09.02.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମମାନଙ୍କୁ ତନ-ମନ-ଧନ ଲଗାଇ ପ୍ରକୃତ ଆତ୍ମିକ ସେବା କରିବାକୁ ହେବ । ଆତ୍ମିକ ସେବା ଦ୍ୱାରା ହିଁ ଭାରତ ସ୍ୱର୍ଣ୍ଣିମଯୁଗ ହୋଇଯିବ ।

ପ୍ରଶ୍ନ:-
ଚିନ୍ତା ମୁକ୍ତ ହେବାକୁ ହେଲେ ସର୍ବଦା କେଉଁ କଥାକୁ ମନେ ରଖିବାକୁ ହେବ ଏବଂ ତୁମେ କେତେବେଳେ ଚିନ୍ତାରୁ ମୁକ୍ତ ରହିପାରିବ ?

ଉତ୍ତର:-
ଚିନ୍ତାରୁ ମୁକ୍ତ ରହିବାକୁ ହେଲେ ସର୍ବଦା ଏହା ମନେ ରହୁ ଯେ ଡ୍ରାମା ବିଲକୁଲ୍ ସଠିକ୍ ଭାବରେ ତିଆରି ହୋଇଛି । ଯାହା ବି ଡ୍ରାମା ଅନୁସାରେ ଚାଲୁଛି ତାହା ସବୁ ସଠିକ୍ ଅଟେ । କିନ୍ତୁ ତୁମେମାନେ ଏବେ ଚିନ୍ତାରୁ ମୁକ୍ତ ହୋଇପାରିବ ନାହିଁ । ଯେତେବେଳେ ତୁମର କର୍ମାତୀତ ଅବସ୍ଥା ହୋଇଯିବ, ସେତେବେଳେ ତୁମେ ଚିନ୍ତାରୁ ମୁକ୍ତ ହୋଇଯିବ, ସେଥିପାଇଁ ଯୋଗ ଭଲ ଭାବରେ କରିବା ଦରକାର । ଯୋଗୀ ଏବଂ ଜ୍ଞାନୀ ସନ୍ତାନ କେବେ ଲୁଚି ରହିପାରିବେ ନାହିଁ ।

ଓମ୍ ଶାନ୍ତି ।
ପତିତପାବନ ଶିବଭଗବାନୁବାଚ । ବାବା ବୁଝାଇଛନ୍ତି ଦେହଧାରୀ ମନୁଷ୍ୟକୁ କେବେହେଲେ ଭଗବାନ କୁହାଯାଇପାରିବ ନାହିଁ । ମନୁଷ୍ୟ ଏହା ମଧ୍ୟ ଜାଣିଛନ୍ତି ଭଗବାନ ହିଁ ପତିତ-ପାବନ । ଶ୍ରୀକୃଷ୍ଣଙ୍କୁ ପତିତ-ପାବନ କୁହାଯିବ ନାହିଁ । ବିଚରା ବହୁତ ଦ୍ୱନ୍ଦ୍ୱରେ ପଡି ରହିଛନ୍ତି । ଭାରତରେ ଯେତେବେଳେ ସୂତା ଅଡୁଆ ହୋଇଯାଇଥାଏ ସେତେବେଳେ ଶିବବାବାଙ୍କୁ ଆସିବାକୁ ପଡୁଛି । ବାବାଙ୍କ ବ୍ୟତୀତ ତାର କେହି ସମାଧାନ କରିପାରିବେ ନାହିଁ । ସିଏ ହିଁ ପତିତ-ପାବନ ଶିବବାବା ଅଟନ୍ତି, ଯାହାଙ୍କୁ କେବଳ ତୁମେ ପିଲାମାନେ ହିଁ ଜାଣିଛ । ତାହା ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ । ଯଦିଓ ଏଠାରେ ବସିଛନ୍ତି, ପ୍ରତ୍ୟହ ଶୁଣୁଛନ୍ତି ତେବେ ମଧ୍ୟ କେତେକ ସନ୍ତାନଙ୍କର ମନରେ ଏହା ଆସୁନାହିଁ ଯେ ଆମେ ଶିବବାବାଙ୍କର ନିକଟରେ ବସିଛୁ, ସିଏ ଏହି ବ୍ରହ୍ମାଙ୍କ ଶରୀରରେ ବିରାଜମାନ ହୋଇଛନ୍ତି, ଆମକୁ ପଢାଉଛନ୍ତି, ପବିତ୍ର କରାଉଛନ୍ତି, ଯୁକ୍ତି ବତାଉଛନ୍ତି ।

ତୁମେମାନେ ସ୍ୱଦର୍ଶନ ଚକ୍ରଧାରୀ ହୋଇ ରଚୟିତା ଏବଂ ରଚନାର ଜ୍ଞାନ ପ୍ରାପ୍ତ କରି କାମ ବିକାର ଉପରେ ବିଜୟ ପ୍ରାପ୍ତ କରି ଜଗତଜିତ୍ ହେଉଛ । ତେବେ ସେହି ପିତା ପତିତ-ପାବନ ହେଲେ ନା । ତେବେ ନୂତନ ରଚନାର ରଚୟିତା ହେଲେ ଏବେ ତୁମେମାନେ ବେହଦର ରାଜ୍ୟ ପ୍ରାପ୍ତ କରିବା ପାଇଁ ପୁରୁଷାର୍ଥ କରୁଥାଅ । ପ୍ରତ୍ୟେକ ଆତ୍ମା ବୁଝୁଛନ୍ତି ଆମେ ଶିବବାବାଙ୍କ ଠାରୁ ରାଜ୍ୟ ଭାଗ୍ୟ ନେଉଛୁ । ଏହାକୁ ମଧ୍ୟ ଯଥାର୍ଥ ଭାବରେ ବୁଝିପାରୁ ନାହାଁନ୍ତି । କେହି କେହି ଅଳ୍ପ ଜାଣିଛନ୍ତି, ଆଉ କେହି ତ ବିଲକୁଲ୍ ହିଁ ଜାଣିନାହାଁନ୍ତି । ଶିବବାବା କହୁଛନ୍ତି ମୁଁ ହିଁ ପତିତ-ପାବନ । କେହି ଯଦି ମୋତେ ଆସି ପଚାରିବେ ତେବେ ମୁଁ ତାଙ୍କୁ ନିଜର ପରିଚୟ ଦେଇପାରିବି । ତୁମମାନଙ୍କୁ ମଧ୍ୟ ବାବା ନିଜର ପରିଚୟ ଦେଇଛନ୍ତି ନା । ଶିବବାବା କହୁଛନ୍ତି ମୁଁ ସାଧାରଣ ବୃଦ୍ଧ ଶରୀରରେ ପ୍ରବେଶ କରୁଛି । ଏହା ହେଉଛି ବ୍ରହ୍ମାଙ୍କର ସାଧାରଣ ଶରୀର । ଇଏ ବୃକ୍ଷର ଆରମ୍ଭରେ ଛିଡା ହୋଇଛନ୍ତି ଅର୍ଥାତ୍ ପତିତ ଦୁନିଆରେ ଛିଡା ହୋଇଛନ୍ତି ପୁଣି ତଳେ ତପସ୍ୟା କରୁଛନ୍ତି । ୟାଙ୍କୁ ମଧ୍ୟ ଶିବବାବା ତପସ୍ୟା କରିବା ଶିଖାଉଛନ୍ତି ଏବଂ ରାଜଯୋଗ ଶିଖାଉଛନ୍ତି । ତଳେ ଆଦିଦେବ ଅଛନ୍ତି ଏବଂ ଉପରେ ଆଦିନାଥ ଅଛନ୍ତି । ତୁମେମାନେ ଅନ୍ୟମାନଙ୍କୁ ବୁଝାଇପାରିବ ଯେ ଆମେ ବ୍ରାହ୍ମଣମାନେ ଶିବବାବାଙ୍କର ସନ୍ତାନ ଅଟୁ । ତୁମେମାନେ ମଧ୍ୟ ତାଙ୍କର ସନ୍ତାନ, କିନ୍ତୁ ତାଙ୍କୁ ଜାଣି ନାହିଁ । ଭଗବାନ ହେଉଛନ୍ତି ଜଣେ, ଆଉ ସମସ୍ତେ ଭାଇ-ଭାଇ ଅଟନ୍ତି । ବାବା କହୁଛନ୍ତି ମୁଁ ନିଜ ସନ୍ତାମାନଙ୍କୁ ହିଁ ପଢାଉଛ । ଯେଉଁମାନେ ମୋତେ ଚିହ୍ନିଛନ୍ତି ସେମାନଙ୍କୁ ହିଁ ପାଠ ପଢାଇ ଦେବତା କରୁଛି । ଭାରତ ହିଁ ସ୍ୱର୍ଗ ଥିଲା କିନ୍ତୁ ଏବେ ନର୍କ ହୋଇଯାଇଛି । ଯିଏ କାମ ବିକାର ଉପରେ ବିଜୟ ପ୍ରାପ୍ତ କରିବ ସିଏ ହିଁ ଜଗତଜିତ୍ ହୋଇପାରିବ । ମୁଁ ସ୍ୱର୍ଣ୍ଣିମ ଦୁନିଆର ସ୍ଥାପନା କରୁଛି । ଅନେକ ଥର ଏହି ଭାରତରେ ସ୍ୱର୍ଣ୍ଣିମଯୁଗ ହୋଇଛି ପୁଣି ଲୌହଯୁଗ ଆସିଛି ଏକଥା କେହି ମଧ୍ୟ ଜାଣିନାହାଁନ୍ତି । ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ କେହି ଜାଣିନାହାଁନ୍ତି । ମୁଁ ହେଉଛି ଜ୍ଞାନର ସାଗର । ମୁଁ ତୁମକୁ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ବୁଝାଉଛି । ମୁଁ ୟାଙ୍କର ସାଧାରଣ ଶରୀରରେ ପ୍ରବେଶ ହୋଇ ଜ୍ଞାନ ଦେଉଛି । ଏବେ ତୁମେମାନେ ମଧ୍ୟ ପବିତ୍ର ହୁଅ । ଏହି ବିକାର ଗୁଡିକ ଉପରେ ବିଜୟ ପ୍ରାପ୍ତ କରିବା ଦ୍ୱାରା ତୁମେ ଜଗତଜିତ୍ ହୋଇଯିବ । ଏତେ ସବୁ ସନ୍ତାନ ଏବେ ପୁରୁଷାର୍ଥ କରୁଛନ୍ତି । ଏମାନେ ତନ-ମନ-ଧନ ଲଗାଇ ରୁହାନୀ ସେବା କରୁଛନ୍ତି, ଶାରୀରିକ ନୁହେଁ । ଏହାକୁ ଆଧ୍ୟାତ୍ମିକ ଜ୍ଞାନ କୁହାଯାଏ । ଏହା କୌଣସି ଭକ୍ତି ନୁହେଁ । ଭକ୍ତିର ଯୁଗ ହେଉଛି ଦ୍ୱାପର ଏବଂ କଳିଯୁଗ, ଯାହାକୁ ବ୍ରହ୍ମାଙ୍କର ରାତି କୁହାଯାଏ ଏବଂ ସତ୍ୟଯୁଗ-ତ୍ରେତାଯୁଗକୁ ବ୍ରହ୍ମାଙ୍କ ଦିନ କୁହାଯାଏ । ଯଦି କେହି ଗୀତାଶାସ୍ତ୍ରବାଦୀ ଆସୁଛନ୍ତି ତାଙ୍କୁ ମଧ୍ୟ ବୁଝାଇବା ଦରକାର ଯେ ଗୀତାରେ ବହୁତ ଭୁଲ ରହିଛି । ତାଙ୍କୁ ପଚାରିବା ଦରକାର ଗୀତା କିଏ ଶୁଣାଇଛନ୍ତି, ରାଜଯୋଗ କିଏ ଶିଖାଇଛନ୍ତି ? କାମ ବିକାର ଉପରେ ବିଜୟ ପ୍ରାପ୍ତ କରିଲେ ତୁମେ ଜଗତଜିତ୍ ହୋଇଯିବଏକଥା କିଏ କହିଛନ୍ତି ? ଏହି ଲକ୍ଷ୍ମୀ-ନାରାୟଣ ମଧ୍ୟ ଜଗତଜିତ୍ ହୋଇଛନ୍ତି ନା । ୟାଙ୍କର ୮୪ ଜନ୍ମର ରହସ୍ୟ ମଧ୍ୟ ବସି ବୁଝାଇବା ଦରକାର । କେହି ବି ହୁଅନ୍ତୁ, ଜ୍ଞାନ ନେବା ପାଇଁ ତ ଏଠାକୁ ଆସିବାକୁ ପଡିବ ନା । ମୁଁ ତ ପିଲାମାନଙ୍କୁ ପଢାଉଛି । କିନ୍ତୁ ତୁମମାନଙ୍କ ଭିତରେ ମଧ୍ୟ କେତେକ ଏତେ ବୁଝିପାରୁନାହାଁନ୍ତି ସେଥିପାଇଁ ଗାୟନ ଅଛି କୋଟିକରେ କେହି.... । ମୁଁ ଯିଏ, ଯେପରି ଅଟେ-- ଏକଥାକୁ ୫ ପ୍ରତିଶତ ମଧ୍ୟ ଜାଣି ନାହାଁନ୍ତି । କିନ୍ତୁ ତୁମେମାନେ ବାବାଙ୍କୁ ଜାଣି ଯଥାର୍ଥ ରୀତିରେ ମନେ ପକାଇବାକୁ ହେବ । କେବଳ ମୋତେ କାହିଁକି ମନେ ପକାଉନାହଁ ? କହୁଛନ୍ତି ବାବା ଆପଣଙ୍କୁ ଭୁଲିଯାଉଛୁ । ଆରେ, ତୁମେ ବାବାଙ୍କୁ ମନେ ପକାଇପାରିବ ନାହିଁ । ଏମିତି ତ ବାବା ଜାଣୁଛନ୍ତି ଯେ ଏହା କଷ୍ଟକର କାର୍ଯ୍ୟ, ତଥାପି ମଧ୍ୟ ପୁରୁଷାର୍ଥ କରାଇବା ପାଇଁ ଉତ୍ସାହ ବଢାଉଛନ୍ତି । ଆରେ, ଯେଉଁ ବାବା ତୁମକୁ କ୍ଷୀର ସାଗରକୁ ନେଇଯାଉଛନ୍ତି, ବିଶ୍ୱର ମାଲିକ କରୁଛନ୍ତି, ତାଙ୍କୁ ତୁମେ ଭୁଲିଯାଉଛ । ମାୟା ମଧ୍ୟ ନିଶ୍ଚିତ ଭୁଲାଇବ । ସମୟ ତ ଲାଗିବ । ଏମିତି ମଧ୍ୟ ନୁହେଁ ଯେ ନିଶ୍ଚିତ ମାୟା ତ ଭୁଲାଇବ, ସେଥିପାଇଁ ଚୁପ୍ (ଥଣ୍ଡା) ହୋଇ ବସିଯାଅ । ନା, ପୁରୁଷାର୍ଥ ନିଶ୍ଚିତ କରିବାକୁ ହେବ । କାମ ବିକାର ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । କେବଳ ମୋତେ ମନେ ପକାଇଲେ ବିକର୍ମ ବିନାଶ ହୋଇଯିବ । ଯେମିତି ମୁଁ ତୁମମାନଙ୍କୁ ସନ୍ତାନ କହୁଛି ସେମିତି ବଡରୁ ବଡ ବିଚାରପତି (ଜଜ୍) ଆସିଲେ ତାଙ୍କୁ ମଧ୍ୟ ବାପା ସନ୍ତାନ ବାପା ବୋଲି କହିବେ କାହିଁକି ନା ମୁଁ ହେଉଛି ଉଚ୍ଚରୁ ଉଚ୍ଚ ଭଗବାନ । ତୁମମାନଙ୍କୁ ରାଜକୁମାର-ରାଜକୁମାରୀର ପଦ ପ୍ରାପ୍ତ କରାଇବା ପାଇଁ ସବୁଠାରୁ ଶ୍ରେଷ୍ଠ ପାଠ ମୁଁ ହିଁ ପଢାଉଛି । ବାବା କହୁଛନ୍ତି ମୁଁ ୟାଙ୍କୁ ଅର୍ଥାତ୍ ବ୍ରହ୍ମାଙ୍କୁ ପଢାଉଛି । ଇଏ ପୁଣି ଶ୍ରୀକୃଷ୍ଣ ହେଉଛନ୍ତି । ବ୍ରହ୍ମା-ସରସ୍ୱତୀ ହିଁ ଲକ୍ଷ୍ମୀ-ସରସ୍ୱତୀ ହେବେ । ଏହି ପ୍ରବୃତ୍ତିମାର୍ଗ ଚାଲି ଆସୁଛି । ନିବୃତ୍ତିମାର୍ଗୀ ବାଲା ରାଜଯୋଗ ଶିଖାଇପାରିବେ ନାହିଁ । ରାଜା-ରାଣୀ ଉଭୟ ଦରକାର । ସନ୍ନ୍ୟାସୀମାନେ ବିଦେଶକୁ ଯାଇ କହୁଛନ୍ତି ଆମେ ରାଜଯୋଗ ଶିଖାଉଛୁ । କିନ୍ତୁ ସେମାନେ ତ ସୁଖକୁ କାକ ବିଷ୍ଠା ସମାନ କହୁଛନ୍ତି ତେବେ ପୁଣି ରାଜଯୋଗ କିପରି ଶିଖାଇବେ । ତେଣୁ ପିଲାମାନଙ୍କୁ ସେବା କରିବା ପାଇଁ ଆଗ୍ରହ ଆସିବା ଦରକାର । କିନ୍ତୁ ପିଲାମାନେ ଶିଶୁ ଅବସ୍ଥାରେ ଅଛନ୍ତି, ସାବାଳକ ହୋଇନାହାଁନ୍ତି । ତେଣୁ ସାବାଳକ ହେବା ପାଇଁ ସାହସ ଦରକାର ।

ବାବା କହୁଛନ୍ତି ଏହା ହେଉଛି ରାବଣ ସମ୍ପଦ୍ରାୟ । ତୁମେ ଡାକୁଛ ହେ ପତିତ-ପାବନ ଆସ । ତେବେ ଏହା ପତିତ ଦୁନିଆ କଣ ନା ପାବନ ଦୁନିଆ ? ତୁମେମାନେ ନିଜକୁ ନରକବାସୀ ବୋଲି ମନେ କରୁଛ ନା । ଏହା କଣ ଦୈବୀ ସମ୍ପ୍ରଦାୟ କି ? ଏଠାରେ କଣ ରାମରାଜ୍ୟ ଚାଲିଛି ? ତୁମେ କଣ ରାବଣ ରାଜ୍ୟର ନୁହଁ ? ଏବେ ଏହି ରାବଣ ରାଜ୍ୟରେ ସମସ୍ତଙ୍କର ଆସୁରୀ ବୁଦ୍ଧି ଅଟେ । ତେବେ ଆସୁରୀ ବୁଦ୍ଧିକୁ ଦୈବୀ ବୁଦ୍ଧିରେ କିଏ ପରିଣତ କରୁଛନ୍ତି ? ଏହିଭଳି ୪-୫ ଟି ଲେଖାଏଁ ପ୍ରଶ୍ନ ପଚାର ଯାହାକି ମନୁଷ୍ୟମାନେ ଭାବିବେ । ପିଲାମାନଙ୍କର କର୍ତ୍ତବ୍ୟ ହେଉଛି-- ବାବାଙ୍କର ପରିଚୟ ଦେବା । ବୃକ୍ଷ ତ ଧୀରେ ଧୀରେ ବଢୁଛି, ପୁଣି ବୃଦ୍ଧି ପ୍ରାପ୍ତ କରିବ । ମାୟା ମଧ୍ୟ ଚକ୍ର ବୁଲାଇ ଏକଦମ ତଳକୁ ଖସାଇ ଦେଉଛି । ମୁଷ୍ଟିଯୁଦ୍ଧରେ ମଧ୍ୟ ବହୁତ ମରୁଛନ୍ତି ସେହିଭଳି ଏଥିରେ ମଧ୍ୟ ବହୁତ ମରୁଛନ୍ତି ଅର୍ଥାତ୍ ବିକାରରେ ଯିବା ହିଁ ମରିବା ସହିତ ସମାନ ପୁଣି ତାଙ୍କୁ ଆରମ୍ଭରୁ ପୁରୁଷାର୍ଥ କରିବାକୁ ହେବ । ବିକାର ହିଁ ଏକଦମ୍ ମାରି ଦେଉଛି । ଯାହାକିଛି କଳଙ୍କ ଛଡାଇ ପତିତରୁ ପାବନ ହୋଇଥିଲେ, ସେହି ରୋଜଗାର ଖାଲି ହୋଇଯାଉଛି । ପୁଣି ପ୍ରାରମ୍ଭରୁ ପରିଶ୍ରମ କରିବାକୁ ହେବ । ଏମିତି ନୁହେଁ ଯେ ତାଙ୍କୁ ଅନୁମତି ଦିଆଯିବ ନାହିଁ । ନା, ତାଙ୍କୁ ବୁଝାଇବାକୁ ହେବ ଯେ ଯାହା କିଛି ଯୋଗର ଯାତ୍ରା କରିଥିଲ, ପାଠ ପଢିଥିଲ ସେସବୁ ସମାପ୍ତ ହୋଇଗଲା । ଏକଦମ୍ ତଳକୁ ଖସିଯାଇଛ । ତଥାପି ଯଦି ଏହିଭଳି ବାରମ୍ବାର ତଳକୁ ଖସି ଖସି ଯିବ ତେବେ କୁହାଯିବ ଗେଟ୍ ଆଉଟ୍ (ବହିଷ୍କାର) । ଥରେ-ଦୁଇଥର ଗ୍ରହଣ କରାଯିବ । ଦୁଇଥର କ୍ଷମା ମଧ୍ୟ ମିଳିଯିବ, ତାପରେ ତାଙ୍କ ଉପରେ କୌଣସି ଆଶା ରଖାଯାଇପାରିବ ନାହିଁ । ସତ୍ୟଯୁଗରେ ତ ଆସିବେ କିନ୍ତୁ ଏକଦମ୍ ଛୋଟ ପଦ ପାଇବେ । ଉଚ୍ଚପଦ ତୁଳନାରେ ଏପରି କୁହାଯିବ ନା । ତେଣୁ ଯିଏ ବିଲକୁଲ୍ କମ୍ ପଦ ପ୍ରାପ୍ତ କରନ୍ତି ତାଙ୍କୁ ନୀଚ୍ଚ ଶ୍ରେଣୀର କୁହାଯିବ । ଦାସ-ଦାସୀ, ଚଣ୍ଡାଳ, ପ୍ରଜାମାନଙ୍କର ମଧ୍ୟ ଅନେକ ଚାକର-ବାକର ରହିବେ । ବାବା ତ ଜାଣିଛନ୍ତି ମୁଁ ଏମାନଙ୍କୁ ପାଠ ପଢାଉଛି । ପ୍ରତ୍ୟେକ ୫ ହଜାର ବର୍ଷ ପରେ ମୁଁ ପଢାଉଛି । ଦୁନିଆର ମନୁଷ୍ୟ ତ ଲକ୍ଷ-ଲକ୍ଷ ବର୍ଷ କହି ଦେଉଛନ୍ତି । ପରବର୍ତ୍ତୀ ସମୟରେ ଏହା ମଧ୍ୟ କହିବାକୁ ଲାଗିପଡିବେ ଯେ ବାସ୍ତବରେ ୫ ହଜାର ବର୍ଷର କଥା । ସେହି ମହାବିନାଶର ଲଢେଇ ଲାଗୁଛି । କିନ୍ତୁ ସେମାନେ ଯୋଗର ଯାତ୍ରାରେ ରହିପାରିବେ ନାହିଁ । ଦିନକୁ ଦିନ ବିଳମ୍ବ ହୋଇ ଚାଲିଛି । ଗାୟନ ମଧ୍ୟ କରାଯାଉଛି ବହୁତ ଗଲା ଅଳ୍ପ ରହିଲା... । ଏସବୁ ଏହି ସମୟର କଥା । ତେବେ ପବିତ୍ର ହେବାରେ ଆଉ ଅଳ୍ପ ସମୟ ବାକି ଅଛି । ବିନାଶର ଲଢେଇ ସମ୍ମୁଖରେ । ନିଜେ ନିଜକୁ ପଚାର ମୁଁ ୟାଦର ଯାତ୍ରାରେ ରହୁଛି ? ନୂଆ ଆତ୍ମା ଆସିଲେ ତାଙ୍କଠାରୁ ଫର୍ମ ଭରିବାକୁ ହେବ । ଯଦି ସିଏ ଫର୍ମ ଭରିବେ ତେବେ ତାଙ୍କୁ ବୁଝାଇବ । ଯଦି କାହାର ବୁଝିବାର ହିଁ ନାହିଁ ତେବେ ସିଏ ଫର୍ମ କଣ ଭରିବ ? ଏମିତି ତ ଅନେକ ଆସୁଛନ୍ତି । ତାଙ୍କୁ କୁହ ବାବାଙ୍କୁ ଡାକୁଛ ପତିତ-ପାବନ ଆସ ତେବେ ନିଶ୍ଚିତ ଏହା ପତିତ ଦୁନିଆ । ସେଥିପାଇଁ ତ କହୁଛ ଆସି ଆମକୁ ପବିତ୍ର କରାଅ । ପୁଣି କେହି ପବିତ୍ର ହେଉଛନ୍ତି ଆଉ କେହି ହେଉନାହାଁନ୍ତି । ବାବାଙ୍କ ନିକଟକୁ ଚିଠି ତ ବହୁତ ଆସୁଛି । ସମସ୍ତେ ଲେଖୁଛନ୍ତିଶିବବାବା, ଭାୟା ବ୍ରହ୍ମା । ଶିବବାବା ମଧ୍ୟ କହୁଛନ୍ତି ମୁଁ ସାଧାରଣ ଶରୀରରେ ପ୍ରବେଶ କରୁଛି । ୟାଙ୍କୁ ୮୪ ଜନ୍ମର କାହାଣୀ ଶୁଣାଉଛି । ଆଉ କୌଣସି ମନୁଷ୍ୟ ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣି ନାହାଁନ୍ତି । ଏବେ ବାବା ତୁମକୁ ଶୁଣାଇଛନ୍ତି । ଏହି ଚିତ୍ର ଆଦି ମଧ୍ୟ ବାବା ଦିବ୍ୟ ଦୃଷ୍ଟିରେ ତିଆରି କରାଇଛନ୍ତି ।

ବାବା ତୁମ ଆତ୍ମାମାନଙ୍କୁ ହିଁ ପଢାଉଛନ୍ତି । ଆତ୍ମା ତୁରନ୍ତ ଅଶରୀର ହୋଇଯାଉଛି । ଏହି ଶରୀରଠାରୁ ନିଜକୁ ଅଲଗା ଭାବିବାକୁ ହେବ, ବାବା କହୁଛନ୍ତି ପିଲାମାନେ, ଦେହୀ-ଅଭିମାନୀ ହୁଅ, ଅଶରୀରୀ ହୁଅ । ମୁଁ ଆତ୍ମାମାନଙ୍କୁ ପଢାଉଛି । ଏହା ହେଉଛି ଆତ୍ମାମାନଙ୍କର ସହିତ ପରମାତ୍ମାଙ୍କର ମେଳା, ଏହାକୁ ସଂଗମର ମେଳା କୁହାଯାଏ । ବାକି କୌଣସି ପାଣିର ଗଙ୍ଗା ପବିତ୍ର କରୁନାହିଁ । ସାଧୁ, ସନ୍ଥ, ଋଷି, ମୁନିମାନେ ସମସ୍ତେ ସେଠାକୁ ସ୍ନାନ କରିବାକୁ ଯାଉଛନ୍ତି ନା । ତେବେ ଏହି ଗଙ୍ଗା ପତିତ-ପାବନୀ କିପରି ହୋଇପାରିବ ? ଭଗବାନୁବାଚ କାମ ବିକାର ମହାଶତ୍ରୁ । ଏହା ଉପରେ ବିଜୟ ପ୍ରାପ୍ତ କରିଲେ ତୁମେ ଜଗତଜିତ୍ ହୋଇଯିବ । ଏକଥା ଗଙ୍ଗା ଅଥବା ସାଗର ତ କହିନଥାନ୍ତି । ଏକଥା ତ ଜ୍ଞାନର ସାଗର ବାବା ବୁଝାଉଛନ୍ତି, ଏହି କାମ ବିକାର ଉପରେ ବିଜୟ ପ୍ରାପ୍ତ କରିବାକୁ ହେଲେ କେବଳ ମୋତେ ମନେ ପକାଅ ତେବେ ତୁମେ ପବିତ୍ର ହୋଇଯିବ । ଦୈବୀଗୁଣ ମଧ୍ୟ ଧାରଣ କର, କାହାକୁ ଦୁଃଖ ମଧ୍ୟ ଦିଅ ନାହିଁ । ପ୍ରଥମ ନମ୍ୱର ଦୁଃଖ ହେଉଛି କାମ ବିକାରରେ ଯିବା । ଏହା ହିଁ ଆଦି-ମଧ୍ୟ-ଅନ୍ତ ଦୁଃଖ ଦେଇଥାଏ ସତ୍ୟଯୁଗର କିନ୍ତୁ ଏହା ହୋଇନଥାଏ । ତାହା ହେଉଛି ପବିତ୍ର ଦୁନିଆ, ସେଠାରେ କେହି ପତିତ ରୁହନ୍ତି ନାହିଁ । ଯେମିତି ତୁମେ ଯୋଗବଳ ଆଧାରରେ ରାଜ୍ୟ ନେଉଛ, ସେମିତି ସେଠାରେ ମଧ୍ୟ ଯୋଗବଳ ଆଧାରରେ ପିଲା ଜନ୍ମ ହୁଏ କାରଣ ସେଠାରେ ରାବଣ ରାଜ୍ୟ ହିଁ ନାହିଁ । ତୁମେମାନେ ରାବଣକୁ ପ୍ରତ୍ୟେକ ବର୍ଷ ଜଳାଉଛ, ଜଣା ହିଁ ନାହିଁ ତାକୁ କେବେଠାରୁ ଜଳାଇ ଆସିଛ । ରାମରାଜ୍ୟରେ ତ ରାବଣ ରହିବ ନାହିଁ । ଏହା ଭଲ ଭାବରେ ବୁଝିବାର କଥା ଯାହାକି ବାବା ବସି ବୁଝାଉଛନ୍ତି । ବୁଝାଉଛନ୍ତି ତ ବହୁତ ଭଲ କିନ୍ତୁ ପ୍ରତି କଳ୍ପରେ ଯିଏ ଯେତିକି ପଢିଥିଲେ ସେତିକି ହିଁ ପଢୁଛନ୍ତି । ପୁରୁଷାର୍ଥରୁ ହିଁ ସବୁକିଛି ଜଣା ପଡିଯାଉଛି । ସ୍ଥୂଳ ସେବା ମଧ୍ୟ କରିବାକୁ ହେବ, ଯଦି ମନରେ ସେବା କରୁନାହଁ ତେବେ ବାଣୀ କିମ୍ବା କର୍ମରେ ସେବା କର । ବାଣୀର ସେବା ତ ବହୁତ ସହଜ । ପ୍ରଥମେ ହେଲା ମନରେ ସେବା କରିବା ଅର୍ଥାତ୍ ମନମନାଭବ । ତୁମକୁ ଯୋଗର ଯାତ୍ରାରେ ରହିବାକୁ ହେବ, ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ । ବାବାଙ୍କଠାରୁ ଶିକ୍ଷା ନେବାକୁ ହେବ । ଅନେକ ଅଛନ୍ତି ଯେଉଁମାନେ ବାବାଙ୍କୁ ମନେ ପକାଉ ନାହାଁନ୍ତି । ଏମିତି କୁହାଯିବ ନାହିଁ ଯେ ଜ୍ଞାନକୁ ମନେ ପକାଇ ପାରୁ ନାହାଁନ୍ତି । ବାବାଙ୍କୁ ମନେ ନପକାଇଲେ ଶକ୍ତି କିପରି ମିଳିବ । ବାବା ହେଉଛନ୍ତି ସର୍ବଶକ୍ତିମାନ, ତାଙ୍କୁ ମନେ ପକାଇବା ଦ୍ୱାରା ହିଁ ଶକ୍ତି ଆସିବ, ଏହାକୁ ଜ୍ଞାନର ଧାର କୁହାଯାଏ । କେହି କର୍ମଣା ସେବା ଭଲ ଭାବରେ କରିଲେ ତାଙ୍କୁ ଭଲ ପଦ ମିଳିବ, ଆଉ ଯଦି ଏହି ସ୍ଥୂଳ ସେବା ନ କରନ୍ତି ତେବେ ତାଙ୍କୁ କଣ ପଦ ମିଳିବ । ଚାରୋଟି ବିଷୟ ରହିଛି ନା । ଏହା ହେଉଛି ଗୁପ୍ତ କଥା ଯାହାକୁ ବୁଝିବାର ଅଛି । ଦୁନିଆର ମନୁଷ୍ୟ ତ କେବଳ ଯୋଗ-ଯୋଗ କହିଚାଲିଛନ୍ତି କିନ୍ତୁ ଯୋଗ ଦ୍ୱାରା ତୁମେ ବିଶ୍ୱର ରାଜ୍ୟପଦ ନେଉଛ ଏକଥା ବୁଝୁନାହାଁନ୍ତି । ଯୋଗବଳ ଦ୍ୱାରା ସେଠାରେ ପିଲା ଜନ୍ମ ହେବ । ଏହା ମଧ୍ୟ କାହାକୁ ଜଣା ନାହିଁ । ଏକଥା ତୁମକୁ ବୁଝାଯାଉଛି ପୁଣି ଅଧାକଳ୍ପ ପରେ ତୁମେ ମାୟାର ଚେଲା ହୋଇଯାଉଛ । ପୁଣି ମାୟା ଏବେ ମଧ୍ୟ ତୁମକୁ ଛାଡୁନାହିଁ । କିନ୍ତୁ ଏବେ ତୁମକୁ ଶିବବାବାଙ୍କର ଚେଲା ହେବାକୁ ପଡିବ । ତୁମକୁ କୌଣସି ଦେହଧାରୀଙ୍କର ଚେଲା ହେବାର ନାହିଁ । ଭାଇ-ଭଉଣୀ ହେବା ହେଉଛି ପବିତ୍ର ରହିବାର ଯୁକ୍ତି । ତଥାପି ମଧ୍ୟ ଏହାଠାରୁ ଉପରକୁ ଯିବାକୁ ହେବ, ପରସ୍ପରକୁ ଭାଇ-ଭାଇ ମନେ କରିବାକୁ ହେବ । ଭାଇ-ଭଉଣୀର ଦୃଷ୍ଟି ମଧ୍ୟ ନୁହେଁ । ଡ୍ରାମା ଅନୁସାରେ ଯାହା କିଛି ହେଉଛି, ତାହା ବିଲକୁଲ୍ ସଠିକ୍ । ଡ୍ରାମା ତ ନିର୍ଭୁଲ୍ ଭାବରେ ତିଆରି ହୋଇଛି । ବାବା ଚିନ୍ତାରୁ ମୁକ୍ତ ଅଟନ୍ତି, କିନ୍ତୁ ୟାଙ୍କର (ବ୍ରହ୍ମାଙ୍କର) ନିଶ୍ଚିତ ଚିନ୍ତା ରହିବ । ତେବେ ଚିନ୍ତାରୁ ମୁକ୍ତ ସେତେବେଳେ ହେବେ ଯେତେବେଳେ କର୍ମାତୀତ ଅବସ୍ଥା ହେବ, ତେବେ ସେପର୍ଯ୍ୟନ୍ତ ତ କିଛି ନା କିଛି ଚିନ୍ତା ନିଶ୍ଚିତ ରହିବ । ତେଣୁ ଯୋଗ ଭଲ ଭାବରେ କରିବା ଦରକାର । ଯୋଗ କରିବା ପାଇଁ ବର୍ତ୍ତମାନ ବାବା ଉତ୍ସାହ ବଢାଉଛନ୍ତି । ଏଥିପାଇଁ କହୁଛନ୍ତି ପିଲାମାନେ ଘଡି ଘଡି ଭୁଲିଯାଉଛ । ବାବା ତୁମକୁ ଉଲୁଗୁଣା ଦେଉଛନ୍ତି, ଯେଉଁ ବାବା ତୁମକୁ ଏତେ ସମ୍ପତ୍ତି ଦେଉଛନ୍ତି ତାଙ୍କୁ ତୁମେ ଭୁଲିଯାଉଛ । ବାବା ଜାଣିଛନ୍ତି କାହା ପାଖରେ ଜ୍ଞାନ ଅଛି ଆଉ କାହା ପାଖରେ ନାହିଁ । ଜ୍ଞାନୀ କେବେ ଲୁଚି ରହିପାରିବ ନାହିଁ । ସିଏ ତୁରନ୍ତ ସେବାର ପ୍ରମାଣ ଦେବ । ତେବେ ଏସବୁ ହେଉଛି ବୁଝିବାର କଥା । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ମାୟାର ମୁଷ୍ଟିଯୁଦ୍ଧରେ କେବେ ହାରିଯିବାର ନାହିଁ । ପୁରୁଷାର୍ଥ କରିବାରେ ଅଳସୁଆ ହୋଇ ବସିଯାଅ ନାହିଁ । ସାହସ ରଖି ସେବା କରିବାକୁ ହେବ ।

(୨) ଏହି ଡ୍ରାମା ନିର୍ଭୁଲ୍ ଭାବରେ ତିଆରି ହୋଇଛି, ସେଥିପାଇଁ କୌଣସି କଥାରେ ଚିନ୍ତା କରିବାର ନାହିଁ । କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବା ପାଇଁ ଏକମାତ୍ର ବାବାଙ୍କ ସ୍ମୃତିରେ ରହିବାକୁ ହେବ, କୌଣସି ବି ଦେହଧାରୀର ଚେଲା ହେବାର ନାହିଁ ।

ବରଦାନ:-
ବେହଦର ବୈରାଗ୍ୟ ବୃତ୍ତି ଦ୍ୱାରା ସର୍ବ ଆକର୍ଷଣରୁ ମୁକ୍ତ ରହୁଥିବା ସଚ୍ଚା ରାଜଋଷି ହୁଅ ।

ଯଦି କାହା ପ୍ରତି ବି, ଚାହେଁ ନିଜ ପ୍ରତି କୌଣସି ବ୍ୟକ୍ତି ପ୍ରତି, ଚାହେଁ ବସ୍ତୁ ପ୍ରତି ବି ଆକର୍ଷଣ ରହୁଛି ତେବେ ରାଜଋଷି କୁହାଯିବ ନାହିଁ । ଯାହାର ସଂକଳ୍ପ ମାତ୍ରରେ କିଛି ବି ଆକର୍ଷଣ ରହୁଛି ତାର ଦୁଇଟି ନାବରେ ଗୋଡ ରହିଛି । ତେବେ ସିଏ ନା ଏଠାକାର ହେବେ ନା ସେଠିକାର ହେବେ ସେଥିପାଇଁ ରାଜଋଷି ହୁଅ, ବେହଦର ବୈରାଗୀ ହୁଅ ଅର୍ଥାତ୍ ଏକମାତ୍ର ବାବା ଅନ୍ୟ କେହି ନାହିଁ ଏହି ପାଠକୁ ପକ୍କା କର ।

ସ୍ଲୋଗାନ:-
କ୍ରୋଧ ହେଉଛି ଅଗ୍ନିର ରୂପ ଯାହାକି ନିଜକୁ ଜଳାଇବା ସହିତ ଅନ୍ୟମାନଙ୍କୁ ମଧ୍ୟ ଜଳାଇ ଦେଇଥାଏ ।