09.10.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ସକାଳୁ-ସକାଳୁ ଉଠି ବାବାଙ୍କ ସହିତ ମିଠା-ମିଠା କଥା ହୁଅ, ବିଚାର ସାଗର ମନ୍ଥନ କରିବା ପାଇଁ ସକାଳର ସମୟ ବହୁତ ଭଲ ।

ପ୍ରଶ୍ନ:-
ଭକ୍ତମାନେ ମଧ୍ୟ ଭଗବାନଙ୍କୁ ସର୍ବଶକ୍ତିମାନ କହୁଛନ୍ତି ଏବଂ ତୁମେମାନେ ମଧ୍ୟ କହୁଛ, କିନ୍ତୁ ଉଭୟଙ୍କର ମଧ୍ୟରେ କେଉଁ ଅନ୍ତର ରହିଛି ?

ଉତ୍ତର:-
ସେମାନେ କହୁଛନ୍ତି ଭଗବାନ ତ ଯାହା ଚାହିଁବେ ତାହା କରି ପାରିବେ । ସବୁ କିଛି ତାଙ୍କ ହାତରେ ଅଛି । କିନ୍ତୁ ତୁମେମାନେ ଜାଣିଛ, ବାବା କହିଛନ୍ତି ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା ହୋଇଛି । ଡ୍ରାମା ସର୍ବଶକ୍ତିମାନ ଅଟେ । ବାବାଙ୍କୁ ସର୍ବଶକ୍ତିମାନ ଏଥିପାଇଁ କୁହାଯାଉଛି କାରଣ ତାଙ୍କ ନିକଟରେ ସମସ୍ତଙ୍କୁ ସଦ୍ଗତି ଦେବାର ଶକ୍ତି ରହିଛି । ଏଭଳି ରାଜ୍ୟ ସ୍ଥାପନ କରିଦେଉଛନ୍ତି ଯାହାକୁ କେବେ କେହି ଛଡାଇ ନେଇ ପାରିବେ ନାହିଁ ।

ଓମ୍ ଶାନ୍ତି ।
କିଏ କହିଲେ ? ବାବା । ଓମ୍ ଶାନ୍ତି ଏକଥା କିଏ କହିଲେ? ଦାଦା । ଏବେ ତୁମେମାନେ ଜାଣୁଛ । ଯିଏ ଶ୍ରେଷ୍ଠରୁ ଶ୍ରେଷ୍ଠ ଅଟନ୍ତି ତାଙ୍କର ମହିମା ବହୁତ ବହୁତ ଉଚ୍ଚ ଅଟେ । କହନ୍ତି ସିଏ ସର୍ବଶକ୍ତିମାନ ଅଟନ୍ତି ତେବେ ସିଏ କଣ ନ କରିପାରିବେ । ବାସ୍ତବରେ ଭକ୍ତିମାର୍ଗରେ ସର୍ବଶକ୍ତିମାନ୍ର ଅର୍ଥକୁ ବହୁତ ବିସ୍ତାର କରି ଦେଇଛନ୍ତି । ବାବା କହୁଛନ୍ତି ଡ୍ରାମା ଅନୁସାରେ ସବୁ କିଛି ହେଉଛି, ମୁଁ କିଛି ବି କରୁ ନାହିଁ । ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା ହୋଇଛି । କେବଳ ତୁମେ ବାବାଙ୍କୁ ସ୍ମରଣ କରି ସର୍ବଶକ୍ତିମାନ ହୋଇଯାଉଛ । ପବିତ୍ର ହେବା ଦ୍ୱାରା ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯାଉଛ । ବାବା ସର୍ବଶକ୍ତିମାନ୍ ଅଟନ୍ତି, ଯାହାଙ୍କୁ ଶିଖାଇବାକୁ ପଡୁଛି । ପିଲାମାନେ, ମୋତେ ସ୍ମରଣ କର ତେବେ ତୁମମାନଙ୍କର ବିକର୍ମ ବିନାଶ ହୋଇଯିବ ପୁଣି ସର୍ବଶକ୍ତିମାନ ହୋଇ ବିଶ୍ୱ ଉପରେ ରାଜ୍ୟ କରିବ । ଯଦି ଶକ୍ତି ନରହିବ ତେବେ ରାଜ୍ୟ କିପରି କରିବ । ଯୋଗ ଦ୍ୱାରା ଶକ୍ତି ମିଳୁଛି ସେଥିପାଇଁ ଭାରତର ପ୍ରାଚୀନ ଯୋଗର ବହୁତ ଗାୟନ ରହିଛି । ତୁମେ କ୍ରମଅନୁସାରେ ଯୋଗଯୁକ୍ତ ରହି ଖୁସିରେ ରହୁଛ । ତୁମେ ଜାଣିଛ ଯେ ଆମେ ଆତ୍ମାମାନେ ବାବାଙ୍କୁ ସ୍ମରଣ କରି ବିଶ୍ୱ ଉପରେ ରାଜ୍ୟ ପ୍ରାପ୍ତ କରିପାରିବୁ । ଏଭଳି କାହାର ଶକ୍ତି ନାହିଁ ଯାହାକୁ ଛଡାଇ ନେଇ ପାରିବେ । ସମସ୍ତେ ଶ୍ରେଷ୍ଠରୁ ଶ୍ରେଷ୍ଠ ବାବାଙ୍କ ମହିମା କରୁଛନ୍ତି କିନ୍ତୁ କିଛି ବୁଝି ନାହାଁନ୍ତି । କେହି ଜଣେ ହେଲେ ମନୁଷ୍ୟକୁ ଜଣା ନାହିଁ ଯେ ଏହା ଏକ ନାଟକ ଅଟେ । ଯଦି ଭାବୁଛ ଯେ ଏହା ଏକ ନାଟକ ତେବେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାହା ମନେ ରହିବା ଦରକାର । ନଚେତ ନାଟକ କହିବା ହିଁ ଭୁଲ୍ ହୋଇଯାଉଛି । କହୁଛନ୍ତି ମଧ୍ୟ ଏହା ଏକ ନାଟକ, ଆମେ ଏଠାକୁ ଅଭିନୟ କରିବାକୁ ଆସିଛୁ । ତେବେ ସେହି ନାଟକର ଆଦି-ମଧ୍ୟ-ଅନ୍ତକୁ ମଧ୍ୟ ଜାଣିବା ଦରକାର ନା । ଏକଥା ମଧ୍ୟ କହନ୍ତି ଯେ ଆମେ ଉପରୁ ଆସୁଛୁ ସେଥିପାଇଁ ତ ବୃଦ୍ଧି ହେଉଛି ନା । ସତ୍ୟଯୁଗରେ ବହୁତ କମ୍ ମନୁଷ୍ୟ ଥିଲେ । ଏତେ ସବୁ ଆତ୍ମାମାନେ କେଉଁଠୁ ଆସିଲେ, ଏକଥା କେହି ବୁଝୁ ନାହାଁନ୍ତି ଯେ ଏହା ଅନାଦି ପୂର୍ବ-ପ୍ରସ୍ତୁତ ଅବିନାଶୀ ଡ୍ରାମା ଅଟେ । ଯାହାକି ଆଦିରୁ ଅନ୍ତ ପର୍ଯ୍ୟନ୍ତ ପୁନରାବୃତ୍ତି ହୋଇଥାଏ । ତୁମେ ସିନେମା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖି ପୁଣି ଥରେ ଯଦି ପୁନରାବୃତ୍ତି କରି ଦେଖିବ ତେବେ ସେହି ଚକ୍ର ନିଶ୍ଚୟ ଅବିକଳ ପୁନରାବୃତ୍ତି ହେବ । ଟିକିଏ ହେଲେ ଫରକ ହେବ ନାହିଁ ।

ବାବା ମିଠା-ମିଠା ସନ୍ତାନମାନଙ୍କୁ କିପରି ବସି ବୁଝାଉଛନ୍ତି । ବାବା କେତେ ମିଠା ଅଟନ୍ତି । ବାବା ଆପଣ କେତେ ମିଠା । ବାବା ବାସ୍, ଏବେ ତ ଆମେ ଆମର ସୁଖଧାମକୁ ଯାଉଛୁ । ଏବେ ଏକଥା ଜାଣୁଛ ଯେ ଆତ୍ମା ପାବନ ହୋଇଗଲେ ସେଠାରେ କ୍ଷୀର ମଧ୍ୟ ପବିତ୍ର ମିଳିବ । ଶ୍ରେଷ୍ଠାଚାରୀ ମାତାମାନେ ବହୁତ ମିଠା ହୋଇଥାନ୍ତି, ଉଚିତ ସମୟରେ ପିଲାମାନଙ୍କୁ ସ୍ୱତଃ କ୍ଷୀର ପିଆଇଥାନ୍ତି । ପିଲାମାନଙ୍କୁ କାନ୍ଦିବାର କୌଣସି ଆବଶ୍ୟକତା ପଡିଥାଏ । ଏହିପରି ବିଚାର-ସାଗର ମନ୍ଥନ କରିବା ଉଚିତ୍ । ସକାଳୁ ସକାଳୁ ବାବାଙ୍କ ସହିତ କଥା ହେବାକୁ ବହୁତ ମଜା ଲାଗିଥାଏ । ଶ୍ରେଷ୍ଠାଚାରୀ ରାଜ୍ୟ ସ୍ଥାପନ କରିବା ପାଇଁ ବାବା ଆପଣ କେତେ ଭଲ ଯୁକ୍ତି ଶିଖାଉଛନ୍ତି । ପୁଣି ଆମେ ଶ୍ରେଷ୍ଠାଚାରୀ ମାତାମାନଙ୍କର କୋଳକୁ ଯିବୁ । ଅନେକ ଥର ଆମେ ହିଁ ସେହି ନୂଆ ସୃଷ୍ଟିକୁ ଯାଇଛୁ । ଏବେ ଆମର ଖୁସିର ଦିନ ଆସୁଛି । ଏହା ଖୁସିର ଖୋରାକ ଅଟେ ସେଥିପାଇଁ ଗାୟନ ମଧ୍ୟ ରହିଛି, ଯଦି ଅତିନ୍ଦ୍ରିୟ ସୁଖ ପଚାରିବାର ଅଛି ତେବେ ଗୋପ-ଗୋପୀମାନଙ୍କୁ ପଚାର । ଏବେ ଆମକୁ ବେହଦର ବାବା ମିଳିଛନ୍ତି । ଆମକୁ ପୁନର୍ବାର ସ୍ୱର୍ଗର ମାଲିକ ଶ୍ରେଷ୍ଠାଚାରୀ କରାଉଛନ୍ତି । କଳ୍ପ-କଳ୍ପ ଆମେ ନିଜର ରାଜ୍ୟ-ଭାଗ୍ୟ ନେଉଛୁ । ହାରି ଯାଇ ପୁଣି ବିଜୟ ପ୍ରାପ୍ତ କରୁଛୁ । ଏବେ ବାବାଙ୍କୁ ସ୍ମରଣ କଲେ ହିଁ ରାବଣ ଉପରେ ବିଜୟ ପ୍ରାପ୍ତ କରିବୁ ପୁଣି ଆମେ ପବିତ୍ର ହୋଇଯିବୁ । ସେଠାରେ ଲଢେଇ, ଦୁଃଖ ଆଦିର ନାମ ମଧ୍ୟ ରହିବ ନାହିଁ କିମ୍ବା କୌଣସି ଖର୍ଚ୍ଚ ମଧ୍ୟ ନାହିଁ । ଭକ୍ତିମାର୍ଗରେ ଜନ୍ମ-ଜନ୍ମାନ୍ତର ତୁମେ କେତେ ଖର୍ଚ୍ଚ କରିଆସିଲ, କେତେ ଧକ୍କା ଖାଇଛ, କେତେ ଗୁରୁ କରିଛ । ଏବେ ପୁଣି ଅଧାକଳ୍ପ ଆମେ କୌଣସି ଗୁରୁ କରିବୁ ନାହିଁ । ଏବେ ଶାନ୍ତିଧାମରୁ ସୁଖଧାମକୁ ଯିବୁ । ବାବା କହୁଛନ୍ତି ତୁମେ ସୁଖଧାମର ପଥିକ ଅଟ । ଏବେ ଦୁଃଖଧାମରୁ ସୁଖଧାମକୁ ଯିବାକୁ ହେବ । ବାଃ ଆମର ବାବା, କିପରି ଆମକୁ ପାଠ ପଢାଉଛନ୍ତି । ଆମର ସ୍ମୃତିଚିହ୍ନ ମଧ୍ୟ ଏଠାରେ ଅଛି । ଏହା ତ ବହୁତ ବଡ ଆଶ୍ଚର୍ଯ୍ୟ । ଏହି ଦିଲୱାଡା ମନ୍ଦିରର ଅପରମଅପାର ମହିମା ରହିଛି । ଏବେ ଆମେ ରାଜଯୋଗ ଶିଖୁଛୁ । ଯାହାର ସ୍ମୃତିଚିହ୍ନ ତ ନିଶ୍ଚୟ ରହିବ ନା । ଏହା ପ୍ରକୃତରେ ଆମର ସ୍ମୃତିଚିହ୍ନ ଅଟେ । ବାବା, ମମ୍ମା ଏବଂ ସନ୍ତାନମାନେ ବସିଛନ୍ତି । ତଳେ ଯୋଗ ଶିଖୁଛନ୍ତି, ଉପରେ ସ୍ୱର୍ଗର ରାଜତ୍ୱ ରହିଛି । କଳ୍ପବୃକ୍ଷର ଚିତ୍ରରେ ମଧ୍ୟ ଏକଥା କେତେ ପ୍ରାଞ୍ଜଳ ଭାବରେ ରହିଛି । ବାବା କିପରି ସାକ୍ଷାତ୍କାର କରାଉଛନ୍ତି ପୁଣି ତାର ଚିତ୍ର ତିଆରି କରାଇଛନ୍ତି । ବାବା ହିଁ ସାକ୍ଷାତ୍କାର କରାଇ ପୁଣି ଠିକ୍ ମଧ୍ୟ କରିଛନ୍ତି । କେତେ ଆଶ୍ଚର୍ଯ୍ୟ ଅଟେ । ଏହା ନୂଆ ଜ୍ଞାନ ଅଟେ । କାହାକୁ ହେଲେ ଏହି ଜ୍ଞାନ ବିଷୟରେ ଜଣା ନାହିଁ । ବାବା ହିଁ ବସି ବୁଝାଉଛନ୍ତି, ମନୁଷ୍ୟ କେତେ ତମୋପ୍ରଧାନ ହୋଇଯାଇଛନ୍ତି । ମନୁଷ୍ୟ ସୃଷ୍ଟି ବଢିଚାଲିଛି । ଭକ୍ତି ମଧ୍ୟ ବଢି ବଢି ତମୋପ୍ରଧାନ ହୋଇଯାଇଛି । ଏଠାରେ ଏବେ ତୁମେ ସତ୍ତ୍ୱପ୍ରଧାନ ହେବା ପାଇଁ ପୁରୁଷାର୍ଥ କରୁଛ । ଗୀତାରେ ମଧ୍ୟ ମନମନାଭବର ଶବ୍ଦ ରହିଛି । କେବଳ ଏତିକି ଜାଣି ନାହାଁନ୍ତି ଯେ ଭଗବାନ କିଏ । ଏବେ ତୁମକୁ ସକାଳୁ-ସକାଳୁ ଉଠି ବିଚାର ସାଗର ମନ୍ଥନ କରିବାକୁ ହେବ ଯେ ମନୁଷ୍ୟମାନଙ୍କୁ ଭଗବାନଙ୍କର ପରିଚୟ କିପରି ଦେବୁ । ଭକ୍ତିରେ ମଧ୍ୟ ମନୁଷ୍ୟ ସକାଳୁ-ସକାଳୁ ଉଠି କୋଠିରେ ବସି ଭକ୍ତି କରିଥାନ୍ତି । ଏହା ମଧ୍ୟ ବିଚାର ସାଗର ମନ୍ଥନ ହେଲା ନା । ଏବେ ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି । ବାବା ତୃତୀୟ ନେତ୍ର ପ୍ରଦାନ କରିବାର କଥା ଶୁଣାଉଛନ୍ତି । ଏହାକୁ ହିଁ ପୁଣି ତିଜରୀର କଥା ବୋଲି କହିଦେଇଛନ୍ତି । ତିଜରୀ କଥା, ଅମରକଥା, ସତ୍ୟ ନାରାୟଣଙ୍କର କଥା ମଧ୍ୟ ପ୍ରସିଦ୍ଧ ରହିଛି । ଏହି କଥା ଏକମାତ୍ର ବାବା ହିଁ ଶୁଣାଉଛନ୍ତି ଯାହା ପୁଣି ଭକ୍ତିମାର୍ଗରେ ପ୍ରଚଳିତ ହୁଏ । ଜ୍ଞାନ ଦ୍ୱାରା ତୁମେମାନେ ଧନଶାଳୀ ହେଉଛ, ସେଥିପାଇଁ ଦେବତାମାନଙ୍କୁ ପଦ୍ମପତି କୁହାଯାଏ । ଦେବତାମାନେ ବହୁତ ଧନବାନ୍, ପଦ୍ମପତି ହେଉଛନ୍ତି । କଳିଯୁଗ ଏବଂ ସତ୍ୟଯୁଗକୁ ଦେଖ, ରାତି-ଦିନର ଫରକ ରହିଛି । ସାରା ଦୁନିଆ ପରିଷ୍କାର ହେବା ପାଇଁ ସମୟ ଲାଗୁଛି ନା । ଏହା ବେହଦର ଦୁନିଆ ଅଟେ । ଭାରତ ହେଉଛି ହିଁ ଅବିନାଶୀ ଖଣ୍ଡ । ଏହା ପ୍ରାୟ କେବେ ଲୋପ ହୁଏ ନାହିଁ । ଅଧାକଳ୍ପ ଗୋଟିଏ ରାଷ୍ଟ୍ର ରହୁଛି । ପୁଣି କ୍ରମାନ୍ୱୟରେ ଅନ୍ୟ ସବୁ ରାଷ୍ଟ୍ର ଇମର୍ଜ ହେବ । ତୁମମାନଙ୍କୁ କେତେ ଜ୍ଞାନ ମିଳୁଛି । ସମସ୍ତଙ୍କୁ କୁହ ବିଶ୍ୱର ଇତିହାସ-ଭୂଗୋଳ କିପରି ଚକ୍ର ଲଗାଉଛି, ଏଠାକୁ ଆସି ବୁଝ । ପ୍ରାଚୀନ ଋଷି ମୁନିମାନଙ୍କର କେତେ ସମ୍ମାନ ରହିଛି, କିନ୍ତୁ ସେମାନେ ମଧ୍ୟ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣି ନାହାଁନ୍ତି । ସେମାନେ ହେଲେ ହଠଯୋଗୀ । ହଁ, ବାକି ସେମାନଙ୍କଠାରେ ପବିତ୍ରତାର ଶକ୍ତି ଅଛି ଯାହା ଦ୍ୱାରା ଭାରତକୁ (ବାବା ଆସିବା ପର୍ଯ୍ୟନ୍ତ) ଅଟକାଇ ରଖୁଛନ୍ତି । ନଚେତ୍ ଜଣା ନାହିଁ ଭାରତର କଣ ହୋଇଯାଇଥାନ୍ତା । ଘରକୁ ରଙ୍ଗ କରାଯାଇଥାଏ ନା ଯାହାଦ୍ୱାରା ଶୋଭା ପାଇଥାଏ । ଭାରତ ମହାନ ପବିତ୍ର ଥିଲା, ଏବେ ତାହା ପତିତ ହୋଇଯାଇଛି । ସେଠାରେ ତୁମର ସୁଖ ମଧ୍ୟ ବହୁତ ସମୟ ଚାଲିବ । ତୁମ ପାଖରେ ବହୁତ ଧନ ରହିବ । ତୁମେ ଭାରତରେ ହିଁ ରହୁଥିଲ । ସେଠାରେ କେବଳ ତୁମର ରାଜ୍ୟ ଥିଲା, ଏହା କାଲିର କଥା ଅଟେ । ପୁଣି ପରେ ଅନ୍ୟ ଧର୍ମ ଆସୁଛି, ସେମାନେ ଆସି କିଛି ସୁଧାର କରି ନିଜକୁ ପ୍ରସିଦ୍ଧ କରିଛନ୍ତି । ବର୍ତ୍ତମାନ ସେମାନେ ମଧ୍ୟ ତମୋପ୍ରଧାନ ହୋଇଗଲେଣି । ଏବେ ତୁମେମାନେ କେତେ ଖୁସି ହେବା ଉଚିତ । ଏସବୁ କଥା ନୂଆମାନଙ୍କୁ ଶୁଣାଇବା ଅନୁଚିତ । ପ୍ରଥମେ ପ୍ରଥମେ ତ ବାବାଙ୍କର ପରିଚୟ ଦେବାକୁ ହେବ । ବାବାଙ୍କର ନାମ, ରୂପ, ଦେଶ, କାଳକୁ ଜାଣିଛ ? ଶ୍ରେଷ୍ଠରୁ ଶ୍ରେଷ୍ଠ ବାବାଙ୍କର ପାର୍ଟ ତ ପ୍ରସିଦ୍ଧ ଅଟେ ନା । ଏବେ ତୁମେ ଜାଣିଛ ସେହି ବାବା ହିଁ ଆମକୁ ନିର୍ଦ୍ଦେଶ ଦେଉଛନ୍ତି । ତୁମେମାନେ ପୁନର୍ବାର ନିଜର ରାଜଧାନୀ ସ୍ଥାପନ କରୁଛ । ତୁମେ ମୋର ସହଯୋଗୀ ଅଟ । ତୁମେ ପବିତ୍ର ହେଉଛ । ତେଣୁ ତୁମ ନିମନ୍ତେ ପବିତ୍ର ଦୁନିଆ ନିଶ୍ଚୟ ସ୍ଥାପନ ହେବ । ତୁମେ ଏକଥା ଲେଖିପାରିବ ଯେ ପୁରୁଣା ଦୁନିଆ ବଦଳୁଛି । ପୁଣି ଏହି ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ ରାଜ୍ୟ ହେବ । ତାପରେ ପୁଣି ରାବଣ ରାଜ୍ୟ ହେବ । ଚିତ୍ର ଆଧାରରେ ବୁଝାଇବାକୁ ବହୁତ ମିଠା ଲାଗିଥାଏ । ଏଥିରେ ତିଥି-ତାରିଖ ସବୁ ଲେଖାଯାଇଛି । ଭାରତର ପ୍ରାଚୀନ ରାଜଯୋଗ ଅର୍ଥାତ୍ ବାବାଙ୍କର ସ୍ମୃତି । ଯୋଗ କରିବା ଦ୍ୱାରା ବିକର୍ମ ବିନାଶ ହେଉଛି ଏବଂ ପାଠପଢା ଦ୍ୱାରା ଷ୍ଟାଟସ୍ ଅର୍ଥାତ୍ ପଦ ମିଳୁଛି । ସେଥିପାଇଁ ଦୈବୀଗୁଣ ଧାରଣ କରିବାକୁ ହେବ । ହଁ, ଏତିକି ନିଶ୍ଚିତ ଯେ ମାୟାର ତୁଫାନ ତ ଆସିବ । ତେଣୁ ସକାଳୁ ସକାଳୁ ଉଠି ବାବାଙ୍କ ସହିତ କଥା ହେବା ବହୁତ ଭଲ । ଭକ୍ତି ଏବଂ ଜ୍ଞାନ ଉଭୟ ପାଇଁ ଏହି ସମୟ ବହୁତ ଭଲ । ବାବାଙ୍କ ସହିତ ମିଠା-ମିଠା କଥା ହେବା ଉଚିତ୍ । ଏବେ ଆମେ ଶ୍ରେଷ୍ଠାଚାରୀ ଦୁନିଆକୁ ଯିବୁ । ବୁଢାମାନଙ୍କ ମନରେ ତ ଏକଥା ରହିଥାଏ ନା, ଆମେ ଏହି ଶରୀରକୁ ଛାଡି ଗର୍ଭକୁ ଯିବୁ । ବାବା କେତେ ନିଶା ଚଢାଉଛନ୍ତି । ନିଜ ସହିତ ଏହିଭଳି କଥା ହୁଅ ତେବେ ତୁମର ଜମା ହୋଇଯିବ । ଶିବବାବା ଆମକୁ ନର୍କବାସୀରୁ ସ୍ୱର୍ଗବାସୀ କରୁଛନ୍ତି । ପ୍ରଥମେ ପ୍ରଥମେ ଆମେ ଆସୁଛୁ, ତେଣୁ ଅଲରାଉଣ୍ଡର ପାର୍ଟ ଆମେ କରୁଛୁ । ବର୍ତ୍ତମାନ ବାବା କହୁଛନ୍ତି ଏହି ବିକାରୀ ଶରୀରକୁ ଛାଡି ଦିଅ । ଦେହ ସହିତ ସାରା ଦୁନିଆକୁ ଭୁଲିଯାଅ । ଏହା ହେଉଛି ବେହଦର ସନ୍ନ୍ୟାସ । ସେଠାରେ ମଧ୍ୟ ତୁମେ ବୁଢା ହେଲେ ସାକ୍ଷାତ୍କାର ହେବ ମୁଁ ପିଲା ହୋଇ ଜନ୍ମ ନେବି । ଖୁସି ମିଳିଥାଏ । ଶୈଶବ ତ ସବୁଠାରୁ ଭଲ । ଏହିପରି ସକାଳୁ ଉଠି ବିଚାର-ସାଗର ମନ୍ଥନ କରିବା ଉଚିତ । ପଏଣ୍ଟସ୍ ବାହାରିଲେ ତୁମକୁ ଖୁସି ମିଳିବ । ଖୁସିରେ ଘଣ୍ଟାଏ ଦେଢ ଘଣ୍ଟା ବିତିଯାଏ । ଯେତେ ଅଭ୍ୟାସ ହେବ ସେତେ ଖୁସି ବଢି ଚାଲିବ । ବହୁତ ମଜା ଆସିବ ଏବଂ ଚାଲିବା ବୁଲିବା ସମୟରେ ମଧ୍ୟ ବାବାଙ୍କୁ ମନେ ପକାଇବାକୁ ହେବ । ଫୁରସତ ବହୁତ ଅଛି, ହଁ ବିଘ୍ନ ତ ନିଶ୍ଚିତ ପଡିବ, ଏଥିରେ କୌଣସି ସନ୍ଦେହ ନାହିଁ । ଧନ୍ଦା କରିବା ସମୟରେ ମନୁଷ୍ୟମାନଙ୍କୁ ନିଦ ଆସେ ନାହିଁ । ଅଳସୁଆ ଲୋକେ ଶୋଇଥାନ୍ତି । ତୁମେ ଯେତେ ସମ୍ଭବ ଶିବବାବାଙ୍କୁ ହିଁ ମନେ ପକାଅ । ତୁମ ବୁଦ୍ଧିରେ ରହୁଛି ଯେ, ଶିବବାବାଙ୍କ ନିମନ୍ତେ ଆମେ ଭୋଜନ ତିଆରି କରୁଛୁ । ଆମେ ଏହା ଶିବବାବାଙ୍କ ନିମନ୍ତେ କରୁଛୁ । ଭୋଜନ ମଧ୍ୟ ବହୁତ ଶୁଦ୍ଧିର ସହିତ କରିବା ଉଚିତ୍ । ଏପରି ନ ହେଉ ଯାହା ଦ୍ୱାରା ଖିଟ୍ପିଟ୍ ହୋଇଯିବ । ବାବା ନିଜେ ମଧ୍ୟ ସ୍ମରଣ କରୁଛନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସକାଳୁ-ସକାଳୁ ଉଠି ବାବାଙ୍କ ସହିତ ମିଠା-ମିଠା କଥା ହେବାକୁ ପଡିବ । ପ୍ରତ୍ୟହ ଖୁସିରୂପକ ଭୋଜନ କରିବା ସହିତ ଅତିନ୍ଦ୍ରିୟ ସୁଖର ଅନୁଭବ କରିବାକୁ ହେବ ।

(୨) ସତ୍ୟଯୁଗୀ ରାଜଧାନୀ ସ୍ଥାପନ କରିବାରେ ବାବାଙ୍କର ସମ୍ପୂର୍ଣ୍ଣ ସହଯୋଗୀ ହେବା ପାଇଁ ପବିତ୍ର ହେବାକୁ ପଡିବ, ଯୋଗବଳ ଦ୍ୱାରା ନିଜର ବିକର୍ମ ବିନାଶ କରିବାକୁ ହେବ, ଭୋଜନକୁ ମଧ୍ୟ ଶୁଦ୍ଧତାପୂର୍ବକ ପ୍ରସ୍ତୁତ କରିବାକୁ ହେବ ।

ବରଦାନ:-
ସ୍ୱସ୍ଥିତି ଦ୍ୱାରା ପରିସ୍ଥିତି ଉପରେ ବିଜୟ ପ୍ରାପ୍ତ କରି ସଂଗମଯୁଗୀ ବିଜୟୀରତ୍ନ ହୁଅ ।

ପରିସ୍ଥିତି ଉପରେ ବିଜୟ ପ୍ରାପ୍ତ କରିବାର ଆଧାର ହେଲା ସ୍ୱ-ସ୍ଥିତି । ଏହି ଦେହ ମଧ୍ୟ ପର ଅଟେ, ନିଜେ ଦେହ ନୁହେଁ । ସ୍ୱ-ସ୍ଥିତି ବା ସ୍ୱଧର୍ମ ସର୍ବଦା ସୁଖର ଅନୁଭବ କରାଇଥାଏ ଏବଂ ପ୍ରକୃତି-ଧର୍ମ ଅର୍ଥାତ୍ ପରଧର୍ମ ବା ଦେହର ସୃତି କୌଣସି ନା କୌଣସି ପ୍ରକାରର ଦୁଃଖର ଅନୁଭବ କରାଇଥାଏ । ତେଣୁ ଯେଉଁମାନେ ସର୍ବଦା ସ୍ୱ-ସ୍ଥିତିରେ ରହିଥାନ୍ତି ସେମାନେ ସର୍ବଦା ସୁଖର ଅନୁଭବ କରିଥାନ୍ତି, ତାଙ୍କ ନିକଟକୁ ଦୁଃଖର ତରଙ୍ଗ ଆସିପାରିବ ନାହିଁ । ସେମାନେ ସଂଗମଯୁଗୀ ବିଜୟୀ ରତ୍ନ ହୋଇଯାଆନ୍ତି ।

ସ୍ଲୋଗାନ:-
ପରିବର୍ତ୍ତନ ଶକ୍ତି ଦ୍ୱାରା ବ୍ୟର୍ଥ ସଂକଳ୍ପର ପ୍ରବାହରେ ଶକ୍ତିକୁ ସମାପ୍ତ କର ।


ମାତେଶ୍ୱରୀଜୀଙ୍କର ମହାବାକ୍ୟ

ଏହି ଅବିନାଶୀ ଈଶ୍ୱରୀୟ ଜ୍ଞାନ ପ୍ରାପ୍ତ କରିବା ପାଇଁ ଅନ୍ୟ କୌଣସି ଭାଷା ଶିଖିବାକୁ ପଡିନଥାଏ

ଆମର ଏହି ଈଶ୍ୱରୀୟ ଜ୍ଞାନ ବହୁତ ସହଜ ଏବଂ ବହୁତ ମିଠା ଯାହାଦ୍ୱାରା ଜନ୍ମ-ଜନ୍ମାନ୍ତରର ରୋଜଗାର ଜମା ହୋଇଯାଏ । ଏହି ଜ୍ଞାନ ଏତେ ସହଜ ଯାହାକୁ କେହି ବି ମହାନ ଆତ୍ମା, ଅହଲ୍ୟା ଭଳି ପଥରବୁଦ୍ଧି ବା ଅନ୍ୟ ଧର୍ମାବଲମ୍ବୀ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ କେହି ବି ପ୍ରାପ୍ତ କରିପାରିବେ । ଦେଖ, ଏହି ଜ୍ଞାନ ଏତେ ସହଜ ହେଲେ ମଧ୍ୟ ଦୁନିଆର ମନୁଷ୍ୟମାନେ ବହୁତ କଷ୍ଟ ବୋଲି ଭାବୁଛନ୍ତି । କେହି କେହି ଭାବୁଛନ୍ତି ଯଦି ଆମେ ବହୁତ ବେଦ, ଶାସ୍ତ୍ର, ଉପନିଷେଦ ପଢି ବିଦ୍ୱାନ ହୋଇଛୁ ତେବେ ଏହାକୁ ଶିଖିବା ପାଇଁ ପୁଣି ଭାଷା ଶିଖିବାକୁ ପଡିବ । ବହୁତ ହଠଯୋଗ କରିବାକୁ ପଡିବ ତେବେ ଯାଇ ତାହା ପ୍ରାପ୍ତ ହୋଇପାରିବ, କିନ୍ତୁ ଆମେ ତ ନିଜର ଅନୁଭବ ଦ୍ୱାରା ଜାଣିଗଲୁ ଯେ ଏହି ଜ୍ଞାନ ବହୁତ ସହଜ ଏବଂ ବହୁତ ସରଳ କାରଣ ସ୍ୱୟଂ ପିତା ପରମାତ୍ମା ଆସି ଏହି ପାଠ ପଢାଉଛନ୍ତି । ଏଥିରେ ନା କୌଣସି ହଠକ୍ରିୟା, ନା ଜପ, ତପ, ନା କୌଣସି ଶାସ୍ତ୍ରବାଦୀ ପଣ୍ଡିବ ହେବାକୁ ପଡିବ ନା ଏଥିପାଇଁ କୌଣସି ସଂସ୍କୃତ ଭାଷା ଶିଖିବାକୁ ପଡିବ । ଏଠାରେ ତ ଆତ୍ମାକୁ ନିଜର ପିତା ପରମାତ୍ମାଙ୍କ ସହିତ ଯୋଗ ଲଗାଇବାକୁ ହେବ । ଯଦିଓ କେହି ଏହି ଜ୍ଞାନକୁ ଧାରଣା କରି ପାରୁନାହିଁ କିନ୍ତୁ କେବଳ ଯୋଗ ଦ୍ୱାରା ମଧ୍ୟ ବହୁତ ଲାଭ ହେବ । ଏହାଦ୍ୱାରା ପ୍ରଥମତଃ ଆତ୍ମା ପବିତ୍ର ହୋଇଯିବ, ଦ୍ୱିତୀୟତଃ କର୍ମବନ୍ଧନ ଚୁକ୍ତ ହୋଇଯିବ ଏବଂ କର୍ମାତୀତ ଅବସ୍ଥା ହୋଇଯିବ, ପରମାତ୍ମାଙ୍କ ସ୍ମୃତିରେ ଏତିକି ଶକ୍ତି ଅଛି । ଯଦିଓ ସିଏ ସାକାର ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ଯୋଗ ଶିଖାଉଛନ୍ତି କିନ୍ତୁ ଯୋଗ ପୁଣି ବି ସିଧା ସେହି ଜ୍ୟୋତି ସ୍ୱରୂପ ପରମାତ୍ମାଙ୍କୁ କରିବାକୁ ହେବ । ସେହି ଯୋଗବଳ ଦ୍ୱାରା ହିଁ କର୍ମବନ୍ଧନ ରୂପି ମଇଳା ସଫା ହେବ । ଆଚ୍ଛା!