10.07.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମେମାନେ ଏହି ପାଠପଢା ଦ୍ୱାରା ନିଜର ସୁଖଧାମକୁ ଯାଉଛ ଭାୟା ଶାନ୍ତିଧାମ, ଏହା ହିଁ ତୁମମାନଙ୍କର ଏମ୍ ଅବଜେକ୍ଟ ଅର୍ଥାତ୍ ଲକ୍ଷ୍ୟ ଅଟେ, ଏକଥା କେବେ ହେଲେ ଭୁଲିବା ଉଚିତ୍ ନୁହଁ ।

ପ୍ରଶ୍ନ:-
ତୁମେ ପିଲାମାନେ ଏହି ସମୟରେ ଡ୍ରାମାର କେଉଁ ଦୃଶ୍ୟକୁ ସାକ୍ଷୀ ହୋଇ ଦେଖୁଛ ?

ଉତ୍ତର:-
ଏହି ସମୟରେ ଡ୍ରାମାରେ କେବଳ ଦୁଃଖର ଦୃଶ୍ୟ ରହିଛି । ଯଦିଓ କାହାକୁ ଟିକିଏ ସୁଖ ମିଳୁଛି ତାହା ମଧ୍ୟ ଅଳ୍ପ କାଳ ପାଇଁ ଅର୍ଥାତ୍ କାକ ବିଷ୍ଠା ସମାନ ଅଟେ । ନଚେତ୍ କେବଳ ଦୁଃଖ ହିଁ ଦୁଃଖ ରହିଛି । ତୁମେ ପିଲାମାନେ ଏବେ ଆଲୋକକୁ ଆସିଯାଇଛ । ଜାଣୁଛ ପ୍ରତି ମୂହୁର୍ତ୍ତରେ ଏହି ବେହଦ ସୃଷ୍ଟିର ଚକ୍ର ଘୂରି ଚାଲିଛି, ଗୋଟିଏ ଦିନ ବି ଅନ୍ୟ ଗୋଟିଏ ଦିନ ସହିତ ସମାନ ନୁହେଁ । ସାରା ଦୁନିଆର ସମସ୍ତଙ୍କର ଅଭିନୟ ବଦଳୁଛି । ନୂଆ ନୂଆ ଦୃଶ୍ୟ ଦେଖିବାକୁ ମିଳୁଛି ।

ଓମ୍ ଶାନ୍ତି ।
ଡବଲ ଓମ୍ ଶାନ୍ତି । ପ୍ରଥମେ ତ ବାବା ସର୍ବଦା ସ୍ୱଧର୍ମରେ ସ୍ଥିତ ରହିଥାନ୍ତି, ସେଥିପାଇଁ ପିଲାମାନଙ୍କୁ ମଧ୍ୟ କହୁଛନ୍ତି ଯେ ନିଜର ସ୍ୱ-ଧର୍ମରେ ସ୍ଥିତ ହୁଅ ଏବଂ ବାବାଙ୍କୁ ମନେ ପକାଅ । ଆଉ କେହି ଏପରି କହିପାରିବେ ନାହିଁ ଯେ ନିଜର ସ୍ୱର୍ଧମରେ ସ୍ଥିତ ରୁହ । ତୁମମାନଙ୍କ ବୁଦ୍ଧିରେ ଏବେ ନିଶ୍ଚୟ ରହିଛି । ନିଶ୍ଚୟ ବୁଦ୍ଧି ବିଜୟନ୍ତୀ । ସେହିମାନେ ହିଁ ବିଜୟ ପ୍ରାପ୍ତ କରିବେ । କେଉଁ କଥାରେ ବିଜୟୀ ହେବେ ? ବାବାଙ୍କର ସମ୍ପତ୍ତି ଉପରେ । ସ୍ୱର୍ଗକୁ ଯିବା - ଏହା ହେଲା ବାବାଙ୍କର ସମ୍ପତ୍ତି ଉପରେ ବିଜୟ ପ୍ରାପ୍ତ କରିବା । ବାକି ପଦର ଅଧିକାରୀ ହେବା ପାଇଁ ପୁରୁଷାର୍ଥ କରିବାକୁ ହେବ । ସ୍ୱର୍ଗକୁ ତ ନିଶ୍ଚିତ ଯିବ । ତୁମେମାନେ ଜାଣିଛ ଯେ ଏହା ଛି-ଛି ଦୁନିଆ ଅଟେ । ଏଠାରେ ଆଗକୁ ବହୁତ ଦୁଃଖ ଆସିବାର ଅଛି । ଡ୍ରାମାର ଚକ୍ରକୁ ମଧ୍ୟ ତୁମେମାନେ ଜାଣୁଛ । ଅନେକ ଥର ବାବା ସମସ୍ତ ଆତ୍ମାମାନଙ୍କୁ ପାବନ କରି ମଶା ମାଛି ସଦୃଶ ନେଇଯିବା ପାଇଁ ଆସିଥାନ୍ତି ତାପରେ ନିଜେ ନିର୍ବାଣ ଧାମରେ ଯାଇ ନିବାସ କରିଥାନ୍ତି । ତୁମେମାନେ ମଧ୍ୟ ଯିବ! ତୁମମାନଙ୍କୁ ତ ଏହି ଖୁସୀ ରହିବା ଦରକାର ଯେ ଏହି ପାଠପଢି ଆମେ ସୁଖଧାମକୁ ଯିବୁ ଭାୟା ଶାନ୍ତିଧାମ । ଏହା ହିଁ ତୁମର ଲକ୍ଷ୍ୟ । ଏହି କଥାକୁ ଭୁଲିବା ଉଚିତ୍ ନୁହେଁ । ପ୍ରତିଦିନ ଏହି କଥା ଶୁଣୁଛ ଏବଂ ଜାଣୁଛ ଯେ, ଆମକୁ ପତିତରୁ ପାବନ କରିବା ପାଇଁ ବାବା ପାଠ ପଢାଉଛନ୍ତି । ଯୋଗବଳ ଦ୍ୱାରା ପାବନ ହେବାର ସହଜ ଉପାୟ ବତାଉଛନ୍ତି । ଏହା ମଧ୍ୟ ନୂଆ କଥା ନୁହଁ । ଗୀତାରେ ଲେଖା ହୋଇଛି ଯେ ଭଗବାନ ରାଜଯୋଗ ଶିଖାଇଛନ୍ତି । ସେଥିରେ କେବଳ ବାବାଙ୍କ ପରିବର୍ତ୍ତେ କୃଷ୍ଣଙ୍କର ନାମ ଲେଖି ଭୁଲ୍ କରି ଦେଇଛନ୍ତି । ଏପରି ମଧ୍ୟ ନୁହେଁ ଯେ ପିଲାମାନଙ୍କୁ ଯେଉଁ ଜ୍ଞାନ ମିଳୁଛି, ତାହା ଗୀତା ବ୍ୟତୀତ ଆଉ କୌଣସି ଶାସ୍ତ୍ରରେ ଥିବ । ପିଲାମାନେ ଜାଣିଛନ୍ତି ଯେ, କୌଣସି ବି ମନୁଷ୍ୟମାନଙ୍କର ମହିମା ସେ ଭଳି ନାହିଁ, ଯେଉଁ ଭଳି ବାବାଙ୍କର ମହିମା ରହିଛି । ବାବା ଯଦି ନ ଆସିବେ ତେବେ ସୃଷ୍ଟିର ଚକ୍ର ହିଁ ଘୂରିବ ନାହିଁ । ଦୁଃଖଧାମରୁ ସୁଖଧାମ କିପରି ହେବ ? ସୃଷ୍ଟିର ଚକ୍ର ତ ଘୂରି ଚାଲିଛି । ବାବାଙ୍କୁ ମଧ୍ୟ ନିଶ୍ଚିତ ଆସିବାକୁ ହିଁ ପଡିବ । ବାବା ମଧ୍ୟ ସମସ୍ତଙ୍କୁ ନେଇଯିବା ପାଇଁ ଆସିଥାନ୍ତି । ପୁଣି ଚକ୍ର ଘୂରିଥାଏ ? ଯଦି ବାବା ନ ଆସିବେ ତେବେ କଳିଯୁଗରୁ ସତ୍ୟଯୁଗ କିପରି ହେବ ? ବାକି ଏସବୁ କଥା କୌଣସି ଶାସ୍ତ୍ରରେ ନାହିଁ । ରାଜଯୋଗ କେବଳ ଗୀତାରେ ହିଁ ଅଛି । ଯଦି ଜାଣିଯିବେ ଭଗବାନ ଆବୁରେ ଆସିଛନ୍ତି ତେବେ ଏକଦମ୍ ମିଶିବା ପାଇଁ ଦୌଡିବେ । ସନ୍ନ୍ୟାସୀମାନେ ମଧ୍ୟ ଭଗବାନଙ୍କ ସହିତ ମିଳନ କରିବା ପାଇଁ ଚାହିଁଥାନ୍ତି ନା । ଘରକୁ ଫେରିଯିବା ପାଇଁ ପତିତପାବନଙ୍କୁ ମନେ ପକାଇଥାନ୍ତି । ଏବେ ତୁମେମାନେ ପଦମା ପଦମ ଭାଗ୍ୟଶାଳୀ ହେଉଛ । ସେଠାରେ ଅର୍ଥାତ୍ ସ୍ୱର୍ଗରେ ଅସରନ୍ତି ସୁଖ ଥାଏ । ନୂଆ ଦୁନିଆରେ ଯେଉଁ ଦେବୀ-ଦେବତା ଧର୍ମ ଥିଲା, ତାହା ଏବେ ନାହିଁ । ବାବା ବ୍ରହ୍ମାଙ୍କଦ୍ୱାରା ଦୈବୀ ରାଜ୍ୟର ସ୍ଥାପନା କରୁଛନ୍ତି । ଏହା ତ କ୍ଲିଅର କଥା ଏବଂ ଏହା ହିଁ ତୁମର ଲକ୍ଷ୍ୟ ମଧ୍ୟ ଅଟେ । ଏଥିରେ ସଂଶୟର କୌଣସି କଥା ନାହିଁ । ଆଗକୁ ଯାଇ ସମସ୍ତେ ବୁଝିଯିବେ ଯେ, ରାଜଧାନୀ ନିଶ୍ଚିତ ସ୍ଥାପନ ହେଉଛି । ଏହା ଆଦି ସନାତନ ଦେବୀ-ଦେବତା ଧର୍ମ ଅଟେ । ଯେତେବେଳେ ତୁମେ ସ୍ୱର୍ଗରେ ଥିଲ ସେତେବେଳେ ଏହାର ନାମ ଭାରତ ଥିଲା ପୁଣି ଯେତେବେଳେ ତୁମେ ନର୍କକୁ ଆସୁଛ ସେତେବେଳେ ଏହାର ନାମ ହିନ୍ଦୁସ୍ଥାନ ହୋଇଯାଉଛି । ଏଠାରେ କେବଳ ଦୁଃଖ ହିଁ ଦୁଃଖ ରହିଛି । ପରେ ପୁଣି ଏହି ସୃଷ୍ଟି ବଦଳିଯାଉଛି, ସ୍ୱର୍ଗ ସୁଖଧାମ ଅଟେ । ଏହି ଜ୍ଞାନ ତୁମ ପିଲାମାନଙ୍କଠାରେ ଅଛି । ଦୁନିଆର ମନୁଷ୍ୟମାନେ ଏକଥା କିଛି ବି ଜାଣିନାହାନ୍ତି । ବାବା ସ୍ୱୟଂ କହୁଛନ୍ତି ଏବେ ଏହା ଅନ୍ଧକାର ରାତ୍ରୀ ଅଟେ । ରାତ୍ରୀରେ ମନୁଷ୍ୟ ଧକ୍କା ଖାଇଥାନ୍ତି । ତୁମେମାନେ ଆଲୋକରେ ଅଛ । ଏହା ମଧ୍ୟ ସାକ୍ଷୀ ହୋଇ ବୁଦ୍ଧିରେ ଧାରଣ କରିବାକୁ ହେବ । ସେକେଣ୍ଡ ବାଇ ସେକେଣ୍ଡ ବେହଦ ସୃଷ୍ଟିର ଚକ୍ର ଘୂରି ଚାଲିଛି । ଗୋଟିଏ ଦିନର ଦୃଶ୍ୟ ଅନ୍ୟ ଦିନ ସହିତ ମିଶିନଥାଏ । ସାରା ଦୁନିଆର କାର୍ଯ୍ୟକଳାପ ପରିବର୍ତ୍ତନ ହେଉଛି । ନୂଆ ନୂଆ ଦୃଶ୍ୟ ଦେଖିବାକୁ ମିଳୁଛି । ଏହି ସମୟରେ ସମ୍ପୂର୍ଣ୍ଣ ଦୁଃଖର ଦୃଶ୍ୟ ରହିଛି । ଯଦିଓ କିଛି ସୁଖ ରହିଛି କିନ୍ତୁ ତାହା ମଧ୍ୟ କାକ ବିଷ୍ଠା ସମାନ ଅର୍ଥାତ୍ ଅଳ୍ପକାଳର ସୁଖ । ବାକି ଦୁଃଖ ହିଁ ଦୁଃଖ ରହିଛି । ଯଦିଓ ଏହି ଜନ୍ମରେ ସୁଖ ଅଛି ପୁଣି ଅନ୍ୟ ଜନ୍ମରେ ଦୁଃଖ ଥିବ । ଏବେ ତୁମମାନଙ୍କ ବୁଦ୍ଧିରେ ଅଛି ଯେ ବର୍ତ୍ତମାନ ଆମେ ନିଜ ଘରକୁ ଯାଉଛୁ । ଏଥିପାଇଁ ପାବନ ହେବାର ମେହନତ କରିବାକୁ ହେବ । ଯିଏ ଶ୍ରୀ ଶ୍ରୀ ସିଏ ଶ୍ରୀଲକ୍ଷ୍ମୀ-ନାରାୟଣ ହେବା ପାଇଁ ଶ୍ରୀମତ ଦେଇଛନ୍ତି । ଯେପରି ବାରିଷ୍ଟର, ବାରିଷ୍ଟର ହେବା ପାଇଁ ମତ ଦେବେ । ସେହିପରି ଏବେ ବାବା ମଧ୍ୟ କହୁଛନ୍ତି ଶ୍ରୀମତ ଆଧାରରେ ଏହିପରି ହୁଅ ।

ତେବେ ନିଜକୁ ପଚାରିବା ଦରକାର ମୋ ଭିତରେ କୌଣସି ଅବଗୁଣ ନାହିଁ ତ ? ଗାୟନ ମଧ୍ୟ କରୁଛନ୍ତି ଯେ ମୁଁ ନିର୍ଗୁଣ, ମୋଠାରେ କୌଣସି ଗୁଣ ନାହିଁ, ନିଜ ପ୍ରତି ଦୟା ଆସୁଛି । ତରସ ଅର୍ଥାତ୍ ଦୟା । ବାବା କହୁଛନ୍ତି ପିଲାମାନେ ମୁଁ ତ କାହା ପ୍ରତି ଦୟା କରିନଥାଏ । ଦୟା ତ ପ୍ରତ୍ୟେକଙ୍କୁ ନିଜେ ନିଜ ଉପରେ କରିବାକୁ ହେବ । ଏହି ଡ୍ରାମା ପୂର୍ବ ନିର୍ଦ୍ଧାରିତ ଅଟେ । ନିର୍ଦ୍ଦୟ ରାବଣ ତୁମକୁ ଦୁଃଖ ଦେଇଥାଏ । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି । ଏଥିରେ ରାବଣର ମଧ୍ୟ କୌଣସି ଦୋଷ ନାହିଁ । ବାବା ଆସି କେବଳ ରାୟ ଦେଉଛନ୍ତି । ଏହା ହିଁ ତାଙ୍କର ଦୟା । ବାକି ଏହି ରାବଣ ରାଜ୍ୟ ତ ପୁଣି ମଧ୍ୟ ଚାଲିବ । ଡ୍ରାମା ଅନାଦୀ । ଏଥିରେ ନା ରାବଣର ଦୋଷ ନା ମନୁଷ୍ୟମାନଙ୍କର ଦୋଷ । ଚକ୍ରକୁ ଘୂରିବାକୁ ହିଁ ପଡିବ । ରାବଣଠାରୁ ମୁକ୍ତ କରିବା ପାଇଁ ବାବା ଉପାୟ ବତାଉଛନ୍ତି । ରାବଣ ମତରେ ତୁମେମାନେ କେତେ ପାପ ଆତ୍ମା ହୋଇଯାଇଛ । ଏହା ପୁରୁଣା ଦୁନିଆ । ପୁଣି ନିଶ୍ଚିନ୍ତ ନୂଆ ଦୁନିଆ ଆସିବ । ଚକ୍ର ତ ଘୂରିବ ନା । ସତ୍ୟଯୁଗ ପୁନର୍ବାର ନିଶ୍ଚିତ ଆସିବ । ଏବେ ସଂଗମଯୁଗ ଚାଲିଛି । ବାସ୍ତବରେ ମହାଭାରତ ଲଢେଇ ମଧ୍ୟ ବର୍ତ୍ତମାନ ସମୟର । ବିନାଶ କାଳେ ବିପରୀତ ବୁଦ୍ଧି ବିନଶ୍ୟନ୍ତି । ଆଗକୁ ଏହିଭଳି ହେବାକୁ ଯାଉଛି । ଆମେମାନେ ବିଜୟନ୍ତୀ ଅର୍ଥାତ୍ ସ୍ୱର୍ଗର ମାଲିକ ହେବୁ । ବାକି ସବୁ ରହିବେ ନାହିଁ । ଏକଥା ମଧ୍ୟ ତୁମେମାନେ ଜାଣୁଛ ଯେ ପବିତ୍ର ନହେଲେ ଦେବତା ହେବା ଅସମ୍ଭବ । ବର୍ତ୍ତମାନ ବାବାଙ୍କଠାରୁ ଶ୍ରେଷ୍ଠ ଦେବତା ହେବା ପାଇଁ ଶ୍ରୀମତ ମିଳୁଛି । ଏଭଳି ମତ ଆଉ କେବେ ମିଳିପାରିବ ନାହିଁ । ତାଙ୍କର ଶ୍ରୀମତ ଦେବାର ପାର୍ଟ କେବଳ ସଂଗମ ଯୁଗରେ ହିଁ ରହିଛି । ଆଉ କାହାଠାରେ ତ ଏହି ଜ୍ଞାନ ହିଁ ନାହିଁ । ଭକ୍ତି ମାନେ ଭକ୍ତି । ତାକୁ ଜ୍ଞାନ କୁହାଯାଇପାରିବ ନାହିଁ । ଆତ୍ମିକ ଜ୍ଞାନ, ଜ୍ଞାନର ସାଗର ହିଁ ଦେଇଥାନ୍ତି । ସେଥିପାଇଁ ତାଙ୍କର ମହିମା ହେଲା ଜ୍ଞାନର ସାଗର, ସୁଖର ସାଗର । ବାବା ପୁରୁଷାର୍ଥ କରିବାର ଉପାୟ ମଧ୍ୟ ବତାଉଛନ୍ତି । ତେବେ ଏହି ଖିଆଲ ରଖିବା ଦରକାର ଯେ, ଏବେ ଯଦି ଫେଲ୍ ହେଲ ତେବେ କଳ୍ପ-କଳ୍ପାନ୍ତର ପାଇଁ ଫେଲ୍ ହେଉଥିବ । ବହୁତ ଧକ୍କା ଲାଗିଯିବ । ଯଦି ଶ୍ରୀମତ ଆଧାରରେ ନ ଚାଲିବ ତେବେ ଧକ୍କା ଲାଗିବ । ବ୍ରାହ୍ମଣମାନଙ୍କର ବୃକ୍ଷ ମଧ୍ୟ ନିଶ୍ଚିତ ବଢ଼ିବ ଏବଂ ତାହା ସେତିକି ବଢିବ ଯେତିକି ଦେବତାମାନଙ୍କର ବୃକ୍ଷ ଥିବ । ଏବେ ତୁମକୁ ପୁରୁଷାର୍ଥ କରିବାକୁ ପଡିବ ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ପଡିବ । କଲମି ଲାଗୁଥିବ ଏବଂ ବୃକ୍ଷ ମଧ୍ୟ ବଡ ହୋଇଯିବ । ତୁମେମାନେ ଜାଣୁଛ ଯେ ଏବେ ଆମର କଲ୍ୟାଣ ହେବାକୁ ଯାଉଛି । ପତିତ ଦୁନିଆରୁ ପାବନ ଦୁନିଆକୁ ଯିବାର କଲ୍ୟାଣ ହେଉଛି । ତୁମମାନଙ୍କର ବୁଦ୍ଧିର ତାଲା ଏବେ ଖୋଲା ଅଛି । ବାବା ହେଲେ ବୁଦ୍ଧିବାନମାନଙ୍କର ବୁଦ୍ଧି ନା । ଏବେ ତୁମେ ଜାଣୁଛ ପୁଣି ଆଗକୁ ଗଲେ ଦେଖିବ କାହା-କାହାର ତାଲା ଖୋଲୁଛି । ଏହା ମଧ୍ୟ ଡ୍ରାମାରେ ଚାଲିଛି । ପୁଣି ସତ୍ୟଯୁଗରୁ ପୁନରାବୃତ୍ତି ହେବ । ଯେବେଠାରୁ ଲକ୍ଷ୍ମୀ-ନାରାୟଣ ସିଂହାସନରେ ବସିବେ ସେବେଠାରୁ ସଂବତ ଆରମ୍ଭ ହୋଇଥାଏ । ତୁମେମାନେ ମଧ୍ୟ ଲେଖୁଛ ଏକରୁ ୧୨୫୦ ବର୍ଷ ପର୍ଯ୍ୟନ୍ତ ସ୍ୱର୍ଗ ଦୁନିଆ ଚାଲୁଛି । ଏହା ତ ସମ୍ପୂର୍ଣ୍ଣ ସ୍ପଷ୍ଟ ଅଟେ ନା । ଦୁନିଆରେ ସତ୍ୟନାରାୟଣ କଥା ବା ଅମରକଥାର ଗାୟନ ରହିଛି କିନ୍ତୁ ତୁମେମାନେ ବର୍ତ୍ତମାନ ପ୍ରକୃତ ସତ୍ୟନାରାୟଣଙ୍କ କଥା ଶୁଣୁଛ ଯାହାର ଗାୟନ ପରବର୍ତ୍ତୀ ସମୟରେ ହେଉଛି । ସମସ୍ତ ପର୍ବପର୍ବାଣୀ ଗୁଡିକ ମଧ୍ୟ ଏହି ସମୟର ସ୍ମାରକୀ ଅଟେ । ନମ୍ବରୱାନ୍ ଉତ୍ସବ ହେଉଛି ଶିବବାବାଙ୍କର । କଳିଯୁଗ ପରେ ଦୁନିଆକୁ ପରିବର୍ତ୍ତନ କରିବା ପାଇଁ ବାବାଙ୍କୁ ନିଶ୍ଚିତ ଆସିବାକୁ ପଡିବ । ଚିତ୍ରଗୁଡିକୁ କେହି ଭଲ ଭାବରେ ଦେଖନ୍ତୁ, ସେଥିରେ ସମ୍ପୂର୍ଣ୍ଣ ହିସାବ ରହିଛି । ତୁମମାନଙ୍କର କେତେ ଖାତିରି ରହିଛି । ଯେତିକି କଳ୍ପ ପୂର୍ବରୁ ପୁରୁଷାର୍ଥ କରିଥିବେ ସେତିକି ନିଶ୍ଚିତ କରିବେ ଏବଂ ସାକ୍ଷୀ ହୋଇ ଅନ୍ୟମାନଙ୍କର ମଧ୍ୟ ଦେଖିବେ । ସେମାନେ ନିଜେ ନିଜର ପୁରୁଷାର୍ଥକୁ ମଧ୍ୟ ଜାଣିଥାନ୍ତି । ତୁମେ ମଧ୍ୟ ଜାଣିଛ । ବିଦ୍ୟାର୍ଥୀମାନେ କଣ ନିଜର ପାଠପଢାକୁ ଜାଣି ନଥିବେ ? ମନ ନିଶ୍ଚିନ୍ତ ଖାଇବ ଯେ ମୁଁ ଏହି ବିଷୟରେ ବହୁତ ଦୁର୍ବଳ ଅଛି । କେହି କେହି ଫେଲ୍ ମଧ୍ୟ ହୋଇଯାଇଥାନ୍ତି । ଯେଉଁ ପିଲା ପାଠପଢାରେ ଦୁର୍ବଳ ହୋଇଥିବେ ପରୀକ୍ଷା ସମୟରେ ସେମାନଙ୍କର ହୃଦୟରେ ପ୍ରକମ୍ପନ ସୃଷ୍ଟି ହୋଇଥାଏ । ତୁମେ ପିଲାମାନେ ମଧ୍ୟ ସାକ୍ଷାତ୍କାର କରିବ ପରନ୍ତୁ ଫେଲ୍ ହୋଇ ଗଲେ, କଣ କରିପାରିବ । ସ୍କୁଲ୍ରେ ଫେଲ୍ ହେଲେ ପରିବାର ବର୍ଗ ମଧ୍ୟ ଅସନ୍ତୁଷ୍ଟ ତ ଟୀଚର ମଧ୍ୟ ଅସନ୍ତୁଷ୍ଟ ହୋଇଥାନ୍ତି । କହିବେ ଆମ ସ୍କୁଲ୍ରୁ କମ୍ ପାଶ ହୋଇଛନ୍ତି ତେବେ ବୁଝି ହେବ ଯେ ଟୀଚର ଏତେ ଭଲ ନୁହଁନ୍ତି । ତେଣୁ କମ୍ ପାସ୍ ହୋଇଛନ୍ତି । ବାବା ମଧ୍ୟ ଜାଣିଥାନ୍ତି ଯେ ସେବା କେନ୍ଦ୍ରରେ କେଉଁ କେଉଁମାନେ ଭଲ ଟିଚର ଅଛନ୍ତି, କିପରି ପାଠ ପଢାଉଛନ୍ତି । କେଉଁ କେଉଁମାନେ ଭଲ ଭାବରେ ପାଠପଢାଇ ବାବାଙ୍କ ପାଖକୁ ନେଇ ଆସୁଛନ୍ତି । ସବୁ ଜଣାପଡିଯାଏ । ବାବା କହୁଛନ୍ତି ବାଦଲମାନଙ୍କୁ ମୋ ସମ୍ମୁଖକୁ ଆଣ । ଯଦି ଛୋଟ ପିଲାମାନଙ୍କୁ ସାଥୀରେ ଆଣିବ ତେବେ ତାଙ୍କ ପାଖରେ ମୋହ ରହିବ । ତେଣୁ ଏକୁଟିଆ ଆସିବା ଦରକାର, ତେବେ ବୁଦ୍ଧି ଭଲ ଭାବରେ ଲାଗି ରହିବ । ପିଲାମାନଙ୍କୁ ତ ସେଠାରେ ବି ଦେଖୁଛ ।

ବାବା କହୁଛନ୍ତି ଯେ ଏହି ପୁରୁଣା ଦୁନିଆ ତ କବରସ୍ଥାନ ହୋଇଯିବ । ନୂଆ ଘର ତିଆରି କରିଲେ ବୁଦ୍ଧିରେ ରହିଥାଏ ଯେ ଆମର ନୂଆ ଘର ତିଆରି ହେଉଛି । ଧନ୍ଦା ଆଦି ତ କରିଥାନ୍ତି । କିନ୍ତୁ ବୁଦ୍ଧି ନୂଆ ଘର ପ୍ରତି ରହିଥାଏ । କେହି ନିରବରେ ତ ବସି ଯାଆନ୍ତି ନାହଁ । ତାହା ତ ହଦର କଥା, ଏହା ହେଲା ବେହଦର କଥା । ପ୍ରତ୍ୟେକ କାର୍ଯ୍ୟ କରି ମଧ୍ୟ ସ୍ମୃତିରେ ରହୁ ଯେ ଏବେ ମୁଁ ଘରକୁ ଯାଇ ପୁଣି ନିଜର ରାଜଧାନୀକୁ ଯିବି ତେବେ ଅପାର ଖୁସୀରେ ରହିବ । ବାବା କହୁଛନ୍ତି ପିଲାମାନେ, ନିଜର ସନ୍ତାନମାନଙ୍କୁ ମଧ୍ୟ ସମ୍ଭାଳିବାକୁ ପଡିବ । ପରନ୍ତୁ ବୁଦ୍ଧି ସେଠାରେ ଲାଗି ରହୁ । ବାବାଙ୍କୁ ସ୍ମରଣ ନ କରିଲେ ପୁଣି ପବିତ୍ର ମଧ୍ୟ ହୋଇପାରିବ ନାହିଁ । ଯୋଗ ଦ୍ୱାରା ପବିତ୍ର ଏବଂ ଜ୍ଞାନ ଦ୍ୱାରା ରୋଜଗାର ହୋଇଥାଏ । ଏଠାରେ ତ ସମସ୍ତେ ପତିତ । ଦୁଇଟି କୂଳ ରହିଛି । ବାବାଙ୍କୁ ନାବିକ ମଧ୍ୟ କହିଥାନ୍ତି, ପରନ୍ତୁ ଏହାର ଅର୍ଥକୁ କେହି ବି ବୁଝି ନାହାଁନ୍ତି । ତୁମେମାନେ ଜାଣିଛ ଯେ ବାବା ଆମମାନଙ୍କୁ ଏ କୂଳରୁ ସେ କୂଳକୁ ନେଇ ଯାଉଛନ୍ତି । ଆତ୍ମା ଜାଣିଛି ଯେ ଆମେ ଏବେ ବାବାଙ୍କୁ ସ୍ମରଣ କରି ବହୁତ ନିକଟକୁ ଯାଉଛୁ । ନାବିକ ନାମ ମଧ୍ୟ ଅର୍ଥ ସହିତ ରଖାଯାଇଛି ନା । ମହିମା କରିଥାନ୍ତି ନୌକା ମୋର ପାରି କରିଦିଅ । ସତ୍ୟଯୁଗରେ କଣ ଏପରି କହିବେ କି ? ସମସ୍ତେ ଏହି କଳିଯୁଗରେ ହିଁ ଡାକୁଛନ୍ତି । ତୁମେମାନେ ଜାଣିଛ ଯେ ଯେଉଁମାନେ କିଛି ବୁଝିନାହାନ୍ତି ସେମାନଙ୍କୁ ତ ଏଠାକୁ ଆଣିବାର ନାହିଁ । ବାବା ସମ୍ପୂର୍ଣ୍ଣ ମନା କରୁଛନ୍ତି । ଯଦି ବାବାଙ୍କ ଉପରେ ନିଶ୍ଚୟ ନାହିଁ ତେବେ କଦାପି ବାବାଙ୍କ ନିକଟକୁ ଆଣିବା ଉଚିତ୍ ନୁହେଁ । ସେମାନେ କିଛି ବି ବୁଝିପାରିବେ ନାହିଁ । ପ୍ରଥମେ ତ ୭ ଦିନର କୋର୍ସ କରାଅ । କାହା କାହାକୁ ତ ୨ ଦିନରେ ମଧ୍ୟ ତୀର ଲାଗିଯାଏ । ଯଦି ଭଲ ଲାଗିବ ତେବେ ଆଉ କଣ ଛାଡିବେ କି । ସେମାନେ କହିବେ ମୁଁ ଆହୁରି ମଧ୍ୟ ୭ ଦିନ ଶିଖିବି । ତେବେ ତୁମେମାନେ ତୁରନ୍ତ ବୁଝିଯିବ ଯେ ଇଏ ଏହି କୂଳର ଅଟେ । ଯାହାର ତୀକ୍ଷ୍ଣ ବୁଦ୍ଧି ହୋଇଥିବ ସେମାନେ କୌଣସି କଥାକୁ ବେପରୁଆ କରିବେ ନାହିଁ । ଆଚ୍ଛା, ଗୋଟିଏ ଚାକିରୀ ଚାଲିଯିବ ତେବେ ଆଉ ଏକ ମିଳିଯିବ । ଯେଉଁ ପିଲାମାନେ ହୃଦୟବାନ ହୋଇଥାନ୍ତି ସେମାନଙ୍କର ଚାକିରୀ ଆଦି ଚାଲିଯାଇନଥାଏ । ସେମାନେ ନିଜେ ଆଶ୍ଚର୍ଯ୍ୟ ହୋଇଥାନ୍ତି । ଝିଅମାନେ କହନ୍ତି ଆମ ପତିଙ୍କ ବୁଦ୍ଧିକୁ ପରିବର୍ତ୍ତନ କରିଦିଅ । ବାବା କହୁଛନ୍ତି ମୋତେ ସେ କଥା କୁହ ନାହିଁ । ତୁମେମାନେ ନିଜେ ଯୋଗଯୁକ୍ତ ହୋଇ ରୁହ ତାପରେ ବସି ଜ୍ଞାନ ବୁଝାଅ । ବାବା କଣ ବୁଦ୍ଧିକୁ ପରିବର୍ତ୍ତନ କରିବେ । ତାହେଲେ ତ ସମସ୍ତେ ଏହିଭଳି ଧନ୍ଦା କରୁଥିବେ । ଏହିଭଳି ଯେଉଁ ପ୍ରଥା ବାହାରିଲା, ତାହା କରିବାକୁ ଲାଗିଲେ । କୌଣସି ଗୁରୁଙ୍କଠାରୁ କାହାକୁ କିଛି ଫାଇଦା ହେଲା, ଶୁଣିଲେ ତ ବାସ୍ ତାଙ୍କ ପଛରେ ପଡିଯାଇଥାନ୍ତି । ଯଦି ପରମଧାମରୁ ନୂଆ ଆତ୍ମା ଆସିଥାନ୍ତି ତେବେ ତାଙ୍କର ବହୁତ ମହିମା ହୋଇଥାଏ ନା । ତାଙ୍କର ବହୁତ ଶିଷ୍ୟ ମଧ୍ୟ ହୋଇଯାଇଥାନ୍ତି । ଏଣୁ ଏହି ସବୁ କଥାକୁ ଦେଖିବା ଉଚିତ୍ ନୁହେଁ । ତୁମକୁ ଦେଖିବାକୁ ହେବ ଯେ ମୁଁ କେତେ ଭଲ ପାଠ ପଢୁଛି ? ଏହି ବିଷୟରେ ତ ବାବା ବିସ୍ମୃତ ଭାବରେ ଆଲୋଚନା କରୁଛନ୍ତି । ବାକି ଏତିକି କହିଦିଅ ଯେ, ବାବାଙ୍କୁ ମନେ ପକାଅ । ଏହା ତ ଘରେ ରହି ମଧ୍ୟ କରିପାରିବ । କିନ୍ତୁ ଯେହେତୁ ବାବା ଜ୍ଞାନର ସାଗର ତେଣୁ ଜ୍ଞାନ ମଧ୍ୟ ନିଶ୍ଚିତ ଦେବେ ନା । ମୁଖ୍ୟ କଥା ହେଲା ମନମନାଭବ । ତା ସହିତ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ମଧ୍ୟ ବୁଝାଉଛନ୍ତି । ଏବେ ତ ବହୁତ ଭଲ-ଭଲ ଚିତ୍ର ମଧ୍ୟ ବାହାରିଛି । ଯାହାର ଅର୍ଥ ମଧ୍ୟ ବାବା ବୁଝାଉଛନ୍ତି । ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରିଛନ୍ତି ବୋଲି ଦେଖାଇଛନ୍ତି । ତ୍ରିମୂର୍ତ୍ତିର ଚିତ୍ର ମଧ୍ୟ ଅଛି ପୁଣି ବିଷ୍ଣୁଙ୍କ ନାଭୀରୁ ବ୍ରହ୍ମା ଦେଖାଉଛନ୍ତି । ଏହା ପୁଣି କଣ ? ବାବା ବସି ବୁଝାଉଛନ୍ତି ଏହା ଠିକ୍ ନା ଭୁଲ୍ ? ମନମୁଗ୍ଧକର ଚିତ୍ର ମଧ୍ୟ ବହୁତ ତିଆରି କରିଛନ୍ତି ନା । କେଉଁ କେଉଁ ଶାସ୍ତ୍ରରେ ଚକ୍ର ବି ଦେଖାଇଛନ୍ତି । କିନ୍ତୁ କିଏ କେତେ ଆୟୁଷ ଲେଖିଛନ୍ତି, କିଏ କେତେ ଲେଖିଛନ୍ତି । ଅନେକ ମତ ରହିଛି ନା । ଶାସ୍ତ୍ରରେ ହଦର କଥା ଲେଖି ଦେଇଛନ୍ତି ବାବା ବେହଦର କଥା ବୁଝାଉଛନ୍ତି, ବର୍ତ୍ତମାନ ସମଗ୍ର ବିଶ୍ୱରେ ରାବଣର ରାଜ୍ୟ ଚାଲିଛି । ବର୍ତ୍ତମାନ ତୁମମାନଙ୍କ ବୁଦ୍ଧିରେ ଜ୍ଞାନ ରହିଛି ଆମେ କିପରି ପତିତ ହୋଇଛୁ ପୁଣି ପାବନ କିପରି ହେଉଛୁ । ପରେ ପୁଣି ଅନ୍ୟ ଧର୍ମ ସବୁ ଆସିଥାଏ । ବର୍ତ୍ତମାନ ଅନେକ ଭେରାଇଟି ଧର୍ମ ରହିଛି । ଗୋଟିଏ ଚେହେରା ଆଉ ଗୋଟିଏ ସହିତ ମିଶି ନଥାଏ । ଏକାଭଳି ଚେହେରାର ଦୁଇ ଜଣ ବ୍ୟକ୍ତି ହୋଇପାରିବେ ନାହିଁ । ଏହା ପୂର୍ବ ନିର୍ମିତ ଖେଳ ଯାହାକି ପୁନରାବୃତ୍ତି ହେଉଛି । ବାବା ପିଲାମାନଙ୍କୁ ବସି ବୁଝାଉଛନ୍ତି । ସମୟ କମି କମି ଯାଉଛି । ତେଣୁ ନିଜକୁ ନିରିକ୍ଷଣ କର - ମୁଁ କେତେ ଖୁସିରେ ରହୁଛି ? ମୋତେ କୌଣସି ବିକର୍ମ କରିବାର ନାହିଁ । ମାୟର ତୋଫାନ ତ ଆସିବ । ବାବା ବୁଝାଉଛନ୍ତି ଯେ ପିଲାମାନେ, ଅନ୍ତର୍ମୂଖୀ ହୋଇ ନିଜର ଚାର୍ଟକୁ ଦେଖ । ତେବେ ଯେଉଁ ଭୁଲ୍ ହେବ ତାହାର ପଶ୍ଚାତାପ କରିପାରିବ । ଯେପରି ଯୋଗବଳ ଦ୍ୱାରା ନିଜକୁ କ୍ଷମା କରୁଛ । ବାବା କୌଣସି କ୍ଷମା କରିନଥାନ୍ତି । ଡ୍ରାମାରେ କ୍ଷମା ଅକ୍ଷର ହିଁ ନାହିଁ । ତୁମକୁ ନିଜେ ପରିଶ୍ରମ କରିବାକୁ ହେବ । ପାପର ଦଣ୍ଡ ମନୁଷ୍ୟ ନିଜେ ହିଁ ଭୋଗିଥାନ୍ତି । କ୍ଷମାର କଥା କିଛି ନାହିଁ । ବାବା କହୁଛନ୍ତି ଯେ ପ୍ରତ୍ୟେକ କ୍ଷେତ୍ରରେ ପରିଶ୍ରମ କର । ବାବା ଏହାର ଉପାୟ ବତାଉଛନ୍ତି । ତୁମେମାନେ ବାବାଙ୍କୁ ଡାକୁଛ ପୁରୁଣା ରାବଣର ଦେଶକୁ ଆସ, ଆସି ଆମ ପତିତମାନଙ୍କୁ ପବିତ୍ର କର । କିନ୍ତୁ ମନୁଷ୍ୟ କିଛି ବି ବୁଝୁ ନାହାଁନ୍ତି । ସେମାନେ ହେଲେ ଆସୁରୀ ସମ୍ପ୍ରଦାୟ, ତୁମେ ହେଲ ବ୍ରାହ୍ମଣ ସମ୍ପ୍ରଦାୟ ଯିଏକି ଦୈବୀ ସମ୍ପ୍ରଦାୟର ହେବାକୁ ଯାଉଛ । ପିଲାମାନେ ପୁରୁଷାର୍ଥ ମଧ୍ୟ କ୍ରମାନୁସାରେ କରିଥାନ୍ତି । ପୁଣି କହିଥାନ୍ତି ଏହାର ଭାଗ୍ୟରେ ଏତିକି ହିଁ ଅଛି । ନିଜର ସମୟ ନଷ୍ଟ କରିଥାନ୍ତି । ସେମାନେ ଜନ୍ମ-ଜନ୍ମାନ୍ତର, କଳ୍ପ-କଳ୍ପାନ୍ତର ଉଚ୍ଚ ପଦ ପାଇ ପାରିବେ ନାହିଁ । ତେବେ ନିଜକୁ କ୍ଷତିରେ ପକାଇବା ଅନୁଚିତ୍ କାହିଁକି ନା, ଏବେ ଏବେ ଜମା ହେଉଛି ପୁଣି କ୍ଷତିକୁ ଚାଲିଯାଉଛ । ରାବଣ ରାଜ୍ୟରେ କେତେ କ୍ଷତି ହୋଇଥାଏ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଅନ୍ତର୍ମୂଖୀ ହୋଇ ନିଜକୁ ନିରିକ୍ଷଣ କରିବାକୁ ହେବ, ଯାହା ବି ଭୁଲ୍ ହେଉଛି ସେଥିପାଇଁ ଅନ୍ତରର ସହିତ ପଶ୍ଚାତାପ କରି ଯୋଗ ବଳ ଦ୍ୱାରା ନିଜକୁ କ୍ଷମା କରିବାକୁ ହେବ । ନିଜ ପାଇଁ ନିଜକୁ ହିଁ ପରିଶ୍ରମ କରିବାକୁ ହେବ ।

(୨) ବାବାଙ୍କ ଠାରୁ ଯେଉଁ ସବୁ ଉପଦେଶ ମିଳୁଛି ସେଗୁଡିକୁ ସଂପୂର୍ଣ୍ଣ ରୂପରେ ଜୀବନରେ ଧାରଣ କରି ନିଜେ ନିଜ ଉପରେ ଦୟା କରିବାକୁ ହେବ । ସାକ୍ଷୀ ହୋଇ ନିଜର ଏବଂ ଅନ୍ୟମାନଙ୍କର ପୁରୁଷାର୍ଥକୁ ଦେଖିବାକୁ ହେବ । କେବେ ବି ନିଜର କ୍ଷତି କରିବାର ନାହିଁ ।

ବରଦାନ:-
ନିରନ୍ତର ଯୋଗ ଦ୍ୱାରା ଅବିନାଶୀ ରୋଜଗାର ଜମା କରି ସର୍ବ ସମ୍ପତ୍ତିର ଅଧିକାରୀ ହୁଅ ।

ନିରନ୍ତର ଯୋଗ ଦ୍ୱାରା ପ୍ରତି ପାଦରେ ରୋଜଗାର ଜମା କରିଚାଲ ତେବେ ସୁଖ, ଶାନ୍ତି, ଆନନ୍ଦ, ପ୍ରେମ ଇତ୍ୟାଦି ସମସ୍ତ ସମ୍ପତ୍ତିର ଅଧିକାରର ଅନୁଭବ କରିଚାଲିବ । କୌଣସି ପ୍ରକାରର କଷ୍ଟର ଅନୁଭବ ହେବ ନାହିଁ । କାରଣ ସଂଗମଯୁଗରେ ବ୍ରାହ୍ମଣମାନଙ୍କୁ କୌଣସି କଷ୍ଟ ମିଳିପାରିବ ନାହିଁ । ଯଦିବି କୌଣସି କଷ୍ଟ ଆସୁଛି ତେବେ ତାହା ତୁମମାନଙ୍କୁ ବାବାଙ୍କର ସ୍ମୃତି ଦେବା ପାଇଁ ଆସୁଛି । ଯେପରି ଗୋଲାପ ଫୁଲରେ ଥିବା କଣ୍ଟା ତାର ସୁରକ୍ଷାର ସାଧନ ଅଟେ, ସେହିପରି ବର୍ତ୍ତମାନର ଦୁଃଖ-କଷ୍ଟଗୁଡିକ ମଧ୍ୟ ବାବାଙ୍କର ସ୍ମୃତି ଦେବା ପାଇଁ ନିମିତ୍ତ ଅଟନ୍ତି ।

ସ୍ଲୋଗାନ:-
ସ୍ନେହ ରୂପର ଅନୁଭବ ତ ଶୁଣାଉଛ ଏବେ ଶକ୍ତି ରୂପର ଅନୁଭବ ଶୁଣାଅ ।