10.09.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମେମାନେ ଆତ୍ମିକ ପିତାଙ୍କଠାରୁ ନୂଆ-ନୂଆ ଆତ୍ମିକ ଜ୍ଞାନର କଥା ସବୁ ଶୁଣୁଛ, ତୁମେ ଜାଣିଛ ଯେପରି ଆମେ ଆତ୍ମାମାନେ ନିଜର ରୂପ ପରିବର୍ତ୍ତନ କରି ଆସିଛୁ, ସେହିପରି ବାବା ମଧ୍ୟ ଆସିଛନ୍ତି ।

ପ୍ରଶ୍ନ:-
ଛୋଟ ଛୋଟ ପିଲାମାନେ ବାବାଙ୍କର ଜ୍ଞାନ ଉପରେ ଭଲ ଭାବରେ ଧ୍ୟାନ ଦେଲେ, କେଉଁ ଉପାଧି ନେଇ ପାରିବେ?

ଉତ୍ତର:-
ସ୍ପିରିଚୁଆଲ ଲିଡର ଅର୍ଥାତ୍ ଆଧ୍ୟାତ୍ମିକ ପଥପ୍ରଦର୍ଶକ । ଛୋଟ-ଛୋଟ ପିଲା ଯଦି କୌଣସି ସାହାସର କାମ କରି ଦେଖାଇବେ, ବାବାଙ୍କଠାରୁ ଯାହା ଶୁଣୁଛନ୍ତି ସେଥିପ୍ରତି ଧ୍ୟାନ ଦେବେ ଏବଂ ଅନ୍ୟମାନଙ୍କୁ ବୁଝାଇବେ ତେବେ ସେମାନଙ୍କୁ ସମସ୍ତେ ବହୁତ ସ୍ନେହ କରିବେ । ବାବାଙ୍କର ନାମ ମଧ୍ୟ ପ୍ରସିଦ୍ଧ ହୋଇଯିବ ।

ଗୀତ:-
ଛୋଡ ଭି ଦେ ଆକାଶ ସିଂହାସନ...

ଓମ୍ ଶାନ୍ତି ।
ପିଲାମାନେ ଡାକିଲେ, ବାବା ରେସ୍‌ପଣ୍ଡ ଅର୍ଥାତ୍ ପ୍ରତ୍ୟୁତ୍ତର ଦେଲେ - ବାସ୍ତବରେ ପିଲାମାନେ କଣ କହୁଛନ୍ତି ଯେ ବାବା ଆପଣ ପୁନର୍ବାର ରାବଣ ରାଜ୍ୟକୁ ଆସନ୍ତୁ । ଏହି ଅକ୍ଷର ମଧ୍ୟ ରହିଛି ନା - ପୁନର୍ବାର ମାୟାର ଛାୟା ପଡିଛି । ମାୟା କୁହାଯାଉଛି ରାବଣକୁ । ତେଣୁ ଡାକୁଛନ୍ତି - ରାବଣ ରାଜ୍ୟ ଆସିଗଲାଣି ସେଥିପାଇଁ ଏବେ ପୁନର୍ବାର ଆସ । ରାବଣ ରାଜ୍ୟରେ ବହୁତ ଦୁଃଖ । । ଆମେ ବହୁତ ଦୁଃଖୀ, ପାପ-ଆତ୍ମା ହୋଇଯାଇଛୁ । ବର୍ତ୍ତମାନ ବାବା ବାସ୍ତବରେ ଉପସ୍ଥିତ ଅଛନ୍ତି । ପିଲାମାନେ ଜାଣିଛନ୍ତି ଯେ ପୁନର୍ବାର ସେହି ମହାଭାରତ ଲଢେଇ ହେବାର ଅଛି । ବାବା ଜ୍ଞାନ ଏବଂ ରାଜଯୋଗ ଶିଖାଉଛନ୍ତି । ଡାକୁଛନ୍ତି ମଧ୍ୟ ହେ ନିରାକାର ପରମପିତା ପରମାତ୍ମା, ନିରାକାରରୁ ଆସି ସାକାର ରୂପ ନିଅ, ରୂପ ବଦଳାଅ । ବାବା ବୁଝାଉଛନ୍ତି ତୁମେ ମଧ୍ୟ ବ୍ରହ୍ମ ମହତତ୍ତ୍ୱ ଅଥବା ନିରାକାରୀ ଦୁନିଆର ନିବାସୀ ଅଟ । ତୁମେମାନେ ମଧ୍ୟ ରୂପ ବଦଳାଇଛ । ଏକଥା କେହି ଜାଣିନାହାଁନ୍ତି । ଯେଉଁ ଆତ୍ମାମାନେ ନିରାକାର ଅଟନ୍ତି, ସେମାନେ ଆସି ସାକାର ଶରୀର ଧାରଣ କରୁଛନ୍ତି । ତାହା ହେଉଛି ନିରାକାରୀ ଦୁନିଆ । ଏହା ହେଉଛି ସାକାରୀ ଦୁନିଆ ଏବଂ ତାହା ହେଉଛି ଆକାରୀ ଦୁନିଆ । ତାହା ଅଲଗା ଅଟେ । ତୁମମାନଙ୍କ ବୁଦ୍ଧିରେ ଅଛି ଯେ ଆମେ ଶାନ୍ତିଧାମ ଅଥବା ନିର୍ବାଣଧାମରୁ ଆସୁଛୁ । ବାବାଙ୍କୁ ଯେତେବେଳେ ପ୍ରଥମେ ନୂଆ ରଚନା କରିବାକୁ ହୁଏ ସେ ସୂକ୍ଷ୍ମବତନକୁ ହିଁ ରଚନା କରନ୍ତି । ସୂକ୍ଷ୍ମବତନକୁ ଏବେ ତୁମେ ଯାଇପାରିବ ପୁଣି ଆଉ କେବେ ଯାଇପାରିବ ନାହିଁ । ପ୍ରଥମେ ପ୍ରଥମେ ତୁମେ ଭାୟା ସୂକ୍ଷ୍ମବତନ ଦେଇ ଆସୁନାହଁ । ସିଧା ସଳଖ ଆସୁଛ । ଏବେ ତୁମେ ସୂକ୍ଷ୍ମବତନକୁ ଯାଇ ଆସିପାରିବ । ପାଦରେ ଯିବାର କଥା ନୁହେଁ । ତୁମମାନଙ୍କୁ ଏହା ସାକ୍ଷାତ୍‌କାର ହେଉଛି । ତୁମମାନଙ୍କୁ ମୂଳବତନର ମଧ୍ୟ ସାକ୍ଷାତ୍‌କାର ହୋଇପାରେ କିନ୍ତୁ ତୁମେମାନେ ସେଠାକୁ ଯାଇପାରିବ ନାହିଁ । ବୈକୁଣ୍ଠର ସାକ୍ଷାତ୍‌କାର ହୋଇପାରେ କିନ୍ତୁ ଯାଇପାରିବ ନାହିଁ । କାରଣ ଯେପର୍ଯ୍ୟନ୍ତ ସଂପୂର୍ଣ୍ଣ ପବିତ୍ର ନ ହୋଇଛ । ସେଠାକୁ ଯାଇ ପାରିବ ନାହିଁ । ତୁମେମାନେ ଏପରି କହିପାରିବ ନାହିଁ ଯେ ଆମେ ସୂକ୍ଷ୍ମବତନକୁ ଯାଇପାରିବୁ । ତୁମେମାନେ ସାକ୍ଷାତ୍‌କାର କରିପାରିବ । ଶିବବାବା, ଦାଦା ଓ ତୁମେ ପିଲାମାନେ ଅଛ । ତୁମେ କିପରି ନୂଆ-ନୂଆ ଆତ୍ମିକ ଜ୍ଞାନ ଶୁଣୁଛ । ଏକଥା ଦୁନିଆରେ କେହି ଜାଣି ନାହାଁନ୍ତି । ଯଦିଓ କହୁଛନ୍ତି ଯେ ଇନକାରପୋରିୟଲ ୱାଲର୍ଡ ଅର୍ଥାତ୍ ନିରାକାରୀ ଦୁନିଆ କିନ୍ତୁ ଜାଣିନାହାଁନ୍ତି ତାହା କିପରି । ପ୍ରଥମେ ତ ଆତ୍ମାକୁ ହିଁ ଜାଣିନାହାଁନ୍ତି ତେବେ ପୁଣି ନିରାକାରୀ ଦୁନିଆକୁ କଣ ଜାଣିବେ! ବାବା ପ୍ରଥମେ ପ୍ରଥମେ ଆସି ଆତ୍ମାର ଅନୁଭୂତି କରାଉଛନ୍ତି । ତୁମେମାନେ ଆତ୍ମା ଅଟ ପୁଣି ତୁମର ରୂପ ବଦଳୁଛି ଅର୍ଥାତ୍ ନିରାକାରରୁ ସାକାରକୁ ଆସୁଛ ।

ଏବେ ତୁମେମାନେ ଜାଣୁଛ ଯେ ଆମର ଆତ୍ମା ୮୪ ଜନ୍ମ କିପରି ନେଉଛୁ । ଏହିସବୁ ପାର୍ଟ ଆତ୍ମାରେ ରେକର୍ଡ ସଦୃଶ ଭରି ହୋଇ ରହିଛି । ପ୍ରଥମେ ଏହି ସବୁ କଥା ଶୁଣାଉଥିଲେ । ବାବା କହୁଛନ୍ତି - ଏବେ ତୁମକୁ ଗହନ ମନୋମୁଗ୍ଧକର କଥା ଶୁଣାଉଛି । ଯାହା ତୁମେ ଆଗରୁ ଜାଣିନଥିଲ, ତାହା ଏବେ ଜାଣୁଛ । ନୂଆ-ନୂଆ ପଏଣ୍ଟସ୍ ବୁଦ୍ଧିରେ ଚାଲୁଛି ସେଥିପାଇଁ ଅନ୍ୟକୁ ମଧ୍ୟ ତୁରନ୍ତ ବୁଝାଇପାରିବ । ଦିନକୁ ଦିନ ବ୍ରାହ୍ମଣ ପରିବାରର ବୃକ୍ଷ ବଢି ଚାଲିଛି । ଏହା ପୁଣି ଦୈବୀ ବୃକ୍ଷ ହେବ, ବ୍ରାହ୍ମଣମାନଙ୍କର ହିଁ ବୃଦ୍ଧି ହେବ । ଏବେ ଦେଖିବାକୁ କେତେ ଛୋଟ ଜଣାପଡୁଛି । ଯେପରି ବିଶ୍ୱର ନକ୍‌ସାରେ ଭାରତକୁ ଦେଖିଲେ କେତେ ଛୋଟ ଦେଖାଯାଇଥାଏ । ବାସ୍ତବରେ ଭାରତ ହେଉଛି କେତେ ବଡ । ସେହିପରି ଜ୍ଞାନ ପାଇଁ କୁହାଯାଉଛି - ମନମନାଭବ ଅର୍ଥାତ୍ ଅଲଫ ବା ବାବାଙ୍କୁ ମନେ ପକାଅ । ବୀଜ କେତେ ଛୋଟ ହୋଇଥାଏ, ଗଛ କେତେ ବଡ ହୋଇଥାଏ । ତେବେ ଏହି ବ୍ରାହ୍ମଣ କୁଳ ମଧ୍ୟ ଛୋଟରୁ ପୁଣି ବୃଦ୍ଧି ହୋଇ ଚାଲିଛି । ତୁମମାନଙ୍କ ବୁଦ୍ଧିରେ ଅଛି ଯେ ଆମେ ଏବେ ବ୍ରାହ୍ମଣ ହୋଇଛୁ ପୁଣି ଦେବତା ହେବୁ । ୮୪ ଜନ୍ମର ସିଡି ତ ବହୁତ ଭଲ । ପିଲାମାନେ ବୁଝାଇପାରିବେ ଯେ ଯିଏ ୮୪ ଜନ୍ମ ନେଇଛନ୍ତି ସେହିମାନେ ହିଁ ଆସି ଏହି ଜ୍ଞାନକୁ ବୁଝିବେ ପୁଣି କେହି ୮୪ ଜନ୍ମ, କେହି ୮୦ ଜନ୍ମ ମଧ୍ୟ ନେଉଥିବେ । ବ୍ରାହ୍ମଣ ଆତ୍ମାମାନେ ଭାବୁଛନ୍ତି ଯେ ଆମେ ଏହି ଦୈବୀକୂଳର ଅଟୁ । ପୁଣି ଆମେ ସୂର୍ଯ୍ୟବଂଶୀ କୂଳର ହେବୁ । ଯଦି ଫେଲ ହେଲେ ତେବେ ବିଳମ୍ବରେ ଆସିବେ । ସମସ୍ତେ ଏକାଠି ତ ଆସିପାରିବେ ନାହିଁ । ଯଦିଓ ବହୁତ ଜ୍ଞାନ ନେଉଛନ୍ତି କିନ୍ତୁ ଏକାଠି ତ ଆସିପାରିବେ ନାହିଁ ନା । ଯିବେ ଏକାଠି, କିନ୍ତୁ ଆସିବେ ଅଳ୍ପ-ଅଳ୍ପ ସଂଖ୍ୟାରେ, ଏହା ତ ବୁଝିବାର କଥା ଅଟେ ନା । ସମସ୍ତେ ଏକାଠି କିପରି ୮୪ ଜନ୍ମ ନେବେ । ବାବାଙ୍କୁ ଡାକୁଛନ୍ତି, ବାବା ପୁନର୍ବାର ଆସି ଗୀତା ଜ୍ଞାନ ଶୁଣାଅ । ତେଣୁ ଏଥିରୁ ସିଦ୍ଧ ହେଉଛି, ଯେବେ ମହାଭାରତ ଲଢେଇ ହୋଇଥାଏ, ସେହି ସମୟରେ ହିଁ ଆସି ଗୀତାର ଜ୍ଞାନ ଶୁଣାଉଛନ୍ତି । ତାହାକୁ ହିଁ ରାଜଯୋଗ କୁହାଯାଉଛି । ଏବେ ତୁମେ ରାଜଯୋଗ ଶିଖୁଛ, କଳ୍ପ-କଳ୍ପ, ୫ ହଜାର ବର୍ଷ ପରେ ବାବା ଆସି ଆମକୁ ଜ୍ଞାନ ଦେଉଛନ୍ତି । ସତ୍ୟ ନାରାୟଣଙ୍କର କଥା ଶୁଣୁଛନ୍ତି ନା । ଇଏ କେଉଁଠୁ ଆସିଲେ, ପୁଣି କୁଆଡେ ଗଲେ! କିଛି ବି ଜାଣିନାହାଁନ୍ତି । ବାବା ବୁଝାଉଛନ୍ତି ପିଲାମାନେ ଏହି ରାବଣର ଯେଉଁ ଛାୟା ପଡିଛି, ଏବେ ଡ୍ରାମା ଅନୁସାରେ ରାବଣରାଜ୍ୟ ଶେଷ ହୋଇଯିବ । ସତ୍ୟଯୁଗରେ ରାମରାଜ୍ୟ ଏବଂ ବର୍ତ୍ତମାନ ରାବଣରାଜ୍ୟ ଚାଲିଛି । ବର୍ତ୍ତମାନ ତୁମେମାନେ ଜାଣୁଛ ଯେ ଆମ ପାଖରେ ଯେଉଁ ଜ୍ଞାନ ରହିଛି ତାହା ଏହି ଦୁନିଆରେ କାହାରି ପାଖରେ ନାହିଁ । ନୂଆ ଦୁନିଆ ପାଇଁ, ଏହା ଆମର ନୂଆ ପାଠପଢା । ଗୀତାରେ କୃଷ୍ଣଙ୍କ ନାମ ଲେଖିଛନ୍ତି, ତାହା ତ ପୁରୁଣା କଥା ହେଲା ନା । ତୁମେମାନେ ଏବେ ନୂଆ କଥା ଶୁଣୁଛ । କହୁଛନ୍ତି ଏକଥା ତ କେବେ ଶୁଣିନଥିଲୁ, ଶିବଭଗବାନୁବାଚ ଆମେ ତ କୃଷ୍ଣ ଭଗବାନୁବାଚ ଶୁଣି ଆସିଥିଲୁ । ତୁମେ ନୂଆ ଦୁନିଆ ପାଇଁ ସବୁ କିଛି ନୂଆ ଶୁଣୁଛ । ସମସ୍ତେ ଜାଣିଛନ୍ତି ଯେ ଭାରତ ହେଉଛି ପ୍ରାଚୀନ ଦେଶ । କିନ୍ତୁ କେବେ ଥିଲା, ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ କିପରି ଚାଲିଲା, ଇଏ କିପରି ରାଜ୍ୟ ପାଇଲେ ପୁଣି କୁଆଡେ ଗଲେ, ଏହା କାହାରି ବି ବୁଦ୍ଧିରେ ଆସୁନାହିଁ । ଏମିତି କଣ ହେଲା ଯାହା ଦ୍ୱାରା ଏହାଙ୍କର ରାଜ୍ୟ ଶେଷ ହୋଇଗଲା । କିଏ ବିଜୟୀ ହେଲା, କିଛି ହେଲେ ବି ବୁଝୁ ନାହାଁନ୍ତି, ଦୁନିଆରେ ତ ସତ୍ୟଯୁଗକୁ ଲକ୍ଷ-ଲକ୍ଷ ବର୍ଷ କହିଦେଉଛନ୍ତି, ଏକଥା ହୋଇପାରିବ ନାହିଁ ଯେ ଲକ୍ଷ୍ମୀ-ନାରାୟଣ ଲକ୍ଷ-ଲକ୍ଷ ବର୍ଷ ଧରି ରାଜ୍ୟ କରିଥିବେ । ତେବେ ପୁଣି ଢେର ସୂର୍ଯ୍ୟବଂଶୀ ରାଜା ହେବେ । କାହାରି ହେଲେ ବି ନାମ ନାହିଁ । ୧୨୫୦ ବର୍ଷର କଥା କେହି ଜାଣିନାହାଁନ୍ତି ପୁଣି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ କେତେ ବର୍ଷ ଚାଲିଲା, ଏକଥା ମଧ୍ୟ କେହି ଜାଣିନାହାଁନ୍ତି ତେବେ ପୁଣି ଲକ୍ଷ-ଲକ୍ଷ ବର୍ଷର କଥା କିଏ କିପରି ଜାଣିପାରିବେ । କାହାର ମଧ୍ୟ ବୁଦ୍ଧି କାମ କରୁ ନାହିଁ । ଏବେ ତୁମେ ଛୋଟ-ଛୋଟ କନ୍ୟାମାନେ ତୁରନ୍ତ ବୁଝାଇପାରିବ । ଏହା ବହୁତ ସହଜ । ଏହା ଭାରତର କାହାଣୀ ଅଟେ, ସମସ୍ତ କାହାଣୀ ରହିଛି । ସତ୍ୟଯୁଗ ତ୍ରେତାରେ ମଧ୍ୟ ଭାରତବାସୀ ରାଜାମାନେ ଥିଲେ । ଏହାର ଅଲଗା-ଅଲଗା ଚିତ୍ର ମଧ୍ୟ ରହିଛି ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ । ଏଠାରେ ତ ହଜାର-ହଜାର ବର୍ଷ କହିଦେଉଛନ୍ତି । ବାବା କହୁଛନ୍ତି - ଏହା ହେଉଛି ୫ ହଜାର ବର୍ଷର କାହାଣୀ । ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା, ବଂଶାବଳୀ ଥିଲା ପୁଣି ପୁନର୍ଜନ୍ମ ନେବାକୁ ପଡିବ । ଛୋଟ-ଛୋଟ କନ୍ୟାମାନେ ଟିକିଏ ବୁଝାଇଲେ ମଧ୍ୟ ଭାବିବେ ଯେ ଏମାନେ ତ ବହୁତ ଭଲ ଜ୍ଞାନ ପଢିଛନ୍ତି । ଆଧ୍ୟାତ୍ମିକ ପିତାଙ୍କ ବିନା ଅନ୍ୟ କାହା ପାଖରେ ଏହି ଆଧ୍ୟାତ୍ମିକ ଜ୍ଞାନ ନାହିଁ । ତୁମେ କହିବ ଆମକୁ ମଧ୍ୟ ଆଧ୍ୟାତ୍ମିକ ପିତା ଆସି ବୁଝାଇଛନ୍ତି । ଆତ୍ମା ଶରୀର ଦ୍ୱାରା ଶୁଣୁଛି । ଆତ୍ମା ହିଁ କହୁଛି ମୁଁ ଅମୁକ ହେଉଛି । ମନୁଷ୍ୟ ନିଜକୁ ଆତ୍ମା ଅନୁଭବ କରୁନାହାଁନ୍ତି । ଆମକୁ ବାବା ଆତ୍ମାର ଅନୁଭବ କରାଉଛନ୍ତି । ଆମେ ଆତ୍ମା ପୂରା ୮୪ ଜନ୍ମ ନେଉଛୁ । ଏପରି-ଏପରି କଥା ବସି ବୁଝାଇଲେ କହିବେ ଏହାଙ୍କ ପାଖରେ ବହୁତ ଭଲ ଜ୍ଞାନ ରହିଛି । ଶିବବାବା ଜ୍ଞାନର ସାଗର ଅଟନ୍ତି ନା । ଗାୟନ ମଧ୍ୟ କରନ୍ତି ଈଶ୍ୱର ନଲେଜଫୁଲ୍‌, ଦୟାର ସାଗର, ମୁକ୍ତିଦାତା, ପଥ ପ୍ରଦର୍ଶକ ଅଟନ୍ତି କିନ୍ତୁ ସିଏ କୁଆଡେ ନେବେ, ଏକଥା କେହି ଜାଣିନାହାଁନ୍ତି । ଏକଥା ପିଲାମାନେ ହିଁ ବୁଝାଇ ପାରିବେ । ଆଧ୍ୟାତ୍ମିକ ପିତା ଜ୍ଞାନର ସାଗର ଅଟନ୍ତି, ତାଙ୍କୁ ଦୟାର ସାଗର ମଧ୍ୟ କୁହାଯାଉଛି । ସେତେବେଳେ ଆସି ମୁକ୍ତି କରୁଛନ୍ତି ଯେବେ ମନୁଷ୍ୟମାନେ ବହୁତ ଦୁଃଖୀ ହୋଇଯାଉଛନ୍ତି । ସାରା ଦୁନିଆ ରାବଣର ରାଜ୍ୟ ହୋଇଯାଉଛି । ବାବାଙ୍କୁ ସ୍ୱର୍ଗସ୍ଥାପନକାରୀ ଈଶ୍ୱରୀୟ ପିତା ବୋଲି କୁହାଯାଏ । ନର୍କକୁ ରାବଣରାଜ୍ୟ କୁହାଯାଏ । ଏହି ଜ୍ଞାନ କାହାକୁ ବସି ଶୁଣାଇଲେ, ତୁରନ୍ତ କହିବେ ଯେ ଏହା ଯାଇ ସମସ୍ତଙ୍କୁ ଶୁଣାଅ କିନ୍ତୁ ଧାରଣା ବହୁତ ଭଲ ହେବା ଉଚିତ୍ । ପ୍ରଦର୍ଶନୀ ଚିତ୍ରର ପୁସ୍ତକ ମଧ୍ୟ ଅଛି, ଆହୁରି ବି ବୁଝିଲେ ଏହା ଉପରେ ବହୁତ ସେବା କରିପାରିବେ ।

ଏହି କନ୍ୟା ଜୟନ୍ତୀ ଭଉଣୀ ମଧ୍ୟ ଲଣ୍ଡନରେ ନିଜର ଶିକ୍ଷକଙ୍କୁ ବୁଝାଇପାରିବ । ଲଣ୍ଡନରେ ଏହି ସେବା କରିପାରିବ । ଦୁନିଆରେ ବହୁତ ଠକାମି ଚାଲିଛି ନା । ରାବଣ ଏକଦମ୍ ସମସ୍ତଙ୍କୁ ଠକ କରିଦେଇଛି । ପିଲାମାନେ ସାରା ବିଶ୍ୱର ଇତିହାସ-ଭୂଗୋଳ ବୁଝାଇପାରିବେ । ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟ କେତେ ସମୟ ଚାଲିଲା ପୁଣି ଅମୁକ ସଂବତରୁ ଇସ୍‌ଲାମୀ, ବୌଦ୍ଧି, ଖ୍ରୀଷ୍ଟିୟାନ ଆସୁଛନ୍ତି । ବୃଦ୍ଧି ହୋଇ ହୋଇ ଭିନ୍ନ ଭିନ୍ନ ଧର୍ମର ବୃକ୍ଷ କେତେ ବଡ ହୋଇଯାଉଛି । ଅଧାକଳ୍ପ ପରେ ଅନ୍ୟ ଧର୍ମ ସବୁ ଆସୁଛି । ଏହିପରି ଜ୍ଞାନ ବସି ଶୁଣାଇଲେ, ଶୁଣୁଥିବା ବ୍ୟକ୍ତିମାନେ କହିବେ ଇଏ ଆଧ୍ୟାତ୍ମିକ ଜ୍ଞାନର ମୁଖ୍ୟ ଅଟନ୍ତି, ଏହାଙ୍କ ପାଖରେ ଆଧ୍ୟାତ୍ମିକ ଜ୍ଞାନ ରହିଛି । ଜୟନ୍ତୀ ଭଉଣୀ ପୁଣି କହିବେ - ଏହି ଜ୍ଞାନ ତ ପ୍ରଦାନ କରାଯାଉଛି । ଆଧ୍ୟାତ୍ମିକ ଈଶ୍ୱର ପିତା ଏହି ଜ୍ଞାନ ଦେଉଛନ୍ତି । ସିଏ ହେଲେ ବୀଜରୂପ । ଏହା ଓଲଟା ବୃକ୍ଷ ଅଟେ । ବୀଜ ଜ୍ଞାନର ସାଗର ଅଟନ୍ତି । ବୀଜଠାରେ ବୃକ୍ଷର ଜ୍ଞାନ ରହିବ ନା । ଏହା ଭିନ୍ନ ଭିନ୍ନ ଧର୍ମର ବୃକ୍ଷ ଅଟେ । ଭାରତର ଦୈବୀ ଧର୍ମ ଏହାକୁ କୁହାଯାଉଛି । ପ୍ରଥମେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ପୁଣି ରାମ-ସୀତାଙ୍କର ରାଜ୍ୟ ହେଉଛି । ଅଧାକଳ୍ପ ଏହା ଚାଲୁଛି ପୁଣି ପରେ ଇସ୍‌ଲାମୀ... ଆସୁଛନ୍ତି ବୃକ୍ଷର ବୃଦ୍ଧି ହୋଇ ଚାଲୁଛି । ଏହିପରି ଯାଇ ଏହି କନ୍ୟା ଭାଷଣ କରିପାରିବ ଏବଂ ବୁଝାଇ ପାରିବ ଯେ ଏହି ବୃକ୍ଷ କିପରି ଦୃଶ୍ୟମାନ ହେଉଛି । ଏହି ସୃଷ୍ଟି ଚକ୍ର କିପରି ଘୂରୁଛି ଆମେ ବୁଝାଇପାରିବୁ । ବିଦେଶରେ ତ ଆଉ କେହି ନାହାଁନ୍ତି । ଏହି କନ୍ୟା ଯାଇ ବୁଝାଇ ପାରିବ ଯେ ଏବେ ଲୌହ ଯୁଗର ଅନ୍ତ ଅଟେ, ସ୍ୱର୍ଣ୍ଣିମଯୁଗ ଆଗତପ୍ରାୟ ତେବେ ସେମାନେ ବହୁତ ଖୁସି ହେବେ । ବାବା ଉପାୟ ବତାଉଛନ୍ତି, ଏହା ଉପରେ ଧ୍ୟାନ ଦେବା ଉଚିତ୍ । ଛୋଟ ପିଲାମାନଙ୍କୁ ବହୁତ ମାନ ମିଳିଥାଏ । ଛୋଟ ପିଲାମାନେ କୌଣସି ସାହସର କାମ କରିଲେ ତାଙ୍କୁ ବହୁତ ଆଦର କରିଥାନ୍ତି । ବାବାଙ୍କୁ ଏପରି ଅନୁଭବ ହେଉଛି ଯେ, ଯଦି ସନ୍ତାନମାନେ ଏଥିରେ ଧ୍ୟାନ ଦେବେ ତେବେ ଆଧ୍ୟାତ୍ମିକ ନେତା ଅର୍ଥାତ୍ ସ୍ପିରିଚୁଆଲ୍ ଲିଡର ହୋଇଯିବେ । ଆଧ୍ୟାତ୍ମିକ ଈଶ୍ୱର ପିତା ହିଁ ବସି ଏହି ଜ୍ଞାନ ଦେଉଛନ୍ତି । କୃଷ୍ଣଙ୍କୁ ଈଶ୍ୱରପିତା କହିବା ଭୁଲ୍ । ଈଶ୍ୱର ତ ନିରାକାର ଅଟନ୍ତି । ଆମେ ସବୁ ଆତ୍ମାମାନେ ଭାଇ-ଭାଇ ଅଟୁ, ସିଏ ନିରାକାର ପିତା ଅଟନ୍ତି । ଯେତେବେଳେ କଳିଯୁଗରେ ସମସ୍ତେ ଦୁଃଖୀ ହୋଇଯାଆନ୍ତି ସେତେବେଳେ ବାବାଙ୍କୁ ସ୍ୱର୍ଣ୍ଣିମଯୁଗ ସ୍ଥାପନ କରିବା ପାଇଁ ଆସିବାକୁ ପଡିଥାଏ । ଭାରତ ପ୍ରାଚୀନ ସୁଖଧାମ, ସ୍ୱର୍ଗ ଥିଲା । ସେଠାରେ ବହୁତ କମ୍ ମନୁଷ୍ୟ ଥିଲେ । ବାକି ଏତେ ସବୁ ଆତ୍ମମାନେ କେଉଁଠି ଥିଲେ । ଶାନ୍ତିଧାମରେ ଥିଲେ ନା । ତେବେ ଏହିପରି ବୁଝାଇବା ଉଚିତ୍ । ଏଥିରେ ଭୟର କୌଣସି କଥା ନାହିଁ, ଏହା ତ କାହାଣୀ ଅଟେ । କାହାଣୀ ଖୁସିରେ କୁହାଯାଇଥାଏ । ବିଶ୍ୱର ଇତିହାସ-ଭୂଗୋଳ କିପରି ପୁନରାବୃତ୍ତି ହେଉଛି, ଏହାର କାହାଣୀ ମଧ୍ୟ କହିପାରିବ । ଜ୍ଞାନ ମଧ୍ୟ କହିପାରିବ । ତୁମର ଏହା ପକ୍କା ମନେ ରହିବା ଉଚିତ୍ । ବାବା କହୁଛନ୍ତି - ମୋ ଆତ୍ମାରେ ସମସ୍ତ ବୃକ୍ଷର ଜ୍ଞାନ ରହିଛି ଯାହାକୁ ମୁଁ ପୁନରାବୃତ୍ତି କରୁଛି । ଜ୍ଞାନର ସାଗର ବାବା ପିଲାମାନଙ୍କୁ ଜ୍ଞାନ ଦେଉଛନ୍ତି । ଜ୍ଞାନ ଦେଲେ କହିବେ ତୁମେ ଅନ୍ୟମାନଙ୍କୁ ମଧ୍ୟ ଡାକ । ତାଙ୍କୁ କୁହ ଅନ୍ୟମାନଙ୍କୁ ଡାକି ପାରିବୁ କାହିଁକି ନା ସେମାନେ ଜାଣିବାକୁ ଚାହୁଛନ୍ତି ଯେ ଭାରତର ପ୍ରାଚୀନ ରାଜଯୋଗ କଣ ଥିଲା! ଯାହାଦ୍ୱାରା ଭାରତ ସ୍ୱର୍ଗ ହେଲା - ଏକଥା କେହି ଆସି ବୁଝାନ୍ତୁ । ସନ୍ନ୍ୟାସୀମାନେ କଣ ଶୁଣାଇବେ ? ଆଧ୍ୟାତ୍ମିକ ଜ୍ଞାନ କେବଳ ଗୀତାରେ ରହିଛି । ତେଣୁ ସେମାନେ ଯାଇ ଗୀତା ହିଁ ଶୁଣାଉଛନ୍ତି । ଗୀତା କେତେ ପଢି, କଣ୍ଠସ୍ଥ କରୁଛନ୍ତି । ଏହା କଣ ଆଧ୍ୟାତ୍ମିକ ଜ୍ଞାନ ଅଟେ? ଏହାକୁ ମନୁଷ୍ୟମାନଙ୍କ ନାମରେ କରାଯାଇଛି । ଆଧ୍ୟାତ୍ମିକ ଜ୍ଞାନ ତ ମନୁଷ୍ୟମାନେ ଦେଇପାରିବେ ନାହିଁ । ତୁମେ ବର୍ତ୍ତମାନ ଏହାର ଅନ୍ତର ବୁଝୁଛ - ସେହି ଗୀତାର କଥା ଏବଂ ବାବା ଯାହା ଶୁଣାଉଛନ୍ତି ଏଥିରେ ରାତି-ଦିନର ତଫାତ୍ ରହିଛି । ପରମପିତା ଜ୍ଞାନ ଦେଇଛନ୍ତି କିନ୍ତୁ କୃଷ୍ଣଙ୍କ ନାମ ରଖିଦେଇଛନ୍ତି । ସତ୍ୟଯୁଗରେ କୃଷ୍ଣଙ୍କର ଏହି ଜ୍ଞାନ ନଥିଲା । ପରମପିତା ହିଁ ନଲେଜଫୁଲ୍ ଅଟନ୍ତି । ଏହା କେତେ ଅଡୁଆ କଥା ଅଟେ । କୃଷ୍ଣଙ୍କର ଆତ୍ମା ସତ୍ୟଯୁଗରେ ଥିବା ସମୟରେ ଜ୍ଞାନ ନଥିଲା । ସୂତା କେତେ ଅଡୁଆ ହୋଇ ରହିଛି ପ୍ରକୃତ ସତ୍ୟ ଜ୍ଞାନକୁ ବିଦେଶକୁ ଯାଇ ଏସବୁ ନାମ ବାହାର କରିପାରିବ । ଭାଷଣ କରିପାରିବ । କୁହ, ବିଶ୍ୱ ଇତିହାସ-ଭୂଗୋଳର ଜ୍ଞାନ ଆମେ ତୁମକୁ ଦେଇପାରିବୁ । ଈଶ୍ୱର କିପରି ସ୍ୱର୍ଗ ସ୍ଥାପନ କରୁଛନ୍ତି, ସ୍ୱର୍ଗରୁ ପୁଣି ନର୍କ କିପରି ହେଉଛି, ତାହା ଆମେ ତୁମକୁ ବୁଝାଇବୁ । ଏହିଭଳି ଏସବୁ ବସି ଲେଖ ପୁଣି ଦେଖ ଯେ ଆମେ କୌଣସି ପଏଣ୍ଟ ଭୁଲିଯାଇ ନାହୁଁ ତ! ପୁଣି ମନେ ପକାଇ ଲେଖ । ଏହିପରି ଅଭ୍ୟାସ କରିବା ଦ୍ୱାରା ବହୁତ ଭଲ ଲେଖିପାରିବ, ଯଦି ବହୁତ ଭଲ ବୁଝାଇ ପାରିବ ତେବେ ତୁମର ନାମ ବିଖ୍ୟାତ ହୋଇଯିବ, ତେବେ ବାବା ଚାହିଁଲେ ମଧୁବନରୁ ମଧ୍ୟ କାହାକୁ ବିଦେଶକୁ ପଠାଇ ପାରିବେ । ଏମାନେ ବୁଝାଇଲେ ବହୁତ ଭଲ ଭାବରେ ବୁଝିପାରିବେ । ସାତ ଦିନରେ ମଧ୍ୟ ବହୁତ ହୋସିଆର ହୋଇପାରିବେ । ବୁଦ୍ଧିରେ ଧାରଣ କରିବାକୁ ହେବ, ବୀଜ ଏବଂ ବୃକ୍ଷର ଜ୍ଞାନ, ବିସ୍ତାର ଭାବେ ବୁଝାଇବାକୁ ହେବ । ଚିତ୍ର ଗୁଡିକ ଉପରେ ବହୁତ ଭଲ ଭାବରେ ବୁଝାଇପାରିବ । ସେବାର ସଉକ ରହିବା ଦରକାର । ତେବେ ବହୁତ ଉଚ୍ଚ ପଦ ମିଳିଯିବ । ଜ୍ଞାନ ବହୁତ ସହଜ ଅଟେ । ଏହା ପୁରୁଣା ଛି-ଛି ଦୁନିଆ । ସ୍ୱର୍ଗ ଆଗରେ ଏହି ପୁରୁଣା ଦୁନିଆ ଯେପରି ଗୋବର ସଦୃଶ ଅଟେ, ଏଥିରୁ ଦୁର୍ଗନ୍ଧ ଆସୁଛି । ତାହା ସୁନାର ଦୁନିଆ, ଏହା ହେଉଛି ଗୋବର ଦୁନିଆ । ତୁମେ ପିଲାମାନେ ଜାଣିଛ ଯେ ଏବେ ଆମେ ଏହି ଶରୀର ଛାଡି ରାଜକୁମାର-ରାଜକୁମାରୀ ହେବୁ । ଏପରି ସ୍କୁଲରେ ପଢିବାକୁ ଯିବୁ । ସେଠାରେ ଏହିପରି ବିମାନ ଥିବ ଯାହା ବହୁତ ସୁରକ୍ଷିତ ହୋଇଥିବ । ଏହି ଖୁସି ପିଲାମାନଙ୍କ ଭିତରେ ରହିଲେ କେବେ କୌଣସି କଥାରେ କାନ୍ଦିବେ ନାହିଁ । ତୁମେ ବୁଝୁଛ ନା ଆମେ ରାଜକୁମାର-ରାଜକୁମାରୀ ହେବୁ । ତେବେ ତୁମ ଭିତରେ କାହିଁକି ଆନ୍ତରିକ ଖୁସି ନ ଆସିବ । ଭବିଷ୍ୟତରେ ଏପରି ସ୍କୁଲ୍‌କୁ ଯିବୁ, ଏଭଳି-ଏଭଳି କରିବୁ । ଜଣା ନାହିଁ, ପିଲାମାନେ କାହିଁକି ଭୁଲିଯାଉଛନ୍ତି । ବହୁତ ନିଶା ଚଢିବା ଉଚିତ୍ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏହି ପୁରୁଣା ବିକାରୀ ଗୋବର ତୁଲ୍ୟ ଦୁନିଆକୁ ବୁଦ୍ଧିରୁ ଭୁଲି ସତ୍ୟଯୁଗୀ ଦୁନିଆକୁ ମନେ ପକାଇ ଅପାର ଖୁସି ଅଥବା ନିଶାରେ ରହିବାକୁ ହେବ । କେବେ ହେଲେ କାନ୍ଦିବାର ନାହିଁ ।

(୨) ବାବା ଯେଉଁ ଗହନ ତଥା ମନୋମୁଗ୍ଧକର କଥା ଶୁଣାଉଛନ୍ତି ସେଗୁଡିକୁ ଧାରଣ କରି ସମସ୍ତଙ୍କୁ ବୁଝାଇବାକୁ ହେବ । ଆଧ୍ୟାତ୍ମିକ ପଥପ୍ରଦର୍ଶକ ଉପାଧି ନେବାକୁ ହେବ ।

ବରଦାନ:-
କର୍ମ କରୁଥିଲେ ମଧ୍ୟ କର୍ମର ବନ୍ଧନରୁ ମୁକ୍ତ ରହି ସହଜଯୋଗୀ ସ୍ୱତଃ ଯୋଗୀ ହୁଅ ।

ଯେଉଁମାନେ ମହାବୀର ସନ୍ତାନ ସେମାନଙ୍କୁ ସାକାରୀ ଦୁନିଆର କୌଣସି ବି ଆକର୍ଷଣ ନିଜ ଆଡକୁ ଆକର୍ଷିତ କରିପାରିବ ନାହିଁ । ସେମାନେ ନିଜକୁ ଗୋଟିଏ ସେକେଣ୍ଡରେ ସବୁଥିରୁ ବିଚ୍ଛିନ୍ନ କରି ବାବାଙ୍କର ପ୍ରିୟ କରାଇପାରିବେ । ନିର୍ଦ୍ଦେଶ ମିଳିବା ମାତ୍ରକେ ଶରୀରଠାରୁ ଭିନ୍ନ ଅଶରୀରୀ, ଆତ୍ମ-ଅଭିମାନୀ, ବନ୍ଧନମୁକ୍ତ, ଯୋଗଯୁକ୍ତ ସ୍ଥିତିର ଅନୁଭବ କରୁଥିବା ଆତ୍ମାମାନେ ହିଁ ସହଜଯୋଗୀ, ସ୍ୱତଃଯୋଗୀ, ସଦାଯୋଗୀ, କର୍ମଯୋଗୀ ଏବଂ ଶ୍ରେଷ୍ଠ ଯୋଗୀ ଅଟନ୍ତି । ସେମାନେ ଯେବେ ଚାହିଁବେ, ଯେତେ ସମୟ ଚାହିଁବେ ନିଜର ସଂକଳ୍ପ ଏବଂ ଶ୍ୱାସକୁ ଏକମାତ୍ର ପ୍ରାଣେଶ୍ୱର ବାବାଙ୍କ ସ୍ମୃତିରେ ସ୍ଥିତି କରିପାରିବେ ।

ସ୍ଲୋଗାନ:-
ଏକରସ ସ୍ଥିତିର ଶ୍ରେଷ୍ଠ ଆସନରେ ବିରାଜମାନ ହେବା ହିଁ ତପସ୍ୱୀ ଆତ୍ମାଙ୍କର ଲକ୍ଷଣ ।