମାନେ ମୂଳବତନର ନିବାସୀ ଅଟୁ, ସେଠାରୁ କ୍ରମାନ୍ୱୟରେ ଅଭିନୟ କରିବାକୁ ଆସୁଛୁ । ପ୍ରଥମେ ଦେବୀ ଦେବତାମାନେ ଆସିଥାନ୍ତି । କହୁଛନ୍ତି ଖ୍ରୀଷ୍ଟଙ୍କ ଆସିବା ପୂର୍ବରୁ ଭାରତରେ ଦେବୀ-ଦେବତା ଧର୍ମ ଥିଲା । ଏହା ୫ ହଜାର ବର୍ଷର କଥା । ସେମାନେ କହୁଛନ୍ତି ଏହା ୫୦ ହଜାର ବର୍ଷର ପୁରୁଣା ଜିନିଷ କିନ୍ତୁ ୫୦ ହଜାର ବର୍ଷର ପୁରୁଣା ଜିନିଷ କିଛି ରହିପାରିବ ନାହିଁ । ଡ୍ରାମା ହିଁ ୫ ହଜାର ବର୍ଷର ଅଟେ । ଏହା ହିଁ ମୁଖ୍ୟ ଧର୍ମ ଅଟେ । ଏହି ଦେବୀ ଦେବତା ଆତ୍ମାଙ୍କର ଘର ଆଦି ହୋଇଥିବ । ପ୍ରଥମେ-ପ୍ରଥମେ ରଜୋଗୁଣୀ ବୁଦ୍ଧି ଥିଲା । ଏବେ ଆହୁରି ତମୋଗୁଣୀ ବୁଦ୍ଧି ହୋଇଯାଇଛି । ପ୍ରଦର୍ଶନୀରେ କେତେ ବୁଝାଉଛନ୍ତି । କାହାରି ବୁଦ୍ଧିରେ ଆସୁନାହିଁ । ବ୍ରାହ୍ମଣମାନଙ୍କର ହିଁ ଚାରା ଲାଗୁଛି । ତେଣୁ ପିଲାମାନଙ୍କୁ ବୁଝାଯାଉଛି - ଜ୍ଞାନ ଓ ଭକ୍ତି ଅଲଗା ଅଲଗା ଅଟେ । ଜ୍ଞାନ ଦ୍ୱାରା ସଦ୍‌ଗତି ହୋଇଥାଏ । ସେଥିପାଇଁ କହିଥାନ୍ତି ହେ ପତିତ-ପାବନ ଆସ, ଦୁଃଖରୁ ମୁକ୍ତ କର । ପୁଣି ଗାଇଡ୍ ହୋଇ ଆମକୁ ସାଥିରେ ନେଇଯିବେ । ବାବା ଆସି ଆତ୍ମାମାନଙ୍କୁ ନେଇଯାଉଛନ୍ତି । ଶରୀର ତ ସବୁ ନଷ୍ଟ ହୋଇଯିବ । ବିନାଶ ତ ହେବ ନା । ଶାସ୍ତ୍ରରେ କେବଳ ମହାଭାରତ ଲଢେଇର ଗାୟନ ରହିଛି । କହୁଛନ୍ତି ଏହା ମଧ୍ୟ ସେହି ମହାଭାରତ ଲଢେଇ ଅଟେ । ଏହା ତ ନିଶ୍ଚିତ ହେବ । ତେଣୁ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେଇଚାଲ । ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବା ପାଇଁ ଉପାୟ ତ ଗୋଟିଏ ହିଁ ଅଟେ । ବାବା କହୁଛନ୍ତି କେବଳ ମୋତେ ମନେ ପକାଇଲେ ବିକର୍ମ ବିନାଶ ହୋଇଯିବ ଏବଂ ଆତ୍ମା ମୋ ସାଥିରେ ଚାଲିଯିବ । ସମସ୍ତଙ୍କୁ ସନ୍ଦେଶ ଦେଇଚାଲ ତେବେ ବହୁତଙ୍କର କଲ୍ୟାଣ ହେବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଯେଉଁମାନେ ପାଠପଢାରେ ହୁସିଆର ଅର୍ଥାତ୍ ବୁଦ୍ଧିମାନ ଅଟନ୍ତି, ଭଲ ବୁଝାଇ ପାରୁଛନ୍ତି - ସେମାନଙ୍କର ସଙ୍ଗ କରିବାକୁ ହେବ, ସେମାନଙ୍କୁ ସମ୍ମାନ ଦେବାକୁ ହେବ । କେବେ ହେଲେ ଅହଂକାରରେ କରିବାର ନାହିଁ ।

(୨) ଜ୍ଞାନର ନୂଆ-ନୂଆ କଥାକୁ ଭଲ ଭାବରେ ବୁଝିବାକୁ ହେବ ଏବଂ ବୁଝାଇବାକୁ ହେବ । ଏହି ଖୁସିରେ ରହିବାକୁ ହେବ ଯେ ଆମେ ସ୍ୱଦର୍ଶନ ଚକ୍ରଧାରୀ ଅଟୁ ।

ବରଦାନ:-
ଏକମାତ୍ର ବାବାଙ୍କର ସ୍ମୃତିରେ ସର୍ବଦା ମଗ୍ନ ରହି ନିଜର ଅବସ୍ଥାକୁ ଏକରସ ଅର୍ଥାତ୍ ସ୍ଥିର ରଖୁଥିବା ସାକ୍ଷୀଦ୍ରଷ୍ଟା ହୁଅ ।

ଏବେ ତ ଏଭଳି ପରୀକ୍ଷା ସବୁ ଆସିବାକୁ ଯାଉଛି ଯାହାକି ସଂକଳ୍ପରେ ବା ସ୍ୱପ୍ନରେ ମଧ୍ୟ ନଥିବ । କିନ୍ତୁ ତୁମମାନଙ୍କର ଅଭ୍ୟାସ ଏପରି ହେବା ଦରକାର ଯେପରି ଦୁନିଆର ବିନାଶୀ ଡ୍ରାମାକୁ ସାକ୍ଷୀ ହୋଇ ଦେଖାଯାଇଥାଏ । ପୁଣି ଚାହେଁ ଯନ୍ତ୍ରଣାଦାୟକ ଦୃଶ୍ୟ ହେଉ ବା ମନୋରଞ୍ଜନକାରୀ ଦୃଶ୍ୟ ହେଉ, ସେଥିରେ କୌଣସି ଅନ୍ତର ନଥାଏ । ସେହିଭଳି ଚାହେଁ କାହାର ରମଣୀକ ଅର୍ଥାତ୍ ଖୁସିବାସିଆ ପାର୍ଟ ହେଉ ବା କୌଣସି ସ୍ନେହୀ ଆତ୍ମାର ଗମ୍ଭୀର ପାର୍ଟ ହେଉ.... ପ୍ରତ୍ୟେକ ପାର୍ଟକୁ ସାକ୍ଷୀ ହୋଇ ଦେଖ, ଏକରସ ଅବସ୍ଥାରେ ରୁହ କିନ୍ତୁ ଏପରି ଅବସ୍ଥାରେ ସେତେବେଳେ ରହିପାରିବ ଯେତେବେଳେ ଏକମାତ୍ର ବାବାଙ୍କ ୟାଦରେ ମଗ୍ନ ରହିବ ।

ସ୍ଲୋଗାନ:-
ଦୃଢ ନିଶ୍ଚୟର ସହିତ ନିଜର ଭାଗ୍ୟକୁ ନିଶ୍ଚିତ କରିଦିଅ ତେବେ ସର୍ବଦା ନିଶ୍ଚିନ୍ତ ରହିବ ।