09.03.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମ ଭିତରେ ନିଶା ରହିବା ଉଚିତ୍ ଯେ ଆମର ପାରଲୌକିକ ପିତା ବିଶ୍ୱର ସବୁଠାରୁ ବଡ ଆଶ୍ଚର୍ଯ୍ୟ ଅର୍ଥାତ୍ ସ୍ୱର୍ଗ ଦୁନିଆ ତିଆରି କରୁଛନ୍ତି, ଯାହାର ଆମେ ମାଲିକ ହେବାକୁ ଯାଉଛୁ ।

ପ୍ରଶ୍ନ:-
ବାବାଙ୍କ ସଙ୍ଗ ଦ୍ୱାରା କଣ କଣ ସବୁ ପ୍ରାପ୍ତି ହେଉଛି ?

ଉତ୍ତର:-
ବାବାଙ୍କ ସଙ୍ଗ ମିଳିବା ଦ୍ୱାରା ଆମେ ମୁକ୍ତି-ଜୀବନ ମୁକ୍ତିର ଅଧିକାରୀ ହୋଇଯାଉଛୁ । ବାବାଙ୍କର ସଙ୍ଗ ଆମକୁ ପାରି କରିଦେଉଛି । ବାବା ଆମକୁ ନିଜର କରି ଆସ୍ତିକ ଏବଂ ତ୍ରିକାଳଦର୍ଶୀ କରିଦେଉଛନ୍ତି । ଆମେ ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିଯାଉଛୁ ।

ଗୀତ:-
ଧୀରଜ ଧର ମନୁଆ....

ଓମ୍ ଶାନ୍ତି ।
ଏକଥା କିଏ କହୁଛନ୍ତି ? ପିଲାମାନଙ୍କୁ ବାବା ହିଁ କହୁଛନ୍ତି । ସବୁ ସନ୍ତାନମାନଙ୍କୁ କହିବାକୁ ପଡୁଛି କାରଣ ସମସ୍ତେ ଦୁଃଖୀ ଏବଂ ଅଧୈର୍ଯ୍ୟ ହୋଇଗଲେଣି । ସମସ୍ତେ ବାବାଙ୍କୁ ମନେ ପକାଉଛନ୍ତି ଯେ ଏଠାକୁ ଆସି ଦୁଃଖରୁ ଲିବରେଟ୍ ଅର୍ଥାତ୍ ମୁକ୍ତ କରି ସୁଖର ରାସ୍ତା ବତାଅ । ଏବେ ତ କୌଣସି ମନୁଷ୍ୟର ବିଶେଷ କରି ଭାରତବାସୀଙ୍କର ଏକଥା ମନେ ନାହିଁ ଯେ ଆମେ ଭାରତବାସୀ ବହୁତ ସୁଖି ଥିଲେ । ଭାରତ ପ୍ରାଚୀନରୁ ପ୍ରାଚୀନ ୱାଣ୍ଡରଫୁଲ ଅର୍ଥାତ୍ ଆଶ୍ଚର୍ଯ୍ୟର ସ୍ଥାନ ଥିଲା । ୱାଣ୍ଡର ଅଫ୍ ଦ ୱାର୍ଲଡ୍ ଅର୍ଥାତ୍ ବିଶ୍ୱର ଆଶ୍ଚର୍ଯ ବୋଲି କୁହନ୍ତି ନା । ଏଠାରେ ତ ମାୟାର ରାଜ୍ୟରେ ୭ଟି ଆଶ୍ଚର୍ଯ୍ୟର ଗାୟନ ଅଛି । ତାହା ହେଲା ସ୍ଥୂଳ ଆଶ୍ଚର୍ଯ୍ୟ, ବାବା ବୁଝାଉଛନ୍ତି ଏହା ମାୟାର ଆଶ୍ଚର୍ଯ୍ୟ ଯେଉଁଥିରେ ଦୁଃଖ ଅଛି । ରାମ ଅର୍ଥାତ୍ ବାବାଙ୍କର ଆଶ୍ଚର୍ଯ୍ୟ ହେଲା ସ୍ୱର୍ଗ । ତାହା ହିଁ ବିଶ୍ୱର ଆଶ୍ଚର୍ଯ୍ୟ ଅଟେ । ଭାରତ ସ୍ୱର୍ଗ ଥିଲା । ହୀରା ଭଳି ଥିଲା । ସେଠାରେ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା । ଏକଥା ଭାରତବାସୀ ଭୁଲିଯାଇଛନ୍ତି । ଯଦିଓ ଦେବତାମାନଙ୍କ ଆଗରେ ମଥା ନୁଆଁଉଛନ୍ତି, ପୂଜା କରୁଛନ୍ତି କିନ୍ତୁ ଯାହାଙ୍କର ପୂଜା କରୁଛନ୍ତି ତାଙ୍କର ଜୀବନ ବୃତ୍ତାନ୍ତକୁ ଜାଣିବା ଦରକାର ନା । ଏକଥା ବେହଦର ବାବା ଆସି ବୁଝାଉଛନ୍ତି । ଏଠାକୁ ତୁମେ ପାରଲୌକିକ ବାବାଙ୍କ ପାଖକୁ ଆସିଛ । ତେବେ ପାରଲୌକିକ ବାବା ହିଁ ସ୍ୱର୍ଗର ରଚୟିତା ଅଟନ୍ତି । ଏହି କାର୍ଯ୍ୟ କେହି ମନୁଷ୍ୟ କରିପାରିବେ ନାହିଁ । ବ୍ରହ୍ମାବାବାଙ୍କୁ ମଧ୍ୟ ଶିବବାବା କୁହନ୍ତି ହେ କୃଷ୍ଣଙ୍କର ପୁରୁଣା ତମୋପ୍ରଧାନ ଆତ୍ମା ତୁମେ ନିଜର ଜନ୍ମକୁ ଜାଣି ନାହଁ । ଯେତେବେଳେ ତୁମେ କୃଷ୍ଣ ଥିଲ ସେତେବେଳେ ସତ୍ତ୍ୱପ୍ରଧାନ ଥିଲ ପୁଣି ୮୪ଜନ୍ମ ନେଇ ଏବେ ତୁମେ ତମୋପ୍ରଧାନ ହୋଇଯାଇଛ । ତୁମେ ଭିନ୍ନ ଭିନ୍ନ ନାମ ଏବଂ ରୂପ ଧାରଣ କରିଛ । ଏବେ ତୁମର ନାମ ବ୍ରହ୍ମା ରଖିଯାଇଛି । ଯିଏ ବ୍ରହ୍ମା ସିଏ ହିଁ ବିଷ୍ଣୁ ବା ଶ୍ରୀକୃଷ୍ଣ ହେବ । କଥା ତ ଗୋଟିଏ - ବ୍ରହ୍ମା ସୋ ବିଷ୍ଣୁ, ବିଷ୍ଣୁ ସୋ ବ୍ରହ୍ମା । ବ୍ରହ୍ମା ମୁଖବଂଶାବଳୀ ବ୍ରାହ୍ମଣ ମାନେ ହିଁ ପୁଣି ଦେବତା ହୁଅନ୍ତି । ପୁଣି ସେହି ଦେବୀ- ଦେବତାମାନେ ପୁନର୍ବାର ଶୁଦ୍ର ହୁଅନ୍ତି । ଏବେ ତୁମେ ବ୍ରାହ୍ମଣ ହୋଇଛ । ବାବା ବସି ତୁମମାନଙ୍କୁ ବୁଝାଉଛନ୍ତି । ଏହା ହେଲା ଭଗବାନୁବାଚ । ତୁମେମାନେ ହେଉଛ ବିଦ୍ୟାର୍ଥୀ । ତେଣୁ ତୁମମାନଙ୍କୁ କେତେ ଖୁସି ରହିବା ଦରକାର । କିନ୍ତୁ ଏତେ ଖୁସି ରହୁନାହିଁ । ଧନବାନ୍ ବ୍ୟକ୍ତି ନିଜର ଧନର ନିଶାରେ ବହୁତ ଖୁସିରେ ରହିଥାନ୍ତି ନା । ଏଠାରେ ତୁମେମାନେ ଭଗବାନଙ୍କର ସନ୍ତାନ ହୋଇଛ ତଥାପି ମଧ୍ୟ ଏତେ ଖୁସୀରେ ରହୁନାହଁ । କିଛି ବି ବୁଝୁନାହାଁନ୍ତି । କାରଣ ପଥର ବୁଦ୍ଧି ଅଟନ୍ତି ନା । ଭାଗ୍ୟରେ ନଥିଲେ ଜ୍ଞାନର ଧାରଣା ମଧ୍ୟ କରିପାରିବେ ନାହିଁ । ଏବେ ତୁମକୁ ବାବା ମନ୍ଦିର ଯୋଗ୍ୟ କରୁଛନ୍ତି । ପରନ୍ତୁ ମାୟାର ସଙ୍ଗ ମଧ୍ୟ କମ୍ ନୁହେଁ । ଗାୟନ ଅଛି ଯେ ସୁସଙ୍ଗ ଉଦ୍ଧାର କରେ କୁସଙ୍ଗ ବୁଡେଇ ମାରେ । ବାବାଙ୍କର ସଙ୍ଗ ତୁମକୁ ମୁକ୍ତି-ଜୀବନମୁକ୍ତିକୁ ନେଇ ଯାଉଛି କିନ୍ତୁ ରାବଣର କୁସଙ୍ଗ ତୁମକୁ ଦୁର୍ଗତି ଆଡକୁ ନେଇଯାଉଛି । ୫ ବିକାରର ସଙ୍ଗ ହୋଇଯାଇଥାଏ ନା । ଭକ୍ତିରେ କହନ୍ତି ସତ୍ସଙ୍ଗ କିନ୍ତୁ ୮୪ ଜନ୍ମର ସିଢିରେ ତ ତଳକୁ ତ ଖସିଥାନ୍ତି । ସିଢିରେ କେହି ଧକ୍କା ଖାଇଲେ ତ ନିଶ୍ଚୟ ତଳକୁ ହିଁ ଖସିବେ ନା ! ତେବେ ସମସ୍ତଙ୍କର ସଦ୍ଗତି ଦାତା ଏକମାତ୍ର ବାବା ହିଁ ଅଟନ୍ତି । କେହି ବି ହୁଅନ୍ତୁ ନା କାହିଁକି, ଭଗବାନଙ୍କୁ ଉପରେ ଅଛନ୍ତି ବୋଲି ଈଶାରା କରିବେ ନା । ତେବେ ବାବାଙ୍କ ବ୍ୟତୀତ ପିଲାମାନଙ୍କୁ ତାଙ୍କର ପରିଚୟ କିଏ ଦେବ ? ତେଣୁ ବାବା ହିଁ ପିଲାମାନଙ୍କୁ ନିଜର ପରିଚୟ ଦେଉଛନ୍ତି । ତାଙ୍କୁ ନିଜର କରି ସୃଷ୍ଟିର ଆଦି, ମଧ୍ୟ, ଅନ୍ତର ଜ୍ଞାନ ଦେଉଛନ୍ତି । ବାବା କହୁଛନ୍ତି ମୁଁ ଆସି ତୁମକୁ ଆସ୍ତିକ ମଧ୍ୟ କରୁଛି ତ ତ୍ରିକାଳଦର୍ଶୀ ମଧ୍ୟ କରୁଛି । ଏହା ଏକ ଡ୍ରାମା ଅଟେ । ଏକଥା ସାଧୁ, ସନ୍ଥ, ଆଦି ମଧ୍ୟ ଜାଣି ନାହାଁନ୍ତି । ସେସବୁ ହେଲା ସିମୀତ ସମୟର ଡ୍ରାମା । ଏହା ହେଲା ବେହଦର ଅବିନାଶୀ ଡ୍ରାମା । ଏହି ବେହଦର ଡ୍ରାମାରେ ଆମେ ସୁଖ ବି ବହୁତ ଦେଖୁଛନ୍ତି ତ ଦୁଃଖ ବି ବହୁତ ଦେଖୁଛନ୍ତି । ଏହି ଡ୍ରାମାରେ କୃଷ୍ଣ ଏବଂ ଖ୍ରୀଷ୍ଟୀୟାନଙ୍କର ମଧ୍ୟ କିପରି ହିସାବ କିତାବ ରହିଛି । ସେମାନେ ଭାରତକୁ ନିଜ ଭିତରେ ବିବାଦ ସୃଷ୍ଟି କରାଇ ରାଜ୍ୟ ନେଲେ । ଏବେ ତୁମେ କାହା ସହିତ ଲଢେଇ କରୁ ନାହଁ । ସେମାନେ ପରସ୍ପର ମଧ୍ୟରେ ଲଢେଇ କରୁଛନ୍ତି । ରାଜ୍ୟ ତୁମକୁ ମିଳିଯାଉଛି । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି । କିନ୍ତୁ ଏକଥା କେହି ବି ଜାଣି ନାହାଁନ୍ତି । ଜ୍ଞାନଦାତା ଜ୍ଞାନର ସାଗର କେବଳ ବାବା ହିଁ ଅଟନ୍ତି । ଯିଏକି ସମସ୍ତଙ୍କର ସଦ୍ଗତି କରନ୍ତି । ଭାରତରେ ଯେତେବେଳେ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା ସେତେବେଳେ ସଦ୍ଗତି ଥିଲା । ବାକି ସବୁ ଆତ୍ମାମାନେ ମୁକ୍ତିଧାମରେ ଥିଲେ । ସୁନାର ଭାରତ ଥିଲା । ସେଠାରେ କେବଳ ତୁମେ ହିଁ ରାଜ୍ୟ କରୁଥିଲ । ସତ୍ୟଯୁଗରେ ସୂର୍ଯ୍ୟବଂଶୀ ରାଜ୍ୟ ଥିଲା । ଏବେ ତୁମେ ସତ୍ୟନାରାୟଣ କଥା ଶୁଣୁଛ । ଏହି କଥା (ଜ୍ଞାନ) ନରରୁ ନାରାୟଣ ହେବାର କଥା ଅଟେ । ଏହା ମଧ୍ୟ ବଡ ବଡ ଅକ୍ଷରରେ ଲେଖିଦିଅ - ସତ୍ୟଗୀତା ଜ୍ଞାନ ଦ୍ୱାରା ଭାରତ ସତ୍ୟଖଣ୍ଡ, ୱର୍ଥ ପାଉଣ୍ଡ ଅର୍ଥାତ୍ ମୂଲ୍ୟବାନ ହୁଏ । ବାବା ଆସି ଏବେ ସତ୍ୟଗୀତା ଶୁଣାଉଛନ୍ତି । ସହଜ ରାଜଯୋଗ ଶିଖାଉଛନ୍ତି ତେଣୁ ଭାରତ ମୂଲ୍ୟବାନ ହୋଇଯାଉଛି । ବାବା ଜ୍ଞାନର ଯାଦୁ ତ ବହୁତ ଶିଖାଉଛନ୍ତି । କିନ୍ତୁ ପିଲାମାନେ ଦେହ- ଅଭିମାନ କାରଣରୁ ଭୁଲିଯାଉଛନ୍ତି । ତେବେ ଯେତେ ଦେହୀ-ଅଭିମାନୀ ଅବସ୍ଥା ରହିବ ସେତେ ଜ୍ଞାନର ଧାରଣା ମଧ୍ୟ ହେବ । ଦେହ-ଅଭିମାନ କାରଣରୁ ଧାରଣା ହେଉ ନାହିଁ ।

ବାବା ବୁଝାଉଛନ୍ତି ମୁଁ କଣ କହୁଛି ଯେ ମୁଁ ସର୍ବବ୍ୟାପୀ ଅଟେ! ମୋତେ ତ କହୁଛ ଯେ ତୁମେ ମାତା..ପିତା...ତେବେ ଏହାର ଅର୍ଥ କଣ ? ତୁମରି କୃପାରୁ ସୁଖ ଅପାର । ଏବେ ତ ଦୁଃଖ ଅଛି । ତେବେ ଏହି ଗାୟନ କେଉଁ ସମୟର - ଏକଥା ମଧ୍ୟ ବୁଝୁନାହାଁନ୍ତି । ଯେମିତି ପକ୍ଷୀ ଚୁଁ ଚୁଁ କରୁଥାନ୍ତି, କିନ୍ତୁ ତାର ଅର୍ଥ କିଛି ନଥାଏ । ସେମିତି ଏମାନେ ମଧ୍ୟ ଚୁଁ ଚୁଁ କରୁଛନ୍ତି । ଅର୍ଥ କିଛି ବି ଜାଣି ନାହାଁନ୍ତି । ବାବା ବସି ତୁମମାନଙ୍କୁ ବୁଝାଉଛନ୍ତି ଏସବୁ ହେଲା ଅସତ୍ୟ କଥା । ଏଭଳି ଅସତ୍ୟ କିଏ କରାଇଲା ? ରାବଣ । ଭାରତ ସତ୍ୟଖଣ୍ଡ ଥିଲା, ସବୁ ସତ୍ୟ କଥା କହୁଥିଲେ । ଚୋରି, ଠକାମି ଆଦି କିଛି ବି ନଥିଲା । ଏଠାରେ କେତେ ଚୋରି ଆଦି କରୁଛନ୍ତି । ଦୁନିଆରେ ତ ଠକାମି ହିଁ ଠକାମି । ଏହାକୁ କୁହାଯାଏ ପାପର ଦୁନିଆ , ଦୁଃଖର ଦୁନିଆ । ସତ୍ୟଯୁଗକୁ କୁହାଯାଏ ସୁଖର ଦୁନିଆ । ଏହା ହେଲା ବିକାରୀ ବେଶ୍ୟାଳୟ, ସତ୍ୟଯୁଗ ହେଲା ଶିବାଳୟ । ବାବା କେତେ ଭଲଭାବେ ବସି ବୁଝାଉଛନ୍ତି । ନାମ ମଧ୍ୟ କେତେ ଭଲ - ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ । ଏବେ ବାବା ଆସି ବୁଦ୍ଧିବାନ କରୁଛନ୍ତି । କହୁଛନ୍ତି ଏହି ବିକାର ଉପରେ ବିଜୟୀ ହୁଅ ତେବେ ତୁମେ ଜଗତ୍ଜିତ୍ ହେବ । ଏହି କାମ ହିଁ ମହାଶତ୍ରୁ ଅଟେ । ପିଲାମାନେ ଏଥିପାଇଁ ଡାକୁଛନ୍ତି ଆସି ଆମକୁ ଦେବୀ-ଦେବତା କର ।

ବାବାଙ୍କର ଯଥାର୍ଥ ମହିମାକୁ ତୁମେମାନେ ହିଁ ଜାଣିଛ । ମନୁଷ୍ୟମାନେ ତ ବାବାଙ୍କୁ ଜାଣି ନାହାଁନ୍ତି କିମ୍ବା ବାବାଙ୍କର ମହିମାକୁ ମଧ୍ୟ ଜାଣି ନାହାଁନ୍ତି । ତୁମେ ଜାଣିଛ ଯେ ସେ ହେଲେ ପ୍ରେମର ସାଗର । ବାବା ତୁମମାନଙ୍କୁ ଏତେ ଜ୍ଞାନ ଶୁଣାଉଛନ୍ତି, ଏହା ହିଁ ତାଙ୍କର ସ୍ନେହ । ଶିକ୍ଷକ ଛାତ୍ରମାନଙ୍କୁ ପାଠ ପଢାଉଛନ୍ତି ତେଣୁ ଛାତ୍ରମାନେ କଣରୁ କଣ ହୋଇଯାଉଛନ୍ତି । ତୁମମାନଙ୍କୁ ମଧ୍ୟ ବାବାଙ୍କ ଭଳି ସ୍ନେହର ସାଗର ହେବାକୁ ପଡିବ, ସମସ୍ତଙ୍କୁ ବହୁତ ସ୍ନେହର ସହିତ ବୁଝାଇବାକୁ ହେବ । ବାବା କହୁଛନ୍ତି ତୁମେ ମଧ୍ୟ ପରସ୍ପରକୁ ସ୍ନେହ କର । ପ୍ରଥମ ନମ୍ବରର ସ୍ନେହ ହେଲା - ବାବାଙ୍କର ପରିଚୟ ଦେବା । ତୁମେମାନେ ଗୁପ୍ତ ଦାନ କରୁଛ । ପରସ୍ପରକୁ କେବେ ବି ଘୃଣା କରିବା ଉଚିତ୍ ନୁହେଁ ନଚେତ୍ ତୁମକୁ ମଧ୍ୟ ଦଣ୍ଡ ଭୋଗ କରିବାକୁ ପଡିବ । ଯଦି କାହାର ତିରସ୍କାର କରିବ ତେବେ ଧର୍ମରାଜର ଦଣ୍ଡାମାଡ ଖାଇବାକୁ ପଡିବ । ତେଣୁ କେବେ ବି କାହାକୁ ଘୃଣା କରନାହିଁ କିମ୍ବା ତିରସ୍କାର କରନାହିଁ । ତୁମେମାନେ ଦେହ-ଅଭିମାନରେ ଆସିବା ଦ୍ୱାରା ହିଁ ପତିତ ହୋଇଗଲ । ଏବେ ବାବା ଦେହୀ-ଅଭିମାନୀ କରୁଛନ୍ତି ତେଣୁ ତୁମେ ପବିତ୍ର ହୋଇଯାଉଛ । ସମସ୍ତଙ୍କୁ ଏହିକଥା ବୁଝାଅ ଯେ ଏବେ ୮୪ ଜନ୍ମର ଚକ୍ର ପୁରା ହେଲା । ଯିଏ ସୂର୍ଯ୍ୟବଂଶୀ ମହାରାଜା-ମହାରାଣୀ ଥିଲେ ସେମାନେ ପୁଣି ୮୪ଜନ୍ମ ନେଇ ତଳକୁ ଖସି ଖସି ଏବେ ସମ୍ପୂର୍ଣ୍ଣ ଅଧୋପତନ ହୋଇଯାଇଛନ୍ତି । ଏବେ ବାବା ପୁର୍ନବାର ଆସି ସେମାନଙ୍କୁ ମହାରାଜା ମହାରାଣୀ କରୁଛନ୍ତି । ବାବା କହୁଛନ୍ତି ତୁମେମାନେ କେବଳ ମୋତେ ମନେ ପକାଅ ତେବେ ପବିତ୍ର ହୋଇଯିବ । ତୁମମାନଙ୍କୁ ଦୟାର ସାଗର ହୋଇ ସାରା ଦିନ ସେବାର ହିଁ ଖିଆଲ କରିବା ଦରକାର । ବାବା ନିର୍ଦ୍ଦେଶ ଦେଉଛନ୍ତି ମିଠା ମିଠା ସନ୍ତାନମାନେ, ତୁମେମାନେ ଦୟାର ସାଗର ହୋଇ ବିଚରା ଯେଉଁମାନେ ଦୁଃଖି ହୋଇଯାଇଛନ୍ତି, ସେହି ଦୁଃଖି ଆତ୍ମାମାନଙ୍କୁ ସୁଖୀ କର । ସେମାନଙ୍କୁ ବହୁତ ସଂକ୍ଷିପ୍ତରେ ପତ୍ର ଲେଖିବା ଦରକାର । ବାବା କହୁଛନ୍ତି ମୋତେ ମନେପକାଅ ଏବଂ ବର୍ସା ଅର୍ଥାତ୍ ସମ୍ପତ୍ତିକୁ ମନେପକାଅ । ତେବେ ସମସ୍ତ ମହିମା ଏକମାତ୍ର ଶିବବାବାଙ୍କର । ମନୁଷ୍ୟମାନଙ୍କୁ ବାବାଙ୍କର ମହିମା ବିଷୟରେ ମଧ୍ୟ ଜଣା ନାହିଁ । ତୁମେମାନେ ହିନ୍ଦୀରେ ମଧ୍ୟ ଚିଠି ଲେଖିପାରିବ । ସେବା କରିବା ପାଇଁ ମଧ୍ୟ ପିଲାମାନଙ୍କର ସାହସ ଦରକାର । ବହୁତ ଅଛନ୍ତି ଯେଉଁମାନେ ଆତ୍ମଘାତ କରୁଛନ୍ତି, ସେମାନଙ୍କୁ ମଧ୍ୟ ତୁମେ ବୁଝାଇ ପାରିବ ଜୀବଘାତ କରିବା ମହାପାପ ଅଟେ । ଏବେ ଶିବବାବା ହିଁ ତୁମମାନଙ୍କୁ ଶ୍ରୀମତ ଦେଉଛନ୍ତି । ସେ ହେଲେ ଶ୍ରୀ ଶ୍ରୀ ଶିବବାବା ! ତୁମକୁ ଶ୍ରୀ ଲକ୍ଷ୍ମୀ ଶ୍ରୀ ନାରାୟଣ କରୁଛନ୍ତି । ଶ୍ରୀ ଶ୍ରୀ ତ ଏକମାତ୍ର ବାବା ହିଁ ଅଟନ୍ତି । ସେ କେବେ ଜନ୍ମ ମରଣ ଚକ୍ରରେ ଆସନ୍ତି ନାହିଁ । ବାକି ତୁମମାନଙ୍କୁ ଶ୍ରୀ ଶ୍ରୀ ଉପାଧି ମିଳିଥାଏ । ଆଜିକାଲି ତ ସମସ୍ତଙ୍କୁ ଶ୍ରୀ ଶ୍ରୀ ର ଉପାଧି ଦେଇଦେଉଛନ୍ତି । କାହିଁ ସେ ନିର୍ବିକାରୀ ଦେବତା ଏବଂ କାହିଁ ଇଏ ବିକାରୀ ମନୁଷ୍ୟ ରାତି ଦିନର ଫରକ ରହିଛି । ବାବା ପ୍ରତିଦିନ ବୁଝାଇ ଚାଲିଛନ୍ତି ପ୍ରଥମେ ଦେହୀ-ଅଭିମାନୀ ହୁଅ ଓ ସମସ୍ତଙ୍କ ନିକଟରେ ବାବାଙ୍କର ସନ୍ଦେଶ ପହଞ୍ଚାଅ । ତୁମୋମନେ ମଧ୍ୟ ସନ୍ଦେଶବାହାକଙ୍କର ସନ୍ତାନ ଅଟ । ସମସ୍ତଙ୍କର ସଦ୍ଗତିଦାତା କେବଳ ଜଣେ ଅଟନ୍ତି । ବାକି ଅନ୍ୟ ଧର୍ମ ସ୍ଥାପକମାନଙ୍କୁ କଣ ଗୁରୁ କୁହାଯିବ । ସଦ୍ଗତିଦାତା ତ କେବଳ ଜଣେ ହିଁ ଅଟନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) କାହାକୁ ବି ଘୃଣା କରିବାର ନାହିଁ । ଦୟାଶୀଳ ହୋଇ ଦୁଃଖୀ ଆତ୍ମାମାନଙ୍କୁ ସୁଖି କରିବାର ସେବା କରିବାକୁ ହେବ । ବାବାଙ୍କ ସମାନ ମାଷ୍ଟର ପ୍ରେମର ସାଗର ହେବାକୁ ପଡିବ ।

(୨) ଭଗବାନଙ୍କର ଆମେ ସନ୍ତାନ ଅଟୁ ଏହି ନିଶା ବା ଖୁସୀରେ ରହିବାକୁ ହେବ । କେବେ ବି ମାୟାର ଓଲଟା ସଙ୍ଗ କରିବାର ନାହିଁ । ଦେହୀ-ଅଭିମାନୀ ହୋଇ ଜ୍ଞାନର ଧାରଣା କରିବାକୁ ହେବ ।

ବରଦାନ:-
ସ୍ମୃତି ରୂପକ ସ୍ୱିଚ୍ ଦ୍ୱାରା ସ୍ୱକଲ୍ୟାଣ ଏବଂ ସମସ୍ତଙ୍କର କଲ୍ୟାଣ କରି ସିଦ୍ଧି ସ୍ୱରୂପ ଆତ୍ମା ହୁଅ ।

ସ୍ଥିତିର ଆଧାର ସ୍ମୃତି ଅଟେ, ତେଣୁ ସର୍ବଦା ମନ ଭିତରେ ଏହି ଶକ୍ତିଶାଳୀ ସ୍ମୃତି ରହିଥାଉ ଯେ ମୁଁ ବାବାଙ୍କର, ବାବା ମୋର । ତେବେ ଏହି ସ୍ମୃତି ଦ୍ୱାରା ନିଜର ସ୍ଥିତି ମଧ୍ୟ ଶକ୍ତିଶାଳୀ ରହିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଶକ୍ତିଶାଳୀ କରିପାରିବ । ଯେପରି ସ୍ୱିଚ୍ ଅନ୍ କରିବା ଦ୍ୱାରା ଚାରିଆଡେ ଆଲୋକିତ ହୋଇଯାଏ ସେହିପରି ଏହି ସ୍ମୃତି ମଧ୍ୟ ସ୍ୱିଚ୍ ଅଟେ । ଯଦି ସର୍ବଦା ସ୍ମୃତି ରୂପକ ସ୍ୱିଚ୍ ଉପରେ ଧ୍ୟାନ ରହିଥିବ ତେବେ ନିଜର ଏବଂ ସମସ୍ତଙ୍କର କଲ୍ୟାଣ କରିଚାଲିବ । ଯେହେତୁ ତୁମର ଜନ୍ମ ନୂଆ ତେଣୁ ସ୍ମୃତି ମଧ୍ୟ ନୂଆ ହେବା ଦରକାର, ସମସ୍ତ ପୁରୁଣା ସ୍ମୃତି ସମାପ୍ତ ହୋଇଯିବା ଦରକାର ଏହି ବିଧି ଦ୍ୱାରା ସିଦ୍ଧି ସ୍ୱରୂପର ବରଦାନ ପ୍ରାପ୍ତ ହୋଇଯିବ ।

ସ୍ଲୋଗାନ:-
ଅତୀନ୍ଦ୍ରିୟ ସୁଖର ଅନୁଭୂତି କରିବା ପାଇଁ ନିଜର ଶାନ୍ତ ସ୍ୱରୂପ ସ୍ଥିତିରେ ସ୍ଥିତ ରୁହ ।


ମାତେଶ୍ୱରୀଙ୍କର ଅନମୋଲ ମହାବାକ୍ୟ :
(୧) ଜ୍ଞାନୀ ଆତ୍ମାମାନଙ୍କ ଦ୍ୱାରା ଭୂଲ ହେଲେ ୧୦୦ ଗୁଣା ଦଣ୍ଡ : ଏହି ଅବିନାଶୀ ଜ୍ଞାନ ଯଜ୍ଞକୁ ଆସି, ସାକ୍ଷାତ ପରମାତ୍ମାଙ୍କର ହାତ ଧରି ଯଦି କୌଣସି କାରଣରୁ ବିକର୍ମ ହୋଇଯିବ ତେବେ ବହୁତ କଡା ଦଣ୍ଡ ଭୋଗ କରିବାକୁ ପଡିବ । ଯେପରି ଜ୍ଞାନ ମାର୍ଗରେ ଚାଲିଲେ ୧୦୦ ଗୁଣା ଫାଇଦା ରହିଛି ସେହିପରି କୌଣସି ଭୂଲ୍ ହୋଇଗଲେ ପୁଣି ୧୦୦ ଗୁଣା ଦଣ୍ଡ ମଧ୍ୟ ରହିଛି । ସେଥିପାଇଁ ବହୁତ ଖବରଦାର ରହିବାକୁ ପଡିବ । ଯଦି ବାରମ୍ବାର ଭୁଲ୍ ହୋଇ ଚାଲିବ ତେବେ ଶକ୍ତିହୀନ ହୋଇଯିବ, ସେଥିପାଇଁ ଛୋଟ ଛୋଟ ଭୂଲ୍କୁ ମଧ୍ୟ ଜାଣିବାକୁ ହେବ ଏବଂ ଆଗକୁ ଯେପରି ସେହି ଭୂଲ୍ ନହୁଏ । ଦେଖ, ଯେପରି ବୁଦ୍ଧିମାନ ବିଶେଷ ବ୍ୟକ୍ତି ଯଦି ଭୂଲ କରନ୍ତି ତେବେ ତାଙ୍କ ପାଇଁ ବହୁତ କଡା ଦଣ୍ଡର ବିଧାନ ରହିଥାଏ ଏବଂ ଯିଏ ଅଧୋପତିତ ବ୍ୟକ୍ତି ଯଦି ଖରାପ କର୍ମ କରେ ତେବେ ତାଙ୍କ ପାଇଁ ଏତେ କଡା ଦଣ୍ଡ ବିଧାନ ନଥାଏ । ତୁମେମାନେ ନିଜକୁ ପରମାତ୍ମାଙ୍କର ସନ୍ତାନ ବୋଲି କହୁଛ ତେଣୁ ତୁମମାନଙ୍କୁ ମଧ୍ୟ ସେତିକି ଦୈବୀଗୁଣ ଧାରଣ କରିବାକୁ ପଡିବ । ସତ୍ୟ ପିତାଙ୍କର ନିକଟକୁ ଆସୁଛ ତେଣୁ ସେତିକି ସଚ୍ଚା ହୋଇ ରହିବାକୁ ହେବ ।

(୨) ପରମାତ୍ମା ଅର୍ନ୍ତଯ୍ୟାମୀ କିପରି ?
ଲୋକମାନେ କହୁଛନ୍ତି ପରମାତ୍ମା ଅନ୍ତର୍ଯ୍ୟାମୀ । ତେବେ ଅନ୍ତର୍ଯ୍ୟାମୀର ଅର୍ଥ ନୁହେଁ ସିଏ ସମସ୍ତଙ୍କର ହୃଦୟର କଥାକୁ ଜାଣନ୍ତି । ଅନ୍ତର୍ଯ୍ୟାମୀର ଅର୍ଥ ସିଏ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ଜାଣନ୍ତି ବାକି ଏପରି ନୁହେଁ ଯେ ପରମାତ୍ମା ରଚୟିତା ପାଳନକର୍ତ୍ତା ଏବଂ ସଂହାରକର୍ତ୍ତା ଅଟନ୍ତି ତେବେ ଏହାର ଅର୍ଥ ହେଲା ପରମାତ୍ମା ସୃଷ୍ଟିକର୍ତ୍ତା, ଖୁଆଇଥାନ୍ତି ମଧ୍ୟ ଏବଂ ମାରିଥାନ୍ତି ମଧ୍ୟ, କିନ୍ତୁ ବାସ୍ତବରେ ଏଭଳି କିଛି ନୁହେଁ । ମନୁଷ୍ୟ ନିଜର କର୍ମର ହିସାବ ଅନୁସାରେ ଜନ୍ମ ନେଇଥାନ୍ତି । ଏହାର ଅର୍ଥ ନୁହେଁ କି ପରମାତ୍ମା ସମସ୍ତଙ୍କର ଖରାପ ସଂକଳ୍ପ ବା ଭଲ ସଂକଳ୍ପକୁ ଜାଣିବେ । ସିଏ ତ ଜାଣିଛନ୍ତି ଅଜ୍ଞାନୀ ମନୁଷ୍ୟମାନଙ୍କ ଭିତରେ କଣ ଚିନ୍ତାଧାରା ଥିବ । ତାଙ୍କ ଭିତରେ ସାରା ଦିନ ଭିତରେ କେବଳ ମାୟାବୀ ସଂକଳ୍ପ ଚାଲୁଥିବ ଏବଂ ଜ୍ଞାନୀମାନଙ୍କ ଭିତରେ ଶୁଦ୍ଧ ସଂକଳ୍ପ ଚାଲୁଥିବ, ବାକି ଜଣ ଜଣଙ୍କର ସଂକଳ୍ପକୁ ସିଏ କଣ ଜାଣୁଥିବେ । ପରମାତ୍ମା ଜାଣିଛନ୍ତି ଏବେ ତ ସମସ୍ତଙ୍କର ଆତ୍ମା ଦୁର୍ଗତିକୁ ପ୍ରାପ୍ତ କରିଛି, ସେମାନଙ୍କର ସଦ୍ଗତି କିପରି ହେବ ଏସବୁର ଜ୍ଞାନ ଅନ୍ତର୍ଯ୍ୟାମୀ ଜଣାଅଛି । ଏବେ ମନୁଷ୍ୟମାନଙ୍କର କର୍ମଭ୍ରଷ୍ଟ ହୋଇଛି, ସେମାନଙ୍କର କର୍ମକୁ ଶ୍ରେଷ୍ଠ କରିବା, ଶ୍ରେଷ୍ଠ ଶିକ୍ଷା ଦେବା ଏବଂ ସେମାନଙ୍କୁ କର୍ମବନ୍ଧନରୁ ମୁକ୍ତ କରିବା ଏକଥା ବାବା ଜାଣିଛନ୍ତି । ପରମାତ୍ମା କହୁଛନ୍ତି ମୁଁ ରଚୟିତା ଏବଂ ମୋର ରଚନାର ଆଦି-ମଧ୍ୟ-ଅନ୍ତର ଏହି ସମସ୍ତ ଜ୍ଞାନକୁ ମୁଁ ଜାଣିଛି, ସେହି ପରିଚୟ ମୁଁ ତୁମମାନଙ୍କୁ ଦେଉଛି । ଏବେ ତୁମମାନଙ୍କୁ ନିରନ୍ତର ବାବାଙ୍କ ସ୍ମୃତିରେ ରହିବାକୁ ହେବ ତେବେ ଯାଇ ସବୁ ପାପରୁ ମୁକ୍ତ ହୋଇପାରିବ ଏବଂ ଅମରଲୋକକୁ ଯାଇପାରିବ । ତେବେ ଏହି କଥାକୁ ଜାଣିବାକୁ ହିଁ ଅନ୍ତର୍ଯ୍ୟାମୀ ବୋଲି କୁହାଯାଏ ।