10.01.21 Avyakt Bapdada Odia Murli
09.10.87 Om Shanti Madhuban
“ଅଲୌକିକ ରାଜ୍ୟ ଦରବାରର
ସମାଚାର”
ଆଜି ବାପଦାଦା ନିଜର
ସ୍ୱରାଜ୍ୟ ଅଧିକାରୀ ପିଲାମାନଙ୍କର ରାଜ୍ୟ ଦରବାରକୁ ଦେଖୁଛନ୍ତି । ସଂଗମଯୁଗର ଏହି ଭିନ୍ନତା
ପୂର୍ଣ୍ଣ, ଶ୍ରେଷ୍ଠ ଗୌରବଶାଳୀ ଅଲୌକିକ ଦରବାର ସାରା କଳ୍ପରେ ସବୁଠାରୁ ଅଲଗା ଏବଂ ସବୁଠାରୁ
ପ୍ରିୟ ଅଟେ । ଏହି ରାଜ୍ୟ ସଭାର ଆତ୍ମିକ ଶୋଭା, ଆତ୍ମିକ କମଳ ଆସନ, ଆତ୍ମିକ ମୁକୁଟ ଏବଂ ତିଳକ,
ମୁଖ ମଣ୍ଡଳର ଚମକ, ଶ୍ରେଷ୍ଠ ସ୍ମୃତି ଯୁକ୍ତ ସ୍ଥିତିର ବାତାବାରଣରେ ବ୍ୟାପ୍ତ ହେଉଥିବା ସୁଗନ୍ଧ
ଅତି ମନୋମୁଗ୍ଧକର ଏବଂ ଅତି ଆକର୍ଷକ ଅଟେ । ଏହିଭଳି ସଭାର ପ୍ରତ୍ୟେକ ରାଜ୍ୟ ଅଧିକାରୀ
ଆତ୍ମାମାନଙ୍କୁ ଦେଖି ବାପଦାଦା ହର୍ଷିତ ହେଉଛନ୍ତି । ତେବେ ଏହା କେତେ ବିଶାଳ ଦରବାର! ଏଠାରେ
ଉପସ୍ଥିତ ପ୍ରତ୍ୟେକ ବ୍ରାହ୍ମଣ ଆତ୍ମା ସ୍ୱରାଜ୍ୟ ଅଧିକାରୀ ଅଟନ୍ତି । ଏହିଭଳି କେତେ ବ୍ରାହ୍ମଣ
ସନ୍ତାନ ଅଛନ୍ତି! ଯଦି ସବୁ ବ୍ରାହ୍ମଣ ମାନଙ୍କର ଏକାଠି ଦରବାର କରାଯିବ ତେବେ କେତେ ବଡ ରାଜ୍ୟ
ଦରବାର ହୋଇଯିବ! ତେବେ ଏତେ ବଡ ଦରବାର କେବେ ବି କୌଣସି ଯୁଗରେ ହୋଇନଥାଏ । ଏହା ହିଁ ହେଉଛି
ସଂଗମଯୁଗର ବିଶେଷତା ଯାହାକି ଉଚ୍ଚରୁ ଉଚ୍ଚ ପିତାଙ୍କର ସବୁ ପିଲାମାନେ ସ୍ୱରାଜ୍ୟ-ଅଧିକାରୀ
ହେଉଛନ୍ତି । ଏମିତି ତ ଲୌକିକ ପରିବାରରେ ପ୍ରତ୍ୟେକ ପିତା ନିଜର ସନ୍ତାନକୁ “ରାଜା ବେଟା” ଅର୍ଥାତ୍
ମୋ’ ପୁଅ ରାଜା ହେଉ ବୋଲି ଇଚ୍ଛା ରଖିଥା’ନ୍ତି କିନ୍ତୁ ସବୁ ପିଲା କେବେ ବି ରାଜା ହୋଇପାରିବେ
ନାହିଁ । ତେଣୁ ଏହି ଗାୟନ ମଧ୍ୟ ପରମାତ୍ମା ପିତାଙ୍କ ଠାରୁ ହିଁ କପୀ କରିଛନ୍ତି । ବର୍ତ୍ତମାନ
ସମୟରେ ବାପଦାଦାଙ୍କର ସବୁ ସନ୍ତାନ ରାଜଯୋଗୀ ଅର୍ଥାତ୍ ନିଜ ଉପରେ ରାଜା କମ-ବେଶୀ ହିସାବରେ
ନିଶ୍ଚିତ ଅଟନ୍ତି କିନ୍ତୁ ସମସ୍ତେ ରାଜଯୋଗୀ ହିଁ ଅଟନ୍ତି, କେହି ବି ପ୍ରଜାଯୋଗୀ ନୁହଁନ୍ତି ।
ତେବେ ବାପଦାଦା ଏହିଭଳି ବେହଦର ରାଜସଭାକୁ ଦେଖୁଥିଲେ । ତେଣୁ ସମସ୍ତେ ନିଜକୁ ସ୍ୱରାଜ୍ୟ ଅଧିକାରୀ
ମନେ କରୁଛ ନା! ନୂଆ କରି ଆସିଥିବା ପିଲାମାନେ ମଧ୍ୟ ସ୍ୱରାଜ୍ୟ ଅଧିକାରୀ ଅଟ, ନା ଏବେ ହେବା ପାଇଁ
ପୁରୁଷାର୍ଥ କରୁଛ? ଯେହେତୁ ନୂଆ କରି ଆସିଛନ୍ତି ତେଣୁ ବାପଦାଦାଙ୍କ ସହିତ ମିଶିବା ମଧ୍ୟ
ଶିଖୁଛନ୍ତି । ଅବ୍ୟକ୍ତ ପିତାଙ୍କର ଅବ୍ୟକ୍ତ ବାର୍ତ୍ତାଳାପକୁ ବୁଝିବାରେ ମଧ୍ୟ ଅଭ୍ୟାସ ହୋଇଯିବ ।
ପୁଣି ବି ଏହି ଭାଗ୍ୟକୁ ସମୟ ଆସିଲେ ବର୍ତ୍ତମାନ ଅପେକ୍ଷା ମଧ୍ୟ ଅଧିକ ବୁଝିପାରିବ, ଯେ ଆମେ
ଆତ୍ମାମାନେ କେତେ ଭାଗ୍ୟବାନ ଅଟୁ ।
ତେଣୁ ବାପଦାଦା ଏହିଭଳି ଅଲୌକିକ ରାଜ୍ୟ ଦରବାରର ସମାଚାର ଶୁଣାଉଥିଲେ । ବିଶେଷ ଭାବରେ ମୁକୁଟ
ସମସ୍ତଙ୍କର ଏବଂ ମୁଖମଣ୍ଡଳ ଉପରେ ନ ଚାହିଁଲେ ମଧ୍ୟ ଦୃଷ୍ଟି ପଡୁଥିଲା । କାରଣ ମୁକୁଟ ହେଉଛି
ବ୍ରାହ୍ମଣ ଜୀବନର ବିଶେଷତା ଯାହାକି ପବିତ୍ରତାର ହିଁ ସୂଚକ ଅଟେ ଏବଂ ମୁଖମଣ୍ଡଳର ଚମକ ନିଜର
ଆତ୍ମିକ ସ୍ଥିତିରେ ସ୍ଥିତ ରହିବାର ଅର୍ଥାତ୍ ଆତ୍ମ-ଅଭିମାନୀ ସ୍ୱରୂପର ସୂଚକ ଅଟେ । ସାଧାରଣ ଭାବରେ
ମଧ୍ୟ ଯଦି କୌଣସି ବ୍ୟକ୍ତିକୁ ଦେଖିବ ତେବେ ସର୍ବ ପ୍ରଥମେ ମୁଖ ମଣ୍ଡଳ ଅର୍ଥାତ୍ ଚେହେରା ଉପରେ
ହିଁ ଦୃଷ୍ଟି ପଡିବ । ତେବେ ଏହି ଚେହେରା ହିଁ ମନର ବୃତ୍ତି ଏବଂ ସ୍ଥିତିର ଦର୍ପଣ ଅଟେ । ତେଣୁ
ବାପଦାଦା ଦେଖୁଥିଲେ - ଚମକ ତ ସମସ୍ତଙ୍କ ଭିତରେ ଥିଲା କିନ୍ତୁ କିଛି ଜଣ ସର୍ବଦା ଆତ୍ମ-ଅଭିମାନୀ
ସ୍ଥିତିରେ ସ୍ୱତଃ ଏବଂ ସହଜ ଭାବରେ ସ୍ଥିତ ରହୁଥିବା ଆତ୍ମାମାନେ ମଧ୍ୟ ଥିଲେ, ଆଉ କିଛି ଜଣ ସର୍ବଦା
ଆତ୍ମିକ ସ୍ଥିତିରେ ସ୍ଥିତ ହେବାର ଅଭ୍ୟାସ ଦ୍ୱାରା ମଧ୍ୟ ସ୍ଥିତ ରହୁଥିଲେ । ଗୋଟିଏ ହେଲେ ସହଜ
ସ୍ଥିତିବାଲା, ଦ୍ୱିତୀୟରେ ହେଲେ ଚେଷ୍ଟା କରି କରି ସ୍ଥିତ ରହିଲାବାଲା ଅର୍ଥାତ୍ କିଛି ଜଣ ସହଜଯୋଗୀ
ଥିଲେ ଏବଂ ଆଉ କିଛି ଜଣ ପୁରୁଷାର୍ଥ ଆଧାରରେ ଯୋଗୀ ହେଉଥିଲେ । ତେବେ ଉଭୟଙ୍କର ଚମକରେ ଅନ୍ତର
ମଧ୍ୟ ଥିଲା । ସେମାନଙ୍କର ହେଲା ସ୍ୱାଭାବିକ ସୁନ୍ଦରତା ଦ୍ୱିତୀୟ ନମ୍ବର ବାଲାଙ୍କର ହେଲା
ପୁରୁଷାର୍ଥ ଦ୍ୱାରା ସୁନ୍ଦରତା । ଯେପରି ଆଜିକାଲି ମଧ୍ୟ ନିଜକୁ ମେକପ୍ କରି ସୁନ୍ଦର ହୋଇଯାଉଛନ୍ତି
ନା । କିନ୍ତୁ ସ୍ୱାଭାବିକ ସୌନ୍ଦର୍ଯ୍ୟର ଚମକ ସର୍ବଦା ସ୍ଥାୟୀ ରହିଥାଏ ଏବଂ ମେକପ୍ ଦ୍ୱାରା
ସୌନ୍ଦର୍ଯ୍ୟ କେତେବେଳେ ବହୁତ ଭଲ ଦେଖାଯାଏ ଏବଂ କେତେବେଳେ କମ ମଧ୍ୟ ହୋଇଯାଏ । ସବୁ ସମୟରେ
ଏକାଭଳି ଅବସ୍ଥାରେ ନଥାଏ । ତେଣୁ ସର୍ବଦା ସହଜଯୋଗୀ ଏବଂ ସ୍ୱତଃ ଯୋଗୀ ସ୍ଥିତି ହିଁ ପ୍ରଥମ ନମ୍ବର
ସ୍ୱରାଜ୍ୟ ଅଧିକାରୀ କରିଦେଇଥାଏ । ଯେହେତୁ ତୁମ ସମସ୍ତଙ୍କର ପ୍ରତିଜ୍ଞା ହେଲା ବ୍ରାହ୍ମଣ ଜୀବନ
ଅର୍ଥାତ୍ ଏକମାତ୍ର ବାବା ହିଁ ତୁମର ସଂସାର ବା ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ । ଯେବେକି
ସଂସାର ହିଁ ବାବା, ଅନ୍ୟ କେହି ବି ନିଜର ନୁହଁନ୍ତି ତେବେ ସ୍ୱତଃ ଏବଂ ସହଜଯୋଗୀ ସ୍ଥିତି ସର୍ବଦା
ରହିବ ନା, ବା ମେହନତ କରିବାକୁ ପଡିବ? ଯଦି ଅନ୍ୟ କେହି ଥାଆନ୍ତେ ତେବେ ମେହନତ କରିବାକୁ
ପଡିଥା’ନ୍ତା - ବୁଦ୍ଧି ସେଠାକୁ ନଯାଉ, ଏଠାକୁ ଯାଉ । ଯଦି ଏକମାତ୍ର ବାବା ହିଁ ସବୁ କିଛି ଅଟନ୍ତି
ତେବେ ବୁଦ୍ଧି ଆଉ କୁଆଡେ ଯିବ? ଯଦି ବୁଦ୍ଧି କୁଆଡେ ବି ଯାଇପାରିବ ନାହିଁ ତେବେ ଆଉ ଅଭ୍ୟାସ କ’ଣ
କରିବ? ଅଭ୍ୟାସ ଭିତରେ ମଧ୍ୟ ଅନ୍ତର ରହିଛି । ଗୋଟିଏ ହେଲା ସ୍ୱତଃ ଅଭ୍ୟାସ ଅର୍ଥାତ୍ ସଫଳତା
ନିଶ୍ଚିତ ମିଳିବ, ଦ୍ୱିତୀୟରେ ହେଲା ମେହନତ ପୂର୍ବକ ଅଭ୍ୟାସ । ତେବେ ସ୍ୱରାଜ୍ୟ ଅଧିକାରୀ
ପିଲାମାନଙ୍କର ସହଜ ଅଭ୍ୟାସୀ ହେବା ହିଁ ସହଜଯୋଗୀ, ସ୍ୱତଃଯୋଗୀ ହେବାର ଲକ୍ଷଣ । ସେମାନଙ୍କର
ଚେହେରାର ଚମକ ଅଲୌକିକ ହୋଇଥାଏ, ଯାହାକି ତାଙ୍କର ଚେହେରାକୁ ଦେଖିବା ମାତ୍ରକେ ଅନ୍ୟ ଆତ୍ମାମାନେ
ଅନୁଭବ କରିଥା’ନ୍ତି ଯେ ଏମାନେ ଶ୍ରେଷ୍ଠ ପ୍ରାପ୍ତିର ସ୍ୱରୂପ ସହଜଯୋଗୀ ଅଟନ୍ତି । ଯେପରି ସ୍ଥୂଳ
ଧନ ବା ସ୍ଥୂଳ ପଦର ପ୍ରାପ୍ତିର ଚମକ ଚେହେରାରୁ ଜଣାପଡିଥାଏ ଯେ ଇଏ ନିଶ୍ଚିତ କୌଣସି ଧନୀ ପରିବାରର
ଅଟନ୍ତି ବା କୌଣସି ଉଚ୍ଚ ପଦର ଅଧିକାରୀ ଅଟନ୍ତି, ସେହିପରି ଏହି ଶ୍ରେଷ୍ଠ ପ୍ରାପ୍ତି, ଶ୍ରେଷ୍ଠ
ରାଜ୍ୟ ଅଧିକାର ଅର୍ଥାତ୍ ଶ୍ରେଷ୍ଠ ପଦର ପ୍ରାପ୍ତିର ନିଶା ବା ଚମକ ଚେହେରାରେ ଦେଖାଯାଇଥାଏ ।
ଦୂରରୁ ହିଁ ଅନ୍ୟମାନେ ଅନୁଭବ କରିନିଅନ୍ତି ଯେ ଏମାନେ କିଛି ପ୍ରାପ୍ତି କରିଛନ୍ତି, ବା ଏମାନେ
ପ୍ରାପ୍ତି ସ୍ୱରୂପ ଆତ୍ମା ଅଟନ୍ତି । ସେହିପରି ସମସ୍ତ ରାଜ୍ୟ ଅଧିକାରୀ ପିଲାମାନଙ୍କର ଚମକୁଥିବା
ଚେହେରା ଅନ୍ୟମାନଙ୍କୁ ଦେଖାଯାଉ, ମେହନତର କୌଣସି ଚିହ୍ନ ଦେଖା ନଯାଉ, ପ୍ରାପ୍ତିର ଚିହ୍ନ ହିଁ
ଦେଖାଯାଉ । ଏବେ ବି ଦେଖ କେହି କେହି ପିଲାଙ୍କର ଚେହେରାକୁ ଦେଖି କହୁଛନ୍ତି - ଏମାନେ ନିଶ୍ଚିତ
କିଛି ପାଇଛନ୍ତି ଏବଂ ଅନ୍ୟ କାହାକୁ ଦେଖି ଏକଥା ମଧ୍ୟ କହୁଛନ୍ତି ଯେ ଏମାନଙ୍କର ଲକ୍ଷ୍ୟ ମଧ୍ୟ
ବହୁତ ଉଚ୍ଚ ଏବଂ ତ୍ୟାଗ ମଧ୍ୟ ବହୁତ ଉଚ୍ଚ ଅର୍ଥାତ୍ ଚେହେରା ଦ୍ୱାରା ଭାଗ୍ୟ ଦେଖାଯିବା
ପରିବର୍ତ୍ତେ ତ୍ୟାଗ ଦେଖାଯାଉଛି । ନଚେତ୍ ଏପରି ମଧ୍ୟ କହୁଛନ୍ତି ଏମାନେ ବହୁତ କଠିନ ମେହନତ
କରୁଛନ୍ତି ।
ତେବେ ବାପଦାଦା ଦେଖିବାକୁ ଚାହୁଁଛନ୍ତି ଯେ ପ୍ରତ୍ୟେକ ସନ୍ତାନର ଚେହେରାରୁ ସହଜଯୋଗୀର ଚମକ
ଦେଖାଯାଉ, ଶ୍ରେଷ୍ଠ ପ୍ରାପ୍ତିର ନିଶାର ଚମକ ଦେଖାଯାଉ, କାହିଁକି ନା ସର୍ବପ୍ରାପ୍ତିର ଭଣ୍ଡାର
ପରମପିତା ପରମାତ୍ମାଙ୍କର ସନ୍ତାନ ଅଟ । ସଂଗମଯୁଗର ପ୍ରାପ୍ତିଗୁଡିକର ଏବଂ ବରଦାନୀ ସମୟର ଅଧିକାରୀ
ମଧ୍ୟ ଅଟ । ନିରନ୍ତର ଯୋଗ କିପରି ଲଗାଇବୁ ବା ନିରନ୍ତର ଅନୁଭବ କରି ସର୍ବ ପ୍ରାପ୍ତିର ଭଣ୍ଡାରର
ଅନୁଭୂତି କିପରି କରିବୁ - ଏହିଭଳି ମେହନତ କରିବାରେ ସମୟ ଖର୍ଚ୍ଚ କର ନାହିଁ ବରଂ ପ୍ରାପ୍ତି
ସ୍ୱରୂପର ଭାଗ୍ୟକୁ ସହଜ ରୂପରେ ଅନୁଭବ କର, କାରଣ ସମାପ୍ତିର ସମୟ ପାଖେଇ ଆସୁଛି । ଯଦି
ବର୍ତ୍ତମାନ ମଧ୍ୟ କୌଣସି ନା କୌଣସି କଥାରେ ମେହନତ କରିବାରେ ଲାଗି ରହିଥିବ ତେବେ ପ୍ରାପ୍ତିର ସମୟ
ସମାପ୍ତ ହୋଇଯିବ, ତେଣୁ ପ୍ରାପ୍ତି ସ୍ୱରୂପର ଅନୁଭବ କେବେ କରିବ? ସଂଗମଯୁଗକୁ ଏବଂ ବ୍ରାହ୍ମଣ
ଆତ୍ମାମାନଙ୍କୁ ବରଦାନ ମିଳିଛି - “ସର୍ବପ୍ରାପ୍ତି ସ୍ୱରୂପ ଭବ” । ସଦା ପୁରୁଷାର୍ଥୀ ଭବର ବରଦାନ
ମିଳିନାହିଁ କିନ୍ତୁ ପ୍ରାପ୍ତି ଭବର ବରଦାନ ମିଳିଛି । ତେବେ ପ୍ରାପ୍ତି ଭବର ବରଦାନୀ ଆତ୍ମା କେବେ
ବି ଅବହେଳା ପଣିଆର ବଶୀଭୂତ ହୋଇପାରିବେ ନାହିଁ, ସେଥିପାଇଁ ସେମାନଙ୍କୁ ମେହନତ କରିବା ପାଇଁ ମଧ୍ୟ
ପଡୁ ନାହିଁ । ଏବେ ବୁଝିପାରିଲ - ତୁମମାନଙ୍କୁ କ’ଣ ହେବାକୁ ପଡିବ ।
ରାଜ୍ୟ ସଭାର ରାଜ୍ୟ ଅଧିକାରୀ ହେବାର ବିଶେଷତା କ’ଣ? ଏହା ତ ସ୍ପଷ୍ଟ ହେଲା ନା? ରାଜ୍ୟ ଅଧିକାରୀ
ହୋଇଯାଇଛ, ନା ଏବେ ଭାବୁଛ - ହୋଇଛୁ କି ନାହିଁ? ଯେବେକି ବିଧାତା ଏବଂ ବରଦାତା ପିତାଙ୍କର ସନ୍ତାନ
ହୋଇଯାଇଛ, ରାଜା ଅର୍ଥାତ୍ ବିଧାତା ବା ଦାନୀ ଆତ୍ମା, ଯାହାର କୌଣସି ଅପ୍ରାପ୍ତି ନାହିଁ, ତେବେ ସେ
ପୁଣି କ’ଣ ବା ନେବ? ଏବେ ବୁଝିଲ - ନୂଆ ନୂଆ ଆତ୍ମାମାନଙ୍କୁ ଏହିଭଳି ଅନୁଭବରେ ରହିବାକୁ ହେବ ।
ଯୁଦ୍ଧ କରିବାରେ ସମୟ ହରାଇବାର ନାହିଁ । ଯଦି ଯୁଦ୍ଧ କରିବାରେ ହିଁ ସମୟ ହରାଇ ଦେଲ ତେବେ ଅନ୍ତିମ
ସମୟରେ ମଧ୍ୟ ଯୁଦ୍ଧ କରିବାରେ ସମୟ ବିତିଯିବ । ଯଦି ଏପରି ହୁଏ ତେବେ କ’ଣ ହେବାକୁ ପଡିବ?
ଚନ୍ଦ୍ରବଂଶୀ କୁଳକୁ ଯିବ? ଯୁଦ୍ଧ କରିବା ବାଲା ତ ଚନ୍ଦ୍ରବଂଶୀକୁ ହିଁ ଯିବେ । ଚାଲୁଛି ତ....
କରୁଛି ତ,.... ହେବ ତ ,..... ପହଞ୍ଚି ତ ଯିବି..... ଏବେ ପର୍ଯ୍ୟନ୍ତ ମଧ୍ୟ ଏଭଳି ଲକ୍ଷ୍ୟ ରଖ
ନାହିଁ, କାରଣ ଏବେ ନୁହେଁ ତ କେବେ ନୁହେଁ । ଯଦି ହେବାର ଅଛି ତେବେ ଏବେ ହୁଅ, ଯଦି ପାଇବାର ଅଛି
ତେବେ ବର୍ତ୍ତମାନ ହିଁ ପାଇପାରିବ । ଏହିଭଳି ଉମଙ୍ଗ ଉତ୍ସାହରେ ରହୁଥିବା ଆତ୍ମା ହିଁ ଯଥା ସମୟରେ
ନିଜର ସମ୍ପୂର୍ଣ୍ଣ ଲକ୍ଷ୍ୟକୁ ପ୍ରାପ୍ତ କରିପାରିବେ । ତେବେ ତ୍ରେତାରେ ରାମ-ସୀତା ହେବା ପାଇଁ
କେହି ଚାହୁଁନାହଁ ତ? ଯେବେକି ସତ୍ୟଯୁଗୀ ସୂର୍ଯ୍ୟବଂଶୀ କୁଳରେ ଆସିବାକୁ ଚାହୁଁଛ ତେବେ
ସୂର୍ଯ୍ୟବଂଶୀ ଅର୍ଥାତ୍ ମାଷ୍ଟର ବିଧାତା ଏବଂ ବରଦାତା । କିଛି ବି ନେବାର ଇଚ୍ଛା ରଖିଥିବା ଆତ୍ମା
ନୁହେଁ । ଯଦି କିଛି ସାହାଯ୍ୟ ମିଳିଯାଆନ୍ତା ବା ଏମିତି ହୋଇଯାଆନ୍ତା ତେବେ ବହୁତ ଭଲ ହୁଅନ୍ତା ବା
ପୁରୁଷାର୍ଥରେ ଭଲ ନମ୍ବର ମିଳିଯାଆନ୍ତା, ନା - ବରଂ ଏମିତି ଭାବ ଯେ ମୋତେ ସବୁ ପ୍ରକାରର ସହଯୋଗ
ମିଳୁଛି ଏବଂ ସବୁ କିଛି ଠିକ୍-ଠାକ୍ ଚାଲିଛି - ତେବେ କୁହାଯିବ ସ୍ୱରାଜ୍ୟ ଅଧିକାରୀ ସନ୍ତାନ ।
ତେବେ ଆଗକୁ ବଢିବାକୁ ଚାହୁଁଛ ନା, ପଛରେ ଆସିଥିବା କାରଣରୁ ପଛରେ ହିଁ ରହିବାକୁ ଚାହୁଁଛ? ତେଣୁ
ଆଗକୁ ଯିବାର ସହଜ ରାସ୍ତା ହେଲା ସହଜଯୋଗୀ, ସ୍ୱତଃ ଯୋଗୀ ହୁଅ । ଏହା ବହୁତ ସହଜ ମଧ୍ୟ ଅଟେ । ଯଦି
ତୁମର ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ କେହି ନାହାଁନ୍ତି ତେବେ ଆଉ କୁଆଡକୁ ଯିବ? ଯଦି ସବୁବେଳେ
ପ୍ରାପ୍ତି ହିଁ ହେବାରେ ଲାଗିଛି ତେବେ ମେହନତର ଅନୁଭବ କାହିଁକି ହେବ? ତେଣୁ ପ୍ରାପ୍ତି କରିବାର
ସମୟର ଲାଭ ଉଠାଅ । ସର୍ବ ପ୍ରାପ୍ତିର ସ୍ୱରୂପ ହୁଅ । ବୁଝିଲ! ବାପଦାଦା ତ ଏହି କଥା ଚାହୁଁଛନ୍ତି
- ଚାହେଁ ଶେଷ ସମୟରେ ଆସିଥା’ନ୍ତୁ ବା ସ୍ଥାପନାର ଆଦି ସମୟରେ ଆସିଥା’ନ୍ତୁ କିନ୍ତୁ ପ୍ରତ୍ୟେକ
ସନ୍ତାନ ପ୍ରଥମ ନମ୍ବରରେ ଆସିଯାଆନ୍ତୁ । ରାଜା ହୋଇଯାଆନ୍ତୁ, ପ୍ରଜା ନ ହୁଅନ୍ତୁ । ଆଚ୍ଛା!
ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶର ଗ୍ରୃପ ଆସିଛନ୍ତି । ଦେଖ ମହା ଶବ୍ଦ କେତେ ଭଲ ଲାଗୁଛି ।
ମହାରାଷ୍ଟ୍ରର ସ୍ଥାନ ମଧ୍ୟ ମହା ଶବ୍ଦରୁ ଆସିଛି ଏବଂ ମହାନ ହେବାର ମଧ୍ୟ ଲକ୍ଷ୍ୟ ରଖିଛ । ତେବେ
ମହାନ ତ ହୋଇଯାଇଛ, କାହିଁକି ନା ବାବାଙ୍କର ହୋଇଯାଇଛ ଅର୍ଥାତ୍ ମହାନ ବାବାଙ୍କର ହୋଇଯାଇଛ । ତେଣୁ
ସମସ୍ତେ ମହାନ ଆତ୍ମା । ବ୍ରାହ୍ମଣ ଅର୍ଥାତ୍ ମହାନ । ତୁମର ପ୍ରତ୍ୟେକ କର୍ମ ମହାନ, ବାଣୀ ମହାନ,
ସଂକଳ୍ପ ମଧ୍ୟ ମହାନ, କାରଣ ଅଲୌକିକ ହୋଇଯାଇଛି ନା । ତେବେ ମହାରାଷ୍ଟ୍ରର ଆତ୍ମାମାନେ ସର୍ବଦା ଏହି
ସ୍ମୃତି ସ୍ୱରୂପ ହୁଅ ଯେ ଆମେ ମହାନ ଅଟୁ । ବ୍ରାହ୍ମଣ ଅର୍ଥାତ୍ ମହାନ ବା ସର୍ବଶ୍ରେଷ୍ଠ ଅଟ ନା ।
ମଧ୍ୟପ୍ରଦେଶ - ସର୍ବଦା ମଧ୍ୟାଜୀ ଭବର ନିଶାରେ ରହୁଥିବା ଆତ୍ମା । ମନମନାଭବ ସହିତ ମଧ୍ୟାଜୀଭବର
ବରଦାନ ମଧ୍ୟ ମିଳିଛି ନା । ତେବେ ନିଜର ସ୍ୱର୍ଗର ସ୍ୱରୂପର ସ୍ମୃତିକୁ ହିଁ ମଧ୍ୟାଜୀଭବ କୁହାଯାଉଛି
। ତେଣୁ ତୁମେମାନେ ନିଜର ଶ୍ରେଷ୍ଠ ପ୍ରାପ୍ତିର ନିଶାରେ ରହୁଥିବା ଅର୍ଥାତ୍ ମଧ୍ୟାଜୀଭବ ମନ୍ତ୍ରର
ସ୍ୱରୂପରେ ସ୍ଥିତ ରହୁଥିବା ଆତ୍ମା । ତେଣୁ ତୁମେମାନେ ମଧ୍ୟ ମହାନ ହୋଇଗଲେ ନା । ଯଦି ମଧ୍ୟାଜୀ
ଭବ ସ୍ଥିତିରେ ସ୍ଥିତ ରହିବ ତେବେ ମନମନାଭବ ସ୍ଥିତିରେ ମଧ୍ୟ ନିଶ୍ଚିତ ରହିବ । ତେଣୁ ମଧ୍ୟପ୍ରଦେଶ
ଅର୍ଥାତ୍ ମହାମନ୍ତ୍ରର ସ୍ୱରୂପ ହେଉଥିବା ଆତ୍ମାମାନେ । ଏହିଭଳି ଉଭୟ ରାଜ୍ୟ ନିଜ ନିଜର ବିଶେଷତା
ଆଧାରରେ ମହାନ ଅଟନ୍ତି । ବୁଝିଲ । ତୁମେମାନେ କିଏ?
ଯେବେଠାରୁ ପ୍ରଥମ ପାଠ ଆରମ୍ଭ କରିଥିଲ ତାହା ମଧ୍ୟ ଏହା ହିଁ ଥିଲା ନା - ମୁଁ କିଏ! ବାବା ମଧ୍ୟ
ସେହି କଥାକୁ ମନେ ପକାଇ ଦେଉଛନ୍ତି । ଏହା ଉପରେ ହିଁ ମନନ-ଚିନ୍ତନ କରିବ । ଶବ୍ଦ ତ ଗୋଟିଏ - ମୁଁ
କିଏ? କିନ୍ତୁ ଏହାର ଉତ୍ତର କେତେ ବିଶାଳ, ଏହାର ଲିଷ୍ଟ ବାହାର କର । ଆଚ୍ଛା! ଚାରିଆଡର ସର୍ବ
ପ୍ରାପ୍ତି ସ୍ୱରୂପ ଶ୍ରେଷ୍ଠ ଆତ୍ମାମାନଙ୍କୁ, ସର୍ବ ଅଲୌକିକ ରାଜ୍ୟ ସଭା ଅଧିକାରୀ ମହାନ
ଆତ୍ମାମାନଙ୍କୁ, ସର୍ବଦା ଆତ୍ମିକ ସ୍ଥିତିରେ ରହିବାର ଚମକକୁ ଧାରଣ କରୁଥିବା ବିଶେଷ ଆତ୍ମାମାନଙ୍କୁ,
ସର୍ବଦା ସ୍ୱତଃ ଯୋଗୀ, ଉଚ୍ଚରୁ ଉଚ୍ଚ ଆତ୍ମାମାନଙ୍କୁ ଉଚ୍ଚରୁ ଉଚ୍ଚ ବାପଦାଦାଙ୍କର ସ୍ନେହ
ସମ୍ପନ୍ନ ୟାଦପ୍ୟାର ସ୍ୱୀକାର ହେଉ ।
ଅବ୍ୟକ୍ତ
ବାପଦାଦାଙ୍କ ସହିତ ଡବଲ ବିଦେଶୀ ଭାଇ-ଭଉଣୀମାନଙ୍କର ସାକ୍ଷାତ:-
ଡବଲ ବିଦେଶୀ ଅର୍ଥାତ୍ ସର୍ବଦା ନିଜର ସ୍ୱସ୍ୱରୂପ, ସ୍ୱଦେଶ, ସ୍ୱରାଜ୍ୟର ସ୍ମୃତିରେ ରହୁଥିବା
ଆତ୍ମା । ଡବଲ ବିଦେଶୀମାନଙ୍କୁ ବିଶେଷ କରି କେଉଁ ସେବା କରିବାର ଅଛି? ବର୍ତ୍ତମାନ ସମୟରେ
ଆତ୍ମାମାନଙ୍କୁ ବିଶେଷ ଭାବରେ ଶାନ୍ତିର ଶକ୍ତିର ଅନୁଭବ କରାଇବା । ଏହା ମଧ୍ୟ ଏକ ବିଶେଷ ସେବା ।
ଯେପରି ବିଜ୍ଞାନର ଶକ୍ତି ନାମୀ-ଗ୍ରାମୀ ଅଟେ, ଛୋଟ ପିଲାମାନଙ୍କୁ ମଧ୍ୟ ଜଣା ଅଛି ଯେ ବିଜ୍ଞାନ
କ’ଣ? ସେହିପରି ଶାନ୍ତିର ଶକ୍ତି, ବିଜ୍ଞାନ ଶକ୍ତିଠାରୁ ମଧ୍ୟ ଶ୍ରେଷ୍ଠ । ତେବେ ସେହି ଦିନ ମଧ୍ୟ
ଆସିବାକୁ ଯାଉଛି ଯେତେବେଳେ ଶାନ୍ତିର ଶକ୍ତିର ପ୍ରତ୍ୟକ୍ଷତା ଦ୍ୱାରା ବାବାଙ୍କର ପ୍ରତ୍ୟକ୍ଷତା
ହେବ । ବିଜ୍ଞାନର ଶକ୍ତି ଯେପରି ପ୍ରତ୍ୟକ୍ଷ ପ୍ରମାଣ ଦେଖାଇପାରୁଛି ସେହିପରି ଶାନ୍ତିର ଶକ୍ତିର
ବାସ୍ତବିକ ପ୍ରମାଣ ତୁମମାନଙ୍କର ଜୀବନ ହିଁ ଅଟେ । ଯେତେବେଳେ ଏତେ ସବୁ ବ୍ରାହ୍ମଣ ପିଲାମାନଙ୍କର
ଜୀବନ ରୂପୀ ବାସ୍ତବିକ ପ୍ରମାଣ ଦେଖିବାକୁ ପାଇବେ ସେତେବେଳେ ନ ଚାହିଁଲେ ମଧ୍ୟ ସମସ୍ତଙ୍କର ଦୃଷ୍ଟି
ସହଜରେ ତୁମ ଆଡକୁ ଆସିଯିବ । ଯେପରି ପୂର୍ବ ବର୍ଷ ଶାନ୍ତିର ମୂହୁର୍ତ୍ତ ସଂଗ୍ରହ କରିବାର ସେବା
କରିଥିଲା ନା । ଏହାକୁ ମଞ୍ଚ ଉପରେ ମଧ୍ୟ ବାସ୍ତବିକ ରୂପରେ ଦେଖାଇଥିଲ, ସେହିପରି ବର୍ତ୍ତମାନ
ମଧ୍ୟ ଶାନ୍ତିର ଚଳନ୍ତି ପ୍ରତିମାମାନେ ଚାରିଆଡେ ଦେଖାଯାଆନ୍ତୁ ତେବେ ଯାଇ ବୈଜ୍ଞାନିକମାନଙ୍କର
ଦୃଷ୍ଟି ଶକ୍ତି ପ୍ରତିମାମାନଙ୍କ ଉପରେ ନିଶ୍ଚିତ ପଡିବ । ବୁଝିପାରିଲ ।
ତେବେ ବିଜ୍ଞାନର ଉଦ୍ଭାବନ ଗୁଡିକ ତ ବିଦେଶରେ ଅଧିକ ହେଉଛି ନା, ତେଣୁ ଶାନ୍ତିର ଶକ୍ତିର ପ୍ରଚାର
ମଧ୍ୟ ବିଦେଶରୁ ହିଁ ସହଜରେ ପ୍ରସାରିତ ହେବ । ସେଠାରେ ତ ସମସ୍ତଙ୍କ ଭିତରେ ସେବା କରିବାର ଲକ୍ଷ୍ୟ
ମଧ୍ୟ ରହିଛି ଏବଂ ଉମଙ୍ଗ-ଉତ୍ସାହ ମଧ୍ୟ ଅଛି ଏବଂ ସେବା ବିନା ମଧ୍ୟ ରହିପାରିବେ ନାହିଁ । ଯେପରି
ଭୋଜନ ବିନା ରହିପାରିବ ନାହିଁ ସେହିପରି ସେବା ବିନା ମଧ୍ୟ ରହିପାରିବ ନାହିଁ ସେଥିପାଇଁ ହିଁ
ବାପଦାଦା ବିଦେଶୀ ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି । ଆଚ୍ଛା!
ପାର୍ଟିମାନଙ୍କ
ସହିତ ଅବ୍ୟକ୍ତ ବାପଦାଦାଙ୍କର ସାକ୍ଷାତ:-
ଏବେ ତ ସ୍ୱଦର୍ଶନ ଚକ୍ରଧାରୀ ଶ୍ରେଷ୍ଠ ଆତ୍ମା ହୋଇଯାଇଛ, ସର୍ବଦା ଏହିଭଳି ଅନୁଭବ କରୁଛ? ସ୍ୱ
ଆତ୍ମାର ଦର୍ଶନ ହୋଇଗଲା ନା? ନିଜକୁ ଜାଣିବା ଅର୍ଥାତ୍ ସ୍ୱ ର ଦର୍ଶନ ହେବା ଏବଂ ଚକ୍ରର ଜ୍ଞାନକୁ
ଜାଣିବା ଅର୍ଥାତ୍ ସ୍ୱଦର୍ଶନ ଚକ୍ରଧାରୀ ହେବା । ତୁମେମାନେ ଯେତେବେଳେ ସ୍ୱଦର୍ଶନ ଚକ୍ରଧାରୀ ହେଉଛ
ସେତେବେଳେ ଅନ୍ୟ ସବୁ ଚକ୍ର ଅର୍ଥାତ୍ ମାୟାର ଜଞ୍ଜାଳ ସମାପ୍ତ ହୋଇଯାଉଛି । ଦେହ-ଅଭିମାନର ଜଞ୍ଜାଳ,
ଅନେକ ସମସ୍ୟାର ଜଞ୍ଜାଳ - ଏହିଭଳି ମାୟାର କେତେ ପ୍ରକାରର ଜଞ୍ଜାଳ ରହିଛି! କିନ୍ତୁ ସ୍ୱଦର୍ଶନ
ଚକ୍ରଧାରୀ ହେବା ଦ୍ୱାରା ଏହି ସବୁ ଜଞ୍ଜାଳ ଗୁଡିକ ସମାପ୍ତ ହୋଇଯାଉଛି, ଅର୍ଥାତ୍ ସବୁ ଚକ୍ରରୁ
ବାହାରି ଯାଉଛ । ନଚେତ୍ ଜାଲ ଭିତରେ ଛନ୍ଦି ହୋଇ ପଡୁଛ । ତେଣୁ ଏହା ପୂର୍ବରୁ ଜାଲରେ ଛନ୍ଦି ହୋଇ
ରହିଥିଲ, କିନ୍ତୁ ଏବେ ବାହାରି ଆସିଛ । ୬୩ ଜନ୍ମ ପର୍ଯ୍ୟନ୍ତ ତ ଅନେକ ପ୍ରକାରର ଚକ୍ରରେ ଛନ୍ଦି
ହୋଇ ଆସିଲ ଏବଂ ବର୍ତ୍ତମାନ ଏହି ସବୁ ଚକ୍ରରୁ ବାହାରି ଆସିଛ, ତେଣୁ ପୁନର୍ବାର ଛନ୍ଦି ହେବାର ନାହିଁ
। ବନ୍ଧନର ଅନୁଭବ କରି ଦେଖି ନେଇଛ ନା? ଅନେକ ପ୍ରକାରର ଚକ୍ରରେ ଛନ୍ଦି ହୋଇ ସବୁ କିଛି ହରାଇ
ଦେଇଛ ଏବଂ ସ୍ୱଦର୍ଶନ ଚକ୍ରଧାରୀ ହେବା ଦ୍ୱାରା ବାବା ମିଳିଗଲେ ଅର୍ଥାତ୍ ସବୁ କିଛି ମିଳିଗଲା ।
ତେଣୁ ସର୍ବଦା ସ୍ୱଦର୍ଶନ ଚକ୍ରଧାରୀ ହୋଇଚାଲ, ମାୟାଜିତ୍ ହୋଇ ଆଗକୁ ବଢିଚାଲ । ଏହାଦ୍ୱାରା ସର୍ବଦା
ହାଲୁକା ରହିବ, କୌଣସି ପ୍ରକାରର ବୋଝର ଅନୁଭବ ହେବ ନାହିଁ କାରଣ ବୋଝ ହିଁ ତଳକୁ ନେଇ ଆସିଥାଏ ଏବଂ
ହାଲୁକା ହେବା ଦ୍ୱାରା ଉଚ୍ଚରେ ଉଡିବାକୁ ଲାଗିଥାଅ । ତେବେ ସମସ୍ତେ ଉଡିବାବାଲା ଆତ୍ମା ଅଟ ନା?
ଦୁର୍ବଳ ଆତ୍ମା ତ ନୁହେଁ ନା? ଯଦି ଗୋଟିଏ ବି ଡେଣା ଦୁର୍ବଳ ଥିବ ତେବେ ସେ ତଳକୁ ନେଇ ଆସିବ,
ଉଡିବାକୁ ଦେବ ନାହିଁ, ସେଥିପାଇଁ ଦୁଇଟିଯାକ ଡେଣା ଯଦି ମଜବୁତ ଥିବ ତେବେ ଆପେ ଆପେ ଉଡିବାକୁ
ଲାଗିବ । ସ୍ୱଦର୍ଶନ ଚକ୍ରଧାରୀ ହେବା ଅର୍ଥାତ୍ ଉଡିବାର କଳାକୁ ଯିବା । ଆଚ୍ଛା!
ରାଜଯୋଗୀ, ଶ୍ରେଷ୍ଠ ଯୋଗୀ ଆତ୍ମା ଅଟ ନା? ସାଧାରଣ ଜୀବନରୁ ସହଜଯୋଗୀ, ରାଜଯୋଗୀ ହୋଇଯାଇଛ ।
ଏହିଭଳି ଶ୍ରେଷ୍ଠ ଯୋଗୀ ଆତ୍ମାମାନେ ସଦାସର୍ବଦା ଅତିନ୍ଦ୍ରିୟ ସୁଖର ଝୁଲଣାରେ ଝୁଲୁଥା’ନ୍ତି ।
ହଠଯୋଗୀମାନେ ମଧ୍ୟ ହଠଯୋଗ ସାଧନା ଦ୍ୱାରା ଶରୀରକୁ ଭୂମିଠାରୁ ଉଚ୍ଚକୁ ଉଠାଇଥା’ନ୍ତି ଏବଂ ଉଡିବାର
ଅଭ୍ୟାସ କରିଥା’ନ୍ତି । ବାସ୍ତବରେ ତୁମେ ରାଜଯୋଗୀମାନେ ଉଚ୍ଚ ସ୍ଥିତିର ଅନୁଭବ କରୁଛ, ଯାହାକୁ
ନକଲ କରି ସେମାନେ ଶରୀରକୁ ଉଚ୍ଚକୁ ଉଠାଉଛନ୍ତି । କିନ୍ତୁ ତୁମେ ଯେଉଁଠି ବି ଥାଅ ଉଚ୍ଚ ସ୍ଥିତିରେ
ରହିପାରୁଛ, ସେଥିପାଇଁ କହିଥା’ନ୍ତି - ଯୋଗୀମାନେ ସର୍ବଦା ଉଚ୍ଚରେ ରହିଥା’ନ୍ତି । ତେଣୁ
ତୁମମାନଙ୍କର ମନର ସ୍ଥିତିର ସ୍ଥାନ ସର୍ବଦା ଉଚ୍ଚରେ ହିଁ ରହୁଛି, କାହିଁକି ନା ଡବଲ ଲାଇଟ୍
ହୋଇଯାଇଛ । ଏମିତି ବି ଫରିସ୍ତା ମାନଙ୍କ ପାଇଁ ଗାୟନ ଅଛି ଯେ ଫରିସ୍ତାମାନଙ୍କର ପାଦ ଧରଣୀ ଉପରେ
ନଥାଏ । ତେଣୁ ଫରିସ୍ତା ଅର୍ଥାତ୍ ଯାହାର ବୁଦ୍ଧିରୂପୀ ପାଦ ଧରଣୀ ଉପରେ ରହୁନଥିବ, ଦେହ-ଅଭିମାନରେ
ରହୁନଥିବ । ଦେହର ଅଭିମାନ ଠାରୁ ସର୍ବଦା ଉଚ୍ଚରେ ରହୁଥିବ - ଏହିଭଳି ଫରିସ୍ତା ଅର୍ଥାତ୍ ରାଜଯୋଗୀ
ହୋଇଯାଇଛ । ଏବେ ତ ଏହି ପୁରୁଣା ଦୁନିଆ ପ୍ରତି ତୁମର କୌଣସି ଆକର୍ଷଣ ନାହିଁ । ସେବା କରିବା ଅଲଗା
କଥା କିନ୍ତୁ କୌଣସି ପ୍ରକାରର ଆକର୍ଷଣ ବା ଆସକ୍ତି ନ ରହୁ । ଯୋଗୀ ହେବା ଅର୍ଥ ବାବା ଏବଂ ମୁଁ
ତୃତୀୟ କେହି ନାହିଁ । ତେବେ ସର୍ବଦା ଏହି ସ୍ମୃତିରେ ରୁହ ଯେ ମୁଁ ରାଜଯୋଗୀ ଆତ୍ମା ସବୁ ସମୟରେ
ଫରିସ୍ତା ସ୍ଥିତିରେ ହିଁ ରହିଛି । ଏହି ସ୍ମୃତି ଆଧାରରେ ସର୍ବଦା ଆଗକୁ ବଢିଚାଲିବ । ରାଜଯୋଗୀ
ଆତ୍ମା ସର୍ବଦା ବେହଦର ମାଲିକ ଅଟେ, ହଦର ଅର୍ଥାତ୍ ପୁରୁଣା ଦୁନିଆର ବସ୍ତୁ ବୈଭବର ମାଲିକ ନୁହେଁ
କାରଣ ତୁମେମାନେ ହଦରୁ ବାହାରି ଆସିଛ । ଏବେ ତୁମକୁ ବେହଦର ଅଧିକାର ମିଳିଯାଇଛି - ଏହି ଖୁସିରେ
ରୁହ । ଯେପରି ବେହଦର ବାବା ମିଳିଯାଇଛନ୍ତି ସେହିପରି ବେହଦର ଖୁସିରେ ରୁହ, ନିଶାରେ ରୁହ । ଆଚ୍ଛା!
ବିଦାୟ ସମୟରେ
ଅମୃତବେଳାର ସମସ୍ତ ବରଦାନୀ ପିଲାମାନଙ୍କୁ ବରଦାତା ବାବାଙ୍କର ସୁନେଲୀ, ୟାଦପ୍ୟାର ସ୍ୱୀକାର ହେଉ,
ତା’ ସହିତ ସୁନେଲୀ ଦୁନିଆ ଗଢିବାରେ ସେବାର ଯୋଜନା ଗୁଡିକୁ ସର୍ବଦା ମନନ-ଚିନ୍ତନ କରୁଥିବା ଏବଂ
ସେବା କାର୍ଯ୍ୟରେ ସର୍ବଦା ମନ ପ୍ରାଣ ଲଗାଇ, ଶରୀର-ମନ ଏବଂ ଧନ ଦ୍ୱାରା ସହଯୋଗୀ ହେଉଥିବା
ଆତ୍ମାମାନଙ୍କୁ, ତଥା ସମସ୍ତଙ୍କୁ ବାପଦାଦା ଗୁଡ ମର୍ଣ୍ଣିଙ୍ଗ, ଡାଇମଣ୍ଡ ମର୍ଣ୍ଣିଙ୍ଗ କରୁଛନ୍ତି
ଏବଂ ସର୍ବଦା ଡାଇମଣ୍ଡ ଅର୍ଥାତ୍ ହୀରା ଭଳି ହୋଇ ଏହି ଡାଇମଣ୍ଡ ଯୁଗର ବିଶେଷତାକୁ ବରଦାନ ଏବଂ
ବର୍ସା ଅର୍ଥାତ୍ ସମ୍ପତ୍ତି ରୂପରେ ଗ୍ରହଣ କରି ନିଜେ ମଧ୍ୟ ସୁନେଲି ସ୍ଥିତିରେ ସ୍ଥିତ ରୁହ ଏବଂ
ଅନ୍ୟମାନଙ୍କୁ ମଧ୍ୟ ସେହିପରି ଅନୁଭବ କରାଉଥାଅ । ତେଣୁ ଚାରିଆଡର ଡବଲ ହୀରୋ ପିଲାମାନଙ୍କୁ
ଡାଇମଣ୍ଡ ମର୍ଣ୍ଣିଙ୍ଗ୍ । ଆଚ୍ଛା!
ରଦାନ:-
ଦୟାଶୀଳ ହେବାର
ଭାବନା ଦ୍ୱାରା ଅପକାରୀ ଆତ୍ମାର ମଧ୍ୟ ଉପକାର କରୁଥିବା ଶୁଭଚିନ୍ତକ ହୁଅ ।
ତୁମମାନଙ୍କ ସମ୍ପର୍କରେ
ଆସୁଥିବା ଯେକୌଣସି ଆତ୍ମା ପ୍ରତି, ଚାହେଁ ସତୋଗୁଣୀ ଆତ୍ମା ହୋଇଥାଉ ବା ତମୋଗୁଣୀ ହୋଇଥାଉ,
ସେମାନଙ୍କ ପ୍ରତି ସର୍ବଦା ଶୁଭଚିନ୍ତକ ହୁଅ ଅର୍ଥାତ୍ ଅପକାରୀ ପ୍ରତି ମଧ୍ୟ ଉପକାରର ଭାବନା ରଖ ।
କେବେ ବି କୌଣସି ଆତ୍ମା ପ୍ରତି ଘୃଣା ଦୃଷ୍ଟି ନ ରହୁ କାରଣ ତୁମେ ଜାଣିଛ ଏମାନେ ଅଜ୍ଞାନତାର
ବଶୀଭୂତ ଅଟନ୍ତି ଏବଂ ଦିବ୍ୟ ବୁଦ୍ଧିହୀନ ଅଟନ୍ତି, ତେଣୁ ସେମାନଙ୍କ ଉପରେ ଦୟାର ଭାବନା ବା
ସ୍ନେହର ଭାବନା ଆସୁ କିନ୍ତୁ ଘୃଣାର ଭାବନା ନୁହେଁ । ଶୁଭଚିନ୍ତକ ଆତ୍ମା ଏପରି ଭାବିବ ନାହିଁ ଯେ
ଏହି ଆତ୍ମା ଏଭଳି କାର୍ଯ୍ୟ କାହିଁକି କରିଲା, ବରଂ ଏଭଳି ଭାବିବ ଯେ ଏହି ଆତ୍ମାର କଲ୍ୟାଣ କିପରି
ହେବ - ଏହା ହିଁ ହେଉଛି ଶୁଭ ଚିନ୍ତକ ସ୍ଥିତି ।
ସ୍ଲୋଗାନ:-
ତପସ୍ୟାର ବଳ
ଦ୍ୱାରା ଅସମ୍ଭବକୁ ସମ୍ଭବ କରି ସଫଳତା ମୂରତ ହୁଅ ।