08.11.20    Avyakt Bapdada     Odia Murli     01.10.87     Om Shanti     Madhuban


ଈଶ୍ୱରୀୟ ସ୍ନେହ ଜୀବନ ପରିବର୍ତ୍ତନର ମୂଳଦୁଆ


ଆଜି ସ୍ନେହର ସାଗର ପିତା ନିଜର ସ୍ନେହୀ ସନ୍ତାନମାନଙ୍କ ସହିତ ମିଶିବା ପାଇଁ ଆସିଛନ୍ତି । ପିତା ଏବଂ ସନ୍ତାନମାନଙ୍କର ଏହି ସ୍ନେହ ସାରା ବିଶ୍ୱକୁ ସ୍ନେହର ସୂତ୍ରରେ ବାନ୍ଧି ଦେଉଛି । ଯେତେବେଳେ ସ୍ନେହର ସାଗରଙ୍କ ସହିତ ସ୍ନେହ ସମ୍ପନ୍ନ ନଦୀମାନଙ୍କର ମିଳନ ହେଉଛି ସେତେବେଳେ ସ୍ନେହଭରା ନଦୀମାନେ ମଧ୍ୟ ନିଜର ପିତାଙ୍କ ସମାନ ମାଷ୍ଟର ସାଗର ହୋଇଯାଉଛନ୍ତି, ସେଥିପାଇଁ ସାରା ବିଶ୍ୱର ଆତ୍ମାମାନେ ସ୍ନେହର ଅନୁଭବ ଆଧାରରେ ଆପେ ଆପେ ନିକଟକୁ ଆସିବାରେ ଲାଗିଛନ୍ତି । ପବିତ୍ର ସ୍ନେହ ବା ଈଶ୍ୱରୀୟ ପରିବାରର ସ୍ନେହ ଆଧାରରେ କେତେବି ଅଜଣା ଆତ୍ମା ହୋଇଥାନ୍ତୁ କିମ୍ବା ବହୁତ ସମୟ ଧରି ପରିବାରର ସ୍ନେହରୁ ବଞ୍ଚିତ ହୋଇ ପଥର ପାଲଟି ଯାଇଥିବା ଆତ୍ମା ହୋଇଥାନ୍ତୁ, କିନ୍ତୁ ଏହିଭଳି ଆତ୍ମାମାନେ ମଧ୍ୟ ଈଶ୍ୱରୀୟ ପରିବାରର ସ୍ନେହରେ ତରଳି ଯାଉଛନ୍ତି, ପାଣି ହୋଇଯାଉଛନ୍ତି । ଏହା ହିଁ ହେଉଛି ଈଶ୍ୱରୀୟ ପରିବାରର ସ୍ନେହର କମାଲ । ଯିଏ ଯେତେ ବି ନିଜକୁ ଦୂରେଇ ରଖିବାକୁ ଚେଷ୍ଟାକରୁ କିନ୍ତୁ ଈଶ୍ୱରୀୟ ସ୍ନେହ ଚୁମ୍ବକ ଭଳି ସ୍ୱତଃ ହିଁ ନିକଟକୁ ନେଇ ଆସିଥାଏ । ଏହାକୁ କୁହାଯାଏ ଈଶ୍ୱରୀୟ ସ୍ନେହର ପ୍ରତ୍ୟକ୍ଷ ଫଳ । ଯେତେ ବି ଯିଏ ନିଜକୁ ଅଲଗା ମାର୍ଗର ବୋଲି ଭାବୁଥାନ୍ତୁ କିନ୍ତୁ ଈଶ୍ୱରୀୟ ସ୍ନେହ ସେବାରେ ସହଯୋଗୀ କରାଇ ଆଗକୁ ବଢିବାର ସୂତ୍ରରେ ବାନ୍ଧି ଦେଇଥାଏ ସେଥିପାଇଁ ତୁମେ ସମସ୍ତେ ପରସ୍ପର ଏକ ଅଟ, ଏହିଭଳି ଅନୁଭବ କରୁଛ ନା ।

ସ୍ନେହ ପ୍ରଥମେ ସହଯୋଗୀ କରିଦିଏ ଏବଂ ସହଯୋଗୀ ହେଉ ହେଉ ଆପେ ଆପେ ସମୟ ଅନୁସାରେ ସମସ୍ତଙ୍କୁ ସହଜଯୋଗୀ ମଧ୍ୟ କରିଦିଏ । ତେଣୁ ସହଯୋଗୀ ହେବାର ଚିହ୍ନ ହେଲା - ଆଜି ସହଯୋଗୀ ଅଛନ୍ତି କାଲିକୁ ସହଜଯୋଗୀ ହୋଇଯିବେ । ଆହୁରି ମଧ୍ୟ ଈଶ୍ୱରୀୟ ସ୍ନେହ ପରିବର୍ତ୍ତନର ମୂଳଦୁଆ ବା ଆଧାର ଅଟେ ବା ଜୀବନ ପରିବର୍ତ୍ତନର ବୀଜ ସ୍ୱରୂପ ଅଟେ । ଯେଉଁ ଆତ୍ମାଙ୍କ ଭିତରେ ଈଶ୍ୱରୀୟ ସ୍ନେହର ଅନୁଭୂତିର ବୀଜ ପଡିଯାଏ, ସେହି ବୀଜ ସହଯୋଗୀ ସେବାର ବୃକ୍ଷ ସ୍ୱତଃ ସୃଷ୍ଟି କରିଥାଏ ଏବଂ ସମୟ ଅନୁସାରେ ସେହି ବୃକ୍ଷରେ ସହଜଯୋଗୀ ହେବାର ଫଳ ମଧ୍ୟ ଦେଖାଯାଇଥାଏ କାହିଁକି ନା ପରିବର୍ତ୍ତନର ବୀଜ ନିଶ୍ଚିତ ଭାବରେ ଫଳିଭୂତ ହୋଇଥାଏ । କେବଳ କେଉଁ ଫଳ ଟିକିଏ ଶୀଘ୍ର ବାହାରି ପଡେ, କେଉଁ ଫଳ ସମୟ ଅନୁସାରେ ବାହାରେ । ଚାରିଆଡେ ଦେଖ ତୁମେ ସମସ୍ତେ ମାଷ୍ଟର ସ୍ନେହର ସାଗର, ବିଶ୍ୱ ସେବାଧାରୀ ପିଲାମାନେ କେଉଁ କାର୍ଯ୍ୟ କରୁଛ ? ସାରା ବିଶ୍ୱରେ ଈଶ୍ୱରୀୟ ପରିବାରର ସ୍ନେହର ବୀଜ ଲଗାଉଛ । ଯେଉଁଠାକୁ ବି ଯାଉଛ, ଚାହେଁ କେହି ନାସ୍ତିକ ହୋଇଥାନ୍ତୁ ବା ଆସ୍ତିକ ହୋଇଥାନ୍ତୁ, ହୁଏତ ବାବାଙ୍କୁ ଜାଣି ନଥାନ୍ତୁ ବା ମାନୁ ନଥାନ୍ତୁ କିନ୍ତୁ ନିଶ୍ଚିତ ଭାବରେ ଏତିକି ଅନୁଭବ କରୁଛନ୍ତି ଯେ ଏଭଳି ଈଶ୍ୱରୀୟ ପରିବାରର ସ୍ନେହ ଯାହାକି ତୁମେ ଶିବବଂଶୀ ବ୍ରହ୍ମାକୁମାର-କୁମାରୀଙ୍କଠାରୁ ମିଳୁଛି - ତାହା କେଉଁଠି ବି ମିଳିପାରିବ ନାହିଁ ଏବଂ ଏକଥା ମଧ୍ୟ ସ୍ୱୀକାର କରୁଛନ୍ତି ଯେ ଏହି ସ୍ନେହ କୌଣସି ସାଧାରଣ ସ୍ନେହ ନୁହେଁ, ଅଲୌକିକ ସ୍ନେହ ବା ଈଶ୍ୱରୀୟ ସ୍ନେହ ଅଟେ । ତେବେ ପରୋକ୍ଷ ଭାବରେ ନାସ୍ତିକରୁ ଆସ୍ତିକ ହୋଇଗଲେ ନା! ଯଦି ଏହା ଈଶ୍ୱରୀୟ ସ୍ନେହ ତେବେ ଏହା କେଉଁଠୁ ଆସିଲା ? ଯେପରି ସୂର୍ଯ୍ୟ କିରଣ ସ୍ୱତଃ ଭାବରେ ସୂର୍ଯ୍ୟଙ୍କର ଅସ୍ତିତ୍ୱକୁ ସିଦ୍ଧ କରିଥାଏ ସେହିପରି ଈଶ୍ୱରୀୟ ସ୍ନେହ, ଅଲୌକିକ ଏବଂ ନିଃସ୍ୱାର୍ଥ ସ୍ନେହ ସ୍ୱତଃ ଭାବରେ ଏହାର ଦାତା ପରମପିତା ପରମାତ୍ମାଙ୍କର ଅସ୍ତିତ୍ୱକୁ ମଧ୍ୟ ସିଦ୍ଧ କରୁଛି ଅର୍ଥାତ୍ ପ୍ରମାଣିତ କରୁଛି । ପରୋକ୍ଷ ଭାବରେ ଈଶ୍ୱରୀୟ ସ୍ନେହର ଆକର୍ଷଣ ଦ୍ୱାରା ସ୍ନେହର ସାଗର ବାବାଙ୍କ ସହିତ ସମ୍ବନ୍ଧ ଯୋଡି ହୋଇଯାଉଛି କିନ୍ତୁ ଜାଣିନାହାଁନ୍ତି, କାହିଁକି ନା ବୃକ୍ଷର ବୀଜ ପ୍ରଥମେ ଗୁପ୍ତରେ ଥାଏ ଏବଂ ବୃକ୍ଷ ସ୍ପଷ୍ଟ ଭାବରେ ଦେଖାଯାଉଥାଏ । ତେଣୁ ଈଶ୍ୱରୀୟ ସ୍ନେହର ବୀଜ ସମସ୍ତଙ୍କୁ ସହଯୋଗୀ ତଥା ସହଜଯୋଗୀ ରୂପରେ ସ୍ପଷ୍ଟ ଭାବରେ ସମୟ ଅନୁସାରେ ପ୍ରତ୍ୟକ୍ଷ କରିଦେଉଛି ଏବଂ କରିଚାଲିଥିବ । ତେବେ ସମସ୍ତେ ଏହିଭଳି ଈଶ୍ୱରୀୟ ସ୍ନେହର ବୀଜ ଲଗାଇବାର ସେବା କରିଛନ୍ତି ଯାହାର ଫଳ ସ୍ୱରୂପ ସମସ୍ତଙ୍କୁ ସହଯୋଗୀ କରାଇବାର ଶୁଭଭାବନା ଏବଂ ଶୁଭକାମନା ରୂପକ ଦୁଇଟି ପତ୍ର ମଧ୍ୟ ପ୍ରତ୍ୟକ୍ଷ ରୂପରେ ବାପଦାଦା ଦେଖୁଥିଲେ । ବର୍ତ୍ତମାନ ଏହି ବୃକ୍ଷଟି ବୃଦ୍ଧି କରିବା ସହିତ ପ୍ରତ୍ୟକ୍ଷ ଫଳ ମଧ୍ୟ ନିଶ୍ଚିତ ଦେଖାଇବ ।

ବାପଦାଦା ସବୁ ପିଲାଙ୍କର ଭିନ୍ନ ଭିନ୍ନ ପ୍ରକାରର ସେବାକୁ ଦେଖି ହର୍ଷିତ ହେଉଛନ୍ତି । ଚାହେଁ ଭାଷଣ କରୁଥିବା ପିଲାମାନେ ହୁଅନ୍ତୁ ବା ସ୍ଥୂଳ ସେବା କରୁଥିବା ପିଲାମାନେ ହୁଅନ୍ତୁ - ସମସ୍ତଙ୍କର ସହଯୋଗର ସେବା ଦ୍ୱାରା ସଫଳତା ରୂପୀ ଫଳ ପ୍ରାପ୍ତ ହେଉଛି । ଚାହେଁ ପହରା ଲଗାଉଥିବା ସେବାଧାରୀ ହୁଅନ୍ତୁ, ଚାହେଁ ବାସନ ମାଜୁଥିବା ସେବାଧାରୀ ହୁଅନ୍ତୁ କିନ୍ତୁ ଯେପରି ପାଞ୍ଚୋଟିଯାକ ଆଙ୍ଗୁଳିର ସହଯୋଗୀରେ ଯେତେ ବି ଶ୍ରେଷ୍ଠ କାର୍ଯ୍ୟ ହୋଇଥାଉ ବା ବଡ କାର୍ଯ୍ୟ ହୋଇଥାଉ ତାହା ସହଜ ହୋଇଯାଉଛି, ସେହିପରି ପ୍ରତ୍ୟେକ ବ୍ରାହ୍ମଣ ପିଲାଙ୍କର ସହଯୋଗ ଦ୍ୱାରା ଯେତିକି ସହଜ ହେବା ପାଇଁ ଚିନ୍ତା କରାଯାଇଥିଲା ତାହାଠାରୁ ହଜାର ଗୁଣା ସହଜରେ କାର୍ଯ୍ୟ ସଫଳ ହୋଇଗଲା, ଏହା କାହର କମାଲ ? ସମସ୍ତଙ୍କର । ଯେଉଁମାନେ ବି ଏଥିରେ ସହଯୋଗୀ ହୋଇଛନ୍ତି ଚାହେଁ ସ୍ୱଚ୍ଛତା କାର୍ଯ୍ୟରେ ହେଉ ବା ଟେବୁଲ ସଫା କରିବାରେ ହେଉ କିନ୍ତୁ ସମସ୍ତଙ୍କର ସହଯୋଗର ପରିଣାମ ସଫଳତା ହିଁ ଅଟେ । ତେଣୁ ଏହିଭଳି ସଂଗଠନର ଶକ୍ତି ମହାନ ଶକ୍ତି ଅଟେ । ବାପଦାଦା ଦେଖୁଥିଲେ - କେବଳ ମଧୁବନକୁ ଆସିଥିବା ପିଲାମାନେ ନୁହଁନ୍ତି କିନ୍ତୁ ଯେଉଁମାନେ ସାକାରରେ ମଧ୍ୟ ଆସିନଥିଲେ ସେହିଭଳି ଚାରିଆଡର ବ୍ରାହ୍ମଣ ପିଲାମାନଙ୍କର, ଚାହେଁ ଭାରତବାସୀ ହୁଅନ୍ତୁ ବା ବିଦେଶୀ ହୁଅନ୍ତୁ ସମସ୍ତଙ୍କର ଅନ୍ତରର ଶୁଭଭାବନା ଏବଂ ଶୁଭକାମନାର ସହଯୋଗର ମଧ୍ୟ ମିଳୁଥିଲା । ଏହିଭଳି ସମସ୍ତଙ୍କର ଶୁଭଭାବନା ଶୁଭକାମନାର କିଲା ଅନ୍ୟ ଆତ୍ମାମାନଙ୍କୁ ମଧ୍ୟ ପରିବର୍ତ୍ତନ କରି ଦେଉଛି । ସେଥିରେ ନିମିତ୍ତ ହୋଇଥିବା ଶକ୍ତିମାନେ ମଧ୍ୟ ଥିଲେ ଏବଂ ପାଣ୍ଡବମାନେ ମଧ୍ୟ ଥିଲେ । ଯଦିଓ ପ୍ରତ୍ୟେକ କାର୍ଯ୍ୟରେ କେହି କେହି ନିମିତ୍ତ ରୂପରେ ସେବାଧାରୀ ହୋଇଥାନ୍ତି କିନ୍ତୁ ସମସ୍ତଙ୍କର ସହଯୋଗ ଆଧାରରେ ହିଁ ଶ୍ରେଷ୍ଠ ବାୟୁମଣ୍ଡଳ ରୂପୀ କିଲା ନିର୍ମାଣ ହୋଇଥାଏ । ତେଣୁ ନିମିତ୍ତ ହୋଇଥିବା ପିଲାମାନଙ୍କୁ ମଧ୍ୟ ବାପଦାଦା ଅଭିନନ୍ଦନ ଦେଉଛନ୍ତି । କିନ୍ତୁ ସବୁଠାରୁ ଅଧିକ ଅଭିନନ୍ଦନ ସମସ୍ତଙ୍କୁ ଦେଉଛନ୍ତି । ତେବେ ବାବାଙ୍କୁ ପିଲାମାନେ କଣ ବା ଅଭିନନ୍ଦନ ଦେବେ! କାରଣ ବାବା ତ ଅବ୍ୟକ୍ତ ହୋଇଯାଇଛନ୍ତି, ବ୍ୟକ୍ତ ରୂପରେ ତ ପିଲାମାନଙ୍କୁ ହିଁ ନିମିତ୍ତ କରିଛନ୍ତି । ସେଥିପାଇଁ ବାପଦାଦା ସଦାସର୍ବଦା ପିଲାମାନଙ୍କର ହିଁ ଗୀତ ଗାଉଛନ୍ତି । ତେଣୁ ଏବେ ତୁମେମାନେ ବାବାଙ୍କର ଗୀତ ଗାଅ ଏବଂ ବାବା ମଧ୍ୟ ତୁମମାନଙ୍କର ଗୀତ ଗାଉଛନ୍ତି ।

ଯାହା ବି କରିଛ ବହୁତ ଭଲ କରିଛ । ଭାଷଣ କରିଥିବା ପିଲାମାନେ ହୁଅନ୍ତୁ ବା ଷ୍ଟେଜକୁ ସଜାଇଥିବା ପିଲାମାନେ ହୁଅନ୍ତୁ ସମସ୍ତେ ବହୁତ ଭଲ ଭାବରେ ନିଜ ନିଜର ସେବା କରିଛନ୍ତି ଏବଂ ବିଶେଷ କରି ଯୋଗଯୁକ୍ତ ହୋଇ ଭୋଜନ ପ୍ରସ୍ତୁତ କରିଥିବା ଏବଂ ଖୁଆଇଥିବା ତଥା ପରିବା କାଟିଥିବା ପିଲାମାନେ ମଧ୍ୟ ସେଥିରେ ଅଛନ୍ତି । ତେବେ ସର୍ବପ୍ରଥମେ ମୂଳଦୁଆ ରୂପରେ ପରିବା ହିଁ କଟାଯାଇଥାଏ, ଯଦି ପରିବା କଟା ନଯିବ ତେବେ ଭୋଜନ କିପରି ପ୍ରସ୍ତୁତ ହେବ ? ତେଣୁ ସବୁ ଗୁଡିକ ବିଭାଗରେ କାର୍ଯ୍ୟ କରୁଥିବା ପିଲାମାନେ ସବୁ ପ୍ରକାରର ସେବାର ନିମିତ୍ତ ହୋଇଛନ୍ତି । କହିଲୁ ନା -- ଯଦି ସ୍ୱଚ୍ଛତା ବିଭାଗର ପିଲାମାନେ ଠିକ୍ ଭାବରେ ସଫାଇ କରିନଥାନ୍ତେ ତାହାହେଲେ ମଧ୍ୟ ପ୍ରଭାବ ପଡିନଥାନ୍ତା । ଯଦି ସମସ୍ତଙ୍କର ଚେହେରା ଈଶ୍ୱରୀୟ ସ୍ନେହ ସମ୍ପନ୍ନ ହୋଇନଥାନ୍ତା ତେବେ ସେବାରେ ସଫଳତା କିପରି ମିଳିଥାନ୍ତା । ସମସ୍ତେ ମିଶି ଯାହା ସବୁ କାର୍ଯ୍ୟ କରିଛନ୍ତି ତାହା ସ୍ନେହ ସମ୍ପନ୍ନ ସ୍ଥିତିରେ କରିଛନ୍ତି ସେଥିପାଇଁ ସେମାନଙ୍କ ଭିତରେ ମଧ୍ୟ ସ୍ନେହର ବୀଜ ପଡିଯାଇଛି ଏବଂ ଉମଙ୍ଗ-ଉତ୍ସାହର ସହିତ କରିଥିବା କାରଣରୁ ସେମାନଙ୍କ ଭିତରେ ମଧ୍ୟ ଉମଙ୍ଗ-ଉତ୍ସାହ ଆସିଯାଇଛି । ଅନେକତା ଥିଲେ ମଧ୍ୟ ସ୍ନେହର ସୂତ୍ରରେ ବାନ୍ଧି ହୋଇ ଏକତାର କଥା ହିଁ କହୁଥିଲେ । ଏହା ହିଁ ହେଉଛି ବାୟୁମଣ୍ଡଳର ଛତ୍ରଛାତୟାର ବିଶେଷତା । ଏହିଭଳି ଭାବରେ ବାୟମୁଣ୍ଡଳ ମଧ୍ୟ ଛତ୍ରଛାୟାର କାର୍ଯ୍ୟ କରିଥାଏ, ତେଣୁ ଛତ୍ରଛାୟା ତଳେ ଥିବା କାରଣରୁ ଯେପରି ବି ସଂସ୍କାରର ହୋଇଥିଲେ ମଧ୍ୟ ସ୍ନେହର ପ୍ରଭାବରେ ପ୍ରଭାବିତ ହୋଇଯାଇଥିଲେ, ବୁଝିପାରିଲ ? ତେଣୁ ସମସ୍ତଙ୍କର ଦାୟିତ୍ୱକୁ ବଡରୁ ବଡ ବୋଲି କୁହାଯିବ, ସମସ୍ତେ ମିଶି ସେବା କରିଛନ୍ତି ସେଥିପାଇଁ ଯେତେ ବି ସେମାନେ ଆଉ କିଛି କହିବା ପାଇଁ ଚାହୁଁଥିଲେ ମଧ୍ୟ ସ୍ନେହଯୁକ୍ତ ବାୟୁମଣ୍ଡଳ କାରଣରୁ କିଛି ବି କହିପାରିଲେ ନାହିଁ । ଯଦିଓ କିଛି ନା କିଛି କହିବା ପାଇଁ ମନ ଭିତରେ ଚିନ୍ତା କରିଥିବେ କିନ୍ତୁ ମୁଖରୁ ବାହାରି ପାରିଲା ନାହିଁ କାରଣ ପ୍ରତ୍ୟକ୍ଷ ରୂପରେ ତୁମମାନଙ୍କର ଜୀବନର ପରିବର୍ତ୍ତନକୁ ଦେଖି ସେମାନଙ୍କ ମନ ଭିତରେ ମଧ୍ୟ ନିଜକୁ ପରିବର୍ତ୍ତନ କରିବାର ପ୍ରେରଣା ଆସୁଥିଲା । ଯେହେତୁ ପ୍ରତ୍ୟକ୍ଷ ପ୍ରମାଣ ଦେଖିଲେ ନା । ଶାସ୍ତ୍ର ପୁରାଣର ପ୍ରମାଣଠାରୁ ମଧ୍ୟ ବଡ ପ୍ରମାଣ ହେଉଛି ପ୍ରତ୍ୟକ୍ଷ ପ୍ରମାଣ । ତେଣୁ ପ୍ରତ୍ୟକ୍ଷ ପ୍ରମାଣ ନିକଟରେ ଅନ୍ୟ ସବୁ ପ୍ରମାଣ ଦବି ଯାଇଥିଲା । ତେବେ ଏହା ହିଁ ହେଉଛି ସେବାର ଫଳାଫଳ । ଯଦି ଏବେ ବି ମଧ୍ୟ ସେହିଭଳି ସ୍ନେହଯୁକ୍ତ ସହଯୋଗର ବିଶେଷତା ଆଧାରରେ ସେମାନଙ୍କୁ ଆହୁରି ନିକଟକୁ ଆଣିବା ପାଇଁ ଚେଷ୍ଟା କରିବ ତେବେ ସେମାନେ ମଧ୍ୟ ଆହୁରି ଅଧିକ ସହଯୋଗ ଦେବାରେ ଆଗକୁ ଆଗକୁ ବଢି ଚାଲିବେ । ପୁଣି ବି ପ୍ରତ୍ୟକ୍ଷତାର ସମାଚାର ଚାରିଆଡେ ସେତେବେଳେ ବ୍ୟାପିଯିବ ଯେତେବେଳେ ସବୁ ପ୍ରକାରର ସତ୍ତାମାନଙ୍କର ସହଯୋଗ ମିଳିବ ।

ବିଶେଷ ଭାବରେ ସବୁ ସତ୍ତାମାନେ ମିଳିତ ଭାବରେ ଯେତେବେଳେ ସ୍ୱୀକାର କରିବେ ବା ପ୍ରଚାର ଆରମ୍ଭ କରିବେ ସେତେବେଳେ ଯାଇ ସାରା ବିଶ୍ୱରେ ପ୍ରତ୍ୟକ୍ଷତାର ପରଦା ଖୋଲିବ । ତେଣୁ ବର୍ତ୍ତମାନ ସମୟରେ ଯାହାବି ସବୁ ସେବା କରିବା ପାଇଁ ଯୋଜନା କରିଛ ତାହା ଏହି ଉଦ୍ଦେଶ୍ୟରେ ତ କରିଛ ନା । ଯଦି ସବୁ ବର୍ଗର ଆତ୍ମାମାନେ ଅର୍ଥାତ୍ ସବୁ ପ୍ରକାରର ସତ୍ତାରେ ଥିବା ଆତ୍ମାମାନେ ଯେତେବେଳେ ସମ୍ପର୍କରେ ଆସିବେ ଏବଂ ସହଯୋଗ କରିବେ ବା ସ୍ନେହପୂର୍ଣ୍ଣର ସମ୍ବନ୍ଧରେ ଆସିବେ ସେତେବେଳେ ହିଁ ସହଜଯୋଗୀ ହୋଇଯିବେ । ଯଦି କୌଣସି ଗୋଟିଏ ବି ସତ୍ତା ସହଯୋଗ ନ କରେ ତେବେ ସମସ୍ତଙ୍କର ସହଯୋଗରେ ଯେଉଁ କାର୍ଯ୍ୟ ହେବା କଥା, ତାହା କିପରି ସଫଳ ହେବ ?

ଏବେ ତ ଧର୍ମସତ୍ତା ଯାହାକି ସବୁଠାରୁ ବଡ ସତ୍ତା ତାର ମୂଳଦୁଆ ପଡିଗଲା । ସେହି ବିଶେଷ ସତ୍ତା ଦ୍ୱାରା ମୂଳଦୁଆ ସ୍ଥାପନ ହେଲା । ତେବେ ସ୍ନେହର ପ୍ରଭାବକୁ ତ ଦେଖିଲ ନା । ଏମିତିରେ ଲୋକମାନେ ତୁମକୁ କଣ କହୁଥିଲେ ? ଏଭଳି ଏତେ ସବୁ ବର୍ଗବାଲାଙ୍କୁ ଏକାଠି କିପରି ଡାକୁଛ ? ସେମାନେ ଏହିଭଳି ଭାବୁଥିଲେ ନା । କିନ୍ତୁ ଈଶ୍ୱରୀୟ ସ୍ନେହର ସୂତ୍ର ଗୋଟିଏ ହିଁ ଥିଲା ସେଥିପାଇଁ ଅନେକକତାର ବିଚାର ଥିଲେ ମଧ୍ୟ ସହଯୋଗୀ ହେବାର ବିଚାର ସମସ୍ତଙ୍କର ଏକାଭଳି ହିଁ ହୋଇଥିଲା । ଏହିଭଳି ଭାବରେ ବର୍ତ୍ତମାନ ସବୁ ସତ୍ତାଗୁଡିକୁ ସହଯୋଗୀ କର । ଏମିତି ତ ସହଯୋଗୀ ମଧ୍ୟ ହେଉଛନ୍ତି କିନ୍ତୁ ଆହୁରି ଅଧିକ ନିକଟତମ ସହଯୋଗୀ କରିଚାଲ କାହିଁକି ନା ବର୍ତ୍ତମାନ ଗୋଲଡେନ୍ ଜୁବଲୀ ଅର୍ଥାତ୍ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ସମାପ୍ତ ହୋଇଯାଇଛି । ତେଣୁ ବର୍ତ୍ତମାନଠାରୁ ଆହୁରି ଅଧିକ ପ୍ରତ୍ୟକ୍ଷ ରୂପରେ ପ୍ରତ୍ୟକ୍ଷତାର ନିକଟକୁ ଆସିଗଲ କାରଣ ଡାଇମଣ୍ଡ ଜୁବଲୀ ଅର୍ଥାତ୍ ହୀରକ ଜୟନ୍ତୀ ହେବା ଅର୍ଥ ପ୍ରତ୍ୟକ୍ଷତାର ଶବ୍ଦକୁ ଆହୁରି ଅଧିକ ମଜବୁତ କରିବା । ତେଣୁ ଏହି ବର୍ଷଠାରୁ ପ୍ରତ୍ୟକ୍ଷତାର ପରଦା ଖୋଲିବା ଏବେଠାରୁ ହିଁ ଆରମ୍ଭ ହେଲା । ଗୋଟିଏ ପଟେ ବିଦେଶ ଦ୍ୱାରା ଭାରତରେ ପ୍ରତ୍ୟକ୍ଷତା ହେଲା, ଦ୍ୱିତୀୟ ପଟେ ନିମିତ୍ତ ମହା ମହାମଣ୍ଡଳେଶ୍ୱର ଅର୍ଥାତ୍ ବଡ ବଡ ସାଧୁ ସନ୍ନ୍ୟାସୀ ଯେଉଁମାନଙ୍କୁ ଧର୍ମସତ୍ତାର ଅଧିକାରୀ କୁହାଯାଉଛି ସେମାନଙ୍କ ଦ୍ୱାରା କାର୍ଯ୍ୟର ଶ୍ରେଷ୍ଠତା ରୁପୀ ସଫଳତ ମଧ୍ୟ ମିଳିଲା । ବିଦେଶରେ ୟୁ.ଏନ୍‌. ଅର୍ଥାତ୍ ମିଳିତ ଜାତିସଂଘର ଅଧକାରୀ ମାନେ ନିମିତ୍ତ ହେଲେ ଯେଉଁମାନେ କି ବିଶେଷ ନାମୀଗ୍ରାମୀ ମଧ୍ୟ ଅଟନ୍ତି ଏବଂ ଭାରତରେ ଧର୍ମ ସତ୍ତାଧିକାରୀମାନେ ମଧ୍ୟ ନାମୀଗ୍ରାମୀ ଅଟନ୍ତି । ତେଣୁ ଧର୍ମସତ୍ତାଧିକାରୀ ମାନଙ୍କ ଦ୍ୱାରା ଧର୍ମ ଆତ୍ମାମାନଙ୍କର ପ୍ରତ୍ୟକ୍ଷତା ହେବା ହିଁ ହେଉଛି ପ୍ରତ୍ୟକ୍ଷତାର ପରଦା ଖୋଲିବାର ଶୁଭାରମ୍ଭ ହେବା । ଏବେ ତ ଖୋଲିବା ଆରମ୍ଭ ହିଁ ହେଲା । ଆଗକୁ ଖୋଲିବାକୁ ଯାଉଛି ତେଣୁ ପୂରା ଖୋଲି ନାହିଁ, କେବଳ ଆରମ୍ଭ ହେଲା । ବିଦେଶର ପିଲାମାନେ ଯେଉଁମାନେ କି ନିମିତ୍ତ ହେଲେ, ଏହା ମଧ୍ୟ ସେମାନଙ୍କ ଦ୍ୱରା ଏକ ବିଶେଷ କାର୍ଯ୍ୟ ହେଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ପ୍ରତ୍ୟକ୍ଷତାର ବିଶେଷ କାର୍ଯ୍ୟରେ ନିମିତ୍ତ ହୋଇଗଲେ । ତେଣୁ ବାପଦାଦା ବିଦେଶର ପିଲାମାନଙ୍କୁ ଏହି ଅନ୍ତିମ ପ୍ରତ୍ୟକ୍ଷତା କାର୍ଯ୍ୟରେ ହୀରୋ ପାର୍ଟ କରିବାରେ ନିମିତ୍ତ ହେବାର ସେବା କରିଥିବାରୁ ମଧ୍ୟ ବିଶେଷ ଅଭିନନ୍ଦନ ଦେଉଛନ୍ତି । ଭାରତରେ ତ ହଲ୍‌ଚଲ୍ ଆରମ୍ଭ କରିଦେଲ ନା । ସମସ୍ତଙ୍କ କାନ ପର୍ଯ୍ୟନ୍ତ ସମାଚାର ଚାଲିଗଲା । ବିଦେଶର ଏହିଭଳି ଶକ୍ତିଶାଳୀ ଶବ୍ଦ ଭାରତର କୁମ୍ଭକର୍ଣ୍ଣମାନଙ୍କୁ ଉଠାଇବାର ନିମିତ୍ତ ତ ହେଲା ନା । କିନ୍ତୁ ଏବେ କେବଳ ଶବ୍ଦ ପହଞ୍ଚିଲା, ଆଗକୁ ତ ଆହୁରି ଭଲ ଭାବରେ ଉଠାଇବାକୁ ହେବ । ଏବେ କେବଳ କାନ ପର୍ଯ୍ୟନ୍ତ ଶବ୍ଦ ପହଞ୍ଚିଛି ଏବଂ ଶୋଇଥିବା ବ୍ୟକ୍ତିର କାନ ପାଖରେ ଯଦି ଶବ୍ଦ କରାଯାଏ ତେବେ ସେ ଟିକିଏ ହଲ୍‌ଚଲ୍ ତ ହୁଏ ନା, ଶବ୍ଦ ହଲ୍‌ଚଲ୍ ତ କରିଦିଏ ନା । ତେବେ ଏହିଭଳି ହଲଚଲ୍ ମଧ୍ୟ ସୃଷ୍ଟି ହେଲା । ତେଣୁ ହଲଚଲ୍ ଦ୍ୱାରା ଟିକିଏ ଚେଇଁ ଉଠିଛନ୍ତି, ଭାବୁଛନ୍ତି ଏମାନେ ମଧ୍ୟ କିଛି କରୁଛନ୍ତି । ଆଗକୁ ମଧ୍ୟ ଆହୁରି ଅଧିକ ସେତେବେଳେ ଜାଗିବେ ଯେତେବେଳେ ତୁମେମାନେ ଜୋର୍‌-ଶୋର୍‌ରେ ଶବ୍ଦ କରିବ । ଏବେ ପ୍ରଥମରୁ ମଧ୍ୟ କିଛିଟା ଜୋରଦାର ଶବ୍ଦ ହେଲା ଏବଂ ଏହିଭଳି ଆଗକୁ ଆହୁରି ମଧ୍ୟ କମାଲ ହେବ ଯେତେବେଳେ ସବୁ ପ୍ରକାରର ସତ୍ତାଧିକାରୀମାନେ ଏକାଠି ହୋଇ ଗୋଟିଏ ଷ୍ଟେଜ୍ ଉପରେ ସ୍ନେହ ମିଳନ କରିବେ ବା ସବୁ ସତ୍ତାର ଆତ୍ମାମାନଙ୍କ ଦ୍ୱାରା ଈଶ୍ୱରୀୟ କାର୍ଯ୍ୟର ପ୍ରତ୍ୟକ୍ଷତା ହେବା ଆରମ୍ଭ ହେବ, ତେବେ ଯାଇ ପ୍ରତ୍ୟକ୍ଷତାର ପରଦା ପୂରା ପୂରି ଖୋଲିଯିବ ସେଥିପାଇଁ ବର୍ତ୍ତମାନ ଯେଉଁସବୁ କାର୍ଯ୍ୟକ୍ରମ କରୁଛ ସେଥିରେ ଏହି ଲକ୍ଷ୍ୟ ରଖ ଯେ ସବୁ ସତ୍ତାମାନଙ୍କର ସ୍ନେହ ମିଳନ ହେଉ । ତେବେ ସବୁ ପ୍ରକାରର ସତ୍ତା ବା ବର୍ଗର ସ୍ନେହ ମିଳନ ତ ହୋଇପାରିବ ନା । ଯେପରି ସାଧାରଣ ସାଧୁମାନଙ୍କୁ ମଧ୍ୟ ଡାକୁଛ ଯାହାକି କିଛି ବଡ କଥା ନୁହେଁ କିନ୍ତୁ ଏବେ ତ ମହାମଣ୍ଡଳେଶ୍ୱରମାନଙ୍କୁ ଡାକିଲ ନା । ଏମିତି ତ ଯଦି ଶଙ୍କରାଚାର୍ଯ୍ୟଙ୍କୁ ମଧ୍ୟ ଏହି ସଂଗଠନରେ ଡାକି ପାରିଥାନ୍ତ ତେବେ ଆହୁରି ଅଧିକ ଶୋଭା ବୃଦ୍ଧି ହୋଇଥାନ୍ତା । କିନ୍ତୁ ବର୍ତ୍ତମାନ ଆଗକୁ ଯାଇ ତାଙ୍କର ମଧ୍ୟ ଭାଗ୍ୟ ଖୋଲିଯିବ । ଭିତରେ ଭିତରେ ତ ପୁଣି ବି ସିଏ ସହଯୋଗୀ ଅଟନ୍ତି ନା । ପିଲାମାନେ ସେଥିପାଇଁ ମଧ୍ୟ ବହୁତ ମେହନତ କରିଛନ୍ତି । କିନ୍ତୁ ପୁଣି ବି ସେମାନଙ୍କୁ ତ ଲୋକଲାଜକୁ ମଧ୍ୟ ଦେଖିବାକୁ ପଡୁଛି । ତେବେ ଆଗକୁ ସେହି ଦିନ ମଧ୍ୟ ଆସିବ ଯେତେବେଳେ ସବୁ ସତ୍ତାଧିକାରୀମାନେ ମିଳିତ ଭାବରେ କହିବେ ଯେ ସବୁଠାରୁ ଶ୍ରେଷ୍ଠ ସତ୍ତା ବା ଈଶ୍ୱରୀୟ ସତ୍ତା ବା ଆଧ୍ୟାତ୍ମିକ ସତ୍ତା ଯଦି କିଛି ଅଛି ତେବେ ଏକମାତ୍ର ଏହି ପରମାତ୍ମ - ସତ୍ତା ହିଁ ଅଟେ, ସେଥିପାଇଁ ତ ତୁମେମାନେ ଲମ୍ବା ସମୟର ଯୋଜନା କରିଛ ନା । ଏତେ ଅଧିକ ସମୟ ମଧ୍ୟ ସେଥିପାଇଁ ହିଁ ମିଳିଛି ଯାହା ଫଳରେ ସମସ୍ତଙ୍କୁ ସ୍ନେହର ସୂତ୍ରରେ ବାନ୍ଧି ନିକଟକୁ ଆଣିପାରିବ । ତେବେ ତୁମର ଏହି ସ୍ନେହ ଚୁମ୍ବକ ହୋଇଯିବ ଯାହାଦ୍ୱାରା ସମସ୍ତେ ଏକାସାଥୀରେ ସଂଗଠିତ ରୂପରେ ନିଜର ପିତାଙ୍କର ଷ୍ଟେଜ ଉପରେ ପହଞ୍ଚି ଯିବେ ଅର୍ଥାତ୍ ତୁମ ନିକଟକୁ ଆସିଯିବେ । ଏହିଭଳି ଯୋଜନା କରିଛ ନା ? ଆଚ୍ଛା!

ସେବାଧାରୀମାନଙ୍କୁ ସେବାର ପ୍ରତ୍ୟକ୍ଷ ଫଳ ମଧ୍ୟ ମିଳିଗଲା । ନଚେତ୍‌, ଏବେ ତ ନୂଆ ନୂଆ ପିଲାମାନଙ୍କର ମିଳନ କରିବାର ପାଳି ନା । ତୁମେମାନେ ତ ମିଳନ କରି କରି ଏବେ ବାନପ୍ରସ୍ଥ ଅବସ୍ଥାରେ ପହଞ୍ଚି ଗଲଣି । ଏବେ ନିଜର ଛୋଟ ଭାଇ ଭଉଣୀମାନଙ୍କୁ ସୁଯୋଗ ଦେଉଛ । ନିଜେ ବାନପ୍ରସ୍ଥୀ ହୋଇଗଲ ତେଣୁ ଅନ୍ୟମାନଙ୍କୁ ସୁଯୋଗ ଦେଲ ନଚେତ୍ ଇଚ୍ଛା ତ ସମସ୍ତଙ୍କର ବଢି ବଢି ଚାଲିବ, ସମସ୍ତେ କହିବେ -- ଏବେ ବି ଆମକୁ ମିଶିବାର ସୁଯୋଗ ମିଳିବା ଦରକାର । ଯେତେ ମିଶୁଥିବ ଇଚ୍ଛା ମଧ୍ୟ ସେତେ ବଢି ବଢି ଚାଲିଥିବ । ତାପରେ କଣ କରିବ ? ତେବେ ଅନ୍ୟମାନଙ୍କୁ ସୁଯୋଗ ଦେବା ମଧ୍ୟ ନିଜେ ତୃପ୍ତିର ଅନୁଭବ କରିବା, କାହିଁକି ନା ପୁରୁଣାମାନେ ତ ଅନୁଭବୀ ଅଟନ୍ତି, ପ୍ରାପ୍ତି ସ୍ୱରୂପ ମଧ୍ୟ ଅଟନ୍ତି । ତେଣୁ ପ୍ରାପ୍ତି ସ୍ୱରୂପ ଆତ୍ମାମାନେ ସମସ୍ତଙ୍କ ଉପରେ ଶୁଭଭାବନା ରଖିଥାନ୍ତି ଏବଂ ଅନ୍ୟମାନଙ୍କୁ ଆଗରେ ମଧ୍ୟ ରଖିଥାନ୍ତି । ନା, ଏମିତି ଭାବୁଛ ଆମେ ତ ଆଗ ମିଶିଯାଉ ? ଏଥିରେ ମଧ୍ୟ ନିସ୍ୱାର୍ଥ ଆତ୍ମା ହେବାକୁ ପଡିବ । ବୁଦ୍ଧିମାନ ଅଟ ନା । ଆଦି-ମଧ୍ୟ-ଅନ୍ତକୁ ମଧ୍ୟ ଜାଣିପାରୁଛ । ସମୟକୁ ମଧ୍ୟ ଜାଣିଛ । ପ୍ରକୃତିର ପ୍ରଭାବକୁ ମଧ୍ୟ ବୁଝିପାରୁଛ । ନିଜର ଏବଂ ସମସ୍ତଙ୍କର ପାର୍ଟକୁ ମଧ୍ୟ ଜାଣିପାରୁଛ । ବାପଦାଦା ମଧ୍ୟ ସଦାସର୍ବଦା ପିଲାମାନଙ୍କ ସହିତ ମିଶିବାକୁ ଚାହୁଛଁନ୍ତି । ଯଦି ପିଲାମାନେ ମିଶିବା ପାଇଁ ଚାହୁଁଛନ୍ତି ତେବେ ପ୍ରଥମେ ବାବା ଚାହିଁବା କାରଣରୁ ହିଁ ପିଲାମାନେ ଚାହିଁଛନ୍ତି । କିନ୍ତୁ ବାବାଙ୍କୁ ମଧ୍ୟ ସମୟକୁ, ପ୍ରକୃତିକୁ ଦେଖିବାକୁ ପଡୁଛି ନା । ଯେହେତୁ ଏହି ସାକାର ଦୁନିଆକୁ ଆସୁଛନ୍ତି ତେଣୁ ଦୁନିଆର ସବୁ କଥାକୁ ଦେଖିବାକୁ ପଡୁଛି । ଯେତେବେଳେ ଏହାଠାରୁ ଉର୍ଦ୍ଧ୍ୱରେ ଅବ୍ୟକ୍ତ ବତନରେ ଅଛନ୍ତି ସେଠାରେ ତ ପାଣିର, ସମୟର, ରହିବା-ଖାଇବାର ସମସ୍ୟା ହିଁ ନାହିଁ । ତେବେ ଗୁଜୁରାଟର ପିଲାମାନେ ଅତି ନିକଟରେ ରହୁଛନ୍ତି, ତେଣୁ ତାହାର ମଧ୍ୟ ଫଳ ମିଳୁଛି । ଏହା ମଧ୍ୟ ଗୁଜୁରାଟର ପିଲାମାନଙ୍କର ବିଶେଷତା ରହିଛି ଯେ ସବୁବେଳେ ଏଭରରେଡି ଅର୍ଥାତ୍ ସଦାପ୍ରସ୍ତୁତ ଥାନ୍ତି । ଡାକିବା ମାତ୍ରକେ ଆଜ୍ଞା ହିଁ କହିବାରେ ଏକଦମ ପକ୍କା ଅଟନ୍ତି ଏବଂ ଯେଉଁଠି ବି ରହିବା ପାଇଁ ଦେଲେ ରହିଯାଆନ୍ତି । ସବୁ ପରିସ୍ଥିତିରେ ସନ୍ତୁଷ୍ଟ ରହିବାର ମଧ୍ୟ ବିଶେଷତା ଅଛି । ଗୁଜୁରାଟରେ ମଧ୍ୟ ବହୁତ ଭଲ ବୃଦ୍ଧି ହେଉଛି । ସେବା କରିବାର ଉମଙ୍ଗ-ଉତ୍ସାହ ନିଜକୁ ମଧ୍ୟ ନିର୍ବିଘ୍ନ କରୁଛି ଏବଂ ଅନ୍ୟମାନଙ୍କର ମଧ୍ୟ କଲ୍ୟାଣ କରୁଛି । ସେବାର ମନୋବୃତ୍ତି ଥିବା କାରଣରୁ ମଧ୍ୟ ସଫଳତା ମିଳୁଛି । ସେବାର ମନୋବୃତ୍ତି ବା ସେବା ଭାବନାରେ ଯଦି ଅହଂଭାବ ଆସିଗଲା ତେବେ ତାକୁ ସେବା ଭାବନା କୁହାଯିବ ନାହିଁ । ସେବାର ଭାବନା ସଫଳତା ପ୍ରାପ୍ତ କରାଇଥାଏ । ସେଥିରେ ଯଦି ଅହଂଭାବ ମିଶିଯାଏ ତେବେ ମେହନତ ମଧ୍ୟ ଅଧିକ ଲାଗିବ, ସମୟ ମଧ୍ୟ ଅଧିକ ଲାଗିବ ପୁଣି ବି ନିଜକୁ ସନ୍ତୁଷ୍ଟତା ମିଳିବ ନାହିଁ । ସେବାର ଭାବନା ରଖୁଥିବା ପିଲାମାନେ ସର୍ବଦା ନିଜେ ମଧ୍ୟ ଆଗକୁ ବଢୁଥାନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ଆଗକୁ ବଢାଉଥାନ୍ତି । ସର୍ବଦା ଉଡିବା ଭଳି ସ୍ଥିତିର ଅନୁଭବ କରିଥାନ୍ତି । ସେମାନେ ବହୁତ ସାହସୀ ମଧ୍ୟ ଅଟନ୍ତି ତେଣୁ ଯେଉଁଠି ସାହସ ଅଛି ସେଠାରେ ବାପଦାଦା ମଧ୍ୟ ସବୁ ସମୟରେ, ସବୁ କାର୍ଯ୍ୟରେ ସହଯୋଗୀ ହୋଇଯାଆନ୍ତି ।

ତେବେ ମହାରଥୀ ପିଲାମାନେ ତ ମହାଦାନୀ ହିଁ ଅଟନ୍ତି । ଯେଉଁ ମହାରଥୀ ପିଲାମାନେ ସେବା କରିବା ପାଇଁ ଆସିଛ - ସମସ୍ତେ ମହାଦାନୀ, ବରଦାନୀ ଅଟ ନା ? ଅନ୍ୟମାନଙ୍କୁ ସୁଯୋଗ ଦେବା ମଧ୍ୟ ମହାଦାନ, ବରଦାନ ଦେବା । ଯେମିତି ସମୟ, ସେମିତି ପାର୍ଟ କରିବାରେ ମଧ୍ୟ ସବୁ ଗେହ୍ଲା ପିଲାମାନେ ସବୁବେଳେ ସହଯୋଗୀ ହୋଇ ଆସିଛନ୍ତି ଏବଂ ଆଗକୁ ମଧ୍ୟ ହେବେ । ତେବେ ଇଚ୍ଛା ତ ନିଶ୍ଚିତ ହେବ କାହିଁକି ନା ଏହା କିଛି ଖରାପ ଇଚ୍ଛା ନୁହେଁ, ପୁଣି ବି ନିଜର ଇଚ୍ଛାକୁ ନିଜ ଭିତରେ ସମାହିତ କରିବା ମଧ୍ୟ ପିଲାମାନଙ୍କୁ ଜଣା ଅଛି ସେଥିପାଇଁ ସମସ୍ତେ ସଦା ସନ୍ତୁଷ୍ଟ ଅଟନ୍ତି ।

ବାପଦାଦା ମଧ୍ୟ ଜଣ ଜଣଙ୍କ ସହିତ ମିଳନ କରିବା ପାଇଁ ଚାହୁଁଛନ୍ତି ଯାହାକି ସମୟର ସୀମା ମଧ୍ୟ ନଥିବ, କିନ୍ତୁ ତୁମମାନଙ୍କର ଦୁନିଆରେ ତ ଏହି ସବୁ ସୀମାଗୁଡିକୁ ଦେଖିବାକୁ ପଡୁଛି । ନଚେତ ଗୋଟିଏ-ଗୋଟିଏ ବିଶେଷ ରତ୍ନଙ୍କର ମହିମା ଯଦି ଗାୟନ କରାଯିବ ତେବେ କେତେ ଲମ୍ବା ହୋଇଯିବ । ଅତି କମ୍‌ରେ ଗୋଟିଏ-ଗୋଟିଏ ପିଲାଙ୍କର ବିଶେଷତା ଗୋଟିଏ ଗୋଟିଏ ଗୀତା ତ ହୋଇପାରିବ ନା । ତେଣୁ ଏଥିପାଇଁ କହୁଛନ୍ତି ବତନକୁ ଆସ ଅର୍ଥାତ୍ ସୂକ୍ଷ୍ମଲୋକରେ ମିଳନ କର ଯେଉଁଠି କୌଣସି ପ୍ରକାରର ସୀମା ନାହିଁ । ଆଚ୍ଛା!

ସର୍ବଦା ଈଶ୍ୱରୀୟ ସ୍ନେହରେ ସମାହିତ ହୋଇ ରହିଥିବା, ସର୍ବଦା ପ୍ରତି ମୂହୁର୍ତ୍ତରେ ସମସ୍ତଙ୍କର ସହଯୋଗୀ ହେଉଥିବା ସର୍ବଦା ପ୍ରତ୍ୟକ୍ଷତାର ପରଦାକୁ ଉଠାଇ ବାବାଙ୍କୁ ବିଶ୍ୱ ସମ୍ମୁଖରେ ପ୍ରତ୍ୟକ୍ଷ କରୁଥିବା, ସର୍ବଦା ସର୍ବ ଆତ୍ମାଙ୍କୁ ପ୍ରତ୍ୟକ୍ଷ-ପ୍ରମାଣ ସ୍ୱରୂପ ହୋଇ ଆକର୍ଷିତ କରୁଥିବା, ସର୍ବଦା ବାବାଙ୍କ ସହିତ ସମସ୍ତଙ୍କ ସହିତ ସବୁ କାର୍ଯ୍ୟରେ ସହଯୋଗୀ ହୋଇ ଜଣଙ୍କର ନାମକୁ ବିଖ୍ୟାତ କରୁଥିବା -- ଏହିଭଳି ବିଶ୍ୱର ଇଷ୍ଟଦେବ ପିଲାମାନଙ୍କୁ, ବିଶ୍ୱର ବିଶିଷ୍ଟ ପିଲାମାନଙ୍କୁ ବାପଦାଦାଙ୍କର ଅତି ସ୍ନେହ ସମ୍ପନ୍ନ ୟାଦପ୍ୟାର, ଏହା ସହିତ ସମସ୍ତ ଦେଶ ବା ବିଦେଶରୁ ଆସି ସ୍ନେହର ସହିତ ବାବାଙ୍କ ସମ୍ମୁଖରେ ପହଞ୍ଚିଥିବା ନିକଟତମ ସନ୍ତାନମାନଙ୍କୁ ସେବାର ଅଭିନନ୍ଦନ ସହିତ ବାପଦାଦାଙ୍କର ବିଶେଷ ୟାଦପ୍ୟାର ମଧ୍ୟ ସ୍ୱୀକାର ହେଉ ।

ରଦାନ:-
ଜ୍ଞାନବାନ ହେବାର ବିଶେଷତା ଦ୍ୱାରା ସଂସ୍କାରର ଟକ୍କର ଅର୍ଥାତ୍ ମୁହାଁମୁହିଁ ହେବାଠାରୁ ମୁକ୍ତ ରହୁଥିବା କମଳପୁଷ୍ପ ଭଳି ସ୍ୱତନ୍ତ୍ର ଏବଂ ସାକ୍ଷୀ ହୁଅ ।

ଅନ୍ତିମ ସମୟ ପର୍ଯ୍ୟନ୍ତ କାହାର ଦାସୀ ହେବାର ସଂସ୍କାର ରହିବ ତ କାହାର ରାଜା ହେବାରେ ସଂସ୍କାର ମଧ୍ୟ ରହିବ । ତେଣୁ ସଂସ୍କାର ବଦଳି ଯାଉ -- ଏହିଭଳି ଆଶା କାହାଠାରୁ କର ନାହିଁ, କିନ୍ତୁ ମୋ ଉପରେ କାହର ସଂସ୍କାରର ପ୍ରଭାବ ନ ପଡୁ, କାରଣ ପ୍ରଥମେ ତ ପ୍ରତ୍ୟେକ ଆତ୍ମାର ସଂସ୍କାର ଭିନ୍ନ ଭିନ୍ନ ଅଟେ, ଦ୍ୱିତୀୟରେ କେହି କେହି ମାୟାର ରୂପ ଧାରଣ କରି ମଧ୍ୟ ଆସୁଛନ୍ତି ସେଥିପାଇଁ ମର୍ଯ୍ୟାଦାର ସୀମା ଭିତରେ ରହି ସବୁ କଥାକୁ ନିର୍ଣ୍ଣୟ କର, ଭିନ୍ନ ଭିନ୍ନ ପ୍ରକାରର ସଂସ୍କାର ଥିଲେ ମଧ୍ୟ କାହା ସହିତ ଟକ୍କର ନ ହେଉ, ସେଥିପାଇଁ ଜ୍ଞାନବାନ ଆତ୍ମା ହୋଇ କମଳ ପୁଷ୍ପ ଭଳି ସମସ୍ତଙ୍କଠାରୁ ସ୍ୱତନ୍ତ୍ର ଏବଂ ସାକ୍ଷୀଦ୍ରଷ୍ଟା ହୁଅ ।

ସ୍ଲୋଗାନ:-
କୌଣସି ପ୍ରକାରର ଜୋର-ଜବରଦସ୍ତି ବା ପରିଶ୍ରମ କରିବା ପରିବର୍ତ୍ତେ ମନୋରଞ୍ଜନ ରୀତିରେ ପୁରୁଷାର୍ଥ କର ।