09.07.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଯେତେବେଳେ ସମୟ ମିଳୁଛି ଏକାନ୍ତରେ ବସି ବିଚାର ସାଗର ମନ୍ଥନ କର, ଯେଉଁ ସବୁ ପଏଣ୍ଟସ୍ ଅର୍ଥାତ୍ ଜ୍ଞାନବିନ୍ଦୁ ଗୁଡିକ ଶୁଣୁଛ ସେଗୁଡିକୁ ପୁନରାଲୋଚନା କର ।

ପ୍ରଶ୍ନ:-
ତୁମମାନଙ୍କର ଯୋଗର ଯାତ୍ରା କେବେ ଶେଷ ହେବ ?

ଉତ୍ତର:-
ସେତେବେଳେ ଯାଇ କର୍ମାତୀତ ଅବସ୍ଥା ହୋଇଯିବ ଯେତେବେଳେ ତୁମର କୌଣସି ବି କର୍ମେନ୍ଦ୍ରିୟ ଧୋକା ଦେବ ନାହିଁ, ଯୋଗର ଯାତ୍ରା ଶେଷ ହେବ । ଏବେ ତୁମମାନଙ୍କୁ ପୂରା ପୁରୁଷାର୍ଥ କରିବାକୁ ହେବ, ଏଥିରେ ନିରାଶ ହେବାର ନାହିଁ । ସେବାରେ ତତ୍ପର ମଧ୍ୟ ରହିବାର ଅଛି ।

ଓମ୍ ଶାନ୍ତି ।
ମଧୁର ସନ୍ତାନମାନେ ଆତ୍ମ-ଅଭିମାନୀ ହୋଇ ବସିଛ ? ପିଲାମାନେ ଜାଣୁଛନ୍ତି ଅଧାକଳ୍ପ ଆମେ ଦେହ-ଅଭିମାନୀ ହୋଇ ରହିଛୁ । ତେଣୁ ଏବେ ଦେହୀ-ଅଭିମାନୀ ହୋଇ ରହିବା ପାଇଁ ମେହନତ କରିବାକୁ ପଡୁଛି । ବାବା ଆସି ବୁଝାଉଛନ୍ତି ଯେ ନିଜକୁ ଆତ୍ମା ନିଶ୍ଚୟ କରି ବସ ତେବେ ବାବା ମନେ ପଡିବେ । ନଚେତ୍ ବାବାଙ୍କର ସ୍ମୃତି ଭୁଲିଯିବ । ଯଦି ସ୍ମୃତି ନ ରହିବ ତେବେ ଯାତ୍ରା କିପରି କରିବ! ପାପ କିପରି କଟିବ ? ଏହା ଦ୍ୱାରା କ୍ଷତି ମଧ୍ୟ ହେବ । ସେଥିପାଇଁ ଘଡି ଘଡି ବାବାଙ୍କୁ ମନେ ପକାଅ । ଏହା ହିଁ ମୁଖ୍ୟ କଥା । ବାକି ବାବାଙ୍କୁ ମନେ ପକାଇବାର ଅନେକ ପ୍ରକାରର ଉପାୟ ବାବା ବତାଉଛନ୍ତି । ଠିକ୍ କଣ, ଭୁଲ୍ କଣ - ଏକଥା ମଧ୍ୟ ବୁଝାଉଛନ୍ତି । ବାବା ହେଉଛନ୍ତି ଜ୍ଞାନର ସାଗର ସିଏ ଭକ୍ତିକୁ ମଧ୍ୟ ଜାଣିଛନ୍ତି । ପିଲାମାନଙ୍କୁ ଭକ୍ତିମାର୍ଗରେ କଣ କଣ କରିବାକୁ ପଡିଥାଏ ଏକଥା ବୁଝାଇଥାନ୍ତି ଏହି ଯଜ୍ଞ, ତପ, ଇତ୍ୟାଦି କରିବା, ଏସବୁ ଭକ୍ତିମାର୍ଗର କଥା । ସମସ୍ତେ ଯଦିଓ ବାବାଙ୍କ ମହିମା କରୁଛନ୍ତି, କିନ୍ତୁ ଓଲଟା । ବାସ୍ତବରେ କୃଷ୍ଣଙ୍କର ମହିମାକୁ ମଧ୍ୟ ପୂରା ଜାଣି ନାହାଁନ୍ତି, ସମସ୍ତଙ୍କ କଥାକୁ ବୁଝିବା ଦରକାର ନା । ଯେପରି କୃଷ୍ଣଙ୍କୁ ବୈକୁଣ୍ଠର ନାଥ କୁହାଯାଉଛି । ଆଚ୍ଛା, ବାବା ପଚାରୁଛନ୍ତି, କୃଷ୍ଣଙ୍କୁ ତ୍ରିଲୋକୀନାଥ କୁହାଯାଇପାରିବ କି ? ଗାୟନ ରହିଛି ନା ତ୍ରିଲୋକୀନାଥ । ଏବେ ତ୍ରିଲୋକୀନାଥ ଅର୍ଥାତ୍ ତିନି ଲୋକ ବ୍ରହ୍ମଲୋକ, ସୂକ୍ଷ୍ମଲୋକ, ସ୍ଥୁଳଲୋକ । ତୁମମାନଙ୍କୁ ବୁଝାଇ ଦିଆଯାଉଛି ଯେ ତୁମେମାନେ ବ୍ରହ୍ମାଣ୍ଡର ମଧ୍ୟ ମାଲିକ ଅଟ । କୃଷ୍ଣ କଣ ଏପରି ଭାବୁଛନ୍ତି ଯେ ମୁଁ ହେଉଛି ବ୍ରହ୍ମାଣ୍ଡର ମାଲିକ ? ନା । ସେ ତ ବୈକୁଣ୍ଠରେ ଥିଲେ । ବୈକୁଣ୍ଠ ସ୍ୱର୍ଗ ନୂଆ ଦୁନିଆକୁ କୁହାଯାଉଛି । ବାସ୍ତବରେ ତ୍ରିଲୋକୀନାଥ କେହି ହେଲେ ନାହାଁନ୍ତି । ବାବା ଠିକ୍ କଥା ବୁଝାଉଛନ୍ତି, ତିନିଲୋକ ରହିଛି । ଶିବବାବା ବ୍ରହ୍ମାଣ୍ଡର ମାଲିକ ତାଙ୍କ ସହିତ ତୁମେମାନେ ମଧ୍ୟ ମାଲିକ ଅଟ । ସୂକ୍ଷ୍ମଲୋକର ତ କୌଣସି କଥା ହିଁ ନାହିଁ । ସ୍ଥୂଳଲୋକର ମଧ୍ୟ ସେ ମାଲିକ ନୁହଁନ୍ତି, ନା ସିଏ ସ୍ୱର୍ଗର ନା ନର୍କର ମାଲିକ । ଶ୍ରୀକୃଷ୍ଣ ହେଲେ ସ୍ୱର୍ଗର ମାଲିକ । ନର୍କର ମାଲିକ ରାବଣ । ଏହାକୁ ରାବଣ ରାଜ୍ୟ, ଆସୁରୀ ରାଜ୍ୟ କୁହାଯାଉଛି । ମନୁଷ୍ୟମାନେ ମଧ୍ୟ ଏକଥା କହୁଛନ୍ତି, କିନ୍ତୁ ବୁଝୁ ନାହାଁନ୍ତି । ତୁମମାନଙ୍କୁ ବାବା ବସି ବୁଝାଉଛନ୍ତି । ରାବଣର ୧୦ଟି ମୁଣ୍ଡ ଦେଖାଇଥାନ୍ତି । ୫ ବିକାର ସ୍ତ୍ରୀର, ୫ ବିକାର ପୁରୁଷର । ବର୍ତ୍ତମାନ ୫ ବିକାର ସମସ୍ତଙ୍କ ପାଖରେ ରହିଛି । ଏଠାରେ ସମସ୍ତେ ରାବଣ ରାଜ୍ୟରେ ଅଛନ୍ତି । ଏବେ ତୁମେମାନେ ଶ୍ରେଷ୍ଠାଚାରୀ ହେଉଛ । ବାବା ଆସି ଶ୍ରେଷ୍ଠାଚାରୀ ଦୁନିଆର ସ୍ଥାପନା କରୁଛନ୍ତି । ଏକାନ୍ତରେ ବସିଲେ ହିଁ ବିଚାର ସାଗର ମନ୍ଥନ ଚାଲିବ । ଲୌକିକ ପାଠପଢାରେ ମଧ୍ୟ ଛାତ୍ରମାନେ ଏକାନ୍ତରେ ଯାଇ ପଢିଥାନ୍ତି । ତୁମମାନଙ୍କୁ ବହି ପଢିବାର କୌଣସି ଆବଶ୍ୟକତା ନାହିଁ । ହଁ, ତୁମେ ପଏଣ୍ଟସ୍ ନୋଟ୍ କରୁଛ । ଯାହାକୁ ପୁଣି ପୁନରାଲୋଚନା କରିବା ଦରକାର । ବୁଝିବା ନିମନ୍ତେ ଏହା ବହୁତ ଗୁହ୍ୟ କଥା ଅଟେ । ବାବା କହୁଛନ୍ତି ନା ଆଜି ତୁମକୁ ଗୁହ୍ୟରୁ ଗୁହ୍ୟ ନୂଆ ନୂଆ ପଏଣ୍ଟସ୍ ବୁଝାଉଛି । ଲକ୍ଷ୍ମୀ-ନାରାୟଣ ପାରସପୁରୀର ମାଲିକ ଥିଲେ । ଏପରି କୁହାଯିବ ନାହିଁ ଯେ ବିଷ୍ଣୁ ମାଲିକ ଅଟନ୍ତି । ବିଷ୍ଣୁ କିଏ ଏହି କଥା ମଧ୍ୟ କେହି ବୁଝିପାରୁ ନାହାଁନ୍ତି ଯେ ଇଏ ହିଁ ସେହି ଲକ୍ଷ୍ମୀ-ନାରାୟଣ ଅଟନ୍ତି । ଏବେ ତୁମେ ସଟ୍ରେ ଅର୍ଥାତ୍ ସଂକ୍ଷେପରେ ଏମ୍ ଅବଜେକ୍ଟକୁ ବୁଝାଉଛ । ବ୍ରହ୍ମା-ସରସ୍ୱତୀ ମଧ୍ୟ ପରସ୍ପର ମଧ୍ୟରେ ମେଲ୍ ଫିମେଲ୍ ନୁହଁନ୍ତି । ଇଏ ହେଉଛନ୍ତି ପ୍ରଜାପିତା ବ୍ରହ୍ମା । ତାଙ୍କୁ ଫିମେଲ୍ କୁହାଯିବ ନାହିଁ । ପ୍ରଜାପିତା ବ୍ରହ୍ମାଙ୍କୁ ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର କୁହାଯିବ । ଶିବବାବାଙ୍କୁ କେବଳ ବାବା ହିଁ କୁହାଯିବ । ବାକି ସବୁ ହେଲେ ଭାଇ । ସମସ୍ତେ ବ୍ରହ୍ମାଙ୍କର ସନ୍ତାନ ଅଟନ୍ତି । ସମସ୍ତେ ଜାଣିଛନ୍ତି ଯେ ଆମେ ଭଗବାନଙ୍କ ସନ୍ତାନ ତେଣୁ ପରସ୍ପର ଭାଇ ଭାଇ ହୋଇଗଲୁ । କିନ୍ତୁ ସିଏ ନିରାକାରୀ ଦୁନିଆରେ ଅଛନ୍ତି । ଏବେ ତୁମେମାନେ ବ୍ରାହ୍ମଣ ହୋଇଛ । ନୂଆ ଦୁନିଆ ସତ୍ୟଯୁଗକୁ କୁହାଯାଉଛି । ବର୍ତ୍ତମାନ ଏହାକୁ ପୁରୁଷୋତ୍ତମ ସଂଗମଯୁଗ କୁହାଯାଉଛି । ସତ୍ୟଯୁଗରେ ସମସ୍ତେ ପୁରୁଷୋତ୍ତମ ରହିବେ । ଏହା ବହୁତ ୱାଣ୍ଡରଫୁଲ୍ କଥା । ତୁମେମାନେ ଏବେ ନୂଆ ଦୁନିଆ ପାଇଁ ପ୍ରସ୍ତୁତ ହେଉଛ । ଏହି ସଂଗମ ଯୁଗରେ ହିଁ ତୁମେମାନେ ପୁରୁଷୋତ୍ତମ ହେଉଛ । କହୁଛନ୍ତି ମଧ୍ୟ ଆମେ ଲକ୍ଷ୍ମୀ-ନାରାୟଣ ହେବୁ । ଲକ୍ଷ୍ମୀ-ନାରାୟଣ ସବୁଠାରୁ ଉତ୍ତମ ପୁରୁଷ । ତାଙ୍କୁ ପୁଣି ଦେବତା କୁହାଯାଉଛି । ଉତ୍ତମରୁ ଉତ୍ତମ ନମ୍ବରୱାନ୍ ହେଉଛନ୍ତି ଲକ୍ଷ୍ମୀ-ନାରାୟଣ ପୁଣି କ୍ରମାନୁସାରେ ତୁମେମାନେ ହେବ । ସୂର୍ଯ୍ୟବଂଶୀ କୁଳକୁ ଉତ୍ତମ କୁଳ କୁହାଯିବ । ସେମାନେ ନମ୍ବରୱାନ୍ ଅଟନ୍ତି ନା । ପୁଣି ଧୀରେ ଧୀରେ କଳା କମ୍ ହୋଇଯାଇଥାଏ ।

ଏବେ ତୁମେମାନେ ନୂଆ ଦୁନିଆର ଶୁଭାରମ୍ଭ କରୁଛ । ଯେପରି ନୂଆ ଘର ତିଆରି ହେଲେ ପିଲାମାନେ ଖୁସି ହୋଇଥାନ୍ତି । ମୁହୂର୍ତ୍ତ କରିଥାନ୍ତି । ତୁମେମାନେ ମଧ୍ୟ ନୂଆ ଦୁନିଆକୁ ଦେଖି ଖୁସି ହେଉଛ । ମୁହୂର୍ତ୍ତ କରୁଛ । ଶାସ୍ତ୍ରରେ ଲିଖିତ ଅଛି ସେଠାରେ ସୁନା ଫୁଲର ବର୍ଷା ହୋଇଥାଏ । ତେଣୁ ତୁମମାନଙ୍କର କେତେ ଖୁସିର ପାରା ଚଢିବା ଉଚିତ୍ । ତୁମମାନଙ୍କୁ ସୁଖ ଏବଂ ଶାନ୍ତି ଉଭୟେ ମିଳୁଛି । ଏଭଳି ଦ୍ୱିତୀୟ କେହି ନାହାଁନ୍ତି ଯାହାଙ୍କୁ ଏତେ ସୁଖ ଶାନ୍ତି ମିଳୁଥିବ । ଏଠାକୁ ଅନ୍ୟ ଧର୍ମ ସବୁ ଆସୁଛନ୍ତି ତେଣୁ ଦ୍ୱୈତ ହୋଇଯାଉଛି । ତୁମମାନଙ୍କ ଭିତରେ ଏବେ ଅପାର ଖୁସି ରହୁଛି ଯେ ଆମେ ପୁରୁଷାର୍ଥ କରି କିପରି ଉଚ୍ଚ ପଦ ପାଇବୁ । ଏପରି ନୁହେଁ ଯେ ଯାହା ଭାଗ୍ୟରେ ଥିବ ତାହା ନିଶ୍ଚୟ ମିଳିବ । ପାସ୍ ହେବାକୁ ଥିଲେ ପାସ୍ ହେବୁ । ନା । ପ୍ରତ୍ୟେକ କଥାରେ ତୁମମାନଙ୍କୁ ପୁରୁଷାର୍ଥ ନିଶ୍ଚୟ କରିବାକୁ ପଡିବ । ପୁରୁଷାର୍ଥ କରିପାରୁ ନାହାଁନ୍ତି ତେଣୁ କହିଦେଉଛନ୍ତି ଯାହା ଭାଗ୍ୟରେ ଥିବ । ପୁଣି ପୁରୁଷାର୍ଥ କରିବା ବନ୍ଦ ହୋଇଯାଉଛି । ବାବା କହୁଛନ୍ତି ତୁମ ମାତାମାନଙ୍କୁ ମୁଁ କେତେ ଉଚ୍ଚ କରୁଛି । ମହିଳାମାନଙ୍କର ସବୁ ଜାଗାରେ ସମ୍ମାନ ରହିଛି । ବିଲାତରେ ମଧ୍ୟ ସେମାନଙ୍କର ସମ୍ମାନ ରହିଛି । କିନ୍ତୁ ଏଠାରେ ଯଦି କନ୍ୟାଟିଏ ଜନ୍ମ ହେଉଛି ତେବେ ଖଟିଆ ଓଲଟାଇ ଦେଉଛନ୍ତି ଅର୍ଥାତ୍ ଅଶୁଭ ମନେ କରୁଛନ୍ତି । କାରଣ ଦୁନିଆ ବିଲକୁଲ୍ ତମୋପ୍ରଧାନ ହୋଇ ଗଲାଣି । ତୁମେମାନେ ଜାଣୁଛ ଭାରତ ଦିନେ କଣ ଥିଲା, ଏବେ କଣ ହୋଇଗଲାଣି । ମନୁଷ୍ୟ ଭୁଲି ଯାଇଛନ୍ତି ତେଣୁ ଶାନ୍ତି ମାଗୁଛନ୍ତି । ଚାହୁଁଛନ୍ତି ବିଶ୍ୱରେ ଶାନ୍ତି ହେଉ । ତୁମେମାନେ ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ଦେଖାଅ ଏବଂ କୁହ ଯେତେବେଳେ ଏମାନଙ୍କର ରାଜ୍ୟ ଥିଲା ସେତେବେଳେ ଦୁନିଆରେ ପବିତ୍ରତା, ସୁଖ, ଶାନ୍ତି ସବୁକିଛି ଥିଲା । ତୁମମାନଙ୍କୁ ମଧ୍ୟ ଏହିପରି ରାଜ୍ୟ ଦରକାର ନା । ବ୍ରହ୍ମଲୋକରେ ବିଶ୍ୱର ଶାନ୍ତି ହେବ ବୋଲି ତ କୁହାଯିବ ନାହିଁ । ବିଶ୍ୱରେ ଶାନ୍ତି ଏହିଠାରେ ହେବ ନା । ଦେବତାମାନଙ୍କ ରାଜ୍ୟ ସାରା ବିଶ୍ୱରେ ଥିଲା । ବ୍ରହ୍ମଲୋକ ହେଉଛି ଆତ୍ମାମାନଙ୍କର ଦୁନିଆ । ମନୁଷ୍ୟମାନେ ଏକଥା ଜାଣି ନାହାଁନ୍ତି ଯେ ଆତ୍ମାମାନଙ୍କର ମଧ୍ୟ ଏକ ଦୁନିଆ ରହିଛି । ବାବା କହୁଛନ୍ତି ମୁଁ ତୁମମାନଙ୍କୁ କେତେ ଉଚ୍ଚ ପୁରୁଷୋତ୍ତମ କରୁଛି । ଏହି ସବୁ କଥା ଅନ୍ୟମାନଙ୍କୁ ବୁଝାଇବା ଦରକାର । ଏପରି ନୁହେଁ କି ରଡି ମାରିବ ଯେ ଭଗବାନ ଆସିଛନ୍ତି, କେହି ମାନିବେ ନାହିଁ । ଆହୁରି ଗାଳି ଖାଇବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଖୁଆଇବ । ସେମାନେ କହିବେ ବି.କେ ନିଜର ବାବାଙ୍କୁ ଭଗବାନ କହୁଛନ୍ତି, ଏଭଳି କୌଣସି ସେବା ହୁଏ ନାହିଁ । ବାବା ସେବା କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ବତାଉଛନ୍ତି । ଘରେ ୮-୧୦ଟି ଭଲ ଭଲ ଚିତ୍ର କାନ୍ଥରେ ଲଗାଇଦିଅ ଏବଂ ବାହାରେ ଲେଖି ଦିଅ - ଯଦି ବେହଦର ବାବାଙ୍କଠାରୁ ବେହଦ ସୁଖର ବର୍ସା ନେବାକୁ ଚାହୁଁଛ ଅଥବା ମନୁଷ୍ୟରୁ ଦେବତା ହେବାକୁ ଚାହୁଁଛ, ତେବେ ଆସ ଆମେ ଆପଣମାନଙ୍କୁ ବୁଝାଇବୁ । ଏହିଭଳି ଭାବରେ ବୁଝାଇଲେ ବହୁତ ଆସିବାରେ ଲାଗିବେ । ସ୍ୱତଃ ଆସିବେ । ବିଶ୍ୱରେ ଦିନେ ଶାନ୍ତି ଥିଲା ନା । ଏବେ ଏତେ ଢେର ଧର୍ମ ରହିଛି । ଏହି ତମୋପ୍ରଧାନ ଦୁନିଆରେ ଶାନ୍ତି କିପରି ହୋଇପାରିବ । ବିଶ୍ୱରେ ଶାନ୍ତି କେବଳ ଭଗବାନ ହିଁ କରିପାରିବେ । ଯେତେବେଳେ ଶିବବାବା ଏଠାକୁ ଆସୁଛନ୍ତି ତେବେ ନିଶ୍ଚୟ କିଛି ଉପହାର ଆଣୁଥିବେ । ଏକମାତ୍ର ବାବା ହିଁ ଏତେ ଦୂରରୁ ଆସୁଛନ୍ତି ଏବଂ ଥରେ ମାତ୍ର ଆସୁଛନ୍ତି । ବାବା ପ୍ରତି ୫ ହଜାର ବର୍ଷ ପରେ ଥରେ ଆସୁଛନ୍ତି । ଯେପରି ତୀର୍ଥଯାତ୍ରାରୁ ଫେରିଲେ ପିଲାମାନଙ୍କ ପାଇଁ କିଛି ଉପହାର ଆଣିଥାନ୍ତି । ସ୍ତ୍ରୀର ପତି ମଧ୍ୟ ପିଲାର ବାପା ଅଟେ ନା । ପୁଣି ଦାଦା, ପରଦାଦା, ତରଦାଦା ମଧ୍ୟ ଥାନ୍ତି । ସେହିପରି ଏହାଙ୍କୁ ତୁମେମାନେ ବାବା କହୁଛ ପୁଣି ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ୍ ଫାଦର ମଧ୍ୟ ଥିବେ । ଏହା ମଧ୍ୟ ବଂଶାବଳୀ ଅଟେ ନା । ଏଡମ୍, ଆଦିଦେବ ନାମ ରହିଛି କିନ୍ତୁ ମନୁଷ୍ୟମାନେ ଏହାର ଅର୍ଥକୁ ବୁଝୁ ନାହାଁନ୍ତି । ତୁମମାନଙ୍କୁ ବାବା ହିଁ ବସି ଏହାର ଅର୍ଥକୁ ବୁଝାଉଛନ୍ତି । ବାବାଙ୍କ ଦ୍ୱାରା ସୃଷ୍ଟିଚକ୍ରର ଇତିହାସ-ଭୂଗୋଳକୁ ଜାଣି ତୁମେମାନେ ଏବେ ଚକ୍ରବର୍ତ୍ତି ରାଜା ହେଉଛ । ବାବା କେତେ ସ୍ନେହ ଏବଂ ରୁଚିର ସହିତ ପାଠ ପଢାଉଛନ୍ତି ତେଣୁ ସେହିପରି ପଢିବା ଦରକାର ନା । ସକାଳ ସମୟରେ ସମସ୍ତେ ଫ୍ରି ରହିଥାନ୍ତି । ତେଣୁ ସକାଳୁ କ୍ଲାସ୍ ହୋଇଥାଏ ଅଧା ଘଣ୍ଟା ୪୫ ମିନିଟ୍, ମୁରଲୀ ଶୁଣି ପୁଣି ଚାଲିଯାଅ । ଯୋଗ ତ କେଉଁଠି ଥିଲେ ମଧ୍ୟ କରିପାରିବ । ରବିବାର ଦିନ ଛୁଟୀ । ତେଣୁ ସେ ଦିନ ସକାଳୁ ୨-୩ ଘଣ୍ଟା ବସିଯାଅ । ଦିନର ରୋଜଗାରକୁ ମେକପ୍ ଅର୍ଥାତ୍ ପୂରଣ କରି ନିଅ । ପୂରା ଝୁଲା ମୁଣିକୁ ଭରପୁର କରିଦିଅ । ଟାଇମ୍ ମିଳୁଛି ନା । ମାୟାର ତୁଫାନ ଆସିଲେ ଯୋଗ କରିପାରିବ ନାହିଁ । ବାବା ବିଲ୍କୁଲ୍ ସହଜ ଭାବରେ ବୁଝାଉଛନ୍ତି । ଭକ୍ତିମାର୍ଗରେ କେତେ ସତସଙ୍ଗକୁ ଯାଉଛନ୍ତି । ଶ୍ରୀକୃଷ୍ଣଙ୍କ ମନ୍ଦିର, ଶ୍ରୀନାଥଙ୍କ ମନ୍ଦିରକୁ ଯାଉଛନ୍ତି ପୁଣି ଆଉ କାହା କାହା ମନ୍ଦିରକୁ ମଧ୍ୟ ଯାଇଥାନ୍ତି । ତୀର୍ଥଯାତ୍ରା ସମୟରେ ମଧ୍ୟ କେତେକ ବ୍ୟଭିଚାରୀ ହେଉଛନ୍ତି । ଏତେ କଷ୍ଟ କରୁଛନ୍ତି କିନ୍ତୁ ଫାଇଦା କିଛି ହେଲେ ହେଉ ନାହିଁ । ଡ୍ରାମାରେ ଏହା ମଧ୍ୟ ନିର୍ଦ୍ଧାରିତ ଅଛି ପୁଣି ମଧ୍ୟ ହେବ । ତୁମ ଆତ୍ମାରେ ପାର୍ଟ ଭରି ରହିଛି । ସତ୍ୟଯୁଗ ଏବଂ ତ୍ରେତା ଯୁଗରେ ଯେଉଁ ପାର୍ଟ କଳ୍ପ ପୂର୍ବରୁ କରିଥିଲେ ତାହା ହିଁ ପୁଣି କରିବେ । ଯାହାର ବୁଦ୍ଧି ମୋଟା ସେହିମାନେ ଏହି କଥାକୁ ମଧ୍ୟ ବୁଝି ପାରନ୍ତି ନାହିଁ । ଯାହାର ବୁଦ୍ଧି ସୂକ୍ଷ୍ମ ସେମାନେ ଭଲ ଭାବରେ ବୁଝିପାରିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ବୁଝାଇପାରିବେ । ତାଙ୍କୁ ଭିତରେ ଅନୁଭବ ହୁଏ ଯେ ଏହା ଅନାଦି ନାଟକ ଅଟେ, ଦୁନିଆରେ ଏହି କଥାକୁ କେହି ବୁଝୁ ନାହାଁନ୍ତି ଯେ, ଏହା ହେଉଛି ବେହଦର ନାଟକ । ଏହାକୁ ବୁଝିବାରେ ମଧ୍ୟ ସମୟ ଲାଗୁଛି । ବାବା ପ୍ରତି କଥାକୁ ବିସ୍ତାର ଭାବରେ ବୁଝାଇ ପୁଣି କହୁଛନ୍ତି - ମୁଖ୍ୟ କଥା ହେଲା ଯୋଗର ଯାତ୍ରା । ସେକେଣ୍ଡରେ ଜୀବନମୁକ୍ତିର ମଧ୍ୟ ଗାୟନ ରହିଛି ଏବଂ ଏକଥା ମଧ୍ୟ ଗାୟନ ରହିଛି ଯେ ସେ ଜ୍ଞାନର ସାଗର ଅଟନ୍ତି । ସାରା ସାଗରକୁ ସାହି କର, ଜଙ୍ଗଲକୁ କଲମ କର, ଧରିତ୍ରୀକୁ କାଗଜ କର... ତେବେ ମଧ୍ୟ ଅନ୍ତ ହୋଇପାରିବ ନାହିଁ । ଆରମ୍ଭରୁ ତୁମେମାନେ କେତେ ଲେଖି ଆସିଛ । ଢେର କାଗଜ ହେବ । ତୁମମାନଙ୍କୁ ଏବେ କୌଣସି ଧକ୍କା ଖାଇବାର ଆବଶ୍ୟକତା ନାହିଁ । ମୁଖ୍ୟ କଥା ହେଲା ଅଲଫ୍ । ବାବାଙ୍କୁ ମନେ ପକାଇବାକୁ ହେବ । ଏଠାକୁ ମଧ୍ୟ ତୁମେମାନେ ଶିବବାବାଙ୍କ ପାଖକୁ ଆସୁଛ, ଶିବବାବା ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ତୁମମାନଙ୍କୁ କେତେ ସ୍ନେହର ସହିତ ପାଠ ପଢାଉଛନ୍ତି । ଏଥିରେ କିଛି ବଡପଣିଆ ନାହିଁ । ବାବା କହୁଛନ୍ତି ମୁଁ ଏହି ପୁରୁଣା ଶରୀରରେ ଆସୁଛି । କିପରି ସାଧାରଣ ଭାବରେ ଶିବବାବା ଆସି ପାଠ ପଢାଉଛନ୍ତି । କୌଣସି ଅହଂକାର ନାହିଁ । ବାବା କହୁଛନ୍ତି ତୁମେମାନେ ମୋତେ କହୁଛ, ଏହି ପତିତ ଦୁନିଆ, ପତିତ ଶରୀରରେ ଆସ, ଆସି ଆମକୁ ଶିକ୍ଷା ଦିଅ । ସତ୍ୟଯୁଗରେ ତ ଡାକୁ ନାହଁ ଯେ ବାବା ହୀରା-ନୀଳାର ମହଲରେ ଆସି ବସ, ଭୋଜନ ଆଦି ଖାଅ... ବାସ୍ତବରେ ଶିବବାବା ଭୋଜନ ଖାଉ ନାହାଁନ୍ତି । ଆଗରୁ ଡାକୁଥିଲେ ଯେ ଆସି ଭୋଜନ ଖାଅ । ୩୬ ପ୍ରକାର ଭୋଜନ ଖୁଆଉଥିଲେ, ଏହା ପୁଣି ମଧ୍ୟ ହେବ । ଏହାକୁ ମଧ୍ୟ ଚରିତ୍ର କୁହାଯିବ । କୃଷ୍ଣଙ୍କର ଚରିତ୍ର କଣ ? ସେ ସତ୍ୟଯୁଗର ରାଜକୁମାର ଅଟନ୍ତି । ତାଙ୍କୁ ପତିତ-ପାବନ କୁହାଯିବ ନାହିଁ । ସତ୍ୟଯୁଗରେ ଇଏ ବିଶ୍ୱର ମାଲିକ କିପରି ହେଲେ ଏକଥା ମଧ୍ୟ ଏବେ ତୁମେମାନେ ଜାଣୁଛ । ମନୁଷ୍ୟମାନେ ଏବେ ମଧ୍ୟ ବିଲ୍କୁଲ୍ ଘୋର ଅନ୍ଧକାରରେ ଅଛନ୍ତି । ତୁମେ ଘୋର ଆଲୋକରେ ଅଛ । ବାବା ଆସି ରାତ୍ରିକୁ ଦିନ କରୁଛନ୍ତି । ଅଧାକଳ୍ପ ତୁମେମାନେ ରାଜ୍ୟ କରୁଛ ତେଣୁ କେତେ ଖୁସି ହେବା ଦରକାର ।

ତୁମମାନଙ୍କର ଯୋଗର ଯାତ୍ରା ସେତେବେଳେ ସଂପୂର୍ଣ୍ଣ ହେବ ଯେତେବେଳେ ତୁମମାନଙ୍କର କୌଣସି କର୍ମେନ୍ଦ୍ରିୟ ଧୋକା ଦେବ ନାହିଁ । କର୍ମାତୀତ ଅବସ୍ଥା ହୋଇଗଲେ ହିଁ ଯୋଗର ଯାତ୍ରା ଶେଷ ହେବ । ଏବେ ଶେଷ ହୋଇନାହିଁ । ଏବେ ତୁମମାନଙ୍କୁ ପୂରା ପୁରୁଷାର୍ଥ କରିବାକୁ ହେବ । କେବେ ବି ଆଶାହୀନ ହୁଅ ନାହିଁ । କେବଳ ସେବା ଏବଂ ସେବା । ବାବା ମଧ୍ୟ ଆସି ବୁଢା ଶରୀରରେ ସେବା କରୁଛନ୍ତି ନା । ବାବା ହେଲେ କରନକରାବନହାର । ତାଙ୍କର ପିଲାମାନଙ୍କ ପାଇଁ କେତେ ଚିନ୍ତା ରହୁଛି ଏକଥା କରିବାକୁ ହେବ, ଘର କରିବାକୁ ପଡିବ । ଯେପରି ଲୌକିକ ପିତାଙ୍କର ହଦର ଖିଆଲ ରହିଥାଏ, ସେହିପରି ପାରଲୌକିକ ବାବାଙ୍କର ବେହଦର ଖିଆଲ ରହୁଛି । ତେଣୁ ତୁମମାନଙ୍କୁ ମଧ୍ୟ ସେବା କରିବାକୁ ହେବ । ଦିନକୁ ଦିନ ବହୁତ ସହଜ ହୋଇଯାଉଛି । ଯେତେ ବିନାଶର ସମୟ ନିକଟ ହୋଇ ଆସିବ ସେତେ ତୁମମାନଙ୍କ ଭିତରେ ଶକ୍ତି ଆସିବ । ଗାୟନ ମଧ୍ୟ ରହିଛି ଭୀଷ୍ମ ପିତାମହ ଆଦିଙ୍କୁ ଶେଷ ସମୟରେ ତୀର ଲାଗିଲା । ଏବେ ତୀର ଲାଗିଲେ ବହୁତ ହଙ୍ଗାମା ହୋଇଯିବ । ଏତେ ଭିଡ ହୋଇଯିବ ସେକଥା ନ କହିଲେ ଭଲ । କହୁଛନ୍ତି ନା ମୁଣ୍ଡ କୁଣ୍ଡାଇବାକୁ ମଧ୍ୟ ଫୁରସତ୍ ମିଳିବ ନାହିଁ । ବାସ୍ତବରେ ଏଭଳି କିଛି କଥା ହେବ ନାହିଁ, କିନ୍ତୁ ଯଦି ଭିଡ ହୋଇଯାଏ ତେବେ ଏପରି କୁହାଯାଏ । ସେମାନଙ୍କୁ ତୀର ଲାଗିଲେ ତୁମର ପ୍ରଭାବ ବାହାରିବ । ସବୁ ସନ୍ତାନମାନଙ୍କୁ ବାବାଙ୍କର ପରିଚୟ ମିଳିବ । ତୁମେମାନେ ତିନି ପାଦ ପୃଥିବୀରେ ମଧ୍ୟ ଏହି ଅବିନାଶୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଖୋଲି ପାରିବ । ପଇସା ନଥିଲେ ମଧ୍ୟ ଚିନ୍ତା ନାହିଁ । ଚିତ୍ର ତୁମମାନଙ୍କୁ ମିଳିଯିବ । ସେବାରେ ମାନ-ଅପମାନ, ଦୁଃଖ-ସୁଖ, ଥଣ୍ଡା ଗରମ ସବୁ ସହନ କରିବାକୁ ହେବ । କାହାକୁ ହୀରା ସଦୃଶ କରିବା କିଛି କମ୍ କଥା ନୁହେଁ । ବାବା କଣ କେବେ ଥକିଯାଉଛନ୍ତି ? ତୁମେମାନେ ପୁଣି କାହିଁକି ଥକିଯାଉଛ ? ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସକାଳ ସମୟରେ ଅଧଘଣ୍ଟା ବା ୪୫ ମିନିଟ୍ ବହୁତ ସ୍ନେହରେ ଅର୍ଥାତ୍ ଆଗ୍ରହର ସହିତ ପାଠ ପଢିବାକୁ ହେବ । ବାବାଙ୍କ ସ୍ମୃତିରେ ରହିବାକୁ ହେବ । ଯୋଗ କରିବାରେ ଏଭଳି ପୁରୁଷାର୍ଥ କର ଯାହା ଦ୍ୱାରା ସମସ୍ତ କର୍ମେନ୍ଦ୍ରିୟ ବଶୀଭୂତ ହୋଇଯିବ ।

(୨) ସେବାରେ ଦୁଃଖ-ସୁଖ, ମାନ-ଅପମାନ, ଥଣ୍ଡା-ଗରମ ସବୁ କିଛି ସହନ କରିବାକୁ ହେବ । ସେବାରେ କେବେ ହେଲେ ଥକିଯିବାର ନାହିଁ । ତିନି ପାଦ ପୃଥିବୀରେ ଅର୍ଥାତ୍ ଛୋଟିଆ ସ୍ଥାନଟିରେ ମଧ୍ୟ ଡାକ୍ତରଖାନା ସହିତ ୟୁନିଭରସିଟୀ ଖୋଲି ଲୋକମାନଙ୍କୁ ହୀରାତୁଲ୍ୟ କରିବାର ସେବା କରିବାକୁ ହେବ ।

ବରଦାନ:-
ସର୍ବଶକ୍ତିର ଆଲୋକ ଦ୍ୱାରା ଆତ୍ମାମାନଙ୍କୁ ରାସ୍ତା ଦେଖାଉଥିବା ଚୈତନ୍ୟ ବତୀଘର ହୁଅ ।

ଯଦି ସର୍ବଦା ଏହି ସ୍ମୃତିରେ ରହିବ ଯେ ମୁଁ ଆତ୍ମା ବିଶ୍ୱର କଲ୍ୟାଣ କରିବା ପାଇଁ ପରମଧାମରୁ ଅବତରିତ ହୋଇଛି ତେବେ ଯାହା ବି ସଂକଳ୍ପ କରିବ ବା ବାଣୀ ଶୁଣାଇବ ସେଥିରେ ବିଶ୍ୱ କଲ୍ୟାଣ ଭରି ରହିଥିବ ଏବଂ ଏହି ସ୍ମୃତି ଏକ ଲାଇଟ୍ ହାଉସ୍ ଅର୍ଥାତ୍ ବତୀଘର ଭଳି କାର୍ଯ୍ୟ କରିବ । ଯେପରି ସେହି ବତୀଘର ମଧ୍ୟରୁ ଗୋଟିଏ ରଙ୍ଗର ଆଲୋକ ବାହାରିଥାଏ ସେହିପରି ତୁମ ଭଳି ଚୈତନ୍ୟ ଲାଇଟ୍ ହାଉସ୍ ମାନଙ୍କ ଦ୍ୱାରା ସର୍ବଶକ୍ତିର ଆଲୋକ ଆତ୍ମାମାନଙ୍କୁ ପ୍ରତି ପାଦରେ ରାସ୍ତା ଦେଖାଇବାର କାର୍ଯ୍ୟ କରିଚାଲିବ ।

ସ୍ଲୋଗାନ:-
ସ୍ନେହ ଏବଂ ସହଯୋଗ ସହିତ ଶକ୍ତି ସ୍ୱରୂପ ହୁଅ ତେବେ ରାଜଧାନୀରେ ଆଗୁଆ ନମ୍ବର ମିଳିଯିବ ।