09.11.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମର ଯୋଗ ବହୁତ ୱଣ୍ଡରଫୁଲ୍ ଅର୍ଥାତ୍ ଆଶ୍ଚର୍ଯ୍ୟଜନକ ଅଟେ କାହିଁକିନା ତୁମେ ଏକା ସାଥିରେ ପିତା, ଶିକ୍ଷକ ଏବଂ ସଦଗୁରୁ - ତିନିଜଣଙ୍କୁ ମନେ ପକାଉଛ ।
 

ପ୍ରଶ୍ନ:-
କୌଣସି ସନ୍ତାନକୁ ମାୟା ଯେତେବେଳେ ଅହଂକାରୀ କରାଇଦିଏ ସେତେବେଳେ ସେମାନେ କେଉଁ କଥାର ବେଖାତିର କରିଥାନ୍ତି ?

ଉତ୍ତର:-
ଅହଂକାରୀ ସନ୍ତାନମାନେ ଦେହ ଅଭିମାନରେ ଆସି ମୁରଲୀକୁ ବେଖାତିର କରିଥାନ୍ତି, କଥାରେ ଅଛି ନା ମୂଷାକୁ ହଳଦୀ ଗଣ୍ଠିଲିଟିଏ ମିଳିଗଲା, ସେ ଭାବିଲା ମୁଁ ବହୁତ ବଡ ବେପାରୀ ହୋଇଗଲି... ସେହିପରି ସେମାନେ ମଧ୍ୟ ଭାବନ୍ତି ମୁଁ ବହୁତ ଜ୍ଞାନୀ ହୋଇଗଲିଣି । ଅନେକ ଅଛନ୍ତି ଯେଉଁମାନେ କି ମୁରଲୀ ପଢୁନାହାଁନ୍ତି, କହିଦେଉଛନ୍ତି ଆମର ତ ସିଧାସଳଖ ଶିବବାବାଙ୍କ ସହିତ ସମ୍ପର୍କ ଅଛି । କିନ୍ତୁ ବାବା କହୁଛନ୍ତି ପିଲାମାନେ ମୁରଲୀରେ ତ ନୂଆ ନୂଆ କଥା ବାହାରୁଛି ସେଥିପାଇଁ ମୁରଲୀ କେବେ ବି ମିସ୍ କର ନାହିଁ, ଏଥିପ୍ରତି ବହୁତ ଧ୍ୟାନ ରହିବା ଦରକାର ।

ଓମ୍ ଶାନ୍ତି ।
ମିଠା ମିଠା ହଜିଯାଇ ମିଳିଥିବା ସନ୍ତାନମାନଙ୍କୁ ଆତ୍ମିକ ପିତା ପଚାରୁଛନ୍ତି ଏଠାରେ ତୁମେ ବସିଛ, କାହାର ସ୍ମୃତିରେ ବସିଛ ? (ବାପା, ଶିକ୍ଷକ, ସଦଗୁରୁ) ସମସ୍ତେ ଏହି ତିନିଜଣଙ୍କ ସ୍ମୃତିରେ ବସିଛ ? ପ୍ରତ୍ୟେକ ନିଜକୁ ପଚାରନ୍ତୁ କେବଳ ଏଠାରେ ବସି ୟାଦ କରୁଛ ନା ଚଲାବୁଲା କରିବା ସମୟରେ ମଧ୍ୟ ୟାଦ ରହୁଛି ? କାହିଁକି ନା ଏହା ଆଶ୍ଚର୍ଯ୍ୟଜନକ କଥା ଅଟେ । ଆଉ କୌଣସି ଆତ୍ମାକୁ କେବେ ଏପରି କୁହାଯିବ ନାହିଁ । ଯଦିଓ ଏହି ଲକ୍ଷ୍ମୀ ନାରାୟଣ ବିଶ୍ୱର ମାଲିକ ଅଟନ୍ତି କିନ୍ତୁ ତାଙ୍କର ଆତ୍ମାକୁ କେବେ ଏପରି କୁହାଯିବ ନାହିଁ ଯେ ଇଏ ବାପା, ଶିକ୍ଷକ, ସଦଗୁରୁ ମଧ୍ୟ ଅଟନ୍ତି । ସମଗ୍ର ଦୁନିଆରେ ଯେତେ ବି ଜୀବାତ୍ମା ଅଛନ୍ତି, କୌଣସି ଆତ୍ମାକୁ ଏପରି କୁହାଯିବ ନାହିଁ । ତୁମେମାନେ ଏପରି ୟାଦ କରୁଛ । ବୁଦ୍ଧିରେ ଆସୁଛି ଏହି ବାବା, ବାପା, ଶିକ୍ଷକ, ସଦଗୁରୁ ମଧ୍ୟ ଅଟନ୍ତି । ତାହା ପୁଣି ସୁପ୍ରିମ୍ । ତିନିଜଣଙ୍କୁ ୟାଦ କରୁଛ ନା ଜଣଙ୍କୁ ? ଯଦିଓ ସେ ଜଣେ ତଥାପି ତାଙ୍କୁ ତିନିଟି କର୍ତ୍ତବ୍ୟରେ ୟାଦ କରୁଛ । ଶିବବାବା ଆମର ପିତା, ଶିକ୍ଷକ, ସଦଗୁରୁ ମଧ୍ୟ ଅଟନ୍ତି । ଶିବବାବାଙ୍କୁ ଏକ୍ସଟ୍ରା ଅର୍ଡିନାରୀ ଅର୍ଥାତ୍ ଅସାଧାରଣ କୁହାଯାଉଛି । ଯେବେ ବସୁଛ ଅଥବା ଚାଲୁଛ ବୁଲୁଛ ଏକଥା ମନେ ରହିବା ଉଚିତ୍ । ବାବା ପଚାରୁଛନ୍ତି ପିଲାମାନେ ଏପରି ମନେ ପକାଉଛ ଯେ ଇଏ ଆମର ବାପ, ଶିକ୍ଷକ, ସଦଗୁରୁ ମଧ୍ୟ ଅଟନ୍ତି । ଏପରି କୌଣସି ଦେହଧାରୀ ହୋଇପାରିବେ ନାହିଁ । ଦେହଧାରୀଙ୍କ ମଧ୍ୟରେ ନମ୍ବରୱାନ୍ ହେଉଛନ୍ତି କୃଷ୍ଣ, ତାଙ୍କୁ ବାପା, ଶିକ୍ଷକ, ସତଗୁରୁ ତ କହିପାରିବା ନାହିଁ, ଏହା ବିଲକୁଲ୍ ଆଶ୍ଚର୍ଯ୍ୟଜନକ କଥା । ତେଣୁ ବାବାଙ୍କୁ ସତ୍ୟ ବତାଇବା ଉଚିତ୍, ତିନୋଟି ରୂପରେ ୟାଦ କରୁଛ ? ଖାଇବା ସମୟରେ କେବଳ ଶିବବାବାଙ୍କୁ ୟାଦ କରୁଛ ନା ତିନୋଟି ସମ୍ବନ୍ଧ ବୁଦ୍ଧିରେ ଆସୁଛି ? ଆଉ ତ କୌଣସି ଆତ୍ମାକୁ ଏପରି କହିପାରିବା ନାହିଁ । ଏହା ହେଉଛି ୱାଣ୍ଡରଫୁଲ୍ କଥା । ବାବାଙ୍କର ମହିମା ବିଚିତ୍ର ଅଟେ । ତେଣୁ ବାବାଙ୍କୁ ଏହିପରି ୟାଦ ମଧ୍ୟ କରିବାକୁ ହେବ । ତେଣୁ ବୁଦ୍ଧି ନିଶ୍ଚିତ ଶିବବାବାଙ୍କ ପାଖରେ ରହିବ କାରଣ ସେ ଏପରି ୱାଣ୍ଡରଫୁଲ୍ ଅଟନ୍ତି । ବାବା ହିଁ ବସି ନିଜର ପରିଚୟ ଦେଉଛନ୍ତି ପୁଣି ସମଗ୍ର ଚକ୍ରର ଜ୍ଞାନ ମଧ୍ୟ ଦେଉଛନ୍ତି । ଏହିପରି ଏହି ଯୁଗ ଅଟେ ଏବଂ ଏତେ ଏତେ ବର୍ଷର ଅଟେ ଯେଉଁ ଯୁଗର ଚକ୍ର ଘୂରି ଚାଲିଛି । ଏହି ଜ୍ଞାନ ମଧ୍ୟ ସେହି ରଚୟିତା ବାବା ହିଁ ଦେଉଛନ୍ତି । ତେଣୁ ତାଙ୍କୁ ମନେ ପକାଇବା ଦ୍ୱାରା ବହୁତ ସହଯୋଗ ମିଳିବ । ବାପ, ଶିକ୍ଷକ, ଗୁରୁ ଏକମାତ୍ର ସେ ହିଁ ଅଟନ୍ତି । ସର୍ବୋଚ୍ଚ ଆତ୍ମା ଆଉ କେହି ହୋଇପାରିବେ ନାହିଁ । କିନ୍ତୁ ମାୟା ଏପରି ବାବାଙ୍କ ୟାଦ ମଧ୍ୟ ଭୁଲାଇ ଦେଉଥିବାରୁ ଶିକ୍ଷକ ଏବଂ ଗୁରୁଙ୍କୁ ମଧ୍ୟ ଭୁଲିଯାଉଛନ୍ତି । ଏହି କଥାକୁ ପ୍ରତ୍ୟେକ ନିଜ ନିଜର ହୃଦୟରେ ସ୍ୱୀକାର କରିବା ଉଚିତ୍ । ବାବା ଆମକୁ ଏପରି ବିଶ୍ୱର ମାଲିକ କରାଉଛନ୍ତି । ଅବିନାଶୀ ବାବାଙ୍କର ସମ୍ପତ୍ତି ନିଶ୍ଚୟ ଅବିନାଶୀ ହିଁ ହେବ । ତା ସହିତ ଏହି ମହିମା ମଧ୍ୟ ବୁଦ୍ଧିରେ ଆସିବା ଉଚିତ୍, ଚାଲିବା ବୁଲିବା ସମୟରେ ତିନୋଟି ରୂପ ମନେ ପଡୁ । ଏହି ଜଣେ ଆତ୍ମାଙ୍କ ଦ୍ୱାରା ତିନୋଟି ଯାକ ସେବା ଏକତ୍ର ହେଉଛି ସେଥିପାଇଁ ତାଙ୍କୁ ସୁପ୍ରିମ କୁହାଯାଉଛି । ଏବେ କନ୍ଫରେନ୍ସ ଆଦି କରୁଛନ୍ତି, କହୁଛନ୍ତି ବିଶ୍ୱରେ ଶାନ୍ତି କିପରି ହେବ ? ଏସବୁ ବର୍ତ୍ତମାନ ହେଉଛି । ଆସି ବୁଝ । ଶାନ୍ତି ସ୍ଥାପନା କିଏ କରୁଛନ୍ତି ? ତୁମକୁ ବାବାଙ୍କର କାର୍ଯ୍ୟ ସିଦ୍ଧ କରି ବତାଇବାକୁ ହେବ । ବାବାଙ୍କର ଏବଂ କୃଷ୍ଣଙ୍କ କର୍ତ୍ତବ୍ୟରେ ବହୁତ ଫରକ ରହିଛି । ଆଉ ତ ସମସ୍ତଙ୍କର ଶରୀରର ନାମ ହିଁ କୁହାଯାଉଛି । ତାଙ୍କ ଆତ୍ମାର ନାମ ହିଁ ଗାନ କରାଯାଉଛି । ସେହି ଆତ୍ମା ଆମର ବାପା, ଶିକ୍ଷକ, ଗୁରୁ ମଧ୍ୟ ଅଟନ୍ତି । ତାଙ୍କ ଆତ୍ମାରେ ଜ୍ଞାନ ଅଛି କିନ୍ତୁ ସେ କିପରି ଦେବେ ? ଶରୀର ଦ୍ୱାରା ହିଁ ଦେବେ ନା । ଜ୍ଞାନ ଦେଉଥିବାରୁ ତ ମହିମା ଗାନ କରାଯାଉଛି । ଏବେ ଶିବଜୟନ୍ତୀ ସମ୍ବନ୍ଧରେ ପିଲାମାନେ ସମ୍ମିଳନୀ କରୁଛନ୍ତି । ସବୁ ଧର୍ମର ନେତାମାନଙ୍କୁ ଡାକୁଛନ୍ତି । ତୁମକୁ ବୁଝାଇବାକୁ ହେବ ଯେ ଈଶ୍ୱର ସର୍ବବ୍ୟାପୀ ନୁହଁନ୍ତି । ଯଦି ସମସ୍ତଙ୍କ ମଧ୍ୟରେ ଈଶ୍ୱର ଅଛନ୍ତି ତେବେ କଣ ପ୍ରତ୍ୟେକ ଆତ୍ମା ଭଗବାନ ଅର୍ଥାତ୍ ବାପା, ଶିକ୍ଷକ, ଗୁରୁ ମଧ୍ୟ ଅଟନ୍ତି । ତେବେ କୁହ ସମସ୍ତଙ୍କ ମଧ୍ୟରେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଅଛି ? ଏହା ତ କେହି ଶୁଣାଇପାରିବେ ନାହିଁ ।

ତୁମ ଭିତରେ ମଧ୍ୟ ଆସିବା ଦରକାର ଉଚ୍ଚରୁ ଉଚ୍ଚ ବାବାଙ୍କର କେତେ ମହିମା କରାଯାଉଛି । ସେ ସମଗ୍ର ବିଶ୍ୱକୁ ପବିତ୍ର କରାଉଛନ୍ତି । ପ୍ରକୃତି ମଧ୍ୟ ପବିତ୍ର ହୋଇଯାଉଛି । ସମ୍ମିଳନୀରେ ତ ପ୍ରଥମେ ତୁମେ ପଚାରିବ ଯେ ଗୀତାର ଭଗବାନ କିଏ ? ସତ୍ୟଯୁଗୀ ଦେବୀ ଦେବତା ଧର୍ମର ସ୍ଥାପନା କିଏ କରୁଛନ୍ତି ? ଯଦି କୃଷ୍ଣଙ୍କ ନାମ କହିବେ ତେବେ ବାବାଙ୍କୁ ଗୁପ୍ତ କରିଦେବେ ଅଥବା କହିବେ ସେ ନାମ ରୂପରୁ ଅଲଗା ଅଟନ୍ତି । ଯେପରିକି ସେ ନାହାଁନ୍ତି । ତେଣୁ ବାବାଙ୍କ ବିନା ଅନାଥ ହେଲେ ନା । ବେହଦର ବାବାଙ୍କୁ ହିଁ ଜାଣିନାହାଁନ୍ତି । ପରସ୍ପର ଉପରେ କାମ କଟୁରୀ ଚଳାଇ କେତେ ହଇରାଣ କରୁଛନ୍ତି । ପରସ୍ପରକୁ ଦୁଃଖ ଦେଉଛନ୍ତି । ତେଣୁ ଏସବୁ କଥା ତୁମ ବୁଦ୍ଧିରେ ରହିବା ଦରକାର । ତୁଳନା ଦ୍ୱାରା ପ୍ରମାଣ କରିବାକୁ ହେବ ଯେ ଏହି ଲକ୍ଷ୍ମୀ-ନାରାୟଣ ଭଗବାନ ଭଗବତୀ ଅଟନ୍ତି ନା, ଏହାଙ୍କର ମଧ୍ୟ ବଂଶାବଳୀ ଅଛି ନା । ତେବେ ସମସ୍ତେ ନିଶ୍ଚୟ ଏମାନଙ୍କ ପରି ଭଗବାନ-ଭଗବତୀ ହେବା ଦରକାର । ତେଣୁ ତୁମେ ସବୁ ଧର୍ମର ଲେଖକଙ୍କୁ ଡାକୁଛ । ଯିଏ ଭଲ ଭାବରେ ଲେଖାପଢା ଜାଣିଛନ୍ତି, ବାବାଙ୍କ ପରିଚୟ ଦେଇପାରିବେ, ତାଙ୍କୁ ହିଁ ଡାକିବା ଉଚିତ୍ । ତୁମେ ଲେଖିପାରିବ ଯିଏ ଆସି ରଚୟିତା ଏବଂ ରଚନାର ଆଦି, ମଧ୍ୟ, ଅନ୍ତର ପରିଚୟ ଦେଇପାରିବେ ତାଙ୍କ ପାଇଁ ଆମେ ଯିବା ଆସିବା, ରହିବା ଆଦିର ସବୁ ପ୍ରବନ୍ଧ କରିବୁ କିନ୍ତୁ ରଚୟିତା ଓ ରଚନାର ପରିଚୟ ଦେବାକୁ ପଡିବ । ତୁମେ ଏକଥା ତ ଜାଣିଛ ଯେ କେହି ଏହି ଜ୍ଞାନ ଦେଇପାରିବେ ନାହିଁ । ତୁମେ କୁହ ଯଦି କେହି ବିଲାୟତରୁ ମଧ୍ୟ ଆସନ୍ତି, ରଚୟିତା ଏବଂ ରଚନାର ଆଦି, ମଧ୍ୟ, ଅନ୍ତର ପରିଚୟ ଦେଲେ ଆମେ ତାଙ୍କର ଖର୍ଚ୍ଚ ଦେବୁ । ଏପରି ବିଜ୍ଞାପନ ଅନ୍ୟ କେହି କରିପାରିବେ ନାହିଁ । ତୁମେ ତ ବାହାଦୂର ଅଟ ନା । ମହାବୀର-ମହାବୀରଣୀ ଅଟ । ତୁମେ ଜାଣିଛ ଏମାନେ ଅର୍ଥାତ୍ ଲକ୍ଷ୍ମୀ-ନାରାୟଣ କିପରି ବିଶ୍ୱର ବାଦଶାହୀ ନେଇଥିଲେ ? କେଉଁ ବାହାଦୂରୀ କାମ କରିଥିଲେ ? ବୁଦ୍ଧିରେ ଏସବୁ କଥା ଆସିବା ଦରକାର ଯେ ତୁମେ କେତେ ଉଚ୍ଚ କାର୍ଯ୍ୟ କରୁଛ । ସମଗ୍ର ବିଶ୍ୱକୁ ପବିତ୍ର କରୁଛ । ତେଣୁ ବାବା ଏବଂ ସମ୍ପତ୍ତିକୁ ୟାଦ କରିବା ଉଚିତ୍ । କେବଳ ଏକଥା ନୁହେଁ ଯେ ଶିବବାବା ମନେ ଅଛନ୍ତି ? ତାଙ୍କର ମହିମା ମଧ୍ୟ କହିବାକୁ ପଡିବ । ଏହା ହେଉଛି ନିରାକାରଙ୍କର ମହିମା । କିନ୍ତୁ ନିରାକାର ନିଜର ପରିଚୟ କିପରି ଦେବେ ? ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେବା ପାଇଁ ମୁଖ ନିଶ୍ଚୟ ଦରକାର ନା । ମୁଖର କେତେ ମହିମା ରହିଛି । ମନୁଷ୍ୟ ଗଉମୁଖକୁ ତୀର୍ଥ କରିବାକୁ ଯାଇଥାନ୍ତି । କେତେ ଧକ୍କା ଖାଇଥାନ୍ତି । କଣ ସବୁ କଥା ଲେଖି ଦେଇଛନ୍ତି ଯେ ଅର୍ଜ୍ଜୁନ ତୀର ମାରିଲେ ଗଙ୍ଗା ବାହାରିଲା । ଗଙ୍ଗାକୁ ପତିତ ପାବନୀ ଭାବୁଛନ୍ତି । ତେବେ ପାଣି କିପରି ପତିତରୁ ପାବନ କରିପାରିବ । ପତିତ ପାବନ ତ ହେଉଛନ୍ତି ବାବା । ତେଣୁ ବାବା ତୁମକୁ କେତେ ଶିଖାଉଛନ୍ତି । ବାବା ତ କହୁଛନ୍ତି ପିଲେ ଏହିପରି କର । କିଏ ଆସି ବାବା ରଚୟିତାଙ୍କର ଏବଂ ରଚନାର ପରିଚୟ ଦେବ । ସାଧୁ ସନ୍ନ୍ୟାସୀ ଆଦି ଏକଥା ମଧ୍ୟ ଜାଣିଛନ୍ତି ଯେ ଋଷି ମୁନି ଆଦି ସବୁ ନେତି-ନେତି କହୁଥିଲେ, ଆମେ ଜାଣିନାହୁଁ, ଅର୍ଥାତ୍ ନାସ୍ତିକ ଥିଲେ । ଏବେ ପ୍ରୟାସ କରି ଦେଖ କେହି ଆସ୍ତିକ ବାହାରୁଛନ୍ତି ? ଏବେ ତୁମେ ପିଲାମାନେ ନାସ୍ତିକରୁ ଆସ୍ତିକ ହେଉଛ । ତୁମେ ବେହଦର ବାବାଙ୍କୁ ଜାଣିଛ ଯିଏ ତୁମକୁ ଏତେ ଉଚ୍ଚ କରୁଛନ୍ତି । ଡାକୁଛନ୍ତି ମଧ୍ୟ ହେ ଈଶ୍ୱର ପିତା, ମୁକ୍ତ କର । ବାବା ବୁଝାଉଛନ୍ତି, ବର୍ତ୍ତମାନ ରାବଣର ସମଗ୍ର ବିଶ୍ୱ ଉପରେ ରାଜ୍ୟ ଚାଳିଛି । ସମସ୍ତେ ଭ୍ରଷ୍ଟାଚାରୀ ହୋଇଛନ୍ତି ପୁଣି ଶ୍ରେଷ୍ଠାଚାରୀ ମଧ୍ୟ ହେବେ ନା । ତୁମମାନଙ୍କ ବୁଦ୍ଧିରେ ଅଛି ପ୍ରଥମେ ପ୍ରଥମେ ପବିତ୍ର ଦୁନିଆ ଥିଲା । ବାବା କଣ ଆସି ଅପବିତ୍ର ଦୁନିଆ ଗଢିବେ । ବାବା ତ ଆସି ପବିତ୍ର ଦୁନିଆ ସ୍ଥାପନ କରୁଛନ୍ତି, ଯାହାକୁ ଶିବାଳୟ କୁହାଯାଉଛି । ଶିବବାବା ଶିବାଳୟ କରିବେ ନା । ସେ କିପରି କରୁଛନ୍ତି ତାହା ମଧ୍ୟ ତୁମେ ଜାଣିଛ । ମହାପ୍ରଳୟ, ଜଳମୟ ଆଦି ତ ହେଉନାହିଁ । ଶାସ୍ତ୍ରରେ ତ କଣ କଣ ସବୁ ଲେଖିଦେଇଛନ୍ତି । ବାକି ୫ ପାଣ୍ଡବ ବଞ୍ଚିଲେ ଯେଉଁମାନେ ହିମାଳୟ ପାହାଡ ଉପରୁ ଗଳି ପଡିଲେ, ପୁଣି ପରବର୍ତ୍ତୀ ଫଳାଫଳ ବିଷୟରେ କାହାକୁ ଜଣା ନାହିଁ । ଏହି ସବୁ କଥା ବାବା ବସି ବୁଝାଉଛନ୍ତି । ଏକଥା ମଧ୍ୟ ତୁମେ ହିଁ ଜାଣିଛ ସେ ବାପ, ଶିକ୍ଷକ, ସଦଗୁରୁ ମଧ୍ୟ ଅଟନ୍ତି । ସତ୍ୟଯୁଗରେ ତ ଏହି ମନ୍ଦିର ସବୁ ରହିବ ନାହିଁ । ଏହି ଦେବତାମାନେ ଜନ୍ମ ନେଇ ଯାଇଛନ୍ତି, ଯାହାଙ୍କର ସ୍ମୃତିଚିହ୍ନ ମନ୍ଦିର ସବୁ ଏଠାରେ ରହିଛି । ଏସବୁ ଡ୍ରାମାରେ ନିଧାର୍ଯ୍ୟ ହୋଇ ରହିଛି । ସେକେଣ୍ଡକୁ ସେକେଣ୍ଡ ନୂଆ ନୂଆ କଥା ହେଉଛି, ଚକ୍ର ଘୂରି ଚାଲିଛି । ଏବେ ବାବା ସନ୍ତାନମାନଙ୍କୁ ବହୁତ ଭଲ ନିର୍ଦ୍ଦେଶ ଦେଉଛନ୍ତି । ବହୁତ ଦେହ ଅଭିମାନୀ ସନ୍ତାନ ଅଛନ୍ତି ଯେଉଁମାନେ ଭାବୁଛନ୍ତି ଆମେ ସବୁକିଛି ଜାଣିଗଲୁଣି । ମୁରଲୀ ମଧ୍ୟ ପଢୁ ନାହାଁନ୍ତି । ଖାତିରି ହିଁ ନାହିଁ । ବାବା ତାଗିଦ କରୁଛନ୍ତି, କେତେକ ସମୟରେ ମୁରଲୀରେ ବାବା ବହୁତ ଗଭୀର ଜ୍ଞାନଯୁକ୍ତ କଥା ବୁଝାଇଥାନ୍ତି । ତେଣୁ କେବେ ମିସ୍ କରିବା ଅନୁଚିତ୍ । ୧୦-୧୫ ଦିନର ମୁରଲୀ ଯଦି ମିସ୍ ହେଉଛି ତେବେ ତାକୁ ବସି ପଢିବା ଉଚିତ୍ । ଏମିତି ମଧ୍ୟ ବାବା କହୁଛନ୍ତି ଏପରି ଏପରି ଚାଲେଞ୍ଜ୍ ଦିଅ ଏହି ରଚୟିତା ଏବଂ ରଚନାର ଆଦି, ମଧ୍ୟ, ଅନ୍ତ ଜ୍ଞାନ କେହି ଆସି ଦେଲେ ଆମେ ତାଙ୍କର ସମସ୍ତ ଖର୍ଚ୍ଚ ଦେବୁ । ଏପରି ଚାଲେଞ୍ଜ୍ ତ ଯିଏ ଜାଣିଛନ୍ତି ସେ ହିଁ ଦେବେ ନା । ଶିକ୍ଷକ ନିଜେ ଜାଣିଥିବାରୁ ପଚାରନ୍ତି ନା । ନଜାଣି କିପରି ପଚାରିବେ ।

କେହି କେହି ସନ୍ତାନ ମୁରଲୀକୁ ମଧ୍ୟ ବେଖାତିରି କରୁଛନ୍ତି । ବାସ୍ ଆମର ତ ଶିବବାବାଙ୍କ ସହିତ ହିଁ ସମ୍ପର୍କ ରହିଛି । କିନ୍ତୁ ଶିବବାବା ଯାହା ଶୁଣାଉଛନ୍ତି ତାହା ମଧ୍ୟ ଶୁଣିବା ଦରକାର ନା ଏପରି ନୁହେଁ ତାଙ୍କୁ କେବଳ ୟାଦ କରିବା । ବାବା କିପରି ଭଲ ଭଲ ମିଠା ମିଠା କଥା ଶୁଣାଉଛନ୍ତି । କିନ୍ତୁ ମାୟା ବିଲକୁଲ୍ ଅହଂକାରୀ କରିଦେଉଛି । କଥାରେ ଅଛି ନା ମୂଷାକୁ ହଳଦୀ ଗଣ୍ଠିଲିଟିଏ ମିଳିଲା, ଭାବିଲା ମୁଁ ବହୁତ ବଡ ବ୍ୟବସାୟୀ... । ଅନେକ ଅଛନ୍ତି ଯେଉଁମାନେ ମୁରଲୀ ପଢୁନାହାଁନ୍ତି । ମୁରଲୀରେ ନୂଆ ନୂଆ କଥା ଆସୁଛି । ତେଣୁ ଏସବୁ ବୁଝିବାର କଥା । ଯେବେ ବାବାଙ୍କ ସ୍ମୃତିରେ ବସୁଛ ତେବେ ଏକଥା ମଧ୍ୟ ସ୍ମୃତିରେ ଆଣିବାକୁ ହେବ ଯେ ସେ ପିତା, ଶିକ୍ଷକ, ସଦଗୁରୁ ମଧ୍ୟ ଅଟନ୍ତି । ନଚେତ୍ ପଢିବେ କେଉଁଠାରୁ । ବାବା ତ ପିଲାମାନଙ୍କୁ ସବୁ ବୁଝାଇ ଦେଇଛନ୍ତି । ପିଲାମାନେ ହିଁ ବାବାଙ୍କର ପ୍ରତ୍ୟକ୍ଷତା କରିବେ । ସନ୍ ସୋଜ୍ ଫାଦର (ପୁତ୍ର ପିତାଙ୍କୁ ପ୍ରତ୍ୟକ୍ଷ କରନ୍ତି) । ପିତା ପୁଣି ପୁତ୍ରକୁ ପ୍ରତ୍ୟକ୍ଷ କରୁଛନ୍ତି । ଆତ୍ମାର ପ୍ରତ୍ୟକ୍ଷତା କରୁଛନ୍ତି । ପୁଣି ପିଲାମାନଙ୍କ କାମ ହେଉଛି ବାବାଙ୍କୁ ପ୍ରତ୍ୟକ୍ଷ କରିବା । ବାବା ମଧ୍ୟ ପିଲାମାନଙ୍କୁ ଛାଡୁ ନାହାଁନ୍ତି, କହନ୍ତି ଆଜି ଅମୁକ ଜାଗାକୁ ଯାଅ, ଆଜି ସେଠାକୁ ଯାଅ । ବାବାଙ୍କୁ ନିର୍ଦ୍ଦେଶ କରିଲାବାଲା କେହି ଅଛନ୍ତି କି ? ତେଣୁ ଏହି ନିମନ୍ତ୍ରଣ ଆଦି ଖବରକାଗଜରେ ବାହାରିବ । ବର୍ତ୍ତମାନ ସମଗ୍ର ଦୁନିଆ ହେଉଛି ନାସ୍ତିକ । ବାବା ହିଁ ଆସି ଆସ୍ତିକ କରୁଛନ୍ତି । ବର୍ତ୍ତମାନ ସମଗ୍ର ଦୁନିଆ ହେଉଛି ୱର୍ଥ ନଟ୍ ଏ ପେନୀ ଅର୍ଥାତ୍ ପାଇ ପଇସାର ମୂଲ୍ୟ ହୀନ । ଆମେରିକା ପାଖରେ ଯେତେ ଧନ ଦୌଲତ ଥିଲେ ମଧ୍ୟ ୱର୍ଥ ନଟ୍ ଏ ପେନୀ ଅଟେ । ସବୁ ତ ବିନାଶ ହୋଇଯିବ ନା । ସମଗ୍ର ଦୁନିଆରେ ତୁମେ ହିଁ ୱର୍ଥ ପାଉଣ୍ଡ ଅର୍ଥାତ୍ ମୂଲ୍ୟବାନ ହେଉଛ । ସେଠାରେ କେହି କାଙ୍ଗାଳ ହେବେ ନାହିଁ ତୁମକୁ ସର୍ବଦା ଜ୍ଞାନର ସ୍ମରଣ କରି ହର୍ଷିତ ରହିବା ଉଚିତ୍ । ସେଥିପାଇଁ ଗାୟନ ରହିଛି ଅତିନ୍ଦ୍ରିୟ ସୁଖ ଗୋପ ଗୋପୀମାନଙ୍କୁ ପଚାର । ଏହା ସଙ୍ଗମର ହିଁ କଥା । ସଂଗମଯୁଗକୁ କେହି ମଧ୍ୟ ଜାଣିନାହାଁନ୍ତି । ବିହଙ୍ଗମାର୍ଗର ସେବା କରିବା ଦ୍ୱାରା ବୋଧହୁଏ ମହିମା ହେବ । ଗାୟନ ମଧ୍ୟ ଅଛି ଅହୋ ପ୍ରଭୁ ତୁମ ଲୀଳା । ଏକଥା କେହି ହେଲେ ଜାଣିନଥିଲେ ଯେ ଭଗବାନ ବାପ, ଶିକ୍ଷକ, ସଦଗୁରୁ ମଧ୍ୟ ଅଟନ୍ତି । ଏବେ ପିତା ତ ସନ୍ତାନମାନଙ୍କୁ ଶିଖାଇ ଚାଲିଛନ୍ତି । ପିଲାମାନଙ୍କର ଏହି ନିଶା ସ୍ଥାୟୀ ରହିବା ଉଚିତ୍ ଅନ୍ତ ପର୍ଯ୍ୟନ୍ତ ନିଶା ରହିବା ଦରକାର । ଏବେ ତ ନିଶା ତୁରନ୍ତ ସୋଢା ପାଣି ପରି ହୋଇଯାଉଛି । ସୋଢା ପାଣି ମଧ୍ୟ ଏହିପରି ହୋଇଥାଏ ନା । ଅଳ୍ପ ସମୟ ରଖିବା ପରେ ଯେପରି ଖାରିଆ ପାଣି ହୋଇଯାଏ । ପିଲାମାନଙ୍କୁ ଏପରି ତ ହେବା ଅନୁଚିତ୍ । କାହାକୁ ଏପରି ବୁଝାଅ ଯେପରି ସେ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଭଲ ଭଲ କହୁଛନ୍ତି କିନ୍ତୁ ପୁଣି ସମୟ ବାହାର କରି ବୁଝି, ଜୀବନ ଗଢିବା ତାହା ବହୁତ କଷ୍ଟକର ହେଉଛି । ବାବା ମନା କରୁନାହାଁନ୍ତି ଯେ କର୍ମଧନ୍ଦା କର ନାହିଁ । ପବିତ୍ର ହୁଅ ଏବଂ ଯାହା ପଢାଉଛି ତାକୁ ମନେପକାଅ । ଇଏ ତ ଶିକ୍ଷକ ଅଟନ୍ତି ନା ଏବଂ ଏହା ହେଉଛି ଅସାଧାରଣ ପାଠପଢା । କୌଣସି ମନୁଷ୍ୟ ପଢାଇ ପାରିବେ ନାହିଁ । ବାବା ହିଁ ଭାଗ୍ୟଶାଳୀ ରଥରେ ଆସି ପଢାଉଛନ୍ତି । ବାବା ବୁଝାଉଛନ୍ତି ଏହା ହେଉଛି ତୁମର ସିଂହାସନ ଯାହା ଉପରେ ଅକାଳ ମୂର୍ତ୍ତ ଆତ୍ମା ଆସି ବସୁଛି । ତାଙ୍କୁ ଏହି ସମସ୍ତ ପାର୍ଟ ମିଳିଛି । ଏବେ ତୁମେ ଜାଣୁଛ ଏହା ହେଉଛି ବାସ୍ତବ କଥା । ବାକି ସେସବୁ ହେଲା ଆର୍ଟିଫିସିଆଲ୍ କଥା । ଏହାକୁ ଭଲ ଭାବରେ ଧାରଣ କରି ଗଣ୍ଠି ପକାଇନିଅ । ତେବେ ହାତ ବାଜିଲେ ମନେପଡିବେ । କିନ୍ତୁ ଗଣ୍ଠି କାହିଁକି ବାନ୍ଧିଛନ୍ତି, ପିଲାମାନେ ତାହା ମଧ୍ୟ ଭୁଲିଯାଉଛନ୍ତି । ତୁମକୁ ଏହା ପକ୍କା ୟାଦ କରିବାକୁ ହେବ । ବାବାଙ୍କ ୟାଦ ସହିତ ଜ୍ଞାନ ମଧ୍ୟ ଦରକାର । ମୁକ୍ତି ଏବଂ ଜୀବନମୁକ୍ତି ମଧ୍ୟ ରହିଛି ନା । ବହୁତ ମଧୁର ସନ୍ତାନ ହୁଅ । ବାବା ମଧ୍ୟ ଭାବୁଛନ୍ତି କଳ୍ପ କଳ୍ପ ଏହି ସନ୍ତାନମାନେ ପଢୁଛନ୍ତି । ପୁରୁଷାର୍ଥର କ୍ରମାନୁସାରେ ହିଁ ବର୍ସା ନେବେ । ତଥାପି ଶିକ୍ଷକ ପଢାଇବାର ପୁରୁଷାର୍ଥ କରାଇବେ ନା । ତୁମେ ଘଡିକୁ ଘଡି ଭୁଲିଯାଉଛ ସେଥିପାଇଁ ମନେ ପକାଇ ଦିଆଯାଉଛି । ଶିବବାବାଙ୍କୁ ୟାଦ କର । ସେ ହିଁ ବାପା, ଶିକ୍ଷକ, ସଦଗୁରୁ ଅଟନ୍ତି । ଛୋଟ ପିଲା ଏପରି ୟାଦ କରିପାରିବେ ନାହିଁ । କୃଷ୍ଣଙ୍କ ପାଇଁ କୁହାଯିବ ନାହିଁ ଯେ ସେ ବାପ, ଶିକ୍ଷକ, ସଦଗୁରୁ ଅଟନ୍ତି । ସତ୍ୟଯୁଗର ରାଜକୁମାର କୃଷ୍ଣ ପୁଣି ଗୁରୁ କିପରି ହେବେ । ଦୁର୍ଗତି ସମୟରେ ଗୁରୁ ଦରକାର । ଗାୟନ ମଧ୍ୟ ଅଛି ବାବା ଆସି ସମସ୍ତଙ୍କର ସଦଗତି କରୁଛନ୍ତି । କୃଷ୍ଣଙ୍କୁ ତ ଏପରି ଶ୍ୟାମଳ କରିଦେଉଛନ୍ତି ଯେପରି କଳା କୋଇଲା । ବାବା କହୁଛନ୍ତି ବର୍ତ୍ତମାନ ସମସ୍ତେ କାମ ଚିତାରେ ଭସ୍ମ ହୋଇ କଳା କୋଇଲା ହୋଇଯାଇଛନ୍ତି ତେଣୁ ଶ୍ୟାମଳ କୁହାଯାଉଛି । ବୁଝିବା ନିମନ୍ତେ କେତେ ଗୁହ୍ୟ କଥା ଅଟେ । ଗୀତା ତ ସମସ୍ତେ ପଢୁଛନ୍ତି । ଭାରତବାସୀ ହିଁ ସବୁ ଶାସ୍ତ୍ରକୁ ମାନୁଛନ୍ତି । ସମସ୍ତଙ୍କ ଚିତ୍ର ରଖୁଛନ୍ତି । ତେବେ ତାଙ୍କୁ କଣ କହିବା ? ବ୍ୟଭିଚାରୀ ଭକ୍ତି ହେଲା ନା । ଏକ ଶିବଙ୍କର ଭକ୍ତି ହିଁ ଅବ୍ୟଭିଚାରୀ ଭକ୍ତି ଅଟେ । ଜ୍ଞାନ ମଧ୍ୟ ଏକମାତ୍ର ଶିବବାବାଙ୍କଠାରୁ ମିଳୁଛି । ଏହି ଜ୍ଞାନ ହିଁ ଅଲଗା । ଏହାକୁ ଆଧ୍ୟାତ୍ମିକ ଜ୍ଞାନ କୁହାଯାଉଛି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବିନାଶୀ ନିଶାକୁ ଛାଡି ଅଲୌକିକ ନିଶା ରହୁ ଯେ ଆମେ ଏବେ ୱର୍ଥ ନଟ୍ ଏ ପେନୀ ଅର୍ଥାତ୍ ମୂଲ୍ୟହୀନରୁ ୱର୍ଥ ପାଉଣ୍ଡ୍ ଅର୍ଥାତ୍ ମୂଲ୍ୟବାନ୍ ହେଉଛୁ । ସ୍ୱୟଂ ଭଗବାନ ଆମକୁ ପଢାଉଛନ୍ତି, ଆମର ପାଠପଢା ଅସାଧାରଣ ଅଟେ ।

(୨) ଆସ୍ତିକ ହୋଇ ବାବାଙ୍କୁ ପ୍ରତ୍ୟକ୍ଷ କରିଲା ଭଳି ସେବା କରିବାକୁ ହେବ । କେବେ ବି ଅହଂକାରୀ ହୋଇ ମୁରଲୀ ବନ୍ଦ କରିବା ଅନୁଚିତ୍ ।

ବରଦାନ:-
ପ୍ରତି ପାଦରେ ବରଦାତାଙ୍କଠାରୁ ବରଦାନ ପ୍ରାପ୍ତ କରି ମେହନତରୁ ମୁକ୍ତ ରହୁଥିବା ଅଧିକାରୀ ଆତ୍ମା ହୁଅ ।

ଯେଉଁମାନେ ବରଦାତାଙ୍କର ହିଁ ସନ୍ତାନ ଅଟନ୍ତି ସେମାନଙ୍କୁ ପ୍ରତି ପାଦରେ ବରଦାତାଙ୍କଠାରୁ ବରଦାନ ସ୍ୱତଃ ପ୍ରାପ୍ତି ହୋଇଥାଏ । ବରଦାନ ହିଁ ସେମାନଙ୍କର ପାଳନା ଅଟେ । ବରଦାନର ପାଳନା ଦ୍ୱାରା ହିଁ ସେମାନେ ପାଳିତ ହୋଇଥାନ୍ତି । ବିନା ମେହନତରେ ଏତେ ଗୁଡିଏ ଶ୍ରେଷ୍ଠ ପ୍ରାପ୍ତିର ଅଧିକାରୀ ହେବାକୁ ହିଁ ବରଦାନ କୁହାଯାଏ । ତେଣୁ ଜନ୍ମ ଜନ୍ମ ପାଇଁ ଏହିଭଳି ପ୍ରାପ୍ତିର ଅଧିକାରୀ ହୋଇଗଲ । ପ୍ରଦିପାଦରେ ବରଦାତାଙ୍କର ବରଦାନ ପ୍ରାପ୍ତି ହେଉଛି ଏବଂ ସଦାକାଳ ପାଇଁ ମିଳୁଥିବ । ଅଧିକାରୀ ଆତ୍ମାଙ୍କ ପାଇଁ ଦୃଷ୍ଟି ଦ୍ୱାରା, ବାଣୀ ଦ୍ୱାରା, ସମ୍ବନ୍ଧ ଦ୍ୱାରା ବରଦାନ ହିଁ ବରଦାନ ପ୍ରାପ୍ତ ହେଉଥାଏ ।

ସ୍ଲୋଗାନ:-
ସମୟର ଗତି ଅନୁସାରେ ପୁରୁଷାର୍ଥର ଗତିକୁ ତୀବ୍ର କର ।