08.11.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବାବା ହେଉଛନ୍ତି ଅବିନାଶୀ ବୈଦ୍ୟ, ଯିଏକି ଗୋଟିଏ ମହାମନ୍ତ୍ର ଦ୍ୱାରା ହିଁ ତୁମର ସବୁ ଦୁଃଖ ଦୂର କରିଦେଉଛନ୍ତି ।
 

ପ୍ରଶ୍ନ:-
ମାୟା ତୁମମାନଙ୍କ ଭିତରେ ବିଘ୍ନ କାହିଁକି ପକାଉଛି ? ଏହାର କୌଣସି କାରଣ ବତାଅ ?

ଉତ୍ତର:-
(୧) କାହିଁକି ନା ତୁମେମାନେ ମାୟାର ସବୁଠାରୁ ବଡ ଗ୍ରାହକ ଅଟ । ତାର ବ୍ୟବସାୟ ବନ୍ଦ ହୋଇଯାଉଛି ସେଥିପାଇଁ ସେ ବିଘ୍ନ ପକାଉଛି । (୨) ଯେବେକି ଅବିନାଶୀ ବୈଦ୍ୟ ତୁମକୁ ଔଷଧ ଦେଉଛନ୍ତି ତେଣୁ ମାୟାର ବେମାରୀ ବଢିଯାଉଛି ସେଥିପାଇଁ ବିଘ୍ନକୁ ଡରିଯାଅ ନାହିଁ କାରଣ ମନମନାଭବର ମନ୍ତ୍ର ଦ୍ୱାରା ମାୟା ଛାଡି ପଳାଇଯିବ ।

ଓମ୍ ଶାନ୍ତି ।
ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି, ମନୁଷ୍ୟ ମନର ଶାନ୍ତି, ମନର ଶାନ୍ତି କେତେ ହଇରାଣ ହେଉଛନ୍ତି । ପ୍ରତ୍ୟହ ଓମ୍ ଶାନ୍ତି ମଧ୍ୟ କହୁଛନ୍ତି । କିନ୍ତୁ ଅର୍ଥ ନ ବୁଝିବା କାରଣରୁ ଭଗବାନଙ୍କୁ ଶାନ୍ତି ମାଗି ଚାଲିଛନ୍ତି । କହୁଛନ୍ତି ମଧ୍ୟ ଆଇ ଆମ୍ ଆତ୍ମା ଅର୍ଥାତ୍ ଆଇ ଆମ୍ ସାଇଲେନ୍ସ । ଆମର ସ୍ୱଧର୍ମ ହେଉଛି ସାଇଲେନ୍ସ ଅର୍ଥାତ୍ ଶାନ୍ତି । ଯଦି ସ୍ୱଧର୍ମ ଶାନ୍ତି ଅଟେ ତେବେ ପୁଣି ମାଗୁଛ କାହିଁକି ? ଅର୍ଥ ନ ବୁଝିବା କାରଣରୁ ହିଁ ମାଗି ଚାଲିଛନ୍ତି । ତୁମେ ଜାଣିଛ ଏହା ହେଉଛି ରାବଣର ରାଜ୍ୟ । କିନ୍ତୁ ଏକଥା ମଧ୍ୟ ବୁଝି ନାହାଁନ୍ତି ଯେ ରାବଣ ସାଧାରଣ ଭାବେ ସାରା ଦୁନିଆର ଓ ସ୍ୱତନ୍ତ୍ର ରୂପେ ଭାରତର ହିଁ ଶତ୍ରୁ ଅଟେ ସେଥିପାଇଁ ରାବଣକୁ ଜଳାଉଛନ୍ତି । ଏଭଳି କେହି ମନୁଷ୍ୟ ଅଛନ୍ତି କି, ଯାହାକୁ କେହି ବର୍ଷ-ବର୍ଷ ଧରି ଜଳାଇଥାନ୍ତି ? ରାବଣଙ୍କୁ ତ ଜନ୍ମ-ଜନ୍ମାନ୍ତର, କଳ୍ପ-କଳ୍ପାନ୍ତର ଜଳାଇ ଆସୁଛନ୍ତି କାହିଁକି ନା ଇଏ ତୁମର ସବୁଠାରୁ ବହୁତ ବଡ ଶତ୍ରୁ ଅଟେ । ୫ ବିକାରରେ ସମସ୍ତେ ବୁଡି ଫସି ରହିଛନ୍ତି । ଜନ୍ମ ହିଁ ଭ୍ରଷ୍ଟାଚାର ଦ୍ୱାରା ହେଉଛି ତେଣୁ ଏହାକୁ ରାବଣର ରାଜ୍ୟ କୁହାଯିବ । ଏହି ସମୟରେ ଅସରନ୍ତି ଦୁଃଖ ରହିଛି । ଏହାର ନିମିତ୍ତ କିଏ ? ରାବଣ । ଏକଥା କେହି କେହି ଜାଣିନାହାଁନ୍ତି ଯେ କେଉଁ କାରଣରୁ ଦୁଃଖ ହେଉଛି । ଏହା ତ ରାବଣର ହିଁ ରାଜ୍ୟ ଅଟେ । ରାବଣ ସବୁଠାରୁ ବଡ ଶତ୍ରୁ ଅଟେ । ପ୍ରତ୍ୟେକ ବର୍ଷ ରାବଣର ପିତୁଳା ତିଆରି କରି ଜଳାଉଛନ୍ତି । ଦିନକୁ ଦିନ ଆହୁରି ବଡ କରି ତିଆରି କରୁଛନ୍ତି । କାରଣ ଦୁଃଖ ମଧ୍ୟ ବଢିଚାଲିଛି । ଏତେ ବଡ-ବଡ ସାଧୁ, ସନ୍ଥ, ମହାତ୍ମା, ରାଜା ଆଦି ଅଛନ୍ତି କିନ୍ତୁ ଜଣେ ହେଲେ କେହି ଜାଣିନାହାଁନ୍ତି ଯେ ରାବଣ ଆମର ଶତ୍ରୁ ଅଟେ, ଯାହାକୁ ଆମେ ବର୍ଷ-ବର୍ଷ ଧରି ଜଳାଇ ଆସୁଛୁ । ଆହୁରି ମଧ୍ୟ ଖୁସୀରେ ପାଳନ କରୁଛନ୍ତି, ଭାବୁଛନ୍ତି ଯେ ରାବଣ ମରିଗଲା ଓ ଆମେ ତା ଲଙ୍କାର ମାଲିକ ହୋଇଗଲୁ । କିନ୍ତୁ ମାଲିକ ତ ହେଉନାହାଁନ୍ତି । ବରଂ ନିଜେ କେତେ ପଇସା ଖର୍ଚ୍ଚ କରୁଛନ୍ତି । ବାବା କହୁଛନ୍ତି ତୁମକୁ ଏତେ ଅସରନ୍ତି ଧନ ଦେଇଥିଲି, ସବୁ କଣ କଲ ? ଦଶହରାରେ ଲକ୍ଷ-ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ରାବଣକୁ ମାରି ପୁଣି ଲଙ୍କାକୁ ଲୁଟ କରୁଛନ୍ତି । କିଛି ହେଲେ ବୁଝୁ ନାହାଁନ୍ତି ଯେ, ରାବଣକୁ କାହିଁକି ଜଳାଉଛନ୍ତି । ବର୍ତ୍ତମାନ ସମୟରେ ସମସ୍ତେ ଏହି ବିକାରର ଜେଲରେ ପଡିଛନ୍ତି । ଅଧାକଳ୍ପ ରାବଣକୁ ଜଳାଉଛନ୍ତି କାହିଁକି ନା ତା ପାଇଁ ଦୁଃଖୀ ହୋଇଛନ୍ତି । ଜାଣୁଛନ୍ତି ମଧ୍ୟ, ଯେ ରାବଣ ରାଜ୍ୟରେ ଆମେ ବହୁତ ଦୁଃଖୀ ହୋଇଯାଇଛୁ । ଏକଥା ବୁଝୁନାହାଁନ୍ତି ଯେ ସତ୍ୟଯୁଗରେ ଏହି ୫ ବିକାର ରହିବ ନାହିଁ । ସେଠାରେ ଏହି ରାବଣକୁ ଜଳାଯିବ ନାହିଁ । ପଚାର ଏହି ରାବଣ ପୋଡି କେବେଠାରୁ ପାଳନ କରି ଆସୁଛ! କହିବେ ଏହା ତ ଅନାଦି କାଳରୁ ପାଳିତ ହୋଇ ଆସୁଛି । ରକ୍ଷାବନ୍ଧନ କେବେଠାରୁ ଆରମ୍ଭ ହେଲା ? କହିବେ ଅନାଦି କାଳରୁ ଚାଲିଆସୁଛି । ତେଣୁ ଏସବୁ ବୁଦ୍ଧିର କଥା ଅଟେ ନା । ମନୁଷ୍ୟମାନଙ୍କର ବୁଦ୍ଧି କଣ ହୋଇଯାଇଛି । ପଶୁ ବୁଦ୍ଧି ନୁହଁନ୍ତି, କି ମନୁଷ୍ୟ ବୁଦ୍ଧି ନୁହଁନ୍ତି । କୌଣସି କାମର ନୁହଁନ୍ତି । ସ୍ୱର୍ଗକୁ ବିଲକୁଲ୍ ଜାଣି ନାହାଁନ୍ତି । ଭାବୁଛନ୍ତି ବାସ୍, ଦୁଃଖର ଏହି ଦୁନିଆ ଭଗବାନ ଗଢିଛନ୍ତି । ତଥାପି ମଧ୍ୟ ଦୁଃଖରେ ଭଗବାନଙ୍କୁ ହିଁ ମନେ ପକାଉଛନ୍ତି କହୁଛନ୍ତି ହେ ଭଗବାନ୍ ଏହି ଦୁଃଖରୁ ମୁକ୍ତ କର । କିନ୍ତୁ କଳିଯୁଗରେ ତ କେହି ସୁଖୀ ହୋଇପାରିବେ ନାହିଁ । ଦୁଃଖ ତ ନିଶ୍ଚିତ ଭୋଗ କରିବାକୁ ହିଁ ପଡିବ । ସିଢିରେ ଓହ୍ଲାଇବାକୁ ହିଁ ହେବ । ନୂଆ ଦୁନିଆରୁ ଆରମ୍ଭ କରି ପୁରୁଣା ଦୁନିଆର ଅନ୍ତ ପର୍ଯ୍ୟନ୍ତ ସବୁ ରହସ୍ୟ ବାବା ବୁଝାଉଛନ୍ତି । ପିଲାମାନଙ୍କ ପାଖକୁ ଆସି କହୁଛନ୍ତି ଏସବୁ ଦୁଃଖର ଏକମାତ୍ର ଔଷଧ ରହିଛି । ବାବା ଅବିନାଶୀ ବୈଦ୍ୟ ଅଟନ୍ତି ନା । ୨୧ ଜନ୍ମ ନିମନ୍ତେ ସମସ୍ତଙ୍କୁ ଦୁଃଖରୁ ମୁକ୍ତ କରି ଦେଉଛନ୍ତି । ସେହି ବୈଦ୍ୟମାନେ କେବେକେବେ ତ ନିଜେ ମଧ୍ୟ ବେମାର ହୋଇଯାଉଛନ୍ତି । ଇଏ ତ ହେଉଛନ୍ତି ଅବିନାଶୀ ବୈଦ୍ୟ । ଏକଥା ମଧ୍ୟ ଜାଣିଛ ଯେ ନାଟକରେ ଦୁଃଖ ସହିତ ସୁଖ ମଧ୍ୟ ଅସରନ୍ତି ରହିଛି । ବାବା ଅସରନ୍ତି ସୁଖ ଦେଉଛନ୍ତି । ସତ୍ୟଯୁଗରେ ଦୁଃଖର ଚିହ୍ନ-ବର୍ଣ୍ଣ ରହିବ ନାହିଁ । ସେହିଭଳି ସୁଖୀ ହେବା ପାଇଁ ହିଁ ଔଷଧ ରହିଛି । କେବଳ ମୋତେ ମନେ ପକାଅ ତେବେ ତୁମେ ପବିତ୍ର ସତ୍ତ୍ୱପ୍ରଧାନ ହୋଇଯିବ, ତୁମର ସବୁ ଦୁଃଖ ଦୂର ହୋଇଯିବ । ତାପରେ ସୁଖ ହିଁ ସୁଖ ମିଳିବ । ଗାୟନ ମଧ୍ୟ ରହିଛି ବାବା ଦୁଃଖହର୍ତ୍ତା, ସୁଖକର୍ତ୍ତା ଅଟନ୍ତି । ଅଧାକଳ୍ପ ପାଇଁ ତୁମର ସବୁ ଦୁଃଖ ଦୂର ହୋଇଯାଉଛି । ତୁମେ କେବଳ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ ।

ଏଠାରେ ଆତ୍ମା ଏବଂ ଜୀବ ଅର୍ଥାତ୍ ଶରୀର ଓ ଆତ୍ମା ଏହି ଦୁଇ ଜଣଙ୍କର ଖେଳ ଚାଲିଛି । ନିରାକାର ଆତ୍ମା ଅବିନାଶୀ ଅଟେ ଓ ସାକାର ଶରୀର ବିନାଶୀ ଅଟେ, ଏହି ଦୁହିଁଙ୍କର ଖେଳ ଚାଲିଛି । ଏବେ ବାବା କହୁଛନ୍ତି ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଭୁଲିଯାଅ । ଗୃହସ୍ଥ ବ୍ୟବହାରରେ ରହି ନିଜକୁ ଏପରି ଭାବ ଯେ ଆମକୁ ଏବେ ଘରକୁ ଫେରିବାକୁ ହେବ । ପତିତମାନେ ତ ଘରକୁ ଯାଇ ପାରିବେ ନାହିଁ ସେଥିପାଇଁ କେବଳ ମୋତେ ମନେ ପକାଅ ତେବେ ତୁମେ ସତ୍ତ୍ୱପ୍ରଧାନ ହୋଇଯିବ । ବାବାଙ୍କ ପାଖରେ ଔଷଧ ଅଛି ନା । ବାବା ଏକଥା ମଧ୍ୟ କହୁଛି ଯେ, ମାୟା ବିଘ୍ନ ନିଶ୍ଚିତ ପକାଇବ । ତୁମେ ରାବଣର ଗ୍ରାହକ ଅଟ ନା । ତାର ଗ୍ରାହକପଣ ଚାଲିଗଲେ ତ ନିଶ୍ଚୟ ବିଘ୍ନ ପକାଇବ । ତେଣୁ ବାବା ବୁଝାଉଛନ୍ତି ଏହା ତ ହେଉଛି ପାଠପଢା । କୌଣସି ସ୍ଥୂଳ ଔଷଧ ନୁହେଁ । ବାବାଙ୍କୁ ମନେ ପକାଇବା ହେଲା ଔଷଧ । ଯେତେବେଳେ ତୁମେ ମୋତେ ନିରନ୍ତର ୟାଦ କରିବାର ପୁରୁଷାର୍ଥ କରିବ ତେବେ ଏକମାତ୍ର ଏହି ଔଷଧ ଦ୍ୱାରା ତୁମର ସବୁ ଦୁଃଖ ଦୂର ହୋଇଯିବ । ଭକ୍ତିମାର୍ଗରେ ମଧ୍ୟ ଏଭଳି ବହୁତ ଅଛନ୍ତି ଯାହାଙ୍କର ମୁଖ ଅନବରତ ଚାଲିଥାଏ । କୌଣସି ନା କୌଣସି ମନ୍ତ୍ର ରାମ ନାମ ଇତ୍ୟାଦି ଜପିଥାନ୍ତି, ତାଙ୍କୁ ଗୁରୁଙ୍କର ମନ୍ତ୍ର ମିଳିଥାଏ ଯେ ଏତିକି ଥର ତୁମକୁ ପ୍ରତ୍ୟହ ଜପ କରିବାକୁ ପଡିବ । ତାକୁ କୁହାଯାଏ ରାମଙ୍କ ନାମର ମାଳା ଜପିବା । ଏହାକୁ ହିଁ ରାମ ନାମର ଦାନ କୁହାଯାଏ । ଏହିଭଳି ବହୁତ ସଂସ୍ଥା ତିଆରି ହୋଇଛି । ରାମ-ରାମ ଜପ କଲେ କେହି ଝଗଡା ଆଦି କରିବେ ନାହିଁ, ରାମ ନାମରେ ବ୍ୟସ୍ତ ରହିବେ । କେହି କିଛି କହିଲେ ମଧ୍ୟ ପ୍ରତ୍ୟୁତ୍ତର ଦେବେ ନାହିଁ । କିନ୍ତୁ ବହୁତ କମ୍ ବ୍ୟକ୍ତି ଏପରି କରିଥାନ୍ତି । ଏଠାରେ ପୁଣି ବାବା ବୁଝାଉଛନ୍ତି ରାମ-ରାମ ଶବ୍ଦ ମୁଖ ଦ୍ୱାରା କହିବାର ଆବଶ୍ୟକତା ନାହିଁ । ଏହା ତ ଅଜପାଜପ ଅଟେ କେବଳ ବୁଦ୍ଧିରେ ବାବାଙ୍କୁ ୟାଦ କରିଚାଲ । ବାବା କହୁଛନ୍ତି ମୁଁ କୌଣସି ରାମ ନୁହେଁ । ରାମ ତ ତ୍ରେତାରେ ଥିଲେ, ଯାହାଙ୍କର ରାଜତ୍ୱ ଥିଲା, ତାଙ୍କ ନାମକୁ ତ ଜପ କରିବାର ଆବଶ୍ୟକତା ନାହିଁ । ବର୍ତ୍ତମାନ ବାବା ବୁଝାଉଛନ୍ତି ଭକ୍ତିମାର୍ଗରେ ଏସବୁ ସ୍ମରଣ କରି, ପୂଜା କରି ତୁମେ ସିଡି ତଳକୁ ହିଁ ଓହ୍ଲାଇ ଆସିଛ କାହିଁକି ନା ଏସବୁ କିଛି ଅସତ୍ୟ ଅଟେ । ସତ୍ୟ ତ ଏକମାତ୍ର ବାବା ହିଁ ଅଟନ୍ତି । ସେ ତୁମ ପିଲାମାନଙ୍କୁ ବସି ବୁଝାଉଛନ୍ତି । ଏହା କିପରି ଭୁଲ-ଭୁଲୈୟାର ଖେଳ ଅଟେ । ଯେଉଁ ବାବାଙ୍କଠାରୁ ଏତେ ଅସରନ୍ତି ବର୍ସା ମିଳୁଛି ତାଙ୍କୁ ୟାଦ କର ତେବେ ଚେହେରା ହିଁ ଚମକିବ । ଖୁସିରେ ଚେହେରା ହିଁ ଉଜ୍ଜ୍ୱଳ ହୋଇଯାଏ ନା । ମୁଖରେ ହସ ଖେଳିଯାଏ । ତୁମେ ଜାଣିଛ ବାବାଙ୍କୁ ମନେ ପକାଇଲେ ଆମେ ଏହିପରି ଲକ୍ଷ୍ମୀ-ନାରାୟଣ ହୋଇଯିବା । ଅଧାକଳ୍ପ ନିମନ୍ତେ ଆମର ସବୁ ଦୁଃଖ ଦୂର ହୋଇଯିବ ଏପରି ନୁହେଁ ଯେ, ବାବା କୌଣସି କୃପା କରିଦେବେ । ନାଁ, ଏକଥା ବୁଝିବାକୁ ହେବ ଯେ ଆମେ ବାବାଙ୍କୁ ଯେତେ ୟାଦ କରିବା ସେତେ ସତ୍ୱପ୍ରଧାନ ହୋଇଯିବା । ଏହି ଲକ୍ଷ୍ମୀ-ନାରାୟଣ ବିଶ୍ୱର ମାଲିକ ତେଣୁ ହର୍ଷିତମୁଖ ଅଟନ୍ତି । ଆମକୁ ମଧ୍ୟ ଏହିପରି ହେବାକୁ ପଡିବ । ବେହଦର ବାବାଙ୍କୁ ୟାଦ କରି ଆନ୍ତରିକ ଖୁସୀ ମିଳୁଛି ଯାହା ଦ୍ୱାରା ଆମେ ବିଶ୍ୱର ମାଲିକ ହେବାକୁ ଯାଉଛୁ । ଆତ୍ମାରେ ଏହି ଖୁସୀର ସଂସ୍କାର ସାଥିରେ ଯିବ । ପୁଣି ଏହି ଖୁସି ଧିରେ ଧିରେ କମ୍ ହୋଇଯିବ । ବର୍ତ୍ତମାନ ସମୟରେ ମାୟା ତୁମକୁ ବହୁତ ହଇରାଣ କରିବ । ମାୟା ଚେଷ୍ଟା କରିବ ତୁମେ ଯେପରି ବାବାଙ୍କୁ ଭୁଲିଯାଅ ଯାହା ଦ୍ୱାରା ସବୁବେଳେ ଏହିପରି ହର୍ଷିତମୁଖ ରହିପାରିବ ନାହିଁ । ନିଶ୍ଚିତ କୌଣସି ସମୟରେ ମାୟା ଅଣନିଶ୍ୱାସୀ କରିଦେବ । ମନୁଷ୍ୟ ରୋଗରେ ପଡିବା ସମୟରେ ତାଙ୍କୁ ମଧ୍ୟ କହୁଥିବେ କି ଶିବବାବାଙ୍କୁ ମନେ ପକାଅ କିନ୍ତୁ ଶିବବାବା କିଏ, ଏକଥା କେହି ଜାଣିନାହାଁନ୍ତି ତେଣୁ କଣ ଭାବି ମନେ ପକାଇବେ ? କାହିଁକି ମନେ ପକାଇବେ ? କିନ୍ତୁ ପିଲାମାନେ ତ ଜାଣିଛ ଯେ ବାବାଙ୍କୁ ମନେ ପକାଇବା ଦ୍ୱାରା ଆମେ ତମୋପ୍ରଧାନରୁ ସତ୍ୱପ୍ରଧାନ ହୋଇଯିବୁ । ଦେବୀ-ଦେବତାମାନେ ସତ୍ୱପ୍ରଧାନ ଅଟନ୍ତି ନା, ତେଣୁ ତାକୁ ଦୈବୀ ଦୁନିଆ ହିଁ କୁହାଯାଉଥିଲା । ମନୁଷ୍ୟମାନଙ୍କର ଦୁନିଆ ତ କୁହାଯାଉନଥିଲା । ସେଠାରେ ମନୁଷ୍ୟ ନାମ ହିଁ ରହିବ ନାହିଁ । ଅମୁକ ଦେବତା ବୋଲି କୁହାଯିବ । ତାହା ହେଉଛି ଦୈବୀ ଦୁନିଆ, ଏହା ହେଲା ମନୁଷ୍ୟ ଦୁନିଆ । ଏସବୁ ବୁଝିବାର କଥା । ବାବା ହିଁ ବୁଝାଉଛନ୍ତି ତେଣୁ ବାବାଙ୍କୁ ଜ୍ଞାନର ସାଗର ବୋଲି କୁହାଯାଉଛି । ବାବା ଅନେକ ପ୍ରକାରରେ ବୁଝାଉଛନ୍ତି । ତଥାପି ଶେଷରେ ମହାମନ୍ତ୍ର ଦେଉଛନ୍ତି ଯେ ବାବାଙ୍କୁ ମନେ ପକାଇଲେ ତୁମେ ସତ୍ୱପ୍ରଧାନ ହୋଇଯିବ ଓ ତୁମର ସବୁ ଦୁଃଖ ଦୂର ହୋଇଯିବ । କଳ୍ପ ପୂର୍ବରୁ ମଧ୍ୟ ତୁମେ ହିଁ ଦେବୀ-ଦେବତା ହୋଇଥିଲ । ତୁମର ଚରିତ୍ର ଦେବତାମାନଙ୍କ ସଦୃଶ ଥିଲା । ସେଠାରେ କେହି ମଧ୍ୟ ଓଲଟା-ସିଧା କଥା କହୁନଥିଲେ । ଏଭଳି କୌଣସି ଓଲଟା ସିଧା କାମ ହିଁ ହେଉ ନଥିଲା । ତାହା ଦୈବୀ ଦୁନିଆ ଥିଲା । ଏହା ହେଉଛି ମନୁଷ୍ୟମାନଙ୍କର ଦୁନିଆ । ଫରକ ରହିଛି ନା । ଏକଥା ବାବା ବସି ବୁଝାଉଛନ୍ତି । ମନୁଷ୍ୟମାନେ ତ ଭାବୁଛନ୍ତି ଦୈବୀ ଦୁନିଆକୁ ଲକ୍ଷ ଲକ୍ଷ ବର୍ଷ ହୋଇଗଲାଣି । ଏଠାରେ ତ କାହାକୁ ଦେବତା କୁହାଯାଇପାରିବ ନାହିଁ । ଦେବତାମାନେ ତ ସ୍ୱଚ୍ଛ ଥିଲେ । ଦେବୀ-ଦେବତାମାନଙ୍କୁ ମହାନ ଆତ୍ମା କୁହାଯାଏ । ମନୁଷ୍ୟମାନଙ୍କୁ କେବେ ହେଲେ ମହାନ ଆତ୍ମା କୁହାଯାଇପାରିବ ନାହିଁ । ଏହା ହେଉଛି ରାବଣର ଦୁନିଆ । ରାବଣ ତୁମର ବହୁତ ବଡ ଶତ୍ରୁ ଅଟେ । ରାବଣ ସଦୃଶ ଶତ୍ରୁ ଅନ୍ୟ କେହି ହେଲେ ନାହାଁନ୍ତି । ପ୍ରତ୍ୟେକ ବର୍ଷ ତୁମେ ରାବଣକୁ ଜଳାଉଛ ହେଲେ ରାବଣ କିଏ ? ଏକଥା କେହି ହେଲେ ଜାଣିନାହାଁନ୍ତି । ରାବଣ କୌଣସି ମନୁଷ୍ୟ ତ ନୁହେଁ, ଏହା ହେଉଛି ୫ ବିକାର ସେଥିପାଇଁ ଏହାକୁ ରାବଣ ରାଜ୍ୟ କୁହାଯାଉଛି । ୫ ବିକାରର ରାଜ୍ୟ ଅଟେ ନା । ସମସ୍ତଙ୍କ ପାଖରେ ୫ ବିକାର ରହିଛି । ଏହିପରି ଦୁର୍ଗତି ଓ ସଦଗତିର ଖେଳ ରଚାଯାଇଛି । ଏବେ ତୁମକୁ ସଦଗତିର ସମୟ ବିଷୟରେ ମଧ୍ୟ ବାବା ବୁଝାଇଛନ୍ତି ଓ ଦୁର୍ଗତିର ମଧ୍ୟ ବୁଝାଇଛନ୍ତି । ତୁମେ ହିଁ ଉଚ୍ଚକୁ ଚଢୁଛ ପୁଣି ତଳକୁ ଖସୁଛ । ଶିବଜୟନ୍ତୀ ମଧ୍ୟ ଭାରତରେ ହିଁ ପାଳନ କରାଯାଉଛି । ରାବଣ ଜୟନ୍ତୀ ମଧ୍ୟ ଭାରତରେ ହିଁ ହେଉଛି । ଅଧାକଳ୍ପ ହେଉଛି ଦୈବୀ ଦୁନିଆ ଯେଉଁଠି ଲକ୍ଷ୍ମୀ-ନାରାୟଣ, ରାମ-ସୀତାଙ୍କ ରାଜ୍ୟ ଚାଲିଛି । ଏବେ ତୁମେମାନେ ସମସ୍ତଙ୍କର ଜୀବନ କାହାଣୀକୁ ଜାଣିଛ । ସବୁ କିଛି ତୁମର ହିଁ ମହିମା ଅଟେ । ନବରାତ୍ରିରେ ପୂଜା ଆଦି ତୁମର ହିଁ ହେଉଛି । ତୁମେ ହିଁ ସ୍ଥାପନା କରୁଛ । ଶ୍ରୀମତରେ ଆଧାରରେ ତୁମେ ବିଶ୍ୱକୁ ପରିବର୍ତ୍ତନ କରୁଛ ତେଣୁ ଶ୍ରୀମତକୁ ସଂପୂର୍ଣ୍ଣ ରୂପେ ପାଳନ କରିବା ଦରକାର ନା । ସମସ୍ତେ କ୍ରମାନୁସାରେ ପୁରୁଷାର୍ଥ କରି ଚାଲିଛନ୍ତି । ସ୍ଥାପନା ହୋଇଚାଲିଛି । ଏଥିରେ ଲଢେଇ ଆଦିର କୌଣସି କଥା ନାହିଁ । ବର୍ତ୍ତମାନ ତୁମେ ଜାଣୁଛ ଏହି ପୁରୁଷୋତ୍ତମ ସଂଗମଯୁଗ ବିଲକୁଲ୍ ଅଲଗା ଅଟେ । ଏସମୟରେ ପୁରୁଣା ଦୁନିଆର ଅନ୍ତ, ନୂଆ ଦୁନିଆର ଆଦି ହେଉଛି । ବାବା ହିଁ ଆସୁଛନ୍ତି ପୁରୁଣା ଦୁନିଆକୁ ପରିବର୍ତ୍ତନ କରିବା ପାଇଁ । ତୁମକୁ ତ ବହୁତ ବୁଝାଯାଉଛି କିନ୍ତୁ ଅନେକ ଅଛନ୍ତି ଯିଏକି ଏସବୁ ଭୁଲିଯାଉଛନ୍ତି । ଭାଷଣ ପରେ ସ୍ମୃତି ଆସିଥାଏ ଯେ ଏହି-ଏହି ପଏଣ୍ଟ ସବୁ ବୁଝାଇବାର ଥିଲା । କଳ୍ପ-କଳ୍ପ ଯେପରି ସ୍ଥାପନା ହୋଇଥିଲା ଅବିକଳ ସେହିପରି ସ୍ଥାପନା ହେବ, ଯିଏ ଯେଉଁ ପଦ ପାଇଥିଲେ ତାହା ହିଁ ପାଇବେ । ସମସ୍ତେ ଏକାପରି ପଦ ପାଇପାରିବେ ନାହିଁ । ଉଚ୍ଚରୁ ଉଚ୍ଚ ଓ କମରୁ କମ୍ ପଦ ପାଇଲା ବାଲା ମଧ୍ୟ ଅଛନ୍ତି । ଯିଏ ଅନନ୍ୟ ସନ୍ତାନମାନେ ଅଛନ୍ତି ସେମାନେ ଆଗକୁ ଗଲେ ବହୁତ ଅନୁଭବ କରିବେ ଯେ ଇଏ ସାହୁକାରଙ୍କର ଦାସୀ ହେବେ, ଇଏ ରାଜା ଘରେ ଦାସୀ ହେବେ । ଇଏ ବଡ ସାହୁକାର ହେବେ, ଯାହାଙ୍କୁ କେବେ-କେବେ ରାଜସଭାକୁ ନିମନ୍ତ୍ରଣ କରାଯିବ । ସମସ୍ତଙ୍କୁ ତ ନିମନ୍ତ୍ରଣ କରିବେ ନାହିଁ, ସମସ୍ତେ ରାଜାରାଣୀଙ୍କର ମୁହଁ ଦେଖିପାରିବେ ନାହିଁ ।

ବାବା ମଧ୍ୟ ବ୍ରହ୍ମାଙ୍କ ମୁଖ ଦ୍ୱାରା ବୁଝାଉଛନ୍ତି, ବାବାଙ୍କୁ ସମ୍ମୁଖରେ ସମସ୍ତେ ଦେଖି ପାରିବେ ନାହିଁ । ତୁମେ ଏବେ ସମ୍ମୁଖକୁ ଆସି, ପବିତ୍ର ହେଉଛ । ଏଭଳି ମଧ୍ୟ ହେଉଛି ଯେ ଅପବିତ୍ର ଆତ୍ମା ଆସି ଏଠାରେ ବସୁଛନ୍ତି ଭାବୁଛନ୍ତି କିଛି ଶୁଣିଲେ ତ ପୁଣି ଦେବତା ହୋଇଯିବେ, ନିଶ୍ଚିତ ରୂପେ କିଛି ଶୁଣିଲେ ତ ପ୍ରଭାବ ପଡିବ । ନ ଶୁଣିଲେ ତ ପୁଣି ବିଲକୁଲ୍ ଆସିବେ ହିଁ ନାହିଁ । ତେଣୁ ମୂଳ କଥା ବାବା କହୁଛନ୍ତି ମନମନାଭବ । ଏହି ଏକମାତ୍ର ମନ୍ତ୍ର ଦ୍ୱାରା ତୁମର ସବୁ ଦୁଃଖ ଦୂର ହୋଇଯାଉଛି । ମନମନାଭବ (ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ) ଏକଥା ବାବା କହୁଛନ୍ତି ପୁଣି ଶିକ୍ଷକ ହୋଇ କହୁଛନ୍ତି ମଧ୍ୟାଜୀଭବ (ବିଷ୍ଣୁପୁରୀକୁ ମନେ ପକାଅ) । ଇଏ ବାପ, ଶିକ୍ଷକ, ଗୁରୁ ମଧ୍ୟ ଅଟନ୍ତି । ତିନି ଜଣଯାକ ସ୍ମୃତିରେ ରହିଲେ ମଧ୍ୟ ବହୁତ ହର୍ଷିତ ମୁଖ ଅବସ୍ଥା ରହିବ । ବାବା ପଢାଉଛନ୍ତି ପୁଣି ବାବା ହିଁ ସାଥିରେ ନେଇଯିବେ । ଏଭଳି ବାବାଙ୍କୁ କେତେ ମନେ ପକାଇବା ଉଚିତ୍ । ଭକ୍ତିମାର୍ଗରେ ତ ବାବାଙ୍କୁ କେହି ଜାଣିନାହାଁନ୍ତି । କେବଳ ଏତିକି ଜାଣିଛନ୍ତି ଯେ ଭଗବାନ ଅଛନ୍ତି, ଆମେ ସମସ୍ତେ ଭାଇ-ଭାଇ ଅଟୁ । ବାବାଙ୍କଠାରୁ କଣ ମିଳୁଛି, ସେକଥା କିଛି ହେଲେ ମଧ୍ୟ ଜାଣିନାହାଁନ୍ତି । ତୁମେ ବର୍ତ୍ତମାନ ଜାଣୁଛ ସେ ଏକମାତ୍ର ପିତା ଅଟନ୍ତି, ଆମେ ତାଙ୍କର ସନ୍ତାନ ସମସ୍ତେ ଭାଇ-ଭାଇ ଅଟୁ । ଏହା ବେହଦର କଥା ଅଟେ ନା । ସବୁ ପିଲାମାନଙ୍କୁ ବାବା ଶିକ୍ଷକ ରୂପେ ପଢାଉଛନ୍ତି । ପୁଣି ସମସ୍ତଙ୍କର ହିସାବ-କିତାବ ଚୁକ୍ତ କରାଇ ଘରକୁ ନେଇଯିବେ । ଏହି ଛି-ଛି ଦୁନିଆ ଛାଡି ଘରକୁ ଯିବାକୁ ହେବ, ନୂଆ ଦୁନିଆକୁ ଆସିବା ପାଇଁ ବାବା ତୁମକୁ ଯୋଗ୍ୟ କରୁଛନ୍ତି । ଯେଉଁମାନେ ଯୋଗ୍ୟ ହେଉଛନ୍ତି, ସେ ସତ୍ୟଯୁଗରେ ଆସିବେ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ନିଜର ଅବସ୍ଥାକୁ ସର୍ବଦା ଏକାଭଳି ରଖିବା ଏବଂ ହର୍ଷିତମୁଖ ରହିବା ପାଇଁ ପିତା ଏବଂ ଶିକ୍ଷକ ଏବଂ ସଦଗୁରୁ ତିନିଜଣଙ୍କୁ ମନେ ପକାଇବାକୁ ହେବ । ଏହିଠାରେ ହିଁ ଖୁସୀର ସଂସ୍କାର ଭରିବାକୁ ହେବ । ସମ୍ପତ୍ତିର ସ୍ମୃତି ଦ୍ୱାରା ତୁମର ଚେହେରା ସର୍ବଦା ଚମକିବା ଉଚିତ୍ ।

(୨) ଶ୍ରୀମତ ଅନୁସାରେ ଚାଲି ସାରା ବିଶ୍ୱକୁ ପରିବର୍ତ୍ତନ କରିବାର ସେବା କରିବାକୁ ହେବ । ୫ ବିକାରର ବନ୍ଧନରେ ଯେଉଁମାନେ ବାନ୍ଧି ହୋଇ ରହିଛନ୍ତି, ସେମାନଙ୍କୁ ମୁକ୍ତ କରିବାକୁ ହେବ । ସେମାନଙ୍କୁ ନିଜର ସ୍ୱଧର୍ମର ପରିଚୟ ଦେବାକୁ ପଡିବ ।

ବରଦାନ:-
ନିଜେ ନିଜ ଉପରେ ରାଜ୍ୟ କରିବା ଆଧାରରେ ନିଜର ସାଥୀମାନଙ୍କୁ ସ୍ନେହୀ ସହଯୋଗୀ କରି ମାଷ୍ଟର ଦାତା ହୁଅ ।

ରାଜା ଅର୍ଥାତ୍ ଦାତା । ଦାତାଙ୍କୁ କହିବାକୁ ବା ମାଗିବାକୁ ପଡିନଥାଏ । ପ୍ରତ୍ୟେକ ପ୍ରଜା ନିଜର ରାଜାକୁ ସ୍ନେହପୂର୍ଣ୍ଣ ଉପହାରମାନ ପ୍ରଦାନ କରିଥାନ୍ତି । ତେଣୁ ତୁମେମାନେ ମଧ୍ୟ ନିଜ ଉପରେ ରାଜ୍ୟ କରୁଥିବା ରାଜା ହୁଅ ତେବେ ସମସ୍ତେ ତୁମ ନିକଟରେ ସହଯୋଗ ରୂପକ ଉପହାର ପ୍ରଦାନ କରିବେ । ଯାହାଙ୍କର ନିଜ ଉପରେ ରାଜ୍ୟ ଅର୍ଥାତ୍ ନିୟନ୍ତ୍ରଣ ରହିଛି ସେମାନଙ୍କ ନିକଟରେ ଲୌକିକ ଏବଂ ଅଲୌକିକ ସାଥୀମାନେ ଜୀ ହାଜୀର, ଜୀ ହଜୁର, ହାଁ ଜୀ କହିବା ସହିତ ସ୍ନେହୀ ଏବଂ ସହଯୋଗୀ ହୋଇଥାନ୍ତି । ତେଣୁ ପରିବାର ଭିତରେ କେବେହେଲେ ହୁକୁମ ଜାହିର୍ କରିବାର ନାହିଁ କିନ୍ତୁ ନିଜର କର୍ମେନ୍ଦ୍ରିୟ ଗୁଡିକୁ ନିୟନ୍ତ୍ରଣରେ ରଖିବାର ଅଛି ତେବେ ତୁମର ସବୁ ସାଥୀମାନେ ସ୍ନେହୀ ଏବଂ ସହଯୋଗୀ ହୋଇଯିବେ ।

ସ୍ଲୋଗାନ:-
ସର୍ବପ୍ରାପ୍ତିର ସାଧନ ଥାଇ ମଧ୍ୟ ମନର ବୃତ୍ତି ସର୍ବଦା ଉପରାମ ରହିଥାଉ ତେବେ କୁହାଯିବ ବୈରାଗ୍ୟ ବୃତ୍ତି ।