09.04.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବାବାଙ୍କ ସମାନ ସ୍ନେହୀ ହେବା ପାଇଁ ନିଜକୁ ଆତ୍ମା ବିନ୍ଦୁ ମନେ କରି ବିନ୍ଦୁ ବାବାଙ୍କୁ ମନେ ପକାଅ ।

ପ୍ରଶ୍ନ:-
ବାବାଙ୍କ ସ୍ମୃତିରେ ରହିବାର ଗୁପ୍ତ ଏବଂ କଠିନ ପରିଶ୍ରମ ପ୍ରତ୍ୟେକ ସନ୍ତାନକୁ କରିବାକୁ ହେବ - କାହିଁକି?

ଉତ୍ତର:-
କାହିଁକି ନା ଯୋଗବଳ ବିନା ଆତ୍ମା, ପାପାତ୍ମାରୁ ପୁଣ୍ୟାତ୍ମା ହୋଇପାରିବ ନାହିଁ । ଯଦି ଗୁପ୍ତ ରୂପରେ ବାବାଙ୍କ ସ୍ମୃତିରେ ରହିବ ଏବଂ ଦେହୀ-ଅଭିମାନୀ ହେବ ତେବେ ଯାଇ ବିକର୍ମ ବିନାଶ ହେବ ଏବଂ ଧର୍ମରାଜଙ୍କ ଦଣ୍ଡରୁ ବଞ୍ଚିବାର ଉପାୟ ହେଉଛି ଯୋଗ । ମାୟାର ତୋଫାନ ଯୋଗ ସମୟରେ ହିଁ ବିଘ୍ନ ପକାଇଥାଏ ସେଥିପାଇଁ ଯୋଗରେ ରହିବାର ଗୁପ୍ତ ମେହନତ କର ତେବେ ଯାଇ ଲକ୍ଷ୍ମୀ-ନାରାୟଣଙ୍କ ଭଳି ସମସ୍ତଙ୍କର ପ୍ରିୟ ହୋଇପାରିବ ।

ଗୀତ:-
ଓମ୍ ନମୋ ଶିବାୟ...

ଓମ୍ ଶାନ୍ତି ।
ଗୀତରେ କରାଯାଇଥିବା ମହିମା ସବୁ ଆତ୍ମାମାନଙ୍କର ପିତାଙ୍କର । ଭଗବାନ ଅଥବା ବାବାଙ୍କୁ ମନେ ପକାଉଛନ୍ତି, ତାଙ୍କୁ ମାତା-ପିତା କହୁଛନ୍ତି ନା । ଗଡ୍ ଫାଦର ମଧ୍ୟ କୁହାଯାଉଛି । ଏହିପରି ନୁହେଁ ସବୁ ମନୁଷ୍ୟମାନଙ୍କୁ ଗଡ ଫାଦର କୁହାଯିବ । ଲୌକିକ ପିତାକୁ ମଧ୍ୟ ବାବା ବୋଲି କୁହାଯାଇଥାଏ । ଲୌକିକ ପିତା ମଧ୍ୟ ପାରଲୌକିକ ପିତାଙ୍କୁ ମନେ ପକାଇଥାନ୍ତି । ବାସ୍ତବରେ ଆତ୍ମା ହିଁ ମନେ ପକାଇଥାଏ, ଆତ୍ମା ହିଁ ଲୌକିକ ପିତାକୁ ମନେ ପକାଇଥାଏ । ଏହି ଆତ୍ମା ନିଜ ରୂପ ଓ କର୍ତ୍ତବ୍ୟକୁ ଜାଣି ନାହିଁ । ଆତ୍ମା ନିଜକୁ ହିଁ ଜାଣି ନାହିଁ, ତେବେ ଗଡ ଫାଦରଙ୍କୁ କିପରି ଜାଣିବ ନିଜର ଲୌକିକ ପିତାଙ୍କୁ ତ ସମସ୍ତେ ଜାଣିଛନ୍ତି, ତାଙ୍କଠାରୁ ସମ୍ପତ୍ତି ମିଳୁଛି । ନଚେତ୍ କାହିଁକି ମନେ ପକାଇବେ । ପାରଲୌକିକ ପିତାଙ୍କଠାରୁ ନିଶ୍ଚୟ ସମ୍ପତ୍ତି ମିଳୁଥିବ । କହୁଛନ୍ତି ନା ଗଡ ଫାଦର । ତାଙ୍କଠାରୁ ଦୟା, କ୍ଷମା ଚାହୁଁଛନ୍ତି କାହିଁକି ନା ପାପ କରୁଛନ୍ତି । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । କିନ୍ତୁ ଆତ୍ମା ଓ ପରମାତ୍ମାଙ୍କୁ ଜାଣିବା, ଏହା କଷ୍ଟସାଧ୍ୟ ବିଷୟ । ଏହା ସହଜରୁ ସହଜ ପୁଣି କଷ୍ଟରୁ କଷ୍ଟତର ମଧ୍ୟ । ଯଦିଓ ବିଜ୍ଞାନର କୌଶଳ ଶିଖି, ଚନ୍ଦ୍ର ପର୍ଯ୍ୟନ୍ତ ଚାଲିଯାଉଛନ୍ତି, ତଥାପି ଏହି ଜ୍ଞାନ ଆଗରେ ତାହା ତୁଚ୍ଛ ଅଟେ । ନିଜକୁ ଓ ବାବାଙ୍କୁ ଜାଣିବା ବହୁତ କଷ୍ଟକର ଅଟେ । ଯେଉଁ ସନ୍ତାନମାନେ ନିଜକୁ ବ୍ରହ୍ମାକୁମାର-କୁମାରୀ ବୋଲାଉଛନ୍ତି, ସେ ମଧ୍ୟ ନିଜକୁ ଆତ୍ମା ନିଶ୍ଚୟ କରି, ମୁଁ ଆତ୍ମା ବିନ୍ଦୁ, ଆମର ପିତା ମଧ୍ୟ ବିନ୍ଦୁ - ଏହା ଭୁଲିଯାଉଛନ୍ତି । ଏହା ହେଉଛି କଷ୍ଟକର ବିଷୟ । ନିଜକୁ ଆତ୍ମା ବୋଲି ଭୁଲିଯାଉଥିବାରୁ ବାବାଙ୍କୁ ମଧ୍ୟ ଭୁଲି ଯାଉଛନ୍ତି । ଦେହୀ-ଅଭିମାନୀ ହେବାର ଅଭ୍ୟାସ ନାହିଁ । ବିନ୍ଦୁ ଆତ୍ମାରେ ହିଁ ୮୪ ଜନ୍ମର ପାର୍ଟ ନିଧାର୍ଯ୍ୟ ହୋଇ ରହିଛି । ମୁଁ ଆତ୍ମା ଭିନ୍ନ-ଭିନ୍ନ ଶରୀର ନେଇ ଅଭିନୟ କରୁଛି, ଏହା ଘଡି ଘଡି ଭୁଲିଯାଉଛନ୍ତି । ଏହା ହିଁ ମୁଖ୍ୟ ବୁଝିବାର କଥା । ଆତ୍ମା ଓ ପରମାତ୍ମାଙ୍କୁ ବୁଝିବା ବ୍ୟତୀତ ବାକି ଜ୍ଞାନ ସମସ୍ତଙ୍କ ବୁଦ୍ଧିରେ ଆସିଯାଉଛି । ଆମେ ୮୪ ଜନ୍ମ ନେଇଛୁ, ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ... ହେଉଛନ୍ତି । ଏହି ଚକ୍ର ବହୁତ ସହଜ । ତେଣୁ ବୁଝିଯାଉଛନ୍ତି କିନ୍ତୁ ଚକ୍ରକୁ ଜାଣିବା ଦ୍ୱାରା ଏତେ ଲାଭ ନାହିଁ, ଯେତିକି ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ୟାଦ କରିବାରେ ଫାଇଦା ରହିଛି । ମୁଁ ଆତ୍ମା ତାରକା ସଦୃଶ ଅଟେ । ବାବା ମଧ୍ୟ ତାରକା ସଦୃଶ ଅତି ସୂକ୍ଷ୍ମ । ସେ ହିଁ ସଦ୍‌ଗତି ଦାତା ଅଟନ୍ତି । ତାଙ୍କୁ ୟାଦ କରିବା ଦ୍ୱାରା ହିଁ ବିକର୍ମ ବିନାଶ ହେବ । ଏହି ପ୍ରକିୟାରେ କେହି ବି ନିରନ୍ତର ୟାଦ କରୁ ନାହାଁନ୍ତି । ଦେହୀ-ଅଭିମାନୀ ହେଉ ନାହାଁନ୍ତି । ଘଡି ଘଡି ସ୍ମୃତିରେ ରହୁ ଯେ ମୁଁ ହେଉଛି ଆତ୍ମା । ବାବାଙ୍କ ନିର୍ଦ୍ଦେଶ ହେଉଛି ମୋତେ ମନେ ପକାଇଲେ ବିକର୍ମ ବିନାଶ ହେବ । ମୁଁ ବିନ୍ଦୁ ଅଟେ । ଏଠାରେ ଆସି ଅଭିନୟ କରୁଛି । କଳିଯୁଗରେ ମୋ ମଧ୍ୟରେ ୫ ବିକାରର କଳଙ୍କି ଲାଗିଯାଇଛି । ଏବେ ସତ୍ୟଯୁଗକୁ ଯିବାକୁ ହେବ ସେଥିପାଇଁ ବାବାଙ୍କୁ ବହୁତ ସ୍ନେହର ସହିତ ୟାଦ କରିବାକୁ ହେବ । ଏହି ରୀତିରେ ବାବାଙ୍କୁ ୟାଦ କଲେ ପାପ ନାଶ ହେବ । ଏଥିରେ ହିଁ ମେହନତ ରହିଛି । ସେବାରେ ବହୁତ ବାହାଦୂରୀ ଦେଖାଉଛନ୍ତି । ଆଜି ଏହି ସେବା କଲୁ ବହୁତ ପ୍ରଭାବିତ ହେଲେ କିନ୍ତୁ ଶିବବାବା ବୁଝୁଛନ୍ତି ଯେ ଆତ୍ମା ଓ ପରମାତ୍ମା ଜ୍ଞାନ ପ୍ରତି ପ୍ରଭାବିତ ହୋଇ ନାହାଁନ୍ତି । ଭାରତ ସ୍ୱର୍ଗ ଓ ନର୍କ କିପରି ହେଉଛି । ୮୪ ଜନ୍ମ କିପରି ନେଉଛନ୍ତି, ସତ୍ତ୍ୱ, ରଜୋ, ତମୋରେ କିପରି ଆସୁଛନ୍ତି । କେବଳ ଏହାକୁ ଶୁଣି ପ୍ରଭାବିତ ହେଉଛନ୍ତି । ପରମାତ୍ମା ନିରାକାର ଅଟନ୍ତି, ଏକଥା ମଧ୍ୟ ବୁଝିଛନ୍ତି, ବାକି ମୁଁ ହେଉଛି ଆତ୍ମା, ଆତ୍ମାରେ ୮୪ ଜନ୍ମର ପାର୍ଟ ଭରି ରହିଛି, ବାବା ମଧ୍ୟ ବିନ୍ଦୁ, ତାଙ୍କ ପାଖରେ ସମସ୍ତ ଜ୍ଞାନ ରହିଛି । ତାଙ୍କୁ ହିଁ ମନେ ପକାଇବାକୁ ହେବ । ଏହି କଥା କେହି ବୁଝୁ ବି ନାହାଁନ୍ତି । ମୁଖ୍ୟ କଥା ବୁଝୁ ନାହାଁନ୍ତି । ବିଶ୍ୱ ଇତିହାସ-ଭୂଗୋଳର ଜ୍ଞାନ ବାବା ହିଁ ଦେଉଛନ୍ତି । ସରକାର ମଧ୍ୟ ଚାହୁଁଛି ଯେ ବିଶ୍ୱ ଇତିହାସ-ଭୁଗୋଳର ଜ୍ଞାନ ରହିବା ଉଚିତ୍ । ଏହା ତାଠାରୁ ମଧ୍ୟ ସୂକ୍ଷ୍ମ କଥା ଅଟେ । ଆତ୍ମା କଣ, ସେଥିରେ କିପରି ୮୪ ଜନ୍ମର ଅଭିନୟ ରହିଛି । ଏହା ମଧ୍ୟ ଅବିନାଶୀ ଅଟେ । ଏହିକଥା ମନେପକାଇବା, ନିଜକୁ ବିନ୍ଦୁ ଭାବି ବାବାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ - ଏହି ଯୋଗରେ କେହି ହେଲେ ମଧ୍ୟ ତତ୍ପର ରହୁ ନାହାଁନ୍ତି । ଏହି ସ୍ମୃତିରେ ରହିଲେ ବହୁତ ସ୍ନେହୀ ହୋଇଯିବେ । ଲକ୍ଷ୍ମୀ-ନାରାୟଣଙ୍କୁ ଦେଖ କେତେ ସ୍ନେହୀ ଅଟନ୍ତି । ଏଠାକାର ମନୁଷ୍ୟ ଦେଖ କିପରି । ନିଜେ ମଧ୍ୟ କହୁଛନ୍ତି ଆମ ପାଖରେ କୌଣସି ଗୁଣ ନାହିଁ । ଆମେ ମ୍ଲେଚ୍ଛ, ଆପଣ ସ୍ୱଚ୍ଛ ଅଟନ୍ତି । ଯେବେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବେ ତେବେ ସଫଳତା ମିଳିବ । ନଚେତ୍ ସଫଳତା ବହୁତ କମ ମିଳୁଛି । ଭାବୁଛନ୍ତି ଆମ ପାଖରେ ଭଲ ଜ୍ଞାନ ରହିଛି । ବିଶ୍ୱ ଇତିହାସ-ଭୂଗୋଳ ଆମେ ଜାଣିଛୁ । କିନ୍ତୁ ଯୋଗର ଚାର୍ଟ ବତାଉ ନାହାଁନ୍ତି । କ୍ୱଚିତ୍ କେହି ଏ ଅବସ୍ଥାରେ ରହୁଛନ୍ତି ଅର୍ଥାତ୍ ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କରୁଛନ୍ତି । ବହୁତଙ୍କର ଏହା ଅଭ୍ୟାସ ନାହିଁ । ବାବା ବୁଝୁଛନ୍ତି ଯେ ପିଲାମାନେ କେବଳ ଜ୍ଞାନର ଚକ୍ର ବୁଦ୍ଧିରେ ରଖୁଛନ୍ତି । ମୁଁ ଆତ୍ମା, ବାବାଙ୍କ ସହିତ ମୋତେ ଯୋଗଯୁକ୍ତ ରହିବାକୁ ହେବ, ଏହାଦ୍ୱାରା କଳିଯୁଗରୁ ବାହାରି ସତ୍ୟଯୁଗକୁ ଯିବୁ । ମୁଁ ଆତ୍ମା ମୋତେ ବାବାଙ୍କୁ ଜାଣିବାକୁ ହେବ, ତାଙ୍କ ସ୍ମୃତିରେ ହିଁ ରହିବାକୁ ପଡିବ, ଏହି ଅଭ୍ୟାସ ବହୁତଙ୍କର କମ୍ ରହିଛି । ବହୁତ ଆସି ଭଲ-ଭଲ ମଧ୍ୟ କହୁଛନ୍ତି । ବାକି ସେମାନେ ଏହା ଜାଣି ନାହାଁନ୍ତି ଯେ ଭିତରେ କେତେ ପାପର ବୋଝ ରହିଛି । ସୁନ୍ଦରରୁ ଅସୁନ୍ଦର ହୋଇଯାଇଛନ୍ତି । ପୁଣି ସୁନ୍ଦର କିପରି ହେବେ? ଏକଥା କେହି ମଧ୍ୟ ଜାଣି ନାହାଁନ୍ତି । କେବଳ ଇତିହାସ-ଭୂଗୋଳ ଜାଣିଲେ ହେବ ନାହିଁ । ପବିତ୍ର କିପରି ହେବୁ? ଦଣ୍ଡ ନ ପାଇବାର ଉପାୟ ହେଉଛି - କେବଳ ବାବାଙ୍କ ସ୍ମୃତିରେ ରହିବା । ଯୋଗ ଠିକ ନ ରହିଲେ ଧର୍ମରାଜଙ୍କ ଦଣ୍ଡ ଭୋଗ କରିବ । ଏହା ବହୁତ ବଡ ବିଷୟ, ଯାହାକୁ କେହି ଧାରଣା କରିପାରୁ ନାହାଁନ୍ତି । ନିଜକୁ ମହାଜ୍ଞାନୀ ଭାବି ବସିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ । ମୂଳ କଥା ହେଉଛି ଯୋଗ । ଯୋଗରେ ବହୁତ ଦୁର୍ବଳ ରହିଛନ୍ତି ସେଥିପାଇଁ ବାବା କହୁଛନ୍ତି ଖବରଦାର ରୁହ, କେବଳ ପଣ୍ଡିତ ହୁଅ ନାହିଁ । ମୁଁ ଆତ୍ମା, ମୋତେ ବାବାଙ୍କୁ ୟାଦ କରିବାକୁ ହେବ । ବାବା ନିର୍ଦ୍ଦେଶ ଦେଉଛନ୍ତି - ମନମନାଭବ । ଏହା ମହାମନ୍ତ୍ର ଅଟେ । ନିଜକୁ ତାରକା ସଦୃଶ ଭାବି ବାବାଙ୍କୁ ମଧ୍ୟ ସେହିଭଳି ଭାବି ୟାଦ କର । ବାବାଙ୍କର କୌଣସି ବଡ ରୂପ ସମ୍ମୁଖକୁ ଆସୁନାହିଁ । ତେଣୁ ଦେହୀ-ଅଭିମାନୀ ହେବାରେ ହିଁ ମେହନତ ରହିଛି । ଜଣେ ବିଶ୍ୱର ମହାରାଜା-ମହାରାଣୀ ହେବେ ଯାହାଙ୍କର ଲକ୍ଷ-ଲକ୍ଷ ପ୍ରଜା ହେବେ । ପ୍ରଜା ତ ବହୁତ ହେବେ ନା । ଇତିହାସ-ଭୂଗୋଳକୁ ଜାଣିବା ତ ସହଜ କିନ୍ତୁ ଯେବେ ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କରିବ ତେବେ ପବିତ୍ର ହୋଇପାରିବ । ଏହି ଅଭ୍ୟାସ ବହୁତ କଷ୍ଟସାଧ୍ୟ ଅଟେ । ଯୋଗଯୁକ୍ତ ହେବା ସମୟରେ ବହୁତ ତୋଫାନ ବିଘ୍ନ ପକାଇବ । କେହି ଅଧଘଣ୍ଟା ମଧ୍ୟ ଏକରସ ହୋଇ ବସିବା ବହୁତ ମୁସ୍‌କିଲ୍ ଅଟେ । ଘଡି ଘଡି ଭୁଲିଯିବେ । ଏଥିରେ ହିଁ ବାସ୍ତବିକ ସଚ୍ଚା ସଚ୍ଚା ଗୁପ୍ତ ମେହନତ ରହିଛି । ଚକ୍ରର ରହସ୍ୟ ଜାଣିବା ସହଜ । ବାକି ଦେହୀ-ଅଭିମାନୀ ହୋଇ ବାବାଙ୍କୁ ମନେ ପକାଇବା, ଏହାକୁ ମୁସ୍‌କିଲ୍ କେହି ବୁଝୁଛନ୍ତି ଓ ସେହି ଅନୁସାରେ ଅଭିନୟ କରୁଛନ୍ତି । ବାବାଙ୍କୁ ମନେ ପକାଇବା ଦ୍ୱାରା ହିଁ ତୁମେ ପବିତ୍ର ହେବ । ନିରୋଗୀ ଶରୀର, ଆୟୁଷ ଲମ୍ବା ହେବ । କେବଳ ବିଶ୍ୱର ଇତିହାସ-ଭୂଗୋଳ ବୁଝାଇବା ଦ୍ୱାରା ମାଳାର ଦାନା ହୋଇପାରିବ ନାହିଁ । ୟାଦ ଦ୍ୱାରା ମାଳାର ଦାନା ହୋଇପାରିବ । ଏହି ମେହନତ କାହା ଦ୍ୱାରା ହେଉ ନାହିଁ । ନିଜେ ମଧ୍ୟ ବୁଝୁଛନ୍ତି ଯେ ଆମେ ୟାଦରେ ରହୁ ନାହୁଁ । ଭଲ ଭଲ ମହାରଥୀମାନେ ମଧ୍ୟ ଯୋଗରେ ଢିଲା ଅଛନ୍ତି । ମୁଖ୍ୟ କଥା ବୁଝାଇବା ହିଁ ଆସୁନାହିଁ । ଏହା ମୁସ୍‌କିଲ୍ ମଧ୍ୟ ଅଟେ । ଏମାନେ କଳ୍ପର ଆୟୁ ଲମ୍ବା କରିଦେଇଛନ୍ତି । ତୁମେ ୫ ହଜାର ବର୍ଷ ସିଦ୍ଧ କରୁଛ । କିନ୍ତୁ ଆତ୍ମା ପରମାତ୍ମା ରହସ୍ୟ କିଛି ହେଲେ ଜାଣି ନାହାଁନ୍ତି, ୟାଦ କରୁ ନଥିବାରୁ ଅବସ୍ଥା ହଲଚଲ ହେଉଛି । ବହୁତ ଦେହ-ଅଭିମାନ ରହିଛି । ଦେହୀ-ଅଭିମାନୀ ହେଲେ ହିଁ ମାଳାର ଦାନା ହୋଇପାରିବ । ଏପରି ନୁହେଁ ଯେ ବିଶ୍ୱର ଇତିହାସ-ଭୂଗୋଳ ବୁଝାଉଛୁ ସେଥିପାଇଁ ଆମେ ମାଳାର ନିକଟରେ ଆସିଯିବୁ ନାଁ । ଏତେ ଛୋଟ ଆତ୍ମାରେ ୮୪ ଜନ୍ମର ପାର୍ଟ ଭରି ରହିଛି । ଏହି କଥାକୁ ପ୍ରଥମେ ବୁଦ୍ଧିରେ ଆଣି, ପୁଣି ଚକ୍ରକୁ ମନେ ପକାଇବାକୁ ହେବ । ମୂଳ କଥା ହେଉଛି ଯୋଗ । ଯୋଗୀ ଅବସ୍ଥା ଆବଶ୍ୟକ । ପାପ ଆତ୍ମାରୁ ପୁଣ୍ୟ ଆତ୍ମା ହେବାକୁ ପଡିବ । ଯୋଗ ଦ୍ୱାରା ଆତ୍ମା ପବିତ୍ର ହେବ । ଯୋଗବଳଯୁକ୍ତ ଆତ୍ମା ହିଁ ଧର୍ମରାଜଙ୍କ ଦଣ୍ଡରୁ ବର୍ତ୍ତି ପାରିବେ । ଏହି ପରିଶ୍ରମ କ୍ୱଚିତ୍ କାହା ଦ୍ୱାରା ହେଉଛି । ମାୟାର ତୋଫାନ ମଧ୍ୟ ବହୁତ ଆସିବ । ଏହା ବହୁତ କଠୋର ଗୁପ୍ତ ମେହନତ ଅଟେ । ଲକ୍ଷ୍ମୀ-ନାରାୟଣ ହେବା ମାଉସୀ ଘର କଥା ନୁହେଁ । ଏହି ଅଭ୍ୟାସ ହୋଇଗଲେ ଚାଲିବା-ବୁଲିବା ସମୟରେ ମଧ୍ୟ ବାବାଙ୍କ ସ୍ମୃତି ଆସିବ, ଏହାକୁ ହିଁ ଯୋଗ କୁହାଯାଉଛି, ବାକି ଏହି ଜ୍ଞାନ ତ ଛୋଟ-ଛୋଟ ପିଲା ମଧ୍ୟ ବୁଝିଯିବେ । ଚିତ୍ରରେ ସବୁ ଯୁଗ ବର୍ଣ୍ଣନା ଅଛି । ଏହା ତ ସାଧାରଣ କଥା । କୌଣସି କାର୍ଯ୍ୟ ଆରମ୍ଭ କଲେ ସ୍ୱସ୍ତିକା ଚିତ୍ର କରିଥାନ୍ତି । ଏହା ସତ୍ୟଯୁଗ, ତ୍ରେତା...ର ଚିହ୍ନ ବାକି ଉପରେ ଛୋଟ ସଂଗମଯୁଗ ରହିଛି । ତେଣୁ ପ୍ରଥମେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇଲେ ହିଁ ଶାନ୍ତି ଖେଳିଯିବ । ଯୋଗ ଦ୍ୱାରା ବିକର୍ମ ବିନାଶ ହେବ । ସାରା ଦୁନିଆ ଆତ୍ମା ପରମାତ୍ମାଙ୍କ ବିଷୟରେ ଭୁଲିଯାଇଛନ୍ତି, କେହି କହୁଛନ୍ତି ପରମାତ୍ମା ହଜାରେ ସୂର୍ଯ୍ୟରୁ ତେଜୋମୟ ଅଟନ୍ତି, କିନ୍ତୁ ଏହା କିପରି ହୋଇପାରିବ । କହୁଛନ୍ତି ଯେ - ଆତ୍ମା ସୋ ପରମାତ୍ମା ତେଣୁ ଉଭୟ ଏକ ହେଲେ ନା । ଛୋଟ ବଡର ଫରକ ରହିବ ନାହିଁ । ଏ ସମ୍ବନ୍ଧରେ ମଧ୍ୟ ବୁଝାଇବାକୁ ହେବ । ଆତ୍ମାର ରୂପ ହେଉଛି ବିନ୍ଦୁ । ଆତ୍ମା ସୋ ପରମାତ୍ମା ହୋଇଥିବାରୁ ପରମାତ୍ମା ମଧ୍ୟ ବିନ୍ଦୁ ହେଲେ ନା । ଏଥିରେ ଫରକ ହୋଇପାରିବ ନାହିଁ । ସମସ୍ତେ ପରମାତ୍ମା ହୋଇଗଲେ ତେବେ ସମସ୍ତେ ସୃଷ୍ଟିକର୍ତ୍ତା ହୋଇଯିବେ । ଏକ ବାବା ସମସ୍ତଙ୍କର ସଦ୍‌ଗତି ଦାତା ଅଟନ୍ତି ନା । ବାକି ପ୍ରତ୍ୟେକଙ୍କୁ ନିଜ ନିଜର ଅଭିନୟ ମିଳିଛି । ଏହାକୁ ବୁଦ୍ଧିରେ ରଖିବାକୁ ହେବ, ବୁଝିବାର କଥା ଅଟେ । ବାବା କହୁଛନ୍ତି ମୋତେ ମନେ ପକାଇଲେ ପାପ କଟିଯିବ । ଏଥିରେ ହିଁ ମେହନତ ରହିଛି । ପ୍ରଥମତଃ ଅଧାକଳ୍ପ ଦେହ-ଅଭିମାନୀ ରହିଛ । ସତ୍ୟଯୁଗରେ ଦେହୀ-ଅଭିମାନୀ ରହି ମଧ୍ୟ ବାବାଙ୍କୁ ଜାଣିବେ ନାହିଁ । ଜ୍ଞାନକୁ ଜାଣିବେ ନାହିଁ । ବର୍ତ୍ତମାନ ତୁମକୁ ମିଳୁଥିବା ଜ୍ଞାନ ଗୁପ୍ତ ହୋଇଯିବ । ସେଠାରେ କେବଳ ଏତିକି ଜାଣିବେ ଯେ ଆମେ ଆତ୍ମା ଗୋଟିଏ ଶରୀର ଛାଡି ଆଉ ଗୋଟିଏ ଶରୀର ନେବୁ । ଅଭିନୟ କରୁଛନ୍ତି । ଏଥିରେ ଚିନ୍ତା କରିବାର କଣ ଅଛି । ପ୍ରତ୍ୟେକଙ୍କୁ ନିଜର ଅଭିନୟ କରିବାକୁ ହେବ । କାନ୍ଦିବା ଦ୍ୱାରା କଣ ହେବ? ଏକଥା ବୁଝାଯାଉଛି ଯେ ଯଦି କିଛି ବୁଝିବେ ତେବେ ଶାନ୍ତି ଆସିଯିବ । ନିଜେ ବୁଝିଲେ ଅନ୍ୟକୁ ମଧ୍ୟ ବୁଝାଇବେ । ବୟସ୍କ ଲୋକ ବୁଝାଇଥାନ୍ତି ଯେ କାନ୍ଦିବା ଦ୍ୱାରା କଣ ସେ ଫେରି ଆସିବେ । ଶରୀର ଛାଡି ଆତ୍ମା ଚାଲିଗଲା, ଏଥିରେ କାନ୍ଦିବାର କଣ ଅଛି । ଅଜ୍ଞାନ କାଳରେ ମଧ୍ୟ ଏହିପରି ବୁଝିଥାନ୍ତି । କିନ୍ତୁ ସେମାନେ ଜାଣି ନାହାଁନ୍ତି ଯେ ଆତ୍ମା ଓ ପରମାତ୍ମା କି ପ୍ରକାର ଜିନିଷ ଅଟେ । ଆତ୍ମାରେ ହିଁ ଖାଦ ପଡିଛି, ସେମାନେ ଭାବୁଛନ୍ତି ଆତ୍ମା ର୍ନିଲେପ ଅଟେ । ତେବେ ଏହା ବହୁତ ସୂକ୍ଷ୍ମ କଥା । ବାବା ଜାଣିଛନ୍ତି ବହୁତ ସନ୍ତାନ ବାବାଙ୍କୁ ମନେ ପକାଉ ନାହାଁନ୍ତି । କେବଳ ବୁଝାଇବା ଦ୍ୱାରା କଣ ହେବ । ବହୁତ ପ୍ରଭାବିତ ହେଲେ, କିନ୍ତୁ ଏହା ଦ୍ୱାରା ତାର କଣ କଲ୍ୟାଣ ହେଲା । ଆତ୍ମା-ପରମାତ୍ମାର ପରିଚୟ ମିଳିଲେ ବୁଝିବେ ବାସ୍ତବରେ ଆମେ ତାଙ୍କର ସନ୍ତାନ । ବାବା ହିଁ ପତିତ-ପାବନ ଅଟନ୍ତି । ଆମକୁ ଆସି ଦୁଃଖରୁ ମୁକ୍ତ କରୁଛନ୍ତି । ସେ ମଧ୍ୟ ବିନ୍ଦୁ ଅଟନ୍ତି । ତେଣୁ ବାବାଙ୍କୁ ନିରନ୍ତର ୟାଦ କରିବାକୁ ହେବ । ବାକି ଇତିହାସ-ଭୂଗୋଳ ଜାଣିବା କୌଣସି ବଡ କଥା ନୁହେଁ । ଯଦିଓ ବୁଝିବା ପାଇଁ ଆସୁଛନ୍ତି କିନ୍ତୁ ଏହି ଅବସ୍ଥାରେ ତତ୍ପର ରହନ୍ତୁ ଯେ ମୁଁ ଆତ୍ମା ଅଟେ, ଏଥିରେ ହିଁ ମେହନତ ରହିଛି । ଆତ୍ମା ପରମାତ୍ମାର କଥା ତୁମକୁ ମଧ୍ୟ ବାବା ହିଁ ଆସି ବୁଝାଉଛନ୍ତି । ସୃଷ୍ଟିର ଚକ୍ର ତ ସହଜ ଅଟେ । ଯେତେ ସମ୍ଭବ ଉଠିବା-ବସିବା ସମୟରେ ଦେହୀ-ଅଭିମାନୀ ହେବାର ମେହନତ କରିବାକୁ ହେବ । ଦେହୀ-ଅଭିମାନୀ ବହୁତ ଶାନ୍ତ ରହିଥାନ୍ତି । ବୁଝନ୍ତି ଯେ ମୋତେ ନିରବତାରେ ରହିବାକୁ ହେବ । ନିରାକାର ଦୁନିଆରେ ଯାଇ ବିରାଜମାନ ହେବାକୁ ପଡିବ । ଆମର ଅଭିନୟ ଏବେ ପୁରା ହେଲା । ବାବାଙ୍କ ରୂପ ଛୋଟ ବିନ୍ଦୁ ବୋଲି ବୁଝିବେ । ବାବା କୌଣସି ବଡ ଲିଙ୍ଗ ନୁହଁନ୍ତି । ବାବା ବହୁତ ଛୋଟ ଅଟନ୍ତି । ସେ ହିଁ ଜ୍ଞାନର ସାଗର, ସମସ୍ତଙ୍କର ସଦ୍‌ଗତି ଦାତା । ମୁଁ ଆତ୍ମା ମଧ୍ୟ ନଲେଜଫୁଲ ହେଉଛି । ଏପରି ଚିନ୍ତନ ଚାଲିଲେ ତେବେ ଯାଇ ଉଚ୍ଚପଦ ପାଇପାରିବ । ସାରା ଦୁନିଆରେ କେହି ଆତ୍ମା ଏବଂ ପରମାତ୍ମାଙ୍କୁ ଜାଣି ନାହାଁନ୍ତି ।

ତୁମେ ବ୍ରାହ୍ମଣମାନେ ଏବେ ଜାଣୁଛ । ସନ୍ନ୍ୟାସୀ ମଧ୍ୟ ଜାଣି ନାହାଁନ୍ତି, ସେମାନେ ଆସି ବୁଝିବେ ମଧ୍ୟ ନାହିଁ । ସେମାନେ ତ ସମସ୍ତେ ନିଜ-ନିଜର ଧର୍ମରେ ଆସିବେ । ହିସାବ-କିତାବ ଚୁକ୍ତ କରି ଚାଲିଯିବେ । ତୁମକୁ ହିଁ ଏହି ମେହନତ କରିବା ଦ୍ୱାରା ବାବାଙ୍କଠାରୁ ସମ୍ପତ୍ତି ମିଳିବ । ଏବେ ପୁଣି ଦେହୀ-ଅଭିମାନୀ ହେବାକୁ ପଡିବ । ଆତ୍ମାରେ ତ ହୃଦୟ ରହିଛି ନା, ଆତ୍ମାକୁ ହିଁ ବାବାଙ୍କ ସହିତ ହୃଦୟ ଲଗାଇବାକୁ ହେବ । ଶରୀରରେ ମନ ନାହିଁ । ଶରୀରର ସବୁ ସ୍ଥୂଳ କର୍ମେନ୍ଦ୍ରିୟ ରହିଛି । ହୃଦୟକୁ ବାବାଙ୍କ ସହ ଲଗାଇବା ଏହା ଆତ୍ମାର କାମ । ନିଜକୁ ଆତ୍ମା ଭାବି ପୁଣି ପରମାତ୍ମା ବାବାଙ୍କ ସହିତ ହୃଦୟ ଲଗାଇବାକୁ ହେବ । ଆତ୍ମା ବହୁତ ସୂକ୍ଷ୍ମ । କେତେ ଛୋଟ ସୂକ୍ଷ୍ମ ଆତ୍ମା । ପୁଣି କେତେ ଅଭିନୟ କରୁଛି । ଏହା କୁଦରତ (ପ୍ରକୃତି) ଅଟେ । ଏତେ ଛୋଟ ଆତ୍ମାରେ କେତେ ଅବିନାଶୀ ପାର୍ଟ ଭରି ରହିଛି । ତାହା କେବେ ଲିଭିବ ନାହିଁ । ବହୁତ ସୂକ୍ଷ୍ମ ଅଟେ । ତୁମେ ଚେଷ୍ଟା ନ କଲେ ମଧ୍ୟ ବଡ ଜିନିଷ ମନେ ପଡିଯିବ । ଆତ୍ମା ଛୋଟ ତାରକା ସଦୃଶ ଅଟେ, ବାବା ମଧ୍ୟ ଛୋଟ ଅଟନ୍ତି । ତୁମକୁ ପ୍ରଥମେ ଏହି ମେହନତ କରିବାକୁ ହେବ । ଏତେ ଛୋଟ ଆତ୍ମା ହିଁ ବର୍ତ୍ତମାନ ପତିତ ହୋଇ ଯାଇଛି, ଆତ୍ମାକୁ ପବିତ୍ର କରିବା ପାଇଁ ଏହା ହେଉଛି ପ୍ରଥମ ଉପାୟ । ପାଠ ପଢିବାକୁ ହେବ । ବାକି ଖେଳକୁଦ କରିବା ତ ଅଲଗା କଥା ଅଟେ । ଖେଳିବା ମଧ୍ୟ ଏକ କଳା । ପାଠପଢା ଦ୍ୱାରା ପଦ ମିଳିଥାଏ । ଖେଳକୁଦ କରିବା ଦ୍ୱାରା ପଦ ମିଳେ ନାହିଁ । ଖେଳ ଆଦିର ବିଭାଗ ଅଲଗା । ସେଥିରେ ଜ୍ଞାନ ଅଥବା ଯୋଗର ସମ୍ପର୍କ ନାହିଁ । ଭୋଗ ଆଦି ଲଗାଇବା ମଧ୍ୟ ଖେଳ । ମୁଖ୍ୟ କଥା ହେଉଛି ବାବାଙ୍କୁ ମନେ ପକାଇବା । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଧର୍ମରାଜଙ୍କ ଦଣ୍ଡରୁ ରକ୍ଷା ପାଇବା ପାଇଁ ଯୋଗରେ ରହିବାର ଗୁପ୍ତ ମେହନତ କରିବାକୁ ହେବ । ପାବନ ହେବାର ଉପାୟ ହେଲା ନିଜକୁ ଆତ୍ମା ବିନ୍ଦୁ ଭାବି ବିନ୍ଦୁ ବାବାଙ୍କୁ ମନେ ପକାଇବା ।

(୨) ଜ୍ଞାନରେ ନିଜେ ନିଜକୁ ମୀଆଁ ମିଠୁ ଅର୍ଥାତ୍ ମହାଜ୍ଞାନୀ ଭାବିବା ଉଚିତ୍ ନୁହେଁ । ନିଜର ଅବସ୍ଥାକୁ ଏକରସ କରିବାର ଅଭ୍ୟାସ କରିବାକୁ ହେବ । ବାବାଙ୍କର ନିର୍ଦ୍ଦେଶ ଗୁଡିକୁ ପାଳନ କରିବାକୁ ହେବ ।

ବରଦାନ:-
ସତ୍ୟତା ଏବଂ ସ୍ୱଚ୍ଛତାର ଧାରଣା ଦ୍ୱାରା ସମୀପତାର ଅନୁଭବ କରୁଥିବା ସମ୍ପୂର୍ଣ୍ଣ ମୂର୍ତ୍ତି ହୁଅ ।

ସବୁ ପ୍ରକାରର ଧାରଣା ମଧ୍ୟରେ ମୁଖ୍ୟ ଧାରଣା ହେଲା ସତ୍ୟତା ଏବଂ ସ୍ୱଚ୍ଛତା । ପରସ୍ପର ପ୍ରତି ଆନ୍ତରିକ ସ୍ୱଚ୍ଛତା-ପୂର୍ଣ୍ଣ ରୂପରେ ରହିବା ଦରକାର । ଯେପରି ସ୍ୱଚ୍ଛ ବସ୍ତୁ ଉପରେ ସବୁ କିଛି ସ୍ପଷ୍ଟ ଭାବରେ ଦେଖାଯାଇଥାଏ, ସେହିପରି ପରସ୍ପରର ଭାବନା ଆନ୍ତରିକ ଇଚ୍ଛା ଏବଂ ସ୍ୱଭାବ-ସଂସ୍କାରର ମଧ୍ୟ ସ୍ପଷ୍ଟ ରୂପରେ ଜାଣି ହେଉ, କାରଣ ଯେଉଁଠାରେ ସତ୍ୟତା ଏବଂ ସ୍ୱଚ୍ଛତା ରହିଛି ସେଠାରେ ସମ୍ବନ୍ଧରେ ସମୀପତା ଅର୍ଥାତ୍ ନିବିଡତା ନିଶ୍ଚିତ ରହିବ । ଯେପରି ସମସ୍ତଙ୍କର ବାପଦାଦାଙ୍କ ସହିତ ନିବିଡ ସମ୍ବନ୍ଧ ରହିଛି ସେହିପରି ପରସ୍ପର ସହିତ ମଧ୍ୟ ଆନ୍ତରିକ ନିବିଡ ସମ୍ବନ୍ଧ ରହୁ, ସ୍ୱଭାବ-ସଂସ୍କାରର ଭିନ୍ନତା ସମାପ୍ତ ହୋଇଯାଉ, ସେଥିପାଇଁ ମନର ଭାବ ଏବଂ ସ୍ୱଭାବକୁ ମିଶାଇ ଚାଲିବାକୁ ହେବ । ଯେତେବେଳେ କାହାର କାହା ସହିତ ସ୍ୱଭାବ ସଂସ୍କାରର ଫରକ ଦେଖାନଯିବ ସେତେବେଳେ କୁହାଯିବ ସମ୍ପୂର୍ଣ୍ଣ ମୂର୍ତ୍ତି ।

ସ୍ଲୋଗାନ:-
ବିଗିଡି ଯାଇଥିବା ଆତ୍ମାକୁ ସୁଧାରିବା ହିଁ ସବୁଠାରୁ ବଡ ସେବା ।