10.02.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ସମସ୍ତଙ୍କୁ ଏହି ଖୁସିର ଖବର ଶୁଣାଇଦିଅ ଯେ ଭାରତ ଏବେ ପୁନର୍ବାର ସ୍ୱର୍ଗ ହେବାକୁ ଯାଉଛି, ସେଥିପାଇଁ ସ୍ୱର୍ଗର ରଚୟିତା ପରମପିତା ଏହି ଦୁନିଆକୁ ଆସିଛନ୍ତି ।

ପ୍ରଶ୍ନ:-
ଯେଉଁ ପିଲାମାନେ ସ୍ୱର୍ଗର ମାଲିକ ହେବାର ଖୁସି ଅନୁଭବ କରୁଛନ୍ତି ସେମାନଙ୍କର ଲକ୍ଷଣ କଣ ହୋଇଥିବ ?

ଉତ୍ତର:-
ସେମାନଙ୍କ ଭିତରେ କୌଣସି ପ୍ରକାରର ଦୁଃଖ ଆସିପାରିବ ନାହିଁ । ତାଙ୍କର ଏହି ନିଶା ରହିବ ଯେ ଆମେ ତ ବହୁତ ମହାନ ବ୍ୟକ୍ତି ଆମକୁ ବେହଦର ବାବା ଏହିପରି (ଲକ୍ଷ୍ମୀ-ନାରାୟଣ) କରୁଛନ୍ତି । ସେମାନଙ୍କର ଚାଲି-ଚଳଣ ବହୁତ ରାଜକୀୟ ହେବ । ସେମାନେ ଅନ୍ୟମାନଙ୍କୁ ଏହି ଖୁସିର ଖବର ନ ଶୁଣାଇ ରହିପାରିବେ ନାହିଁ ।

ଓମ୍ ଶାନ୍ତି ।
ବାବା ବୁଝାଉଛନ୍ତି ଏବଂ ପିଲାମାନେ ଜାଣିଛନ୍ତି ଯେ ସ୍ୱତନ୍ତ୍ର ରୂପେ ଭାରତ ଓ ସାଧାରଣ ଭାବେ ସାରା ଦୁନିଆକୁ ବାବାଙ୍କ ସନ୍ଦେଶ ଦେବାକୁ ପଡ଼ିବ । ତୁମେ ପିଲାମାନେ ସମସ୍ତେ ସନ୍ଦେଶୀ ଅଟ, ତେଣୁ ବହୁତ ଖୁସିର ସନ୍ଦେଶ ସମସ୍ତଙ୍କୁ ଦେବାକୁ ହେବ ଯେ ଭାରତ ଏବେ ପୁନର୍ବାର ସ୍ୱର୍ଗ ହେବାକୁ ଯାଉଛି ଅଥବା ସ୍ୱର୍ଗର ସ୍ଥାପନା ହେଉଛି । ବାବା ଯାହାଙ୍କୁ ଗଡ଼ଫାଦର ଅର୍ଥାତ୍ ଈଶ୍ୱର ପିତା କୁହାଯାଉଛି, ସିଏ ହିଁ ସ୍ୱର୍ଗ ସ୍ଥାପନା କରିବା ପାଇଁ ଭାରତରେ ଆସୁଛନ୍ତି । ସେଥିପାଇଁ ତୁମକୁ ନିର୍ଦ୍ଦେଶ ମିଳୁଛି ଯେ ଏହି ଖୁସି ଖବର ସମସ୍ତଙ୍କୁ ଠିକ୍ ଭାବରେ ଶୁଣାଅ । ପ୍ରତ୍ୟେକ ଧର୍ମବାଲାଙ୍କୁ ନିଜ ଧର୍ମର ନିଶା ରହିଥାଏ । ତୁମର ମଧ୍ୟ ଏହି ନିଶା ରହୁଛି, ତୁମେ ଖୁସିର ଖବର ଶୁଣାଉଛ ଯେ ଭାରତରେ ପୁଣି ଏବେ ସୂର୍ଯ୍ୟବଂଶୀ ଦେବୀ-ଦେବତା ଧର୍ମର ସ୍ଥାପନା ହେଉଛି ଅର୍ଥାତ୍ ଭାରତ ପୂନର୍ବାର ସ୍ୱର୍ଗ ହେବାକୁ ଯାଉଛି । ଏହି ଖୁସି ଅନ୍ତରରେ ରହିବା ଉଚିତ୍ ଆମେ ଏବେ ସ୍ୱର୍ଗର ମାଲିକ ହେବାକୁ ଯାଉଛୁ । ଯେଉଁମାନଙ୍କର ଅନ୍ତରରେ ଏହି ଖୁସି ରହୁଛି, ସେମାନଙ୍କର କୌଣସି ପ୍ରକାରର ଦୁଃଖ ରହିବ ନାହିଁ । ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି ଯେ ନୂଆ ଦୁନିଆ ସ୍ଥାପନ ହେବାପାଇଁ କଷ୍ଟ ମଧ୍ୟ ହେଉଛି । ଅବଳାମାନଙ୍କ ଉପରେ କେତେ ଅତ୍ୟାଚାର ହେଉଛି । ପିଲାମାନଙ୍କର ସର୍ବଦା ଏହି ସ୍ମୃତି ରହିବା ଉଚିତ୍ ଯେ ଆମେ ଭାରତବାସୀଙ୍କୁ ବର୍ତ୍ତମାନ ବେହଦ ଖୁସିର ଖବର ଶୁଣାଉଛୁ । ଯେପରି ବାବା ପତ୍ର ଛପାଇଥିଲେ ଯେ, ଭାଇ ଏବଂ ଭଉଣୀମାନେ ଆସି ଏହି ଖୁସିର ଖବର ଶୁଣ । ତେବେ ପିଲାମାନଙ୍କର ବୁଦ୍ଧିରେ ସାରା ଦିନ ଏହି ବିଚାର ଆସୁଛି ଯେ କିପରି ସମସ୍ତଙ୍କୁ ଏହି ସନ୍ଦେଶ ଶୁଣାଇବୁ । ବେହଦର ବାବା ବେହଦର ବର୍ସା ଦେବାକୁ ଆସିଛନ୍ତି । ତେଣୁ ଏହି ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ରକୁ ଦେଖି ତୁମେ ସାରା ଦିନ ହର୍ଷିତ ରହିବା ଉଚିତ୍ । ତୁମେମାନେ ବହୁତ ବଡ଼ ଲୋକ ସେଥିପାଇଁ ତୁମମାନଙ୍କର ଚଳଣି କୌଣସି ଜଙ୍ଗଲି ଭଳି ହୋଇପାରିବ ନାହିଁ । ତୁମେ ଏବେ ଜାଣିପାରିଛ ଯେ ଆମେ ମାଙ୍କଡ଼ଠାରୁ ମଧ୍ୟ ହୀନ ଥିଲୁ । ବର୍ତ୍ତମାନ ବାବା ଆସି ଆମକୁ ଏହିପରି (ଦେବୀ-ଦେବତା) କରାଉଛନ୍ତି । ତେଣୁ କେତେ ଖୁସି ହେବା ଉଚିତ୍ । କିନ୍ତୁ ଏହା ଆଶ୍ଚର୍ଯ୍ୟର କଥା ଯେ ପିଲାମାନଙ୍କ ଭିତରେ ଏହି ଖୁସି ରହୁନାହିଁ । ନା ସେତିକି ଉମଙ୍ଗ ଉତ୍ସାହର ସହିତ ସମସ୍ତଙ୍କୁ ଖୁସିଖବର ଶୁଣାଉଛନ୍ତି । ବାବା ତୁମକୁ ମ୍ୟାସେଞ୍ଜର ଅର୍ଥାତ୍ ବାର୍ତ୍ତାବହ କରାଇଛନ୍ତି । ତୁମେ ସମସ୍ତଙ୍କର କାନରେ ଏହି ସନ୍ଦେଶ ଶୁଣାଇଚାଲ । ଭାରତବାସୀମାନେ ଏକଥା ଜାଣି ନାହାଁନ୍ତି ଯେ ଆମର ଆଦି ସନାତନ ଦେବୀ-ଦେବତା ଧର୍ମ କେବେ ରଚନା କରାଯାଇଥିଲା ? ପୁଣି ସେ ଧର୍ମ କୁଆଡ଼େ ଗଲା ? ଏବେ ତ କେବଳ ସେମାନଙ୍କର ଚିତ୍ର ସବୁ ରହିଛି । ଅନ୍ୟ ସବୁ ଧର୍ମ ରହିଛି କିନ୍ତୁ କେବଳ ଆଦି ସନାତନ ଦେବୀ-ଦେବତା ଧର୍ମ ହିଁ ନାହିଁ । ସେମାନଙ୍କର ଚିତ୍ର କେବଳ ଭାରତରେ ହିଁ ରହିଛି । ଏବେ ପୁଣି ସେହି ଧର୍ମ ଶିବବାବା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରୁଛନ୍ତି ।

ତେଣୁ ତୁମେ ଯଦି ସମସ୍ତଙ୍କୁ ଏହି ଖୁସିର ଖବର ଶୁଣାଇବ ତେବେ ତୁମ ଅନ୍ତରରେ ମଧ୍ୟ ଖୁସି ସ୍ୱତଃ ରହିବ । ପ୍ରଦର୍ଶନୀରେ ତୁମେମାନେ ଏହି ଖୁସିର ଖବର ଶୁଣାଉଛ ନା । ବର୍ତ୍ତମାନ ବେହଦ ବାବାଙ୍କଠାରୁ ଆସି ସ୍ୱର୍ଗର ସମ୍ପତ୍ତି (ବର୍ସା) ନିଅ । ଏହି ଲକ୍ଷ୍ମୀ-ନାରାୟଣ ସ୍ୱର୍ଗର ମାଲିକ ଥିଲେ ନା । ତେବେ ସେମାନେ କୁଆଡ଼େ ଗଲେ ? ଏକଥା କେହି ମଧ୍ୟ ଜାଣି ସେଥିପାଇଁ କୁହାଯାଉଛି ସମସ୍ତଙ୍କ ଚେହେରା ଯଦିଓ ମନୁଷ୍ୟ ସଦୃଶ ରହିଛି, କିନ୍ତୁ ଗୁଣ ମାଙ୍କଡ଼ ସଦୃଶ ହୋଇଯାଇଛି । ଏବେ ତୁମର ଚେହେରା ମନୁଷ୍ୟ ସଦୃଶ ରହିଛି, କିନ୍ତୁ ଚରିତ୍ର ଦେବତାମାନଙ୍କ ସଦୃଶ ହେବାକୁ ଯାଉଛି । ତୁମେମାନେ ଜାଣୁଛ ଆମେ ପୁନର୍ବାର ସର୍ବଗୁଣ ସମ୍ପନ୍ନ ହେବାକୁ ଯାଉଛୁ । ତେବେ ଅନ୍ୟମାନଙ୍କୁ ମଧ୍ୟ ଏହି ପୁରୁଷାର୍ଥ କରାଇବାକୁ ହେବ । ପ୍ରଦର୍ଶନୀର ସେବା ବହୁତ ଭଲ ହୋଇଥାଏ । ଯାହାଙ୍କର କୌଣସି ଗୃହସ୍ଥ ବ୍ୟବହାରର ବନ୍ଧନ ନାହିଁ, ବାନପ୍ରସ୍ଥୀ ଅଥବା ବିଧବା, କୁମାରୀ ଅଛନ୍ତି ସେମାନଙ୍କ ପାଇଁ ତ ସେବାର ବହୁତ ସୁଯୋଗ ରହିଛି । ତେଣୁ ସେମାନେ ସେବାରେ ଲାଗିଯିବା ଉଚିତ୍ । ବର୍ତ୍ତମାନ ସମୟରେ ବିବାହ କରିବା ଅର୍ଥାତ୍ ନିଜକୁ ବରବାଦ କରିବା, ବିବାହ ନ କରିବା ଆବାଦୀ ଅଟେ । ବାବା କହୁଛନ୍ତି ଏହି ମୃତ୍ୟୁଲୋକ ପତିତ ଦୁନିଆ ବିନାଶ ନିଶ୍ଚୟ ହେବ । ଯଦି ତୁମେମାନେ ପବିତ୍ର ଦୁନିଆକୁ ଯିବାକୁ ଚାହୁଁଛ ତେବେ ଏହି ସେବାରେ ଲାଗିଯିବା ଉଚିତ୍ । ପ୍ରଦର୍ଶନୀ ପରେ ପ୍ରଦର୍ଶନୀ କରିବା ଉଚିତ୍ । ଯେଉଁମାନେ ସେବାଧାରୀ ସନ୍ତାନ ସେମାନଙ୍କର ଭଲ ସେବାର ସଉକ ରହିଥାଏ । ବାବାଙ୍କୁ କେହି-କେହି ପଚାରୁଛନ୍ତି, ମୁଁ ଚାକିରି ଛାଡ଼ିଦେବି ? ବାବା ଦେଖୁଛନ୍ତି ଯଦି ସେମାନେ ଯୋଗ୍ୟ ହୋଇଥାନ୍ତି ତେବେ ଆଜ୍ଞା ଦିଅନ୍ତି, ସେବା କର । ଏପରି ଖୁସିର ଖବର ସମସ୍ତଙ୍କୁ ଶୁଣାଅ । ବାବା କହୁଛନ୍ତି ନିଜର ସତ୍ୟଯୁଗୀ ରାଜ୍ୟ-ଭାଗ୍ୟ ନିଅ । ତୁମେମାନେ ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଏଠାକୁ ଆସି ରାଜ୍ୟ-ଭାଗ୍ୟ ନେଇଥିଲ, ଏବେ ପୁନର୍ବାର ନିଅ । ସେଥିପାଇଁ କେବଳ ମୋ ମତରେ ହିଁ ଚାଲିବାକୁ ହେବ ।

ନିଜକୁ ଦେଖିବା ଉଚିତ୍ ମୋ ପାଖରେ କେଉଁ ଅବଗୁଣ ରହିଛି ? ତୁମେ ଏହି ବ୍ୟାଚ୍ ଉପରେ ବହୁତ ସେବା କରିପାରିବ, ଏହା ବହୁତ ମୂଲ୍ୟବାନ ଜିନିଷ । ଯଦିଓ ପଇସାକର ଜିନିଷ ଅଟେ କିନ୍ତୁ ଏହା ଦ୍ୱାରା କେତେ ଉଚ୍ଚ ପଦ ପାଇପାରିବ । ମନୁଷ୍ୟ ପାଠ ପଢ଼ିବା ପାଇଁ ବହି କିଣିବାରେ କେତେ ଖର୍ଚ୍ଚ କରୁଛନ୍ତି । ଏଠାରେ ବହି କିଣିବାର କୌଣସି ଆବଶ୍ୟକତା ନାହିଁ । କେବଳ ସମସ୍ତଙ୍କ କାନରେ ସନ୍ଦେଶ ଦେବାକୁ ହେବ, ଏହା ହେଉଛି ବାବାଙ୍କର ପ୍ରକୃତ ମନ୍ତ୍ର । ବାକି ଅନ୍ୟମାନେ ତ ସମସ୍ତେ ମିଛ ମନ୍ତ୍ର ଦେଉଛନ୍ତି । ମିଛ ଜିନିଷର ମୂଲ୍ୟ ବହୁତ କମ୍ ହୋଇଥାଏ । ହୀରାର ବହୁତ ମୂଲ୍ୟ ରହିଥାଏ, ନୁହେଁ କି ପଥରର । ଗାୟନ ମଧ୍ୟ ରହିଛି ଯେ ଗୋଟିଏ ଭରସନ୍ ଲକ୍ଷ-ଲକ୍ଷ ଟଙ୍କାର, ତାହା ଏହି ଜ୍ଞାନ ନିମନ୍ତେ କୁହାଯାଉଛି । ବାବା କହୁଛନ୍ତି ଶାସ୍ତ୍ର ତ ବହୁତ ରହିଛି । ତୁମେମାନେ ଅଧାକଳ୍ପ ହେବ ଶାସ୍ତ୍ର ଆଦି ପଢ଼ିଆସିଛ, କିନ୍ତୁ ତା ଦ୍ୱାରା ତ ତୁମମାନଙ୍କୁ କିଛି ହେଲେ ମିଳି ନାହିଁ । ଏବେ ତୁମକୁ ଜ୍ଞାନ ରତ୍ନ ଦିଆଯାଉଛି । ସେମାନେ ସମସ୍ତେ ଶାସ୍ତ୍ରର ଅଥରିଟୀ ଅଟନ୍ତି । ବାବା ତ ଜ୍ଞାନର ସାଗର । ବାବାଙ୍କର ଗୋଟିଏ-ଗୋଟିଏ ଭରସନ ଲକ୍ଷ-ଲକ୍ଷ କୋଟି-କୋଟି ଟଙ୍କାର ଅଟେ । ଯାହା ଦ୍ୱାରା ତୁମେ ବିଶ୍ୱର ମାଲିକ ହେଉଛ । ସେଠାକୁ ଯାଇ ପଦମପତି ହେଉଛ । ତେବେ ଏହି ଜ୍ଞାନର ହିଁ ମହିମା କରାଯାଇଛି । ସେହି ଶାସ୍ତ୍ର ଇତ୍ୟାଦି ପଢ଼ି ପଢି ତୁମେ କାଙ୍ଗାଳ ହୋଇଯାଇଛ । ତେଣୁ ଏବେ ଏହି ଜ୍ଞାନ ରତ୍ନର ଦାନ ମଧ୍ୟ କରିବାକୁ ପଡ଼ିବ । ସେଥିପାଇଁ ବାବା ତୁମକୁ ବହୁତ ସହଜ ଉପାୟ ବତାଉଛନ୍ତି । ସେମାନଙ୍କୁ କୁହ, ନିଜର ଅସଲି ଧର୍ମକୁ ଭୁଲି ତୁମେ ଧର୍ମ ଭ୍ରଷ୍ଟ ହୋଇଯାଇଛ । ଭାରତବାସୀମାନଙ୍କର ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା, ସେହି ଧର୍ମ ଏବେ କେଉଁଆଡ଼େ ଗଲା ? ୮୪ ଲକ୍ଷ ଯୋନି କହିବା ଦ୍ୱାରା କିଛି କଥା ବୁଦ୍ଧିରେ ରହୁନାହିଁ । ବର୍ତ୍ତମାନ ବାବା ବୁଝାଉଛନ୍ତି ତୁମେମାନେ ସବୁ ଆଦି ସନାତନ ଦେବୀ-ଦେବତା ଧର୍ମର ଥିଲ ପୁଣି ୮୪ ଜନ୍ମ ନେଉଛ । ଏହି ଲକ୍ଷ୍ମୀ-ନାରାୟଣ ମଧ୍ୟ ଆଦି ସନାତନ ଦେବୀ-ଦେବତା ଧର୍ମର ଅଟନ୍ତି ନା । ଏବେ ସମସ୍ତ ଭାରତବାସୀ ଧର୍ମ ଭ୍ରଷ୍ଟ, କର୍ମ ଭ୍ରଷ୍ଟ ହୋଇଯାଇଛନ୍ତି । ଅନ୍ୟ ସବୁ ଧର୍ମ ଅଛି, କେବଳ ଏହି ଆଦି ସନାତନ ଧର୍ମ ନାହିଁ । ଯେତେବେଳେ ଏହି ଧର୍ମ ଭାରତରେ ଥିଲା ସେତେବେଳେ ଅନ୍ୟ କୌଣସି ଧର୍ମ ନଥିଲା । ଏହା କେତେ ସହଜ ବୁଝିବାର କଥା । ଇଏ ବାବା, ଆଉ ଇଏ ଦାଦା ଅଟନ୍ତି । ପ୍ରଜାପିତା ବ୍ରହ୍ମା ଅଛନ୍ତି ତେଣୁ ନିଶ୍ଚିତ ଭାବରେ ବି.କେ ଅଧିକରୁ ଅଧିକ ହେବେ ନା । ବର୍ତ୍ତମାନ ବାବା ଆସି ରାବଣର ଜେଲରୁ, ଶୋକ ବାଟିକାରୁ ମୁକ୍ତ କରୁଛନ୍ତି । କିନ୍ତୁ ଶୋକ ବାଟିକାର ଅର୍ଥକୁ ମଧ୍ୟ କେହି ବୁଝିନାହାଁନ୍ତି । ବାବା କହୁଛନ୍ତି ଏହା (କଳିଯୁଗ) ଶୋକ, ଦୁଃଖର ଦୁନିଆ ଅଟେ । ତାହା (ସତ୍ୟଯୁଗ) ହେଉଛି ସୁଖର ଦୁନିଆ । ତୁମେମାନେ ନିଜର ଶାନ୍ତି ଏବଂ ସୁଖର ଦୁନିଆକୁ ମନେ ପକାଉଥାଅ । ନିରାକାରୀ ଦୁନିଆ ମଧ୍ୟ କହୁଛ ନା । ଇଂରାଜୀ ଅକ୍ଷର ବହୁତ ଭଲ । ଇଂରାଜୀ ଭାଷା ତ ଚାଲିଆସୁଛି । ଏବେ ତ ଅନେକ ଭାଷା ହୋଇଗଲାଣି । ମନୁଷ୍ୟ କିଛି ହେଲେ ବୁଝୁନାହାଁନ୍ତି । ଏବେ କହୁଛନ୍ତି ନିର୍ଗୁଣ ବାଲ ସଂସ୍ଥା .... ନିର୍ଗୁଣ ଅର୍ଥାତ୍ କୌଣସି ଗୁଣ ନାହିଁ । ସଂସ୍ଥାର ନାମ ଏହିଭଳି କରିଦେଇଛନ୍ତି । ନିର୍ଗୁଣର ଅର୍ଥକୁ ମଧ୍ୟ ବୁଝିନାହାଁନ୍ତି । ବିନା ଅର୍ଥରେ ନାମ ରଖିଦେଇଛନ୍ତି । ଏହିଭଳି ଅସରନ୍ତି ସଂସ୍ଥା ରହିଛି । ଭାରତରେ ଏକମାତ୍ର ଆଦି ସନାତନ ଦେବୀ-ଦେବତା ଧର୍ମର ସଂସ୍ଥା ଥିଲା, ଅନ୍ୟ କୌଣସି ଧର୍ମ ନଥିଲା କିନ୍ତୁ ମନୁଷ୍ୟମାନେ ୫୦୦୦ ବର୍ଷ ପରିବର୍ତ୍ତେ କଳ୍ପର ଆୟୁଷ ଲକ୍ଷ ଲକ୍ଷ ବର୍ଷ ବୋଲି ଲେଖିଦେଇଛନ୍ତି । ତେଣୁ ତୁମମାନେ ସମସ୍ତଙ୍କୁ ଏହି ଅଜ୍ଞାନତା ରୂପି ଅନ୍ଧକାରରୁ ବାହାର କରିବାକୁ ହେବ । ଏଥିପାଇଁ ସେବା କରିବାକୁ ପଡ଼ିବ । ଯଦିଓ ଏହି ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ କିନ୍ତୁ ଶିବବାବାଙ୍କ ଯଜ୍ଞରୁ ଖାଇବା, ପିଇବା ଏବଂ କିଛି ସେବା ନ କରିବା ତେବେ ଧର୍ମରାଜ ଯିଏ ବାବାଙ୍କର ରାଇଟ୍ ହ୍ୟାଣ୍ଡ ଅର୍ଥାତ୍ ସହଯୋଗୀ ଅଟନ୍ତି, ସେ ନିଶ୍ଚିତ ଦଣ୍ଡ ଦେବେ, ସେଥିପାଇଁ ସାବଧାନ କରାଯାଉଛି । ସେବା କରିବା ତ ବହୁତ ସହଜ । ଯେ କୌଣସି ବ୍ୟକ୍ତିକୁ ସ୍ନେହର ସହିତ ବୁଝାଇପାରିବ । ବାବାଙ୍କ ପାଖକୁ କେତେ ଜଣଙ୍କର ସେବା ସମାଚାର ମଧ୍ୟ ଆସୁଛି ଯେ ଆମେ ମନ୍ଦିରକୁ ଗଲୁ, ଗଙ୍ଗା କୂଳକୁ ଗଲୁ । ଲୋକମାନେ ସକାଳୁ ଉଠି ମନ୍ଦିରକୁ ଯାଇଥାନ୍ତି, ସେଠାରେ ଆଧ୍ୟାତ୍ମିକବାଦୀମାନଙ୍କୁ ବୁଝାଇବା ବହୁତ ସହଜ ହେବ । ସବୁଠାରୁ ଭଲ ସ୍ଥାନ ହେଉଛି ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିରରେ ସେବା କରିବା । ଆଚ୍ଛା, ସେହି ଲକ୍ଷ୍ମୀ ନାରାୟଣଙ୍କ ମଧ୍ୟ ଏପରି ଯୋଗ୍ୟ ଶିବବାବା ହିଁ କରିଥାନ୍ତି, ସେଠାକୁ ଯାଇ ବୁଝାଅ । ଏହି ପୁରୁଣା ପତିତ କଳିଯୁଗୀ ଦୁନିଆ ରୂପି ଜଙ୍ଗଲରେ ନିଆଁ ଲାଗିଯିବ, ସବୁ ସମାପ୍ତ ହୋଇଯିବ, ତୁମର ପାର୍ଟ ମଧ୍ୟ ପୂରା ହେବ । ସତ୍ୟଯୁଗରେ ତୁମେମାନେ ଯାଇ ରାଜା କୂଳରେ ଜନ୍ମ ନେବ । ରାଜତ୍ତ୍ୱ କିପରି ମିଳିବ, ସେକଥା ଆଗକୁ ଗଲେ ଜଣାପଡ଼ିବ । ଡ୍ରାମାରେ ଯାହାଥିବ ତାହା ପୂର୍ବରୁ ଶୁଣାଇବା ଉଚିତ୍ ନୁହେଁ । ତୁମେ ଜାଣିନେବ ଯେ ଆମେ ସେଠାରେ କେଉଁ ପଦ ପ୍ରାପ୍ତ କରିବୁ । ଯେଉଁମାନେ ଅଧିକ ଦାନ ପୁଣ୍ୟ କରିଥାନ୍ତି ସେମାନଙ୍କୁ ରାଜପଦ ମିଳିବ ନା । ରାଜାମାନଙ୍କ ପାଖରେ ବହୁତ ଧନ ରହିଥାଏ ନା । ଏବେ ତୁମେ ଅବିନାଶୀ ଜ୍ଞାନରତ୍ନର ଦାନ କରୁଛ ।

ଏହି ଜ୍ଞାନ ଭାରତବାସୀମାନଙ୍କ ନିମନ୍ତେ ହିଁ ଉଦ୍ଧିଷ୍ଟ । ସେମାନଙ୍କୁ କୁହ, ଏବେ ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା ହେଉଛି, ପତିତରୁ ପବିତ୍ର କରୁଥିବା ବାବା ଏହି ଦୁନିଆକୁ ଆସିଛନ୍ତି । ସେଥିପାଇଁ ବାବା କହୁଛନ୍ତି କେବଳ ମୋତେ ମନେପକାଅ, ଏହା କେତେ ସହଜ କାମ । କିନ୍ତୁ ସମସ୍ତଙ୍କର ଏତେ ତମୋପ୍ରଧାନ ବୁଦ୍ଧି ହୋଇଯାଇଛି ଯେ କିଛି ମଧ୍ୟ ଧାରଣା ହେଉନାହିଁ । ମନୁଷ୍ୟମାନଙ୍କ ଭିତରେ ବିକାରର ପ୍ରବେଶତା ହୋଇଛି । ଭିନ୍ନ-ଭିନ୍ନ ପ୍ରକାରର ଜୀବଜନ୍ତୁ ମଧ୍ୟ ରହିଛନ୍ତି, କାହା କାହା ପାଖରେ ବହୁତ କ୍ରୋଧ ଥାଏ, ପ୍ରତ୍ୟେକ ଜୀବଜନ୍ତୁଙ୍କର ସ୍ୱଭାବ ଅଲଗା ଅଲଗା ହୋଇଥାଏ । ଭିନ୍ନ-ଭିନ୍ନ ପ୍ରକାରର ଦୁଃଖଦାୟୀ ସ୍ୱଭାବ ରହିଛି । ସବୁଠାରୁ ଅଧିକ ଦୁଃଖ ଦେଉଥିବା ବିକାର ହେଉଛି କାମ ବିକାର । ରାବଣରାଜ୍ୟରେ ହିଁ ଏହି ବିକାରୀମାନଙ୍କ ରାଜ୍ୟ ଚାଲିଛି । ବାବା ତ ପ୍ରତିଦିନ ବୁଝାଉଛନ୍ତି, କେତେ ଭଲ-ଭଲ କନ୍ୟା ସବୁ ଅଛନ୍ତି, ବିଚାରୀ ବନ୍ଧନରେ ଅଛନ୍ତି, ଯାହାଙ୍କୁ ବାନ୍ଧେଲି କୁହାଯାଉଛି । ବାସ୍ତବରେ ସେମାନଙ୍କ ପାଖରେ ଯଦି ଜ୍ଞାନର ପରାକାଷ୍ଠା ଆସିଯିବ ତାହାହେଲେ କେହି ମଧ୍ୟ ତାଙ୍କୁ ଧରିପାରିବେ ନାହିଁ । କିନ୍ତୁ ସେମାନଙ୍କ ଭିତରେ ମୋହର ପ୍ରଭାବ ବହୁତ ରହିଛି । ସନ୍ନ୍ୟାସୀମାନଙ୍କର ମଧ୍ୟ ଘରଦ୍ୱାରା ମନେ ପଡ଼ିଥାଏ, ବହୁତ ମୁସ୍କିଲ୍ରେ ଆସକ୍ତି ତୁଟିଥାଏ । ଏବେ ତୁମକୁ ତ ମିତ୍ର-ସମ୍ବନ୍ଧୀ ଆଦି ସମସ୍ତଙ୍କୁ ଭୁଲିବାକୁ ହେବ କାରଣ ଏହି ପୁରୁଣା ଦୁନିଆ ହିଁ ସମାପ୍ତ ହେବାକୁ ଯାଉଛି । ଏହି ଶରୀରକୁ ମଧ୍ୟ ଭୁଲିବାକୁ ପଡ଼ିବ । ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେପକାଇବାକୁ ହେବ । ପବିତ୍ର ମଧ୍ୟ ହେବାକୁ ପଡ଼ିବ । ସମସ୍ତଙ୍କୁ ୮୪ ଜନ୍ମର ପାର୍ଟ ତ କରିବାକୁ ହିଁ ହେବ । ନାଟକ ମଝିରେ କେହି ଘରକୁ ଯାଇପାରିବେ ନାହିଁ । ଏବେ ନାଟକ ଶେଷ ହେବକୁ ଯାଉଛି । ତୁମେମାନେ ବହୁତ ଖୁସି ହେବା ଉଚିତ ଯେ ଏବେ ଆମକୁ ନିଜ ଘରକୁ ଯିବାକୁ ହେବ । ଅଭିନୟ ଶେଷ ହେଲା, ଉତ୍କଣ୍ଠା ଆସିବା ଉଚିତ୍ କିପରି ବାବାଙ୍କୁ ବହୁତ ମନେ ପକାଇବୁ । ଯୋଗ ଦ୍ୱାରା ହିଁ ବିକର୍ମ ବିନାଶ ହେବ । ପ୍ରଥମେ ଘରକୁ ଯାଇ ପୁଣି ସୁଖଧାମକୁ ଆସିବାକୁ ହେବ । ଅନେକ ଭାବୁଛନ୍ତି ତୁରନ୍ତ ଏହି ଦୁନିଆରୁ ଚାଲିଯିବୁ । କିନ୍ତୁ ଯିବେ କୁଆଡ଼େ ? ପ୍ରଥମେ ତ ଉଚ୍ଚପଦ ପାଇବା ପାଇଁ ମେହନତ କରିବା ଦରକାର ନା । ପ୍ରଥମେ ନିଜର ନାଡ଼ି ଦେଖିବାକୁ ହେବ ଆମେ କେତେ ଯୋଗ୍ୟ ହୋଇଛୁ ? ସ୍ୱର୍ଗକୁ ଯାଇ କଣ କରିବୁ ? ପ୍ରଥମେ ତ ଯୋଗ୍ୟ ହେବାକୁ ପଡ଼ିବ ନା । ସୁପୁତ୍ର ହେବାକୁ ପଡ଼ିବ । ଏହି ଲକ୍ଷ୍ମୀ-ନାରାୟଣ ସୁପୁତ୍ର ଯୋଗ୍ୟ ଅଟନ୍ତି ନା । ପିଲାମାନଙ୍କୁ ଦେଖି ଭଗବାନ ମଧ୍ୟ କହୁଛନ୍ତି ଇଏ ବହୁତ ଭଲ, ସେବା ଯୋଗ୍ୟ ସନ୍ତାନ ଅଟନ୍ତି । ଆଉ କାହା ପାଇଁ କହୁଛନ୍ତି ଇଏ ଯୋଗ୍ୟ ନୁହଁନ୍ତି । ମାଗଣାରେ ନିଜର ପଦ ମଧ୍ୟ ଭ୍ରଷ୍ଟ କରୁଛନ୍ତି । ବାବା ତ ସତ୍ୟ କହୁଛନ୍ତି ନା । ସମସ୍ତେ ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ ଆସ, ଆସି ଆମକୁ ସୁଖଧାମର ମାଲିକ କର । ଭଗବାନଙ୍କୁ ଅସରନ୍ତି ସୁଖ ମାଗୁଛନ୍ତି ନା । ତେଣୁ ବାବା କହୁଛନ୍ତି କିଛି ତ ସେବା କରିବା ଯୋଗ୍ୟ ହୁଅ । ଯେଉଁମାନେ ମୋର ଭକ୍ତ, ସେମାନଙ୍କୁ ଏହି ଖୁସିର ଖବର ଶୁଣାଅ ଯେ ବର୍ତ୍ତମାନ ଶିବବାବା ସମ୍ପତ୍ତି (ବର୍ସା) ଦେଉଛନ୍ତି । ସେ କହୁଛନ୍ତି ମୋତେ ମନେପକାଇ ପବିତ୍ର ହୁଅ ତେବେ ପବିତ୍ର ଦୁନିଆର ମାଲିକ ହୋଇଯିବ । ଏହି ପୁରୁଣା ଦୁନିଆରେ ନିଆଁ ଲାଗିଯିବ । ତୁମ ସମ୍ମୁଖରେ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରହିଛି, ତେଣୁ ବହୁତ ଖୁସି ରହୁଛି ଆମକୁ ମଧ୍ୟ ଏହିପରି ହେବାକୁ ପଡ଼ିବ । ସାରା ଦିନ ବୁଦ୍ଧିରେ ଏହି କଥା ମନେ ରହିଲେ କେବେ ବି କୌଣସି ସଇତାନୀ କାମ ହେବ ନାହିଁ । ଆମେ ସେହିପରି ହେବାକୁ ଯାଉଛୁ ତେଣୁ ଏହି ଓଲଟା କାମ କିପରି କରିବୁ ? କିନ୍ତୁ ଯଦି କାହାର ଭାଗ୍ୟରେ ନଥାଏ ତେବେ ଏହିପରି ଉପାୟ ମଧ୍ୟ ଚିନ୍ତା କରି ପାରିନଥାନ୍ତି କିମ୍ବା ନିଜର ରୋଜଗାର ଜମା କରନ୍ତି ନାହିଁ । ଏବେ କେତେ ଭଲ ରୋଜଗାର ଜମା ହେଉଛି । ଘରେ ବସି ସମସ୍ତଙ୍କୁ ନିଜ ପାଇଁ ରୋଜଗାର କରି ପୁଣି ଅନ୍ୟମାନଙ୍କୁ ରୋଜଗାର କରାଇବାକୁ ହେବ । ତୁମେମାନେ ଘରେ ବସି ଏହି ସ୍ୱଦର୍ଶନ ଚକ୍ର ଘୂରାଅ, ଅନ୍ୟମାନଙ୍କୁ ମଧ୍ୟ ସ୍ୱଦର୍ଶନ ଚକ୍ରଧାରୀ କରାଇବାକୁ ପଡ଼ିବ । ଯେତେ ଅନ୍ୟମାନଙ୍କୁ ଏପରି କରାଇବ ସେତେ ତୁମର ପଦ ମଧ୍ୟ ଉଚ୍ଚ ହେବ । ଏହି ଲକ୍ଷ୍ମୀ-ନାରାୟଣଙ୍କ ସଦୃଶ ହୋଇପାରିବ, ଏହା ହିଁ ତୁମର ଲକ୍ଷ୍ୟ ଅଟେ । ସୂର୍ଯ୍ୟବଂଶୀ ହେବା ପାଇଁ ହିଁ ସମସ୍ତେ ହାତ ଉଠାଉଛନ୍ତି । ଏହି ଚିତ୍ର ମଧ୍ୟ ପ୍ରଦର୍ଶନୀରେ ବହୁତ କାମରେ ଆସିପାରିବ । ଏହି ବିଷୟ ଉପରେ ବୁଝାଇବାକୁ ହେବ । ଆମକୁ ଉଚ୍ଚରୁ ଉଚ୍ଚ ବାବା ଯାହା ଶୁଣାଉଛନ୍ତି, ତାହା ହିଁ ଆମେ ଶୁଣୁଛୁ । ଭକ୍ତିମାର୍ଗର କଥା ଶୁଣିବାକୁ ଆମେ ପସନ୍ଦ କରୁନାହୁଁ । ଏହି ଚିତ୍ର ସବୁ ତ ବହୁତ ଭଲ ଜିନିଷ । ଏହା ଉପରେ ତୁମେ ବହୁତ ସେବା କରିପାରିବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ନିଜର ନାଡ଼ି ଦେଖିବାକୁ ହେବ ଯେ ମୁଁ କେତେ ଯୋଗ୍ୟ ହୋଇଛି ? ସେବା ଆଧାରରେ ନିଜର ଯୋଗ୍ୟତାର ପ୍ରମାଣ ଦେବାକୁ ପଡ଼ିବ । ଜ୍ଞାନର ପରାକାଷ୍ଠା ଦ୍ୱାରା ବନ୍ଧନମୁକ୍ତ ହେବାକୁ ପଡିବ ।

(୨) ଏକମାତ୍ର ବାବାଙ୍କ ମତରେ ଚାଲି ଅବଗୁଣ ଗୁଡିକୁ ନିଜ ଭିତରୁ ବାହାର କରିଦେବାକୁ ହେବ । ଦୁଃଖଦାୟୀ ସ୍ୱଭାବକୁ ଛାଡ଼ି ସୁଖଦାୟୀ ହେବାକୁ ପଡ଼ିବ । ଅନ୍ୟମାନଙ୍କୁ ଜ୍ଞାନ ରତ୍ନର ଦାନ କରିବାକୁ ହେବ ।

ବରଦାନ:-
ଅଟଳ ଭବିଷ୍ୟତକୁ ଜାଣି ମଧ୍ୟ ଶ୍ରେଷ୍ଠ କାର୍ଯ୍ୟକୁ ପ୍ରତ୍ୟକ୍ଷ କରୁଥିବା ସଦାସମର୍ଥ ଆତ୍ମା ହୁଅ ।

ନିକଟ ଭବିଷ୍ୟତରେ ଏହି ବିଶ୍ୱ ପରିବର୍ତ୍ତିତ ହୋଇ ଅତି ଶ୍ରେଷ୍ଠ ବିଶ୍ୱରେ ପରିଣତ ହେବ, ଏହି କଥାକୁ ଜାଣି ମଧ୍ୟ ସମର୍ଥ ଭବର ବରଦାନ ଏବଂ ନିର୍ମାଣ ହେବାର କର୍ମ ସିଦ୍ଧାନ୍ତ ଅନୁସାରେ ନିମିତ୍ତ ହୋଇ କାର୍ଯ୍ୟ କରୁଛନ୍ତି । ଦୁନିଆର ଲୋକମାନଙ୍କୁ କୌଣସି ଆଶାର କିରଣ ଦେଖାଯାଉ ନାହିଁ କିନ୍ତୁ ତୁମେମାନେ କହୁଛ ଏହି କାର୍ଯ୍ୟ ଅନେକ ଥର ହୋଇସାରିଛି ଏବଂ ଏବେ ମଧ୍ୟ ନିଶ୍ଚିତ ହେବ ବା ହୋଇସାରିଲାଣି, କାହିଁକି ନା ସ୍ୱ ପରିବର୍ତ୍ତନର ପ୍ରତ୍ୟକ୍ଷ ପ୍ରମାଣ ତୁମ ନିକଟରେ ଅଛି ଯେଉଁ କାରଣରୁ ଅନ୍ୟ କୌଣସି ପ୍ରକାର ପ୍ରମାଣର ତୁମକୁ ଆବଶ୍ୟକତା ନାହିଁ । ତା ସହିତ ତୁମେ ଜାଣିଛ ଯେ ପରମାତ୍ମା ପିତାଙ୍କର କାର୍ଯ୍ୟ ସର୍ବଦା ସଫଳ ହୋଇ ରହିଛି ।

ସ୍ଲୋଗାନ:-
କହିବା କମ, କରିବା ଅଧିକ ଏହି ଶ୍ରେଷ୍ଠ ଲକ୍ଷ୍ୟ ମହାନ କରିଦେବ ।