09.01.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବେହଦର ବାବାଙ୍କୁ ମନେ ପକାଇବା - ଏହା ହେଉଛି ଗୁପ୍ତ କଥା, ପିଲାମାନେ ବାବାଙ୍କୁ ମନେ ପକାଇବା ଦ୍ୱାରା ବାବା ମଧ୍ୟ ପିଲାମାନଙ୍କୁ ମନେ ପକାଇଥାନ୍ତି, ତେଣୁ ଯେଉଁମାନେ ବାବାଙ୍କୁ ମନେ ପକାଉ ନାହାଁନ୍ତି ବାବା ମଧ୍ୟ ସେମାନଙ୍କୁ କିପରି ମନେ ପକାଇବେ ।

ପ୍ରଶ୍ନ:-
ସଂଗମଯୁଗରେ ତୁମେ ପିଲାମାନେ କେଉଁ ପାଠ ପଢୁଛ ଯାହାକି ସାରା କଳ୍ପରେ ପଢାଯାଉ ନାହିଁ?

ଉତ୍ତର:-
ଜୀବିତ ଅବସ୍ଥାରେ ଶରୀରରୁ ଅଲଗା ହେବା ଅର୍ଥାତ୍ ମୃତ ହେବାର ପାଠ ଏବେ ହିଁ ତୁମେମାନେ ପଢୁଛ କାହିଁକି ନା ତୁମକୁ କର୍ମାତୀତ ହେବାକୁ ପଡିବ । ବାକି ଶରୀରରେ ଥିବା ପର୍ଯ୍ୟନ୍ତ କର୍ମ ତ କରିବାକୁ ହେବ । ତୁମର ମନ ମଧ୍ୟ ସେତେବେଳେ ଶାନ୍ତ ରହିବ ଯେତେବେଳେ ଶରୀରରୁ ମୁକ୍ତ ହେବ, ସେଥିପାଇଁ ମନକୁ ଜିତିଲେ ଜଗତଜିତ୍ ହୋଇପାରିବେ ନାହିଁ, କିନ୍ତୁ ମାୟାକୁ ଜିତି ଜଗତ୍ଜିତ୍ ହେବ ।

ଓମ୍ ଶାନ୍ତି ।
ବାବା ବସି ସନ୍ତାନମାନଙ୍କୁ ବୁଝାଉଛନ୍ତି କାହିଁକି ନା ଏହା ତ ପିଲାମାନେ ଜାଣିଛନ୍ତି - ଅଜ୍ଞାନୀକୁ ହିଁ ପାଠପଢା ଯାଇଥାଏ । ଏବେ ବେହଦର ବାବା ଉଚ୍ଚରୁ ଉଚ୍ଚ ଭଗବାନ ଆସୁଛନ୍ତି ତେବେ କାହାକୁ ପଢାଉଥିବେ? ନିଶ୍ଚୟ ଯିଏ ସବୁଠାରୁ ଅଧିକ ଅଜ୍ଞାନୀ ହୋଇଥିବେ । ସେଥିପାଇଁ କୁହାଯାଉଛି ବିନାଶ କାଳେ ବିପରୀତ ବୁଦ୍ଧି । ବିପରୀତ ବୁଦ୍ଧି କିପରି ହୋଇଛନ୍ତି? ୮୪ ଲକ୍ଷ ଯୋନି ଲେଖାଯାଇଛି ନା! ତେଣୁ ବାବାଙ୍କୁ ମଧ୍ୟ ୮୪ ଲକ୍ଷ ଜନ୍ମକୁ ନେଇ ଆସିଛନ୍ତି । କହୁଛନ୍ତି ପରମାତ୍ମା କୁକୁର, ବିଲେଇ, ଜୀବଜନ୍ତୁ ସବୁଥିରେ ଅଛନ୍ତି । ପିଲାମାନଙ୍କୁ ବୁଝାଯାଉଛି, ଏହା ହେଉଛି ସେକେଣ୍ଡ ନମ୍ବର ପଏଣ୍ଟ । ବାବା ବୁଝାଉଛନ୍ତି କେହି ନୂଆ ଆସିଲେ ପ୍ରଥମେ ତାଙ୍କୁ ଲୌକିକ ଏବଂ ପାରଲୌକିକ ପିତାଙ୍କ ପରିଚୟ ଦେବା ଦରକାର । ଶିବବାବା ବେହଦର ବଡ ବାବା ଅଟନ୍ତି ଏବଂ ଲୌକିକ ପିତା ହଦର ଛୋଟ ବାବା ଅଟନ୍ତି । ବେହଦର ପିତା ଅର୍ଥାତ୍ ବେହଦ ଆତ୍ମାମାନଙ୍କର ପିତା । ସିଏ ହଦର ପିତା ଜୀବ ଆତ୍ମାଙ୍କର ପିତା । ସିଏ ସବୁ ଆତ୍ମାଙ୍କର ପିତା ଅଟନ୍ତି । ଏହି ଜ୍ଞାନକୁ ମଧ୍ୟ ସମସ୍ତେ ଏକାପ୍ରକାର ଧାରଣ କରିପାରିବେ ନାହିଁ । କେହି ଏକ ଶତକଡା ତ କେହି ୯୫ ଶତକଡା ଧାରଣ କରୁଛନ୍ତି । ଏହା ତ ବୁଝିବାର କଥା ଅଟେ । ସୂର୍ଯ୍ୟବଂଶୀ କୂଳ ରହିବ ନା! ରାଜା-ରାଣୀ ତଥା ପ୍ରଜା ରହିବେ । ଏହା ବୁଦ୍ଧିରେ ଆସୁଛି ନା । ପ୍ରଜାରେ ସବୁ ପ୍ରକାରର ମନୁଷ୍ୟ ରହିଥାନ୍ତି । ପ୍ରଜା ଅର୍ଥ ପ୍ରଜା । ବାବା ବୁଝାଉଛନ୍ତି ଏହା ହେଉଛି ପାଠପଢା । ନିଜର ବୁଦ୍ଧି ଅନୁସାରେ ପ୍ରତ୍ୟେକ ପଢୁଛନ୍ତି । ପ୍ରତ୍ୟେକଙ୍କୁ ନିଜସ୍ୱ ଅଭିନୟ ମିଳିଛି । ଯିଏ କଳ୍ପ ପୂର୍ବରୁ ଯେତିକି ଜ୍ଞାନ ଧାରଣ କରିଥିଲେ ଏବେ ମଧ୍ୟ ସେତିକି ଧାରଣ କରୁଛନ୍ତି । ପାଠପଢା କେବେ ଗୁପ୍ତ ରହିପାରିବ ନାହିଁ । ପାଠପଢା ଅନୁସାରେ ହିଁ ପଦ ମିଳିଥାଏ । ବାବା ବୁଝାଉଛନ୍ତି - ଆଗକୁ ଗଲେ ପରୀକ୍ଷା ତ ହେବ । ବିନା ପରୀକ୍ଷାରେ କେହି ଉତ୍ତୀର୍ଣ୍ଣ ହୋଇପାରିବେ ନାହିଁ । ପଛକୁ ସବୁ ଜଣାପଡିବ । ଏବେ ମଧ୍ୟ ବୁଝିପାରୁଛନ୍ତି ଯେ ଆମେ କେଉଁ ପଦର ଯୋଗ୍ୟ ଅଟୁ । ଯଦିଓ ଲଜ୍ଜ୍ୟା ବଶତଃ ସମସ୍ତଙ୍କ ସମ୍ମୁଖରେ ହାତ ଉଠାଇ ଦେଉଛନ୍ତି । କିନ୍ତୁ ମନରେ ଜାଣିଛନ୍ତି ଯେ ମୁଁ ଏହା କିପରି ହୋଇପାରିବି! ତଥାପି ମଧ୍ୟ ହାତ ଉଠାଇ ଦେଉଛନ୍ତି । ସବୁକିଛି ବୁଝି ମଧ୍ୟ ହାତ ଉଠାଉଛନ୍ତି ତେବେ ତାହା ଅଜ୍ଞାନ ବୋଲି କୁହାଯିବ ନା । କେତେ ଅଜ୍ଞାନତା ଅଟେ! ବାବା ତ ତୁରନ୍ତ ବୁଝିଯାଉଛନ୍ତି । ଏମାନଙ୍କଠାରୁ ତ ହଦର ବିଦ୍ୟାର୍ଥୀ ମାନଙ୍କର ବୁଦ୍ଧି ଭଲ । ସେମାନେ ଜାଣିଛନ୍ତି ଆମେ ବୃତ୍ତି ନେବାର ଯୋଗ୍ୟ ନୁହେଁ, ପାସ୍ ହେବୁ ନାହିଁ । ଏହାଠାରୁ ଅଜ୍ଞାନୀ ଭଲ ଯେଉଁମାନେ ଭାବୁଛନ୍ତି - ଶିକ୍ଷକ ଯାହା ପଢାଉଛନ୍ତି ସେଥିରୁ ଆମେ କେତେ ନମ୍ବର ନେବୁ! ଏପରି କହିବେ ନାହିଁ ଯେ ଆମେ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବୁ । ତେଣୁ ସିଦ୍ଧ ହେଉଛି ଏଠାରେ ଏତିକି ମଧ୍ୟ ବୁଦ୍ଧି ନାହିଁ । ବହୁତ ଦେହ-ଅଭିମାନ ରହିଛି । ଯେହେତୁ ତୁମେ ଲକ୍ଷ୍ମୀ-ନାରାୟଣ ହେବାକୁ ଆସିଛ ତେଣୁ ଚଳଣି ବହୁତ ରାଜକୀୟ ହେବା ଦରକାର । ବାବା କହୁଛନ୍ତି କାହାର ବିନାଶ କାଳେ ବିପରୀତ ବୁଦ୍ଧି ହେଉଛି କାହିଁକି ନା କାଇଦା ଅନୁସାରେ ବାବାଙ୍କ ସହିତ ପ୍ରୀତି ନାହିଁ, ତେବେ କଣ ଅବସ୍ଥା ହେବ । ଉଚ୍ଚ ପଦ ପାଇପାରିବ ନାହିଁ ।

ବାବା ବସି ତୁମମାନଙ୍କୁ ବୁଝାଉଛନ୍ତି - ବିନାଶ କାଳେ ବିପରୀତ ବୁଦ୍ଧିର ଅଥ ର୍କଣ - ପିଲାମାନେ ହିଁ ସଂପୂର୍ଣ୍ଣ ନ ବୁଝିଲେ ଆଉ ଅନ୍ୟମାନେ କଣ ବୁଝିବେ! ଯେଉଁମାନେ ଭାବୁଛନ୍ତି ଆମେ ଶିବବାବାଙ୍କର ସନ୍ତାନ ଅଟୁ ସେହିମାନେ ହିଁ ପୂରା ଅର୍ଥ ବୁଝୁ ନାହାଁନ୍ତି । ବାବାଙ୍କୁ ମନେ ପକାଇବା - ଏହା ତ ହେଉଛି ଗୁପ୍ତ କଥା । ପାଠପଢା ତ ଗୁପ୍ତ ନୁହେଁ ନା । ପାଠପଢାରେ ସମସ୍ତେ କ୍ରମ ଅନୁସାରେ ଥାଆନ୍ତି । ସମସ୍ତେ ତ ଏକାପରି ପାଠ ପଢିବେ ନାହିଁ । ବାବା ତ ଜାଣିଛନ୍ତି ଏମାନେ ବର୍ତ୍ତମାନ ଛୋଟ ପିଲା ଅଟନ୍ତି । ଏମାନେ ବେହଦର ବାବାଙ୍କୁ ତିନି-ତିନି, ଚାରି-ଚାରି ମାସ ପର୍ଯ୍ୟନ୍ତ ମନେ ପକାନ୍ତି ନାହିଁ । କିପରି ଜଣାପଡିବ ଯେ ମନେ ପକାଉଛନ୍ତି? ତାଙ୍କର ଯେବେ ଚିଠି ଆସିବ । ପୁଣି ସେହି ଚିଠିରେ ସେବା ସମାଚାର ମଧ୍ୟ ଥିବା ଦରକାର ଯେ ଏହି ସବୁ ରୁହାନୀ ସେବା କରିଛି । ପ୍ରମାଣ ଦରକାର ନା । ଏହିପରି ଦେହ ଅଭିମାନୀମାନେ ଅଛନ୍ତି ଯିଏ କେବେ ବାବାଙ୍କୁ ମନେ ପକାଇ ନଥାନ୍ତି, ନା ସେବାର ପ୍ରମାଣ ଦେଇଥାନ୍ତି । କେହି କେହି ତ ସମାଚାର ଲେଖିଥାନ୍ତି ବାବା ଅମୁକ-ଅମୁକ ଆସିଥିଲେ ତାଙ୍କୁ ଏହିପରି ବୁଝାଇଲି, ତେବେ ମଧ୍ୟ ବୁଝିଥାନ୍ତି ଯେ ପିଲା ବଞ୍ଚିଛି । ସେବାର ଠିକ୍ ସମାଚାର ଦେଉଛି । କେହି ତ ୩-୪ ମାସ ପତ୍ର ଲେଖିନଥାନ୍ତି । କୌଣସି ସମାଚାର ନଥିଲେ ବୁଝିବେ ମରିଗଲା ଅଥବା ରୋଗରେ ପଡିଛି! ରୋଗୀମାନେ ଲେଖିପାରିବେ ନାହିଁ । ଅନେକ ଏପରି ମଧ୍ୟ ଲେଖିଥାନ୍ତି ଯେ ମୋର ଦେହ ଭଲ ନାହିଁ ସେଥିପାଇଁ ପତ୍ର ଲେଖି ନଥିଲି । କେହି ତ ବେମାର ଅଛନ୍ତି ବୋଲି ସମାଚାର ମଧ୍ୟ ଦେଇନଥାନ୍ତି । କାରଣ ଦେହ-ଅଭିମାନ ରହିଛି । ପୁଣି ବାବା ମଧ୍ୟ କାହାକୁ ମନେ ପକାଇବେ । ବାବାଙ୍କୁ ମନେ ପକାଇଲେ ବାବା ମଧ୍ୟ ମନେ ପକାଇବେ କିନ୍ତୁ ସେମାନଙ୍କର ଦେହ-ଅଭିମାନ ରହିଛି । ବାବା ଆସି ବୁଝାଉଛନ୍ତି ମୋତେ ସର୍ବବ୍ୟାପୀ କହି ୮୪ ଲକ୍ଷରୁ ମଧ୍ୟ ଅଧିକ ଯୋନିକୁ ନେଇଯାଇଛନ୍ତି । ମନୁଷ୍ୟମାନଙ୍କୁ ପଥରବୁଦ୍ଧି ବୋଲି କୁହାଯାଉଛି । ଭଗବାନଙ୍କ ନିମନ୍ତେ କହିଦେଉଛନ୍ତି ପଥର ଭିତରେ ବିରାଜମାନ ଅଛନ୍ତି । ତେବେ ଏହା ବେହଦର ଗାଳି ହେଲା ନା! ସେଥିପାଇଁ ବାବା କହୁଛନ୍ତି ମୋର କେତେ ଗ୍ଲାନି କରୁଛନ୍ତି । ଏବେ ତୁମେ ତ କ୍ରମ ଅନୁସାରେ ବୁଝିଗଲଣି । ଭକ୍ତିମାର୍ଗରେ ଗାୟନ ମଧ୍ୟ କରୁଛନ୍ତି - ଆପଣ ଆସିଲେ, ଆମେ ସମର୍ପଣ ହେବୁ । ଆପଣଙ୍କୁ ଉତ୍ତରାଧିକାରୀ କରାଇବୁ । ପୁଣି ଉତ୍ତରାଧିକାରୀ କରି କହୁଛ ଯେ - ମୁଁ ପଥର ଗୋଡିରେ ଅଛି! କେତେ ଗ୍ଲାନି କରୁଛ, ସେଥିପାଇଁ ବାବା କହୁଛନ୍ତି ୟଦା ୟଦାହି...ଏବେ ତୁମେମାନେ ଯଦି ବାବାଙ୍କୁ ଜାଣୁଛ ତେଣୁ କେତେ ମହିମା କରୁଛ । କେହି ମହିମା ତ କଣ, କେବେ ମନେ ପକାଇ ଦୁଇ ଅକ୍ଷର ମଧ୍ୟ ଲେଖୁ ନାହାଁନ୍ତି । ଦେହ ଅଭିମାନୀ ହୋଇ ଯାଉଛନ୍ତି । ତୁମେ ଜାଣିଛ ଯେ ଆମକୁ ବାବା ମିଳିଛନ୍ତି, ଆମର ବାବା ଆମକୁ ପାଠ ପଢାଉଛନ୍ତି । ଭଗବାନୁବାଚ ନା - ମୁଁ ତୁମକୁ ରାଜଯୋଗ ଶିଖାଉଛି । ବିଶ୍ୱର ରାଜତ୍ୱ କିପରି ପ୍ରାପ୍ତ କରିବ ସେଥିପାଇଁ ତୁମକୁ ରାଜଯୋଗ ଶିଖାଉଛି । ବିଶ୍ୱର ବାଦଶାହୀ ନେବା ପାଇଁ ଆମେ ବେହଦର ବାବାଙ୍କ ନିକଟରେ ପାଠ ପଢୁଛୁ - ଏହି ନିଶା ରହିଲେ ଅସରନ୍ତି ଖୁସି ମିଳିବ । ଯଦିଓ ଗୀତା ମଧ୍ୟ ପଢୁଛନ୍ତି କିନ୍ତୁ ଯେପରି ସାଧାରଣ ବହିପରି ପଢୁଛନ୍ତି । କୃଷ୍ଣ ଭଗବାନୁବାଚ - ରାଜଯୋଗ ଶିଖାଉଛି, ବାସ୍ । ବୁଦ୍ଧିରେ ସେଭଳି ଯୋଗ ଅଥବା ଖୁସି ରହୁ ନାହିଁ । ଗୀତା ପଢି ଶୁଣାଉଥିବା ବ୍ୟକ୍ତିଙ୍କ ଭିତରେ ମଧ୍ୟ ଏତେ ଖୁସି ରହୁ ନାହିଁ । କେବଳ ଗୀତା ପାଠ ସାରି ଦେଇ ନିଜର କର୍ମଧନ୍ଦାକୁ ଯାଉଛନ୍ତି । ତୁମ ବୁଦ୍ଧିରେ ଅଛି ଯେ ଏବେ ବେହଦର ବାବା ଆମକୁ ପଢାଉଛନ୍ତି । ଆଉ କାହାରି ବୁଦ୍ଧିରେ ଏକଥା ଆସିବ ନାହିଁ ଯେ ଆମକୁ ଭଗବାନ ପଢାଉଛନ୍ତି । ତେଣୁ ପ୍ରଥମେ କେହି ଆସିଲେ ତାଙ୍କୁ ଦୁଇଜଣ ପିତାଙ୍କର ମହତ୍ୱ ବୁଝାଇବାକୁ ହେବ । କୁହ ଭାରତ ସ୍ୱର୍ଗ ଥିଲା ନା, ଏବେ ନର୍କ ହୋଇଯାଇଛି । ଏପରି କେହି କହିପାରିବେ ନାହିଁ ଯେ ଆମେ ଏବେ ସତ୍ୟଯୁଗରେ ଅଛୁ ଏବଂ କଳିଯୁଗରେ ମଧ୍ୟ ଅଛୁ । କାହାକୁ ଦୁଃଖ ମିଳିଲା ତ ସେ ନର୍କରେ ଅଛି, କାହାକୁ ସୁଖ ମିଳିଲା ତ ସେ ସ୍ୱର୍ଗରେ ଅଛି । ଏହିପରି ଅନେକ କହୁଛନ୍ତି - ଦୁଃଖୀ ମନୁଷ୍ୟ ନର୍କରେ ଅଛନ୍ତି, ଆମେ ତ ବହୁତ ସୁଖରେ ବସିଛୁ, କୋଠା ବାଡି ଆଦି ସବୁ କିଛି ଅଛି । ବାହାରର ବହୁତ ସୁଖ ଦେଖୁଛନ୍ତି ନା । ଏକଥା ମଧ୍ୟ ତୁମେ ଏବେ ବୁଝୁଛ ଯେ ସତ୍ୟଯୁଗୀ ସୁଖ ଏଠାରେ ମିଳିପାରିବ ନାହିଁ । ଏପରି ମଧ୍ୟ ନୁହେଁ ଯେ ସତ୍ୟଯୁଗକୁ କଳିଯୁଗ ଅଥବା କଳିଯୁଗକୁ ସତ୍ୟଯୁଗ ବୋଲି କହିବା ଗୋଟିଏ କଥା ଅଟେ । ଏପରି ଭାବନା ରଖୁଥିବା ମନୁଷ୍ୟଙ୍କୁ ଅଜ୍ଞାନୀ ବୋଲି କୁହାଯିବ । ତେଣୁ ପ୍ରଥମେ ପ୍ରଥମେ ବାବାଙ୍କର ପରିଚୟ ଦେବାକୁ ହେବ । ବାବା ହିଁ ନିଜର ପରିଚୟ ଦେଉଛନ୍ତି । ଆଉ ତ କେହି ଜାଣି ନାହାଁନ୍ତି । କହୁଛନ୍ତି ପରମାତ୍ମା ସର୍ବବ୍ୟାପୀ ଅଟନ୍ତି । ଏବେ ତୁମେ ଚିତ୍ରରେ ଦେଖାଉଛ - ଆତ୍ମା ଏବଂ ପରମାତ୍ମାଙ୍କର ରୂପ ଏକ । ସେ ଆତ୍ମା ହେଲେ ମଧ୍ୟ ତାଙ୍କୁ ପରମଆତ୍ମା ବୋଲି କୁହାଯାଉଛି । ବାବା ବସି ବୁଝାଉଛନ୍ତି - ମୁଁ କିପରି ଆସୁଛି ! ସବୁ ଆତ୍ମା ପରମଧାମରେ ରୁହନ୍ତି । ବାହାର ଲୋକେ ତ ଏହି କଥା ବୁଝିପାରିବେ ନାହିଁ । ଭାଷା ମଧ୍ୟ ବହୁତ ସହଜ ଅଟେ । ଗୀତାରେ କୃଷ୍ଣଙ୍କ ନାମ ରଖିଦେଇଛନ୍ତି । କିନ୍ତୁ କୃଷ୍ଣ ତ ଗୀତା ଶୁଣାଉ ନାହାଁନ୍ତି । ସେ ତ ସମସ୍ତଙ୍କୁ କହିପାରିବେ ନାହିଁ ଯେ କେବଳ ମୋତେ ମନେ ପକାଅ । ଦେହଧାରୀଙ୍କୁ ମନେ ପକାଇବା ଦ୍ୱାରା ତ ପାପ କଟିବ ନାହିଁ । କୃଷ୍ଣ ଭଗବାନୁବାଚ - ଦେହର ସବୁ ସମ୍ବନ୍ଧ ତ୍ୟାଗ କରି ମୋତେ ମନେ ପକାଅ କିନ୍ତୁ କୃଷ୍ଣଙ୍କର ଦେହର ମଧ୍ୟ ସମ୍ବନ୍ଧ ରହିଛି ଏବଂ ସେ ପୁଣି ଛୋଟ ପିଲା ଅଟନ୍ତି ନା । ଏହା ମଧ୍ୟ କେତେ ବଡ ଭୁଲ୍ ଅଟେ । ଗୋଟିଏ ଭୁଲ୍ ଯୋଗୁଁ କେତେ ଫରକ ଆସିଯାଉଛି । ପରମାତ୍ମା ତ ସର୍ବବ୍ୟାପୀ ହୋଇପାରିବେ ନାହିଁ । ଯାହାଙ୍କ ପାଇଁ କହୁଛନ୍ତି ସମସ୍ତଙ୍କର ସଦ୍‌ଗତି ଦାତା ଅଟନ୍ତି ତେବେ ତାଙ୍କର ମଧ୍ୟ କଣ ଦୁର୍ଗତି ହେଉଛି! ପରମାତ୍ମାଙ୍କୁ କଣ କେବେ ଦୁର୍ଗତି ପ୍ରାପ୍ତ ହୋଇଥାଏ? ଏସବୁ ବିଚାର ସାଗର ମନ୍ଥନ କରିବାର କଥା ଅଟେ । ସମୟ ନଷ୍ଟ କରିବାର କଥା ନୁହେଁ । ମନୁଷ୍ୟମାନେ ତ କହୁଛନ୍ତି ଆମକୁ ଫୁରସତ ନାହିଁ । ତୁମେ କୋର୍ସ କରିବା ପାଇଁ ନିମନ୍ତ୍ରଣ ଦେଉଛ କିନ୍ତୁ କହୁଛନ୍ତି ଫୁରସତ୍ ନାହିଁ । ଦୁଇଦିନ ଆସିବେ ପୁଣି ଚାରିଦିନ ଆସିବେ ନାହିଁ... । ନ ପଢିଲେ ଏହିଭଳି ଲକ୍ଷ୍ମୀ-ନାରାୟଣ କିପରି ହେବେ? ମାୟାର କେତେ ପ୍ରଭାବ ପଡୁଛି । ବାବା ବୁଝାଉଛନ୍ତି ଯେଉଁ ସେକେଣ୍ଡ ଅଥବା ମିନିଟ୍ ପାସ୍ ହେଲା ତାହା ଅବିକଳ ପୁନରାବୃତ୍ତି ହେବ । ଅଗଣିତ ଥର ପୁନରାବୃତ୍ତି ହୋଇ ଚାଲିବ । ଏବେ ତ ବାବାଙ୍କ ଦ୍ୱାରା ଶୁଣୁଛ । ବାବା ତ ଜନ୍ମ-ମରଣରେ ଆସୁ ନାହାଁନ୍ତି । ତୁଳନା କରାଯାଉଛି ପୂରା ଜନ୍ମ-ମରଣରେ କିଏ ଆସୁଛନ୍ତି ଏବଂ କିଏ ଆସୁ ନାହାଁନ୍ତି? କେବଳ ଏକମାତ୍ର ବାବା ହିଁ ଜନ୍ମ-ମରଣରେ ଆସୁ ନାହାଁନ୍ତି । ବାକି ତ ସମସ୍ତେ ଆସୁଛନ୍ତି ସେଥିପାଇଁ ଚିତ୍ର ମଧ୍ୟ ଦେଖାଯାଇଛି । ବ୍ରହ୍ମା ଏବଂ ବିଷ୍ଣୁ ଉଭୟ ଜନ୍ମ-ମରଣରେ ଆସୁଛନ୍ତି । ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା ଅଭିନୟ ଚାଲିଛି । ଏହାର ଅନ୍ତ ହୋଇପାରିବ ନାହିଁ । ଏହି ଚିତ୍ର ଆସି ସମସ୍ତେ ଦେଖିବେ ଏବଂ ବୁଝିବେ । ବହୁତ ସହଜ ବୁଝିବାର କଥା ଅଟେ । ବୁଦ୍ଧିରେ ଆସିବା ଦରକାର ଆମେ ଏବେ ବ୍ରାହ୍ମଣ ହୋଇଛୁ ପୁଣି କ୍ଷତ୍ରୀୟ, ବୈଶ୍ୟ, ଶୂଦ୍ର ହେବୁ । ପୁଣି ବାବା ଆସିଲେ ପୁନର୍ବାର ବ୍ରାହ୍ମଣ ହେବୁ । ଏହାର ଚିନ୍ତନ କରି ମଧ୍ୟ ସ୍ୱଦର୍ଶନ ଚକ୍ରଧାରୀ ହେବା । ବହୁତଙ୍କୁ ବାବାଙ୍କର ସ୍ମୃତି ସ୍ଥାୟୀ ରହୁ ନାହିଁ । ତୁମେ ବ୍ରାହ୍ମଣ ହିଁ ସ୍ୱଦର୍ଶନ ଚକ୍ରଧାରୀ ହେଉଛ । ଦେବତାମାନେ ତ ହେବେ ନାହିଁ । ଏହି ଜ୍ଞାନର ଚକ୍ର କିପରି ଘୂରୁଛି, ଏହି ଜ୍ଞାନକୁ ପାଇବା ଦ୍ୱାରା ସେମାନେ ଏହିପରି ଦେବତା ହୋଇଛନ୍ତି । ବାସ୍ତବରେ କୌଣସି ବି ମନୁଷ୍ୟ ନିଜକୁ ସ୍ୱଦର୍ଶନ ଚକ୍ରଧାରୀ କହିବାର ଯୋଗ୍ୟ ନୁହଁନ୍ତି । ମନୁଷ୍ୟମାନଙ୍କର ସୃଷ୍ଟି ମୃତ୍ୟୁଲୋକ ହିଁ ଅଲଗା ଅଟେ । ଯେପରି ଭାରତବାସୀଙ୍କର ନୀତି-ପ୍ରଥା ଅଲଗା, ସମସ୍ତଙ୍କର ପ୍ରଥା ଅଲଗା-ଅଲଗା ହୋଇଥାଏ । ସେହିପରି ଦେବତାମାନଙ୍କର ନୀତି ପ୍ରଥା ମଧ୍ୟ ଅଲଗା ଅଟେ । ମୃତ୍ୟୁଲୋକର ମନୁଷ୍ୟମାନଙ୍କର ନୀତି ପ୍ରଥା ଅଲଗା । ରାତି-ଦିନର ଫରକ, ସେଥିପାଇଁ ସମସ୍ତେ କହୁଛନ୍ତି - ଆମେ ପତିତ ଅଟୁ । ହେ ଭଗବାନ, ଆମେ ସମସ୍ତ ପତିତ ଦୁନିଆର ବାସୀନ୍ଦାଙ୍କୁ ପବିତ୍ର କରାଅ । ତୁମ ବୁଦ୍ଧିରେ ଅଛି ଯେ ପବିତ୍ର ଦୁନିଆ ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଥିଲା, ଯାହାକୁ ସତ୍ୟଯୁଗ କୁହାଯାଉଥିଲା । ତ୍ରେତାକୁ ଏପରି କୁହାଯିବ ନାହିଁ । ବାବା ବୁଝାଉଛନ୍ତି - ସତ୍ୟଯୁଗ ପ୍ରଥମ ଶ୍ରେଣୀ, ତ୍ରେତାଯୁଗ ଦ୍ୱିତୀୟ ଶ୍ରେଣୀ । ତେଣୁ ଗୋଟିଏ-ଗୋଟିଏ କଥା ଭଲ ଭାବରେ ଧାରଣ କରିବା ଦରକାର ଯାହାକି ଯିଏ କେହି ଆସିଲେ ଶୁଣି ଆଶ୍ଚର୍ଯ୍ୟ ହେବେ । କେହି ତ ଆଶ୍ଚର୍ଯ୍ୟ ହେଉଛନ୍ତି କିନ୍ତୁ ପୁରୁଷାର୍ଥ କରିବା ପାଇଁ ତାଙ୍କୁ ଫୁରସତ ନାହିଁ ପୁଣି ଶୁଣୁଛନ୍ତି ପବିତ୍ର ନିଶ୍ଚୟ ରହିବାକୁ ହେବ । ଏହି କାମ ବିକାର ହିଁ ମନୁଷ୍ୟକୁ ପତିତ କରାଉଛି । ଏହାକୁ ଜିତିବା ଦ୍ୱାରା ହିଁ ତୁମେ ଜଗତଜିତ୍ ହେବ । ବାବା କହୁଛନ୍ତି ମଧ୍ୟ - କାମ ବିକାରକୁ ଜିତି ଜଗତଜିତ ହୁଅ । ମନୁଷ୍ୟ ପୁଣି କହିଦେଉଛନ୍ତି ମନକୁ ଜିତି ଜଗତ୍‌ଜିତ୍ ହୁଅ । ମନକୁ ବଶବର୍ତ୍ତୀ କର । ତେବେ ମନ ଶାନ୍ତ ସେତେବେଳେ ରହିବ ଯେତେବେଳେ ଶରୀରରୁ ମୁକ୍ତ ହେବ । ବାକି ମନ କେବେ ଶାନ୍ତ ହୋଇନଥାଏ । ଦେହ ମିଳିଛି କର୍ମ କରିବା ପାଇଁ ତେଣୁ କର୍ମାତୀତ ଅବସ୍ଥାରେ କିପରି ରହିବେ? ମୁର୍ଦ୍ଦାରକୁ କର୍ମାତୀତ ଅବସ୍ଥା ବୋଲି କୁହାଯାଏ । ଜୀବଦଶାରୁ ମୁର୍ଦ୍ଦା, ଶରୀରରୁ ଅଲଗା । ତୁମକୁ ମଧ୍ୟ ଶରୀରରୁ ଅଲଗା ହେବାର ପାଠ ପଢାଉଛନ୍ତି । ଶରୀରରୁ ଆତ୍ମା ଅଲଗା ଅଟେ । ଆତ୍ମା ପରମଧାମର ବାସୀନ୍ଦା ଅଟେ । ଆତ୍ମା ଶରୀରକୁ ଆସିଲେ ତାଙ୍କୁ ମନୁଷ୍ୟ କୁହାଯାଉଛି । କର୍ମ କରିବା ପାଇଁ ଶରୀର ମିଳୁଛି । ଗୋଟିଏ ଶରୀର ଛାଡିଲେ କର୍ମ କରିବା ପାଇଁ ଆଉ ଗୋଟିଏ ଶରୀର ଆତ୍ମାକୁ ନେବାକୁ ହେବ । ଶାନ୍ତ ତ ସେତେବେଳେ ରହିବେ ଯେତେବେଳେ କର୍ମ କରିବାକୁ ପଡିବ ନାହିଁ । ମୂଳବତନରେ କର୍ମ ହୁଏ ନାହିଁ । ସୃଷ୍ଟିଚକ୍ର ଏଠାରେ ଘୁରୁଛି । ବାବାଙ୍କୁ ଏବଂ ସୃଷ୍ଟି ଚକ୍ରକୁ ଜାଣିବା, ଏହାକୁ ହିଁ ଜ୍ଞାନ କୁହାଯାଉଛି । ଏହି ଆଖି ପତିତ ବିକାରୀ ଥିବା ପର୍ଯ୍ୟନ୍ତ ପବିତ୍ର ଜିନିଷ ଦେଖିପାରିବ ନାହିଁ ସେଥିପାଇଁ ଜ୍ଞାନର ତୃତୀୟ ନେତ୍ର ଆବଶ୍ୟକ । ଯେତେବେଳେ ତୁମର କର୍ମାତୀତ ଅବସ୍ଥା ହେବ ଅର୍ଥାତ୍ ଦେବତା ହେବ ତେବେ ଏହି ଆଖି ଦ୍ୱାରା ଦେବତାମାନଙ୍କୁ ହିଁ ଦେଖିବ । ବାକି ଏହି ଶରୀରର ଆଖି ଦ୍ୱାରା କୃଷ୍ଣଙ୍କୁ ଦେଖିପାରିବ ନାହିଁ । ବାକି ସାକ୍ଷାତ୍‌କାର କଲେ ସେଥିରୁ କିଛି ମିଳିନଥାଏ । ଅଳ୍ପକାଳର ଖୁସି ମିଳିଥାଏ, କାମନା ପୂରଣ ହୋଇଥାଏ । ଡ୍ରାମାରେ ସାକ୍ଷାତ୍‌କାରର ମଧ୍ୟ ଅଭିନୟ ରହିଛି, କିନ୍ତୁ ଏଥିରୁ କିଛି ପ୍ରାପ୍ତି ନାହିଁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ମୁଁ ଶରୀରରୁ ଭିନ୍ନ ଆତ୍ମା ଅଟେ, ଜୀବିତ ଅବସ୍ଥାରେ ଏହି ଶରୀରରେ ରହି ଯେପରି ମୃତଭଳି ଅନୁଭବ କରିବାର ଅଭ୍ୟାସ ଦ୍ୱାରା ନିଜର କର୍ମାତୀତ ଅବସ୍ଥା ଗଢିବାକୁ ହେବ ।

(୨) ସେବାର ପ୍ରମାଣ ଦେବାକୁ ହେବ । ଦେହ-ଅଭିମାନକୁ ଛାଡି ନିଜର ସଠିକ୍ ସମାଚାର ଦେବାକୁ ହେବ । ପାସ୍ ୱିଥ୍ ଅନର ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବାର ପୁରୁଷାର୍ଥ କରିବାକୁ ହେବ ।

ବରଦାନ:-
ନିଜର ସମସ୍ତ ହିସାବ କିତାବ ଏବଂ ସର୍ବ ସମ୍ବନ୍ଧ ଏକମାତ୍ର ବାବାଙ୍କ ସହିତ ରଖି ଡବଲ ଲାଇଟ୍ ଫରିସ୍ତା ହୁଅ ।

ଡବଲ ଲାଇଟ୍ ଫରିସ୍ତା ହେବା ପାଇଁ ଦେହର ସ୍ମୃତିଠାରୁ ମଧ୍ୟ ଉର୍ଦ୍ଧ୍ୱରେ ରୁହ, କାହିଁକି ନା ଦେହର ସ୍ମୃତି ମଧ୍ୟ ମାଟି ସହିତ ସମାନ, ଯଦି ଏହି ସୃଷ୍ଟିରୂପୀ ବୋଝ ରହିବ ତେବେ ବୁଦ୍ଧି ଭାରୀ ହୋଇଯିବ । ଫରିସ୍ତା ଅର୍ଥାତ୍ ନିଜର ଦେହ ସହିତ ମଧ୍ୟ ରିସ୍ତା ନଥିବ ଅର୍ଥାତ୍ ସମ୍ବନ୍ଧ ନଥିବ । ବାବାଙ୍କ ଦ୍ୱାରା ମିଳିଥିବା ଶରୀରକୁ ମଧ୍ୟ ବାବାଙ୍କୁ ଦେଇ ଦେଇଛ । ଯଦି ନିଜର ବସ୍ତୁ ଅନ୍ୟକୁ ଦେଇଦେଲ ତେବେ ତାହାଠାରୁ ତୁମର ସମ୍ବନ୍ଧ ତୁଟିଗଲା । ତେଣୁ ସମସ୍ତ ହିସାବ-କିତାବର ଖାତା ଏବଂ ସମ୍ବନ୍ଧ-ସମ୍ପର୍କ ସମାପ୍ତ ହୋଇଗଲା - ଏହିଭଳି ସମ୍ପୂର୍ଣ୍ଣ ଭିକାରୀ ଅର୍ଥାତ୍ ନିଜସ୍ୱ ଆତ୍ମା ହିଁ ଡବଲ ଲାଇଟ୍ ଫରିସ୍ତା ଅଟନ୍ତି ।

ସ୍ଲୋଗାନ:-
ଯଦି ନିଜର ବିଶେଷତା ଗୁଡିକୁ କାର୍ଯ୍ୟରେ ଲଗାଇବ ତେବେ ପ୍ରତିପାଦରେ ପ୍ରଗତିର ଅନୁଭବ କରିପାରିବ ।