10.03.19    Avyakt Bapdada     Odia Murli     01.05.84     Om Shanti     Madhuban


ପରମାତ୍ମାଙ୍କର ସର୍ବପ୍ରଥମ ଶ୍ରେଷ୍ଠ ରଚନା ବ୍ରାହ୍ମଣ

 


ବାପଦାଦା ବିସ୍ତାରକୁ ମଧ୍ୟ ଦେଖୁଛନ୍ତି ଏବଂ ବିସ୍ତାର ଭିତରେ ସାର ସ୍ୱରୂପ ପିଲାମାନଙ୍କୁ ମଧ୍ୟ ଦେଖୁଛନ୍ତି । ବିସ୍ତାର ହେଉଛି ଏହି ଈଶ୍ୱରୀୟ ବୃକ୍ଷର ଶୃଙ୍ଗାର ଏବଂ ସାର ସ୍ୱରୂପ ପିଲାମାନେ ଏହି ବୃକ୍ଷର ଫଳ ଅଟନ୍ତି । ବିସ୍ତାର ସର୍ବଦା ଭେରାଇଟୀ ଅର୍ଥାତ୍ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ ଏବଂ ଭେରାଇଟୀ ସ୍ୱରୂପର ସୁନ୍ଦରତା ଭଲ ଲାଗିଥାଏ । ଭେରାଇଟୀ ସୁନ୍ଦରତା ବୃକ୍ଷର ଶୋଭା ନିଶ୍ଚିତ ଅଟେ କିନ୍ତୁ ସାର ସ୍ୱରୂପ ଫଳ ଶକ୍ତିଶାଳୀ ହୋଇଥ।।ଏ । ତେଣୁ ବିସ୍ତାରକୁ ଦେଖି ସମସ୍ତେ ଖୁସି ହୁଅନ୍ତି ଏବଂ ଫଳକୁ ଦେଖି ଶକ୍ତିଶାଳୀ ହେବାର ଶୁଭ ଆଶା ରଖିଥାନ୍ତି । ବାପଦାଦା ମଧ୍ୟ ବିସ୍ତାର ଭିତରେ ସାରକୁ ଦେଖୁଥିଲେ । ବିସ୍ତାର ଭିତରେ ସାର କେତେ ସୁନ୍ଦର ଲାଗୁଛି । ଏହାର ତ ସମସ୍ତେ ଅନୁଭବୀ ଅଟ ନା । ସାର ସ୍ୱରୂପ ଆତ୍ମାମାନେ ଶତକଡା କେତେ ଭାଗ ଏବଂ ବିସ୍ତାର ସ୍ୱରୂପ ଆତ୍ମାମାନେ ଶତକଡା କେତେ ଭାଗ ଅଛନ୍ତି । ଏଥିରେ କେତେ ଅନ୍ତର ରହିଛି, ଏହା ମଧ୍ୟ ଜାଣିଛ ନା! ବିସ୍ତାରର ବିଶେଷତା ସ୍ୱତନ୍ତ୍ର ଅଟେ ଏବଂ ବିସ୍ତାର ମଧ୍ୟ ଆବଶ୍ୟକ କିନ୍ତୁ ମୂଲ୍ୟ ତ ସାର ସ୍ୱରୂପ ଫଳର ହୋଇଥାଏ ସେଥିପାଇଁ ବାପଦାଦା ଉଭୟଙ୍କୁ ଦେଖି ହର୍ଷିତ ହେଉଛନ୍ତି । ବାପଦାଦାଙ୍କର ତ ବିସ୍ତାର ରୂପକ ପତ୍ରମାନଙ୍କ ସହିତ ମଧ୍ୟ ସ୍ନେହ ରହିଛି, ଫୁଲ ସହିତ ମଧ୍ୟ ସ୍ନେହ ରହିଛି ଏବଂ ଫଳ ସହିତ ମଧ୍ୟ ସ୍ନେହ ରହିଛି ସେଥିପାଇଁ ବାପଦାଦାଙ୍କୁ ପିଲାମାନଙ୍କ ସମ୍ମୁଖକୁ ସେବାଧାରୀ ହୋଇ ଆସିବାକୁ ହିଁ ପଡୁଛି । ଯେର୍ପ୍ୟନ୍ତ ପିଲାମାନେ ସମାନ ହୋଇନାହାଁନ୍ତି ସେପର୍ଯ୍ୟନ୍ତ ସାକାର ମିଳନ ତ ହୋଇପାରିବ ନାହିଁ । ଚାହେଁ ବିସ୍ତାର ରୂପରେ ଥିବା ଆତ୍ମମାନେ ହୁଅନ୍ତୁ ବା ସାର ସ୍ୱରୂପ ଆତ୍ମାମାନେ ହୁଅନ୍ତୁ, ଉଭୟ ବାବାଙ୍କର ହୋଇଗଲେ ଅର୍ଥାତ୍ ସନ୍ତାନ ହୋଇଗଲେ, ସେଥିପାଇଁ ବାବାଙ୍କୁ ସମସ୍ତ କ୍ରମାନ୍ୱୟରେ ଥିବା ପିଲାମାନଙ୍କର ମିଳନର ଭାବନାର ଫଳ ଦେବା ପାଇଁ ହିଁ ପଡୁଛି । ଯେବେକି ଭକ୍ତମାନଙ୍କୁ ମଧ୍ୟ ଭକ୍ତିର ଫଳ ସ୍ୱରୂପ ଅଳ୍ପକାଳର ପ୍ରାପ୍ତି ନିଶ୍ଚିତ ହେଉଛି ତେଣୁ ପିଲାମାନଙ୍କର ଅଧିକାର ମଧ୍ୟ ପିଲାମାନଙ୍କୁ ନିଶ୍ଚିତ ଭାବରେ ପ୍ରାପ୍ତ ହେଉଛି ।

ଆଜି ବାପଦାଦା ମୁରଲୀ ଶୁଣାଇବା ପାଇଁ ଆସିନାହାଁନ୍ତି । ଦୂର ଦୂରାନ୍ତରୁ ଆସିଥିବା ପିଲାମାନଙ୍କ ସହିତ ମିଳନ କରିବା ପାଇଁ ଆସିଛନ୍ତି । କେହି କେହି କେବଳ ସ୍ନେହରେ ମିଳନ କରୁଛନ୍ତି, କେହି ଜ୍ଞାନର ସହିତ ମିଶୁଛନ୍ତି ତ କେହି ସମାନ ସ୍ୱରୂପରେ ମିଳନ କରୁଛନ୍ତି । କିନ୍ତୁ ବାବାଙ୍କୁ ତ ସମସ୍ତଙ୍କ ସହିତ ନିଶ୍ଚିତ ମିଶିବାର ଅଛି । ଆଜି ସବୁଆଡୁ ଆସିଥିବା ପିଲାମାନଙ୍କର ବିଶେଷତାକୁ ବାବା ଦେଖୁଥିଲେ । ପ୍ରଥମେ ଦିଲ୍ଲୀର ବିଶେଷତାକୁ ଦେଖୁଥିଲେ । ଏହା ତ ସେବାର ଆଦି ସମୟର ସ୍ଥାନ ଏବଂ ଆଦି ସମୟରେ ମଧ୍ୟ ସେବାଧାରୀମାନଙ୍କୁ ସେବାର ଆରମ୍ଭ କରିବା ପାଇଁ ଜମୁନା କୂଳ ହିଁ ପ୍ରାପ୍ତି ହେଲା । ଯମୁନା କୂଳରେ ଯାଇ ସେବା କରିଥିଲ ନା! ସେବାର ବୀଜ ମଧ୍ୟ ଯମୁନା କୂଳରେ ଆରମ୍ଭ ହୋଇଥିଲା ଏବଂ ରାଜ୍ୟ କରିବାର ମହଲ ମଧ୍ୟ ଯମୁନା କୂଳରେ ହିଁ ହେବ ସେଥିପାଇଁ ଗୋପୀ ବଲ୍ଲଭଙ୍କର ଗୋପ ଗୋପୀମାନଙ୍କ ସହିତ ଯମୁନା କୂଳର ମଧ୍ୟ ଗାୟନ ହେଉଛି । ଆଜି ବାପଦାଦା ସ୍ଥାପନା ସମୟର ସେହି ଶକ୍ତିଶାଳୀ ପିଲାମାନଙ୍କର ଚିତ୍ରକୁ ବତନର ଟି.ଭି.ରେ ଦେଖୁଥିଲେ । ତେବେ ଦିଲ୍ଲୀ ନିବାସୀଙ୍କର ବିଶେଷତା ବର୍ତ୍ତମାନ ସମୟରେ ମଧ୍ୟ ଅଛି ଏବଂ ଭବିଷ୍ୟତରେ ମଧ୍ୟ ରହିବ । ସେବାର ମୂଳଦୁଆର ସ୍ଥାନ ମଧ୍ୟ ଅଟେ ଏବଂ ରାଜ୍ୟର ମଧ୍ୟ ମୂଳଦୁଆ ଅଟେ । ତେଣୁ ମୂଳଦୁଆ ସ୍ଥାନର ନିବାସୀମାନେ ସେତିକି ଶକ୍ତିଶାଳୀ ଅଟ ନା! ଦିଲ୍ଲୀ ନିବାସୀଙ୍କ ଉପରେ ସର୍ବଦା ଶକ୍ତିଶାଳୀ ଅବସ୍ଥାରେ ରହିବାର ଦାୟିତ୍ୱ ରହିଛି । ଦିଲ୍ଲୀ ନିବାସୀ ନିମିତ୍ତ ଆତ୍ମାମାନଙ୍କ ମସ୍ତକରେ ସର୍ବଦା ଏହି ଦାୟିତ୍ୱର ମୁକୁଟ ଶୋଭାପାଉଛି ନା! କେତେବେଳେ ମୁକୁଟକୁ ଓହ୍ଲାଇ ଦେଉ ନାହାଁନ୍ତି ତ! ଦିଲ୍ଲୀ ନିବାସୀ ଅର୍ଥାତ୍ ସର୍ବଦା ଦାୟିତ୍ୱର ମୁକୁଟଧାରୀ । ବୁଝିଲଦିଲ୍ଲୀ ନିବାସୀଙ୍କର ବିଶେଷତା କଣ! ତେଣୁ ସଦା ସର୍ବଦା ଏହି ବିଶେଷତାକୁ କର୍ମରେ ଆଣିବ । ଆଚ୍ଛା!

ଦ୍ୱିତୀୟରେ ହେଲେ କର୍ଣ୍ଣାଟକ ନିବାସୀ ଗେହ୍ଲା ପିଲାମାନେ । ସେମାନେ ଭାବନା ଏବଂ ସ୍ନେହର ନାଟକ ବହୁତ ଭଲ ଦେଖାଇଥାନ୍ତି । ଗୋଟିଏ ପଟେ ଅତି ଭାବନା ଏବଂ ଅତି ସ୍ନେହୀ, ଅନ୍ୟ ପଟେ ଦୁନିଆ ହିସାବରେ ଶିକ୍ଷିତ ଏବଂ ନାମୀଗ୍ରାମୀ ମଧ୍ୟ କର୍ଣ୍ଣାଟକରେ ଅଛନ୍ତି ତେଣୁ ଭାବନା ଏବଂ ପଦାଧିକାରୀ ଉଭୟ ଅଛନ୍ତି; ସେଥିପାଇଁ କର୍ଣ୍ଣାଟକରୁ ସନ୍ଦେଶ ଚାରିଆଡକୁ ଯାଇପାରିବ । କର୍ଣ୍ଣାଟକର ଧରଣୀ ଦୃଢତା ପୂର୍ବକ ସନ୍ଦେଶ ପ୍ରଚାର କରିବାର ଧରଣୀ ଅଟେ କାହିଁକି ନା ଭି.ଆଇ.ପି. ହୋଇଥିଲେ ମଧ୍ୟ ଭାବନା ଏବଂ ଶ୍ରଦ୍ଧାର ଧରଣୀ ହୋଇଥିବା କାରଣରୁ ନିର୍ମାନ ଅର୍ଥାତ୍ ସିଧା-ସାଧା ଅଟନ୍ତି । ତେଣୁ ସେମାନେ ସନ୍ଦେଶ ସହଜ ଦେବାରେ ମାଧ୍ୟମ ହୋଇପାରିବେ । କର୍ଣ୍ଣାଟକର ଧରଣୀ ଏହି ବିଶେଷ କାର୍ଯ୍ୟ ପାଇଁ ନିମିତ୍ତ ଅଟେ । କେବଳ ନିଜର ଏହି ବିଶେଷତାକୁ ଭାବନା ଏବଂ ନିର୍ମାନତାର ଗୁଣକୁ ସେବା କ୍ଷେତ୍ରରେ ସାଥୀରେ ରଖିଥାଅ । ଏହି ବିଶେଷତାକୁ କୌଣସି ପ୍ରକାରର ପରିସ୍ଥିତିରେ ଛାଡିବାର ନାହିଁ । କର୍ଣ୍ଣାଟକର ସୋବ ରୂପୀ ନୌକାର ଏହି ଦୁଇଟି ବିଶେଷତା ଆହୁଲା ସଦୃଶ ଅଟେ । ତେଣୁ ଏହି ଦୁଇଟିକୁ ସାଥୀରେ ରଖିଥିବ । ଆଗପଛ ସେବାକୁ ଦିଅ ନାହିଁ ତେବେ ସେବାରୂପୀ ନୌକା ଧରଣୀର ବିଶେଷତାରର ସଫଳତା ଦେଖାଇବ । ଦୁଇଟିଯାକର ସନ୍ତୁଳନ ହିଁ ନାମକୁ ବିଖ୍ୟାତ କରିବ । ଆଚ୍ଛା!

ସର୍ବଦା ନିଜକୁ ସାର ସ୍ୱରୂପ ଅର୍ଥାତ୍ ଫଳ ସ୍ୱରୂପ କରୁଥିବା, ସର୍ବଦା ସାର ସ୍ୱରୂପରେ ସ୍ଥିତ ହୋଇ ଅନ୍ୟମାନଙ୍କୁ ମଧ୍ୟ ସାର ସ୍ୱରୂପରେ ସ୍ଥିତ କରୁଥିବା ସଦା ଶକ୍ତିଶାଳୀ ଆତ୍ମାମାନଙ୍କୁ, ଶକ୍ତିଶାଳୀ ସ୍ମୃତି ସ୍ୱରୂପ, ଶକ୍ତିଶାଳୀ ସେବାଧାରୀ ଆତ୍ମାମାନଙ୍କୁ, ଏହିଭଳି ସମାନ ସ୍ୱରୂପ ହୋଇ ମିଳନ କରୁଥିବା ଶ୍ରେଷ୍ଠ ଆତ୍ମାମାନଙ୍କୁ ବାପଦାଦାଙ୍କର ୟାଦପ୍ୟାର ଏବଂ ନମସ୍ତେ ।

ଆଜି ରଚୟିତା ବାବା ନିଜର ରଚନାମାନଙ୍କୁ ଦେଖୁଛନ୍ତି । ସେମାନଙ୍କ ଭିତରେ ମଧ୍ୟ ପ୍ରଥମ ରଚନା ବ୍ରାହ୍ମଣ ଆତ୍ମାମାନଙ୍କୁ ଦେଖୁଛନ୍ତି । ସର୍ବପ୍ରଥମ ଏବଂ ଶ୍ରେଷ୍ଠ ରଚନା ତୁମେ ଶ୍ରେଷ୍ଠ ବ୍ରାହ୍ମଣ ଆତ୍ମାମାନେ ହିଁ ଅଟ । ସେଥିପାଇଁ ସବୁ ରଚନାମାନଙ୍କଠାରୁ ପ୍ରିୟ ଅଟ । ବ୍ରହ୍ମାଙ୍କ ଦ୍ୱାରା ଉଚ୍ଚରୁ ଉଚ୍ଚ ମୁଖ ବଂଶାବଳୀ ରଚନା ମହାନ ଆତ୍ମା, ବ୍ରାହ୍ମଣ ଆତ୍ମା ଅଟ । ଦେବତାମାନଙ୍କଠାରୁ ମଧ୍ୟ ଶ୍ରେଷ୍ଠ ବ୍ରାହ୍ମଣ ଆତ୍ମାମାନଙ୍କର ଗାୟନ ରହିଛି । ବ୍ରାହ୍ମଣ ଆତ୍ମାମାନେ ହିଁ ଫରିସ୍ତା ତଥା ଦେବତା ହୁଅନ୍ତି । କିନ୍ତୁ ବ୍ରାହ୍ଣଣ ଜୀବନ ଆଦି ପିତାଙ୍କ ଦ୍ୱାରା ସଂଗମଯୁଗୀ ଆଦି ଜୀବନ ଅଟେ । ଆଦି ସଂଗମବାସୀ ଜ୍ଞାନ ସ୍ୱରୂପ ତ୍ରିକାଳଦର୍ଶୀ, ତ୍ରିନେତ୍ରୀ ବ୍ରାହ୍ମଣ ଆତ୍ମାମାନେ ହିଁ ଅଟନ୍ତି । ସାକାର ସ୍ୱରୂପରେ, ସାକାରୀ ସୃଷ୍ଟି ଉପରେ ଆତ୍ମା ଏବଂ ପରମାତ୍ମାଙ୍କର ମିଳନ ଏବଂ ସର୍ବସମ୍ବନ୍ଧର ପ୍ରୀତିଯୁକ୍ତ ରୀତିର ଅନୁଭବ, ପରମାତ୍ମ ଅବିନାଶୀ ସମ୍ପତ୍ତିର ଅଧିକାର, ସାକାର ସ୍ୱରୂପରେ ବ୍ରାହ୍ମଣମାନଙ୍କର ଗୀତ ହିଁ ହେଉଛିଶିବବାବାଙ୍କୁ ବ୍ରହ୍ମାବାବାଙ୍କ ଦ୍ୱାରା ଆମେ ଦେଖିଲୁ, ଆମେ ପାଇଗଲୁ--ଏହା ଦେବତା ଜୀବନର ଗୀତ ନୁହେଁ । ସାକାର ସୃଷ୍ଟି ଉପରେ ଏହି ସାକାରୀ ନେତ୍ର ଦ୍ୱାରା ଉଭୟ ପିତାଙ୍କୁ ଦେଖିବା, ସେମାନଙ୍କ ସାଥୀରେ ଖାଇବା, ପିଇବା, ଚାଲିବା, କଥା କହିବା, ଶୁଣିବା ପ୍ରତ୍ୟେକ ଚରିତ୍ରର ଅନୁଭବ କରିବା, ବିଚିତ୍ରକୁ ଚିତ୍ରରେ ଦେଖିବାର ଶ୍ରେଷ୍ଠ ଭାଗ୍ୟ ବ୍ରାହ୍ମଣ ଜୀବନର ହିଁ ଅଟେ ।

ବ୍ରାହ୍ମଣମାନେ ହିଁ କହୁଛନ୍ତିଆମେ ଭଗବାନଙ୍କୁ ପିତା ରୂପରେ ଦେଖୁଛୁ । ମାତା, ସଖା, ବନ୍ଧୁ ଏବଂ ପତି ସ୍ୱରୂପରେ ମଧ୍ୟ ଦେଖୁଛୁ, ଯାହାକି ଋଷି, ମୁନି, ତପସ୍ୱୀ, ବିଦ୍ୱାନ-ଆଚାର୍ଯ୍ୟ, ଶାସ୍ତ୍ରୀମାନେ କେବଳ ମହିମା ଗାନ କରି କରି ରହିଗଲେ । ଦର୍ଶନର ଅଭିଳାଷୀ ହୋଇ ରହିଗଲେ । କେବେ ଆସିବେ, କେବେ ମିଳିଯିବେ....ଏହିଭଳି ଅପେକ୍ଷାରେ ଜନ୍ମ ଜନ୍ମର ଚକ୍ର ଲଗାଇ ଆସୁଛନ୍ତି କିନ୍ତୁ ତୁମେ ବ୍ରାହ୍ମଣ ଆତ୍ମାମାନେ ନିଶାର ସହିତ, ନିଶ୍ଚୟର ସହିତ, ଗର୍ବର ସହିତ, ଖୁସି ଖୁସିରେ କହୁଛ ଏବଂ ହୃଦୟର ସହିତ କହୁଛ ଯେ ଆମର ପିତା ଏବେ ମିଳିଗଲେ । ସେମାନେ ହେଲେ ଦର୍ଶନାଭିଳାଷୀ ଏବଂ ତୁମେମାନେ ହେଲେ ମିଳନର ଅଧିକାରୀ । ବ୍ରାହ୍ମଣ ଜୀବନ ଅର୍ଥାତ୍ ସମସ୍ତ ଅବିନାଶୀ ଅସରନ୍ତି, ଅଟଳ, ଅଚଳ ଏବଂ ସର୍ବପ୍ରାପ୍ତି ସ୍ୱରୂପ ଜୀବନ । ବ୍ରାହ୍ମଣ ଜୀବନ ଏହି କଳ୍ପ ବୃକ୍ଷର ମୂଳ ବା ଜୀବନ ରୂପୀ ମୂଳ ବା ମୂଳଦୁଆ ଅଟେ । ବ୍ରାହ୍ମଣ ଜୀବନ ଆଧାରରେ ଏହି ବୃକ୍ଷ ବୃଦ୍ଧି ପ୍ରାପ୍ତ କରୁଛି । ଚେର ଦ୍ୱାରା ସବୁ ପ୍ରକାରର ଭେରାଇଟୀ ଆତ୍ମାମାନଙ୍କୁ ପରମାତ୍ମା ବୀଜଙ୍କ ଦ୍ୱାରା ମୁକ୍ତି ଜୀବନମୁକ୍ତିର ପ୍ରାପ୍ତିର ପାଣି ମିଳୁଛି । ବ୍ରାହ୍ମଣ ଜୀବନ ଆଧାରରେ ଏହି ଶାଖା ପ୍ରଶାଖା ଗୁଡିକ ବିସ୍ତାର ଲାଭ କରୁଛନ୍ତି । ତେଣୁ ବ୍ରାହ୍ମଣ ଆତ୍ମାମାନେ ସମସ୍ତ ଭିନ୍ନ ଭିନ୍ନ ବର୍ଗର ଆତ୍ମାମାନଙ୍କର ବା ବଂଶାବଳୀର ପୂର୍ବଜ ଅଟନ୍ତି । ବ୍ରାହ୍ଣଣ ଆତ୍ମାମାନେ ବିଶ୍ୱର ସର୍ବ ଶ୍ରେଷ୍ଠ କାର୍ଯ୍ୟକୁ ନିର୍ମାଣ କରିବା ଶୁଭାରମ୍ଭକାରୀ ଅଟନ୍ତି । ବ୍ରାହ୍ମଣ ଆତ୍ମାମାନେ ହିଁ ରାଜସ୍ୱ ଅଶ୍ୱମେଧ ଯଜ୍ଞ ବା ଜ୍ଞାନ ଯଜ୍ଞର ରଚନାକର୍ତ୍ତା ଶ୍ରେଷ୍ଠ ଆତ୍ମା ଅଟନ୍ତି । ବ୍ରାହ୍ମଣ ଆତ୍ମାମାନେ ପ୍ରତ୍ୟେକ ଆତ୍ମାଙ୍କର ୮୪ ଜନ୍ମପତ୍ରୀ ବା ଜାତକର ଜ୍ଞାତା ଅଟନ୍ତି । ବ୍ରାହ୍ମଣ ଆତ୍ମାମାନେ ହିଁ ପ୍ରତ୍ୟେକ ଆତ୍ମାଙ୍କର ଶ୍ରେଷ୍ଠ ଭାଗ୍ୟର ରେଖାକୁ ବିଧାତା ବାବାଙ୍କ ଦ୍ୱାରା ଶ୍ରେଷ୍ଠ କରିଥାନ୍ତି । ବ୍ରାହ୍ମଣ ଆତ୍ମାମାନେ, ମହାନ ଯାତ୍ରା-ମୁକ୍ତି-ଜୀବନମୁକ୍ତିର ଯାତ୍ରା କରାଇବାର ନିମିତ୍ତ ଅଟନ୍ତି । ବ୍ରାହ୍ମଣ ଆତ୍ମାମାନେ ସର୍ବ ଆତ୍ମାଙ୍କର ସାମୁହିକ ମିଳନ ବା ବିବାହ ପରମାତ୍ମା ପିତାଙ୍କ ସହିତ କରାଇଥାଆନ୍ତି । ପରମାତ୍ମାଙ୍କର ହାତରେ ଆତ୍ମାମାନଙ୍କର ହସ୍ତଗଣ୍ଠି ବାନ୍ଧିଥାଆନ୍ତି । ବ୍ରାହ୍ମଣ ଆତ୍ମାମାନେ ଜନ୍ମ ଜନ୍ମାନ୍ତର ପାଇଁ ସଦା ପବିତ୍ର ରହିବାର ବନ୍ଧନ ବାନ୍ଧି ଥାଆନ୍ତି । ଅମରକଥା ଶୁଣାଇ ଅମର କରିଥାଆନ୍ତି । ଏବେ ବୁଝିଲକେତେ ମହାନ ଏବଂ କେତେ ଦାୟିତ୍ୱବାନ ଅଟ! ପୂର୍ବଜ ଆତ୍ମା ଅଟ ନା । ପୂର୍ବଜ ଯଉଁଭଳି ହୋଇଥାନ୍ତି ବଂଶଧରମାନେ ମଧ୍ୟ ସେହିଭଳି ହୁଅନ୍ତି । ତେଣୁ ସାଧାରଣ ଆତ୍ମା ନୁହେଁ । ପରିବାରର ଦାୟିତ୍ୱ ବହନ କରୁଥିବା ବା କୌଣସି ସେବାସ୍ଥାନର ଦାୟିତ୍ୱ ବହନ କରୁଥିବାଏହିଭଳି ହଦର ଅର୍ଥାତ୍ ସୀମିତ ଦାୟିତ୍ୱ ବହନ କରୁଥିବା ଆତ୍ମା ନୁହେଁ । ସାରା ବିଶ୍ୱର ଆତ୍ମାମାନଙ୍କର ଆଧାର ମୂର୍ତ୍ତ ଉଦ୍ଧାରମୂର୍ତ୍ତ ଅଟ । ଏହିଭଳି ବେହଦର ଅର୍ଥାତ୍ ବିଶାଳ ଦାୟିତ୍ୱ ପ୍ରତ୍ୟେକ ବ୍ରାହ୍ଣଣ ଆତ୍ମାଙ୍କ ଉପରେ ରହିଛି । ଯଦି ବେହଦର ଦାୟିତ୍ୱକୁ ସମ୍ପନ୍ନ କରୁନାହଁ, ନିଜର ଲୌକିକ ପ୍ରବୃତ୍ତି ବା ଅଲୌକିକ ପ୍ରବୃତ୍ତିରେ ହିଁ କେତେବେଳେ ଉଡିବାର କଳା, କେତେବେଳେ ଚଢିବାର କଳା, କେବେ ପୁଣି ଚାଲିବାର କଳା, କେବେ ଅଟକି ଯିବାର କଳାଏହିଭଳି କଳାବାଜୀ କରିବାରେ ହିଁ ସମୟ ଲଗାଉଛ ତେବେ ତୁମେ ବ୍ରାହ୍ମଣ ନୁହେଁ କ୍ଷତ୍ରିୟ ଆତ୍ମା ଅଟ । ପୁରୁଷାର୍ଥର ଚମତ୍କାରୀରେ ଏହା କରିବି, ଏହିଭଳି କରିବି, ସେଭଳି କରିବିଏହିଭଳି ଧନୁଶର ମାରିବାର ଅଭ୍ୟାସରେ ବ୍ୟସ୍ତ ରହୁଛ । ଅନୁମାନରେ ତୀର ଲଗାଇବା ଏବଂ ତୀର ଲଗାଇବା ଅନ୍ତର ରହିଛି । ସେମାନେ ସଂକେତର ନିରୀକ୍ଷଣ କରି କରି ରହିଯାଆନ୍ତି, ଏବେ କରିବି, ଏହିଭଳି କରିବି । ଏହିଭଳି ଲକ୍ଷ୍ୟକୁ ଅନୁମାନ କରିଥାନ୍ତି । ତେଣୁ ସେମାନଙ୍କୁ କୁହାଯିବ କ୍ଷତ୍ରୀୟ ଆତ୍ମା । ବ୍ରାହ୍ମଣ ଆତ୍ମାମାନେ ଲକ୍ଷ୍ୟ ବିନ୍ଦୁର ଅନୁମାନ କରିନଥାନ୍ତି, କିନ୍ତୁ ସର୍ବଦା ଲକ୍ଷ୍ୟ ବିନ୍ଦୁରେ ସ୍ଥିତ ରହିଥାଆନ୍ତି । ସମ୍ପୂର୍ଣ୍ଣ ଲକ୍ଷ୍ୟ ସଦାସର୍ବଦା ତାଙ୍କ ବୁଦ୍ଧିରେ ସ୍ଥାୟୀ ଭାବରେ ରହିଥାଏ ସେଥିପାଇଁ ସେମାନେ ଗୋଟିଏ ସେକେଣ୍ଡର ସଂକଳ୍ପରେ ବିଜୟୀ ହୋଇଯାଆନ୍ତି । ବାପଦାଦାବ୍ରାହ୍ମଣ ପିଲାମାନଙ୍କର ଏବଂ କ୍ଷତ୍ରିୟ ପିଲାମାନଙ୍କର, ଉଭୟଙ୍କର ଖେଳକୁ ସବୁବେଳେ ଦେଖୁଛନ୍ତି । ବ୍ରାହ୍ମଣମାନଙ୍କର ବିଜୟର ଖେଳ ଏବଂ କ୍ଷତ୍ରୀୟମାନଙ୍କର ସର୍ବଦା ଧନୁ-ଶରର ବୋଝକୁ ଉଠାଇବାର ଖେଳ ଦେଖୁଛନ୍ତି । ସବୁ ସମୟରେ ପୁରୁଷାର୍ଥ ରୂପକ ମେହନତର ଧନୁ କାନ୍ଧରେ ପଡି ରହିଛି । ଗୋଟିଏ ସମସ୍ୟାର ସମାଧାନ କରିବା ମାତ୍ରେ ଆଉ ଗୋଟିଏ ସମସ୍ୟା ଉପସ୍ଥିତ ହୋଇଯାଉଛି । କିନ୍ତୁ ବ୍ରାହ୍ମଣ ଆତ୍ମା ସମାଧାନ ସ୍ୱରୂପ ଅଟନ୍ତି । କ୍ଷତ୍ରିୟମାନେ ବାରମ୍ବାର ସମସ୍ୟାର ସମାଧାନ କରିବାରେ ଲାଗି ରହିଥାନ୍ତି । ଯେପରି ସାକାର ରୂପରେ ହସ କଥା ଶୁଣାଉଥିଲେ ନା । କ୍ଷତ୍ରିୟମାନେ କଣ କରୁଥିଲେ । ଏହାର କାହାଣୀ ରହିଛି ନା । ମୂଷାକୁ ବାହାର କରିବା ପରେ ବିଲେଇ ଆସିଯାଉଛି ଅର୍ଥାତ୍ ଆଜି ଧନର ସମସ୍ୟା, କାଲି ମନର ସମସ୍ୟା, ପହରିଦିନ ଶରୀରର ବା ସମ୍ବନ୍ଧ-ସମ୍ପର୍କ ବାଲାଙ୍କର ସମସ୍ୟା ଏହିଭଳି ସମସ୍ୟାମାନ ଲାଗି ରହିଛି । ଏହି ମେହନତରେ ହିଁ ଲାଗି ରହିଛନ୍ତି । ସବୁବେଳେ କୌଣସି ନା କୌଣସି ଅଭିଯୋଗ ନିଶ୍ଚିତ ଥିବ । ଚାହେଁ ନିଜର ହେଉ, ଚାହେଁ ଅନ୍ୟମାନଙ୍କର ହେଉ । ବାପଦାଦା ଏହିଭଳି ସମୟ ପ୍ରତି ସମୟ କୌଣସି ନା କୌଣସି ମେହନତରେ ଲାଗି ରହିଥିବା ପିଲାମାନଙ୍କୁ ଦୟାଳୁ କୃପାଳୁ ରୂପରେ ଦେଖି ଦୟା ମଧ୍ୟ କରୁଛନ୍ତି ।

ସଂଗମଯୁଗ, ବ୍ରାହ୍ମଣ ଜୀବନରେ ଦିଲାରାମ ବାବାଙ୍କର ଦିଲ୍ ଅର୍ଥାତ୍ ହୃଦୟରେ ଆରାମ କରିବାର ସମୟ । ତେଣୁ ବାବାଙ୍କର ଦିଲ୍ ଭିତରେ ଆରାମରେ ରୁହ, ବ୍ରହ୍ମା ଭୋଜନ ଖାଅ, ଜ୍ଞାନ ଅମୃତ ପିଅ । ଶକ୍ତିଶାଳୀ ସେବାରେ ଏବଂ ଆରାମ-ମୌଜରେ ହୃଦୟ ସିଂହାସନ ଉପରେ ବିରାଜମାନ ରୁହ । ହଇରାଣ କାହିଁକି ହେଉଛ । ହେ ରାମ କହୁନାହାଁନ୍ତି କିନ୍ତୁ ହେ ବାବା ବା ହେ ଦାଦୀ ଦୀଦୀ ତ କହୁଛନ୍ତି ନା । ହେ ବାବା, ହେ ଦାଦୀ ଦୀଦୀ କିଛି ଶୁଣ, କିଛି କର..... ଏହାକୁ ହିଁ ହଇରାଣ ହେବା କୁହାଯାଏ । ଏହା ତ ଆରାମରେ ରହିବାର ଯୁଗ ସେଥିପାଇଁ ରୁହାନୀ ଅର୍ଥାତ୍ ଆତ୍ମିକ ମୌଜ କର । ରୁହାନୀ ମଉଜରେ ଏହି ସୁନ୍ଦର ଦିନ ଗୁଡିକୁ ବିତାଅ । ବିନାଶୀ ମଉଜ କରିବାର ନାହିଁ । ନାଚ, ଗାଅ କିନ୍ତୁ ଝାଉଳି ଯାଅ ନାହିଁ । ପରମାତ୍ମ ମଉଜର ସମୟ ଏବେ ଅନୁଭବ ନ କରିପାରିଲେ ପୁଣି କରିବ! ରୁହାନୀ ଶାନ୍ ଅର୍ଥାତ୍ ସ୍ୱାଭିମାନରେ ରୁହ । ଦୁଃଖି କାହିଁକି ହେଉଛ ? ବାବାଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ଛୋଟିଆ ପିମ୍ପୁଡିଟିଏ ବୁଦ୍ଧି ପର୍ଯ୍ୟନ୍ତ ପହଞ୍ଚି ଯାଉଛି । ବୁଦ୍ଧି ଯୋଗକୁ ବିଚଳିତ କରିଦେଉଛି । ଯେପରି ସ୍ଥୁଳ ଶରୀରରେ ମଧ୍ୟ ଯଦି ପିମ୍ପୁଡି କାମୁଡି ଦେବ ତେବେ ଶରୀର ହଲଚଲ ହୋଇଯିବ, ବିଚଳିତ ହୋଇଯିବ ନା । ସେହିଭଳି ମାୟା ପିମ୍ପୁଡି ବୁଦ୍ଧିକୁ ବିଚଳିତ କରିଦେଉଛି । ପିମ୍ପୁଡି ଯଦି ହାତୀର କାନ ଭିତରେ ପ୍ରବେଶ କରିଯିବ ତେବେ ହାତୀକୁ ମୂର୍ଚ୍ଛିତ କରିଦିଏ ନା! ସେହିଭଳି ବ୍ରାହ୍ଣଣ ଆତ୍ମାମାନେ ମଧ୍ୟ ମୂର୍ଚ୍ଛିତ ହୋଇ କ୍ଷତ୍ରିୟ ହୋଇଯାଉଛନ୍ତି । ବୁଝିପାରିଲ କଣ ଖେଳ କରୁଛ! ତେଣୁ କ୍ଷତ୍ରିୟ ହୁଅ ନାହିଁ ନଚେତ୍ ରାଜଧାନୀ ମଧ୍ୟ ତ୍ରେତାରେ ମିଳିବ । ସତ୍ୟଯୁଗର ଦେବତାମାନେ ଖାଇପିଇ ଯାହା ଛାଡିଯିବେ ରଖିଥିବେ ତାହା ହିଁ କ୍ଷତ୍ରିୟମାନଙ୍କୁ ତ୍ରେତା ଯୁଗରେ ମିଳିବ । କର୍ମରୂପୀ କୃଷିକ୍ଷେତ୍ରର ପ୍ରଥମ ଅମଳ ବ୍ରାହ୍ଣଣ ତଥା ଦେବତାମାନଙ୍କୁ ମିଳିଥାଏ ଏବଂ ଦ୍ୱିତୀୟ ଅମଳ କ୍ଷତ୍ରିୟମାନଙ୍କୁ ମିଳିଥାଏ । ଜମିର ପ୍ରଥମ ଅମଳର ସ୍ୱାଦ ଏବଂ ଦ୍ୱିତୀୟ ଅମଳର ସ୍ୱାଦର ଅନ୍ତରକୁ ତ ଜାଣିଛ ନା! ଆଚ୍ଛା!

ମହାରାଷ୍ଟ୍ର ଏବଂ ୟୁ.ପୀ ଜୋନ୍ ଅଛନ୍ତି । ମହାରାଷ୍ଟ୍ରର ବିଶେଷତା ହେଲା, ଯେପରି ନାମ ହେଉଛି ମହାରାଷ୍ଟ୍ର ସେହିପରି ମହାନ ଆତ୍ମାମାନଙ୍କର ଫୁଲତୋଡା ବାପଦାଦାଙ୍କୁ ଭେଟୀ ଦେବେ । ମହାରାଷ୍ଟ୍ରର ରାଜଧାନୀ ସୁନ୍ଦର ଏବଂ ସମ୍ପନ୍ନ ଅଟେ । ତେଣୁ ମହାରାଷ୍ଟ୍ରରୁ ଏହିଭଳି ସମ୍ପନ୍ନ ଏବଂ ନାମୀଗ୍ରାମୀ ଆତ୍ମାମାନଙ୍କୁ ସମ୍ପର୍କରେ ଆଣିବାକୁ ହେବ ସେଥିପାଇଁ କୁହାଗଲା ଯେ ମହାନ ଆତ୍ମା ତିଆରି କରି ସୁନ୍ଦର ଫୁଲ ତୋଡା ବାବାଙ୍କ ସମ୍ମୁଖକୁ ଆଣିବାର ଅଛି । ଏବେ ଅନ୍ତିମ ସମୟରେ ଏହି ସ୍ଥୂଳ ସମ୍ପତ୍ତିବାଲାଙ୍କର ମଧ୍ୟ ପାର୍ଟ ରହିଛି । ସମ୍ବନ୍ଧରେ ନୁହେଁ କିନ୍ତୁ ସମ୍ପର୍କରେ ରହିବାର ପାର୍ଟ ରହିଛି । ବୁଝିଲ!

ୟୁ.ପୀରେ ତ ଦେଶ-ବିଦେଶରେ ବିଖ୍ୟାତ, ବିଶ୍ୱର ଆଶ୍ଚର୍ଯ୍ୟ ତାଜମହଲ ରହିଛି ନା! ଯେପରି ୟୁ.ପୀରେ ବିଶ୍ୱର ଆଶ୍ଚର୍ଯ୍ୟଜନକ ବସ୍ତୁ ରହିଛି ସେହିପରି ୟୁ.ପୀ ନିବାସୀଙ୍କୁ ମଧ୍ୟ ସେବାରେ ଚମତ୍କାରୀ ପ୍ରତ୍ୟକ୍ଷ ଫଳ ଦେଖାଇବାକୁ ହେବ, ଯାହାକି ଦେଶ-ବିଦେଶରେ ବ୍ରାହ୍ମଣ ଆତ୍ମାମାନଙ୍କ ସଂସାରରେ ନାମୀଗ୍ରାମୀ ହୋଇଯିବ, କହିବେ ଇଏ ତ ବହୁତ ଚମତ୍କାରୀ କର୍ମ କରିଛନ୍ତି, ବିଶ୍ୱ ପାଇଁ ଚମତ୍କାରୀ ହେଉଥିବ । ଏହିଭଳି ଆଶ୍ଚର୍ଯ୍ୟର କାମ କରିବାର ଅଛି । ବହୁତ ଗୀତାପାଠଳା ଅଛି, ବହୁତ ସେଣ୍ଟର ଅଛିଏହିଭଳି ଆଶ୍ଚର୍ଯ୍ୟ ନୁହେଁ । ଯାହା ଆଜି ପର୍ଯ୍ୟନ୍ତ କେହି କରିନାହାଁନ୍ତି ତାହା କରି ଦେଖାଅ ତେବେ କହିବା ଚତ୍ମକାରୀ । ବୁଝିଲ । ବିଦେଶୀମାନେ ମଧ୍ୟ ଏବେ ସବୁ ସିଜିନରେ ଉପସ୍ଥିତ ହୋଇଯାଉଛନ୍ତି । ବିଦେଶୀମାନେ ବିଦେଶର ସାଧନ ଗୁଡିକ ଦ୍ୱାରା ସାରା ବିଶ୍ୱରେ ଦୁଇଜଣ ପିତାଙ୍କୁ ହାଜିର-ନାଜିର ଅର୍ଥାତ୍ ପ୍ରତ୍ୟକ୍ଷ କରିବେ । ନାଜିର୍ ଅର୍ଥାତ୍ ଏହି ଆଖିରେ ଦେଖିପାରିବା । ତେବେ ଏହିଭଳି ପିତାଙ୍କୁ ବିଶ୍ୱ ସମ୍ମୁଖରେ ହାଜିର୍-ନାଜିର କରିବେ । ବୁଝି ପାରିଲ, ବିଦେଶୀମାନଙ୍କୁ କଣ କରିବାକୁ ହେବ । ଆଚ୍ଛାକାଲି ତ ସବୁ ବରଯାତ୍ରୀମାନେ (ପିଲାମାନେ) ଚାଲିଯିବେ । ଶେଷରେ ସେହି ଦିନ ମଧ୍ୟ ଆସିବଯାହାକି ହେଲିକ୍ୟାପ୍ଟର ମଧ୍ୟ ଏଠାରେ ଓହ୍ଲାଇବ । ବିଜ୍ଞାନର ସବୁ ସାଧନ ଗୁଡିକ ତ ତୁମମାନଙ୍କ ପାଇଁ ହିଁ ତିଆରି ହେଉଛି । ଯେପରି ସତ୍ୟଯୁଗରେ ବିମାନ ଗୁଡିକର ଲାଇନ୍ ଲାଗି ଥିବ ସେହିପରି ଏଠାରେ ବର୍ତ୍ତମାନ କାର, ଜୀପ୍, ବସର ଲାଇନ୍ ଲାଗିଛି । ଶେଷରେ ବିମାନ ଗୁଡିକର ମଧ୍ୟ ଲାଇନ୍ ଲାଗିବ । ସମସ୍ତେ ଭୟଭୀତ ହୋଇ ଧାଇଁବେ ଏବଂ ସବୁ କିଛି ତୁମକୁ ଦେଇ ଚାଲିଯିବେ । ସେମାନେ ଡରିବେ ଏବଂ ତୁମେମାନେ ଉଡିବ । ତୁମମାନଙ୍କୁ ମରିବାର ତ ଭୟ ନାହିଁ । ପ୍ରଥମର ହୁଁ ମରିଯାଇଛ । ପାକିସ୍ତାନରେ ବିନାଶର ନମୁନା ଦେଖିଥିଲ ନାସବୁ ଚାବି ତୁମକୁ ଦେଇ ଚାଲିଗଲେ ତେବେ ଆଗକୁ ମଧ୍ୟ ସବୁ ଚାବି ତୁମକୁ ହିଁ ମିଳିବ । କେବଳ ସମ୍ଭାଳିବାକୁ ହେବ । ଆଚ୍ଛା!

ସର୍ବଦା ବ୍ରାହ୍ମଣ ଜୀବନର ସର୍ବ ବିଶେଷତାକୁ ଜୀବନରେ କାର୍ଯ୍ୟକାରୀ କରୁଥିବା, ସର୍ବଦା ଦିଲାରାମ ବାବାଙ୍କର ଦିଲ୍ ତଖତ ଅର୍ଥାତ୍ ହୃଦୟ ସିଂହାସନ ଉପରେ ରୁହାନୀ ମଉଜ, ରୁହାନୀ ଆରାମ କରୁଥିବା, ସ୍ଥୂଳ ଆରାମ ନୁହେଁ ରୁହାନୀ ଆରାମ, ସର୍ବଦା ସଂଗମଯୁଗର ଶ୍ରେଷ୍ଠ ସ୍ୱାଭିମାନରେ ରହୁଥିବା, ମେହନତର ଜୀବନରୁ ଆସି ମୋହବତ୍ ଅର୍ଥାତ୍ ସ୍ନେହପୂର୍ଣ୍ଣ ଜୀବନରେ ବୁଡି ରହୁଥିବା, ଶ୍ରେଷ୍ଠ ବ୍ରାହ୍ମଣ ଆତ୍ମାମାନଙ୍କୁ ବାପଦାଦାଙ୍କର ୟାଦପ୍ୟାର ଏବଂ ନମସ୍ତେ ।

ବରଦାନ:-
ଜ୍ଞାନ ରତ୍ନକୁ ଧାରଣ କରି ବ୍ୟର୍ଥକୁ ସମାପ୍ତ କରୁଥିବା ହୋଲୀହଂସ ହୁଅ ।

ହୋଲୀ ହଂସର ଦୁଇଟି ବିଶେଷତା ରହିଛି--ଗୋଟିଏ ହେଲା ଜ୍ଞାନ ରତ୍ନ ଗ୍ରହଣ କରିବା, ଅନ୍ୟଟି ହେଲା ନିର୍ଣ୍ଣୟ ଶକ୍ତି ଦ୍ୱାରା କ୍ଷୀର ଏବଂ ପାଣିକୁ ଅଲଗା କରିବା । କ୍ଷୀର ଏବଂ ପାଣିର ଅର୍ଥ ହେଲାସମର୍ଥ ଏବଂ ବ୍ୟର୍ଥର ନିର୍ଣ୍ଣୟ । ବ୍ୟର୍ଥକୁ ପାଣି ସହିତ ତୁଳନା କରାଯାଇଛି ଏବଂ ସମର୍ଥକୁ କ୍ଷୀର ସହିତ ତୁଳନା କରାଯାଇଛି । ତେଣୁ ବ୍ୟର୍ଥକୁ ସମାପ୍ତ କରିବା ଅର୍ଥାତ୍ ହୋଲୀହଂସ ହେବା । ପ୍ରତି ମୁହୂର୍ତ୍ତରେ ବୁଦ୍ଧିରେ ଜ୍ଞାନ ରତ୍ନର ଚିନ୍ତନ ଚାଲୁଥାଉ, ମନନ ଚାଲୁଥାଉ ତେବେ ରତ୍ନରେ ଭରପୁର ହୋଇଯିବ ।

ସ୍ଲୋଗାନ:-
ସର୍ବଦା ନିଜର ଶ୍ରେଷ୍ଠ ପୋଜିଶନରେ ଅର୍ଥାତ୍ ସ୍ଥିତିରେ ସ୍ଥିତ ରହି ଅପୋଜିଶନ୍ ଅର୍ଥାତ୍ ବିରୋଧ ବା ବିଘ୍ନକୁ ସମାପ୍ତ କରୁଥିବା ଆତ୍ମା ହିଁ ବିଜୟୀ ଆତ୍ମା ଅଟନ୍ତି ।