09.11.23          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ: - ଦେହ-ଅଭିମାନୀ ହେବା ଦ୍ୱାରା ହିଁ ମାୟାର ଚାପୁଡା ଲାଗିଥାଏ, ତେଣୁ ଦେହୀ-ଅଭିମାନୀ ହୁଅ ତେବେ ଯାଇ ବାବାଙ୍କର ପ୍ରତ୍ୟେକ ଶ୍ରୀମତକୁ ପାଳନ କରିପାରିବ ।”

ପ୍ରଶ୍ନ:-
ବାବାଙ୍କ ନିକଟରେ ଦୁଇ ପ୍ରକାରର ପୁରୁଷାର୍ଥୀ ସନ୍ତାନ ଅଛନ୍ତି, ସେମାନେ କିଏ?

ଉତ୍ତର:-
ଗୋଟିଏ ପ୍ରକାରର ସନ୍ତାନ ଅଛନ୍ତି ଯେଉଁମାନେ କି ବାବାଙ୍କଠାରୁ ସମ୍ପତ୍ତି ନେବାର ପୂରା-ପୂରା ପୁରୁଷାର୍ଥ କରିଥା’ନ୍ତି ଏବଂ ପ୍ରତିପାଦରେ ବାବାଙ୍କଠାରୁ ରାୟ ନେଇଥା’ନ୍ତି । ଆଉ ଏମିତି ବି ସନ୍ତାନମାନେ ଅଛନ୍ତି ଯେଉଁମାନେ କି ବାବାଙ୍କୁ ଛାଡପତ୍ର ଦେବାର ପୁରୁଷାର୍ଥ କରିଥା’ନ୍ତି । କେହି-କେହି ଅଛନ୍ତି ଯେଉଁମାନେ କି ଦୁଃଖରୁ ମୁକ୍ତ ହେବା ପାଇଁ ବାବାଙ୍କୁ ବହୁତ-ବହୁତ ମନେ ପକାଉଛନ୍ତି, ଆଉ କେହି ପୁଣି ଦୁଃଖର ବନ୍ଧନରେ ବାନ୍ଧି ହେବାକୁ ଚାହୁଁଛନ୍ତି, ଏହା ମଧ୍ୟ ଆଶ୍ଚର୍ଯ୍ୟର କଥା ନା ।

ଗୀତ:-
ମହଫିଲ ମେଁ ଜଲ ଉଠି ଶମା....

ଓମ୍ ଶାନ୍ତି ।
ପିଲାମାନେ ତ ଏହି ଗୀତ ବହୁତ ଥର ଶୁଣିଛନ୍ତି । କିନ୍ତୁ ନୂଆ ପିଲାମାନେ ନୂଆ କରି ଶୁଣୁଥିବେ । ଯେତେବେଳେ ବାବା ଆସୁଛନ୍ତି ପ୍ରଥମେ ନିଜର ପରିଚୟ ଦେଉଛନ୍ତି । ତେଣୁ ପିଲାମାନଙ୍କୁ ବାବାଙ୍କର ପରିଚୟ ମିଳିଯାଇଛି । ଜାଣିଛନ୍ତି ଯେ, ଏବେ ଆମେ ବେହଦର ମାତା-ପିତାଙ୍କର ସନ୍ତାନ ହୋଇଛୁ । ତେବେ ନିଶ୍ଚତ ଭାବରେ ମନୁଷ୍ୟ ସୃଷ୍ଟିର ରଚୟିତା ମାତା-ପିତା ମଧ୍ୟ କେହି ଥିବେ । କିନ୍ତୁ ମାୟା ମନୁଷ୍ୟମାନଙ୍କର ବୁଦ୍ଧିକୁ ବିଲ୍‌କୁଲ୍ ଅକାମୀ କରିଦେଇଛି । ତେଣୁ ଏତେ ସାଧାରଣ କଥା ମଧ୍ୟ ବୁଦ୍ଧିରେ ପଶୁନାହିଁ । ସମସ୍ତେ କହୁଛନ୍ତି ଆମକୁ ଭଗବାନ ସୃଷ୍ଟି କରିଛନ୍ତି । ତେବେ ନିଶ୍ଚିତ ଭାବରେ ପିତା-ମାତା ଉଭୟ ଥିବେ ନା । ଭକ୍ତିମାର୍ଗରେ ଭଗବାନଙ୍କୁ ମନେ ପକାଇଥା’ନ୍ତି । ପ୍ରତ୍ୟେକ ଧର୍ମାବଲମ୍ବୀ ଈଶ୍ୱର ପିତାଙ୍କୁ ନିଶ୍ଚିତ ଭାବରେ ମନେ ପକାଇଥା’ନ୍ତି । ଭକ୍ତ ନିଜେ ତ ଭଗବାନ ହୋଇପାରିବ ନାହିଁ । ଭକ୍ତମାନେ ହିଁ ଭଗବାନଙ୍କର ବନ୍ଦନା କରିଥା’ନ୍ତି । ଈଶ୍ୱର ପିତା ତ ନିଶ୍ଚିତ ଭାବରେ ସମସ୍ତଙ୍କର ଜଣେ ହିଁ ହେବେ ନା ଅର୍ଥାତ୍ ସବୁ ଆତ୍ମାମାନଙ୍କର ପିତା ଜଣେ । କିନ୍ତୁ ସମସ୍ତଙ୍କର ଶରୀରର ପିତା ଜଣେ ହୋଇପାରିବେ ନାହିଁ । ଶାରୀରିକ ପିତା ତ ଅନେକ ଅଛନ୍ତି । ତେବେ ଶରୀରର ପିତା ଥାଇ ମଧ୍ୟ ‘ହେ ଈଶ୍ୱର’ କହି ମନେ ପକାଉଛନ୍ତି । ବାବା ବୁଝାଉଛନ୍ତି - ମନୁଷ୍ୟମାନେ ବୁଦ୍ଧିହୀନ ହୋଇଯାଇଛନ୍ତି ତେଣୁ ନିଜର ପିତାଙ୍କର ପରିଚୟକୁ ହିଁ ଭୁଲିଯାଇଛନ୍ତି । ତୁମେମାନେ ଜାଣିଛ ସ୍ୱର୍ଗର ରଚୟିତା ନିଶ୍ଚିତ ଭାବରେ ଏକମାତ୍ର ବାବା ହିଁ ଅଟନ୍ତି । ବର୍ତ୍ତମାନ ହେଲା କଳିଯୁଗ । ତେଣୁ ନିଶ୍ଚିତ ଏହି କଳିଯୁଗର ବିନାଶ ହେବ । “ପ୍ରାୟଃ ଲୋପ” ଏହି ଅକ୍ଷର ତ ପ୍ରତ୍ୟେକ କଥା ପାଇଁ ଲାଗୁ ହେବ । ପିଲାମାନେ ଜାଣିଛନ୍ତି - ସତ୍ୟଯୁଗ ଏବେ ପ୍ରାୟଃ ଲୋପ ହୋଇଯାଇଛି । ଆଚ୍ଛା, ଏବେ ପ୍ରଶ୍ନ ଉଠୁଛି ଯେ ସତ୍ୟଯୁଗ ନିବାସୀଙ୍କୁ ଏକଥା କ’ଣ ଜଣାଥିବ ଯେ ସତ୍ୟଯୁଗ ପ୍ରାୟଃ ଲୋପ ହୋଇ ପୁଣି ତ୍ରେତା ଆସିବ? ନାଁ, ସେଠାରେ ଏହି ଜ୍ଞାନର ଆବଶ୍ୟକତା ନାହିଁ । ଏହି କଥା କାହାରି ବୁଦ୍ଧିରେ ନାହିଁ - ସୃଷ୍ଟି ଚକ୍ର କିପରି ଘୂରୁଛି, ଆମର ପାରଲୌକିକ ପିତା କିଏ? ଏକଥା କେବଳ ତୁମେମାନେ ହିଁ ଜାଣିଛ । ମନୁଷ୍ୟମାନେ ଗାୟନ କରୁଛନ୍ତି ତୁମେ ମାତା-ପିତା ଆମେ ତୁମର ବାଳକ... କିନ୍ତୁ ତାଙ୍କୁ କେହି ଜାଣିନାହାଁନ୍ତି । ତେଣୁ ଏହି କଥା କହିବା ମଧ୍ୟ ନ କହିବା ସଂଗେ ସମାନ ହୋଇଯାଉଛି । ବାବାଙ୍କୁ ଭୁଲିଯାଇଥିବା କାରଣରୁ ଅନାଥ ହୋଇଯାଇଛନ୍ତି । ବାବା ଆସି ପ୍ରତ୍ୟେକ କଥା ବୁଝାଉଛନ୍ତି । ତେଣୁ ପ୍ରତିପାଦରେ ଶ୍ରୀମତକୁ ଅନୁସରଣ କର, ନଚେତ୍ କେବେ ବି ମାୟା ବହୁତ ଧୋକା ଦେଇ ଦେବ । ମାୟା ବହୁତ ଧୋକାବାଜ । ମାୟାଠାରୁ ମୁକ୍ତ କରିବା - ଏହା ବାବାଙ୍କର ହିଁ କାମ । ରାବଣ ତ ଦୁଃଖ ଦାତା ଅଟେ । ବାବା ସୁଖଦାତା ଅଟନ୍ତି । ମନୁଷ୍ୟମାନେ ଏହି କଥାକୁ ବୁଝିପାରିବେ ନାହିଁ । ସେମାନେ ଭାବୁଛନ୍ତି ଦୁଃଖ ସୁଖ ସବୁ ଭଗବାନ ହିଁ ଦେଉଛନ୍ତି । ବାବା ବୁଝାଉଛନ୍ତି - ମନୁଷ୍ୟ ବିବାହ କରି ଦୁଃଖୀ ହେବା ପାଇଁ କେତେ ଖର୍ଚ୍ଚ କରୁଛନ୍ତି । ଏଠାରେ ପବିତ୍ରମାନଙ୍କୁ ଅପବିତ୍ର କରିବାର ପୁରୁଷାର୍ଥ କରାଯାଉଛି । ଏ କଥା ମଧ୍ୟ ତୁମେମାନେ ହିଁ ବୁଝୁଛ, ଦୁନିଆ ବୁଝୁନାହିଁ । ବିଷୟ ସାଗରରେ ଅର୍ଥାତ୍ ବିକାରରେ ବୁଡିବା ପାଇଁ କେତେ ଉତ୍ସବ ପାଳନ କରୁଛନ୍ତି । ସେମାନଙ୍କୁ ଏକଥା ଜଣାନାହିଁ ଯେ, ସତ୍ୟଯୁଗରେ ବିକାର ରହିବ ନାହିଁ । ସତ୍ୟଯୁଗ ହେଉଛି କ୍ଷୀର ସାଗର । କଳିଯୁଗକୁ ବିଷୟ ସାଗର ବୋଲି କୁହାଯାଉଛି । ସତ୍ୟଯୁଗ ହେଉଛି ସଂପୂର୍ଣ୍ଣ ନିର୍ବିକାରୀ ଦୁନିଆ । ଯଦିଓ ତ୍ରେତାରେ ଦୁଇକଳା କମ୍ ହୋଇଯାଇଥାଏ, ତେବେ ମଧ୍ୟ ତାକୁ ନିର୍ବିକାରୀ ଦୁନିଆ କୁହାଯିବ । କାରଣ ସେଠାରେ ବିକାର ରହିବ ନାହିଁ କାହିଁକି ନା ରାବଣର ରାଜ୍ୟ ଦ୍ୱାପରରୁ ଆରମ୍ଭ ହେଉଛି । ଅଧା-ଅଧା ଅଟେ ନା । ଜ୍ଞାନ ସାଗର ଏବଂ ଅଜ୍ଞାନ ସାଗର । ଅଜ୍ଞାନତା ମଧ୍ୟ ସାଗର ଭଳି ରହିଛି ନା ।

ମନୁଷ୍ୟମାନେ କେତେ ଅଜ୍ଞାନୀ ଅଟନ୍ତି । ବାବାଙ୍କୁ ମଧ୍ୟ ଜାଣିନାହାଁନ୍ତି । କେବଳ କହୁଛନ୍ତି, ଏହିପରି କରିବା ଦ୍ୱାରା ଭଗବାନ ମିଳିଯିବେ । କିନ୍ତୁ ସେମାନଙ୍କୁ କିଛି ବି ମିଳୁନାହିଁ । ଯେତେବେଳେ ମୁଣ୍ଡ ପିଟି-ପିଟି ଦୁଃଖୀ, ଅନାଥ ହୋଇଯାଉଛନ୍ତି - ସେତେବେଳେ ଯାଇ ମୁଁ ଆସୁଛି । ପିତା ନ ଥିବା କାରଣରୁ ମାୟା ଅଜଗର ସମସ୍ତଙ୍କୁ ଗିଳି ଦେଇଛି । ବାବା ବୁଝାଉଛନ୍ତି ମାୟା ବହୁତ ଶକ୍ତିଶାଳୀ ଅଟେ । ତେଣୁ ପିତା ନ ଥିବା କାରଣରୁ ବହୁତ ଧୋକା ଖାଉଛନ୍ତି । କାହାକୁ କାମ ବିକାରର ଚାପୁଡା, କାହାକୁ ମୋହର ଚାପୁଡା ଲାଗୁଛି । ଦେହ-ଅଭିମାନୀ ହେଲେ ହିଁ ଚାପୁଡା ଲାଗୁଛି । ତେବେ ଦେହୀ-ଅଭିମାନୀ ହେବା ପାଇଁ ପରିଶ୍ରମ କରିବାକୁ ପଡିବ ସେଥିପାଇଁ ବାବା ବାରମ୍ବାର କହୁଛନ୍ତି ସାବଧାନ ରୁହ, ମନମନାଭବ । ଯଦି ତୁମେ ବାବାଙ୍କୁ ମନେ ନ ପକାଇବ ତେବେ ମାୟା ଚାପୁଡା ଲଗାଇଦେବ ସେଥିପାଇଁ ନିରନ୍ତର ମନେ ପକାଇବାର ଅଭ୍ୟାସ କର । ନଚେତ୍ ମାୟା ତୁମ ଦ୍ୱାରା ଓଲଟା କର୍ମ କରାଇଦେବ । ତୁମକୁ ଠିକ୍‌-ଭୁଲ୍ ନିର୍ଣ୍ଣୟ କରିବା ପାଇଁ ବୁଦ୍ଧି ତ ମିଳିଛି ନା । ଯଦି କେଉଁଠାରେ ଦ୍ୱନ୍ଦ୍ୱରେ ପଡୁଛ ତେବେ ବାବାଙ୍କୁ ପଚାର । ତୁମେମାନେ ଟେଲିଗ୍ରାମ ଦ୍ୱାରା, ଚିଠି ଦ୍ୱାରା ଅଥବା ଫୋନ୍‌ରେ ମଧ୍ୟ ପଚାରି ପାରିବ । ସକାଳୁ-ସକାଳୁ ଫୋନ ତୁରନ୍ତ ଲାଗିଯାଏ କାହିଁକି ନା ସେହି ସମୟରେ ତୁମ ବ୍ୟତୀତ ବାକି ସମସ୍ତେ ଶୋଇ ରହିଥା’ନ୍ତି । ତେଣୁ ତୁମେ ଫୋନ ଦ୍ୱାରା ପଚାରିପାରିବ । ଦିନକୁ ଦିନ ଫୋନର ଧ୍ୱନି ମଧ୍ୟ ସୁଧୁରିବାରେ ଲାଗିଛି । ଯେହେତୁ ସରକାର ଗରୀବ ତେଣୁ ଖର୍ଚ୍ଚ ମଧ୍ୟ ସେହି ହିସାବରେ କରୁଛନ୍ତି । ବର୍ତ୍ତମାନ ସମୟରେ ତ ସମସ୍ତଙ୍କର ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ଅର୍ଥାତ୍ ସମସ୍ତେ ତମଃପ୍ରଧାନ ହୋଇଯାଇଛନ୍ତି, ବିଶେଷ କରି ଭାରତବାସୀମାନଙ୍କୁ ରଜଃ-ତମଃଗୁଣୀ କାହିଁକି କୁହାଯାଉଛି? କାହିଁକି ନା ଏହିମାନେ ହିଁ ସବୁଠାରୁ ଅଧିକ ସତୋପ୍ରଧାନ ଥିଲେ । ଅନ୍ୟ ଧର୍ମାବଲମ୍ବୀ ନା ଏତେ ସୁଖ ଦେଖୁଛନ୍ତି, ନା ତାଙ୍କର ଏତେ ଦୁଃଖ ଦେଖିବାର ଅଛି । ସେମାନେ ବର୍ତ୍ତମାନ ସୁଖରେ ଅଛନ୍ତି, ସେଥିପାଇଁ ତ ଏତେ ଖାଦ୍ୟ ଶସ୍ୟ ଆଦି ପଠାଉଛନ୍ତି । ସେମାନଙ୍କର ବୁଦ୍ଧି ଏବେ ରଜଃପ୍ରଧାନ ଅଟେ । ବିନାଶ ପାଇଁ କେତେ ସବୁ ଉଦ୍ଭାବନ କରୁଛନ୍ତି । କିନ୍ତୁ ସେମାନଙ୍କୁ ଏସବୁ କଥା ଜଣା ନାହିଁ, ସେଥିପାଇଁ ସେମାନଙ୍କ ପାଖକୁ ଚିତ୍ର ଆଦି ପଠାଇବାକୁ ପଡିବ, ତେବେ ସେମାନେ ମଧ୍ୟ ଜାଣିଯିବେ, ଶେଷରେ ବୁଝିଯିବେ ଯେ ଏହି ଚିତ୍ର ଆଦି ତ ବହୁତ ଭଲ । ଏହି ଚିତ୍ର ଉପରେ ଈଶ୍ୱରୀୟ ଉପହାର ବୋଲି ଲେଖାଯାଇଛି । ଯେତେବେଳେ ବିପଦର ସମୟ ଆସିବ ସେତେବେଳେ ସବୁ କଥା ଜଣା ପଡିଯିବ ଏବଂ ବୁଝିପାରିବେ - ବାସ୍ତବରେ ଏହା ଆମକୁ ମିଳିଥିଲା । ତେଣୁ ଏହି ଚିତ୍ର ଦ୍ୱାରା ବହୁତ ସେବା ହୋଇପାରିବ । ବିଚରା ଏମାନେ ବାବାଙ୍କୁ ତ ଜାଣି ନାହାଁନ୍ତି । ସୁଖଦାତା ତ ଏକମାତ୍ର ବାବା ହିଁ ଅଟନ୍ତି । ସମସ୍ତେ ତାଙ୍କୁ ମନେ ପକାଉଛନ୍ତି । ଏହି ଚିତ୍ରଗୁଡିକ ଦ୍ୱାରା ଭଲ ଭାବରେ ବୁଝିପାରିବେ । ଏବେ ଦେଖ ୩ ପାଦ ଭୂମି ମଧ୍ୟ ମିଳୁନାହିଁ କିନ୍ତୁ ତୁମେ ସାରା ବିଶ୍ୱର ମାଲିକ ହୋଇଯାଉଛ । ଏହି ଚିତ୍ର ବିଦେଶରେ ମଧ୍ୟ ବହୁତ ସେବା କରିବ । କିନ୍ତୁ ପିଲାମାନଙ୍କର ଏହି ଚିତ୍ର ପ୍ରତି ଏତେ ଖାତିର ନାହିଁ । ଖର୍ଚ୍ଚ ତ ନିଶ୍ଚିତ ହେବ । ସ୍ୱାଧୀନତା ପ୍ରାପ୍ତ କରିବାରେ ସରକାରଙ୍କର କୋଟି-କୋଟି ଟଙ୍କା ଖର୍ଚ୍ଚ ହୋଇଥିବ ଏବଂ କେତେ ଲକ୍ଷ ଲୋକ ମରିଥିବେ । ଏଠାରେ ତ ମରିବାର କୌଣସି କଥା ନାହିଁ । ତେଣୁ ତୁମକୁ ଶ୍ରୀମତ ଆଧାରରେ ଭଲ ଭାବରେ ପୁରୁଷାର୍ଥ କରିବାକୁ ହେବ, ତେବେ ଯାଇ ଶ୍ରେଷ୍ଠ ପଦ ପାଇପାରିବ । ନଚେତ୍ ଅନ୍ତିମ ସମୟରେ ଦଣ୍ଡ ଭୋଗ କରିବା ସମୟରେ ବହୁତ ପଶ୍ଚାତାପ କରିବ । ଇଏ ପିତା ମଧ୍ୟ ଅଟନ୍ତି ଏବଂ ଧର୍ମରାଜ ମଧ୍ୟ ଅଟନ୍ତି । ବାବା କହୁଛନ୍ତି ମୁଁ ପତିତ ଦୁନିଆକୁ ଆସି ପିଲାମାନଙ୍କୁ ୨୧ ଜନ୍ମ ପାଇଁ ସ୍ୱରାଜ୍ୟ ଦେଉଛି । କିନ୍ତୁ ଯଦି କୌଣସି ବିନାଶକାରୀ କର୍ତ୍ତବ୍ୟ କରିଲ ତେବେ ପୂରା ଦଣ୍ଡ ଭୋଗ କରିବ । ଏପରି ଭାବନାହିଁ ଯେ ଯାହା ହେବ ଦେଖାଯିବ, ପରବର୍ତ୍ତୀ ଜନ୍ମ କଥା କିଏ ଭାବୁଛି । ମନୁଷ୍ୟମାନେ ଦାନ ପୂଣ୍ୟ ମଧ୍ୟ ପରବର୍ତ୍ତୀ ଜନ୍ମ ପାଇଁ କରିଥା’ନ୍ତି । ତୁମେମାନେ ବର୍ତ୍ତମାନ ଯାହା ସବୁ କରୁଛ ତାହା ୨୧ ଜନ୍ମ ପର୍ଯ୍ୟନ୍ତ ମିଳିବ । ସେମାନେ ଯାହା କିଛି କରୁଛନ୍ତି ତାହା ଅଳ୍ପ କାଳ ପାଇଁ ଏବଂ ଏହି ନର୍କରେ ହିଁ ତା’ର ପ୍ରତିଦାନ ମିଳିବ । କିନ୍ତୁ ତୁମକୁ ଏହାର ଫଳ ସ୍ୱର୍ଗରେ ମିଳିବ । ତେଣୁ ତାଙ୍କ ଏବଂ ତୁମମାନଙ୍କ ଭିତରେ ରାତି-ଦିନର ଫରକ ରହିଛି । ତୁମେମାନେ ସ୍ୱର୍ଗରେ ୨୧ ଜନ୍ମ ପାଇଁ ପ୍ରାରବ୍ଧ ଭୋଗ କରୁଛ । ପ୍ରତ୍ୟେକ କଥାରେ ଶ୍ରୀମତ ପାଳନ କଲେ ତୁମର ଜୀବନ ରୂପି ନୌକା ପାରି ହୋଇଯିବ । ବାବା କହୁଛନ୍ତି ତୁମମାନଙ୍କୁ ନୟନରେ ବସାଇ ବହୁତ ଆରାମରେ ନେଇଯିବି । ତୁମେମାନେ ବହୁତ ଦୁଃଖ ଭୋଗ କରିଛ । ବର୍ତ୍ତମାନ ମୁଁ ତୁମକୁ କହୁଛି ମୋତେ ମନେ ପକାଅ । ତୁମେ ଅଶରୀରୀ ହୋଇ ଆସିଥିଲ, ଏଠାରେ ଅଭିନୟ କରିଲ ପୁଣି ତୁମକୁ ଏବେ ଘରକୁ ଯିବାକୁ ହେବ । ଏହା ହେଉଛି ତୁମର ଅବିନାଶୀ ଅଭିନୟ । ଏହି କଥାକୁ ଦେହ-ଅଭିମାନୀ ଅହଂକାରୀ ବୈଜ୍ଞାନିକମାନେ ବୁଝିପାରିବେ ନାହିଁ । ଆତ୍ମା କେତେ ଛୋଟ ତାରା ସମାନ ଅଟେ, ଏଥିରେ ଅବିନାଶୀ ପାର୍ଟ ସଦାକାଳ ପାଇଁ ଭରି ହୋଇ ରହିଛି ଯାହାକି କେବେ ସମାପ୍ତ ହୁଏ ନାହିଁ । ବାବା ମଧ୍ୟ କହୁଛନ୍ତି, ମୁଁ ରଚୟିତା ଏବଂ ଅଭିନେତା ମଧ୍ୟ ଅଟେ । ମୁଁ କଳ୍ପ-କଳ୍ପ ଏହି ଅଭିନୟ କରିବାକୁ ଆସୁଛି । କହୁଛନ୍ତି ପରମାତ୍ମା ମନ-ବୁଦ୍ଧି ସହିତ ଚୈତନ୍ୟ ଅଟନ୍ତି, ଜ୍ଞାନର ସାଗର ଅଟନ୍ତି, କିନ୍ତୁ ସେ କିଏ ଏକଥା କେହି ଜାଣିନାହାଁନ୍ତି । ଯେପରି ତୁମେ ଆତ୍ମା ତାରକା ସଦୃଶ, ସେହିପରି ମୁଁ ମଧ୍ୟ ତାରକା ସଦୃଶ ଅଟେ । ଭକ୍ତିମାର୍ଗରେ ମଧ୍ୟ ମୋତେ ମନେ ପକାଉଛନ୍ତି କାହିଁକି ନା ସମସ୍ତେ ଦୁଃଖୀ ହୋଇଯାଇଛନ୍ତି, ମୁଁ ଆସି ତୁମମାନଙ୍କୁ ନିଜ ସାଥୀରେ ନେଇଯାଉଛି । ତେଣୁ ମୁଁ ମଧ୍ୟ ପଣ୍ଡା ଅଟେ । ମୁଁ ପରମାତ୍ମା ଆସି ଆତ୍ମାମାନଙ୍କୁ ନେଇଯାଉଛି । ଆତ୍ମା ମଶାଠାରୁ ମଧ୍ୟ ଛୋଟ । ଏହି ଜ୍ଞାନ ମଧ୍ୟ ତୁମମାନଙ୍କୁ ବର୍ତ୍ତମାନ ହିଁ ମିଳୁଛି । ବାବା କେତେ ସୁନ୍ଦର ଭାବରେ ବୁଝାଉଛନ୍ତି । ବାବା କହୁଛନ୍ତି - ମୁଁ ତୁମକୁ ବିଶ୍ୱର ମାଲିକ କରୁଛି, ବାକି ଦିବ୍ୟ ଦୃଷ୍ଟିର ଚାବି ମୁଁ ନିଜ ପାଖରେ ରଖୁଛି । ଯାହାକି ମୁଁ କାହାକୁ ଦେଉନାହିଁ କାରଣ ଭକ୍ତିମାର୍ଗରେ ଏହା ମୋର କାମରେ ଆସୁଛି । ବାବା କହୁଛନ୍ତି - ମୁଁ ତୁମମାନଙ୍କୁ ପବିତ୍ର, ପୂଜ୍ୟ କରୁଛି । ମାୟା ତୁମମାନଙ୍କୁ ପତିତ, ପୂଜାରୀ କରିଦେଉଛି । ବାବା ତ ବହୁତ ବୁଝାଉଛନ୍ତି କିନ୍ତୁ କେହି ସେଭଳି ବୁଦ୍ଧିମାନ ହୋଇଥିଲେ ତ ବୁଝିବେ ନା ।

ଏହି ଟେପ୍ ରେକର୍ଡ ମଧ୍ୟ ବହୁତ ଭଲ ସାଧନ । ପିଲାମାନଙ୍କୁ ତ ମୁରଲୀ ନିଶ୍ଚିତ ଭାବରେ ଶୁଣିବାକୁ ପଡିବ । ବହୁତ ସ୍ନେହୀ ପିଲାମାନେ ମଧ୍ୟ ଅଛନ୍ତି । ବାବାଙ୍କୁ ବନ୍ଧନରେ ଥିବା ଗୋପୀମାନଙ୍କ ପ୍ରତି ବହୁତ ଦୟା ଆସୁଛି । ସେମାନେ ବାବାଙ୍କର ମୁରଲୀ ଶୁଣି ବହୁତ ଖୁସି ହେବେ । ପିଲାମାନଙ୍କ ଖୁସି ପାଇଁ ବାବା ସବୁ କିଛି କରିବେ । ବାବାଙ୍କୁ ତ ରାତି-ଦିନ ଗାଁରେ ରହୁଥିବା ଗୋପିକାମାନଙ୍କର ଚିନ୍ତା ରହୁଛି । ବ୍ରହ୍ମା ବାବାଙ୍କର ନିଦ ମଧ୍ୟ ଭାଙ୍ଗିଯାଉଛି, କ’ଣ ଉପାୟ କରାଯିବ, ଯାହାଦ୍ୱାରା ପିଲାମାନେ ଦୁଃଖରୁ ମୁକ୍ତ ହେବେ । ଆଉ କେହି ପୁଣି ଦୁଃଖରେ ବାନ୍ଧି ହେବା ପାଇଁ ମଧ୍ୟ ପ୍ରସ୍ତୁତି କରୁଛନ୍ତି, କେହି ତ ବାବାଙ୍କଠାରୁ ସମ୍ପତ୍ତି ପାଇବା ପାଇଁ ପୁରୁଷାର୍ଥ କରୁଛନ୍ତି, ଆଉ କେହି ଛାଡପତ୍ର ଦେବା ପାଇଁ ମଧ୍ୟ ପୁରୁଷାର୍ଥ କରୁଛନ୍ତି । ବର୍ତ୍ତମାନର ଦୁନିଆ ତ ବହୁତ ଖରାପ । କେହି-କେହି ପିଲା ତ ନିଜର ବାପାଙ୍କୁ ମଧ୍ୟ ମାରିବାରେ ବିଳମ୍ବ କରୁନାହାଁନ୍ତି । ତେଣୁ ବେହଦର ବାବା କେତେ ଭଲ ଭାବରେ ବୁଝାଉଛନ୍ତି । ବାବା କହୁଛନ୍ତି - ମୁଁ ପିଲାମାନଙ୍କୁ ଏତେ ଧନ ଦେବି ଯାହାଦ୍ୱାରା ପିଲାମାନେ କେବେ ବି ଦୁଃଖୀ ହେବେ ନାହିଁ । ତେଣୁ ପିଲାମାନେ ମଧ୍ୟ ସେତିକି ଦୟାଶୀଳ ହେବା ଦରକାର ଯାହାଦ୍ୱାରା ସମସ୍ତଙ୍କୁ ସୁଖର ରାସ୍ତା ବତାଇପାରିବେ । ଆଜିକାଲି ତ ସମସ୍ତେ ଦୁଃଖ ଦେଉଛନ୍ତି, ବାକି ଶିକ୍ଷକ କେବେ ଦୁଃଖର ରାସ୍ତା ବତାଇ ନ ଥାନ୍ତି । ଶିକ୍ଷକ ତ ପାଠ ପଢାଇଥା’ନ୍ତି । ପାଠପଢା ଦ୍ୱାରା ହିଁ ରୋଜଗାର କରିବାର ଉପାୟ ମିଳିଯାଏ । ପାଠପଢିବା ଦ୍ୱାରା ହିଁ ଶରୀର ନିର୍ବାହ କରିବା ପାଇଁ ଯୋଗ୍ୟ ହୋଇଥା’ନ୍ତି, ଯଦିଓ ମାତା-ପିତାଙ୍କଠାରୁ ସମ୍ପତ୍ତି ମିଳିଥାଏ କିନ୍ତୁ ତାହା କେଉଁ କାମକୁ? ଯେତେ ଅଧିକ ଧନ ରହିବ, ସେତେ ଅଧିକ ପାପ କରିବେ । କେହି କେହି ତୀର୍ଥଯାତ୍ରା କରିବା ପାଇଁ ବହୁତ ନମ୍ରତାର ସହିତ ଯାଇଥାନ୍ତି । କିନ୍ତୁ କେହି-କେହି ତ ତୀର୍ଥଯାତ୍ରାରେ ମଧ୍ୟ ଲୁଚାଇ କରି ମଦ ପିଇଥା’ନ୍ତି । ବାବା ମଧ୍ୟ ଦେଖିଛନ୍ତି - ମଦ ବିନା ରହିପାରନ୍ତି ନାହିଁ । ତେଣୁ ସେକଥା ତ ନକହିଲେ ଭଲ । ଯୁଦ୍ଧକୁ ଯାଉଥିବା ସୈନିକମାନେ ମଧ୍ୟ ବହୁତ ମଦ୍ୟପାନ କରନ୍ତି । ଯୋଦ୍ଧାମାନଙ୍କୁ ନିଜ ଜୀବନର ଚିନ୍ତା ନ ଥାଏ । ଭାବନ୍ତି ଯେ ଆତ୍ମା ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେବ । ତୁମମାନଙ୍କୁ ମଧ୍ୟ ବର୍ତ୍ତମାନ ଜ୍ଞାନ ମିଳୁଛି । ଏହି ଛି-ଛି ପତିତ ଶରୀରକୁ ଆମକୁ ଛାଡିବାକୁ ହେବ । ସୈନିକମାନଙ୍କ ଭିତରେ ତ କୌଣସି ଜ୍ଞାନ ନାହିଁ । କିନ୍ତୁ ଅଭ୍ୟାସ ରହିଛି ମାରିବା ଏବଂ ମରିବାର । ଏଠାରେ ତ ଆମେ ବସି ଥାଉଁ ଥାଉଁ ବାବାଙ୍କ ପାଖକୁ ଯିବାକୁ ଚାହୁଁଛୁ । ଏହା ଆମର ପୁରୁଣା ଶରୀର । ଯେପରି ସର୍ପ ମଧ୍ୟ କାତି ଛଡାଇଥାଏ । ଥଣ୍ଡାରେ ତା’ର କାତି ଶୁଖିଯାଏ ତେଣୁ ଛାଡି ଯାଇଥାଏ । ତୁମର ତ ଏହା ବହୁତ ପୁରୁଣା ଶରୀର ତେଣୁ ଏବେ ଅଭିନୟ ସମାପ୍ତ କରି ଏହାକୁ ଛାଡି ଆମକୁ ବାବାଙ୍କ ପାଖକୁ ଯିବାକୁ ହେବ । ବାବା ତ ଯୁକ୍ତି ବତାଇଛନ୍ତି - ମନମନାଭବର ସନ୍ନ୍ୟାସୀମାନେ ମଧ୍ୟ ଏହିପରି ବସି-ବସି ଶରୀର ଛାଡିଦିଅନ୍ତି, କାହିଁକି ନା ସେମାନେ ଭାବନ୍ତି ଆତ୍ମା ବ୍ରହ୍ମରେ ଲୀନ ହୋଇଯିବ, ତେଣୁ ବ୍ରହ୍ମ ସହିତ ଯୋଗ ଲଗାଇ ବସିଥା’ନ୍ତି । କିନ୍ତୁ ସେମାନେ ତ ଯାଇପାରିବେ ନାହିଁ । ଯେପରି କାଶୀ କଲଭଟରେ ଶରୀର ତ୍ୟାଗ କରି ଶିବଙ୍କ ଉପରେ ସମର୍ପିତ ହୋଇଥାଆନ୍ତି । କିନ୍ତୁ ଏହା ମଧ୍ୟ ଜୀବହତ୍ୟା ହେଲା ନା । ସେହିପରି ଏହି ସନ୍ନ୍ୟାସୀମାନେ ମଧ୍ୟ ଧ୍ୟାନରେ ବସି-ବସି ଶରୀର ଛାଡିଦିଅନ୍ତି । ବାବା ଏସବୁ ଦେଖିଛନ୍ତି, ତାହା ହେଲା ହଠଯୋଗ ସନ୍ନ୍ୟାସ ।

ବାବା ବୁଝାଉଛନ୍ତି - ତୁମକୁ ୮୪ ଜନ୍ମ କିପରି ମିଳୁଛି? ବାବା ତୁମକୁ କେତେ ଜ୍ଞାନ ଦେଉଛନ୍ତି, କିନ୍ତୁ କୋଚିତ୍ କେହି ଜଣେ ଜଣେ ହିଁ ଶ୍ରୀମତକୁ ଠିକ୍ ଭାବରେ ପାଳନ କରୁଛନ୍ତି । ଦେହ-ଅଭିମାନରେ ଆସି ବାବାଙ୍କୁ ମଧ୍ୟ ନିଜର ମତ ଦେଇ ଦେଉଛନ୍ତି । ତେଣୁ ବାବା ବୁଝାଉଛନ୍ତି ଦେହୀ-ଅଭିମାନୀ ହୁଅ । ପିଲାମାନେ କହୁଛନ୍ତି - ମୁଁ ଆତ୍ମା, ବାବା ଆପଣ ଜ୍ଞାନର ସାଗର ଅଟନ୍ତି । ବାସ୍‌, ବାବା ଆପଣଙ୍କ ରାୟ ଅନୁସାରେ ହିଁ ଚାଲିବ । ତେଣୁ ପ୍ରତି ପାଦରେ ବହୁତ ସାବଧାନ ରହିବା ଦରକାର । ଭୁଲ ତ ନିଶ୍ଚିତ ହେବ ତଥାପି ମଧ୍ୟ ପୁରୁଷାର୍ଥ କରିବାକୁ ପଡିବ । ଯେଉଁ ଆଡେ ଗଲେ ମଧ୍ୟ ବାବାଙ୍କୁ ମନେ ପକାଉଥାଅ । ବିକର୍ମର ବୋଝ ମୁଣ୍ଡ ଉପରେ ବହୁତ ରହିଛି । କର୍ମଭୋଗ ମଧ୍ୟ ଚୁକ୍ତ କରିବାକୁ ହେବ ନା । ଅନ୍ତିମ ସମୟ ପର୍ଯ୍ୟନ୍ତ ଏହି କର୍ମଭୋଗ ତୁମକୁ ଛାଡିବ ନାହିଁ । ଶ୍ରୀମତରେ ପରିଚାଳିତ ହେଲେ ହିଁ ତୁମେମାନେ ପାରସବୁଦ୍ଧି ହୋଇପାରିବ । ବାବାଙ୍କ ସାଥୀରେ ଧର୍ମରାଜ ମଧ୍ୟ ଅଛନ୍ତି । ତେଣୁ ବାବା ତୁମ ପାଇଁ ଉତ୍ତରଦାୟୀ ହୋଇଗଲେ ନା । ବାବା ବସିଛନ୍ତି, ତେବେ ତୁମେ କାହିଁକି ନିଜ ଉପରେ ବୋଝ ରଖୁଛ । ପତିତ-ପାବନ ବାବାଙ୍କୁ ଏହି ପତିତମାନଙ୍କର ସଭାକୁ ଆସିବାକୁ ହିଁ ହେବ । ଏହା ତ କିଛି ନୂଆ କଥା ନୁହେଁ, ଅନେକ ଥର ତୁମେମାନେ ଅଭିନୟ କରିଛ, ଆଗକୁ ମଧ୍ୟ କରିବ । ଏହାକୁ ହିଁ ଆଶ୍ଚର୍ଯ୍ୟର କଥା ବୋଲି କୁହାଯାଉଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କ ସମାନ ସମସ୍ତଙ୍କୁ ଦୁଃଖରୁ ଉଦ୍ଧାର କରିବାର ଦୟା କରିବାକୁ ହେବ, ସୁଖର ରାସ୍ତା ବତାଇବାକୁ ହେବ ।

(୨) କୌଣସି ବି ବିନାଶକାରୀ ଅର୍ଥାତ୍ ବିପରୀତ କର୍ତ୍ତବ୍ୟ କରିବାର ନାହିଁ । ଶ୍ରୀମତ ଆଧାରରେ ତୁମକୁ ୨୧ ଜନ୍ମ ପାଇଁ ନିଜର ପ୍ରାରବ୍ଧ ଜମା କରିବାକୁ ହେବ । ପ୍ରତ୍ୟେକ ପଦକ୍ଷେପରେ ସାବଧାନତାର ସହିତ ଚାଲିବାକୁ ହେବ ।

ବରଦାନ:-
ବାଇଦା ଅର୍ଥାତ୍ ପ୍ରତିଜ୍ଞାର ସ୍ମୃତି ଦ୍ୱାରା ଫାଇଦା ଉଠାଉଥିବା ସର୍ବଦା ବାବାଙ୍କର ଆଶୀର୍ବାଦର ପାତ୍ର ହୁଅ ।

ଯେ କୌଣସି ପ୍ରତିଜ୍ଞା ଚାହେଁ ମନ ଦ୍ୱାରା ହେଉ ବା ବାଣୀ ଦ୍ୱାରା ହେଉ ବା ଲିଖିତ ଆକାରରେ କରୁଛ ତାକୁ ସର୍ବଦା ସ୍ମୃତିରେ ରଖ ତେବେ ସେହି ପ୍ରତିଜ୍ଞାର ପୂରା ଲାଭ ଉଠାଇପାରିବ । ତେଣୁ ଚେକ୍ କର ଯେ ମୁଁ କେତେ ଥର ପ୍ରତିଜ୍ଞା କରିଛି ଏବଂ ସେଗୁଡିକୁ କେତେ ପାଳନ କରିଛି । ତେବେ ବାଇଦା ଏବଂ ଫାଇଦାର ସନ୍ତୁଳନ ରହିପାରିଲେ ବରଦାତା ପିତାଙ୍କ ଦ୍ୱାରା ଆଶୀର୍ବାଦ ମିଳିଚାଲିବ । ସଂକଳ୍ପ ଗୁଡିକୁ ଯେପରି ଶ୍ରେଷ୍ଠ କରୁଛ ସେହିପରି ତୁମର କର୍ମ ମଧ୍ୟ ଶ୍ରେଷ୍ଠ ହେଉ, ତେବେ ସଫଳତା ମୂରତ ହୋଇଯିବ ।

ସ୍ଲୋଗାନ:-
ନିଜକୁ ଏଭଳି ଦିବ୍ୟ ଦର୍ପଣ କରିଦିଅ ଯେଉଁଥିରେ ବାବା ହିଁ ଦେଖାଯାଉଥିବେ, ତେବେ କୁହାଯିବ ପ୍ରକୃତ ସେବା ।