09.09.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଯେହେତୁ ତୁମେମାନେ ଜ୍ଞାନୀ ଅଟ ତେଣୁ ତୁମମାନଙ୍କୁ ରୋଜଗାର କରିବାର ବହୁତ-ବହୁତ ସଉକ ରହିବା ଉଚିତ୍ । ବ୍ୟବସାୟ ଆଦିରୁ ସମୟ ବାହାର କରି ବାବାଙ୍କୁ ମନେ ପକାଅ ତେବେ ବହୁତ ରୋଜଗାର ହେବ ।

ପ୍ରଶ୍ନ:-
ତୁମମାନଙ୍କୁ ଏବେ ଏଭଳି କେଉଁ ଶ୍ରୀମତ ମିଳୁଛି, ଯାହାକି କେବେ ମିଳିନଥିଲା?

ଉତ୍ତର:-
(୧) ତୁମମାନଙ୍କୁ ବର୍ତ୍ତମାନ ବାବା ଶ୍ରୀମତ ଦେଉଛନ୍ତି - ମଧୁର ସନ୍ତାନମାନେ, ସକାଳୁ-ସକାଳୁ ଉଠି ବାବାଙ୍କ ସ୍ମୃତିରେ ବସ ତେବେ ପୂରା ସମ୍ପତ୍ତି ମିଳିବ । ୨- ଗୃହସ୍ଥ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ରୁହ, ଏପରି ଶ୍ରୀମତ ଅନ୍ୟ ସତସଙ୍ଗ ମାନଙ୍କରେ କେବେ ମିଳିପାରିବ ନାହିଁ । ଅନ୍ୟ ସତସଙ୍ଗ ମାନଙ୍କରେ ବାବା ଏବଂ ସ୍ୱର୍ଗର ସମ୍ପତ୍ତି ବିଷୟରେ ଜ୍ଞାନ ନାହିଁ ।

ଗୀତ:-
ତୁହ୍ମି ହୋ ମାତା ପିତା...

ଓମ୍ ଶାନ୍ତି ।
ଏହି ଭାରତରେ ସ୍ୱତନ୍ତ୍ର ରୂପେ ଏବଂ ସାରା ଦୁନିଆରେ ସାଧାରଣ ଭାବରେ ଅନେକ ପ୍ରକାରର ସତସଙ୍ଗ ହୋଇଥାଏ । ଏପରି କୌଣସି ବି ସତସଙ୍ଗ ବା ଚର୍ଚ୍ଚ ଅଥବା ମନ୍ଦିର ନଥିବ ଯେଉଁଠି ମନୁଷ୍ୟମାନଙ୍କର ବୁଦ୍ଧିରେ ଥିବ ଯେ ଆମେମାନେ ସ୍ୱର୍ଗର ସମ୍ପତ୍ତି ପାଉଛୁ । ଏଠାରେ ତୁମେ ପିଲାମାନେ ବସିଛ, ସବୁ ସେଣ୍ଟରମାନଙ୍କରେ ନିଜର ବେହଦ ବାବାଙ୍କର ସ୍ମୃତିରେ ବସିଛନ୍ତି - ସମସ୍ତଙ୍କ ବୁଦ୍ଧିରେ ଅଛି ଯେ ଆମେ ନିଜ ବାବାଙ୍କଠାରୁ ସୁଖଧାମର ବର୍ସା ପାଉଛୁ । ଏପରି କଥା ଆଉ କୌଣସି ସତସଙ୍ଗ ବା ଚର୍ଚ୍ଚ ଆଦିରେ ଭାବିବେ ନାହିଁ । ତୁମ ପିଲାମାନଙ୍କର ବୁଦ୍ଧିରେ ହିଁ ଏହି କଥା ଅଛି । ତୁମେମାନେ ଜାଣିଛ ଯେ ଆମେ ବେହଦ ବାବାଙ୍କର ସ୍ମୃତିରେ ବସିଛୁ । ନୂଆ ଦୁନିଆ ସ୍ୱର୍ଗର ବର୍ସା ନେଉଛୁ । ସବୁ ସନ୍ତାନମାନେ ଏକମାତ୍ର ବାବାଙ୍କଠାରୁ ବର୍ସା ନେଉଛନ୍ତି । ଏତେ ଢେର ସନ୍ତାନମାନଙ୍କର ବୃଦ୍ଧି ହୋଇ ଚାଲିଛି । ସମସ୍ତଙ୍କୁ ଶ୍ରୀମତ ମିଳୁଛି ଯେ ସକାଳୁ ଉଠି ବାବାଙ୍କୁ ମନେ ପକାଅ । ଆମେମାନେ ବାବାଙ୍କଠାରୁ ଏହି ବର୍ସା ନେବୁ । ଆମେ ବାବାଙ୍କର ହୋଇଛୁ । ଆତ୍ମାକୁ ଏବେ ବାବାଙ୍କଠାରୁ ପରିଚୟ ମିଳୁଛି । ବାବା ନିର୍ଦ୍ଦେଶ ଦେଉଛନ୍ତି ଯେ ମୋତେ ମନେ ପକାଅ ଏବଂ ସଂସାରରେ ରହି ପଦ୍ମ ଫୁଲ ସମାନ ପବିତ୍ର ରୁହ । ସମସ୍ତଙ୍କୁ ଏଠାରେ ଆସି ବସିବାର ତ ନାହିଁ । ପିଲାମାନେ ସ୍କୁଲରେ ପାଠପଢି ପୁଣି ନିଜ-ନିଜର ଘରକୁ ଚାଲିଯାଇଥାନ୍ତି । ପ୍ରତ୍ୟେକ ପୁଅ-ଝିଅ ନିଜର ଶିକ୍ଷକଙ୍କଠାରୁ ସମ୍ପତ୍ତି ପାଇପାରିବେ । ଏହା ମଧ୍ୟ ସେହିପରି ଅଟେ । ପ୍ରତ୍ୟହ ପାଠ ପଢି ପୁଣି ଘରକୁ ଯାଇ ଧନ୍ଦା ଆଦି କର । ତୁମେ ସଂସାରୀ ମଧ୍ୟ ଅଟ ଏବଂ ପୁଣି ଛାତ୍ର ବି ଅଟ । ଘର ସଂସାରରେ ରହି ପଦ୍ମ ଫୁଲ ସମାନ ରହିବାକୁ ହେବ । ଏହିପରି କୌଣସି ସନ୍ନ୍ୟାସୀ ଆଦି କହିବେ ନାହିଁ । ଏଠାରେ ତୁମେ ପ୍ରାକ୍ଟିକାଲ୍‌ରେ ସାକାରରେ ବସିଛ । ଘର ସଂସାରରେ ରହି ତୁମେମାନେ ପବିତ୍ର ହେଉଛ । ପବିତ୍ର ହୋଇ ପରମପିତା ପରମାତ୍ମାଙ୍କୁ ଅନ୍ୟ କେହି ମନେ ପକାଉ ନାହାଁନ୍ତି । ଯଦିଓ ଗୀତା ଶୁଣୁଛନ୍ତି, ପଢୁଛନ୍ତି କିନ୍ତୁ ମନେ ତ ପକାଉ ନାହାଁନ୍ତି ନା । କହିବା ଓ କରିବାରେ ଅନ୍ତର ରହିଛି । ତୁମେମାନେ ଜାଣିଛ ଯେ ଆମର ବାବା ଜ୍ଞାନର ସାଗର ଅଟନ୍ତି, ତାଙ୍କ ପାଖରେ ସମସ୍ତ ଡ୍ରାମା ବା ଚକ୍ରର ଜ୍ଞାନ ରହିଛି । ଏବେ ଆମମାନଙ୍କୁ ମଧ୍ୟ ଜ୍ଞାନ ମିଳୁଛି । ଏହି ଚକ୍ର ବହୁତ ଭଲ । ଏହା ପୁରୁଷୋତ୍ତମ ଯୁଗ ହୋଇଥିବା ଯୋଗୁ ତୁମର ଏହି ଜନ୍ମ ମଧ୍ୟ ପୁରୁଷୋତ୍ତମ ଅଟେ । ଯେମିତି କେତେ ବର୍ଷରେ ଗୋଟିଏ ମାସ ଅଧିକ ଥାଏ ନା ।

ତୁମେମାନେ ଜାଣିଛ ଯେ ବାସ୍ତବରେ ଆମେ ବାବାଙ୍କ ଦ୍ୱାରା ପୁରୁଷୋତ୍ତମ ହେଉଛୁ । ମର୍ଯ୍ୟାଦା ପୁରୁଷୋତ୍ତମ, ଆମେ ପୁନର୍ବାର ହେଉଛୁ । ପୁଣି ୮୪ ଜନ୍ମର ଚକ୍ର ଲଗାଉଛୁ, ଆମ ବୁଦ୍ଧିରେ ଏହି ଜ୍ଞାନ ରହିଛି । ଅନ୍ୟ କୌଣସି ସତସଙ୍ଗରେ ଏକଥା ବୁଝାଉ ନାହାଁନ୍ତି । ତୁମେମାନେ ଜାଣିଛ ଯେ ଆମକୁ ଲକ୍ଷ୍ମୀ-ନାରାୟଣଙ୍କ ଭଳି ହେବାକୁ ପଡିବ । ଏକମାତ୍ର ବାବା ହିଁ ଏପରି କରାଇବେ । ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ସମ୍ବନ୍ଧରେ ତୁମେ ଭଲ ଭାବରେ ବୁଝାଇପାରିବ । ବାସ୍ତବରେ ବ୍ରହ୍ମାଙ୍କ ଦ୍ୱାରା ଯୋଗବଳରେ ଏମାନେ ଏହି ପଦ ପାଇଛନ୍ତି । ଏହିପରି ବୁଦ୍ଧିରେ ବିଚାର କରିବା ଉଚିତ୍ । ବ୍ରହ୍ମା-ସରସ୍ୱତୀ, ଲକ୍ଷ୍ମୀ-ନାରାୟଣଙ୍କର ଦୁଇ ରୂପ ମଧ୍ୟ ଦେଖାଉଛନ୍ତି । ବ୍ରହ୍ମା-ସରସ୍ୱତୀ, ପୁଣି ପ୍ରଜା ମଧ୍ୟ ଦେଖାଇବାକୁ ପଡିବ । ପ୍ରତ୍ୟେକ କଥାରେ ଭଲ ଭାବରେ ବିଚାର କରିବାକୁ ହେବ । ବାବା କହୁଛନ୍ତି - ମୋତେ ମନେପକାଅ । ବ୍ରହ୍ମାଙ୍କୁ ମଧ୍ୟ କହୁଛନ୍ତି ମୋତେ ମନେ ପକାଅ ତେବେ ତୁମେ ଏହିପରି ହେବ । ଅର୍ଥାତ୍ ବ୍ରହ୍ମା ମୁଖବଂଶାବଳୀ ସମସ୍ତଙ୍କୁ କୁହ ମୋତେ ମନେ ପକାଇବେ । କିପରି ମନେ ପକାଇବାକୁ ହେବ ଏକଥା ମଧ୍ୟ ବୁଦ୍ଧିରେ ଅଛି । ଚିତ୍ର ମଧ୍ୟ ସମ୍ମୁଖରେ ରହିଛି । ଏହା ଉପରେ ବୁଝାଇବା ବହୁତ ସହଜ । ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ । ପ୍ରଦର୍ଶନୀରେ ମଧ୍ୟ ଏହିକଥା ବୁଝାଅ । ତୁମର ଏହି ନିଶ୍ଚୟ ରହୁଛି ଯେ ବାସ୍ତବରେ ଶିବବାବା ସମସ୍ତଙ୍କର ଅବିନାଶୀ ପିତା ଅଟନ୍ତି । ଏହି ହିସାବରେ ଆମକୁ ଅବିନାଶୀ ସମ୍ପତ୍ତି ମିଳିବା ଉଚିତ୍ । ଆମେ ନିରାକାରୀ ଆତ୍ମାମାନେ ଭାଇ-ଭାଇ ଅଟୁ । ଯେବେ ସାକାରରେ ଆସିଲୁ ଭାଇ-ଭଉଣୀ ହେଲୁ ସେବେ ଯାଇ ଆମେ ପାଠ ପଢିପାରୁଛୁ । ବ୍ରହ୍ମାଙ୍କର ସନ୍ତାନମାନେ ହିଁ ଭାଇ-ଭଉଣୀ ହେବେ । ଆମକୁ ବର୍ସା ବାବାଙ୍କଠାରୁ ମିଳୁଛି । ଏହି କଥା ବୁଦ୍ଧିରେ ରଖିବାକୁ ହେବ । କାହାକୁ ହେଲେ ବି ବୁଝାଅ । ପ୍ରଥମେ ବାବାଙ୍କର ପରିଚୟ ଦିଅ । ଆମେ ଭାଇ ଭାଇ ଅଟୁ, ସର୍ବବ୍ୟାପୀ କହିବା ଦ୍ୱାରା ସମସ୍ତେ ପିତା ହୋଇଯାଉଛନ୍ତି । ଯଦି ସମସ୍ତେ ପିତା ହେବେ ତେବେ ସମ୍ପତ୍ତି କେଉଁଠୁ ମିଳିବ । ନିଜକୁ ପରମାତ୍ମା କହି କହି ତଳକୁ ଖସି ଆସିଛନ୍ତି । କିଛି ହେଲେ ସମ୍ପତ୍ତି ମିଳିଲା ନାହିଁ । ଏବେ ଭାଇ-ଭାଇ ଭାବିବା ଦ୍ୱାରା ହିଁ ବର୍ସା ମିଳିବ । ତେବେ ଏହା ଉପରେ ଭଲ ଭାବରେ ବୁଝାଇଲେ ବୁଦ୍ଧିରେ ଯେଉଁ ଅଷ୍ଟ ଦେବତା ଆଦି ବସିଛନ୍ତି, ସେମାନେ ସମସ୍ତେ ବାହାରିଯିବେ । ସମସ୍ତଙ୍କୁ କୁହ ଦୁଇଜଣ ପିତା ଅଛନ୍ତି । ରୁହାନୀ ବାବା ଯାହାଙ୍କ ଦ୍ୱାରା ସମସ୍ତଙ୍କର ସଦ୍‌ଗତି ହେବ, ସିଏ ହିଁ ସୁଖ-ଶାନ୍ତିର ବର୍ସା ଦେଉଛନ୍ତି । ତେବେ ସମସ୍ତେ ସୁଖୀ ହୋଇଯାଉଛନ୍ତି । ତାଙ୍କୁ ସ୍ୱର୍ଗ ରଚନାକାରୀ ଈଶ୍ୱର ପିତା କୁହାଯାଉଛି ଯିଏକି ସ୍ୱର୍ଗର ରଚନା କରୁଛନ୍ତି । ପ୍ରଥମେ ବାବାଙ୍କର ପ୍ରଭାବ ବୁଦ୍ଧିରେ ରଖିବା ଉଚିତ୍ । ଇଏ ହେଲେ ଆତ୍ମାମାନଙ୍କର ବେହଦର ପିତା । ତାଙ୍କୁ ହିଁ ପତିତ-ପାବନ କୁହାଯାଉଛି । ତୁମେ ଆତ୍ମାମାନେ ପରମପିତା ପରମାତ୍ମାଙ୍କର ସନ୍ତାନ ଅଟ । ଏହି ନିଶ୍ଚୟକୁ ପକ୍କା କର । ମୂଳକଥା ହେଲା ପ୍ରଥମେ ଏହାକୁ ବୁଦ୍ଧିରେ ରଖିବାକୁ ହେବ । ଯଦି ଏକଥା ବୁଝିଗଲେ ତେବେ ଖୁସିର ନିଶା ଚଢିବ ଏବଂ କହିବ ଯେ ମୁଁ ବାବାଙ୍କୁ ନିଶ୍ଚିତ ମନେ ପକାଇବି । ମୋର ବିଶ୍ୱାସ ହେଉଛି ଯେ, ମୁଁ ବାବାଙ୍କୁ ମନେ ପକାଇ ବିଶ୍ୱର ମାଲିକ ହେବି । ଏହି ଖୁସି ବହୁତ ରହିବ । ଯଦି ବୁଦ୍ଧିମାନ ହୋଇଥିବେ ଏବଂ ବୁଦ୍ଧିରେ ପୂରା ନିଶ୍ଚୟ ଥିବ ତେବେ କହିବେ ଏପରି ଅବିନାଶୀ ପିତା ଯିଏକି ଦାଦାଙ୍କର ଶରୀରରେ ଆସୁଛନ୍ତି, ପ୍ରଥମେ ତ ତାଙ୍କ ସହିତ ମିଶିବି । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ହିଁ ଆମ ସହିତ କଥା ହୋଇପାରିବେ । ତୁମେ ଆତ୍ମାମାନେ ତାଙ୍କ ସହିତ ମିଶିନାହଁ ତେବେ କିପରି ମନେ ପକାଇବ? ଯଦି ପିଲାମାନେ ପୋଷ୍ୟ ହେବେ ତେବେ ମନେ ପଡିବ । ଯଦି ପୋଷ୍ୟ ହିଁ ହେବେ ନାହିଁ ତେବେ ମନେ କିପରି ପଡିବ । ପ୍ରଥମେ ଶିବବାବାଙ୍କର ହୁଅ । ଏପରି ବାବାଙ୍କ ସହିତ ତ ତୁରନ୍ତ ମିଶିବା ଉଚିତ୍ । ବାବା ମଧ୍ୟ ଏହି କଥା ପଚାରିବେ ଯେ ତୁମେ ନିଜକୁ ଆତ୍ମା ଭାବୁଛ? ମୁଁ ତୁମ ଆତ୍ମାମାନଙ୍କର ପିତା ଅଟେ । ଶିବବାବା ତୁମ ସହିତ କଥା ହେଉଛନ୍ତି । ମୋ ଆତ୍ମାର ପିତା ଅର୍ଥାତ୍ ସିଏ ତୁମର ମଧ୍ୟ ପିତା ଅଟନ୍ତି । ବାବା ପଚାରୁଛନ୍ତି ତୁମର ନିଶ୍ଚୟ ଅଛି ଯେ ସମସ୍ତ ଆତ୍ମାମାନଙ୍କର ପିତା ବାସ୍ତବରେ ଜଣେ ହିଁ ଅଟନ୍ତି, ସିଏ ହିଁ ଆମକୁ ବର୍ସା ଦେବେ । ସେଥିପାଇଁ ପବିତ୍ର ହେବାକୁ ପଡିବ । ତାଙ୍କ ବ୍ୟତୀତ ଆଉ ସବୁ କିଛି ଭୁଲିଯିବାକୁ ହେବ । ତୁମେ ଆତ୍ମା ଘରୁ ଅଶରୀରୀ ହୋଇ ଆସିଥିଲ ନା । କୌଣସି ବି ଦେହ, ସମ୍ବନ୍ଧ ନଥିଲା । ଆତ୍ମା ଯେବେ ଶରୀରରେ ପ୍ରବେଶ କରି ବଡ ହୁଏ ତେବେ ବୁଝାଯାଏ ଇଏ ତୁମର ପିତା, ଇଏ ଅମୁକ ଅଟନ୍ତି । ଆତ୍ମା ତ ସର୍ବ ସମ୍ବନ୍ଧରୁ ଅଲଗା ଅଟେ । ଆତ୍ମା ଚାଲିଗଲେ କୁହାଯାଏ - ନିଜେ ମରିଲେ ଦୁନିଆ ମରିଗଲା ଆତ୍ମା ବନ୍ଧନ ରହିତ ହୋଇଯାଏ ଯେପର୍ଯ୍ୟନ୍ତ ଆତ୍ମାକୁ ଦ୍ୱିତୀୟ ଶରୀର ନ ମିଳିଛି । ମାତା ଗର୍ଭକୁ ଯାଇ ଜନ୍ମ ନେଇ ବାହାରକୁ ବାହାରିଲେ, ବୁଦ୍ଧିମାନ ହେଲେ ସମ୍ବନ୍ଧ ମନେ ପଡେ । ତେବେ ଏଠାରେ ମଧ୍ୟ ତୁମ ପିଲାମାନଙ୍କୁ ବୁଝାଇବାକୁ ହେବ । ବଞ୍ଚି ଥାଉ ଥାଉ ଜୀବଦଶାରେ ସବୁ କିଛି ଭୁଲିଯିବାକୁ ହେବ । କେବଳ ଏକମାତ୍ର ବାବାଙ୍କୁ ୟାଦ କରିବା - ଏହା ହେଉଛି ଅବ୍ୟଭିଚାରୀ ୟାଦ । ଏହାକୁ ହିଁ ଯୋଗ କୁହାଯାଉଛି । ଏଠାରେ ତ ମନୁଷ୍ୟ ମାନଙ୍କର ଅନେକଙ୍କର ସ୍ମୃତି ରହୁଛି । ତୁମର ହେଉଛି ଅବ୍ୟଭିଚାରୀ ୟାଦ । ଆତ୍ମା ଜାଣିଛି ଯେ ଏହି ସବୁ ଶରୀରର ସମ୍ବନ୍ଧ ଶେଷ ହୋଇଯିବ । ଆମର ସମ୍ବନ୍ଧ ଏକମାତ୍ର ବାବାଙ୍କ ସହିତ ରହିଛି ତେଣୁ ବାବାଙ୍କୁ ଯେତେ ମନେ ପକାଇବ, ସେତେ ବିକର୍ମ ବିନାଶ ହେବ । ଏହିପରି ମଧ୍ୟ ନୁହେଁ ଯେ ମିତ୍ର ସମ୍ବନ୍ଧୀଙ୍କୁ ମନେ ପକାଇଲେ କୌଣସି ବିକର୍ମ ହେବ । ନା, ବିକର୍ମ ସେତେବେଳେ ହେବ ଯେତେବେଳେ କୌଣସି ଭୁଲ କର୍ମ କରିବ । ବାକି ଆଉ କାହାକୁ ମନେ ପକାଇବା ଦ୍ୱାରା ବିକର୍ମ ହେବ ନାହିଁ । କିନ୍ତୁ ହଁ, ସମୟ ନଷ୍ଟ ନିଶ୍ଚିତ ରହିବ । ଏକମାତ୍ର ବାବାଙ୍କୁ ମନେ ପକାଇବା ଦ୍ୱାରା ହିଁ ବିକର୍ମ ବିନାଶ ହୋଇଥାଏ । ଏହା ହେଉଛି ପାପ କଟିବାର ଉପାୟ । ବାକି ସମ୍ବନ୍ଧ ଆଦି ତ ମନେ ରହିଥାଏ । ଶରୀର ନିର୍ବାହ ପାଇଁ ଧନ୍ଦା ଆଦି ସବୁ କର କିନ୍ତୁ ଯେତିକି ସମୟ ମିଳୁଛି ବାବାଙ୍କୁ ମନେ ପକାଇଚାଲ, ତେବେ ଖାଦ ବାହାରିଯିବ । ଏହା ହେଉଛି ମୂଳକଥା । ମନରେ ବିଚାର କର ଯେ ଆମେ ପତିତରୁ ପାବନ କିପରି ହେବୁ । ସେଥିପାଇଁ ବାବାଙ୍କୁ ମନେ ପକାଇବାକୁ ହେବ । ଘର ସଂସାରରେ ରହିବାକୁ ପଡିବ । ସନ୍ନ୍ୟାସୀମାନେ ମଧ୍ୟ ଶରୀର ଛାଡି ପୁଣି ଯାଇ ଗୃହସ୍ଥଙ୍କ ପାଖରେ ଜନ୍ମ ନେଇଥାନ୍ତି । ଏହିପରି ନୁହେଁ ଯେ ସେମାନେ ଜନ୍ମ-ଜନ୍ମାନ୍ତର ପାଇଁ ପବିତ୍ର ହୋଇଯାଉଛନ୍ତି । ନିର୍ବିକାରୀ ଦୁନିଆ ତ ବର୍ତ୍ତମାନ ନାହିଁ । ଏହା ହେଉଛି ବିକାରୀ ଦୁନିଆ । ଏଠାରୁ କେହି ବାହାରି ଯାଇପାରିବେ ନାହିଁ । ବିକାରୀ ଦୁନିଆରେ ରହିବା ଯୋଗୁଁ କିଛି ନା କିଛି ଦୁର୍ବଳତା ନିଶ୍ଚିତ ଅଛି । ବାକି ଦୁଇଟି ଦୁନିଆ ରହିଛି । ବିକାରୀ ଦୁନିଆ ଏବଂ ନିର୍ବିକାରୀ ଦୁନିଆ, ପବିତ୍ର ଦୁନିଆରେ ଦେବତାମାନେ ରହୁଥିଲେ ତେବେ ବୁଝାଇବାରେ ବହୁତ ସହଜ ହେବ । ଏହି ପତିତ ଦୁନିଆର ଏବେ ବିନାଶ ହେବ । ବିନାଶ ହେବା ପୂର୍ବରୁ ବେହଦର ବାବାଙ୍କ ଠାରୁ ବର୍ସା ନେବାକୁ ହେବ । ବାବା କହୁଛନ୍ତି - ଦେହର ସମ୍ବନ୍ଧ ଛାଡି ନିଜକୁ ଆତ୍ମା ନିଶ୍ଚୟ କର ଏବଂ ବାବାଙ୍କୁ ମନେ ପକାଅ ତେବେ ତୁମେ ପାବନ ହୋଇଯିବ । ବାବା କହୁଛନ୍ତି - ତୁମେ ମୋତେ ପତିତ-ପାବନ କହୁଛ ନା । ଗଙ୍ଗାରେ ବୁଡ ପକାଇବା ପାଇଁ ବହୁତ ଅଛନ୍ତି । ଏପରି ନୁହେଁ ଯେ ସମସ୍ତେ ପବିତ୍ର ହୋଇଯିବେ । ପ୍ରଦର୍ଶନୀରେ ବହୁତ ଭଲ ଭାବରେ ବୁଝାଇବାକୁ ପଡିଥାଏ । ପ୍ରଜାପିତା ତ ଏହିଠାରେ ହିଁ ଆବଶ୍ୟକ । ତଳେ ଏହି ବ୍ରହ୍ମା ଓ ବ୍ରହ୍ମାକୁମାର-କୁମାରୀମାନେ ତପସ୍ୟା କରୁଛନ୍ତି ତେଣୁ ଏହି କଥା ଭଲ ଭାବରେ ବୁଝାଇବାକୁ ହେବ । ଯାହାକୁ ବି ହେଉ ଭଲ ଭାବରେ ବୁଝାଇବାକୁ ହେବ । ଯୁକ୍ତିତର୍କ କରିବା ଦ୍ୱାରା ବଦନାମ କରିଦେବ । ଯଦି ଦେଖୁଛ ମୁଁ କେଉଁଠି ଦ୍ୱନ୍ଦରେ ପଡୁଛି ତେବେ କୁହ ଆଚ୍ଛା ଟିକେ ରୁହନ୍ତୁ ମୁଁ ଆଉ ଜଣେ ଭଉଣୀଙ୍କୁ ପଠାଉଛି । ଜଣେ ଅନ୍ୟଜଣଙ୍କଠାରୁ ବୁଦ୍ଧିଆ ହୋଇଥାନ୍ତି ନା । ପ୍ରଦର୍ଶନୀ ମେଳାରେ ତଦାରକ କରିବା ଉଚିତ୍ ଯେ ଠିକ୍ ଭାବେ ବୁଝାଉଛନ୍ତି ନା ନାହିଁ । କେହି ତର୍କ କରୁ ନାହାଁନ୍ତି ତ । ଗେଟ୍ ପାଖରେ ମଧ୍ୟ କେହି ଜଣେ ପରିଚିତ ବ୍ୟକ୍ତି ରହିବା ଉଚିତ୍ । ଅନେକ ପ୍ରକାରର ଆତ୍ମା ଆସୁଛନ୍ତି ନା । ବଡ ଲୋକଙ୍କୁ ନିଶ୍ଚୟ ସମ୍ମାନ ଦେବାକୁ ହେବ । ଅନ୍ତର ତ ନିଶ୍ଚିତ ରହିବ । ଏଥିରେ ଏପରି ଭାବନା ଆସିବା ଅନୁଚିତ୍ ଯେ ୟାଙ୍କ ପ୍ରତି ସ୍ନେହ ଅଛି, ୟାଙ୍କ ପ୍ରତି ନାହିଁ । ଦ୍ୱୈତ ଦୃଷ୍ଟି ଅଛି, ନା । ଏହାକୁ ଦ୍ୱୈତ କୁହାଯିବ ନାହିଁ । ଭାବୁଛନ୍ତି ଏଠାରେ ବଡ ଲୋକମାନଙ୍କର ସମ୍ମାନ କରାଯାଉଛି । ଯୋଗ୍ୟ ସେବାଧାରୀମାନଙ୍କର ସମ୍ମାନ କରାଯିବ ନା । କେହି ଘର ତିଆରି କରିଥିଲେ ତାଙ୍କର ଖାତିରି ନିଶ୍ଚିତ କରିବେ । ତୁମ ପାଇଁ ହିଁ ଘର ତିଆରି ହେବ ନା । ଯେଉଁମାନେ ମେହନତ କରି ରାଜା ହେଉଛନ୍ତି ତେବେ ପ୍ରଜା ସ୍ୱତଃ ତାଙ୍କର ଖାତିରୀ କରିବେ ନା । ଯେଉଁମାନେ ଛୋଟ ପଦବୀ ପାଇବେ ସେମାନଙ୍କଠାରୁ ଉଚ୍ଚ ପଦବୀ ପାଉଥିବା ଆତ୍ମାଙ୍କର ସମ୍ମାନ କରିବେ ନା । ବେହଦ ବାବାଙ୍କର ସାରା ଦୁନିଆର ଆତ୍ମାମାନେ ସନ୍ତାନ ଅଟନ୍ତି । କିନ୍ତୁ ଜନ୍ମ ନେଇଛନ୍ତି ଏହି ଭାରତରେ । ଭାରତବାସୀ ଯେଉଁମାନେ ପ୍ରଥମେ ଉଚ୍ଚ ଥିଲେ, ସେମାନେ ଏବେ ନୀଚ୍ଚ ହୋଇଯାଇଛନ୍ତି । ତେଣୁ ବାବା କହୁଛନ୍ତି ମୁଁ ଆସିଛି ପାଠ ପଢାଇବା ପାଇଁ । ମୁଁ ଭାରତକୁ ଆସିବା ଦ୍ୱାରା ସମସ୍ତଙ୍କର କଲ୍ୟାଣ ହୋଇଯାଉଛି । ବିଶେଷ ଭାବରେ ଭାରତର ଏବଂ ସାଧାରଣ ଭାବରେ ସାରା ବିଶ୍ୱର କଲ୍ୟାଣ କୁହାଯିବ ନା । ଏବେ ଭାରତ ହିଁ ନର୍କ ହୋଇଯାଇଛି ପୁଣି ସ୍ୱର୍ଗ ହେବ । ତେଣୁ ଭାରତକୁ ହିଁ ଆସିବେ ନା ଅନ୍ୟ ଜାଗାକୁ ଆସି କରିବେ କଣ । ଭାରତରେ ହିଁ ଭକ୍ତିମାର୍ଗରେ ପ୍ରଥମେ ସୋମନାଥଙ୍କର ବଡ ଭବ୍ୟ ମନ୍ଦିର ତିଆରି କରିଥିଲେ । ଯେପରି ବିଦେଶରେ ସବୁଠାରୁ ବଡ ଚର୍ଚ୍ଚ ତିଆରି କରୁଛନ୍ତି କାହିଁକି ନା ଏହା ପୋପଙ୍କ ଦ୍ୱାରା ନିଆଯାଇଥିବା ରାଜତ୍ୱ ଅଟେ । ସବୁ ଚର୍ଚ୍ଚ ଏକାପରି ହୋଇନଥାଏ । କ୍ରମଅନୁସାରେ ହେବେ ନା । ସୋମନାଥଙ୍କର ମନ୍ଦିର କେତେ ହୀରା ନୀଳାରେ ଭରପୂର ଥିଲା, ମୁସଲମାନମାନେ ଲୁଟି କରି ନେଇଗଲେ । ଭାରତ ବହୁତ ଧନବାନ ଥିଲା । ଚର୍ଚ୍ଚରୁ କଣ ଲୁଟି ପାରିବେ । ମନୁଷ୍ୟମାନେ ଧନ ପଛରେ ପଡିଥାନ୍ତି ନା । ମୁହମ୍ମଦ ଗଜନବୀ କେତେ ଲୁଟି ନେଇଗଲା । ପୁଣି ଇଂରେଜମାନେ ଆସିଲେ, ସେମାନେ ମଧ୍ୟ ଏହିଠାରୁ ଧନ ନିଜ ଦେଶକୁ ପଠାଇ ଚାଲିଲେ । ବହୁତ ଧନ ନେଇଗଲେ । ଏବେ ତାହା ତୁମକୁ ଫେରସ୍ତ ମିଳୁଛି, କୋଟି କୋଟି ଟଙ୍କା ଦେଉଛନ୍ତି । ଏସବୁ ସମୟ ଆସିବାରୁ ମିଳୁଛି । ହିସାବ କିତାବ ନଥିଲେ ଅସୁବିଧା ସମୟରେ କିପରି ଚାଲିବ । ବାବା ବୁଝାଉଛନ୍ତି ଏହି ଡ୍ରାମା କିପରି କରାଯାଇଛି । ଏହି ଦେବା-ନେବାର ହିସାବ କିପରି ହେଉଛି । ତଥାପି ବି ତୁମ ପିଲାମାନଙ୍କୁ ସ୍ୱର୍ଗର ମାଲିକ ହେବାର ଅଛି । ଏହି ବିଶ୍ୱର ଇତିହାସ-ଭୂଗୋଳ କିପରି ଚକ୍ର ଲଗାଉଛି, ଏକଥା ମଧ୍ୟ ପିଲାମାନଙ୍କୁ ବୁଝାଯାଉଛି । ତଥାପି ବି କହୁଛନ୍ତି ପିଲାମାନେ ମନମନାଭବ ହୁଅ । ଏସବୁ ପୁଣି ବି ପୁନରାବୃତ୍ତି ହେବ । ପ୍ରତ୍ୟେକ ଜିନିଷ ସତ୍ତ୍ୱରୁ ତମୋପ୍ରଧାନ ହୋଇଯିବ । ଦିନରେ କର୍ମ ଧନ୍ଦା ଆଦି କରୁଛ, ସେହି ସମୟକୁ ଛାଡି ଦିଅ । ବାକି ଯେତିକି ସମୟ ମିଳୁଛି ମୋତେ ମନେ ପକାଅ । କର୍ମଧନ୍ଦା କରିବା ସମୟରେ ମଧ୍ୟ କେବେ-କେବେ ସମୟ ମିଳିଥାଏ । ଅନେକଙ୍କର ଏପରି ମଧ୍ୟ ଚାକିରି ଅଛି, କେବଳ ଦସ୍ତଖତ କଲେ ତାପରେ ଫ୍ରି । ଏମିତି ମଧ୍ୟ ବହୁତ ଫ୍ରି ଅଛନ୍ତି । ତଥାପି ରାତି ତ ତୁମ ହାତରେ ଅଛି । ଦିନରେ ଶରୀର ନିର୍ବାହ ଅର୍ଥେ ରୋଜଗାର କରୁଛ, ରାତିରେ ପୁଣି ଏହି ରୋଜଗାର କର । ଏହା ହେଉଛି ଭବିଷ୍ୟତ ୨୧ ଜନ୍ମ ପାଇଁ ରୋଜଗାର । କୁହାଯାଏ ଘଡିଏ, ଅଧାଘଡି - ଯେତିକି ହୋଇପାରିବ ବାବାଙ୍କ ସ୍ମୃତିରେ ରୁହ ତେବେ ତୁମର ବହୁତ ରୋଜଗାର ହେବ । ସେନ୍‌ସିବୁଲ୍ ଅର୍ଥାତ୍ ବୁଦ୍ଧିମାନ ହୋଇଥିଲେ ବୁଝିବେ ଯେ ବାସ୍ତବରେ ବହୁତ ରୋଜଗାର କରିପାରିବୁ । କେହି-କେହି ଚାର୍ଟ ମଧ୍ୟ ଲେଖୁଛନ୍ତି - ଆମେ ଏତିକି ସମୟ ବାବାଙ୍କୁ ମନେ ପକାଇଲୁ । ଅଜ୍ଞାନ କାଳରେ ଅନେକ ନିଜର ଦିନଚର୍ଯ୍ୟା ଲେଖିଥାନ୍ତି । ଯଦି ତୁମେ ମଧ୍ୟ ଚାର୍ଟ ଲେଖିବ ତେବେ ତୁମର ଧ୍ୟାନ ରହିବ ଯେ କୌଣସି ସମୟ ନଷ୍ଟ ହେଉନାହିଁ ତ! କୌଣସି ବିକର୍ମ କରୁନାହିଁ ତ ! ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) କୌଣସି ଦେହଧାରୀଙ୍କ ସ୍ମୃତିରେ ନିଜର ସମୟ ନଷ୍ଟ କରିବାର ନାହିଁ । ଏପରି କୌଣସି ଓଲଟା କର୍ମ ନ ହେଉ ଯାହାଦ୍ୱାରା ବିକର୍ମ ହୋଇଯିବ ।

(୨) ବଞ୍ଚି ଥାଉ ଥାଉ ସବୁ କିଛି ଭୁଲି ଏକମାତ୍ର ବାବାଙ୍କୁ ମନେ ପକାଇବାକୁ ହେବ । ଶରୀର ନିର୍ବାହ ପାଇଁ କର୍ମ ମଧ୍ୟ କରିବାକୁ ହେବ, ତା ସହିତ ସେନ୍‌ସିବୁଲ୍ ଅର୍ଥାତ୍ ଜ୍ଞାନୀ ବୁଦ୍ଧିମାନ ହୋଇ ରାତିରେ ମଧ୍ୟ ଅବିନାଶୀ ରୋଜଗାର କରିବାକୁ ପଡିବ । ଯୋଗର ଚାର୍ଟ ରଖିବାକୁ ହେବ ।

ବରଦାନ:-
ବେହଦର ବୈରାଗ୍ୟ ବୃତ୍ତି ଅର୍ଥାତ୍ ସାରା ଦୁନିଆ ପ୍ରତି ବୈରାଗ୍ୟ ଦ୍ୱାରା ନଷ୍ଟୋମୋହା ସ୍ମୃତି ସ୍ୱରୂପ ହୋଇ ଅଚଳ-ଅଟଳ ହୁଅ ।

ଯେଉଁମାନେ ସଦା ସର୍ବଦା ବେହଦର ବୈରାଗ୍ୟ ବୃତ୍ତିରେ ରହିଥାନ୍ତି ସେମାନେ କେବେ ବି କୌଣସି ଦୃଶ୍ୟକୁ ଦେଖି ବିଚଳିତ ବା ହଲଚଲ ହୁଅନ୍ତି ନାହିଁ । ସର୍ବଦା ଅଚଳ-ଅଟଳ ରହିଥାନ୍ତି କାରଣ ସମ୍ପୂର୍ଣ୍ଣ ବୈରାଗ୍ୟ ବୃତ୍ତି ଆଧାରରେ ସେମାନେ ନଷ୍ଟୋମୋହା ସ୍ମୃତି ସ୍ୱରୂପ ହୋଇଯାଆନ୍ତି । ଯଦି କୌଣସି ଦୃଶ୍ୟକୁ ଦେଖି ଅଂଶ ମାତ୍ରାରେ ମଧ୍ୟ ହଲଚଲ ହେଉଛ ବା ମୋହ ଉତ୍ପନ୍ନ ହେଉଛି ତେବେ ଅଂଗଦ ସମାନ ଅଚଳ-ଅଟଳ କୁହାଯିବ ନାହିଁ । ତେବେ ବେହଦର ବୈରାଗ୍ୟ ବୃତ୍ତିରେ ଗମ୍ଭୀରତାର ସହିତ ମନୋରଞ୍ଜନ ମଧ୍ୟ ଅନ୍ତର୍ନିହିତ ଅଟେ ।

ସ୍ଲୋଗାନ:-
ରାଜ୍ୟ ଅଧିକାରୀ ହେବା ସହିତ ସଂପୂର୍ଣ୍ଣ ବୈରାଗୀ ହୋଇ ରହିବା ହିଁ ରାଜଋଷିର ଲକ୍ଷଣ ।