10.04.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏହି ଆଶ୍ଚର୍ଯ୍ୟଜନକ ପାଠପଢ଼ା ଅବିନାଶୀ ବାବା ହିଁ ପଢ଼ାଉଛନ୍ତି ତେଣୁ ବାବା ଏବଂ ତାଙ୍କର ପାଠପଢ଼ାରେ କୌଣସି ପ୍ରକାରର ସଂଶୟ ଆସିବା ଉଚିତ୍ ନୁହେଁ, ପ୍ରଥମେ ଏହି ନିଶ୍ଚୟ ହେବା ଦରକାର ଯେ ଆମକୁ କିଏ ପଢ଼ାଉଛନ୍ତି ।

ପ୍ରଶ୍ନ:-
ତୁମମାନଙ୍କୁ ନିରନ୍ତର ଯୋଗର ଯାତ୍ରାରେ ରହିବାର ଶ୍ରୀମତ କାହିଁକି ମିଳିଛି ?

ଉତ୍ତର:-
କାହିଁକିନା ମାୟାରୂପୀ ଶତ୍ରୁ ଏବେ ମଧ୍ୟ ତୁମ ପଛରେ ଅଛି, ଯିଏକି ତୁମକୁ ପତିତ କରିଦେଇଛି । ଏବେ ସିଏ ତୁମର ପିଛା ଛାଡିବ ନାହିଁ ସେଥିପାଇଁ କୌଣସି ପ୍ରକାରର ଭୁଲ୍ କରନାହିଁ । ଯଦିଓ ତୁମେମାନେ ବର୍ତ୍ତମାନ ସଙ୍ଗମଯୁଗରେ ଅଛ କିନ୍ତୁ ଅଧାକଳ୍ପ ତାର ହୋଇ ରହିଥିଲ ସେଥିପାଇଁ ସିଏ ତୁମକୁ ଏତେ ଶୀଘ୍ର ଛାଡିବ ନାହିଁ । ଯଦି ବାବାଙ୍କର ସ୍ମୃତି ଭୁଲିଯିବ ତେବେ ମାୟା ବିକର୍ମ କରାଇଦେବ ସେଥିପାଇଁ ସାବଧାନ ରହିବାକୁ ହେବ । କେବେହେଲେ ଆସୁରୀ ମତରେ ଚାଲିବାର ନାହିଁ ।

ଓମ୍ ଶାନ୍ତି ।
ବର୍ତ୍ତମାନ ବାବା ମଧ୍ୟ ଅଛନ୍ତି ତ ପିଲାମାନେ ମଧ୍ୟ ଅଛନ୍ତି, ବାବା ପିଲାମାନଙ୍କୁ କହୁଛନ୍ତି ହେ ପିଲାମାନେ ଏବଂ ସବୁ ପିଲାମାନେ ପୁଣି କହୁଛନ୍ତି ଓ ବାବା । ପିଲାମାନଙ୍କ ସଂଖ୍ୟା ତ ବହୁତ । ତୁମେ ଜାଣୁଛ ଏହି ଜ୍ଞାନ ଆମ ଆତ୍ମାମାନଙ୍କ ପାଇଁ ଉଦ୍ଧିଷ୍ଟ, ଦେଖ ଏକମାତ୍ର ବାବାଙ୍କର କେତେ ସନ୍ତାନ ଅଛନ୍ତି । ପିଲାମାନେ ଜାଣିଛନ୍ତି ବାବା ଆମକୁ ପାଠ ପଢ଼ାଇବାକୁ ଆସିଛନ୍ତି । ସିଏ ପ୍ରଥମେ ପ୍ରଥମେ ଆମର ପିତା, ପୁଣି ଶିକ୍ଷକ, ଏବଂ ସତଗୁରୁ ମଧ୍ୟ ହେଉଛନ୍ତି । ତେବେ ବାବା ତ ହେଉଛନ୍ତି ବାବା ପୁଣି ପବିତ୍ର କରିବା ପାଇଁ ଯୋଗର ଯାତ୍ରା ଶିଖାଉଛନ୍ତି । ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି ଯେ ଏହା ହେଉଛି ଏକ ଆଶ୍ଚର୍ଯ୍ୟଜନକ ପାଠପଢ଼ା । ଡ୍ରାମାର ଆରମ୍ଭ-ମଧ୍ୟ-ଶେଷର ରହସ୍ୟ ବାବାଙ୍କ ବିନା କେହି କହିପାରିବେ ନାହିଁ, ସେଥିପାଇଁ ତାଙ୍କୁ ବେହଦର ପିତା ବୋଲି କୁହାଯାଉଛି । ଏହି ନିଶ୍ଚୟ ତ ପିଲାମାନଙ୍କର ନିଶ୍ଚିତ ଭାବରେ ହେଉଛି, ଏଥିରେ ସଂଶୟର କଥା ଉଠିପାରିବ ନାହିଁ । ତେବେ ଏହି ଅବିନାଶୀ ପାଠକୁ, ଅବିନାଶୀ ବାବାଙ୍କ ବ୍ୟତୀତ ଆଉ କେହି ବି ପଢ଼ାଇପାରିବେ ନାହିଁ । ଡାକୁଛନ୍ତି ମଧ୍ୟ ହେ ବାବା ଆସ, ଆମକୁ ପବିତ୍ର ଦୁନିଆକୁ ନେଇଚାଲ କାହିଁକିନା ଏହା ହେଉଛି ଅପବିତ୍ର ଦୁନିଆ । ବାବା ଆମକୁ ପବିତ୍ର ଦୁନିଆକୁ ନେଇଯାଉଛନ୍ତି । ସେଠାରେ କଣ ଆମେ କହିବା ଯେ ବାବା ଆସ, ଆମକୁ ପବିତ୍ର ଦୁନିଆକୁ ନେଇଯାଅ । ପିଲାମାନେ ଜାଣିଛନ୍ତି ସିଏ ହେଉଛନ୍ତି ଆମ ଆତ୍ମାମାନଙ୍କର ପିତା ତେଣୁ ଦେହ-ଅଭିମାନ ସମାପ୍ତ ହୋଇଯାଉଛି । ଆତ୍ମା କହୁଛି ସିଏ ମୋର ପିତା ତେବେ ଏହି ନିଶ୍ଚୟ ରହିବା ଦରକାର ଯେ ବାବାଙ୍କ ବ୍ୟତୀତ କେହି ଏତେ ଜ୍ଞାନ ଦେଇପାରିବେ ନାହିଁ । ପ୍ରଥମେ ତ ନିଶ୍ଚୟ ବୁଦ୍ଧି ହେବା ଦରକାର । ନିଶ୍ଚୟ ମଧ୍ୟ ଆତ୍ମାକୁ ବୁଦ୍ଧିରେ ହିଁ ହୋଇଥାଏ । ଆତ୍ମାକୁ ଏହି ଜ୍ଞାନ ମିଳୁଛି ଯେ, ଇଏ ଆମର ବାବା ଅଟନ୍ତି । ତେବେ ଏହି ନିଶ୍ଚୟ ପିଲାମାନଙ୍କର ବହୁତ ପକ୍କା ହେବା ଉଚିତ୍ । ମୁଖ ଦ୍ୱାରା କିଛି ବି କହିବାର ନାହିଁ । ଆମେ ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ନେଉଛୁ । ଆତ୍ମାରେ ହିଁ ସମସ୍ତ ସଂସ୍କାର ରହିଛି ।

ବର୍ତ୍ତମାନ ତୁମେ ଜାଣୁଛ ଯେ, ବାବା ଆସି ଆମକୁ ଏଭଳି ପାଠପଢ଼ାଉଛନ୍ତି, ଏଭଳି କର୍ମ ଶିଖାଉଛନ୍ତି ଯାହା ଦ୍ୱାରା ଆମେ ଏହି ଦୁନିଆକୁ ଆଉ ଆସିବୁ ନାହିଁ, କିନ୍ତୁ ମନୁଷ୍ୟମାନେ ତ ଭାବୁଛନ୍ତି ପୁଣି ଏହି ଦୁନିଆକୁ ହିଁ ଆସିବାକୁ ହେବ କିନ୍ତୁ ତୁମେ ଏପରି ଭାବୁନାହୁଁ । ତୁମେ ଏହି ଅମର କଥା ଶୁଣି ଅମରପୁରୀକୁ ଯାଉଛ, ଅମରପୁରୀ ଅର୍ଥାତ୍ ଯେଉଁଠାରେ ସର୍ବଦା ଅମର ରହିବ । ସତ୍ୟ-ତ୍ରେତା ଯୁଗ ହେଉଛି ଅମରପୁରୀ । ତେବେ ପିଲାମାନେ କେତେ ଖୁସି ହେବା ଉଚିତ୍, ଏହି ପାଠପଢ଼ା ବାବାଙ୍କ ବ୍ୟତୀତ ଆଉ କେହି ପଢ଼ାଇପାରିବେ ନାହିଁ । ବାବା ଆମକୁ ପାଠ ପଢ଼ାଉଛନ୍ତି, ବାକି ଆଉ ଯେଉଁ ଶିକ୍ଷକମାନେ ଅଛନ୍ତି ସେମାନେ ତ ହେଉଛନ୍ତି ସାଧାରଣ ମନୁଷ୍ୟ । ଏଠାରେ ତୁମେ ଯାହାକୁ ପତିତ-ପାବନ, ଦୁଃଖହର୍ତ୍ତା-ସୁଖକର୍ତ୍ତା ବୋଲି କହୁଛ ସେହି ବାବା ଏବେ ତୁମକୁ ସମ୍ମୁଖରେ ଏହି ପାଠ ପଢ଼ାଉଛନ୍ତି । ସମ୍ମୁଖକୁ ଆସିବା ବିନା ରାଜଯୋଗର ପାଠ କିପରି ପଢ଼ାଇବେ ? ବାବା କହୁଛନ୍ତି ମୁଁ ମିଠା ମିଠା ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଏହାଙ୍କର ଶରୀରରେ ପ୍ରବେଶ କରୁଛି । ବାସ୍ତବରେ ଭଗବାନୁବାଚ ମଧ୍ୟ ରହିଛି ତେଣୁ ନିଶ୍ଚିତ ଭାବରେ ତାଙ୍କର ଶରୀର ଦରକାର ନା । କେବଳ ମୁଖ ନୁହେଁ ସାରା ଶରୀର ଆବଶ୍ୟକ । ବାବା ନିଜେ କହୁଛନ୍ତି ମିଠା ମିଠା ଆତ୍ମିକ ସନ୍ତାନମାନେ, ମୁଁ କଳ୍ପ କଳ୍ପ ଏହି ପୁରୁଷୋତ୍ତମ ସଙ୍ଗମଯୁଗରେ ସାଧାରଣ ଶରୀରରେ ଆସୁଛି । ଇଏ ବହୁତ ଗରିବ ମଧ୍ୟ ନୁହଁନ୍ତି ତ ସାହୁକାର ମଧ୍ୟ ନୁହଁନ୍ତି କିନ୍ତୁ ବିଲକୁଲ୍ ସାଧାରଣ ଅଟନ୍ତି । ତୁମମାନଙ୍କର ଏହି ନିଶ୍ଚୟ ରହିବା ଉଚିତ୍ ଯେ ସିଏ ହେଉଛନ୍ତି ଆମର ବାବା, ଆମେମାନେ ହେଉଛୁ ଆତ୍ମା । ଆମ ଆତ୍ମାମାନଙ୍କର ସିଏ ପିତା । ସାରା ଦୁନିଆର ଯେତେ ବି ମନୁଷ୍ୟ ଆତ୍ମାମାନେ ଅଛନ୍ତି, ସମସ୍ତଙ୍କର ସିଏ ହେଉଛନ୍ତି ବାବା ସେଥିପାଇଁ ତାଙ୍କୁ ଅବିନାଶୀ ପିତା ବୋଲି କୁହାଯାଉଛି । ଯଦିଓ ଶିବଜୟନ୍ତୀ ପାଳନ କରାଯାଉଛି, କିନ୍ତୁ ଏକଥାକୁ କେହି ବି ଜାଣିନାହାନ୍ତି । ତୁମେ କାହାକୁ ବି ପଚାର ଶିବଜୟନ୍ତୀ କେବେଠାରୁ ପାଳନ କରାଯାଉଛି ? ତେବେ କହିବେ ଏହା ପରମ୍ପରାରୁ ପାଳନ ହୋଇଆସୁଛି । ତେବେ ତାହା ମଧ୍ୟ କେବେଠାରୁ ? କୌଣସି ତାରିଖ ତ ଥିବ ନା । ଏହି ଡ୍ରାମା ଅନାଦି କିନ୍ତୁ ଡ୍ରାମାରେ ଯେଉଁ କାର୍ଯ୍ୟକଳାପ ହେଉଛି, ତାର ତିଥି ତାରିଖ ରହିବା ଦରକାର ନା । ଏକଥା ତ କେହି ବି ଜାଣିନାହାନ୍ତି ଯେ ଶିବବାବା ଆସୁଛନ୍ତି କିମ୍ବା ସେତିକି ସ୍ନେହର ସହିତ ଜୟନ୍ତୀ ମଧ୍ୟ ପାଳନ କରୁନାହାନ୍ତି । ନେହେରୁ ଜୟନ୍ତୀ ବହୁତ ସ୍ନେହରେ ପାଳନ କରୁଛନ୍ତି, ଆଖିରେ ଲୁହ ମଧ୍ୟ ଆସିଯାଉଛି କିନ୍ତୁ ଶିବଜୟନ୍ତୀ ବିଷୟରେ କାହାକୁ ବି ଜଣାନାହିଁ । ତୁମେମାନେ ଅନୁଭବୀ ଅଟ । ଅନେକ ମନୁଷ୍ୟ ଅଛନ୍ତି ଯେଉଁମାନେ ଏ ବିଷୟରେ କିଛି ବି ଜାଣି ନାହାଁନ୍ତି । ଦୁନିଆରେ ଅନେକ ସ୍ଥାନରେ କେତେ ମେଳା ଲାଗୁଛି, ସେଠାକୁ ଯେଉଁମାନେ ଆସୁଛନ୍ତି ସେମାନେ କହିପାରିବେ କି ସତ୍ୟ କଣ । ଯେପରି ବାବା ଅମରନାଥର ମଧ୍ୟ ଉଦାହରଣ ଦେଇଥିଲେ, ସେଠାକୁ ଯାଇ ଦେଖିଲେ ଯେ ସତ୍ୟ କଣ । ଅନ୍ୟମାନେ ତ କାହାଠାରୁ ଶୁଣି କହିଦେଉଛନ୍ତି । କେହି ଯଦି କହିବେ ଯେ ସେଠାରେ ବରଫର ଲିଙ୍ଗ ଅଛି, ତେବେ କହିବେ ଯେ ଏହା ସତ୍ୟ । ତେଣୁ ବର୍ତ୍ତମାନ ତୁମେମାନେ ଅନୁଭବୀ ସତ୍ୟ କଣ, ମିଥ୍ୟା କଣ । ଏବେ ପର୍ଯ୍ୟନ୍ତ ଯାହା ତୁମେ ଶୁଣି ଆସିଛ ବା ପଢ଼ି ଆସିଛ, ସେସବୁ ଅସତ୍ୟ । ଗାୟନ ମଧ୍ୟ ରହିଛି ନାମିଛ ମାୟା... ଏହା ହେଉଛି ମିଥ୍ୟା ଦୁନିଆ, ତାହା ସତ୍ୟ ଦୁନିଆ । ସତ୍ୟଯୁଗ, ତ୍ରେତା, ଦ୍ୱାପର ଅତୀତ ହୋଇଗଲାଣି, ଏବେ କଳିଯୁଗ ଚାଲିଛି । ଏକଥା ମଧ୍ୟ ବହୁତ କମ୍ ମନୁଷ୍ୟ ଜାଣିଛନ୍ତି । ତୁମ ବୁଦ୍ଧିରେ ଏବେ ଏସବୁର ବିଚାର ଚାଲୁଛି । ବାବାଙ୍କ ପାଖରେ ତ ସମସ୍ତ ଜ୍ଞାନ ଅଛି, ସେଥିପାଇଁ ତାଙ୍କୁ ଜ୍ଞାନର ସାଗର କୁହାଯାଉଛି ତାଙ୍କ ଭିତରେ ଯେଉଁ ଜ୍ଞାନ ଅଛି ସିଏ ଏହି ଶରୀର ମାଧ୍ୟମରେ ଆମକୁ ଦେଇ ନିଜ ସମାନ କରୁଛନ୍ତି । ଯେପରି ଶିକ୍ଷକ ବିଦ୍ୟାର୍ଥୀମାନଙ୍କୁ ନିଜ ଭଳି କରିଥାନ୍ତି ତେବେ ଅବିନାଶୀ ପିତା ମଧ୍ୟ ବହୁତ ଚେଷ୍ଟା କରି ନିଜ ସଦୃଶ କରୁଛନ୍ତି । କିନ୍ତୁ ଲୌକିକ ପିତା ତ ନିଜ ସଦୃଶ କରୁନାହାଁନ୍ତି । ତୁମେ ବର୍ତ୍ତମାନ ଅବିନାଶୀ ପିତାଙ୍କ ପାଖକୁ ଆସିଛ, ସିଏ ଜାଣିଛନ୍ତି ଯେ, ମୋତେ ପିଲାମାନଙ୍କୁ ନିଜ ସମାନ କରିବାକୁ ହେବ । ଯେପରି ଶିକ୍ଷକମାନେ ନିଜ ସମାନ କରିଥାନ୍ତି କିନ୍ତୁ ସେମାନେ ମଧ୍ୟ ନିଶ୍ଚିତ କ୍ରମାନୁସାରେ ହେଉଥିବେ ନା । ତେବେ ଶିବବାବା ମଧ୍ୟ ସେହିପରି କହୁଛନ୍ତି, ପିଲାମାନେ କ୍ରମାନୁସାରେ ହିଁ ହେବେ । ମୁଁ ଯାହା ପାଠ ପଢ଼ାଉଛି ତାହା ହେଉଛି ଅବିନାଶୀ ପାଠପଢ଼ା, ତେଣୁ ଯିଏ ଯେତେ ପଢ଼ିବ ତାହା କେବେ ବ୍ୟର୍ଥ ଯିବନାହିଁ । ସମୟ ଆସିବ ସେମାନେ ନିଜେ କହିବେ ମୁଁ ୪ ବର୍ଷ ପୂର୍ବରୁ, ୮ ବର୍ଷ ପୂର୍ବରୁ କାହାଠାରୁ ଏହି ଜ୍ଞାନ ଶୁଣିଥିଲି, ବର୍ତ୍ତମାନ ପୁଣି ଆସିଛି । କେହି କେହି ତ ସମ୍ପୂର୍ଣ୍ଣ ଆକର୍ଷିତ ହୋଇ ଯାଆନ୍ତି । ବାବା ମହାଜ୍ୟୋତି ତେଣୁ ଏହିଭଳି ମଧ୍ୟ ଅନେକ ସମର୍ପିତ ହୋଇଯାଇଥାନ୍ତି, ଆଉ କେହି ପୁଣି ନିଶ୍ଚୟ ନଥିବା କାରଣରୁ ଘୂରି ଘୂରି ଚାଲିଯାଇଥାନ୍ତି । ଆରମ୍ଭରେ ବାବାଙ୍କ ପାଖରେ ବହୁତ ସନ୍ତାନ ସମର୍ପିତ ହୋଇଯାଇଥିଲେ । ଡ୍ରାମାର ଯୋଜନା ଅନୁସାରେ ଭଟ୍ଟୀ ହେବାର ଥିଲା । ତେବେ କଳ୍ପ କଳ୍ପ ଏହିପରି ହୋଇଆସିଛି । ଯାହା କିଛି ଅତିକ୍ରାନ୍ତ ହୋଇଗଲା, କଳ୍ପ ପୂର୍ବରୁ ମଧ୍ୟ ଏହିପରି ହୋଇଥିଲା । ଆଗକୁ ମଧ୍ୟ ହେବ । ବାକି ଏହି ନିଶ୍ଚୟ ପକ୍କା କର ଯେ ଆମେ ଆତ୍ମା ଅଟୁ । ବାବା ଆମକୁ ପାଠ ପଢ଼ାଉଛନ୍ତି । ଏହି ନିଶ୍ଚୟକୁ ପକ୍କା ରଖ କେବେ ବି ଭୁଲିଯାଅ ନାହିଁ । ଏଭଳି କୌଣସି ମନୁଷ୍ୟ ନଥିବେ ଯିଏକି ବାପାଙ୍କୁ ବାପା ବୋଲି ଭାବୁନଥିବେ, ଯଦିଓ ଛାଡି ପଳାଉଛନ୍ତି କିନ୍ତୁ ଭାବିବେ ଯେ ମୁଁ ବାପାଙ୍କ ହାତ ଛାଡିଦେଇଛି । ତେବେ ଇଏ ତ ହେଉଛନ୍ତି ଅବିନାଶୀ ପିତା, ଏହାଙ୍କୁ ତ ଆମେ କେବେ ବି ଛାଡି ପାରିବୁ ନାହିଁ, ଅନ୍ତିମ ସମୟ ପର୍ଯ୍ୟନ୍ତ ସାଥିରେ ରହିବୁ । ଏହି ବାବା ତ ସମସ୍ତଙ୍କର ସଦଗତିଦାତା ଅଟନ୍ତି, ଯିଏକି ୫ ହଜାର ବର୍ଷ ପରେ ଆସିଛନ୍ତି । ଏକଥା ମଧ୍ୟ ତୁମେ ଜାଣିଛ, ସତ୍ୟଯୁଗରେ ବହୁତ କମ୍ ମନୁଷ୍ୟ ରହିବେ, ବାକି ସମସ୍ତେ ଶାନ୍ତିଧାମକୁ ଚାଲିଯିବେ, ଏହି ଜ୍ଞାନ ମଧ୍ୟ ବାବା ହିଁ ଶୁଣାଉଛନ୍ତି ଅନ୍ୟ କେହି ବି ଏହି ଜ୍ଞାନ ଶୁଣାଇପାରିବେ ନାହିଁ, ଏକଥା କାହାରି ବୁଦ୍ଧିରେ ରହିବ ନାହିଁ । ସିଏ ହେଉଛନ୍ତି ତୁମ ଆତ୍ମାମାନଙ୍କର ପିତା, ଯିଏକି ଚୈତନ୍ୟ ବୀଜରୂପ ଅଟନ୍ତି । ତେବେ ଇଏ କେଉଁ ଜ୍ଞାନ ଦେବେ ? ସୃଷ୍ଟି ରୂପୀ ବୃକ୍ଷର ଜ୍ଞାନ ଦେବେ । ରଚୟିତା ନିଶ୍ଚିତ ଭାବରେ ରଚନାର ଜ୍ଞାନ ହିଁ ଦେବେ ନା । ତୁମେ କଣ ଜାଣିଥିଲ ଯେ ସତ୍ୟଯୁଗ କେବେ ଥିଲା ପୁଣି କେଉଁଆଡେ ଗଲା ।

ଏବେ ତୁମେ ସମ୍ମୁଖରେ ବସିଛ, ବାବା ତୁମ ସହିତ କଥାବାର୍ତ୍ତା ହେଉଛନ୍ତି । ତୁମର ପକ୍କା ନିଶ୍ଚୟ ଅଛି ଯେ- ଇଏ ହେଉଛନ୍ତି ଆମ ସମସ୍ତ ଆତ୍ମାମାନଙ୍କର ପିତା, ଯିଏକି ଆମକୁ ରାଜଯୋଗର ପାଠ ପଢ଼ାଉଛନ୍ତି । ଇଏ କୌଣସି ଶରୀରଧାରୀ ଶିକ୍ଷକ ନୁହଁନ୍ତି । ଏହି ଶରୀର ମାଧ୍ୟମରେ ପାଠ ପଢ଼ାଇଲାବାଲା ନିରାକାର ଶିବବାବା ବିରାଜମାନ ଅଛନ୍ତି । ସିଏ ନିରାକାର ହୋଇ ମଧ୍ୟ ଜ୍ଞାନର ସାଗର ଅଟନ୍ତି, ମନୁଷ୍ୟମାନେ ତ କହିଦେଉଛନ୍ତି ତାଙ୍କର କୌଣସି ଆକାର ନାହିଁ । ମହିମା ଗାନ କରୁଛନ୍ତି ସିଏ ଜ୍ଞାନର ସାଗର, ସୁଖର ସାଗର... । କିନ୍ତୁ କିଛି ବି ବୁଝିପାରୁନାହାନ୍ତି । ଡ୍ରାମା ଅନୁସାରେ ଏମାନେ ଏସବୁ କଥାରୁ ଅର୍ଥାତ୍ ସତ୍ୟ ଜ୍ଞାନଠାରୁ ବହୁତ ଦୂରକୁ ଚାଲିଯାଇଛନ୍ତି, ବାବା ବହୁତ ନିକଟକୁ ନେଇଆସୁଛନ୍ତି । ଏହା ତ ୫ ହଜାର ବର୍ଷର କଥା ଅଟେ । ତୁମେ ଜାଣୁଛ ପ୍ରତ୍ୟେକ ୫ ହଜାର ବର୍ଷରେ ଥରେ ବାବା ଆମକୁ ପାଠ ପଢ଼ାଇବା ପାଇଁ ଆସୁଛନ୍ତି ଏହି ଜ୍ଞାନ ଆଉ କାହାଠାରୁ ମିଳିପାରିବ ନାହିଁ । ଏହି ଜ୍ଞାନ ନୂଆ ଦୁନିଆ ପାଇଁ ଉଦ୍ଦିଷ୍ଟ । ଏହି ଜ୍ଞାନ କୌଣସି ମନୁଷ୍ୟ ଦେଇପାରିବେ ନାହିଁ କାହିଁକିନା ସମସ୍ତେ ତମୋପ୍ରଧାନ ହୋଇଯାଇଛନ୍ତି । ତେଣୁ ଏମାନେ କାହାକୁ ସତ୍ତୋପ୍ରଧାନ କରିପାରିବେ ନାହିଁ ଏମାନେ ତ ଆହୁରି ତମୋପ୍ରଧାନ ହୋଇଚାଲିଛନ୍ତି ।

ତୁମେ ବର୍ତ୍ତମାନ ଜାଣୁଛ ବାବା ଆମକୁ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି କହୁଛନ୍ତି ପିଲାମାନେ, କୌଣସି ପ୍ରକାରର ଭୁଲ୍ କରନାହିଁ । ବର୍ତ୍ତମାନ ମଧ୍ୟ ତୁମ ପଛରେ ଶତ୍ରୁ ଲାଗିରହିଛି, ଯିଏକି ତୁମକୁ ପତିତ କରିଦେଇଛି । ଇଏ ବର୍ତ୍ତମାନ ତୁମକୁ ଛାଡିବ ନାହିଁ । ଯଦିଓ ତୁମେ ସଙ୍ଗମଯୁଗରେ ଅଛ କିନ୍ତୁ ଅଧାକଳ୍ପ ହେବ ତୁମେ ତାର ହୋଇ ରହିଥିଲ ତେଣୁ ସିଏ ତୁମକୁ ସହଜରେ ଛାଡିବ ନାହିଁ । ଯଦି ତୁମେ ଖବରଦାର ନ ରହିବ, ମୋତେ ମନେ ନପକାଇବ ତେବେ ସିଏ ଆହୁରି ବିକର୍ମ କରାଇଦେବ । ପୁଣି ବି କୌଣସି ନା କୌଣସି କଥାରେ ଚାପୁଡା ମାରୁଥିବ । ଏବେ ଦେଖ ମନୁଷ୍ୟମାନେ ନିଜକୁ ନିଜେ ଚାପୁଡା ମାରି କଣରୁ କଣ କହିଦେଉଛନ୍ତି! ଶିବ-ଶଙ୍କର ଏକ ବୋଲି କହିଦେଉଛନ୍ତି । ତେବେ ଶିବଙ୍କର ଏବଂ ଶଙ୍କରଙ୍କର କର୍ତ୍ତବ୍ୟ କଣ ? ଏଥିରେ କେତେ ଅନ୍ତର ରହିଛି । ଶିବ ତ ସର୍ବୋଚ୍ଚ ଭଗବାନ, ଶଙ୍କର ଦେବତା ଅଟନ୍ତି ପୁଣି ଶିବ-ଶଙ୍କରଙ୍କୁ ଏକ ବୋଲି କିପରି କହିଦେଉଛନ୍ତି! ଉଭୟଙ୍କର ଅଭିନୟ ହିଁ ଅଲଗା ଅଲଗା । ଏଠାରେ ମଧ୍ୟ ଅନେକଙ୍କର ଏଭଳି ନାମ ରହିଛି ରାଧେ କୃଷ୍ଣ, ଲକ୍ଷ୍ମୀ ନାରାୟଣ, ଶିବ ଶଙ୍କର... ଦୁଇଟିଯାକ ନାମ ଏକତ୍ର ରଖିଦେଇଛନ୍ତି । ତେବେ ପିଲାମାନେ ଜାଣିଛନ୍ତି ଏପର୍ଯ୍ୟନ୍ତ ବାବା ଯାହା ସବୁ ବୁଝାଇଛନ୍ତି ତାହା ପୁଣି ପୁନରାବୃତ୍ତି ହେବ । ବାକି ଆଉ ଅଳ୍ପ ଦିନ ବାକି ଅଛି । ତେବେ ବାବା କଣ ଏଠାରେ ସବୁଦିନ ପାଇଁ ବସିଯିବେ କି, ପିଲାମାନେ କ୍ରମାନୁସାରେ ପାଠ ପଢ଼ି ପୁଣି କର୍ମାତୀତ ହୋଇଯିବେ । ଡ୍ରାମା ଅନୁସାରେ ମାଳା ମଧ୍ୟ ତିଆରି ହେବ । କେଉଁ ପ୍ରକାର ମାଳା ? ସବୁ ଆତ୍ମାମାନଙ୍କର ମାଳା ତିଆରି ହୋଇଯିବ ତାପରେ ପୁଣି ଘରକୁ ଚାଲିଯିବେ ପ୍ରଥମ ନମ୍ବର ମାଳା ତ ତୁମର ଅଟେ, ଶିବବାବାଙ୍କର ମାଳା ତ ବହୁତ ଲମ୍ବା । ପୁଣି ପରମଧାମରୁ କ୍ରମାନୁସାରେ ଅଭିନୟ କରିବା ପାଇଁ ଆସିବେ । ତୁମେ ସମସ୍ତେ ବାବା ବାବା ବୋଲି କହୁଛ, ତୁମେ ସବୁ ଗୋଟିଏ ମାଳାର ଦାନା ଅଟ । ତେବେ ସମସ୍ତଙ୍କୁ ତ ବିଷ୍ଣୁଙ୍କ ମାଳାର ଦାନା ବୋଲି କୁହାଯିବ ନାହିଁ, ଏବେ ବାବା ଆସି ରାଜଯୋଗର ପାଠ ପଢାଉଛନ୍ତି । ତୁମକୁ ସୂର୍ଯ୍ୟବଂଶୀ ହେବାକୁ ହିଁ ପଡିବ । ସୂର୍ଯ୍ୟବଂଶ-ଚନ୍ଦ୍ରବଂଶ ଯାହା ଅତିକ୍ରାନ୍ତ ହୋଇଯାଇଛି ତାହା ପୁଣିଥରେ ହେବ । ତେବେ ପାଠପଢ଼ା ଅନୁସାରେ ହିଁ ସେଠାରେ ପଦ ମିଳିପାରିବ । ବାବାଙ୍କର ପାଠ ବିନା ଏହି ପଦ ମିଳିପାରିବ ନାହିଁ । ଏହାର ଚିତ୍ର ମଧ୍ୟ ମନ୍ଦିର ମାନଙ୍କରେ ଅଛି, କିନ୍ତୁ କେହି ବି ଏଭଳି କାର୍ଯ୍ୟକଳାପ ଦେଖାଉନାହାନ୍ତି ଯେ ଆମେ ଏହିଭଳି ହେବୁ । ସତ୍ୟନାରାୟଣଙ୍କର କଥା ମଧ୍ୟ ଶୁଣୁଛନ୍ତି । ଗରୁଡ ପୁରାଣରେ ଏଭଳି ସବୁ କଥା ରହିଛି ଯାହାକି ମନୁଷ୍ୟମାନଙ୍କୁ ଶୁଣାଉଛନ୍ତି । ବାବା କହୁଛନ୍ତି ଏହା ହେଉଛି ବିଷୟ ବୈତରଣୀ ନଦୀ ଘୋର ନର୍କ, ବିଶେଷ କରି ଭାରତକୁ ହିଁ ଏହିପରି କୁହାଯାଉଛି, ଭାରତବାସୀଙ୍କ ଉପରେ ହିଁ ବୃହସ୍ପତିର ଦଶା ପଡୁଛି । ବୃକ୍ଷପତି ବାବା ମଧ୍ୟ ଭାରତବାସୀଙ୍କୁ ହିଁ ପାଠ ପଢ଼ାଉଛନ୍ତି । ଅବିନାଶୀ ବାବା ଆସି ଆମକୁ ଅବିନାଶୀ କଥା ଶୁଣାଉଛନ୍ତି । ବିଭିନ୍ନ ପ୍ରକାର ଦଶା ପଡିଥାଏ ନା, ରାହୁର ଦଶା ମଧ୍ୟ ରହିଛି ସେଥିପାଇଁ କହିଥାନ୍ତି ଦାନ ଦେଲେ ଗ୍ରହଣ ଛାଡିଯିବ । ବାବା ମଧ୍ୟ କହୁଛନ୍ତି ଏହି କଳିଯୁଗର ଅନ୍ତିମ ସମୟରେ ରାହୁର ଦଶା ସମସ୍ତଙ୍କ ଉପରେ ପଡିଛି, ଏବେ ମୁଁ ବୃକ୍ଷପତି ଆସିଛି ଭାରତ ଉପରେ ପୁନର୍ବାର ବୃହସ୍ପତିର ଦଶା ଚଳାଇବା ପାଇଁ । ସତ୍ୟଯୁଗରେ ଭାରତ ଉପରେ ବୃହସ୍ପତିର ଦଶା ଥିଲା, ଏବେ ରାହୁର ଦଶା ପଡିଛି । ଏସବୁ ହେଲା ଅବିନାଶୀ କଥା, ଏହା କୌଣସି ଶାସ୍ତ୍ରରେ ନାହିଁ । ଏହି ପତ୍ରିକାକୁ ମଧ୍ୟ ସେହିମାନେ ବୁଝିପାରିବେ ଯେଉଁମାନେ ପୂର୍ବରୁ କିଛି ନା କିଛି ବୁଝିଥିବେ । ତେଣୁ ପତ୍ରିକା ପଢ଼ିବା ଦ୍ୱାରା ସେମାନେ ଅଧିକ ବୁଝିବା ପାଇଁ ଆସିବେ । ବାକି ଅନ୍ୟମାନେ ତ କିଛି ବି ବୁଝିପାରିବେ ନାହିଁ, ଯିଏ ଟିକିଏ ପଢ଼ି ପୁଣି ଜ୍ଞାନ ଛାଡିଦେଉଛନ୍ତି ତେବେ ତାଙ୍କୁ ସାମାନ୍ୟ ଜ୍ଞାନ ରୂପକ ଘୃତ ଦେବା ଦ୍ୱାରା ସେମାନେ ପୁଣି ସଜାଗ ହୋଇଯିବେ । ଜ୍ଞାନକୁ ଘୃତ ମଧ୍ୟ କୁହାଯାଇଥାଏ । ତେଣୁ ଲିଭିଯାଇଥିବା ଆତ୍ମା ରୂପୀ ଦୀପରେ ବାବା ଆସି ଜ୍ଞାନରୂପୀ ଘୃତ ଢାଳୁଛନ୍ତି । ବାବା କହୁଛନ୍ତି ସନ୍ତାନମାନେ ମାୟାର ତୋଫାନ ତ ଆସିବ ଦୀପକୁ ମଧ୍ୟ ଲିଭାଇଦେବ । କେହି କେହି ପତଙ୍ଗ ମହାଜ୍ୟୋତିରେ ଜଳି ମରିଯାନ୍ତି, ଆଉ କେହି ପୁଣି ଆସି ଚାଲିଯାଇଥାନ୍ତି । ସେହି କଥା ହିଁ ବର୍ତ୍ତମାନ ବାସ୍ତବରେ ଚାଲିଛି । ଏଠାରେ ସମସ୍ତ ପତଙ୍ଗ କ୍ରମାନୁସାରେ ରହିଛନ୍ତି । ପ୍ରଥମେ ପ୍ରଥମେ ଏକଦମ୍ ଘରଦ୍ୱାର ଛାଡି ଆସି ପତଙ୍ଗ ହୋଇଗଲେ, ତେଣୁ ଏମାନଙ୍କୁ ଏକଦମ୍ ଲଟେରୀ ମିଳିଗଲା । ଯାହାକିଛି ଅତିକ୍ରାନ୍ତ ହୋଇଗଲା ତୁମେ ପୁଣି ସେହିଭଳି ହିଁ କରିବ । ଯଦିଓ ଏଠାରୁ ଚାଲିଯାଇଛନ୍ତି, କିନ୍ତୁ ଏପରି ମନେ କର ନାହିଁ ଯେ ଏମାନେ ସ୍ୱର୍ଗରେ ଆସିବେ ନାହିଁ, ଏମାନେ ପତଙ୍ଗ ହୋଇଥିଲେ, ବାବାଙ୍କର ପ୍ରିୟତମା ହୋଇଥିଲେ ମାୟା ପୁଣି ହରାଇଦେଲା, ତେଣୁ ଏମାନେ କମ୍ ପଦ ପାଇବେ । ସମସ୍ତେ କ୍ରମାନୁସାରେ ତ ନିଶ୍ଚିତ ରହିବେ । ଅନ୍ୟ କୌଣସି ସତସଙ୍ଗରେ ଏକଥା କାହାରି ବୁଦ୍ଧିରେ ନଥିବ, ଯାହାକି ତୁମ ବୁଦ୍ଧିରେ ଅଛି । ବାବାଙ୍କ ଠାରେ ନୂଆ ଦୁନିଆ ପାଇଁ ଆମେ ସମସ୍ତେ ପୁରୁଷାର୍ଥର କ୍ରମାନୁସାରେ ପାଠ ପଢ଼ୁଛୁ । ଆମେ ଅବିନାଶୀ ବାବାଙ୍କର ସମ୍ମୁଖରେ ବସିଛୁ ଏକଥା ମଧ୍ୟ ତୁମେ ଜାଣିଛ, ଆତ୍ମା ଦେଖାଯାଏ ନାହିଁ । ଆତ୍ମା ତ ଅବ୍ୟକ୍ତ ଅଟେ ଏହାକୁ ଦିବ୍ୟଦୃଷ୍ଟି ଦ୍ୱାରା ହିଁ ଦେଖାଯାଇଥାଏ । ଆମେ ଆତ୍ମା ମଧ୍ୟ ଛୋଟ ବିନ୍ଦୁ ସମାନ ଅଟୁ, କିନ୍ତୁ ଦେହ-ଅଭିମାନ ଛାଡି ନିଜକୁ ଆତ୍ମା ଭାବିବା ଏହା ହେଲା ସବୁଠାରୁ ଉଚ୍ଚ ପାଠପଢ଼ା । ବିନାଶୀ ପାଠରେ ମଧ୍ୟ ଯେଉଁ ବିଷୟବସ୍ତୁଟି କଷ୍ଟସାଧ୍ୟ ହୋଇଥାଏ, ସେହିଥିରେ ହିଁ ଫେଲ୍ ହୋଇଯାଆନ୍ତି, କିନ୍ତୁ ଏହି ବିଷୟବସ୍ତୁଟି ବହୁତ ସହଜ, କିନ୍ତୁ ଅନେକଙ୍କୁ ଏହା କଷ୍ଟକର ଅନୁଭବ ହେଉଛି ।

ଏବେ ତୁମେ ଜାଣୁଛ ଶିବବାବା ସମ୍ମୁଖରେ ବସିଛନ୍ତି । ତୁମେ ମଧ୍ୟ ନିରାକାର ଆତ୍ମା ଅଟ କିନ୍ତୁ ତୁମେ ଶରୀର ସହିତ ବସିଛ, ଏହି ସବୁ କଥା ଅବିନାଶୀ ବାବା ହିଁ ଶୁଣାଉଛନ୍ତି, ଆଉ କେହି ବି ଏକଥା ଶୁଣାଇପାରିବେ ନାହିଁ । ତେବେ ତୁମେ କଣ କରିବ ? ତାଙ୍କୁ ଧନ୍ୟବାଦ ଦେବ ନା । ବାବା କହୁଛନ୍ତି ଏହା ଅବିନାଶୀ ଡ୍ରାମା ରଚନା ହୋଇଛି, ମୁଁ କୌଣସି ନୂଆ କଥା କହୁନାହିଁ । ମୁଁ ଡ୍ରାମା ଅନୁସାରେ ତୁମକୁ ପାଠ ପଢ଼ାଉଛି, ଧନ୍ୟବାଦ ତ ଭକ୍ତିମାର୍ଗରେ ଦେଇଥାନ୍ତି । ଶିକ୍ଷକ କହନ୍ତି ଛାତ୍ର ଭଲ ପାଠ ପଢ଼ିଲେ ଆମର ନାମ ବିଖ୍ୟାତ ହେବ, ସେଥିପାଇଁ ଛାତ୍ରକୁ ଧନ୍ୟବାଦ ଦିଆଯାଇଥାଏ । ଯେଉଁମାନେ ଭଲ ଭାବରେ ପଢ଼ି ପୁଣି ପଢ଼ାଇଥାନ୍ତି ତାଙ୍କୁ ଧନ୍ୟବାଦ ଦିଆଯାଇଥାଏ । ଛାତ୍ର ପୁଣି ଶିକ୍ଷକଙ୍କୁ ଧନ୍ୟବାଦ ଦେଇଥାନ୍ତି । ବାବା କହୁଛନ୍ତି ମିଠା ସନ୍ତାନମାନେ, ମୁଁ ତୁମକୁ ଆଶୀର୍ବାଦ କରୁଛି, ତୁମେ ଏହିଭଳି ସେବା କରିଚାଲ, କଳ୍ପ ପୂର୍ବରୁ ମଧ୍ୟ ତୁମେ ଏହିଭଳି ସେବା କରିଥିଲ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
 

ଧାରଣା ପାଇଁ ମୁଖ୍ୟ ସାର :
(୧) ସଦା ସର୍ବଦା ତୁମଭିତରେ ଏହି ନିଶା ଏବଂ ନିଶ୍ଚୟ ରହୁ ଯେ ଆମକୁ କେହି ଦେହଧାରୀ ଶିକ୍ଷକ ପାଠ ପଢ଼ାଉନାହାନ୍ତି । ସ୍ୱୟଂ ଜ୍ଞାନର ସାଗର ନିରାକାର ବାବା ଶିକ୍ଷକ ହୋଇ ଆମକୁ ପାଠ ପଢ଼ାଉଛନ୍ତି । ଏହି ପାଠପଢ଼ା ଦ୍ୱାରା ହିଁ ଆମକୁ ସତ୍ତୋପ୍ରଧାନ ହେବାକୁ ପଡିବ ।

(୨) ଆତ୍ମା ରୂପୀ ଦୀପରେ ପ୍ରତ୍ୟହ ଜ୍ଞାନର ଘୃତ ଢ଼ାଳିବାକୁ ହେବ । ଜ୍ଞାନଘୃତ ଦ୍ୱାରା ସର୍ବଦା ଏଭଳି ପ୍ରଜ୍ୱଳିତ ହୋଇ ରହିବା ଉଚିତ୍ ଯାହାକି ମାୟାର କୌଣସି ପ୍ରକାର ତୋଫାନ ହଲଚଲ କରିପାରିବ ନାହିଁ । ପୂରା ପୂରା ପତଙ୍ଗ ହୋଇ ପରମାତ୍ମ ଜ୍ୟୋତି ଉପରେ ସ୍ୱାହା ହେବାକୁ ପଡିବ ।


ବରଦାନ:-
ମନ ଏବଂ ବୁଦ୍ଧିକୁ ଅନେକ ପ୍ରକାରର ଜଞ୍ଜାଳରୁ ଦୂରେଇ ଦେଇ ମିଳନ ମେଳାର ଅନୁଭୂତି କରୁଥିବା ଜଞ୍ଜାଳମୁକ୍ତ ହୁଅ ।

କେହି କେହି ପିଲା ଭାବୁଛନ୍ତି ଏହିସବୁ ଜଞ୍ଜାଳଗୁଡିକ ସମାପ୍ତ ହୋଇଗଲେ ଆମର ଅବସ୍ଥା ବା ସେବା ଭଲ ହୋଇଯିବ । କିନ୍ତୁ ଜଞ୍ଜାଳଗୁଡିକ ତ ପାହାଡ ସଦୃଶ ଅଟନ୍ତି । ତେଣୁ ପାହାଡ କେବେ ହଟିବ ନାହିଁ, କିନ୍ତୁ ଯେଉଁଠି ଜଞ୍ଜାଳ ଥିବ ସେଠାରୁ ନିଜର ମନ ବୁଦ୍ଧିକୁ ଦୂରେଇ ଦିଅ କିମ୍ବା ଉଡିବାର ସ୍ଥିତି ଆଧାରରେ ଜଞ୍ଜାଳ ରୂପୀ ପାହାଡରୁ ମଧ୍ୟ ଉପରକୁ ଚାଲିଯାଅ ତେବେ ପାହାଡ ମଧ୍ୟ ତୁମକୁ ସହଜ ଅନୁଭବ ହେବ । ଜଞ୍ଜାଳର ଦୁନିଆରେ ଜଞ୍ଜାଳ ତ ନିଶ୍ଚିତ ଆସିବ, କିନ୍ତୁ ତୁମେ ଯଦି ସେଥିରୁ ମୁକ୍ତ ରହିବ ତେବେ ମିଳନ ମେଳାର ଅନୁଭୂତି କରିପାରିବ ।

ସ୍ଲୋଗାନ:-
ଏହି ବିଶାଳ ନାଟକରେ ହୀରୋ ପାର୍ଟ କରୁଥିବା ଆତ୍ମା ହିଁ ହୀରୋ ପାର୍ଟଧାରୀ ଅଟନ୍ତି ।