09.01.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଯେହେତୁ
ତୁମେମାନେ ବଞ୍ଚି ଥାଇ ମଧ୍ୟ ମରିଯାଇଛ ତେଣୁ ସବୁ କିଛି ଭୁଲିଯାଅ, ଏକମାତ୍ର ବାବା ଯାହା
ଶୁଣାଉଛନ୍ତି ତାହା ହିଁ ଶୁଣ ଏବଂ ବାବାଙ୍କୁ ମନେ ପକାଅ, ତୁମ ସାଙ୍ଗରେ ବସିବି ” ।
ପ୍ରଶ୍ନ:-
ସଦ୍ଗତି ଦାତା
ବାବା ପିଲାମାନଙ୍କର ସଦ୍ଗତି ପାଇଁ କେଉଁ ଶିକ୍ଷା ଦେଉଛନ୍ତି?
ଉତ୍ତର:-
ବାବା କହୁଛନ୍ତି - ପିଲାମାନେ ସଦ୍ଗତିକୁ ଯିବା ପାଇଁ ହେଲେ ଅଶରୀରୀ ହୋଇ ବାବା ଏବଂ ଚକ୍ରକୁ
ମନେପକାଅ । ଯୋଗବଳ ଦ୍ୱାରା ହିଁ ତୁମେମାନେ ସଦା ସୁସ୍ଥ ଏବଂ ନିରୋଗୀ ହୋଇପାରିବ । ଆଉ ତୁମମାନଙ୍କୁ
କୌଣସି ବି କର୍ମଭୋଗ ଭୋଗିବା ପାଇଁ ପଡିବ ନାହିଁ ।
ପ୍ରଶ୍ନ:-
ଯେଉଁମାନଙ୍କର
ଭାଗ୍ୟରେ ସ୍ୱର୍ଗର ସୁଖ ନାହିଁ ସେମାନଙ୍କର ଲକ୍ଷଣ କ’ଣ ହୋଇଥିବ?
ଉତ୍ତର:-
ସେମାନେ କହିବେ ଜ୍ଞାନ ଶୁଣିବା ପାଇଁ ଆମ ପାଖରେ ଫୁର୍ସତ୍ ନାହିଁ । ସେମାନେ କେବେହେଲେ ବ୍ରାହ୍ମଣ
କୁଳର ସଦସ୍ୟ ହୋଇପାରିବେ ନାହିଁ । ସେମାନଙ୍କୁ ଜଣା ମଧ୍ୟ ପଡିବ ନାହିଁ ଯେ, ଭଗବାନ ମଧ୍ୟ କୌଣସି
ରୂପରେ କେବେ ଆସନ୍ତି ।
ଗୀତ:-
ତୁହ୍ମାରେ
ବୁଲାନେ କୋ ଜୀ ଚାହତା ହୈ...
ଓମ୍ ଶାନ୍ତି ।
ଭଗବାନ ଆସି
ଭକ୍ତମାନଙ୍କୁ ବୁଝାଉଛନ୍ତି । ଭକ୍ତମାନେ ଭଗବାନଙ୍କର ସନ୍ତାନ ଅଟନ୍ତି । ଏଠାରେ ସମସ୍ତେ ଭକ୍ତ,
ଜଣେ ମାତା ପିତା ଅଛନ୍ତି । ତେଣୁ ପିଲାମାନେ ଚାହୁଁଛନ୍ତି ଯେ ଗୋଟିଏ ଜନ୍ମ ବାବାଙ୍କ ସାଥୀରେ
ମଧ୍ୟ ରହି ଦେଖିବୁ । ଦେବତାମାନଙ୍କ ସହିତ ମଧ୍ୟ ବହୁତ ଜନ୍ମ ବିତାଇଲ । ଆସୁରୀ ସମ୍ପ୍ରଦାୟ ସାଥିରେ
ମଧ୍ୟ ବହୁତ ଜନ୍ମ ବିତିଲା । ଏବେ ଭକ୍ତମାନଙ୍କର ଇଚ୍ଛା ହେଉଛି ଯେ - ଗୋଟିଏ ଜନ୍ମ ତ ଭଗବାନଙ୍କର
ହୋଇ ଭଗବାନଙ୍କ ସାଥିରେ ରହି ଦେଖିବୁ । ଏବେ ତୁମେମାନେ ଭଗବାନଙ୍କର ହୋଇଛ, ମରଜୀବା ହୋଇଛ ତେଣୁ
ତୁମେମାନେ ଭଗବାନଙ୍କ ସାଥିରେ ହିଁ ରହୁଛ । ଏହା ଅମୂଲ୍ୟ ଅନ୍ତିମ ଜୀବନ, ଯେଉଁ ଜନ୍ମରେ ତୁମେମାନେ
ପରମପିତା ପରମାତ୍ମାଙ୍କ ସାଥୀରେ ରହୁଛ । ଗାୟନ ମଧ୍ୟ ରହିଛି ଯେ - ତୁମ ସହିତ ଖାଇବୁ, ତୁମ ସହିତ
ବସିବୁ, ତୁମଠାରୁ ଶୁଣିବୁ... । ଯେଉଁମାନେ ମରଜୀବା ହୋଇଛନ୍ତି ସେମାନଙ୍କୁ ଏହି ଜନ୍ମରେ
ଭଗବାନଙ୍କ ସାଥୀରେ ରହିବାକୁ ପଡିଥାଏ । ଏହା ଏକମାତ୍ର ଶ୍ରେଷ୍ଠରୁ ଶ୍ରେଷ୍ଠ ଜନ୍ମ ଅଟେ । ବାବା
ମଧ୍ୟ ଥରେ ମାତ୍ର ଆସୁଛନ୍ତି, ପୁଣି ତ କେବେ ଆସିପାରିବେ ନାହିଁ । ଥରେ ମାତ୍ର ଆସି ପିଲାମାନଙ୍କର
ସବୁ ମନୋକାମନା ପୂର୍ଣ୍ଣ କରୁଛନ୍ତି । ଭକ୍ତିମାର୍ଗରେ ବହୁତ ମାଗିଥା’ନ୍ତି । ଅଧାକଳ୍ପ ହେବ
ସାଧୁ-ସନ୍ଥ, ମହାତ୍ମା, ଦେବୀ-ଦେବତାମାନଙ୍କୁ ମାଗି ଆସୁଛନ୍ତି ଏବଂ ଦ୍ୱିତୀୟରେ ଜପ, ତପ, ଦାନ,
ପୁଣ୍ୟ ଆଦି ମଧ୍ୟ ଜନ୍ମ-ଜନ୍ମ କରି ଆସିଛନ୍ତି । କେତେ ଶାସ୍ତ୍ର ଆଦି ପଢୁଛନ୍ତି । ଅନେକ ଶାସ୍ତ୍ର
ପତ୍ରିକା ଆଦି ରଚନା କରିବାରେ ଥକିଯାଉ ନାହାଁନ୍ତି । ଭାବୁଛନ୍ତି ଯେ ଏହା ଦ୍ୱାରା ହିଁ ଭଗବାନ
ମିଳିବେ । କିନ୍ତୁ ଏବେ ବାବା ନିଜେ କହୁଛନ୍ତି - ତୁମେ ଜନ୍ମ-ଜନ୍ମାନ୍ତର ଯାହା କିଛି ପଢିଛ ଏବଂ
ବର୍ତ୍ତମାନ ଯାହା କିଛି ଶାସ୍ତ୍ର ଆଦି ପଢୁଛ, ଏହାଦ୍ୱାରା କେହି ମୋତେ ପ୍ରାପ୍ତ କରିପାରିବେ ନାହିଁ
। ବହୁତ ପୁସ୍ତକ ଆଦି ଅଛି । ଖ୍ରୀଷ୍ଟିୟାନମାନେ ମଧ୍ୟ କେତେ ଶିଖୁଛନ୍ତି । ଅନେକ ଭାଷାରେ ବହୁତ
କିଛି ଲେଖି ଚାଲିଛନ୍ତି । ମନୁଷ୍ୟମାନେ ତାକୁ ପଢିଚାଲିଛନ୍ତି । ଏବେ ବାବା କହୁଛନ୍ତି - ଯାହାକିଛି
ପଢିଛ ସେସବୁକୁ ଭୁଲିଯାଅ ଅଥବା ବୁଦ୍ଧିରୁ ହଟାଇଦିଅ । ବହୁତ ପ୍ରକାରର ବହି ପଢୁଛନ୍ତି । ସେହି
ବହିଗୁଡିକରେ ଲେଖା ଅଛି ଯେ, ଅମୁକ ଭଗବାନ, ଅମୁକ ଅବତାର ଅଟନ୍ତି । ଏବେ ବାବା କହୁଛନ୍ତି - ମୁଁ
ନିଜେ ଏଠାକୁ ଆସୁଛି ଏବଂ ଯେଉଁମାନେ ମୋର ହେଉଛନ୍ତି ସେମାନଙ୍କୁ ମୁଁ କହୁଛି ଯେ - ଏସବୁକୁ
ଭୁଲିଯାଅ । ସାରା ଦୁନିଆର ଏବଂ ତୁମମାନଙ୍କର ବୁଦ୍ଧିରେ ଯେଉଁ କଥା ନଥିଲା, ତାହା ଏବେ ମୁଁ ତୁମକୁ
ଶୁଣାଉଛି । ବାସ୍ତବରେ ତୁମେମାନେ ଏବେ ଜାଣୁଛ ଯେ, ବାବା ଯାହା ବୁଝାଇଛନ୍ତି ତାହା କୌଣସି
ଶାସ୍ତ୍ରରେ ନାହିଁ । ବାବା ତୁମକୁ ବହୁତ ଗୁହ୍ୟ ରମଣୀକ କଥା ବୁଝାଉଛନ୍ତି । ଡ୍ରାମାର
ଆଦି-ମଧ୍ୟ-ଅନ୍ତ, ରଚୟିତା ଏବଂ ରଚନାର ସାରା ସମାଚାର ତୁମମାନଙ୍କୁ ଶୁଣାଉଛି । କହୁଛନ୍ତି - ଆଚ୍ଛା
ଅଧିକ ନହେଲେ ନାହିଁ, ଦୁଇଟି ଶବ୍ଦକୁ ମନେ ପକାଅ - ମନମନାଭବ, ମଧ୍ୟାଜୀଭବ । ଏହି ଶବ୍ଦ ତ
ଭକ୍ତିମାର୍ଗର ଗୀତାରେ ମଧ୍ୟ ଅଛି, କିନ୍ତୁ ବାବା ଏହାର ଅର୍ଥକୁ ଭଲ ଭାବରେ ବୁଝାଉଛନ୍ତି । ଭଗବାନ
ତ ସହଜ ରାଜଯୋଗ ଶିଖାଉଛନ୍ତି, କହୁଛନ୍ତି - କେବଳ ମୋତେ ମନେ ପକାଅ । ଭକ୍ତିରେ ମଧ୍ୟ ତୁମେମାନେ
ବହୁତ ମନେ ପକାଉଥିଲ । ଗାୟନ ମଧ୍ୟ କରନ୍ତି ଯେ, ଦୁଃଖ ମେଁ ସିମିରଣ ସବ୍ କରେ... କିନ୍ତୁ କିଛି
ବୁଝିପାରୁ ନାହାଁନ୍ତି । ସତ୍ୟଯୁଗ ତ୍ରେତାରେ ନିଶ୍ଚିତ ସୁଖର ଦୁନିଆ ଥିଲା ତେବେ ମନେ କାହିଁକି
ପକାଇବେ? ଏବେ ମାୟାର ରାଜ୍ୟରେ ବହୁତ ଦୁଃଖ ରହିଛି ସେଥିପାଇଁ ବାବାଙ୍କୁ ମନେ ପକାଇବାକୁ ପଡୁଛି
ପୁଣି ସତ୍ୟଯୁଗର ଅସରନ୍ତି ସୁଖ ମଧ୍ୟ ମନେ ପଡୁଛି । ତେବେ ସୁଖର ଦୁନିଆରେ ସେହିମାନେ ଥିଲେ,
ଯେଉଁମାନେ ବାବାଙ୍କଠାରୁ ଏହି ସଂଗମଯୁଗର ରାଜଯୋଗ ଏବଂ ଜ୍ଞାନ ଶିଖିଥିଲେ । ପିଲାମାନଙ୍କ ଭିତରେ
ଦେଖ କେତେ ଅପାଠୁଆ ମଧ୍ୟ ଅଛନ୍ତି । ସେମାନଙ୍କ ପାଇଁ ତ ଆହୁରି ଭଲ, କାହିଁକି ନା ସେମାନଙ୍କର
କେଉଁଆଡେ ବି ବୁଦ୍ଧି ଯାଇନଥାଏ । ଏଠାରେ ତ କେବଳ ଚୁପ୍ ରହିବାକୁ ହେବ । ମୁଖ ଦ୍ୱାରା ବି କିଛି
କହିବାର ନାହିଁ । କେବଳ ବାବାଙ୍କୁ ମନେ ପକାଉଥାଅ ତେବେ ବିକର୍ମ ବିନାଶ ହେବ । ପୁଣି ବାବା ସାଥୀରେ
ନେଇଯିବେ । ଏକଥା କିଛି ନା କିଛି ଗୀତାରେ ମଧ୍ୟ ଅଛି । ପ୍ରାଚୀନ ଭାରତର ଧର୍ମଶାସ୍ତ୍ର ଗୋଟିଏ ।
ଏହି ଭାରତ ଦିନେ ନୂଆ ଥିଲା, ଏବେ ପୁରୁଣା ହୋଇଯାଇଛି । ତେବେ ଶାସ୍ତ୍ର ତ ଗୋଟିଏ ହେବ ନା । ଯେପରି
ବାଇବେଲ ଗୋଟିଏ, ଯେବେଠାରୁ ଖ୍ରୀଷ୍ଟିୟାନ ଧର୍ମ ସ୍ଥାପନ ହୋଇଛି ସେବେଠାରୁ ଅନ୍ତିମ ସମୟ
ପର୍ଯ୍ୟନ୍ତ ତାଙ୍କର ସେହି ଗୋଟିଏ ଶାସ୍ତ୍ର ହିଁ ରହିବ । ଯୀଶୁଖ୍ରୀଷ୍ଟଙ୍କର ମଧ୍ୟ ବହୁତ ମହିମା
କରିଥା’ନ୍ତି । କହନ୍ତି ଯେ, ସିଏ ଶାନ୍ତି ସ୍ଥାପନ କରିଥିଲେ । ସିଏ ତ ଆସି ଖ୍ରୀଷ୍ଟିୟାନ ଧର୍ମ
ସ୍ଥାପନ କରିଥିଲେ, ସେଥିରେ ଶାନ୍ତିର କୌଣସି କଥା ହିଁ ନାହିଁ । ଯିଏ ଆସୁଛନ୍ତି ତାଙ୍କର ମହିମା
କରୁଛନ୍ତି କାହିଁକି ନା ନିଜର ମହିମାକୁ ଭୁଲିଯାଇଛନ୍ତି । ବୌଦ୍ଧ, ଖ୍ରୀଷ୍ଟିୟାନ ଆଦି ନିଜର
ଧର୍ମକୁ ଛାଡି ଅନ୍ୟମାନଙ୍କର ମହିମା କେବେ ବି କରିବେ ନାହିଁ । ଭାରତବାସୀଙ୍କର ନିଜର ଧର୍ମ ନାହିଁ
। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ରହିଛି । ଯେତେବେଳେ ବିଲ୍କୁଲ୍ ନାସ୍ତିକ ହୋଇଯାଉଛନ୍ତି
ସେତେବେଳେ ହିଁ ବାବା ଆସୁଛନ୍ତି । ବାବା ବୁଝାଉଛନ୍ତି - ପିଲାମାନେ ସ୍କୁଲ ଆଦିରେ ଯେଉଁ ବହି
ପଢାଯାଇଥାଏ ସେଥିରେ ମଧ୍ୟ ଲକ୍ଷ୍ୟ ଉଦ୍ଦେଶ୍ୟ ରହିଥାଏ । ସେଥିରେ ଫାଇଦା ରହିଛି, କାହିଁକି ନା
ରୋଜଗାର ହୋଇଥାଏ । ପଦ ମଧ୍ୟ ମିଳିଥାଏ । ବାକି ଶାସ୍ତ୍ର ଆଦି ଯାହା ପଢୁଛନ୍ତି, ତାକୁ
ଅନ୍ଧଶ୍ରଦ୍ଧା ବୋଲି କୁହାଯାଏ । ପାଠପଢାକୁ କେବେ ହେଲେ ଅନ୍ଧଶ୍ରଦ୍ଧା କୁହାଯିବ ନାହିଁ । ଏପରି
ନୁହେଁ ଯେ ଅନ୍ଧଶ୍ରଦ୍ଧାରେ ପାଠ ପଢିଥା’ନ୍ତି । ପାଠପଢା ଦ୍ୱାରା ବାରିଷ୍ଟର, ଇଞ୍ଜିନିୟର ଆଦି
ହେଉଛନ୍ତି, ତେବେ ଏହାକୁ ଅନ୍ଧଶ୍ରଦ୍ଧା କୁହାଯିବ ନାହିଁ । ଇଏ ମଧ୍ୟ ପାଠଶାଳା ଅଟେ । ଏହା କୌଣସି
ସତସଙ୍ଗ ନୁହେଁ । ଲେଖା ମଧ୍ୟ ହୋଇଛି ଯେ, ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ । ତେବେ ବୁଝିବା ଦରକାର ଯେ
ନିଶ୍ଚିତ ଏହା ଈଶ୍ୱରଙ୍କର ବହୁତ ବଡ ବିଶ୍ୱ ବିଦ୍ୟାଳୟ ହୋଇଥିବ । ତାହା ପୁଣି ସାରା ବିଶ୍ୱ ପାଇଁ
। ତେବେ ସମସ୍ତଙ୍କୁ ସନ୍ଦେଶ ମଧ୍ୟ ଦେବାକୁ ହେବ ଯେ ଦେହ ସହିତ ସବୁ ଧର୍ମକୁ ଛାଡି ନିଜର
ସ୍ୱଧର୍ମରେ ସ୍ଥିତ ହୁଅ, ଏବଂ ନିଜର ପିତାଙ୍କୁ ମନେ ପକାଅ, ତେବେ ଅନ୍ତିମ ମତି ଅନୁସାରେ ଗତି
ହୋଇଯିବ । ତୁମେମାନେ ନିଜର ଚାର୍ଟ ମଧ୍ୟ ଲେଖିବା ଉଚିତ୍ ଯେ, ଆମେ କେତେ ସମୟ ମନେ ପକାଉଛୁ । ଏପରି
ନୁହେଁ ଯେ, ସମସ୍ତେ ସବୁ ଦିନ ଚାର୍ଟ ଲେଖିବେ ନା । କାରଣ ଥକିଯାଉଛନ୍ତି । ବାସ୍ତବରେ କ’ଣ
କରିବାକୁ ହେବ? ପ୍ରତ୍ୟେକ ଦିନ ନିଜର ମୁହଁକୁ ଦର୍ପଣରେ ଦେଖିବାକୁ ହେବ, ତେବେ ଜଣାଯିବ ଯେ, ମୁଁ
ଲକ୍ଷ୍ମୀଙ୍କୁ ବା ସୀତାଙ୍କୁ ବରଣ କରିବା ଯୋଗ୍ୟ ହୋଇଛି ନା ପ୍ରଜାରେ ଆସିବି? ପୁରୁଷାର୍ଥକୁ
ତୀବ୍ର କରିବା ପାଇଁ ଚାର୍ଟ ଲେଖିବାକୁ କୁହାଯାଇଥାଏ ଏବଂ ତୁମେମାନେ ଦେଖି ମଧ୍ୟ ପାରିବ ଯେ ଆମେ
କେତେ ସମୟ ଶିବବାବାଙ୍କୁ ମନେ ପକାଇଲୁ? ଏହାଦ୍ୱାରା ସାରା ଦିନର ଦିନଚର୍ଯ୍ୟା ସମ୍ମୁଖକୁ
ଆସିଯାଇଥାଏ । ଯେପରି ଛୋଟ ବୟସରୁ ଆରମ୍ଭ କରି ସାରା ଜୀବନର କଥା ମନେ ରହିଥାଏ ନା । ତେବେ କ’ଣ
ଗୋଟିଏ ଦିନର କଥା ମନେ ରହିବ ନାହିଁ । ଦେଖିବାକୁ ହେବ ଯେ, ଆମେ ବାବାଙ୍କୁ ଏବଂ ଚକ୍ରକୁ କେତେ
ସମୟ ମନେ ପକାଇଲୁ? ଏହିଭଳି ଅଭ୍ୟାସ କରିଲେ ରୁଦ୍ରମାଳାରେ ଆସିବାର ତୀବ୍ର ପୁରୁଷାର୍ଥ କରିପାରିବ
। ଏହା ହେଲା ଯୋଗର ଯାତ୍ରା, ଯାହାକୁ ଆଉ କେହି ଜାଣି ନାହାଁନ୍ତି ତେବେ ଶିଖାଇବେ କିପରି!
ତୁମେମାନେ ଜାଣିଛ ଯେ, ଏବେ ଆମକୁ ବାବାଙ୍କ ପାଖକୁ ଫେରିବାକୁ ହେବ । ବାବା ରାଜତ୍ୱର ହିଁ ବର୍ସା
ଦେଉଛନ୍ତି ସେଥିପାଇଁ ଏହାର ନାମ ରାଜଯୋଗ ରଖାଯାଇଛି ।
ତୁମେମାନେ ସମସ୍ତେ
ରାଜଋଷି ଅଟ । ସେମାନେ ହେଲେ ହଠଯୋଗ ଋଷି । ସେମାନେ ମଧ୍ୟ ପବିତ୍ର ରହିଥା’ନ୍ତି । ରାଜତ୍ୱ କରିବା
ପାଇଁ ତ ରାଜା ରାଣୀ ପ୍ରଜା ସବୁ ଦରକାର । ସନ୍ନ୍ୟାସୀମାନଙ୍କ ଭିତରେ ତ କେହି ରାଜା ରାଣୀ
ନାହାଁନ୍ତି । ସେମାନଙ୍କର ହଦର ବୈରାଗ୍ୟ, ତୁମର ଏହା ବେହଦର ବୈରାଗ୍ୟ ଅଟେ । ସେମାନେ ଘର ଦ୍ୱାର
ଛାଡିଛନ୍ତି ତଥାପି ଏହି ବିକାରୀ ଦୁନିଆରେ ହିଁ ରହିଥା’ନ୍ତି । କିନ୍ତୁ ତୁମମାନଙ୍କ ପାଇଁ ତ ଏହି
ଦୁନିଆ ପରେ ପୁଣି ସ୍ୱର୍ଗ, ଦୈବୀ ବଗିଚା ଆସିବ । ତେଣୁ ତାହା ହିଁ ତୁମର ମନେ ପଡିବ । ଏହି କଥାକୁ
କେବଳ ପିଲାମାନେ ହିଁ ବୁଦ୍ଧିରେ ରଖିପାରିବେ । ଅନେକ ଅଛନ୍ତି ଯେଉଁମାନେ ଚାର୍ଟ ମଧ୍ୟ ଲେଖିପାରୁ
ନାହାଁନ୍ତି । ଚାଲୁ ଚାଲୁ ଥକିଯାଉଛନ୍ତି । ସେଥିପାଇଁ ବାବା କହୁଛନ୍ତି - ପିଲାମାନେ ନିଜେ ନୋଟ୍
କର ଯେ, କେତେ ସମୟ ଆମେ ସବୁଠାରୁ ପ୍ରିୟ ବାବାଙ୍କୁ ମନେ ପକାଇଲୁ? ଯେଉଁ ଯୋଗବଳ ଦ୍ୱାରା ହିଁ ଆମକୁ
ବର୍ସା ନେବାକୁ ହେବ । ଯଦି ରାଜତ୍ୱର ବର୍ସା ନେବାକୁ ଚାହୁଁଛ ତେବେ ପ୍ରଜା ମଧ୍ୟ ଗଢିବାକୁ ପଡିବ
। ବାବା ସ୍ୱର୍ଗର ରଚୟିତା ତେଣୁ ତାଙ୍କଠାରୁ କାହିଁକି ସ୍ୱର୍ଗର ବର୍ସା ନ ମିଳିବ । ବହୁତ ଅଛନ୍ତି
ଯେଉଁମାନଙ୍କୁ ସ୍ୱର୍ଗର ବର୍ସା ମିଳିଥାଏ । ବାକି ସମସ୍ତଙ୍କୁ ଶାନ୍ତି ମିଳିଥାଏ । ବାବା
ସମସ୍ତଙ୍କୁ କହୁଛନ୍ତି ଯେ, ପିଲାମାନେ ଦେହ ସହିତ ଦେହର ସମସ୍ତ ସମ୍ବନ୍ଧ ଭୁଲ । ତୁମେମାନେ ଅଶରୀରୀ
ଆସିଥିଲ, ୮୪ ଜନ୍ମ ଭୋଗ କଲ ଏବେ ପୁଣି ଅଶରୀରୀ ହୁଅ । ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ କୁହାଯିବ ଯେ,
ତୁମେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କର ପଛରେ ଆସିଛ । ତୁମେମାନେ ମଧ୍ୟ ଅଶରୀର ହୋଇ ଆସିଥିଲ, ଏଠାରେ
ଶରୀର ନେଇ ଅଭିନୟ କଲ, ଏବେ ତୁମର ମଧ୍ୟ ଅଭିନୟ ଶେଷ ହେଲା । କଳିଯୁଗର ଅନ୍ତିମ ସମୟ ଏବେ ଆସିଯାଇଛି
। ତୁମେମାନେ ବାବାଙ୍କୁ ମନେ ପକାଅ । ମୁକ୍ତିଧାମବାଲା ଶୁଣି ବହୁତ ଖୁସି ହେବେ । କାରଣ ସେମାନେ
କେବଳ ମୁକ୍ତି ହିଁ ଚାହୁଁଛନ୍ତି । ଭାବୁଛନ୍ତି ଯେ, ଜୀବନମୁକ୍ତି ଅର୍ଥାତ୍ ସୁଖ ପରେ ପୁଣି ଯଦି
ଦୁଃଖରେ ଆସିବୁ, ଏହାଠାରୁ ତ ମୁକ୍ତି ଭଲ କିନ୍ତୁ ସେମାନେ ଏକଥା ତ ଜାଣିନାହାଁନ୍ତି ଯେ ସୁଖ ତ
ବହୁତ ରହିଛି । ଆମେ ଆତ୍ମାମାନେ ପରମଧାମରେ ବାବାଙ୍କ ସାଥୀରେ ରହିଥାଉ । କିନ୍ତୁ ପରମଧାମକୁ ଏବେ
ଭୁଲିଯାଇଛୁ । କହୁଛନ୍ତି - ବାବା ଆସି ସବୁ ସନ୍ଦେଶବାହକମାନଙ୍କୁ ପଠାଉଛନ୍ତି । କିନ୍ତୁ ବାସ୍ତବରେ
ଏମାନଙ୍କୁ କେହି ପଠାଉ ନାହାଁନ୍ତି । ଡ୍ରାମା ହିଁ ଏହିଭଳି ତିଆରି ହୋଇଛି । ଆମେ ତ ସମସ୍ତ
ଡ୍ରାମାକୁ ଜାଣିଗଲୁଣି । ତୁମମାନଙ୍କ ବୁଦ୍ଧିରେ ବାବା ଏବଂ ଚକ୍ର ମନେ ଅଛି, ତେଣୁ ତୁମେମାନେ
ନିଶ୍ଚିତ ଭାବରେ ଚକ୍ରବର୍ତ୍ତୀ ରାଜା ହେବ । ମନୁଷ୍ୟମାନେ ତ ଭାବୁଛନ୍ତି ଯେ, ଏଠାରେ ବହୁତ ଦୁଃଖ
ରହିଛି ସେଥିପାଇଁ ସମସ୍ତେ ମୁକ୍ତି ପାଇବାକୁ ଚାହୁଁଛନ୍ତି । ତେଣୁ ଏହି ଗତି ସଦ୍ଗତି ଦୁଇଟି
ଅକ୍ଷର ଚାଲି ଆସୁଛି । କିନ୍ତୁ ଏହାର ଅର୍ଥକୁ କେହି ବି ଜାଣିନାହାଁନ୍ତି । ତୁମେମାନେ ଜାଣିଛ ଯେ,
ସମସ୍ତଙ୍କର ସଦ୍ଗତି ଦାତା ଏକମାତ୍ର ବାବା ହିଁ ଅଟନ୍ତି, ବାକି ସମସ୍ତେ ହେଉଛନ୍ତି ପତିତ । ଏବେ
ସାରା ଦୁନିଆ ହିଁ ପତିତ । ଏହି କଥାକୁ ଶୁଣି କେହି କେହି ମଧ୍ୟ ବିଗିଡିଯାଉଛନ୍ତି । ତେଣୁ ବାବା
କହୁଛନ୍ତି, ଏହି ଶରୀରକୁ ମଧ୍ୟ ଭୁଲିଯାଅ । ମୁଁ ତୁମକୁ ଅଶରୀରୀ ପଠାଇଥିଲି । ଏବେ ମଧ୍ୟ ତୁମକୁ
ଅଶରୀରୀ ହୋଇ ମୋ ସାଥୀରେ ଯିବାକୁ ହେବ । ଏହାକୁ ହିଁ ଜ୍ଞାନ ଅଥବା ଶିକ୍ଷା କୁହାଯାଏ । ଏହି
ଶିକ୍ଷା ଦ୍ୱାରା ହିଁ ସଦ୍ଗତି ହୋଇଥାଏ । ଏହି ଯୋଗବଳ ଦ୍ୱାରା ତୁମେମାନେ ସର୍ବଦା ସୁସ୍ଥ ମଧ୍ୟ
ହେଉଛ । ତୁମେମାନେ ସତ୍ୟଯୁଗରେ ବହୁତ ସୁଖୀ ଥିଲ । କୌଣସି ଜିନଷର ଅଭାବ ନଥିଲା । ଦୁଃଖ ଦେଲା ଭଳି
କୌଣସି ବିକାର ସେଠାରେ ନଥିଲା । ସେଥିପାଇଁ ମୋହଜିତ୍ ରାଜାଙ୍କର କଥା ଶୁଣାଉଛନ୍ତି । ବାବା
କହୁଛନ୍ତି - ମୁଁ ତୁମକୁ ଏଭଳି କର୍ମ ଶିଖାଉଛି, ଯାହା ଦ୍ୱାରା ତୁମକୁ କେବେ ପଶ୍ଚାତାପ କରିବାକୁ
ପଡିବ ନାହିଁ । ସେଠାରେ ଏହିଭଳି ଥଣ୍ଡା ମଧ୍ୟ ହେବ ନାହିଁ । ଏବେ ତ ୫ ତତ୍ୱ ମଧ୍ୟ ତମଃପ୍ରଧାନ
ହୋଇଯାଇଛି । କେତେବେଳେ ବହୁତ ଗରମ ହେଉଛି ତ କେତେବେଳେ ପୁଣି ବହୁତ ଥଣ୍ଡା ହେଉଛି । ସେଠାରେ
କିନ୍ତୁ ଏହିଭଳି ପ୍ରାକୃତିକ ବିପର୍ଯ୍ୟୟ ହେବ ନାହିଁ । ସର୍ବଦା ବସନ୍ତ ଋତୁ ରହିବ । କାହିଁକି ନା
ସେଠାରେ ପ୍ରକୃତି ସତ୍ତ୍ୱପ୍ରଧାନ ରହିଥାଏ । ଏବେ ତ ପ୍ରକୃତି ତମଃପ୍ରଧାନ ହୋଇଯାଇଛି । ତେବେ
ମନୁଷ୍ୟ କିପରି ଭଲ ହେବେ । ଭାରତର ଏତେ ବଡ-ବଡ ମାଲିକମାନେ ସନ୍ନ୍ୟାସୀମାନଙ୍କ ପଛରେ ଘୂରି
ବୁଲୁଛନ୍ତି । କିନ୍ତୁ କନ୍ୟାମାନେ ସେମାନଙ୍କ ପାଖକୁ ଯେତେବେଳେ ଯାଉଛନ୍ତି ତେବେ ସେମାନେ
କହୁଛନ୍ତି ଯେ, ଆମକୁ ଫୁରସତ ନାହିଁ । ତେବେ ଏଥିରୁ ବୁଝିବାକୁ ହୁଏ ଯେ, ଏହାଙ୍କ ଭାଗ୍ୟରେ
ସ୍ୱର୍ଗର ସୁଖ ନାହିଁ । ଏମାନେ ବ୍ରାହ୍ମଣ କୁଳର ସଦସ୍ୟ ନୁହଁନ୍ତି, ଏମାନେ ଜାଣି ନାହାଁନ୍ତି ଯେ,
ଭଗବାନ କିପରି ଏବଂ କେବେ ଏଠାକୁ ଆସୁଛନ୍ତି । ଯଦିଓ ଶିବଜୟନ୍ତୀ ପାଳନ କରୁଛନ୍ତି କିନ୍ତୁ ଶିବଙ୍କୁ
ସମସ୍ତେ ଭଗବାନ ବୋଲି ଭାବୁନାହାଁନ୍ତି । ଯଦି ଶିବଙ୍କୁ ପରମପିତା ପରମାତ୍ମା ବୋଲି ଭାବୁଥା’ନ୍ତେ
ତେବେ ସେଦିନ ଛୁଟି ପାଳନ କରିଥା’ନ୍ତେ । ବାବା କହୁଛନ୍ତି, ମୋର ଜନ୍ମ ମଧ୍ୟ ଭାରତରେ ହୋଇଥାଏ ।
ଏଠାରେ ମନ୍ଦିର ମଧ୍ୟ ଅଛି । ତେବେ ନିଶ୍ଚିତ କାହାର ଶରୀରରେ ପ୍ରବେଶ କରିଥିବେ । ଶାସ୍ତ୍ରରେ
ଦେଖାଇଛନ୍ତି ଯେ, ଦକ୍ଷ ପ୍ରଜାପତି ଯଜ୍ଞ ରଚନା କରିଥିଲେ । ତେବେ କ’ଣ ତାଙ୍କ ଶରୀରରେ ଆସିଥିବେ!
ଏହା ମଧ୍ୟ କହୁନାହାଁନ୍ତି । କୃଷ୍ଣ ତ ସତ୍ୟଯୁଗରେ ଆସିବେ । ବାବା ନିଜେ କହୁଛନ୍ତି ଯେ ମୋତେ
ବ୍ରହ୍ମା ମୁଖ ଦ୍ୱାରା ବ୍ରାହ୍ମଣ ବଂଶାବଳୀ ରଚନା କରିବାକୁ ହେବ । କାହାକୁ ବି ତୁମେମାନେ ଏକଥା
ମଧ୍ୟ ବୁଝାଇପାରିବ ଯେ, ବାବା କେତେ ସହଜ କଥା ବୁଝାଉଛନ୍ତି । କହୁଛନ୍ତି - କେବଳ ମୋତେ ମନେ ପକାଅ
। କିନ୍ତୁ ମାୟା ଏତେ ଶକ୍ତିଶାଳୀ ଯେ, ବାବାଙ୍କୁ ମନେ ପକାଇବାକୁ ଦେଉନାହିଁ । ମାୟା ତୁମର
ଅଧାକଳ୍ପର ଶତ୍ରୁ । ଯେଉଁ ଶତ୍ରୁ ଉପରେ ତୁମକୁ ବିଜୟୀ ହେବାକୁ ପଡିବ । ଭକ୍ତିମାର୍ଗରେ ମନୁଷ୍ୟ
ଥଣ୍ଡାରେ ସ୍ନାନ କରିବାକୁ ଯାଇଥା’ନ୍ତି । କେତେ ଧକ୍କା ଖାଇଥା’ନ୍ତି । ଦୁଃଖ ସହିଥା’ନ୍ତି । ଏହା
ତ ପାଠଶାଳା ଅଟେ । ଏଠାରେ ତୁମକୁ ପଢିବାକୁ ପଡିବ, ଏଥିରେ ଧକ୍କା ଖାଇବାର କୌଣସି କଥା ହିଁ ନାହିଁ
। ପାଠଶାଳାରେ ତ ଅନ୍ଧଶ୍ରଦ୍ଧାର କୌଣସି କଥା ହିଁ ନାହିଁ । ମନୁଷ୍ୟମାନେ ତ ବହୁତ ଅନ୍ଧଶ୍ରଦ୍ଧାରେ
ଫସି ରହିଛନ୍ତି । କେତେ ଗୁରୁ ଆଦି କରୁଛନ୍ତି । କିନ୍ତୁ ମନୁଷ୍ୟ ତ କେବେ ବି ମନୁଷ୍ୟଙ୍କର ସଦ୍ଗତି
କରିପାରିବେ ନାହିଁ । ଯେଉଁମାନେ ମନୁଷ୍ୟକୁ ଗୁରୁ କରୁଛନ୍ତି, ତାହା ଅନ୍ଧଶ୍ରଦ୍ଧା ହେଲା ନା ।
ଆଜିକାଲି ଛୋଟ ପିଲାମାନଙ୍କର ମଧ୍ୟ ଗୁରୁ କରାଇ ଦେଉଛନ୍ତି । ନଚେତ୍ ନିୟମ ଅଛି ଯେ, ବାନପ୍ରସ୍ଥ
ଅବସ୍ଥା ଆସିଲେ ହିଁ ଗୁରୁ କରି ଥାଆନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ତୀବ୍ର
ପୁରୁଷାର୍ଥ କରିବା ପାଇଁ ଯୋଗର ଚାର୍ଟ ନିଶ୍ଚିତ ରଖିବାକୁ ହେବ । ପ୍ରତିଦିନ ଦର୍ପଣରେ ନିଜର
ମୁହଁକୁ ଦେଖିବାକୁ ହେବ । ଯାଞ୍ଚ କରିବାକୁ ହେବ - ମୁଁ ପରମପ୍ରିୟ ବାବାଙ୍କୁ କେତେ ସମୟ ମନେ
ପକାଉଛି ।
(୨) ଯାହା କିଛି ପଢିଛ
ସେସବୁକୁ ଭୁଲି ଚୁପ ରହିବାର ଅଛି । ମୁଖ ଦ୍ୱାରା କିଛି ବି କହିବାର ନାହିଁ । ବାବାଙ୍କର ସ୍ମୃତି
ଦ୍ୱାରା ବିକର୍ମର ବିନାଶ କରିବାର ଅଛି ।
ବରଦାନ:-
ପ୍ରତ୍ୟେକ କଥାରେ
ମୁଖରେ ବା ମନରେ ବାବା-ବାବା କହି ମୁଁ ପଣିଆକୁ ସମାପ୍ତ କରୁଥିବା ସଫଳତାମୂରତ ହୁଅ ।
ତୁମେ ଅନେକ ଆତ୍ମାଙ୍କର
ଉମଙ୍ଗ-ଉତ୍ସାହକୁ ବୃଦ୍ଧି କରାଉଥିବାର ନିମିତ୍ତ ପିଲାମାନେ କେବେ ବି ମୁଁ ପଣିଆରେ ଆସିବ ନାହିଁ ।
ମୁଁ କରିଛି ବୋଲି କେବେ ବି କହିବ ନାହିଁ । ବାବା ମୋତେ ନିମିତ୍ତ କରିଛନ୍ତି । ମୁଁ ପରିବର୍ତ୍ତେ
ମେରା ବାବା, ମୁଁ କରିଛି, ମୁଁ କହୁଛି - ଏହା ନୁହେଁ । ବାବା କରାଇଛନ୍ତି ବାବା କରିଛନ୍ତି...
ତାହା ହେଲେ ସଫଳତାମୂରତ ହୋଇଯିବ । ଯେତେ ତୁମ ମୁଖରୁ ବାବା-ବାବା ଶବ୍ଦ ବାହାରିବ ସେତେ ଅନେକଙ୍କୁ
ବାବାଙ୍କର କରିପାରିବ । ସମସ୍ତଙ୍କ ମୁଖରୁ ଏହି କଥା ବାହାରୁ ଯେ ୟାଙ୍କର ବାଣୀରେ ତଥା ହୃଦୟରେ
କେବଳ ବାବା ହିଁ ଅଛନ୍ତି ।
ସ୍ଲୋଗାନ:-
ସଂଗମ ଯୁଗରେ
ନିଜର ଶରୀର-ମନ ଏବଂ ଧନକୁ ସଫଳ କରିବା ଏବଂ ସମ୍ପତ୍ତିକୁ ବୃଦ୍ଧି କରିବା ହିଁ ବୁଦ୍ଧିମତ୍ତା ଅଟେ
।