10.01.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମମାନେ ଶିବବାବାଙ୍କର ହୋଇଛ ତେଣୁ ବାବାଙ୍କର ନାମକୁ ବିଖ୍ୟାତ କର, ତେବେ ସମ୍ପୂର୍ଣ୍ଣ ପବିତ୍ର ହେଲେ ଯାଇ ବାବାଙ୍କର ନାମ ବିଖ୍ୟାତ ହେବ । ତାସହିତ ତୁମକୁ ସମ୍ପୂର୍ଣ୍ଣ ମଧୁର ସ୍ୱଭାବଯୁକ୍ତ ମଧ୍ୟ ହେବାକୁ ପଡିବ ।

ପ୍ରଶ୍ନ:-
ସଂଗମଯୁଗରେ ତୁମେ ସନ୍ତାନମାନଙ୍କର କେଉଁ ଗୋଟିଏ ଚିନ୍ତା ରହୁଛି ଯାହାକି ସତ୍ୟଯୁଗରେ ନଥିବ ?

ଉତ୍ତର:-

ସଂଗମଯୁଗରେ ତୁମକୁ ପବିତ୍ର ହେବାର ହିଁ ଚିନ୍ତା ରହୁଛି । ବର୍ତ୍ତମାନ ବାବା ତୁମକୁ ଅନ୍ୟ ସବୁ ଚିନ୍ତାରୁ ମୁକ୍ତ କରିଦେଇଛନ୍ତି । ଏହି ପୁରୁଣା ଶରୀରକୁ ଖୁସି-ଖୁସିରେ ତ୍ୟାଗ କରିବା ପାଇଁ ତୁମେମାନେ ପୁରୁଷାର୍ଥ କରୁଛ । ତୁମେ ଜାଣିଛ ଯେ ଆମେ ପୁରୁଣା ଶରୀର ରୂପୀ ବସ୍ତ୍ରକୁ (ଶରୀର)କୁ ତ୍ୟାଗ କରି ନୂଆ ବସ୍ତ୍ର ଧାରଣ କରିବୁ । ପ୍ରତ୍ୟେକ ସନ୍ତାନ ନିଜର ହୃଦୟକୁ ପଚାରିବା ଦରକାର ଯେ ମୁଁ କେତେ ଖୁସିରେ ରହୁଛି ଏବଂ ବାବାଙ୍କୁ କେତେ ମନେ ପକାଉଛି ।

ଓମ୍ ଶାନ୍ତି ।
ମିଠା-ମିଠା ସ୍ନେହୀ ସନ୍ତାମାନଙ୍କୁ ଆତ୍ମିକ ପିତା ବୁଝାଉଛନ୍ତି । ସିଏ ପାଠ ମଧ୍ୟ ପଢାଉଛନ୍ତି ଏବଂ ବୁଝାଉଛନ୍ତି ମଧ୍ୟ । ବାବା ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଉଛନ୍ତି ଏବଂ କହୁଛନ୍ତି ଯେ ସର୍ବଗୁଣ ସମ୍ପନ୍ନ ହୁଅ, ଦୈବୀଗୁଣ ଧାରଣ କର ।ତୁମେ ମୋତେ ମନେ ପକାଇ-ପକାଇ ସତ୍ତୋପ୍ରଧାନ ହୋଇଯିବ । ତୁମେ ଜାଣିଛ ବର୍ତ୍ତମାନ ସମୟରେ ଏହା ହେଉଛି ତମୋପ୍ରଧାନ ସୃଷ୍ଟି । ୫ ହଜାର ବର୍ଷ ପୂର୍ବରୁ ଏହି ସୃଷ୍ଟି ସତ୍ତୋପ୍ରଧାନ ଥିଲା । ଯାହାକି ବର୍ତ୍ତମାନ ତମୋପ୍ରଧାନ ହୋଇଯାଇଛି । ଏହା ହେଉଛି ପୁରୁଣା ଦୁନିଆ । ତେବେ ଏହା ସମସ୍ତଙ୍କ ପାଇଁ କହୁଛନ୍ତି ନା, ଏମାନେ ନୂଆ ଦୁନିଆରେ ଥିଲେ ନା ପୁରୁଣା ଦୁନିଆରେ ଥିଲେ । ବାବା ଆସି ଆତ୍ମାମାନଙ୍କୁ ବୁଝାଉଛନ୍ତି ହେ ଆତ୍ମିକ ସନ୍ତାନମାନେ, ତୁମକୁ ସତ୍ତୋପ୍ରଧାନ ନିଶ୍ଚିତ ହେବାକୁ ପଡିବ, ବାବାଙ୍କଠାରୁ ସମ୍ପତ୍ତି ନିଶ୍ଚିତ ନେବାକୁ ହେବ ତେଣୁ ତୁମକୁ ନିଶ୍ଚିତ ଭାବରେ ମୋତେ ମନେ ପକାଇବାକୁ ହେବ । ଲୌକିକ ସନ୍ତାନ ମଧ୍ୟ ତାର ପିତାଙ୍କୁ ମନେ ପକାଇଥାଏ । ସିଏ ଯେତେ-ଯେତେ ବଡ ହେବ ସେତେ ସେତେ ଲୌକିକ ସମ୍ପତ୍ତି ପାଇବାର ଅଧିକାରୀ ହୋଇ ଚାଲିବ । କିନ୍ତୁ ତୁମେମାନେ ହେଉଛ ବେହଦ ବାବାଙ୍କର ସନ୍ତାନ ତେଣୁ ତୁମକୁ ତାଙ୍କଠାରୁ ବେହଦର ସମ୍ପତ୍ତି ନେବାକୁ ହେବ । ଏବେ ଭକ୍ତି ଇତ୍ୟାଦି କରିବାର ଆବଶ୍ୟକତା ନାହିଁ । ଏବେ ତ ପିଲାମାନେ ଜାଣିଗଲେଣିଏହା ହେଉଛି ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ । ତେଣୁ ସମସ୍ତ ମନୁଷ୍ୟମାନଙ୍କୁ ଏଠାରେ ପଢିବାକୁ ହେବ । ବେହଦର ବୁଦ୍ଧି ଧାରଣ କରିବାକୁ ହେବ । ଏବେ ଏହି ପୁରୁଣା ଦୁ୍ନିଆ ପରିବର୍ତ୍ତନ ହେବାକୁ ଯାଉଛି । ଯେଉଁମାନେ ଏବେ ତମୋପ୍ରଧାନ ହୋଇଛନ୍ତି ସେମାନେ ପୁଣି ସତ୍ତୋପ୍ରଧାନ ହେବେ । ପିଲାମାନେ ଜାଣିଛନ୍ତି ଏହି ସମୟରେ ଆମେ ବେହଦ ବାବାଙ୍କଠାରୁ ବେହଦ ସୁଖର ସମ୍ପତ୍ତି ନେଉଛୁ । ତେଣୁ ଏବେ ଆମକୁ ଏକମାତ୍ର ଆତ୍ମିକ ପିତାଙ୍କର ମତରେ ହିଁ ଚାଲିବାକୁ ହେବ । ତେବେ ଏହି ଆତ୍ମିକ ଯୋଗର ଯାତ୍ରା ଦ୍ୱାରା ହିଁ ତୁମର ଆତ୍ମା ସତ୍ତୋପ୍ରଧାନ ହୋଇଯାଉଛି ଏବଂ ତୁମେ ପୁଣି ସେହି ସତ୍ତୋପ୍ରଧାନ ଦୁନିଆକୁ ଚାଲିଯାଉଛ । ଏବେ ତୁମେ ବୁଝିଯାଇଛ ଯେ ଆମେ ବ୍ରାହ୍ମଣ ଅଟୁ । ଆମେ ବାବାଙ୍କର ହୋଇଛୁ । ଆମେ ବର୍ତ୍ତମାନ ପାଠ ପଢୁଛୁ ଏବଂ ଏହି ପାଠକୁ ହିଁ ଜ୍ଞାନ କୁହାଯାଏ । ଭକ୍ତି ଅଲଗା । ତୁମେ ବ୍ରାହ୍ମଣମାନଙ୍କୁ ତ ବାବା ଜ୍ଞାନ ଶୁଣାଉଛନ୍ତି । ଅନ୍ୟ କାହାକୁ ଏହି ଜ୍ଞାନ ବିଷୟରେ ଜଣା ନାହିଁ । ସେମାନେ ଏହା ମଧ୍ୟ ଜାଣି ନାହାଁନ୍ତି ଯେ ଜ୍ଞାନର ସାଗର ବାବା ଯିଏକି ଶିକ୍ଷକ ହୋଇ କିପରି ଏଠାକୁ ଆସି ପାଠ ପଢାଉଛନ୍ତି । ବାବା ଜ୍ଞାନ ତ ବହୁତ ବୁଝାଉଛନ୍ତି । ପ୍ରଥମ ନମ୍ବର କଥା ହେଲା ବାବାଙ୍କର ହୋଇ ବାବାଙ୍କର ନାମକୁ ବିଖ୍ୟାତ କରିବା, ସମ୍ପୂର୍ଣ୍ଣ ପବିତ୍ର ହେବା ଏବଂ ତାସହିତ ସମ୍ପୂର୍ଣ୍ଣ ମିଠା ହେବ । ଏହା ହେଉଛି ଈଶ୍ୱରୀୟ ବିଦ୍ୟା । ଏହାକୁ ଭଗବାନ ବସି ପଢାଉଛନ୍ତି । ତେଣୁ ସେହି ଉଚ୍ଚରୁ ଉଚ୍ଚ ଭଗବାନଙ୍କୁ ମନେ ପକାଇବାକୁ ହେବ । ଏହା ତ ଗୋଟିଏ ସେକେଣ୍ଡର କଥା । ତୁମେ ନିଜକୁ ଆତ୍ମା ମନେ କର । ତୁମେ ଜାଣିଛ ଆମେ ଆତ୍ମାମାନେ ଶାନ୍ତିଧାମର ନିବାସୀ ଅଟୁ, ପୁଣି ଆତ୍ମା ସେଠାରୁ ଆସି ଏଠାରେ ଅଭିନୟ କରିଥାଏ । ଆମେମାନେ ପୁନର୍ଜନ୍ମରେ ଆସିଥାଉ । କ୍ରମାନୁସାରେ ୮୪ ଜନ୍ମର ପାର୍ଟ ଏବେ ଆମର ପୂରା ହେବାକୁ ଯାଉଛି । ତେଣୁ ଏହି ପାଠପଢାକୁ ଭଲ ଭାବରେ ବୁଝିବା ସହିତ ୮୪ ଜନ୍ମର ପାର୍ଟକୁ ମଧ୍ୟ ବୁଝିବାକୁ ହେବ ଏବଂ ଡ୍ରାମାର ରହସ୍ୟକୁ ମଧ୍ୟ ବୁଦ୍ଧିରେ ଧାରଣ କରିବାକୁ ହେବ । ତୁମେ ଜାଣିଛ ଯେ ଏହା ହେଉଛି ଆମର ଅନ୍ତିମ ଜନ୍ମ ଏବଂ ଏହି ଜନ୍ମରେ ହିଁ ଆମକୁ ବାବା ମିଳିଛନ୍ତି । ଯେତେବେଳେ ଆମର ୮୪ ଜନ୍ମ ପୂରା ହେଉଛି ତାପରେ ପୁଣି ପୁରୁଣା ଦୁନିଆ ବଦଳିଯାଉଛି । ତୁମେମାନେ ଏହି ବେହଦର ଡ୍ରାମାକୁ, ୮୪ ଜନ୍ମର ଚକ୍ରକୁ ଏବଂ ଏହି ପାଠପଢାକୁ ଭଲ ଭାବରେ ଜାଣିଛ । ତୁମେ ୮୪ ଜନ୍ମ ନେଇ ନେଇ ଏବେ ଶେଷ ସମୟରେ ଆସି ପହଞ୍ଚିଛ । ଏବେ ପାଠ ପଢୁଛ ତାପରେ ପୁଣି ନୂଆ ଦୁନିଆକୁ ଯିବ । ଏଠାକୁ ତ ନୂଆ ନୂଆ ଆତ୍ମା ବହୁତ ଆସୁଛନ୍ତି । ସେମାନଙ୍କର କିଛି ନା କିଛି ତ ନିଶ୍ଚୟ ରହୁଛି । କେହି କେହି ତ ଏହି ପାଠପଢାରେ ଲାଗିଯାଉଛନ୍ତି । ବୁଦ୍ଧିରେ ରହୁଛି ଯେ ଆମେ ଏବେ ସତ୍ତୋପ୍ରଧାନ, ପବିତ୍ର ହେବାକୁ ଯାଉଛୁ । ଆମେ ଧୀରେ ଧୀରେ ପବିତ୍ର ହୋଇ ଉନ୍ନତିକୁ ପ୍ରାପ୍ତ କରିବୁ ।

ବାବା ବୁଝାଇଛନ୍ତି ତୁମେ ଯେତେ ଯେତେ ମୋତେ ମନେ ପକାଉଛ ତୁମର ଆତ୍ମା ସେତେ-ସେତେ ପବିତ୍ର ହୋଇଯାଉଛି । ପିଲାମାନଙ୍କ ବୁଦ୍ଧିରେ ତ ସାରା ଡ୍ରାମାର ରହସ୍ୟ ଭରି ହୋଇ ରହିଛି । ଏହା ମଧ୍ୟ ତୁମେ ଜାଣିଛ ଯେତୁମେ ଦୁନିଆର ସବୁ କିଛି ଛାଡି ଏଠାକୁ ଆସିଛ । ତୁମେ ଯାହା ସବୁ ଏହି ସ୍ଥୂଳ ନେତ୍ରରେ ଦେଖୁଛ ତାକୁ ଦେଖିବାର ନାହିଁ । ଏସବୁ ବିନାଶ ହୋଇଯିବ । ଏବେ ତୁମର ଏହା ହେଉଛି ଅନ୍ତିମ ଜନ୍ମ । ଆଉ କେହି ଏହି ବେହଦର ଡ୍ରାମାକୁ ଜାଣିନାହାଁନ୍ତି କିନ୍ତୁ ତୁମେ ଏବେ ସାରା ଚକ୍ରର ରହସ୍ୟକୁ ଜାଣିଛ । ବାବା ଆସିଛନ୍ତି ତୁମକୁ ତମୋପ୍ରଧାନରୁ ସତ୍ତୋପ୍ରଧାନ କରିବା ପାଇଁ । ଯେପରି ଲୌକିକ ପାଠପଢାରେ ପରୀକ୍ଷା ୧୨ ମାସ ପରେ ହୋଇଥାଏ ସେହିପରି ତୁମର ମଧ୍ୟ ଯୋଗର ଯାତ୍ରା ଏବେ ପୂରା ହୋଇନାହିଁ । ପାଠପଢା ସମୟରେ ବହୁତ କଥା ମନେ ରହିଥାଏ ପୁଣି ଯେତେବେଳେ ପାଠପଢା ସମ୍ପୂର୍ଣ୍ଣ ହୋଇଯାଏ ତାପରେ ପୁଣି ଆଉ କିଛି ବି ମନେ ରହି ନଥାଏ । ଆତ୍ମା ଅଶରୀରୀ ହୋଇ ଆସିଥିଲା ପୁଣି ଅଶରୀରୀ ହୋଇଯିବ । ସୃଷ୍ଟିର ସମସ୍ତ ମନୁଷ୍ୟମାନଙ୍କର ପାର୍ଟକୁ ତୁମେ ଜାଣିଛ । ବର୍ତ୍ତମାନ ମନୁଷ୍ୟମାନଙ୍କର ସଂଖ୍ୟା ବଢିଚାଲିଛି । କୋଟି-କୋଟି ସଂଖ୍ୟକ ମନୁଷ୍ୟ ହୋଇଗଲେଣି । ସତ୍ୟଯୁଗରେ ତ ତୁମେମାନେ ବହୁତ କମ ସଂଖ୍ୟାରେ ଥିଲ । ପୁନର୍ଜନ୍ମ ନେଇ ନେଇ ଅନେକ ଧର୍ମ, ମଠ, ପନ୍ଥର, ଶାଖା-ପ୍ରଶାଖା ବଢି ବଢି ସୃଷ୍ଟି ରୂପି ବୃକ୍ଷ ବହୁତ ବୃଦ୍ଧି ହୋଇଯାଇଛି । ବର୍ତ୍ତମାନ ଆଦି ସନାତନ ଦେବୀ ଦେବତା ଧର୍ମ ପ୍ରାୟଃ ଲୋପ ହୋଇଯାଇଛି । ଆମେମାନେ ହିଁ ସେହି ଦେବୀ ଦେବତା ଧର୍ମରେ ଥିଲୁ, ଯେବେକି ସତ୍ତୋପ୍ରଧାନ ଥିଲୁ । ଏବେ ସେହି ଧର୍ମ ହିଁ ତମୋପ୍ରଧାନ ହୋଇଯାଇଛି, ପୁଣି ସତ୍ତୋପ୍ରଧାନ ହେବ, ସେଥିପାଇଁ ଆମେମାନେ ପାଠପଢୁଛୁ । ଆମେ ଯେତେ ନିଜେ ପଢିବୁ ଏବଂ ଅନ୍ୟମାନଙ୍କୁ ପଢାଇବୁ ସେତେ ଅନେକ ଆତ୍ମାଙ୍କର କଲ୍ୟାଣ ହେବ । ତେଣୁ ସେମାନଙ୍କୁ ବହୁତ ସ୍ନେହର ସହିତ ବୁଝାଇବାକୁ ହେବ । ଉଡାଜାହାଜରୁ ପ୍ରଚାର ପତ୍ର ପକାଇବାର ସେବା କର । ସେଥିରେ ମଧ୍ୟ ଏହା ବୁଝାଇବା ପାଇଁ ଲେଖିବାକୁ ହେବ ଯେ ତୁମେମାନେ ଜନ୍ମ ଜନ୍ମାନ୍ତର ଭକ୍ତି କରି ଆସିଛ । ଗୀତା ପଢିବା ମଧ୍ୟ ଭକ୍ତି ଅଟେ । ଏମିତି ନୁହେଁ ଯେ ଗୀତା ପଢିବା ଦ୍ୱାରା କେହି ମନୁଷ୍ୟରୁ ଦେବତା ହୋଇଯିବେ । ଡ୍ରାମାନୁସାରେ ଯେତେବେଳେ ବାବା ଏଠାକୁ ଆସୁଛନ୍ତି ସେତେବେଳେ ହିଁ ସତ୍ତୋପ୍ରଧାନ ହେବାର ଉପାୟ ବତାଉଛନ୍ତି । ପୁଣି ତାହା ଦ୍ୱାରା ସତ୍ତୋପ୍ରଧାନ ପଦ ମିଳିଯାଉଛି ।

ତୁମେମାନେ ଜାଣିଛ ଯେ ଏହି ପାଠପଢା ଦ୍ୱାରା ଆମେ ଦେବ ପଦ ପାଇବୁ । ଏହା ହେଉଛି ଈଶ୍ୱରୀୟ ପାଠଶାଳା । ଏଠାରେ ଭଗବାନ ନିଜେ ତୁମକୁ ପାଠ ପଢାଇ ନରରୁ ନାରାୟଣ କରୁଛନ୍ତି । ତୁମେ ଯେତେବେଳେ ସତ୍ତୋପ୍ରଧାନ ଥିଲ ସେତେବେଳେ ଦୁନିଆ ସ୍ୱର୍ଗ ଥିଲା । ପୁଣି ଯେତେବେଳେ ତମୋପ୍ରଧାନ ହୋଇଗଲ ସେତେବେଳେ ଦୁନିଆ ନର୍କ ହୋଇଗଲା । ଏହିଭଳି ଚକ୍ରକୁ ପୁଣି ଘୂରିବାକୁ ହେବ । ବାବା ହିଁ ଆସି ମନୁଷ୍ୟରୁ ଦେବତା, ବିଶ୍ୱର ମାଲିକ କରାଇବା ପାଇଁ ପୁରୁଷାର୍ଥ କରାଉଛନ୍ତି । ତେଣୁ ବାବାଙ୍କୁ ହିଁ ମନେ ପକାଇବାକୁ ହେବ ଏବଂ ଦୈବୀଗୁଣ ଧାରଣ କରିବାକୁ ହେବ । କାହା ସହିତ ଲଢେଇ ଝଗଡା କରିବାର ନାହିଁ । ଦେବତାମାନେ କେବେ ପରସ୍ପର ସହିତ ଲଢେଇ ଝଗଡା କରିନଥାନ୍ତି । ତୁମକୁ ମଧ୍ୟ ସେହିଭଳି ହେବାକୁ ପଡିବ । ତୁମେମାନେ ହିଁ ଏହିଭଳି ସର୍ବଗୁଣ ସମ୍ପନ୍ନ ଥିଲ, ପୁଣି ଶ୍ରୀମତ ଆଧାରରେ ସେହିଭଳି ହେବ । ତେଣୁ ନିଜକୁ ପଚାରିବାକୁ ହେବ ଯେ ମୁଁ କେତେ ଖୁସିରେ ଅଛି ? ମୋର ବାବାଙ୍କ ଉପରେ କେତେ ନିଶ୍ଚୟ ଅଛି ? ଏହି କଥା ତ ସାରା ଦିନ ବୁଦ୍ଧିରେ ରହିବା ଦରକାର । କିନ୍ତୁ ମାୟା ଏଭଳି ଯାହାକି ସବୁକିଛି ଭୁଲାଇ ଦେଉଛି । ତୁମେ ଜାଣିଛ ବାବାଙ୍କ ସହିତ ଆମେମାନେ ମଧ୍ୟ ବିଶ୍ୱ ସେବାଧାରୀ ଅଟୁ । ପୂର୍ବରୁ ତୁମେ ହଦର (ଲୌକିକ) ପାଠ ପଢୁଥିଲ, ଏବେ ବେହଦର ପାଠ ବେହଦର ବାବାଙ୍କ ଦ୍ୱାରା ପଢୁଛ । ଏହି ପୁରୁଣା ଶରୀର ସମୟ ଅନୁସାରେ ତ୍ୟାଗ କରିଦେବ, ଆପେ-ଆପେ ତ୍ୟାଗ କରିବ ନାହିଁ । ତେଣୁ ଆମେମାନେ ଖୁସି ଖୁସିରେ ଏହି ଶରୀରକୁ ତ୍ୟାଗ କରୁଛୁ । ଆମେ ଏହି ଛି-ଛି ଶରୀରକୁ ତ୍ୟାଗ କରିବା ସହିତ ଏହି ପୁରଣା ଦୁନିଆକୁ ମଧ୍ୟ ତ୍ୟାଗ କରି ଖୁସିରେ ଯାଉଛୁ । କୌଣସି ପର୍ବ-ପର୍ବାଣୀ ଆସିଲେ ସେଦିନ ଖୁସିରେ ନୂଆ ବସ୍ତ୍ର ପିନ୍ଧିଥାନ୍ତି । ସେହିପରି ଏଠାରେ ମଧ୍ୟ ତୁମେମାନେ ଜାଣିଛ ଯେ ଆମକୁ ନୂଆ ଦୁନିଆରେ ନୂଆ ଶରୀର ମିଳିବ । ଆମର ପବିତ୍ର ରହିବାର କେବଳ ଗୋଟିଏ ଚିନ୍ତା ରହିଛି ଏବଂ ଅନ୍ୟ ସବୁ ଚିନ୍ତାରୁ ଆମେ ମୁକ୍ତ ହୋଇଯାଉଛୁ । ସବୁ କିଛି ବିନାଶ ହେବାର ଅଛି, ତେବେ ଚିନ୍ତା କେଉଁ କଥାର । ଅଧାକଳ୍ପ ଭକ୍ତିମାର୍ଗରେ ଆମେ ଚିନ୍ତାରେ ରହିଲୁ । ପୁଣି ଆଉ ଅଧାକଳ୍ପ କୌଣସି ଚିନ୍ତା ରହିବ ନାହିଁ । ସେହି ସମୟ ଆସିବାକୁ ଆଉ ଅଳ୍ପ ସମୟ ବାକି ଅଛି । ବର୍ତ୍ତମାନ କେବଳ ପବିତ୍ର ରହିବାର ଚିନ୍ତା ରହୁଛି । ଏହା ପରେ ପୁଣି ଆଉ କୌଣସି ଚିନ୍ତା ରହିବ ନାହିଁ । ଏହା ହିଁ ହେଉଛି ସୁଖ-ଦୁଃଖର ଖେଳ । ସତ୍ୟଯୁଗରେ ହେଉଛି ସୁଖ, କଳିଯୁଗରେ ଦୁଃଖ । ବାବା ବୁଝାଇଛନ୍ତି ତୁମେ ଅନ୍ୟମାନଙ୍କୁ ପଚାରିପାରିବ ଯେ ତୁମେ ସୁଖଧାମର ନିବାସୀ ନା କଳିଯୁଗର ? ଏହିଭଳି ତୁମେ ନୂଆ-ନୂଆ କଥା ଶୁଣାଉଛ । ତେବେ ସେମାନେ ନିଶ୍ଚିତ କହିବେ ଯେ ଆମେ ଦୁଃଖଧାମର ନିବାସୀ ଅଟୁ । ସେମାନଙ୍କୁ ବହୁତ ସ୍ନେହର ସହିତ ପଚାରିବାକୁ ହେବ ଯାହା ଦ୍ୱାରା ସେମାନେ ନିଜେ ବୁଝିପାରିବେ ଯେ ସେମାନେ କେଉଁ ଦୁନିଆର ନିବାସୀ ଅଟନ୍ତି । କହିବେ ୟାଙ୍କର ପ୍ରଶ୍ନ ପଚାରିବାର ଉପାୟ ବହୁତ ଭଲ । ଯଦିଓ କେତେ ବଡ ବ୍ୟକ୍ତି ହୋଇଥାଉ କିମ୍ବା ଧନଶାଳୀ ହୋଇଥାଉ, କିନ୍ତୁ ସିଏ ମଧ୍ୟ ନର୍କବାସୀ ହିଁ ଅଟେ । ସ୍ୱର୍ଗ ତ ନୂଆ ଦୁନିଆକୁ କୁହାଯାଏ । ବର୍ତ୍ତମାନ କଳିଯୁଗ ପୁରୁଣା ଦୁନିଆ । ଏହି ପ୍ରଶ୍ନ ବହୁତ ଭଲ । ସିଢୀ ଚିତ୍ରରେ ମଧ୍ୟ ସ୍ପଷ୍ଟ ଭାବରେ ଲେଖାଯାଇଛି । ସମସ୍ତଙ୍କୁ ପଚାରିବାକୁ ହେବ ତୁମେ ସୁଖଧାମରେ ଅଛ ନା ଦୁଃଖଧାମରେ ? ଏହା ନର୍କ ନା ସ୍ୱର୍ଗ ? ଏହା ଦୈବୀ ଦୁନିଆ ନା ଆସୁରୀ ଦୁନିଆ । ନିଶ୍ଚିତ ସତ୍ୟଯୁଗକୁ ଦୈବୀ ଦୁନିଆ କୁହାଯିବ ଏବଂ କଳିଯୁଗକୁ ନର୍କ, ଆସୁରୀ ଦୁନିଆ କୁହାଯିବ । ତେଣୁ ଲୋକମାନଙ୍କୁ ପଚାରିବା ଦରକାର ତୁମେ ସତ୍ୟଯୁଗ ସ୍ୱର୍ଗ ଦୈବୀ ଦୁନିଆର ନିବାସୀ ନା କଳିଯୁଗ ଆସୁରୀ ଦୁନିଆର ନିବାସୀ ? ଚାହେଁ କେତେ ବି ଧନଶାଳୀ ହୋଇଥାନ୍ତୁ କିନ୍ତୁ କେଉଁ ଦୁନିଆର ନିବାସୀ ? ଏବେ ତୁମ ବୁଦ୍ଧିରେ ଜ୍ଞାନର ଧାରଣା ହୋଇଛି । ପୂର୍ବରୁ ଏହି କଥା ତୁମ ମନରେ କେବେ ଆସିନଥିଲା । ଏବେ ତୁମେ ଭାବୁଛ ଯେ ଆମେ ସଂଗମରେ ଅଛୁ । ଯେଉଁମାନେ ଏହି କଳିଯୁଗରେ ଅଛନ୍ତି ସେମାନେ ପତିତ ନର୍କବାସୀ ଅଟନ୍ତି, ପୁଣି ସେମାନଙ୍କୁ ପବିତ୍ର ହେବାକୁ ପଡିବ । ସେଥିପାଇଁ ତ ଡାକୁଛନ୍ତି-- ହେ ପତିତ-ପାବନ ଆସ, ଆସି ଆମକୁ ପବିତ୍ର କର । ଏହା ମଧ୍ୟ ବୁଝାଇବାକୁ ହେବ । ତୁମ ନିକଟକୁ ଅନେକ ମନୁଷ୍ୟ ଆସୁଛନ୍ତି ତଥାପି କୋଟିକରୁ କେହି ବାହାରୁଛନ୍ତି । ମୁଁ ଯିଏ, ଯେଉଁଭଳି, ଯାହା ବୁଝାଉଛି ସେହି ଅନୁସାରେ କୋଟିକରୁ କେହି କେହି ଧାରଣ କରୁଛନ୍ତି । ଶାନ୍ତି ଶୋଭାଯାତ୍ରାରେ ମଧ୍ୟ ଏହା ଦେଖାଅ ଯେ ଆମେ ଏହିପାଠପଢା ଦ୍ୱାରା ସ୍ୱର୍ଗବାସୀ ହେଉଛୁ । ସତ୍ୟଯୁଗ,ତ୍ରେତାଯୁଗ, ଦ୍ୱାପରଯୁଗ, କଳିଯୁଗ ଏହିଭଳି ଚକ୍ର ଘୂରୁଛି ନା । ତୁମ ବୁଦ୍ଧିରେ ଚକ୍ରର ସମ୍ପୂର୍ଣ୍ଣ ଜ୍ଞାନ ଅଛି । ପୁଣି ଥରେ ତୁମେ ସୁଖଧାମ-ଶାନ୍ତିଧାମର ମାଳିକ ହେଉଛ । ସୁଖଧାମରେ ଦୁଃଖର କୌଣସି ଚିହ୍ନବର୍ଣ୍ଣ ରହିବ ନାହିଁ । ଯଦି ପୂରା ପଢିବ ନାହିଁ ତେବେ ପଦ ମଧ୍ୟ କମ ପାଇବ । ଏହା ତ ସାଧାରଣ କଥା ତେଣୁ ଏହି ବେହଦର ପାଠ ପଢି ବେହଦର ସମ୍ପତ୍ତି ନେଇଯାଅ । କେବଳ ନିଜକୁ ଆତ୍ମା ଭାବି ବେହଦ ବାବାଙ୍କୁ ମନେ ପକାଇବାକୁ ହେବ । ବାବା ବହୁତ ମିଠା ଅଟନ୍ତି ନା । ତାଙ୍କର ନିର୍ଦ୍ଦେଶ ହେଉଛି ଦେହ ସହିତ ଦେହର ସବୁ ବନ୍ଧନକୁ ତ୍ୟାଗ କର । ଆତ୍ମା ତ ଅବିନାଶୀ । ଆତ୍ମା ଏବେ ଶରୀର ଧାରଣ କଲା ପୁଣି ଏବେ-ଏବେ ଛାଡିଦେଲା । ଏଥିରେ ଅଧିକ ସମୟ ଲାଗିନଥାଏ । ବର୍ତ୍ତମାନ ସମୟରେ ତ ଦିନକୁ ଦିନ ସବୁ କିଛି ତମୋପ୍ରଧାନ ହୋଇଯାଉଛି । ଯେତେବେଳେ ସତ୍ତୋପ୍ରଧାନ ଥିଲୁ ସେତେବେଳ ଆୟୁଷ ବଡ ଥିଲା ଏବଂ ଆମେ ବହୁତ କମ ସଂଖ୍ୟାରେ ଥିଲୁ । ସେତେବେଳେ ଅନ୍ୟ କୌଣସି ଧର୍ମ ନଥିଲା । ତୁମର ଆୟୁଷ ବର୍ତ୍ତମାନ ସମୟର ପୁରୁଷାର୍ଥ ଅନୁସାରେ ହିଁ ବଢିଥାଏ । ତେଣୁ ଯେତେ ତୁମେ ବାବାଙ୍କ ସ୍ମୃତିରେ ରହିବ ସେତେ ଆୟୁଷ ବଢିବ । ଯେତେବେଳେ ତୁମ ସତ୍ତୋପ୍ରଧାନ ଥିଲ ସେତେବେଳେ ତୁମର ଆୟୁଷ ବହୁତ ବଡ ଥିଲା । ପୁଣି ଯେତେଯେତେ ତଳକୁ ଆସିବାକୁ ଲାଗିଲ ସେତେ ଆୟୁଷ କମ ହେବାକୁ ଲାଗିଲା । ରଜୋ ସ୍ଥିତିକୁ ଆସିବା ଦ୍ୱାରା ଆୟୁଷ କମ ହୋଇଗଲା ପୁଣି ତମୋରେ ଆସିବା ପରେ ଆୟୁଷ ଆହୁରି କମିଗଲା । ଯେପରି ପାଣି ତେଣ୍ଡାର (କୂଅରୁ ପାଣି କାଢିବାର ଉପକରଣ) ଉଦାହରଣ ରହିଛି ଡବାରେ ପାଣି ଭରି ଚାଲିଥାଏ ପୁଣି ଖାଲି ହୋଇ ଚାଲିଥାଏ । ଏହା ମଧ୍ୟ ତୁମର ବେହଦର ପାଣିତେଣ୍ଡା । ବର୍ତ୍ତମାନ ତୁମେ ସେହିଭଳି ଭରୁଛ । ଭରି-ଭରି ପୂରା ହୋଇଯିବ ପୁଣି ଧୀରେ ଧୀରେ ଖାଲି ହେବ । ଏହାର ତୁଳନା ବ୍ୟାଟେରୀ ସହିତ ମଧ୍ୟ କରାଯାଉଛି । ଏବେ ଆମେ ସତ୍ତୋପ୍ରଧାନ ହୋଇଯାଉଛୁ ପୁଣି ୮୪ ଜନ୍ମ ନେବୁ । ଅଧାକଳ୍ପ ପରେ ରାବଣର ରାଜ୍ୟ ଆରମ୍ଭ ହୁଏ ନା । ରାବଣ ରାଜ୍ୟରେ ସମସ୍ତଙ୍କୁ ନର୍କବାସୀ କୁହାଯିବ । ପଛରେ ଯେଉଁମାନେ ଆସିବେ ସେମାନେ ନର୍କରେ ହିଁ ଆସିବେ । ପ୍ରଥମେ ପ୍ରଥମେ ତୁମେମାନେ ସ୍ୱର୍ଗକୁ ଯାଉଛ । ଏହି ବାବାଙ୍କଠାରୁ ଆମକୁ ଭକ୍ତିର ଫଳ ମିଳୁଛି । ବୁଝାଯାଉଛି ଇଏ ବହୁତ ଭକ୍ତି କରିଥିଲେ ତେଣୁ ଏବେ ଜ୍ଞାନ ନେଉଛନ୍ତି । ଏସବୁ ରହସ୍ୟ ତୁମକୁ ବାବା ବୁଝାଇଛନ୍ତି ଯେ ତୁମକୁ ପୁଣି ଅନ୍ୟମାନଙ୍କୁ ବୁଝାଇବାକୁ ହେବ । ମନୁଷ୍ୟମାନେ ଅନେକ ପ୍ରକାରର ପାପ କର୍ମ କରିଛନ୍ତି । ଏବେ ବାବା ଆସିଛନ୍ତି, ତୁମକୁ ଜ୍ଞାନ ଶୁଣାଉଛନ୍ତି । ବାବା ଯେତେବେଳେ ଆସୁଛନ୍ତି ସେତେବେଳେ ପାଠପଢାଉଛନ୍ତି । ତା ପୂର୍ବରୁ ତ ଆମକୁ କିଛି ବି ଜଣା ନଥିଲା, ଆମେମାନେ ଧୀରେ ଧୀରେ ପାପଆତ୍ମା ହୋଇଚାଲିଲେ । ଆମେ ପୁଣ୍ୟ ଆତ୍ମା କିପରି ହେଲେ ପୁଣି ପାପ ଆତ୍ମା କିପରି ହେଲେ, କିଏ ସତ୍ୟଯୁଗ ନିବାସୀ ହେଉଛନ୍ତି, କିଏ କଳିଯୁଗର ନିବାସୀ ହେଉଛନ୍ତିଏସବୁ କିଛି ବି ଜଣାନଥିଲା । କିନ୍ତୁ ଏବେ ବାବା ବୁଝାଇ ଦେଉଛନ୍ତି । ବାବାଙ୍କୁ ଦୀପକ ମଧ୍ୟ କୁହାଯାଏ । ତାଙ୍କ ଭିତରେ ଆଲୋକର ପ୍ରକାଶ ମଧ୍ୟ ରହିଛି ଏବଂ ଶକ୍ତି ମଧ୍ୟ ଅଛି । ଯେତେବେଳେ ଜ୍ଞାନର ଆଲୋକକୁ ଆସୁଛ ତେବେ ଆଲୋକିତ ହେବା ଦ୍ୱାରା ତୁମ ଭିତରେ ଶକ୍ତି ମଧ୍ୟ ଆସିଯାଉଛି । ତୁମର ଆୟୁଷ ମଧ୍ୟ ବଡ ହୋଇଯାଉଛି । ତୁମକୁ ସେଠାରେ କାଳ ଖାଇ ପାରିବ ନାହିଁ । ଖୁସି ଖୁସିରେ ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ନେବ । ଏଥିରେ ଦୁଃଖର କୌଣସି କଥା ନାହିଁ । ଏହା ଯେପରି ଖେଳ ଭଳି ଅନୁଭବ ହେବ । (ସର୍ପର ଉଦାହରଣ) ଏକଥା ତୁମ ବୁଦ୍ଧିରେ ଅଛି ଯେ ଆମେମାନେ ସତ୍ୟଯୁଗରୁ ଆରମ୍ଭ କରି କଳିଯୁଗ ପର୍ଯ୍ୟନ୍ତ ଅଭିନୟ କରିଛୁ ।

ବାବା ତୁମର ପିତା, ଶିକ୍ଷକ, ସତ୍ଗୁରୁ ମଧ୍ୟ ଅଟନ୍ତି । ଏକଥା ପିଲାମାନେ ପୁରୁଷାର୍ଥର କ୍ରମାନୁସାରେ ଜାଣିଛନ୍ତି । ପୁନର୍ଜନ୍ମକୁ ମଧ୍ୟ ତୁମେମାନେ ଜାଣିଛ ତୁମେ କେତେ ଜନ୍ମ ନେଉଛ ତାହା ମଧ୍ୟ ବୁଝିଛ । ତେବେ ବ୍ରାହ୍ମଣ ଜନ୍ମରେ ତୁମେ କେତେ ଜନ୍ମ ନେଉଛ ? (ଗୋଟିଏ ଜନ୍ମ) କେହି କେହି ଦୁଇ-ତିନି ଜନ୍ମ ମଧ୍ୟ ନେଉଛନ୍ତି । ଯଦି କେହି ବ୍ରାହ୍ମଣ ହୋଇ ଶରୀର ଛାଡୁଛନ୍ତି ତେବେ ବ୍ରାହ୍ମଣ ସଂସ୍କାର ନେଇ ଯାଉଥିବାରୁ ପୁଣି ପ୍ରକୃତ ବ୍ରାହ୍ମଣ କୂଳରେ ହିଁ ଜନ୍ମ ନିଅନ୍ତି । ବ୍ରାହ୍ମଣ କୁଳର ଆତ୍ମାମାନଙ୍କର ସଂଖ୍ୟା ତ ବୃଦ୍ଧିକୁ ପ୍ରାପ୍ତ କରିଚାଲିବ । ବ୍ରାହ୍ମଣ କୁଳର ସଂସ୍କାର ତ ନେଇଯାଉଛନ୍ତି ନା । ଯଦି କୌଣସି ହିସାବ-କିତାବ ଥିବ ତେବେ ଦୁଇ-ତିନି ଜନ୍ମ ମଧ୍ୟ ନେବାକୁ ପଡିବ । ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ନେବାକୁ ହେବ । ଆତ୍ମା ବ୍ରାହ୍ମଣ କୁଳରୁ ଦୈବୀ କୁଳକୁ ଯିବ । ଏଥିରେ ଶରୀରର ତ କୌଣସି କଥା ହିଁ ନାହିଁ । ଏବେ ତୁମେ ବାବାଙ୍କର ସନ୍ତାନ ହୋଇଛ । ତୁମେ ଈଶ୍ୱରୀୟ ସନ୍ତାନ ହେବା ସହିତ ପ୍ରଜାପିତା ବ୍ରହ୍ମାଙ୍କର ମଧ୍ୟ ସନ୍ତାନ ହୋଇଛ । ଏଥିରେ ତୁମର ଅନ୍ୟ କୌଣସି ସମ୍ବନ୍ଧ ନାହିଁ । ବେହଦ ବାବାଙ୍କର ସନ୍ତାନ ହେବା କୌଣସି କମ୍ କଥା ନୁହେଁ । କାରଣ ତୁମେ ସୁଖଧାମର ମାଲିକ ହେଉଛ । କେବଳ ସବୁଠାରୁ ଉଚ୍ଚ ବାବାଙ୍କୁ ଜାଣିବା ଦ୍ୱାରା ତୁମର ବେଡା ପାରି ହୋଇଯିବ । ଆଚ୍ଛା!

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।


ଧାରଣା ପାଇଁ ମୁଖ୍ୟ ସାର :
(୧) ନିଜେ ନିଜକୁ ପଚାର (୧) ମୁଁ କେତେ ଖୁସିରେ ରହୁଛି ? (୨) ମୁଁ ସର୍ବଗୁଣ ସମ୍ପନ୍ନ ଥିଲି, ଏବେ ଶ୍ରୀମତ ଅନୁସାରେ ପୁଣି ହେବାକୁ ଯାଉଛି-- ଏହି ନିଶ୍ଚୟ ମୋ ଭିତରେ କେତେ ରହିଛି ? (୩) ମୁଁ ସତ୍ତୋପ୍ରଧାନ ଅର୍ଥାତ୍ ପବିତ୍ର କେତେ ହୋଇଛି ? ଦିନ ରାତି ପବିତ୍ର ରହିବାର ଚିନ୍ତା ରହୁଛି ?

(୨) ବେହଦ ବାବାଙ୍କ ସହିତ ବିଶ୍ୱର ସେବା କରିବାକୁ ହେବ । ବେହଦର ପାଠପଢାକୁ ନିଜେ ପଢିବା ସହିତ ଅନ୍ୟମାନଙ୍କୁ ପଢାଇବାକୁ ହେବ । ଦେହ ସହିତ ଯେତେ ବି ବନ୍ଧନ ରହିଛି ସେଗୁଡିକୁ ବାବାଙ୍କ ସ୍ମୃତିରେ ରହି ସମାପ୍ତ କରିଦେବାକୁ ହେବ ।

ବରଦାନ:-
ସେବାରେ ମାନ-ଶାନର କଞ୍ଚାଫଳକୁ ତ୍ୟାଗ କରି ସର୍ବଦା ପ୍ରସନ୍ନଚିତ୍ତ ରହୁଥିବା ଅଭିମାନମୁକ୍ତ ହୁଅ ।

ଇଚ୍ଛାର ରାଜକୀୟ ସ୍ୱରୂପ ହେଲା ନାମ-ମାନ ଏବଂ ପ୍ରତିଷ୍ଠା । ଯେଉଁମାନେ ନାମକୁ ବିଖ୍ୟାତ କରିବା ପାଇଁ ସେବା କରିଥାନ୍ତି ଅଳ୍ପକାଳ ପାଇଁ ସେମାନଙ୍କର ନାମ ବିଖ୍ୟାତ ହୋଇଯାଏ କିନ୍ତୁ ଉଚ୍ଚ ପଦ ପାଇବାରେ ସେମାନଙ୍କର ନାମ ପଛରେ ରହିଯାଏ କାହିଁକି ନା କଞ୍ଚାଫଳ ସ୍ୱୀକାର କରିନେଇଛନ୍ତି । କେହି କେହି ଭାବୁଛନ୍ତି ସେବାର ଫଳସ୍ୱରୂପ ମୋତେ ସମ୍ମାନ ମିଳିବା ଉଚିତ୍ । କିନ୍ତୁ ଏହା ସମ୍ମାନ ନୁହେଁ ଅଭିମାନ ଅଟେ । ଯେଉଁଠାରେ ଅଭିମାନ ରହିବ ସେଠାରେ ପ୍ରସନ୍ନତା ରହିପାରିବ ନାହିଁ । ସେଥିପାଇଁ ଅଭିମାନରୁ ମୁକ୍ତ ହୋଇ ସର୍ବଦା ପ୍ରସନ୍ନତାର ଅନୁଭବ କର ।

ସ୍ଲୋଗାନ:-
ପରମାତ୍ମ ସ୍ନେହର ସୁଖଦାୟୀ ଝୁଲଣାରେ ଝୁଲୁଥାଅ ତେବେ ଦୁଃଖର ଲହରୀ ଆସିପାରିବ ନାହିଁ ।

ବ୍ରହ୍ମାବାବାଙ୍କ ସମାନ ହେବା ପାଇଁ ବିଶେଷ ପୁରୁଷାର୍ଥ:-
ପ୍ରଥମ ନମ୍ବରରେ ଥିବା ବ୍ରହ୍ମାଙ୍କର ଆତ୍ମା ସହିତ ତୁମ ସମସ୍ତଙ୍କୁ ମଧ୍ୟ ଫରିସ୍ତା ହୋଇ ପ୍ରଥମେ ଅବ୍ୟକ୍ତ ଲୋକକୁ ଯାଇ ତାପରେ ପରମଧାମକୁ ଯିବାକୁ ହେବ ସେଥିପାଇଁ ମନର ଏକାଗ୍ରତା ଉପରେ ବିଶେଷ ଧ୍ୟାନଦିଅ, ନିର୍ଦ୍ଦେଶ ଅନୁସାରେ ମନକୁ ଚଲାଅ । ପ୍ରତ୍ୟେକ କଥାରେ, ବୃତ୍ତିରେ, ଦୃଷ୍ଟିରେ, କର୍ମରେ ନିଆରା ପଣିଆର ଅନୁଭବ କର । ଫରିସ୍ଥା ସ୍ଥିତିର ଅନୁଭବ ନିଜେ ମଧ୍ୟ କର ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଅ ।