08.11.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ଦେହ
ସହିତ ଏସବୁ କିଛି ବିନାଶ ହେବାକୁ ଯାଉଛି, ସେଥିପାଇଁ ତୁମକୁ ପୁରୁଣା ଦୁନିଆର ସମାଚାର ଶୁଣିବାର
ଆବଶ୍ୟକତା ନାହିଁ, ତୁମେ କେବଳ ବାବା ଏବଂ ତାଙ୍କର ସମ୍ପତ୍ତିକୁ ମନେ ପକାଅ ।”
ପ୍ରଶ୍ନ:-
ଶ୍ରୀମତ ପାଇଁ
କେଉଁ କଥାର ଗାୟନ ରହିଛି? ଶ୍ରୀମତରେ ଚାଲୁ୍ଥିବା ଅନୁଯାୟୀ ପରିଚାଳିତ ହେଉଥିବା ଆତ୍ମାମାନଙ୍କର
ଲକ୍ଷଣ ଶୁଣାଅ?
ଉତ୍ତର:-
ଶ୍ରୀମତ ପାଇଁ ଗାୟନ ରହିଛି - ଯାହା ଖୁଆଇବେ, ଯାହା ପିନ୍ଧିବାକୁ ଦେବେ, ଯେଉଁଠାରେ ବସାଇବେ...
ତାହା ହିଁ କରିବୁ । ଶ୍ରୀମତ ଅନୁଯାୟୀ ପରିଚାଳିତ ହେଉଥିବା ସନ୍ତାନମାନେ ବାବାଙ୍କର ପ୍ରତ୍ୟେକ
ଆଜ୍ଞାକୁ ପାଳନ କରିଥା’ନ୍ତି । ସେମାନଙ୍କ ଦ୍ୱାରା ସର୍ବଦା ଶ୍ରେଷ୍ଠ କର୍ମ ହିଁ ହୋଇଥାଏ । ସେମାନେ
କେବେହେଲେ ଶ୍ରୀମତରେ ନିଜର ମନମତ ମିଶାଇ ନ ଥା’ନ୍ତି । ସେମାନଙ୍କ ଭିତରେ ଠିକ୍ ଏବଂ ଭୁଲର ଜ୍ଞାନ
ରହିଥାଏ ।
ଗୀତ:-
ବନବାରୀ
ରେ.....
ଓମ୍ ଶାନ୍ତି ।
ଏହି ଗୀତ କାହା
ପାଇଁ? ପିଲାମାନଙ୍କ ପାଇଁ । ଏଭଳି ମଧ୍ୟ କିଛି ଗୀତ ରହିଛି ଯେଉଁ ଆଧାରରେ ବାବା ପିଲାମାନଙ୍କୁ
ବୁଝାଉଛନ୍ତି କିନ୍ତୁ ଏହି ଗୀତରେ ପିଲାମାନେ କହୁଛନ୍ତି ଯେ - ବାବା ଏବେ ତ ଆମେ ବୁଝିଗଲୁଣି,
ଦୁନିଆର ଆତ୍ମାମାନେ ତ ଏକଥା ଜାଣିନାହାଁନ୍ତି, ଏହା କିପରି ମିଛ ଦୁନିଆ, ମିଛ ବନ୍ଧନ ଅଟେ । ଏଠାରେ
ସମସ୍ତେ ଦୁଃଖୀ ହେଉଛନ୍ତି ତେଣୁ ଈଶ୍ୱରଙ୍କୁ ମନେପକାଉଛନ୍ତି । ସତ୍ୟଯୁଗରେ ତ ଈଶ୍ୱରଙ୍କ ସହିତ
ମିଶିବାର କୌଣସି କଥା ହିଁ ନାହିଁ । ଏଠାରେ ବହୁତ ଦୁଃଖ ଅଛି ତେଣୁ ଆତ୍ମାମାନଙ୍କର ଭଗବାନଙ୍କ କଥା
ମନେ ପଡୁଛି । କିନ୍ତୁ ଡ୍ରାମା ଅନୁସାରେ ଭଗବାନ ସ୍ୱୟଂ ଆସି ଆତ୍ମାମାନଙ୍କ ସହ ମିଳନ କରିଥା’ନ୍ତି
। ବାକି ଆଉ ଯାହା ବି ପୁରୁଷାର୍ଥ କରୁଛନ୍ତି ସବୁ ବ୍ୟର୍ଥ, କାହିଁକି ନା ଈଶ୍ୱରଙ୍କୁ ସର୍ବବ୍ୟାପୀ
ବୋଲି ମାନୁଛନ୍ତି, ଈଶ୍ୱର ପ୍ରାପ୍ତିର ମାର୍ଗ ମଧ୍ୟ ଭୁଲ ଦେଖାଉଛନ୍ତି । ଯଦି କହିବେ ଯେ ଈଶ୍ୱର
ଏବଂ ତାଙ୍କ ରଚନାର ଆଦି, ମଧ୍ୟ, ଅନ୍ତକୁ ଆମେ ଜାଣିନାହୁଁ ତେବେ ଏକଥା କହିବା ସତ୍ୟ ଅଟେ । ଆଗରୁ
ଋଷି-ମୁନିମାନେ ସତ୍ୟ କହୁଥିଲେ, କାରଣ ସେ ସମୟରେ ସେମାନେ ରଜଃଗୁଣୀ ଥିଲେ । ସେ ସମୟର ଦୁନିଆକୁ
ମିଛ ଦୁନିଆ ବୋଲି କୁହାଯାଇପାରିବ ନାହିଁ । କଳିଯୁଗର ଅନ୍ତିମ ସମୟକୁ ଦୁନିଆ ମିଛ ଦୁନିଆ ନର୍କ
କୁହାଯାଉଛି । ଏହି ସଂଗମ ଯୁଗରେ କହୁଛନ୍ତି - ଏହା ନର୍କ, ତାହା ସ୍ୱର୍ଗ ଅଟେ । ଏପରି ନୁହେଁ ଯେ,
ଦ୍ୱାପର ଯୁଗକୁ ନର୍କ ବୋଲି କୁହାଯିବ । ତଥାପି ମଧ୍ୟ ସେହି ସମୟରେ ରଜଃପ୍ରଧାନ ବୁଦ୍ଧି ଥିଲା ।
ବର୍ତ୍ତମାନ ତମଃପ୍ରଧାନ ବୁଦ୍ଧି ହୋଇଯାଇଛି । ତେଣୁ ଏହି ସଂଗମ ଯୁଗରେ ହିଁ ସ୍ୱର୍ଗ ଏବଂ ନର୍କ
ବୋଲି ଲେଖିବା ଉଚିତ୍ । ଆଜି ନର୍କ ଅଛି କାଲି ସ୍ୱର୍ଗ ହେବ । ଏକଥା ମଧ୍ୟ ବାବା ଆସି ବୁଝାଉଛନ୍ତି
। ଦୁନିଆ ଜାଣି ନାହିଁ ଯେ ବର୍ତ୍ତମାନ କଳିଯୁଗର ଅନ୍ତିମ ସମୟ ଅଟେ । ସମସ୍ତେ ନିଜ-ନିଜର
ହିସାବ-କିତାବ ଚୁକ୍ତ କରି ଶେଷରେ ସତ୍ତ୍ୱପ୍ରଧାନ ହେଉଛନ୍ତି ପୁଣି ସତ୍ତ୍ୱ, ରଜଃ, ତମଃରେ ଆସିବାକୁ
ହିଁ ହେବ । ଯେଉଁମାନଙ୍କର ଗୋଟିଏ-ଦୁଇଟି ଜନ୍ମର ଅଭିନୟ ରହିଛି, ସେମାନେ ମଧ୍ୟ ସତୋ, ରଜୋ, ତମୋରେ
ଆସିଥା’ନ୍ତି । ଏଭଳି ଆତ୍ମାମାନଙ୍କର କମ୍ ଅଭିନୟ ରହିଛି । ଏକଥା ବୁଝିବା ପାଇଁ ବୁଦ୍ଧିର
ଆବଶ୍ୟକତା ରହିଛି । ଦୁନିଆରେ ତ ଅନେକ ମତବାଲା ମନୁଷ୍ୟ ଅଛନ୍ତି । ସମସ୍ତଙ୍କର ମତ ତ ଏକ ନୁହେଁ ।
ପ୍ରତ୍ୟେକଙ୍କର ନିଜସ୍ୱ ଧର୍ମ ରହିଛି ଏବଂ ମତ ମଧ୍ୟ ନିଜସ୍ୱ ରହିଛି । ବାବାଙ୍କର କର୍ତ୍ତବ୍ୟ
ଭିନ୍ନ ଅଟେ । ପ୍ରତ୍ୟେକ ଆତ୍ମାଙ୍କର କର୍ତ୍ତବ୍ୟ ମଧ୍ୟ ଅଲଗା ଏବଂ ଧର୍ମ ମଧ୍ୟ ଅଲଗା ଅଟେ । ତେଣୁ
ସେମାନଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାରରେ ବୁଝାଯାଉଛି । ତେବେ ନାମ, ରୂପ, ଦେଶ, କାଳ ସମସ୍ତଙ୍କର
ଭିନ୍ନ ଅଟେ । ଦେଖିଲେ ମଧ୍ୟ ଜଣାପଡିଯାଏ ସେ ଅମୁକ ଧର୍ମର ଅଟନ୍ତି । ହିନ୍ଦୁ ଧର୍ମର ବୋଲି
କହୁଛନ୍ତି କିନ୍ତୁ ହିନ୍ଦୁଧର୍ମରେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ରହିଛନ୍ତି । କେହି ଆର୍ଯ୍ୟ
ସମାଜୀ, କେହି ସନ୍ନ୍ୟାସୀ, କେହି ପୁଣି ବ୍ରହ୍ମ ସମାଜୀ ଅଟନ୍ତି । ଯେଉଁ ସନ୍ନ୍ୟାସୀ ଆଦି ଅଛନ୍ତି
ସମସ୍ତଙ୍କୁ ହିନ୍ଦୁ ଧର୍ମର ଅନୁଗାମୀ କୁହାଯିବ । ଆମେ ଯଦି ଲେଖିବା ଯେ, ଆମେ ବ୍ରାହ୍ମଣ ଧର୍ମର
ଅଥବା ଦେବତା ଧର୍ମର ଅଟୁ ତେବେ ମଧ୍ୟ ସେମାନେ ହିନ୍ଦୁ ଧର୍ମରେ ଯୋଡି ଦେବେ କାହିଁକି ନା ଆଉ କୌଣସି
ବିଭାଗ ତ ସେମାନଙ୍କ ପାଖରେ ନାହିଁ । ତେଣୁ ପ୍ରତ୍ୟେକଙ୍କର ଫର୍ମ ଅଲଗା-ଅଲଗା ହେଲେ ଜଣାପଡିଯିବ ।
ଅନ୍ୟ କୌଣସି ଧର୍ମାବଲମ୍ବୀ ଏହି କଥାକୁ ମାନିବେ ନାହିଁ । ସେମାନଙ୍କୁ ଏକତ୍ର ବୁଝାଇବା ମଧ୍ୟ ମୁସ୍କିଲ୍
ହୋଇଯିବ । ସେମାନେ ତ ଭାବିବେ ଯେ ଏମାନେ ନିଜ ଧର୍ମର ହିଁ ମହିମା କରୁଛନ୍ତି । ପରସ୍ପର ମଧ୍ୟରେ
ମତଭେଦ ରହିଛି ନା । ତେଣୁ ଏହି କଥାକୁ ବୁଝାଇଲାବାଲା ସନ୍ତାନ ମଧ୍ୟ କ୍ରମାନୁସାରେ ରହିଛନ୍ତି ।
ସମସ୍ତେ ତ ଏକ ସମାନ ନୁହଁନ୍ତି ସେଥିପାଇଁ ମହାରଥୀମାନଙ୍କୁ ଡାକୁଛନ୍ତି । ବାବା ବୁଝାଉଛନ୍ତି -
ମୋତେ ମନେ ପକାଅ ଏବଂ ମୋର ଶ୍ରୀମତରେ ଚାଲ । ଏଥିରେ ପ୍ରେରଣା ଆଦିର କୌଣସି କଥା ନାହିଁ । ଯଦି
ପ୍ରେରଣା ଦ୍ୱାରା କାମ ହେଉଥାନ୍ତା ତେବେ ବାବାଙ୍କର ଆସିବାର ଆବଶ୍ୟକତା ନଥା’ନ୍ତା । ଶିବବାବା ତ
ଏଠାରେ ଅଛନ୍ତି, ପୁଣି ତାଙ୍କ ପ୍ରେରଣାର କ’ଣ ଆବଶ୍ୟକତା ଅଛି । ଏଠାରେ ତ ବାବାଙ୍କର ମତ ଅନୁସାରେ
ଚାଲିବାକୁ ପଡୁଛି । ତେଣୁ ଏଠାରେ ପ୍ରେରଣାର କୌଣସି କଥା ହିଁ ନାହିଁ । କେହି-କେହି ସନ୍ଦେଶୀ
ସନ୍ଦେଶ ଆଣିବା ସମୟରେ ନିଜର ମନମତ ମିଶାଇ ଦେଇଥା’ନ୍ତି । ସବୁ ସନ୍ଦେଶୀ ତ ସମାନ ହୋଇ ନ ଥା’ନ୍ତି
। ସନ୍ଦେଶରେ ମାୟା ବହୁତ ହସ୍ତକ୍ଷେପ କରିଥାଏ । ତେଣୁ ଅନ୍ୟ ସନ୍ଦେଶୀମାନଙ୍କ ଦ୍ୱାରା ତର୍ଜମା
କରିବାକୁ ହୋଇଥାଏ । କେହି-କେହି କହିଦେଉଛନ୍ତି ଯେ, ଆମ ଶରୀରରେ ବାବା ଏବଂ ମମ୍ମା ଆସୁଛନ୍ତି ପୁଣି
ନିଜର ଅଲଗା ସେଣ୍ଟର ଖୋଲି ବସୁଛନ୍ତି । ତେବେ ସେମାନଙ୍କଠାରେ ମାୟାର ପ୍ରବେଶତା ହୋଇଯାଇଥାଏ । ଏହା
ବହୁତ ବୁଝିବାର କଥା । ସେଥିପାଇଁ ପିଲାମାନେ ବହୁତ ବୁଦ୍ଧିମାନ ହେବା ଉଚିତ୍ । କିନ୍ତୁ ଯେଉଁମାନେ
ଯୋଗ୍ୟ ସେବାଧାରୀ ହୋଇଥିବେ ସେହିମାନେ ହିଁ ଏହି କଥାକୁ ବୁଝିପାରିବେ । ଯେଉଁମାନେ ଶ୍ରୀମତରେ
ଚାଲୁନାହାଁନ୍ତି, ସେମାନେ ଏହି କଥାକୁ ବୁଝିପାରିବେ ନାହିଁ । ଶ୍ରୀମତ ପାଇଁ ଗାୟନ ରହିଛି ଯେ,
ଆପଣ ଯାହା ଖୁଆଇବେ, ଯାହା ପିନ୍ଧାଇବେ, ଯେଉଁଠାରେ ବସାଇବେ, ଆମେ ତାହା କରିବୁ । ଏହିପରି କେହି
କେହି ବାବାଙ୍କର ମତରେ ଚାଲୁଛନ୍ତି । ଆଉ କେହି ପୁଣି ଅନ୍ୟ ମତର ପ୍ରଭାବରେ ପ୍ରଭାବିତ
ହୋଇଯାଉଛନ୍ତି । ଯଦି କୌଣସି ଜିନିଷ ନ ମିଳିଲା, କୌଣସି କଥା ପସନ୍ଦ ନ ଆସିଲା ତେବେ ତୁରନ୍ତ
ବିଗିଡି ଯାଇଥା’ଆନ୍ତି । ତେବେ ସମସ୍ତେ କ’ଣ ଏକାଭଳି ସୁପୁତ୍ର ସନ୍ତାନ ହୋଇପାରିବେ । ଦୁନିଆରେ ତ
ଅନେକାନେକ ମତବାଦୀ ରହିଛନ୍ତି, ଅଜାମିଳ ପରି ପାପୀ ଆତ୍ମାମାନେ, ଗଣିକାମାନେ ବହୁତ ରହିଛନ୍ତି ।
ଏକଥା ମଧ୍ୟ ବୁଝାଇବାକୁ
ପଡୁଛି ଯେ, ଈଶ୍ୱରଙ୍କୁ ସର୍ବବ୍ୟାପୀ କହିବା ମଧ୍ୟ ଭୁଲ୍ ଅଟେ । ବାସ୍ତବରେ ୫ ବିକାର ହିଁ
ସର୍ବବ୍ୟାପୀ ଅଟେ, ସେଥିପାଇଁ ବାବା କହୁଛନ୍ତି ଏହା ଆସୁରୀ ଦୁନିଆ ଅଟେ । ସତ୍ୟଯୁଗରେ ୫ ବିକାର
ନଥାଏ । କହୁଛନ୍ତି ଶାସ୍ତ୍ରରେ ଏପରି କଥା ରହିଛି । କିନ୍ତୁ ଶାସ୍ତ୍ର ସବୁ ତ ମନୁଷ୍ୟମାନେ ହିଁ
ରଚନା କରିଛନ୍ତି ନା । ତେବେ ମନୁଷ୍ୟମାନେ ଉଚ୍ଚ ହେଲେ ନା ଶାସ୍ତ୍ର ଉଚ୍ଚ ହେଲା? ନିଶ୍ଚିତ ଭାବରେ
ଶୁଣାଉଥିବା ଆତ୍ମା ଉଚ୍ଚ ହେବେ ନା । ଏହି ଶାସ୍ତ୍ରକୁ ମଧ୍ୟ ମନୁଷ୍ୟ ହିଁ ଲେଖିଛନ୍ତି । ଯଦି
ବ୍ୟାସଦେବ ଶାସ୍ତ୍ର ରଚନା କରିଥିଲେ ତେବେ ସେ ମଧ୍ୟ ମନୁଷ୍ୟ ଥିଲେ ନା । ଏକଥା ତ ନିରାକାର ବାବା
ବସି ବୁଝାଉଛନ୍ତି । ଧର୍ମସ୍ଥାପକମାନେ ଯେଉଁ ସବୁ କଥା ଆସି ଶୁଣାଉଛନ୍ତି ତାହାକୁ ଲିପିବଦ୍ଧ
କରାଯାଇ ଶାସ୍ତ୍ର ରଚନା କରାଯାଉଛି । ଯେପରି ଗୁରୁ ନାନକ ଯାହା ଶୁଣାଇଥିଲେ, ପରେ ସେ ସବୁର
ଗ୍ରନ୍ଥ ରଚନା କରାଯାଇଛି । ତେଣୁ ଯିଏ ଶୁଣାଇଥିଲେ ତାଙ୍କର ନାମ ହୋଇଗଲା । ଗୁରୁନାନକ ମଧ୍ୟ
ଈଶ୍ୱରଙ୍କର ମହିମାର ଗାୟନ କରିଥିଲେ - ସିଏ ହିଁ ସମସ୍ତଙ୍କର ଏକମାତ୍ର ପିତା ଅଟନ୍ତି । ବାବା
କହୁଛନ୍ତି - ତୁମେ ଯାଇ ନିଜର ଧର୍ମ ସ୍ଥାପନ କର । ଏହି ବେହଦର ବାବା କହୁଛନ୍ତି ମୋତେ କେହି ପଠାଉ
ନାହାଁନ୍ତି । ସ୍ୱୟଂ ଶିବବାବା ଆସି ବୁଝାଉଛନ୍ତି - ସେମାନେ ତ ସନ୍ଦେଶ ବାହାକ ଅଟନ୍ତି, କିନ୍ତୁ
ମୋତେ କେହି ପଠାଇ ନାହାଁନ୍ତି । ତେଣୁ ମୋତେ ସନ୍ଦେଶବାହକ ବୋଲି କୁହାଯିବ ନାହିଁ । ମୁଁ ତ
ପିଲାମାନଙ୍କୁ ସୁଖ-ଶାନ୍ତି ଦେବା ପାଇଁ ଆସୁଛି । ମୋତେ କେହି ଆସିବା ପାଇଁ କହିନାହାଁନ୍ତି, ମୁଁ
ତ ସ୍ୱୟଂ ମାଲିକ । ତେବେ ମାଲିକଙ୍କୁ ମଧ୍ୟ ବହୁତ ମାନୁଛନ୍ତି, କିନ୍ତୁ ସେମାନଙ୍କୁ ପଚାରିବା
ଦରକାର ଯେ, ତୁମେମାନେ ମାଲିକର ଅର୍ଥକୁ ବୁଝିଛ? ସିଏ ମାଲିକ, ଆମେ ତାଙ୍କର ସନ୍ତାନ ଅଟୁ, ତେଣୁ
ନିଶ୍ଚିତ ଭାବରେ ତାଙ୍କଠାରୁ ସମ୍ପତ୍ତି ମିଳିବା ଦରକାର ନା । ପିଲାମାନେ କହୁଛନ୍ତି ଯେ, ଇଏ ଆମର
ବାବା ଅଟନ୍ତି । ତେଣୁ ବାବାଙ୍କ ଧନର ତୁମେମାନେ ମାଲିକ ଅଟ । “ମେରା ବାବା” ଏକଥା ପିଲାମାନେ ହିଁ
କହିପାରିବେ ନା । ଯଦି ସିଏ ମୋର ବାବା ତେବେ ତାଙ୍କର ଧନ ମଧ୍ୟ ମୋର ହେବ ନା । ବର୍ତ୍ତମାନ ଆମେ
କ’ଣ କହୁଛେ? ଆମର ଶିବବାବା । ବାବା ମଧ୍ୟ କହୁଛନ୍ତି - ତୁମେମାନେ ମୋର ସନ୍ତାନ । ବାବାଙ୍କଠାରୁ
ପିଲାମାନଙ୍କୁ ସମ୍ପତ୍ତି ମିଳୁଛି । ସମ୍ପତ୍ତି ବାବାଙ୍କ ପାଖରେ ରହିଥାଏ । ବେହଦର ବାବା ହେଉଛନ୍ତି
ସ୍ୱର୍ଗର ରଚୟିତା । ଭାରତବାସୀମାନଙ୍କୁ କାହାଠାରୁ ସମ୍ପତ୍ତି ମିଳୁଛି? ଶିବବାବାଙ୍କଠାରୁ ।
ସେଥିପାଇଁ ଶିବଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି । ଶିବଜୟନ୍ତୀ ପରେ ପୁଣି ହେବ କୃଷ୍ଣଜୟନ୍ତୀ । ଏହା
ପରେ ପୁଣି ହେବ ରାମ ଜୟନ୍ତୀ । ବାସ୍, ମମ୍ମା-ବାବାଙ୍କର ଜୟନ୍ତୀ ବା ଜଗଦମ୍ବାଙ୍କର ଜୟନ୍ତୀର ତ
କେହି ଗାୟନ କରୁନାହାଁନ୍ତି । ଶିବଜୟନ୍ତୀ ପୁଣି ରାଧା-କୃଷ୍ଣଙ୍କର ଜୟନ୍ତୀ ପୁଣି ରାମ-ସୀତାଙ୍କର
ଜୟନ୍ତୀ ହୋଇଥାଏ ।
ଶିବବାବା ଏଠାକୁ ଆସିବେ
ତେବେ ଯାଇ ଶୂଦ୍ର ରାଜ୍ୟର ବିନାଶ ହେବ । ଏହି ରହସ୍ୟକୁ ମଧ୍ୟ କେହି ବୁଝିପାରୁ ନାହାଁନ୍ତି ।
ଏକମାତ୍ର ବାବା ହିଁ ବୁଝାଉଛନ୍ତି । ତେଣୁ ନିଶ୍ଚିତ ଭାବରେ ସିଏ ଆସୁଛନ୍ତି । ବାବାଙ୍କୁ କାହିଁକି
ଡାକୁଛନ୍ତି? ଶ୍ରୀକୃଷ୍ଣପୁରୀ ସ୍ଥାପନ କରିବା ପାଇଁ । ତୁମେମାନେ ଜାଣିଛ ଯେ, ବାସ୍ତବରେ ଶିବ
ଜୟନ୍ତୀ ପାଳନ ହେଉଛି । ଶିବବାବା ଆମକୁ ଜ୍ଞାନ ଦେଉଛନ୍ତି । ବର୍ତ୍ତମାନ ଆଦି ସନାତନ ଦେବୀ-ଦେବତା
ଧର୍ମର ସ୍ଥାପନା ହେଉଛି । ଶିବ ଜୟନ୍ତୀ ହେଲା ସବୁଠାରୁ ବଡ ଜୟନ୍ତୀ । ପୁଣି ରହିଛନ୍ତି ବ୍ରହ୍ମା,
ବିଷ୍ଣୁ, ଶଙ୍କର । ତେବେ ପ୍ରଜାପିତା ବ୍ରହ୍ମା ତ ଏହି ମନୁଷ୍ୟ ସୃଷ୍ଟିରେ ଅଛନ୍ତି । ପୁଣି ରଚନାରେ
ମୁଖ୍ୟ ହେଉଛନ୍ତି ଲକ୍ଷ୍ମୀ-ନାରାୟଣ । ତେଣୁ ଶିବ ହେଉଛନ୍ତି ମାତା-ପିତା, ପୁଣି ଏଠାରେ ମାତା-ପିତା
ବ୍ରହ୍ମା ଏବଂ ଜଗତ ଅମ୍ବା ମଧ୍ୟ ଅଛନ୍ତି । ଏ ସବୁ ବୁଝିବା ଏବଂ ଧାରଣ କରିବାର କଥା । ପ୍ରଥମେ
ବୁଝାଇବାକୁ ହେବ ଯେ - ବାବା ପରମପିତା ପରମାତ୍ମା ଆସୁଛନ୍ତି ଅପବିତ୍ରମାନଙ୍କୁ ପବିତ୍ର କରିବା
ପାଇଁ । ଯଦି ସିଏ ନାମ-ରୂପରୁ ଅଲଗା ଅଟନ୍ତି ତେବେ ତାଙ୍କର ଜୟନ୍ତୀ କିପରି ପାଳନ କରାଯାଉଛି ।
ଈଶ୍ୱରଙ୍କୁ ହିଁ ପିତା କୁହାଯାଉଛି ଏବଂ ତାଙ୍କୁ ସମସ୍ତେ ମାନିଥା’ନ୍ତି । ବାସ୍ତବରେ ଆତ୍ମା ଏବଂ
ପରମାତ୍ମା ନିରାକାର ଅଟନ୍ତି । ଆତ୍ମାମାନଙ୍କୁ ସାକାର ଶରୀର ମିଳୁଛି, ଏହା ବହୁତ ବୁଝିବାର କଥା ।
ଯିଏ କୌଣସି ଶାସ୍ତ୍ର ଆଦି ପଢିନାହାଁନ୍ତି ତାଙ୍କ ପାଇଁ ଏହା ବହୁତ ସହଜ । ଆତ୍ମାମାନଙ୍କର ପିତା
ପରମପିତା ପରମାତ୍ମା ସ୍ୱର୍ଗର ରଚୟିତା ଅଟନ୍ତି । ସ୍ୱର୍ଗରେ ହିଁ ରାଜତ୍ୱ ରହିଥାଏ, ତେଣୁ
ନିଶ୍ଚିତ ଭାବରେ ତାଙ୍କୁ ସଂଗମଯୁଗରେ ହିଁ ଆସିବାକୁ ପଡିବ । ସତ୍ୟଯୁଗରେ ତ ବାବା ଆସିପାରିବେ ନାହିଁ
। ତେଣୁ ଏହି ପ୍ରାରବ୍ଧ, ଅର୍ଥାତ୍ ୨୧ ଜନ୍ମର ବର୍ସା ସଂଗମଯୁଗରେ ହିଁ ମିଳୁଅଛି । ଏହି ସଂଗମଯୁଗ
ବ୍ରାହ୍ମଣମାନଙ୍କର ଯୁଗ । କାରଣ ବ୍ରାହ୍ମଣମାନେ ହିଁ ମୁଖ୍ୟ ଅଟନ୍ତି, ଏହାପରେ ଦେବତାମାନଙ୍କର
ଯୁଗ ହେବ । ପ୍ରତ୍ୟେକ ଯୁଗ ୧୨୫୦ ବର୍ଷ ଅଟେ । ବର୍ତ୍ତମାନ ୩ଟି ଧର୍ମ ସ୍ଥାପନ ହେଉଛି -
ବ୍ରାହ୍ମଣ, ଦେବତା, କ୍ଷତ୍ରୀୟ ଏହା ପରେ ଅଧାକଳ୍ପ ପର୍ଯ୍ୟନ୍ତ କୌଣସି ଧର୍ମ ସ୍ଥାପନ ହେବ ନାହିଁ
। ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ପୂଜ୍ୟ ଥିଲେ ପୁଣି ପୂଜାରୀ ହୋଇଯାଉଛନ୍ତି । ସଂସାରର ବ୍ରାହ୍ମଣ ତ
ଭିନ୍ନ ଭିନ୍ନ ପ୍ରକାରର ହୋଇଥା’ନ୍ତି ।
ବର୍ତ୍ତମାନ ତୁମେମାନେ
ଭଲ କର୍ମ କରୁଛ ଯାହା ଦ୍ୱାରା ତୁମେମାନେ ସତ୍ୟଯୁଗରେ ପ୍ରାରବ୍ଧ ଭୋଗ କରିବ । ବାବା ଆମକୁ ଭଲ
କର୍ମ ଶିଖାଉଛନ୍ତି । ତୁମେମାନେ ଜାଣିଛ ଯେ, ଆମେ ଶ୍ରୀମତ ଆଧାରରେ ଯେପରି କର୍ମ କରିବୁ,
ଅନ୍ୟମାନଙ୍କୁ ନିଜ ସମାନ କରିବୁ, ତା’ର ପ୍ରାରବ୍ଧ ଆମକୁ ମିଳିବ । ବର୍ତ୍ତମାନ ସାରା ରାଜଧାନୀ
ସ୍ଥାପନ ହେଉଛି । ବର୍ତ୍ତମାନ ଆଦି ସନାତନ ଦେବୀ-ଦେବତା ଧର୍ମର ରାଜଧାନୀ ସ୍ଥାପନ ହେଉଛି । ଏବେ ତ
ପ୍ରଜାଙ୍କର ପ୍ରଜା ଉପରେ ରାଜ୍ୟ ଚାଲିଛି । ପଞ୍ଚାୟତି ରାଜ୍ୟ ଚାଲିଛି, ଏଠାରେ ଅନେକ ମୁଖିଆ
ଅଛନ୍ତି । ନଚେତ୍ ୫ ଜଣ ମୁଖିଆ ରହିଥା’ନ୍ତି । ଏଠାରେ ତ ସମସ୍ତେ ମୁଖିଆ ଅଟନ୍ତି । ଏମାନେ ପୁଣି
ଆଜି ଅଛନ୍ତି, କାଲି ରହିବେ ନାହିଁ । ଆଜି ମନ୍ତ୍ରୀ ଅଛନ୍ତି, କାଲି ପଦଚ୍ୟୁତ କରିଦେଉଛନ୍ତି ।
ଚୁକ୍ତି କରି ପୁଣି ଏହାକୁ ପ୍ରତ୍ୟାଖ୍ୟାନ କରିଦେଉଛନ୍ତି । ତେଣୁ ଏହା ହେଉଛି ଅଳ୍ପ କାଳର କ୍ଷଣ
ଭଙ୍ଗୁର ରାଜ୍ୟ । କାହାକୁ ବି ପଦବୀରୁ କାଢିବାରେ ବିଳମ୍ବ କରୁନାହାଁନ୍ତି । ଏହା କେତେ ବଡ ଦୁନିଆ
। ଖବରକାଗଜରୁ କିଛି ନା କିଛି ସମାଚାର ଜଣାପଡିଥାଏ । ଏତେ ସବୁ ଖବରକାଗଜ ତ କେହି ପଢିପାରିବେ ନାହିଁ
। ଆମକୁ ଏହି ଦୁନିଆର ସମାଚାର ଜାଣିବାର ଆବଶ୍ୟକତା ନାହିଁ । ଏକଥା ତ ଜାଣିଛ ଯେ, ଦେହ ସହିତ ଏହି
ଦୁନିଆର ସବୁ କିଛି ଶେଷ ହୋଇଯିବ । ବାବା କହୁଛନ୍ତି ତୁମେ କେବଳ ମୋତେ ମନେ ପକାଅ ତେବେ ମୋ ପାଖକୁ
ଚାଲିଆସିବ । ମୃତ୍ୟୁ ପରେ ସବୁକିଛିର ସାକ୍ଷାତ୍କାର ହେବ । ଶରୀର ଛାଡି ଆତ୍ମା ଘୂରି ବୁଲିଥାଏ ।
ସେହି ସମୟରେ ମଧ୍ୟ ହିସାବ-କିତାବ ଭୋଗିଥାଏ । ସବୁକିଛି ସାକ୍ଷାତ୍କାର ହୋଇଥାଏ । ସ୍ୱୟଂ ହିଁ
ସାକ୍ଷାତ୍କାର କରି, କର୍ମଫଳ ଭୋଗ କରିଥା’ନ୍ତି । ବହୁତ ପଶ୍ଚାତାପ ମଧ୍ୟ କରିଥା’ନ୍ତି ଯେ ଆମେ
ଏଭଳି କରିଦେଲୁ । ତେବେ ସମସ୍ତଙ୍କୁ ପଶ୍ଚାତାପ ତ ହୋଇଥାଏ ନା । ଜେଲ୍ ପ୍ରେମୀ ହୋଇଥିଲେ କହନ୍ତି,
ଜେଲ୍ରେ ଖାଇବାକୁ ତ ମିଳିବ ନା ଅର୍ଥାତ୍ ତାଙ୍କର ଖାଇବା ସହିତ ମତଲବ ରହିଛି, ଏମାନେ ସମ୍ମାନକୁ
ଖାତିର କରନ୍ତି ନାହିଁ । ସନ୍ତାନମାନଙ୍କର ତ କୌଣସି ଅସୁବିଧା ନାହିଁ । ବାବା ଅଛନ୍ତି ତେଣୁ ଆମକୁ
ବାବାଙ୍କର ଶ୍ରୀମତ ଅନୁସାରେ ପରିଚାଳିତ ହେବାକୁ ପଡିବ । ଏପରି ବି ନୁହେଁ ଯେ, ଆମେ କାହାକୁ ଦୁଃଖ
ଦେବା । ସିଏ ତ ସୁଖଦାତା ଅଟନ୍ତି । ଆଜ୍ଞାକାରୀ ସନ୍ତାନ ତ କହିବେ ଯେ, ବାବା ଆପଣ ଆମକୁ ଯାହା
ନିର୍ଦ୍ଦେଶ ଦେବେ ଆମେ ସେହି ଅନୁସାରେ କରିବୁ । ତୁମ ସହିତ ବସିବୁ.... ଏକଥା ଶିବବାବାଙ୍କ ପାଇଁ
ଗାୟନ ହୋଇଛି । ଭାଗୀରଥ ଅଥବା ନନ୍ଦୀଗଣ ମଧ୍ୟ ପ୍ରସିଦ୍ଧ ଅଟନ୍ତି । ଲେଖାଯାଇଛି ନା ମାତାମାନଙ୍କ
ମସ୍ତକରେ କଳସ ରଖାଯାଇଛି । ଯାହାକି ଭକ୍ତିମାର୍ଗରେ ଗଉମୁଖ ରୂପରେ ଦେଖାଇଛନ୍ତି । କ’ଣ କ’ଣ କଥା
ସବୁ ଲେଖୁଛନ୍ତି ।
ଏହି ଦୁନିଆରେ କେହି
ସର୍ବଦା ସୁସ୍ଥ ରହିପାରିବେ ନାହିଁ । ଶରୀରରେ ଅନେକ ପ୍ରକାରର ରୋଗ ରହିଛି । ସତ୍ୟଯୁଗରେ କୌଣସି
ରୋଗ ରହିବ ନାହିଁ, ନା କେବେ ଅକାଳ ମୃତ୍ୟୁ ହେବ । ସମୟ ଅନୁସାରେ ସାକ୍ଷାତ୍କାର ମଧ୍ୟ ହେବ ।
ବୁଢାମାନେ ତ ଖୁସି ହୋଇଥା’ନ୍ତି, ଶରୀର ବୁଢା ହୋଇ ଗଲେ ଖୁସିରେ ଶରୀର ଛାଡିଥା’ନ୍ତି । ତାଙ୍କୁ
ସାକ୍ଷାତ୍କାର ହୋଇଥାଏ ଯେ ମୁଁ ଯାଇ ଛୋଟ ପିଲା ହୋଇ ଜନ୍ମ ନେବି । ଏବେ ତୁମେମାନେ ଯୁବାବସ୍ଥାରେ
ମଧ୍ୟ ଖୁସି ହେଉଛ ଯେ, ଆମେ ଶରୀର ଛାଡି ରାଜକୁମାର ହେବୁ । ପିଲା ହୁଅନ୍ତୁ ବା ଯୁବକ ହୁଅନ୍ତୁ,
ସମସ୍ତଙ୍କୁ ମରିବାକୁ ତ ପଡିବ ନା । ତେଣୁ ଏହି ନିଶା ରହିବା ଦରକାର ଯେ, ଆମେ ଯାଇ ସେଠାରେ
ରାଜକୁମାର ହେବୁ । ଯଦି ସେବା କରିବ ତେବେ ନିଶ୍ଚିତ ରୂପେ ସେଠାରେ ଯାଇ ରାଜକୁମାର ହେବ । ତେଣୁ
ତୁମେମାନେ ଖୁସି ହେବା ଦରକାର - ଏବେ ଆମେ ପୁରୁଣା ଶରୀର ଛାଡି ବାବାଙ୍କ ପାଖକୁ ଯିବୁ । ବାବା
ପୁଣି ଆମକୁ ସ୍ୱର୍ଗକୁ ପଠାଇଦେବେ । ତେଣୁ ସେବା କରିବା ଦରକାର । ପିଲାମାନେ ଗୀତ ଶୁଣିଲେ । ତେବେ
ଏଠାରେ ବଂଶୀଧର କୃଷ୍ଣ ତ ନାହାଁନ୍ତି । ମୁରଲୀ ତ ବହୁତଙ୍କ ପାଖରେ ରହିଛି । ବହୁତ ଭଲ ମଧ୍ୟ
ବଜାଇଥା’ନ୍ତି । କିନ୍ତୁ ଏଠାରେ ତ ମୁରଲୀର କୌଣସି କଥା ନାହିଁ । ତୁମେମାନେ ତ କହୁଛ ଏକମାତ୍ର
ବାବା ହିଁ ଶ୍ରୀମତ ଦେଉଛନ୍ତି । ଶ୍ରୀକୃଷ୍ଣଙ୍କର ତ ଏହି ଜ୍ଞାନ ନଥିଲା । ଏହି ସହଜ ରାଜଯୋଗ ଏବଂ
ଜ୍ଞାନ ତାଙ୍କ ପାଖରେ ନ ଥିଲା । ତେଣୁ ଶ୍ରୀକୃଷ୍ଣ ରାଜଯୋଗ ଶିଖାଇ ନ ଥିଲେ । ସିଏ ତ ବାବାଙ୍କ
ଦ୍ୱାରା ରାଜଯୋଗ ଶିଖିଛନ୍ତି । ଏହା କେତେ ବଡ କଥା । ଯେପର୍ଯ୍ୟନ୍ତ କେହି ବାବାଙ୍କର ସନ୍ତାନ ନ
ହୋଇଛନ୍ତି ସେ ପର୍ଯ୍ୟନ୍ତ ସବୁ କଥା ବୁଝି ପାରିବେ ନାହିଁ ଅନୁଭବ ମଧ୍ୟ ପୁଣି ଶ୍ରୀମତ ପାଳନ
କରିବାକୁ ହେବ । ନିଜ ମତରେ ଚାଲିଲେ ଉଚ୍ଚପଦ ପାଇପାରିବ ନାହିଁ । ବାବାଙ୍କୁ ଯେଉଁମାନେ ଜାଣିଛନ୍ତି
ସେମାନେ ବାବାଙ୍କର ପରିଚୟ ଅନ୍ୟମାନଙ୍କୁ ମଧ୍ୟ ଦେବେ । ତେଣୁ ତୁମକୁ ବାବା ଏବଂ ରଚନାର ପରିଚୟ
ସମସ୍ତଙ୍କୁ ଦେବାକୁ ହେବ । ଯଦି ତୁମେ କାହାକୁ ବାବାଙ୍କର ପରିଚୟ ଦେଉନାହଁ ଅର୍ଥାତ୍ ତୁମେ ନିଜେ
ହିଁ ଜାଣିନାହଁ । ଯଦି ତୁମକୁ ନିଶା ଚଢିଛି ତେବେ ତୁମେ ଅନ୍ୟମାନଙ୍କର ମଧ୍ୟ ନିଶା ଚଢାଇବା ଉଚିତ୍
। ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ୍ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଶ୍ରୀମତ
ଆଧାରରେ ସର୍ବଦା ଶ୍ରେଷ୍ଠ କର୍ମ କରିବାକୁ ହେବ । ପରମତର ପ୍ରଭାବରେ ଆସିବା ଉଚିତ୍ ନୁହେଁ ।
ସୁପୁତ୍ର ହୋଇ ପ୍ରତ୍ୟେକ ଆଜ୍ଞାକୁ ପାଳନ କରିବାକୁ ହେବ । ଯେଉଁ କଥାକୁ ବୁଝିପାରୁନାହଁ ତାକୁ
ନିଶ୍ଚିତ ଭାବରେ ବାବାଙ୍କ ଦ୍ୱାରା ଯାଞ୍ଚ କରାଇବାକୁ ହେବ ।
(୨) ସଦା ସର୍ବଦା ଏହି
ନିଶା ବା ଖୁସିରେ ରହିବାକୁ ହେବ ଯେ, ମୁଁ ଏହି ପୁରୁଣା ଶରୀରକୁ ଛାଡି ରାଜକୁମାର ହେବି । ଏହିଭଳି
ନିଶାରେ ରହି ଈଶ୍ୱରୀୟ ସେବା କରିବାକୁ ହେବ ।
ବରଦାନ:-
ନିନ୍ଦୁକ
ଆତ୍ମାକୁ ମଧ୍ୟ ନିଜର ମିତ୍ର ମନେ କରି ସମ୍ମାନ ଦେଉଥିବା ବ୍ରହ୍ମାବାବାଙ୍କ ସମାନ ମାଷ୍ଟର ରଚୟିତା
ହୁଅ ।
ବ୍ରହ୍ମାବାବା ଯେପରି
ନିଜକୁ ବିଶ୍ୱ ସେବାଧାରୀ ମନେ କରି ପ୍ରତ୍ୟେକ ଆତ୍ମାକୁ ସମ୍ମାନ ଦେଉଥିଲେ ଏବଂ ସମସ୍ତଙ୍କୁ ମାଲିକ
ବୋଲି ଭାବୁଥିଲେ । ଏମିତି କେବେ ବି ଭାବୁ ନଥିଲେ ଯେ କେହି ଯଦି ମୋତେ ସମ୍ମାନ ଦେବ ତେବେ ଯାଇ
ମୁଁ ତାଙ୍କୁ ସମ୍ମାନ ଦେବି, ବରଂ ନିନ୍ଦୁକକୁ ମଧ୍ୟ ନିଜର ମିତ୍ର ମନେ କରି ସମ୍ମାନ ଦେଉଥିଲେ ।
ତେଣୁ ତୁମେମାନେ ମଧ୍ୟ ସେହିଭଳି ତାଙ୍କୁ ଅନୁକରଣ କର । କେବଳ ସମ୍ମାନ ଦେବାବାଲାଙ୍କୁ ନିଜର ମନେ
କର ନାହିଁ ବରଂ ଗାଳି ଦେବାବାଲାଙ୍କୁ ମଧ୍ୟ ନିଜର ମନେ କରି ସମ୍ମାନ ଦିଅ, କାହିଁକି ନା ସାରା
ଦୁନିଆ ହିଁ ତୁମର ପରିବାର । ସର୍ବ ଆତ୍ମାମାନଙ୍କର ବୃକ୍ଷର ମୂଳଗଣ୍ଡି ତୁମେ ବ୍ରାହ୍ମଣମାନେ ହିଁ
ଅଟ ସେଥିପାଇଁ ନିଜକୁ ମାଷ୍ଟର ରଚୟିତା ମନେ କରି ସମସ୍ତଙ୍କୁ ସମ୍ମାନ ଦିଅ ତେବେ ଯାଇ ଦେବତା ହେବ
।
ସ୍ଲୋଗାନ:-
ମାୟାକୁ ସଦାକାଳ
ପାଇଁ ବିଦାୟ ଦେଉଥିବା ଆତ୍ମାମାନେ ହିଁ ବାବାଙ୍କଠାରୁ ଅଭିନନ୍ଦନ ପ୍ରାପ୍ତ କରିବାର ପାତ୍ର
ହୋଇଥାଆନ୍ତି ।