09.05.22 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ଯେଉଁ
ବାବାଙ୍କୁ ତୁମେ ଅଧାକଳ୍ପ ସ୍ମରଣ କରିଛ, ଏବେ ତାଙ୍କର ନିର୍ଦ୍ଦେଶ ମିଳୁଛି ତୁମେ ତାକୁ ପାଳନ କର
ଏହା ଦ୍ୱାରା ତୁମର ଉତ୍ଥାନ ହୋଇଯିବ ।”
ପ୍ରଶ୍ନ:-
ତୁମ୍ଭମାନଙ୍କୁ
ନିଜର ନେଚର-କିଓର ଅର୍ଥାତ୍ ଚରିତ୍ର-ସୁଧାର ନିଜେ ହିଁ କରିବାକୁ ହେବ, କିପରି?
ଉତ୍ତର:-
ଏକମାତ୍ର ବାବାଙ୍କର ସ୍ମୃତିରେ ରହିବା ଦ୍ୱାରା ଏବଂ ସ୍ନେହର ସହିତ ଯଜ୍ଞର ସେବା କରିବା ଦ୍ୱାରା
ନେଚର-କିଓର ହୋଇଯାଇଥାଏ, କାହିଁକି ନା ଯୋଗ ଦ୍ୱାରା ଆତ୍ମା ନିରୋଗୀ ହୋଇଥାଏ ଏବଂ ସେବା କରିବା
ଦ୍ୱାରା ଅସୀମ ଖୁସି ମିଳିଥାଏ । ତେଣୁ ଯେଉଁମାନେ ଯୋଗ ଏବଂ ସେବାରେ ସର୍ବଦା ବ୍ୟସ୍ତ ରହିଥାନ୍ତି
ସେମାନଙ୍କର ନେଚର କିଓର ହୋଇ ଚାଲିଥାଏ ।
ଗୀତ:-
ତୁନେ ରାତ ଗବାୟୀ...
ଓମ୍ ଶାନ୍ତି ।
ପିଲାମାନେ ଗୀତ
ଶୁଣିଲେ । ମାଳାଗୁଡିକ ଗଡାଇ-ଗଡାଇ ଯୁଗ ବିତିଗଲା । କେତେ ଯୁଗ? ଦୁଇଯୁଗ । ସତ୍ୟ, ତ୍ରେତୟା ଯୁଗରେ
ତ କେହି ମାଳା ଗଡାଇ ନଥାନ୍ତି । କାହାର ବି ବୁଦ୍ଧିରେ ଏକଥା ନାହିଁ ଯେ ଆମେ ଉପରକୁ ଯାଉଛୁ ପୁଣି
ତଳକୁ ଖସୁଛୁ । ଆମର ଏବେ ଉତ୍ଥାନର କଳା ହେଉଛି । ଆମର ଅର୍ଥାତ୍ ଭାରତର । ଯେତିକି
ଭାରତବାସୀମାନଙ୍କର ଆରୋହଣ କଳା ଏବଂ ଅବତରଣ କଳା ହୋଇଥାଏ, ସେତିକି ଆଉ କାହାର ବି ହୋଇନଥାଏ ।
ଭାରତ ହିଁ ଶ୍ରେଷ୍ଠାଚାରୀ ଏବଂ ଭ୍ରଷ୍ଟାଚାରୀ ହୋଇଥାଏ । ଭାରତ ହିଁ ନିର୍ବିକାରୀ, ପୁଣି ଭାରତ
ହିଁ ବିକାରୀ ହୋଇଥାଏ । ଅନ୍ୟ ସବୁ ରାଷ୍ଟ୍ର ବା ଧର୍ମଗୁଡିକ ସହିତ ଏତେ ସମ୍ପର୍କ ନାହିଁ । ସେମାନେ
କୌଣସି ସ୍ୱର୍ଗକୁ ଆସୁନାହାଁନ୍ତି । ଭାରତବାସୀଙ୍କର ହିଁ ଚିତ୍ର ରହିଛି । ବାସ୍ତବରେ ଏମାନେ
ରାଜ୍ୟ କରୁଥିଲେ । ତେଣୁ ବାବା ବୁଝାଉଛନ୍ତି ଯେ ତୁମର ଏବେ ଉନ୍ନତି କଳା ହେଉଛି । ତୁମେ
ଯାହାଙ୍କର ହାତ ଧରିଛ ସିଏ ତୁମକୁ ସାଥିରେ ନେଇଯିବେ । ଆମ ଭାରତବାସୀମାନଙ୍କର ହିଁ ଉନ୍ନତି କଳା
ହେଉଛି । ଆମେ ମୁକ୍ତିକୁ ଯାଇ ପୁଣି ଜୀବନମୁକ୍ତିରେ ଆସିବା । ଅଧାକଳ୍ପ ଦେବୀ ଦେବତା ଧର୍ମର
ରାଜ୍ୟ ଚାଲିଥାଏ । ୨୧ ପିଢି ପର୍ଯ୍ୟନ୍ତ ଚଢୁଛନ୍ତି, ପୁଣି ପତନର କଳା ହୋଇଯାଉଛି । କୁହାଯାଏ
ଉନ୍ନତି କଳା ଦ୍ୱାରା ସମସ୍ତଙ୍କର ମଙ୍ଗଳ ହୋଇଥାଏ । ଏବେ ସମସ୍ତଙ୍କର ମଙ୍ଗଳ ହେଉଛି ନା । କିନ୍ତୁ
ଉନ୍ନତି ଏବଂ ଅବନତି କଳାରେ ତୁମ୍ଭେମାନେ ହିଁ ଆସୁଛ । ବର୍ତ୍ତମାନ ସମୟରେ ଭାରତ ଯେତେ କରଜ ନେଉଛି,
ସେତିକି ଆଉ କେହି ନେଉନାହାଁନ୍ତି । ପିଲାମାନେ ଜାଣିଛନ୍ତି ଯେ ଆମର ଭାରତ ସୁନାର ଚଢେଇ ଥିଲା ।
ବହୁତ ସାହୁକାର (ଧନୀ) ଥିଲା । ଏବେ ଭାରତର ପତନର କଳା ଶେଷ ହେଉଛି । ବିଦ୍ୱାନ ପଣ୍ଡିତମାନେ ତ
ଭାବୁଛନ୍ତି ଯେ କଳିଯୁଗର ଆୟୁଷ ଆହୁରି ୪୦ ହଜାର ବର୍ଷ ଅଛି । ଏମାନେ ସମ୍ପୂର୍ଣ୍ଣ ଘୋର ଅନ୍ଧକାରରେ
ଅଛନ୍ତି । ବହୁତ ଯୁକ୍ତିର ସହିତ ମଧ୍ୟ ବୁଝାଇବାକୁ ହେବ, ନଚେତ୍ ଭକ୍ତମାନେ ଚମକି ପଡିବେ ।
ପ୍ରଥମେ-ପ୍ରଥମେ ତ ଦୁଇ ପିତାଙ୍କର ପରିଚୟ ଦେବାକୁ ହେବ । ଭଗବାନୁବାଚ (ଗୀତାରେ) ରହିଛି ଯେ ଗୀତା
ସମସ୍ତଙ୍କର ମାତା ପିତା ଅଟେ । ଗୀତାଠାରୁ ହିଁ ସ୍ୱର୍ଗ ସମ୍ପତ୍ତି ମିଳିଥାଏ, ଅନ୍ୟ ସବୁ
ଶାସ୍ତ୍ରଗୁଡିକ ତାର ସନ୍ତାନ ଅଟନ୍ତି । ସନ୍ତାନମାନଙ୍କଠାରୁ ସମ୍ପତ୍ତି ମିଳିପାରିବ ନାହିଁ ।
ତୁମ୍ଭମାନଙ୍କୁ ଗୀତା ଦ୍ୱାରା ବର୍ସା ମିଳୁଛି ନା । ଗୀତାମାତାର ପୁଣି ପିତା ମଧ୍ୟ ଅଛନ୍ତି ।
ବାଇବେଲ୍ ଆଦି କାହାକୁ ବି ମାତା ବୋଲି କୁହାଯିବ ନାହିଁ । ତେଣୁ ପ୍ରଥମେ-ପ୍ରଥମେ ଏହି କଥା
ପଚାରିବାକୁ ହେବ ଯେ ପରମପିତା ପରମାତ୍ମାଙ୍କ ସହିତ ତୁମର କ’ଣ ସମ୍ପର୍କ ରହିଛି? ସମସ୍ତଙ୍କର ପିତା
ଜଣେ ଅଟନ୍ତି ନା । ସବୁ ଆତ୍ମାମାନେ ଭାଇ-ଭାଇ ଅଟନ୍ତି ନା । ସମସ୍ତେ ଜଣେ ପିତାଙ୍କର ସନ୍ତାନ
ଅଟନ୍ତି । ବାବା ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ମନୁଷ୍ୟ ସୃଷ୍ଟି ରଚନା କରୁଛନ୍ତି, ତେଣୁ
ତୁମ୍ଭେମାନେ ପରସ୍ପର ମଧ୍ୟରେ ଭାଇ-ଭଉଣୀ ହୋଇଯାଉଛ । ତେଣୁ ନିଶ୍ଚିତ ପବିତ୍ର ରହୁଥିବ ।
ପତିତ-ପାବନ ବାବା ହିଁ ଆସି ଯୁକ୍ତିର ସହିତ ତୁମକୁ ପବିତ୍ର କରୁଛନ୍ତି । ପିଲାମାନେ ଜାଣିଛନ୍ତି
ଯେ ଆମେ ପବିତ୍ର ହେଲେ ଯାଇ ପବିତ୍ର ଦୁନିଆର ମାଲିକ ହେବା । ଏହା ବହୁତ ବଡ ଆମଦାନୀ (ରୋଜଗାର)ଅଟେ
। ଏମିତି କିଏ ମୁର୍ଖ ଥିବ - ଯିଏକି ୨୧ ଜନ୍ମର ରାଜତ୍ୱ ନେବାପାଇଁ ପବିତ୍ର ହେବ ନାହିଁ । ଆହୁରି
ପୁଣି ଶ୍ରୀମତ ମଧ୍ୟ ମିଳୁଛି । ଯେଉଁ ବାବାଙ୍କୁ ତୁମେ ଅଧାକଳ୍ପ ସ୍ମରଣ କରି ଆସିଛ ତାଙ୍କର
ନିର୍ଦ୍ଦେଶ ତୁମେ କ’ଣ ମାନିବ ନାହିଁ । ଯଦି ତାଙ୍କର ନିର୍ଦ୍ଦେଶ ଅନୁସାରେ ନ ଚାଲିବ ତେବେ ତୁମେ
ପାପ ଆତ୍ମା ହୋଇଯିବ । ଏହି ଦୁନିଆ ହିଁ ପାପ ଆତ୍ମାମାନଙ୍କର ଅଟେ । ରାମରାଜ୍ୟ ପୁଣ୍ୟ
ଆତ୍ମାମାନଙ୍କର ଦୁନିଆ ଥିଲା । ଏବେ ରାବଣରାଜ୍ୟ ପାପ ଆତ୍ମାମାନଙ୍କର ଦୁନିଆ ଅଟେ । ଏବେ
ତୁମ୍ଭମାନଙ୍କର ଉତ୍ଥାନର କଳା ହେଉଛି । ତୁମ୍ଭେମାନେ ବିଶ୍ୱର ମାଲିକ ହେଉଛ କିନ୍ତୁ କେତେ ଗୁପ୍ତରେ
ଅଛ । କେବଳ ବାବାଙ୍କୁ ହିଁ ୟାଦ କରିବାର ଅଛି । ମାଳା ଆଦି ଗଡାଇବାର କୌଣସି କଥା ନାହିଁ ।
ବାବାଙ୍କୁ ୟାଦ କରି ତୁମେ କାର୍ଯ୍ୟ କର । ବାବା ଆପଣଙ୍କ ଯଜ୍ଞର ସ୍ଥୂଳ, ସୂକ୍ଷ୍ମ ଉଭୟ ସେବା ଆମେ
କିପରି ଏକତ୍ର କରୁଛୁ । ବାବା ନିର୍ଦ୍ଦେଶ ଦେଉଛନ୍ତି ଯେ ଏହିପରି ୟାଦ କର । ଆଜିକାଲି ନେଚର-କିଓର
କରାଉଛନ୍ତି ନା । ତୁମର ଆତ୍ମା ସୁସ୍ଥ ହେବା ଦ୍ୱାରା ଶରୀର ମଧ୍ୟ ସୁସ୍ଥ ହୋଇଯିବ । କେବଳ
ବାବାଙ୍କର ହିଁ ୟାଦ ଦ୍ୱାରା ତୁମେ ପତିତରୁ ପାବନ ହେଉଛ । ପବିତ୍ର ବି ହୁଅ ଏବଂ ଯଜ୍ଞର ସେବା
ମଧ୍ୟ କରିଚାଲ । ସେବା କରିବା ଦ୍ୱାରା ବହୁତ ଖୁସି ମିଳିବ । ମୁଁ ଏତେ ସମୟ ବାବାଙ୍କର ୟାଦରେ ରହି
ନିଜକୁ ନିରୋଗୀ କରିଲି ଅଥବା ଭାରତକୁ ଶାନ୍ତିର ଦାନ ଦେଲି । ତୁମେ ଶ୍ରୀମତ ଆଧାରରେ ଭାରତକୁ
ଶାନ୍ତି ଏବଂ ସୁଖର ଦାନ ଦେଉଛ । ଦୁନିଆରେ ଆଶ୍ରମ ତ ବହୁତ ରହିଛି । କିନ୍ତୁ ସେଠାରେ କିଛି ହେଲେ
ପ୍ରାପ୍ତି ନାହିଁ । ସେମାନଙ୍କୁ ଏକଥା ଆଦୌ ଜଣାନାହିଁ ଯେ ୨୧ ପିଢି ସ୍ୱର୍ଗର ରାଜ୍ୟ କିପରି
ମିଳିଥାଏ ।
ତୁମ୍ଭେମାନେ ଏବେ
ରାଜଯୋଗର ପାଠ ପଢୁଛ, ସେମାନେ ମଧ୍ୟ କହୁଛନ୍ତି ଯେ ଈଶ୍ୱର ପିତା ଆସିଯାଇଛନ୍ତି ନିଶ୍ଚିତ କେଉଁଠି
ଅଛନ୍ତି । ତେବେ ତ ନିଶ୍ଚିତ ଥିବେ ନା । ବିନାଶ ପାଇଁ ବୋମା ମଧ୍ୟ ବାହାରିସାରିଛି । ନିଶ୍ଚିତ
ବାବା ହିଁ ସ୍ୱର୍ଗର ସ୍ଥାପନା, ନର୍କର ବିନାଶ କରାଉଥିବେ । ଏହା ତ ନର୍କ ଅଟେ ନା । କେତେ ଲଢେଇ
ମାଡପିଟ୍ ଆଦି ହେଉଛି । ଏଥିପାଇଁ ବହୁତ ଡରୁଛନ୍ତି । ପିଲାମାନଙ୍କୁ କିପରି ଅପହରଣ କରିନେଇ
ଯାଉଛନ୍ତି । କେତେ ଉପଦ୍ରବ ହେଉଛି । ଏବେ ତୁମେ ଜାଣୁଛ ଯେ ଏହି ଦୁନିଆ ବଦଳିବାକୁ ଯାଉଛି ।
କଳିଯୁଗ ବଦଳି ପୁଣି ସତ୍ୟଯୁଗ ହେଉଛି । ଆମେ ସତ୍ୟଯୁଗର ସ୍ଥାପନା କାର୍ଯ୍ୟରେ ବାବାଙ୍କର
ସାହାଯ୍ୟକାରୀ ହେଉଛୁ । ବ୍ରାହ୍ମଣମାନେ ହିଁ ସହଯୋଗୀ ହୋଇଥାନ୍ତି । ପ୍ରଜାପିତା ବ୍ରହ୍ମାଙ୍କଠାରୁ
ବ୍ରାହ୍ମଣମାନେ ଜନ୍ମ ହୋଇଥାନ୍ତି । ସେମାନେ ହେଲେ ଦୈହିକ ବଂଶାବଳୀ, ତୁମ୍ଭେମାନେ ହେଉଛ ମୁଖ
ବଂଶାବଳୀ । ସେମାନେ ତ ବ୍ରହ୍ମାଙ୍କର ସନ୍ତାନ ହୋଇପାରିବେ ନାହିଁ । ତୁମ୍ଭମାନଙ୍କୁ ପୋଷ୍ୟ ଗ୍ରହଣ
କରାଯାଉଛି । ତୁମେ ବ୍ରାହ୍ମଣ ହେଉଛ - ବ୍ରହ୍ମାଙ୍କର ସନ୍ତାନ । ପ୍ରଜାପିତା ବ୍ରହ୍ମା ତ ସଂଗମରେ
ହିଁ ହୋଇପାରିବେ । ବ୍ରାହ୍ମଣ ହିଁ ପୁଣି ଦେବୀ ଦେବତା ହୋଇଥାନ୍ତି । ତୁମ୍ଭେମାନେ ସେହି
ବ୍ରାହ୍ମଣମାନଙ୍କୁ ମଧ୍ୟ ବୁଝାଇପାରିବ ଯେ ତୁମେମାନେ ଦୈହିକ ରୂପେ ବଂଶାବଳୀ ଅଟ । କହୁଛ ଯେ
ବ୍ରାହ୍ମଣ ଦେବୀ ଦେବତାୟ ନମଃ । ବ୍ରାହ୍ମଣଙ୍କୁ ମଧ୍ୟ ନମସ୍କାର, ଦେବତାମାନଙ୍କୁ ମଧ୍ୟ ନମସ୍କାର
କରୁଛନ୍ତି । କିନ୍ତୁ ସେହି ବ୍ରାହ୍ମଣମାନଙ୍କୁ ନମସ୍କାର କରିବେ ଯେଉଁମାନେ କି ବର୍ତ୍ତମାନ
ବ୍ରାହ୍ମଣ ହେଉଛନ୍ତି । ଭାବୁଛନ୍ତି ଯେ ଏହି ବ୍ରାହ୍ମଣମାନେ, ତନ-ମନ-ଧନ ଦ୍ୱାରା ବାବାଙ୍କର
ଶ୍ରୀମତରେ ଚାଲୁଛନ୍ତି । ଲୌକିକ ବ୍ରାହ୍ମଣମାନେ ଶାରୀରିକ ତୀର୍ଥଯାତ୍ରାରେ ନେଇଯାଇଥାନ୍ତି । ଏହା
ତୁମର ରୁହାନୀ ଯାତ୍ରା ଅଟେ । ତୁମର ଯାତ୍ରା କେତେ ମିଠା (କଲ୍ୟାଣକାରୀ) ଅଟେ । ଶାରୀରିକ ଯାତ୍ରା
ତ ବହୁତ ଅଛି । ଗୁରୁମାନେ ମଧ୍ୟ ଅନେକ ଅଛନ୍ତି । ସମସ୍ତଙ୍କୁ ଗୁରୁ କହିଦେଉଛନ୍ତି । ଏବେ
ତୁମ୍ଭେମାନେ ଜାଣୁଛ ଯେ ଆମେ ମିଠା ଶିବବାବାଙ୍କର ମତରେ ଚାଲି ବ୍ରହ୍ମାଙ୍କ ଦ୍ୱାରା ତାଙ୍କଠାରୁ
ବର୍ସା ନେଉଛୁ । ବର୍ସା ଶିବବାବାଙ୍କଠାରୁ ନେଉଛୁ । ତୁମେ ଯେବେ ଏଠାକୁ ଆସୁଛ ତେବେ ତୁମକୁ
ତୁରନ୍ତ ପ୍ରଶ୍ନ କରାଯାଉଛି ଯେ - କାହା ପାଖକୁ ଆସିଛ? ତୁମ୍ଭମାନଙ୍କ ବୁଦ୍ଧିରେ ଅଛି ଯେ ଏହା
ଶିବବାବାଙ୍କର ଉଧାର ସୂତ୍ରରେ ନେଇଥିବା ରଥ ଅଟେ । ଆମେ ତାଙ୍କ ପାଖକୁ ଯାଉଛୁ । ଦୁନିଆରେ
ବ୍ରାହ୍ମଣମାନେ ହିଁ ନିର୍ବନ୍ଧ କରାଇଥାନ୍ତି, କିନ୍ତୁ ସମ୍ପର୍କ ବର ଏବଂ କନ୍ୟା ମଧ୍ୟରେ ହୋଇଥାଏ,
ନୁହେଁକି ନିର୍ବନ୍ଧ କରାଉଥିବା ବ୍ରାହ୍ମଣଙ୍କ ସହିତ । ସ୍ତ୍ରୀ ସ୍ୱାମୀକୁ ମନେ ପକାଇଥାଏ, କ’ଣ
ହସ୍ତଗଣ୍ଠି ବାନ୍ଧିଲାବାଲା ବ୍ରାହ୍ମଣମାନଙ୍କୁ ମନେ ପକାଇଥାଏ? ତୁମର ମଧ୍ୟ ସାଜନ ହେଉଛନ୍ତି
ଶିବବାବା । ତେବେ କୌଣସି ଦେହଧାରୀକୁ ତୁମେ କାହିଁକି ୟାଦ କରୁଛ? ତୁମକୁ ଶିବଙ୍କୁ ହିଁ ୟାଦ
କରିବାକୁ ହେବ । ଅନ୍ୟମାନଙ୍କୁ ବୁଝାଇବା ପାଇଁ ହିଁ ଏହି ଲକେଟ୍ ଆଦି ବାବା ତିଆରି କରାଉଛନ୍ତି ।
ବ୍ରହ୍ମାବାବା ନିଜେ ହିଁ ଦଲାଲ (ମଧ୍ୟସ୍ତି) ହୋଇ ନିର୍ବନ୍ଧ କରାଉଛନ୍ତି । ତେଣୁ ଦଲାଲକୁ ୟାଦ
କରିବାର ନାହିଁ । ସଜନୀମାନଙ୍କର ଯୋଗ ସାଜନଙ୍କ ସହିତ ରହିଛି । ମମ୍ମା ବାବା ଆସି ତୁମ୍ଭମାନଙ୍କ
ଦ୍ୱାରା ମୁରଲୀ ଶୁଣାଉଛନ୍ତି । ବାବା କହୁଛନ୍ତି ଏପରି ବହୁତ ପିଲା ଅଛନ୍ତି ଯେଉଁମାନଙ୍କ ଭ୍ରୁକୁଟୀ
ମଧ୍ୟରେ ବସି ମୁଁ ମୁରଲୀ ଚଲାଉଛି - ଅନ୍ୟମାନଙ୍କର କଲ୍ୟାଣ କରିବା ଅର୍ଥେ କାହାକୁ ସାକ୍ଷାତ୍କାର
କରାଇବା ପାଇଁ, ମୁରଲୀ ଶୁଣାଇବା ପାଇଁ, ପୁଣି କାହାର କଲ୍ୟାଣ କରିବ ପାଇଁ ମୁଁ ଆସୁଛି । ଯେଉଁଠି
ବ୍ରାହ୍ମଣୀମାନଙ୍କ ପାଖରେ ଏତେ ଶକ୍ତି ନାହିଁ, ମୁଁ ଜାଣିଛି ଯେ ଏହି ବ୍ରାହ୍ମଣୀ ୟାଙ୍କୁ ଅନୁଭବ
କରାଇ ପାରିବ ନାହିଁ, ତେଣୁ ମୁଁ ଏପରି ଜ୍ଞାନର ତୀର ଲଗାଉଛି ଯାହାକି ସିଏ ବ୍ରାହ୍ମଣୀଠାରୁ ମଧ୍ୟ
ତୀବ୍ର ବେଗରେ ଆଗକୁ ଯାଇପାରିବେ । କିନ୍ତୁ ବ୍ରାହ୍ମଣୀ ଭାବିଥାଏ ଯେ ଏହାଙ୍କୁ ମୁଁ ବୁଝାଇଛି ।
ତେଣୁ ଦେହ-ଅଭିମାନରେ ଆସିଯାଇଥାଏ । ବାସ୍ତବରେ ଏହି ଅହଂକାର ମଧ୍ୟ ଆସିବା ଉଚିତ୍ ନୁହେଁ । ସବୁ
କିଛି ଶିବବାବା କରିଲାବାଲା ଅଟନ୍ତି । ଏଠାରେ ତ ତୁମକୁ କହୁଛନ୍ତି ଯେ ବାବାଙ୍କୁ ୟାଦ କର । ତେଣୁ
ତୁମର ସମ୍ପର୍କ ଶିବବାବାଙ୍କ ସହିତ ରହିବା ଦରକାର । ଇଏ (ବ୍ରହ୍ମାବାବା) ତ ମଝିରେ ଦଲାଲ ଅଟନ୍ତି,
ଏହାଙ୍କୁ ତାଙ୍କର ପାରିଶ୍ରମିକ ମିଳିଯାଉଛି । ତଥାପି ଇଏ ବୃଦ୍ଧ ଅନୁଭବୀ ଶରୀର ଅଟେ । ଏହା
ପରିବର୍ତ୍ତନ କରାଯାଇ ପାରିବ ନାହିଁ । ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଏପରି ନୁହେଁ ଯେ
ଅନ୍ୟ କଳ୍ପରେ ଅନ୍ୟ ଶରୀରରେ ଆସିବେ । ନା, ଯିଏ ଶେଷରେ ଅଛନ୍ତି ତାଙ୍କୁ ହିଁ ପୁଣି ପ୍ରଥମେ
ଯିବାକୁ ହେବ । କଳ୍ପବୃକ୍ଷର ଚିତ୍ରରେ ଦେଖ କିପରି ଶେଷରେ ଛିଡା ହୋଇଛନ୍ତି ନା । ଏବେ ତୁମେମାନେ
ସଂଗମରେ ବସିଛ । ବାବା ଏହି ପ୍ରଜାପିତା ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରିଛନ୍ତି । ଜଗତଅମ୍ବା
ହେଉଛନ୍ତି କାମଧେନୁ ଏବଂ ତାଙ୍କୁ କପିଳ ଦେବ ମଧ୍ୟ କୁହାଯାଏ । କପଲ ଅର୍ଥାତ୍ ଯୋଡି, ବାପ-ଦାଦା,
ମାତ-ପିତା, ଏହା କପଲ ଅର୍ଥାତ୍ ଯୋଡି ହେଲା ନା । ମାତାଙ୍କଠାରୁ ସମ୍ପତ୍ତି ମିଳିବ ନାହିଁ ।
ଯାହାବି ହେଲେ ଶିବବାବାଙ୍କଠାରୁ ହିଁ ସମ୍ପତ୍ତି ମିଳିଥାଏ । ତେଣୁ ତାଙ୍କୁ ୟାଦ କରିବାକୁ ପଡିବ ।
ମୁଁ (ବ୍ରହ୍ମା) ଏହାଙ୍କ ଦ୍ୱାରା ତୁମକୁ ନେଇଯିବାକୁ ଆସିଛି । ବ୍ରହ୍ମା ମଧ୍ୟ ଶିବବାବାଙ୍କୁ ୟାଦ
କରୁଛନ୍ତି । ଶଙ୍କରଙ୍କ ଆଗରେ ମଧ୍ୟ ଶିବଙ୍କର ଚିତ୍ର ରଖିଥାନ୍ତି । ଶିବଙ୍କ ମହିମା ପାଇଁ ଏସବୁ
ଚିତ୍ର ରହିଛି । ବର୍ତ୍ତମାନ ସମୟରେ ତ ଶିବବାବା ଆସି ନିଜର ସନ୍ତାନ ରୂପେ ଗ୍ରହଣ କରୁଛନ୍ତି ।
ଏହାପରେ ତ ତୁମେ ଆଉ ବାବାଙ୍କୁ ପୂଜା କରିବ ନାହିଁ । ବାବା ଆସି ପିଲାମାନଙ୍କୁ ଫୁଲ ସଦୃଶ
କରୁଛନ୍ତି । ବିକାର ରୂପୀ ନର୍ଦ୍ଦମାରୁ ବାହାର କରୁଛନ୍ତି । ପୁଣି ପିଲାମାନେ ପ୍ରତିଜ୍ଞା ମଧ୍ୟ
କରୁଛନ୍ତି ଯେ ଆମେ କେବେ ପତିତ ହେବୁ ନାହିଁ । ବାବା କହୁଛନ୍ତି ପୋଷ୍ୟ ହୋଇ ପୁଣି କେବେ କଳା ମୁହଁ
କରିବ ନାହିଁ । ଯଦି କରିଲ ତେବେ କୁଳ କଳଙ୍କିତ ହୋଇପଡିବ । ହାରିବା ଦ୍ୱାରା ଗୁରୁଙ୍କର ନାମ
ବଦନାମ କରିଦେବ । ଯଦି ମାୟାଠାରୁ ହାରିଲ, ତେବେ ପଦ ଭ୍ରଷ୍ଟ ହୋଇଯିବ । ଆଉ କେହି ସନ୍ନ୍ୟାସୀ ଆଦି
ଏହି କଥା ଶିଖାଉ ନାହାଁନ୍ତି । କେହି-କେହି ଅଛନ୍ତି, ଯେଉଁମାନେ କହନ୍ତି ଯେ ମାସରେ ଥରେ ବିକାରରେ
ଯାଅ । ଆଉ କେହି କହୁଛନ୍ତି ୬ ମାସରେ ଥରେ । ଆଉ କେହି ତ ଅଜାମିଲ ପରି ବହୁତ ପାପୀ ଅଟନ୍ତି ।
ବ୍ରହ୍ମାବାବା ତ ବହୁତ ଗୁରୁ କରିଥିଲେ । ସେମାନେ ଏପରି କେବେହେଲେ କହିବେ ନାହିଁ ଯେ ପବିତ୍ର ହୁଅ
। ଭାବୁଛନ୍ତି ଆମେ ତ ରହିପାରିବୁ ନାହିଁ । ଯିଏ ବୁଦ୍ଧିମାନ ହୋଇଥିବେ, ସିଏ ତୁରନ୍ତ କହିବେ ଯେ
ତୁମେ ତ ରହିପାରୁନାହଁ, ଆମକୁ କିପରି କହୁଛ । ତଥାପି କହୁଛନ୍ତି ଜନକଙ୍କ ସଦୃଶ ଗୋଟିଏ ସେକେଣ୍ଡରେ
ଜୀବନମୁକ୍ତିର ରାସ୍ତା ବତାଅ । ପୁଣି ଗୁରୁମାନେ କହୁଛନ୍ତି - ବ୍ରହ୍ମଙ୍କୁ ୟାଦ କର ତେବେ ତୁମେ
ନିର୍ବାଣଧାମକୁ ଯିବ । ନିର୍ବାଣଧାମକୁ ତ କେହି ଯାଉନାହାଁନ୍ତି, କାହିଁକି ନା ସେତିକି ଶକ୍ତି ନାହିଁ
। ସମସ୍ତ ଆତ୍ମାମାନଙ୍କର ରହିବାର ସ୍ଥାନ ହେଉଛି ମୂଳବତନ, ଯେଉଁଠାରେ ଆମେ ଆତ୍ମାମାନେ ତାରା ସଦୃଶ
ରହିଥାଉ । ଏଠାରେ ପୂଜା କରିବା ପାଇଁ ବଡ ଲିଙ୍ଗ ତିଆରି କରୁଛନ୍ତି । ବିନ୍ଦୁର ପୂଜା କିପରି ହେବ?
କହୁଛନ୍ତି ମଧ୍ୟ ଭ୍ରୁକୁଟୀ ମଧ୍ୟରେ ଚମକୁଛି ବିଚିତ୍ର ତାରକା । ତେଣୁ ଆତ୍ମାର ପିତା ମଧ୍ୟ ଏପରି
ହୋଇଥିବେ । ବାବାଙ୍କର ତ ଦେହ ନାହିଁ । ତେବେ ସେହି ତାରକାଙ୍କର ପୂଜା କିପରି ହୋଇପାରିବ ।
ବାବାଙ୍କୁ ପରମ ଆତ୍ମା ବୋଲି କୁହାଯାଇଥାଏ । ସିଏ ହେଲେ ସମସ୍ତଙ୍କର ପିତା । ରୂପରେ ଯେପରି ଆତ୍ମା,
ସେହିପରି ପରମାତ୍ମା ଅଟନ୍ତି । ସିଏ ଆକାରରେ ତ ବଡ ନୁହଁନ୍ତି । ତାଙ୍କ ପାଖରେ ଏହି ସମସ୍ତ ଜ୍ଞାନ
ଅଛି । ଏହି ଅବିନାଶୀ ବୃକ୍ଷକୁ କେହିହେଲେ ଜାଣିନାହାଁନ୍ତି । ବାବା ହିଁ ଜ୍ଞାନର ସାଗର ଅଟନ୍ତି ।
ବାବା ଜ୍ଞାନରେ ଏବଂ ପବିତ୍ରତାରେ ମଧ୍ୟ ପୂର୍ଣ୍ଣ ଅଟନ୍ତି । ସିଏ ସମସ୍ତଙ୍କର ସଦ୍ଗତି ଦାତା
ଅଟନ୍ତି । ସମସ୍ତଙ୍କୁ ସୁଖ-ଶାନ୍ତି ଦେଲାବାଲା । ତୁମ୍ଭମାନଙ୍କୁ କେତେ ଅମାପ ସମ୍ପତ୍ତି ମିଳୁଛି
ଆଉ କାହାକୁ ମିଳିପାରିବ ନାହିଁ । ମନୁଷ୍ୟ ତ କେତେ ଗୁରୁଙ୍କୁ ପୂଜା କରୁଛନ୍ତି । ନିଜର ରାଜାଙ୍କୁ
ମଧ୍ୟ ଏତେ ପୂଜା କରୁନାହାଁନ୍ତି । ତେଣୁ ଏସବୁ ଅନ୍ଧଶ୍ରଦ୍ଧା ଅଟେ ନା । କ’ଣ କ’ଣ ସବୁ
କରିଚାଲିଛନ୍ତି । ସବୁ ଭିତରେ ଗ୍ଲାନି ହିଁ ଗ୍ଲାନି ରହିଛି । କୃଷ୍ଣଙ୍କୁ ରାଜା ମଧ୍ୟ କହିଥାନ୍ତି
ଆଉ ଭଗବାନ ବୋଲି ମଧ୍ୟ କହିଥାନ୍ତି । ଭଗବାନ କୃଷ୍ଣ ସ୍ୱର୍ଗର ପ୍ରଥମ ରାଜକୁମାର,
ଲକ୍ଷ୍ମୀ-ନାରାୟଣଙ୍କ ପାଇଁ ମଧ୍ୟ କହିଥାନ୍ତି, ଯେ ଏହି ଦୁଇଜଣ ଭଗବାନ-ଭଗବତୀ ଅଟନ୍ତି ।
ପୁରୁଣା-ପୁରୁଣା ଚିତ୍ର ଗୁଡିକୁ ବହୁତ କିଣିଥାନ୍ତି । ପୁରୁଣା-ପୁରୁଣା ଷ୍ଟାମ୍ପ (ଡାକ ଟିକଟ)
ମଧ୍ୟ ବିକ୍ରି ହୋଇଥାଏ ନା । ବାସ୍ତବରେ ସବୁଠାରୁ ପୁରୁଣା ତ ଶିବବାବା ଅଟନ୍ତି ନା । କିନ୍ତୁ ଏକଥା
କେହି ଜାଣିନାହାଁନ୍ତି । ସମସ୍ତ ମହିମା ଶିବବାବାଙ୍କର ହିଁ ଅଟେ । ତେବେ ସେହି ଜିନିଷଟି (ବାବା)
ତ ମିଳିପାରିବେ ନାହିଁ । ପୁରୁଣାରୁ ପୁରୁଣା ଜିନିଷ କ’ଣ ଅଟେ? ନମ୍ବରୱାନ ହେଲେ ଶିବବାବା । କେହି
ଏହା ବୁଝିପାରୁ ନାହାଁନ୍ତି ଯେ ଆମର ପିତା କିଏ? ତାଙ୍କର ନାମ ରୂପ କ’ଣ? କହିଦେଉଛନ୍ତି ଯେ
ତାଙ୍କର କୌଣସି ନାମ ରୂପ ନାହିଁ, ତେବେ ପୂଜା କାହାକୁ କରୁଛନ୍ତି? ଶିବ ନାମ ତ ରହିଛି ନା ।
ତାଙ୍କର ଦେଶ ବି ଅଛି, କାଳ (ସମୟ) ମଧ୍ୟ ଅଛି । ସିଏ ନିଜେ କହୁଛନ୍ତି ଯେ ମୁଁ ସଂଗମ ସମୟରେ ଆସୁଛି
। ଆତ୍ମା ଶରୀର ଦ୍ୱାରା କଥା ହୋଇଥାଏ ନା । ଏବେ ତୁମ୍ଭେମାନେ ଜାଣୁଛ ଯେ ଶାସ୍ତ୍ର ଗୁଡିକରେ କେତେ
ମନଗଢା କଥାସବୁ ରହିଛି, ଯାହା ଦ୍ୱାରା ପତନର କଳା ହୋଇଯାଇଛି । ଉନ୍ନତିର (ଚଢିବା) କଳା
ସତ୍ୟ-ତ୍ରେତାଯୁଗ, ଅବନତି ଖସିବା କଳା ଦ୍ୱାପର-କଳିଯୁଗ । ଏବେ ପୁଣି ଆରୋହଣ କଳା (ଉନ୍ନତି) ହେବ
। ବାବାଙ୍କ ବିନା କେହି ଉତ୍ଥାନର କଳା କରାଇପାରିବେ ନାହିଁ । ଏହି ସବୁ କଥା ଧାରଣ କରିବାକୁ
ପଡିଥାଏ । ତେଣୁ ଯେକୌଣସି କର୍ମଧନ୍ଦା କରି ମଧ୍ୟ ୟାଦରେ ରହିବାକୁ ହେବ । ଯେପରି ଶ୍ରୀନାଥ
ଦ୍ୱାରରେ ମୁହଁରେ କପଡା ବାନ୍ଧି ପୂଜା କାର୍ଯ୍ୟ କରିଥାନ୍ତି । ଶ୍ରୀନାଥ କୃଷ୍ଣଙ୍କୁ କହିଥାନ୍ତି
। ଶ୍ରୀନାଥଙ୍କ ପାଇଁ ଭୋଜନ ତିଆରି କରାଯାଏ ନା । ଶିବବାବା ତ ଭୋଜନ ଆଦି ଖାଉ ନାହାଁନ୍ତି । ତୁମେ
ପବିତ୍ର ଭୋଜନ ତିଆରି କରୁଛ, ତେଣୁ ୟାଦରେ ରହି କରିବା ଦରକାର, ତେବେ ଯାଇ ସେଥିରୁ ଶକ୍ତି ମିଳିବ
। କୃଷ୍ଣ ଲୋକକୁ ଯିବା ପାଇଁ ବ୍ରତ, ଉପବାସ ଆଦି ରଖିଥାନ୍ତି । ଏବେ ତୁମେ ଜାଣୁଛ ଯେ ଆମେ
କୃଷ୍ଣପୁରୀକୁ ଯାଉଛୁ ସେଥିପାଇଁ ତୁମକୁ ଯୋଗ୍ୟ କରାଯାଉଛି । ତୁମ୍ଭେମାନେ ବାବାଙ୍କୁ ୟାଦ କରୁଛ,
ତେଣୁ ବାବା ତୁମକୁ ଗ୍ୟାରେଣ୍ଟି (ପ୍ରତିଶୃତି) ଦେଉଛନ୍ତି ଯେ ତୁମେ କୃଷ୍ଣପୁରୀକୁ ନିଶ୍ଚିତ ଯିବ
। ତୁମେ ଜାଣିଛ ଯେ ଆମେ ନିଜ ପାଇଁ କୃଷ୍ଣପୁରୀ ସ୍ଥାପନ କରୁଛୁ ପୁଣି ଆମେ ହିଁ ସେଠାରେ ରାଜ୍ୟ
କରିବୁ । ଯେଉଁମାନେ ଶ୍ରୀମତରେ ଚାଲିବେ, ସେମାନେ କୃଷ୍ଣପୁରୀରେ ଆସିବେ ।
ଲକ୍ଷ୍ମୀ-ନାରାୟଣଙ୍କଠାରୁ ମଧ୍ୟ ଅଧିକ କୃଷ୍ଣଙ୍କର ନାମ ପ୍ରସିଦ୍ଧ ଅଟେ । କୃଷ୍ଣ ଛୋଟ ପିଲା
ହୋଇଥିବାରୁ ମହାତ୍ମାଙ୍କ ସହିତ ସମାନ ଅଟନ୍ତି । ବାଳକ ଅବସ୍ଥା ସତ୍ୱପ୍ରଧାନ ଅବସ୍ଥା ଅଟେ,
ସେଥିପାଇଁ କୃଷ୍ଣଙ୍କର ନାମ ଅଧିକ ରହିଛି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜର ସବୁ
ସମ୍ପର୍କ ଏକମାତ୍ର ଶିବବାବାଙ୍କ ସହିତ ରଖିବାର ଅଛି । କେବେହେଲେ କୌଣସି ଦେହଧାରୀକୁ ୟାଦ କରିବାର
ନାହିଁ । କେବେ ବି ନିଜର ଗୁରୁ (ବାବା)ଙ୍କର ନାମ ବଦନାମ କରିବାର ନାହିଁ ।
(୨) ନିଜ ଦ୍ୱାରା ଯଦି
କାହାର କଲ୍ୟାଣ ହେଉଥାଏ, ତେବେ ମୁଁ ଏହାର କଲ୍ୟାଣ କଲି, ଏହିଭଳି ଅହଂକାରରେ ଆସିବା ଉଚିତ୍ ନୁହେଁ
। ଏହା ମଧ୍ୟ ଦେହ-ଅଭିମାନ ଅଟେ । ତେଣୁ କରାଇଲା ବାଲା ବାଲାଙ୍କୁ ୟାଦ କରିବାକୁ ହେବ ।
ବରଦାନ:-
ଅମୃତବେଳାରେ
ତିନୋଟି ବିନ୍ଦୁର ତିଳକ ଲଗାଇ କାହିଁକି, କ’ଣର ହଲ୍ଚଲ୍ଠାରୁ ମୁକ୍ତ ଅଚଳ ଅଟଳ ହୁଅ ।
ବାପଦାଦା ସବୁବେଳେ
କହୁଛନ୍ତି ଯେ ପ୍ରତିଦିନ ଅମୃତବେଳାରେ ତିନୋଟି ବିନ୍ଦୁର ତିଳକ ଲଗାଅ । ତୁମେମାନେ ମଧ୍ୟ ବିନ୍ଦୁ,
ବାବା ମଧ୍ୟ ବିନ୍ଦୁ ଏବଂ ଯାହା ହୋଇଯାଇଛି ଏବଂ ଯାହା ସବୁ ହେଉଛି ତାହା କିଛି ବି ନୂଆ ନୁହେଁ,
ତେଣୁ ସେଥିରେ ମଧ୍ୟ ଫୁଲ୍ଷ୍ଟପ୍ ଅର୍ଥାତ୍ ବିନ୍ଦୁ । ତେବେ ଏହି ତିନୋଟି ବିନ୍ଦୁର ତିଳକ ଲଗାଇବା
ଅର୍ଥାତ୍ ସ୍ମୃତିରେ ରହିବା । ତାହା ହେଲେ ସାରା ଦିନ ଅଚଳ ଅଟଳ ରହିବ । କାହିଁକି, କ’ଣର ହଲ୍ଚଲ୍
ସମାପ୍ତ ହୋଇଯିବ । ଯେତେବେଳେ ବି କୌଣସି ଘଟଣା ଘଟୁଛି ସେହି ସମୟରେ ହିଁ ସେଥିରେ ଫୁଲ୍ଷ୍ଟପ୍ର
ବିନ୍ଦୁ ଲଗାଅ । ନଥିଙ୍ଗ୍ ନ୍ୟୁ ଅର୍ଥାତ୍ କିଛି ବି ନୂଆ ନୁହେଁ, ଯାହା ହେବାର ଥିଲା ତାହା ହେଉଛି....
ନିଜେ ସାକ୍ଷୀ ହୋଇ ଦେଖ ଏବଂ ଆଗକୁ ବଢିଚାଲ ।
ସ୍ଲୋଗାନ:-
ଯଦି
ପରିବର୍ତ୍ତନ ଶକ୍ତି ଦ୍ୱାରା ବ୍ୟର୍ଥ ସଂକଳ୍ପର ପ୍ରବାହର ଶକ୍ତିକୁ ସମାପ୍ତ କରିଦେବ ତେବେ ସମର୍ଥ
ହୋଇଯିବ ।