09.01.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ: ବାବାଙ୍କୁ ବହୁତ ସ୍ନେହର ସହିତ ମନେ ପକାଉଥାଅ, ତାଙ୍କ ଶ୍ରୀମତରେ ସର୍ବଦା ଚାଲୁଥାଅ ଏବଂ ପାଠପଢା ଉପରେ ପୂରା ଧ୍ୟାନ ଦିଅ ତେବେ ତୁମକୁ ସମସ୍ତେ ସମ୍ମାନ ଦେବେ ।

ପ୍ରଶ୍ନ:-
ଅତୀନ୍ଦ୍ରିୟ ସୁଖର ଅନୁଭବ କେଉଁ ସନ୍ତାନମାନଙ୍କୁ ହୋଇପାରିବ ?

ଉତ୍ତର:-
(୧) ଯେଉଁମାନେ ଦେହୀ-ଅଭିମାନୀ ଅଟନ୍ତି । ସେଥିପାଇଁ ଯେତେବେଳେ ତୁମେ କାହା ସହିତ କଥାବାର୍ତ୍ତା କରୁଛ କିମ୍ବା କାହାକୁ ଜ୍ଞାନ ବୁଝାଉଛ ତେବେ ଏହି ସ୍ମୃତି ରହୁ ଯେ ମୁଁ ଆତ୍ମା ମୋର ଆତ୍ମା ଭାଇ ସହିତ କଥାବାର୍ତ୍ତା କରୁଛି । ଏହିଭଳି ଭାଇ-ଭାଇର ଦୃଷ୍ଟିକୁ ପକ୍କା କରିବା ଦ୍ୱାରା ଦେହୀ ଅଭିମାନୀ ହୋଇଯିବ । (୩) ଯେଉଁମାନଙ୍କୁ ନିଶା ରହିଛି ଯେ ଆମେ ଭଗବାନଙ୍କର ବିଦ୍ୟାର୍ଥୀ ଅଟୁ, ସେହିମାନଙ୍କୁ ହିଁ ଅତୀନ୍ଦ୍ରିୟ ସୁଖର ଅନୁଭବ ହେବ ।

ଗୀତ:-
କୌନ୍ ଆୟା ମେରେ ମନ କେ ଦ୍ୱାରେ.

ଓମ୍ ଶାନ୍ତି ।
ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି । ଅନ୍ୟ କୌଣସି ସଂସ୍ଥାରେ ଏପରି କୁହାଯାଏ ନାହିଁ ଯେ ବାବା ପିଲାମାନଙ୍କୁ ବୁଝାଉଛନ୍ତି । ପିଲାମାନେ ଜାଣିଛନ୍ତି ବାସ୍ତବରେ ସବୁ ସନ୍ତାନମାନଙ୍କର ପିତା ହେଉଛନ୍ତି ଜଣେ । ତେଣୁ ସମସ୍ତେ ଭାଇ-ଭାଇ ହୋଇଗଲେ । ପିଲାମାନଙ୍କୁ ସେହି ପିତାଙ୍କଠାରୁ ହିଁ ନିଶ୍ଚିତ ଭାବରେ ସମ୍ପତ୍ତି ମିଳୁଛି । ତୁମେ ଚକ୍ର ଉପରେ ମଧ୍ୟ ବହୁତ ଭଲ ଭାବରେ ବୁଝାଇ ପାରିବ ଯେ ଏହା ହେଉଛି ସଂଗମ ଯେତେବେଳେ କି ମୁକ୍ତି ଏବଂ ଜୀବନମୁକ୍ତି ମିଳୁଛି । ତୁମେ ପିଲାମାନେ ଜୀବନମୁକ୍ତିକୁ ଯିବ ଏବଂ ଅନ୍ୟ ସମସ୍ତେ ମୁକ୍ତିରେ ରହିବେ । ସଦଗତି ଦାତା, ପଥ ପ୍ରଦର୍ଶକ ଭଗବାନଙ୍କୁ ହିଁ କୁହାଯାଏ । ରାବଣ ରାଜ୍ୟରେ କେତେ ଢେର ମନୁଷ୍ୟ ଅଛନ୍ତି । ରାମରାଜ୍ୟରେ କେବଳ ଗୋଟିଏ ଆଦି ସନାତନ ଦେବୀ ଦେବତା ଧର୍ମ ହିଁ ଥିଲା । ତାଙ୍କୁ ହିଁ ଆର୍ଯ୍ୟ ବୋଲି କୁହାଯିବ ବାକି ଅନ୍ୟ ସମସ୍ତଙ୍କୁ ଅନାର୍ଯ୍ୟ ବୋଲି କୁହାଯିବ । ଯେଉଁମାନେ ପବିତ୍ର ତାଙ୍କୁ ଆର୍ଯ୍ୟ କୁହାଯାଏ ଏବଂ ଯେଉଁମାନେ ଅପବିତ୍ର ସେମାନଙ୍କୁ ଅନାର୍ଯ୍ୟ କୁହାଯାଏ । ଏହାର ଅର୍ଥ ମଧ୍ୟ କେହି ଜାଣି ନାହାଁନ୍ତି ଯେ ପବିତ୍ରରୁ ପତିତ କିଭଳି ହେଲେ । ବାସ୍ତବରେ ଆର୍ଯ୍ୟ କୌଣସି ଧର୍ମ ନଥିଲା । ଦେବତାମାନେ ପବିତ୍ର ଥିଲେ ପୁଣି ୮୪ ଜନ୍ମ ନେଇ ପରେ ପତିତ ହୋଇଗଲେ । ଯେଉଁମାନେ ଉଚ୍ଚରୁ ଉଚ୍ଚ ପୂଜ୍ୟ ଥିଲେ ସେହିମାନେ ହିଁ ପୂଜାରୀ ହୋଇ ଯାଇଛନ୍ତି । ହମ ସୋ ର ଅର୍ଥ ମଧ୍ୟ ବାବା ବୁଝାଇଛନ୍ତି ଅର୍ଥାତ୍ ଆମେ ହିଁ ସେହି ପୂଜ୍ୟ ଦେବୀ ଦେବତା ଥିଲେ । ସିଢି ଚିତ୍ର ଉପରେ ମଧ୍ୟ କାହାକୁ ବୁଝାଇବା ବହୁତ ସହଜ । ଏମିତି ନୁହେଁ ଆତ୍ମା ହିଁ ପରମାତ୍ମା, ପରମାତ୍ମା ହିଁ ଆତ୍ମା । ନା । ଏହା ତ ବିଶାଳ ନାଟକ ଅଟେ । ତୁମେ ଜାଣିଛ ଆମେମାନେ ହିଁ ପୂଜ୍ୟ ଥିଲୁ ପୁଣି ପୂଜାରୀ ହୋଇଗଲୁ ଅର୍ଥାତ୍ ଆମେ ହିଁ ଦେବତା ପୁଣି କ୍ଷତ୍ରିୟ ହେଉଛୁ । ସିଢିରେ ତଳକୁ ନିଶ୍ଚିତ ଆସିବାକୁ ହେବ ନା । ୨୧ ଜନ୍ମର ତ ଗାୟନ ରହିଛି । ମନୁଷ୍ୟ ତ ଏହିସବୁ କଥାକୁ ଜାଣି ନାହାଁନ୍ତି କାରଣ ତମୋପ୍ରଧାନ ଅଟନ୍ତି । ଏବେ ତୁମମାନଙ୍କୁ ହିଁ ସମସ୍ତ ଜ୍ଞାନ ମିଳୁଛି, କିନ୍ତୁ ଏସବୁ କଥାକୁ ଅଳ୍ପ କେତେ ଜଣ ହିଁ ବୁଝୁଛନ୍ତି । ସେଥିପାଇଁ କୁହାଯାଉଛି ଯେ ଏହି ଜ୍ଞାନକୁ କୋଟିକରେ କେହି କେହି ହିଁ ବୁଝିବେ ଏବଂ ଦେବତାଧର୍ମର ହେବେ, ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ । ସୃଷ୍ଟିଚକ୍ରର ଚିତ୍ର ଉପରେ ବୁଝାଇବା ବହୁତ ସହଜ । ଏହା ହେଉଛି ସତ୍ୟଯୁଗ, ତାହା ହେଉଛି କଳିଯୁଗ କାରଣ ସତ୍ୟଯୁଗରେ ବହୁତ କମ୍ ସଂଖ୍ୟାରେ ରହିବେ । ବୃକ୍ଷ ପ୍ରଥମେ ଛୋଟ ଥାଏ ପୁଣି ଧୀରେ ଧୀରେ ବୃଦ୍ଧି ପ୍ରାପ୍ତ କରେ । କିନ୍ତୁ ଏହି ବୃକ୍ଷ ବିଷୟରେ କାହାକୁ ଜଣାନାହିଁ ଏବଂ ବ୍ରହ୍ମାଙ୍କ ବିଷୟରେ ମଧ୍ୟ କେହି-କେହି ମୁସ୍କିଲରେ ବୁଝୁଛନ୍ତି । ତୁମେ ସମସ୍ତଙ୍କୁ କୁହ ଯେ ବ୍ରହ୍ମା ମୁଖବଂଶାବଳୀ ବ୍ରାହ୍ମଣ ତ ନିଶ୍ଚିତ ଦରକାର ନା । ଏମାନେ ହେଉଛନ୍ତି ପୋଷ୍ୟ ସନ୍ତାନ । ଦୁନିଆର ବ୍ରାହ୍ମଣମାନେ ହେଉଛନ୍ତି କୁଖ ବଂଶାବଳୀ, କିନ୍ତୁ ଏହି ବ୍ରାହ୍ମଣମାନେ ହେଉଛନ୍ତି ମୁଖ ବଂଶାବଳୀ । ଏହି ଦୁନିଆ ହେଉଛି ପରଦେଶ, ରାବଣ ରାଜ୍ୟ । ବାବାଙ୍କୁ ଆସି ରାମ ରାଜ୍ୟ ସ୍ଥାପନ କରିବା ଅଛି, ତେବେ କାହା ଶରୀରରେ ତ ପ୍ରବେଶ କରିବେ ନା । ଦେଖ, ଏହି ବ୍ରହ୍ମା କଳ୍ପ ବୃକ୍ଷର ଏକଦମ୍ ଅଗ୍ରଭାଗରେ ଛିଡା ହୋଇଛନ୍ତି । ବର୍ତ୍ତମାନ ଏହି ବୃକ୍ଷର ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇଯାଇଛି । ମୁଁ ୟାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମରେ ଅନ୍ତିମ ସମୟରେ ପ୍ରବେଶ କରୁଛି । ଏହା ହେଉଛି ତାଙ୍କର ଅନ୍ତିମ ଜନ୍ମ । ବର୍ତ୍ତମାନ ଇଏ ତପସ୍ୟା କରୁଛନ୍ତି । ଆମେ ୟାଙ୍କୁ ଭଗବାନ ବୋଲି କହିପାରିବା ନାହିଁ । ଦୁନିଆର ମନୁଷ୍ୟ ଭଗବାନଙ୍କୁ ପଥର ଗୋଡିରେ ଅଛନ୍ତି ବୋଲି କହିଦେଉଛନ୍ତି ସେଥିପାଇଁ ନିଜେ ମଧ୍ୟ ପଥର ହୋଇ ଯାଇଛନ୍ତି । ଦେବତାମାନଙ୍କର କଥା ତ ଅଲଗା । ଏବେ ତୁମେ ପାଠ ପଢି ପୁଣି ସେହି ଦେବ ପଦ ପାଉଛ, ଏହା କେତେ ଉଚ୍ଚ ପାଠପଢା । ଏହି ଦେବତାମାନଙ୍କୁ ଭଗବାନ ଭଗବତୀ ମଧ୍ୟ କୁହାଯାଏ । କାହିଁକି ନା ଏମାନେ ପବିତ୍ର ଅଟନ୍ତି ଏବଂ ନିଜେ ଭଗବାନ ହିଁ ଏହି ଧର୍ମର ସ୍ଥାପନା କରୁଛନ୍ତି, ତେଣୁ ଏମାନେ ଭଗବାନ୍ ଭଗବତୀ ହେବା ଦରକାର । କିନ୍ତୁ ୟାଙ୍କୁ ମହାରାଜା ମହାରାଣୀ କୁହାଯାଉଛି । ଶ୍ରୀଲକ୍ଷ୍ମୀ-ଶ୍ରୀ ନାରାୟଣଙ୍କୁ ଭଗବତୀ ଭଗବାନ କହିବା ମଧ୍ୟ ଅନ୍ଧଶ୍ରଦ୍ଧା ଅଟେ କାହିଁକି ନା ଭଗବାନ ହେଉଛନ୍ତି ଜଣେ । ତୁମେ ଶିବ ଏବଂ ଶଙ୍କରଙ୍କୁ ମଧ୍ୟ ଅଲଗା କରି ବୁଝାଉଛ । ସେଥିପାଇଁ ଦୁନିଆବାଲା କହୁଛନ୍ତି ଏମାନେ ଦେବତାମାନଙ୍କୁ ମାନୁ ନାହାଁନ୍ତି । କିନ୍ତୁ ତୁମ ବୁଦ୍ଧିରେ ତ ସୃଷ୍ଟିଚକ୍ରର ସମସ୍ତ ରହସ୍ୟ ରହିଛି । ତେବେ ତୁମ ଭିତରୁ ଯେଉଁମାନେ ମହାରଥୀ ଅଟନ୍ତି ସେହିମାନେ ହିଁ ଅନ୍ୟମାନଙ୍କୁ ବହୁତ ଭଲ ଭାବରେ ବୁଝାଇ ପାରିବେ । ବହୁତ ପିଲା ଅଛନ୍ତି ଯେଉଁମାନେ କେବଳ ଶୁଣୁଛନ୍ତି କିନ୍ତୁ ତାଙ୍କର ବୁଦ୍ଧିରେ ଧାରଣା ହେଉ ନାହିଁ, ତେବେ ସେମାନେ ଭବିଷ୍ୟତରେ କଣ ହେବେ ? ସେମାନେ ଦାସ ଦାସୀ ହେବେ । ପରବର୍ତ୍ତୀ ସମୟରେ ତୁମକୁ ସବୁ ସାକ୍ଷାତ୍କାର ହେବ କିନ୍ତୁ ସେତେବେଳେ ତୁମେ ସମୟରେ କିଛି କରିପାରିବ ନାହିଁ । ଯଦି ସମୟ ପୂରା ହୋଇଯିବ ତେବେ କଣ କରିପାରିବ, ସେଥିପାଇଁ ବାବା ସାବଧାନ କରାଇଚାଲିଛନ୍ତି । କିନ୍ତୁ ସେତେବେଳେ ସମସ୍ତେ ଉଚ୍ଚ ଶ୍ରେଷ୍ଠ ହୋଇଯିବେ, ଏପରି ତ ହୋଇପାରିବ ନାହିଁ । ବହୁତଙ୍କର ବୁଦ୍ଧି ରୂପି ପାତ୍ର ସ୍ୱଚ୍ଛ ନାହିଁ, ଅଳିଆ ଆବର୍ଜନା ଭରି ହୋଇ ରହିଛି । ତେଣୁ ଏଥିପାଇଁ ପୁରୁଷାର୍ଥ ବହୁତ ଭଲ ଭାବରେ କରିବା ଦରକାର । ଚିତ୍ର ଗୁଡିକରେ ବୁଝାଇବାର ଅଭ୍ୟାସ ମଧ୍ୟ କରିବା ଦରକାର ନଚେତ୍ ପରବର୍ତ୍ତୀ ସମୟରେ ବହୁତ ପଶ୍ଚାତାପ କରିବାକୁ ପଡିବ । ବର୍ତ୍ତମାନ ଆତ୍ମାକୁ ଜ୍ଞାନର ଭୋଜନ ମିଳୁଛି । ଏକଥା ତ ସମସ୍ତଙ୍କୁ ବୁଝାଇବାକୁ ହେବ । ଏଥିରେ ଡରିବାର କୌଣସି କଥା ନାହିଁ । ବଡ-ବଡ ସ୍ଥାନମାନଙ୍କରେ ପ୍ରଦର୍ଶନୀ, ମ୍ୟୁଜିୟମ୍ କରିବା ଦ୍ୱାରା ପ୍ରସିଦ୍ଧ ହୋଇଥାଏ । ବାବା ମଧ୍ୟ କହିଥିଲେ ଯେ ସମସ୍ତଙ୍କର ମତାମତ ଲେଖି ତାକୁ ଖବରକାଗଜରେ ଛପାଇବା ଦରକାର । ପିଲାମାନଙ୍କୁ ବହୁତ ସେବା କରିବାକୁ ହେବ । ଏହା ମଧ୍ୟ ଯାଞ୍ଚ କରିବାକୁ ହେବ ଯେ ଏମାନେ ବୁଝୁଛନ୍ତି ନା ନାହିଁ । ଏହା ହେଉଛି ନୂଆ ଦୁନିଆ ଏବଂ ଏହା ହେଉଛି ପୁରୁଣା ଦୁନିଆଏକଥା ତ କେହି ବି ବୁଝିପାରିବେ କେବଳ ସମୟ ଲମ୍ବା କରିଦେଇଛନ୍ତି ସେଥିପାଇଁ ମନୁଷ୍ୟମାନେ ଦ୍ୱନ୍ଦରେ ପଡୁଛନ୍ତି । ତେଣୁ ପ୍ରଥମେ ପ୍ରଥମେ ବାବାଙ୍କର ପରିଚୟ ଦେବାକୁ ହେବ । ଯେଉଁମାନେ ଦେହୀ-ଅଭିମାନୀ ହୋଇ ରହୁଛନ୍ତି ସେମାନଙ୍କୁ ହିଁ ଅତିନ୍ଦ୍ରିୟ ସୁଖର ଅନୁଭବ ହୋଇପାରିବ । କେବଳ ଭାଷଣ କରିବା ଦ୍ୱାରା କୌଣସି ଫାଇଦା ନାହିଁ । ଯେତେବେଳେ ଭାଷଣ କହୁଛ ସେତେବେଳେ ଭାବ ଯେ ମୁଁ ଆତ୍ମା ଭାଇ, ଭାଇକୁ ବୁଝାଉଛି । ଆତ୍ମ-ଅଭିମାନୀ ହେବାରେ ହିଁ ବହୁତ ମେହନତ ଦରକାର କିନ୍ତୁ ପିଲାମାନେ ଏହି କଥା ବାରମ୍ବାର ଭୁଲିଯାଉଛନ୍ତି । ବାବା ହିଁ ଆସି ପିଲାମାନଙ୍କୁ ବୁଝାଉଛନ୍ତି । ଗାୟନ ମଧ୍ୟ ଅଛି ଆତ୍ମା ପରମାତ୍ମା ଅଲଗା ରହିଲେ ବହୁତ କାଳ.... ଏହାର ଅର୍ଥ ମଧ୍ୟ ତୁମେ ହିଁ ଜାଣିପାରିବ । ଯେଉଁମାନେ ମହାରଥୀ ସେମାନେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାର ଅଭ୍ୟାସ କରିବେ ଏବଂ ନିଜକୁ ଶକ୍ତିଶାଳୀ ଅନୁଭବ କରିବେ । ଯେଉଁମାନେ ନିଜକୁ ଆତ୍ମା ଭାବୁ ନାହାଁନ୍ତି ସେମାନେ କଣ ଧାରଣା କରିବେ । ଯୋଗବଳ ଦ୍ୱାରା ହିଁ ତୁମ ଭିତରେ ଶକ୍ତି ଭରିବ । ଜ୍ଞାନକୁ ବଳ କୁହାଯାଏ ନାହିଁ, ଯୋଗବଳ କୁହାଯାଏ । ଯୋଗବଳ ଦ୍ୱାରା ହିଁ ତୁମେ ବିଶ୍ୱର ମାଲିକ ହେଉଛ । ଏବେ ତୁମମାନଙ୍କୁ ଅନେକ ଆତ୍ମାଙ୍କୁ ନିଜ ସମାନ କରିବାକୁ ହେବ । ଯେପର୍ଯ୍ୟନ୍ତ ଅନେକଙ୍କୁ ନିଜ ସମାନ କରି ନାହଁ ସେ ପର୍ଯ୍ୟନ୍ତ ବିନାଶ ହୋଇପାରିବ ନାହିଁ । ଯଦିଓ ବଡ ବଡ ଲଢେଇ ଲାଗିବ କିନ୍ତୁ ପୁଣି ବନ୍ଦ ହୋଇଯିବ । ଏବେ ତ ବହୁତଙ୍କ ପାଖରେ ବୋମା ଭଳି ବହୁତ ଭୟଙ୍କର ଅସ୍ତ୍ରଶସ୍ତ୍ର ଅଛି, କିନ୍ତୁ ଏହା କୌଣସି ରଖିବାର ଜିନିଷ ନୁହେଁ । ପୁରୁଣା ଦୁନିଆର ବିନାଶ ଏବଂ ଏକମାତ୍ର ଆଦି ସନାତନ ଧର୍ମର ସ୍ଥାପନା ନିଶ୍ଚିତ ହେବ । ଆଉ ଅଳ୍ପ କେତେ ଦିନ ପରେ ସମସ୍ତେ କହିବେ ବାସ୍ତବରେ ଏହା ସେହି ମହାଭାରତ ଲଢେଇ ହେଉଛି । ତେବେ ଏଠାକୁ ଭଗବାନ ମଧ୍ୟ ନିଶ୍ଚିତ ଆସିଛନ୍ତି । ଯେତେବେଳେ ତୁମ ନିକଟକୁ ବହୁତ ଲୋକ ଆସିବେ ସେତେବେଳେ ସମସ୍ତେ ମାନିଯିବେ ଏବଂ କହିବେ ଏହି ସଂସ୍ଥା ତ ବୃଦ୍ଧି ହୋଇ ଚାଲିଛି । ନିଶ୍ଚିତ ଏମାନଙ୍କ ଭିତରେ ବହୁତ ଶକ୍ତି ଅଛି । ତେବେ ତୁମେ ଯେତେ ବାବାଙ୍କ ସ୍ମୃତିରେ ରହିବ ସେତେ ତୁମ ଭିତରେ ଶକ୍ତି ଭରିଯିବ । ବାବାଙ୍କର ସ୍ମୃତିରେ ରହି ତୁମେ ଅନ୍ୟକୁ ପ୍ରକାଶ ଦେଉଛ । ଏହି ବାବା (ବ୍ରହ୍ମାବାବା) ମଧ୍ୟ କହୁଛନ୍ତି ମୋଠାରୁ ଅଧିକ ଏହି ପିଲାମାନେ ସେବା

କରୁଛନ୍ତି । ବର୍ତ୍ତମାନ ଆଉ କିଛି ବିଳମ୍ବ ଅଛି । ଯୋଗରେ ଯଥାର୍ଥ ଭାବରେ କେହି ରହିପାରୁ ନାହାଁନ୍ତି । ନିଜେ ମଧ୍ୟ ଅନୁଭବ କରୁଛନ୍ତି ଯେ ଆମେ ଯୋଗରେ ଠିକ୍ ରୂପେ ରହୁ ନାହୁଁ । ତେଣୁ ଠିକ୍ ଭାବରେ ଜ୍ଞାନର ତୀର ଲାଗୁନାହିଁ । ଭଗବାନ କୁମାରୀମାନଙ୍କୁ ଅଧିକ ଜ୍ଞାନ ବାଣ ଦେଉଛନ୍ତି । ତୁମେମାନେ ପ୍ରଜାପିତା ବ୍ରହ୍ମାକୁମାର-କୁମାରୀ ଅଟ ନା । ଇଏ ହେଉଛନ୍ତି ବ୍ରହ୍ମା । ତୁମେ ହେଉଛ ତାଙ୍କର ପୋଷ୍ୟ ସନ୍ତାନ । ରଚୟିତା ତ ଜଣେ ଅଟନ୍ତି, ବାକି ଅନ୍ୟ ସମସ୍ତେ ପାଠ ପଢୁଛନ୍ତି । ସେଥିରେ ଏହି ବ୍ରହ୍ମା ମଧ୍ୟ ଆସିଗଲେ, ତେବେ ଇଏ ରଚନା ହୋଇଗଲେ ନା । ତୁମେମାନେ ଦେବତା ହେବାକୁ ଯାଉଛ ସେଥିପାଇଁ ଏବେ ଦୈବୀଗୁଣ ଧାରଣ କରୁଛ । କେଉଁଠି କେଉଁଠି ସ୍ତ୍ରୀ ପୁରୁଷ ଉଭୟ ଚାଲୁ ନାହାଁନ୍ତି ଯେପରିକି ଗାଡି ବାଲିରେ ଅଟକିଯାଇଥାଏ, ଚାଲିପାରେ ନାହିଁ । ବାବା ତାଙ୍କର ନାମ ନେଉ ନାହାଁନ୍ତି । ନଚେତ୍ ବୁଝିବା ଦରକାର ଯେ ବାବା ସତ୍ୟ କହୁଛନ୍ତି । ଯେଉଁମାନଙ୍କର ପରସ୍ପର ସହିତ ସମ୍ବନ୍ଧ ଥିବ ସେମାନେ ପରସ୍ପରର ସ୍ୱଭାବକୁ ଜାଣିପାରିବେ ।

ପିଲାମାନେ ବୁଝୁଛନ୍ତି ଯେ ଆମେମାନେ ହିଁ ମୁକୁଟଧାରୀ ଥିଲୁ । ଏବେ ପୁଣି ଥରେ ସେହିଭଳି ହେଉଛୁ । ତୁମେ ଯଦି କାହାକୁ ବୁଝାଉଛ ତେବେ ସିଏ ପ୍ରଥମେ ମାନି ନଥାନ୍ତି, ପୁଣି ଧୀରେ ଧୀରେ ବୁଝି ଯାଆନ୍ତି, ତେଣୁ ବୁଝାଇବା ପାଇଁ ବହୁତ ବୁଦ୍ଧି ଦରକାର । ଆତ୍ମାରେ ବୁଦ୍ଧି ଅଛି । ଆତ୍ମା ସତ୍ଚିତ୍, ଆନନ୍ଦ ସ୍ୱରୂପ ଅଟେ । ଏବେ ତୁମମାନଙ୍କୁ ଦେହୀ-ଅଭିମାନୀ କରାଯାଉଛି । ଯେପର୍ଯ୍ୟନ୍ତ ବାବା ନ ଆସିବେ ସେପର୍ଯ୍ୟନ୍ତ କେହି ଦେହୀ-ଅଭିମାନୀ ହୋଇପାରିବେ ନାହିଁ । ଏବେ ବାବା କହୁଛନ୍ତି ଆତ୍ମ-ଅଭିମାନୀ ହୁଅ । କେବଳ ମୋତେ ମନେ ପକାଅ ତେବେ ମୋଠାରୁ ତୁମକୁ ଶକ୍ତି ମିଳିବ । ଏହି ଧର୍ମ ବହୁତ ଶକ୍ତିଶାଳୀ ଅଟେ କାରଣ ସାରା ବିଶ୍ୱ ଉପରେ ତୁମେମାନେ ରାଜ୍ୟ କରୁଛ, ଏହା କଣ କମ୍ କଥା ? ବାବାଙ୍କ ସହିତ ଯୋଗ ଲଗାଇବା ଦ୍ୱାରା ତୁମକୁ ଶକ୍ତି ମିଳୁଛି । ଏହା ହେଉଛି ନୂଆ କଥା, ଯାହାକି ସମସ୍ତଙ୍କୁ ଭଲ ଭାବରେ ବୁଝାଇବାକୁ ପଡୁଛି । ସେହି ବାବା ହିଁ ଆତ୍ମାମାନଙ୍କର ବେହଦର ପିତା ଅଟନ୍ତି । ସିଏ ହିଁ ନୂଆ ଦୁନିଆର ରଚୟିତା ଅଟନ୍ତି । ତେଣୁ ତାଙ୍କର କର୍ତ୍ତବ୍ୟ ବିଷୟରେ ସମସ୍ତଙ୍କୁ ବୁଝାଅ ଯେ ସିଏ ଆସି କଣ କରୁଛନ୍ତି । ତେବେ କୃଷ୍ଣ ଏବଂ ଶିବଉଭୟଙ୍କର ଜୟନ୍ତୀ ପାଳନ କରୁଛନ୍ତି । ଏହି ଦୁଇଜଣଙ୍କ ଭିତରୁ ବଡ କିଏ ? ଉଚ୍ଚରୁ ଉଚ୍ଚ ହେଉଛନ୍ତି ନିରାକାର । ସିଏ ଆସି ଏଠାରେ କଣ କରୁଛନ୍ତି ଯାହା ଦ୍ୱାରା ଶିବ ଜୟନ୍ତୀ ପାଳନ କରାଯାଉଛି ଏବଂ କୃଷ୍ଣ ମଧ୍ୟ କଣ କରିଛନ୍ତି ? ଗୀତାରେ ଉଲ୍ଲେଖ ରହିଛି ଯେ ପରମପିତା ପରମାତ୍ମା ସାଧାରଣ ବୃଦ୍ଧ ମାନବ ଶରୀରରେ ପ୍ରବେଶ କରି ସ୍ଥାପନା କରୁଛନ୍ତି । ବର୍ତ୍ତମାନ ଅନେକ ପ୍ରକାରର ମତମତାନ୍ତର ରହିଛି କିନ୍ତୁ ଶ୍ରୀମତ ତ ଗୋଟିଏ, ଯାହା ଦ୍ୱାରା ତୁମେ ଶ୍ରେଷ୍ଠ ହେଉଛ । ମନୁଷ୍ୟ ମତ ଦ୍ୱାରା କେହି ଶ୍ରେଷ୍ଠ ହୋଇପାରିବେ ନାହିଁ । ଏହି ଈଶ୍ୱରୀୟ ମତ ତୁମକୁ ଥରେ ମାତ୍ର ଏହି ସଂଗମଯୁଗରେ ହିଁ ମିଳୁଛି । ଦେବତାମାନେ ତ ମତ ଦିଅନ୍ତି ନାହିଁ । ମନୁଷ୍ୟରୁ ଦେବତା ହୋଇଗଲେ ବାସ୍, ଆଉ କିଛି କଥା ନାହିଁ । ସେଠାରେ କେହି ଗୁରୁ କରନ୍ତି ନାହିଁ । ଏଠାରେ ମନୁଷ୍ୟ ଗୁରୁମାନଙ୍କ ଠାରୁ ମତ ନେଉଛନ୍ତି । ତେବେ ଏସବୁ କଥା ସେମାନଙ୍କୁ ବହୁତ ଯୁକ୍ତିର ସହିତ କହିବାକୁ ହେବ ଯେ ଆମେ ହେଉଛୁ ରାଜଯୋଗୀ । ହଠଯୋଗୀ କେବେ ହେଲେ ରାଜଯୋଗ ଶିଖାଇପାରିବେ ନାହିଁ କାରଣ ସେମାନେ ନିବୃତ୍ତି ମାର୍ଗର ଅଟନ୍ତି । ତୀର୍ଥକୁ ତ ପ୍ରବୃତ୍ତି ମାର୍ଗବାଲାମାନେ ହିଁ ଯାଇଥାନ୍ତି ।

ତୁମମାନଙ୍କୁ କୌଣସି କଥାରେ ସଂଶୟ ଆଣିବା ଉଚିତ୍ ନୁହେଁ । ଏହି ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ ଯାହାକି ପୁନରାବୃତ୍ତି ହୋଇ ଚାଲିଛି । ତୁମର ସେବା ମଧ୍ୟ କଳ୍ପ ପୂର୍ବ ଭଳି ହେଉଛି । ଡ୍ରାମା ହିଁ ତୁମକୁ ପୁରୁଷାର୍ଥ କରାଉଛି ଏବଂ ତାହା ମଧ୍ୟ ତୁମେ କଳ୍ପ ପୂର୍ବ ଭଳି କରୁଛ । ପୁରୁଷାର୍ଥୀର ଚାଲି ଚଳଣିରୁ ତୁମେ ଜାଣିପାରିବ । ତେବେ ପ୍ରଦର୍ଶନୀରେ ଜୀଜ୍ଞାସୁଙ୍କୁ ପରଖି ଗାଇଡ୍ ଦିଆଯାଏ ଯେପରି ସିଏ ଭଲ ଭାବରେ ବୁଝାଇପାରିବ । ଶିକ୍ଷାଦାତା ବାବା ତ ଭଲ ଭାବରେ ଜାଣିଛନ୍ତି । ସିଏ ଆମକୁ କେତେ ବିଶାଳ ବେହଦର ବୁଦ୍ଧି ଦେଉଛନ୍ତି । ତେଣୁ ତୁମକୁ ନିଶା ରହିବା ଦରକାର ଯେ ଆମେ କାହାର ସନ୍ତାନ ଅଟୁ । ଭଗବାନ ଆମକୁ ପାଠ ପଢାଉଛନ୍ତି । ଯଦି କେହି ପଢି ପାରୁନାହାଁନ୍ତି ତେବେ ସିଏ ଏଠାରୁ ପଳାଇ ଯାଉଛନ୍ତି । ଭଗବାନ ମଧ୍ୟ ଭାବୁଛନ୍ତି ଯେ ଇଏ ମୋର ସନ୍ତାନ ନୁହେଁ । ତୁମେମାନେ ମଧ୍ୟ ଦେଖୁଛ ଯେ କେତେକ ଭଗବାନଙ୍କର ସନ୍ତାନ ହୋଇ ପାଠ ପଢିଥାନ୍ତି ପୁଣି ମାୟାର ବଶବର୍ତ୍ତୀ ହୋଇ ପଳାଇ ଯାଆନ୍ତି ଏବଂ ଯେତେବେଳେ ହୃଦବୋଧ ହୁଏ ପୁଣି ଆସି ପଢିବାରେ ଲାଗିଯାଆନ୍ତି । ଯଦି ସେମାନେ ଯୋଗରେ ଭଲ ଭାବରେ ରହିବେ ତେବେ ଉଚ୍ଚ ପଦ ପ୍ରାପ୍ତ କରିପାରିବେ । ସେମାନେ ବୁଝିଯିବେ ଯେ ବାସ୍ତବରେ ମୁଁ ବହୁତ ସମୟ ବ୍ୟର୍ଥରେ ହରାଇଦେଲି ଯାହାକି ଏଭଳି ବିଦ୍ୟାଳୟକୁ ଛାଡିଦେଲି । କିନ୍ତୁ ଏବେ ନିଶ୍ଚିତ ବାବାଙ୍କଠାରୁ ସମ୍ପତ୍ତି ନେବି । ତେଣୁ ବାବାଙ୍କୁ ମନେ ପକାଇ ଅଥବା ବାବା-ବାବା କହି ଲୋମ ଟାଙ୍କୁରି ଉଠିବା ଉଚିତ୍ । ଆମେ କେତେ ଭାଗ୍ୟଶାଳୀ ଅଟୁ ଯାହାକି ବାବା ଆମକୁ ଉଚ୍ଚ ପଦ ପ୍ରାପ୍ତ କରାଉଛନ୍ତି । ଯଦି କେହି ଘଡିକୁ ଘଡି ବାବାଙ୍କ ସ୍ମୃତିରେ ରହିବେ ଏବଂ ତାଙ୍କ ନିର୍ଦ୍ଦେଶ ଅନୁସାରେ ଚାଲିବେ ତେବେ ତାଙ୍କର ବହୁତ ଉନ୍ନତି ହୋଇପାରିବ । ତାଙ୍କୁ ସମସ୍ତେ ବହୁତ ସମ୍ମାନ ମଧ୍ୟ ଦେବେ । ବାବା କହୁଛନ୍ତି ପାଠ ପଢୁଆଙ୍କର ବୋଝ ଅପାଠୁଆମାନେ ବୋହିବେ । ଦେହ-ଅଭିମାନୀମାନଙ୍କୁ ଦୈବୀଗୁଣର ଧାରଣା ହୋଇ ପାରିବ ନାହିଁ । କିନ୍ତୁ ତୁମର ଚେହେରା ସର୍ବଦା ହର୍ଷିତ ରହିବା ଦରକାର । ମନୁଷ୍ୟ କହୁଛନ୍ତି ଅତିନ୍ଦ୍ରିୟ ସୁଖର ଅନୁଭବ ସେମାନଙ୍କୁ ପଚାର ଯେଉଁମାନଙ୍କୁ ଭଗବାନ ପଢାଉଛନ୍ତି । ତେଣୁ ପାଠପଢା ଉପରେ ବହୁତ ଧ୍ୟାନ ଦେବା ଦରକାର ଏବଂ ଶ୍ରୀମତ ଅନୁସାରେ ଚାଲିବା ଦରକାର । କାରଣ ତୁମର ଯୋଗ ଶକ୍ତିର ଆଧାରରେ ହିଁ ସାରା ବିଶ୍ୱ ପବିତ୍ର ହେବ । ତୁମେ ଯୋଗ ବଳ ଦ୍ୱାରା ବିଶ୍ୱକୁ ପବିତ୍ର କରୁଛ । ଏହା ଆଶ୍ଚର୍ଯର କଥା ନା । ତୁମକୁ ଏହି କଳିଯୁଗୀ ଗୋବର୍ଦ୍ଧନ ପାହାଡକୁ ସମସ୍ତଙ୍କ ସହଯୋଗରେ ଉଠାଇବାକୁ ହେବ । ଏହି ଛି-ଛି ଦୁନିଆକୁ ଯେଉଁମାନେ ପବିତ୍ର କରାଇଛନ୍ତି ଏହା ହେଉଛି ସେହିମାନଙ୍କର ଉଦାହରଣ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :

(୧) ସତ୍ୟ ଜ୍ଞାନକୁ ବୁଦ୍ଧିରେ ଧାରଣ କରିବାକୁ ହେଲେ ବୁଦ୍ଧିରୂପୀ ପାତ୍ରକୁ ସ୍ୱଚ୍ଛ ପବିତ୍ର କରିବାକୁ ହେବ । ବ୍ୟର୍ଥ କଥାଗୁଡିକୁ ନିଜ ବୁଦ୍ଧିରୁ ବାହାର କରି ଦେବାକୁ ହେବ ।

(୨) ଦୈବୀ ଗୁଣର ଧାରଣ କରିବା ସହିତ ପାଠପଢା ଉପରେ ପୂରା-ପୂରା ଧ୍ୟାନ ଦେଇ ଅତୀନ୍ଦ୍ରିୟ ସୁଖର ଅନୁଭବ କରିବାକୁ ହେବ । ସଦା ସର୍ବଦା ଏହି ନିଶାରେ ରହିବାକୁ ହେବ ଯେ ଆମେ ଭଗବାନଙ୍କର ସନ୍ତାନ, ସିଏ ହିଁ ଆମକୁ ପାଠ ପଢାଉଛନ୍ତି ।

ବରଦାନ:-
ପ୍ରାପ୍ତି ସ୍ୱରୂପ ହୋଇ କାହିଁକି, କଣର ପ୍ରଶ୍ନଠାରୁ ଉର୍ଦ୍ଧ୍ଵରେ ରହୁଥିବା ପ୍ରସନ୍ନଚିତ୍ତ ଆତ୍ମା ହୁଅ ।

ଯେଉଁମାନେ ପ୍ରାପ୍ତି ସ୍ୱରୂପ ସମ୍ପନ୍ନ ଆତ୍ମା ସେମାନଙ୍କର କେବେହେଲେ କୌଣସି ବି କଥାରେ ପ୍ରଶ୍ନ ନଥିବେ । ସେମାନଙ୍କର ମୁଖମଣ୍ଡଳ ଏବଂ ଚାଲିଚଳଣିରେ ପ୍ରସନ୍ନତାର ବ୍ୟକ୍ତିତ୍ୱ ଦେଖାଯାଉଥିବ, ତେବେ ଏହାକୁ ହିଁ ସନ୍ତୁଷ୍ଟତା କୁହାଯାଏ । ଯଦି ପ୍ରସନ୍ନତା କମ ଅନୁଭବ ହେଉଛି ତେବେ ଏହାର କାରଣ ହେଲା ପ୍ରାପ୍ତି କମ୍ ହେଉଛି ଏବଂ କମ ପ୍ରାପ୍ତିର କାରଣ ହେଉଛି କୌଣସି ନା କୌଣସି ଇଚ୍ଛା । ତେବେ ଅନେକ ସୂକ୍ଷ୍ମ ଇଚ୍ଛାଗୁଡିକ ଆତ୍ମାକୁ ଅପ୍ରାପ୍ତି ଆଡକୁ ଟାଇନେଇଥାନ୍ତି, ସେଥିପାଇଁ ଅଳ୍ପକାଳର ଇଚ୍ଛାଗୁଡିକୁ ତ୍ୟାଗ କରି ପ୍ରାପ୍ତି ସ୍ୱରୂପ ହୁଅ ତେବେ ସର୍ବଦା ପ୍ରସନ୍ନଚିତ୍ତ ରହିପାରିବ ।

ସ୍ଲୋଗାନ:-
ପରମାତ୍ମ ସ୍ନେହରେ ଲବଲୀନ ହୋଇ ରୁହ ତେବେ ମାୟାର ଆକର୍ଷଣ ସମାପ୍ତ ହୋଇଯିବ ।


ବ୍ରହ୍ମାବାବାଙ୍କ ସମାନ ହେବା ପାଇଁ ବିଶେଷ ପୁରୁଷାର୍ଥ:-

ଯେପରି ବ୍ରହ୍ମାବାବାଙ୍କୁ ଚଲାବୁଲା କରୁଥିବା ଫରିସ୍ତା ରୂପରେ ଅନୁଭବ କରୁଥିଲେ, କର୍ମ କରିବା ସମୟରେ, କଥାବାର୍ତ୍ତା କରିବା ସମୟରେ, ରାୟ ଦେବା ସମୟରେ, ଉମଙ୍ଗ-ଉତ୍ସାହ ବଢାଇବା ସମୟରେ ମଧ୍ୟ ଦେହଠାରୁ ଅଲଗା ସୂକ୍ଷ୍ମ ପ୍ରକାଶ ସ୍ୱରୂପର ଅନୁଭୂତି କରାଉଥିଲେ, ସେହିଭଳି ପିତାକୁ ଅନୁକରଣ କର । ସଦାସର୍ବଦା ଦେହ-ଅଭିମାନଠାରୁ ଅଲଗା ରୁହ, ସମସ୍ତଙ୍କୁ ତୁମର ଅଲଗା ରୂପ ହିଁ ଦେଖାଯାଉ, ଏହାକୁ ହିଁ କୁହାଯାଏ ଦେହ ଭିତରେ ରହି ମଧ୍ୟ ଫରିସ୍ତା ସ୍ଥିତି ।