10.01.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ତୁମର
ଏହା ମରଜୀବା ଜନ୍ମ ଅଟେ, ତୁମେ ଈଶ୍ୱର ପିତାଙ୍କଠାରୁ ସମ୍ପତ୍ତି ନେଉଛ, ତୁମକୁ ବହୁତ ବଡ ଲଟେରୀ
ମିଳିଛି, ସେଥିପାଇଁ ତୁମକୁ ଅସରନ୍ତି ଖୁସିରେ ରହିବାର ଅଛି ।”
ପ୍ରଶ୍ନ:-
ନିଜେ ନିଜକୁ
କେଉଁ କଥା ବୁଝାଇବା ଦରକାର ଯାହାଦ୍ୱାରା ତୁମର ଚିନ୍ତା ସମାପ୍ତ ହୋଇଯିବ, କ୍ରୋଧ ଆସିବ ନାହିଁ?
ଉତ୍ତର:-
ମୁଁ ଈଶ୍ୱରଙ୍କ ସନ୍ତାନ, ମୋତେ ତ ବାବାଙ୍କ ଭଳି ମିଠା ହେବାକୁ ପଡିବ । ଯେପରି ବାବା ମିଠାକଥା କହି
ବୁଝାଉଛନ୍ତି,କ୍ରୋଧ କରୁ ନାହାଁନ୍ତି, ସେହିଭଳି ଆମକୁ ମଧ୍ୟ ପରସ୍ପର ଭିତରେ ମିଠା ସମ୍ବନ୍ଧରେ
ରହିବାକୁ ହେବ । ଲୁଣପାଣି ଅର୍ଥାତ୍ ପରସ୍ପର ଭିତରେ ମତଭେଦ ଯେପରି ନ ରହୁ, କାହିଁକି ନା ଆମେ
ଜାଣିଛୁ ଯେ, ଯେଉଁ ସେକେଣ୍ଡ ବିତିଗଲା ତାହା ଡ୍ରାମାରେ ପାର୍ଟ ଥିଲା । ତେବେ ଚିନ୍ତା କେଉଁ କଥା
ପାଇଁ କରିବା । ଏହିଭଳି ଭାବରେ ନିଜେ ନିଜକୁ ବୁଝାଅ, ତେବେ ଚିନ୍ତା ସମାପ୍ତ ହୋଇଯିବ, କ୍ରୋଧ
ଚାଲିଯିବ ।
ଗୀତ:-
ୟହି ବହାର
ହୈ....
ଓମ୍ ଶାନ୍ତି ।
ଏହା ହେଉଛି
ଈଶ୍ୱରୀୟ ସନ୍ତାନମାନଙ୍କର ଖୁସିର ଗାୟନ । ତୁମେ ଏତେ ଖୁସିର ଗାୟନ ସତ୍ୟଯୁଗରେ କରିପାରିବ ନାହିଁ
। ଏବେ ତୁମକୁ ସମ୍ପତ୍ତି ମିଳୁଛି । ଏହା ହେଉଛି ସବୁଠାରୁ ବଡ ଲଟେରୀ । ଯେତେବେଳେ ଲଟେରୀ
ମିଳିଥାଏ ସେତେବେଳେ ବହୁତ ଖୁସି ମିଳିଥାଏ । ତୁମେମାନେ ତ ଏହି ଲଟେରୀ ଦ୍ୱାରା ଜନ୍ମ-ଜନ୍ମାନ୍ତର
ପାଇଁ ସୁଖ ଭୋଗ କରୁଛ । ଏହା ତୁମର ମରଜୀବା ଜନ୍ମ ଅଟେ । ଯେଉଁମାନେ ବଞ୍ଚି ଥାଉ ଥାଉ ମରି ନ
ଥା’ନ୍ତି, ତାଙ୍କର ମରଜୀବା ଜନ୍ମ ବୋଲି କହିବା ନାହିଁ । ସେମାନଙ୍କର ତ ଖୁସିର ନିଶା ମଧ୍ୟ ଚଢିବ
ନାହିଁ । ଯେପର୍ଯ୍ୟନ୍ତ ମରଜୀବା ନ ହୋଇଛ ଅର୍ଥାତ୍ ବାବାଙ୍କୁ ନିଜର ନ କରିଛ, ସେ ପର୍ଯ୍ୟନ୍ତ ପୂରା
ବର୍ସା ମଧ୍ୟ ମିଳିପାରିବ ନାହିଁ । ଯେଉଁମାନେ ବାବାଙ୍କର ହେଉଛନ୍ତି, ଆଉ ଯେଉଁମାନେ ବାବାଙ୍କୁ ମନେ
ପକାଉଛନ୍ତି, ତାଙ୍କୁ ବାବା ମଧ୍ୟ ମନେ ପକାଇଥାଆନ୍ତି । ତୁମେମାନେ ହେଲ ଈଶ୍ୱରୀୟ ସନ୍ତାନ । ତୁମର
ନିଶା ରହିଛି ଯେ ଆମର ଈଶ୍ୱର ପିତାଙ୍କଠାରୁ ବର୍ସା ଅଥବା ବର ନେଉଛୁ, ଯେଉଁଥି ପାଇଁ ଭକ୍ତମାନେ
ଭକ୍ତିମାର୍ଗରେ ଧକ୍କା ଖାଉଛନ୍ତି । ବାବାଙ୍କ ସହିତ ମିଶିବା ପାଇଁ ଅନେକ ଉପାୟ ବାହାର କରୁଛନ୍ତି
। ଅନେକ ବେଦ, ଶାସ୍ତ୍ର, ପତ୍ରିକା ଆଦି ପଢିଚାଲିଛନ୍ତି । କିନ୍ତୁ ଦୁନିଆ ତ ଦିନକୁ ଦିନ ଦୁଃଖୀ
ହୋଇଯାଉଛି, ଏହି ଦୁନିଆକୁ ତ ତମଃପ୍ରଧାନ ହେବାର ଅଛି । ବର୍ତ୍ତମାନର ଦୁନିଆ ତ ବବୁଲ ଗଛ ସଦୃଶ ଅଟେ
ନା । ବବୁଲନାଥ ଆସି କଣ୍ଟାରୁ ଫୁଲ କରୁଛନ୍ତି । କଣ୍ଟା ତ ବହୁତ ବଡ ବଡ ହୋଇଗଲାଣି ଅର୍ଥାତ୍
ବିକାର ତ ବହୁତ ବଢିଗଲାଣି । ଯାହାକି ବହୁତ ଜୋରରେ ଆଘାତ ଦେଉଛି । ତାହାର ଅନେକ ପ୍ରକାରର ନାମ
ଦେଇଛନ୍ତି । ସତ୍ୟଯୁଗରେ ତ ଏସବୁ ରହିବ ନାହିଁ । ବାବା ବୁଝାଉଛନ୍ତି - ଏହା କଣ୍ଟାର ଦୁନିଆ ।
ଏଠାରେ ସମସ୍ତେ ପରସ୍ପରକୁ ଦୁଃଖ ଦେଇ ଚାଲିଛନ୍ତି । ଘରେ ମଧ୍ୟ ଏପରି କୁପୁତ୍ର ଥାନ୍ତି ଯାହାଙ୍କ
କଥା ନ କହିଲେ ଭଲ । ସେମାନେ ମାତା ପିତାଙ୍କୁ ବହୁତ ଦୁଃଖୀ କରିଥା’ନ୍ତି । ସମସ୍ତେ ଏକାଭଳି
ନଥା’ନ୍ତି । ସବୁଠାରୁ ଅଧିକ ଦୁଃଖ କିଏ ଦେଉଛି? ମନୁଷ୍ୟମାନେ ଏକଥା ଜାଣିନାହାଁନ୍ତି । ବାବା
କହୁଛନ୍ତି ଏହି ଗୁରୁମାନେ ପରମାତ୍ମାଙ୍କର ମହିମାକୁ ଗୁପ୍ତ କରିଦେଇଛନ୍ତି । ଆମେ ତ ତାଙ୍କର ବହୁତ
ମହିମା କରୁଛୁ । ସିଏ ପରମପୂଜ୍ୟ ପରମପିତା ପରମାତ୍ମା ଅଟନ୍ତି । ଶିବଙ୍କର ଚିତ୍ର ମଧ୍ୟ ବହୁତ
ସୁନ୍ଦର । କିନ୍ତୁ ବହୁତ ଲୋକ ଏପରି ଅଛନ୍ତି ଯେଉଁମାନେ ମାନୁ ନାହାଁନ୍ତି ଯେ, ଶିବବାବା
ଜ୍ୟୋର୍ତିବିନ୍ଦୁ ଅଟନ୍ତି, କାହିଁକି ନା ସେମାନେ ତ ଆତ୍ମା ହିଁ ପରମାତ୍ମା ବୋଲି କହିଦେଉଛନ୍ତି ।
ଆତ୍ମା ଅତି ସୂକ୍ଷ୍ମ ଅଟେ, ଯିଏକି ଭ୍ରୁକୁଟୀ ମଧ୍ୟରେ ରହିଥାଏ । ତେବେ ପରମାତ୍ମା ଏତେ ବଡ ଆକାରର
କିପରି ହୋଇପାରିବେ? ବହୁତ ବିଦ୍ୱାନ, ଆଚାର୍ଯ୍ୟ ବି.କେ.ମାନଙ୍କର କଥାକୁ ହସରେ ଉଡାଇ ଦେଉଛନ୍ତି ।
କହୁଛନ୍ତି - ଯେ ପରମାତ୍ମାଙ୍କ ଏପରି ରୂପ ତ ହୋଇପାରିବ ନାହିଁ । ସିଏ ତ ଅଖଣ୍ଡ ଜ୍ୟୋର୍ତିମୟ
ତତ୍ତ୍ୱ, ହଜାର ସୂର୍ଯ୍ୟଠାରୁ ମଧ୍ୟ ତେଜୋମୟ ଅଟନ୍ତି । ବାସ୍ତବରେ ଏହା ଭୁଲ୍ । ତାଙ୍କର ସଠିକ୍
ମହିମା ତ ବାବା ନିଜେ କହୁଛନ୍ତି । ସିଏ ମନୁଷ୍ୟ ସୃଷ୍ଟିର ବୀଜରୂପ । ଏହି ସୃଷ୍ଟି ଏକ ଓଲଟା
ବୃକ୍ଷ ଅଟେ । ସତ୍ୟଯୁଗ ଏବଂ ତ୍ରେତାଯୁଗରେ ତାଙ୍କୁ କେହି ମନେପକାଇନଥା’ନ୍ତି । ମନୁଷ୍ୟମାନେ
ଯେତେବେଳେ ଦୁଃଖୀ ହେଉଛନ୍ତି ସେତେବେଳେ ତାଙ୍କୁ ମନେ ପକାଉଛନ୍ତି - ହେ ଭଗବାନ, ହେ ପରମପିତା
ପରମାତ୍ମା ଦୟା କର । ସତ୍ୟଯୁଗ ଏବଂ ତ୍ରେତାଯୁଗରେ ତ କେହି ଦୟା ମାଗନ୍ତି ନାହିଁ । ସେହି ଦୁନିଆ
ହେଲା ରଚୟିତା ବାବାଙ୍କର ନୂଆ ରଚନା । ବାବାଙ୍କର ମହିମା ହିଁ ଅପରମଅପାର । ସିଏ ଜ୍ଞାନର ସାଗର,
ପତିତ-ପାବନ ଅଟନ୍ତି । ଯଦି ସିଏ ଜ୍ଞାନର ସାଗର ଅଟନ୍ତି ତେବେ ନିଶ୍ଚିତ ଜ୍ଞାନ ଦେଇଥିବେ । ସିଏ
ସତ୍ ଚିତ୍ ଆନନ୍ଦ ସ୍ୱରୂପ, ଚୈତନ୍ୟ ଅଟନ୍ତି । ଜ୍ଞାନ ତ ଚୈତନ୍ୟ ଆତ୍ମା ହିଁ ଧାରଣ କରିଥାଏ ।
ଧରିନିଅ ଆତ୍ମା ଶରୀର ଛାଡି ଚାଲିଯାଏ ତେବେ ଆତ୍ମାରେ ଜ୍ଞାନର ସଂସ୍କାର ତ ରହିଥାଏ । ଛୋଟ ପିଲା
ହୋଇ ଜନ୍ମ ନେଲେ ମଧ୍ୟ ସେହି ସଂସ୍କାର ରହିବ, କିନ୍ତୁ କର୍ମେନ୍ଦ୍ରିୟ ଛୋଟ ହୋଇଥିବାରୁ କହିପାରିବ
ନାହିଁ । କର୍ମେନ୍ଦ୍ରିୟ ବଡ ହେଲେ ମନେ ପକାଇ ଦିଆଯାଏ, ତେଣୁ ତାହା ସ୍ମୃତିରେ ଆସିଯାଇଥାଏ । ଛୋଟ
ପିଲା ମଧ୍ୟ ଶାସ୍ତ୍ରକୁ କଣ୍ଠସ୍ଥ କରିଦେଉଛନ୍ତି । ତେବେ ଏସବୁ ପୂର୍ବଜନ୍ମର ସଂସ୍କାର । ଏବେ ବାବା
ଆମକୁ ଜ୍ଞାନର ବର୍ସା ଦେଉଛନ୍ତି । ସାରା ସୃଷ୍ଟିର ଜ୍ଞାନ ବାବାଙ୍କ ପାଖରେ ଅଛି କାହିଁକି ନା ସିଏ
ବୀଜରୂପ । ଆମେ ନିଜକୁ ବୀଜରୂପ ବୋଲି କହିପାରିବା ନାହିଁ । ବୀଜରେ ନିଶ୍ଚିତ ବୃକ୍ଷର
ଆଦି-ମଧ୍ୟ-ଅନ୍ତର ଜ୍ଞାନ ଥିବ ନା । ତେଣୁ ବାବା ନିଜେ କହୁଛନ୍ତି - ମୁଁ ହିଁ ସୃଷ୍ଟିର ବୀଜରୂପ ।
ଏହି ବୃକ୍ଷର ବୀଜ ଉପରେ ରହିଛନ୍ତି । ବାବା ସତ୍ ଚିତ୍ ଆନନ୍ଦ ସ୍ୱରୂପ, ଜ୍ଞାନର ସାଗର ଅଟନ୍ତି ।
ତେବେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ତାଙ୍କ ପାଖରେ ଥିବ ନଚେତ୍ କ’ଣ ଥିବ! କ’ଣ ଶାସ୍ତ୍ରର
ଜ୍ଞାନ ଥିବ? ତାହା ତ ବହୁତଙ୍କ ପାଖରେ ଅଛି । ତେବେ ପରମାତ୍ମାଙ୍କ ଠାରେ ତ ନିଶ୍ଚିତ କିଛି ନୂଆ
କଥା ଥିବ ନା । ଯାହାକୁ କେହି ବି ବିଦ୍ୱାନ ଆଦି ଜାଣିନାହାଁନ୍ତି । କାହାକୁ ବି ପଚାର - ଏହି
ସୃଷ୍ଟି ରୂପୀ ବୃକ୍ଷର ଉତ୍ପତ୍ତି, ପାଳନା, ସଂହାର କିପରି ହୋଇଥାଏ, ଏହାର ଆୟୁଷ କେତେ, ଏହା କିପରି
ବୃଦ୍ଧି ହୋଇଥାଏ... ଏହିକଥାକୁ କେହିହେଲେ ବି ବୁଝାଇପାରିବେ ନାହିଁ ।
ଏକମାତ୍ର ଗୀତା ହେଉଛି
ସର୍ବ ଶାସ୍ତ୍ରମୟୀ ଶିରୋମଣୀ, ବାକି ତ ସବୁ ତାଙ୍କର ପିଲାଛୁଆ ଅଟନ୍ତି । ଯଦି ଗୀତା ପଢି କିଛି ବି
ବୁଝିପାରୁନାହାଁନ୍ତି । ତେବେ ଅନ୍ୟସବୁ ଶାସ୍ତ୍ର ପଢି ଫାଇଦା କ’ଣ? ବର୍ସା ତ ଏହି ଗୀତା ଦ୍ୱାରା
ହିଁ ମିଳିବ ନା । ବାବା ସାରା ଡ୍ରାମାର ରହସ୍ୟକୁ ବୁଝାଉଛନ୍ତି । ବାବା ପଥରବୁଦ୍ଧିରୁ ପାରସବୁଦ୍ଧି
କରି ପାରସନାଥ କରୁଛନ୍ତି । ଏବେ ତ ସମସ୍ତେ ପଥରବୁ୍ଦ୍ଧି, ପଥରନାଥ ହୋଇଯାଇଛନ୍ତି । କିନ୍ତୁ
ସେମାନେ ନିଜକୁ ବଡ-ବଡ ଉପାଧି ଦେଇ ପାରସବୁଦ୍ଧି ଭାବି ବସିଛନ୍ତି । ବାବା ବୁଝାଉଛନ୍ତି ଯେ, ମୋର
ମହିମା ସବୁଠାରୁ ଅଲଗା । ମୁଁ ଜ୍ଞାନର ସାଗର, ଆନନ୍ଦର ସାଗର, ସୁଖର ସାଗର ଅଟେ । ଏହିପରି ମହିମା
ତୁମେମାନେ ଦେବତାମାନଙ୍କର କରିପାରିବ ନାହିଁ । ଭକ୍ତମାନେ ଦେବତାମାନଙ୍କ ଆଗରେ ଯାଇ କହୁଛନ୍ତି
ଆପଣ ସର୍ବଗୁଣ ସମ୍ପନ୍ନ... । ବାବାଙ୍କର ତ ଗୋଟିଏ ମହିମା ରହିଛି । ଯାହାକୁ ଆମେ ସମସ୍ତେ ମଧ୍ୟ
ଜାଣିଛୁ । ଏବେ ଆମେ ଯଦି ମନ୍ଦିରକୁ ଯିବା ତେବେ ଆମ ବୁଦ୍ଧିରେ ପୂରା ଜ୍ଞାନ ରହିଛି ଯେ ଇଏ
ପୂର୍ଣ୍ଣ ରୂପେ ୮୪ ଜନ୍ମ ନେଇଥିବେ । ଏବେ ଆମେମାନେ କେତେ ଖୁସି ହେଉଛୁ । ଆଗରୁ କ’ଣ ଏହି ଖିଆଲ
ଆସୁଥିଲା କି । ଏବେ ଜାଣୁଛ ଯେ ଆମକୁ ଏହିଭଳି ହେବାକୁ ପଡିବ । ତେଣୁ ଆମ ବୁଦ୍ଧିରେ ବହୁତ
ପରିବର୍ତ୍ତନ ଆସିଯାଉଛି ।
ବାବା ପିଲାମାନଙ୍କୁ
ବୁଝାଉଛନ୍ତି - ପରସ୍ପର ଭିତରେ ତୁମେମାନେ ବହୁତ ମିଠା ବ୍ୟବହାର କର । ତୁମମାନଙ୍କ ଭିତରେ କୌଣସି
ପ୍ରକାର ମତଭେଦ ନ ରହୁ । ବାବା କ’ଣ କେବେ କାହା ଉପରେ କ୍ରୋଧ କରୁଛନ୍ତି କି? ବହୁତ ମିଠା ଭାବରେ
ବୁଝାଉଛନ୍ତି । ଯଦି ଗୋଟିଏ ସେକେଣ୍ଡ ବିତିଗଲା ତେବେ କହିବା ଏହା ମଧ୍ୟ ଡ୍ରାମାରେ ପାର୍ଟ ଥିଲା ।
ସେଥିପାଇଁ ଏହାର ଚିନ୍ତା କାହିଁକି କରିବା । ଏପରି-ଏପରି ନିଜକୁ ବୁଝାଇବାକୁ ହେବ । ତୁମେମାନେ
ଈଶ୍ୱରୀୟ ସନ୍ତାନ କିଛି କମ୍ ନୁହଁ । ଏକଥା ତ ତୁମେମାନେ ଜାଣିଛ ଯେ, ଈଶ୍ୱରୀୟ ସନ୍ତାନ ନିଶ୍ଚିତ
ଈଶ୍ୱରଙ୍କ ପାଖରେ ରହୁଥିବେ । ଈଶ୍ୱର ତ ନିରାକାର ତେଣୁ ତାଙ୍କର ସନ୍ତାନମାନେ ମଧ୍ୟ ନିରାକାର
ଅଟନ୍ତି । ଯେଉଁମାନେ ଏଠାରେ ଶରୀର ଧାରଣ କରି ଅଭିନୟ କରୁଛନ୍ତି । ସ୍ୱର୍ଗରେ ତ ମନୁଷ୍ୟମାନଙ୍କର
ଦେବୀ-ଦେବତା ଧର୍ମ ହେବ । ଯଦି ସମସ୍ତଙ୍କର ହିସାବ ବାହାର କରିବ ତେବେ କେତେ ବୁଦ୍ଧି ଖର୍ଚ୍ଚ
କରିବାକୁ ପଡିବ । କିନ୍ତୁ ବୁଝିପାରୁଛ ଯେ, କ୍ରମାନୁସାରେ ସମୟ ପ୍ରମାଣେ ଅଳ୍ପ କିଛି କିଛି ଜନ୍ମ
ନେଉଥିବେ । ଆଗରୁ ତ ଭାବୁଥିଲେ ଯେ ମନୁଷ୍ୟ କୁକୁର ବିଲେଇ ଜନ୍ମ ମଧ୍ୟ ନେଇଥା’ନ୍ତି । ଏବେ ତ
ବୁଦ୍ଧିରେ ରାତି ଦିନର ଫରକ ଆସିଯାଇଛି । ଏସବୁ ଧାରଣା କରିବାର କଥା । ବାବା ଏବେ ସଂକ୍ଷିପ୍ତରେ
ବୁଝାଉଛନ୍ତି କି, ଏବେ ୮୪ ଜନ୍ମର ଚକ୍ର ଶେଷ ହେଲା । ଏହି ଛି-ଛି ବିକାରୀ ଶରୀରକୁ ଛାଡିବାକୁ ହେବ
। ଏହା ସମସ୍ତଙ୍କର ପୁରୁଣା ଜୀର୍ଣ୍ଣଶୀର୍ଣ୍ଣ, ତମଃପ୍ରଧାନ ଶରୀର, ସେଥିପାଇଁ ଏଥିରୁ ମମତ୍ୱ
ତୁଟାଇ ଦେବାକୁ ହେବ । ପୁରୁଣା ଶରୀରକୁ କ’ଣ ମନେ ପକାଇବା । ଏବେ ତ ନିଜର ନୂଆ ଶରୀରକୁ ୟାଦ
କରିବାକୁ ହେବ, ଯାହାକି ଆମକୁ ସତ୍ୟଯୁଗରେ ମିଳିବ । ଆମେ ଭାୟା ମୁକ୍ତିଧାମ ହୋଇ ସତ୍ୟଯୁଗରେ ଆସିବୁ
। ଆମେ ଜୀବନମୁକ୍ତିକୁ ଯିବୁ ଏବଂ ଅନ୍ୟ ସମସ୍ତେ ମୁକ୍ତିଧାମକୁ ଚାଲିଯିବେ । ଏହାକୁ ଜୟଜୟକାର
କୁହାଯାଇଥାଏ । ତେବେ ହାହାକାର ପରେ ଜୟଜୟକାର ତ ହେବାର ଅଛି । ଏତେ ସବୁ ମୃତ୍ୟୁ ମୁଖରେ ପଡିବେ
ତେବେ ଏଥିପାଇଁ ତ କେହି ତ କାରଣ ହେବେ ନା । ପ୍ରାକୃତିକ ବିପର୍ଯ୍ୟୟ ତ ନିଶ୍ଚିତ ହେବ । କେବଳ
ସାଗର ସବୁ ଦେଶକୁ ସମାପ୍ତ କରିପାରିବ ନାହିଁ! ସବୁ କିଛି ଶେଷ ହୋଇଯିବ । ବାକି ଭାରତ ଅବିନାଶୀ
ରାଷ୍ଟ୍ର ରହିବ, କାହିଁକି ନା ଏହା ଶିବବାବାଙ୍କର ଜନ୍ମସ୍ଥାନ । ତେଣୁ ଏହା ସବୁଠାରୁ ବଡ ତୀର୍ଥ
ସ୍ଥାନ ହୋଇଗଲା । ବାବା ସମସ୍ତଙ୍କର ସଦ୍ଗତି କରୁଛନ୍ତି, କିନ୍ତୁ ଏହିକଥାକୁ କେହି ମନୁଷ୍ୟ ଜାଣି
ନାହାଁନ୍ତି । ସେମାନେ ବାବାଙ୍କୁ ନ ଜାଣିବା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ରହିଛି । ସେଥିପାଇଁ
ତ ବାବା କହୁଛନ୍ତି, ହେ - ପିଲାମାନେ ତୁମେମାନେ କିଛି ଜାଣି ନ ଥିଲ, ମୁଁ ହିଁ ତୁମକୁ ରଚୟିତା ଏବଂ
ରଚନା ଅଥବା ମନୁଷ୍ୟ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ସାରା ଭେଦ ବୁଝାଉଛି, ଯାହାକୁ ଋଷି ମୁନି ମଧ୍ୟ
ଅନ୍ତହୀନ, ଅନ୍ତହୀନ ବୋଲି କହିଯାଇଛନ୍ତି । ଏକଥା ବି ବୁଝୁନାହାଁନ୍ତି ଯେ, ୫ ବିକାର ହିଁ ସାରା
ଦୁନିଆର ବହୁତ ବଡ ଶତ୍ରୁ ଅଟେ । ଯେଉଁ ରାବଣକୁ ଭାରତବାସୀ ବର୍ଷ-ବର୍ଷ ଧରି ଜଳାଇ ଆସୁଛନ୍ତି,
ତାଙ୍କୁ କେହି ଜାଣିନାହାଁନ୍ତି କାହିଁକି ନା ସିଏ ଜିସ୍ମାନୀ ନୁହେଁ କି ରୁହାନୀ ନୁହେଁ । ବିକାରର
ତ କୌଣସି ରୂପ ହିଁ ନାହିଁ । ମନୁଷ୍ୟ ଯେତେବେଳେ ଏହାକୁ ନିଜର କର୍ମରେ ଆଣନ୍ତି ସେତେବେଳେ ଜଣାପଡେ
ଯେ, ଏହାଙ୍କ ପାଖରେ କାମର ଅଥବା କ୍ରୋଧର ଭୂତ ଆସିଛି । ଏହି ବିକାରର ସ୍ତର ମଧ୍ୟ ଉତ୍ତମ, ମଧ୍ୟମ,
କନିଷ୍ଠ ହୋଇଥାଏ । କାହା-କାହା ପାଖରେ କାମ ବିକାରର ନିଶା ଏକଦମ୍ ତମଃପ୍ରଧାନ ହୋଇଥାଏ, କାହାର
ପୁଣି ରଜଃ ହୋଇଥାଏ, ଆଉ କାହାର ସତ୍ତ୍ୱ ନିଶା ରହିଥାଏ । କେହି କେହି ତ ବାଳବ୍ରହ୍ମଚାରୀ ମଧ୍ୟ
ଅଛନ୍ତି । ଭାବନ୍ତି ଯେ, ଏହା ମଧ୍ୟ ଏକ ଜଞ୍ଜାଳ ଅଟେ, ତେଣୁ ବାଳବ୍ରହ୍ମଚାରୀ ସବୁଠାରୁ ଭଲ ବୋଲି
କହନ୍ତି । ସନ୍ନ୍ୟାସୀମାନଙ୍କମଧ୍ୟରୁ ବାଳ ବ୍ରହ୍ମଚାରୀ ସବୁଠାରୁ ଭଲ ବୋଲି ଗଣନା କରାଯାଇଥାଏ ।
ଗଭର୍ଣ୍ଣମେଣ୍ଟ ପାଇଁ ମଧ୍ୟ ଏହା ବହୁତ ଭଲ, କାରଣ ଏହା ଦ୍ୱାରା ଜନସଂଖ୍ୟା ବୃଦ୍ଧି ହେବ ନାହିଁ ।
ପବିତ୍ରତାର ଶକ୍ତି ମଧ୍ୟ ମିଳିଥାଏ । ଏହା ହେଲା ଗୁପ୍ତ । ସନ୍ନ୍ୟାସୀମାନେ ପବିତ୍ର, ଛୋଟପିଲା
ମଧ୍ୟ ପବିତ୍ର ଏବଂ ବାନପ୍ରସ୍ଥୀ ମଧ୍ୟ ପବିତ୍ର ରହିଥାନ୍ତି । ତେଣୁ ପବିତ୍ରତାର ବଳ ସର୍ବଦା
ମିଳିଆସୁଛି । କାଇଦା ମଧ୍ୟ ଚାଲିଆସୁଛି ଯେ ପିଲାମାନଙ୍କୁ ଏତେ ବୟସ ପର୍ଯ୍ୟନ୍ତ ପବିତ୍ର ରହିବାକୁ
ପଡିବ । ତେଣୁ ତାହାର ମଧ୍ୟ ବଳ ମିଳିଥାଏ । ତୁମେମାନେ ହେଉଛ ସତ୍ୱପ୍ରଧାନ ପବିତ୍ର । ଏହି ଅନ୍ତିମ
ଜନ୍ମରେ ତୁମେମାନେ ବାବାଙ୍କ ପାଖରେ ପ୍ରତିଜ୍ଞା କରୁଛ । ତୁମେମାନେ ସତ୍ୟଯୁଗର ସ୍ଥାପନା କରୁଛ ।
ପୁରୁଷାର୍ଥର କ୍ରମଅନୁସାରେ ଯିଏ କରିବ ସିଏ ପବିତ୍ର ଦୁନିଆର ମାଲିକ ହେବ ।
ଏହା ହେଲା ଈଶ୍ୱରୀୟ
କୁଟୁମ୍ବ । କଳ୍ପରେ ଥରେ ମାତ୍ର ଆମେ ଈଶ୍ୱରଙ୍କ ସାଥିରେ ରହୁଛୁ । ବାସ୍ ପୁଣି ଆମେ ଦୈବୀ କୁଳରେ
ବହୁତ ଜନ୍ମ ରହିବା । ଏହି ଗୋଟିଏ ଜନ୍ମ ହିଁ ଆମର ଦୁର୍ଲଭ ଜନ୍ମ ଅଟେ । ଏହି ଈଶ୍ୱରୀୟ କୁଳ
ଉତ୍ତମରୁ ଉତ୍ତମ ଅଟେ । ବ୍ରାହ୍ମଣ କୁଳ ସବୁଠାରୁ ଉଚ୍ଚ ଚୁଟି ଅଟେ । ନୀଚରୁ ନୀଚ କୁଳରୁ ଆମେ
ଉଚ୍ଚ ବ୍ରାହ୍ମଣ କୁଳର ହୋଇଗଲୁ । ଶିବବାବା ଯେବେ ବ୍ରହ୍ମାଙ୍କୁ ରଚନା କରିବେ ତେବେ ବ୍ରାହ୍ମଣ ତ
ରଚନା କରିବେ । ଯିଏ ବାବାଙ୍କର ସେବାରେ ରହିଥାନ୍ତି ତାଙ୍କୁ କେତେ ଖୁସି ରହିଥାଏ । କୁହନ୍ତି, ଆମେ
ଈଶ୍ୱରଙ୍କର ସନ୍ତାନ ହୋଇଛୁ ଏବଂ ଈଶ୍ୱରଙ୍କର ଶ୍ରୀମତରେ ଚାଲୁଛୁ । ତେଣୁ ନିଜର ଚାଲି-ଚଳଣି ଦ୍ୱାରା
ବାବାଙ୍କର ନାମକୁ ବିଖ୍ୟାତ କରିଥା’ନ୍ତି । ବାବା କହୁଛନ୍ତି - ସେମାନେ ତ ଆସୁରୀ ଗୁଣବାଲା ଅଟନ୍ତି,
ତୁମେ ଦୈବୀଗୁଣବାଲା ହେଉଛ । ଯେତେବେଳେ ତୁମେ ସଂପୂର୍ଣ୍ଣ ହୋଇଯିବ ସେତେବେଳେ ତୁମର ଚଳଣି ବହୁତ
ଭଲ ହୋଇଯିବ । ତେବେ ବାବା କହିବେ ଯେ, ଇଏ ପୁରୁଷାର୍ଥର କ୍ରମଅନୁସାରେ ଦୈବୀଗୁଣବାଲା ଅଟନ୍ତି ।
ଆସୁରୀଗୁଣବାଲା ମଧ୍ୟ କ୍ରମାନୁସାରେ ଅଛନ୍ତି । ବାଳବ୍ରହ୍ମଚାରୀ ମଧ୍ୟ ଅଛନ୍ତି । ସନ୍ନ୍ୟାସୀମାନେ
ପବିତ୍ର ରହୁଛନ୍ତି, ଏହା ତ ବହୁତ ଭଲ କଥା । ବାକି ସେମାନେ କାହାର ସଦ୍ଗତି କରିପାରିବେ ନାହିଁ ।
ଯଦି କେହି ଗୁରୁ ସଦ୍ଗତି କରିଲାବାଲା ଥା’ନ୍ତେ ତେବେ ସାଥିରେ ନେଇଯାଇଥା’ନ୍ତେ । କିନ୍ତୁ ସେମାନେ
ନିଜେ ହିଁ ଛାଡି ଚାଲିଯାଉଛନ୍ତି । ଏଠାରେ ବାବା କହୁଛନ୍ତି ଯେ, ମୁଁ ତୁମକୁ ସାଥିରେ ନେଇଯିବି ।
ମୁଁ ଆସିଛି ତୁମକୁ ସାଥିରେ ନେଇଯିବା ପାଇଁ । ଗୁରୁମାନେ ତ ସାଥିରେ ନେଉ ନାହାଁନ୍ତି । ସେମାନେ
ନିଜେ ହିଁ ଗୃହସ୍ଥିଙ୍କ ପାଖରେ ଜନ୍ମ ନେଉଛନ୍ତି । କିନ୍ତୁ ପୂର୍ବ ଜନ୍ମର ସଂସ୍କାର ଥିବା କାରଣରୁ
ପୁଣି ସନ୍ନ୍ୟାସୀମାନଙ୍କର ଦଳକୁ ଚାଲିଯାଇଥା’ନ୍ତି । ନାମ ରୂପ ତ ପ୍ରତ୍ୟେକ ଜନ୍ମରେ ବଦଳିଥାଏ ।
ଏକଥା ବର୍ତ୍ତମାନ ତୁମେମାନେ ଜାଣୁଛ ଯେ, ସତ୍ୟଯୁଗରେ ଏଠାକାର ପୁରୁଷାର୍ଥ ଅନୁସାରେ ପଦ ମିଳିବ ।
ସେଠାରେ ଏକଥା ଜଣାନଥିବ ଯେ, ଆମେ ଏହି ପଦ କିପରି ପାଇଛୁ । ଏକଥା ତ ଏବେ ଜାଣୁଛ - ଯିଏ ଯେପରି
କଳ୍ପ ପୂର୍ବରୁ ପୁରୁଷାର୍ଥ କରିଥିଲେ ସେହିପରି ଏବେ କରିବେ । ବାବା ପିଲାମାନଙ୍କୁ ସାକ୍ଷାତ୍କାର
ମଧ୍ୟ କରାଇଥିଲେ ଯେ, ସେଠାରେ ବିବାହ ଆଦି କିପରି ହୋଇଥାଏ । ସେଠାରେ ବଡ ବଡ ପଡିଆ, ବଗିଚା ଆଦି
ହେବ । ଏବେ ତ ଭାରତରେ ହିଁ କୋଟି-କୋଟି ସଂଖ୍ୟାରେ ଲୋକ ଅଛନ୍ତି । ସେଠାରେ ତ କିଛି ଲକ୍ଷ ଲୋକ
ରହିବେ । ସେଠାରେ କ’ଣ ଏତେ ମହଲାର ଘର ହେବ କି! ଏହା ବର୍ତ୍ତମାନ ହେଉଛି କାହିଁକି ନା ରହିବା ପାଇଁ
ସ୍ଥାନ ନାହିଁ । ସେଠାରେ ଏତେ ଥଣ୍ଡା ହେବ ନାହିଁ । ସେଠାରେ ଦୁଃଖର ଚିହ୍ନ ବର୍ଣ୍ଣ ମଧ୍ୟ ରହିବ
ନାହିଁ । ନା ବହୁତ ଗରମ ହେବ, ଯାହାକି ପାହାଡ ଉପରକୁ ଯିବାକୁ ପଡିବ । ତା’ର ନାମ ହିଁ ସ୍ୱର୍ଗ ।
ବର୍ତ୍ତମାନ ସମୟରେ ମନୁଷ୍ୟମାନେ କଣ୍ଟାର ଜଙ୍ଗଲରେ ପଡିଛନ୍ତି । ଯେତେ-ଯେତେ ସୁଖର ଇଚ୍ଛା
କରୁଛନ୍ତି ସେତେ ସେତେ ଦୁଃଖ ବଢିଯାଉଛି । ଏବେ ବହୁତ ଦୁଃଖ ହେବ । ଯେତେବେଳେ ଲଢେଇ ହେବ ସେତେବେଳେ
ରକ୍ତର ନଦୀ ବହିବ । ଆଚ୍ଛା ।
ଏହି ମୁରଲୀ ସବୁ
ପିଲାମାନଙ୍କ ସମ୍ମୁଖରେ ଶୁଣାଇଲି । ସମ୍ମୁଖରେ ଶୁଣିବା ପ୍ରଥମ ନମ୍ବର, ଟେପ୍ ରେକର୍ଡ ଦ୍ୱାରା
ଶୁଣିଲେ ଦ୍ୱିତୀୟ ନମ୍ବର, ମୁରଲୀରୁ ପଢିଲେ ତୃତୀୟ ନମ୍ବରରେ ଆସିଯିବ । ତେବେ ଏହା ସତ୍ତ୍ୱପ୍ରଧାନ,
ସତ୍ତ୍ୱ ଏବଂ ରଜଃ ଷ୍ଟେଜ୍ ହୋଇଗଲା । ଏହାକୁ ତମଃ କୁହାଯାଇପାରିବ ନାହିଁ । କାରଣ ଟେପ୍ ରେକର୍ଡରେ
ମୁରଲୀ ଅବିକଳ ଆସିଥାଏ । ଆଚ୍ଛ! ଓମ୍ ଶାନ୍ତି ।
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜର ଚଳଣୀ
ବା ଦୈବୀଗୁଣ ଦ୍ୱାରା ବାବାଙ୍କର ନାମକୁ ବିଖ୍ୟାତ କରିବାର ଅଛି । ଆସୁରୀ ଅବଗୁଣକୁ ବାହାର କରି
ଦେବାର ଅଛି ।
(୨) ଏହି ପୁରୁଣା
ଜୀର୍ଣ୍ଣଶୀର୍ଣ୍ଣ ଶରୀରରେ ମମତ୍ୱ ରଖିବାର ନାହିଁ । ନୂଆ ସତ୍ୟଯୁଗୀ ଶରୀରକୁ ୟାଦ କରିବାର ଅଛି ।
ପବିତ୍ରତାର ଗୁପ୍ତ ସହଯୋଗ ଦେବାର ଅଛି ।
ବରଦାନ:-
ଆତ୍ମିକ ଶକ୍ତି
ଦ୍ୱାରା ଦୂରରେ ରହୁଥିବା ଆତ୍ମାମାନଙ୍କୁ ନିକଟରେ ଥିବା ଭଳି ଅନୁଭବ କରାଉଥିବା ମାଷ୍ଟର
ସର୍ବଶକ୍ତିମାନ ହୁଅ ।
ଯେପରି ବିଜ୍ଞାନର ସାଧନ
ଅର୍ଥାତ୍ ଉପକରଣ ଗୁଡିକ ଦ୍ୱାରା ଦୂରସ୍ଥାନର ପ୍ରତ୍ୟେକ ଜିନିଷ ନିକଟରେ ଥିବା ଭଳି ଅନୁଭବ ହେଉଛି,
ସେହିପରି ନିଜର ଦିବ୍ୟବୁଦ୍ଧି ଦ୍ୱାରା ଦୂର ସ୍ଥାନରେ ଥିବା ଜିନିଷକୁ ନିକଟରେ ଅନୁଭବ କରିପାରିବ ।
ଯେପରି ନିଜ ସାଥୀରେ ରହୁଥିବା ଆତ୍ମାମାନଙ୍କୁ ସ୍ପଷ୍ଟ ଭାବରେ ଦେଖିପାରୁଛ, କଥାବାର୍ତ୍ତା କରୁଛ,
ସହଯୋଗ ଦେଉଛ ଏବଂ ନେଉଛ, ସେହିପରି ଆତ୍ମିକ ଶକ୍ତି ଦ୍ୱାରା ଦୂରସ୍ଥାନରେ ରହୁଥିବା ଆତ୍ମାମାନଙ୍କୁ
ନିକଟରେ ଥିବାର ଅନୁଭବ କରାଇପାରିବ । ଏଥିପାଇଁ କେବଳ ମାଷ୍ଟର ସର୍ବଶକ୍ତିମାନ, ସମ୍ପନ୍ନ ଏବଂ
ସମ୍ପୂର୍ଣ୍ଣ ସ୍ଥିତିରେ ସ୍ଥିତ ରୁହ ଏବଂ ସଂକଳ୍ପ ଶକ୍ତିକୁ ସ୍ୱଚ୍ଛ କର ।
ସ୍ଲୋଗାନ:-
ନିଜର ପ୍ରତ୍ୟେକ
ସଂକଳ୍ପ, ବାଣୀ ଏବଂ କର୍ମ ଦ୍ୱାରା ଅନ୍ୟମାନଙ୍କୁ ପ୍ରେରଣା ଦେଉଥିବା ଆତ୍ମା ହିଁ ପ୍ରେରଣାମୂରତ
ଅଟେ ।