09.10.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ମାତା-ପିତାଙ୍କୁ ଅନୁସରଣ କରି ସିଂହାସନର ଅଧିକାରୀ ହୁଅ, ଏଥିପାଇଁ କୌଣସି କଷ୍ଟ କରିବାକୁ ପଡୁ ନାହିଁ, କେବଳ ବାବାଙ୍କୁ ମନେ ପକାଅ ଏବଂ ପବିତ୍ର ହୁଅ ।

ପ୍ରଶ୍ନ:-
ଦୀନବନ୍ଧୁ ବାବା ନିଜର ପିଲାମାନଙ୍କର ଭାଗ୍ୟ ଗଢିବା ପାଇଁ କେଉଁ ପ୍ରକାରର ରାୟ ଦେଉଛନ୍ତି?

ଉତ୍ତର:-
ପିଲାମାନେ, ଶିବବାବାଙ୍କୁ ତୁମର କିଛି ବି ଦରକାର ନାହିଁ । ତୁମେ ଖାଅ, ପିଅ, ପାଠ ପଢ - ଏଠାରୁ ସତେଜ ହୋଇ ଚାଲିଯାଅ କିନ୍ତୁ ଚାଉଳ ମୁଠିର ମଧ୍ୟ ଗାୟନ ରହିଛି । ଯଦି ୨୧ ଜନ୍ମ ପାଇଁ ସାହୁକାର ହେବାର ଅଛି ତେବେ ଗରୀବର ଏକ ପଇସା ମଧ୍ୟ ସାହୁକାରର ୧୦୦ ଟଙ୍କା ସହିତ ସମାନ ଅଟେ ସେଥିପାଇଁ ବାବା ଯେତେବେଳେ ନିଜେ ଆସିଛନ୍ତି ତେବେ ନିଜର ସବୁ କିଛି ସଫଳ କରିନିଅ ।

ଗୀତ:-
ତୁହ୍ମି ହୋ ମାତା ପିତା ତୁହ୍ମି ହୋ...

ଓମ୍ ଶାନ୍ତି ।
ଗୀତର ଅର୍ଥ ତ ପିଲାମାନେ ବୁଝିଲେ । ଯଦିଓ ଭକ୍ତମାନେ ଡାକୁଛନ୍ତି କିନ୍ତୁ କିଛି ହେଲେ ବୁଝୁ ନାହାଁନ୍ତି । ତୁମେମାନେ ଜାଣିଛ ସିଏ ଆମର ପିତା ଅଟନ୍ତି । ବାସ୍ତବରେ ସିଏ କେବଳ ତୁମର ପିତା ନୁହଁନ୍ତି ସିଏ ସମସ୍ତଙ୍କର ପିତା ଅଟନ୍ତି । ଏହା ତ ବୁଝିବାର କଥା ଅଟେ । ଦୁନିଆରେ ଯେତେ ଆତ୍ମାମାନେ ଅଛନ୍ତି ସେମାନଙ୍କର ପିତା ମଧ୍ୟ ପରମାତ୍ମା ହିଁ ଅଟନ୍ତି । ବାବା-ବାବା କହିବା ଦ୍ୱାରା ବର୍ସା ନିଶ୍ଚିତ ମନେ ପଡିଥାଏ । ବାବାଙ୍କୁ ସ୍ମରଣ କରିବା ଦ୍ୱାରା ହିଁ ବିକର୍ମ ବିନାଶ ହେବ । ବାବା ପିଲାମାନଙ୍କୁ କହୁଛନ୍ତି ତୁମମାନଙ୍କର ଆତ୍ମା ପତିତ ହୋଇଯାଇଛି । ଏବେ ସେମାନଙ୍କୁ ପବିତ୍ର ହେବାକୁ ପଡିବ । ଯଦି ସିଏ ସମସ୍ତଙ୍କର ପିତା ଅଟନ୍ତି ତେବେ ପିଲାମାନଙ୍କୁ ନିଶ୍ଚିତ ନିର୍ବିକାରୀ ହେବା ଦରକାର । କୌଣସି ଏକ ସମୟରେ ସବୁ ଆତ୍ମାମାନେ ନିର୍ବିକାରୀ ଥିଲେ । ବାବା ନିଜେ ବୁଝାଉଛନ୍ତି ଯେତେବେଳେ ଶ୍ରୀ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ତେବେ ସମସ୍ତେ ନିର୍ବିକାରୀ ଥିଲେ । ଏତେ ସବୁ ଯେଉଁ ମନୁଷ୍ୟ ଆତ୍ମାମାନଙ୍କୁ ଦେଖୁଛ ସେମାନେ ମଧ୍ୟ ନିର୍ବିକାରୀ ହେବେ କାହିଁକି ନା ଶରୀର ତ ବିନାଶ ହୋଇଯିବ ବାକି ଆତ୍ମାମାନେ ଯାଇ ନିରାକାରୀ ଦୁନିଆରେ ରହିବେ । ସେଠାରେ ବିକାରର ତ ଚିହ୍ନ-ବର୍ଣ୍ଣ ନାହିଁ । ସେଠାରେ ଶରୀର ହିଁ ରହିବ ନାହିଁ । ଏହି ଦୁନିଆରେ ଅଭିନୟ କରିବା ପାଇଁ ସେହିଠାରୁ ହିଁ ସବୁ ଆତ୍ମାମାନେ ଆସୁଛନ୍ତି । ପ୍ରଥମେ ଭାରତବାସୀ ହିଁ ଆସୁଛନ୍ତି । ଭାରତରେ ପ୍ରଥମେ ଯେତେବେଳେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ସେତେବେଳେ ଅନ୍ୟ ସବୁ ଧର୍ମର ଆତ୍ମାମାନେ ନିରାକାରୀ ଦୁନିଆରେ ଥିଲେ । ଏହି ସମୟରେ ସମସ୍ତେ ସାକାରୀ ଦୁନିଆରେ ଅଛନ୍ତି । ଏବେ ବାବା ତୁମ ପିଲାମାନଙ୍କୁ ନିର୍ବିକାରୀ କରୁଛନ୍ତି, ନିର୍ବିକାରୀ ଦେବୀ-ଦେବତା କରିବା ପାଇଁ । ଯେତେବେଳେ ତୁମେମାନେ ଦେବୀ-ଦେବତା ହୋଇଯାଉଛ ସେତେବେଳେ ତୁମମାନଙ୍କ ପାଇଁ ନିଶ୍ଚିତ ନୂଆ ଦୁନିଆ ଦରକାର । ପୁରୁଣା ଦୁନିଆ ବିନାଶ ହେବା ଦରକାର । ଶାସ୍ତ୍ରରେ ମହାଭାରତ ଲଢେଇ ମଧ୍ୟ ଦେଖାଉଛନ୍ତି ଯେ ବାକି ୫ ପାଣ୍ଡବ ରହିଥିଲେ ସେମାନେ ମଧ୍ୟ ପାହାଡ ଉପରୁ ପଡି ମରିଗଲେ । କେହି ବି ବଞ୍ଚିଲେ ନାହିଁ । ଆଚ୍ଛା ଏତେ ସବୁ ଆତ୍ମାମାନେ କୁଆଡେ ଗଲେ? ଆତ୍ମାର ତ ବିନାଶ ନାହିଁ । ତେବେ କହିବେ ନିରାକାରୀ, ନିର୍ବିକାରୀ ଦୁନିଆକୁ ଗଲେ । ବାବା ବିକାରୀ ଦୁନିଆରୁ ନିରାକାରୀ, ନିର୍ବିକାରୀ ଦୁନିଆକୁ ନେଇଯାଉଛନ୍ତି । ତୁମେମାନେ ଜାଣିଛ ଯେ ବାବାଙ୍କଠାରୁ ତ ନିଶ୍ଚିତ ବର୍ସା ମିଳିବା ଦରକାର । ଏବେ ଦୁଃଖ ବଢିଯାଇଛି । ବର୍ତ୍ତମାନ ସମୟରେ ଆମର ସୁଖ-ଶାନ୍ତି ଉଭୟ ଆବଶ୍ୟକ । ଭଗବାନଙ୍କୁ ସମସ୍ତେ ମାଗୁଛନ୍ତି - ହେ ଭଗବାନ ଆମକୁ ସୁଖ ଦିଅ, ଶାନ୍ତି ଦିଅ । ପ୍ରତ୍ୟେକ ମନୁଷ୍ୟ ଧନ ପାଇବା ପାଇଁ ହିଁ ପୁରୁଷାର୍ଥ କରିଥାନ୍ତି । ପଇସା ଅଛି ତ ସୁଖ ଅଛି । ତୁମମାନଙ୍କୁ ବେହଦର ବାବା ତ ବହୁତ ପଇସା ଦେଉଛନ୍ତି । ତୁମେମାନେ ସତ୍ୟଯୁଗରେ କେତେ ଧନବାନ୍ ଥିଲ, ହୀରା ନୀଳାର ମହଲ ଥିଲା । ତୁମେମାନେ ଜାଣିଛ ଯେ ଆମେ ବେହଦର ବାବାଙ୍କଠାରୁ ବେହଦ ସ୍ୱର୍ଗର ବର୍ସା ନେବାକୁ ଆସିଛୁ । ସାରା ଦୁନିଆ ବର୍ସା ନେବାକୁ ଆସିବ ନାହିଁ ନା । ବାବା ଭାରତକୁ ହିଁ ଆସୁଛନ୍ତି । ଏହି ସମୟରେ ଭାରତବାସୀ ହିଁ ନର୍କବାସୀ ହୋଇଯାଇଛନ୍ତି ପୁଣି ବାବା ସ୍ୱର୍ଗବାସୀ କରାଉଛନ୍ତି । ଭକ୍ତିରେ ଦୁଃଖ ଥିବା କାରଣରୁ ବାବାଙ୍କୁ ଜନ୍ମ-ଜନ୍ମାନ୍ତର ସ୍ମରଣ କରିଛନ୍ତି । ହେ ପରମପିତା ପରମାତ୍ମା, ହେ କଲ୍ୟାଣକାରୀ ଦୁଃଖହର୍ତ୍ତା, ସୁଖକର୍ତ୍ତା ବାବା, ତାଙ୍କୁ ସ୍ମରଣ କରୁଛନ୍ତି ତେବେ ସିଏ ମଧ୍ୟ ନିଶ୍ଚିତ ଆସୁଥିବେ । ଏହିପରି ଭାବେ ମାଗଣାରେ ସ୍ମରଣ କରୁନାହାଁନ୍ତି । ଭାବୁଛନ୍ତି ଭଗବାନ ଆସି ଭକ୍ତମାନଙ୍କୁ ଫଳ ଦେବେ । ଫଳ ତ ସମସ୍ତଙ୍କୁ ଦେବେ ନା । ବାବା ତ ସମସ୍ତଙ୍କର ଅଟନ୍ତି ନା ।

ତୁମେମାନେ ଜାଣିଛ ଯେ ଆମେ ସୁଖଧାମକୁ ଯିବୁ । ବାକି ସମସ୍ତେ ଶାନ୍ତିଧାମକୁ ଯିବେ । ତୁମେମାନେ ସୁଖଧାମରେ ଥିବାବେଳେ ସାରା ସୃଷ୍ଟିରେ ସୁଖ-ଶାନ୍ତି ରହିଥାଏ । ପିତାଙ୍କର ତ ପିଲାମାନଙ୍କ ପ୍ରତି ସ୍ନେହ ରହିଥାଏ ନା । ଆଉ ପୁଣି ପିଲାମାନଙ୍କର ବି ମାତା-ପିତାଙ୍କ ପ୍ରତି ସ୍ନେହ ରହିଥାଏ । ଏହି ଗୀତ ବି ଗାଇଥାନ୍ତି ତୁମେ ମାତା-ପିତା.... ଶରୀରର ମାତା-ପିତା ରହିଥିଲେ ମଧ୍ୟ ଗାଇଥାନ୍ତି ତୁମେ ମାତା-ପିତା.... ତୁମ କୃପାରୁ ଅସରନ୍ତି ସୁଖ ମିଳୁଛି । ଲୌକିକ ମାତା-ପିତାଙ୍କ ପାଇଁ ତ ଏଭଳି ଗୀତ ଗାଇ ନଥାନ୍ତି । ସେମାନେ ମଧ୍ୟ ପିଲାମାନଙ୍କୁ ସମ୍ଭାଳୁଛନ୍ତି, ପରିଶ୍ରମ କରୁଛନ୍ତି, ସମ୍ପତ୍ତି ଦେଉଛନ୍ତି । ବିବାହ କରାଉଛନ୍ତି । ତଥାପି ବି ଅସରନ୍ତି ସୁଖ ପାରଲୌକିକ ମାତା-ପିତା ହିଁ ଦେଉଛନ୍ତି । ଏବେ ତୁମେମାନେ ଈଶ୍ୱରୀୟ ଧର୍ମର ସନ୍ତାନ ଅଟ । ସେମାନେ ଆସୁରୀ ଧର୍ମର ସନ୍ତାନ ଅଟନ୍ତି । ସତ୍ୟଯୁଗରେ କେବେ କେହି ଧର୍ମର ସନ୍ତାନ କରିବେ ନାହିଁ । ସେଠାରେ ତ ସୁଖ ହିଁ ସୁଖ ରହିଛି । ଦୁଃଖର ଚିହ୍ନ-ବର୍ଣ୍ଣ ନାହିଁ । ବାବା କହୁଛନ୍ତି - ମୁଁ ଆସିଛି ୨୧ ପିଢି ପାଇଁ ତୁମମାନଙ୍କୁ ସ୍ୱର୍ଗର ଅସରନ୍ତି ସୁଖ ଦେବା ପାଇଁ ।

ଏବେ ତୁମେମାନେ ଜାଣୁଛ ଯେ ବେହଦର ବାବାଙ୍କଠାରୁ ଆମେ ସ୍ୱର୍ଗର ଅସରନ୍ତି ସୁଖ ପାଉଛୁ । ଏହି ଦୁଃଖର ସବୁ ବନ୍ଧନ ସମାପ୍ତ ହୋଇଯିବ । ସତ୍ୟଯୁଗରେ ସୁଖର ସମ୍ବନ୍ଧ ରହିବ । କଳିଯୁଗରେ ଅଛି ଦୁଃଖର ବନ୍ଧନ । ବାବା ଆମକୁ ସୁଖର ସମ୍ବନ୍ଧକୁ ନେଇଯାଉଛନ୍ତି । ସେଥିପାଇଁ ବାବାଙ୍କୁ ଦୁଃଖହର୍ତ୍ତା ସୁଖକର୍ତ୍ତା କୁହାଯାଉଛି । ବାବା ଆସି ପିଲାମାନଙ୍କର ସେବା କରୁଛନ୍ତି । ବାବା କହୁଛନ୍ତି - ମୁଁ ତୁମମାନଙ୍କର ଆଜ୍ଞାକାରୀ ସେବାଧାରୀ ଅଟେ । ତୁମେମାନେ ମୋତେ ଅଧାକଳ୍ପ ମନେ ପକାଇ ଆସିଛ, ହେ ବାବା ଆସି ଆମକୁ ଅସରନ୍ତି ସୁଖ ଦିଅ । ଏବେ ମୁଁ ସୁଖ ଦେବାକୁ ଆସିଛି ତେବେ ପୁଣି ତୁମକୁ ଶ୍ରୀମତରେ ଚାଲିବାକୁ ହେବ । ଏହି ମୃତ୍ୟୁଲୋକ ସଂପୂର୍ଣ୍ଣ ବିନାଶ ହୋଇଯିବ । ଏବେ ଅରମଲୋକ ସ୍ଥାପନ ହେଉଛି । ଅମରପୁରୀକୁ ଯିବା ପାଇଁ ଅମରନାଥ ବାବାଙ୍କଠାରୁ ତୁମେମାନେ ଅମର କଥା ଶୁଣୁଛ । ସତ୍ୟଯୁଗରେ ତ କାହାର ମୃତ୍ୟୁ ହେବ ନାହିଁ । ମୁଖରେ ଏଭଳି କେବେ କହିବେ ନାହିଁ ଯେ ଅମୁକ ମରିଗଲା । ଆତ୍ମା କହୁଛି ଯେ ମୁଁ ଏହି ଜୀର୍ଣ୍ଣଶୀର୍ଣ୍ଣ ଶରୀରକୁ ଛାଡି ନୂଆ ଶରୀର ନେଉଛି । ଏହା ତ ବହୁତ ଭଲ ହେଲା ନା । ସେଠାରେ କୌଣସି ରୋଗ ଆଦି ହେବ ନାହିଁ । ମୃତ୍ୟୁଲୋକର ନାମ ହିଁ ରହିବ ନାହିଁ । ମୁଁ ଆସିଛି ତୁମମାନଙ୍କୁ ଅମରପୁରୀର ମାଲିକ କରିବା ପାଇଁ । ତୁମେମାନେ ଯେବେ ସେଠାରେ ରାଜ୍ୟ କରିବ ତେବେ ମୃତ୍ୟୁଲୋକର କିଛି ବି କଥା ତୁମର ମନେ ପଡିବ ନାହିଁ । ତଳକୁ ଖସି-ଖସି ଆମେ କଣ ହେବୁ, ଏକଥା ବି ମନେ ରହିବ ନାହିଁ । ନଚେତ୍ ସବୁ ସୁଖ ହିଁ ହଜିଯିବ । ଏଠାରେ ତ ତୁମମାନଙ୍କୁ ସାରା ଚକ୍ର ବୁଦ୍ଧିରେ ରଖିବାକୁ ହେବ । ବାସ୍ତବରେ ଏଠାରେ ସ୍ୱର୍ଗ ଥିଲା, ଏବେ ନର୍କ ହୋଇଯାଇଛି ସେଥିପାଇଁ ତ ବାବାଙ୍କୁ ଡାକୁଛନ୍ତି । ତୁମେ ଆତ୍ମାମାନେ ଶାନ୍ତିଧାମରେ ରହିଲାବାଲା ଅଟ । ଏଠାକୁ ଆସି ଅଭିନୟ କରୁଛ । ଏଠାରୁ ତୁମେ ସଂସ୍କାର ନେଇ ପୁଣି ନିଜର ଘରକୁ ଯିବ । ପୁଣି ସେଠାରୁ ଆସି ନୂଆ ଶରୀର ଧାରଣ କରି ରାଜ୍ୟ କରିବ । ଏବେ ତୁମମାନଙ୍କୁ ନିରାକାରୀ, ଆକାରୀ ଏବଂ ସାକାରୀ ଦୁନିଆର ସମାଚାର ଶୁଣାଉଛନ୍ତି । ସତ୍ୟଯୁଗରେ ଏକଥା ଜାଣିପାରିବେ ନାହିଁ । ସେଠାରେ ତ କେବଳ ତୁମେ ରାଜ୍ୟ କରିବ । ଏବେ ତୁମେ ଡ୍ରାମାକୁ ଜାଣୁଛ । ତୁମମାନଙ୍କର ଆତ୍ମା ଜାଣିଛି ଯେ ସତ୍ୟଯୁଗ ପାଇଁ ଆମେମାନେ ପୁରୁଷାର୍ଥ କରୁଛୁ । ଆମେ ସ୍ୱର୍ଗକୁ ଯିବା ପାଇଁ ଯୋଗ୍ୟ ନିଶ୍ଚିତ ହେବୁ । ନିଜର ଏବଂ ଅନ୍ୟମାନଙ୍କର ମଧ୍ୟ ଆମେ କଲ୍ୟାଣ କରିବୁ । ପୁଣି ସେମାନଙ୍କର ଆଶିର୍ବାଦ ତୁମକୁ ମିଳିବ । ତୁମର ଯୋଜନା ଦେଖ କିଭଳି ଅଟେ । ବର୍ତ୍ତମାନ ସମୟରେ ସମସ୍ତଙ୍କର ନିଜ-ନିଜର ଯୋଜନା ରହିଛି । ବାବାଙ୍କର ବି ଯୋଜନା ରହିଛି । ଲୋକମାନେ ଡ୍ୟାମ୍ ଆଦି ତିଆରି କଲେ ବିଜୁଳି ପାଇଁ କେତେ କୋଟି-କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି । ବାବା ବୁଝାଉଛନ୍ତି ଯେ ଏବେ ସେସବୁ ହେଉଛି ଆସୁରୀ ଯୋଜନା । ଆମର ଏହା ଈଶ୍ୱରୀୟ ଯୋଜନା ଅଟେ । ବର୍ତ୍ତମାନ କାହାର ଯୋଜନା ବିଜୟୀ ହେବ? ସେମାନେ ତ ପରସ୍ପର ସହିତ ହିଁ ଲଢେଇ କରିବେ । ସମସ୍ତଙ୍କର ଯୋଜନା ମାଟିରେ ମିଶିଯିବ । ସେମାନେ କୌଣସି ସ୍ୱର୍ଗର ସ୍ଥାପନା ତ କରୁନାହାଁନ୍ତି । ସେମାନେ ଯାହା କିଛି କରୁଛନ୍ତି ଦୁଃଖ ପାଇଁ । ବାବାଙ୍କର ତ ଯୋଜନା ଅଛି ସ୍ୱର୍ଗ ଗଢିବା ପାଇଁ । ନର୍କବାସୀ ମନୁଷ୍ୟମାନେ ନର୍କରେ ହିଁ ରହିବା ପାଇଁ ଯୋଜନା ତିଆରି କରୁଛନ୍ତି । ବାବାଙ୍କର ଯୋଜନା ସ୍ୱର୍ଗ ତିଆରି କରିବା ପାଇଁ ଚାଲିଛି । ତେବେ ତୁମେମାନେ କେତେ ଖୁସି ହେବା ଉଚିତ୍ । ତୁମେମାନେ ଗାୟନ ମଧ୍ୟ କରୁଛ ଯେ ତୁମରି କୃପାରୁ ଆମକୁ ଅସରନ୍ତି ସୁଖ ମିଳୁଛି । ତେବେ ତ ପୁରୁଷାର୍ଥ କରି ତାଙ୍କଠାରୁ ବର୍ସା ନେବା ଦରକାର ନା । ବାବା କହୁଛନ୍ତି ଯାହା ଇଚ୍ଛା ତାହା ନିଅ । ବିଶ୍ୱର ମାଲିକ ରାଜା-ରାଣୀ ହୁଅ, ଅଥବା ଦାସ-ଦାସୀ ହୁଅ । ଯେତେ ପୁରୁଷାର୍ଥ କରୁଛ କର । ବାବା କେବଳ କହୁଛନ୍ତି ପ୍ରଥମତଃ ପବିତ୍ର ହୁଅ ଏବଂ ପ୍ରତ୍ୟେକଙ୍କୁ ବାବାଙ୍କର ପରିଚୟ ଦେଇଚାଲ । ଅଲଫକୁ (ବାବାଙ୍କୁ) ମନେ ପକାଅ ତେବେ ବାଦଶାହୀ ତୁମର । ବାବାଙ୍କୁ ମନେ ପକାଇବାରେ ହିଁ ମାୟା ବହୁତ ବିଘ୍ନ ପକାଇଥାଏ । ବୁଦ୍ଧିଯୋଗ ଏକାଗ୍ର ହେବାକୁ ଦେଇନଥାଏ । ବାବା କହୁଛନ୍ତି, ମୋତେ ଯେତେ ମନେ ପକାଇବ ସେତେ ପାପ ମଧ୍ୟ ଭସ୍ମ ହେବ ଏବଂ ତୁମେମାନେ ଉଚ୍ଚ ପଦ ପାଇବ ସେଥିପାଇଁ ଭାରତର ପ୍ରାଚୀନ ଯୋଗ ପ୍ରସିଦ୍ଧ ଅଟେ । ବାବାଙ୍କୁ ମୁକ୍ତିଦାତା ମଧ୍ୟ କହୁଛନ୍ତି । ୨୧ ଜନ୍ମ ପାଇଁ ବାବା ତୁମମାନଙ୍କୁ ଦୁଃଖରୁ ମୁକ୍ତ କରୁଛନ୍ତି । ସତ୍ୟଯୁଗରେ ଭାରତବାସୀ ସୁଖଧାମରେ ରହିବେ, ବାକି ସମସ୍ତେ ଶାନ୍ତିଧାମରେ ଥିବେ । ନିରାକାରୀ ଦୁନିଆ ଏବଂ ସାକାରୀ ଦୁନିଆର ଯୋଜନା ଦେଖାଇବା ଦ୍ୱାରା ସମସ୍ତେ ତୁରନ୍ତ ବୁଝିଯିବେ ଯେ ଅନ୍ୟ ଧର୍ମବାଲା ସ୍ୱର୍ଗକୁ ଆସିପାରିବେ ନାହିଁ । ସ୍ୱର୍ଗରେ ତ ଦେବୀ-ଦେବତାମାନେ ହିଁ ରହିବେ । ଏହି ଡ୍ରାମାର ଜ୍ଞାନ ବାବାଙ୍କ ବିନା ଆଉ କେହି ବୁଝାଇପାରିବେ ନାହିଁ । ପିଲାମାନେ ଆସୁଛନ୍ତି ବାବାଙ୍କଠାରୁ ବର୍ସା ନେବା ପାଇଁ । ସତ୍ୟଯୁଗରେ ତ ଅସରନ୍ତି ସୁଖ ରହିଛି । ପରେ ରାବଣର ରାଜ୍ୟ ହେଉଛି । ରାବଣ ରାଜ୍ୟରେ ଅସରନ୍ତି ଦୁଃଖ ରହିଛି । ଏବେ ତୁମେମାନେ ବୁଝୁଛ ଯେ ବାବା ଆମକୁ ସଚ୍ଚା-ସଚ୍ଚା କଥା ଶୁଣାଇ ଅମରଲୋକକୁ ଯିବା ପାଇଁ ଯୋଗ୍ୟ କରାଉଛନ୍ତି । ବର୍ତ୍ତମାନ ଏହିପରି କର୍ମ କରୁଛ ତେବେ ତ ୨୧ ଜନ୍ମ ପାଇଁ ଧନବାନ୍ ହେଉଛ । କହିଥାନ୍ତି ମଧ୍ୟ, ଧନବାନ୍ ହୁଅ, ପୁତ୍ରବାନ୍ ହୁଅ... ସେଠାରେ ଗୋଟିଏ ପୁତ୍ର, ଗୋଟିଏ କନ୍ୟା ନିଶ୍ଚିତ ଜନ୍ମ ହେବେ । ଆୟୁଷ୍ମାନ ହୁଅ, ଅର୍ଥାତ୍ ତୁମର ଆୟୁ ମଧ୍ୟ ୧୫୦ ବର୍ଷ ହେବ । ସେଠାରେ ଅକାଳମୃତ୍ୟୁ କେବେ ହେବ ନାହିଁ । ଏହି କଥା ବାବା ହିଁ ବୁଝାଉଛନ୍ତି । ତୁମେମାନେ ଅଧାକଳ୍ପ ମୋତେ ଡାକି ଆସିଛ । ସନ୍ନ୍ୟାସୀମାନେ କଣ ଏହିପରି କହିପାରିବେ? ସେମାନେ କଣ ଜାଣନ୍ତି! ବାବା କେତେ ସ୍ନେହର ସହିତ ବସି ବୁଝାଉଛନ୍ତି । ପିଲାମାନେ, ଏହି ଗୋଟିଏ ଜନ୍ମ ଯଦି ପବିତ୍ର ହେବ ତେବେ ୨୧ ଜନ୍ମ ପାଇଁ ପବିତ୍ର ଦୁନିଆର ମାଳିକ ହୋଇଯିବ । ପବିତ୍ରତାରେ ହିଁ ସୁଖ ରହିଛି ନା । ତୁମେମାନେ ପବିତ୍ର ଦୈବୀ ଧର୍ମବାଲା ଥିଲ । ଏବେ ଅପବିତ୍ର ହୋଇ ଦୁଃଖ ଭୋଗ କରିବାକୁ ଆସିଛ । ତୁମେମାନେ ସ୍ୱର୍ଗରେ ନିର୍ବିକାରୀ ଥିଲ, ଏବେ ବିକାରୀ ହେବା ଦ୍ୱାରା ନର୍କରେ ଦୁଃଖୀ ହୋଇଯାଇଛ । ବାବା ତ ପୁରୁଷାର୍ଥ କରାଇବେ ନା । ତେଣୁ ତୁମେମାନେ ସ୍ୱର୍ଗର ମହାରାଜା-ମହାରାଣୀ ହୁଅ । ତୁମର ବାବା ମମ୍ମା ମଧ୍ୟ ମହାରାଜା-ମହାରାଣୀ ହେଉଛନ୍ତି ନା ତେବେ ତୁମେମାନେ ବି ପୁରୁଷାର୍ଥ କର, ଏଥିରେ ଦ୍ୱନ୍ଦ ସୃଷ୍ଟି ହେବାର କୌଣସି କଥା ହିଁ ନାହିଁ । ବାବା ତ କାହାକୁ ପାଦ ତଳେ ପଡିବାକୁ ଦେଉନାହାଁନ୍ତି ।

ବାବା ବୁଝାଉଛନ୍ତି ମୁଁ ତୁମମାନଙ୍କୁ ସୁନା ହୀରାର ମହଲ ଦେଇଥିଲି । ସ୍ୱର୍ଗର ମାଲିକ କରିଥିଲି । ପୁଣି ଅଧାକଳ୍ପ ତୁମେମାନେ ଭକ୍ତିମାର୍ଗରେ ମୁଣ୍ଡ ପିଟି-ପିଟି ଆସିଲ, ଧନ ମଧ୍ୟ ଖର୍ଚ୍ଚ କଲ । ସେହି ସୁନା ହୀରାର ମହଲ ସବୁ କୁଆଡେ ଗଲା? ତୁମେମାନେ ସ୍ୱର୍ଗରୁ ତଳକୁ ଓହ୍ଲାଇ-ଓହ୍ଲାଇ ନର୍କରେ ଆସି ପଡିଛ । ଏବେ ମୁଁ ତୁମମାନଙ୍କୁ ପୁନର୍ବାର ସ୍ୱର୍ଗକୁ ନେଇଯାଉଛି । ମୁଁ ତୁମକୁ କୌଣସି କଷ୍ଟ ଦେଉନାହିଁ । କେବଳ ମୋତେ ମନେ ପକାଅ ଏବଂ ପବିତ୍ର ହୁଅ । ଯଦିଓ ଗୋଟିଏ ଟଙ୍କା ବି ନ ଦିଅ, କେବଳ ଖାଅ, ପିଅ, ପାଠପଢ, ସତେଜ ହୋଇ ଫେରିଯାଅ । ବାବା ତ କେବଳ ପାଠ ପଢାଉଛନ୍ତି । ପାଠ ପଢାଇବା ପାଇଁ କିଛି ପଇସା ନେଉନାହାଁନ୍ତି । କହୁଛନ୍ତି ବାବା ଆମେ ଦେବୁ ନିଶ୍ଚିତ, ନଚେତ୍ ସେଠାରେ ମହଲ ଆଦି କିପରି ମିଳିବ । ଭକ୍ତିମାର୍ଗରେ ମଧ୍ୟ ତୁମେମାନେ ଇଶ୍ୱରଙ୍କ ଅର୍ଥେ ଗରୀବଙ୍କୁ ଦାନ ଦେଉଥିଲ, ଏହାର ଫଳ ବି ଈଶ୍ୱର ହିଁ ଦେବେ । ଗରୀବ ଲୋକେ କଣ ଫଳ ଦେଇପାରିବେ । କିନ୍ତୁ ତାହା ଗୋଟିଏ ଜନ୍ମ ପାଇଁ ମିଳିଥାଏ । ବର୍ତ୍ତମାନ ତ ବାବା ଆପଣ ସ୍ୱୟଂ ଆସିଛନ୍ତି । ଆମେ ଆପଣଙ୍କୁ ଅଳ୍ପ କିଛି ପଇସା ଦେଉଛୁ, ଆପଣ ଆମକୁ ୨୧ ଜନ୍ମ ପାଇଁ ସ୍ୱର୍ଗରେ ଦେବେ । ବାବା ସମସ୍ତଙ୍କୁ ସାହୁକାର କରିଦେଉଛନ୍ତି । ତୁମେମାନେ ପଇସା ଦେଉଛ ତେଣୁ ତୁମେମାନେ ରହିବା ପାଇଁ ଘର ଆଦି ତିଆରି କରୁଛନ୍ତି । ନଚେତ୍ ଏସବୁ କିପରି ତିଆରି ହେବ । ପିଲାମାନେ ହିଁ ଏହି ଘର ଆଦି ତିଆରି କରୁଛନ୍ତି ନା । ଶିବବାବା କହୁଛନ୍ତି ମୋର ତ ଏଠାରେ ରହିବାର ନାହିଁ । ଶିବବାବା ତ ନିରାକାର ଦାତା ଅଟନ୍ତି ନା । ତୁମେମାନେ ଦେଉଛ ସେଥିପାଇଁ ତୁମମାନଙ୍କୁ ୨୧ ଜନ୍ମ ପାଇଁ ଫଳ ଦେଉଛନ୍ତି । ମୁଁ ତ ତୁମ ମାନଙ୍କର ସ୍ୱର୍ଗକୁ ଯିବି ନାହିଁ । ତୁମମାନଙ୍କୁ ନର୍କରୁ ଉଦ୍ଧାର କରିବା ପାଇଁ ମୋତେ ନର୍କକୁ ଆସିବାକୁ ପଡୁଛି, ତୁମର ଗୁରୁମାନେ ତ ଆହୁରି ହିଁ ପଙ୍କରେ ଫସାଇ ଦେଉଛନ୍ତି । ସେମାନେ କୌଣସି ସଦ୍‌ଗତି ଦେଉନାହାଁନ୍ତି । ବର୍ତ୍ତମାନ ବାବା ଆସିଛନ୍ତି ପବିତ୍ର ଦୁନିଆକୁ ନେଇଯିବା ପାଇଁ ତେଣୁ ଏହିପରି ବାବାଙ୍କୁ କାହିଁକି ମନେ ପକାଇବ ନାହିଁ । ବାବା କହୁଛନ୍ତି - କିଛି ବି ପଇସା ନ ଦିଅ କେବଳ ମୋତେ ମନେ ପକାଅ ତେବେ ପାପ ନାଶ ହୋଇଯିବ ଏବଂ ତୁମେମାନେ ମୋ ପାଖକୁ ଆସିଯିବ । ଏହି ଘର ଆଦି ତୁମେମାନେ ନିଜ ପାଇଁ ହିଁ ତିଆରି କରିଛ । ଏଠାରେ ଚାଉଳ ମୁଠାଏର ଗାୟନ ରହିଛି ନା । ଗରୀବମାନେ ନିଜର ସକ୍ଷମ ଅନୁସାରେ ଯେତିକି ଦେଇଥାନ୍ତି ସେତିକି ତାଙ୍କୁ ମିଳିଥାଏ । ସାହୁକାରଙ୍କୁ ଯେତିକି ପଦ ମିଳିଥାଏ ସେତିକି ଗରୀବଙ୍କୁ ମଧ୍ୟ ମିଳିଥାଏ । ଉଭୟଙ୍କର ସମାନ ହୋଇଯାଏ । ଗରୀବଙ୍କ ପାଖରେ ୧୦୦ ଟଙ୍କା ଅଛି ସେଥିରୁ ୧ ଟଙ୍କା ଦେଉଛନ୍ତି, ସାହୁକାରମାନଙ୍କ ପାଖରେ ତ ବହୁତ ଅଛି ତେବେ ସେମାନେ ୧୦୦ ଟଙ୍କା ଦେଉଛନ୍ତି, ଉଭୟଙ୍କୁ ସମାନ ଫଳ ମିଳିବ, ସେଥିପାଇଁ ବାବାଙ୍କୁ ଦୀନବନ୍ଧୁ କୁହାଯାଉଛି । ସବୁଠାରୁ ଗରୀବ ହେଲା ଭାରତ । ଭାରତକୁ ହିଁ ମୁଁ ସାହୁକାର କରାଉଛି । ଗରୀବମାନଙ୍କୁ ହିଁ ଦାନ ଦିଆଯାଇଥାଏ ନା । କେତେ ସ୍ପଷ୍ଟ କରି ବାବା ବୁଝାଉଛନ୍ତି, ପିଲାମାନେ ଏବେ ମୃତ୍ୟୁ ସମ୍ମୁଖରେ ଉପସ୍ଥିତ, ତେଣୁ ଜଲ୍‌ଦି-ଜଲ୍‌ଦି କର । ଯୋଗର ଚାର୍ଟକୁ ବଢାଅ । ସବୁଠାରୁ ପ୍ରିୟ ବାବାଙ୍କୁ ଯେତେ ମନେ ପକାଇବ ସେତେ ଅଧିକ ବର୍ସା ମିଳିବ । ତୁମେମାନେ ବହୁତ ଧନବାନ୍ ହୋଇଯିବ । ବାବା ତୁମମାନଙ୍କୁ ଏଭଳି କହୁନାହାଁନ୍ତି ଯେ ମନ୍ଦିରରେ ଯାଇ ମୁଣ୍ଡିଆ ମାର । ମେଳା ମହୋତ୍ସବକୁ ଯାଅ । ନାଁ । ଘରେ ବସି ବାବା ଏବଂ ବର୍ସାକୁ ମନେ ପକାଅ । ବାସ୍ । ବାବା ହେଉଛନ୍ତି ବିନ୍ଦୁ । ତାଙ୍କୁ ପରମପିତା ପରମାତ୍ମା କୁହାଯାଉଛି । ପରମଆତ୍ମା, ସବୁଠାରୁ ଉଚ୍ଚରୁ ଉଚ୍ଚ ଅଟନ୍ତି । ବାବା କହୁଛନ୍ତି ମୁଁ ବି ବିନ୍ଦୁ, ତୁମେମାନେ ବି ବିନ୍ଦୁ ଅଟ । କେବଳ ଭକ୍ତିମାର୍ଗ ପାଇଁ ମୋର ରୂପ ବଡ କରି ତିଆରି କରିଛନ୍ତି । ନଚେତ୍ ବିନ୍ଦୁର ପୂଜା କିପରି କରିବେ । ତାଙ୍କୁ ଶିବବାବା ବି କହୁଛନ୍ତି । କିଏ କହୁଛନ୍ତି? ଏବେ ତୁମେମାନେ କହୁଛ ଯେ ଶିବବାବା ଆମକୁ ବର୍ସା ଦେଉଛନ୍ତି । ଆଶ୍ଚର୍ଯ୍ୟ ଅଟେ ନା । ୮୪ ଜନ୍ମର ଚକ୍ର ଘୂରି ଚାଲିଛି । ଅନେକ ଥର ତୁମେମାନେ ବର୍ସା ନେଇଛ ଏବଂ ନେଇ ଚାଲିବ । କେତେ ଭଲ ଭାବରେ ବାବା ବସି ବୁଝାଉଛନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ମୃତ୍ୟୁ ସମ୍ମୁଖରେ ଉପସ୍ଥିତ ସେଥିପାଇଁ ଏବେ ୟାଦର ବେଗକୁ ବଢାଇବାର ଅଛି । ସତ୍ୟଯୁଗୀ ଦୁନିଆରେ ଉଚ୍ଚ ପଦ ପାଇବାର ପୁରା-ପୁରା ପୁରୁଷାର୍ଥ କରିବାର ଅଛି ।

(୨) ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କରି ଆଶୀର୍ବାଦ ନେବାର ଅଛି । ପବିତ୍ର ଦୁନିଆକୁ ଯିବା ପାଇଁ ପବିତ୍ର ନିଶ୍ଚୟ ହେବାର ଅଛି ।

ବରଦାନ:-
ନୂଆ ଜୀବନର ସ୍ମୃତି ଦ୍ୱାରା କର୍ମେନ୍ଦ୍ରିୟମାନଙ୍କ ଉପରେ ବିଜୟ ପ୍ରାପ୍ତ କରି ମରଜୀବା ହୁଅ ।

ଯେଉଁ ପିଲାମାନେ ସମ୍ପୂର୍ଣ୍ଣ ମରଜୀବା ହୋଇଯାଇଛନ୍ତି ସେମାନଙ୍କୁ କର୍ମେନ୍ଦ୍ରିୟ ଗୁଡିକ ଆକର୍ଷିତ କରିପାରିବେ ନାହିଁ । ମରଜୀବା ହେବା ଅର୍ଥ ସବୁ ଆଡୁ ମରିଯିବା, ପୁରୁଣା ଆୟୁଷ ମଧ୍ୟ ସମାପ୍ତ ହେଲା । ଯେବେକି ନୂଆ ଜନ୍ମ ମିଳିଲା, ତେବେ ନୂଆ ଜନ୍ମ, ନୂଆ ଜୀବନରେ କର୍ମେନ୍ଦ୍ରିୟମାନଙ୍କର ବଶୀଭୂତ କିପରି ହୋଇପାରିବ! ବ୍ରହ୍ମାକୁମାର-କୁମାରୀ ରୂପରେ ପ୍ରାପ୍ତ କରିଥିବା ନୂଆ ଜୀବନରେ କର୍ମେନ୍ଦ୍ରିୟ ମାନଙ୍କର ବଶୀଭୂତ ହେବା କାହାକୁ କୁହାଯାଏ - ଏହି ଜ୍ଞାନ ଠାରୁ ମଧ୍ୟ ଅନଭିଜ୍ଞ ଅଟ । ଶୂଦ୍ର ଜୀବନର ସଂସ୍କାର ରୂପୀ ନିଶ୍ୱାସ ଟିକିଏ ବି କେଉଁଠି ଅଟକିଯାଇ ନଥାଉ ।

ସ୍ଲୋଗାନ:-
ଅମୃତବେଳାରେ ଅନ୍ତର ମଧ୍ୟରେ ପରମାତ୍ମାଙ୍କର ସ୍ନେହକୁ ସମାହିତ କରିନିଅ ତେବେ ଅନ୍ୟ କୌଣସି ସ୍ନେହ ଆକର୍ଷିତ କରିପାରିବ ନାହିଁ ।