10.06.22 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ସର୍ବଦା
ଏହି ନିଶାରେ ରୁହ ଯେ ଜ୍ଞାନ ସାଗର ବାବାଙ୍କର ଜ୍ଞାନର ବର୍ଷା ଆମ ଉପରେ ହେଉଛି, ଯାହା ଦ୍ୱାରା ଆମେ
ପବିତ୍ର ହୋଇ ନିଜର ବଡ ଘରକୁ ଯିବା ।”
ପ୍ରଶ୍ନ:-
ତୁମମାନଙ୍କର
ନିଶ୍ଚୟ କେଉଁ ଆଧାରରେ ଆହୁରି ଅଧିକ ମଜବୁତ ହୋଇଯିବ?
ଉତ୍ତର:-
ଦୁନିଆରେ ଯେତେ ଅଧିକ ହଙ୍ଗାମା ବଢିବ, ତୁମର ଏହି ଦୈବୀ ବୃକ୍ଷର ସେତେ ବୃଦ୍ଧି ହେବାକୁ ଲାଗିବ ।
ତୁମର ଏହି ପୁରୁଣା ଦୁନିଆରୁ ମନ ସେତିକି ହଟିଯିବ ଏବଂ ତୁମର ନିଶ୍ଚୟ ପକ୍କା ହୋଇଯିବ । ବିହଙ୍ଗ
ମାର୍ଗର ସେବା ମଧ୍ୟ ହେବାକୁ ଲାଗିବ । ଯଦି ଜ୍ଞାନର ଧାରଣା ଉପରେ ଧ୍ୟାନ ଦେବ ତେବେ ତୁମର
ବୁଦ୍ଧିର ଶକ୍ତି ବଢି ଚାଲିବ । ତୁମେ ଅପାର ଖୁସିରେ ରହିବ ।
ଓମ୍ ଶାନ୍ତି ।
ପିଲାମାନଙ୍କୁ
ପ୍ରତିଦିନ ଏକଥା କହିବା ଦରକାର ନାହିଁ ଯେ, ଶିବବାବାଙ୍କୁ ମନେ ପକାଅ । ପିଲାମାନେ ଜାଣିଛନ୍ତି
ଯେ, ଆମେ ଶିବବାବାଙ୍କର ସନ୍ତାନ । ଏଥିରେ କହିବାର ଆବଶ୍ୟକତା ନାହିଁ । ଶିବବାବା ଆମକୁ ଏହାଙ୍କ
ଦ୍ୱାରା ପାଠ ପଢାଉଛନ୍ତି, ଏହା ଜ୍ଞାନ ସାଗରଙ୍କର ଜ୍ଞାନର ବର୍ଷା । ପିଲାମାନଙ୍କ ବୁଦ୍ଧିରେ ମଧ୍ୟ
ଅଛି ଯେ, ଜ୍ଞାନ ସାଗରଙ୍କର ଜ୍ଞାନ ବର୍ଷା ଏବେ ଆମ ଉପରେ ହେଉଛି । ଯେଉଁମାନେ ଆସି ବ୍ରାହ୍ମଣ
ହେଉଛନ୍ତି ତାଙ୍କ ଉପରେ ମୁଁ ଜ୍ଞାନ ବର୍ସା କରୁଛି, ମୁଁ ପିଲାମାନଙ୍କର ସମ୍ମୁଖରେ ଅଛି । ଏବେ
ପିଲାମାନେ ସମ୍ମୁଖରେ ବସିଛନ୍ତି । ବାବା ବାରମ୍ବାର ସମ୍ମୁଖରେ ଥିବାର ନିଶା ଚଢାଉଛନ୍ତି । କିନ୍ତୁ
ମାୟା ପୁଣି ଛଡାଇ ଦେଉଛି । କାହାର ପୂରା ଛଡାଇ ଦେଉଛି, ତ କାହାର କମ୍ । ପିଲାମାନେ ଜାଣିଛନ୍ତି -
ଆମେ ସାଗରଙ୍କ ପାଖକୁ ସତେଜ ହେବା ପାଇଁ ଅର୍ଥାତ୍ ମୁରଲୀ ପଏଣ୍ଟ ଧାରଣ କରି ନିର୍ଦ୍ଦେଶ ନେବା ପାଇଁ
ଆସିଛୁ । ଆମେ ତାଙ୍କର ସମ୍ମୁଖରେ ବସିଛୁ । ଏହି ଜ୍ଞାନ ସାଗରଙ୍କ ବର୍ସା ତ ଥରେ ମାତ୍ର ହୋଇଥାଏ ।
ବାବା ପତିତମାନଙ୍କୁ ପବିତ୍ର କରିବା ପାଇଁ ହିଁ ଆସୁଛନ୍ତି । ସେଥିପାଇଁ ମହିମା ମଧ୍ୟ ଏହିପରି
ଗାୟନ କରିଥା’ନ୍ତି ହେ ପତିତ-ପାବନ... । ସତ୍ୟଯୁଗରେ ତ ଏପରି ଡାକିବେ ନାହିଁ । ସେଠାରେ ତ ଜ୍ଞାନ
ସାଗରଙ୍କ ଜ୍ଞାନ ବର୍ଷା ଦ୍ୱାରା ପବିତ୍ର ହୋଇଛନ୍ତି, ଜ୍ଞାନ ସହିତ ପୁଣି ବୈରାଗ୍ୟ ମଧ୍ୟ ରହିଛି ।
କେଉଁ ଜିନିଷର? ପୁରୁଣା ପତିତ ଦୁନିଆର ବୁଦ୍ଧିରୁ ବୈରାଗ୍ୟ ଆସିଥାଏ । ପିଲାମାନେ ବୁଦ୍ଧି ଦ୍ୱାରା
ଜାଣିଛନ୍ତି ଯେ, ଏବେ ଆମେ ନୂଆ ଦୁନିଆକୁ ଯାଉଛୁ । ତେଣୁ ପୁରୁଣା ଦୁନିଆକୁ ଛାଡିବାକୁ ହେବ -
ଏହାକୁ ବୈରାଗ୍ୟ ବୋଲି କହିଦେଇଛନ୍ତି । ଯେପରି ବାବା ଏବେ ନୂଆ ଘର ତିଆରି କରୁଛନ୍ତି ତେଣୁ
ବୁଦ୍ଧିଯୋଗ ପୁରୁଣାରୁ ହଟି ନୂଆରେ ଲାଗିଯାଇଥାଏ । ଏକଥା ସମସ୍ତେ ଜାଣୁଛନ୍ତି ଯେ, ପୁରୁଣା ଦୁନିଆ
ଖଲାସ ହୋଇଗଲେ ଆମେ ପୁଣି ନୂଆକୁ ଯିବୁ । ପିଲାମାନେ ଏକଥା ମଧ୍ୟ ମନେ-ମନେ କହୁଥିବେ ଯେ,
ଜଲ୍ଦି-ଜଲ୍ଦି ସ୍ୱର୍ଗର ସ୍ଥାପନା ହୋଇଯାଉ, ତେବେ ଯାଇ ଆମେ ନିଜ ଘରକୁ ଯିବୁ, ସୁଖୀ ହେବୁ ।
ପ୍ରଥମେ-ପ୍ରଥମେ ଆମେ ସାଜନଙ୍କ ସହିତ ଘରକୁ ଯିବୁ । ଏହା ଆମର ବାପ ଘର ବହୁତ ଛୋଟ, ତାହା ବଡ
ବାବାଙ୍କର ବଡ ଘର ଅଟେ । ତୁମେମାନେ ଜାଣିଛ ଯେ, ତାହା ସବୁ ଆତ୍ମାମାନଙ୍କର ଘର ଅଟେ । ଏକଥା କେବଳ
ତୁମ ପିଲାମାନଙ୍କ ବୁଦ୍ଧିରେ ଅଛି, ଆଉ କାହାର ବୁଦ୍ଧିରେ ନାହିଁ । ଆଗରୁ ତ ଘୋର ଅନ୍ଧକାର ଥିଲା,
ଏବେ ଆଲୋକ ହୋଇଛି । ଏକଥା ମଧ୍ୟ ଜାଣିଛ ଯେ, ଜ୍ଞାନକୁ ତ ସମସ୍ତେ ବୁଝିବେ ନାହିଁ । କିନ୍ତୁ ଘରକୁ
ସମସ୍ତେ ନିଶ୍ଚିତ ଯିବେ । ତୁମମାନଙ୍କ ବୁଦ୍ଧିରେ ଅଛି ଯେ, ଏବେ ଆମେ ନିଜ ଘରକୁ ଯାଉଛୁ ।
ସେଥିପାଇଁ ଶ୍ରୀମତ ଆଧାରରେ ଯୋଗ୍ୟ ହେଉଛୁ । ସ୍ୱର୍ଗର ଅଧିକାରୀ ହେବା ପାଇଁ ଯୋଗ୍ୟ ହେବାକୁ ପଡିବ
। ପ୍ରଥମତଃ ମୋତେ ମନେ ପକାଅ ତେବେ ବିକର୍ମ ବିନାଶ ହୋଇଯିବ, ଦ୍ୱିତୀୟରେ ସ୍ୱଦର୍ଶନ ଚକ୍ର ଘୂରାଅ
। ସୃଷ୍ଟିର ଚକ୍ର କିପରି ଘୂରୁଛି, ଏହାର ଆୟୁଷ କେତେ । କିଏ କେବେ ଆସୁଛନ୍ତି, ଏସବୁ କଥା ବାବା
ବସି ବୁଝାଉଛନ୍ତି । କହୁଛନ୍ତି - ମନୁଷ୍ୟ ୮୪ ଲକ୍ଷ ଜନ୍ମ ନେଉଛନ୍ତି ତେବେ କ’ଣ ସମସ୍ତେ ନେଉଛନ୍ତି?
ଏବେ ତୁମେମାନେ ଜାଣୁଛ ଯେ, କେବଳ ୮୪ ଜନ୍ମ ହୋଇଥାଏ, ତା’ର ମଧ୍ୟ ହିସାବ ରହିଛି । ସମସ୍ତେ ୮୪
ଜନ୍ମ ମଧ୍ୟ ନେବେ ନାହିଁ । ଆରମ୍ଭରୁ ପୁନର୍ଜନ୍ମରେ ଆସୁଛନ୍ତି । ପଛରେ କାହା କାହାର ଗୋଟିଏ ଦୁଇଟି
ଜନ୍ମ ମଧ୍ୟ ହୋଇଥାଏ । ପ୍ରଥମେ-ପ୍ରଥମେ ଯେଉଁମାନେ ଆସିବେ ସେମାନେ ୮୪ ଜନ୍ମ ନେବେ । ଉଦାହରଣ
ସ୍ୱରୂପ - ଯେପରି ଏହି ଲକ୍ଷ୍ମୀ-ନାରାୟଣ, ଯଦିଓ ମନୁଷ୍ୟମାନେ ତାଙ୍କର ମନ୍ଦିରକୁ ଯାଉଛନ୍ତି
କିନ୍ତୁ ସେମାନଙ୍କ ସମ୍ବନ୍ଧରେ କିଛି ହେଲେ ବି ଜାଣି ନାହାଁନ୍ତି । ବାସ୍ କେବଳ ଏତିକି କହିବେ
ଯେ, ଆମେ ଭଗବାନ ଭଗବତୀଙ୍କର ଦର୍ଶନ କରିବାକୁ ଯାଉଛୁ । କିନ୍ତୁ ଏମାନଙ୍କର ଏହି ରାଜଧାନୀ କିପରି
ସ୍ଥାପନା ହେଲା, ଏକଥା କିଛି ବି ଜାଣିନାହାଁନ୍ତି । ଯାହାଙ୍କର ପୂଜା କରୁଛନ୍ତି ତାଙ୍କର
କର୍ତ୍ତବ୍ୟକୁ ମଧ୍ୟ ଜାଣିନାହାଁନ୍ତି ତେବେ ସେହି ପୂଜା କେଉଁ କାମର! ସେଥିପାଇଁ ଏହାକୁ
ଅନ୍ଧଶ୍ରଦ୍ଧା କୁହାଯାଉଛି । ଜପ, ତପ, ତୀର୍ଥ ଆଦି କରୁଛନ୍ତି, ଭାବୁଛନ୍ତି ଏହାଦ୍ୱାରା ଭଗବାନଙ୍କୁ
ପାଇବାର ରାସ୍ତା ମିଳିଥାଏ । କିନ୍ତୁ ଏହା ଦ୍ୱାରା କାହାକୁ ଭଗବାନ ମିଳିପାରିବେ ନାହିଁ । ଏଠାକୁ
ମଧ୍ୟ ଯେଉଁମାନେ ଆସୁଛନ୍ତି, କେହି କେହି ଜଗତଅମ୍ବା ମନ୍ଦିର ଦର୍ଶନ କରିବା ପାଇଁ ଆସୁଛନ୍ତି ତେବେ
ବାବା ବୁଝିବେ ଯେ, ଏମାନଙ୍କ ବୁଦ୍ଧିରେ କିଛି ଜ୍ଞାନ ପଶିନାହିଁ । ତୁମର ତ ସବୁ ମନୋକାମନା ପୂରା
ହେଉଛି ନା । ବର୍ତ୍ତମାନ ଜଗତଅମ୍ବାଙ୍କର ସଠିକ୍ ଅଭିନୟ ଚାଲିଛି । ବାସ୍ତବରେ ଜଗତଅମ୍ବାଙ୍କର
ଅଭିନୟ ବହୁତ ଉଚ୍ଚ । ପ୍ରଥମେ ଲକ୍ଷ୍ମୀ ପରେ ନାରାୟଣ । ତୁମର ଏହା ଅନ୍ତିମ ଜନ୍ମ ତେଣୁ ଏବେ ସବୁ
ହିସାବ-କିତାବ ଏହିଠାରେ ଚୁକ୍ତ ହୋଇଥାଏ । କାରଣ କର୍ମଭୋଗକୁ ଚୁକ୍ତ କରି ମୁକ୍ତ ହେବାକୁ ପଡିବ
ତେଣୁ ବାବାଙ୍କ ସ୍ମୃତିରେ ରହିବାକୁ ପଡିବ । ବାସ୍ତବରେ ପିଲାମାନଙ୍କୁ ମନେ ପକାଇବା ଏକମାତ୍ର
ବାବାଙ୍କର ହିଁ କାମ ଅଟେ । ଯଦି ଦେହଧାରୀଙ୍କୁ ମନେ ପକାଇଲେ ତେବେ ସମୟ ନଷ୍ଟ ହୋଇଯିବ । କେହି
ନିରନ୍ତର ଯୋଗଯୁକ୍ତ ହୋଇ ରହିବ, ଏକଥା ମଧ୍ୟ ସମ୍ଭବ ନୁହେଁ । ଏପରି କୌଣସି ଜିନିଷ ନାହିଁ ଯାହାକୁ
ନିରନ୍ତର ସ୍ମରଣ କରାଯାଇଥାଏ । ସ୍ତ୍ରୀ ମଧ୍ୟ ସ୍ୱାମୀକୁ ନିରନ୍ତର ସ୍ମରଣ କରିପାରିବ ନାହିଁ ।
ସିଏ ନିଶ୍ଚିତ ରୋଷେଇ କରିବ, ପିଲାମାନଙ୍କୁ ସମ୍ଭାଳିବ ତେବେ ସ୍ୱାମୀ କଥା କ’ଣ ମନେ ପଡିବ । ଏଠାରେ
ତ ତୁମକୁ ନିରନ୍ତର ଯୋଗଯୁକ୍ତ ହୋଇ ରହିବାର ଅଭ୍ୟାସ କରିବାକୁ ହେବ । ଯେମିତି ଶେଷ ସମୟରେ ଜଣଙ୍କର
ହିଁ ସ୍ମୃତି ରହିବ, ଏଭଳି ସ୍ଥିତି ହେବା ଦରକାର । ଏହା ବହୁତ ଉଚ୍ଚ ପରୀକ୍ଷା ଅଟେ । ୮ ରତ୍ନର
ମଧ୍ୟ ବହୁତ ବଡ ମହିମା ରହିଛି । କାହାର ଗ୍ରହ ଖରାପ ପଡିଲେ ୮ ରତ୍ନର ମୁଦି ପିନ୍ଧିଥା’ନ୍ତି ।
ଅନ୍ତିମ ସମୟରେ ଏକମାତ୍ର ବାବାଙ୍କର ସ୍ମୃତି ରହୁ, ବୁଦ୍ଧିର ଲାଇନ୍ ଏକଦମ୍ କ୍ଲିୟର ରହୁ ଏବଂ ଆଉ
କାହା କଥା ଯେପରି ମନେ ନ ପଡୁ - ତେବେ ଯାଇ ମାଳାର ଦାନା ହୋଇ ପାରିବ । ୯ ରତ୍ନର ମହିମା ବହୁତ
ଉଚ୍ଚ । ତେଣୁ ଏବେ ଠାରୁ ନିରନ୍ତର ଯୋଗଯୁକ୍ତ ହୋଇ ରହିବାର ଅଭ୍ୟାସ କରିବାକୁ ହେବ । ଏବେ ତ
ମୁସକିଲ୍ରେ କେହି ୨-୩ ଘଣ୍ଟା ଯୋଗ କରୁଛନ୍ତି । ଦୁନିଆରେ ଯେତେ ଗଣ୍ଡଗୋଳ ବଢିଚାଲିବ ସେତିକି
ତୁମର ନିଶ୍ଚୟ ପକ୍କା ହୋଇଚାଲିବ, ପୁରୁଣା ଦୁନିଆରୁ ମନ ତୁଟିଯିବ । ମରିବେ ତ ବହୁତ, ବୁଦ୍ଧି
ମଧ୍ୟ କହୁଛି ଯେ, ମାୟା ବହୁତ ପୁରୁଣା ଶତ୍ରୁ ଅଟେ । ଏପରି କୌଣସି ସ୍ଥାନ ନାହିଁ ଯେଉଁଠି ଶତ୍ରୁ
ନଥିବେ ।
ତୁମେମାନେ ଏବେ
ମ୍ଲେଚ୍ଛରୁ ସ୍ୱଚ୍ଚ ହେଉଛ । ତୁମେମାନେ ଜାଣିଛ ଯେ - ଯେ ମ୍ଲେଚ୍ଛମାନଙ୍କ ହାତରୁ ଆମେ ଖାଇପାରିବୁ
ନାହିଁ । ଗାୟନ ମଧ୍ୟ ରହିଛି ଯେମିତି ଅନ୍ନ ସେମିତି ମନ । ଯିଏ ଖରାପ ଜିନିଷ କିଣିଥାଏ, ତିଆରି
କରିଥାଏ ଏବଂ ଖାଇଥାଏ - ସେମାନଙ୍କର ବହୁତ ପାପ ହୋଇଥାଏ । ବାବା ତ ସବୁ କଥା ଭଲ ଭାବରେ
ବୁଝାଉଛନ୍ତି । ତୁମେମାନେ ଏଠାରୁ ସତେଜ ହୋଇଯାଉଛ । ସାରା ଦିନ ତୁମ ବୁଦ୍ଧିରେ ସୃଷ୍ଟିଚକ୍ର
ଘୁରୁଥାଉ ଏବଂ ନିଜର ଘର କଥା ମନେ ରହୁ । ଏଠାରୁ ତୁମେମାନେ ନିଜର ଲୌକିକ ଘରକୁ ଗଲେ ମଧ୍ୟ
ଅବସ୍ଥାରେ ଫରକ ଦେଖାଯାଇଥାଏ କାହିଁକି ନା ସେହିଭଳି ସଙ୍ଗ ହୋଇଯାଇଥାଏ । ଏଠାରେ ବସି ଥିଲେ ମଧ୍ୟ
କାହାର-କାହାର ବୁଦ୍ଧିଯୋଗ ବାହାରକୁ ଚାଲିଯାଇଥାଏ, ସେଥିପାଇଁ ସଂପୂର୍ଣ୍ଣ ଧାରଣା କରିପାରୁ
ନାହାଁନ୍ତି । ତୁମ ଆତ୍ମାମାନଙ୍କୁ ବେହଦର ବାବା ବସି ବୁଝାଉଛନ୍ତି । ତୁମେ ଆତ୍ମା, ତୁମେମାନେ ଏହି
ଶରୀର ଦ୍ୱାରା କର୍ମ କରୁଛ । ତୁମେମାନେ ଜାଣିଛ ଯେ, ଆମେ ବାବାଙ୍କଠାରୁ ଶ୍ରୀମତ ନେଇ ନିଜର
ରାଜ୍ୟଭାଗ୍ୟକୁ ପ୍ରାପ୍ତ କରୁଛୁ, ତେଣୁ କେତେ ଖୁସି ହେବା ଦରକାର । ଗାୟନ ମଧ୍ୟ ରହିଛି ଯେ,
ଅତିନ୍ଦ୍ରିୟ ସୁଖ କ’ଣ ତାହା ଗୋପୀ ବଲ୍ଲଭଙ୍କର ପିଲାମାନଙ୍କୁ ପଚାର । ଯେତେ ଶୀଘ୍ର ତୁମର ସ୍ଥିର
ଅବସ୍ଥା ହେବ ଏବଂ ବୃଦ୍ଧି ହୋଇ ଚାଲିବ ତେବେ ଖୁସିର ନିଶା ମଧ୍ୟ ଚଢି ରହିବ ଏବଂ ନିଶ୍ଚୟ ମଧ୍ୟ
ପକ୍କା ହୋଇଯିବ । ଯଦି ନିଜର ଧାରଣା ଉପରେ ଧ୍ୟାନ ଦେଇ ଚାଲିବ ତେବେ ତୁମର ବୁଦ୍ଧିର ଉତ୍ସାହ ମଧ୍ୟ
ବଢି ଚାଲିବ । ଆଗକୁ ଗଲେ ତୁମର ବିହଙ୍ଗ ମାର୍ଗର ସେବା ହେବ । ସେଥିପାଇଁ ଉପାୟ ବାହାର କରିବାକୁ
ପଡିଥାଏ, ଯାହା ଦ୍ୱାରା କାହାକୁ ଭଲ ଭାବରେ ତୀର ଲାଗିବ । ମୁଖ୍ୟ କଥା ହେଲା - ବାବାଙ୍କର ପରିଚୟ
ଦେବା । ବେହଦର ବାବାଙ୍କଠାରୁ ବେହଦର ବର୍ସା ମିଳୁଛି । ଯିଏକି ଜ୍ଞାନର ସାଗର ମଧ୍ୟ ଅଟନ୍ତି ।
ଯେଉଁ ଜ୍ଞାନ ଦ୍ୱାରା ହିଁ ମନୁଷ୍ୟମାନେ ପବିତ୍ର ହୋଇଥା’ନ୍ତି । ପତିତ-ପାବନ ମଧ୍ୟ ସେହି ବାବା
ହିଁ ଅଟନ୍ତି । ତୁମେ ଗୋଟିଏ ପଏଣ୍ଟ କୁହ ଯେ ସର୍ବବ୍ୟାପୀର କଥା ଦ୍ୱାରା ଭକ୍ତି ମଧ୍ୟ ଚାଲିପାରିବ
ନାହିଁ । ଏହି କଥା ଭଲ ଭାବରେ ବୁଝାଇବାକୁ ହେବ । ଲୋକମାନେ କହୁଛନ୍ତି ଯେ, ଏମାନଙ୍କର ଜ୍ଞାନ
ଦ୍ୱାରା ବିନାଶ ହେବ । ତୁମେ ମଧ୍ୟ କହୁଛ ଯେ ଏହି ରୁଦ୍ର ଜ୍ଞାନ ଯଜ୍ଞରୁ ବିନାଶ ଜ୍ୱାଳା ବାହାରିବ
। ତେଣୁ ସେମାନେ ମଧ୍ୟ ସତ୍ୟ କହୁଛନ୍ତି । ଯଦି କେହି କଥା ନ ମାନିବେ ତେବେ ବିନାଶ ହେବ ଆଉ କ’ଣ!
କଳ୍ପ ପୂର୍ବରୁ ମଧ୍ୟ ଏହି ବିନାଶ ହୋଇଥିଲା । ଭଗବାନୁବାଚ ରୁଦ୍ର ଜ୍ଞାନ ଯଜ୍ଞରେ ସବୁ ସ୍ୱାହା
ହୋଇଯିବ । ଲୋକମାନେ ଭାବୁଛନ୍ତି ଏମାନଙ୍କର ଜ୍ଞାନ ହିଁ ଏହିପରି, ସେଥିପାଇଁ ସାମନା କରୁଛନ୍ତି ।
ଭାବୁଛନ୍ତି ଯେ, ବହୁତ ଭକ୍ତି କରିଲେ ହିଁ ଭଗବାନ ମିଳିଥା’ନ୍ତି । ଆମେ ମଧ୍ୟ କହୁଛୁ ଯେ,
ଯେଉଁମାନେ ବହୁତ ଭକ୍ତି କରିଛନ୍ତି, ତାଙ୍କୁ ହିଁ ଭଗବାନ ମିଳିଛନ୍ତି । କିନ୍ତୁ ଏହି କଥାକୁ
ବୁଝିବା ପାଇଁ ମନୁଷ୍ୟମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡୁଛି । କଳ୍ପ ପୂର୍ବରୁ ମଧ୍ୟ ତୁମେମାନେ
ବାବାଙ୍କର ସହଯୋଗରେ ନର୍କକୁ ସ୍ୱର୍ଗ କରିଥିଲ । ତେବେ ନିଶ୍ଚିତ ନର୍କର ବିନାଶ ମଧ୍ୟ ହୋଇଥିବ ।
ଯେତେବେଳେ ନର୍କର ବିନାଶ ହେବ ସେତେବେଳେ ଯାଇ ସ୍ୱର୍ଗର ସ୍ଥାପନା ହେବ । ଏକଥା ମଧ୍ୟ ତୁମେମାନେ
ବୁଝାଇପାରିବ ଯେ, ଭାରତ ବାସ୍ତବରେ ପବିତ୍ର ଥିଲା । ଏକଥା ତ ଯେ କୌଣସି ଧର୍ମବାଲା କହିବେ ଯେ -
ବାସ୍ତବରେ ଭାରତ ସ୍ୱର୍ଗ ଥିଲା । ପ୍ରାଚୀନ ଅର୍ଥାତ ସବୁଠାରୁ ପୁରୁଣା । ତାହା ତ ସ୍ୱର୍ଗ ହିଁ
ହେବ ନା, ଯାହା ପୁରୁଣା ହୋଇଯାଇଛି ତାହା ପୁଣି ନୂଆ ହେବ । ଏକଥା ସବୁ ତୁମମାନଙ୍କ ବୁଦ୍ଧିରେ ଅଛି
। ବାସ୍ତବରେ ଏଠାରେ ଦେବୀ-ଦେତାମାନଙ୍କର ରାଜ୍ୟ ଥିଲା, ଯାହାକି ଏବେ ନାହିଁ । ବାବା ପୁଣି ଥରେ
ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରୁଛନ୍ତି । କାହା ସହଯୋଗରେ? ଯିଏ ସମସ୍ତଙ୍କର ନିରକାର
ପିତା, ସମସ୍ତ ଆତ୍ମାମାନଙ୍କର ପିତା । ଏହି କଥାକୁ କେବଳ ତୁମେମାନେ ଜାଣିଛ । ତୁମେ କେତେ ସାଧାରଣ
। ବାବା କହୁଛନ୍ତି - ମୁଁ ମଧ୍ୟ ଦୀନବନ୍ଧୁ, ତୁମେମାନେ ଗରୀବ । ତୁମ ପାଖରେ କ’ଣ ଅଛି । ତୁମେମାନେ
ସବୁ କିଛି ଏହି ଭାରତ ପାଇଁ ସ୍ୱାହା କରିଛ, ତୁମର କେତେ ବଡ ରାବଣ ସହିତ ଯୁଦ୍ଧ ହେଉଛି । ତୁମେ
ଶକ୍ତିସେନା ଅଟ ନା । ବନ୍ଦେ ମାତରମ୍ର ଗାୟନ କରାଯାଇଥାଏ । ଅପବିତ୍ରମାନେ, ପବିତ୍ର ମାନଙ୍କର
ବନ୍ଦନା କରୁଛନ୍ତି । କେଉଁମାତାଙ୍କର? ସେମାନେ ଧରିତ୍ରୀ ମାତା ବୋଲି ଭାବି ନେଇଛନ୍ତି । କିନ୍ତୁ
ଏକଥା ତ ଏହି ଧରିତ୍ରୀରେ ନିବାସ କରୁଥିବା ମାତାମାନଙ୍କର କଥା ଅଟେ । ଯଦି ଜଗତଅମ୍ବା ଅଛନ୍ତି ତେବେ
ପିଲାମାନେ ମଧ୍ୟ ଅଛନ୍ତି, ଏହି ଦିଲୱାଡା ମନ୍ଦିର ସ୍ମୃତି ଚିହ୍ନ ରୂପେ ତିଆରି ହୋଇଛି । କୁମାରୀ,
ଅଧର କୁମାରୀମାନେ ମଧ୍ୟ ଅଛନ୍ତି । ଯାହାଙ୍କୁ ମାତା ବୋଲି ମଧ୍ୟ କହିଦେଉଛନ୍ତି । ତୁମେମାନେ କହୁଛ
ବାବା ଆମେ ତ ବି.କେ. ଅଟୁ । ଆମକୁ ମାତା ନ କହି କନ୍ୟା କୁହ, ଆମେ କୁମାରୀ ଅଟୁ । ଏହି ଗୁହ୍ୟ
କଥାକୁ ବୁଝିବାକୁ ହେବ । କିନ୍ତୁ କେହି ଧାରଣ କରିପାରୁ ନାହାଁନ୍ତି । ବହୁତ ପୁରୁଣା
ଜନ୍ମ-ଜନ୍ମାନ୍ତରର ଅଭିମାନ ରହିଛି, ଯାହାକି ତୁଟୁ ନାହିଁ । ତୁମମାନଙ୍କ ବୁଦ୍ଧିରେ ଅଛି ଯେ, ବାବା
ଆମର ସମ୍ମୁଖରେ ବସିଛନ୍ତି । ଆମ ଆତ୍ମାମାନଙ୍କ ସହିତ କଥା ହେଉଛନ୍ତି । ବାବା ଏହି ଶରୀରରେ
ପ୍ରବେଶ କରିଛନ୍ତି । ବାବା ଆସି ଅଲୌକିକ ଦିବ୍ୟ କର୍ତ୍ତବ୍ୟ କରୁଛନ୍ତି । ପତିତମାନଙ୍କୁ ପବିତ୍ର
କରାଇବା ପାଇଁ ପାଠ ପଢାଉଛନ୍ତି । ତେଣୁ ତାଙ୍କୁ ଭଲ ଭାବରେ ମନେ ପକାଇବା ଦରକାର । ଆମକୁ
ପତିତ-ପାବନ ଶିବବାବା ପାଠ ପଢାଉଛନ୍ତି । ପତିତ-ପାବନ ବାବା ସବୁଠାରୁ ଉଚ୍ଚ ଅଟନ୍ତି, ପୁଣି
ଶିକ୍ଷକ ମଧ୍ୟ ଅଟନ୍ତି । ତେବେ ସର୍ବ ପ୍ରଥମେ ପତିତ-ପାବନ ଶବ୍ଦ ଆସିବା ଦରକାର । ତାଙ୍କୁ ମନେ
ପକାଉଛନ୍ତି ଏବଂ କହୁଛନ୍ତି - ହେ ଈଶ୍ୱର ପିତା ଆସ । ଏଠାକୁ ଆସି ପୁଣି ଥରେ ଆମକୁ ରାଜଯୋଗ ଶିଖାଅ
। ବାବା ମଧ୍ୟ କହୁଛନ୍ତି - ମୁଁ ପୁଣି ଥରେ ଆସି ତୁମମାନଙ୍କୁ ସହଜ ଜ୍ଞାନ ଏବଂ ଯୋଗ ଶିଖାଉଛି,
ଏଥିରେ ପୁସ୍ତକ ଆଦିର କୌଣସି କଥା ନାହିଁ । ସେମାନେ କେବଳ ଏହାର ନାମ ରଖିଦେଇଛନ୍ତି । ଏବେ ତ ବାବା
ତୁମକୁ ଯୋଗ୍ୟ ହେବା ପାଇଁ ଶିକ୍ଷା ଦେଉଛନ୍ତି । ସେଥିପାଇଁ ପ୍ରତ୍ୟେକ ଦିନ ନୂଆ ନୂଆ ପଏଣ୍ଟସ୍
ମଧ୍ୟ ମିଳୁଅଛି । ଅନ୍ୟ ଯେଉଁ ଗୀତା, ଗ୍ରନ୍ଥ ଆଦି ଯାହା ରଚନା କରୁଛନ୍ତି ସେଥିରେ କୌଣସି ସଂଯୋଗ
ବା କଟାକଟି କରୁନାହାଁନ୍ତି, ତାହା ହିଁ ଶୁଣାଉଛନ୍ତି । ଏଠାରେ କିଛି ସଂଯୋଗ କରାଯାଉଛି, କଟାକଟି
ମଧ୍ୟ କରାଯାଉଛି । ପ୍ରତିଦିନ ନୂଆ -ନୂଆ ପଏଣ୍ଟସ୍ ମିଳୁଛି । ଏହି ଜ୍ଞାନ ବୁହତ ଆଶ୍ଚର୍ଯ୍ୟଜନକ
ଅଟେ ଯାହାକି ଆଉ କୌଣସି ଶାସ୍ତ୍ରରେ ନାହିଁ । କାମ ମହାଶତ୍ରୁ ଅଟେ, ଭଗବାନୁବାଚ, ନିଜର ଦେହ ସହିତ
ସମସ୍ତଙ୍କୁ ଭୁଲିଯାଅ, କେବଳ ଜଣଙ୍କୁ ମନେ ପକାଅ । ମୁଁ ତୁମ ସବୁ ଆତ୍ମାମାନଙ୍କୁ ଘରକୁ ନେଇଯିବି
। ମୁଁ ଅକାଳମୂର୍ତ୍ତ, କାଳମାନଙ୍କର କାଳ ଅଟେ । ମୁଁ ସବୁ ପିଲାମାନଙ୍କୁ ନେବାକୁ ଆସିଛି, ତେଣୁ
ତୁମେ ଖୁସି ହେବା ଉଚିତ୍ ।
ତୁମେମାନେ ଜାଣିଛ ଯେ,
ଏବେ ଆମେ ଘରକୁ ଯାଉଛୁ । ତେଣୁ ଜଲ୍ଦି ହୁସିଆର ହୋଇଯାଅ, ବାବାଙ୍କଠାରୁ ବର୍ସା ତ ନେଇଯାଅ ।
ସେପର୍ଯ୍ୟନ୍ତ ଲଢେଇ ନ ଲାଗୁ । ବାବା କହିବେ ମୁଁ କ’ଣ କିଛି କରିପାରିବି । ପ୍ରଥମେ ରିହର୍ସଲ ହେବ,
ଏବେ ତ ରାଜା ଆଦି ଆସିନାହାଁନ୍ତି । ରାଜସ୍ଥାନରେ ମଧ୍ୟ ତୁମେମାନେ ବୁଝାଇପାରିବ । ସେମାନଙ୍କୁ
କୁହ, ତୁମେମାନେ ଜାଣିଛ ଯେ, ରାଜସ୍ଥାନ ନାମ କାହିଁକି ରଖାଯାଇଛି? ଭାରତରେ ଲକ୍ଷ୍ମୀ-ନାରାୟଣଙ୍କର
ରାଜ୍ୟ ଥିଲା ନା । ପୁଣି ଥରେ ସେହି ରାଜସ୍ଥାନ ହେବା ଦରକାର ଯାହା ଏବେ ପୁଣି ଥରେ ସ୍ଥାପନ ହେଉଛି
। ଆମେ ଜାଣିଛୁ କିନ୍ତୁ ଯେତେବେଳେ ବୁଦ୍ଧିରେ ରହିବ ସେତେବେଳେ ଖୁସିର ନିଶା ଚଢିବ ।
ଭକ୍ତିମାର୍ଗରେ ଏହି ଦେବତାମାନଙ୍କର ମନ୍ଦିର ତିଆରି କରିଥା’ନ୍ତି । ଭାରତରେ କେତେ ଧନ ଥିଲା । ଆମେ
ପୁଣି ଥରେ ସେହି ଦୈବୀ ରାଜସ୍ଥାନ ଗଢୁଛୁ । ଏହି କଥାକୁ ଆସି ବୁଝ । ବୁଝାଇବା ପାଇଁ ଉମଙ୍ଗ ରହିବା
ଦରକାର । ଏହା ମଧ୍ୟ ଏକ ସମ୍ମିଳନୀ ଅଟେ । କିପରି ସେବା କରିବା ଦରକାର । ବାବା ବୁଝାଉଛନ୍ତି
କୁମାରୀ, ମାତା, ଗୋପ ସମସ୍ତେ ଏକତ୍ର ଶୁଣୁଛନ୍ତି । ଉଚ୍ଚରୁ ଉଚ୍ଚ ଏକ ଭଗବାନ ଅଟନ୍ତି,
ଶ୍ରୀକୃଷ୍ଣ ନୁହେଁ । ତେଣୁ ରାଜସ୍ଥାନରେ ତୁମେମାନେ ବୁଝାଇପାରିବ । ବାସ୍ତବରେ ଏଠାରେ ରାଜସ୍ଥାନ
ଥିଲା ଯାହାଙ୍କର ମନ୍ଦିର ତିଆରି ହୋଇଛି ଏବେ ପୁଣି ଆମେ ସେହି ରାଜସ୍ଥାନ ତିଆରି କରୁଛୁ । ବାବା
ଆମକୁ ରାଜଯୋଗ ଶିଖାଉଛନ୍ତି । ତୁମେମାନେ ମଧ୍ୟ ଚେଷ୍ଟା କର - ଅଧାକଳ୍ପ ପାଇଁ ପୁଣି କେବେ ତୁମକୁ
କାନ୍ଦିବାକୁ ପଡିବ ନାହିଁ । ଆମେ ରାମଙ୍କ ଶ୍ରୀମତ ଆଧାରରେ ରାବଣ ଉପରେ ବିଜୟୀ ହେଉଛୁ । ଏହି
ଅକ୍ଷର ଶୁଣିଲେ ଯାଇ ମନକୁ ପାଇବ । ଯାହାଙ୍କୁ ତୀର ଲାଗିବ ସିଏ ବୁଝିବା ପାଇଁ ଆସିବେ, ଏହି ବେହଦର
ସେମିନାର ଅର୍ଥାତ୍ ସମ୍ମିଳନୀ ପ୍ରତିଦିନ ବାବା କରୁଛନ୍ତି । ଏହା ହେଉଛି ଆତ୍ମାମାନଙ୍କର
ପରମାତ୍ମାଙ୍କ ସହିତ ସେମିନାର । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କର୍ମଭୋଗରୁ
ମୁକ୍ତ ହେବା ପାଇଁ ଏକମାତ୍ର ବାବାଙ୍କର ସ୍ମୃତିରେ ରହିବାକୁ ହେବ । ଦେହଧାରୀଙ୍କ ସ୍ମୃତିରେ ରହି
ସମୟ ନଷ୍ଟ କରିବା ଉଚିତ୍ ନୁହେଁ । ବୁଦ୍ଧିର ଲାଇନ ବହୁତ ସ୍ୱଚ୍ଛ ରଖିବାକୁ ହେବ ।
(୨) ବହୁତ ଶୁଦ୍ଧ ଭୋଜନ
ଖାଇବାକୁ ହେବ । ଯେପରି ଅନ୍ନ ସେହିପରି ମନ, ସେଥିପାଇଁ କୌଣସି ବି ମ୍ଲେଚ୍ଛ ଅର୍ଥାତ୍ ବିକାରୀ
ହାତରୁ ଭୋଜନ ଖାଇବା ଉଚିତ୍ ନୁହେଁ । ବୁଦ୍ଧିକୁ ସ୍ୱଚ୍ଛ ରଖିବାକୁ ହେବ ।
ବରଦାନ:-
ଆତ୍ମିକ
ସହାନୁଭୂତି ଦ୍ୱାରା ସମସ୍ତଙ୍କୁ ସନ୍ତୁଷ୍ଟ କରୁଥିବା ସଦା ସମ୍ପତ୍ତିବାନ ହୁଅ ।
ଆଜିର ବିଶ୍ୱରେ
ସମ୍ପତ୍ତିବାନ ମନୁଷ୍ୟ ତ ବହୁତ ଅଛନ୍ତି କିନ୍ତୁ ସବୁଠାରୁ ବଡରୁ ବଡ ଆବଶ୍ୟକ ସମ୍ପତ୍ତି ହେଲା
ସହାନୁଭୂତି । ଚାହେଁ ଗରିବ ହୋଇଥାଉ ବା ଧନବାନ ହୋଇଥାଉ କାହା ପାଖରେ ବି ସହାନୁଭୂତି ରୂପକ
ସମ୍ପତ୍ତି ନାହିଁ କିନ୍ତୁ ତୁମମାନଙ୍କ ପାଖରେ ଏହି ସମ୍ପତ୍ତି ରହିଛି ସେଥିପାଇଁ କାହାକୁ ଆଉ କିଛି
ପଛକେ ନ ଦିଅ କିନ୍ତୁ ନିଜର ସହାନୁଭୂତିର ସମ୍ପତ୍ତି ଦ୍ୱାରା ସମସ୍ତଙ୍କୁ ସନ୍ତୁଷ୍ଟ କରିପାରିବ ।
ତେବେ ତୁମେମାନଙ୍କର ସହାନୁଭୂତି ଈଶ୍ୱରୀୟ ପରିବାର ହିସାବରେ ହିଁ ରହିଛି ଏବଂ ଏହି ଆତ୍ମିକ
ସହାନୁଭୂତି ଦ୍ୱାରା ତୁମେ ସମସ୍ତଙ୍କର ଶାରୀରିକ, ମାନସିକ ତଥା ଆର୍ଥୀକ ଆବଶ୍ୟକତାକୁ ପୂରଣ
କରିପାରିବ ।
ସ୍ଲୋଗାନ:-
ପ୍ରତ୍ୟେକ
କାର୍ଯ୍ୟରେ ସାହାସକୁ ନିଜର ସାଥୀ କରିଦିଅ ତେବେ ସଫଳତା ନିଶ୍ଚିତ ମିଳିବ ।