09.06.22 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: -
ତୁମେମାନେ ଶ୍ରେଷ୍ଠ ବ୍ରାହ୍ମଣ କୁଳର ଅଟ ଯିଏକି ବିଷ୍ଣୁଙ୍କ କୁଳର ହେବାକୁ ଯାଉଛ, ସେଥିପାଇଁ
ତୁମକୁ ପକ୍କା ବୈଷ୍ଣବ ହେବାକୁ ପଡିବ, ତେଣୁ ପିଆଜ, ରସୁଣ ଆଦି କୌଣସି ବି ଈଶ୍ୱରୀୟ ନିୟମ
ବିରୁଦ୍ଧ ଜିନିଷ ତୁମକୁ ଖାଇବା ଉଚିତ୍ ନୁହେଁ ।”
ପ୍ରଶ୍ନ:-
ତୁମେ ପିଲାମାନେ
କେଉଁ ପରୀକ୍ଷାରେ ଡରିବା କିମ୍ବା ଦ୍ୱନ୍ଦରେ ପଡିବା ଉଚିତ୍ ନୁହେଁ?
ଉତ୍ତର:-
ଯଦି ଚାଲୁ-ଚାଲୁ ଏହି ପୁରୁଣା ଜୋତାକୁ ଅର୍ଥାତ୍ ଶରୀରକୁ କୌଣସି କଷ୍ଟ ହେଉଛି ବା ରୋଗ ବେମାରୀ ଆଦି
ହେଉଛି ତେବେ ଏଥିରେ ଡରିବା ବା ଦ୍ୱନ୍ଦ୍ୱରେ ପଡିବା ଉଚିତ୍ ନୁହେଁ ବରଂ ଖୁସି ହେବା ଉଚିତ୍,
କାହିଁକି ନା ତୁମେ ଜାଣିଛ - ଏହା କର୍ମଭୋଗ ଅଟେ । ତୁମର ପୁରୁଣା ହିସାବ-କିତାବ ଚୁକ୍ତ ହେଉଛି ।
ମୁଁ ଯୋଗବଳ ଦ୍ୱାରା ହିସାବ-କିତାବକୁ ଚୁକ୍ତ କରି ପାରିଲି ନାହିଁ ତେଣୁ କର୍ମଭୋଗ ଦ୍ୱାରା ଚୁକ୍ତ
ହେଉଛି । ତେଣୁ ଏହା ଶୀଘ୍ର ଶୀଘ୍ର ଶେଷ ହୋଇଗଲେ ଭଲ ।
ଗୀତ:
ହମାରେ ତୀର୍ଥ
ନ୍ୟାରେ ହେଁ....
ଓମ୍ ଶାନ୍ତି ।
ନିରାକାର
ଭଗବାନୁବାଚ । ତାଙ୍କର ତ କେବଳ ଗୋଟିଏ ହିଁ ନାମ ରହିଛି - ଶିବ ଭଗବାନୁବାଚ, ଏହି କଥାକୁ ବୁଝାଇବା
ପାଇଁ ଏବଂ ପକ୍କା ନିଶ୍ଚୟ କରାଇବା ପାଇଁ କହିବାକୁ ପଡୁଛି । ବାବାଙ୍କୁ କହିବାକୁ ପଡୁଛି ଯେ, ମୁଁ
ଯେପରି ଅଟେ, ମୋର ନାମ କେବେ ବଦଳୁନାହିଁ । ସତ୍ୟଯୁଗର ଯେଉଁମାନେ ଦେବୀ-ଦେବତା ଥିଲେ, ସେମାନେ ତ
ପୁନର୍ଜନ୍ମରେ ଆସୁଛନ୍ତି । ବାବା ଏହି ଶରୀର ମାଧ୍ୟମରେ ପିଲାମାନଙ୍କୁ ବୁଝାଉଛନ୍ତି । ତୁମେମାନେ
ଏବେ ଆତ୍ମିକ ଯାତ୍ରା କରୁଛ, ବାବା ଏବଂ ଦାଦା ମଧ୍ୟ ଗୁପ୍ତ ଅଟନ୍ତି । କେହି ବି ଜାଣିନାହାଁନ୍ତି
ଯେ, ବ୍ରହ୍ମାଙ୍କର ଶରୀରରେ ପରମପିତା ଆସୁଛନ୍ତି । ଏଠାରେ ପିଲାମାନେ ମଧ୍ୟ ଗୁପ୍ତ ଅଟନ୍ତି ।
ସମସ୍ତେ କହୁଛନ୍ତି ଯେ, ଆମେ ଶିବବାବାଙ୍କର ସନ୍ତାନ, ତେଣୁ ତାଙ୍କଠାରୁ ବର୍ସା ନେବା ଉଚିତ୍ ।
ସେଥିପାଇଁ ତାଙ୍କର ଶ୍ରୀମତରେ ଚାଲିବା ଉଚିତ୍ । ଏହି ନିଶ୍ଚୟ ତ ହେଉଛି ଯେ ସିଏ ଆମର ସୁପ୍ରିମ
ପିତା, ଶିକ୍ଷକ, ସତଗୁରୁ ମଧ୍ୟ ଅଟନ୍ତି । ଏହା କେତେ ମିଠା-ମିଠା କଥା । ଆମେ ନିରାକାର
ଶିବବାବାଙ୍କର ଛାତ୍ର, ସିଏ ଆମକୁ ରାଜଯୋଗ ଶିଖାଉଛନ୍ତି, ଭଗବାନୁବାଚ - ହେ ସନ୍ତାନମାନେ, ମୁଁ
ତୁମକୁ ରାଜଯୋଗ ଶିଖାଉଛି । ମେୟର ତ କେବେ ବି ହେ ସନ୍ତାନ ବୋଲି କହିବେ ନାହିଁ । ସନ୍ନ୍ୟାସୀମାନେ
ମଧ୍ୟ ଏପରି କହିପାରିବେ ନାହିଁ । ତେବେ ସନ୍ତାନ ଶବ୍ଦ କେବଳ ବାବା ହିଁ କହିପାରିବେ । ପିଲାମାନେ
ମଧ୍ୟ ଜାଣିଛନ୍ତି ଯେ, ଆମେ ନିରାକାର ବାବାଙ୍କର ସନ୍ତାନ ଅଟୁ, ଏବେ ତାଙ୍କ ସମ୍ମୁଖରେ ବସିଛୁ ।
ଆମେମାନେ ପ୍ରଜାପିତା ବ୍ରହ୍ମାକୁମାର କୁମାରୀ ଅଟୁ । ପ୍ରଜାପିତା ଅକ୍ଷର ନ ଲେଖିବା ଦ୍ୱାରା
ମନୁଷ୍ୟମାନେ ଦ୍ୱନ୍ଦ୍ୱରେ ପଡୁଛନ୍ତି । ଭାବୁଛନ୍ତି ଯେ, ବ୍ରହ୍ମା ତ ସୂକ୍ଷ୍ମଲୋକ ନିବାସୀ ଦେବତା
ଥିଲେ । ସିଏ ପୁଣି ଏଠାରେ କେଉଁଠୁ ଆସିଲେ? କହୁଛନ୍ତି - ବ୍ରହ୍ମା ଦେବତାୟ ନମଃ, ଶଙ୍କର ଦେବତାୟ
ନମଃ ପୁଣି ଗୁରୁ ମଧ୍ୟ କହୁଛନ୍ତି ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ତେବେ ବିଷ୍ଣୁ ବା ଶଙ୍କର ତ
ଗୁରୁ ନୁହଁନ୍ତି । ଭାବୁଛନ୍ତି ଶଙ୍କର ପାର୍ବତୀଙ୍କୁ କାହାଣୀ ଶୁଣାଉଛନ୍ତି । ତେଣୁ ସିଏ ଗୁରୁ
ଅଟନ୍ତି । ବିଷ୍ଣୁ ମଧ୍ୟ ଗୁରୁ ନୁହେଁ । ସତ୍ୟଯୁଗରେ ଲକ୍ଷ୍ମୀ-ନାରାୟଣ ଗୁରୁ ହେଉ ନାହାଁନ୍ତି ।
କୃଷ୍ଣଙ୍କୁ ମଧ୍ୟ ବଡ ଗୁରୁ, ଗୀତାର ଭଗବାନ କହିଦେଉଛନ୍ତି । କିନ୍ତୁ ଭଗବାନ ତ ଜଣେ, ଏହି କଥା
ତୁମକୁ ସିଦ୍ଧ କରି ବୁଝାଇବାକୁ ହେବ ।
ତୁମେମାନେ ଗୁପ୍ତ ସେନା
ଯିଏକି ରାବଣ ଉପରେ ବିଜୟ ପ୍ରାପ୍ତ କରୁଛ ଅର୍ଥାତ୍ ମାୟାଜିତ୍ ଜଗତ୍ଜିତ୍ ହେଉଛ । ଧନକୁ ମାୟା ବୋଲି
କୁହାଯାଏ ନାହିଁ । ଧନକୁ ସମ୍ପତ୍ତି ବୋଲି କୁହାଯାଇଥାଏ । ତେଣୁ ବାବା ପିଲାମାନଙ୍କୁ ବୁଝାଉଛନ୍ତି
ଯେ ପିଲାମାନେ, ଏବେ ମୃତ୍ୟୁ ସମ୍ମୁଖରେ ଉପସ୍ଥିତ । ଏହା ସେହି ୫ ହଜାର ବର୍ଷ ପୂର୍ବର କଥା ।
କେବଳ ନିରାକାର ଭଗବାନୁବାଚ ବଦଳରେ ସାକାର କୃଷ୍ଣଙ୍କର ନାମ ଲେଖି ଦେଇଛନ୍ତି । ବାବା କହୁଛନ୍ତି -
ଏହି ଯେଉଁ ଜ୍ଞାନ ତୁମକୁ ବର୍ତ୍ତମାନ ମିଳୁଛି, ଏହା ହେଉଛି ଭବିଷ୍ୟତର ପ୍ରାଲବ୍ଧ ପାଇଁ । ଯଦି
ପ୍ରାଲବ୍ଧ ମିଳିଗଲା ତେବେ ଜ୍ଞାନର ଆବଶ୍ୟକତା ନାହିଁ । ଏହି ଜ୍ଞାନ ହେଉଛି ପତିତରୁ ପାବନ ହେବା
ପାଇଁ । ପବିତ୍ର ଦୁନିଆରେ ପୁଣି କାହାକୁ ଗୁରୁ କରିବାର ଆବଶ୍ୟକତା ନାହିଁ । ବାସ୍ତବରେ ଗୁରୁ ତ
ଏକମାତ୍ର ପରମପିତା ପରମାତ୍ମା ଅଟନ୍ତି । ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ ଆସ, ତେଣୁ ସେମାନଙ୍କୁ
ବୁଝାଇବା ଦରକାର ନା । ସିଏ ହିଁ ସୁପ୍ରିମ ଗୁରୁ ଅଟନ୍ତି । ସମସ୍ତଙ୍କର ସଦ୍ଗତି ଦାତା ରାମ ବୋଲି
ଗାୟନ କରାଯାଇଥାଏ । ତେବେ ସିଏ ନିଶ୍ଚିତ ସେତେବେଳେ ଆସିବେ, ଯେତେବେଳେ ସମସ୍ତେ ଦୁର୍ଗତିରେ ଥିବେ
। ସେଠାରେ ତ କ୍ଷୀର ସାଗର, ସୁଖ ସାଗର ରହିଛି । ବିଷୟ ବୈତରଣୀ ନଦୀ ସେଠାରେ ନଥାଏ । ଯଦି ବିଷ୍ଣୁ
କ୍ଷୀର ସାଗରରେ ରହିବେ ତେବେ ନିଶ୍ଚିତ ତାଙ୍କର ପିଲାମାନେ ମଧ୍ୟ ସାଥିରେ ରହିବେ । ଏବେ ତୁମେ
ବ୍ରାହ୍ମଣ କୁଳର ହୋଇଛ ପୁଣି ବିଷ୍ଣୁକୁଳର ହେବ । ସେମାନେ ସଂପୂର୍ଣ୍ଣ ବୈଷ୍ଣବ ଅଟନ୍ତି ନା ।
ଦେବତାମାନଙ୍କ ଆଗରେ କେବେ କାଇଦାହୀନ ଜିନିଷ ପିଆଜ ଆଦି ରଖିବେ ନାହିଁ । ତେବେ ଦେବତା ହେବାକୁ
ହେଲେ ସେସବୁକୁ ଛାଡିବାକୁ ପଡିବ, ଏହା ହେଉଛି ସଂଗମଯୁଗ । ବାବା ବୁଝାଉଛନ୍ତି - ତୁମେ
ବ୍ରାହ୍ମଣମାନେ ହିଁ ସଂଗମରେ ଅଛ, ବାକି ସମସ୍ତେ କଳିଯୁଗରେ ଅଛନ୍ତି । ଯେପର୍ଯ୍ୟନ୍ତ ବ୍ରାହ୍ମଣ ନ
ହୋଇଛନ୍ତି ସେପର୍ଯ୍ୟନ୍ତ କିଛି ବି ବୁଝିପାରିବେ ନାହିଁ । ବାବା କହୁଛନ୍ତି - ମୁଁ କଳ୍ପର
ସଂଗମଯୁଗରେ ଆସୁଛି । ସେମାନେ ବୁଝୁନାହାଁନ୍ତି ଯେ - ଏହା କୌଣସି ସଂଗମଯୁଗ ଅଟେ । ଏହି ଦୁନିଆ
ବଦଳୁଛି ନା । ଗାୟନ ମଧ୍ୟ କରୁଛନ୍ତି କିନ୍ତୁ କିପରି ବଦଳୁଛି, ଏକଥା କେହି ବି ଜାଣି ନାହାଁନ୍ତି
। କେବଳ ମୁଖ ଦ୍ୱାରା କହିଦେଉଛନ୍ତି । ତୁମେ ଭଲ ଭାବରେ ବୁଝୁଛ ଯେ, ଆମେମାନେ ଶ୍ରୀମତରେ ଚାଲିଲେ
ହିଁ ଶ୍ରେଷ୍ଠ ହେବୁ । ତେଣୁ ବାବାଙ୍କୁ ମନେ ପକାଇବାକୁ ହେବ । ଦେହ ସହିତ ଦେହର ସମସ୍ତ
ସମ୍ବନ୍ଧୀକୁ ଭୁଲିଯିବାକୁ ହେବ । ବାବା ଆମକୁ ଅଶରୀରୀ କରି ପଠାଇଥିଲେ, ପୁଣି ସେହିପରି ଯିବାକୁ
ହେବ । ଏଠାକୁ ଆମେ ଅଭିନୟ କରିବାକୁ ଆସିଛୁ । ଏହା ହିଁ ଗୁପ୍ତ ମେହନତ, ତେଣୁ ବାବା ଏବଂ ବର୍ସାକୁ
ସ୍ମରଣ କରିବାକୁ ହେବ । ତୁମେ ଘଡି ଘଡି ଏହି କଥାକୁ ଭୁଲିଯାଉଛ । ବାବାଙ୍କୁ ଭୁଲିବା ଦ୍ୱାରା
ମାୟାର ଚାପୁଡା ଲାଗିଯାଉଛି । ଏହା ମଧ୍ୟ ଏକ ଖେଳ ଅଟେ, ଆଲ୍ଲା ଅବଲଦୀନର.... ଦେଖାଉଛନ୍ତି ନା ।
ଆଲ୍ଲା ପ୍ରଥମେ ଧର୍ମ ସ୍ଥାପନ କରିଥିଲେ । ଠକ୍-ଠକ୍ କଲେ ଏବଂ ବହିସ୍ଥ ମିଳିଲା । ଏହି ଧର୍ମ କିଏ
ସ୍ଥାପନ କରୁଛନ୍ତି? ଆଲ୍ଲା ପ୍ରଥମ ନମ୍ବର ଧର୍ମ ସ୍ଥାପନ କରିଲେ । ହାତମତାୟୀର ମଧ୍ୟ ଖେଳ
ଦେଖାଉଛନ୍ତି । ମୁଖରେ ମୁଲହରା ନ ପକାଇଲେ ମାୟା ଆସିଯିବ । ତୁମର ଅବସ୍ଥା ମଧ୍ୟ ଏହିପରି ।
ବାବାଙ୍କୁ ଭୁଲି ଆଉ ସମସ୍ତଙ୍କୁ ମନେ ପକାଉଛ ।
ଏବେ ତୁମେମାନେ ଜାଣିଛ
ଯେ, ଆମେ ଶାନ୍ତିଧାମକୁ ଯାଉଛୁ, ପୁଣି ସୁଖଧାମକୁ ଆସିବୁ । ତେଣୁ ତୁମେ ଦୁଃଖଧାମକୁ ଭୁଲିବାର
ପୁରୁଷାର୍ଥ କର । ଏସବୁ ତ ବିନାଶ ହୋଇଯିବ । ଆମେ ଲକ୍ଷପତି ଅଟୁ, ଏପରି ଅଟୁ.... । ଏସବୁ କଥା
ବୁଦ୍ଧିରେ ରଖିବା ଉଚିତ୍ ନୁହେଁ । ଆମେ ଅଶରୀରୀ ଅଟୁ । ସବୁ ତ ପୁରୁଣା ଜିନିଷ ଅଟେ, ଏହି ପୁରୁଣା
ଜୋତା ଆମକୁ ବହୁତ ଦୁଃଖ ଦେଇଛି । ଯେତେ ଅଧିକ ରୋଗ ହେଉଛି ସେତେ ଖୁସି ହେବା ଦରକାର, ନାଚିବା
ଦରକାର । ଏହା ମୋର କର୍ମଭୋଗ ଅଟେ, ହିସାବ-କିତାବ ତ ଚୁକ୍ତ କରିବାକୁ ହିଁ ହେବ, ସେଥିପାଇଁ ଡରିବା
ଉଚିତ୍ ନୁହେଁ । ବୁଝିଯିବା ଦରକାର ଯେ, ମୁଁ ଯୋଗବଳ ଦ୍ୱାରା ବିକର୍ମ ବିନାଶ କରିପାରୁ ନାହିଁ ତେଣୁ
କର୍ମଭୋଗ ଦ୍ୱାରା ଚୁକ୍ତ କରିବାକୁ ପଡିବ, ଏଥିରେ ଦ୍ୱନ୍ଦ୍ୱରେ ପଡିବାର କୌଣସି କଥା ନାହିଁ । ଏହା
ତ ପୁରୁଣା ଶରୀର ଅଟେ । ତୁରନ୍ତ ଶେଷ ହୋଇଗଲେ ଭଲ । ପୁଣି ତୁମର ୭ ଦିନ ଭଟ୍ଟୀ ମଧ୍ୟ ବହୁତ
ପ୍ରସିଦ୍ଧ ଅଟେ । ୭ ଦିନ ଭଲ ଭାବରେ ବୁଝି ବୁଦ୍ଧିରେ ଧାରଣ କରି ପୁଣି ଯେଉଁ ଆଡକୁ ବି ଯାଅ ।
ମୁରଲୀ ତ ତୁମକୁ ମିଳିଯିବ, ସେତିକି ଯଥେଷ୍ଟ । ତେଣୁ ବାବାଙ୍କୁ ସ୍ମରଣ କରି ଚକ୍ର ଘୂରାଇ ଚାଲ ।
୭ ଦିନରେ ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡିବ । ୭ ଦିନର ପାଠ ଚକ୍ର ମଧ୍ୟ ରଖିଥା’ନ୍ତି । ତେଣୁ ୭
ଦିନ ପ୍ରସିଦ୍ଧ ଅଟେ । ଗ୍ରନ୍ଥ ମଧ୍ୟ ୭ ଦିନ ଧରି ରଖିଥା’ନ୍ତି । ଭଟ୍ଟୀ ମଧ୍ୟ ୭ ଦିନର ରହୁଛି ।
ଏପରି ନୁହେଁ ଯେ, ଯିଏ ଆସିବେ ତାଙ୍କୁ ୭ ଦିନ ପାଇଁ କହିବାକୁ ହେବ । ମନୁଷ୍ୟର ନାଡି ମଧ୍ୟ
ଦେଖିବାକୁ ହୋଇଥାଏ । ପ୍ରଥମରୁ ହିଁ ୭ ଦିନ କୋର୍ସ କହିବା ଦ୍ୱାରା କେହି ତ ଡରିଯାଇଥା’ନ୍ତି ।
ଭାବନ୍ତି ଯେ, ଆମେ ତ ରହିପାରିବୁ ନାହିଁ, ତେବେ କ’ଣ କରିବୁ, ଚାଲିଯାଆନ୍ତି । ସେଥିପାଇଁ
ମନୁଷ୍ୟମାନଙ୍କର ନାଡି ଦେଖିବାକୁ ପଡିଥାଏ । ପ୍ରତ୍ୟେକଙ୍କର ନାଡି ଦେଖିବା ଦରକାର । ପ୍ରଥମେ ତ
ଯାଞ୍ଚ କରିବାକୁ ହେବ । କେତେ ଦିନ ପାଇଁ ଆସିଛନ୍ତି । ତୁରନ୍ତ ୭ ଦିନ କହିବା ଦ୍ୱାରା ଡରି
ଯାଆନ୍ତି । ୭ ଦିନ କେହି ଦେଇପାରିବେ ନାହିଁ । ଏପରି ବୈଦ୍ୟ ମଧ୍ୟ ଥା’ନ୍ତି ଯେଉଁମାନେ ତୁରନ୍ତ
ନାଡି ଦେଖି କହିଦିଅନ୍ତି ଯେ, ତୁମକୁ ଏହି ରୋଗ ହୋଇଛି । ଇଏ ମଧ୍ୟ ତୁମର ଅବିନାଶୀ ଜ୍ଞାନର
ଡାକ୍ତର ଅଟନ୍ତି । ତୁମେମାନେ ମଧ୍ୟ ମାଷ୍ଟର ଡାକ୍ତର ଅଟ । ଏହା ହେଉଛି ରୁଦ୍ର ଜ୍ଞାନ ଯଜ୍ଞ ।
ତୁମେମାନେ କହୁଛ ଯେ, ଗୋଟିଏ ସେକେଣ୍ଡରେ ମନୁଷ୍ୟମାନଙ୍କୁ ଜୀବନମୁକ୍ତି ମିଳିପାରିବ । ସେଥିପାଇଁ
କେହି କେହି କହୁଛନ୍ତି ଯେ, ଯଦି ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ମିଳିପାରିବ, ତେବେ ୭ ଦିନ
କାହିଁକି କହୁଛ? ସେକେଣ୍ଡର କଥା କୁହ । କେହି କେହି ତ ଡରିଯାଇଥା’ନ୍ତି । ଆମେ ତ ରହିପାରିବୁ ନାହିଁ,
ସେଥିପାଇଁ ପ୍ରଥମେ ନାଡି ଦେଖିବା ଦରକାର । ସମସ୍ତଙ୍କ ପାଇଁ ଗୋଟିଏ କଥା ହୋଇପାରିବ ନାହିଁ ।
ବହୁତ ପିଲାମାନେ ଅପସେବା କରିଦେଉଛନ୍ତି । ଫର୍ମ ପୂରଣ କରିବା ସମୟରେ ନାଡି ଦେଖି ପଚାରିବାକୁ
ହୋଇଥାଏ । କେତେ ଦିନ ରହିପାରିବ, ଏକଥା ମଧ୍ୟ ପଚାରିବାକୁ ପଡିଥାଏ । ଅଚ୍ଛା ଏକଥା ମଧ୍ୟ କୁହ ଯେ,
ସମସ୍ତଙ୍କର ଭଗବାନ ତ ଜଣେ ନା । ପରମପିତାଙ୍କ ସହିତ ତୁମର କ’ଣ ସମନ୍ଧ ରହିଛି! ପ୍ରଥମେ ଏହି କଥାରେ
ବୁଝାଇବାକୁ ହୋଇଥାଏ ଯେ, ସିଏ ପିତା, ଆମେ ତାଙ୍କର ସନ୍ତାନ ଅଟୁ । ବାବା ତ ବର୍ସା ଦେଉଛନ୍ତି ।
ତେଣୁ ସ୍ୱର୍ଗର ବର୍ସା ମିଳିବା ଦରକାର । ବାବା ସ୍ୱର୍ଗର ରଚୟିତା । ଏବେ ତ ଦୁନିଆ ନର୍କ ହୋଇଯାଇଛି
। ଏହି ଭାରତ ସ୍ୱର୍ଗ ଥିଲା, ଆମେ ବିଶ୍ୱର ମାଲିକ ଥିଲୁ । ଏଠାରେ ଦେବୀ-ଦେବତାମାନଙ୍କର ରାଜ୍ୟ
ଥିଲା । ମାୟା ଆମଠାରୁ ରାଜ୍ୟ ଛଡାଇ ନେଇଛି । ଏବେ ପୁଣି ମାୟା ଉପରେ ବିଜୟ ପ୍ରାପ୍ତ କରି ରାଜ୍ୟ
ନେବାକୁ ହେବ । ପୁରୁଣା ପତିତ କଳିଯୁଗୀ ଦୁନିଆର ବିନାଶ ସମ୍ମୁଖରେ ଉପସ୍ଥିତ । ତେଣୁ ପବିତ୍ର
ଦୁନିଆ ସ୍ଥାପନ କରିବାକୁ ହେବ । ସାମାନ୍ୟ ସଂକେତ ଦେବା ଦରକାର । ପୁଣି ଆଗକୁ ଗଲେ ଏହି ସବୁ କଥାକୁ
ବୁଝିଯିବେ । ଆଜି ନୁହେଁ ତ କାଲି ଆସିଯିବେ । ଯିବେ କୁଆଡେ? ଏହା ସଦ୍ଗତି ମିଳିବାର ଏକମାତ୍ର
ଦୋକାନ ଅଟେ । ପରମପିତା ପରମାତ୍ମା ଶିବବାବାଙ୍କର ଏହା ଏକମାତ୍ର ଦୋକାନ ଅଟେ । ଏଠାରେ ଗୋଟିଏ
ସେକେଣ୍ଡରେ ଜୀବନମୁକ୍ତି ମିଳୁଛି । ଏହି ଦୋକାନ ଦେଖ କିପରି, ଯାହାର ତୁମେ ବେପାରୀ ଅଟ । ଯିଏ ଭଲ
ସେଲ୍ସମ୍ୟାନ ହୋଇଥିବେ ସିଏ ପଦ ମଧ୍ୟ ଭଲ ପାଇବେ । ବିକ୍ରି କରିବା ପାଇଁ ମଧ୍ୟ ବୁଦ୍ଧି ଦରକାର ।
ଯଦି ବୁଦ୍ଧି ନଥିବ ତେବେ ସିଏ କ’ଣ ସେବା କରିବେ । ପ୍ରଥମେ ତ ନିଶ୍ଚୟ କରାଅ ପୁଣି ୭ ଦିନର କଥା
କୁହ । ଆରେ ବାବା ବର୍ସା ଦେବାକୁ ଆସିଛନ୍ତି, ଏହି ଭାରତ ସୁଖଧାମ ଥିଲା, ଏବେ ଦୁଃଖଧାମ ହୋଇଯାଇଛି
। ପୁଣି ସୁଖଧାମ କିପରି ହେଉଛି, କିଏ କରୁଛି? ପ୍ରଥମେ ରାସ୍ତା ବତାଇବାକୁ ହେବ - ଆମେ ଆତ୍ମାମାନେ
ଶାନ୍ତିଧାମର ନିବାସୀ ଅଟୁ ପୁଣି ଏଠାକୁ ଅଭିନୟ କରିବାକୁ ଆସୁଛୁ ।
ଏବେ ବାବା କହୁଛନ୍ତି -
ପିଲାମାନେ ଆମକୁ ଘରକୁ ଫେରିବାକୁ ହେବ । ସେଥିପାଇଁ ବାବାଙ୍କୁ ମନେ ପକାଇବାକୁ ହେବ ଯାହା ଦ୍ୱାରା
ତୁମର ବିକର୍ମ ବିନାଶ ହେବ । ତୁମର ଉଡିବାର ଡେଣା ଯାହା ଭାଙ୍ଗିଯାଇଛି ତାହା ମିଳିଯିବ । ତୁମେ ମୋ
ପାଖକୁ ଚାଲିଆସିବ । ବାବା ହିଁ ଆସି କଉଡିରୁ ହୀରା ତୁଲ୍ୟ କରୁଛନ୍ତି । ଏହି ରୋଜଗାର ବହୁତ
ଜବରଦସ୍ତ ଅଟେ । ବାବାଙ୍କୁ ସ୍ମରଣ କରିବା ଦ୍ୱାରା ୨୧ ଜନ୍ମ ତୁମେ ନିରୋଗୀ ହେଉଛ । ଚକ୍ରକୁ ମନେ
ପକାଇବା ଦ୍ୱାରା ତୁମେ ସର୍ବଦା ସୁସ୍ଥ ଏବଂ ସମ୍ପତ୍ତିବାନ ହେବ । ଏବେ ତ ଦୁଇଟିଯାକ ନାହିଁ ।
ତୁମମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ରହିଛନ୍ତି, ଯେଉଁମାନେ କଞ୍ଚା ଅଟନ୍ତି ତାଙ୍କୁ ମାୟା
ତୁରନ୍ତ ଖାଇଯିବ । ତଥାପି ଆଗକୁ ଗଲେ ସ୍ମୃତି ଆସିବ । ଶେଷ ସମୟରେ ରାଜାମାନେ ମଧ୍ୟ ଆସିବେ
ସନ୍ନ୍ୟାସୀ ମାନେ ମଧ୍ୟ ଆସିବେ । ତୁମେ କନ୍ୟା, ମାତାମାନେ ହିଁ ଜ୍ଞାନ ବାଣ ମାରିଛ । ଏଠାରେ
ମନ୍ଦିର ମଧ୍ୟ ଠିକ୍ ଭାବରେ ତିଆରି କରାଯାଇଛି । କୁମାରୀ କନ୍ୟାମାନଙ୍କର ମଧ୍ୟ ମନ୍ଦିର ଅଛି ।
ସେମାନେ ଅଧରକୁମାରୀର ଅର୍ଥ ବୁଝୁ ନାହାଁନ୍ତି । ଯେଉଁମାନେ ଗୃହସ୍ଥ ବ୍ୟବହାରରେ ରହି ବି.କେ.
ହେଉଛନ୍ତି, ତାଙ୍କୁ ହିଁ ଅଧର କୁହାଯାଉଛି । କୁମାରୀ ତ କୁମାରୀ ହିଁ ଅଟନ୍ତି । ତୁମର ସ୍ମୃତିରେ
ମନ୍ଦିର ତିଆରି ହୋଇଛି । କଳ୍ପ ପୂର୍ବରୁ ମଧ୍ୟ ତୁମେ ସେବା କରିଥିଲ । ତେଣୁ ତୁମେମାନେ କେତେ ଖୁସି
ହେବା ଉଚିତ୍ । ତୁମର ପରୀକ୍ଷା କେତେ ଜବରଦସ୍ତ ଅଟେ । ଏଠାରେ ଭଗବାନ ପାଠ ପଢାଉଛନ୍ତି ।
(ଦିଲ୍ଲୀ ପାର୍ଟି
ବାବାଙ୍କଠାରୁ ଛୁଟୀ ନେଇ ନିଜର ସ୍ଥାନକୁ ଯାଉଛନ୍ତି) ପିଲାମାନେ ଭଲ ଭାବରେ ସତେଜ ହୋଇ ନିଜ
ସ୍ଥାନକୁ ଯାଉଛନ୍ତି । ସମସ୍ତେ କ୍ରମାନ୍ୱୟରେ ତ ଅଛନ୍ତି ନା । ଯେଉଁମାନେ ଭଲ ବୁଝୁଛନ୍ତି ସେମାନେ
ଭଲ ବୁଝାଉଛନ୍ତି ମଧ୍ୟ । ଏକଥା ତ ପିଲାମାନେ ବୁଝୁଛନ୍ତି ଯେ ବାବା ମଧ୍ୟ ଗୁପ୍ତ ଏବଂ ଦାଦା ମଧ୍ୟ
ଗୁପ୍ତ ଅଟନ୍ତି । ଆମେ ମଧ୍ୟ ଗୁପ୍ତ ଅଟୁ । ଏକଥା କେହି ବି ଜାଣିନାହାଁନ୍ତି । ବ୍ରାହ୍ମଣମାନେ
ମଧ୍ୟ ଜାଣିନାହାଁନ୍ତି । ତୁମେମାନେ ବୁଝାଇ ପାରିବ ଯେ, ତୁମେ ହେଉଛ ଦେହର ବଂଶାବଳୀ, ଆମେ ହେଲୁ
ମୁଖ ବଂଶାବଳୀ । ତୁମେ ପତିତ, ଆମେ ପବିତ୍ର ହେଉଛୁ । ଆମେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ତେଣୁ
ନିଶ୍ଚିତ ନୂଆ ଦୁନିଆର ହେଲୁ ନା । ସତ୍ୟଯୁଗର ଦେବତାମାନେ ନୂଆ ଦୁନିଆର ଅଟନ୍ତି, ନା
ବ୍ରାହ୍ମଣମାନେ ନୂଆ ଦୁନିଆର ଅଟନ୍ତି? ବ୍ରାହ୍ମଣମାନଙ୍କର ଚୋଟି ରହିଛି ନା । ଚୋଟୀ ଅର୍ଥାତ୍
ବ୍ରାହ୍ମଣ କୁଳ ଉପରେ ନା, ମଥା ଅର୍ଥାତ୍ ଦେବତା କୁଳ ଉପରେ ଅଛି? ସେଥିରେ ପୁଣି ଶିବବାବାଙ୍କୁ
ମଧ୍ୟ ଗୁପ୍ତ କରିଦେଇଛନ୍ତି । ତୁମେ ଜାଣିଛ ଯେ, ବାବା ହେଉଛନ୍ତି ଫୁଲ ବଗିଚାର ମାଲିକ । ରାବଣକୁ
ମାଲିକ ବୋଲି କୁହାଯିବ ନାହିଁ । ରାବଣ ତ ସମସ୍ତଙ୍କୁ କଣ୍ଟା କରି ଦେଉଛି, ବାବା ଆମକୁ ଫୁଲ
କରୁଛନ୍ତି । ଏହା କଣ୍ଟାର ଜଙ୍ଗଲ । ଏଠାରେ ସମସ୍ତେ ପରସ୍ପରକୁ ଦୁଃଖ ଦେଉଛନ୍ତି । ବାବା
ବୁଝାଉଛନ୍ତି, କାହାକୁ ବି ଦୁଃଖ ଦେବା ଉଚିତ୍ ନୁହେଁ । କ୍ରୋଧ ବଶବର୍ତ୍ତୀ ହୋଇ କହିବା ଦ୍ୱାରା
ଶହେଗୁଣା ଦଣ୍ଡ ପଡିଯାଇଥାଏ । ପାପ ଆତ୍ମା ହୋଇଯାଇଥା’ନ୍ତି । ଏମାନଙ୍କ ପାଇଁ ଦଣ୍ଡ ମଧ୍ୟ ବହୁତ
କଡା ରହିଛି । ବାବାଙ୍କୁ ସାଥିରେ ସହଯୋଗୀ ହେବାର ପ୍ରତିଜ୍ଞା କରି ପୁଣି ଅପସେବା କରୁଛନ୍ତି ତେଣୁ
ତାଙ୍କ ପାଇଁ ବହୁତ କଠୋର ଦଣ୍ଡ ରହିଛି । ଯଦି ସନ୍ତାନ ହୋଇ ପୁଣି ବିକର୍ମ କରିବ ତେବେ ଶହେଗୁଣା
ଦଣ୍ଡ ମିଳିଯିବ ସେଥିପାଇଁ ଯଦି ସାହାସ ଅଛି ତେବେ ଶ୍ରୀମତରେ ଚାଲ । ତୁମକୁ ନରରୁ ନାରାୟଣ ହେବାକୁ
ପଡିବ । ଏପରି ନୁହେଁ ଯେ ଯଦି ପ୍ରଜା ପଦ ମିଳିବ ତାହା ମଧ୍ୟ ଚଳିବ । ନା, ଏହା ତ ବହୁତ ବଡ ମାଳା
ଅଟେ, ମାର୍ଜିନ ବହୁତ ରହିଛି । ଏଥିରେ ହୃଦଘାତ ହେବାର ପଡିବ । ତଳେ ପଡି ପୁଣି ଉଠିବାକୁ ହେବ,
ତେଣୁ ହୃଦଘାତ ହେବା ଉଚିତ୍ ନୁହେଁ । ଶିବବାବାଙ୍କଠାରୁ ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ପାଇବାର
ଏହା ଏକମାତ୍ର ଦୋକାନ ଅଟେ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଉଚ୍ଚ ପଦ
ପାଇବା ପାଇଁ ଶିବବାବାଙ୍କର ଦୋକାନର ଭଲ ସେଲ୍ସମ୍ୟାନ ଅର୍ଥାତ୍ ବିକ୍ରି କରିଲାବାଲା ହେବାର ଅଛି,
ପ୍ରତ୍ୟେକଙ୍କର ନାଡିକୁ ଦେଖି ଅର୍ଥାତ୍ ଅବସ୍ଥାକୁ ଜାଣି ଜ୍ଞାନ ଦେବାର ଅଛି ।
(୨) କ୍ରୋଧର ବଶବର୍ତ୍ତୀ
ହୋଇ ମୁଖରେ ଦୁଃଖଦାୟୀ କଥା କହିବାର ନାହିଁ । ବାବାଙ୍କର ସହଯୋଗୀ ହେବାର ପ୍ରତିଶ୍ରୃତି ଦେବା ପରେ
କୌଣସି ବି ଅପସେବା ହେଲାଭଳି କାର୍ଯ୍ୟ କରିବାର ନାହିଁ ।
ବରଦାନ:-
ନଥିଙ୍ଗ୍ ନ୍ୟୁ
ଅର୍ଥାତ୍ କିଛି ବି ନୂଆ କଥା ନୁହେଁ - ଏହି ସ୍ଥିତି ଆଧାରରେ ବିଘ୍ନଗୁଡିକୁ ଖେଳ ମନନ କରି
ଅତିକ୍ରମ କରୁଥିବା ଅନୁଭବୀ ମୂରତ ହୁଅ ।
ବିଘ୍ନ ଆସିବା ମଧ୍ୟ
ଡ୍ରାମାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଧାର୍ଯ୍ୟ ଅଛି କିନ୍ତୁ ସେହି ବିଘ୍ନ ଗୁଡିକ ଅସମ୍ଭବକୁ
ସମ୍ଭବ ହେବାର ଅନୁଭୂତି କରାଉଛନ୍ତି । ଅନୁଭବୀ ଆତ୍ମାମାନଙ୍କ ପାଇଁ ବିଘ୍ନ ଗୁଡିକ ମଧ୍ୟ ଖେଳ ଭଳି
ମନେ ହୋଇଥାଏ । ଯେପରି ଫୁଟବଲ ଖେଳରେ ସେପଟୁ ବଲ୍ ଆସେ, ଏପଟୁ ତା’କୁ ଗୋଇଠା ମାରିଥା’ନ୍ତି, ତେଣୁ
ଖେଳ ଖେଳିବାରେ ମଜା ଲାଗିଥାଏ । ସେହିଭଳି ଏହି ବିଘ୍ନ ରୂପକ ଖେଳ ମଧ୍ୟ ହୋଇଚାଲିଥିବ, ଏହା କିଛି
ନୂଆ କଥା ନୁହେଁ । ଡ୍ରାମା ଖେଳ ମଧ୍ୟ ଦେଖାଉଛି ଏବଂ ସମ୍ପନ୍ନ ତଥା ସଫଳତା ମଧ୍ୟ ଦେଖାଇଥାଏ ।
ସ୍ଲୋଗାନ:-
ଯଦି ସମସ୍ତଙ୍କର
ଭଲ ଗୁଣକୁ ଦେଖି ତାଙ୍କର ବିଶେଷତା ଗୁଡିକର ସୁଗନ୍ଧ ଚାରିଆଡେ ବିଚ୍ଛୁରିତ କରିବ ତେବେ ଏହି ସଂସାର
ସୁଖମୟ ହୋଇଯିବ ।