09.03.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ପ୍ରତି ମୁହୂର୍ତ୍ତରେ ବାବା ଏବଂ ସମ୍ପତ୍ତିକୁ ମନେ ପକାଅ, ରୁହାନୀ ଡାକ୍ତର ବାବା ତୁମକୁ ନିରୋଗ ହେବା ପାଇଁ ଗୋଟିଏ ମାତ୍ର ଔଷଧ ଦେଉଛନ୍ତି, କହୁଛନ୍ତି ପିଲାମାନେ, ମୋତେ ମନେ ପକାଅ ।

ପ୍ରଶ୍ନ:-
ନିଜେ ନିଜ ସହିତ କେଉଁ ଭଳି କଥାବାର୍ତ୍ତା କରିଲେ ବହୁତ ମଜା ଲାଗିବ ?

ଉତ୍ତର:-
ନିଜେ ନିଜ ସହିତ କଥା ହୁଅମୁଁ ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛି ଏସବୁ ତ ବିନାଶ ହୋଇଯିବ । ବାସ୍, କେବଳ ବାବା ଏବଂ ଆମେ ଆତ୍ମାମାନେ ହିଁ ରହିବୁ । ମିଠା ବାବା ମୋତେ ସ୍ୱର୍ଗର ମାଲିକ କରିଦେଉଛନ୍ତି । ଏହିଭଳି ଭାବରେ ନିଜ ସହିତ କଥା ହୁଅ । ଏକାନ୍ତକୁ ଚାଲିଯାଅ ତେବେ ତୁମକୁ ବହୁତ ମଜା ଲାଗିବ ।

ଓମ୍ ଶାନ୍ତି ।
ପରମପିତା ଶିବ ଭଗବାନୁବାଚ । ମିଠା ମିଠା ସନ୍ତାନମାନଙ୍କର ପ୍ରତି ପାଦରେ ପୁରୁଷୋତ୍ତମ ସଂଗମଯୁଗ ମନେ ରହିବା ଦରକାର । କିନ୍ତୁ ଏକଥା ମଧ୍ୟ ତୁମେମାନେ ପୁରୁଷାର୍ଥର କ୍ରମାନୁସାରେ ଜାଣିଛ । ତେବେ ଏକଥା ବୁଦ୍ଧିରେ ମନେ ରହୁ ଯେଆମେ ଏବେ ଏହି ସଂଗମଯୁଗରେ ପୁରୁଷୋତ୍ତମ ହେଉଛୁ ଏବଂ ଏହି ରାବଣର ପଞ୍ଜୁରୀରୁ ବାବା ଆମକୁ ମୁକ୍ତି ଦେବା ପାଇଁ ଆସିଛନ୍ତି । ଯେମିତି କୌଣସି ପକ୍ଷୀକୁ ପଞ୍ଜୁରୀରୁ ବାହାର କରି ଦିଆଯାଏ ତେବେ ସିଏ ବହୁତ ଖୁସିରେ ଉଡି-ଉଡି ସୁଖ ପାଇଥାଏ । ତୁମେମାନେ ମଧ୍ୟ ଜାଣିଛ ଏହା ହେଉଛି ରାବଣର ପଞ୍ଜୁରୀ । ଏଠାରେ ଅନେକ ପ୍ରକାରର ଦୁଃଖ ଭରି ରହିଛି । ଏବେ ବାବା ଆସିଛନ୍ତି ଏହି ପଞ୍ଜୁରୀରୁ ତୁମକୁ ବାହାର କରିବା ପାଇଁ । ଏଠାରେ ସମସ୍ତେ ତ ମନୁଷ । ଶାସ୍ତ୍ରରେ ଲେଖାଯାଇଛିଦେବତା ଏବଂ ଅସୁରମାନଙ୍କ ଭିତରେ ଲଢେଇ ହେଲା ପୁଣି ଦେବତାମାନେ ଜିତିଲେ । ବାସ୍ତବରେ ଲଢେଇର ତ କୌଣସି କଥା ନାହିଁ । ତୁମେ ଏବେ ଅସୁରରୁ ଦେବତା ହେଉଛ । ଆସୁରୀ ରାବଣ ଅର୍ଥାତ୍ ୫ ବିକାର ଉପରେ ତୁମେ ବିଜୟ ପ୍ରାପ୍ତ କରୁଛ, ରାବଣ ସମ୍ପଦ୍ରାୟ ଉପରେ ନୁହେଁ । ୫ ବିକାରକୁ ହିଁ ରାବଣ କୁହାଯାଏ । ବାକି କାହାକୁ ଜଳାଇବାର କୌଣସି କଥା ନାହିଁ । ଏବେ ତୁମେ ବହୁତ ଖୁସି ହେଉଛ ଯେ ଆମେ ଏମିତି ଦୁନିଆକୁ ଯାଉଛୁ ଯେଉଁଠାରେ ନା ଗରମ ଥିବ ନା ଶୀତ । ସେଠାରେ ସବୁବେଳେ ବସନ୍ତ ଋତୁ ହିଁ ରହିଥାଏ । ଏବେ ସେହି ସତ୍ୟଯୁଗୀ ସ୍ୱର୍ଗର ବସନ୍ତଋତୁ ଆସୁଛି । ଆଜିକାଲି ବସନ୍ତଋତୁ ଅଳ୍ପ ସମୟ ପାଇଁ ଆସୁଛି କିନ୍ତୁ ସେଠାରେ ଆମକୁ ଅଧାକଳ୍ପ ପର୍ଯ୍ୟନ୍ତ ବସନ୍ତ ଋତୁର ଅନୁଭବ ହେବ, ସେଠାରେ ଗରମ ଲାଗିନଥାଏ । ଗରମ ହେଲେ ମନୁଷ୍ୟମାନଙ୍କୁ ଦୁଃଖର ଅନୁଭବ ହୋଇଥାଏ । ଅନେକ ମରିଯାଉଛନ୍ତି ମଧ୍ୟ । ତେଣୁ ଏଭଳି ଦୁଃଖରୁ ମୁକ୍ତ ହେବା ପାଇଁ ଆମକୁ ଅବିନାଶୀ ଡାକ୍ତର ବହୁତ ସହଜ ଔଷଧ ଦେଉଛନ୍ତି । ଦୁନିଆର ଡାକ୍ତରଙ୍କ ନିକଟକୁ ଗଲେ ବହୁତ ଔଷଧ ଆଦି ମନେ ପକାଇବାକୁ ପଡିବ । ଏଠାରେ ଏହି ଡାକ୍ତରଙ୍କ ପାଖରେ ତ କୌଣସି ଔଷଧ ନାହିଁ । କେବଳ ତାଙ୍କୁ ମନେ ପକାଇବା ଦ୍ୱାରା ସବୁ ରୋଗ ଭଲ ହୋଇଯାଉଛି ଅନ୍ୟ କୌଣସି ଔଷଧ ଇତ୍ୟାଦି ନାହିଁ ।

ପିଲାମାନେ କହୁଥିଲେ ଆଜି ପାଠ୍ୟଚକ୍ରରେ ଆଲୋଚନା କରିବା ଯେ ଚାର୍ଟ କିଭଳି ଲେଖିବା ଉଚିତ୍ ? ବାବାଙ୍କୁ କିଭଳି ମନେ ପକାଇବା ଉଚିତ୍ ? ଏହି ବିଷୟ ଉପରେ ଆଲୋଚନା କରିବା । ବାବା ତ କୌଣସି କଷ୍ଟ ଦେଉନାହାଁନ୍ତି ଯେ ତୁମେ ବସି କରି ଲେଖି, କାଗଜ ଖରାପ କର । ଏଭଳି କରିବାର ଆବଶ୍ୟକତା ହିଁ ନାହିଁ । ବାବା ତ କେବଳ କହୁଛନ୍ତି ବୁଦ୍ଧିରେ ବାବାଙ୍କୁ ମନେ ପକାଅ । ଅଜ୍ଞାନ କାଳରେ ପିତାଙ୍କୁ ମନେ ପକାଇବା ପାଇଁ କଣ ଚାର୍ଟ ତିଆରି କରାଯାଉଥିଲା କି! ସେହିଭଳି ଏଠାରେ ମଧ୍ୟ କୌଣସି ପଢା ଲେଖାର ଆବଶ୍ୟକତା ନାହିଁ । ବାବାଙ୍କୁ ତୁମେମାନେ କହୁଛବାବା ଆମେ ଆପଣଙ୍କୁ ଭୁଲିଯାଉଛୁ । ତେବେ ଏକଥା ଅନ୍ୟମାନେ ଶୁଣିଲେ କଣ କହିବେ ? ତୁମେମାନେ କହୁଛ ଯେଆମେ ବଞ୍ଚି ଥାଉ ଥାଉ ବାବାଙ୍କର ହୋଇଛୁ ? ତେବେ କଣ ପାଇଁ ହୋଇଛ ? ବାବାଙ୍କଠାରୁ ବିଶ୍ୱ ରାଜତ୍ୱର ସମ୍ପତ୍ତି ନେବା ପାଇଁ । ତେବେ ଏହିଭଳି ବାବାଙ୍କୁ ତୁମେ କାହିଁକି ଭୁଲିଯାଉଛ ? ଏଭଳି ବାବା, ଯାହାଙ୍କଠାରୁ ଏତେ ଅସରନ୍ତି ସମ୍ପତ୍ତି ମିଳୁଛି ତାଙ୍କୁ ତୁମେ ମନେ ପକାଇପାରୁ ନାହଁ! କେତେ ଥର ତୁମେ ତାଙ୍କଠାରୁ ସମ୍ପତ୍ତି ନେଇଛ ତଥାପି ମଧ୍ୟ ଭୁଲିଯାଉଛ । ଯଦି ବାବାଙ୍କଠାରୁ ସମ୍ପତ୍ତି ନେବାର ଅଛି ତେବେ ତାଙ୍କୁ ମନେ ପକାଇବାକୁ ହେବ ଏବଂ ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । ପୁଣି ଲେଖିବା କଣ ଦରକାର ? ଏକଥା ପ୍ରତ୍ୟେକ ନିଜ ହୃଦୟକୁ ପଚାର, ନାରଦର ମଧ୍ୟ ଦୃଷ୍ଟାନ୍ତ ରହିଛି ନା । ସିଏ ନିଜେ କହୁଥିଲେ ମୁଁ ବହୁତ ବଡ ଭକ୍ତ । ତୁମେ ମଧ୍ୟ ଜାଣିଛ ଆମେ ଜନ୍ମ ଜନ୍ମାନ୍ତରର ପୁରୁଣା ଭକ୍ତ ଅଟୁ । ଆମେ ମିଠା ବାବାଙ୍କ ସ୍ମୃତିରେ ରହି କେତେ ଖୁସି ହେଉଛୁ । ଯିଏ ଯେତେ ବାବାଙ୍କ ସ୍ମୃତିରେ ରହିବେ ସିଏ ସେତେ ଲକ୍ଷ୍ମୀ-ନାରାୟଣଙ୍କୁ ବରଣ କରିବାର ଯୋଗ୍ୟ ହେବେ । ଯେମିତି କୌଣସି ଗରୀବ ଘରର ପିଲା ଯଦି ସାହୁକାର ଘରର ପୋଷ୍ୟ ସନ୍ତାନ ହୁଏ ତେବେ ସେ କେତେ ଖୁସି ହୋଇଥାଏ । ସିଏ କେବଳ ତାର ପିତା ଏବଂ ସମ୍ପତ୍ତିକୁ ମନେ ପକାଇଥାଏ । ଏଠାରେ ମଧ୍ୟ ଏପରି ଅନେକ ଅଛନ୍ତି ଯେଉଁମାନେ ବେହଦର ବାବାଙ୍କର ସନ୍ତାନ ହୋଇ ମଧ୍ୟ ରାଜ୍ୟପଦ ନେବାର ବୁଦ୍ଧି ଟିକିଏ ବି ନାହିଁ । ଆଶ୍ଚର୍ଯ୍ୟର କଥା ନା । ଯେଉଁ ବାବା ସ୍ୱର୍ଗର ମାଲିକ କରୁଛନ୍ତି, ତାଙ୍କୁ ମନେ ପକାଇ ପାରୁ ନାହାଁନ୍ତି । ଏଠାରେ ମଧ୍ୟ ବାବା ପିଲାମାନଙ୍କୁ ପୋଷ୍ୟ କରୁଛନ୍ତି । ଯଦି ଏଭଳି ବାବାଙ୍କୁ ମନେ ପକାଇବ ନାହିଁ ତେବେ ଏହା ଆଶ୍ଚର୍ଯ୍ୟର କଥା ହେଲା ନା । ତେଣୁ ତୁମର ଘଡି-ଘଡି ବାବା ଏବଂ ସମ୍ପତ୍ତି ମନେ ପଡିବା ଆବଶ୍ୟକ ।

ବାବା କହୁଛନ୍ତି ମିଠା ମିଠା ସିକିଲଧା ପିଲାମାନେ, ତୁମେମାନେ ମୋତେ ପୋଷ୍ୟ କରିବା ପାଇଁ ଡାକିଛ । ବାବାଙ୍କୁ ଡକାଯାଇଥାଏ ନା । ବାବା ହିଁ ସ୍ୱର୍ଗର ସ୍ଥାପନା କରୁଛନ୍ତି, ତୁମକୁ ସ୍ୱର୍ଗର ସମ୍ପତ୍ତି ଦେଉଛନ୍ତି । ତୁମେ ଡାକୁଛ ମଧ୍ୟବାବା, ଆମେ ପତିତ, ଆମକୁ ଆସି କୋଳକୁ ନିଅ । ନିଜେ ନିଜକୁ କହୁଛଆମେ ଛି-ଛି ପତିତ, କାଙ୍ଗାଳ, ମୂଲ୍ୟହୀନ ଅଟୁ.... । ତୁମେ ଭକ୍ତିମାର୍ଗରେ ବେହଦର ବାବାଙ୍କୁ କେତେ ଡାକି ଆସୁଥିଲ । ବାବା କହୁଛନ୍ତି ଭକ୍ତିମାର୍ଗରେ ମଧ୍ୟ ତୁମକୁ ଏତେ ଦୁଃଖ ନଥିଲା । ଏବେ ମନୁଷ୍ୟକୁ କେତେ ଦୁଃଖ ଭୋଗିବାକୁ ପଡୁଛି । ବର୍ତ୍ତମାନ ବାବା ଆସିଛନ୍ତି ତେବେ ନିଶ୍ଚିତ ବିନାଶର ସମୟ ହୋଇଥିବ । ତୁମେ ଜାଣିଛ ଏହି ଲଢେଇ ପରେ ପୁଣି କେତେ ଜନ୍ମ, କେତେ ବର୍ଷ ପର୍ଯ୍ୟନ୍ତ ଲଢେଇର ନାମ ହିଁ ରହିବ ନାହିଁ କି ଲଢେଇ ଲାଗିବ ନାହିଁ, ନା କୌଣସି ଦୁଃଖ ଏବଂ ରୋଗର ନାମ ରହିବ । ଏବେ ତ କେତେ ପ୍ରକାରର ରୋଗ ହେଉଛି । ବାବା କହୁଛନ୍ତିମଧୁର ସନ୍ତାନମାନେ, ମୁଁ ତୁମକୁ ସବୁ ଦୁଃଖରୁ ମୁକ୍ତ କରିଦେବି । ତୁମେ ମୋତେ ହେ ଭଗବାନ କହି ମନେ ପକାଉଛ, କହୁଛ ଆସି ଦୁଃଖ ହରଣ କରି, ସୁଖ-ଶାନ୍ତି ଦିଅ । ଏହି ଦୁଇଟି ଜିନିଷ ସମସ୍ତେ ମାଗିଥାନ୍ତି । ଏଠାରେ ସବୁ ଆଡେ କେବଳ ଅଶାନ୍ତି ହିଁ ଅଶାନ୍ତି ରହିଛି । ଶାନ୍ତି ପାଇଁ ଯେଉଁମାନେ ମତ ଦେଉଛନ୍ତି ସେମାନଙ୍କୁ ପୁରସ୍କାର ମିଳୁଛି । କିନ୍ତୁ ସେମାନଙ୍କୁ ଏକଥା ଜଣା ନାହିଁ ଯେ ଶାନ୍ତି କାହାକୁ କୁହାଯାଏ । ଶାନ୍ତି ତ ମିଠା ବାବାଙ୍କ ବ୍ୟତୀତ ଆଉ କାହା ଦ୍ୱାରା ମିଳିପାରିବ ନାହିଁ । ତୁମେ ଦୁନିଆର ମନୁଷ୍ୟମାନଙ୍କୁ ବୁଝାଇବା ପାଇଁ କେତେ ମେହନତ କରୁଛ ତଥାପି ମଧ୍ୟ ସେମାନେ ବୁଝୁନାହାଁନ୍ତି । ତୁମେ ସରକାରଙ୍କୁ ମଧ୍ୟ ପତ୍ର ଲେଖିପାରିବଆପଣ ଅଯଥାରେ କାହିଁକି ପଇସା ବରବାଦ କରୁଛନ୍ତି ? ଶାନ୍ତିର ସାଗର ତ ଏକମାତ୍ର ବାବା ହିଁ ଅଟନ୍ତି, ସିଏ ହିଁ ବିଶ୍ୱରେ ଶାନ୍ତି ସ୍ଥାପନ କରୁଛନ୍ତି । ବଡ-ବଡ ସରକାରୀ ଅଧିକାରୀମାନଙ୍କୁ ବହୁତ ଭଲ କାଗଜରେ ରାଜକୀୟ ଭାବରେ ଚିଠି ଲେଖିବା ଦରକାର । କେହି କେହି ବହୁତ ଭଲ କାଗଜ ଦେଖି ଭାବନ୍ତି ଏହା ବୋଧ ହୁଏ କୌଣସି ବଡ ଲୋକଙ୍କର ଚିଠି । ତେବେ ସେମାନଙ୍କୁ କୁହ, ବିଶ୍ୱରେ ଶାନ୍ତି ବୋଲି ଯାହା ତୁମେ କହୁଛ ଆଗରୁ ଏମିତି କେବେ ହୋଇଛି ଯାହା ପୁଣି ବି ହେବ । ତେବେ ନିଶ୍ଚିତ କେବେ ମିଳିଥିବ । ଏହି କଥାକୁ ତୁମମାନେ ଜାଣିଛ, ତୁମେ ତାର ତିଥି ତାରିଖ ସବୁ ଲେଖିପାରିବ । ବାବା ହିଁ ଆସି ବିଶ୍ୱରେ ସୁଖ-ଶାନ୍ତିର ସ୍ଥାପନା କରିଥିଲେ । ସେ ସମୟରେ ସତ୍ୟଯୁଗ ଥିଲା । ଏହି ଲକ୍ଷ୍ମୀ-ନାରାୟଣ ହେଉଛନ୍ତି ସେହି ରାଜଧାନୀର ସ୍ମୃତି ଚିହ୍ନ । ବ୍ରହ୍ମା ଏବଂ ତୁମ ବ୍ରାହ୍ମଣମାନଙ୍କର ପାର୍ଟ ବିଷୟରେ କାହାକୁ ଜଣାନାହିଁ । ତେବେ ମୁଖ୍ୟ ପାର୍ଟ ତ ବ୍ରହ୍ମାଙ୍କର ନା । ସିଏ ହିଁ ବାବାଙ୍କର ରଥ ହେଉଛନ୍ତି, ଯେଉଁ ରଥ ଦ୍ୱାରା ବାବା ଏତେ କାର୍ଯ୍ୟ କରୁଛନ୍ତି । ତାଙ୍କର ନାମ ହିଁ ହେଉଛି ପଦ୍ମାପଦ୍ମ ଭାଗ୍ୟଶାଳୀ ରଥ । ତେଣୁ ବିଚାର କରକିପରି ଅନ୍ୟମାନଙ୍କୁ ବୁଝାଇବ ? ମନୁଷ୍ୟମାନଙ୍କର ତ କେତେ ନିଶା ରହୁଛି ଏବେ ତୁମକୁ ବାବାଙ୍କର ପରିଚୟ ଦେବାକୁ ହେବ । ଜ୍ଞାନ ତ କେବଳ ଜ୍ଞାନର ସାଗର ବାବାଙ୍କ ପାଖରେ ଅଛି । ସିଏ ଯେତେବେଳେ ଆସିବେ ସେତେବେଳେ ହିଁ ଜ୍ଞାନ ଦେବେ ସେପର୍ଯ୍ୟନ୍ତ ଜ୍ଞାନ କେହି ଦେଇପାରିବେ ନାହିଁ । ଭକ୍ତି ତ ସବୁ ଭକ୍ତ କରିଚାଲିଛନ୍ତି କିନ୍ତୁ ଜ୍ଞାନ ଏକମାତ୍ର ବାବା ହିଁ ଦେଉଛନ୍ତି । ଜ୍ଞାନର କୌଣସି ସ୍ଥାୟୀ ପୁସ୍ତକ ତିଆରି ହୋଇନାହିଁ । ଜ୍ଞାନ ତ କାନ ଦ୍ୱାରା ଶୁଣାଯାଏ । ଏତେ ସବୁ ପୁସ୍ତକ ଆଦି ଯାହା ତୁମେ ରଖୁଛ ଏସବୁ ଅଳ୍ପ ସମୟ ପାଇଁ । ଏଗୁଡିକ ମଧ୍ୟ ନଷ୍ଟ ହୋଇଯିବ । ତୁମେ ଯେଉଁ ନୋଟ ଲେଖୁଛ ତାହା ମଧ୍ୟ ନଷ୍ଟ ହୋଇଯିବ । ଏସବୁ ତ କେବଳ ନିଜ ପୁରୁଷାର୍ଥ ପାଇଁ ଲେଖୁଛ । ବାବା କହୁଛନ୍ତିବିଷୟବସ୍ତୁ ଗୁଡିକର ତାଲିକା ପ୍ରସ୍ତୁତ କର ତେବେ ମନେ ରହିବ, ତୁମେ ତ ଜାଣିଛ ଏହି ପୁସ୍ତକ ଆଦି କିଛି ବି ରହିବ ନାହିଁ । ତୁମ ବୁଦ୍ଧିରେ କେବଳ ବାବାଙ୍କ ସ୍ମୃତି ହିଁ ରହିବ । ଆତ୍ମା ଅବିକଳ ବାବାଙ୍କ ପରି ଭରପୂର ହୋଇଯିବ ନା । ବାକି ଯାହା ବି ପୁରୁଣା ଜିନିଷ ଏହି ଆଖି ଦ୍ୱାରା ଦେଖୁଛ ସେସବୁ ମଧ୍ୟ ବିନାଶ ହୋଇଯିବ । ଶେଷ ସମୟରେ କିଛି ବି ରହିବ ନାହିଁ ।

ବାବା ହେଉଛନ୍ତି ଅବିନାଶୀ ଡାକ୍ତର । ଆତ୍ମା ମଧ୍ୟ ଅବିନାଶୀ, ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ଧାରଣ କରୁଛି । ଦିନକୁ ଦିନ ଯେଉଁ ଶରୀର ମିଳୁଛି ତାହା ଛି-ଛି ପତିତ ହିଁ ମିଳୁଛି । ଏବେ ତୁମେ ପିଲାମାନେ ଜାଣିଛ ଆମେ ଶ୍ରେଷ୍ଠାଚାରୀ ହେଉଛୁ । ଆମକୁ ବାବା ହିଁ ଶ୍ରେଷ୍ଠାଚାରୀ କରୁଛନ୍ତି । କୌଣସି ସାଧୁ ସନ୍ଥ ତ କରୁନାହାଁନ୍ତି । ବାବା ତୁମକୁ ଶ୍ରେଷ୍ଠାଚାରୀ କରୁଛନ୍ତି । ବାବା କହୁଛନ୍ତିସ୍ନେହୀ ସନ୍ତାନମାନେ, ମୁଁ ତୁମକୁ ନୟନରେ ବସାଇ ନେଇଯିବି । ଆତ୍ମା ମଧ୍ୟ ଏଠାରେ ନୟନର ମଧ୍ୟ ଭାଗରେ ବିରାଜମାନ କରୁଛି । ବାବା କହୁଛନ୍ତିହେ ଆତ୍ମାମାନେ, ମୁଁ ତୁମମାନଙ୍କୁ କୃତାର୍ଥ କରି ଅର୍ଥାତ୍ ପବିତ୍ର କରି ସାଥିରେ ନେଇଯିବି । ବାକି ଅଳ୍ପ ସମୟ ଅଛି, ସେଥିପାଇଁ ଏବେ ପରିଶ୍ରମ କର । ନିଜେ ନିଜକୁ ପଚାରମୁଁ ମିଠା ବାବାଙ୍କୁ କେତେ ମନେ ପକାଉଛି ? ହୀର୍-ରାଞ୍ଝାଙ୍କର ବିକାର ପାଇଁ ପ୍ରେମ ନଥିଲା । ଶାରୀରିକ ପ୍ରେମ ଥିଲା । ପରସ୍ପରକୁ ମନେ ପକାଇବା ମାତ୍ରେ ସାମନାକୁ ଆସିଯିବାର ଅନୁଭବ ହେଉଥିଲେ ଏବଂ ଉଭୟ ପରସ୍ପର ଭିତରେ ମିଶିଯାଉଥିଲେ । ବାବା କହୁଛନ୍ତି ତୁମେମାନେ ମଧ୍ୟ ଏହିପରି ହୁଅ । ସେମାନେ ହେଉଛନ୍ତି ଗୋଟିଏ ଜନ୍ମର ପ୍ରେମିକ ପ୍ରେମକା ଏବଂ ତୁମେମାନେ ହେଉଛ ଜନ୍ମ-ଜନ୍ମାନ୍ତରର ପ୍ରେମିକ ପ୍ରେମିକା । ଏସବୁ କଥା ବର୍ତ୍ତମାନ ସମୟରେ ହିଁ ହୋଇଥାଏ । ପ୍ରେମିକ-ପ୍ରେମିକା ଶବ୍ଦ ମଧ୍ୟ ସ୍ୱର୍ଗରେ ରହିବ ନାହିଁ । ସେମାନେ ମଧ୍ୟ ପବିତ୍ର ରହିଥାନ୍ତି । କେବଳ ମନରେ ହିଁ ସଂକଳ୍ପ ଆସିଥାଏ, ସମ୍ମୁଖରେ ଦେଖିଲେ ଖୁସି ହୁଅନ୍ତି । କିନ୍ତୁ ତୁମମାନଙ୍କୁ ତ ଦେଖିବାର କିଛି ନାହିଁ । ବର୍ତ୍ତମାନ ସମୟରେ ତୁମେ କେବଳ ନିଜକୁ ଆତ୍ମା ମନେ କର ଏବଂ ଏକମାତ୍ର ପ୍ରିୟତମ ବାବାଙ୍କୁ ମନେ ପକାଅ । ତେବେ ନିଜକୁ ଆତ୍ମା ମନେ କରି ବାବାଙ୍କୁ ବହୁତ ଖୁସିରେ ମନେ ପକାଇବାକୁ ହେବ । ବାବା ବୁଝାଇ ଚାଲୁଛନ୍ତିଭକ୍ତିମାର୍ଗରେ ତୁମେ ଏପରି ପ୍ରେମିକା ଥିଲ ଯାହାକି ଏକମାତ୍ର ପ୍ରେମିକ ଉପରେ ବଳି ଚଢୁଥିଲ, କହୁଥିଲ--ହେ ପ୍ରିୟତମ, ଆପଣ ଆସିଲେ ମୁଁ ଆପଣଙ୍କର ଉପରେ ସମର୍ପଣ ହୋଇଯିବି । ଏବେ ସେହି ପ୍ରିୟତମ ସମସ୍ତଙ୍କୁ ଗୋରା ଅର୍ଥାତ୍ ପବିତ୍ର କରିବା ପାଇଁ ଆସିଛନ୍ତି । ଯିଏ ଯେମିତି ଅଟନ୍ତି ସିଏ ସେମିତି କରିବା ପାଇଁ ଚେଷ୍ଟା କରିଥାନ୍ତି । ତୁମେ ଏବେ ଗୋରା (ପବିତ୍ର) ହେଉଛ ତେବେ ତୁମର ଶରୀର ମଧ୍ୟ ନିଶ୍ଚିତ ଗୋରା ହେବ । ଆତ୍ମାରେ ହିଁ ଖାଦ ପଡେ । ଏବେ ତୁମେ ମୋତେ ମନେ ପକାଅ ତେବେ ତୁମର ଖାଦ ବାହାରିଯିବ । ଏଠାକୁ ତୁମେ ପିଲାମାନେ ଆସୁଛ, ଏକାନ୍ତରେ ରହିବା ବହୁତ ଭଲ । ପାଦ୍ରୀମାନେ ମଧ୍ୟ ପାଦରେ ଚାଲି-ଚାଲି ଭ୍ରମଣ କରନ୍ତି, ସେମାନେ ସମ୍ପୂର୍ଣ୍ଣ ନିରବରେ ରହିଥାନ୍ତି, ହାତରେ ମାଳା ଗଡାଇଥାନ୍ତି । ସେମାନେ କାହାକୁ ହେଲେ ଦେଖନ୍ତି ନାହିଁ, ଧୀରେ ଧୀରେ ଚାଲିଥାନ୍ତି । ସେମାନେ କେବଳ ଖ୍ରୀଷ୍ଟଙ୍କୁ ହିଁ ମନେ ପକାଇଥାନ୍ତି । ସେମାନେ ବାବାଙ୍କୁ ତ ଜାଣି ହିଁ ନାହାଁନ୍ତି । ମୋତେ ତ କହୁଛନ୍ତି, ମୁଁ ନାମ ରୂପରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ତେବେ ମୁଁ ତ ବିନ୍ଦୁ ସ୍ୱରୂପ, ମୋତେ କିପରି ଦେଖିବେ! କିପରି ମନେ ପକାଇବେ! କେହି ଜାଣି ନାହାଁନ୍ତି । ତୁମକୁ ମଧ୍ୟ ଏବେ ଜଣାପଡୁଛି ତେଣୁ ତୁମେମାନେ ଏଠାକୁ ଆସୁଛ । ମଧୁବନର ତ ଗାୟନ ବହୁତ ରହିଛି । ଏହା ହେଉଛି ସତ୍ୟ-ସତ୍ୟ ମଧୁବନ, ଯେଉଁଠାକୁ ତୁମେମାନେ ଆସୁଛ । ତେଣୁ ଯେତେ ପାରୁଛ ତୁମେ ଏକାନ୍ତରେ ବସି ମୋତେ ମନେ ପକାଅ । କାହାକୁ ହେଲେ ମଧ୍ୟ ଦେଖ ନାହିଁ । ଛାତ ଉପରକୁ ଚାଲିଯାଅ । ବାବାଙ୍କ ସ୍ମୃତିରେ ସକାଳୁ ସକାଳୁ ଛାତ ଉପରକୁ ଚାଲିଯାଅ, ବହୁତ ମଜା ଆସିବ । ରାତିରେ ୧/୨ଟା ବେଳେ ଉଠିବାକୁ ଚେଷ୍ଟା କର । ତୁମେ ନିଦ୍ରାଜିତ୍ ଆତ୍ମା ଅଟ । ତେଣୁ ରାତିରେ ଜଲଦି ଶୋଇଯାଅ । ପୁଣି ୧୨ଟା ବେଳେ ଉଠି ଛାତ ଉପରକୁ ଯାଇ ଏକାନ୍ତରେ ବସି ଯୋଗର ଯାତ୍ରା କରିଚାଲ । କାରଣ ତୁମକୁ ବହୁତ ଜମା କରିବାକୁ ହେବ ତେଣୁ ବାବାଙ୍କୁ ମନେପକାଇ ତାଙ୍କର ମହିମା କରିବାରେ ଲାଗିଯାଅ । ପରସ୍ପର ଭିତରେ ମଧ୍ୟ ଏହି ପ୍ରତିଯୋଗିତା କରୁଥାଅ । ବାବା କେତେ ମିଠା, ତାଙ୍କୁ ମନେ ପକାଇଲେ ହିଁ ପାପରୁ ମୁକ୍ତ ହୋଇଯିବ । ଏଠାରେ (ମଧୁବନ) ତୁମେ ବହୁତ ଜମା କରିପାରିବ । ଏହି ସୁଯୋଗ ମଧ୍ୟ ଏଠାରେ ଭଲ ମିଳୁଛି । ଘରେ ରହି ତ ତୁମେ ଏଭଳି କରିପାରିବ ନାହିଁ । କାରଣ ଫୁର୍ସତ ହିଁ ନାହିଁ । ଦୁନିଆର ବାୟୁମଣ୍ଡଳର ବାତାବରଣ ବହୁତ ଖରାପ । ସେଠାରେ ଯୋଗର ଯାତ୍ରା ଏତେ ମାତ୍ରାରେ ହୋଇପାରିବ ନାହିଁ । ତେବେ ଏଥିରେ ଲେଖିବାର ମଧ୍ୟ କୌଣସି କଥା ନାହିଁ । ପ୍ରେମିକ-ପ୍ରେମିକା କଣ କିଛି ଲେଖୁଥିଲେ କି! ତେଣୁ ନିଜକୁ ଯାଞ୍ଚ କରମୁଁ କାହାକୁ ଦୁଃଖ ଦେଇ ନାହିଁ ତ ? ମୁଁ କେତେ ଜଣଙ୍କୁ ବାବାଙ୍କର ସ୍ମୃତି ଦେଇଛି ? ଏଠାକୁ ତୁମେ ଜମା କରିବା ପାଇଁ ଆସିଛ ତେଣୁ ଏଠାରେ ବହୁତ ଚେଷ୍ଟା କର, ଛାତ ଉପରକୁ ଯାଇ ଏକାନ୍ତରେ ବସିଯାଅ । ସମ୍ପତ୍ତି ଜମା କର, ଏହା ହିଁ ହେଉଛି ଜମା କରିବାର ସମୟ । ତୁମେ ଏଠାକୁ ୫-୭ ଦିନ ପାଇଁ ଆସୁଛ, ମୁରଲୀ ଶୁଣି ଯାଇ ଏକାନ୍ତରେ ବସ । ଏଠାର ତ ତୁମେ ବାବାଙ୍କ ଘରେ ବସିଛ, ତେଣୁ ବାବାଙ୍କୁ ମନେ ପକାଅ ତାହା ହେଲେ ତୁମର କିଛି ଜମା ହୋଇଯିବ । ବହୁତ ମାତା କନ୍ୟା ବନ୍ଧନରେ ଅଛନ୍ତି । ସେମାନେ ଶିବବାବାଙ୍କୁ ମନେ ପକାଉଛନ୍ତି, କହୁଛନ୍ତି ବାବା ଆସି ବନ୍ଧନରୁ ମୁକ୍ତ କର । ବିକାର ପାଇଁ ସେମାନଙ୍କ ଉପରେ ବହୁତ ଅତ୍ୟାଚାର ଦେଉଛି । ଶାସ୍ତ୍ରରେ ଦ୍ରୌପଦୀର ବସ୍ତ୍ର ହରଣ ଦେଖାଇଛନ୍ତି । ତେବେ ତୁମେ ସମସ୍ତେ ଦ୍ରୌପଦୀ ଅଟ ନା । ତେଣୁ ବାବାଙ୍କୁ ସଦା ସର୍ବଦା ମନେ ପକାଉଥାଅ । ବାବା ଯୋଗ କରିବାର ଉପାୟ ତ ବହୁତ ବତାଉଛନ୍ତି । ଏଥିରେ ସ୍ନାନ ଆଦି କରିବାର କୌଣସି କଥା ହିଁ ନାହିଁ । ହଁ ପାଇଖାନା ଯିବାକୁ ପଡିଥାଏ ତେଣୁ ସ୍ନାନ କରିବା ଆବଶ୍ୟକ ହୋଇଥାଏ । ମନୁଷ୍ୟମାନେ ସ୍ନାନ କରିବାବେଳେ ମଧ୍ୟ କୌଣସି ଦେବତା କିମ୍ବା ଭଗବାନଙ୍କୁ ମନେ ପକାଇଥାନ୍ତି । ତେଣୁ ମୁଖ୍ୟ କଥା ହେଉଛି ବାବାଙ୍କୁ ମନେ ପକାଇବା । ଜ୍ଞାନ ତ ବହୁତ ମିଳିଛି । ଏହା ହେଉଛି ୮୪ ଜନ୍ମର ଚକ୍ରର ଜ୍ଞାନ । ତେଣୁ ନିଜ ଭିତରେ କେତେ ଜ୍ଞାନ ଅଛି ତାହା ଯାଞ୍ଚ କର । ନିଜେ ନିଜକୁ ପଚାର ଏପରି ମିଠା ମିଠା ବାବା ଯିଏକି ମୋତେ ସ୍ୱର୍ଗରେ ମାଲିକ କରୁଛନ୍ତି ତାଙ୍କୁ ସାରା ଦିନ ଭିତରେ କେତେ ମନେ ପକାଇଲି ? ମନ କେଉଁ ଆଡକୁ ଦୌଡୁ ନାହିଁ ତ ? କେଉଁ ଆଡେ ଦୌଡିବି, ଦୁନିଆ ତ ଆଉ ନାହିଁ । ଏସବୁ ବିନାଶ ହେବାର ଅଛି । ମୁଁ ଆଉ ବାବା ହିଁ ରହିବୁ । ମନ ଭିତରେ ଏହିଭଳି କଥା ହୁଅ ତେବେ ବହୁତ ମଜା ଆସିବ । ଏଠାକୁ ଯେଉଁମାନେ ବି ଆସୁଛନ୍ତି ସେମାନେ ହେଉଛନ୍ତି ବହୁତ ପୁରୁଣା ଭକ୍ତ । ଆଉ ଯେଉଁମାନେ ଆସୁନାହାଁନ୍ତି ବୁଝିଯାଅ ଯେ ଏମାନେ ଆଜି-କାଲିର ଭକ୍ତ । ଏମାନେ ବିଳମ୍ବରେ ହିଁ ଆସିବେ । ଆରମ୍ଭରୁ ଭକ୍ତି କରୁଥିବା ଆତ୍ମା ନିଶ୍ଚିତ ବାବାଙ୍କଠାରୁ ସମ୍ପତ୍ତି ନେବା ପାଇଁ ଆସିବେ । ଏହା ହେଉଛି ଗୁପ୍ତ ପରିଶ୍ରମ । ଯେଉଁମାନେ ଧାରଣା କରୁନାହାଁନ୍ତି ସେମାନଙ୍କ ଦ୍ୱାରା କିଛି ବି ପରିଶ୍ରମ ହେଉନାହିଁ । ଏଠାକୁ (ମଧୁବନ) ତୁମେ ସତେଜ ହେବା ପାଇଁ ଆସୁଛ ତେଣୁ ନିଜେ ବହୁତ ପରିଶ୍ରମ କର । ତୁମେ ଏଠାରେ ଗୋଟିଏ ସପ୍ତାହରେ ଏତେ ରୋଜଗାର କରୁଛ ଯାହାକି ଘରେ ୧୨ ମାସ ଭିତରେ ମଧ୍ୟ କରିପାରିବ ନାହିଁ । ଏଠାରେ ସାତ ଦିନ ଭିତରେ ନିଜର ଯାହା ଦୋଷ ଦୁର୍ବଳତା ଅଛି ସେସବୁ ସମାପ୍ତ କରିପାରିବ । ସେଥିପାଇଁ ବାବା ରାୟ ଦେଉଛନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏକାନ୍ତରେ ବସି ବାବାଙ୍କୁ ମନେ ପକାଇ ରୋଜଗାର ଜମା କରିବାକୁ ହେବ । ନିଜକୁ ଯାଞ୍ଚ କରିବାକୁ ହେବ ଯେ ବାବାଙ୍କ ସୃତିରେ ରହିବାବେଳେ ମନ ଏଣେତେଣେ ଦୌଡୁ ନାହିଁ ତ ? ମୁଁ ମିଠାବାବାଙ୍କୁ କେତେ ସମୟ ମନେ ପକାଉଛି ?

(୨) ସର୍ବଦା ଏହି ଖୁସିରେ ରହିବାକୁ ହେବ ଯେ ବାବା ଆମକୁ ରାବଣର ପଞ୍ଜୁରୀରୁ ମୁକ୍ତ କରିଦେଲେ । ଏବେ ଆମେ ଏଭଳି ଦୁନିଆକୁ ଯାଉଛୁ ଯେଉଁଠାରେ ନା ଗରମ ଅଛି ନା ଥଣ୍ଡା ଅଛି ସେଠାରେ ସର୍ବଦା ବସନ୍ତ ଋତୁ ରହିବ ।


ବରଦାନ:-
ଆତ୍ମିକ ନିଶା ଦ୍ୱାରା ପୁରୁଣା ଦୁନିଆକୁ ଭୁଲି ଯାଇଥିବା ସ୍ୱରାଜ୍ୟ ତଥା ବିଶ୍ୱରାଜ୍ୟ ଅଧିକାରୀ ହୁଅ ।

ସଂଗମଯୁଗରେ ଯେଉଁମାନେ ବାବାଙ୍କର ସମ୍ପତ୍ତିର ଅଧିକାରୀ ହୁଅନ୍ତି ସେହିମାନେ ହିଁ ସ୍ୱରାଜ୍ୟ ଏବଂ ବିଶ୍ୱରାଜ୍ୟର ଅଧିକାରୀ ହୋଇଥାନ୍ତି । ଆଜି ସ୍ୱରାଜ୍ୟରେ ଅଛ, କାଲି ବିଶ୍ୱ ଉପରେ ରାଜ୍ୟ କରିବ । ଏହା ହେଉଛି ଆଜି ଏବଂ କାଲିର କଥା । ଏହିଭଳି ଆତ୍ମାମାନେ ଆତ୍ମିକ ନିଶାରେ ରହିଥାନ୍ତି ଏବଂ ଏହି ନିଶା ପୁରୁଣା ଦୁନିଆକୁ ସହଜରେ ଭୁଲାଇ ଦେଇଥାଏ । ଅଧିକାରୀ ଆତ୍ମା କେବେହେଲେ କୌଣସି ବସ୍ତୁ ବା ବ୍ୟକ୍ତି ବା ସଂସ୍କାରର ଅଧିକ ହୋଇପାରିବେ ନାହିଁ । ସେମାନଙ୍କୁ ଏହି ଦୁନିଆର ହଦର କଥାକୁ ଛାଡିବାକୁ ପଡିନଥାଏ କିନ୍ତୁ ତାହା ଆପେ ଆପେ ଛାଡି ହୋଇଯାଏ ।

ସ୍ଲୋଗାନ:-
ଯେଉଁମାନେ ପ୍ରତ୍ୟେକ ସେକେଣ୍ଡରେ, ପ୍ରତ୍ୟେକ ନିଶ୍ୱାସରେ ନିଜର ସର୍ବ ସମ୍ପତ୍ତିକୁ ସଫଳ କରିଥାନ୍ତି ସେହିମାନେ ହିଁ ସଫଳତାର ମୂର୍ତ୍ତି ହୋଇଯାଆନ୍ତି ।