10.03.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଉଚ୍ଚ ପଦର ଆଧାର ହେଲା ପାଠପଢା, ଯେଉଁମାନେ ପୁରୁଣା ଭକ୍ତ ହୋଇଥିବେ ସେମାନେ ଭଲ ଭାବରେ ପଢିବେ ଏବଂ ପଦ ମଧ୍ୟ ଭଲ ପାଇବେ ।

ପ୍ରଶ୍ନ:-
ଯେଉଁମାନେ ବାବାଙ୍କ ସ୍ମୃତିରେ ରହୁଛନ୍ତି, ସେମାନଙ୍କର ଲକ୍ଷଣ କଣ ହୋଇଥିବ ?

ଉତ୍ତର:-
ଯେଉଁମାନେ ବାବାଙ୍କ ସ୍ମୃତିରେ ରହୁଛନ୍ତି ସେମାନଙ୍କର ଗୁଣ ନିଶ୍ଚିତ ଭଲ ହୋଇଥିବ । ସେମାନଙ୍କ ମଧ୍ୟରେ ପବିତ୍ରତାର ଏବଂ ରାଜକୀୟତାର ବୃଦ୍ଧି ହେଉଥିବ । ସେମାନେ ପରସ୍ପର ସହିତ ମିଠା କ୍ଷୀରଖଣ୍ଡ ହୋଇ ରହିବେ, ଅନ୍ୟକୁ ନ ଦେଖି ନିଜକୁ ଦେଖିବେ । ସେମାନଙ୍କ ବୁଦ୍ଧିରେ ରହିବ ଯିଏ କରିବ ସିଏ ପାଇବ ।

ଓମ୍ ଶାନ୍ତି ।
ବାବା ତୁମମାନଙ୍କୁ ବୁଝାଇଛନ୍ତି ଯେ ଭାରତର ଯେଉଁ ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା, ତାର ଶାସ୍ତ୍ର ହେଉଛି ଗୀତା । ଏହି ଗୀତା କିଏ ଶୁଣାଇଛନ୍ତି, ଏକଥା କେହି ଜାଣିନାହାଁନ୍ତି । ଏସବୁ ଜ୍ଞାନର କଥା । ବାକି ଏହି ହୋଲି ଇତ୍ୟାଦି ଆମର ପର୍ବ ନୁହେଁ, ଏସବୁ ଭକ୍ତିମାର୍ଗର ପର୍ବ । ପର୍ବ ହେଲା ଏକମାତ୍ର ତ୍ରିମୂର୍ତ୍ତି ଶିବ ଜୟନ୍ତୀ । ବାସ୍ । କେବଳ ଶିବ ଜୟନ୍ତୀ ବୋଲି ମଧ୍ୟ କେବେ କହିବା ଉଚିତ୍ ନୁହେଁ । ସେଥିରେ ତ୍ରିମୂର୍ତ୍ତି ଅକ୍ଷର ନ ଲେଖିଲେ ମନୁଷ୍ୟ ବୁଝିପାରିବେ ନାହିଁ । ଯେପରି ତ୍ରିମୂର୍ତ୍ତିର ଚିତ୍ର ମଧ୍ୟ ରହିଛି । ତାର ତଳେ ଲେଖିବା ଉଚିତ୍ ଯେ ଦୈବୀ ସ୍ୱରାଜ୍ୟ ତୁମର ଜନ୍ମସିଦ୍ଧ ଅଧିକାର । ଶିବ ଭଗବାନ ଆମର ପିତା ଅଟନ୍ତି ନା । ତେଣୁ ସିଏ ନିଶ୍ଚିତ ଆସୁଛନ୍ତି ଏବଂ ସ୍ୱର୍ଗର ମାଲିକ କରୁଛନ୍ତି । ତେବେ ରାଜଯୋଗର ଶିକ୍ଷା ଦ୍ୱାରା ହିଁ ସ୍ୱର୍ଗର ମାଲିକ ହେଉଛନ୍ତି । ଭିତରେ ଯେଉଁ ସବୁ ଚିତ୍ର ରହିଛି ସେଥିରେ ବହୁତ ଜ୍ଞାନ ରହିଛି । ଏପରି ଚିତ୍ର ତିଆରି କରିବା ଦରକାର ଯାହାକୁ ଦେଖି ମନୁଷ୍ୟମାନେ ଆଶ୍ଚର୍ଯ୍ୟ ହେବେ । ତାହା ମଧ୍ୟ ଯେଉଁମାନେ ବହୁତ ଭକ୍ତି କରିଥିବେ, ସେମାନେ ବହୁତ ଭଲ ଭାବରେ ଜ୍ଞାନ ଧାରଣ କରିବେ । ଯେଉଁମାନେ କମ୍ ଭକ୍ତି କରିଛନ୍ତି ସେମାନେ ଜ୍ଞାନକୁ ମଧ୍ୟ କମ୍ ଧାରଣ କରିବେ ଏବଂ କମ୍ ପଦ ପାଇବେ । ଦାସ-ଦାସୀମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ରହିବେ ନା । ତେବେ ଏସବୁର ଆଧାର ପାଠପଢା ଉପରେ ନିର୍ଭର କରୁଛି । ତୁମମାନଙ୍କ ଭିତରେ ମଧ୍ୟ ବହୁତ କମ୍ ସଂଖ୍ୟାରେ ଅଛନ୍ତି ଯେଉଁମାନେ ଭଲ ଭାବରେ ଯୁକ୍ତିର ସହିତ କଥା କହିପାରିବେ । ଭଲ ଭଲ ସନ୍ତାନମାନଙ୍କର ଚାଲି-ଚଳଣି ମଧ୍ୟ ଭଲ ହେବ । ଗୁଣ ମଧ୍ୟ ସୁନ୍ଦର ହେବା ଦରକାର । ଯେତେ ବାବାଙ୍କ ସ୍ମୃତିରେ ରହିବ ତେବେ ସେତେ ପବିତ୍ର ହୋଇ ଚାଲିବ ଏବଂ ରାଜକୀୟତା ମଧ୍ୟ ଆସିବ । କେଉଁଠି-କେଉଁଠି ତ ଶୁଦ୍ରମାନଙ୍କ ଚଳଣି ମଧ୍ୟ ବହୁତ ଭଲ ହୋଇଥାଏ କିନ୍ତୁ ଏଠାରେ ବ୍ରାହ୍ମଣ ସନ୍ତାନମାନଙ୍କର ଚଳଣି ମଧ୍ୟ ଏପରି ରହିଛି, ସେକଥା ନ କହିଲେ ଭଲ । ସେଥିପାଇଁ ଲୋକମାନେ ମଧ୍ୟ କହୁଛନ୍ତି କଣ ଏମାନଙ୍କୁ ସ୍ୱୟଂ ଈଶ୍ୱର ପାଠ ପଢାଉଛନ୍ତି ?ତେଣୁ ପିଲାମାନଙ୍କର ଚଳଣି ଏପରି ହେବା ଉଚିତ୍ ନୁହେଁ । ବହୁତ ମିଠା ସ୍ୱଭାବ ହେବା ଉଚିତ୍, ଯିଏ କରିବେ ସିଏ ହିଁ ପାଇବେ । ଯଦି ନ କରିବ ତେବେ ପାଇବ ନାହିଁ । ବାବା ତ ଭଲ ଭାବରେ ବୁଝାଉଛନ୍ତି । ପ୍ରଥମେ ପ୍ରଥମେ ତ ବେହଦର ବାବାଙ୍କ ପରିଚୟ ଦେଇଚାଲ । ସେଥିପାଇଁ ତ୍ରିମୂର୍ତ୍ତିର ଚିତ୍ର ତ ବହୁତ ଭଲ ସ୍ୱର୍ଗ ଏବଂ ନର୍କ ମଧ୍ୟ ଉଭୟ ପାର୍ଶ୍ଵରେ ରହିଛି । ଗୋଲା (ସୃଷ୍ଟିଚକ୍ର) ଚିତ୍ରରେ ମଧ୍ୟ ଏକଥା ସ୍ପଷ୍ଟ ଭାବରେ ରହିଛି । ଯେକୌଣସି ଧର୍ମାବଲମ୍ବୀମାନଙ୍କୁ ତୁମେମାନେ ଏହି ଗୋଲା ଅଥବା ବୃକ୍ଷ ଉପରେ ବୁଝାଇପାରିବ ଏହି ହିସାବରେ ତୁମେ ସ୍ୱର୍ଗ ବା ନୂଆ ଦୁନିଆରେ ତ ଆସିପାରିବ ନାହିଁ । ଯିଏ ସବୁଠାରୁ ଉଚ୍ଚ ଧର୍ମ ଥିଲା, ଯେଉଁ ରାଜ୍ୟ ସବୁଠାରୁ ସାହୁକାର ଥିଲା, ତାହା ଏବେ ସବୁଠାରୁ ଗରୀବ ହୋଇଛି । ଯିଏ ସବୁଠାରୁ ପ୍ରଥମେ ପ୍ରଥମେ ଥିଲେ, ସଂଖ୍ୟା ମଧ୍ୟ ତାଙ୍କର ଅଧିକ ହେବା ଉଚିତ୍ କିନ୍ତୁ ହିନ୍ଦୁମାନେ ଅନ୍ୟ ଧର୍ମକୁ ସ୍ଥାନାନ୍ତରିତ ହୋଇଯାଇଛନ୍ତି । ନିଜ ଧର୍ମକୁ ନ ଜାଣିବା କାରଣରୁ ଅନ୍ୟ ଧର୍ମକୁ ଚାଲିଯାଇଛନ୍ତି ଅଥବା ହିନ୍ଦୁ ଧର୍ମ ବୋଲି କହିଦେଉଛନ୍ତି । ନିଜର ଧର୍ମକୁ ମଧ୍ୟ ବୁଝି ନାହାଁନ୍ତି । ଈଶ୍ୱରଙ୍କୁ ବହୁତ ଡାକୁଛନ୍ତି, ହେ ଶାନ୍ତିଦାତା, କିନ୍ତୁ ଶାନ୍ତିର ଅର୍ଥକୁ ବୁଝି ନାହାଁନ୍ତି । ପରସ୍ପରକୁ ଶାନ୍ତିର ପୁରସ୍କାର ମଧ୍ୟ ଦେଉଛନ୍ତି । ଏଠାରେ ତୁମେ ବିଶ୍ୱରେ ଶାନ୍ତି ସ୍ଥାପନ କରିବା ପାଇଁ ନିମିତ୍ତ ହୋଇଛ ପିଲାମାନଙ୍କୁ ବାବା ବିଶ୍ୱର ରାଜପଦ ପୁରସ୍କାର ରୂପରେ ଦେଉଛନ୍ତି । ଏହି ପୁରସ୍କାର ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ମିଳୁଛି । ଦାତା ହେଉଛନ୍ତି ସ୍ୱୟଂ ଭଗବାନ ଶିବବାବା । କେତେ ବଡ ପୁରସ୍କାର ଦେଉଛନ୍ତି ସୂର୍ଯ୍ୟବଂଶୀ ବିଶ୍ୱ ରାଜତ୍ୱ! ଏବେ ତୁମ ପିଲାମାନଙ୍କ ବୁଦ୍ଧିରେ ସାରା ବିଶ୍ୱର ଇତିହାସ-ଭୂଗୋଳ, ବର୍ଣ୍ଣ ଆଦିର ଜ୍ଞାନ ସବୁ ଅଛି । ତେବେ ସେହି ବିଶ୍ୱର ରାଜପଦ ନେବା ପାଇଁ ହେଲେ କିଛି ମେହନତ ମଧ୍ୟ କରିବାକୁ ହେବ । ଜ୍ଞାନର ବିଷୟ ତ ବହୁତ ସହଜ । ଶିକ୍ଷକ ଯେଉଁ କାମ ଦେଉଛନ୍ତି ତାକୁ କରି ଦେଖାଇବା ଉଚିତ୍ । ତେବେ ବାବା ଦେଖିବେ ଯେ କାହା ପାଖରେ ପୂରା ଜ୍ଞାନ ଅଛି । କେତେକ ସନ୍ତାନ ତ ମୂରଲୀ ଉପରେ ମଧ୍ୟ ପୂରା ଧ୍ୟାନ ଦେଉ ନାହାଁନ୍ତି । ପ୍ରତିଦିନ ମୂରଲୀ ପଢୁନାହାଁନ୍ତି । ଯିଏ ମୁରଲୀ ପଢୁନାହାଁନ୍ତି ସେ କଣ କାହାର କଲ୍ୟାଣ କରୁଥିବେ! ଅନେକ ସନ୍ତାନ ଅଛନ୍ତି ଯିଏକି କିଛି ମଧ୍ୟ କାହାର କଲ୍ୟାଣ କରୁ ନାହାଁନ୍ତି । ନାଁ ନିଜର, ନା ଅନ୍ୟର କଲ୍ୟାଣ କରୁଛନ୍ତି । ସେଥିପାଇଁ ଘୋଡା ସବାର(ଅଶ୍ୱାରୋହୀ), ପ୍ୟାଦା (ପଦାତିକ) କୁହାଯାଉଛି । ମହାରଥୀ ବହୁତ କମ ଅଛନ୍ତି, ଯିଏକି ନିଜେ ମଧ୍ୟ ବୁଝିପାରିବେ ଯେ କିଏ-କିଏ ମହାରଥୀ ଅଟନ୍ତି । କହୁଛନ୍ତି ବାବା ଗୁଲଜାରଙ୍କୁ, କୁମାରକାଙ୍କୁ, ମନୋହରଙ୍କୁ ପଠାଅ... କାହିଁକି ନା ନିଜେ ଘୋଡା ସବାର ଅର୍ଥାତ୍ ଯୋଗ୍ୟ ନୁହଁନ୍ତି । ସେମାନେ ହେଉଛନ୍ତି ମହାରଥୀ । ବାବା ତ ସବୁ ପିଲାମାନଙ୍କୁ ଭଲ ଭାବରେ ଜାଣିପାରିବେ । କାହା ଉପରେ ଗ୍ରହଚାରୀ ମଧ୍ୟ ବସୁଛି ନା । କେତେ ଭଲ ଭଲ ସନ୍ତାନମାନଙ୍କ ଉପରେ ମଧ୍ୟ ମାୟାର ତୁଫାନ ଆସିବା ଦ୍ୱାରା ବେତାଳିଆ ହୋଇଯାଆନ୍ତି । ଜ୍ଞାନ ଆଡକୁ ଧ୍ୟାନ ହିଁ ଯାଇନଥାଏ । ପ୍ରତ୍ୟେକଙ୍କର ସେବାରୁ ବାବା ଜାଣିପାରିଥାନ୍ତି ନା । ପ୍ରକୃତ ସେବାଧାରୀମାନେ ନିଜର ପୂରା ସମାଚାର ବାବାଙ୍କୁ ଦେଇ ଚାଲିବେ ।

ତୁମେ ଜାଣିଛ ଗୀତାର ଭଗବାନ ଆମକୁ ବିଶ୍ୱର ମାଲିକ କରୁଛନ୍ତି । ଅନେକ ଅଛନ୍ତି ଯେଉଁମାନେ (ଭକ୍ତିମାର୍ଗର) ଗୀତାକୁ କଣ୍ଠସ୍ଥ କରି ହଜାର-ହଜାର ଟଙ୍କା ରୋଜଗାର କରୁଛନ୍ତି । ତୁମେ ବ୍ରାହ୍ମଣମାନେ ଏବେ ସମ୍ପ୍ରଦାୟର ଅଟେ ଯେଉଁମାନେ କି ଦୈବୀ ସଂମ୍ପ୍ରଦାୟର ହେବାକୁ ଯାଉଛ । ଈଶ୍ୱରଙ୍କ ସନ୍ତାନ ବୋଲି ସମସ୍ତେ ନିଜକୁ କହୁଛନ୍ତି ପୁଣି କହିଦେଉଛନ୍ତି ଆମେ ସମସ୍ତେ ଈଶ୍ୱର ଅଟୁ, ଯାହାକୁ ଯାହା ଆସିଲା ତାହା କହିଦେଉଛନ୍ତି । ଭକ୍ତିମାର୍ଗରେ ମନୁଷ୍ୟମାନଙ୍କର ଅବସ୍ଥା ଦେଖ କିପରି ହୋଇଗଲାଣି । ଏହି ଦୁନିଆ ହିଁ କଳିଯୁଗୀ ପତିତ ଅଟେ । ଏହି ଚିତ୍ର ମାଧ୍ୟମରେ ତୁମେମାନେ ବହୁତ ଭଲ ଭାବରେ ବୁଝାଇପାରିବ । ତା ସହିତ ଦୈବୀଗୁଣ ମଧ୍ୟ ଦରକାର ଏବଂ ଭିତର-ବାହାର ସ୍ୱଚ୍ଛ ହେବା ଦରକାର । ଆତ୍ମା ହିଁ ନକଲି ହୋଇଯାଇଛି ତାକୁ ପୁଣି ସତ୍ୟ ବାବା ସଚ୍ଚା କରୁଛନ୍ତି । ବାବା ହିଁ ଆସି ସ୍ୱର୍ଗର ମାଲିକ କରୁଛନ୍ତି । ଦୈବୀଗୁଣ ଧାରଣ କରାଉଛନ୍ତି । ତୁମେ ଜାଣିଛ ଆମେ ଏହିପରି (ଲକ୍ଷ୍ମୀ-ନାରାୟଣ) ଗୁଣବାନ୍ ହେଉଛୁ । ତେଣୁ ନିଜର ଯାଞ୍ଜ କରିଚାଲ ଆମ ପାଖରେ କୌଣସି ଆସୁରୀ ଗୁଣ ତ ନାହିଁ ? ଚାଲୁ-ଚାଲୁ ମାୟାର ଚାପୁଡା ଏପରି ଲାଗୁଛି ଯେ ଏକଦମ୍ ତଳେ ପଡିଯାଉଛନ୍ତି ।

ତୁମ ପାଇଁ ଏହି ଜ୍ଞାନ ଏବଂ ବିଜ୍ଞାନ ହିଁ ହୋଲି (ରଙ୍ଗ ବୋଳିବା)-ଧୂରିଆ (ଗୋବରରେ ତିଆରି ଘସିକୁ ପୋଡିବାର ପ୍ରଥା) ଅଟେ । ଦୁନିଆର ଲୋକମାନେ ମଧ୍ୟ ହୋଲି ଏବଂ ଧୂରିଆ ପାଳନ କରୁଛନ୍ତି କିନ୍ତୁ ତାର ଅର୍ଥ କଣ, ଏକଥା ମଧ୍ୟ କେହି ଜାଣିନାହାଁନ୍ତି । ବାସ୍ତବରେ ଏହା ଜ୍ଞାନ ଏବଂ ବିଜ୍ଞାନ ଅଟେ, ଯାହା ଦ୍ୱାରା ତୁମେ ନିଜକୁ ବହୁତ ଉଚ୍ଚ କରୁଛ । ସେମାନେ ତ କଣ କଣ ସବୁ କରୁଛନ୍ତି, ଧୂଳି ପକାଉଛନ୍ତି, କାହିଁକି ନା ଏହା ହେଉଛି ରୌରବ ନର୍କ । ଏବେ ନୂଆ ଦୁନିଆର ସ୍ଥାପନା ଓ ପୁରୁଣା ଦୁନିଆର ବିନାଶର କର୍ତ୍ତବ୍ୟ ଚାଲୁଛି । ତୁମ ଈଶ୍ୱରୀୟ ସନ୍ତାନମାନଙ୍କୁ ମଧ୍ୟ ମାୟା ଏକଦମ୍ ଏପରି ମୁଥି ଲଗାଉଛି ଯେ ତୁମେ ଆହୁରି ଜୋରରେ ଯାଇ ପଡିଯାଉଛ, ପୁଣି ସେଥିରୁ ନିଜକୁ ସମ୍ଭାଳିବା ବହୁତ ମୁସକିଲ ହୋଇ ଯାଉଛି, ଏଥିରେ ଆଶୀର୍ବାଦ ଆଦିର କୌଣସି କଥା ନାହିଁ । ପୁଣି ଉପରକୁ ଉଠିବା ବହୁତ ମୁସ୍କିଲ୍ ହୋଇଯିବ । ସେଥିପାଇଁ ବହୁତ ସାବଧାନୀ ଆବଶ୍ୟକ । ମାୟାର ଆକ୍ରମଣରୁ ରକ୍ଷାପାଇବାକୁ ହେଲେ କେବେ ବି ଦେହ-ଅଭିମାନରେ ଆସ ନାହିଁ । ସର୍ବଦା ଖବରଦାର ରୁହ, ତୁମେ ସମସ୍ତେ ପରସ୍ପର ଭାଇ-ଭଉଣୀ ଅଟ । ବାବା ଯାହା ଶିଖାଇଛନ୍ତି ତାହା ହିଁ ଭଉଣୀମାନେ ଶିଖାଉଛନ୍ତି । ତେବେ ସବୁ ମହାନତା ବାବାଙ୍କର ଅଟେ, ନୁହେଁ କି ଭଉଣୀମାନଙ୍କର । ବ୍ରହ୍ମାଙ୍କର ମହାନତା ମଧ୍ୟ ନୁହେଁ । ଇଏ ମଧ୍ୟ ପୁରୁଷାର୍ଥ ଦ୍ୱାରା ଶିଖିଛନ୍ତି । ପୁରୁଷାର୍ଥ ଭଲ କରିଛନ୍ତି ଅର୍ଥ ନିଜର କଲ୍ୟାଣ କରିଛନ୍ତି । ଆମକୁ ମଧ୍ୟ ଶିଖାଉଛନ୍ତି ତେଣୁ ଆମେ ମଧ୍ୟ ନିଜର କଲ୍ୟାଣ କରିବା ।

ଆଜି ହେଲା ହୋଲି, ଏବେ ହୋଲିର ଜ୍ଞାନ ମଧ୍ୟ ଶୁଣାଉଛନ୍ତି । ଜ୍ଞାନ ଏବଂ ବିଜ୍ଞାନ, ପାଠପଢାକୁ ନଲେଜ କୁହାଯାଉଛି । ବିଜ୍ଞାନ କଣ, ଏକଥା କେହି ଜାଣିନାହାଁନ୍ତି । ବିଜ୍ଞାନ ଜ୍ଞାନଠାରୁ ମଧ୍ୟ ଊର୍ଦ୍ଧ୍ୱରେ ରହିଛି । ଜ୍ଞାନ ତୁମକୁ ଏହିଠାରେ ମିଳୁଛି, ଯାହା ଦ୍ୱାରା ତୁମେ ପ୍ରାରବ୍ଧ ପାଉଛ । ବାକି ତାହା ହେଲା ଶାନ୍ତିଧାମ । ଏଠାରେ ଅଭିନୟ କରି ଥକି ଗଲେ ପୁଣି ଶାନ୍ତିକୁ ଯିବାକୁ ଚାହିଁଥାନ୍ତି । ଏବେ ତୁମ ବୁଦ୍ଧିରେ ଏହି ଚକ୍ରର ଜ୍ଞାନ ରହିଛି । ଏବେ ଆମେ ସ୍ୱର୍ଗକୁ ଯିବୁ ପୁଣି ୮୪ ଜନ୍ମ ନେଇ ନର୍କକୁ ଆସିବୁ । ପୁଣି ସେହି ଅବସ୍ଥା ହେବ । କଳ୍ପ କଳ୍ପ ଏହିପରି ଚାଲିଥିବ । ଏଥିରୁ କେହି ମୁକ୍ତ ହୋଇ ପାରିବେ ନାହିଁ । କେହି-କେହି କହୁଛନ୍ତି ଏହି ଡ୍ରାମା କାହିଁକି କରାଯାଇଛି ? ଆରେ, ଏହା ତ ନୂଆ ଦୁନିଆ ଏବଂ ପୁରୁଣା ଦୁନିଆର ଖେଳ । ଅନାଦି କାଳରୁ ନିର୍ମିତ ହୋଇଛି । ବୃକ୍ଷ ଉପରେ ବୁଝାଇବା ମଧ୍ୟ ବହୁତ ଭଲ । ସବୁଠାରୁ ମୁଖ୍ୟ କଥା ହେଲା ବାବାଙ୍କୁ ସ୍ମରଣ କର ତେବେ ପବିତ୍ର ହୋଇଯିବ । ଆଗକୁ ଗଲେ ସବୁ ଜଣାପଡିଯିବ କିଏ-କିଏ ଏହି କୁଳର ଅଟନ୍ତି । ଯେଉଁମାନେ ଅନ୍ୟ ଧର୍ମକୁ ପରିବର୍ତ୍ତନ ହୋଇଯାଇଛନ୍ତି ସେମାନେ ମଧ୍ୟ ବାହାରି ଆସିବେ । ଯେତେବେଳେ ସମସ୍ତେ ଆସିଯିବେ ତେବେ ମନୁଷ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ସମସ୍ତଙ୍କୁ ଏହି କଥା କହିବାକୁ ହେବ ଯେ ଦେହ-ଅଭିମାନକୁ ତ୍ୟାଗ କରି ଏବେ ଦେହୀ-ଅଭିମାନୀ ହୁଅ । ତୁମ ପାଇଁ ପାଠପଢା ହିଁ ବଡ ପର୍ବ ଅଟେ, ଯାହା ଦ୍ୱାରା ତୁମର କେତେ ରୋଜଗାର ହେଉଛି । ଲୋକମାନେ ତ ଏହି ସବୁ ପର୍ବ ପାଳନ କରିବାରେ କେତେ ପଇସା ବରବାଦ କରୁଛନ୍ତି, କେତେ ଝଗଡା ଆଦି କରୁଛନ୍ତି । ପଞ୍ଚାୟତି ରାଜ୍ୟରେ କେବଳ ଝଗଡା ହିଁ ଝଗଡା ହେଉଛି, କାହାକୁ ଲାଞ୍ଚ ଦେଇ ମଧ୍ୟ ମାରିବାକୁ ଚେଷ୍ଟା କରୁଛନ୍ତି । ଏହିପରି ବହୁତ ଘଟଣା ହେଉଛି । ପିଲାମାନେ ଜାଣିଛନ୍ତି ସତ୍ୟଯୁଗରେ କୌଣସି ଉପଦ୍ରବ ହେବ ନାହିଁ । ଏହି ରାବଣ ରାଜ୍ୟରେ ବହୁତ ଉପଦ୍ରବ ହେଉଛି । ଏବେ ତ ସମସ୍ତେ ତମୋପ୍ରଧାନ ହୋଇଯାଇଛନ୍ତି ନା । ପରସ୍ପରର ମତରେ ମତ ନ ମିଶିବା କାରଣରୁ କେତେ ଝଗଡା ହେଉଛି ସେଥିପାଇଁ ବାବା ବୁଝାଉଛନ୍ତି ଏହି ପୁରୁଣା ଦୁନିଆକୁ ଭୁଲି ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଅ, ଘରକୁ ମନେ ପକାଅ । ନିଜର ସୁଖଧାମକୁ ମନେ ପକାଅ । କାହା ସହିତ ଅଧିକ କଥାବାର୍ତ୍ତା ମଧ୍ୟ ହୁଅ ନାହିଁ, ନଚେତ୍ କ୍ଷତି ହୋଇିଯିବ । ବହୁତ ମିଠା, ଶାନ୍ତ, ସ୍ନେହର ସହିତ କଥା ହେବା ଭଲ । କାହା ସହିତ ଅଧିକ କଥା ନ ହେବା ବହୁତ ଭଲ । ଶାନ୍ତିରେ ରହିବା ସବୁଠାରୁ ଭଲ । ତୁମେ ତ ଶାନ୍ତି ଦ୍ୱାରା ବିଜୟ ପାଉଛ । ଏକମାତ୍ର ବାବାଙ୍କ ବିନା ଆଉ କାହା ସହିତ ପ୍ରୀତି ଲଗାଅ ନାହିଁ । ଏବେ ବାବାଙ୍କଠାରୁ ଯେତେ ସମ୍ପତ୍ତି ନେବାକୁ ଚାହୁଁଛ ନେଇଯାଅ । ନଚେତ୍ ଲୌକିକ ପିତାଙ୍କ ସମ୍ପତ୍ତି ଉପରେ କେତେ ଝଗଡା ହେଉଛି । ଏଥିରେ କୌଣସି ଝଗଡା ନାହିଁ । ଯେତେ ଇଚ୍ଛା ସେତେ ନିଜର ପାଠପଢା ଦ୍ୱାରା ନେଇପାରିବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସତ୍ୟ ପିତା ତୁମମାନଙ୍କୁ ସତ୍ୟନିଷ୍ଠ କରିବା ପାଇଁ ଆସିଛନ୍ତି ସେଥିପାଇଁ ସତ୍ୟତାରେ ଚାଲିବାକୁ ହେବ । ନିଜର ଯାଞ୍ଚ କରିବାକୁ ହେବ ଯେ ମୋ ଭିତରେ କୌଣସି ଆସୁରୀ ଗୁଣ ନାହିଁ ତ ? ମୁଁ ଅଧିକ କଥାବାର୍ତ୍ତା କରୁ ନାହିଁ ତ ? ବହୁତ ବହୁତ ମିଠା ସ୍ୱଭାବଯୁକ୍ତ ହୋଇ ଶାନ୍ତି ଏବଂ ସ୍ନେହର ସହିତ କଥାବାର୍ତ୍ତା କରିବାକୁ ହେବ ।

(୨) ମୁରଲୀ ଉପରେ ପୂରା ପୂରା ଧ୍ୟାନ ଦେବାକୁ ହେବ । ପ୍ରତ୍ୟହ ମୁରଲୀ ପଢିବାକୁ ହେବ । ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କରିବାକୁ ହେବ । ଶିକ୍ଷକ ଯାହା ସବୁ କାମ ଦେଉଛନ୍ତି ସେଗୁଡିକୁ କରି ଦେଖାଇବାକୁ ହେବ ।

ବରଦାନ:-
ଅବିନାଶୀ ଆତ୍ମିକ ରଙ୍ଗର ପ୍ରକୃତ ହୋଲୀ ଦ୍ୱାରା ବାବାଙ୍କ ସମାନ ସ୍ଥିତିର ଅନୁଭବୀ ହୁଅ ।

ତୁମେମାନେ ପରମାତ୍ମ ରଙ୍ଗରେ ରଞ୍ଜିତ ହୋଇଥିବା ହୋଲୀ ଅର୍ଥାତ୍ ପବିତ୍ର ଆତ୍ମା ଅଟ । ସଂଗମଯୁଗ ହିଁ ହୋଲୀ ଜୀବନର ଯୁଗ ଏଥିରେ ଯେତେବେଳେ ଅବିନାଶୀ ଆତ୍ମିକ ରଙ୍ଗ ଲାଗିଯାଉଛି ସେତେବେଳେ ତୁମେମାନେ ସଦାକାଳ ପାଇଁ ବାବାଙ୍କ ସମାନ ହୋଇଯାଉଛ । ତେଣୁ ତୁମମାନଙ୍କର ହୋଲୀ ପର୍ବ ହେଲା ସଙ୍ଗର ରଙ୍ଗ ଦ୍ୱାରା ବାବାଙ୍କ ସମାନ ହେବା, ତେଣୁ ତୁମର ରଙ୍ଗ ଏଭଳି ପକ୍କା ହେଉ ଯାହାକି ଅନ୍ୟମାନଙ୍କୁ ମଧ୍ୟ ବାବାଙ୍କ ସମାନ କରିଦେଉଥିବ ସେଥିପାଇଁ ପ୍ରତ୍ୟେକ ଆତ୍ମା ଉପରେ ଅବିନାଶୀ ଜ୍ଞାନର ରଙ୍ଗ, ଯୋଗର ରଙ୍ଗ, ଅନେକ ପ୍ରକାରର ଶକ୍ତିର ରଙ୍ଗ, ଗୁଣର ରଙ୍ଗ, ଶ୍ରେଷ୍ଠ ବୃତ୍ତି, ଶ୍ରେଷ୍ଠ ଦୃଷ୍ଟି, ଶୁଭଭାବନା, ଶୁଭକାମନାର ଆତ୍ମିକ ରଙ୍ଗ ଲଗାଅ ।

ସ୍ଲୋଗାନ:-
ଦୃଷ୍ଟିକୁ ଅଲୌକିକ, ମନକୁ ଶୀତଳ, ବୁଦ୍ଧିକୁ ଦୟାଶୀଳ ଏବଂ ମୁଖକୁ ମଧୁର କର ।


ମାତେଶ୍ୱରୀ ଜୀଙ୍କର ଅନମୋଲ ମହାବାକ୍ୟ

୧- ବନ୍ଧନରେ ଥିବା ଗୁପ୍ତ ଗୋପିକାମାନଙ୍କର ଗାୟନ ରହିଛି

ଗୀତ:-
ବିନ୍ ଦେଖେ ପ୍ୟାର କରୁଁ, ଘର ବୈଠେ ୟାଦ କରୁଁ......

ଏହି ଗୀତ କେହି ଜଣେ ବାବାଙ୍କର ଲଗନରେ ମଗନ ରହୁଥିବା ଗୋପୀର ଗାୟନ ରହିଛି । ଏହା ହେଲା କଳ୍ପ କଳ୍ପର ବିଚିତ୍ର ଖେଳ । ବାବାଙ୍କୁ ନ ଦେଖି ମଧ୍ୟ ତାଙ୍କ ସ୍ନେହରେ ବୁଡି ରହୁଛନ୍ତି । ଦୁନିଆ ଏକଥାକୁ କଣ ଜାଣିବ, ଏହା ତ କଳ୍ପପୂର୍ବ ଭଳି ଅବିକଳ ପୁନରାବୃତ୍ତି ହେଉଛି । ଯଦିଓ ସେହି ଗୋପୀ ନିଜର ଘରକୁ ଛାଡି ନାହିଁ କିନ୍ତୁ ଯୋଗବଳ ଦ୍ୱାରା ନିଜର କର୍ମବନ୍ଧନକୁ ଚୁକ୍ତ କରୁଛି, ତେଣୁ ବହୁତ ଖୁସିରେ ଝୁମି ଝୁମି ମସ୍ତିରେ ଏହି ଗୀତ ଗାଉଛି । ବାସ୍ତବରେ ଘର ଗୃହସ୍ଥକୁ ତ୍ୟାଗ କରିବାର କୌଣସି ଆବଶ୍ୟକତା ନାହିଁ । ଘରେ ରହି ବାବାଙ୍କୁ ନ ଦେଖି ମଧ୍ୟ ସେହି ସୁଖରେ ରହି ସେବା କରିବାକୁ ହେବ । କେଉଁ ସେବା କରିବାକୁ ହେବ ? ନିଜେ ପବିତ୍ର ହୋଇ ଅନ୍ୟମାନଙ୍କୁ ମଧ୍ୟ ପବିତ୍ର କରିବାର ସେବା । ତୁମମାନଙ୍କୁ ଏବେ ଜ୍ଞାନର ତୃତୀୟ ନେତ୍ର ମିଳିଛି । ସୃଷ୍ଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, ସୃଷ୍ଟିର ବୀଜ ଏବଂ କଳ୍ପବୃକ୍ଷର ରହସ୍ୟକୁ ତୁମେମାନେ ଜାଣିଯାଇଛ, ତେବେ ଏହି ଜୀବନର ତ୍ୟାଗ ତପସ୍ୟା ଦ୍ୱାରା ହିଁ ତୁମେମାନେ ୨୧ ଜନ୍ମର ସୌଭାଗ୍ୟ ଗଢୁଛ । ଯଦି କିଛି ବି ଲୋକ-ଲଜ୍ୟା, କୂଳ ମର୍ଯ୍ୟାଦା ରହିବ ତେବେ ସେମାନେ ସେବା କରିପାରିବେ ନାହିଁ ଏବଂ ଏହା କେବଳ ନିଜର ଦୁର୍ବଳତା । ଅନେକଙ୍କର ଏହିଭଳି ବିଚାର ଆସେ ଯେ ଏହି ବ୍ରହ୍ମାକୁମାରୀମାନେ ଘର ଭାଂଗିବାକୁ ଆସିଛନ୍ତି, କିନ୍ତୁ ଏଥିରେ ଘର ଭାଂଗିବାର କୌଣସି କଥା ହିଁ ନାହିଁ । ଘରେ ରହି କେବଳ ପବିତ୍ର ରହିବାକୁ ହେବ ଏବଂ ସେବା କରିବାକୁ ହେବ । ଏଥିରେ କୌଣସି କଷ୍ଟ ନାହିଁ । ପବିତ୍ର ହେଲେ ହିଁ ପବିତ୍ର ଦୁନିଆକୁ ଯିବାର ଅଧିକାର ମିଳିବ । ବାକି ଯେଉଁମାନେ ସେହି ଦୁନିଆକୁ ଯିବେ ନାହିଁ ସେମାନେ କଳ୍ପ ପୂର୍ବ ଭଳି ଶତ୍ରୁତାର ପାର୍ଟ କରିବେ, ଏଥିରେ କାହାର ଦୋଷ ନାହିଁ । ଯେପରି ଆମେ ପରମାତ୍ମାଙ୍କର କର୍ତ୍ତବ୍ୟକୁ ଜାଣିଲେ ସେହିପରି ଏହି ଡ୍ରାମାରେ ପ୍ରତ୍ୟେକଙ୍କର ପାର୍ଟକୁ ମଧ୍ୟ ଜାଣିଗଲେ ତେଣୁ କାହା ପ୍ରତି ଘୃଣା ଆସିପାରିବ ନାହିଁ । ଏହିଭଳି ତୀବ୍ର ପୁରୁଷାର୍ଥୀ ଗୋପୀମାନେ ହିଁ ବିଜୟ ମାଳାରେ ଆସିପାରିବେ । ଆଚ୍ଛା!