10.05.22 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ବାବା
ତୁମକୁ ଶ୍ରେଷ୍ଠ ମତ ଦେଇ ସଦାକାଳ ପାଇଁ ସୁଖୀ ଓ ଶାନ୍ତ କରିବା ପାଇଁ ଆସିଛନ୍ତି, ତେଣୁ ତାଙ୍କ ମତ
ଅନୁସାରେ ଚାଲ, ଏହି ପାଠ ନିଜେ ପଢ ଏବଂ ଅନ୍ୟମାନଙ୍କୁ ମଧ୍ୟ ପଢାଅ ତେବେ ସଦାକାଳ ପାଇଁ ସୁସ୍ଥ ଏବଂ
ସମ୍ପତ୍ତିବାନ ହୋଇଯିବ ।”
ପ୍ରଶ୍ନ:-
କେଉଁ ପ୍ରକାରର
ସୁଯୋଗ ସାରା କଳ୍ପ ମଧ୍ୟରେ କେବଳ ଏହି ସମୟରେ ହିଁ ମିଳିଥାଏ ଯାହାକୁ ହରାଇବା ଉଚିତ୍ ନୁହେଁ?
ଉତ୍ତର:-
ଏହି ଈଶ୍ୱରୀୟ ସେବା କରିବାର ସୁଯୋଗ, ମନୁଷ୍ୟମାନଙ୍କୁ ଦେବତା କରିବାର ସୁଯୋଗ, କେବଳ ବର୍ତ୍ତମାନ
ହିଁ ମିଳିଥାଏ । ଏହି ସୁଯୋଗକୁ ହରାଇବା ଉଚିତ୍ ନୁହେଁ । ଈଶ୍ୱରୀୟ ସେବାରେ ଲାଗିଯିବା ଉଚିତ୍ ।
ଯୋଗ୍ୟ ସେବାଧାରୀ ହେବା ଉଚିତ୍ । ବିଶେଷ କରି କୁମାରୀମାନଙ୍କୁ ଈଶ୍ୱରୀୟ ଗଭର୍ଣ୍ଣମେଣ୍ଟର ସେବା
କରିବାକୁ ହେବ । ମମ୍ମାଙ୍କୁ ପୂରା-ପୂରା ଅନୁକରଣ କରିବାକୁ ହେବ । ଯଦି କୁମାରୀମାନେ ବାବାଙ୍କର
ହୋଇ କେବଳ ଲୌକିକ ସେବା କରିଚାଲିବେ, କଣ୍ଟାକୁ ଫୁଲ କରିବାର ସେବା କରିବେ ନାହିଁ ତେବେ ଏହା ମଧ୍ୟ
ଯେପରି ବାବାଙ୍କ ପ୍ରତି ଅସମ୍ମାନ ଅଟେ ।
ଗୀତ:-
ଜାଗ ସଜନିଆଁ
ଜାଗ...
ଓମ୍ ଶାନ୍ତି ।
ସଜନୀମାନଙ୍କୁ
କିଏ ବୁଝାଉଛନ୍ତି? କହୁଛନ୍ତି - ସାଜନ ସଜନୀମାନଙ୍କ ପାଇଁ ଆସିଛନ୍ତି । କେତେ ସଜନୀ ଅଛନ୍ତି? ଜଣେ
ସାଜନଙ୍କର ଏତେ ଜଣ ସଜନୀ... କେତେ ଆଶ୍ଚର୍ଯ୍ୟର କଥା ନା! ଲୋକମାନେ ତ କହୁଛନ୍ତି, କୃଷ୍ଣଙ୍କର
୧୬୧୦୮ ସଜନୀ ଥିଲେ । କିନ୍ତୁ ନା । ଶିବବାବା କହୁଛନ୍ତି ମୋର ତ କୋଟି-କୋଟି ସଜନୀ ଅଛନ୍ତି । ସବୁ
ସଜନୀମାନଙ୍କୁ ମୁଁ ନିଜ ସାଥିରେ ଶାନ୍ତିଧାମକୁ ନେଇଯିବି । ସଜନୀମାନେ ମଧ୍ୟ ଜାଣିଛନ୍ତି ଯେ, ଆମକୁ
ପୁଣି ଥରେ ବାବା ନେଇଯିବା ପାଇଁ ଆସିଛନ୍ତି । ଜୀବ ଆତ୍ମାମାନେ ମୋର ସଜନୀ ଅଟନ୍ତି । ଏକଥା
ଜାଣିଛନ୍ତି ଯେ, ସାଜନ ଆମମାନଙ୍କୁ ଶ୍ରୀମତ ଦେଇ ସୁସଜ୍ଜିତ କରାଇବା ପାଇଁ ଆସିଛନ୍ତି । ତେଣୁ
ସମସ୍ତଙ୍କୁ ତ ଶ୍ରୀମତ ଦେଉଛନ୍ତି । ପୁରୁଷ ସ୍ତ୍ରୀକୁ, ବାପା ନିଜର ପିଲାମାନଙ୍କୁ ଏବଂ ସାଧୁ
ନିଜର ଶିଷ୍ୟମାନଙ୍କୁ ମତ ଦେଇଥା’ନ୍ତି, କିନ୍ତୁ ଏହାଙ୍କର ମତ ତ ସବୁଠାରୁ ଅଲଗା, ସେଥିପାଇଁ ଏହାକୁ
ଶ୍ରୀମତ ବୋଲି କୁହାଯାଉଛି, ଆଉ ସବୁ ହେଉଛି ମନୁଷ୍ୟ ମତ । ସେମାନେ ସମସ୍ତେ ନିଜର ଶରୀର ନିର୍ବାହ
କରିବା ପାଇଁ ମତ ଦେଉଛନ୍ତି । ସାଧୁ-ସନ୍ଥ ଆଦି ସମସ୍ତଙ୍କୁ କେବଳ ଶରୀର ନିର୍ବାହର ଲଗନ ଲାଗି
ରହିଛି । ସମସ୍ତେ ପରସ୍ପରକୁ ଧନବାନ୍ କରିବାର ମତ ଦେଉଛନ୍ତି । ସାଧୁ ଏବଂ ଗୁରୁମାନଙ୍କର ମତ
ସବୁଠାରୁ ଭଲ ମତ ବୋଲି ମାନିଥା’ନ୍ତି । କିନ୍ତୁ ସେମାନେ ମଧ୍ୟ ନିଜର ପେଟ ପାଇଁ କେତେ ଧନ ଏକତ୍ର
କରୁଛନ୍ତି । ମୋର ତ ନିଜର ଶରୀର ନାହିଁ । ମୁଁ ନିଜର ପେଟ ପାଇଁ କିଛି ହେଲେ କରୁନାହିଁ । ତୁମେ
ମଧ୍ୟ ନିଜର ପେଟ ପାଇଁ ସବୁ କିଛି କରୁଛ । ଆମେ ମହାରାଜା ମହାରାଣୀ ହେବୁ । ତେଣୁ ପେଟ ପାଇଁ ହିଁ
ସମସ୍ତଙ୍କର ଲଗନ ଲାଗି ରହିଛି । ପୁଣି କେହି, ଜ୍ୱରରେ ରୋଟି ଖାଉଛନ୍ତି ତ ଆଉ କେହି ଅଶୋକ ହୋଟେଲରେ
ଖାଉଛନ୍ତି । ସାଧୁମାନେ ଧନ ଏକତ୍ର କରି ବଡ-ବଡ ମନ୍ଦିର ଆଦି ତିଆରି କରୁଛନ୍ତି । ଶିବବାବା ଶରୀର
ନିର୍ବାହ ଅର୍ଥେ ତ କିଛି ବି କରୁନାହାଁନ୍ତି । ସର୍ବଦା ସୁଖୀ କରିବା ପାଇଁ ତୁମକୁ ସବୁ କିଛି
ଦେଉଛନ୍ତି । ଯାହା ଦ୍ୱାରା ତୁମେମାନେ ସଦା ସୁସ୍ଥ, ସମ୍ପତ୍ତିବାନ୍ ହୋଇପାରିବ । ମୁଁ ତ ସର୍ବଦା
ସୁସ୍ଥ ହେବା ପାଇଁ ପୁରୁଷାର୍ଥ କରୁନାହିଁ । କାହିଁକି ନା ମୁଁ ଅଶରୀରୀ । ମୁଁ ଆସୁଛି ହିଁ
ତୁମମାନଙ୍କୁ ସର୍ବଦା ସୁଖୀ କରିବା ପାଇଁ । ଶିବବାବା ତ ନିରାକାର । ବାକି ସମସ୍ତଙ୍କର ପେଟ ପାଇଁ
ଚିନ୍ତା ଲାଗି ରହିଥାଏ । ଦ୍ୱାପରରେ ବଡ-ବଡ ସନ୍ନ୍ୟାସୀ, ତତ୍ତ୍ୱଜ୍ଞାନୀ, ବ୍ରହ୍ମଜ୍ଞାନୀ ଥିଲେ ।
ସେମାନେ ତପସ୍ୟା କରୁଥିଲେ ତେଣୁ ଘରେ ବସି ସେମାନଙ୍କୁ ସବୁ କିଛି ମିଳିଯାଉଥିଲା । ପେଟ ତ
ସମସ୍ତଙ୍କର ଅଛି, ତେଣୁ ସମସ୍ତଙ୍କର ଖାଦ୍ୟ ଦରକାର କିନ୍ତୁ ସେମାନେ ସବୁବେଳେ ତପସ୍ୟା କରୁଥା’ନ୍ତି
ସେଥିପାଇଁ ସେମାନଙ୍କୁ ଧକ୍କା ଖାଇବାକୁ ପଡିନଥାଏ । ଏବେ ବାବା ତୁମମାନଙ୍କୁ ଉପାୟ ବତାଉଛନ୍ତି ଯେ
ତୁମେ ସର୍ବଦା କିପରି ସୁଖରେ ରହିପାରିବ । ବାବା ନିଜର ମତ ଦେଇ ତୁମକୁ ବିଶ୍ୱର ମାଲିକ କରୁଛନ୍ତି
। ତୁମେମାନେ ଚିରଞ୍ଜୀବୀ ରୁହ, ଅମର ରୁହ । ସବୁଠାରୁ ଭଲ ମତ ହେଲା ବାବାଙ୍କର । ମନୁଷ୍ୟମାନେ ତ
ବହୁତ ମତ ଦେଉଛନ୍ତି । କେହି-କେହି ପରୀକ୍ଷାରେ ପାସ୍ କରି ବାରିଷ୍ଟର ହୋଇଯାଉଛନ୍ତି କିନ୍ତୁ ସେ
ସବୁ ଅଳ୍ପକାଳ ପାଇଁ । ସେମାନେ ନିଜର ଏବଂ ପିଲାଛୁଆଙ୍କର ପେଟ ପାଇଁ ପୁରୁଷାର୍ଥ କରୁଛନ୍ତି ।
ଏବେ ବାବା ତୁମ୍ଭମାନଙ୍କୁ
ଶ୍ରୀମତ ଦେଉଛନ୍ତି ଏବଂ କହୁଛନ୍ତି ପିଲାମାନେ ଶ୍ରୀମତ ଅନୁସାରେ ଚାଲ । ଏହି ପାଠ ପଢ ଯାହା ଦ୍ୱାରା
ମନୁଷ୍ୟରୁ ଦେବତା ବିଶ୍ୱର ମାଲିକ ହୋଇଯିବ । ସମସ୍ତଙ୍କୁ ବାବାଙ୍କର ପରିଚୟ ଦିଅ । ଯଦି ଯୋଗଯୁକ୍ତ
ହୋଇ ରହିବ ତେବେ ସଦା ସୁସ୍ଥ, ସମ୍ପତ୍ତିବାନ ହୋଇଯିବ । ସିଏ ହେଉଛନ୍ତି ଅବିନାଶୀ ଡାକ୍ତର ।
ତୁମେମାନେ ମଧ୍ୟ ଆତ୍ମିକ ଡାକ୍ତର ଅଟ, ଏଥିରେ କୌଣସି ଅସୁବିଧା ନାହିଁ । କେବଳ ମୁଖ ଦ୍ୱାରା
ଆତ୍ମାମାନଙ୍କୁ ଶ୍ରୀମତ ଦିଅ । ତୁମମାନଙ୍କୁ ହିଁ ଏହି ସର୍ବୋତ୍ତମ ସେବା କରିବାକୁ ହେବ । ଏପରି
ମତ ତୁମକୁ କେହି ଦେଇପାରିବେ ନାହିଁ । ଏବେ ଆମେ ବାବାଙ୍କର ସନ୍ତାନ ହୋଇଛୁ ତେଣୁ ବାବାଙ୍କର ଧନ୍ଦା
କରିବୁ ନା ଶାରୀରିକ ଧନ୍ଦା କରିବୁ । ବାବାଙ୍କ ପାଖରୁ ଆମେ ଅବିନାଶୀ ଜ୍ଞାନରତ୍ନର ଝୁଲାମୁଣି
ଭରପୂର କରୁଛୁ । ସମସ୍ତେ ଶିବଙ୍କର ଆଗରେ କହୁଥିଲେ ଯେ, ଆମର ଝୁଲା ଭରିଦିଅ । କିନ୍ତୁ ସେମାନେ
ଭାବୁଛନ୍ତି ଯେ ୧୦-୨୦ ହଜାର ମିଳିଯିବ । ଯଦି ମିଳିଗଲା ବାସ୍ ତାଙ୍କ ପାଖରେ ସର୍ମପଣ ହୋଇଯିବେ,
ତାଙ୍କର ବହୁତ ଖାତିରି କରିବେ । ଏ ସବୁ ହେଉଛି ଭକ୍ତିମାର୍ଗ । ଏବେ ସମସ୍ତଙ୍କୁ ବାବାଙ୍କର ପରିଚୟ
ଦିଅ ଏବଂ ବେହଦର ଇତିହାସ-ଭୂଗୋଳର କଥା ଶୁଣାଅ । ଏକଥା ବହୁତ ସହଜ । ହଦର ଇତିହାସ-ଭୂଗୋଳରେ ତ
ବହୁତ କଥା ରହିଛି । ଏହା ବେହଦର ଇତିହାସ-ଭୂଗୋଳ । ବେହଦର ବାବା କେଉଁଠାରେ ରହୁଛନ୍ତି, କିପରି
ଆସୁଛନ୍ତି! ଆମ ଆତ୍ମାମାନଙ୍କ ପାଖରେ କିପରି ୮୪ ଜନ୍ମର ପାର୍ଟ ଭରି ହୋଇ ରହିଛି । ବାସ୍ ଅଧିକ
କିଛି ବୁଝାଅ ନାହିଁ କେବଳ ଅଲଫ ଏବଂ ବେ ବିଷୟରେ ବୁଝାଅ । ଆମେ ଆତ୍ମାମାନେ ବାବାଙ୍କୁ ସ୍ମରଣ କରି
ବିଶ୍ୱର ମାଲିକ ହୋଇଯିବୁ । ତେଣୁ ଏବେ ସମସ୍ତଙ୍କୁ ଏହି ପାଠ ପଢିବାକୁ ଏବଂ ଅନ୍ୟମାନଙ୍କୁ ମଧ୍ୟ
ପଢାଇବାକୁ ହେବ । ଅଲଫ ଅର୍ଥାତ୍ ଆଲ୍ଲା, ବେ ଅର୍ଥାତ୍ ବାଦଶାହୀ । ଏବେ ଚିନ୍ତା କର ଏହି ଧନ୍ଦା
କରିବୁ ନା ଶାରୀରିକ ଧନ୍ଦା କରି ୨-୪ ଶହ ରୋଜଗାର କରିବୁ!
ବାବା କହୁଛନ୍ତି - ଯଦି
କେହି କନ୍ୟା ବୁଦ୍ଧିମାନ ହୋଇଥିବେ ତେବେ ମୁଁ ତାଙ୍କର ମିତ୍ର ସମ୍ବନ୍ଧୀମାନଙ୍କୁ ମଧ୍ୟ ଦେଇପାରିବି
। ଯାହାଦ୍ୱାରା ସେମାନଙ୍କର ମଧ୍ୟ ଶରୀର ନିର୍ବାହ ହୋଇପାରିବ; କିନ୍ତୁ ସେହି କନ୍ୟା ଭଲ ହୋଇଥିବା
ଦରକାର, ଯୋଗ୍ୟ ସେବାଧାରୀ ହୋଇଥିବା ଦରକାର । ଭିତର ବାହାର ସ୍ୱଚ୍ଛ ହୋଇଥିବା ଦରକାର, ତାଙ୍କର କଥା
ବହୁତ ମିଠା ହୋଇଥିବା ଦରକାର । ବାସ୍ତବରେ କୁମାରୀର ରୋଜଗାର ମା’ ବାପା ଖାଇପାରିବେ ନାହିଁ ।
ବାବାଙ୍କର ହୋଇ ପୁଣି ମଧ୍ୟ ସେହି ଲୌକିକ ସେବା ପ୍ରତି ଧ୍ୟାନ ଦେବା - ଏହା ତ ଅସମ୍ମାନ ହୋଇଗଲା ।
ବାବା କହୁଛନ୍ତି - ମନୁଷ୍ୟମାନଙ୍କୁ ସ୍ୱର୍ଗର ମାଲିକ କରାଅ । କିନ୍ତୁ ପିଲାମାନେ ପୁଣି ଲୌକିକ
ସେବାରେ ମୁଣ୍ଡ ପିଟୁଛନ୍ତି! ସ୍କୁଲ ଖୋଲିବା ତ ସରକାରଙ୍କର କାମ । କନ୍ୟାମାନଙ୍କୁ ବୁଦ୍ଧି ଦ୍ୱାରା
କାମ କରିବାକୁ ହେବ । କେଉଁ ସେବା କରିବେ - ଈଶ୍ୱରୀୟ ସରକାରଙ୍କର ଅଥବା ହଦର ସରକାରଙ୍କର? ଯେପରି
ଏହି ବ୍ରହ୍ମାବାବା ହୀରାନୀଳାର ଧନ୍ଦା କରୁଥିଲେ । ଶିବବାବା କହିଲେ ଯେ, ଏହି ଅବିନାଶୀ
ଜ୍ଞାନରତ୍ନର ଧନ୍ଦା କରିବାକୁ ହେବ, ଏହା ଦ୍ୱାରା ତୁମେ ଏହିପରି ହୋଇପାରିବ । ତାଙ୍କୁ ଚତୁର୍ଭୁଜର
ମଧ୍ୟ ସାକ୍ଷାତ୍କାର କରାଇଦେଲେ । ତେଣୁ ଏବେ ସିଏ ବିଶ୍ୱର ରାଜତ୍ୱ ନେବେ ନା ଏହି ଧନ୍ଦା କରିବେ ।
ଏହା ହେଉଛି ସବୁଠାରୁ ଭଲ ଧନ୍ଦା । ଯଦିଓ ତାଙ୍କର ଭଲ ରୋଜଗାର ହେଉଥିଲା; କିନ୍ତୁ ବାବା ଏହାଙ୍କ
ଶରୀରରେ ପ୍ରବେଶ କରି ମତ ଦେଲେ ଯେ ଅଲଫ ଏବଂ ବେ କୁ ମନେ ପକାଅ । ଏହା କେତେ ସହଜ କଥା ।
ଛୋଟପିଲାମାନେ ମଧ୍ୟ ପଢିପାରିବେ । ଶିବବାବା ତ ସମସ୍ତଙ୍କୁ ଜାଣିପାରିବେ । ତେଣୁ ଇଏ ମଧ୍ୟ
ଶିଖିପାରିବେ । ବ୍ରହ୍ମାବାବା ବାହାରକୁ ଜାଣିପାରନ୍ତି, କିନ୍ତୁ ଶିବବାବା ହେଲେ ଅନ୍ତର୍ଯ୍ୟାମୀ ।
ଏହି ବ୍ରହ୍ମାବାବା ମଧ୍ୟ ପ୍ରତ୍ୟେକଙ୍କର ଚେହେରାରୁ, କଥାରୁ, ଚାଲିଚଳଣିରୁ ସବୁ କିଛି
ବୁଝିପାରିଥାନ୍ତି । କନ୍ୟାମାନଙ୍କୁ ଏହି ଈଶ୍ୱରୀୟ ସେବାର ସୁଯୋଗ ଥରେ ମାତ୍ର ମିଳିଥାଏ । ତେଣୁ
ମନରେ ଆସିବା ଦରକାର ଯେ, ଏବେ ଆମେ ମନୁଷ୍ୟକୁ ଦେବତା କରିବୁ ନା କଣ୍ଟାକୁ କଣ୍ଟା କରିବୁ? ତେବେ
ବିଚାର କର କ’ଣ କରିବା ଦରକାର? ନିରାକାର ଭଗବାନୁବାଚ - ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ତୁଟାଇ
ଦିଅ । ନିଜକୁ ଆତ୍ମା ମନେ କରି ବାବାଙ୍କୁ ସ୍ମରଣ କରିଚାଲ । ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ବାବା
ବ୍ରାହ୍ମଣମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି । ବ୍ରାହ୍ମଣମାନେ ମଧ୍ୟ କହୁଛନ୍ତି ଯେ -
ବ୍ରାହ୍ମଣ ଦେବୀ-ଦେବତାୟ ନମଃ, ସେମାନେ ଲୌକିକ ବଂଶାବଳୀ, ତୁମେମାନେ ମୁଖବଂଶାବଳୀ ଅଟ । ବାବାଙ୍କୁ
ନିଶ୍ଚିତ ବ୍ରହ୍ମା ଦରକାର । କୁମାରକା କୁହ, ବାବାଙ୍କର କେତେ ସନ୍ତାନ ଅଛନ୍ତି? କେହି କହୁଛନ୍ତି
୬୦୦ କୋଟି, କେହି କହୁଛନ୍ତି ଏକମାତ୍ର ବ୍ରହ୍ମା... ଯଦିଓ ତୁମେ ତ୍ରିମୂର୍ତ୍ତି ବୋଲି କହୁଛ
କିନ୍ତୁ ତାଙ୍କର କର୍ତ୍ତବ୍ୟ ତ ଅଲଗା ଅଲଗା ନା । ବିଷ୍ଣୁଙ୍କର ନାଭିରୁ ବ୍ରହ୍ମା ବାହାରିଛନ୍ତି ।
ବ୍ରହ୍ମାଙ୍କ ନାଭିରୁ ବିଷ୍ଣୁ, ତେଣୁ ଏକ ହୋଇଗଲେ । ବିଷ୍ଣୁ ୮୪ ଜନ୍ମ ନେଉଛନ୍ତି ଅଥବା ବ୍ରହ୍ମା
- କଥା ତ ଗୋଟିଏ । ବାକି ରହିଲେ ଶଙ୍କର । ଏପରି ତ ନୁହେଁ ଯେ ଶଙ୍କର ହିଁ ଶିବ । ନା, ତାଙ୍କୁ
ତ୍ରିମୂର୍ତ୍ତି ବୋଲି କୁହାଯାଇଥାଏ । କିନ୍ତୁ ସଠିକ୍ ରୂପେ ଦୁଇଜଣ ସନ୍ତାନ ଅଛନ୍ତି । ଏସବୁ
ଜ୍ଞାନର କଥା ।
ତେଣୁ କନ୍ୟାମାନଙ୍କ ପାଇଁ
ଏହି ସେବା କରିବା ଭଲ ନା ମାଟ୍ରିକ୍ ଆଦି ପଢିବା ଭଲ? ସେଠାରେ ତ ଅଳ୍ପକାଳର ସୁଖ ମିଳିବ । ଅଳ୍ପ
ଦରମା ମିଳିବ । ଏଠାରେ ତ ତୁମେ ଭବିଷ୍ୟତ ୨୧ ଜନ୍ମ ପାଇଁ ମାଲାମାଲ ହୋଇପାରିବ । ତେଣୁ କ’ଣ କରିବା
ଦରକାର? କନ୍ୟା ତ ନିର୍ବନ୍ଧନ ଅଟନ୍ତି । ଅଧର କନ୍ୟାଠାରୁ କୁମାରୀ କନ୍ୟା ଅଧିକ ତୀବ୍ର ଭାବରେ
ଆଗକୁ ଯାଇପାରିବେ କାହିଁକି ନା କୁମାରୀ କନ୍ୟା ପବିତ୍ର ଅଟନ୍ତି । ମମ୍ମା ମଧ୍ୟ କୁମାରୀ ଥିଲେ ନା
। ଏଥିରେ ପଇସାର ତ କୌଣସି କଥା ନାହିଁ । ମମ୍ମା କେତେ ତୀବ୍ରବେଗରେ ଆଗକୁ ଗଲେ ତେଣୁ ବିଶେଷ ଭାବରେ
କନ୍ୟାମାନେ ତାଙ୍କୁ ଅନୁକରଣ କରିବା ଦରକାର । ଯେପରି କଣ୍ଟାମାନଙ୍କୁ ଫୁଲ କରିପାରିବ । ତେବେ
ଈଶ୍ୱରୀୟ ପାଠପଢାର ସୁଯୋଗ ନେବ ନା ଲୌକିକ ପାଠପଢାର? କନ୍ୟାମାନଙ୍କର ସେମିନାର କରିବା ଦରକାର ।
ମାତାମାନଙ୍କର ତ ସ୍ୱାମୀଙ୍କ କଥା ମନେପଡିଥାଏ । ସନ୍ନ୍ୟାସୀମାନଙ୍କର ମଧ୍ୟ ବହୁତ ମନେ ପଡିଥାଏ ।
କନ୍ୟାମାନଙ୍କୁ ତ ସିଢି ଚଢିବା ଦରକାର ନାହିଁ । କିନ୍ତୁ ସଙ୍ଗର ରଙ୍ଗ ବହୁତ ଲାଗିଥାଏ । କୌଣସି
ବଡ ଲୋକର ପିଲାକୁ ଦେଖିଲେ ମନ ଲାଗିଗଲା, ତେବେ ବିବାହ ହୋଇଯାଇଥାଏ । ଖେଳ ଶେଷ । ସେଣ୍ଟରରୁ ଶୁଣି
ବାହାରକୁ ଚାଲିଗଲେ ତ ଖେଳ ଶେଷ ହୋଇଯାଇଥାଏ । ଏହା ହେଉଛି ମଧୁବନ । ଏଠାକୁ ଏପରି ବି ବହୁତ
ଆସିଥା’ନ୍ତି, ଯେଉଁମାନେ କହୁଛନ୍ତି ଯେ, ଆମେ ଯାଇ ସେଣ୍ଟର ଖୋଲିବୁ । ପୁଣି ବାହାରକୁ ଯାଇ
ହଜିଯାଉଛନ୍ତି । ଏଠାରେ ଜ୍ଞାନର ଗର୍ଭ ଧାରଣ କରୁଛନ୍ତି, କିନ୍ତୁ ବାହାରକୁ ଗଲେ ନିଶା ଛାଡିଯାଉଛି
। ମାୟା ବହୁତ ବିରୋଧ କରିଥାଏ । ମାୟା ମଧ୍ୟ କହିଥାଏ ଯେ ବାହା! ଇଏ ବାବାଙ୍କୁ ମଧ୍ୟ ଚିହ୍ନିଛନ୍ତି
ତଥାପି ବାବାଙ୍କୁ ମନେ ପକାଉ ନାହାଁନ୍ତି ତେଣୁ ମୁଁ ମଧ୍ୟ ମୁଥ ମାରିବି । ଏପରି କୁହ ନାହିଁ ଯେ
ବାବା ଆପଣ ମାୟାକୁ କୁହନ୍ତୁ ଯେ ଆମକୁ ମୁଥ ନ ମାରୁ । ଏହା ଯୁଦ୍ଧଭୂମି ଅଟେ ନା । ଗୋଟିଏ
ପାର୍ଶ୍ଵରେ ରାବଣର ସେନା, ଅନ୍ୟ ପାର୍ଶ୍ଵରେ ରାମଙ୍କର ସେନା ଅଛନ୍ତି । ତେଣୁ ବାହାଦୁର ହୋଇ
ରାମଙ୍କ ଆଡକୁ ଯିବା ଦରକାର । ଆସୁରୀ ସମ୍ପ୍ରଦାୟଙ୍କୁ ହିଁ ଦୈବୀ ସମ୍ପ୍ରଦାୟ କରିବାର ଧନ୍ଦା
କରିବାକୁ ହେବ । ଶାରୀରିକ ବିଦ୍ୟା ତୁମେ ଯାହାଙ୍କୁ ପଢାଇବ, ଯେତେ ପର୍ଯ୍ୟନ୍ତ ସିଏ ପାଠପଢି ବଡ
ହେବେ ସେତେବେଳକୁ ବିନାଶ ମଧ୍ୟ ସମ୍ମୁଖକୁ ଆସିଯାଇଥିବ । ଏହାର ଲକ୍ଷଣ ମଧ୍ୟ ତୁମେମାନେ ଦେଖୁଛ ।
ବାବା ବୁଝାଉଛନ୍ତି, ଉଭୟ ଖ୍ରୀଷ୍ଟିୟାନ ଭାଇ-ଭାଇ ଯଦି ପରସ୍ପର ମଧ୍ୟରେ ମିଶିଯିବେ ତେବେ ଲଢେଇ
ହୋଇପାରିବ ନାହିଁ । କିନ୍ତୁ ଡ୍ରାମାରେ ଏପରି ନାହିଁ । ସେମାନଙ୍କର ବୁଦ୍ଧିରେ ଏକଥା ଆସିବ ନାହିଁ
। ଏବେ ତୁମେମାନେ ଯୋଗବଳ ଦ୍ୱାରା ରାଜଧାନୀ ସ୍ଥାପନ କରୁଛ । ଏହା ହେଉଛି ଶିବଶକ୍ତି ସେନା ।
ଯେଉଁମାନେ କି ଶିବବାବାଙ୍କଠାରୁ ଭାରତର ପ୍ରାଚୀନ ଜ୍ଞାନ ଏବଂ ଯୋଗ ଶିଖି ଭାରତକୁ ହୀରାତୁଲ୍ୟ
କରୁଛନ୍ତି । ବାବା କଳ୍ପ ପରେ ହିଁ ଆସି ପତିତମାନଙ୍କୁ ପବିତ୍ର କରୁଛନ୍ତି । ତୁମେମାନେ ସମସ୍ତେ
ଏବେ ରାବଣର ଜେଲ୍ରେ ଅଛ । ଶୋକ ବାଟିକାରେ ଅଛ, ସମସ୍ତେ ଦୁଃଖୀ ହୋଇଯାଇଛ । ପୁଣି ରାମ ଆସି
ସମସ୍ତଙ୍କୁ ମୁକ୍ତ କରି ଅଶୋକ ବାଟିକା ସ୍ୱର୍ଗକୁ ନେଇଯାଉଛନ୍ତି । ଶ୍ରୀମତ କହୁଛି - କଣ୍ଟାକୁ
ଫୁଲ, ମନୁଷ୍ୟକୁ ଦେବତା କରାଅ । ତୁମେ ମାଷ୍ଟର ଦୁଃଖହର୍ତ୍ତା, ସୁଖକର୍ତ୍ତା ଅଟ । ତେଣୁ
ତୁମମାନଙ୍କୁ ଏହି ଧନ୍ଦା କରିବା ଦରକାର । ଶ୍ରୀମତରେ ଚାଲିବା ଦ୍ୱାରା ହିଁ ତୁମେମାନେ ଶ୍ରେଷ୍ଠ
ହେବ, ବାବା ତ ରାୟ ଦେଉଛନ୍ତି । ଏବେ ବାବା କହୁଛନ୍ତି ଅର୍ଜି ମୋର ମର୍ଜି ତୁମର । ଆଚ୍ଛା —
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସେବାଧାରୀ
ହେବା ପାଇଁ ହେଲେ ଭିତର ବାହାର ସ୍ୱଚ୍ଛ ହେବା ଦରକାର । ମୁଖ ଦ୍ୱାରା ବହୁତ ମିଠା କଥା କହିବା
ଦରକାର । ଦେହ ସହିତ ଦେହର ସବୁ ସମ୍ବନ୍ଧରୁ ବୁଦ୍ଧିଯୋଗ ହଟାଇବାକୁ ହେବ । ସଙ୍ଗ ଦୋଷରୁ ନିଜକୁ
ଦୂରେଇ ରଖିବାକୁ ହେବ ।
(୨) ବାବାଙ୍କ ସମାନ
ମାଷ୍ଟର ଦୁଃଖହର୍ତ୍ତା ସୁଖକର୍ତ୍ତା ହେବାକୁ ହେବ । ଈଶ୍ୱରୀୟ ସେବା କରି ସଚ୍ଚା ରୋଜଗାର କରିବାକୁ
ହେବ । ଆତ୍ମିକ ବାବାଙ୍କର ମତରେ ଆତ୍ମିକ ସମାଜ ସେବକ ହେବାକୁ ପଡିବ ।
ବରଦାନ:-
“ମୁଁ ଏବଂ ମୋ’ର
ବାବା” ଏହି ବିଧି ଦ୍ୱାରା ଜୀବନମୁକ୍ତ ସ୍ଥିତିର ଅନୁଭବ କରୁଥିବା ସହଜଯୋଗୀ ହୁଅ ।
ବ୍ରାହ୍ମଣ ହେବା ଅର୍ଥାତ୍
ଦେହ, ଦେହର ସମ୍ବନ୍ଧ ଏବଂ ଦେହର ସାଧନଗୁଡିକଠାରୁ ମୁକ୍ତ ହେବା । ଦେହର ସମ୍ବନ୍ଧୀମାନଙ୍କ ସହିତ
ଦୈହିକ ହିସାବରେ ସମ୍ବନ୍ଧ ନୁହେଁ କିନ୍ତୁ ଆତ୍ମିକ ସମ୍ବନ୍ଧ ଅଟେ । ଯଦି କେହି କାହାର ଅଧୀନ
ହୋଇଯାଏ ବା ପରବଶ ହୋଇଯାଏ ତେବେ ତା’କୁ ବନ୍ଧନ କୁହାଯିବ, କିନ୍ତୁ ବ୍ରାହ୍ମଣ ଅର୍ଥାତ୍
ଜୀବନମୁକ୍ତ । ଯେତେଦିନ ପର୍ଯ୍ୟନ୍ତ ଆତ୍ମା କର୍ମେନ୍ଦ୍ରିୟ ଗୁଡିକ ଉପରେ ନିର୍ଭର କରୁଥିବ ସେତେ
ଦିନ ପର୍ଯ୍ୟନ୍ତ କର୍ମ ତ କରିବାକୁ ହିଁ ପଡିବ କିନ୍ତୁ କର୍ମବନ୍ଧନ ନୁହେଁ, କର୍ମ ସମ୍ବନ୍ଧ ।
ଯେଉଁମାନେ ଏହିଭଳି ମୁକ୍ତ ଆତ୍ମା ସେହିମାନେ ହିଁ ସଫଳତା ମୂରତ ଅଟନ୍ତି । ତେବେ ଏହାର ସହଜ ଆଧାର
ହେଲା - “ମୁଁ ଏବଂ ମୋ’ର ବାବା” । ଏହି ସ୍ମୃତି ହିଁ ସହଜଯୋଗୀ, ସଫଳତା ମୂରତ ଏବଂ ବନ୍ଧନମୁକ୍ତ
କରିଦିଏ ।
ସ୍ଲୋଗାନ:-
“ମୁଁ ଏବଂ ମୋ’ର”
ପଣିଆର ଖାଦକୁ ବାହାର କରିଦେବା ହିଁ ସହି ସୁନା ହେବା ।
ମାତେଶ୍ୱରୀଙ୍କ ଅମୂଲ୍ୟ
ମହାବାକ୍ୟ
ମନୁଷ୍ୟ ଯେଉଁ ଗୀତ
ଗାଉଛନ୍ତି, ହେ ଗୀତାର ଭଗବାନ, ନିଜର କଥା ସିଦ୍ଧ ରଖିବାକୁ ଆସ । ଏବେ ସ୍ୱୟଂ ଗୀତାର ଭଗବାନ ନିଜର
କଳ୍ପପୂର୍ବର କଥା ପାଳନ କରିବାକୁ ଆସିଛନ୍ତି । ଆଉ କହୁଛନ୍ତି, ହେ - ସନ୍ତାନଗଣ ଯେବେ ଭାରତର ଅତି
ଧର୍ମ ଗ୍ଳାନି ହୋଇଥାଏ ସେହି ସମୟରେ ମୁଁ ନିଜର ପ୍ରତିଜ୍ଞା ଶପଥ କରିବାକୁ ଅବଶ୍ୟ ଆସିଥାଏ । ମୋ
ଆସିବାର ଅର୍ଥ ଏହା ନୁହେଁ ଯେ, ମୁଁ ଯୁଗେ ଯୁଗେ ଆସିବି । ସବୁ ଯୁଗରେ ତ ଧର୍ମ ଗ୍ଳାନି ହୋଇନଥାଏ
। ଧର୍ମ ଗ୍ଳାନି କଳିଯୁଗରେ ହୋଇଥାଏ । ତେଣୁ ପରମାତ୍ମା କଳିଯୁଗର ଶେଷ ସମୟରେ ଆସିଥାଆନ୍ତି । ଆଉ
କଳିଯୁଗ ମଧ୍ୟ କଳ୍ପ କଳ୍ପ ଆସିଥାଏ । ତେଣୁ ପରମାତ୍ମା କଳ୍ପ-କଳ୍ପ ଆସିଥାଆନ୍ତି । କଳ୍ପରେ
ଚାରିଯୁଗ ଥାଏ, ତାହାକୁ କଳ୍ପ କୁହାଯାଏ । ଅଧାକଳ୍ପ ସତ୍ୟ ଓ ତ୍ରେତୟାରେ ସମସ୍ତେ ସତ୍ତ୍ୱପ୍ରଧାନ
ସତୋଗୁଣୀ ଅଟନ୍ତି । ସେଠାରେ ପରମାତ୍ମାଙ୍କ ଆସିବାର ଆବଶ୍ୟକତା ନଥାଏ । ଦ୍ୱାପରଯୁଗରୁ ତ ପୁଣି
ଅନ୍ୟ ଧର୍ମର ଆରମ୍ଭ ହୋଇଥାଏ । ସେ ସମୟ ଅତି ଧର୍ମଗ୍ଳାନିର ସମୟ ନୁହେଁ ଏଥିରୁ ସିଦ୍ଧ ହେଉଛି
ପରମାତ୍ମା ତିନିଯୁଗରେ ଆସୁ ନାହାଁନ୍ତି । ବାକି ରହିଲା କଳିଯୁଗ, ଏହିଯୁଗର ଶେଷ ଅତି ଧର୍ମ
ଗ୍ଳାନିର ସମୟ । ସେହି ସମୟରେ ପରମାତ୍ମା ଆସି ଅଧର୍ମର ବିନାଶ କରି ସତ୍ୟ ଧର୍ମର ସ୍ଥାପନା
କରିଥାଆନ୍ତି । ଯଦି ଦ୍ୱାପରରେ ଆସିଥାଆନ୍ତେ, ତେବେ ଦ୍ୱାପର ପରେ ସତ୍ୟଯୁଗର ସ୍ଥାପନା ହୋଇଥାଆନ୍ତା
। କଳିଯୁଗ କାହିଁକି ହେଲା? ଏମିତି ତ କହିପାରିବା ନାହିଁ ପରମାତ୍ମା ଆସି ଘୋର କଳିଯୁଗର ସ୍ଥାପନା
କଲେ, ଏମିତି ହୋଇପାରିବ ନାହିଁ । ସେଥିପାଇଁ ପରମାତ୍ମା କହୁଛନ୍ତି - ମୁଁ ଜଣେ ମାତ୍ର, ଆଉ ଥରେ
ମାତ୍ର ଆସି ଅଧର୍ମ ତଥା କଳିଯୁଗର ବିନାଶ କରି ସତ୍ୟଯୁଗର ସ୍ଥାପନା କରୁଛି ଏବଂ ମୋର ଆସିବାର ସମୟ
ସଂଗମଯୁଗ ଅଟେ । ଆଚ୍ଛା - ଓମ୍ ଶାନ୍ତି ।