10.10.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମେମାନେ ଯେତେବେଳେ କାହାକୁ ବି ବୁଝାଉଛ ବା ଭାଷଣ କରୁଛ ସେତେବେଳେ ବାବା-ବାବା କହି ବୁଝାଅ, ବାବାଙ୍କର ମହିମା କର ତେବେ ତୀର ଲାଗିବ ।

ପ୍ରଶ୍ନ:-
ବାବା ଭାରତବାସୀ ସନ୍ତାନମାନଙ୍କୁ ବିଶେଷ ଭାବରେ କେଉଁ ପ୍ରଶ୍ନ ପଚାରୁଛନ୍ତି ?

ଉତ୍ତର:-
ତୁମେ ଭାରତବାସୀ ସନ୍ତାନମାନେ ଯେଉଁମାନେ କି ଏତେ ସାହୁକାର ଥିଲ, ସର୍ବଗୁଣ ସମ୍ପନ୍ନ ୧୬ କଳା ସଂପୂର୍ଣ୍ଣ ଦେବତା ଧର୍ମର ଥିଲ, ପବିତ୍ର ଥିଲ, କାମ ବିକାରର ବଶୀଭୂତ ହେଉନଥିଲ, ବହୁତ ଧନବାନ୍ ଥିଲ, ପୁଣି ତୁମେମାନେ ଏତେ ଦେବାଳିଆ କିପରି ହେଲ କାରଣ କଣ ଜାଣିଛ ? ପିଲାମାନେ, ତୁମେ ଗୋଲାମ କିପରି ହୋଇଗଲ ? ଏତେ ସବୁ ଧନ ସମ୍ପତ୍ତି କେଉଁଠି ହରାଇଲ ? ବିଚାର କର, ତୁମେ ପବିତ୍ରରୁ ପତିତ କିପରି ହୋଇଗଲ ? ତୁମେମାନେ ମଧ୍ୟ ଏହିପରି କଥା ସବୁ ବାବା-ବାବା କହି ଅନ୍ୟମାନଙ୍କୁ ବୁଝାଅ ତେବେ ସହଜରେ ବୁଝିଯିବେ ।

ଓମ୍ ଶାନ୍ତି ।
ଓମ୍ ଶାନ୍ତି କହିବା ଦ୍ୱାରା ମଧ୍ୟ ବାବା ନିଶ୍ଚୟ ସ୍ମୃତିରେ ଆସିବା ଦରକାର । ବାବାଙ୍କର ପ୍ରଥମ-ପ୍ରଥମ କଥା ହେଉଛି ମନମନାଭବ । ନିଶ୍ଚୟ ଆଗରୁ ମଧ୍ୟ କହିଛନ୍ତି ତେଣୁ ଏବେ ମଧ୍ୟ କହୁଛନ୍ତି ନା । ତୁମେମାନେ ବାବାଙ୍କୁ ଜାଣିଛ, ଯେବେ କୌଣସି ସଭାକୁ ଭାଷଣ କରିବାକୁ ଯାଉଛ, ସେହି ଲୋକମାନେ ତ ବାବାଙ୍କୁ ଜାଣି ନାହାଁନ୍ତି । ତେଣୁ ତାଙ୍କୁ ମଧ୍ୟ ଏହିପରି କହିବା ଦରକାର ଯେ ଶିବବାବା କହୁଛନ୍ତି, ସେ ହିଁ ପତିତ-ପାବନ । ତେଣୁ ନିଶ୍ଚିତ ପବିତ୍ର କରିବା ପାଇଁ ହିଁ ଏଠାକୁ ଆସି ବୁଝାଉଛନ୍ତି । ଯେପରି ବାବା ଏଠାରେ ତୁମକୁ କହୁଛନ୍ତି ହେ ପିଲାମାନେ, ତୁମକୁ ସ୍ୱର୍ଗର ମାଲିକ କରିଥିଲି ତୁମେ ଆଦି ସନାତନ ଦେବୀ-ଦେବତା ଧର୍ମାବଲମ୍ବୀ ବିଶ୍ୱର ମାଲିକ ଥିଲ, ସେହିପରି ତୁମେ ମଧ୍ୟ କହିବା ଉଚିତ୍ ଯେ ବାବା ଏହିଭଳି କହୁଛନ୍ତି । ଏହିପରି କାହାର ଭାଷଣର ସମାଚାର ଆସିନାହିଁ । ଶିବବାବା କହୁଛନ୍ତି ମୋତେ ଉଚ୍ଚରୁ ଉଚ୍ଚ ମାନୁଛ, ପତିତ-ପାବନ ବୋଲି ମଧ୍ୟ ମାନୁଛ, ମୁଁ ଭାରତକୁ ରାଜଯୋଗ ଶିଖାଇବାକୁ ଆସୁଛି, କହୁଛି ମୋତେ ମନେ ପକାଅ, ଉଚ୍ଚରୁ ଉଚ୍ଚ ବାବାଙ୍କୁ ମନେ ପକାଅ କାହିଁକି ନା ବାବା ଦାତା ଅଟନ୍ତି । ବାସ୍ତବରେ ଭାରତରେ ତୁମେ ବିଶ୍ୱର ମାଲିକ ଥିଲ ନା । ସେଠାରେ ଅନ୍ୟ କୌଣସି ଧର୍ମ ନଥିଲା । ବାବା ଆମକୁ ବୁଝାଉଛନ୍ତି ଆମେ ପୁଣି ଆପଣମାନଙ୍କୁ ବୁଝାଉଛୁ । ବାବା କହୁଛନ୍ତି ତୁମେ ଭାରତବାସୀ କେତେ ସାହୁକାର ଥିଲ । ସର୍ବଗୁଣ ସମ୍ପନ୍ନ ୧୬ କଳା ସଂପୂର୍ଣ୍ଣ ଦେବତା ଧର୍ମର ଥିଲ, ତୁମେ ପବିତ୍ର ଥିଲ, ସେଠାରେ କାମ ବିକାର ନଥିଲା । ବହୁତ ଧନବାନ୍ ଥିଲ । ପୁଣି ବାବା କହୁଛନ୍ତି ତୁମେ ଏତେ ଦେବାଳିଆ କିପରି ହେଲ କାରଣ କଣ, ସେ ବିଷୟରେ ଜଣା ଅଛି ? ତୁମେ ବିଶ୍ୱର ମାଲିକ ଥିଲ । ଏବେ ତୁମେ କାହିଁକି ବିଶ୍ୱର ଗୁଲାମ ହୋଇଛ ? ସମସ୍ତଙ୍କଠାରୁ କରଜ ନେଉଛ । ଏତେ ସବୁ ପଇସା କୁଆଡେ ଗଲା । ବାବାଙ୍କ ସଦୃଶ ତୁମେ ମଧ୍ୟ ଭାଷଣ କଲେ ବହୁତ ଆକର୍ଷିତ ହେବେ । ତୁମେ ବାବାଙ୍କୁ ସ୍ମରଣ କରୁନଥିବାରୁ କାହାକୁ ତୀର ଲାଗୁ ନାହିଁ । ସେହି ଶକ୍ତି ମିଳୁନାହିଁ । ନଚେତ୍ ତୁମର ଭାଷଣ ଥରେ ଶୁଣିଲେ ଚତ୍ମକାର ହୋଇ ଯିବ । ଶିବବାବା ବୁଝାଉଛନ୍ତି ଭଗବାନ ତ ଜଣେ ଅଟନ୍ତି । ଯିଏକି ଦୁଃଖହର୍ତ୍ତା ସୁଖକର୍ତ୍ତା, ନୂଆ ଦୁନିଆର ସ୍ଥାପନକର୍ତ୍ତା ଅଟନ୍ତି । ଏହି ଭାରତ ହିଁ ସ୍ୱର୍ଗ ଥିଲା । ହୀରା-ନୀଳାର ମହଲ ଥିଲା, ଗୋଟିଏ ହିଁ ରାଜ୍ୟ ଥିଲା । ସମସ୍ତେ କ୍ଷୀର ଖଣ୍ଡ ହୋଇ ରହୁଥିଲେ । ଯେପରି ବାବାଙ୍କର ମହିମା ଅସରନ୍ତି ଅଟେ, ସେହିପରି ଭାରତର ମହିମା ମଧ୍ୟ ଅସରନ୍ତି ଅଟେ । ଭାରତର ମହିମା ଶୁଣି ସମସ୍ତେ ଖୁସି ହେବେ । ବାବା ସନ୍ତାନମାନଙ୍କୁ ପଚାରୁଛନ୍ତି ଏତେ ଧନ ସମ୍ପତ୍ତି କେଉଁଠି ହରାଇଲ ? ଭକ୍ତିମାର୍ଗରେ ତୁମେ କେତେ ଖର୍ଚ୍ଚ କରିଆସିଛ । କେତେ ମନ୍ଦିର ଆଦି ତିଆରି କରୁଛ । ବାବା କହୁଛନ୍ତି ଖିଆଲ କର ତୁମେ ପବିତ୍ରରୁ ପତିତ କିପରି ହୋଇଛ ? କହୁଛନ୍ତି ମଧ୍ୟ ନା ବାବା ଦୁଃଖରେ ତୁମକୁ ସ୍ମରଣ କରୁଛୁ, ସୁଖରେ କରୁ ନାହୁଁ । କିନ୍ତୁ ତୁମକୁ କିଏ ଦୁଃଖୀ କରାଉଛି ? ଘଡିକୁ ଘଡି ବାବାଙ୍କ ନାମ ନିଅ । ତୁମେ ବାବାଙ୍କର ସନ୍ଦେଶ ଦେଉଛ । ବାବା କହୁଛନ୍ତି ମୁଁ ତ ସ୍ୱର୍ଗ, ଶିବାଳୟ ସ୍ଥାପନ କରିଥିଲି, ସ୍ୱର୍ଗରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ନା । ତୁମେ ଏକଥା ମଧ୍ୟ ଭୁଲିଯାଇଛ । ତୁମକୁ ଏକଥା ମଧ୍ୟ ଜଣାନାହିଁ ଯେ ରାଧା-କୃଷ୍ଣ ହିଁ ସ୍ୱୟଂବର ପରେ ଲକ୍ଷ୍ମୀ-ନାରାୟଣ ହେଉଛନ୍ତି । କୃଷ୍ଣ ଯିଏକି ବିଶ୍ୱର ମାଲିକ ଥିଲେ, ତାଙ୍କଠାରେ କଳଙ୍କ ଲଗାଉଛନ୍ତି, ମୋତେ ମଧ୍ୟ କଳଙ୍କିତ କରୁଛନ୍ତି । ମୁଁ ତୁମର ସଦ୍ଗତିଦାତା, ତୁମେ ମୋତେ କୁକୁର, ବିଲେଇ, କୋଣ-ଅନୁକୋଣରେ ଅଛ ବୋଲି କହିଦେଉଛ । ତୁମେ ଏବେ କେତେ ପତିତ ହୋଇଯାଇଛ । ବାବା କହୁଛନ୍ତି ମୁଁ ହେଉଛି ସମସ୍ତଙ୍କର ସଦ୍ଗତି ଦାତା ପତିତ-ପାବନ । ତୁମେ ପୁଣି ପତିତ-ପାବନୀ ଗଙ୍ଗାକୁ କହିଦେଉଛ । ମୋ ସହିତ ଯୋଗ ନ ଲଗାଇବା ଦ୍ୱାରା ତୁମେ ଆହୁରି ପତିତ ହୋଇଯାଇଛ । ମୋତେ ସ୍ମରଣ କଲେ ତୁମର ବିକର୍ମ ବିନାଶ ହେବ । ଘଡିକୁ ଘଡି ବାବାଙ୍କୁ ସ୍ମରଣ କରି ତାଙ୍କ ନାମ ନେଇ ବୁଝାଇଲେ ଶିବବାବା ମନେ ରହିବେ । କୁହ, ଆମେ ବାବାଙ୍କର ମହିମା କରୁଛୁ, ବାବା ନିଜେ କହୁଛନ୍ତି ମୁଁ କିପରି ସାଧାରଣ ପତିତ ଶରୀରରେ ବହୁତ ଜନ୍ମର ଅନ୍ତିମ ସମୟରେ ଆସୁଛି । ଏହାଙ୍କର ହିଁ ବହୁତ ଜନ୍ମ ଅଟେ । ବର୍ତ୍ତମାନ ଇଏ ମୋର ହୋଇଥିବାରୁ ଏହି ରଥ ଦ୍ୱାରା ତୁମକୁ ବୁଝାଉଛି । ଇଏ ନିଜର ଜନ୍ମକୁ ଜାଣି ନାହାଁନ୍ତି । ଇଏ ହେଉଛନ୍ତି ଭାଗୀରଥ, ଏହାଙ୍କର ମଧ୍ୟ ବାନପ୍ରସ୍ଥ ଅବସ୍ଥାରେ ମୁଁ ଆସୁଛି । ଶିବବାବା ଏହିପରି ବୁଝାଉଛନ୍ତି । ଏପରି ଭାଷଣ କାହାର ଶୁଣିଛ । ବାବାଙ୍କର ତ ନାମ ହିଁ ନେଉ ନାହାଁନ୍ତି । ସାରା ଦିନ ବାବାଙ୍କୁ ବିଲକୁଲ୍ ହିଁ ମନେ ପକାଉ ନାହାଁନ୍ତି । ପରଦର୍ଶନ, ପରଚିନ୍ତନରେ ଲାଗି ରହୁଛନ୍ତି ଏବଂ ଲେଖୁଛନ୍ତି ଯେ ଆମେ ଏହିପରି ଭାଷଣ କରୁଛୁ । ଆମେ ଏହିପରି ବୁଝାଇଲୁ । ବାବା ବୁଝିପାରୁଛନ୍ତି ଯେ ବର୍ତ୍ତମାନ ତୁମେ ହେଉଛ ପିମ୍ପୁଡି । ବୁଢୀଆଣୀ ମଧ୍ୟ ହୋଇନାହଁ, କେତେ ଅହଂକାର ରହୁଛି । ବୁଝୁ ନାହାଁନ୍ତି ଯେ ଶିବବାବା ବ୍ରହ୍ମା ଦ୍ୱାରା କହୁଛନ୍ତି । ଶିବବାବାଙ୍କୁ ତ ତୁମେମାନେ ଭୁଲିଯାଉଛ । ବ୍ରହ୍ମାଙ୍କ ଉପରେ ତୁରନ୍ତ ବିଗିଡିଯାଉଛନ୍ତି । ବାବା କହୁଛନ୍ତି ତୁମେ ମୋତେ ହିଁ ମନେ ପକାଅ, ତୁମର ମୋ ସହିତ କାମ ରହିଛି । ମୋତେ ମନେ ପକାଉଛ ନା । କିନ୍ତୁ ତୁମକୁ ମଧ୍ୟ ଜଣା ନାହିଁ ଯେ ବାବା କିଏ, କେବେ ଆସୁଛନ୍ତି । ଗୁରୁମାନେ ତୁମକୁ କଳ୍ପର ଆୟୁଷ ଲକ୍ଷ ଲକ୍ଷ ବର୍ଷ ବୋଲି କହୁଛନ୍ତି ଏବଂ ବାବା କହୁଛନ୍ତି କଳ୍ପ ୫ ହଜାର ବର୍ଷର ଅଟେ । ପୁରୁଣା ଦୁନିଆ ପୁଣି ନୂଆ ହେବ । ନୂଆ ପୁଣି ପୁରୁଣା ହେବ । ଏବେ ନୂଆ ଦିଲ୍ଲୀ କେଉଁଠାରେ ଅଛି ? ଦିଲ୍ଲୀ ତ ଯେବେ ପରିସ୍ଥାନ ହେବ ତେବେ ଯାଇ ନୂଆ ଦିଲ୍ଲୀ କୁହାଯିବ । ନୂଆ ଦୁନିଆରେ ନୂଆ ଦିଲ୍ଲୀ ଯମୁନା କୂଳରେ ଥିଲା । ସେଠାରେ ଲକ୍ଷ୍ମୀ-ନାରାୟଣଙ୍କର ମହଲ ଥିଲା । ପରିସ୍ଥାନ ଥିଲା । ଏବେ କବରସ୍ଥାନ ହେବାକୁ ଯାଉଛି, ସବୁ ପୋତି ହୋଇଯିବ, ସେଥିପାଇଁ ବାବା କହୁଛନ୍ତି ସବୁଠାରୁ ଉଚ୍ଚ ବାବାଙ୍କୁ ସ୍ମରଣ କରିଲେ ପବିତ୍ର ହେବ । ସର୍ବଦା ଏହିପରି ବାବା-ବାବା କହି ବୁଝାଅ । ବାବାଙ୍କୁ ମନେ ପକାଉ ନଥିବାରୁ ତୁମ କଥା କେହି ଶୁଣୁ ନାହାଁନ୍ତି । ବାବାଙ୍କ ସ୍ମୃତି ନଥିବାରୁ ତୁମଠାରେ ଶକ୍ତି ଭରୁ ନାହିଁ । ଦେହ-ଅଭିମାନରେ ତୁମେ ଆସିଯାଉଛ । ମାଡ ଖାଉଥିବା ବନ୍ଧନଯୁକ୍ତ ମାତାମାନେ ତୁମଠାରୁ ଅଧିକ ଯୋଗଯୁକ୍ତ ହୋଇ ରହୁଛନ୍ତି, କେତେ ଡାକୁଛନ୍ତି । ବାବା କହୁଛନ୍ତି ତୁମେ ସମସ୍ତେ ହେଉଛ ଦ୍ରୌପଦୀ । ଏବେ ତୁମକୁ ନଗ୍ନ ହେବାରୁ ବଞ୍ଚାଉଛି । ଏପରି ମାତା ମଧ୍ୟ ଅଛନ୍ତି ଯାହାଙ୍କୁ କଳ୍ପ ପୂର୍ବରୁ ପୁତନା ନାମ ଦିଆଯାଇଥିଲା । ତୁମେ ଭୁଲିଯାଇଛ ।

ବାବା କହୁଛନ୍ତି ଭାରତ ଶିବାଳୟ ଥିବା ସମୟରେ ତାକୁ ସ୍ୱର୍ଗ କୁହାଯାଉଥିଲା । ଏଠାରେ ପୁଣି ଯାହାଙ୍କ ପାଖରେ ଘର, ବିମାନ ଆଦି ରହିଛି ସେମାନେ ଭାବୁଛନ୍ତି ଆମେ ସ୍ୱର୍ଗରେ ଅଛୁ । କେତେ ମୁଢମତି ଅଟନ୍ତି । ପ୍ରତ୍ୟେକ କଥାରେ କୁହ ବାବା କହୁଛନ୍ତି । ଏହି ହଠଯୋଗୀମାନେ ତୁମକୁ ମୁକ୍ତି ଦେଇପାରିବେ ନାହିଁ । ସମସ୍ତଙ୍କର ସଦ୍ଗତି ଦାତା ଜଣେ ଅଟନ୍ତି ପୁଣି ଗୁରୁ କଣ ପାଇଁ କରୁଛ ? କଣ ତୁମେ ସନ୍ନ୍ୟାସୀ ହେବ ନା ହଠଯୋଗ ଶିଖି ବ୍ରହ୍ମରେ ଲୀନ ହେବ ? ଲୀନ ତ କେହି ହୋଇପାରିବେ ନାହିଁ । ସମସ୍ତଙ୍କୁ ଅଭିନୟ କରିବାକୁ ହେବ । ସମସ୍ତେ ଅବିନାଶୀ ଅଭିନେତା ଅଟନ୍ତି । ଏହା ଅନାଦି ଅବିନାଶୀ ଡ୍ରାମା, ମୋକ୍ଷ କାହାକୁ ମିଳିପାରିବ ନାହିଁ । ବାବା କହୁଛନ୍ତି ମୁଁ ଏହି ସାଧୁମାନଙ୍କର ମଧ୍ୟ ଉଦ୍ଧାର କରିବାକୁ ଆସୁଛି । ପୁଣି ଗଙ୍ଗା କିପରି ପତିତ-ପାବନୀ ହୋଇପାରିବ । ତୁମେ ମୋତେ ପତିତ-ପାବନ କହୁଛ ନା । ତୁମର ମୋ ସହିତ ଯୋଗ ତୁଟିବା ଦ୍ୱାରା ଏହି ଅବସ୍ଥା ହୋଇଛି । ଏବେ ପୁଣି ମୋ ସହିତ ଯୋଗ ଲଗାଇବ ତେବେ ବିକର୍ମ ବିନାଶ ହେବ । ମୁକ୍ତିଧାମରେ ପବିତ୍ର ଆତ୍ମାମାନେ ରହିବେ । ବର୍ତ୍ତମାନ ତ ସାରା ଦୁନିଆ ପତିତ ହୋଇଯାଇଛି । ପବିତ୍ର ଦୁନିଆ ବିଷୟରେ ତୁମକୁ ଜଣାନାହିଁ । ତୁମେ ସମସ୍ତେ ପୂଜାରୀ, କେହି ଜଣେ ହେଲେ ଏଠାରେ ପୂଜ୍ୟ ନାହାଁନ୍ତି । ତୁମେ ବାବାଙ୍କ ନାମ ନେଇ ସମସ୍ତଙ୍କୁ ଜାଗ୍ରତ କରିପାରିବ । ଯେଉଁ ବାବା ବିଶ୍ୱର ମାଲିକ କରାଉଛନ୍ତି - ତାଙ୍କର ତୁମେ ଗ୍ଲାନି କରୁଛ । ଶ୍ରୀକୃଷ୍ଣ ଛୋଟ ପିଲା, ସର୍ବଗୁଣ ସମ୍ପନ୍ନ ସେ ଏପରି ଧନ୍ଦା ବସି କିପରି କରିବେ । କୃଷ୍ଣ ସମସ୍ତଙ୍କର ପିତା କିପରି ହୋଇପାରିବେ । ଭଗବାନ ତ କେବଳ ଜଣେ ଅଟନ୍ତି ନା । ଯେପର୍ଯ୍ୟନ୍ତ ମୋର ଶ୍ରୀମତରେ ନ ଚାଲିଛ ସେପର୍ଯ୍ୟନ୍ତ କଳଙ୍କି କିପରି ଛାଡିବ । ତୁମେମାନେ ସମସ୍ତଙ୍କୁ ପୂଜା କରି ତୁମର ଅବସ୍ଥା କଣ ହୋଇଛି, ସେଥିପାଇଁ ପୁଣି ମୋତେ ଆସିବାକୁ ପଡୁଛି । ତୁମେ କେତେ ଧର୍ମ ଭ୍ରଷ୍ଟ, କର୍ମ ଭ୍ରଷ୍ଟ ହୋଇଯାଇଛ । କୁହ ହିନ୍ଦୁ ଧର୍ମ କେବେ କିଏ ସ୍ଥାପନ କରିଥିଲେ ? ଏହିପରି ଆହ୍ୱାନ କରି ଭାଷଣ କର । ତୁମର ଘଡିକୁ ଘଡି ବାବା ମନେ ପଡୁ ନାହାଁନ୍ତି । କେବେ-କେବେ କେହି ଲେଖୁଛନ୍ତି ଯେ ଆମ ଭିତରେ ବାବା ବସି ଭାଷଣ କଲେ । ବାବା ବହୁତ ସାହାଯ୍ୟ କରୁଛନ୍ତି । ତୁମେ ଯୋଗର ଯାତ୍ରାରେ ନ ରହିବାରୁ ପିମ୍ପୁଡି ମାର୍ଗର ସେବା କରୁଛ । ବାବାଙ୍କ ନାମ ନେବ ତେବେ ଯାଇ କାହାକୁ ତୀର ଲାଗିବ । ବାବା ବୁଝାଉଛନ୍ତି ପିଲାମାନେ ତୁମେ ହିଁ ଅଲରାଉଣ୍ଡର ୮୪ ଜନ୍ମର ଚକ୍ର ଲଗାଇଛ ତେଣୁ ତୁମକୁ ହିଁ ଆସି ବୁଝାଇବାକୁ ହେବ । ମୁଁ ଭାରତରେ ହିଁ ଆସୁଛି । ଯିଏ ପୂଜ୍ୟ ଥିଲେ ସେମାନେ ପୂଜାରୀ ହେଉଛନ୍ତି । ମୁଁ ତ ପୂଜ୍ୟରୁ ପୂଜାରୀ ହେଉ ନାହିଁ ।

ବାବା କହୁଛନ୍ତି, ବାବା କହୁଛନ୍ତି ଏହି ଧୁନ୍ ଲାଗି ରହିବା ଉଚିତ୍ । ତୁମେ ଏହିପରି ଭାଷଣ କରିବାର ଶୁଣିଲେ ଯାଇ ବୁଝିବି ଯେ ତୁମେ ଚିଣ୍ଟିରୁ ମକୋଡା ଅର୍ଥାତ୍ ପିମ୍ପୁଡିରୁ ବୁଢୀଆଣି ହୋଇଛ । ବାବା କହୁଛନ୍ତି ମୁଁ ତୁମକୁ ପାଠ ପଢାଉଛି । ତୁମେ କେବଳ ମୋତେ ମନେ ପକାଅ । ଏହି ରଥ ଦ୍ୱାରା ତୁମକୁ କହୁଛି ଯେ କେବଳ ମୋତେ ମନେ ପକାଅ । ଏହି ରଥକୁ ମଧ୍ୟ ମନେ ପକାଅ ନାହିଁ । ବାବା ଏହିପରି କହୁଛନ୍ତି, ବାବା ଏହିପରି ବୁଝାଉଛନ୍ତି, ତୁମେ ଏପରି କହି ଦେଖ ତୁମର କେତେ ପ୍ରଭାବ ବାହାରୁଛି । ବାବା କହୁଛନ୍ତି ଦେହ ସହିତ ସବୁ ସମ୍ବନ୍ଧରୁ ବୁଦ୍ଧିର ଯୋଗ ତୁଟାଇଦିଅ । ନିଜ ଦେହକୁ ଛାଡିଦେଲେ ବାକି ଆତ୍ମା ରହିଲା । ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ । କେହି କେହି କହୁଛନ୍ତି ଅହମ୍ ବ୍ରହ୍ମସ୍ମି ମାୟାର ଆମେ ମାଲିକ ଅଟୁ । ବାବା କହୁଛନ୍ତି ତୁମେ ଏକଥା ମଧ୍ୟ ଜାଣିନାହଁ ଯେ ମାୟା ଏବଂ ସମ୍ପତ୍ତି କାହାକୁ କୁହାଯାଉଛି । ତୁମେ ଧନକୁ ମାୟା କହିଦେଉଛ । ଏହିପରି ତୁମେ ବୁଝାଇପାରିବ । ବହୁତ ଭଲ-ଭଲ ସନ୍ତାନମାନେ ମୁରଲୀ ମଧ୍ୟ ପଢୁ ନାହାଁନ୍ତି । ବାବାଙ୍କୁ ସ୍ମରଣ କରୁନଥିବାରୁ ତୀର ଲାଗୁନାହିଁ କାହିଁକି ନା ଯୋଗର ବଳ ମିଳୁ ନାହିଁ । ଯୋଗ ଦ୍ୱାରା ବଳ ମିଳିଥାଏ । ଯେଉଁ ଯୋଗବଳ ଦ୍ୱାରା ତୁମେ ବିଶ୍ୱର ମାଲିକ ହେଉଛ । ତୁମେ ପ୍ରତ୍ୟେକ କଥାରେ ବାବାଙ୍କର ନାମ ନେଲେ କେବେ କେହି କିଛି କହିପାରିବେ ନାହିଁ । ସମସ୍ତଙ୍କର ଭଗବାନ ପିତା ତ ଜଣେ । ଏପରି ନୁହେଁ କି ସମସ୍ତେ ଭଗବାନ ଅଟନ୍ତି ? କହନ୍ତି ଆମେ ଅମୁକ ସନ୍ନ୍ୟାସୀଙ୍କର ଅନୁଗାମୀ ଅଟୁ । ସେ ସନ୍ନ୍ୟାସୀ, ତୁମେ ଗୃହସ୍ଥି ପୁଣି ତୁମେ ଅନୁଗାମୀ କିପରି ହେବ ? ଗାୟନ କରୁଛନ୍ତି ମିଛ ମାୟା, ମିଛ କାୟା, ମିଛ ସବୁ ସଂସାର । ସତ୍ୟ ତ ହେଉଛନ୍ତି ଏକମାତ୍ର ବାବା । ସେ ନ ଆସିବା ପର୍ଯ୍ୟନ୍ତ ଆମେ ସଚ୍ଚା ହୋଇପାରିବା ନାହିଁ । ମୁକ୍ତି-ଜୀବନମୁକ୍ତି ଦାତା ଜଣେ ଅଟନ୍ତି । ବାକି କେହି ମୁକ୍ତି ଦେଉ ନାହାଁନ୍ତି ଯେ ଆମେ ତାଙ୍କର ହେବୁ । ବାବା କହୁଛନ୍ତି ଏହା ମଧ୍ୟ ଡ୍ରାମାରେ ଥିଲା । ଏବେ ସାବଧାନ ହୋଇଯାଅ ଆଖି ଖୋଲ । ବାବା ଏହିପରି କହୁଛନ୍ତି,ଏକଥା କହିବା ଦ୍ୱାରା ତୁମେ ମୁକ୍ତ ହୋଇଯିବ । ତୁମ ସାଥିରେ ଯୁକ୍ତିତର୍କ କରିବେ ନାହିଁ । ତ୍ରିମୂର୍ତ୍ତି ଶିବ ବାବା କହିବାକୁ ହେବ, କେବଳ ଶିବ ନୁହେଁ ତ୍ରିମୂର୍ତ୍ତିକୁ କିଏ ରଚନା କରିଛନ୍ତି ? ବ୍ରହ୍ମା ଦ୍ୱାରା କିଏ ସ୍ଥାପନା କରାଉଛନ୍ତି ? ବ୍ରହ୍ମା କଣ ସୃଷ୍ଟିକର୍ତ୍ତା ? ଏପରି ନିଶାର ସହିତ କୁହ, ତେବେ ଯାଇ କାମ କରିପାରିବ । ନଚେତ୍ ଦେହ-ଅଭିମାନରେ ଆସି ଭାଷଣ କରୁଛ ।

ବାବା ବୁଝାଉଛନ୍ତି ଏହା ଅନେକ ଧର୍ମର କଳ୍ପ ବୃକ୍ଷ ଅଟେ । ପ୍ରଥମେ ହେଉଛି ଦେବୀ-ଦେବତା ଧର୍ମ । ଏବେ ସେହି ଦେବତା ଧର୍ମ କୁଆଡେ ଗଲା ? ଲକ୍ଷ-ଲକ୍ଷ ବର୍ଷ କହିଦେଉଛନ୍ତି, କିନ୍ତୁ ଏହା ତ ୫ ହଜାର ବର୍ଷର କଥା ଅଟେ । ତୁମେ ତାଙ୍କର ମନ୍ଦିର ମଧ୍ୟ ତିଆରି କରୁଛ । ଦେଖାଉଛନ୍ତି ପାଣ୍ଡବ ଏବଂ କୌରବଙ୍କର ଲଢେଇ ଲାଗିଥିଲା । ପାଣ୍ଡବ ପାହାଡ ଉପରୁ ପଡି ମୃତୁବରଣ କରିଲେ ପୁଣି କଣ ହେଲା ? ମୁଁ କିପରି ହିଂସା କରିବି । ମୁଁ ତ ତୁମକୁ ଅହିଂସକ ବୈଷ୍ଣବ କରୁଛି । କାମରୂପୀ କଟୁରୀ ଦ୍ୱାରା ଆଘାତ ନ କରିବା,ଏହାକୁ ହିଁ ବୈଷ୍ଣବ କହୁଛନ୍ତି । ସେମାନେ ହେଲେ ବିଷ୍ଣୁଙ୍କର ବଂଶାବଳୀ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସେବାରେ ସଫଳତା ପ୍ରାପ୍ତ କରିବା ପାଇଁ ଅହଂକାରକୁ ଛାଡି ପ୍ରତ୍ୟେକ କଥାରେ ବାବାଙ୍କର ନାମ ଉଚ୍ଚାରଣ କରିବାକୁ ହେବ । ଯୋଗଯୁକ୍ତ ସ୍ଥିତିରେ ରହି ସେବା କରିବା ଉଚିତ୍ । ପରଦର୍ଶନ-ପରଚିନ୍ତନରେ ନିଜର ସମୟ ନଷ୍ଟ କରିବାର ନାହିଁ ।

(୨) ସଚ୍ଚା-ସଚ୍ଚା ବୈଷ୍ଣବ ହେବାକୁ ପଡିବ । କୌଣସି ପ୍ରକାରର ହିଂସା କରିବାର ନାହିଁ । ଦେହ ସହିତ ସବୁ ସମ୍ବନ୍ଧରୁ ବୁଦ୍ଧିଯୋଗ ତୁଟାଇ ଦେବାକୁ ହେବ ।

ବରଦାନ:-
ବିଶ୍ୱ କଲ୍ୟାଣର କାର୍ଯ୍ୟରେ ସଦାସର୍ବଦା ବ୍ୟସ୍ତ ରହୁଥିବା ବିଶ୍ୱର ଆଧାରମୂରତ ହୁଅ ।

ବିଶ୍ୱ କଲ୍ୟାଣକାରୀ ପିଲାମାନେ ସ୍ୱପ୍ନରେ ମଧ୍ୟ ଫ୍ରି ଅର୍ଥାତ୍ ଦାୟିତ୍ୱମୁକ୍ତ ରହିପାରିବେ ନାହିଁ । ଯେଉଁମାନେ ଦିନରାତି ସେବାରେ ବ୍ୟସ୍ତ ରହିଥାନ୍ତି ସେମାନଙ୍କୁ ସ୍ୱପ୍ନରେ ମଧ୍ୟ ଅନେକ ନୂଆ-ନୂଆ କଥା, ସେବା କରିବାର ଯୋଜନା ବା ବିଧି ଦେଖାଯାଇଥାଏ । ସେମାନେ ସେବାରେ ବ୍ୟସ୍ତ ରହୁଥିବା କାରଣରୁ ନିଜର ପୁରୁଷାର୍ଥର ବ୍ୟର୍ଥଠାରୁ ଏବଂ ଅନ୍ୟମାନଙ୍କ ଦ୍ୱାରା ଆସୁଥିବା ବ୍ୟର୍ଥଠାରୁ ସୁରକ୍ଷିତ ରହିଥାନ୍ତି । ବେହଦ ବିଶ୍ୱର ଆତ୍ମାମାନେ ସଦାସର୍ବଦା ସେମାନଙ୍କ ସମ୍ମୁଖରେ ପ୍ରକଟ ଥାନ୍ତି । ସେମାନଙ୍କୁ ଟିକିଏ ବି ଅବହେଳାପଣିଆ ସ୍ପର୍ଶ କରିପାରିବ ନାହିଁ । ଏହିଭଳି ସେବାଧାରୀ ପିଲାମାନଙ୍କୁ ବିଶ୍ୱର ଆଧାରମୂରତ ହେବାର ବରଦାନ ପ୍ରାପ୍ତ ହୋଇଯାଏ ।

ସ୍ଲୋଗାନ:-
ସଂଗମଯୁଗର ଗୋଟିଏ ଗୋଟିଏ ସେକେଣ୍ଡ ଗୋଟିଏ ଗୋଟିଏ ବର୍ଷ ସହିତ ସମାନ ସେଥିପାଇଁ ଅବହେଳା ପଣିଆରେ ସମୟ ନଷ୍ଟ କର ନାହିଁ ।