10.09.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବାବା ତୁମମାନଙ୍କର ବ୍ୟାଟେରୀକୁ ଚାର୍ଜ କରିବା ପାଇଁ ଆସିଛନ୍ତି, ଯେତେ ତୁମେ ବାବାଙ୍କ ସ୍ମୃତିରେ ରହିବ ସେତେ ତୁମର ବ୍ୟାଟେରୀ ଚାର୍ଜ ହେବ ।

ପ୍ରଶ୍ନ:-
ତୁମର ସତ୍ୟର ନାଆକୁ ତୋଫାନ କାହିଁକି ଲାଗୁଛି ?

ଉତ୍ତର:-
କାହିଁକି ନା ବର୍ତ୍ତମାନ ସମୟରେ ବହୁତ ନକଲୀ ବା ମିଥ୍ୟାବାଦୀ ଅଛନ୍ତି । କେହି ନିଜକୁ ଭଗବାନ କହୁଛନ୍ତି, ଆଉ କେହି ରିଦ୍ଧି-ସିଦ୍ଧି ଅର୍ଥାତ୍ ଯାଦୁବିଦ୍ୟା ଦେଖାଉଛନ୍ତି, ସେଥିପାଇଁ ମନୁଷ୍ୟ ସତ୍ୟକୁ ପରଖି ପାରୁନାହାଁନ୍ତି । ସତ୍ୟର ନାଆକୁ ହଲଚଲ୍ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ତୁମେ ଜାଣିଛ ଯେ ଆମର ସତ୍ୟର ନାବ କେବେ ବି ବୁଡିବ ନାହିଁ । ଆଜି ଯେଉଁମାନେ ବିଘ୍ନ ପକାଉଛନ୍ତି, ସେମାନେ କାଲିକୁ ବୁଝିଯିବେ ଯେ ସଦ୍ଗତିର ରାସ୍ତା ଏହିଠାରୁ ହିଁ ମିଳିବ । ସମସ୍ତଙ୍କ ନିମନ୍ତେ ଏହା ହିଁ ଏକମାତ୍ର ଦୋକାନ ।

ଓମ୍ ଶାନ୍ତି ।
ଏହା କୁହାଗଲା ରୁହାନୀ ସନ୍ତାନମାନଙ୍କ ପ୍ରତି ଅଥବା ଆତ୍ମାମାନଙ୍କ ପ୍ରତି କାହିଁକି ନା ରୁହ ଅଥବା ଆତ୍ମା କାନ ଦ୍ୱାରା ହିଁ ଶୁଣୁଛି । ଆତ୍ମା ହିଁ ଧାରଣ କରୁଛି । ବାବାଙ୍କ ଆତ୍ମାରେ ମଧ୍ୟ ଜ୍ଞାନ ଭରି ରହିଛି । ଏହି ଜନ୍ମରେ ହିଁ ତୁମେ ପିଲାମାନଙ୍କୁ ଆତ୍ମ-ଅଭିମାନୀ ହେବାକୁ ପଡିବ । ଭକ୍ତିମାର୍ଗରେ ୬୩ ଜନ୍ମ ତୁମେ ଦେହ-ଅଭିମାନରେ ରହୁଛ । ଆତ୍ମା କଣ, ତୁମକୁ ଜଣା ନଥିଲା । କିନ୍ତୁ ଆତ୍ମା ନିଶ୍ଚୟ ଅଛି । ଆତ୍ମା ହିଁ ଶରୀରରେ ପ୍ରବେଶ କରୁଛି । ଆତ୍ମାକୁ ହିଁ ଦୁଃଖର ଅନୁଭୂତି ହେଉଛି । ପତିତ ଆତ୍ମା ଏବଂ ପାବନ ଆତ୍ମା ବୋଲି ମଧ୍ୟ କୁହାଯାଏ । ପତିତ ପରମାତ୍ମା କେବେ ହେଲେ ଶୁଣି ନାହଁ । ସମସ୍ତଙ୍କ ଭିତରେ ଯଦି ପରମାତ୍ମା ଥାଆନ୍ତେ ତେବେ ସମସ୍ତେ ପତିତ ପରମାତ୍ମା ହୋଇଯିବେ । ତେଣୁ ମୁଖ୍ୟ କଥା ହେଉଛି ଆତ୍ମ-ଅଭିମାନୀ ହେବା । ଆତ୍ମା କେତେ ଛୋଟ, ସେଥିରେ କେତେ ଅଭିନୟ ଭରି ରହିଛି, ଏକଥା କାହାକୁ ବି ଜଣା ନାହିଁ । ତୁମେ ତ ନୂଆ କଥା ଶୁଣୁଛ । ଏହି ଯୋଗର ଯାତ୍ରା ମଧ୍ୟ ବାବା ହିଁ ଶିଖାଉଛନ୍ତି, ଆଉ କେହି ଶିଖାଇପାରିବେ ନାହିଁ । ଏଥିରେ ହିଁ ପରିଶ୍ରମ ରହିଛି । ତେଣୁ ପ୍ରତି ମୁହୁର୍ତ୍ତରେ ନିଜକୁ ଆତ୍ମା ବୋଲି ଭାବିବାକୁ ହେବ । ଏମରଜେନ୍ସି ଲାଇଟ୍ ଅର୍ଥାତ୍ ଜରୁରୀକାଳୀନ ବତୀ ବ୍ୟାଟେରୀରେ ଚାଲିଥାଏ । ତାହାକୁ ପୁଣି ଚାର୍ଜ କରିଥାନ୍ତି । ବାବା ସବୁଠାରୁ ଶକ୍ତିଶାଳୀ କରେଣ୍ଟ ବା ଶକ୍ତି ଅଟନ୍ତି । କେତେ ଢେର ଆତ୍ମାମାନେ ରହିଛନ୍ତି । ସମସ୍ତଙ୍କୁ ସେହି କରେଣ୍ଟରୁ ନିଜକୁ ଚାର୍ଜ କରିବାକୁ ହେବ । ବାବା ହେଉଛନ୍ତି ସର୍ବଶକ୍ତିମାନ୍ । ଯଦି ଆମେ ଆତ୍ମାମାନେ ତାଙ୍କ ସହିତ ଯୋଗ ନ ଲଗାଇବା ତେବେ ଆମର ବ୍ୟାଟେରୀ ଚାର୍ଜ କିପରି ହେବ ? ଡିସ୍ଚାର୍ଜ ହେବାରେ ସାରା କଳ୍ପ ଲାଗୁଛି । ଏବେ ପୁଣି ବ୍ୟାଟେରୀକୁ ଚାର୍ଜ କରିବାକୁ ପଡୁଛି । ପିଲାମାନେ ଜାଣିଛନ୍ତି ଆମର ବ୍ୟାଟେରୀ ଡିସ୍ଚାର୍ଜ ହୋଇଗଲାଣି, ଏବେ ପୁଣି ଚାର୍ଜ କରିବାକୁ ପଡିବ । ତେବେ କିପରି ? ବାବା କହୁଛନ୍ତି ମୋ ସହିତ ଯୋଗ ଲଗାଅ । ଏହା ତ ବହୁତ ସହଜ ବୁଝିବାର କଥା । ବାବା କହୁଛନ୍ତି ମୋ ସହିତ ବୁଦ୍ଧିଯୋଗ ଲଗାଇଲେ ତୁମ ଆତ୍ମାରେ ଶକ୍ତି ଭରିଯିବ ଏବଂ ତୁମେ ସତ୍ତ୍ୱପ୍ରଧାନ ହୋଇଯିବ । ପାଠପଢା ତ ହେଉଛି ରୋଜଗାର । ଯୋଗ ଦ୍ୱାରା ତୁମେ ପବିତ୍ର ହେଉଛ । ଦୀର୍ଘାୟୁ ହେଉଛ । ବ୍ୟାଟେରୀ ଚାର୍ଜ ହେଉଛି । ତେଣୁ ପ୍ରତ୍ୟେକଙ୍କୁ ଦେଖିବା ଦରକାର କେତେ ବାବାଙ୍କୁ ମନେ ପକାଉଛନ୍ତି । ବାବାଙ୍କୁ ଭୁଲିବା ଦ୍ୱାରା ହିଁ ବ୍ୟାଟେରୀ ଡିସ୍ଚାର୍ଜ ହେଉଛି, ବର୍ତ୍ତମାନ କାହାର ହେଲେ ସତ୍ୟ ସମ୍ବନ୍ଧ ନାହିଁ । ତୁମର ହିଁ ସତ୍ୟ ସମ୍ବନ୍ଧ ରହିଛି । ବାବାଙ୍କ ସ୍ମୃତି ବିନା ଜ୍ୟୋତି କିପରି ଜାଗ୍ରତ ହେବ ? ଜ୍ଞାନ ମଧ୍ୟ କେବଳ ଏକମାତ୍ର ବାବା ହିଁ ହେଉଛନ୍ତି ।

ତୁମେ ଜାଣିଛ ଯେ ଜ୍ଞାନ ହେଉଛି ଦିନ ଏବଂ ଭକ୍ତି ହେଉଛି ରାତି । ପୁଣି ରାତି ପ୍ରତି ବୈରାଗ୍ୟ ଆସୁଛି, ତାପରେ ଦିନ ଆରମ୍ଭ ହେଉଛି । ବାବା କହୁଛନ୍ତି ରାତିକୁ ଭୁଲି ଏବେ ଦିନକୁ ମନେ ପକାଅ । ସ୍ୱର୍ଗ ହେଲା ଦିନ, ନର୍କ ରାତି ଅଟେ । ତୁମେ ଏବେ ଚୈତନ୍ୟରେ ଅଛ, ଏହି ଶରୀର ତ ହେଉଛି ବିନାଶୀ । ମାଟିରେ ତିଆରି ହୋଇଛି ପୁଣି ମାଟିରେ ମିଶିଯାଉଛି । ଆତ୍ମା ତ ଅବିନାଶୀ ଅଟେ ନା । ବାକି ବ୍ୟାଟେରୀ ଚାର୍ଜ ହେଉଛି । ଏବେ ତୁମେ କେତେ ବୁଦ୍ଧିମାନ ହେଉଛ । ତୁମର ବୁଦ୍ଧି ଘରକୁ ଚାଲିଯାଉଛି । ସେଠାରୁ ଆମେ ଆସିଛୁ । ସୂକ୍ଷ୍ମବତନ ବିଷୟରେ ତ ତୁମେ ଜାଣିଛ । ସେଠାରେ ବିଷ୍ଣୁଙ୍କର ୪ ଭୂଜା ଦେଖାଉଛନ୍ତି । ଏଠାରେ ତ ୪ ଭୂଜା ନାହିଁ । ଏକଥା କାହାରି ବୁଦ୍ଧିରେ ନଥିବ ଯେ ବ୍ରହ୍ମା-ସରସ୍ୱତୀ ପୁଣି ଲକ୍ଷ୍ମୀ-ନାରାୟଣ ହେଉଛନ୍ତି, ସେଥିପାଇଁ ବିଷ୍ଣୁଙ୍କୁ ୪ ଭୂଜ ଦିଆଯାଇଛି । ବାବାଙ୍କ ବିନା କେହି ବୁଝାଇ ପାରିବେ ନାହିଁ । ଆତ୍ମାରେ ହିଁ ସଂସ୍କାର ଭରୁଛନ୍ତି । ଆତ୍ମା ହିଁ ତମୋପ୍ରଧାନରୁ ପୁଣି ସତ୍ତ୍ୱପ୍ରଧାନ ହେଉଛି । ଆତ୍ମାମାନେ ହିଁ ବାବାଙ୍କୁ ଡାକୁଛନ୍ତି ବାବା ଆମେ ଡିସ୍ଚାର୍ଜ ହୋଇଯାଇଛୁ, ଏବେ ଆପଣ ଆସନ୍ତୁ ଆମକୁ ଚାର୍ଜ ହେବାର ଅଛି । ତେଣୁ ବାବା କହୁଛନ୍ତି ଯେତେ ମୋତେ ମନେ ପକାଇବ ସେତେ ଶକ୍ତି ଆସିବ । ବାବାଙ୍କ ପ୍ରତି ବହୁତ ସ୍ନେହ ରହିବା ଉଚିତ୍ । ବାବା ଆମେ ଆପଣଙ୍କର, ଆପଣଙ୍କ ସହିତ ହିଁ ଘରକୁ ଯିବୁ । ଯେପରି ବାପଘରୁ ଶାଶୁଘର ଲୋକେ ନେଇଯାଇଥାନ୍ତି ନା । ଏଠାରେ ସଜାଇବା ପାଇଁ ତୁମକୁ ଦୁଇଜଣ ପିତା ମିଳିଛନ୍ତି । ଶୃଙ୍ଗାର ମଧ୍ୟ ଭଲ ହେବା ଦରକାର ଅର୍ଥାତ୍ ସର୍ବଗୁଣ ସମ୍ପନ୍ନ ହେବା ଦରକାର । ନିଜକୁ ପଚାରିବା ଉଚିତ୍, ମୋ ଭିତରେ କୌଣସି ଅବଗୁଣ ତ ନାହିଁ । ମନରେ ଯଦିଓ ତୋଫାନ ଆସୁଛ କିନ୍ତୁ କର୍ମରେ କିଛି କରୁ ନାହିଁ ତ ? କାହାକୁ ଦୁଃଖ ତ ଦେଉନାହିଁ ? ବାବା ହେଉଛନ୍ତି ଦୁଃଖହର୍ତ୍ତା, ସୁଖକର୍ତ୍ତା । ଆମେ ମଧ୍ୟ ସମସ୍ତଙ୍କୁ ସୁଖର ରାସ୍ତା ବତାଉଛୁ । ବାବା ବହୁତ ଉପାୟ ବତାଉଛନ୍ତି । ତୁମେ ତ ହେଉଛ ସେନା । ତୁମର ନାମ ହିଁ ହେଉଛି ପ୍ରଜାପିତା ବ୍ରହ୍ମାକୁମାର-କୁମାରୀ, କେହି ମଧ୍ୟ ଭିତରକୁ ଆସିଲେ, ପ୍ରଥମେ ପ୍ରଥମେ ଏକଥା ପଚାର ଯେ କେଉଁଠାରୁ ଆସିଛ ? କାହା ପାଖକୁ ଆସିଛ ? କହିବେ ମୁଁ ବି.କେ.ଙ୍କ ପାଖକୁ ଆସିଛି । ଆଚ୍ଛା ବ୍ରହ୍ମା କିଏ ? ପ୍ରଜାପିତା ବ୍ରହ୍ମାଙ୍କର ନାମ କେବେ ଶୁଣିଛ ? ହଁ ପ୍ରଜାପିତାଙ୍କର ତୁମେ ମଧ୍ୟ ସନ୍ତାନ ଅଟ । ସମସ୍ତେ ତ ପ୍ରଜା ହୋଇଗଲେ ନା । ସିଏ ତୁମର ପିତା ଅଟନ୍ତି, ତୁମେ ଜାଣି ନାହଁ । ବ୍ରହ୍ମା ମଧ୍ୟ କାହାର ସନ୍ତାନ ହୋଇଥିବେ ନା । ତାଙ୍କ ପିତାଙ୍କର ଶରୀର ତ ଦୃଶ୍ୟମାନ ହେଉ ନାହିଁ । ବ୍ରହ୍ମା-ବିଷ୍ଣୁ-ଶଙ୍କର ଏହି ତିନିଜଣଙ୍କ ଉପରେ ଅଛନ୍ତି ଶିବବାବା । ତ୍ରିମୂର୍ତ୍ତୀ ଶିବଙ୍କୁ ତିନିଜଣଙ୍କର ରଚୟିତା କୁହାଯାଉଛି । ଉପରେ ଶିବବାବା, ପୁଣି ତାପରେ ତିନି ଦେବତା ରହିଛନ୍ତି । ଯେପରି ମାଳା ରହିଥାଏ ନା । ବ୍ରହ୍ମାଙ୍କର ପିତା ନିଶ୍ଚୟ ଭଗବାନ ହିଁ ହୋଇଥିବେ । ସେ ହେଲେ ଆତ୍ମାମାନଙ୍କର ପିତା । ଆଚ୍ଛା, ପୁଣି ବ୍ରହ୍ମା କେଉଁଠାରୁ ଆସିଲେ । ବାବା କହୁଛନ୍ତି ମୁଁ ଏହାଙ୍କ ଭିତରେ ପ୍ରବେଶ କରି, ଏହାଙ୍କର ନାମ ବ୍ରହ୍ମା ରଖୁଛି । ତୁମମାନଙ୍କର ନାମ ରଖିଲି, ତେଣୁ ଏହାଙ୍କର ନାମ ମଧ୍ୟ ବ୍ରହ୍ମା ରଖିଲି । କହୁଛନ୍ତି ଏହା ମୋର ଦିବ୍ୟ ଅଲୌକିକ ଜନ୍ମ । ତୁମମାନଙ୍କୁ ତ ପୋଷ୍ୟ ରୂପେ ଗ୍ରହଣ କରୁଛି । ବାକି ଏହାଙ୍କ ଭିତରେ ପ୍ରବେଶ କରୁଛି ପୁଣି ତୁମମାନଙ୍କୁ ଶୁଣାଉଛି ସେଥିପାଇଁ ଇଏ ବାପଦାଦା ହୋଇଗଲେ । ଯାହାଙ୍କ ମଧ୍ୟରେ ପ୍ରବେଶ କରିଲି ତାଙ୍କର ଆତ୍ମା ତ ଅଛି ନା । ମୁଁ ତାଙ୍କ ପାଖରେ ଆସି ବସୁଛି । ଦୁଇଟି ଆତ୍ମାଙ୍କର ଅଭିନୟ ବହୁତ ସ୍ଥାନରେ ହେଉଛି । ଆତ୍ମାକୁ ଡାକୁଛନ୍ତି, ତେବେ ଆତ୍ମା ଆସି କେଉଁଠି ବସିବ । ନିଶ୍ଚୟ ବ୍ରାହ୍ମଣଙ୍କ ଆତ୍ମା ନିକଟରେ ହିଁ ବସିବ । ଇଏ ମଧ୍ୟ ଦୁଇଟି ଆତ୍ମା ବାବା ଏବଂ ଦାଦା ଅଟନ୍ତି । ଏହାଙ୍କ ପାଇଁ ବାବା କହୁଛନ୍ତି ନିଜର ଜନ୍ମକୁ ଜାଣିନାହଁ । ତୁମକୁ ମଧ୍ୟ କହୁଛନ୍ତି ତୁମେ ନିଜର ଜନ୍ମକୁ ଜାଣି ନଥିଲ । ବର୍ତ୍ତମାନ ସ୍ମୃତି ଆସିଛି କଳ୍ପ-କଳ୍ପ ୮୪ ଜନ୍ମର ଚକ୍ର ଲଗାଉଛ, ପୁଣି ଘରକୁ ଫେରୁଛ । ଏହା ସଂଗମଯୁଗ ଅଟେ । ବର୍ତ୍ତମାନ ତୁମର ବଦଳି ହେଉଛନ୍ତି । ଯୋଗ ଦ୍ୱାରା ତୁମେ ସତ୍ତ୍ୱପ୍ରଧାନ ହୋଇଯିବ, ବ୍ୟାଟେରୀ ଚାର୍ଜ ହୋଇଯିବ । ପୁଣି ସତ୍ୟଯୁଗରେ ଆସିବ । ବୁଦ୍ଧିରେ ସଂପୂର୍ଣ୍ଣ ଚକ୍ର ବୁଲୁଛି । ବିସ୍ତାରକୁ ତ ଯାଇପାରିବ ନାହିଁ । ବୃକ୍ଷର ମଧ୍ୟ ଆୟୁଷ ଥାଏ, ପୁଣି ଶୁଖିଯାଇଥାଏ । ଏଠାରେ ମଧ୍ୟ ସମସ୍ତ ମନୁଷ୍ୟ ଯେପରି ଶୁଖିଯାଇଛନ୍ତି । ସମସ୍ତେ ଜଣେ-ଅନ୍ୟଜଣଙ୍କୁ ଦୁଃଖ ଦେଇଚାଲିଛନ୍ତି । ଏବେ ସମସ୍ତଙ୍କର ଶରୀର ନଷ୍ଟ ହୋଇଯିବ । ବାକି ଆତ୍ମାମାନେ ଚାଲିଯିବେ । ଏହି ଜ୍ଞାନ ବାବାଙ୍କ ବ୍ୟତୀତ କେହି ଦେଇପାରିବେ ନାହିଁ । ବାବା ହିଁ ବିଶ୍ୱର ବାଦଶାହୀ ଦେଉଛନ୍ତି, ତେଣୁ ତାଙ୍କୁ କେତେ ମନେ ପକାଇବା ଦରକାର । ତାଙ୍କରି ସ୍ମୃତିରେ ନ ରହିଲେ ମାୟାର ଚାପୁଡା ଲାଗିଯାଉଛି । ସବୁଠାରୁ କଡା ଚାପୁଡା ହେଉଛି କାମ ବିକାରର । ତୁମେ ବ୍ରାହ୍ମଣମାନେ ହିଁ ଯୁଦ୍ଧ କ୍ଷେତ୍ରରେ ଅଛ ନା, ତେଣୁ ତୁମ ପାଇଁ ହିଁ ତୋଫାନ ଆସିବ । କିନ୍ତୁ କୌଣସି ବିକର୍ମ କରିବାର ନାହିଁ । ଯଦି ବିକର୍ମ କରିବ ତେବେ ହାରିଯିବ । ବାବାଙ୍କୁ ପଚାରୁଛନ୍ତି ଏପରି କରିବାକୁ ପଡୁଛି । ସନ୍ତାନମାନେ ହଇରାଣ କରୁଛନ୍ତି ତେଣୁ କ୍ରୋଧ ଆସିଯାଉଛି । ସନ୍ତାନମାନଙ୍କୁ ଠିକ୍ ଭାବରେ ନ ସମ୍ଭାଳିଲେ ଖରାପ ହୋଇଯିବେ । କିନ୍ତୁ ଚାପୁଡା ନ ଲଗାଇବା ପାଇଁ ଚେଷ୍ଟା କର । କୃଷ୍ଣଙ୍କ ପାଇଁ ମଧ୍ୟ ଦେଖାଉଛନ୍ତି ନା ଖୁଣ୍ଟରେ ବାନ୍ଧିଥିଲେ । ରଶି ଦ୍ୱାରା ବାନ୍ଧିଦିଅ, ଖାଇବାକୁ ଦିଅ ନାହିଁ । କାନ୍ଦି-କାନ୍ଦି ଶେଷରେ କହିବେ ଏବେ ଆଉ ଦୁଷ୍ଟାମୀ କରିବି ନାହିଁ । ଛୋଟ ଛୁଆ ତଥାପି ଦୁଷ୍ଟାମୀ କରିବ, ଶିକ୍ଷା ଦେବାକୁ ହେବ । ବାବା ମଧ୍ୟ ସନ୍ତାନମାନଙ୍କୁ ଶିକ୍ଷା ଦେଉଛନ୍ତି ସନ୍ତାନମାନେ, କଦାପି ବିକାରଗ୍ରସ୍ତ ହୁଅ ନାହିଁ, କୁଳ-କଳଙ୍କିତ କର ନାହିଁ । ଲୌକିକରେ ମଧ୍ୟ କେହି କୁପୁତ୍ର ଥିଲେ ତେବେ ମାଁ-ବାପା କହନ୍ତି କାହିଁକି ମୁହଁ କଳା କରୁଛୁ । କୁଳରେ କାହିଁକି କଳଙ୍କ ଲଗାଉଛୁ । ହାରିବା-ଜିତିବା ଆଉ ଜିତିବା-ହାରିବା ହୋଇ-ହୋଇ ଶେଷରେ ବିଜୟୀ ହୋଇଯିବ । ଏହା ସତ୍ୟର ଡଙ୍ଗା, ବହୁତ ତୋଫାନ ଆସିବ କାହିଁକି ନା ବହୁତ ନକଲି ଲୋକ ଅଛନ୍ତି । କେହି ନିଜକୁ ଭଗବାନ କହୁଛନ୍ତି, କେହି କଣ କହୁଛନ୍ତି । ରିଦ୍ଧି-ସିଦ୍ଧି ଯାଦୁମନ୍ତ୍ର ମଧ୍ୟ ବହୁତ ଦେଖାଉଛନ୍ତି । ସାକ୍ଷାତ୍କାର ମଧ୍ୟ କରାଉଛନ୍ତି । ବାବା ସମସ୍ତଙ୍କର ସଦ୍ଗତି କରିବା ପାଇଁ ଆସିଛନ୍ତ । ପୁଣି ନା ଏହି ଜଙ୍ଗଲ ରହିବ, ନା ଜଙ୍ଗଲବାସୀ ରହିବେ । ଏବେ ତୁମେ ସଂଗମଯୁଗରେ ଅଛ, ଜାଣିଛ ଯେ ଏହି ପୁରୁଣା ଦୁନିଆ ଶ୍ମଶାନ ହୋଇପଡିଛି । କୌଣସି ମୁର୍ଦ୍ଦାର ସହିତ ମନ ଲଗାଅ ନାହିଁ, ଏ ଦୁନିଆ ତ ବିନାଶ ହୋଇଯିବ ଅଥବା ବିନାଶ ହେବା ଉପରେ । ବାବା ସେତେବେଳେ ଆସୁଛନ୍ତି ଯେତେବେଳେ ନୂଆ ଦୁନିଆ ପୁରୁଣା ହେଉଛି । ଯଦି ବାବାଙ୍କୁ ଭଲ ଭାବରେ ମନେ ପକାଇବ ତେବେ ବ୍ୟାଟେରୀ ଚାର୍ଜ ହେବ । ବହୁତ ଭଲ-ଭଲ ଭାଷଣ ଶୁଣାଉଛନ୍ତି । କିନ୍ତୁ ଯୋଗର ଶକ୍ତି ନାହିଁ ତେଣୁ ସେହି ଶକ୍ତି ରହୁନାହିଁ । ଶକ୍ତିସମ୍ପନ୍ନ ହତିଆର ହୋଇନାହିଁ । ବାବା କହୁଛନ୍ତି ଏହା କୌଣସି ନୂଆ କଥା ନୁହେଁ । ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଆସିଥିଲ । ବାବା ପଚାରୁଛନ୍ତି ଆଗରୁ କେବେ ମିଶିଛ ? କହୁଛନ୍ତି, କଳ୍ପ ପୂର୍ବରୁ ମିଶିଥିଲୁ । କେହି ପୁଣି କହିଦେଉଛନ୍ତି ଡ୍ରାମା ସ୍ୱତଃ ହିଁ ପୁରୁଷାର୍ଥ କରାଇବ । ଆଚ୍ଛା ଏବେ ଡ୍ରାମା ପୁରୁଷାର୍ଥ କରାଉଛି ନା, ତେବେ କର । ଗୋଟିଏ ଜାଗାରେ ତ ବସିଯିବାର ନାହିଁ । ଯେଉଁମାନେ କଳ୍ପ ପୂର୍ବରୁ ପୁରୁଷାର୍ଥ କରିଛନ୍ତି, ସେମାନେ କରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁମାନେ ଆସି ନାହାଁନ୍ତି,ସେମାନେ ଆସିବେ । ଯେଉଁମାନେ ଜ୍ଞାନ ମାର୍ଗରୁ ଅଧା ରାସ୍ତାରୁ ଛାଡି ପଳାଇଲେ, ବିବାହ ଆଦି ଯାଇ କରିଲେ, ତାଙ୍କର ଡ୍ରାମାରେ ଯଦି ଅଭିନୟ ଥିବ ଆସି ପୁଣି ପୁରୁଷାର୍ଥ କରିବେ, ଯିବେ କୁଆଡେ । ବାବାଙ୍କ ନିକଟକୁ ଦିନେ ସମସ୍ତଙ୍କୁ ଆସିବାକୁ ହିଁ ପଡିବ । ଲେଖାଯାଇଛି ଭୀଷ୍ମ ପିତାମହ ପ୍ରଭୃତି ଆଦି ମଧ୍ୟ ଶେଷରେ ଆସୁଛନ୍ତି । ଏବେ ତାଙ୍କର କେତେ ଗର୍ବ ରହିଛି ପୁଣି ତାଙ୍କର ସେହି ଗର୍ବ ଖର୍ବ ହୋଇଯିବ । ତୁମେ ମଧ୍ୟ ପ୍ରତ୍ୟେକ ୫ ହଜାର ବର୍ଷ ପରେ ଅଭିନୟ କରୁଛ, ରାଜତ୍ୱ ନେଉଛ, ପୁଣି ହରାଉଛ । ଦିନ-ପ୍ରତିଦିନ ସେବାକେନ୍ଦ୍ରମାନ ବଢି ଚାଲିଛି । ଭାରତୀୟ ଯେଉଁମାନେ ଖାସ୍ ଦେବୀ-ଦେବତାଙ୍କର ପୂଜାରୀ ଅଟନ୍ତି ତାଙ୍କୁ ବୁଝାଇବାକୁ ହେବ, ସତ୍ୟଯୁଗରେ ଦେବୀ-ଦେବତା ଧର୍ମ ଥିଲା ତେଣୁ ତାଙ୍କର ପୂଜା କରୁଛନ୍ତି । ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କର ମହିମା କରୁଛନ୍ତି, ଆମେମାନେ ଆଦି ସନାତନ ଦେବୀ-ଦେବତା ଧର୍ମର ମହିମା କରୁଛୁ । ତାହାକୁ କିଏ ସ୍ଥାପନ କରିଛନ୍ତି । ସେମାନେ ଭାବୁଛନ୍ତି କୃଷ୍ଣ ସ୍ଥାପନ କରିଛନ୍ତି ତେଣୁ ତାଙ୍କର ପୂଜା କରୁଛନ୍ତି । ତୁମମାନଙ୍କ ମଧ୍ୟରେ କ୍ରମାନୁଯାୟୀ ଅଛନ୍ତି । କେହି କେତେ ପରିଶ୍ରମ କରୁଛନ୍ତି, କେହି କେତେ । ଦେଖାଉଛନ୍ତି ନା ଗୋବର୍ଦ୍ଧନ ପାହାଡକୁ ଆଙ୍ଗୁଳିରେ ଉଠାଇନେଲେ ।

ଏବେ ଏହା ପୁରୁଣା ଦୁନିଆ ଅଟେ, ସମସ୍ତ ଜିନିଷରୁ ସାରତତ୍ୱ ବାହାରିଯାଇଛି । ସୁନା ଖଣି ମଧ୍ୟ ଖାଲି ହୋଇଯାଇଛି, ସ୍ୱର୍ଗରେ ତ ସୁନାର ମହଲ ତିଆରି ହେବ, ଏବେ ତ ସରକାର ହଇରାଣ ହୋଇଯାଉଛନ୍ତି କାହିଁକି ନା କରଜ ଦେବାକୁ ପଡୁଛି । ସେଠାରେ ତ ଅସରନ୍ତି ଧନ ରହିବ । କାନ୍ଥମାନଙ୍କରେ ମଧ୍ୟ ହୀରା-ନୀଳା ଲାଗିରହିଥିବ । ସେଠାରେ ହୀରା ଖଞ୍ଜିବାର ସଉକ ରହିଥାଏ । ସେଠାରେ ଧନର ଅଭାବ ରହିବ ନାହିଁ । କାରୁନ୍ର ଖଜାନା (ଅଥାହ ସମ୍ପତ୍ତି) ରହିବ । ଆଲ୍ଲା ଅବଲଦୀନର ଏକ ଖେଳ ଦେଖାଉଛନ୍ତି । ଠକ୍ ଠକ୍ କରିଲେ ମହଲ ବାହାରି ଆସୁଛି । ଏଠାରେ ମଧ୍ୟ ଦିବ୍ୟ ଦୃଷ୍ଟି ମିଳିବା ଦ୍ୱାରା ସ୍ୱର୍ଗକୁ ଚାଲିଯାଉଛନ୍ତି । ସେଠାରେ ରାଜକୁମାର-ରାଜକୁମାରୀଙ୍କ ପାଖରେ ହୀରାର ମୁରଲୀ ଆଦି ରହିଥାଏ । ଏଠାରେ ତ କେହି ଏପରି ଜିନିଷ ପିନ୍ଧି ବସିଲେ ଲୁଟି ନେଇଯିବେ । ଛୁରି ମାରି ନେଇଯିବେ । ସେଠାରେ ଏପରି କଥା ହେବ ନାହିଁ । ଏହି ଦୁନିଆ ବହୁତ ଖରାପ ଅଟେ । ଏହି ଲକ୍ଷ୍ମୀ-ନାରାୟଣଙ୍କ ଦୁନିଆରେ ତ ସବୁବେଳେ ମୌଜ ହିଁ ହେଉଥିଲା । ହୀରା-ନୀଳାର ମହଲ ଥିଲା । ଏକୁଟିଆ ତ ନଥିବେ ନା । ତାହାକୁ ସ୍ୱର୍ଗ କୁହାଯାଉଥିଲା, ତୁମେ ଜାଣିଛ ବାସ୍ତବରେ ଆମେ ସ୍ୱର୍ଗର ମାଲିକ ଥିଲୁ । ଆମେ ଏହି ସୋମନାଥ ମନ୍ଦିର ତିଆରି କରିଥିଲୁ । ଏହା ଭାବୁଛ ଯେ ଆମେ କଣ ଥିଲୁ ପୁଣି ଭକ୍ତିମାର୍ଗରେ କିପରି ମନ୍ଦିର ତିଆରି କରି ପୂଜା କଲୁ । ଆତ୍ମା ଭିତରେ ନିଜର ୮୪ ଜନ୍ମର ଜ୍ଞାନ ଅଛି । କେତେ ହୀରାନୀଳା ଥିଲା, ସେସବୁ କୁଆଡେ ଗଲା । ଧିରେ-ଧିରେ ସବୁ ଖଲାସ୍ ହୋଇଗଲା । ମୁସଲମାନମାନେ ଆସି, ଏତେ ଲୁଟି ନେଇଗଲେ ଯାହାକି କବରରେ ଯାଇ ହୀରା ଲଗାଇଲେ, ତାଜମହଲ ଆଦି ତିଆରି କଲେ । ପୁଣି ବ୍ରିଟିଶ୍ ସରକାର ସେଠାରୁ ଖୋଳି ନେଇଗଲେ । ଏବେ ତ କିଛି ମଧ୍ୟ ନାହିଁ । ଭାରତ ଗରୀବ ହୋଇଯାଇଛି, କରଜ ଉପରେ କରଜ ନେଇଚାଲିଛନ୍ତି । ଶସ୍ୟ, ଚିନି ଆଦି କିଛି ମିଳୁ ନାହିଁ । ଏବେ ବିଶ୍ୱକୁ ବଦଳିବାକୁ ହେବ । କିନ୍ତୁ ତାହା ପୂର୍ବରୁ ଆତ୍ମାର ବ୍ୟାଟେରୀକୁ ସତ୍ତ୍ୱପ୍ରଧାନ କରିବା ପାଇଁ ଚାର୍ଜ କରିବାକୁ ହେବ । ବାବାଙ୍କୁ ନିଶ୍ଚୟ ମନେ ପକାଇବାକୁ ହେବ । ବୁଦ୍ଧିର ଯୋଗ ବାବାଙ୍କ ସହ ରହିଥାଉ, ତାଙ୍କଠାରୁ ହିଁ ବର୍ସା ମିଳୁଛି । ମାୟାର ଏଥିରେ ହିଁ ଯୁଦ୍ଧ ହେଉଛି । ଆଗରୁ ଏହି କଥାକୁ ତୁମେ ବୁଝି ପାରୁନଥିଲ । ଯେପରି ଅନ୍ୟମାନେ ଅଛନ୍ତି ସେପରି ତୁମେ ମଧ୍ୟ ଥିଲ । ଏବେ ତୁମେ ସଂଗମଯୁଗୀ ଆଉ ସେମାନେ ସମସ୍ତେ କଳିଯୁଗୀ ଅଟନ୍ତି । ମନୁଷ୍ୟ କହିବେ ଏମାନଙ୍କୁ ଯାହା ଆସୁଛି ତାହା କହିଚାଲିଛନ୍ତି । କିନ୍ତୁ ବୁଝାଇବା ପାଇଁ ଯୁକ୍ତି ମଧ୍ୟ ଅଛି ନା । ଧିରେ-ଧିରେ ତୁମମାନଙ୍କର ବୃଦ୍ଧି ହୋଇଚାଲିବ । ଏବେ ବାବା ବଡ ବିଶ୍ୱ ବିଦ୍ୟାଳୟ ଖୋଲିଛନ୍ତି । ଏଥିରେ ବୁଝାଇବା ପାଇଁ ଚିତ୍ର ତ ଦରକାର ନା । ପରବର୍ତ୍ତୀ ସମୟରେ ତୁମ ପାଖରେ ଏହି ସବୁ ଚିତ୍ର ଟ୍ରାନ୍ସଲାଇଟ୍ର ହୋଇଯିବ ଯାହା ପୁଣି ତୁମମାନଙ୍କୁ ବୁଝାଇବାକୁ ମଧ୍ୟ ସହଜ ହେବ ।

ତୁମେ ଜାଣିଛ ବାବାଙ୍କର ସ୍ମୃତି ଏବଂ ଜ୍ଞାନ ଦ୍ୱାରା ଆମେ ନିଜର ରାଜତ୍ୱ ପୁଣି ଥରେ ସ୍ଥାପନା କରୁଛୁ । ମାୟା ମଝିରେ ବହୁତ ଧୋକା ଦେଉଛି । ବାବା କହୁଛନ୍ତି ଧୋକାରୁ ବଞ୍ଚିତ ରୁହ । ଯୁକ୍ତି ତ ବତାଉଛନ୍ତି । ମୁଖ ଦ୍ୱାରା କେବଳ ଏତିକି କୁହ ଯେ ବାବାଙ୍କୁ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ଏହିପରି ଲକ୍ଷ୍ମୀ-ନାରାୟଣ ହୋଇଯିବ । ଏହି ବ୍ୟାଜ୍ ଆଦି ଭଗବାନ ନିଜେ ତିଆରି କରିଛନ୍ତି, ତେଣୁ ଏହାର କେତେ ସମ୍ମାନ ହେବା ଦରକାର । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସର୍ବଗୁଣରେ ନିଜର ଶୃଙ୍ଗାର କରିବାକୁ ହେବ, କେବେ ବି କାହାକୁ ଦୁଃଖ ଦେବାର ନାହିଁ । ସମସ୍ତଙ୍କୁ ସୁଖର ରାସ୍ତା ବତାଇବାକୁ ହେବ ।

(୨) ସାରା ସଂସାର ଶ୍ମଶାନ ପାଲଟି ଯାଇଛି ସେଥିପାଇଁ ଏହା ସହିତ ମନ ଲଗାଇବାର ନାହିଁ । ସ୍ମୃତିରେ ରହୁ ଯେ ଏବେ ଆମେ ଏଠାରୁ ଟ୍ରାନ୍ସଫର ହେବୁ, ଆମକୁ ତ ନୂଆ ଦୁନିଆକୁ ଯିବାକୁ ହେବ ।

ବରଦାନ:-
ପ୍ରବୃତ୍ତିରେ ରହି ମୋର ପଣିଆର ତ୍ୟାଗ କରି ସଚ୍ଚା ଟ୍ରଷ୍ଟି, ମାୟାଜିତ୍ ହୁଅ ।

ଅଳିଆ ଆବର୍ଜନା ଭିତରେ ଯେପରି ପୋକ-ମାଛି ଜନ୍ମ ନେଇଥାନ୍ତି ସେହିପରି ଯେତେବେଳେ ମୋର ପଣିଆ ଆସିଯାଏ ସେତେବେଳେ ମାୟା ଜନ୍ମ ନେଇଥାଏ । ତେଣୁ ମାୟାଜିତ୍ ହେବାର ସହଜ ଉପାୟ ହେଲା ନିଜକୁ ସର୍ବଦା ଟ୍ରଷ୍ଟୀ ଅର୍ଥାତ୍ ନିମିତ୍ତ ମନେ କର । ବ୍ରହ୍ମାକୁମାର ଅର୍ଥ ଟ୍ରଷ୍ଟୀ । ଟ୍ରଷ୍ଟୀର କାହା ସହିତ ମୋହ ନଥାଏ କାହିଁକି ନା ତାଙ୍କ ଭିତରେ ମୋରପଣିଆ ନଥାଏ । ଯଦି ନିଜକୁ ଗୃହସ୍ଥୀ ମନେ କରିବ ତେବେ ମାୟା ଆସିବ ଏବଂ ଟ୍ରଷ୍ଟୀ ମନେ କରିଲେ ମାୟା ଚାଲିଯିବ ସେଥିପାଇଁ ସବୁଥିରୁ ନିର୍ଲିପ୍ତ ହୋଇ ଘର ଗୃହସ୍ଥ କାର୍ଯ୍ୟ କର ତେବେ ମାୟାଠାରୁ ସୁରକ୍ଷିତ ରହିବ ।

ସ୍ଲୋଗାନ:-
ଯେଉଁଠାରେ ଅଭିମାନ ଅଛି ସେଠାରେ ଅପମାନର ଅନୁଭବ ନିଶ୍ଚିତ ହେବ ।