10.02.19    Avyakt Bapdada     Odia Murli     19.04.84     Om Shanti     Madhuban


ଭାବୁକ ଆତ୍ମା ତଥା ଜ୍ଞାନୀ ଆତ୍ମାର ଲକ୍ଷଣ

 


ଆଜି ବାପଦାଦା ସମସ୍ତ ପିଲାମାନଙ୍କୁ ଦେଖୁଛନ୍ତି ଯେ କେଉଁ କେଉଁ ପିଲାମାନେ ଭାବନା ଆଧାରରେ ବାବାଙ୍କ ନିକଟରେ ପହଞ୍ଚିଛନ୍ତି, କେଉଁ କେଉଁ ପିଲାମାନେ ବାବାଙ୍କୁ ଯଥାର୍ଥ ଭାବରେ ଜାଣି ପ୍ରାପ୍ତି କରିବା ଉଦ୍ଦେଶ୍ୟରେ ଅର୍ଥାତ୍ ସ୍ୱରୂପ ହେବା ପାଇଁ ପହଞ୍ଚିଛନ୍ତି । ଉଭୟ ପ୍ରକାରର ପିଲାମାନେ ବାବାଙ୍କ ଘରେ ପହଞ୍ଚିଛନ୍ତି । ଭାବନା ଆଧାରରେ ଚାଲୁଥିବା ପିଲାମାନେ ଭାବନାର ଫଳ ସ୍ୱରୂପ ଯଥା ଶକ୍ତି, ଖୁସି, ଶାନ୍ତି, ଜ୍ଞାନ ବା ପ୍ରେମ ରୂପକ ଫଳ ପ୍ରାପ୍ତ କରି ସେହିଥିରେ ହିଁ ଖୁସି ହୋଇଯାଆନ୍ତି । ପୁଣି ବି ଭକ୍ତିର ଭାବନା ଏବଂ ବାବାଙ୍କର ପରିଚୟ ଆଧାରରେ ବାବା ଏବଂ ପରିବାର ପ୍ରତି ଭାବନାରେ ଅନ୍ତର ରହିଛି । ଭକ୍ତିର ଭାବନା ଅନ୍ଧଶ୍ରଦ୍ଧା ଅଟେ ଯାହାକି ପରୋକ୍ଷ ରୂପରେ ମିଶିବାର ଭାବନା ଏବଂ ଅଳ୍ପକାଳର ସ୍ୱାର୍ଥ ହାସଲ କରିବାର ଭାବନା ଥାଏ । ବର୍ତ୍ତମାନ ସମୟରେ ଜ୍ଞାନ ଆଧାରରେ ପିଲାମାନଙ୍କର ଯେଉଁ ଭାବନା ରହିଛି ତାହା ଭକ୍ତିମାର୍ଗ ଠାରୁ ଅତି ଶ୍ରେଷ୍ଠ କାହିଁକି ନା ପରୋକ୍ଷ ରୂପରେ ଦେବାତ୍ମାମାନଙ୍କ ଦ୍ୱାରା ନୁହେଁ କିନ୍ତୁ ପ୍ରତ୍ୟକ୍ଷରେ ବାବାଙ୍କ ପ୍ରତି ଭାବନା ରହିଛି ଏବଂ ପରିଚୟ ରହିଛି କିନ୍ତୁ ଭାବନା ପୂର୍ବକ ପରିଚୟ ଏବଂ ଜ୍ଞାନ ଆଧାରରେ ପରିଚୟ ମଧ୍ୟରେ ଅନ୍ତର ରହିଛି । ଜ୍ଞାନ ଆଧାରରେ ପରିଚୟ ଅର୍ଥାତ୍ ବାବା ଯିଏ ଅଟନ୍ତି, ଯେପରି ଅଟନ୍ତି ଏବଂ ମୁଁ ମଧ୍ୟ ଯିଏ ଅଟେ ବା ଯେପରି ଅଟେ ସେହି ଅନୁସାରେ ବିଧିପୂର୍ବକ ଜାଣିବା ଅର୍ଥାତ୍ ବାବାଙ୍କ ସମାନ ହେବା । ଜାଣିଛନ୍ତି ତ ସମସ୍ତେ କିନ୍ତୁ ଭାବନା ପୂର୍ବକ ବା ଜ୍ଞାନର ବିଧିପୂର୍ବକ... ଏହି ପାର୍ଥକ୍ୟକୁ ଜାଣିବାକୁ ପଡିବ । ତେଣୁ ଆଜି ବାପଦାଦା କେତେକ ପିଲାଙ୍କର ଭାବନାକୁ ଦେଖୁଛନ୍ତି । ଭାବନା ଆଧାରରେ ବାବାଙ୍କୁ ଚିହ୍ନିଯିବା ଦ୍ୱାରା ମଧ୍ୟ ସ୍ୱର୍ଗ ଦୁନିଆର ସମ୍ପତ୍ତି ତ ପ୍ରାପ୍ତ କରିନେଉଛନ୍ତି କିନ୍ତୁ ସମ୍ପୂର୍ଣ୍ଣ ଭାବରେ ସମ୍ପତ୍ତିର ଅଧିକାରୀ ହେବା ଅର୍ଥାତ୍ ରାଜ୍ୟପଦ ପ୍ରାପ୍ତ କରିବା ଏବଂ ସ୍ୱର୍ଗ ଦୁନିଆରେ ଜନ୍ମ ନେବାର ଅଧିକାର ରୂପକ ସମ୍ପତ୍ତି ପ୍ରାପ୍ତ କରିବାରେ ବହୁତ ଅନ୍ତର ରହିଛି । ସ୍ୱର୍ଗ ଦୁନିଆରେ ଜନ୍ମ ନେବାର ଭାଗ୍ୟ ବା ଜୀବନମୁକ୍ତିର ଅଧିକାର ଭାବନାବାଲା ଆତ୍ମା ଏବଂ ଜ୍ଞାନଯୁକ୍ତ ଆତ୍ମା ଉଭୟଙ୍କୁ ମିଳୁଛି କିନ୍ତୁ ପଦ ପ୍ରାପ୍ତ କରିବାରେ ପାର୍ଥକ୍ୟ ଆସିଯାଉଛି । ବାବା ଶବ୍ଦ ମଧ୍ୟ ଉଭୟ କହିଥାନ୍ତି ଏବଂ ଖୁସିର ସହିତ କହିଥାନ୍ତ, ସେଥିପାଇଁ ବାବା କହିବା ଏବଂ ବୁଝିବାର ଫଳ ସ୍ୱରୂପ ସମ୍ପତ୍ତିର ପ୍ରାପ୍ତି ତ ନିଶ୍ଚିତ ମିଳିବ ବା ଜୀବନମୁକ୍ତିର ଅଧିକାର ପାଇବାର ହକଦାର ତ ହୋଇଯାଆନ୍ତି କିନ୍ତୁ ଅଷ୍ଟରତ୍ନ, ୧୦୮ ବିଜୟୀ ରତ୍ନ, ୧୬ ହଜାର ମାଳାର ଦାନା, ତାପରେ ୯ ଲକ୍ଷ ମାଳାର ଦାନା ହେବାରେ କେତେ ପାର୍ଥକ୍ୟ ହୋଇଯାଉଛି । ମାଳା ତ ୧୬ ହଜାରର ମଧ୍ୟ ହେବ ଏବଂ ୧୦୮ର ମଧ୍ୟ ହେବ । ୧୦୮ ମାଳାରେ ୮ ଜଣ ବିଶେଷ ଆତ୍ମା ମଧ୍ୟ ରହିବେ । ତେବେ ମାଳାର ଦାନା ତ ସମସ୍ତେ ହେବେ । ମାଳାର ଦାନା ତ ଉଭୟଙ୍କୁ କୁହାଯିବ ନା! ୧୬ ହଜାର ମାଳାର ଦାନା ମଧ୍ୟ ଖୁସି ଏବଂ ଗର୍ବର ସହିତ କହିବ ଯେ ମୋର ବାବା ଏବଂ ମୋର ରାଜ୍ୟ । ରାଜ୍ୟପଦରେ ମଧ୍ୟ ରାଜ୍ୟ ସିଂହାସନର ଅଧିକାରୀ ଏବଂ ରାଜ ପରିବାରର ଅଧିକାରୀ ଏବଂ ରାଜ ପରିବାରର ସମ୍ପର୍କରେ ଆସିବାର ଅଧିକାରୀ, ଏହିଭଳି ପାର୍ଥକ୍ୟ ହୋଇଯାଏ ।

ତେବେ ଭାବୁକ ଆତ୍ମା ହୁଅନ୍ତୁ ବା ଜ୍ଞାନୀ ତୁ ଆତ୍ମା ହୁଅନ୍ତୁ କିନ୍ତୁ ଈଶ୍ୱରୀୟ ନିଶା ଉଭୟଙ୍କ ଭିତରେ ରହିଥାଏ । ଉଭୟ ବହୁତ ଭଲ ଭାବରେ ପ୍ରଭୁ ପ୍ରେମର ଅନୁଭବ ଶୁଣାଇଥାନ୍ତି । ପ୍ରେମ ସ୍ୱରୂପ ସ୍ଥିତିରେ ଏଭଳି ରହିଥାନ୍ତି ଯାହାକି ଦୁନିଆର ଅସ୍ତିତ୍ୱକୁ ହିଁ ଭୁଲିଯାଆନ୍ତି । ମୋର ତ ଏକମାତ୍ର ବାବା.... ଏହିଭଳି ଲଗନର ଗୀତ ବହୁତ ଭଲ ଗାଇଥାନ୍ତି କିନ୍ତୁ ଶକ୍ତି ସ୍ୱରୂପ ହୋଇ ନଥାନ୍ତି । ଖୁସିରେ ରହିବାର ଚେହେରା ମଧ୍ୟ ଦେଖିବାକୁ ମିଳିଥାଏ କିନ୍ତୁ ଯଦି ଟିକିଏ ବି ମାୟାର ବିଘ୍ନ ଆସିଗଲା ତେବେ ଭାବୁକ ଆତ୍ମାମାନେ ଖୁବ୍ ଶୀଘ୍ର ବିଚଳିତ ହୋଇଯାଆନ୍ତି କାହିଁକି ନା ଜ୍ଞାନର ଶକ୍ତି କମ୍ ଥାଏ । ଏବେ ଦେଖିବ ବହୁତ ମଜାରେ ବାବାଙ୍କର ମହିମାର ଗୀତ ଗାଉଥିବେ ପୁଣି ଏବେ ଏବେ ମାୟାର ଛୋଟିଆ ଆଘାତ ଟିଏ ମଧ୍ୟ ଖୁସିର ଗୀତ ବଦଳରେ କଣ କରିବି, କିପରି କରିବି, କଣ ହେବ, କିପରି ହେବ! ଏହିଭଳି କଣ-କଣର ଗୀତ ଗାଇବାରେ ମଧ୍ୟ କମ୍ ନୁହଁନ୍ତି । କିନ୍ତୁ ଜ୍ଞାନୀ ତୁ ଆତ୍ମାମାନେ ସଦାସର୍ବଦା ନିଜକୁ ବାବାଙ୍କ ସାଥୀରେ ରହୁଥିବା ମାଷ୍ଟର ସର୍ବଶକ୍ତିବାନ ମନେ କରୁଥିବା କାରଣରୁ ମାୟାର ପରୀକ୍ଷାରେ ବିଜୟ ପ୍ରାପ୍ତ କରିନେଇଥାନ୍ତି, କଣ କରିବି, କିପରି କରିବିର ଗୀତ ଗାଇ ନଥାନ୍ତି । ଭାବୁକ ଆତ୍ମାମାନେ କେବଳ ବାବାଙ୍କ ପ୍ରତି ପ୍ରେମର ଶକ୍ତି ଆଧାରରେ ଆଗକୁ ବଢିଚାଲିଥାନ୍ତି । ସେମାନଙ୍କ ଭିତରେ ମାୟାକୁ ସମ୍ମୁଖୀନ କରିବାର ଶକ୍ତି ନଥାଏ, କିନ୍ତୁ ଜ୍ଞାନୀ ତୁ ଆତ୍ମାମାନେ ବାବାଙ୍କ ସମାନ ହେବାର ଲକ୍ଷ ରଖି ସର୍ବଶକ୍ତିର ଅନୁଭବ କରି ମାୟାକୁ ସମ୍ମୁଖୀନ କରିପାରନ୍ତି । ଏବେ ନିଜେ ନିଜକୁ ପଚାର ମୁଁ କିଏ! ଭାବୁକ ଆତ୍ମା ନା ଜ୍ଞାନୀ ତୁ ଆତ୍ମା ? ବାବା ତ ଭାବନାବାଲାଙ୍କୁ ମଧ୍ୟ ଦେଖି ଖୁସି ହେଉଛନ୍ତି । ମେରା ବାବା କହିବା କାରଣରୁ ଅଧିକାରୀ ତ ହୋଇଗଲ ନା, ତା ସହିତ ଅଧିକାର ନେବାର ହକଦାର ମଧ୍ୟ ହୋଇଗଲ । ଏବେ ପୂରା ସମ୍ପତ୍ତି ନେବ କି ଅଳ୍ପ କିଛି ନେବ ତାହା ନିଜର ପୁରୁଷାର୍ଥ ଅନୁସାରେ ଯେତେ ଅଣ୍ଟି ଭରିବାକୁ ଚାହିଁବ ସେତେ ଭରିପାରିବ କାହିଁକି ନା ମେରା ବାବା କହିବା ଅର୍ଥ ସମ୍ପତ୍ତି ନେବାର ଚାବି ମଧ୍ୟ ଲଗାଇ ଦେଇଛ । ଏହା ଛଡା ଅନ୍ୟ କୌଣସି ଚାବି ନାହିଁ କାହିଁକି ନା ବାପଦାଦା ସାଗର ଅଟନ୍ତି ନା । ଅସରନ୍ତି ଏବଂ ଅବିନାଶୀ ଭଣ୍ଡାରର ମାଲିକ ଅଟନ୍ତି । ତେଣୁ ନେବାବାଲା ଥକି ଯାଆନ୍ତି କିନ୍ତୁ ଦେଲାବାଲା ବାବା ଥକି ଯାଆନ୍ତି ନାହିଁ କାହିଁକି ନା ତାଙ୍କୁ ତ କୌଣସି ମେହନତ କରିବାକୁ ପଡିନଥାଏ । କେବଳ ଦୃଷ୍ଟି ଆଧାରରେ ହିଁ ଅଧିକାର ଦେଇ ଦେଇଥାନ୍ତି । ତେବେ ନେବାବାଲାଙ୍କୁ ମଧ୍ୟ କୌଣସି ପରିଶ୍ରମ କରିବାକୁ ପଡୁନାହିଁ କିନ୍ତୁ ନିଜର ଅବହେଳା ପଣିଆ ଦ୍ୱାରା ହିଁ ହରାଇ ଦେଇଥାନ୍ତି ଏବଂ ନିଜର ଦୁର୍ବଳତା କାରଣରୁ ହରାଇ ଦେବା ପରେ ପୁନର୍ବାର ପ୍ରାପ୍ତ କରିବା ପାଇଁ ମେହନତ କରି ଥାଆନ୍ତି । ହରାଇବା-ପାଇବା, ପାଇବା-ହରାଇବା, ଏହିଭଳି ମେହନତ କରି କରି ଥକି ଯାଆନ୍ତି । ଯଦି ସଦାସର୍ବଦା ସାବଧାନ ଏବଂ ସଜାଗ ହୋଇ ରହିବ ତେବେ ସଦାକାଳ ପାଇଁ ପ୍ରାପ୍ତି ସ୍ୱରୂପ ମଧ୍ୟ ହୋଇଯିବ । ଯେପରି ସତ୍ୟଯୁଗରେ ଦାସୀମାନେ ସେବା କରିବା ପାଇଁ ସବୁବେଳେ ଆଗରେ ପଛରେ ରହିଥାନ୍ତି ସେହିଭଳି ଜ୍ଞାନୀ ତୁ ଆତ୍ମା ବା ବାବାଙ୍କ ସମାନ ଶ୍ରେଷ୍ଠ ଆତ୍ମାଙ୍କ ନିକଟରେ ଏବେ ମଧ୍ୟ ସର୍ବଶକ୍ତି, ସର୍ବଗୁଣ ସେବାଧାରୀ ରୂପରେ ସର୍ବଦା ସାଥୀରେ ରହିଥାନ୍ତି । ଯେଉଁ ଶକ୍ତି ବା ଯେଉଁ ଗୁଣକୁ ଆବାହନ କରନ୍ତି ତାହା ତୁରନ୍ତ ହାଜିର ହୋଇଯାଏ । ଏହିଭଳି ସ୍ୱରାଜ୍ୟ ଅଧିକାରୀ ଆତ୍ମାମାନେ ହିଁ ବିଶ୍ୱର ରାଜ୍ୟ ଅଧିକାରୀ ହୋଇଥାନ୍ତି । ତେଣୁ ମେହନତ କରିବାକୁ ପଡିନଥାଏ । ପ୍ରତ୍ୟେକ ଶକ୍ତି, ପ୍ରତ୍ୟେକ ଗୁଣର ସହଯୋଗ ଦ୍ୱାରା ସଦାକାଳ ପାଇଁ ବିଜୟୀ ହେବାର ଅନୁଭବ କରିଥାଆନ୍ତି । ଯେପରି ଗୋଟିଏ ନାଟକ କରି ଦେଖାଉଛ ନା ରାବଣ ନିଜର ସାଥୀମାନଙ୍କୁ ଆହ୍ୱାନ କରୁଛି ଏବଂ ବ୍ରାହ୍ମଣ ଆତ୍ମା, ସ୍ୱରାଜ୍ୟ ଅଧିକାରୀ ଆତ୍ମା ନିଜର ଶକ୍ତି ଏବଂ ଗୁଣକୁ ଆହ୍ୱାନ କରୁଛି । ତେବେ ଏହିଭଳି ସ୍ୱରାଜ୍ୟ ଅଧିକାରୀ ହୋଇଗଲଣି ? ନା ଯଥା ସମୟରେ ଶକ୍ତିଗୁଡିକୁ କାର୍ଯ୍ୟରେ ଲଗାଇ ପାରୁନାହଁ । କାରଣ ଦୁର୍ବଳ ରାଜାର ଆଦେଶକୁ କେହି ମାନିନଥାନ୍ତି ବରଂ ରାଜାକୁ ପ୍ରଜାଙ୍କର କଥା ମାନିବାକୁ ପଡିଥାଏ । ବାହାଦୁର ରାଜାମାନେ ସମସ୍ତଙ୍କୁ ନିଜର ଆଦେଶ ଅନୁସାରେ ଚଳାଇଥାଆନ୍ତି ଏବଂ ରାଜ୍ୟ ଭାଗ୍ୟ ପ୍ରାପ୍ତ କରିଥାନ୍ତି । ତେବେ ସହଜକୁ ମୁଶକିଲ କରିବା ଏବଂ ଥକିଯିବା ଏହା ଅବହେଳାପଣିଆର ଲକ୍ଷଣ । ନାମ ହେଉଛି ରାଜା କିନ୍ତୁ ଆଦେଶକୁ କେହି ବି ମାନୁ ନାହାଁନ୍ତି, ଏହାକୁ କଣ କୁହାଯିବ । କେହି-କେହି କହିଥାନ୍ତି ନା ମୁଁ ବୁଝିପାରୁଛି ଯେ ସହନଶକ୍ତି ରହିବା ଦରକାର କିନ୍ତୁ ପରେ ମନେ ପଡିଲା । ଯଦି ସେହି ସମୟରେ ବି ମନେ ପଡିଥାନ୍ତା, ସହନଶକ୍ତି ଦ୍ୱାରା କାର୍ଯ୍ୟ ହାସଲ କରିପାରିନଥାନ୍ତ । ଏହାର ଅର୍ଥ ହେଲା ଶକ୍ତିକୁ ଆବାହନ କରିଲି ଆଜି ଏବଂ ଆସିଲା କାଲି । ତେବେ ଆଦେଶ ମୁତାବକ ହେଲା କି ? ଯଦି ଭୁଲ୍ ହୋଇଯାଉଛି ତେବେ ଶକ୍ତି ଗୁଡିକ ଆଦେଶ ମୁତାବକ କାର୍ଯ୍ୟ କରୁ ନାହାଁନ୍ତି । ଯଦି ସେବାଧାରୀ ସମୟ ଅନୁସାରେ ସେବା କରୁନଥିବେ ତେବେ ଏଭଳି ସେବାଧାରୀଙ୍କୁ କଣ କୁହାଯିବ । ତେଣୁ ସଦାସର୍ବଦା ସ୍ୱରାଜ୍ୟ ଅଧିକାରୀ ହୋଇ ସର୍ବଶକ୍ତିକୁ, ସର୍ବଗୁଣକୁ, ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ସେବାରେ ଲଗାଅ । ବୁଝିଲ! କେବଳ ଭାବୁକ ହୁଅ ନାହିଁ, ଶକ୍ତିଶାଳୀ ଆତ୍ମା ହୁଅ । ଆଚ୍ଛା ଭିନ୍ନ ଭିନ୍ନ ପ୍ରକାରର ଆତ୍ମାମାନଙ୍କର ମେଳା ଦେଖି ଖୁସି ହେଉଛ ନା! ମଧୁବନ ବାଲା କେତେ ମେଳା ଦେଖୁଛନ୍ତି! କେତେ ପ୍ରକାରର ବ୍ରାହ୍ମଣ ପିଲାମାନଙ୍କର ସଂଗଠନ ଏଠାକୁ ଆସୁଛି । ବାପଦାଦା ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ଫୁଲ ବଗିଚାକୁ ଦେଖି ହର୍ଷିତ ହେଉଛନ୍ତି । କହୁଛନ୍ତି- ଆସ ଆସ ପିଲାମାନେ । ତେବେ ଶିବଙ୍କର ବରଯାତ୍ରୀର ଯେଉଁ ଗାୟନ ରହିଛି, ତାହା ଦେଖୁଛ ନା! ବାବା-ବାବା କହି ସମସ୍ତେ ଚାଲିଛନ୍ତି ନା । ମଧୁବନରେ ତ ପହଞ୍ଚିଯାଇଛ କିନ୍ତୁ ବର୍ତ୍ତମାନ ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟରେ ପହଞ୍ଚିବାକୁ ହେବ । ଆଚ୍ଛା!

ସର୍ବଦା ଶ୍ରେଷ୍ଠ ଅଧିକାରକୁ ପ୍ରାପ୍ତ କରୁଥିବା ବିଜୟୀ ଆତ୍ମାମାନଙ୍କୁ, ସର୍ବଦା ନିଜର ଅଧିକାର ଦ୍ୱାରା ସର୍ବଶକ୍ତି ଆଧାରରେ ସେବା କରୁଥିବା ଶକ୍ତିଶାଳୀ ଆତ୍ମାମାନଙ୍କୁ ବାପଦାଦାଙ୍କର ୟାଦପ୍ୟାର ଏବଂ ନମସ୍ତେ ।

ଅଲଗା ଅଲଗା ପାର୍ଟିମାନଙ୍କ ସହିତ ବାପଦାଦାଙ୍କର ସାକ୍ଷାତ୍:-

ପଞ୍ଜାବ ଜୋନ୍ ସହିତ:- ପଞ୍ଜାବ ନିବାସୀ ପିଲାମାନେ ସମେସ୍ତ ମହାବୀର ଅଟ ନା! ଭୟାଳୁ ତ ନୁହେଁ ନା ? କୌଣସି ବି କଥାର ଭୟ ନାହିଁ ତ! ସବୁଠାରୁ ବଡ ଭୟ ମୃତ୍ୟୁକୁ ହିଁ କରିଥାନ୍ତି । ତୁମେମାନେ ତ ପ୍ରଥମରୁ ହିଁ ମୃତ ଅଟ । ତେବେ ମରିସାରିଥିବା ବ୍ୟକ୍ତିର ମୃତ୍ୟୁକୁ ବା ଭୟ କଣ । ତେବେ ମୃତ୍ୟୁକୁ ସେତେବେଳେ ଭୟ କରିଥାଆନ୍ତି ଯେତେବେଳେ ଭାବନ୍ତି ଯେ ଏବେ ଏଇଆ କରିବାର ଅଛି, ସେଇଆ କରିବାର ଅଛି, ଯଦି ତାହା ପୂରଣ ନହେଲା ତେବେ ମୃତ୍ୟୁକୁ ଭୟ କରିଥାନ୍ତି । କିନ୍ତୁ ତୁମେମାନେ ତ ସବୁ କାର୍ଯ୍ୟ ଶେଷ କରି ପ୍ରସ୍ତୁତ ରହିଛ । ଏହି ପୁରୁଣା ଶରୀରକୁ ତ୍ୟାଗ କରିବା ପାଇଁ ପ୍ରସ୍ତୁତ ଅଛ ନା, ସେଥିପାଇଁ ତୁମକୁ କୌଣସି ଭୟ ନାହିଁ । ଅଧିକନ୍ତୁ ଭୟଭୀତ ଆତ୍ମାମାନଙ୍କୁ ଶକ୍ତିଶାଳୀ କରୁଥିବା, ଦୁଃଖ ସମୟରେ ସୁଖ ଦେଉଥିବା ଆତ୍ମା ଅଟ । ସୁଖଦାତାଙ୍କର ସନ୍ତାନ ଅଟ । ଯେପରି ଅନ୍ଧାର ସମୟରେ ଦୀପଟିଏ ଆଲୋକ ପ୍ରଦାନ କରିଥାଏ । ସେହିପରି ଦୁଃଖର ବାତାବରଣ ମଧ୍ୟରେ ସୁଖ ପ୍ରଦାନ କରୁଥିବା ଶ୍ରେଷ୍ଠ ଆତ୍ମା ତୁମେମାନେ ହିଁ ଅଟ । ତେବେ ସଦାସର୍ବଦା ଏହିଭଳି ସୁଖ ଦେବାର ଶ୍ରେଷ୍ଠ ଭାବନା ରହୁଛି! ସର୍ବଦା ସୁଖ ଦେବାର ଅଛି ଏବଂ ଶାନ୍ତି ଦେବାର ଅଛି । କାରଣ ଶାନ୍ତିଦାତାଙ୍କର ସନ୍ତାନ ତୁମେମାନେ ଶାନ୍ତିର ଦେବତା ଅଟ । ତେଣୁ ଶାନ୍ତିର ଦେବତା କିଏ ? ଏକୁଟିଆ ବାବା ନୁହଁନ୍ତି, ତୁମେ ସମସ୍ତେ । ଶାନ୍ତି ପ୍ରଦାନକାରୀ ଶାନ୍ତିର ଦେବତାମାନେ, ଶାନ୍ତି ପ୍ରଦାନ କରିବାର କାର୍ଯ୍ୟ କରୁଛ ନା! ଲୋକମାନେ ପଚାରୁଛନ୍ତି ତୁମେମାନେ କଣ ସେବା କରୁଛ ? ତୁମେମାନେ ସମସ୍ତଙ୍କୁ ଏହି କଥା କୁହ ଯେ ଏହି ସମୟରେ ଯେଉଁ ବିଶେଷ କାର୍ଯ୍ୟର ଆବଶ୍ୟକତା ଅଛି ସେହି କାର୍ଯ୍ୟ ହିଁ ଆମେମାନେ କରୁଛୁ । ଆଚ୍ଛା, ବସ୍ତ୍ର ଦାନ କରିବା, ଅନ୍ନଦାନ କରିବା ତ ସହଜ କିନ୍ତୁ ସବୁଠାରୁ ଆବଶ୍ୟକ ବସ୍ତୁ ହେଉଛି ଶାନ୍ତି । ତେଣୁ ଯାହା ସମସ୍ତଙ୍କ ପାଇଁ ଆବଶ୍ୟକ ତାହା ଆମେ ଦେଉଛୁ । ଏହାଠାରୁ ବଡ ସେବା ଆଉ କଣ ଅଛି । ଯଦି ମନ ଶାନ୍ତ ଅଛି ତେବେ ଧନ ମଧ୍ୟ କାମରେ ଲାଗିବ । ଯଦି ଶାନ୍ତି ନାହିଁ ତେବେ ଧନର ଶକ୍ତି ମଧ୍ୟ ଅଧିକ ଦୁଃଖ ଦେବ । ବର୍ତ୍ତମାନ ଏଭଳି ଶାନ୍ତିର ଶକ୍ତିଶାଳୀ ଲହରୀ ଚାରିଆଡେ ଖେଳାଇ ଦିଅ ଯେପରି ସମସ୍ତେ ଅନୁଭବ କରିବେ ଯେ ସାରା ଦେଶ ଭିତରେ ଏହା ହିଁ ଶାନ୍ତିର ସ୍ଥାନ ଅଟେ । ଜଣେ ଅନ୍ୟଜଣଙ୍କଠାରୁ ଶୁଣନ୍ତୁ ଏବଂ ଅନୁଭବ କରିବା ପାଇଁ ଆସନ୍ତୁ । ଜାଣନ୍ତୁ ଅଳ୍ପ ସମୟ ପାଇଁ ଆସିଲେ ମଧ୍ୟ ଏଠାରେ ଶାନ୍ତି ମିଳୁଛି । ଏହିଭଳି ଚାରିଆଡେ ପ୍ରଚାର ହୋଇଯାଉ । ଏହି ସେବାସ୍ଥାନ ହିଁ ଶାନ୍ତି ପ୍ରାପ୍ତ କରିବାର ପ୍ରକୃତ ସ୍ଥାନ, ଏହିଭଳି ପ୍ରଚାର ହେବା ଦରକାର । କେତେ ବି ଅଶାନ୍ତ ଆତ୍ମା ହୋଇଥାନ୍ତୁ ଯେପରି ରୋଗୀଟିଏ ରୋଗ ଭଲ କରିବା ପାଇଁ ଡାକ୍ତରଖାନାକୁ ଯାଇଥାଏ ସେହିଭଳି ଲୋକମାନେ ଜାଣନ୍ତୁ ଯେ ଅଶାନ୍ତି ସମୟରେ ଏହି ଶାନ୍ତିର ସ୍ଥାନକୁ ହିଁ ଆସିବା ଦରକାର । ଏହିଭଳି ଲହରୀ ଚାରିଆଡେ ଖେଳାଇ ଦିଅ । ତେବେ ଏହା କିପରି ହେବ ? ସେଥିପାଇଁ ଜଣେ ଦୁଇଜଣ ଆତ୍ମା ହୁଅନ୍ତୁ ପଛକେ ସେମାନଙ୍କୁ ଏଠାକୁ ଡାକି ଅନୁଭବ କରାଅ । ଜଣଙ୍କଠାରୁ ଆଉ ଜଣେ, ତାଙ୍କଠାରୁ ଆଉ ଜଣେ ଏହିଭଳି ଚାରିଆଡେ ପ୍ରଚାର ହୋଇଯିବ । ଯେଉଁମାନେ ଅଶାନ୍ତ ଅଛନ୍ତି ସେମାନଙ୍କୁ ବିଶେଷ ଭାବରେ ନିମନ୍ତ୍ରଣ କରି ଶାନ୍ତିର ଅନୁଭବ କରାଅ । ଯେଉଁମାନେ ବି ସମ୍ପର୍କରେ ଆସୁଛନ୍ତି ସେମାନଙ୍କୁ ଏହି ସନ୍ଦେଶ ଦିଅ ଯେ ଶାନ୍ତିର ଅନୁଭବ କର । ପଞ୍ଜାବ ନିବାସୀଙ୍କୁ ବିଶେଷ ଭାବରେ ଏହି ସେବା କରିବା ଦରକାର । ବର୍ତ୍ତମାନ ହିଁ ହେଉଛି ସନ୍ଦେଶ ଦେବାର ଯଥାର୍ଥ ସମୟ । ଏବେ ହିଁ ଅଶାନ୍ତିରେ ଏଣେ ତେଣେ ଘୁରିବୁଲୁଛନ୍ତି, ଚାହୁଁଛନ୍ତି କୌଣସି ଆଶ୍ରୟ ସ୍ଥଳ ମିଳିଯାଉ । ତାହା କେଉଁ ସ୍ଥାନ........ଏକଥା ଜଣାନାହିଁ କିନ୍ତୁ ଖୋଜୁଛନ୍ତି । ଗୋଟିଏ ଠିକଣାରୁ ତ ଭଟକିଯାଇଛନ୍ତି, ବୁଝିଗଲେଣି ଯେ ଏହା ପ୍ରକୃତ ଲକ୍ଷ ନୁହେଁ । ଏହିଭଳି ଭଟକୁଥିବା ଅର୍ଥାତ୍ ଲକ୍ଷଭ୍ରଷ୍ଟ ଆତ୍ମାମାନଙ୍କୁ ଏବେ ସହଜ ଲକ୍ଷର ପରିଚୟ ଦେଇପାରିବ ନାହିଁ ? ତେବେ ଏହିଭଳି ସେବା କର । କର୍ଫ୍ୟୁ ଲାଗିଥାଉ, ଯାହାବି ହୋଇଥାଉ ଲୋକମାନଙ୍କର ସମ୍ପର୍କରେ ତ ଆସୁଛ ନା । ତେବେ ସମ୍ପର୍କବାଲାଙ୍କୁ ହିଁ ଅନୁଭବ କରାଅ, ଏହିଭଳି ଆତ୍ମାମାନେ ହିଁ ଚାରିଆଡେ ପ୍ରଚାର କରିବେ । ସେମାନଙ୍କୁ ଗୋଟିଏ ଘଣ୍ଟା, ଦୁଇଘଣ୍ଟା ପାଇଁ ହେଉ ପଛେ ଯୋଗ ଶିବିର କରାଅ ଯଦି ଟିକିଏ ବି ଶାନ୍ତିର ଅନୁଭବ କରିବେ ତେବେ ବହୁତ ଖୁସି ହୋଇଯିବେ, ତୁମକୁ ଧନ୍ୟବାନ ଦେବେ । ଯେତେବେଳେ ଲକ୍ଷ୍ୟ ରହିଥାଏ ଯେ ମୋତେ କରିବାକୁ ହିଁ ହେବ ତେବେ ରାସ୍ତା ମଧ୍ୟ ମିଳିଯାଏ । ତେଣୁ ଏହିଭଳି ବାବାଙ୍କର ନାମକୁ ବିଖ୍ୟାତ କରି ଦେଖାଅ । ପଞ୍ଜାବର ଧରଣୀ ଯେତିକି ଶକ୍ତ ଅଛି ତାକୁ ସେତିକି ନରମ କରି ପାରିବ । ଆଚ୍ଛା!

(୨) ସର୍ବଦା ନିଜକୁ ଫରିସ୍ତା ଅର୍ଥାତ୍ ଡବଲ ଲାଇଟ୍ ଅନୁଭବ କରୁଛ ? ଏହି ସଂଗମଯୁଗର ଅନ୍ତିମ ସ୍ୱରୂପ ଫରିସ୍ତା ସ୍ୱରୂପ ଅଟେ ନା । ବ୍ରାହ୍ମଣ ଜୀବନର ପ୍ରାପ୍ତି ହିଁ ହେଉଛି ଫରିସ୍ତା ଜୀବନ । ଫରିସ୍ତା ଅର୍ଥାତ୍ ଯାହାର କୌଣସି ଦେହ ବା ଦେହର ସମ୍ବନ୍ଧ ସହିତ ସମ୍ପର୍କ ନାହିଁ ତେବେ ଦେହ ଏବଂ ଦେହର ସମ୍ବନ୍ଧଠାରୁ ସମ୍ପର୍କ ତୁଟିଯାଇଛି ନା ଟିକିଏ ଅଟକିଛି ? ଯଦି ଟିକିଏ ବି ସୂକ୍ଷ୍ମ ଆକର୍ଷଣ ରୂପକ ରସୀ ଲାଗିଥିବ ତେବେ ଉଡିପାରିବ ନାହିଁ, ତଳକୁ ଆସିଯିବ ସେଥିପାଇଁ ଫରିସ୍ତା ହେବାକୁ ହେଲେ କୌଣସି ବି ପୁରୁଣା ସମ୍ବନ୍ଧ ରହିବା ଉଚିତ୍ ନୁହେଁ । ଯେବେକି ତୁମକୁ ଜୀବନ ହିଁ ନୂଆ ରୂପରେ ମିଳିଛି ତେଣୁ ତୁମର ସବୁ କିଛି ନୂଆ ହେବା ଉଚିତ୍ । ସଂକଳ୍ପ ନୂଆ, ସମ୍ବନ୍ଧ ନୂଆ, କର୍ତ୍ତବ୍ୟ ନୂଆ, ସବୁକିଛି ନୂଆ । ଏବେ ଆଉ ପୁରୁଣା ଜୀବନର ସ୍ମୃତି ସ୍ୱପ୍ନରେ ମଧ୍ୟ ଆସିପାରିବ ନାହିଁ । ଯଦି ଟିକିଏ ବି ଦେହ ଅଭିମାନରେ ଆସିଯାଉଛ ତେବେ ବି ଜାଣିବା ଦରକାର ଯେ ନିଶ୍ଚିତ କେଉଁଠି ସମ୍ବନ୍ଧ ରହିଛି ସେଥିପାଇଁ ଦେହ ଅଭିମାନରେ ଆସୁଛ । ଯଦି କୌଣସି ସମ୍ବନ୍ଧ ନାହିଁ ତେବେ ବୁଦ୍ଧି ଯାଇପାରିବ ନାହିଁ । ସାରା ବିଶ୍ୱରେ ଏତେ ସବୁ ଆତ୍ମା ଅଛନ୍ତି କିନ୍ତୁ ସେମାନଙ୍କ ସହିତ ସମ୍ବନ୍ଧ ନଥିବା କାରଣରୁ ସେମାନଙ୍କର ସ୍ମୃତି ଆସୁନାହିଁ ନା । ତେଣୁ ସେହିମାନେ ହିଁ ମନେ ପଡୁଛନ୍ତି ଯେଉଁମାନଙ୍କ ସହିତ ସମ୍ବନ୍ଧ ଅଛି । ତେବେ ଦୈହିକ ସ୍ମୃତି ଆସିବା ଅର୍ଥ ଦେହର ସମ୍ବନ୍ଧ ଅଛି । ଯଦି ଦେହ ସାଥୀରେ ଟିକିଏ ବି ମୋହର ଆକର୍ଷଣ ରହିବ ତେବେ ଉଡିବ କିପରି! ଓଜନଦାର ବସ୍ତୁକୁ ଯେତେ ବି ଉପରକୁ ଫିଙ୍ଗିଲେ ତାହା ତଳକୁ ନିଶ୍ଚିତ ଆସିଯିବ । ତେଣୁ ଫରିସ୍ତା ଅର୍ଥାତ୍ ହାଲୁକା, କୌଣସି ବୋଝ ନଥିବ । ମରଜୀବା ହେବା ଅର୍ଥ ବୋଝରୁ ମୁକ୍ତ ହେବା । ଯଦି ଟିକିଏ ବି କିଛି ରହିଯାଇଛି ତେବେ ଶୀଘ୍ର ଶୀଘ୍ର ସମାପ୍ତ କର ନଚେତ୍ ଯେତେବେଳେ ଅନ୍ତିମ ସମୟର ସଙ୍କେତ ମିଳିବ, ସମସ୍ତେ ଉଡିବାକୁ ଲାଗିବେ ଏବଂ ବୋଝବାଲା ତଳେ ରହିଯିବେ । ବୋଝବାଲା ପିଲାମାନେ ଉଡିବାବାଲାଙ୍କୁ ଦେଖିବାବାଲା ହୋଇଯିବେ । ତେବେ ଏହା ମଧ୍ୟ ଯାଞ୍ଚ କରିବାକୁ ହେବ ଯେ କୌଣସି ସୂକ୍ଷ୍ମ ରସୀ ରହି ଯାଇ ନାହିଁ ତ । ବୁଝିଲ । ତେଣୁ ଆଜିର ବିଶେଷ ବରଦାନକୁ ମନେ ରଖିବ ଯେ ନିର୍ବନ୍ଧନ ଫରିସ୍ତା ଆତ୍ମା, ବନ୍ଧନମୁକ୍ତ ଆତ୍ମା ଅଟୁ । ଫରିସ୍ତା ଶବ୍ଦକୁ କେବେ ବି ଭୁଲିବ ନାହିଁ । ନିଜକୁ ଫରିସ୍ତା ମନେ କରିବା ଦ୍ୱାରା ଉଡିପାରିବ, ଏହା ହେଉଛି ବରଦାତା ବାବାଙ୍କର ବରଦାନ, ଏହି କଥାକୁ ମନେ ରଖିବା ଦ୍ୱାରା ମାଲାମାଲ୍ ହୋଇଯିବ ।

(୩) ସର୍ବଦା ନିଜକୁ ଶାନ୍ତିର ସନ୍ଦେଶ ଦେଉଥିବା ସନ୍ଦେଶୀ ବୋଲି ମନେ କରୁଛ ? ବ୍ରାହ୍ମଣ ଜୀବନର କାର୍ଯ୍ୟ ହେଉଛି ସନ୍ଦେଶ ଦେବା । କେବେ ବି ଏହି କାର୍ଯ୍ୟକୁ ଭୁଲିଯାଉ ନାହଁ ତ ? ପ୍ରତିଦିନ ଯାଞ୍ଚ କର ଯେ ମୋ ଭଳି ଶ୍ରେଷ୍ଠ ଆତ୍ମାକୁ ଯେଉଁ ଶ୍ରେଷ୍ଠ କାର୍ଯ୍ୟ ମିଳିଛି ତାହା କେତେ ମାତ୍ରାରେ ସମ୍ପାଦନ କରିଛି ? କେତେ ଜଣଙ୍କୁ ସନ୍ଦେଶ ଦେଇଛି ? କେତେ ଜଣଙ୍କୁ ଶାନ୍ତିର ଦାନ ଦେଇଛି ? କାରଣ ତୁମେମାନେ ସନ୍ଦେଶ ଦେବାବାଲା ମହାଦାନୀ, ବରଦାନୀ ଆତ୍ମା ଅଟ । ତୁମକୁ କେତେ ଉପାଧି ମିଳିଛି ? ଆଜିର ଦୁନିଆରେ ଯେତେ ବି ବଡରୁ ବଡ ଉପାଧି କାହାକୁ ମିଳିଥାଉ କିନ୍ତୁ ତୁମ ନିକଟରେ ସମସ୍ତେ ଛୋଟ କାରଣ ସେମାନଙ୍କୁ ଉପାଧି ପ୍ରଦାନ କରିବାବାଲା କୌଣସି ନା କୌଣସି ମନୁଷ୍ୟ ଆତ୍ମା ଅଟନ୍ତି, କିନ୍ତୁ ତୁମମାନଙ୍କୁ ସ୍ୱୟଂ ଭଗବାନ ଉପାଧି ପ୍ରଦାନ କରିଛନ୍ତି । ତେଣୁ ନିଜର ଭିନ୍ନ ଭିନ୍ନ ଉପାଧିଗୁଡିକୁ ସ୍ମୃତିରେ ରଖି, ସେହିଭଳି ଖୁସିରେ ରହିବା ସହିତ ସେବାରେ ସର୍ବଦା ବ୍ୟସ୍ତ ରୁହ । ଉପାଧିର ସ୍ମୃତି ରହିବା ଦ୍ୱାରା ସେବାର ସ୍ମୃତି ଆପେ ଆପେ ଆସିଯିବ । ଆଚ୍ଛା!

ବରଦାନ:-
ଏକାଗ୍ରତାର ଶକ୍ତି ଦ୍ୱାରା ପରବଶ ସ୍ଥିତିକୁ ପରିବର୍ତ୍ତନ କରି ଅଧିକାରୀ ଆତ୍ମା ହୁଅ ।

ବ୍ରାହ୍ମଣ ଅର୍ଥାତ୍ ଅଧିକାରୀ ଆତ୍ମା କେବେହେଲେ କାହା ଦ୍ୱାରା ପରବଶ ଅର୍ଥାତ୍ ବଶୀଭୂତ ହୋଇପାରିବେ ନାହିଁ । ନିଜର ଦୁର୍ବଳ ସ୍ୱଭାବ-ସଂସ୍କାରର ବଶୀଭୂତ ମଧ୍ୟ ହେବେ ନାହିଁ, କାରଣ ସ୍ୱଭାବ ଅର୍ଥାତ୍ ସ୍ୱପ୍ରତି ଏବଂ ସମସ୍ତଙ୍କ ପ୍ରତି ଯଦି ଆତ୍ମିକ ଭାବନା ରହିଥିବ ତେବେ ଦୁର୍ବଳ ସ୍ୱଭାବର ବଶୀଭୂତ ହୋଇପାରିବ ନାହିଁ ଏବଂ ନିଜର ଅନାଦି-ଆଦି ସଂସ୍କାରକୁ ମନେ ପକାଇବା ଦ୍ୱାରା ଦୁର୍ବଳ ସଂସ୍କାର ମଧ୍ୟ ସହଜରେ ପରିବର୍ତ୍ତନ ହୋଇଯିବ । ଏକାଗ୍ରତାର ଶକ୍ତି ପରବଶ ସ୍ଥିତିକୁ ପରିବର୍ତ୍ତନ କରି ମାଲିକ ପଣିଆର ସ୍ଥିତିର ଆସନରେ ବସାଇଦେଇଥାଏ ।

ସ୍ଲୋଗାନ:-
କ୍ରୋଧ ଜ୍ଞାନୀ ତୁ ଆତ୍ମାର ମହାଶତ୍ରୁ ଅଟେ ।