08.10.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବାବା ତୁମମାନଙ୍କୁ ବହୁତ ଆଗ୍ରହର ସହିତ ପାଠ ପଢାଇବା ପାଇଁ ଆସିଛନ୍ତି ତେଣୁ ତୁମେମାନେ ମଧ୍ୟ ଆଗ୍ରହର ସହିତ ପାଠପଢ ନିଶା ରହୁ ଯେ ଆମକୁ ସ୍ୱୟଂ ଭଗବାନ ପାଠ ପଢାଉଛନ୍ତି ।

ପ୍ରଶ୍ନ:-
ତୁମ ବ୍ରହ୍ମାକୁମାର-କୁମାରୀମାନଙ୍କର ଉଦ୍ଦେଶ୍ୟ ଅଥବା ଶୁଦ୍ଧ ଭାବନା କଣ ?

ଉତ୍ତର:-
ତୁମମାନଙ୍କର ଉଦ୍ଦେଶ୍ୟ ହେଉଛି କଳ୍ପ ଅର୍ଥାତ୍ ୫ ହଜାର ବର୍ଷ ପୂର୍ବ ଭଳି ପୁନର୍ବାର ଶ୍ରୀମତ ଆଧାରରେ ବିଶ୍ୱରେ ସୁଖ ଏବଂ ଶାନ୍ତିର ରାଜ୍ୟ ସ୍ଥାପନ କରିବା । ତୁମର ଶୁଦ୍ଧ ଭାବନା ରହିଛି ଯେ ଶ୍ରୀମତ ଆଧାରରେ ଆମେ ସାରା ବିଶ୍ୱର ସଦ୍ଗତି କରିବୁ । ତୁମେମାନେ ନିଶାର ସହିତ କହୁଛ ଯେ ଆମେ ହିଁ ସମସ୍ତଙ୍କୁ ସଦ୍ଗତି ଦେବୁ । ତୁମକୁ ବାବାଙ୍କଠାରୁ ଶାନ୍ତିର ପୁରସ୍କାର ମିଳୁଛି । ନର୍କବାସୀରୁ ସ୍ୱର୍ଗବାସୀ ହେବା ହିଁ ପୁରସ୍କାର ନେବା ।

ଓମ୍ ଶାନ୍ତି ।
ବିଦ୍ୟାର୍ଥୀମାନେ ପାଠପଢିବା ସମୟରେ ବହୁତ ଖୁସିର ସହିତ ପଢିଥାନ୍ତି । ଶିକ୍ଷକମାନେ ମଧ୍ୟ ବହୁତ ଖୁସି ଏବଂ ରୁଚିର ସହିତ ପାଠ ପଢାଇଥାନ୍ତି । ଏଠାରେ ମଧ୍ୟ ସନ୍ତାନମାନେ ଏକଥା ଜାଣିଛନ୍ତି ଯେ ବେହଦର ପିତା ଯିଏକି ଶିକ୍ଷକ ହୋଇ, ଆମକୁ ବହୁତ ରୁଚିର ସହିତ ପାଠ ପଢାଉଛନ୍ତି । ହଦର ପାଠପଢାରେ ତ ବାପା, ଶିକ୍ଷକ, ଅଲଗା ଅଲଗା ରହିଥାନ୍ତି । ଯିଏକି ପାଠ ପଢାଇଥାନ୍ତି । କାହାର ପିତା ମଧ୍ୟ ଶିକ୍ଷକ ହୋଇଥାନ୍ତି, ଯିଏକି ବହୁତ ରୁଚିର ସହିତ ପାଠ ପଢାଇଥାନ୍ତି କାହିଁକି ନା ରକ୍ତ ସମ୍ପର୍କ ରହିଥାଏ ନା । ତେଣୁ ନିଜର ଭାବି ବହୁତ ରୁଚିର ସହିତ ପଢାଇଥାନ୍ତି । ତେବେ ଏହି ବାବା ମଧ୍ୟ ତୁମମାନଙ୍କୁ କେତେ ରୁଚିର ସହିତ ପାଠ ପଢାଉଥିବେ ତେଣୁ ପିଲାମାନେ ମଧ୍ୟ କେତେ ରୁଚିର ସହିତ ପଢିବା ଉଚିତ୍ । ବାବା ସିଧାସଳଖ ପାଠ ପଢାଉଛନ୍ତି ଏବଂ ଏଇ ଥରେ ମାତ୍ର ଆସି ପଢାଉଛନ୍ତି । ତେଣୁ ପିଲାମାନଙ୍କର ବହୁତ ରୁଚି ରହିବା ଆବଶ୍ୟକ । ଭଗବାନ ବାବା ଆମକୁ ପାଠପଢାଉଛନ୍ତି ଏବଂ ପ୍ରତ୍ୟେକ କଥା ଭଲ ଭାବରେ ବୁଝାଉଛନ୍ତି । କେତେକ ସନ୍ତାନମାନଙ୍କର ପଢୁ ପଢୁ ବିଚାର ଆସିଥାଏ ଯେ ଏସବୁ କଣ । ଡ୍ରାମାରେ ଏହି ଆବାଗମନ (ଯିବା ଆସିବା)ର ଚକ୍ର ରହିଛି । କିନ୍ତୁ ଏହି ନାଟକ କାହିଁକି ରଚନା କରାଯାଇଛି ? ଏହା ଦ୍ୱାରା ଫାଇଦା କଣ ? ବାସ୍ ଏହିପରି ସବୁବେଳେ ଚକ୍ର ଲଗାଉଥିବୁ, ଏଥିରୁ ମୁକ୍ତ ହୋଇଗଲେ ଭଲ । ଯେବେ ଦେଖୁଛନ୍ତି ଏହିପରି ତ ୮୪ ଜନ୍ମର ଚକ୍ର ଲଗାଇବାକୁ ହେବ ତେଣୁ ଏଭଳି ଖିଆଲ ଆସିଥାଏ । ଭଗବାନ ଏପରି ଖେଳ କାହିଁକି ରଚନା କଲେ, ଯାହାଦ୍ୱାରା ଆବାଗମନ ଚକ୍ରରୁ ମୁକ୍ତ ହୋଇପାରିବୁ ନାହିଁ, ଏହାଠାରୁ ତ ଭଲ ମୋକ୍ଷ ମିଳିଯାଉ । ଏହିଭଳି ପ୍ରକାରର ଖିଆଲ ଅନେକ ସନ୍ତାନମାନଙ୍କର ଆସୁଛି । ଏହି ଆବାଗମନ ଚକ୍ରରୁ, ସୁଖ ଦୁଃଖରୁ ମୁକ୍ତ ହୋଇଯିବୁ । ବାବା କହୁଛନ୍ତି ଏହା କେବେହେଲେ ହୋଇପାରିବ ନାହିଁ । ମୋକ୍ଷ ପାଇବା ପାଇଁ ଚେଷ୍ଟା କରିବା ହିଁ ବ୍ୟର୍ଥ ହୋଇଯାଉଛି । ବାବା ବୁଝାଉଛନ୍ତି ଗୋଟିଏ ହେଲେ ଆତ୍ମା ପାର୍ଟରୁ ମୁକ୍ତ ହୋଇପାରିବେ ନାହିଁ । ଆତ୍ମାରେ ଅବିନାଶୀ ପାର୍ଟ ଭରି ରହିଛି । ଯାହା ହେଉଛି ହିଁ ଅନାଦି ଅବିନାଶୀ, ବିଲ୍କୁଲ୍ ଅବିକଳ ଅଭିନେତା ଅଟନ୍ତି । କେହି ଜଣେ କମ୍ ବେଶୀ ହୋଇପାରିବେ ନାହିଁ । ତୁମମାନଙ୍କ ପାଖରେ ସମସ୍ତ ଜ୍ଞାନ ରହିଛି । ଏହି ଡ୍ରାମାର ପାର୍ଟରୁ କେହି ମୁକ୍ତ ହୋଇପାରିବେ ନାହିଁ । ନା କେହି ମୋକ୍ଷ ପାଇ ପାରିବେ । ସବୁ ଧର୍ମାବଲମ୍ବୀମାନଙ୍କୁ କ୍ରମାନ୍ୱରେ ଆସିବାକୁ ହିଁ ପଡିବ । ବାବା ବୁଝାଉଛନ୍ତି ଏହା ପୂର୍ବ ପ୍ରସ୍ତୁତ ଅବିନାଶୀ ଡ୍ରାମା ଅଟେ । ତୁମେ ମଧ୍ୟ କହୁଛ ବାବା ଆମେ ଜାଣି ଗଲୁଣି କିପରି ୮୪ ଜନ୍ମର ଚକ୍ର ଲଗାଉଛୁ । ଏକଥା ମଧ୍ୟ ବୁଝୁଛ ପ୍ରଥମ କରି ଯେଉଁମାନେ ଆସୁଥିବେ, ସେମାନେ ୮୪ ଜନ୍ମ ନେଉଥିବେ । ଯେଉଁମାନେ ପଛରେ ଆସୁଛନ୍ତି ତାଙ୍କର ନିଶ୍ଚୟ ଜନ୍ମ କମ୍ ହୋଇଥିବ । ଏଠାରେ ତ ପୁରୁଷାର୍ଥ କରିବାକୁ ହେବ । ପୁରୁଣା ଦୁନିଆରୁ ନୂଆ ଦୁନିଆ ନିଶ୍ଚୟ ହେବ । ବାବା ପ୍ରତ୍ୟେକ କଥାକୁ ବାରମ୍ବାର ବୁଝାଉଛନ୍ତି କାହିଁକି ନା ନୂଆ-ନୂଆ ସନ୍ତାନମାନେ ଆସୁଛନ୍ତି । ସେମାନଙ୍କୁ ପୂର୍ବର ପାଠ କିଏ ପଢାଇବ । ତେଣୁ ବାବା ନୂଆ-ନୂଆମାନଙ୍କୁ ଦେଖି ପୁଣି ପୁରୁଣା ପଏଣ୍ଟସ୍କୁ ରିପିଟ୍ କରୁଛନ୍ତି । ତୁମମାନଙ୍କ ବୁଦ୍ଧିରେ ଏବେ ସମସ୍ତ ଜ୍ଞାନ ରହିଛି । ଜାଣିଛ ଆରମ୍ଭରୁ ଆମେ କିପରି ପାର୍ଟ କରି ଆସୁଛୁ । ତୁମେ ଯଥାର୍ଥ ରୂପେ ଜାଣିଛ ଯେ ଆତ୍ମାମାନେ କିପରି କ୍ରମାନ୍ୱୟରେ ଆସୁଛନ୍ତି, କେତେ ଜନ୍ମ ନେଉଛନ୍ତି । ଏହି ସମୟରେ ହିଁ ବାବା ଆସି ଜ୍ଞାନର କଥା ଶୁଣାଉଛନ୍ତି । ସତ୍ୟଯୁଗରେ ତ ପ୍ରାଲବ୍ଧ ହିଁ ରହିଛି । ଏକଥା ଏହି ସମୟରେ ହିଁ ମୁଁ ତୁମମାନଙ୍କୁ ବୁଝାଯାଉଛି । ଗୀତାର ଆରମ୍ଭ ଏବଂ ଶେଷରେ ମଧ୍ୟ ଏହି କଥା ଆସୁଛି ମନମନାଭବ । ଷ୍ଟାଟସ୍ (ପଦ) ପାଇବା ପାଇଁ ପାଠପଢାଯାଉଛି । ତୁମେ ରାଜା ହେବା ପାଇଁ ଏବେ ପୁରୁଷାର୍ଥ କରୁଛ । ଅନ୍ୟ ଧର୍ମାବଲମ୍ବୀମାନଙ୍କ ସମ୍ବନ୍ଧରେ ବୁଝାଯାଇଛି ସେମାନେ କ୍ରମାନ୍ୱୟରେ ଆସୁଛନ୍ତି, ଧର୍ମସ୍ଥାପକଙ୍କ ପଛରେ ସମସ୍ତଙ୍କୁ ଆସିବାକୁ ପଡୁଛି । ରାଜତ୍ୱର କଥା ନୁହେଁ । ଏକମାତ୍ର ଗୀତା ଶାସ୍ତ୍ରର ହିଁ ବହୁତ ମହିମା ରହିଛି । ଭାରତରେ ହିଁ ବାବା ଆସି ଜ୍ଞାନ ଶୁଣାଇ ସମସ୍ତଙ୍କର ସଦ୍ଗତି କରୁଛନ୍ତି । ସେହି ଧର୍ମସ୍ଥାପକମାନେ ଏଠାକୁ ଆସି ପୁଣି ମୃତ୍ୟୁବରଣ କରିଲେ ତେବେ ତାଙ୍କ ପାଇଁ ବଡ-ବଡ ତୀର୍ଥ ସ୍ଥାନ କରି ଦେଉଛନ୍ତି । ବାସ୍ତବରେ ଭାରତ ହିଁ ହେଉଛି ସମସ୍ତଙ୍କର ତୀର୍ଥ ଯେଉଁଠାକୁ ବେହଦର ବାବା ଆସୁଛନ୍ତି । ବାବା ଭାରତରେ ହିଁ ଆସି ସମସ୍ତଙ୍କର ସଦ୍ଗତି କରୁଛନ୍ତି । ବାବା କହୁଛନ୍ତି ମୋତେ ମୁକ୍ତିଦାତା, ଗାଇଡ୍ ବୋଲି କହୁଛ ନା । ମୁଁ ତୁମକୁ ଏହି ପୁରୁଣା ଦୁନିଆ, ଦୁଃଖର ଦୁନିଆରୁ ମୁକ୍ତ କରି ଶାନ୍ତିଧାମ, ସୁଖଧାମକୁ ନେଇ ଯାଉଛି । ପିଲାମାନେ ଜାଣିଛନ୍ତି ଯେ ବାବା ଆମକୁ ଶାନ୍ତିଧାମ, ସୁଖଧାମକୁ ନେଇଯିବେ । ବାକି ସମସ୍ତେ ଶାନ୍ତିଧାମକୁ ଚାଲିଯିବେ । ଦୁଃଖରୁ ବାବା ଆସି ମୁକ୍ତ କରୁଛନ୍ତି । ତାଙ୍କର ଜନ୍ମ-ମରଣ ତ ନାହିଁ । ବାବା ଆସିଛନ୍ତି ପୁଣି ଚାଲିଯିବେ । ତେବେ ତାଙ୍କ ପାଇଁ କଣ ମରିଗଲେ ବୋଲି କୁହାଯିବ କି! ଯେପରି ଶିବାନନ୍ଦନଙ୍କ ପାଇଁ କହୁଛନ୍ତି ଶରୀର ଛାଡିଦେଲେ ତେଣୁ କ୍ରିୟାକର୍ମ କରିଥାନ୍ତି । ଏହି ବାବା ଚାଲିଗଲେ ଏହାଙ୍କର କ୍ରିୟାକର୍ମ, ଉତ୍ସବ ଆଦି କିଛି ହେଲେ କରିବାକୁ ପଡୁନାହିଁ । ତାଙ୍କର ଆସିବାର ସମୟ ମଧ୍ୟ ଜଣାପଡେ ନାହିଁ । କ୍ରିୟାକର୍ମ ଆଦିର ତ କୌଣସି କଥା ହିଁ ନାହିଁ । ଅନ୍ୟ ସବୁ ମନୁଷ୍ୟମାନଙ୍କର କ୍ରିୟା କର୍ମ କରିଥାନ୍ତି । ବାବାଙ୍କର କ୍ରିୟାକର୍ମ ହେଉନାହିଁ, କାରଣ ତାଙ୍କର ଶରୀର ହିଁ ନାହିଁ । ସବୁ ମନୁଷ୍ୟ ସୋରିଷ ସଦୃଶ ପେଶୀ ହୋଇ ସମାପ୍ତ ହୋଇଯିବେ । ସତ୍ୟଯୁଗରେ ଏହି ଜ୍ଞାନ କିମ୍ବା ଭକ୍ତିର କୌଣସି କଥା ରହିବ ନାହିଁ । ଏହା ଏବେ ହିଁ ଚାଲୁଛି ଆଉ ସମସ୍ତେ ଭକ୍ତି ହିଁ ଶିଖାଉଛନ୍ତି । ଅଧାକଳ୍ପ ଭକ୍ତି ପୁଣି ଅଧାକଳ୍ପ ପରେ ବାବା ଆସି ଜ୍ଞାନର ବର୍ସା ଦେଉଛନ୍ତି । ଜ୍ଞାନ କେବେ ସେଠାକୁ ସାଥିରେ ଯିବ ନାହିଁ । ସେଠାରେ ବାବାଙ୍କୁ ସ୍ମରଣ କରିବାର ଆବଶ୍ୟକତା ହିଁ ନାହିଁ । ସେଠାରେ ସମସ୍ତେ ମୁକ୍ତିରେ ରହିଥାନ୍ତି । ସେଠାରେ କଣ ବାବାଙ୍କୁ ସ୍ମରଣ କରିବାକୁ ପଡିବ କି ? ଦୁଃଖର ନିବେଦନ ସେଠାରେ କରାଯାଏ ନାହିଁ । ଭକ୍ତି ମଧ୍ୟ ପ୍ରଥମେ ଅବ୍ୟଭିଚାରୀ ପୁଣି ବ୍ୟଭିଚାରୀ ହେଉଛି । ଏହି ସମୟରେ ତ ଅତି ବ୍ୟଭିଚାରୀ ଭକ୍ତି ହେଉଛି, ଏହାକୁ ରୌରବ ନର୍କ କୁହାଯାଉଛି । ଏହା ଅତିରୁ ଅତି ନର୍କ ଅଟେ ଏବଂ ବାବା ଆସି ଏହାକୁ ଅତିରୁ ଅତି ସ୍ୱର୍ଗରେ ପରିଣତ କରୁଛନ୍ତି । ଏହି ସମୟରେ ଶତ ପ୍ରତିଶତ ଦୁଃଖ ରହିଛି, ପୁଣି ଶତ ପ୍ରତିଶତ ସୁଖ-ଶାନ୍ତି ହେବ । ଆତ୍ମା ଆସି ନିଜ ଘରେ ବିଶ୍ରାମ ନେବ । ବୁଝାଇବା ତ ବହୁତ ସହଜ । ବାବା କହୁଛନ୍ତି ମୁଁ ସେତେବେଳେ ଆସେ ଯେତେବେଳେ ନୂଆ ଦୁନିଆର ସ୍ଥାପନା କରି ପୁରୁଣା ଦୁନିଆକୁ ବିନାଶ କରିବାକୁ ପଡେ । ତେବେ ଏତେ ବଡ କାର୍ଯ୍ୟ କେବଳ ଜଣେ ତ କରିବେ ନାହିଁ । ବହୁତ ସେବାଧାରୀ ଆବଶ୍ୟକ । ଏହି ସମୟରେ ତୁମେ ବାବାଙ୍କର ଖିଦ୍ମତ୍ଗାର (ସେବାଧାରୀ) ସନ୍ତାନ ହୋଇଛ । ଖାସ୍ ଭାରତର ସଚ୍ଚା ସେବା କରୁଛ । ସତ୍ୟ ବାବା ସତ୍ୟ ସେବା ଶିଖାଉଛନ୍ତି । ନିଜର ତଥା ଭାରତର ଏବଂ ବିଶ୍ୱର ମଧ୍ୟ କଲ୍ୟାଣ କରୁଛ । ତେଣୁ କେତେ ରୁଚିର ସହିତ କରିବା ଦରକାର । ବାବା କେତେ ରୁଚିର ସହିତ ସମସ୍ତଙ୍କର ସଦ୍ଗତି କରୁଛନ୍ତି । ଏବେ ମଧ୍ୟ ସମସ୍ତଙ୍କର ସଦ୍ଗତି ନିଶ୍ଚୟ ହେବ । ଏହା ହେଉଛି ଶୁଦ୍ଧ ଅହଂକାର, ଶୁଦ୍ଧ ଭାବନା ।

ତୁମେ ସତ୍ୟ-ସତ୍ୟ ସେବା କରୁଛ କିନ୍ତୁ ଏହା ଗୁପ୍ତ । ଆତ୍ମା ଶରୀର ଦ୍ୱାରା କରୁଛି । ତୁମକୁ ବହୁତ ପଚାରୁଛନ୍ତି ବି.କେ.ଙ୍କର ଉଦ୍ଦେଶ କଣ ? କୁହ ବି.କେ.ଙ୍କର ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ସତ୍ୟଯୁଗୀ ସୁଖ-ଶାନ୍ତିର ସ୍ୱରାଜ୍ୟ ସ୍ଥାପନ କରିବା । ଆମେ ପ୍ରତି ୫ ହଜାର ବର୍ଷ ପରେ ଶ୍ରୀମତ ଆଧାରରେ ବିଶ୍ୱରେ ଶାନ୍ତି ସ୍ଥାପନ କରି ବିଶ୍ୱ ଶାନ୍ତିର ପୁରସ୍କାର ନେଉଛୁ । ଯଥା ରାଜା-ରାଣୀ ତଥା ପ୍ରଜା ସମସ୍ତେ ପୁରସ୍କାର ନେଉଛୁ । ନର୍କବାସୀରୁ ସ୍ୱର୍ଗବାସୀ ହେବା କଣ କମ୍ ପୁରସ୍କାର କି! ସେମାନେ ଶାନ୍ତିର ପୁରସ୍କାର ନେଇ ଖୁସି ହେଉଛନ୍ତି, କିନ୍ତୁ ତାଙ୍କୁ କିଛି ହେଲେ ମିଳୁ ନାହିଁ । ବିଶ୍ୱର ବାଦଶାହୀ ସତ୍ୟ ପୁରସ୍କାର ତ ଏବେ ଆମେ ବାବାଙ୍କଠାରୁ ନେଉଛୁ । କହୁଛନ୍ତି ନା, ଭାରତ ଆମର ଉଚ୍ଚ ଦେଶ ଅଟେ । କେତେ ମହିମା କରୁଛନ୍ତି । ସମସ୍ତେ ଭାବୁଛନ୍ତି ଯେ ଆମେ ଭାରତର ମାଲିକ ଅଟୁ, କିନ୍ତୁ ମାଲିକ କେଉଁଠି ହୋଇଛନ୍ତି । ବର୍ତ୍ତମାନ ତୁମେ ବାବାଙ୍କ ଶ୍ରୀମତ ଦ୍ୱାରା ରାଜ୍ୟ ସ୍ଥାପନ କରୁଛ । ତୁମ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ତ ନାହିଁ । ତୁମେମାନେ ଦୈବୀଗୁଣ ଧାରଣ କରୁଛ, ତେଣୁ ତୁମର ହିଁ ଗାୟନ ପୂଜନ ହେଉଛି । ଅମ୍ବାଙ୍କର ଦେଖ କେତେ ପୂଜା ହେଉଛି । କିନ୍ତୁ ଅମ୍ବା କିଏ, ସେ ବ୍ରାହ୍ମଣ ନା ଦେବତା... ଏକଥା ମଧ୍ୟ ଜଣା ନାହିଁ । ଅମ୍ବା, କାଳୀ, ଦୁର୍ଗା, ସରସ୍ୱତୀ ଆଦି... ଏହିପରି ବହୁତ ନାମ ରହିଛି । ଏଠାରେ ମଧ୍ୟ ତଳେ ଅମ୍ବାଙ୍କର ଛୋଟ ମନ୍ଦିର ରହିଛି । ଅମ୍ବାଙ୍କୁ ବହୁତ ଭୂଜା ଦେଇଛନ୍ତି । ଏପରି ତ ନୁହେଁ । ଏହାକୁ ଅନ୍ଧ ବିଶ୍ୱାସ ବୋଲି କୁହାଯାଉଛି । ଯୀଶୁଖ୍ରୀଷ୍ଟ, ବୁଦ୍ଧଦେବ ଆଦି ଆସି ନିଜ-ନିଜର ଧର୍ମ ସ୍ଥାପନ କରୁଛନ୍ତି, ଧର୍ମ ସ୍ଥାପନାର ତିଥି-ତାରିଖ ସବୁ ବତାଉଛନ୍ତି । ସେଠାରେ ଅନ୍ଧଶ୍ରଦ୍ଧାର କୌଣସି କଥା ହିଁ ନାହିଁ । ଏଠାରେ ଭାରତବାସୀମାନଙ୍କୁ କିଛି ହେଲେ ଜଣା ନାହିଁ ଆମ ଧର୍ମ କେବେ ଏବଂ କିଏ ସ୍ଥାପନ କରିଥିଲେ ? ସେଥିପାଇଁ ଅନ୍ଧଶ୍ରଦ୍ଧା କୁହାଯାଉଛି । ଏବେ ତୁମେ ହେଲ ପୂଜାରୀ ପୁଣି ପୂଜ୍ୟ ହେବାକୁ ଯାଉଛ । ତୁମ ଆତ୍ମା ସହିତ ଶରୀରର ମଧ୍ୟ ପୂଜ୍ୟ ହେଉଛି । ତୁମ ଆତ୍ମାର ମଧ୍ୟ ପୂଜା ହେଉଛି ପୁଣି ଦେବତା ହେଲେ ମଧ୍ୟ ପୂଜା ହେବ । ବାବା ତ ହେଉଛନ୍ତି ନିରାକାର । ସେ ସର୍ବଦା ପୂଜ୍ୟ ଅଟନ୍ତି । ସେ କେବେ ହେଲେ ପୂଜାରୀ ହେଉ ନାହାଁନ୍ତି । ତୁମ ପାଇଁ କୁହାଯାଉଛି ନିଜେ ପୂଜ୍ୟ ନିଜେ ପୂଜାରୀ । ବାବା ତ ସଦା ପୂଜ୍ୟ ଅଟନ୍ତି, ଏଠାକୁ ଆସି ବାବା ସତ୍ୟ ସେବା କରୁଛନ୍ତି । ସମସ୍ତଙ୍କୁ ସଦ୍ଗତି ଦେଉଛନ୍ତି । ବାବା କହୁଛନ୍ତି ଏବେ ମୋତେ ମନେ ପକାଅ । ଅନ୍ୟ କୌଣସି ଦେହଧାରୀଙ୍କୁ ମନେ ପକାଅ ନାହିଁ । ଏଠାରେ ତ ବଡ-ବଡ ଲକ୍ଷପତି, କୋଟିପତି, ଆସି ଆଲ୍ଲା-ଆଲ୍ଲା କହୁଛନ୍ତି । କେତେ ଅନ୍ଧଶ୍ରଦ୍ଧା ରହିଛି । ବାବା ତୁମକୁ ହମ୍ ସୋର ଅର୍ଥ ମଧ୍ୟ ବୁଝାଉଛନ୍ତି । ସେମାନେ ତ କହିଦେଉଛନ୍ତି ଶିବୋହମ୍, ଆତ୍ମା ସୋ ପରମାତ୍ମା । ଏବେ ବାବା ସଠିକ୍ କରି ବତାଉଛନ୍ତି । ଏବେ ବିଚାର କର, ଭକ୍ତିମାର୍ଗରେ ଠିକ୍ ଶୁଣୁଥିଲ ନା ମୁଁ ଠିକ୍ କହୁଛି ? ହମ ସୋ ର ଅର୍ଥ ବହୁତ ଲମ୍ବା ଚଉଡା ଅଟେ । ଆମେ ହିଁ ବ୍ରାହ୍ମଣ, ଦେବତା, କ୍ଷତ୍ରିୟ ହେଉଛୁ । ଏବେ ହମ ସୋ ର ଅର୍ଥ କେଉଁଟି ଠିକ୍ ? ମୁଁ ଆତ୍ମା ଚକ୍ରରେ ଏହିଭଳି ଆସୁଛି । ବିରାଟ ରୂପର ଚିତ୍ର ମଧ୍ୟ ରହିଛି, ଏଥିରେ ବ୍ରାହ୍ମଣ ଚୁଟି ଏବଂ ବାବାଙ୍କୁ ଦେଖାଇ ନାହାଁନ୍ତି । ଦେବତାମାନେ କେଉଁଠୁ ଆସିଲେ? ସେମାନେ କେଉଁଠାରୁ ସୃଷ୍ଟି ହେଲେ ? କଳିଯୁଗରେ ତ ଶୂଦ୍ର ବର୍ଣ୍ଣ ରହିଛି । ସତ୍ୟଯୁଗରେ ହଠାତ୍ ଦେବତା ବର୍ଣ୍ଣ କିପରି ହେଲା ? କିଛି ହେଲେ ବୁଝୁ ନାହାଁନ୍ତି । ଭକ୍ତିମାର୍ଗରେ ମନୁଷ୍ୟ କେତେ ଫସି ଯାଇଛନ୍ତି । କେହି ଗ୍ରନ୍ଥ ପଢିଦେଲେ, ଖିଆଲ ଆସିଲା, ମନ୍ଦିର ନିର୍ମାଣ କରିଦେଲେ ବାସ୍ ଗ୍ରନ୍ଥ ବସି ଶୁଣାଇବେ । ବହୁତ ମନୁଷ୍ୟ ଆସି ଶିଷ୍ୟ ହୋଇଯାଆନ୍ତି । ଫାଇଦା ତ କିଛି ହେଲେ ହେଉ ନାହିଁ । ବହୁତ ଦୋକାନ ଖୋଲିଯାଇଛି । ବର୍ତ୍ତମାନ ଏହି ସବୁ ଦୋକାନ ସମାପ୍ତ ହୋଇଯିବ । ଏସବୁ ଦୋକାନଦାରୀ ହେଉଛି ଭକ୍ତିମାର୍ଗର, ଏହା ଦ୍ୱାରା ବହୁତ ଧନ ରୋଜଗାର କରନ୍ତି । ସନ୍ନ୍ୟାସୀମାନେ କହୁଛନ୍ତି ଆମେ ବ୍ରହ୍ମଯୋଗୀ, ତତ୍ତ୍ୱଯୋଗୀ ଅଟୁ । ଯେପରି ଭାରତବାସୀ ବାସ୍ତବରେ ହେଉଛନ୍ତି ଦେବୀ-ଦେବତା ଧର୍ମର କିନ୍ତୁ ହିନ୍ଦୁ ଧର୍ମର ବୋଲି କହିଦେଉଛନ୍ତି । ଏମିତି ତ ବ୍ରହ୍ମ ତତ୍ତ୍ୱ ଅଟେ, ଯେଉଁଠି ଆତ୍ମାମାନେ ରହୁଛନ୍ତି । ସେମାନେ ପୁଣି ବ୍ରହ୍ମ ଜ୍ଞାନୀ ତତ୍ତ୍ୱ ଜ୍ଞାନୀ ବୋଲି ନାମ ରଖିଦେଇଛନ୍ତି । ନଚେତ୍ ବ୍ରହ୍ମ ତତ୍ତ୍ୱ ହେଉଛି ରହିବାର ସ୍ଥାନ । ତେଣୁ ବାବା ବୁଝାଉଛନ୍ତି କେତେ ବଡ ଭୁଲ୍ କରି ଦେଇଛନ୍ତି । ଏସବୁ ହେଉଛି ଭ୍ରମ । ମୁଁ ଆସି ସବୁ ଭ୍ରମ ଦୂର କରି ଦେଉଛି । ଭକ୍ତିମାର୍ଗରେ କହୁଛନ୍ତି ମଧ୍ୟ ହେ ପ୍ରଭୁ ତୁମର ଗତି ମତି ନିଆରା ଅଟେ । ଗତି ତ କେହି କରିପାରିବେ ନାହିଁ । ମତ ତ ଅନେକଙ୍କର ମିଳୁଛି । ଏଠାକାର ମତ କେତେ କମାଲ କରିଦେଉଛି । ସାରା ବିଶ୍ୱକୁ ପରିବର୍ତ୍ତିତ କରିଦେଉଛି ।

ଏବେ ତୁମ ବୁଦ୍ଧିରେ ଅଛି, ଏତେ ସବୁ ଧର୍ମ କିପରି ଆସୁଛି! ପୁଣି ଆତ୍ମାମାନେ କିପରି ନିଜ-ନିଜର ବିଭାଗରେ ଯାଇ ରହୁଛନ୍ତି । ଏସବୁ ଡ୍ରାମାରେ ନିଧାର୍ଯ୍ୟ ରହିଛି । ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି ଏକମାତ୍ର ବାବା ହିଁ ଦିବ୍ୟ ଦୃଷ୍ଟି ଦାତା ଅଟନ୍ତି । ବାବାଙ୍କୁ କହୁଛନ୍ତି ଏହି ଦିବ୍ୟ ଦୃଷ୍ଟିର ଚାବି ଆମକୁ ଦେଇଦିଅ ତେବେ ଆମେ କାହାକୁ ସାକ୍ଷାତ୍କାର କରାଇବୁ । ତେବେ ବାବା କହୁଛନ୍ତି ନାଁ, ଏହି ଚାବି କାହାକୁ ମିଳିପାରିବ ନାହିଁ । ଏହା ବଦଳରେ ତୁମକୁ ପୁଣି ବିଶ୍ୱର ବାଦଶାହୀ ଦେଉଛି । ମୁଁ ନେଉ ନାହିଁ । ମୋର ପାର୍ଟ ହିଁ ହେଉଛି ସାକ୍ଷାତ୍କାର କରାଇବା । ସାକ୍ଷାତ୍କାର ହେବା ଦ୍ୱାରା କେତେ ଖୁସି ହୋଇଯାଉଛନ୍ତି । କିନ୍ତୁ କିଛି ହେଲେ ମିଳୁ ନାହିଁ । ଏପରି ନୁହେଁ ଯେ ସାକ୍ଷାତ୍କାର ଦ୍ୱାରା କେହି ନିରୋଗୀ ହୋଇ ଯାଉଛନ୍ତି ଅଥବା ଧନ ମିଳିଯାଉଛି । ନା, ମୀରାଙ୍କୁ ସାକ୍ଷାତ୍କାର ହେଲା କିନ୍ତୁ ମୁକ୍ତି କଣ ପାଇଲେ କି! ମନୁଷ୍ୟ ଭାବୁଛନ୍ତି ସେ ବୈକୁଣ୍ଠରେ ହିଁ ରହୁଥିଲେ । କିନ୍ତୁ ବୈକୁଣ୍ଠ କୃଷ୍ଣପୁରୀ କେଉଁଠି ଅଛି ? ଏସବୁ ହେଉଛି ସାକ୍ଷାତ୍କାର । ବାବା ବସି ସବୁ କଥା ବୁଝାଉଛନ୍ତି । ବ୍ରହ୍ମାଙ୍କୁ ମଧ୍ୟ ପ୍ରଥମେ-ପ୍ରଥମେ ବିଷ୍ଣୁଙ୍କର ସାକ୍ଷାତ୍କାର ହେବାରୁ ବହୁତ ଖୁସି ହୋଇଗଲେ । ସେ ବି ଯେବେ ଦେଖିଲେ ଯେ ମୁଁ ମହାରାଜା ହେଉଛି । ବିନାଶ ମଧ୍ୟ ଦେଖିଲେ ପୁଣି ରାଜତ୍ୱ ମଧ୍ୟ ଦେଖିଲେ ତେଣୁ ନିଶ୍ଚୟ ହୋଇଗଲା ଓହୋ! ମୁଁ ତ ବିଶ୍ୱର ମାଲିକ ହେଉଛି । ବାବାଙ୍କର ପ୍ରବେଶତା ହୋଇଗଲା । ବାସ୍ ବାବା ଏସବୁ ଆପଣ ନେଇଯାଆନ୍ତୁ, ମୋର ତ ବିଶ୍ୱର ବାଦଶାହୀ ଆବଶ୍ୟକ । ତୁମେ ମଧ୍ୟ ଏହି ସୌଦା କରିବାକୁ ଆସିଛ ନା । ଯିଏ ଜ୍ଞାନ ଧାରଣ କରୁଛନ୍ତି ତାଙ୍କଠାରୁ ପୁଣି ଭକ୍ତି ଦୂର ହୋଇଯାଉଛି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଦୈବୀଗୁଣକୁ ଧାରଣ କରି ଶ୍ରୀମତ ଆଧାରରେ ଭାରତର ପ୍ରକୃତ ସେବା କରିବାକୁ ହେବ । ନିଜର, ଭାରତର ତଥା ସାରା ବିଶ୍ୱର କଲ୍ୟାଣ ବହୁତ-ବହୁତ ଆଗ୍ରହର ସହିତ କରିବାକୁ ହେବ ।

(୨) ଡ୍ରାମାର ଅନାଦି ଅବିନାଶୀ ନିଧାର୍ଯ୍ୟକୁ ଯଥାର୍ଥ ଭାବରେ ବୁଝି କୌଣସି ପ୍ରକାରର ସମୟ ନଷ୍ଟ ହେଉଥିବା ପୁରୁଷାର୍ଥ କରିବାର ନାହିଁ । ବ୍ୟର୍ଥ ବିଚାର ମଧ୍ୟ କରିବାର ନାହିଁ ।

ବରଦାନ:-
ଏକାଗ୍ରତାର ଅଭ୍ୟାସ ଦ୍ୱାରା ଏକରସ ଅର୍ଥାତ୍ ସ୍ଥିର ଅବସ୍ଥା ନିର୍ମାଣ କରି ସର୍ବସିଦ୍ଧି ସ୍ୱରୂପ ହୁଅ ।

ଯେଉଁଠାରେ ଏକାଗ୍ରତା ଅଛି ସେଠାରେ ଆପେ ଆପେ ଏକରସ ସ୍ଥିତି ଅର୍ଥାତ୍ ଅବସ୍ଥାରେ ସମାନତା ରହିଛି । ଏକାଗ୍ରତା ଦ୍ୱାରା ସଂକଳ୍ପ, ବାଣୀ ଏବଂ କର୍ମର ବ୍ୟର୍ଥପଣିଆ ସମାପ୍ତ ହୋଇଥାଏ ତଥା ସମର୍ଥପଣିଆ ଆସିଯାଏ । ଏକାଗ୍ରତା ଅର୍ଥାତ୍ ଗୋଟିଏ ମାତ୍ର ଶ୍ରେଷ୍ଠ ସଂକଳ୍ପରେ ସ୍ଥିର ରହିବା । ଯେଉଁ ଗୋଟିଏ ବୀଜ ରୂପୀ ସଂକଳ୍ପରେ ସାରା ବୃକ୍ଷ ରୂପୀ ବିସ୍ତାର ଅନ୍ତର୍ନିହିତ । ତେଣୁ ଏକାଗ୍ରତାକୁ ବଢାଇବା ଦ୍ୱାରା ସବୁ ପ୍ରକାରର ହଲଚଲ ସମାପ୍ତ ହୋଇଯିବ । ସର୍ବ ସଂକଳ୍ପ, ବାଣୀ ଏବଂ କର୍ମ ସହଜରେ ସିଦ୍ଧି ଲାଭ କରିବ, ସେଥିପାଇଁ ଏକାନ୍ତବାସୀ ହୁଅ ।

ସ୍ଲୋଗାନ:-
ଗୋଟିଏ ଥର କରିଥିବା ଭୁଲ୍କୁ ବାରମ୍ବାର ଚିନ୍ତା କରିବା ଅର୍ଥାତ୍ ଦାଗ ଉପରେ ଦାଗ ଲଗାଇବା, ସେଥିପାଇଁ ବିତିଯାଇଥିବା କଥାକୁ ବିନ୍ଦୁ ଲଗାଅ ।